Category: ରାଜ୍ୟ ଖବର

  • ଛାତ୍ରଛାତ୍ରୀଙ୍କ ଉଦ୍ୟମରେ ସୁସ୍ଥ ଖାଦ୍ୟ ପ୍ରଦର୍ଶନୀ

    ଛାତ୍ରଛାତ୍ରୀଙ୍କ ଉଦ୍ୟମରେ ସୁସ୍ଥ ଖାଦ୍ୟ ପ୍ରଦର୍ଶନୀ

    ଆନନ୍ଦପୁର ଉପଖଣ୍ଡ ଶୈଲଙ୍କ ସ୍ଥିତ ମା’ ତାରିଣୀ ନର୍ସିଂ କଲେଜ ର ସୁସ୍ଥ ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ଖାଦ୍ୟ ପ୍ରଦର୍ଶନୀ ରେ ୨୦ ରୁ ଉର୍ଦ୍ଧ୍ବ ଷ୍ଟଲ ହୋଇଥିଲା । ଏହି ଖାଦ୍ୟ ପ୍ରଦର୍ଶନୀ ରେ ୫୦ ରୁ ଉର୍ଦ୍ଧ୍ଵ ଖାଦ୍ୟ ଛାତ୍ରଛାତ୍ରୀ ମାନେ ନିଜେ ପ୍ରସ୍ତୁତ କରି ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଥିଲେ । ଏହି ଖାଦ୍ୟ ପ୍ରଦର୍ଶନୀ କୁ ସମାଜ ସେବୀ ବୁଲୁ ପଟ୍ଟନାୟକ ଉଦଘାଟନ କରିଥିଲେ । ଏହି ଖାଦ୍ୟ ପ୍ରଦର୍ଶନୀ ରେ ସାମ୍ବାଦିକ ଅବିନାଶ ଶତପଥୀ ,ନର୍ସିଂ କଲେଜ ର ପରିଚାଳନା କମିଟିର ଅଧ୍ୟକ୍ଷ ଚନ୍ଦ୍ର ଶେଖର ନାୟକ ଓ କଲେଜ ର ଅଧ୍ୟକ୍ଷ ରଞ୍ଜନ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କଲେଜ ପ୍ରଶାସନିକ ଅଧିକାରୀ ବୈକୁଣ୍ଠ କୁମାର ଜେନା , ଓ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ।

  • ଷଷ୍ଠ ଶ୍ରେଣୀ ଛାତ୍ରୀ ୬ ମାସର ଗର୍ଭବତୀ

    ଷଷ୍ଠ ଶ୍ରେଣୀ ଛାତ୍ରୀ ୬ ମାସର ଗର୍ଭବତୀ

    ରାୟଗଡା ଜିଲ୍ଲାରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା । ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ହୋଇଛନ୍ତି ୬ମାସର ଗର୍ଭବତୀ । ଏହା ଜଣାପଡିବା ପରେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ରାୟଗଡା ଶିଶୁ କଲ୍ୟାଣ କମିଟି ନିକଟରେ ନାବାଳିକାକୁ ହାଜର କରାଯାଇଛି । ଦୀର୍ଘ ସମୟ ଧରି ଉକ୍ତ ନାବାଳିକା ଙ୍କୁ ସମସ୍ତ ବିଷୟରେ ପଚରାଉଚରା କରୁଛି ଶିଶୁ କଲ୍ୟାଣ କମିଟି । ଏହି ଅଭାବନୀୟ ଘଟଣା ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଘଟିଥିବା ଜଣାପଡିଛି । ରାୟଗଡା ସଦର ବ୍ଲକ ଜୁଡି ଗ୍ରାମର ଜଣେ ୧୭ ବର୍ଷର ନାବାଳକ କଲ୍ୟାଣସିଂହପୁର ଦେବଗିରୀ ମହାବିଦ୍ୟାଳୟ ର ଯୁକ୍ତ ଦୁଇ ପ୍ରଥମ ବର୍ଷ ପଢୁଥିବା ନାବାଳିକା ଛାତ୍ରୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ।

