Category: ରାଜ୍ୟ ଖବର

  • ହନୁମାନ ଜୟନ୍ତୀ ଉପଲକ୍ଷେ ଜୟ ଶ୍ରୀ ରାମ ଧ୍ୱନିରେ କମ୍ପିଲା ବ୍ୟାସନଗର

    ହନୁମାନ ଜୟନ୍ତୀ ଉପଲକ୍ଷେ ଜୟ ଶ୍ରୀ ରାମ ଧ୍ୱନିରେ କମ୍ପିଲା ବ୍ୟାସନଗର

    ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ବ୍ୟାସନଗର ହନୁମାନ ଜୟନ୍ତୀ ଆୟୋଜକ କମିଟି ଆନୁକୂଲ୍ୟରେ ଏକ ଶୋଭାଯାତ୍ରା ହୋଇଥିଲା । ଏହି ଶୋଭାଯାତ୍ରାରେ ହଜାର ହଜାର ହନୁମାନ ଭକ୍ତ ଚୋର୍ଦା କାଳୀ ମେଳଣ ପଡିଆ ଠାରୁ ସହର ପରିକ୍ରମା କରିବା ସହିତ ଗୋପବନ୍ଧୁ ଛକ ସ୍ଥିତ ହନୁମାନ ମନ୍ଦିର ନିକଟରେ ଶୋଭାଯାତ୍ରା ସମାପନ କରିଥିଲେ । ଏହି ସମ୍ମିଳନୀରେ ପୁରୀର ଗୌରାଙ୍ଗ ମଠ ର ବାବାଜୀ ସନତ ସୁଜାତା ନନ୍ଦ ମହାରାଜା ଏବଂ ତାଙ୍କ ସହଯୋଗୀ ଉପସ୍ଥିତ ରହି ଭକ୍ତ ମାନଙ୍କୁ ପ୍ରବଚନ ଦେବା ସହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସଂଗଠନ ପକ୍ଷରୁ ଅଭାହକ ସଂଜୀବ ନାୟକ, ମହାମାୟୀ ପ୍ରତାପ ସ୍ୱାଇଁ,ବିବେକାନନ୍ଦ ମହାନ୍ତି,ଜିତେନ୍ଦ୍ର ବେହୁରା, ବିଜୟ ପଣ୍ଡା,ପବନ ଅସ୍ୱାଲ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପାରିଷଦ, ବିଶ୍ୱ ହିନ୍ଦୁ ପାରିଷଦ, ବଜରଙ୍ଗ ଦଳ, ଆର ଏସ ଏସ, ସୁନ୍ଦରକାଣ୍ଡ ଭକ୍ତ ମଣ୍ଡଳୀ ପ୍ରମୁଖ ସାମିଲ ହୋଇଥିଲେ ।

  • ବିଜୁ ଏକପ୍ରେସ ଓ୍ବେ ନିକଟରେ ଦୁର୍ଘଟଣା, ୩ ମୃତ

    ବିଜୁ ଏକପ୍ରେସ ଓ୍ବେ ନିକଟରେ ଦୁର୍ଘଟଣା, ୩ ମୃତ

    ଏମିତି ବି ମୃତ୍ୟୁ ଆସେ । ରାମନବମୀ ଯାତ୍ରା ଦେଖି ଯିବା ହେଲା ଜୀବନର ଶେଷ ଯାତ୍ରା । ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ । ସୁନ୍ଦରଗଡ଼ ବଡ଼ଗାଁ ଥାନା ବିଜୁ ଏକପ୍ରେସ ଭୋଇପାଲି ନିକଟରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିଜୁ ଏକ୍ସପ୍ରେସ ଓ୍ବେର ରାସ୍ତାରେ ଯାଉଥିବା ଏକ ଟ୍ରାକ୍ଟର ପଛରେ ବାଇକ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ୩ ଜଣ ହେଉଛନ୍ତି ସଦର ଥାନା ବିରତୋଳା ଗାଁର ଦିଲ୍ଲୀପ ନାଏକ, ଠନସୁନ୍ଦର ସା ଓ ଚନ୍ଦନ ଲୁହାର ବୋଲି ଜଣାପଡିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରୁଛି । ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଓ ବାରିକକୁ ଜବତ କରି ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି ।

