Category: ରାଜ୍ୟ ଖବର

  • ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ବିଦ୍ୟୁତ୍ କଟିବା ଘଟଣା, ପ୍ରତିବାଦରେ ବନ୍ଦ ପାଳନ

    ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ବିଦ୍ୟୁତ୍ କଟିବା ଘଟଣା, ପ୍ରତିବାଦରେ ବନ୍ଦ ପାଳନ

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ ବେଳେ ୯ ମିନିଟ୍ ବିଦ୍ୟୁତ୍ କଟିଯାଇଥିଲା । ଅନ୍ଧାରରେ ନିଜ ଅଭିଭାଷଣ ଜାରି ରଖିଥିଲେ ରାଷ୍ଟ୍ରପତି । ହେଲେ ଏଯାଏ କୌଣସି ପଦକ୍ଷେପ ନିଆଗଲାନି ଯାହା ଅତ୍ୟନ୍ତ ଲାଜର ବିଷୟ । ଏହାର ପ୍ରତିବାଦରେ ଆଜି ରାଇରଙ୍ଗପୁରରେ ୬ ଘଣ୍ଟିଆ ବନ୍ଦ ପାଳନ କରୁଛି ବିଜେପି ।

    ବନ୍ଦ ପାଳନ ଯୋଗୁଁ ବସ୍, ପରିବହନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସରକାରୀ କାର୍ଯ୍ୟାଳୟ, ଦୋକାନ, ବାଣିଜ୍ୟ ପ୍ରତିଷ୍ଠାନ ସବୁ ବନ୍ଦ ରହିଛି । ଏଥିରେ ପଶ୍ଚିମ ମୟୂରଭଞ୍ଜ ବିଜେପି ସଭାପତି ତଥା ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ବିଜେପି ନେତା ମନୋରଞ୍ଜନ ମହାନ୍ତି,ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର,ରାଜ୍ୟ ବିଜେପି ସଂପାଦକ ନବୀନ ରାମ,ସାଂସଦ ପ୍ରତିନିଧି ବରୁଣ ଦେ, ସଂଜୟ ନାୟକ, ନାରୀନେତ୍ରୀ ମିଥିଳା ଟୁଡୁ, ମିନତୀ ବଶା ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।

    ଗତ ୪ ତାରିଖରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାରିପଦାର ମହାରାଜା ପୂର୍ଣ୍ଣଚନ୍ଦ୍ର ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ଦେଉଥିବା ବେଳେ ୯ ମିନିଟ୍ ଯାଏ ବିଦ୍ୟୁତ୍ କଟିଯାଇଥିଲା । ଏହାର କୌଣସି ବ୍ୟବସ୍ଥା କରାଯାଇନଥିଲା । ଅନ୍ଧାରରେ ଅଭିଭାଷଣ ରଖିଥିଲେ ରାଷ୍ଟ୍ରପତି ଯାହା ଅପମାନର ବିଷୟ । ଏଥିପାଇଁ କେହି ବି ଅନୁତାପ କଲେନି କି କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି । ତେଣୁ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଶାନ୍ତିଶୃଙ୍ଖଳାର ସହ ବନ୍ଦ ପାଳନ କରାଯାଇଛି ।

    ଏଭଳି ବନ୍ଦ ପାଳନକୁ ସମର୍ଥନ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ । ରାଷ୍ଚ୍ରପତିଙ୍କୁ ଅପମାନିତ ପରେ ଏଯାଏ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର କୌଣସି ପଦକ୍ଷେପ ନେଲେନି । କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ନିରବଦ୍ରଷ୍ଟା ସାଜିଛନ୍ତି ରାଜ୍ୟ ସରକାର । ତେଣୁ କାର୍ଯ୍ୟାନୁଷ୍ଠାନରେ ପ୍ରତିବାଦରେ ହୋଇଥିବା ବନ୍ଦ ପାଳନକୁ ମୁଁ ସମର୍ଥନ ଜଣାଉଛି ବୋଲି କହିଛନ୍ତି ସୁର ରାଉତରାୟ ।

  • ଅଗ୍ନିଶମ ଡିଜି ଦାୟିତ୍ୱ ନେଲେ ସୁଧାଂଶୁ ଷଡଙ୍ଗୀ

    ଅଗ୍ନିଶମ ଡିଜି ଦାୟିତ୍ୱ ନେଲେ ସୁଧାଂଶୁ ଷଡଙ୍ଗୀ

    ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଓଡ଼ିଆ ଆଇପିଏସ  ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ l ୧୯୯୯୦ବ୍ୟାଚର ଏହି ଆଇପିଏସ  ଅଧିକାରୀ ରାଜ୍ୟର ୫୪ ତମ ଡିଜି ଭାବେ କଟକ ମୁଖ୍ୟାଳୟରେ ଦାୟିତ୍ୱ ନେଇଛନ୍ତି। କିଛି ଦିନ ତଳେ ଷଡଙ୍ଗୀଙ୍କୁ ଡିଜି ପଦକୁ ପଦୋନ୍ନତି ଦେଇ ଥିଲେ ରାଜ୍ୟ ସରକାର ଏବଂ ଗତ ସପ୍ତାହରେ ତାଙ୍କୁ ଅଗ୍ନିଶମ ନିର୍ଦେଶକ ଭାବେ ନୂଆ ନିଯୁକ୍ତି ମିଳିଥିଲା l

    ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ପୂର୍ଵରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ସହ ପୋଲିସ କମିଶନର ଭାବେ ଦକ୍ଷତାର ସହ କାର୍ଯ୍ୟ କରିସାରିଛନ୍ତି । ଆଜି ସକାଳ ପ୍ରାୟ 8 ଟା ବେଳେ କଟକ ସ୍ଥିତ ଅଗ୍ନିଶମ ବିଭାଗର ମୁଖ୍ୟ କାର୍ଯ୍ୟାଳୟରେ ସେ କାର୍ଯ୍ୟକାରୀ ନିର୍ଦେଶକ ବିନୟତୋଷ ମିଶ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।