    ଉକ୍ତ ନାବାଳିକାଙ୍କ ସହ ନାବାଳକଙ୍କ ର ପ୍ରେମ ସଂପର୍କ ରହିବା ପରେ ଶାରିରୀକ ସଂପର୍କ ଗଡି ଉଠିଥିଲା । ପରେ ସେ ୬ ମାସର ଗର୍ଭବତୀ ହେବା ପରେ ନାବାଳିକାଙ୍କ ପରିବାର ଲୋକେ ଝିଅକୁ ନାବାଳକଙ୍କ ଘରେ ଛାଡି ଦେଇଥିଲେ । ଏହି ଘଟଣା ପ୍ରଚାରିତ ହେବା ପରେ ରାୟଗଡା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନାବାଳିକା କୁ ଉଦ୍ଧାର କରି ସିଡବ୍ଲୁସି ନିକଟରେ ହାଜର କରିଛି । ଅନ୍ୟପଟେ ଘଟଣାର ତଦନ୍ତ ଚାଲିଛି ବୋଲି ସିଡବ୍ଲୁସି ଚେୟାରମ୍ୟାନ ସୂଚନା ଦେଇଛନ୍ତି ।

  • ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଋଣ ମେଳା ଅନୁଷ୍ଠିତ

    ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଋଣ ମେଳା ଅନୁଷ୍ଠିତ

    ମାହାଙ୍ଗା ବ୍ଲକର ଭଦ୍ରେଶ୍ଵର ଠାରେ ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ ଇଣ୍ଡିଆ ଭଦ୍ରେଶ୍ଵର ଓ ନିଶ୍ଚିନ୍ତ କୋଇଲି ଶାଖା ମିଳିତ ସହଯୋଗରେ ୨୨ ଟି ମହିଳା ସ୍ଵୟଂ ସହାୟତା ଗୋଷ୍ଠୀଙ୍କୁ ବ୍ୟାଙ୍କ୍ ପକ୍ଷରୁ ଋଣ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହା ସହିତ SHG ମହିଳା ମାନେ କିଭଳି ଭାବରେ ବ୍ୟାଙ୍କରୁ ଋଣ ନେଇ ପାରିବେ ଓ ସଠିକ ସମୟରେ ବ୍ୟାଙ୍କରେ ମୂଳଧନ ପୈଠ କରିବା ସହ କୌଣସି ଧନ୍ଦା ମୂଳକ କାର୍ଯ୍ୟ କରୁ ନ ଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ ଇଣ୍ଡିଆ ର ରିଜିଅନାଲ ଅଫିସର ମୁଖ୍ୟ ମୁକୁନ୍ଦ କରନ୍ ଯୋଗଦେଇ ବ୍ୟାଙ୍କ୍ କିଭଳି ଓଡିଶାର ପ୍ରତି ଜିଲ୍ଲାରେ ନାରୀ ସଶକ୍ତିକରଣ ନିମନ୍ତେ କାର୍ଯ୍ୟ କରୁଛି ସେ ନେଇ ମତ୍ତ ବ୍ୟକ୍ତ କରିଥିଲେ । ୫୦ କୋଟିରୁ ୧୦୦ କୋଟି ପର୍ଯ୍ୟନ୍ତ ବ୍ୟାଙ୍କ୍ ଋଣ ପ୍ରଦାନ କରିବାର ଲକ୍ଷ ରଖିଥିବା ସେ ସୂଚନା ଦେଇଥିଲେ ।

    ମହିଳା ମାନେ ବିନା ସୁଧରେ ବ୍ୟାଙ୍କରୁ ଋଣ ନେଇ ତାର ସଠିକ ବିନିଯୋଗ କରିବା ଉପରେ ଗୁରୁତ୍ଵ ଦେଇଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ମାହାଙ୍ଗା ଓ ନିଶ୍ଚିନ୍ତ କୋଇଲି ଅଞ୍ଚଳର ୨୨ ଟି SHG ଗ୍ରୁପ୍ କୁ ଋଣ ଅର୍ଥ ପ୍ରଦାନ କରିବା ସହିତ ଭଦ୍ରେଶ୍ଵର ପଞ୍ଚାୟତର MBK ,CRP ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ଓ ନିଶ୍ଚିନ୍ତ କୋଇଲି ଅଞ୍ଚଳର ଏବିଇଓ ପ୍ରମୁଖ ସହଯୋଗ କରିଥିଲେ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ଅଞ୍ଚଳର SHG ଗ୍ରୁପ ର ମହିଳା ସଭ୍ୟ, ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ଜନ ପ୍ରତିନିଧି ଓ ବହୁ ଜନ ସାଧାରଣ ମାନେ ଉପସ୍ଥିତ ରହିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସ୍ଥାନୀୟ ପୋଲିସ୍ ଆଇଆଇସି ସନ୍ଧ୍ୟାରାଣୀ ସିଂହ ସହଯୋଗ କରିଥିଲେ ।