  • ମା’ ପାଟଣ ମଙ୍ଗଳା ପୀଠରେ ପାଟୁଆ ଯାତ୍ରା

    ମା’ ପାଟଣ ମଙ୍ଗଳା ପୀଠରେ ପାଟୁଆ ଯାତ୍ରା

    ଚାନ୍ଦବାଲି ଅଞ୍ଚଳର ପ୍ରସିଦ୍ଧ ଶକ୍ତି ପୀଠ ହେଉଛି ମା ପାଟଣ ମଙ୍ଗଳା । ତିହିଡି ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତ ଅଧିନ ଛତ୍ରପଦା ଗ୍ରାମରେ କେଉଁ ଆବହମାନ କାଳରୁ ପୂଜା ପାଉଛନ୍ତି ମାଆ ମଙ୍ଗଳା । ବର୍ଷ ସାରା ମାଆଙ୍କ ପୀଠରେ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରାଯାଉଥିବା ବେଳେ ମହା ବିଷୁବ ସଂକ୍ରାନ୍ତି ହେଉଛି ସବୁଠାରୁ ବଡ଼ ପର୍ବ । ସାତ ଦିନ ଧରି ମାଆଙ୍କ ପୀଠରେ ମହା ସମାରୋହରେ ଏହି ପର୍ବ ପାଳନ କରାଯାଏ ।

    ଆଜି ପ୍ରଥମ ଦିନରେ ଶହ ଶହ ସଂଖ୍ୟକ ମାନସିକ ଧାରୀ ପାଟୁଆ ନିକଟସ୍ଥ ପୋଖରୀରେ ବୁଡ଼ ପକାଇବା ସହ ମାଆଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥାନ୍ତି । ଏହା ସହିତ ବ୍ୟବସାୟ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବ୍ୟବସାୟୀଙ୍କ ଭିଡ଼ ଜମେ । ବିଶେଷ କରି ସନ୍ଧ୍ୟା ସମୟରେ ଲୋକଙ୍କର ଗହଳି ଜମେ । ସୁରକ୍ଷା ଲାଗି ପିରହାଟ ପୋଲିସ ଘଟଣା ସ୍ଥଳରେ ମୃତୟନ ରହିଥାନ୍ତି ।

  • ଶେଷ ହେଲା ଚଡକ ଯାତ୍ରାର ପାଟ ପର୍ବ

    ଶେଷ ହେଲା ଚଡକ ଯାତ୍ରାର ପାଟ ପର୍ବ

    ବାଲେଶଶ୍ୱର ଜିଲ୍ଲା ଭୋଗରାଇର ବ୍ଲକ ବାବା ଚନ୍ଦନେଶ୍ୱରଙ୍କ ବିଷ୍ଣୁ ପ୍ରସିଦ୍ଧ ପାଟ ପର୍ବ ରବିବାର ବହୁ ଆଡ଼ମ୍ବରରେ ସମ୍ପନ୍ନ ହୋଇଛି । ୧୪ ଦିନ ଧରି ଅନୁଷ୍ଠିତ ଏହି ବ୍ରତରେ ଲକ୍ଷ ଲକ୍ଷ ଭକ୍ତ ଶେଷ ଅର୍ଘ୍ୟ ଦେଇଛନ୍ତି ଶ୍ରୀଜିଉଙ୍କ ଠାରେ । ଓଡ଼ିଶାର ଦ୍ଵିତୀୟ ସର୍ବବୃହତ ପର୍ବ କୁହାଯଉଥିବା ଏହି ଚଡ଼କ ପର୍ବରେ ଓଡି଼ଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଆଦି ଅଞ୍ଚଳରୁ ପ୍ରାୟ ୧୦ଲକ୍ଷରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ଭିଡ଼କୁ ଲକ୍ଷ୍ୟ କରି ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ବାହିନୀଙ୍କୁ ନିୟୋଜିତ କରାଯାଇଥିଲା । ବାଡ଼ସରିଷା ଗ୍ରାମର ହା’କାଣ୍ଡ ଲକ୍ଷ୍ମୀ ପୋଖରୀଠାରୁ ଚନ୍ଦନେଶ୍ବର ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵ ଓ ଆଖାପାଖ ଘରର ଛାତ ଉପରେ ଲାଗି ରହିଥିଲା ଲୋକଙ୍କ ଭିଡ଼ । ମାର୍ଚ୍ଚ ୩୧ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱ ପ୍ରସିଦ୍ଧ ଚଡ଼କ ପର୍ବର ଆଜି ଥିଲା ବହୁ ପ୍ରତୀକ୍ଷିତ ପାଟ ପର୍ବ । ଏହି ପାଟ ପର୍ବର ମୁଖ୍ୟ ଆକର୍ଷଣ ମାଳା, ଚନ୍ଦନା ଓ କଣ୍ଟାପୋଡ଼ା ।

