Category: ରାଜ୍ୟ ଖବର

  • ଶ୍ରଦ୍ଧାକ୍ଷେତ୍ରରେ ଅଖ ଓ ଚକ ପ୍ରସ୍ତୁତି,ଅପରାହ୍ନ ୪ଟାରେ ପହଣ୍ଡି, ୫ଟାରେ ରଥଟଣା

    ଶ୍ରଦ୍ଧାକ୍ଷେତ୍ରରେ ଅଖ ଓ ଚକ ପ୍ରସ୍ତୁତି,ଅପରାହ୍ନ ୪ଟାରେ ପହଣ୍ଡି, ୫ଟାରେ ରଥଟଣା

    ଶ୍ରଦ୍ଧାକ୍ଷେତ୍ର ରଥଯାତ୍ରା ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ବାଲିଆପାଳ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମନ୍ଦିର ପରିଚାନା କମିଟିର ବରିଷ୍ଠ ସଦସ୍ୟ ମୂରଲୀ ମୋହନ ସାହୁ ସଭାପତିତ୍ବ କରିଥିଲେ । ଚଳିତବର୍ଷ ରଥଯାତ୍ରା କେମିତି ଶୃଙ୍ଖଳିତ ଭାବେ ହେବ, ସେନେଇ ବୈଠକରେ ଆଲୋଚନା ହୋଇଥିଲା ।

    ଚଳିତବର୍ଷ ଜୁନ୍ ୨୭ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବା ଅପରାହ୍ନ ୪ ଟାରେ ପହଣ୍ଡିବିଜେ କରାଯାଇ ୫ଟାରେ ରଥଟଣା ହେବା ମଧୁପୁର ପଞ୍ଚାୟତ ରଥଖଳାଠାରୁ ବାଲିଆପାଳ ପୁରୁଣା ବସ୍‌ଷ୍ଟାଣ୍ଡ ସ୍ଥିତ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ତିନି ରଥରେ ତିନି ଠାକୁର ଯିବୋ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ବ୍ୟବସ୍ଥା ସାଙ୍ଗକୁ ୧୦୦ ଜଣରୁ ଊର୍ଦ୍ଧ୍ବ ସ୍ବେଚ୍ଛାସେବୀ ନିଯୁକ୍ତ କରାଯିବ।

    ଶ୍ରଦ୍ଧାଳୁଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ସାଙ୍ଗକୁ ଆଶୁ ଚିକିତ୍ସା କେନ୍ଦ୍ର ଖୋଲିବାକୁ ବୈଠକରେ ନିଷ୍ପତ୍ତ ହୋଇଛି। ମାଉସୀମାମନ୍ଦିର ପ୍ରାଙ୍ଗଣରେ ପ୍ରତିଦିନ ସନ୍ଧ୍ୟାରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଆଜିର ବୈଠକରେ ବସ୍ତା ବିଧାୟିକା ସୁବାସିନୀଜେନା, କଂଗ୍ରେସ ନେତା ବିଜନ ନାୟକ, ମନ୍ଦିର ପରିଚାଳନା କମିଟି ସଦସ୍ୟ ପ୍ରଫୁଲ୍ଲ ସାହୁ, ସୁଶାନ୍ତ କୁମାର ଚକ୍ରବର୍ତ୍ତୀ, ମଧୁସୂଦନ ବାରିକ, ମଧୁସୂଦନ ସାହୁ, ପ୍ରିୟନାଥ ସେଠୀ, ରମାନାଥ କର, ଭୂତି ଟୁଡୁ, ଲମ୍ବୁଦର ମାହାନା, ସୁଶାନ୍ତ ସେଠୀ, ନିଶାକର ସେଠୀ, ଜଗନ୍ନାଥ ବାରିକ, ଅରୁଣ କୁମାର ପାତ୍ର, ଭାସ୍କର ଚନ୍ଦ୍ର ସାହୁ, ବନମାଳୀ ମହାପାତ୍ରଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ |

  • ଉଦ୍ଧାର ହେଲା ୬ ଫୁଟ ୨ ଇଞ୍ଚର ଅଣ୍ଡିରା କୁମ୍ଭୀର

    ଉଦ୍ଧାର ହେଲା ୬ ଫୁଟ ୨ ଇଞ୍ଚର ଅଣ୍ଡିରା କୁମ୍ଭୀର

    ଗତକାଲି ଜାତୀୟା ଉଦ୍ୟାନ ଭିତରକନିକା ଅଧିନସ୍ଥ ଡାଙ୍ଗମାଳ ଗାଁର ରାଜେଶ କୁମାର ପତି ଙ୍କ ବାଡ଼ି ପୋଖରୀ ଭିତରୁ ୬ ଫୁଟ ୨ ଇଞ୍ଚ ର ଏକ ଅଣ୍ଡିରା କୁମ୍ଭୀରକୁ ବନ କର୍ମଚାରୀ ଉଦ୍ଧାର କରି ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟସ୍ଥ ଭିତରକନିକା ନଦୀରେ ଛାଡିଛନ୍ତି। ଲଗାଣ ବର୍ଷା ଯୋଗୁଁ ଉଛୁଳା ପାଣି ଜରିଆରେ ଉକ୍ତ କୁମ୍ଭୀରଟି ଭିତରକନିକା ନିକଟସ୍ଥ ବାଲିଯୋର ନାଳରୁ ବାହାରି ପୋଖରୀ ମଧ୍ୟକୁ ଚାଲିଯାଇଥିଲା। ଖବର ପାଇଁ ଫରେଷ୍ଟ ଗାର୍ଡ ବବୁଲ କୁମାର ପରିଡା ଙ୍କ ନେତୃତ୍ୱରେ ଅର୍ଜୁନ ଦଳାଇ,ସଂଜୟ ଦଳାଇ, ଭାଗିରଥି ସିଂ, ଚନ୍ଦ୍ରମଣି ବେହେରା ଏବଂ ନିର୍ମଳ ଦଳାଇ ପ୍ରମୁଖ ବନ କର୍ମଚାରୀ ମିଳିତ ଭାବେ କୁମ୍ଭୀର ଟିକୁ ଉଦ୍ଧାର କରିଛନ୍ତି।

    ଅନ୍ୟ ପଟେ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ବର୍ତ୍ତମାନ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନଦୀ ନାଳରେ ପାଣି ଉଛୁଳା ରହିବ ଏହି ସମୟରେ ଭିତରକାନିକାରୁ କୁମ୍ଭୀର ମାନେ ଖାଦ୍ୟ ଅନ୍ୱେଷଣରେ ବାହାରି ବିଭିନ୍ନ ନଦୀ ନାଳ ଓ ପୋଖରୀ ଭିତରେ ପ୍ରବେଶ କରିପାରନ୍ତି।ତେଣୁ ସାଧାରଣ ଲୋକେ ବର୍ଷା ସମୟରେ ନଦୀ,ନାଳ ଓ ପୋଖରୀ ବ୍ୟବହାର କରୁଥିଲେ କୁମ୍ଭୀର ଠାରୁ ସତର୍କ ରହିବା  ଉଚିତ୍। ପ୍ରତ୍ୟେକ କୁମ୍ଭୀର ମାନଙ୍କ ଜିବନ ବନ ବିଭାଗ ପାଇଁ ମୂଲ୍ୟବାନ ।ତେଣୁ ଲୋକମାନେ ନିଜେ କୁମ୍ଭୀର ଠାରୁ ସତର୍କତା ରହିବା ସହିତ ଅନ୍ୟ ସମସ୍ତଙ୍କୁ ସତର୍କତା ରଖିବାକୁ ବନ ବିଭାଗ ସାଧାରଣ ଜନତାଙ୍କୁ ନିବେଦନ କରିଛି ।


  • କଣ୍ଢାଳରେ ମଳ ଓ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟିତ

    କଣ୍ଢାଳରେ ମଳ ଓ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟିତ

    ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ନାକଚି ପଞ୍ଚାୟତର କଣ୍ଢାଳ ଠାରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଓମ୍ୟାନ ଚାଇଲଡ଼ ୟୁଥ ଡେଭଲପମେଣ୍ଟ ସ୦ସ୍ଥା ଓ କିଶୋରନଗର ପଞ୍ଚାୟତ ସମିତି ର ମିଳିତ ଉଦ୍ୟମରେ ଜିଲ୍ଲା ଖଣିଜ ପାଣ୍ଠି ରୁ ୫ କୋଟି ୩୦ ଲକ୍ଷ ବ୍ୟୟରେ ନିର୍ମିତ ହୋଇଥିବା ମଳ ଓ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ଆଜି ଉଦଘାଟିତ ହୋଇଯାଇଛି।ଏହି ଅଵସରରେ ବିଡ଼ିଓ ସୁବ୍ରତ୍ତ କୁମାର ବେହେରା ଙ୍କ ସଭାପତି ତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବଦ୍ଧଲ ମ ଅଖତାର ଯୋଗଦେଇ ଏହି କେନ୍ଦ୍ର ନିର୍ମାଣ ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ମଳ ଓ ଅଦରକାରୀ ପ୍ଲାଷ୍ଟିକ, ରୋଷେଇ ଘରେ ରହିଯାଉଥିବା ପନିପରିବା ଚୋପା କୁ ସ୦ଗ୍ରହ କରି ଏହି କେନ୍ଦ୍ର କୁ ଅଣାଯାଇ ଟ୍ରିଟମେଭ୍ଟ କରାଯିବା ର ବ୍ୟବସ୍ଥା ରହିଛି ବୋଲି ମତବ୍ୟକ୍ତ କରିଛନ୍ତି।