  • ମା’ ଖରାଖାଇ ରାମଲୀଳା

    ମା’ ଖରାଖାଇ ରାମଲୀଳା

    କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ ଦେମାଳ ପଞ୍ଚାୟତର ଲୋକାପଡ଼ା ଗ୍ରାମର ଯୁବପିଢ଼ି ପୁରାତନ ସଂସ୍କୃତି ଓ ପରମ୍ପରାକୁ ଭୁଲି ନାହାନ୍ତି । ଆଳି ଲୋକାପଡା ଖରାଖାଇ ଗ୍ରାମରେ ୧୯୯୨ ମସିହାରୁ ଆରମ୍ଭ ହୋଇଥିଲା ରାମଲୀଳା । ଦୀର୍ଘ ୩୪ ବର୍ଷ ଧରି ଗ୍ରାମର ଯୁବକମାନେ ମା’ ଖରାଖାଇ ରାମଲୀଳା କଳା ସଂସଦ କମିଟି ଆନୁକୂଲ୍ୟରେ ଓଡ଼ିଆ ଗୀତି ରାମାୟଣକୁ ଗଦ୍ୟରେ ନାଟ୍ୟ ରୂପାନ୍ତର କରି ଶହ ଶହ ଲୋକ ମାନଙ୍କ ସମ୍ମୁଖରେ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରି ଆସୁଛନ୍ତି । ପବିତ୍ର ରାମ ନବମୀ ଠାରୁ ଏହି ରାମଲୀଳା ପୌରାଣିକ ଲୋକକଳା ମହୋତ୍ସବ ଆରମ୍ଭ ହୋଇ ଗତ ବୁଧବାର ଶେଷ ହୋଇଛି । ନବମ ଦିନ ଧରି ଚାଲିଥିବା ଏହି ପୌରାଣିକ କାର୍ଯ୍ୟକ୍ରମରେ ପ୍ରଥମ ରଜନୀରେ ଶ୍ରୀ ରାମ ଜନ୍ମ, ରାବଣ ର ସ୍ୱର୍ଗ ଆକ୍ରମଣ କଳାକାର ମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିବା ବେଳେ ଦ୍ୱିତୀୟ ରଜନୀରେ ସୀତା ସ୍ଵୟଂମ୍ବର ବିଶେଷ ଆକର୍ଷଣ ଥିଲା । ସେହିପରି ତାଡକା ବଧ, ସୁବାହୁ ବଧ, ପର୍ଶୁରାମ ଭେଟ, ରାମବନବାସ, ସୁପର୍ଣଖା ନାସା କର୍ଣ୍ଣ ଛେଦନ, ସୀତା ହରଣ, ଲଙ୍କା ଦହନ ପରି କଳାପରିବେଷଣ ପରେ ବିଦାୟ ରଜନୀ ଶେଷ ରାତ୍ରିରେ କୁମ୍ଭକର୍ଣ୍ଣ ଓ ଇନ୍ଦ୍ରଜିତ ବଧ ସାଙ୍ଗକୁ ମହାପ୍ରତାପୀ ଲଙ୍କାଶୁର ରାବଣର ବଦ୍ଧ ଓ ଶ୍ରୀ ରାମଙ୍କ ରାଜ୍ୟାଭିଷେକ ପୌରାଣିକ ନାଟକର କଳାକାର ମାନଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।