    ଓଡିଶା ଅଗ୍ନିଶମ ବିଭାଗ ସାରା ଦେଶରେ ସୁନାମ ଅର୍ଜନ କରିଛି । ଯେତେବେଳେ ଯେଉଁ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଇଛି, ରାଜ୍ୟ ଅଗ୍ନିଶମ ବାହିନୀ ସେଠାରେ ଦକ୍ଷତାର ସହ କାର୍ଯ୍ୟ ନିର୍ବାହ କରି ଧନ ଜୀବନ ରକ୍ଷାକରିଛି ଓ  ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି। ଏହି ବିଭାଗର ଗୁରୁତ୍ୱକୁ ବୁଝି ଷଡଙ୍ଗୀଙ୍କ ପରି ଜଣେ ଅଧିକାରୀଙ୍କୁ ସରକାର ଅବସ୍ଥାପିତ କରିଛନ୍ତି।  ଆଗାମୀ ଦିନରେ ଏହି କାର୍ଯ୍ୟଧାରାକୁ ବଜାୟ ରଖାଯିବ ବୋଲି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଷଡଙ୍ଗୀ ।

    ଅଗ୍ନିଶମ ବିଭାଗ ଆଜି ସାରା ବିଶ୍ୱରେ ଆପାତକାଳୀନ first responder ଭାବରେ ଦେଶ  ତଥା ଦେଶ ବାହାରେ ସୁନାମ ଅର୍ଜନ କରିଛି । ଏହା କୌଣସି ଅଧିକାରୀ ବା କର୍ମଚାରୀଙ୍କ ପାଇଁ ନୁହେଁ ଏହା ଏକ ମିଳିତ କାଯ୍ୟପନ୍ଥା ଯାହାକୁ ଆଗକୁ ବଜାୟ ରଖିବି ବୋଲି ନିଜ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ନୂତନ ଡିଜି ସୁଧାଂଶୁ ଷଡ଼ଙ୍ଗୀ 

  • ରାସ୍ତା ପାଇଁ ହନ୍ତସନ୍ତ ୪୦ ହଜାର ଲୋକ, ପ୍ରଶାସନ ସବୁ ଦେଖି ଚୁପ୍ ବସିଯାଇଛି

    ରାସ୍ତା ପାଇଁ ହନ୍ତସନ୍ତ ୪୦ ହଜାର ଲୋକ, ପ୍ରଶାସନ ସବୁ ଦେଖି ଚୁପ୍ ବସିଯାଇଛି

    କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଅନ୍ୟତମ ଜୀବନରେଖା ହେଉଛି ରାଜନଗର-ତାଳଚୁଆ ପୂର୍ତ୍ତ ବିଭାଗ ରାସ୍ତା । ଏହି ରାସ୍ତାର ନଳିତାପାଟିଆ ଠାରୁ ତାଳଚୁଆ ପ୍ରଯ୍ୟନ୍ତ ପ୍ରାୟ ୧୨ କି.ମି ୪୫୦ ମିଟର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ରାସ୍ତା ର୍ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି । ହେଲେ ଆଜି ବି ଏହି ରାସ୍ତା ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ପ୍ରତିଦିନ ଶହ ଶହ ଗାଡିମୋଟର ଯିବା ଆସିବା କରୁଛି । ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ଖମା ଯୋଗୁଁ ଅନେକ ଦୁର୍ଘଟଣା ଘଟୁଛି ଆଉ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଉଛି ।

    ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦୧୭ ମସିହାରେ ୬ କୋଟିରୁ ଉଦ୍ଧ୍ବ ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ କରାଯାଇଥିଲା । ନିର୍ମାଣ ସରିବାର ମାସଟିଏ ନପୁରୁଣୁ ଏହି ରାସ୍ତା ତାଡି ହୋଇଯାଇଥିଲା । ୬ ବର୍ଷ ପୂରିବାକୁ ବସିଥିଲେ ମଧ୍ୟ ରାସ୍ତା ନିର୍ମାଣ ଶେଷ ନହେବାରୁ ୨ ରୁ ୩ ଫୁଟ ଖାଲ ହୋଇଯାଇଛି, ଯାହା ଅସରାଏ ବର୍ଷା ହେଲେ ଗାଡିଆର ଭ୍ରମ ସୃଷ୍ଟିକରୁଛି । ଏହି ରସ୍ତା ଉପରେ ଖମାରସାହି, ଡାଙ୍ଗମାଳ, କୃଷ୍ଣନଗର, ତାଳଚୁଆ, ବାଘମାରୀ, ରଙ୍ଗଣୀ ଓ କେରୁଆଁପାଳ ପଚାଂୟତର ୪୦ ହଜାରରୁ ଉଦ୍ଧ୍ୱ ଲୋକ ନିର୍ଭର କରିଥାନ୍ତି । ଏଭଳି ଏକ ସମ୍ବେଦନଶୀଳ ରାସ୍ତାରେ ଗ୍ରାମ୍ୟ ଉନ୍ନୟନ ବିଭାଗ କୋଟିକୋଟି ଟଙ୍କାର କାମ କରିଥିଲେ ମଧ୍ୟ ଏହି ରାସ୍ତାରେ ବସ କିମ୍ବା ଟ୍ରକ ଯିବା ତ ଦୂରର କଥା, ବାଇକଟିଏ ଯିବା କଷ୍ଟକର ହୋଇପଡୁଛି । ମେଡିକାଲକୁ ଆମ୍ବୁଲାନ୍ସ ଗର୍ଭବତୀ ମହିଳାଙ୍କୁ ନେଇ ଯାଉଥିବା ବେଳେ ଏହି ରାସ୍ତାରେ ଫସି ଯାଉଛି । କେବଳ ଆମ୍ବୁଲାନ୍ସ ନୁହେଁ, ଅନେକ ସମୟରେ ଯାତ୍ରୀ ବାହୀ ବସ ମଧ୍ୟ ଏହି ରାସ୍ତାରେ ଫସି ଯାଇଥିବା ଦେଖିବାକୁ ମିଳିଛି ।

    ତାଳଚୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆମ୍ବୁଲାନ୍ସ ସେବା ବନ୍ଦ ହୋଇଯାଇଛି । ଗର୍ଭବତୀ ହେଉ କିମ୍ବା ଗୁରୁତର ରୋଗୀ ଡାଙ୍ଗମାଳ ପର୍ଯ୍ୟନ୍ତ ନିଜ ଚେଷ୍ଟାରେ ଆସିବା ପରେ ଆମ୍ବୁଲାନ୍ସ ସେବା ପାଇବ । ଅପରପକ୍ଷେ ଡାଙ୍ଗମାଳ ଠାରୁ ଡାଲଖାଇ ଛକ ଜଙ୍ଗଲ ପାଶ୍ୱ ର୍ପୂର୍ତ୍ତ ବିଭାଗ ରାସ୍ତା ଅବସ୍ଥା କହିଲେ ନସରେ । ମରାମତି ନାମରେ ବିଭାଗ ଲକ୍ଷାଧିକ ଟଙ୍କା ଚଳୁ କରିଦେଇଛି । ବିଭାଗ ଏହି ରାସ୍ତାର ମରାମତି ନାମରେ ଦୁଇଟି ପର୍ଯ୍ୟାୟରେ ୬୫ ଲକ୍ଷ ଟଙ୍କା ଚଳୁ କରିଦେଇଥିବା ଅଭିଯୋଗ ହୋଇଛି । ଏହି ୭ଟି ପଚାଂୟତର ଲୋକେ ରାସ୍ତାର ଦୂରାବସ୍ଥା ନେଇ ବାରମ୍ବାର ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଅଭିଯୋଗ କରିଆସୁଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଛାତ୍ର ଛାତ୍ରୀ ମାନେ ମଧ୍ୟ ଉଚ୍ଚଶିକ୍ଷାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛନ୍ତି ।

    ବ୍ଲକ ସଦର ମହକୁମା ଠାରୁ ୪୦କି.ମି ଦୂରରେ ଥିବା ଏହି ଅଂଚଳରେ ସାମୁଦ୍ରୀକ ଥାନା ଗ୍ରାମ୍ୟ ବ୍ୟାଙ୍କ ଓ ସ୍ୱାସ୍ଥ୍ୟକେନ୍ଦ୍ର ଥିବା ବେଳେ ରାଜନଗର ବ୍ଲକ ତହସିଲ, କଲେଜ ଓ ଜିଲ୍ଲା ସଦର ମହକୁମାକୁ ଯିବା ଆସିବା ପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପ୍ରଶାସନ ଯୁଦ୍ଧକାଳୀନ ଭିତିରେ ଏହି ରାସ୍ତା ଅବସ୍ଥା ନସୁଧାରିଲେ, ସଦର ମହକୁମାଠାରୁ ଏହି ଗାଁ ଗୁଡିକ ଆଗାମୀ ଦିନରେ ବିଛିନ୍ନ ହେବାର ଆଶଙ୍କା ସୃଷ୍ଟି ହେଉଛି । ଅପର ପକ୍ଷରେ ଗମନା ଗମନରେ ଏପରି ଅସୁବିଧା ହେଉଥିବାରୁ ସେମାନେ ବିକଳ୍ପ ଭାବରେ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହୋଇ ଭଦ୍ରକ ଜିଲ୍ଲା ଉପରେ ଅଧିକ ନିର୍ଭର କରୁଥିବା ଜଣାପଡିଛି । ଏନେଇ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ପଚାରିବାରୁ ରାସ୍ତାର ଶୋଚନୀୟ ଅବସ୍ଥା ସ୍ୱୀକାର କରିବା ସହ, ଟେଣ୍ଡର ସରିଛି ଖୁବଶୀଘ୍ର ରାସ୍ତା କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି । ହେଲେ ଲୋକଙ୍କ ଭିତରେ ସେହି ଗୋଟିଏ ପ୍ରଶ୍ନ, ଆମ ପ୍ରତିଶୃତି ସବୁବେଳେ ମିଳୁଛି କିନ୍ତୁ ଫଳ କିଛି ମିଳୁନି ।

  • ଗାଇସିଲଟ ଥାନାଧିକାରୀଙ୍କ ଅଫିସ ସହ ୪ ସ୍ଥାନରେ ଭିଜିଲାନ୍ସ ରେଡ

    ଗାଇସିଲଟ ଥାନାଧିକାରୀଙ୍କ ଅଫିସ ସହ ୪ ସ୍ଥାନରେ ଭିଜିଲାନ୍ସ ରେଡ

    ବରଗଡ ଜିଲ୍ଲା ଗାଇସିଲଟ ଥାନାରେ ଭିଜିଲାନ୍ସ ଟିମ। ଥାନାଧିକାରୀଙ୍କ ଦୁର୍ନୀତିରେ ଲିପ୍ତ ଅଭିଯୋଗ ଆଧାରରେ ଭିଜିଲାନ୍ସ ଗାଇସିଲଟ ଥାନାରେ ପହଞ୍ଚି ଛାନଭିନ କରିବା ସହ ଥାନାଧିକାରୀଙ୍କ ବାସ ଭବନ ପରି ୪ଟି ସ୍ଥାନରେ ମଧ୍ୟ ରେଡ କରୁଛି। ଗାଇସିଲଟ ଥାନାର ଇନଚାର୍ଜ ବୀରବର ଭଗତ ଏବେ ଅଡୁଆରେ। ସମ୍ବଲପୁର ଭିଜିଲାନ୍ସ କୋର୍ଟର ସ୍ପେସାଲ ଜଜଙ୍କ ଦ୍ୱାରା ଜାରି ୱାରେଣ୍ଟ ଆଧାରରେ ଏହି ସର୍ଚ୍ଚ ଚାଲିଥିବା ରାଜ୍ୟ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

    ଗାଇସିଲଟ ଥାନା ଅଧିକାରୀ ବୀରବର ଭଗତଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ବହି ଅଭିଯୋଗ ହେଇଥିଲା ଭିଜିଲାନ୍ସ ନିକଟରେ। ଏହି ଅଭିଯୋଗ ଆଧାରରେ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ଆଜି ବଡି ଭୋରୁ ଭଗତଙ୍କ କାର୍ଯ୍ୟାଳୟ ସହ ଗାଇସିଲଟରେ ଥିବା ଘର ସହ ଅତାବିରାର ଟାଙ୍ଗରପାଲି ତଥା ସମ୍ବଲପୁରରେ ଥିବା ଘର ଉପରେ ଚଢାଉ କରିଛି। ଏହି ଚଢାଉରେ ସମ୍ୱଲପୁର, ବରଗଡ ଓ ସୋନପୁରର ଭିଜିସାନ୍ସ ଟିମ ନିୟୋଜିତ ଥିବା ବେଳେ ଟିମରେ ୨ ଡିଏସପି, ୭ ଇନସ୍ପେକ୍ଟର, ୨ ଏଏସଆଇ ଓ ଅନ୍ୟ କର୍ମଚାରୀ ରହିଛନ୍ତି।  

