Category: ରାଜ୍ୟ ଖବର

  • ଶିକ୍ଷା ବିଭାଗ ତରଫରୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା

    ଶିକ୍ଷା ବିଭାଗ ତରଫରୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା

    ଚନ୍ଦ୍ରପୁର ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳର ପିଲାମାନଙ୍କ ମଧ୍ୟରେ ଲୁଚି ରହିଥିବା ବିଭିନ୍ନ ପ୍ରକାର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣି ପ୍ରସ୍ଫୁଟିତ କରିବା ଲକ୍ଷକୁ ସରକାର ଆପଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଚନ୍ଦ୍ରପୁର ବ୍ଲକର ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଥିବା ପ୍ରତିଭାକୁ ଲୋକଲୋଚନରେ ପ୍ରଦର୍ଶନ କରିବାକୁ ଶିକ୍ଷା ବିଭାଗ ମନୋବଳାଇ ଥିବା ଦେଖିବାକୁ ମିଳିଛି । ଯାହାକି ଆଜି ଚନ୍ଦ୍ରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳ ପଡିଆ ଠାରେ ଶିକ୍ଷା ବିଭାଗ ଦ୍ଵାରା ଦୁଇଦିନିଆ ୧୦ ଓ ୧୧ ତାରିଖ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ସିଡ଼ିପିଓ ଗୀତାରାଣୀ ସାହୁଙ୍କ ଦ୍ଵାରା ଉଦଘାଟନ ହୋଇଯାଇଥିଲା ।

    ଉକ୍ତ ପ୍ରତିଯୋଗିତାଟି ଦୁଇ ଭାଗରେ ବିଭକ୍ତ କରି ପ୍ରତିଯୋଗୀତା କରାଯାଇଛି । ଗୋଟିଏ ଭାଗରେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଓ ଅନ୍ୟଟି ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ମାନେ ଭାଗନେଇ ଥିଲେ । ଏହି କ୍ରୀଡ଼ା ପ୍ରତିଯୋଗିତାରେ ୧୦୦ ମିଟର ରୁ ୮୦୦ ମିଟର ଦୌଡ଼ , ସଟପୁଟ୍ ଡିସକସ୍, ଲଙ୍ଗ ଜମ୍ପ, ହାଇ ଜମ୍ପ , କବାଡି , ଖୋ-ଖୋ , ବ୍ୟାଡମିଣ୍ଟନ, କ୍ରୀକେଟ୍ , ଭଲିବଲ୍ ଏବଂ ଯୋଗ ଇତ୍ୟାଦି ପ୍ରତିଯୋଗୀତା ଆୟୋଜିତ କରାଯାଇଛି । ଉକ୍ତ କ୍ରୀଡା ପ୍ରତିଯୋଗୀତାରେ ୧୫୦ ଜଣରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେବା ନିମନ୍ତେ ନାମ ପଞ୍ଜିକରଣ କରିଛନ୍ତି । ଏହି କ୍ରୀଡ଼ା ପ୍ରତିଯୋଗିତା ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାର ଗଣେଶ ଶବର ସଭାପତିତ୍ୱ କରିଥିବା ବେଳେ ସିଡିପିଓ ଗୀତାରାଣୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

    ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ଚନ୍ଦ୍ର ନାୟକ,ଚନ୍ଦ୍ରପୁର ଏସ୍.ଏସ୍.ଡି. ବାଳକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଦୀପ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି କ୍ରୀଡ଼ା ପ୍ରତିଯୋଗିତାରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଉଦଘାଟନୀ ସମାରୋହରେ ଉପସ୍ଥିତ ରହିଥିଲେ । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଉମାକାନ୍ତ ମିଶାଲ ଓ ସିଆରସିସି ରଜନୀକାନ୍ତ ବଳିୟାର ସିଂହ ପରିଚାଳନା କରିଥିଲେ । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବାଳକୃଷ୍ଣ ବିହାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସିଙ୍ଗନା ତାଡିଙ୍ଗ ଓ ବ୍ଲକର ସମସ୍ତ ସିଆରସିସି ତଥା ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋର ହାତ ବଢ଼ାଇଥିଲେ ।