    ଏଥିରେ ଆଠମଲ୍ଲିକ ଉପଜିଲ୍ଲାପାଳ ଉପେନ୍ଦ୍ର ଲୁହା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ସରୋଜ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷ ଲବ କୁମାର ପ୍ରଧାନ ସ୍ଥାନୀୟ ସରପଞ୍ଚ ମନୋଜ ବାଘ,
    ସମିତି ସଭ୍ୟା ଦ୍ରୈ।ପଦୀ ନାଏକ ,ସ୦ସ୍ଥାର ଅଧିକାରିଣୀ କସ୍ତୁରୀ ଜେଓ୍ବା ପ୍ରମୁଖ ଯୋଗଦେଇଥିଲେ।ସ୍ମୃତି ସୁଧା ମିଶ୍ର କାର୍ଯ୍ୟକ୍ରମ ସ୦ଯୋଜନା କରିଥିବାବେଳେ ବିମଳ ଦୁଭେ ଓ ଜିଲ୍ଲା ସାନିଟେସଳନ।ଏକ୍ସପୋର୍ଟ ଜ୍ୟୋସ୍ନାମୟ ପାଲ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

  • କାର୍ଯ୍ୟାନୁଷ୍ଠାନ ଶୂନ,କାହା ଚାପରେ ଚେପା ପୋଲିସ ବାବୁ ?

    କାର୍ଯ୍ୟାନୁଷ୍ଠାନ ଶୂନ,କାହା ଚାପରେ ଚେପା ପୋଲିସ ବାବୁ ?

    ମାମଲା ରୁଜୁକୁ ବିତିଲାଣି ୭ଦିନ, ହାତବାନ୍ଧି ବସିଛି ପୋଲିସ । ଠିକାଦାରଙ୍କ ଚାପରେ ଚେପା ହୋଇ ବସିଛନ୍ତି ସାଲେପୁର ଥାନା ଅଧୀନସ୍ଥ ଜବକୁଦ ଫାଣ୍ଡି ଅଧିକାରି। ଫାଣ୍ଡିରୁ ଥାନା ଥାନାରୁ SDPO ଅଫିସ ଏମିତି ୧ମାସ ହବ ଦୌଡ଼ି ଦୌଡି ନିରାଶ ହୋଇ ଫେରିବାକୁ ପଡିଛି ଝୁନିଲତା ପରିବାର ଲୋକଙ୍କୁ । ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛନ୍ତି ପରିବାର ।

    ସୂଚନା ଅନୁସାରେ, କଟକ ଜିଲ୍ଲା ସାଲେପୁର ଥାନା ଜବକୁଦ ଫାଣ୍ଡି ଅଧୀନସ୍ଥ ରାମେଶ୍ୱର ପଞ୍ଚାୟତ ଉଚଢ଼ୀଅ ଗ୍ରାମର ବିପିନ ବିହାରୀ ସେଠିଙ୍କ ବଡପୁଅ ଅନନ୍ତ ନିଜ ଭାଇ ବୋହୁ କୃଷ୍ଣଚନ୍ଦ୍ରଙ୍କ ପତ୍ନୀ ଝୁନିଲତାଙ୍କ ସମେତ ନିଜ ବାପା ବିପିନଙ୍କୁ ଦୀର୍ଘଦିନ ହେବ ମରଣାତ୍ମକ ଆକ୍ରମଣ ସହିତ ଜୀବନରୁ ମାରିଦେବାକୁ ଷଡଯନ୍ତ୍ର କରିଆସୁଥିଲେ । କେତେବେଳେ ଘରେ ପଶି ଆସବାବପତ୍ର ଭଙ୍ଗାରୁଜା କରୁଥିଲେ ତ ଆଉ କେତେବେଳେ ସିସିଟିଭି କ୍ୟାମେରା ଭାଙ୍ଗିବା ସହିତ ନିଜ ବାପାକୁ କରୁଥିଲେ ଆକ୍ରମଣ । ଯାହାର ଭିଡ଼ିଓ ସିସିଟିଭିରେ କଏଦ ହୋଇଥିଲା।