    ଏଠାରେ କହି ରଖୁ କି ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭିଜିଲାନ୍ସ ବିଭାଗ ଆକ୍ଚିଭ ରହିଛି। ଗତକାଲି ଏହି କ୍ରମରେ ବୀରମହାରାଜପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର କନିଷ୍ଠ ସହକାରୀ ଗୋଲକ ବିହାରୀ ପୋଢଙ୍କୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଥିଲା ଭିଜିଲାନ୍ସ। ସେହିପରି ଗତ ୧୮ ତାରିଖରେ ଭୁବନେଶ୍ୱର  ଖାଦ୍ୟ ସୁରକ୍ଷା କମିଶନର ବିଭାଗୀୟ ଅଧିକାରୀ ଗିରିଜା ଶଙ୍କର ଦାସ ଏକ ଔଷଧ ଦୋକାନର ଫାର୍ମାସିଷ୍ଟଙ୍କ ନାମ ପରିବର୍ତ୍ତନ କରିବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ସେହିଦିନ ଭଞ୍ଜନଗର ଆଡିସିନାଲ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ  ସାହୁଙ୍କୁ ଏକ ଡିଏ କେଶରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

    ମେ ୧୭ରେ ଅରୁଣ ନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ , ବେଗୁନିଆପଡା ବ୍ଲକ , ଗଞ୍ଜାମ ଜଣେ ଅଭିଯୋଗକାରୀଙ୍କଠାରୁ ବାର୍ଦ୍ଧକ୍ୟ ଭତ୍ତା ମଞ୍ଜୁରୀ ପାଇଁ ତାଙ୍କର ତଥା ଅନ୍ୟାନ୍ୟ ଯୋଗ୍ୟ ଆବେଦନକାରୀଙ୍କ ସପକ୍ଷରେ ଅନୁସନ୍ଧାନ ରିପୋର୍ଟ ଦେବା ନିମନ୍ତେ ₹୬,୦୦୦ ଟଙ୍କା ଲାଞ୍ଚନେଇ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରିଥିଲା।

  • ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: ନବୀନଙ୍କ ଗୁଡବୁକରେ କାହାର ନାଁ ?

    ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: ନବୀନଙ୍କ ଗୁଡବୁକରେ କାହାର ନାଁ ?

    ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ଶେଷ ହୋଇଛି । ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ୩ ବିଧାୟକ । ସେମାନଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଏବଂ ଦଳୀୟ ନେତା ଓ କର୍ମୀଙ୍କ ଉପସ୍ଥିତିରେ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡିଂ ଏବଂ ଶାରଦା ପ୍ରସାଦ ନାୟକ ମନ୍ତ୍ରୀଭାବେ ଶପଥଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ପରେ ଏବେ କାହାକୁ କେଉଁ ଦାୟିତ୍ୱ ମିଳିବ ସେ ନେଇ ଜୋରଦାର ଚର୍ଚ୍ଚା । ସସପେନ୍ସରେ ନେତା ଓ ସମୀକ୍ଷକ । କିଏ କେଉଁ ବିଭାଗ ସମ୍ଭାଳିବେ । ଶୁଣାଯାଉଛି କିଛି ମନ୍ତ୍ରୀଙ୍କ ବିଭାଗ ବଦଳିବ । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ପୁଣି ନୂଆ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ ହେବ ।

    ଗଞ୍ଜାମ ଜିଲ୍ଲାର ଜଣେ ଲୋକପ୍ରିୟ ତଥା ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ । ବିଭିନ୍ନ ବିଭାଗ ସମ୍ଭାଳିଥିବା ବେଳେ ବାଚସ୍ପତି ଦାୟତ୍ୱ ତୁଲାଇଛନ୍ତି । ତେଣୁ ତାଙ୍କୁ କେଉଁ ବିଭାଗ ଦିଆଯିବ ସେ ନେଇ ଚର୍ଚ୍ଚା ଜୋର ଧରିଛି । ସେହିପରି ସୁଦାମ ମାର୍ଣ୍ଡି ପୂର୍ବରୁ ମନ୍ତ୍ରୀ ପଦରେ ଥିଲେ । ହେଲେ ଏବେ ସୁପ୍ରିମୋ କେଉଁ ବିଭାଗ ଦେବେ ତାକୁ ନେଇ ସସପେନ୍ସ ବଢ଼ିଛି । ସେହିପରି ବରିଷ୍ଠ ନେତା ଶାରଦା ନାୟକଙ୍କୁ କେଉଁ ଡିପାର୍ଟମେଣ୍ଟ ଦେବେ ମୁଖ୍ୟମନ୍ତ୍ରୀ ସେ ନେଇ ସମସ୍ତଙ୍କ ଅପେକ୍ଷା । ଦଳୀୟ ସୁପ୍ରିମୋ ଯେପରି ନୂଆ ମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିଛନ୍ତି,ସେଥିରୁ ବିଜେଡିର ସାଂଗଠନିକ ରଣନୀତିର ସ୍ପଷ୍ଟ ଆଭାସ ମିଳୁଛି । ମୟୂରଭଞ୍ଜ,ଗଞ୍ଜାମ ଓ ସୁନ୍ଦରଗଡ଼ରେ ଦଳର ସଂଗଠନକୁ ଅଧିକ ମଜଭୁତ୍‌ କରିବା ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ହୋଇଛି । ବିଜେଡି ସବୁଠାରେ ବାଜି ମାରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏବେଠୁ ରଣନୀତି ଜୋରଦାର କରାଯାଇଛି ।

    ସେପଟେ ପରବର୍ତ୍ତୀ ବାଚସ୍ପତି କିଏ ହେବେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି । ପୁରୁଣା ମନ୍ତ୍ରୀଙ୍କ ବିଭାଗ ବଦଳିବା ସମ୍ଭାବନା ଥିବାବେଳେ ଦେବୀପ୍ରସାଦ ମିଶ୍ର, ଅମର ଶତପଥୀଙ୍କ ପରି ନେତାଙ୍କୁ ବାଚସ୍ପତି ପଦ ମିଳିବା ସମ୍ଭାବନା ରହିଛି । ଗତ ୧୨ ତାରିଖରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଦୁଇ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ । ପୂର୍ବରୁ ନବ ଦାସଙ୍କ ହତ୍ୟା ପରେ ମନ୍ତ୍ରିମଣ୍ଡଳରେ ଗୋଟିଏ ଆସନ ଖାଲି ପଡ଼ିଥିଲା । ତେଣୁ ଏହି ୪ଟି ପଦ ପୂରଣ ହେବା ସହ ଅନ୍ୟ ମନ୍ତ୍ରୀଙ୍କ ଡିପାର୍ଟମେଣ୍ଟ ବି ବଦଳିବ ।

  • ଅଧା ରାସ୍ତାରେ ଅଟକି ରହିଲା ବନ୍ଦେ ଭାରତ ଏକ୍ସପ୍ରେସ, ଯାତ୍ରୀ ହନ୍ତସନ୍ତ

    ଅଧା ରାସ୍ତାରେ ଅଟକି ରହିଲା ବନ୍ଦେ ଭାରତ ଏକ୍ସପ୍ରେସ, ଯାତ୍ରୀ ହନ୍ତସନ୍ତ

    ଅଧାବାଟରେ ଅଟକିଲା ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭଦ୍ରକ ମଞ୍ଜୁରୀ ରୋଡରେ ଟ୍ରେନ୍ ଅଟକିଯିବାରୁ ଯାତ୍ରୀ ହନ୍ତସନ୍ତ । ଦୀର୍ଘ ସମୟ ଧରି ଟ୍ରେନ୍ ଅଟକିବା ସହ ମୁଖ୍ୟଦ୍ୱାର,ଝରକା ଖୋଲୁ ନଥିବାବେଳେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟ କାମ କରୁନାହିଁ । ତେବେ ଯାତ୍ରୀମାନେ ଜରୁରୀକାଳୀନ ଡୋର ଏବଂ ଝରକା ଖୋଲିଥିବା ସୂଚନା ମିଳିଛି । ଗତ ୧୮ ତାରିଖରେ ଆରମ୍ଭ ଟ୍ରେନର ଦୁରବସ୍ଥାକୁ ନେଇ ସମସ୍ତଙ୍କ ମଧ୍ୟରେ ଉଦବେଗ ସୃଷ୍ଟି କରିଛି । କାଳବୈଶାଖୀ ଯୋଗୁଁ ଗଛ ପଡ଼ି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ରେଳ ବିଭାଗ କହିଥିଲେ ସୁଦ୍ଧା ଏହା ପ୍ରକୃତିରେ ବିଭାଗର ଅବହେଳା ବୋଲି ଜଣାପଡ଼ିଛି ।

    ଅପରାହ୍ଣ ୪ଟା ୩୦ରୁ ଯାନ୍ତ୍ରିକ ତ୍ରୁଟି କାରଣରୁ ବ୍ରିଜ ଉପରେ ଟ୍ରେନ ଅଟକି ରହିଛି । ଦୀର୍ଘ ୨ ଘଣ୍ଟା ପରେ ମଧ୍ୟ ରେଳ କର୍ମଚାରୀମାନେ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବାରେ ଫେଲ୍ ମାରିଥିଲେ । ବିଳମ୍ବରେ ଘଟଣାସ୍ଥଳକୁ ଏକ ଟେକ୍ନିକାଲ୍ ଟିମ୍ ଯାଇଥିଲା । ଏକ ଡିଜେଲ ଇଞ୍ଜିନ କୋଲକାତାରୁ ଅଣାଯାଇ ଟ୍ରେନକୁ ଟାଣି ନେବା ଲାଗି ବ୍ୟବସ୍ଥା କରାଯାଇଛି । ଏହି ଘଟଣା ଏବେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

  • ପଶ୍ଚିମରେ ତାତି ଅସମ୍ଭାଳ, ରାଜ୍ୟର କିଛି ସ୍ଥାନରେ ବର୍ଷା ଆଶଙ୍କା

    ପଶ୍ଚିମରେ ତାତି ଅସମ୍ଭାଳ, ରାଜ୍ୟର କିଛି ସ୍ଥାନରେ ବର୍ଷା ଆଶଙ୍କା

    ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା । ଦିନ ସାଢ଼େ ଦୁଇଟା ସୁଦ୍ଧା ସମ୍ବଲପୁର ହୋଇଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଏହାର ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ହୀରାକୁଦରେ ୪୧.୮,ଝାରସୁଗୁଡାରେ ୪୦.୪ ଡିଗ୍ରୀ ରହିଛି । ସେହିପରି ଚାନ୍ଦବାଲିରେ ୪୦,ଭୁବନେଶ୍ବରରେ ୩୮.୮ ଏବଂ ବାଲେଶ୍ବରର ତାପମାତ୍ରା ୩୫.୮ ଡିଗ୍ରୀ ରହିଛି । କେନ୍ଦୁଝରରେ ୩୫.୪,ପୁରୀରେ ୩୪,ପାରାଦୀପରେ ୩୩.୪,ଗୋପାଳପୁରରେ ୩୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଣିପାଗ ସ୍ଥିତି ସମାନ ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

    ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବ । କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବା ଆଶଙ୍କା ମଧ୍ୟ ରହିଛି । ସେପଟେ କାଲିଠାରୁ କାଳବୈଶାଖୀ ଦୁର୍ବଳ ହେବା ସମ୍ଭାବନା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ଉପକୂଳର କିଛି ଜିଲ୍ଲାରେ ବର୍ଷା ହୋଇପାରେ । ଆଭ୍ଯନ୍ତରୀଣ ଓଡ଼ିଶାରେ ତାତି ଅଧିକ ରହିବା ନେଇ ସୂଚନା ମିଳିଛି ।

    ଗତକାଲି କାଳବୈଶାଖୀ ପ୍ରଭାବରେ ୧୧ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ସେହି ସ୍ଥାନ ଗୁଡ଼ିକରେ ଆସନ୍ତାକାଲିଠାରୁ ତାପମାତ୍ରା ବୃଦ୍ଧି ପାଇବ । ସେପଟେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ମୌସମୀ ସକ୍ରିୟ ରହିଛି । ଆଣ୍ଡାମାନ ଓ ନିକୋବର ଦ୍ବୀପର ବିଭିନ୍ନ ଅଂଶକୁ ଅଗ୍ରସର ହେବା ପାଇଁ ସ୍ଥିତି ଅନୁକୂଳ ରହିଛି । ତେବେ ମୌସୁମୀ ଓଡ଼ିଶା କେବେ ଛୁଇଁବ ସେନେଇ କୌଣସି ଆକଳନ କରାଯାଇନଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ ।

  • ଟିପିସିଓଡିଏଲର ମନମୁଖିରେ ଅତିଷ୍ଠ ଉପଭୋକ୍ତା

    ଟିପିସିଓଡିଏଲର ମନମୁଖିରେ ଅତିଷ୍ଠ ଉପଭୋକ୍ତା

    ନିଶାରେ ଟାଟା ପାୱାର କର୍ପୋରେସନ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ। ମନ ଇଛା ଲୋକଙ୍କ ଉପରେ ଚଳାଇଛି ଜୁଲମ। ପୂର୍ବରୁ ଅଧିକ ଇଲେକ୍ଟ୍ରିସିଟି ବିଲକୁ ନେଇ ଅଭିଯୋଗ ହୋଇଆସୁଥିବା ବେଳେ ମେ’ ମାସରେ ଜନୈକ ବ୍ୟକ୍ତିଙ୍କର ବିଦ୍ୟୁତ୍ ବିଲ ପ୍ରମାଣିତ କରି ଦେଉଛି କି, କିପରି ଟାଟା ପାୱାର ନିଶାସକ୍ତ ଅବସ୍ଥାରେ ରହିଛି। ଗୋଟିଏ ମାସରେ ବ୍ୟକ୍ତିଙ୍କୁ ମିଳିଛି ୭ କୋଟି ଟଙ୍କାର ବିଦ୍ୟୁତ ଶୁଳ୍କ। ଆଉ ବିଲ ପାଇ କିଛି କ୍ଷଣ ପାଇଁ ବ୍ୟକ୍ତି ହରାଇବସିଥିଲେ ମାନସିକ ସ୍ଥିରତା। ମୁଣ୍ଡ ହୋଇଯାଇଥିଲା ସମ୍ପୂର୍ଣ୍ଣ ଶୂନ।

    ଏକ ସାଧାରଣ ପରିବାରର ଇଲେକ୍ଟ୍ରିସିଟି ମାସକୁ ଅନ୍ୟୁନ ୫୦୦ ଟଙ୍କାରୁ ୧୦୦୦ ଟଙ୍କା ଭିତରେ ଆସିବ। ବର୍ତ୍ତମାନ ଗ୍ରୀଷ୍ମ ଋତୁ ହୋଇଥିବାରୁ ଏସି ବ୍ୟବହାର କରୁଥିଲେ ତାହା ସର୍ବାଧିକ ୩୦୦୦କୁ ଛୁଇଁଥିବା। କିନ୍ତୁ ସ୍ମାର୍ଚ ସିଟି ଭୁବନେଶ୍ୱରର ନିଳାଦ୍ରୀ ବିହାରରେ ରହୁଥିବା ଦୁର୍ଗା ପ୍ରସାଦ ପଟ୍ଟନାୟକଙ୍କ ମେ ମାସର ଇଲେକ୍ଟ୍ରିସିଟ ବିଲ ମିଳିଛି ୭.୯୦ କୋଟିର। ବିଲଟି ହାତକୁ ଆସିବା ପରେ ସେ ହତବାକ୍ ହୋଇଯାଇଥିଲେ। ପଟ୍ଟନାୟକ ଏକ ଭଡା ଘରେ ରହୁଛନ୍ତି।

    ପଟ୍ଟନାୟକ ବିଲ ସମ୍ପର୍କରେ କୁହନ୍ତି କି, ମାର୍ଚ୍ଚ ମାସରେ ତାଙ୍କ ଘରର ଇଲେକ୍ଟ୍ରି ମିଟର ପରିବର୍ତ୍ତନ କରି ସ୍ମାର୍ଟ ମିଟର ଲଗାଇଥିଲେ। ଏହା ପରେ ମାର୍ଚ୍ଚରେ ୨୪୦୦ ଟଙ୍କାର ବିଲ ପାଇଥିବା ବେଳେ ଏପ୍ରିଲରେ ବିଲ ଆସିଥିଲା ୬୦୦୦ ଟଙ୍କା। କିନ୍ତୁ ସ୍ମାର୍ଟ  ମିଟର ଲଗାଇବା ପୂର୍ବରୁ ଆସୁଥିଲା ୭୦୦ରୁ ..୨୪୦୦ ଟଙ୍କା ଭିତରେ।  ଏପ୍ରିଲରେ ୬୦୦୦ଟଙ୍କା ହୋଇଥିଲେ ବି ସେ ସେହି ଟଙ୍କା ପଇଠ କରିଥିଲେ ଏହା ଭାବି କି ହୁଏତ ନୂଆ ମିଟର ଲାଗିଥିବାରୁ କିଛି ପ୍ରୋସେସିଂ ଚାର୍ଜ ରହିଥିବ। କିନ୍ତୁ ମେ ମାସର ବିଲ ତାଙ୍କ ହୋସ ଉଡାଇ ଦେଇଥିଲା, ଯେତେବେଳେ ତାଙ୍କୁ ୭.୯୦ କୋଟି ଟଙ୍କା ଦେଖିଥିଲେ।

    Shutter speed study on a rotating ceiling fan

    ଏନେଇ ସେ ଡିପିସିଓଡିଏଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଟ୍ୱିଟ ଯୋଗେ। କିନ୍ତୁ ଏନେଇ ସେପଟରୁ ତାଙ୍କୁ କୌଣସି ଉତ୍ତର ମିଳିନାହିଁ ଏଯାବତ୍। ତେବେ ବିଲ ପଇଠ ନ କଲେ ବର୍ତ୍ତମାନର ଗରମ ଓ ଗୁଳୁଗୁଳିରେ ଯଦି ତାଙ୍କ ବିଦ୍ୟୁତ ସଂଯୋଗକୁ କାଟିଦିଆ ଯିବ ସେ କଣ କରିବେ? ଏହି ଚିନ୍ତା ତାଙ୍କ ରାତିର ନିଦ ହଜାଇଦେଲାଣି। ସେ ଏସମ୍ପର୍କରେ କମ୍ପାନୀରେ ଏକ ଅଭିଯୋଗ ମଧ୍ୟ କରିଛନ୍ତି, ତାର ବି ଉତ୍ତର ମିଳୁନାହିଁ କି କେହି ତାଙ୍କ ସହ ସମ୍ପର୍କ ସ୍ଥାପନ କରୁ ନାହାନ୍ତି ବୋଲି ସମ୍ପୃକ୍ତ ବ୍ୟକ୍ତି କହିବା ସହ ଚିନ୍ତା ପ୍ରକଟ କରିଛନ୍ତି।

  • ଓପିଏସ୍‌ସି ଦୁର୍ନୀତିର ଗନ୍ତାଘର ଏବଂ ବିଜେଡି ସରକାର ଏହାର ରିଙ୍ଗ୍ ମାଷ୍ଟର୍‌: ଇରାସିସ୍

    ଓପିଏସ୍‌ସି ଦୁର୍ନୀତିର ଗନ୍ତାଘର ଏବଂ ବିଜେଡି ସରକାର ଏହାର ରିଙ୍ଗ୍ ମାଷ୍ଟର୍‌: ଇରାସିସ୍

    ରାଜ୍ୟର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କ ଭବିଷ୍ୟତ ପାଇଁ ଆଦୈା ଚିନ୍ତିତ ନୁହଁନ୍ତି ବିଜେଡି ସରକାର । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତିକୁ ନେଇ ବହୁ ଦୁର୍ନୀତି ଓ ଅନିୟମିତତା ପଦାକୁ ଆସିଛି । ଅତୀତରେ ଆରଆଇ ଓ ଅମିନ ପରୀକ୍ଷାରେ ଦୁର୍ନୀତି ହୋଇଥିଲା। ରାଜ୍ୟରେ ଜାଲ୍ ସାର୍ଟିଫିକେଟ, ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଛି । ବିଜେଡି ସରକାରର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ସରକାରୀ ନିଯୁକ୍ତିରେ ଚଂଚକତା କରାଯାଇ ଯୁବକ ଯୁବତୀଙ୍କ ଭବିଷ୍ୟତକୁ ଅନ୍ଧକାରମୟ କରାଯାଉଥିବାବେଳେ ବର୍ତମାନ ଏଏସଓ ନିଯୁକ୍ତିରେ ଘୋଟାଲା ଛାତ୍ରଛାତ୍ରୀ ଓ ଯୁବକଯୁବତୀଙ୍କ ଭିତରେ ନିରାଶା ଓ ହତାସର ବାତାବରଣ ସୃଷ୍ଟି କରିଦେଇଛି । ଓଡ଼ିଶାର ଯୁବକଙ୍କ ଭବିଷ୍ୟତକୁ ନଷ୍ଟ କରିବାର ଅଧିକାର ରାଜ୍ୟ ସରକାରଙ୍କୁ କିଏ ଦେଲା ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।

    ସାମ୍ବାଦିକ ସମ୍ମିଳନୀ କରି ଆଚାର୍ଯ୍ୟ କହିଛନ୍ତି ଯେ, ଓପିଏସସି ଦ୍ୱାରା ଏଏସଓ ପରୀକ୍ଷା ସମ୍ପୂର୍ଣ୍ଣ ଅନୈତିକ । ୨୦୨୧-୨୨ରେ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ୭୯୬ଟି ଆସିଷ୍ଟାଂଟ ସେକ୍ସନ ଅଫିସର (ଏଏସଓ) ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଓ ଦେଢ଼ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ମୂଳରୁ ବିବାଦ ଘେରରେ ଥିବା ଏହି ପରୀକ୍ଷାରେ ୧୧୦୪ଜଣଙ୍କ ମେରିଟଲିଷ୍ଟରେ ନାଁ ପ୍ରକାଶିତ ହୋଇଥିଲା । ଏହା ପରେ ପ୍ରକାଶ ପାଇଥିବା ଚୂଡାନ୍ତ ତାଲିକାଟି ସଂପୂର୍ଣ୍ଣ ଅନୈତିକ ଭାବେ ପ୍ରସ୍ତୁତ ହେବାକୁ ନେଇ ମାନ୍ୟବର ହାଇକୋର୍ଟ କ୍ଷୋଭ ପ୍ରକାଶ କରି ପ୍ରକାଶିତ ମେଧା ତାଲିକାକୁ ରଦ୍ଦ କରିବା ସହିତ କଡା ଭାଷାରେ ଓପିଏସିକୁ ମଧ୍ୟ ତାଗିଦ୍ କରିଛନ୍ତି । ଏଥି ସହ ଆଉ ଥରେ ନୂତନ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ମାନ୍ୟବର ହାଇକୋର୍ଟ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି । ଏଏସଓ ପଦବୀ ପାଇଁ ପରୀକ୍ଷା ଦେଇଥିବା ଯୁବକଯୁବତୀଙ୍କ ଭବିଷ୍ୟତ କଣ ହେବ ? କେବଳ ସେତିକି ନୁହେଁ ଯେଉଁ ପରୀକ୍ଷାର୍ଥୀମାନେ ଉତୀର୍ଣ୍ଣ ହୋଇଛନ୍ତି ତାଙ୍କୁ ମଧ୍ୟ ପ୍ରତାରଣା କରିଛି ରାଜ୍ୟ ସରକାର । କାରଣ ତାଙ୍କ ପରିବାର ଏବଂ ସେମାନେ ମଧ୍ୟ ଓପିଏସ୍‌ସିର ଭୁଲ ପଦ୍ଧତି, ସରକାରଙ୍କ ଖାମଖିଆଲ ମନୋଭାବ ଓ ଦୁର୍ନୀତି ଯୋଗୁଁ ତାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶାସକ ବିଜେଡିର ଇଙ୍ଗିତରେ ଓପିଏସସି ବର୍ତମାନ ଦୁର୍ନୀତିର ଗନ୍ତାଘର ସାଜିଛି ଏବଂ ରାଜ୍ୟ ସରକାର ଏହାର ରିଙ୍ଗ୍ ମାଷ୍ଟର ସାଜିଛନ୍ତି ବୋଲି ଆଚାର୍ଯ୍ୟ କହିଛନ୍ତି ।