    ରାମଲୀଳାରେ ୨୪ ଜଣ କଳାକାର ଅଂଶ ଗ୍ରହଣ କରି ନିଜ ନିଜର ଚରିତ୍ରରେ ଅଭିନୟ ପ୍ରଦର୍ଶନ କରିଚାଲିଛନ୍ତି । ଅଭିନୟ କରୁଥିବା ୨୪ କଳାକାରଙ୍କ ମଧ୍ୟରେ କିଛି ଯୁବକ ଦୈନିକ ନିଜ ପରିବାର ପ୍ରତିପୋଷଣ ପାଇଁ ବିଭିନ୍ନ କାର୍ଯ୍ୟ କରୁଥିବା ବେଳେ କିଛି ଯୁବକ ରାଜ୍ୟ ବାହାରେ ଚାକିରୀ କରି ମଧ୍ୟ ଛୁଟିରେ ଗାଁ କୁ ଆସି ଏହି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛନ୍ତି । ଏହି ନାଟ୍ୟାଭିନୟକୁ ଦେବଦତ୍ତ ବେହେରା ନିର୍ଦ୍ଦେଶନା ଦେବା ସହିତ ରାମଲୀଳାକୁ ଗଦ୍ୟ ନାଟକରେ ପରିଣତ କରିଛନ୍ତି । ଚିତ୍ରାଳୟରେ କଳାକାର ମାନଙ୍କୁ ନିଜ ନିଜ ଅଭିନୟ ନିମନ୍ତେ ଥିବା ବେଶ ଭୁଷାରେ ଆଭୂଷଣ କରାଯାଇଥିଲା । ଏହାପରେ ସେମାନେ ମଞ୍ଚରେ ନିଜର କଳା ପ୍ରଦର୍ଶନ କରିଛନ୍ତି । ଏହି ଖରାଖାଇ ଗ୍ରାମଟି ଏବେ ରାମଲୀଳା ପାଇଁ ଉତ୍ସବ ମୁଖର ହୋଇଉଠିଛି । ପ୍ରତି ରାତିରେ ଶହ ଶହ ଦର୍ଶକ ବିଭିନ୍ନ ଗ୍ରାମରୁ ଆସିଥିଲେ । ଏହି କାର୍ଯ୍ୟକ୍ରମକୁ ଗ୍ରାମ ର ରାକେଶ ରାୟ, ହରିଶ୍ଚନ୍ଦ୍ର ରାୟ, ନିହାର ରଞ୍ଜନ ସାହୁ, ଜଗବନ୍ଧୁ ପରିଡ଼ା ପ୍ରମୁଖଙ୍କ ସମେତ ମା’ ଖରାଖାଇ କଳା ସଂସଦ ର ସଦସ୍ୟ ମାନେ ପରିଚାଳନା କରୁଥିବା ଦେଖିବାକୁ ମିଳିଥିଲା ।

  • କୋଟିପତି ହେବା ନିଶା କଲା ସର୍ବସ୍ଵାନ୍ତ

    କୋଟିପତି ହେବା ନିଶା କଲା ସର୍ବସ୍ଵାନ୍ତ

    କୋଟିପତି ହେବା ନିଶା ଜଣକୁ ସର୍ବସ୍ବାନ୍ତ କରି ଦେବ ଏହି ଖବର ହିଁ ଜ୍ୱଳନ୍ତ ଉଦାହରଣ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ତେଘରି ଗ୍ରାମର ସୌରଜିତ ରାୟ ଅନଲାଇନ୍ ରେ ଗେମ ଖେଳି ବିଫଳ ହେବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଜୁପି ଲୁଡ ଖେଳି ୫ ଲକ୍ଷ ରୁ ଅଧିକ ଟଙ୍କା ହରାଇଥିବା ଜଣାପଡିଛି । ଏତେ ଗୁଡ଼ାଏ ଟଙ୍କା ହରାଇବା ପରେ ସେ ଚିନ୍ତାଗ୍ରସ୍ତ ହୋଇ ପଡିଥିଲେ । ପୂର୍ବରୁ ବହୁ ବାର ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ । ଆଜି ସକାଳୁ ନିଜକୁ ଛୁରୀ ରେ ବାରମ୍ବାର ହାତ ଓ ବେକ କୁ କାଟିଛନ୍ତି । ଗୁରୁତର ଅବସ୍ଥାରେ ପରିବାର ଲୋକେ ଜଳେଶ୍ୱର ହସ୍ପିଟାଲ ଭର୍ତ୍ତି କରିଛନ୍ତି । ଅବସ୍ଥା ସଙ୍କଟପନ୍ନ ହେବାରୁ ବାଲେଶ୍ୱର ସ୍ଥାନାନ୍ତରିତ । ତେବେ ସୌରଜିତ ରାୟ ଜଣେ ଘୋରୋଇ ଟିଉସନ ଶିକ୍ଷକ ଥିବା ଜଣାପଡ଼ିଛି ।