    ବିଭିନ୍ନ ବିଦ୍ୟାଳୟର ପାଞ୍ଚଜଣ କ୍ରୀଡା ଶିକ୍ଷକ ଏହି କ୍ରୀଡାକୁ ପରିଚାଳନା କରିଥିବା ଦେଖିବାକୁ ମିଳିଥିଲା । ଚନ୍ଦ୍ରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଆପଲ ରାଜୁ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଚତୁର୍ଥ ଶ୍ରେଣୀ କର୍ମଚାରୀ ସହଯୋଗ କରି ଅତିଥି ମାନଙ୍କୁ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଶୁଭ ମୁହୂର୍ତ୍ତ ଆରମ୍ଭ କରାଯାଇଥିଲା ।

  • କ୍ରସର ହାଇୱା ଧକ୍କାରେ ମହିଳା ମୃତ୍ୟୁ

    କ୍ରସର ହାଇୱା ଧକ୍କାରେ ମହିଳା ମୃତ୍ୟୁ

    ଭୋଜି ଖାଇ ଯିବା ହେଲା କାଳ | ହଁ ଦର୍ଶକ ବନ୍ଧୁ ମଙ୍ଗଳଦେଇ ମାଝୀ ବୁଧବାର ସର୍ଗିଗୁଡା ଗାଁ କୁ ଏକୋଇଶା ଭୋଜି ଖାଇବା କୁ ଯାଇ ଫେରୁଥିବା ବେଳେ ସର୍ଗିଗୁଡା କେନାଲ ରୋଡ଼ ଦେଇ ଯାଇଥିବା ଡୁଙ୍ଗରି ନିକଟରେ ହାଇୱା ଧକ୍କାରେ ତାଙ୍କ ର ମୃତ୍ୟୁ ହୋଇଥିଲା |

    ସୂଚନା ଥାଉକି ମୃତ୍ୟୁ ମହିଳା ଛେଲିଆମାଲ ପଞ୍ଚାୟତ ଅଧୀନ ସର୍ଗିଗୁଡା ଗାଁ କୁ ସ୍ୱାମୀ ଙ୍କ ସହ ନିଜ ସମ୍ପକୀୟ ଘରକୁ ଯାଇ ନିଜ ଗାଁକୁ ଫେରୁଥିଲେ | ହେଲେ ବିପରୀତ ଦିଗରୁ ଆସୁଥିବା ହାଇୱା ଧକ୍କା ରେ ମଙ୍ଗଳଦେଇ ମାଝୀଙ୍କ ମୃତ୍ୟୁ ହୋଇଥିଲା |

    ଦୁର୍ଘଟଣା ଘଟାଇଥିବା ହାଇୱା ପାଲସିଝରଣ ଗାଁ ରେ ଥିବା ଏକ କ୍ରସର ରୁ ସର୍ଗିଗୁଡା ସ୍ଥିତ କ୍ୱାରିଂ କୁ ପଥର ନେବା ଆସୁଥିବା ବେଳେ ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଥିଲେ |

    ତେବେ ଘଟଣା ସ୍ଥଳରେ ଭବାନୀପାଟଣା ସଦର ଏବଂ କର୍ଲାପଡା ଫାଣ୍ଡି ପୋଲିସ ପହଂଚି ଉକ୍ତ ହାଇୱା ଗାଡି କୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ପଠାଇଥିଲେ |