    ସମସ୍ତ ଉପବୀତଧାରୀ ଭକ୍ତ ହା’ କାଣ୍ଡ ପୋଖରୀ ଲକ୍ଷ୍ମୀ ପୋଖରୀକୁ ଯାଇ ସେଠାରେ ବୁଡ଼ ପକାଇ ମନ୍ଦିରକୁ ଫେରିଆତି ମହା ଉଦ୍ଭାସରେ । ଏହା ଭୋର ୫ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିଥିଲା । ଭକ୍ତମାନେ ପରସ୍ପରକୁ ଚନ୍ଦନ ଲଗାଇବା ସହ ଫୁଲମାଳା ଦେଇଥାନ୍ତି । ଏକ ବିଶାଳ ପଟୁଆଳରେ ଦଶନଖୀ ଏବଂ ଶ୍ରୀଘଟକୁ ସେବାୟତମାନେ ମୁଖ୍ୟ ମନ୍ଦିରକୁ ଅଣାଇଥିଲେ । ଏଥିରେ ଶତାଧିକ ସେବାୟତ, ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ସାମିଲ ଥିଲେ । କେତେକ ଭକ୍ତ ନିଜକୁ ଶିବ ପାର୍ବତୀ, ରାମ ସୀତା, ରାଧା କୃଷ୍ଣ ଓ ହନୁମାନ ଆଦି ବିଭିନ୍ନ ବେଶରେ ସଜାଇଥିଲେ । ଆଉ କେତେକ ମୁଣ୍ଡରେ ଧୂଣା ସରା ନେଇ ଆସୁଥିବା ବେଳେ ଅନ୍ୟମାନେ କଣ୍ଟା ଦ୍ୱାରା ଜିଭ, ପେଟ, ପିଠି ଓ ପାଦରେ ଫୋଡ଼ି ମନ୍ଦିର ଅଭିମୁଖେ ଆସିଥିଲେ । ପ୍ରାୟ ୫ଶହରୁ ଉର୍ଦ୍ଧ ଭକ୍ତ କଣ୍ଟା ଫୋଡ଼ିଥିଲେ। ଏହି ଅବସରରେ ହରିବୋଲ ଧ୍ୱନିରେ ସମଗ୍ର ପରିବେଶ ପ୍ରକମ୍ପିତ ହେଉଥିଲା । ଶଙ୍ଖ, ଘଣ୍ଟା, ଝାଲି, ପାରମ୍ପାରିକ ବାଦ୍ୟ, ବାଣ, ରୋଷଣୀ ଆଦିରେ ଉଛୁଳି ଉଠିଥିଲା ସମଗ୍ର ଅଞ୍ଚଳ । ଦଶନଖୀ ମନ୍ଦିରରେ ପହଞ୍ଚିବା ପରେ ଶେଷ ଅର୍ଘ୍ୟ ପ୍ରଦାନ କରାଯାଇଥିଲା । ଏଥିରେ ଉପବୀତଧାରୀ ଭକ୍ତଙ୍କ ସମେତ ବହୁ ଶ୍ରଦ୍ଧାଳୁ ସାମିଲ ଥିଲେ । ଏହି ଅବସରରେ କେତେକ ମାନସିକଧାରୀ ଶ୍ରଦ୍ଧାଳୁ ଜଳାଭିଷେକ କରିବାର ଲକ୍ଷ୍ୟ କରାଯାଇଛି ।