    ପୂର୍ବରୁ ଆକ୍ରମଣର ଶିକାର ହୋଇଥିବାର ଅଭିଯୋଗ ନେଇ ଗତ ୧୦ ତାରିଖ ଦିନ ସାଲେପୁର ଥାନାକୁ ଯାଇଥିବା ବେଳେ ଏପଟେ ଘରେ ଦେଢ଼ସୁର ରଚିଥିଲା ଜୀବନରୁ ମାରିଦେବାର ସାଙ୍ଘାତିକ ଷଡଯନ୍ତ୍ର । ପାଣିଟାଙ୍କିରେ ମିଶେଇଥିଲା ମଣିଷ ମରା ବିଷ । ଖାଲି ସେତିକି ନୁହେଁ ଏହାର ପ୍ରମାଣ ନଷ୍ଟ କରିବାକୁ ସିସିଟିଭିକୁ ବି ମଧ୍ୟ ଭାଙ୍ଗିଦେଇଥିଲା ଦବଙ୍ଗ୍ ଦେଢ଼ସୁର। ଯାହାକୁ ନେଇ ଗତ ୧୧ତାରିଖ ଦିନ ଜବକୁଦ୍ ଫାଣ୍ଡିର ଦ୍ୱାରସ୍ଥ ହୋଇଥିଲେ ବିପିନ ବିହାରୀ ସେଠୀଙ୍କ ସାନ ପୁଅ କୃଷ୍ଣ ଚନ୍ଦ୍ର ସେଠୀ। ପୂର୍ବରୁ ବଡପୁଅ ଅନନ୍ତ ଚରଣ ସେଠି ବିଭିନ ପ୍ରକାର କାଣ୍ଡ ଭିଆଇଥିବାବେଳେ ଅନେକ ମାମଲା ରୁଜୁ ପରେ ବି କାହିଁକି ଚୁପ ବସିଛନ୍ତି ଫାଣ୍ଡି ଅଧିକାରୀ ତାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ।

    ସେପଟେ ସାଲେପୁରର SDPO ବିରଞ୍ଚି ନାରାୟଣ ପତି ଏହାର ତଦନ୍ତ କରି ନ୍ୟାୟ ଦେବା ପାଇଁ ଫାଣ୍ଡି ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ବେଳେ ନ୍ୟାୟର ବାଟ ଭୁଲି ଯାଇଛନ୍ତି ଫାଣ୍ଡିଅଧିକାରି ।

  • ଯାଜପୁରରେ ରଜ କୁଇନ ସିଜିନ-୧, ରଜ କୁଇନ ହେଲେ ଦିବ୍ୟାନ୍ସୀ ଓ ସାନଭି

    ଯାଜପୁରରେ ରଜ କୁଇନ ସିଜିନ-୧, ରଜ କୁଇନ ହେଲେ ଦିବ୍ୟାନ୍ସୀ ଓ ସାନଭି

    ଯାଜପୁର ରୋଡ ଚନ୍ଦନ ଜୁଏଲାର୍ସ ତରଫରୁ ସହରର କୁନି କୁନି ପିଲାମାନଙ୍କୁ ନେଇ ଆୟୋଜିତ ହୋଇଥିବା ରଜ କୁଇନର ସିଜିନ-୧ ମେଗା ଅଡିସନ ଆଜି ବ୍ୟାସନଗର ସ୍ଥିତ ସଂସ୍କୃତି ଭବନ ପରିସର ରେ ଅନୁଷ୍ଠିତ ହୋଇଯାଇଅଛି।

    ଏହି ରଜକୁଇନ ସିଜିନ ୧ ରେ ମୋଟ ୮୫ ଜଣ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭ ଜଣ ପାଟିସିପେଣ୍ଟ ଙ୍କୁ ମେଗା ଅଡିସନରେ ସୁଯୋଗ ଦିଆଯାଇଥିଲା. ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଯାଜପୁର ରୋଡ ର ଦିବ୍ୟାନ୍ସୀ ବିଶ୍ୱାଳ ପ୍ରଥମ ଓ ଭଦ୍ରକ ର ସାନଭି ମହାନ୍ତି ଦୁତୀୟ ସ୍ଥାନ ଅର୍ଜନ କରିଥିବା ଚନ୍ଦନ ଜୁଏଲାର୍ସ ର ପ୍ରୋପାଇଟର ଚନ୍ଦନ କୁମାର କର୍ମେକାର ସୂଚନା ଦେଇଛନ୍ତି।