  • ଦୀର୍ଘ ୫ ଦିନ ହେବ ଆମ୍ବୁଲାନ୍ସ ସେବା ବନ୍ଦ

    ଦୀର୍ଘ ୫ ଦିନ ହେବ ଆମ୍ବୁଲାନ୍ସ ସେବା ବନ୍ଦ

    ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଷୋଳପଦା ଅଞ୍ଚଳ ଠାକୁରଗଡ଼ ସ୍ବାସ୍ଥ୍ୟ କେନ୍ଦ୍ର ରେ ଥିବା ଆମ୍ବୁଲାନ୍ସ ୨ ଟି ଅଚଳ ଅବସ୍ଥାରେ ପଡ଼ି ରହିଥିବାରୁ ୧୦ ଗୋଟେ ପଞ୍ଚାୟତ ର ୪୦ ହାଜର ରୁ ଉର୍ଦ୍ଧ ଜନ ସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି l ସୂଚନାନୁସାରେ, ଠାକୁରଗଡ଼ ସ୍ବାସ୍ଥ୍ୟ କେନ୍ଦ୍ର ରେ ଥିବା ଆମ୍ବୁଲାନ୍ସ ଟି ବିନା ଷ୍ଟେପିନ ରେ ଚାଲୁଥିବା ବେଳେ ବର୍ତମାନ ଉକ୍ତ ଗାଡ଼ିର ୪ ଟି ଚକ ରୁ ଗୋଟିଏ ଚକ ଖରାପ ଥିବାବେଳେ ଆଉ ୩ ଟି ଚକ ସମ୍ପୁର୍ଣ୍ଣଭାବେ ଅଚଳ ଥିବାରୁ ୫ ଦିନ ହେବ ଆମ୍ବୁଲାନ୍ସ ସେବା ବନ୍ଦ ରହିଛି ବୋଲି ଗାଡି ଚାଳକ ମତ ପ୍ରକାଶ କରିଛନ୍ତି l ଆମ୍ବୁଲାନ୍ସ ର ସମସ୍ତ ଅସୁବିଧା ସ୍ବାସ୍ଥ୍ୟ ବିଭାଗର ସି ଏଲ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗାଡ଼ିର କୌଣସି ସୁବିଧା କରି ନଥିବା ଦେଖିବାକୁ ମିଳିଛି l

    ସେହିପରି ମେଡ଼ିକାଲ ଭିତରେ ଥିବା ଆମ୍ବୁଲାନ୍ସଟି ଦୀର୍ଘ ଦିନରୁ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ବର୍ତମାନ ସୁଦ୍ଧା ଉକ୍ତ ଆମ୍ବୁଲାନ୍ସ ଗାଡିର ସର୍ଭିସିଂ ହୋଇ ପାରିନାହିଁ | ଯାହା ଫଳରେ ଗାଡ଼ି ରୋଗୀ ସେବା ଦେବାରେ ବହୁତ୍ ଅସୁବିଧା ଦେଖାଦେଇଛି l ଉକ୍ତ ଗାଡିକୁ ସର୍ଭିସିଂ କରିବାକୁ ଡ୍ରାଇଭର ଉଚ୍ଚ ପଦାଧିକାରୀ ଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି ଶୁଣୁ ନଥିବା ଗାଡି ଚାଳକ କହିଛନ୍ତି l ଉଚ୍ଚ କର୍ତୁପକ୍ଷ ଯଥା ଶୀଘ୍ର ଦୃଷ୍ଟି ଆକର୍ଷଣ କରି ଆମ୍ବୁଲାନ୍ସ ୨ ଟି କୁ ଠିକ୍ କରି ସ୍ଵାସ୍ଥ୍ୟ ସେବା ଯୋଗାଇବା ପାଇଁ ଅଞ୍ଚଳବାସୀ ଗଣ ମାଧ୍ୟମ ଜରିଆରେ ନିବେଦନ କରିଛନ୍ତି l

  • ଚୋରା ମହୁଲି ମଦ ଭାଟିରେ ଅବକାରୀ ଚଢାଉ

    ଚୋରା ମହୁଲି ମଦ ଭାଟିରେ ଅବକାରୀ ଚଢାଉ

    ଚମ୍ପୁଆ ରେଞ୍ଜ ବର୍ଦ୍ଧନା ଏବଂ ତଡ଼ୁଆବାହାଳ ଅଞ୍ଚଳରେ ଥିବା ବିଭିନ୍ନ ଚୋରା ମଦ ରନ୍ଧା ଭାଟିରେ ଏପିଆର୍, ପୋଲିସ୍ ଏବଂ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବରେ ଚଢାଉ କରାଯାଇଛି । ଚଢାଉ ସମୟରେ ମୋଟ ୧୯ କ୍ଵିଣ୍ଟାଲ ମହୁଲ ପୋଚ ଓ ୧ କ୍ଵିଣ୍ଟାଲ ୭୫୦ କେ.ଜି ମହୁଲି ମଦକୁ ଠାବ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନଷ୍ଟ କରାଯାଇଛି ।