    ଏହି ମେଳାରେ ସତ୍ୟସାର ସେବା ସଂଗଠନ, ସାହାବାଜିପୁର ସାଗର ସାଥୀ କ୍ଲବ, ଭଟପୁର ସ୍ବାଭିମାନ କ୍ଳବ ସହଯୋଗ କରିବା ସହିତ ବାଲେଶ୍ଵର-ଭଦ୍ରକ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍ ନାଗରିକ ସୁରକ୍ଷା ପରିଷଦ ଆଦି ଲୋକମାନଙ୍କୁ ପାଣି, ଘୋଳଦହି ପ୍ରଦାନ କରିଥିଲେ । ଆଉ କେତେକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ସେବା କାର୍ଯ୍ୟ ଲାଗି ସାମିଲ ହୋଇଥିଲେ । ପାଟପର୍ବରେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଏସପି ରାଜ ପ୍ରଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ଜିଲ୍ଲାପରିଷଦ ସଦସ୍ୟା ପ୍ରତିମା ଚାନ୍ଦ, ଟ୍ରଷ୍ଟ ବୋର୍ଡ଼ର ନିର୍ବାହୀ ଅଧିକାରୀ ତଥା ତହସିଲଦାର ସୂର୍ଯ୍ୟ କୁମାର ନାୟକ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗଣପତି ଗିରି, ମୌରସୀ-ନ୍ୟାସୀ ତଥା ମୁଖ୍ୟ ସେବାୟତ ତପନ କୁମାର ପଣ୍ଡା, ଉପ ମୌରସୀ ବୁଦ୍ଧଦେବ ପଣ୍ଡା, ସମିତି ସଦସ୍ୟ ଗୋବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

  • ମହାବିଶୁବ ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

    ମହାବିଶୁବ ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

    ଆଜି ପବିତ୍ର ପଣା ସଂକ୍ରାନ୍ତି । ଏହି ଅବସରରେ ପୁରାତନ ସ୍ବେଛାସେବୀ ଅନୁଷ୍ଠାନ ଶାନ୍ତି ପକ୍ଷରୁ ଶୀତଳ ବାମ୍ଫ ଚିକିତ୍ସା ଉଦଘାଟିତ ହୋଇଛି । ସମଗ୍ର ରାଜ୍ୟରେ ଏହା ଏକ ନିଆରା ପ୍ରୟାସ । ପ୍ରବଳ ଗ୍ରୀଷ୍ମ ଉତ୍ତାପରୁ ରକ୍ଷା ପାଇବାପାଇଁ ଏଠାକୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଶୀତଳ ବାମ୍ଫ ଦେବା ସଙ୍ଗେସଙ୍ଗେ ଟଙ୍କ ତୋରାଣି ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ , ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବରାଳ, ରାଜ୍ୟ ସଦସ୍ୟ ସୁବାଶିଷ ଖୁଣ୍ଟିଆ, ଟାଉନ ଥାନା IIC ଗୋକୁଳାନନ୍ଦ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

    ଏହି ଅନୁଷ୍ଠାନ ଦୀର୍ଘ ୨୪ବର୍ଷ ହେଲା ଏହି ସେବା ଯୋଗାଇଦେଇ ଆସୁଛି । ଆସନ୍ତା ବାହୁଡା଼ ଯାତ୍ରା ଓ ସୁନାବେଶ ପର୍ଯ୍ୟନ୍ତ ଏହିସେବା ଯୋଗାଇଦିଆଯିବ ବୋଲି ଅନୁଷ୍ଠାନର ସମ୍ପାଦକ ପଦ୍ମନାଭ ତ୍ରିପାଠୀ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଅନୁଷ୍ଠାନର ସଭାନେତ୍ରୀ ସଂଘମିତ୍ରା ଦାସ, ପୁଷ୍ପଜିତ ମହାପାତ୍ର, ପରିଦର୍ଶନ ପଟ୍ଟନାୟକ, ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ, ପ୍ରମୁଖ ସହଯୋଗ କରିଥିଲେ ।