    ମୁଖ୍ୟମନ୍ତ୍ରୀ ନବୀନ ବାବୁ ବିଶ୍ୱଦରବାରରେ ୧ନଂ ବୋଲି ତାଙ୍କ ଦଳର ନେତା, ମନ୍ତ୍ରୀମାନେ ଡିଣ୍ଡିମ ପିଟୁଛନ୍ତି କିନ୍ତୁ ରାଜ୍ୟ ସରକାର ଓଡିଶାର ଲକ୍ଷ ଲକ୍ଷ ମେଧାବୀ, ଶିକ୍ଷିତ ଯୁବକଯୁବତୀଙ୍କୁ ଭବିଷ୍ୟତକୁ ନେଇ ଖେଳୁଛନ୍ତି । ଏ କ’ଣ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଗୁଡ ଗଭର୍ଣ୍ଣେନ୍ସର ମଡେଲରେ କି? ଏହା ୫ଟି ସରକାରର କେଉଁ ପ୍ରକାର ଟ୍ରାନ୍ସପରେନ୍ସି ? ରାଜ୍ୟ ସରକାରଙ୍କ ‘କଥା ନୁହେଁ କଠିନ ପରିଶ୍ରମର’ ମଡେଲ କି ବୋଲି ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେବା ଉଚିତ୍ ବୋଲି  ଆଚାର୍ଯ୍ୟ ଦାବୀ କରିଛନ୍ତି ।

    ଓଡ଼ିଶା ରାଜ୍ୟରେ ୮ଲକ୍ଷ ୮୦ହଜାର ୧୭୫ଜଣ ଏମ୍ପେ୍ଲଏମେଂଟ ଏକ୍ସଚେଞ୍ଜରେ ରେଜିଷ୍ଟେସନ କରିଛନ୍ତି । ରାଜ୍ୟ ସରକାର ବାରମ୍ବାର ଯୁବକମାନଙ୍କୁ ପ୍ରତାରଣା କରୁଛନ୍ତି । ୨୦୧୯ରେ ଓଡିଶା ପୋଲିସ ରିକ୍ର‌୍ୟୁଟମେଂଟ ବୋର୍ଡ (ଓପିଆରବି) ପରୀକ୍ଷାରେ ମଧ୍ୟ ବ୍ୟାପକ ଅନୀୟମିତତା କାରଣରୁ ଯୁବକଯୁବତୀମାନେ ଡିଜି ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ । ଓଏସଏସସି ବୋର୍ଡ ଚେୟାରମ୍ୟାନଙ୍କ ଘରୁ କୋଟି କୋଟି ଟଙ୍କା ସମ୍ପତି ଧରାପଡିଥିଲା । ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲା । କିନ୍ତୁ ଏହି କେସ୍ ତଦନ୍ତ ହେଲା କି ନାହିଁ ଓ କେଉଁ ଅଫିସର ଏଭଳି ଦୁର୍ନୀତିରେ ଲିପ୍ତ ଥିଲେ ତାହା ମଧ୍ୟ ପ୍ରକାଶ ପାଇଲା ନାହିଁ । ଓଡିଶାର ଶିକ୍ଷିତ ଯୁବକ ଯୁବତୀଙ୍କ ନିଯୁକ୍ତି କ୍ଷେତ୍ରରେ ହେଉଥିବା ଦୁର୍ନୀତି ଓ ଘୋଟାଲାର ତଦନ୍ତ ହେବ କି? ଯଦି ହେବ କେବେ ହେବ? ଦୋଷୀଙ୍କୁ ଦଣ୍ଡ ମିଳିବ ତ? ନିଯୁକ୍ତି ଦୁର୍ନୀତିର ଯେଉଁମାନେ ଲିପ୍ତ ଅଛନ୍ତି ସେମାନଙ୍କୁ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଅନ୍ତୁ ବୋଲି  ଆଚାର୍ଯ୍ୟ ଦାବୀ କରିଛନ୍ତି ।

  • କାହାକୁ ମିଳିବ ମନ୍ତ୍ରୀ ପଦ, ନବୀନଙ୍କ ଘୋଷଣାକୁ ଅପେକ୍ଷା

    କାହାକୁ ମିଳିବ ମନ୍ତ୍ରୀ ପଦ, ନବୀନଙ୍କ ଘୋଷଣାକୁ ଅପେକ୍ଷା

    ଆସନ୍ତାକାଲି ରାଜ୍ୟ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସକାଳ ୯ଟା ୫୦ ମିନିଟରେ ଶପଥ ନେବେ ନୂଆ ମନ୍ତ୍ରୀ । ଏ ନେଇ ସୂଚନା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ତେବେ, କେଉଁ ମନ୍ତ୍ରୀଙ୍କ ନାଁ ରହିଛି ସେ ନେଇ କୌଣସି ସୂଚନା ଦିଆଯାଇନି ।

    ୪ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମ୍ଭାବନା ରହିଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ମନ୍ତ୍ରୀପଦ ଖାଲି ରହିଛି । ଅନ୍ୟ ୨ ଜଣ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ଦେଇଛନ୍ତି । ଅନ୍ୟ ଜଣେ ମନ୍ତ୍ରୀ ଇସ୍ତଫା ଦେବା ଦେଇପାରନ୍ତି ଏଭଳି ସୂଚନା ମିଳୁଛି । ତେଣୁ ୪ ଜଣ ମନ୍ତ୍ରୀଭାବେ ଆସନ୍ତାକାଲି ଶପଥ ନେଇପାରନ୍ତି ।

    ବାଚସ୍ପତି ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିବାରୁ ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବା ନେଇ ଚର୍ଚ୍ଚା ହେଉଛି । ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନବନିର୍ବାଚିତା ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସୁଛି । ରାଉରକେଲା ବିଧାୟକ ସାରଦା ନାୟକ,ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ,ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ମନ୍ତ୍ରୀ ରେସରେ ଅଛନ୍ତି ।

    ଅନ୍ୟପଟେ, ଖାଲିଥିବା ବାଚସ୍ପତି ପଦ କାହାକୁ ଦିଆଯିବ ସେ ନେଇ ସସପେନ୍ସ ଲାଗି ରହିଛି । ତେବେ ବିଧାୟକ ପ୍ରଫୁଲ୍ଲ ସାମଲ, ଦେବୀପ୍ରସାଦ ମିଶ୍ର, ଅମରପ୍ରସାଦ ଶତପଥୀଙ୍କ ନାଁ ଚର୍ଚ୍ଚାକୁ ଆସୁଛି । ଏବେ ଅପେକ୍ଷା ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହାଁ ନାଁରେ ମୋହର ମାରୁଛନ୍ତି ।