    ଏଥି ସହିତ ମେଗା ଅଡିସନ ରେ ଭାଗ ନେଇଥିବା ସମସ୍ତ ପାଟିସିପେଣ୍ଟ ମାନଙ୍କୁ ଚନ୍ଦନ ଜୁଏଲାର୍ସ ତରଫରୁ ସାର୍ଟିଫିକେଟ ଓ ଟ୍ରଫି ସହ ୫୦୦୦ ଟଙ୍କା ର ପରଚେଜ କୁପନ ପ୍ରଦାନ କରିବା ସହିତ ରଜ କୁଇନ ହୋଇଥିବା ପ୍ରଥମ ଓ ଦ୍ୱତୀୟ ପାଟିସିପେଣ୍ଟ ଙ୍କୁ ଅନୁଷ୍ଠାନ ତରଫରୁ ଆର୍ଥିକ ରାଶି ୫୩୦୦ ଓ ୩୩୦୦ ଟଙ୍କା ପ୍ରଦାନ କରାଯିବା ସହ ୧୫୦୦୦ ଓ ୧୦୦୦୦ ଟଙ୍କା ର ପରଚେଜ କୁପନ ଦିଆଯାଇଥିବା ରଞ୍ଜନ କୁମାର କର୍ମେକାର କହିଥିଲେ.କୁନି କୁନି ପିଲାମାନଙ୍କ ଭିତରେ ରହିଥିବା ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଚନ୍ଦନ ଜୁଏଲାର୍ସର ଏଭଳି ଏକ ଭିନ୍ନ ପ୍ରୟାସକୁ ସହରବାସୀ ପ୍ରଶଂସା କରିଛନ୍ତି।

  • ଭିଜିବ ଓଡ଼ିଶା, ଛେଚିବ ୨୦ ଯାଏଁ, ୨୪ ଘଣ୍ଟା ମଧ୍ୟରେ ୩ ଜିଲ୍ଲାକୁ ୟେଲୋ ୱାର୍ଣିଂ

    ଭିଜିବ ଓଡ଼ିଶା, ଛେଚିବ ୨୦ ଯାଏଁ, ୨୪ ଘଣ୍ଟା ମଧ୍ୟରେ ୩ ଜିଲ୍ଲାକୁ ୟେଲୋ ୱାର୍ଣିଂ

    ବିଗତ ୩ ଦିନ ହେଲାଣି ରାଜ୍ୟରେ ଲାଗି ରହିଛି ବର୍ଷା। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଏଥିସହିତ ରାଜ୍ୟରେ ମୌସୁମୀ ପୁଣି ଥରେ ସକ୍ରିୟ ହୋଇଥିବା ବେଳେ ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଟ୍ରଫ୍‌ଲାଇନ୍‌ ବରଗଡ଼ ଜିଲ୍ଲା ହୋଇ ଚାନ୍ଦବାଲି ପର୍ଯ୍ୟନ୍ତ ଗତି କରୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଆଉ କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହେବା ସହ ଆସନ୍ତା ୨ ଦିନ ମଧ୍ୟରେ ସାରା ଓଡ଼ିଶାରେ ମୌସୁମୀ ସକ୍ରିୟ ହେବାକୁ ପାଗ ଅନୁକୂଳ ହେଉଛି। ଫଳରେ ରାଜ୍ୟରେ ଆସନ୍ତା ୪ ଦିନ ଭଲ ବର୍ଷା ହେବା ଆଶା କରାଯାଉଛି।

    ବର୍ତ୍ତମାନ ଏକ ଘୂର୍ଣ୍ଣିବଳୟ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୧.୫ ରୁ ୫.୮ କିମି ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଗତ ୧୫ ଦିନରେ ହୋଇଥିବା ନିଅଣ୍ଟିଆ ବର୍ଷାର ଭରଣା ହୋଇପାରିବ ବୋଲି ଆଶା କରାଯାଉଛି।

    ଆସନ୍ତାକାଲି ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସହ ପବନର ଝଟ୍‌କା ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ। ସେଥିଲାଗି ଏହି ୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ‌ଏଥିସହ ଝାରସୁଗୁଡ଼ା, ଦେବଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଅବଶିଷ୍ଟ ଓଡ଼ିଶ‌ାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି। ଏଣୁ ଏସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧୮ ତାରିଖ ଦିନ କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ୨୦ ତାରିଖ ଯାଏଁ ଅଳ୍ପ ବହୁତ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