  • ବାବା ସାହେବ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ପାଳନ

    ବାବା ସାହେବ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ପାଳନ

    ସିପିଆଇ (ଏମ୍ଏଲ) ଲିବରେସନ ତରଫରୁ ରାୟଗଡ଼ା ଜିଲ୍ଲା ରେ ବାବା ସାହେବ ଭିମ ରାଓ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ଦିବସ ପାଳନ କରାଯାଇଛି । ଭୀମରାଓ ଆମ୍ବେଦକର ଜଣେ ଭାରତୀୟ ଆଇନ ବିତ୍ ଓ ଅର୍ଥନୀତିଜ୍ଞ, ସମାଜ ସଂସ୍କାରକ ଏବଂ ରାଜନୈତିକ ନେତା ଥିଲେ । ଯାହା ଫଳରେ ଆଜି ଭାରତର ସମ୍ବିଧାନ ସଭାର ବିତର୍କ ଏବଂ ସାର୍ ବେନେଗାଲ ନରସିଂ ରାଉଙ୍କ ପ୍ରଥମ ଡ୍ରାଫ୍ଟ ଉପରେ ଆଧାରିତ । ସେ ଭାରତର ସମ୍ବିଧାନ ପ୍ରସ୍ତୁତକାରୀ କମିଟିର ଅଧ୍ୟକ୍ଷତା କରିଥିଲେ । ଏବଂ ଆମ୍ବେଦକର , ଜବାହରଲାଲ ନେହେରୁଙ୍କ ପ୍ରଥମ କ୍ୟାବିନେଟରେ ଆଇନ ଓ ନ୍ୟାୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ପରେ ସେ ହିନ୍ଦୁ ଧର୍ମ ପରିତ୍ୟାଗ କରି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ବମ୍ବେ ବିଶ୍ୱ ବିଦ୍ୟାଳୟର ଏଲଫିନଷ୍ଟୋନ କଲେଜରୁ ସ୍ନାତକ ହାସଲ କରିବା ପରେ , ଆମ୍ବେଦକର କଲମ୍ବିଆ ବିଶ୍ଵବିଦ୍ୟାଳୟ ଏବଂ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ଅର୍ଥନୀତି ଅଧ୍ୟୟନ କରିବା ,୧୯୨୭ ଏବଂ ୧୯୨୩ ରେ ଡକ୍ଟରେଟ୍ ହାସଲ କରିଥିଲେ ।

    ଏବଂ ୧୯୨୦ ଦଶକରେ ଏହି ଦୁଇଟି ଶିକ୍ଷାନୁଷ୍ଠାନରେ ଡକ୍ଟରେଟ୍ କରିବା ସହ ଲଣ୍ଡନର ଗ୍ରେ’ସ ଇନ୍ ରେ ଆଇନରେ ମଧ୍ୟ ତାଲିମ ନେଇଥିଲେ । ମୋଦୀ ସରକାରଙ୍କ ଦ୍ଵାରା ଲୋକସଭା ରେ ସଂଶୋଧନ ୱାକଫ ବିଲ ଉପସ୍ଥାପିତ କରି ବିରୋଧୀ ଦଳର ମତବାଦକୁ ଅଣଦେଖା କରି ଏକ ପାଖିଆ ବିଲ ଆଣିଛନ୍ତି । ଏ ବିଲ ର ଉଦ୍ଦେଶ୍ୟ ହେଉଛି ମୁସଲମାନ ସମ୍ପ୍ରଦାୟର ସଂସ୍କୃତିକୁ ସ୍ଵାଧୀନତା ଉପରେ ଆକ୍ରମଣ ବୋଲି ଜିଲ୍ଲା ସମ୍ପାଦକ ତ୍ରି ପତି ଗମାଙ୍ଗ ତାଙ୍କ ବକ୍ତବ୍ୟରେ କହିଛନ୍ତି । ଏହି ସଭା ଯାତ୍ରାରେ ଅନାସିମ ଶବର, ସଂଜୀବ ଶବର, ସାଇମା ଶବର, ମୋଜେସ ଶବର ପ୍ରମୁଖ ଉପସ୍ଥିତ ରହି ଆଜି ଗୁଣପୁର ଉପଖଣ୍ଡ ସ୍ତରୀୟ ଏକ ସଭା ଯାତ୍ରା ବାହାରି ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ, ଗଣ ତନ୍ତ୍ର ବଞ୍ଚାଅ ଦେଶ ବଞ୍ଚାଅ ବୋଲି ନାରା ଦେଇ ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରୁଥିବା ଦେଖିବାକୁ ମିଳୁଛି ।

  • ଡ଼ିଏଭି ଭିଏସ ବିଦ୍ୟାଳୟର ନୂତନ ଶିକ୍ଷା ଶୁଭାରମ୍ଭ

    ଡ଼ିଏଭି ଭିଏସ ବିଦ୍ୟାଳୟର ନୂତନ ଶିକ୍ଷା ଶୁଭାରମ୍ଭ

    କୋରାପୁଟରେ ପ୍ରଥମ ଥର ପାଇଁ ସୁନାବେଡା ହାଲ ସହରାଞ୍ଚଳରେ ଥିବା ଭିଏସବି ବିଦ୍ୟାଳୟୁକୁ ଡ଼ିଏଭି ନିଜ ଆୟତକୁ ନେଇଛି । ଡ଼ିଏଭି ବିଦ୍ୟାଳୟକୁ ଆଜି ନୂତନ ଭାବେ ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ହାଲର (ଇ.ଡି)ନିର୍ବାହୀ ନିର୍ଦେଶକ ସୁଧାଂଶୁ ମୋହନ ଜେନା, ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ନିର୍ଦ୍ଦେଶକ କେଶବ ଚନ୍ଦ୍ର ଶତପଥି ,ଏଆରଓ ଇପ୍ସିତା ଦାସ, ଡ଼ିଏବି ର,ଅଧ୍ୟକ୍ଷ ବାସୁଦେବ ପାଣିଗ୍ରାହୀ,ଚିଫ ମେନେଜର ଅମ୍ରିତା ନାୟକ,ସମ୍ପାଦକ ଯୋଗ ଦେଇଥିଲେ ।

    କାର୍ଯ୍ୟକ୍ରମର ଶୁଭାରମ୍ଭରେ ଭାରତୀୟ ସଂସ୍କୃତିରେ ଆର୍ଯ୍ୟ ସମାଜର ସଂସ୍କୃତ ପରମ୍ପରାରେ ହୋମ , ଯଜ୍ଞ, ବେଦ ମନ୍ତ୍ରରେ ପୂଜାର୍ଚନା ହାଇଥିଲା । ଗୁଣାତ୍ମକ ଶିକ୍ଷାକୁ ନେଇ ଆର ଡି ର କେଶବ ଚନ୍ଦ୍ର ଶତପଥି କହିଛନ୍ତି ଯେ ଗୁଣାତ୍ମକ, ଶାରିରୀକ ଓ ମାନସିକ ଉପରେ ଛାତ୍ର ଛାତ୍ରୀଙ୍କ ଆବଶ୍ୟକ ଜିନିଷ ଦେବା ସହ ୨୦୨୦ ଏନ ଇପି ପଲିସି ଉପରେ ଶିକ୍ଷାର ଅଭିବୃଦ୍ଧି କରାଯିବ ବୋଲି ଅଭିଭାଷଣରେ କହିଛନ୍ତି । ଏହା ସହ ପିଲାମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ହାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ସହଯୋଗ କରିଥିଲେ ।

  • ତୀର ମାଡ କରି ବଡ ଭାଇର ଜୀବନ ନେଲା ସାନଭାଇ

    ତୀର ମାଡ କରି ବଡ ଭାଇର ଜୀବନ ନେଲା ସାନଭାଇ

    ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ଲୁଙ୍ଗା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାନ ଭାଇର ତୀର ମାଡରେ ବଡଭାଇର ମୃତ୍ୟୁ ହୋଇଥିବା ବେଳେ ସାନ ଭାଇ ତୀର ମାରିବା ପରେ ନିଜେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ଲୁଙ୍ଗା ଗ୍ରାମର ବଡଭାଇ ଗମିହା ମୁଣ୍ଡା ଓ ତାର ସାନଭାଇ ସାନ୍ତନୁ ମୁଣ୍ଡା ପାରିବାରିକ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ସାନଭାଇ ରାଗି ଯାଇ ଘରେ ରଖିଥିବା ତୀରରେ ବଡଭାଇକୁ ଆକ୍ରମଣ କରି ହତ୍ୟା କରିଥିଲା । ବଡଭାଇର ମୃତ୍ୟୁ ହୋଇଥିବା ଦେଖି ସାନ ଭାଇ ସାନ୍ତନୁ ଘରେ ଥିବା କିଟନାଷକ ଔଷଧ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ସ୍ଥାନୀୟ ଲୋକେ ଏହା ଦେଖି ମହୁଲଡିହା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବଡଭାଇର ଶବକୁ ଜବତ କରିବା ସହ ବିଷପାନ କରି ଗୁରୁତର ଥିବା ସାନଭାଇକୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ତେବେ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