    ଏଥି ସହିତ ମଦ ରନ୍ଧାରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଏନେଇ ୩ ଟି ପୃଥକ ଅବକାରୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ । ଆଗାମୀ ଦିନରେ ଏହିପରି ଚଢାଉ ଜାରି ରହିବ ବୋଲି ସୂଚନା ଦିଆଯାଇଛି ।

  • ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

    ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

    କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉଛୁଲା ପଞ୍ଚାୟତ କୁଣ୍ଡିଗୁଡା ଗ୍ରାମରେ ଭାଲୁ ଆକ୍ରମଣ | ଉଦେ ମାଝୀ ନାମକ ଜଣେ ବୃଦ୍ଧ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି । ସକାଳୁ ଶୌଚ ପାଇଁ ଚାଷଜମିକୁ ଯିବାବେଳେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ।

    ପରେ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ଉଦେଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ବନ ବିଭାଗ ପହଂଚି ତାଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେଇଥିବା ଜଣାପଡିଛି ।

  • ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ

    ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ

    ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ର ଜୟନ୍ତୀ ଦିବସ ଗୁରୁଦିବସ ରୂପେ ପାଳିତ ହୋଇ ଆସୁଛି । ସହରରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଗୁଡିକରେ ଗୁରୁଦିବସ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଥିଲା । ଛାତ୍ରଛାତ୍ରୀମାନେ ନିଜ ନିଜ ଶିକ୍ଷାନୁଷ୍ଠାନକୁ ଯାଇ ରାଧାକୃଷ୍ଣଙ୍କ ଫଟୋ ଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଗୁରୁମାନଙ୍କୁ ଫୁଲଚନ୍ଦନ ଦେଇ ଗୁରୁ ପୂଜା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା, ପ୍ରବନ୍ଧ ଓ ନୃତ୍ୟ ଗୀତ ପ୍ରତିଯୋଗିତା କରାଯାଇଥିଲା ।

    ସନ୍ତୋଷୀ ଇଂଲିଶ ମିଡ଼ିଅମ ବିଦ୍ୟାଳୟର ସମ୍ପାଦିକା ସୁବାସିନୀ ବଳିୟାରସିଂ ଗୁରୁଦିବସର ତାତ୍ପର୍ଯ୍ୟ ସମ୍ପର୍କ ରେ ସୂଚନା ଦେବାସହ ଛାତ୍ର ଛାତ୍ରୀମାନେ ରାଧାକୃଷ୍ଣଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ଜଣେ ଭଲ ମଣିଷ ଭାବେ ଗଢି ତୋଳିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି କମ୍ପୁଟର ସେଣ୍ଟର, ସରସ୍ବତୀ ପାଣିଗ୍ରାହୀ ଶିଶୁଶଂସାର, ଜଗନାଥ ଶିଶୁଵିହାର ସାରସ୍ୱତ ବିଦ୍ୟା ମନ୍ଦିର ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ପାଳିତ ହୋଇଯାଇଛି ।

  • ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଦ୍ବିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

    ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଦ୍ବିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

    ସବୁବେଳେ ଅନ୍ୟ ପାଇଁ ବଞ୍ଚୁଥିବା ସାମ୍ବାଦିକ ନିଜ ବିପଦ ସମୟରେ ଏକା ପଡ଼ିଯାଏ । ଯେଉଁ ଲୋକଙ୍କ ପାଇଁ ସିଏ ନିଜକୁ ଓ ନିଜ ପରିବାର କୁ ସମୟ ଦେଇ ପାରି ନଥାଏ , ସେଇ ସାମ୍ବାଦିକ ଟିର ଅସୁବିଧା ସମୟରେ ତାକୁ କେହି ଆହା ପଦେ କୁହନ୍ତି ନାହିଁ । ଦୂର୍ଘଟଣା କିମ୍ବା କୌଣସି ଗୁରୁତର ଅସୁସ୍ଥତା ସମୟରେ ସାମ୍ବାଦିକ ଟିଏ ଯେଉଁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତାହାକୁ ଦୂର କରିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଦ୍ବିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

    ଟ୍ରଷ୍ଟ ର ଅଧ୍ୟକ୍ଷ ଅରୁଣ କୁମାର ଓଝା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସନ୍ଦିପ ମିଶ୍ର , ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀ ଯୋଗ ଦେଇ ଟ୍ରଷ୍ଟ ର କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

    ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ ର ମୁଖ୍ୟ ପରାମର୍ଶଦାତା ଗଗନ ବିହାରୀ ସାହୁ, ଆଇନ୍ ପରାମର୍ଶଦାତା କୈଳାସ ଚନ୍ଦ୍ର ସାହୁ ଟ୍ରଷ୍ଟ ର ନିରପେକ୍ଷ ଓ ସାମ୍ବାଦିକ ଙ୍କ ଇନ୍ସୁରାନ୍ସ ଉପରେ ଆଲୋଚନା କରିଥିଲେ । ସମ୍ପାଦକ ପ୍ରଶାନ୍ତ କୁମାର ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଟ୍ରଷ୍ଟ ର ମୁଖପତ୍ର “ପରାଶର” ଉନ୍ମୋଚନ କରାଯାଇଥିଲା ।

    ପରେ ଟ୍ରଷ୍ଟ ପକ୍ଷରୁ ପୂର୍ବରୁ କରାଯାଇଥିବି ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ ଓ ପାରମ୍ପରିକ ନୃତ୍ୟ ପ୍ରତିଯୋଗିତା ରେ ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହିତ ପାରାଦ୍ଵୀପ ର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମାଜସେବୀ ଓ ସଂଗଠନ କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ।

  • ଶିକ୍ଷା ବିକାଶ ପରିଷଦର ପକ୍ଷରୁ ଗୁରୁଦିବସ ପାଳିତ

    ଶିକ୍ଷା ବିକାଶ ପରିଷଦର ପକ୍ଷରୁ ଗୁରୁଦିବସ ପାଳିତ

    ପବିତ୍ରଗୁରୁ ଦିବସରେ ଶିକ୍ଷାବିକାଶ ପରିଷଦ ପକ୍ଷରୁ ବୁଦ୍ଧରାଜା ସରକାରୀ ବିଦ୍ୟାପୀଠରେ ଷୋଡଶତମ ବାର୍ଷିକ ସମାରୋହ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦାନଗଦି ବିଡ଼ିଓ ପ୍ରଦୀପ କୁମାର ସେଠୀ ଯୋଗଦେଇଥିଲେ ଓ ମୁଖ୍ୟ ବକ୍ତା ଭାବେ ପ୍ରଫୁଲ୍ଲ କୁମାର ଚକ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଵିଧିବଦ୍ଧ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।

    ଉତ୍ସବ ଆରମ୍ଭରୁ ମୃତ୍ୟୁ ବରଣ କରିଥିବା ଶିକ୍ଷକଙ୍କ ଉଦେଶ୍ୟରେ ଆତ୍ମାର ସଦଗତି କାମନାରେ ୨ମିନିଟ ନୀରବ ପାର୍ଥନା କରାଯାଇଥିଲା ।

    ଏହି ଅବସରରେ ପ୍ରଦୀପ ସେଠୀଙ୍କ ଦ୍ବାରା ମୁଖପତ୍ର”ଜ୍ୟୋତିପ୍ରଭା ପତ୍ରିକା “ଉନ୍ମୋଚିତ ହୋଇଛି । ଏହି ପରିପ୍ରେକ୍ଷୀରେ ବିଡିଓ ଶ୍ରୀ ସେଠୀ ଶିକ୍ଷା ବିକାଶ ପରିଷଦ ଦାନଗଦୀର ଶିକ୍ଷକଙ୍କୁ ଏଭଳି କାର୍ଯ୍ୟକ୍ରମକୁ ପ୍ରସଂସା କରିଥିଲେ ।

    ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କର ପ୍ରତିନିଧି ପ୍ରଶାନ୍ତ ରାୟ,ଶିକ୍ଷା ବିକାଶ ପରିଷଦର ସଭାପତି ପ୍ରଭାତ କୁମାର ପୃଷ୍ଟି,ସମ୍ପାଦକ ଗଣନାଥ ମହାରଣା,ଅତିଥି ଅକ୍ଷୟ କୁମାର ରାଉତ,ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବରେ କୃତି ଛାତ୍ର ଛାତ୍ରୀ ଓ ଅଵସର ପ୍ରାପ୍ତ ଶିକ୍ଷକ ମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା ।

  • ବିଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

    ବିଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

    ବିଲରୁ ଏକ ଅଜଣା ଯୁବକର ମୃତଦେହ ଉଦ୍ଧାର |ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ସିମାନ୍ତ ଜାମଦା ଥାନା ଠାରୁ ମାତ୍ର ୧ କିମି ଦୂର ଵାନ୍ଦଦୁମା ଗ୍ରାମରେ | ଵାନ୍ଦଦୁମା ଗ୍ରାମର ଜଣେ ଚାଷୀ ସକାଳୁ ନିଜ ବିଲକୁ ଚାଷ କାମରେ ଯାଇଥିବାବେଳେ ଏକ ଯୁବକର ମୃତ ଦେହ ପଡ଼ିଥିବା ଗାଁଲୋକଙ୍କୁ ଖବର ଦେଇଥିଲେ | ସେପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଜାରି ରଖିଛନ୍ତି ।

    ସୂଚନାଅନୁସାରେ, କଇ଼ଁପୁର ଗ୍ରାମରେ ପାଖାପାଖି ୩ ଦିନ ଧରି ପ୍ରସିଦ୍ଧ ଯନ୍ତାଳ ପର୍ବ ଚାଲୁ ରହିଛି । ମାନସିକଧାରୀ ମାନେ ପଡୋଶୀ ଝାଡଖଣ୍ଡ,ପଶ୍ଚିମବଙ୍ଗ ,ଜାମସେଦପୁର ସମେତ ବିଭିନ୍ନ ଅଂଚଳରୁ ହଜାର ହଜାର ସଂଖ୍ୟାରେ ଆସି ନିଜ ମାନସିକ ପୂରଣ ପାଇଁ ପୂଜାର୍ଚନା କରୁଥିବା ଦେଖିବାକୁ ମିଳିଛି | ତେବେ ବାନ୍ଦଦୁମା ଗ୍ରାମରେ ମଧ୍ୟ ଗତକାଲି ରାତିସାରା ଯାତ୍ରା ଚାଲିଥିଲା । ସ୍ଥାନୀୟ କମିଟି ତରଫରୁ ଯାତ୍ରା ,ମେଳା ମଧ୍ୟ ଆୟୋଜନ କରାଯାଇଛି ।

    ତେଣୁ ମେଳା ଦେଖିବାକୁ ଆସିଥିବା କିମ୍ବା ପଡୋଶୀ ଝାଡ଼ଖଣ୍ଡରୁ କେହି ମାରିଦେଇ ଏଠାରେ ଫିଙ୍ଗି ଦେଇ ପାରିଥାନ୍ତି ବୋଲି ସନ୍ଦେହ କରାଯାଉଛି । ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଜେନା ,ଏସଡିପିଓ ଗୋକୁଳାନନ୍ଦ ସାହୁ,ଯାତ୍ରା ଥାନାଧିକାରୀଣୀ ଅନିତା ସ୍ୱାଇଁଙ୍କ ସମେତ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛନ୍ତି । ମୃତ ଯୁବକଙ୍କ ପରିଚୟ ମିଳିନାହିଁ ।