  • କେନ୍ଦ୍ରୀୟ ଟିମ୍ ର କୁଆଖିଆ ହୋଟେଲରେ ଅଚାନକ ଚଢାଉ, ଭୟରେ ଅନେକ ଦୋକାନ ବନ୍ଦ

    କେନ୍ଦ୍ରୀୟ ଟିମ୍ ର କୁଆଖିଆ ହୋଟେଲରେ ଅଚାନକ ଚଢାଉ, ଭୟରେ ଅନେକ ଦୋକାନ ବନ୍ଦ

    ଓଡ଼ିଶାରେ ଝାଡ଼ାବାନ୍ତି ରୋଗ ଉପରମୁହାଁ । ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି । କୁଆଖିଆ ବଜାର ଏବଂ ଏହାର ଆଖପାଖ ଗାରେ ଥୁବା ଛୋଟଛୋଟ ବଜାରରେ ହୋଟେଲ୍‌ ଏବଂ ଜଳଖିଆ ଦୋକାନ ମାନଙ୍କରେ ବାସିଖାଦ୍ୟ ସୋଲ ପ୍ଲେଟରେ ପରିବେଶଣ ହେଉଛି । ପଚା ଶଢ଼ା ଏବଂ ଦୁର୍ଗନ୍ଧ ପରିବେଶରେ ରୋଷେଇ କାର୍ଯ୍ୟ କରାଯାଇ ତାହାକୁ ବିକ୍ରି କରାଯାଉଛି ।

    ଝାଡ଼ାବାନ୍ତି ବ୍ୟାପିବାର ଖବର ପାଇ ଆଜି କେନ୍ଦ୍ରୀୟ କ୍କାଲିଟୀ ଆସ୍ଵରାନ ଦଳ କୁଆଖିଅ। ଏବଂ ହରିପୁର ବଜାରର ବିଭିନ୍ନ ହୋଟେଲ ଏବଂ ଜଳଖିଆ ଦୋକାନ ଉପରେ ଚଢ଼ାଉକରି ପାଣି ଓ ଦହିବରା ଏବଂ ମିଠାର ନମୁନା ପରିକ୍ଷା ନିମନ୍ତେ ସଂଗ୍ରହ କରିଛି । ଭୟରେ ଅନେକ ଜଳଖିଆ ଦୋକାନ ଓ ହୋଟେଲ ବନ୍ଦରହିଛି। ପନ୍ଦର ଦିନ ପର୍ଯ୍ୟନ୍ତ ସବୁ ହୋଟେଲ ବନ୍ଦ୍ ରହିବ ବୋଲି ସୂଚନା ଦିଆଯାଇଛି।

  • ଯାଜପୁରରେ ଆତଙ୍କ ଖେଳାଇଛି ଝାଡାବାନ୍ତି: ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ସିଲ

    ଯାଜପୁରରେ ଆତଙ୍କ ଖେଳାଇଛି ଝାଡାବାନ୍ତି: ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ସିଲ

    ବ୍ୟାସନଗରରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା କମୁଛି ଓ ସ୍ଥିତି ସୁଧୁରୁଛି । ଏବେ ସୁଦ୍ଧା ଯାଜପୁର ଜିଲ୍ଲାରେ୨୬୫ ଆକ୍ରାନ୍ତ ବିଭିନ୍ନ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି। ଗତକାଲି ଯାଜପୁର ରୋଡ଼ ମେଡିକାଲ ରେ ୩୦ ଜଣ ଚିକିତ୍ସିତ ହେଉଥିଲା ବେଳେ ଆଜି ୧୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ନୂଆ ଆକ୍ରାନ୍ତ ୩ ଜଣଙ୍କୁ ମିଶାଇ ମୋଟ ୧୪ ଚିକିତ୍ସିତ ହେଉଛନ୍ତି । ସେହିଭଳି ଦାନଗଦି ମେଡିକାଲ ରେ ୨୦ ରୁ ଉର୍ଦ୍ଧ ଚିକିତ୍ସିତ ହେଉଥିବା ବେଳେ ସ୍ଥିତି ସ୍ଥିର ରହିଛି। କୋରେଇ, ବଡ଼ଚଣା, ଧର୍ମଶାଳାରେ ମଧ୍ୟ ସ୍ଥିତି ସୁଧୁରୁଛି। ଗତକାଲି ଠାରୁ ଯାଜପୁର ଓ ବରୀ ବ୍ଲକରେ ଏହି ରୋଗ ମାଡୁଥିବା ଦେଖିବାକୁ ମିଳିଛି, ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଗସ୍ତ ପରେ ସ୍ଵାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଅଧିକ ତତ୍ପରତା ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲାର ବିଭିନ୍ନ ହୋଟେଲ ରେଷ୍ଟୁରାଣ୍ଟ ଓ ରାସ୍ତାକଡ ଖାଦ୍ୟ ଦୋକାନ, ପାଣି ବୋତଲ ଫାକ୍ଟ୍ରି ଉପରେ ଚଢାଉ କରି ସିଲ୍ କରାଯାଇଛି । ଆଜି ଦୁଇଟି ପାଣି ଫାକ୍ଟ୍ରି ଓ ଗୋଟିଏ ହୋଟେଲରେ ପାଣି ଟେଷ୍ଟରେ ଖରାପ ବାହାରିବାରୁ ତାକୁ ମଧ୍ୟ ସିଲ କରାଯାଇଛି ।ସେପଟେ ଟ୍ରେଣ୍ଡ ଚେଞ୍ଜ ହୋଇ ଏହି ଝାଡ଼ାବାନ୍ତି ରୋଗ ବୟସ୍କଙ୍କ ପରେ ଏବେ ଛୋଟ ଛୁଆଙ୍କୁ ବ୍ୟାପୁଥିବା ନଜର ଆସିଛି। ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସମସ୍ତଙ୍କୁ ସଚେତନ ରହିବାକୁ ନିବେଦନ କରିଛନ୍ତି।