  • ଵୟୋ ବନ୍ଦନା ଯୋଜନାରେ ସ୍ବାସ୍ଥ୍ଯ ବୀମା ସୁବିଧାର ଉପଲବ୍ଧ

    ଵୟୋ ବନ୍ଦନା ଯୋଜନାରେ ସ୍ବାସ୍ଥ୍ଯ ବୀମା ସୁବିଧାର ଉପଲବ୍ଧ

    ରାଜ୍ୟ ସ୍ତରରେ କଟକ ବାଲିଯାତ୍ରା ପଡିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ବହୁ ପ୍ରତିକ୍ଷୀତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର କାର୍ଡ ବିତରଣ ହୋଇଥିଲା । ସୁବର୍ଣ୍ଣପୁର ଜିଲ୍ଲାରେ ସମସ୍ତ ବ୍ଲକ ଓ ସୋନପୁର ସହର ର ୨୧ ଟି ସ୍ଥାନ ରେ ଏହି ଯୋଜନାର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି । ସୋନପୁର ବ୍ଲକ୍ ଅନ୍ତର୍ଗତ ହର୍ଡୋଖୋଲ ନିକଟ ସାହାଜପିଟା ପଥ ପ୍ରାନ୍ତ କେନ୍ଦ୍ର ଠାରେ ଅନୁଷ୍ଠିତ ଭବ୍ୟ କାର୍ଯ୍ୟକ୍ରମରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ, ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶ, ଡ ପ୍ରଦୀପ କୁମାର ଗୁରୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଡ ବଣ୍ଟନର ଲୋକାର୍ପଣ କରିଥିଲେ ।ସେହିପରି ସୁବର୍ଣ୍ଣପୁର ସହର ସ୍ଥିତ ଟାଉନ ହଲରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମ ରେ ଗୁହା ପୁନମ ତାପସ କୁମାର, ଆୟୁକ୍ତ ତଥା ସଚିବ, ହସ୍ତ ତନ୍ତ, ବୟନ ଓ ହସ୍ତଶିଳ୍ପ ଏବଂ ଅବକାରୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେର, ପୌର ପରିଷଦ ଅଧ୍ୟକ୍ଷା ତଥା ସ୍ଥାନୀୟ ଜନ ପ୍ରତିନିଧିଙ୍କ ନେତୃତ୍ଵରେ ସ୍ଥାନୀୟ ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ରହିଥିଲେ । ଜିଲ୍ଲାର ଅନ୍ୟ ଆୟୋଜିତ ସ୍ଥାନ ଗୁଡିକରେ ସ୍ଥାନୀୟ ଜନପ୍ରତିନିଧି ସହ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ ସହିତ ସଚେତନତା ରଥର ଶୁଭାରମ୍ଭ କରିଥିଲେ ।


    ଏହି କାର୍ଡ ଦ୍ଵାରା ଦେଶର ବିଭିନ୍ନ ପଞ୍ଜିକୃତ ଚିକିତ୍ସାଳୟ ରେ ହିତାଧିକାରୀ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇବାର ସୁଯୋଗ ଥିବା ବେଳେ ମହିଳା ହିତାଧିକାରୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ଯ ଚିକିତ୍ସା ସେବା ପାଇବାର ସୁଯୋଗ ରହିଛି । ୭୦ ବର୍ଷ କିମ୍ବା ତଦୁର୍ଦ୍ଧ୍ଵ ବୃଦ୍ଧ ବୃଦ୍ଧା ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନା ରେ ସ୍ବାସ୍ଥ୍ଯ ବୀମା ସୁବିଧା ଉପଲବ୍ଧ ପାଇ ପାରିବେ । ଆୟୁଷ୍ମାନ ଭାରତ ସ୍ଵାସ୍ଥ୍ୟ କାର୍ଡ ଯୋଜନାର ବହୁଳ ପ୍ରଚାର ପ୍ରସାର ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।SU