  • କେସିଙ୍ଗା ରେଳ କର୍ତ୍ତୃପକ୍ଷଙ୍କ ସହ ବିଜେପି କର୍ମୀଙ୍କ ବୈଠକ

    କେସିଙ୍ଗା ରେଳ କର୍ତ୍ତୃପକ୍ଷଙ୍କ ସହ ବିଜେପି କର୍ମୀଙ୍କ ବୈଠକ

    କଳାହାଣ୍ଡି ( ସତ୍ୟ ନାରାୟଣ ମହାନନ୍ଦ ) ସମ୍ବଲପୁର ଡିଭିଜନର ସି ଆଇ ସତ୍ୟବ୍ରତ ସେଠ ଙ୍କ ସହ କେସିଙ୍ଗା ବିଜେପି କର୍ମୀ ଓ ରେଳ ଯାତ୍ରୀ ସଂଘ ର କାର୍ଯ୍ୟକର୍ତା ଙ୍କ ମଧ୍ୟରେ ଏକ ବୈଠକ ଆୟୋଜିତ ହୋଇଥିଲା | ତେବେ ପୂର୍ବରୁ ୨୯ ଅଗଷ୍ଟରେ ଭୁବନେଶ୍ୱର ଠାରେ ହୋଇଥିବା ଜେଡ ଆରସିସି ବୈଠକ ରେ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ କେସିଙ୍ଗା ରେଲୱେ ଷ୍ଟେସନ ର ବିଭିନ୍ନ ସମସ୍ୟା ଉପରେ ଚର୍ଚ୍ଚା କରିଥିଲେ | ସେହିପରି ଏହି ବୈଠକ ରେ ପ୍ଲାଟଫର୍ମ ୦୪ ରେ ଆଗରୁ ୬ ଗୋଟି ଟ୍ରେନ ରହୁଣି ଵୈବସ୍ଥା ଥିଲାବେଳେ ଆଉ ୪ଟି ଟ୍ରେନ ରହଣି ପାଇଁ ଅନୁରୋଧ କରାଯାଇଥିଲା | ଏବଂ ଟ୍ରେନ ନମ୍ବର ୧୨୮୦୭ ସମତା ଏକ୍ସପ୍ରେସ୍ ,୧୮୫୩୦ ବିଶାଖାପାଟମ ଦୁର୍ଗ ଏକ୍ସପ୍ରେସ୍ ,୧୩୩୫୨ ଅଲଲେପି ଧନବାଦ ଓ ୧୨୮୪୩ ପୁରୀ ଦୁର୍ଗ ଏକ୍ସପ୍ରେସ୍ ଗାଡି ର ରହଣି ପ୍ଲଟଫର୍ମ ୦୪ ରେ ଵୈବସ୍ଥା କରିବା ପାଇଁ ଯଥା ଶୀଘ୍ର ୧୦ ଗୋଟି ଗାଡି ର ପ୍ଲାଟଫର୍ମ ନମ୍ବର ୪ ରେ ରହଣି ପାଇଁ ବ୍ୟବସ୍ଥା କରାଯିବ ବୋଲି ସି ଆଇ ଆଶ୍ଵାସନ ଦେଇଥିଲେ | ସମ୍ବଲପୁର ରେଲୱେ ଡିଭିଜନ ସି ଆଇ ଙ୍କ ସହ ଏହି ବୈଠକ ରେ କେସିଙ୍ଗା ସି ଆଇ ରୋହିତ ମହାଲିଙ୍ଗ, ଏସ ଏମ ଡି କେ ରାଉତ ,ପୂର୍ବତନ ସଭାପତି ମଗନ ସିନ୍ଦୁର ,ପ୍ରଶାନ୍ତ ବାନାର୍ଜୀ ,ଉପ ସଭାପତି ପ୍ରିତେଶ ପଟେଲ, ସୁନୀଲ ଜୈନ,ଓ ବିମଲ ବାଗ ପ୍ରମୁଖ ଉପସ୍ଥିତ ଥିଲେ |