  • ‘ଷ୍ଟପ ଡାଇରିଆ’ ଅଭିଯାନର ଶୁଭାରମ୍ଭ

    ‘ଷ୍ଟପ ଡାଇରିଆ’ ଅଭିଯାନର ଶୁଭାରମ୍ଭ

    ଆଶା କର୍ମୀ ମାନେ ସ୍ବାସ୍ଥ୍ୟ ସଚେତନତାର ବ୍ରାଣ୍ଡ ଆମ୍ବାସଡର।ସେମାନଙ୍କ ସେବା ଓ ଲୋକ ମାନଙ୍କୁ ସଚେତନତା ଆମକୁ ସୁସ୍ଥ ରଖିବାରେ ସହାୟକ ହୋଇଛି ବୋଲି କହିଛନ୍ତି ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର।ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଷ୍ଟପ ଡାଇରିଆ ଅଭିଯାନର ଶୁଭାରମ୍ଭ କରିଥିଲେ ସାଂସଦ ଡା ପାତ୍ର।ଏହି ଅବସରରେ ସଚେତନତା ପ୍ରଚାର ପତ୍ର କୁ ଉନ୍ମୋଚନ କରି ଡା ପାତ୍ର ଦୂଷିତ ଜଳ ଓ ଖାଦ୍ୟ ଯୋଗୁଁ ଡାଇରିଆ ର ସମ୍ଭାବନା ରହିଥାଏ ବୋଲି କହିଥିଲେ।ବର୍ତ୍ତମାନ ଯାଜପୁର ଜିଲ୍ଲା ସହ ଅନ୍ୟ କେତେକ ଜିଲ୍ଲାରେ ଡାଇରିଆ ର ପ୍ରକୋପ ଦେଖା ଦେଇଛି।ଆମେ ସମସ୍ତେ ବର୍ତ୍ତମାନ ଠାରୁ ସତର୍କ ହେଲେ ଓ ଅନ୍ୟ ମାନଙ୍କୁ ସଚେତନ କରାଇଲେ ଡାଇରିଆ କୁ ପ୍ରତିହତ କରି ପାରିବା।ସ୍ବାସ୍ଥ୍ୟ ବିଭାଗ ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳକୁ ଚିହ୍ନଟ କରିବା ସହ ସମସ୍ତ ଜଳ ଉତ୍ସ ବିଶୋଧନ କରାଇବା, ଓଆରଏସ, ହାଲୋଜିନ,ଜିଙ୍କ ଇତ୍ୟାଦି ବଣ୍ଟନ ଓ ବ୍ୟବହାର ସମ୍ପର୍କରେ ସଚେତନ କରାଇବାକୁ ସେ ପରାମର୍ଶ ଦେଇଥିଲେ।

    ଆଶା କର୍ମୀ ମାନେ ତୃଣ ମୂଳ ସ୍ତରରେ ଜଣେ ଜଣେ ଶ୍ରେଷ୍ଠ ସୈନିକ।ସେମାନଙ୍କ ମାଧ୍ୟମରେ ଆମେ ସ୍ବାସ୍ଥ୍ୟ ସେବାକୁ ଅଧିକ ସକ୍ରିୟ କରି ପାରିବା।ଆଜିର ବିଜ୍ଞାନ ଓ ବୈଷୟିକ ଦକ୍ଷତା ସମୟରେ ଆମେ ସୋସିଆଲ ମିଡ଼ିଆ ମାଧ୍ୟମରେ ମଧ୍ୟ ସଚେତନତା ସୃଷ୍ଟି ସହ ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ ସମ୍ପର୍କରେ ସାଧାରଣ ରେ ସୂଚିତ କରିବାକୁ ଡା ପାତ୍ର ପରାମର୍ଶ ଦେଇଥିଲେ।ସିଡିଏମଓ ଡ ଅକ୍ଷୟ କୁମାର ଶତପଥୀ ଜିଲ୍ଲାରେ ଡାଇରିଆ ର ସ୍ଥିତି, ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ, ସଚେତନତା ସୃଷ୍ଟି ଓ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରାରମ୍ଭରେ ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ ସମସ୍ତଙ୍କୁ ସ୍ବାଗତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏଡିଏମଓ ଡା ବିନୋଦ କୁମାର ରଥ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜଗତସିଂହପୁର ଲୋକସଭା ସାଂସଦ ଙ୍କ ପ୍ରତିନିଧି ରାକେଶ କୁମାର ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ଶେଷରେ ମୁଖ୍ୟ ଚିକିତ୍ସାଳୟ ର ପ୍ରଶାସନିକ ଅଧିକାରୀ ଅଞ୍ଜଳି ତରାଇ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସଚେତନତା ଅଭିଯାନ ଆଜି ଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଜାରି ରହିବ।ଏହା ପୂର୍ବରୁ ଚଳିତ ମାସ ୨ ତାରିଖ ଠାରୁ ଡାଇରିଆ ମୁକାବିଲା ପାଇଁ ପ୍ରସ୍ତୁତି ଜାରି ରହିଥିଲା।ପରେ ସାଂସଦ ଡା ପାତ୍ର ଚିକିତ୍ସାଳୟ ପରିଦର୍ଶନ କରିବା ସହ ପରିସ୍କାର ପରିଛନ୍ନତା ଓ ସ୍ବଛତା ପ୍ରତି ସର୍ବାଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।

  • ଓଡିଶାରେ ରଜ ମଉଜ

    ଓଡିଶାରେ ରଜ ମଉଜ

    ଆଜି ରଜ ପର୍ବର ଶେଷ ରଜ । ବେଶ ଧୂମଧାମରେ ରଜ ପର୍ବ ପାଳନ କରୁଛନ୍ତି ଓଡିଶାବାସୀ । ପିଠା ମିଠାରେ ବାସୁଛି ପ୍ରତିଟି ଓଡିଆ ଘର । ସବୁଠି ପୋଡ ପିଠା ସାଙ୍ଗକୁ ରଜ ପାନର ଆଦର ଦେଖିବାକୁ ମିଳୁଛି ।

    ଏହି ପରିପ୍ରେକ୍ଷିରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଓଡି଼ଶୋ ପଞ୍ଚାୟତର ଅଣ୍ଡେଇ ଗୋଡା ଗ୍ରାମରେ ରଜ ମହୋତ୍ସବ ବେଶ ଧୂମଧାମରେ ପାଳନ ହୋଇଯାଇଛି ।

    ଆଜିକୁ ପ୍ରାୟ ୧୫ବର୍ଷ ଧରି ରଜ ମହୋତ୍ସବ ବେଶ ଧୁମଧାମରେ ପାଳନ ହେଉଛି । ରଜ ବେଶ ଉତ୍ସବ ମୁଖର ହୋଇପଡିଛି ଗାଁ ତୋଟାରେ ୧୦ ରୁ ବିଭିନ୍ନ ପ୍ରକାର ଦୋଳି ଲାଗୁଛି ।

    ଗାଁ ଠାରୁ ବାହାର ପର୍ଯ୍ୟନ୍ତ ଛୋଟରୁ ବଡ ଝିଅ ମାନେ ରଜ ଦୋଳି ଖେଳିବା ସହିତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ପୁଚି, ଗୀତ, ନାଚ, ତାସ, ସହିତ ୩ ଦିନ ଧରି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଶେଷ ରଜ ଦିନ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିବେ ।

    କାର୍ଯ୍ୟକ୍ରମକୁ ଅନିଲ କୁମାର ନାୟକ, ସୁରେଶ ନାୟକ, ଅଜିତ ରାଉତ, ମଧୁସ୍ମିତା ନାୟକ, ସ୍ଵର୍ଣ୍ଣ ଲତା ନାୟକଙ୍କ ସହ ସ୍ଥାନୀୟ ଯୁବକଙ୍କ ସହଯୋଗରେ ପ୍ରତିବର୍ଷ ଅଣ୍ଡେଇ ଗୋଡାରେ ରଜ ମହୋତ୍ସବ ବେଶ ଧୁମଧାମରେ ପାଳନ ହେଉଛି ।