    ଏହି ସମ୍ମିଳନୀରେ ଜିଲ୍ଲାପାଳ ଆୟୁଷ୍ମାନ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ନିଆଯାଇଥିବା ଯୋଜନା ଉପରେ ସୂଚନା ଦେଇଥିଲେ । ଆଗାମୀ ଦିନରେ ଏହି ଯୋଜନା କୁ ଅଧିକ ଲୋକାଭିମୁଖୀ କରାଯିବା ପାଇଁ ଯୋଜନାର ବହୁଳ ପ୍ରଚାର ପ୍ରସାର ନିମନ୍ତେ ଆବଶ୍ୟକ ପଦକ୍ଷେପ ଉପରେ ସୂଚୀତ କରିଥିଲେ । ସେ ଏହି ପରିପ୍ରେକ୍ଷୀରେ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏହାର ସଫଳତା ତଥା ଜନସାଧାରଣଙ୍କ କଲ୍ୟାଣ ଦୃଷ୍ଟିରୁ ଆନ୍ତରିକ ସହଯୋଗ ତଥା କାର୍ଯ୍ୟକ୍ରମର ବହୁଳ ପ୍ରଚାର ପ୍ରସାର କରିବାକୁ ଅନୁରୋଧ କରିଛନ୍ତି ।


    ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅଞ୍ଜଳିନା ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେର, ସି ଡି ଏମ ଓ ଡ ପ୍ରଦୀପ କୁମାର ଗୁରୁ, ଏ ଡି ଏମ ଓ ଡ ଦୈତ୍ୟ ନାରାୟଣ ପାଢୀ, ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସି, ଡେପୁଟି କଲେକ୍ଟର କୃଷ୍ଣ ମୋହନ ସିଂହ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ ତଥା ସ୍ଵାସ୍ଥ୍ୟ ବିଭାଗର କର୍ମକର୍ତ୍ତା ପ୍ରମୁଖ ଯୋଗଦାନ କରିଥିଲେ ।

  • ସାଂସଦଙ୍କ ପ୍ରୟାସରେ ଯାଜପୁର ବିକଶିତ

    ସାଂସଦଙ୍କ ପ୍ରୟାସରେ ଯାଜପୁର ବିକଶିତ

    ଯାଜପୁରରେ ହେବ ଅର୍ଥନୈତିକ ବିକାଶ । ପୂର୍ବୋଦୟ ବିକାଶରେ ଓଡ଼ିଶା ଓ ଯାଜପୁରର ରହିବ ବିରାଟ ଅବଦାନ । କିଛି ଦିନ ପୂର୍ବରୁ ଯାଜପୁର ସାଂସଦ ଶ୍ରୀ ବେହେରା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ,ପେଟ୍ରୋଲିୟମ୍ ମନ୍ତ୍ରୀ ଶ୍ରୀ ହରଦିପ୍ ସିଂହ ପୁରୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରି ଚଣ୍ଡିଖୋଲ ଡ଼ଙ୍କାରି ତୈଳ ପ୍ରକଳ୍ପର ଅଗ୍ରଗତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଆଜି ଯାଜପୁର ଚଣ୍ଡିଖୋଲ ନିକଟରେ ଡଙ୍କାରି ତୈଳପ୍ରକଳ୍ପ ଓ ପାରାଦୀପ ପେଟ୍ରୋ କେମିକାଲ ପ୍ରକଳ୍ପର MOU ଦିଲ୍ଲୀ ଠାରେ ମିଳିତ ଭାବେ ଓଡିଶା ଓ ଭାରତ ସରକାର ଇଣ୍ଡିଆନ ଅଏଲ ମଧ୍ୟରେ ଅନୁଷ୍ଠିତ ସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜଗତସିଂପୁର ସାଂସଦ ବିଭୁ ପ୍ରସାଦ ତରାଇଙ୍କ ସହ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜି, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ହରଦିପ୍ ସିଂହ ପୁରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଇଣ୍ଡିଆନ ଅଏଲ ଓ ଅନ୍ୟାନ୍ୟ ସଂସ୍ଥାକୁ ଧନ୍ୟବାଦ୍ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।