  • ସାମ୍ନାକୁ ଆସିଲା ଆତ୍ମହତ୍ୟା କରିଥିବା ମହିଳାଙ୍କ ସିସିଟିଭି ଫୁଟେଜ

    ସାମ୍ନାକୁ ଆସିଲା ଆତ୍ମହତ୍ୟା କରିଥିବା ମହିଳାଙ୍କ ସିସିଟିଭି ଫୁଟେଜ

    ଚମ୍ପୁଆ ପୋଷ୍ଟ ଅଫିସ ସମ୍ମୁଖରେ ଟ୍ରଲର ଚାପି ଦେବାରୁ ମହିଳାଙ୍କ ମୃତ୍ୟୁ ଘଟଣାର ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି l ସିସିଟିଭି ଫୁଟେଜରେ ମହିଳା ଜଣକ ଟ୍ରଲର ଚକତଳେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହେଇଛି l ଚମ୍ପୁଆ ଏନଏସି ୧୩ ନମ୍ବର ଓ୍ବାର୍ଡର ମେଗାରୁ ହେସାଙ୍କ ସ୍ତ୍ରୀ ବୈଜୟନ୍ତୀ ହେସା ଗତ ବୁଧବାର ଦିନ ଦ୍ଵିପ୍ରହର ସମୟରେ ଏକ ଲୁହା ପଥର ବୋଝେଇ ଟ୍ରଲର ଚକ ତଳେ ପଶିଯାଇ ଆତ୍ମହତ୍ୟା କରିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି l ମିଳିଥିବା ଖବର ଅନୁସାରେ, ୨୨ ବର୍ଷୀୟା ବୈଜୟନ୍ତୀଙ୍କ ଦୁଇଟି ଝିଅ ଥିବା ବେଳେ ଗତ କିଛି ଦିନ ହେବ ତାଙ୍କ ସ୍ବାମୀ ଦ୍ଵିତୀୟ ସ୍ତ୍ରୀ ଆଣିଥିବାରୁ ତାଙ୍କ ପରିବାରରେ ସବୁବେଳେ ଝଗଡା ଲାଗିରହୁଥିଲା l ତେବେ ଘଟଣା ଦିନ ମଧ୍ୟ ଘରେ ପାଟିତୁଣ୍ଡ ହେବା ନେଇ ବୈଜୟନ୍ତୀ ମ୍ରିୟମାଣ ହୋଇପଡିଥିଲେ l ଘରୁ ବାହାରି ଆସି ପ୍ରଥମେ ଚମ୍ପୁଆ ପୋଲରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମାତ୍ର ସେଠାରେ ଥିବା ଲୋକଙ୍କ ପାଇଁ ଆତ୍ମହତ୍ୟା କରି ନ ପାରି ଶେଷରେ ଚମ୍ପୁଆ ପୋଷ୍ଟ ଅଫିସ ସମ୍ମୁଖରେ ଟ୍ରଲର ଚକତଳେ ପଶି ଯାଇ ଆତ୍ମହତ୍ୟା କରିଛନ୍ତି l ଏହି ଘଟଣା ସସିଟିଭି ଫୁଟେଜରେ ସ୍ପଷ୍ଟ ହୋଇଛି l

  • ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ବିଧାୟକ ଆକାଶ ଦାସ ନାୟକ

    ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ବିଧାୟକ ଆକାଶ ଦାସ ନାୟକ

    କୋରେଇ ବିଧାୟକ ଆକାଶ ଦାସ ନାୟକ ଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ କରାଯାଇଛି । କୋରେଇ ବ୍ଲକ୍ ଅର୍ନ୍ତଗତ ଗୋଳେଇପୁର ଗ୍ରାମ ପଂଚାୟତରେ ଓଡିଶା ସରକାରଙ୍କ ୭ ଟି ବିଭାଗର ୭ଟି ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ବିଧାୟକଙ୍କୁ ବାଇକ ଯୋଗେ ଏକ ବିଶାଳ ଶୋଭାଯାତ୍ରା କରି ରାମପୁର ଶଗଡି ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୩ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଶଗଡି ଠାରୁ ନରପଦା ପର୍ଯ୍ୟନ୍ତ ରାସ୍ତା ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା ।

    ଏହା ସହିତ ବଡ ତ୍ରିଲୋଚନପୁର ଠାରେ ଜଳସଂପଦ ବିଭାଗ ତରଫରୁ ୮ କୋଟି ୪୭ ଲକ୍ଷ ଟଙ୍କା ବ୍ୟୟରେ ଖରସ୍ରୋତା ନଦୀବନ୍ଧର ବାମ ପାର୍ଶ୍ୱ ନଦୀ ବନ୍ଧ ସୁଦୃଢୀକରଣର ଶୁଭ ଭିତିପ୍ରସ୍ତର ସ୍ଥାପନା ଏବଂ ୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ମସୁଦପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ ର ଶିଳାନ୍ୟାସ କରାଯାଇଥିଲା । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିଧାୟକ ଙ୍କ ସହ ହଜାର ହଜାର ବିଜେପି କର୍ମୀ ସାମିଲ ହୋଇଥିଲେ ।

  • ବନ ନିଗମ କର୍ମଚାରୀ ସଙ୍ଘର ଦ୍ୱି ବାର୍ଷିକ ସାଧାରଣ ବୈଠକ

    ବନ ନିଗମ କର୍ମଚାରୀ ସଙ୍ଘର ଦ୍ୱି ବାର୍ଷିକ ସାଧାରଣ ବୈଠକ

    ଓଡିଶା ବନ ନିଗମ କର୍ମଚାରୀ ସଙ୍ଘ ଯାଜପୁର ରୋଡ ଶାଖା ତରଫରୁ ଏକ ଦ୍ୱି ବାର୍ଷିକ ନୂତନ ସଂଗଠନର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ ଯୋଗ ଦେଇ କର୍ମଚାରୀ ମାନଙ୍କୁ ଜଙ୍ଗଲ ପରିବେଶ ର ଉପକାରିତା , ସଂରକ୍ଷଣ ଓ ସୁରକ୍ଷା ବିଷୟରେ ପରାମର୍ଶ ଦେଇଥିଲେ । କର୍ମଚାରୀ ମାନଙ୍କ ମଧ୍ୟରେ ରହିଥିବା ସମସ୍ୟା ଓ ଅସୁବିଧା କୁ କିପରି ସରକାର ଙ୍କ ନିକଟରେ ପ୍ରତିପାଦିତ କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ଓଡିଶା ବନ କର୍ମଚାରୀ ସଙ୍ଘ ର କାର୍ଯ୍ୟକାରୀ ସଭାପତି ସଂଗ୍ରାମ କେଶରୀ ପଟ୍ଟନାୟକ, ସାଧାରଣ ସମ୍ପାଦକ ରଙ୍ଗାଧର ନାୟକ, ଉପଦେଷ୍ଟା ନଟବର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇଥିଲେ ।

    ନୂତନ କରି କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କୁ ତାଙ୍କ ସଙ୍ଘ ର ସଭାପତି ଭାବେ ନିର୍ବାଚିତ କରିଥିବାରୁ ସେ ସମସ୍ତ ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ଙ୍କୁ ହୃଦୟ ରୁ ଧନ୍ୟବାଦ ଜ୍ଞାପନ କରିଥିଲେ । ନବ ନିର୍ବାଚିତ ସଭ୍ୟମାନଙ୍କୁ ସମସ୍ତ କର୍ମଚାରୀ ଙ୍କ ଉପସ୍ଥିତି ରେ ଶପଥ ପାଠ କରାଯାଇଥିଲା । ନୂତନ ଉପ ସଭାପତି ଭାବେ ପ୍ରଦୀପ କୁମାର ପଥାଳ, ସମ୍ପାଦକ ଶୁଭଶ୍ରୀ ପୃଷ୍ଟି, ସହ ସମ୍ପାଦକ ଜିତେନ୍ଦ୍ର ଗୌଡ଼, ସାଙ୍ଗଠନିକ ସମ୍ପାଦକ ବଳରାମ ଘଡେଇ, କୋଷାଧକ୍ଷ ରୁଦ୍ର ନାରାୟଣ ଜେନା, ଉପଦେଷ୍ଟା ଭାବେ ଦୁର୍ଯ୍ୟଧନ ମହାପାତ୍ର ପ୍ରମୁଖ ନିର୍ବାଚିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସୌମ୍ୟ ରଞ୍ଜନ ସ୍ୱାଇଁ ଉତିଶ୍ରୀ ସୁନ୍ଦରରାୟ ଓ ସ୍ଵାତି ସଂଜିତା ଲେଙ୍କା ପ୍ରମୁଖ ଉପସ୍ଥିତ ରହିଥିଲେ ।

  • ଖୋର୍ଦ୍ଧାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ତିରୋଧାନ ଦିବସ ପାଳିତ

    ଖୋର୍ଦ୍ଧାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ତିରୋଧାନ ଦିବସ ପାଳିତ

    ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଖୋର୍ଦ୍ଧା ବିଜୁ ଜନତା ଦଳ ପଲଟନ ପଡିଆ ସ୍ଥିତ କାର୍ଯ୍ୟାଳୟରେ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ବରିଷ୍ଠ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର , ବେଗୁନିଆଁ ବୋଲଗଡର ବିଧାୟକ ପ୍ରଦୀପ କୁମାର ସାହୁ,ପୁର୍ବତନ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରିଶ୍ନା ମାନ୍ଧାତା , ଖୋର୍ଦ୍ଧା ପୌର ପରିଷଦର ୧୫ ରୁ ଉର୍ଦ୍ଧ କାଉନସିଲର ଉପସ୍ଥିତ ଥିଲେ। ଏହି ଆଲୋଚନା ଚକ୍ରରେ ଆଧୁନିକ ଓଡ଼ିଶା ନିର୍ମାଣରେ ବିଜୁ ବାବୁଙ୍କ ଅବଦାନ ଓ ତାଙ୍କରି ଆଦର୍ଶରେ ଓଡ଼ିଶାର ସମୃଦ୍ଧି ଓ ଆଗାମୀ ଆହ୍ବାନ ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ।

  • ଖୋର୍ଦ୍ଧାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ତିରୋଧାନ ଦିବସ ପାଳିତ

    ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଖୋର୍ଦ୍ଧା ବିଜୁ ଜନତା ଦଳ ପଲଟନ ପଡିଆ ସ୍ଥିତ କାର୍ଯ୍ୟାଳୟରେ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ବରିଷ୍ଠ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର , ବେଗୁନିଆଁ ବୋଲଗଡର ବିଧାୟକ ପ୍ରଦୀପ କୁମାର ସାହୁ,ପୁର୍ବତନ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରିଶ୍ନା ମାନ୍ଧାତା , ଖୋର୍ଦ୍ଧା ପୌର ପରିଷଦର ୧୫ ରୁ ଉର୍ଦ୍ଧ କାଉନସିଲର ଉପସ୍ଥିତ ଥିଲେ। ଏହି ଆଲୋଚନା ଚକ୍ରରେ ଆଧୁନିକ ଓଡ଼ିଶା ନିର୍ମାଣରେ ବିଜୁ ବାବୁଙ୍କ ଅବଦାନ ଓ ତାଙ୍କରି ଆଦର୍ଶରେ ଓଡ଼ିଶାର ସମୃଦ୍ଧି ଓ ଆଗାମୀ ଆହ୍ବାନ ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ।