Category: ରାଜ୍ୟ ଖବର

  • ବୌଦ୍ଧ: ଟ୍ରକ୍-ବୋଲେରୋ ଧକ୍କା, ଗଲା ୨ ଜୀବନ

    ବୌଦ୍ଧ: ଟ୍ରକ୍-ବୋଲେରୋ ଧକ୍କା, ଗଲା ୨ ଜୀବନ

    ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗିର 57ନଂ ଜାତୀୟ ରାଜପଥ କମଲପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଗଲା ୨ ଜଣଙ୍କ ଜୀବନ ।

    ଟ୍ରକ୍ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟି ବାଉଁଶୁଣି ଥାନା ପୋଲିସ କାର୍ଯ୍ୟାଳୟର ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ଜଗନ୍ନାଥ ମେହେର । ଅନ୍ୟ ଜଣେ ବୋଲେରୋ ଡ୍ରାଇଭର ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଛି । ଏଥିସହ ବାଉଁଶୁଣି ଥାନା ପୋଲିସ କାର୍ଯ୍ୟାଳୟର ଏଏସଆଇ ଏବଂ କନଷ୍ଟେବଲ ଗୁରୁତର ଅଛନ୍ତି । ସେମାନଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି ।

    ଆଜି ଭୋର୍ ସମୟରେ ବାଉଁଶୁଣୀ ଥାନାର ଏକ ଟିମ୍ କଟକ ଜିଲ୍ଲାରୁ ରେସ୍କ୍ୟୁ ଅପରେସନ୍ ସାରି ବୋଲେରୋରେ ଥାନାକୁ ଫେରୁଥିଲେ । ଏହି ସମୟରେ ଜନାପଙ୍କ ଫାଣ୍ଡି ଅନ୍ତର୍ଗତ କମଲପୁର ଛକରେ ସୋନପୁର ଆଡୁ ଆସୁଥିଲା ଏକ ଟ୍ରକ୍ । କମଲପୁର ଏବଂ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ବୋଲେରୋଟି ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ଜଣେ ପୋଲିସ୍ ହୋମଗାର୍ଡ ଓ ବୋଲେରୋ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ଆଉ ମାତ୍ର ୫ କିଲୋମିଟର ବାଟ ଯାଇଥିଲେ ସମସ୍ତେ ବାଉଁଶୁଣି ଥାନାରେ ପହଞ୍ଚିଥାନ୍ତେ । ହେଲେ ବିଧିର ବିଧାନ କିନ୍ତୁ ଆଉ କିଛି ଥିଲା । ଘଟଣାସ୍ଥଳରେ ହିଁ ୨ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି । ପୋଲିସ ଗାଡ଼ି ଜବତ କରି ଘଟଣାର ତଦନ୍ତ କରୁଛି ।

  • କେନ୍ଦୁଝର: ପ୍ରାପ୍ୟ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଜବକାର୍ଡଧାରୀ

    କେନ୍ଦୁଝର: ପ୍ରାପ୍ୟ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଜବକାର୍ଡଧାରୀ

    କେନ୍ଦୁଝର ସଦର ବ୍ଲକ୍ ରାଈସୁଆଁ ପଞ୍ଚାୟତ ଟାଙ୍ଗରତଳୀ ଗାଁ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛ । ମନରେଗା ଯୋଜନାରେ କାମ କରି ବହୁ ଜବକାର୍ଡଧାରୀ ଦୀର୍ଘ ଦିନ ହେଲା ନିଜର ପ୍ରାପ୍ଯ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହାର ପ୍ରତିବାଦରେ ସେମାନେ ପଞ୍ଚାୟତ ଅଫିସ ଘେରିଥିଲେ ।

    ଗତ ଆର୍ଥିକ ବର୍ଷରେ ଟାଙ୍ଗରତଳୀ କେଶରୀ ବନ୍ଧ ଖୋଳା କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ବନ୍ଧ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ିଥିଲା । ଚଳିତ ଆର୍ଥିକ ବର୍ଷରେ ପୁଣି ଥରେ ବନ୍ଧ ଖୋଳାଯାଇଥିଲା । ଏହି କାର୍ଯ୍ୟରେ ସ୍ଥାନୀୟ ଜବକାର୍ଡଧାରୀ ସାମିଲ ହୋଇଥିଲେ । ତେବେ କାମ ସରିଥିଲେ ସୁଦ୍ଧା ସେମାନଙ୍କୁ ନିଜର ପ୍ରାପ୍ୟ ଏଯାଏ ମିଳିନାହିଁ । ଏହାର ପ୍ରତିବାଦରେ ପରିବାର ସହ ଜବକାର୍ଡଧାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

    ନିଜର ପ୍ରାପ୍ୟ ପାଇବାରେ ବିଳମ୍ବ ଯୋଗୁଁ ଜବ କାର୍ଡଧାରୀ ପଞ୍ଚାୟତ ନିର୍ବାହୀ ଅଧିକାରୀ,ସରପଞ୍ଚ ଓ ଜିଆରଏସଙ୍କୁ ବାରମ୍ବାର ଜଣାଇଥିଲେ । ତେବେ ଏଥିରେ କୌଣସି ସୁଫଳ ମିଳିନନତିଲା । ଏହାର ପ୍ରତିବାଦରେ ଆଜି ସମସ୍ତ ଜବକାର୍ଡଧାରୀ ସଦର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଘେରାଉ କରିଥିଲେ । ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ପଞ୍ଚାୟତରେ ଏଭଳି ଘଟଣା ଘଟିବା ନୂଆ ନୁହେଁ, ବାରମ୍ବାର ବିଭିନ୍ନ ଯୋଜନାରେ ଅର୍ଥ ହେରଫେର ହେଉଛି । ବିଡିଓ ନିଜ ପ୍ରତିକ୍ରିୟା ଦେଇନଥିବା ବେଳେ ହିତାଧିକାରୀ କେବେ ସେମାନଙ୍କ ପ୍ରାପ୍ୟ ପାଇବେ ତାକୁ ଅପେକ୍ଷା ।

  • କାହା ନଜରରେ ପଡୁନି ନିମ୍ନମାନର ସରକାରୀ କାମ

    କାହା ନଜରରେ ପଡୁନି ନିମ୍ନମାନର ସରକାରୀ କାମ

    ଚାଲିଛି ନିର୍ମାଣ କାର୍ଯ୍ୟ, ହେଲେ କାମ ହେଉଛି ନିମ୍ନ ମାନର । ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଶଶ ଗ୍ରାମପଞ୍ଚାୟତରୁ । କୁଲଗୀ ଗ୍ରାମର ୱାର୍ଡ ନମ୍ବର ୨ ଓ ୩ର ଅଧିବାସୀଙ୍କ ନିମନ୍ତେ ଏକ କ୍ଲବ ଗୃହ ଆଦିବାସୀ ସମନ୍ବିତ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ନିର୍ମାଣ ହେଉଛି । ହେଲେ ଯେଉଁ ଠିକାଦାର ଏହାର ଦାୟିତ୍ବ ନେଇଛନ୍ତି ସେ ଏହାକୁ ଅତି ନିମ୍ନ ମାନର କରୁଛନ୍ତି । ଗୃହ ନିର୍ମାଣ ପାଇଁ ଯେତିକି ରୋଡ ଲାଗିବା କଥା, ତାହା ଲଗାଯାଉ ନାହିଁ । କେବଳ ସେତିକି ନୁହେଁ, ଏହି କ୍ଲବ ଗୃହଟିର ନିର୍ମାଣ ଖର୍ଚ୍ଚ କେତେ ରଖାଯାଇଛି, ତାହା ଏପର୍ଯ୍ୟନ୍ତ ସାଇନ ବୋର୍ଡରେ ଲେଖାଯାଇନଥିବା ଅଭିଯୋଗ ହୋଇଛି ।

    ତେବେ ଏତେ ନିମ୍ନ ମାନର କାମକୁ ନେଇ ୨ ଓ ୩ ନଂ ୱାର୍ଡର ଗ୍ରାମବାସୀ ମାନେ ପ୍ରବଳ ପ୍ରତିବାଦ କରିଛନ୍ତି । ସ୍ଥାନୀୟ ବାସିନ୍ଦା ଏହି କାମର ତଦାରଖ କରିବା ପରେ ହିଁ ଏହା ଜାଣିପାରିଥିଲେ । ଗ୍ରାମବାସୀ ଏହାକୁ ନେଇ ଉପର ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଏହା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି ।

  • କେନ୍ଦୁଝର: ଛିଡ଼ା ହୋଇଥିବା କାର୍ ସମ୍ପୂର୍ଣ୍ଣ ଜଳିଗଲା

    କେନ୍ଦୁଝର: ଛିଡ଼ା ହୋଇଥିବା କାର୍ ସମ୍ପୂର୍ଣ୍ଣ ଜଳିଗଲା

    କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ୪୯ନଂ କାଞ୍ଜିପାଣି ଥାନା ସମ୍ମୁଖରେ ଜଳିଗଲା କାର୍ । ଗାଡ଼ିରେ ଥିବା ଦୁଇ ଜଣ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ଦୁହେଁ ଏବେ ସୁରକ୍ଷିତ ଥିବା ଜଣାପଡ଼ିଛି । ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।

    ସୂଚନା ଅନୁଯାୟୀ ଅନୁଗୁଳରୁ ଏକ OD19E4444 କାର୍, କେନ୍ଦୁଝର ଅଭିମୁଖେ ଆସୁଥିଲା । କାଞ୍ଜିପାଣି ଥାନା ନିକଟ ରାସ୍ତା କଡ଼ରେ ଗାଡ଼ି ରଖିଥିଲେ ଡ୍ରାଇଭର । ସେଠାରୁ କେନ୍ଦୁ କିଣୁଥିବା ବେଳେ ହଠାତ୍ କାରଟି ହୁତୁହୁତୁ ହୋଇ ଜଳି ଉଠିଥିଲା । ଗାଡ଼ିଟିରେ ନିଆଁ ଲାଗିଥିବା ବେଳେ ନିଆଁ ଲିଭାଇବା ଉଦ୍ୟମ ଫେଲ୍ ମାରିଥିଲା । ସ୍ଥାନୀୟ ଲୋକେ ବି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ଗାଡ଼ିଟି ଜଳୁଥିବା ବେଳେ ତା ନିକଟକୁ ଯିବାକୁ କେହି ବି ସାହସ କରିନଥିଲେ ।
    କାରରେ ନିଆଁ ଲାଗିଥିବା ନେଇ ସଙ୍ଗେସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

  • କେନ୍ଦ୍ରାପଡ଼ା: ମହାନଦୀ ଅବବାହିକାରେ ହାଇଡ୍ରୋକାର୍ବନର ସନ୍ଧାନ

    କେନ୍ଦ୍ରାପଡ଼ା: ମହାନଦୀ ଅବବାହିକାରେ ହାଇଡ୍ରୋକାର୍ବନର ସନ୍ଧାନ

    କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଜମପଡ଼ା ପଞ୍ଚାୟତରେ ପ୍ରାକୃତିକ ତୈଳର ସନ୍ଧାନ ମିଳିଛି । ଗଉଡ଼ ଗାଁ ଜମିରୁ ହାଇଡ୍ରୋକାର୍ବନର ସନ୍ଧାନ ପାଇଛନ୍ତି ବିଶେଷଜ୍ଞ ଟିମ୍। ମହାନଦୀ ଅବବାହିକାର କରାଣ୍ଡିଆ ନଦୀ ପାର୍ଶରେ ଏହି ପ୍ରାକୃତିକ ତୈଳ ଭରପୂର ରହିଛି । ଏ ନେଇ ଅଏଲ୍ ଇଣ୍ଡିଆ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କାର୍ଯ୍ୟ ଶେଷ ହୋଇଛି ।

    ଏବେ ଜମି ହରାଉଥିବା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବା କାର୍ଯ୍ୟ ଆରମ୍ଭ କରିଛି ପ୍ରଶାସନ । ମାଟିତଳେ ଥିବା ହାଇଡ୍ରୋକାର୍ବନ ଉତ୍ତୋଳନ ପାଇଁ ପ୍ରାୟ ୧୪ ଏକର ୭୪ ଡେସିମିଲ ଜମି ଚିହ୍ନଟ ହୋଇଛି । ଆବଶ୍ୟକ ଜମି ପାଇଁ ୧୧୪ ଜଣ ସ୍ଥାନୀୟ ଲୋକଙ୍କୁ ୧ କୋଟି ୬୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ । ଜମି ମାଲିକମାନଙ୍କ ଠାରୁ ୩ ବର୍ଷ ପାଇଁ ଆବଶ୍ୟକ ଜମି ଲିଜ୍ ଆକାରରେ ନେବ କମ୍ପାନୀ ।

    ଏ ନେଇ ଜମପଡ଼ା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ଶିବିର କରାଯାଇ ଅଏଲ୍ ଇଣ୍ଡିଆ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନଙ୍କ ମିଳିତ ଉପସ୍ଥିତିରେ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ପ୍ରଥମେ ୩ ବର୍ଷ ପାଇଁ ଜମିଗୁଡ଼ିକ ଲିଜ୍ ଆକାରରେ ନିଆଯିବ ଏବେ ଆବଶ୍ୟକସ୍ଥଳେ ଏହି ଅବଧି ବୃଦ୍ଧି କରାଯିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି । ରିକ୍ ମେସିନ୍ ସାହାଯ୍ୟରେ ୧୪୫ ଫୁଟ ଉଚ୍ଚର ଡ୍ରିଲିଂ କରାଯିବ । ପ୍ରାୟ ୨୫୦୦ ମିଟର ମାଟି ତଳକୁ ଡ୍ରିଲ୍ କରାଯାଇ କେତେ ପରିମାଣର ତୈଳ ଗଛିତ ଅଛି ତାହାର ଅନୁସନ୍ଧାନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

  • ବହି ଦୋକାନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

    ବହି ଦୋକାନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

    ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନସ୍ଥିତ ପେନ ହସ୍ପିଟାଲ ନାମକ ବୁକ ଷ୍ଟୋରରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ସର୍ଟ ସର୍କିଟରୁ ଦୋକାନରେ ନିଆଁ ଲାଗିଥିବା କୁହାଯାଉଛି।  ଗତକାଲି ରାତିରେ ହଠାତ୍ ଦୋକାନରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଜଣାପଡିବା ପରେ ଘଟଣାସ୍ଥଳକୁ ତିନୋଟି ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିପଡିଥିଲା। ଏହି ନିଆଁ ଲିଭା କାର୍ଯ୍ୟରେ ମୋଟ ୨୫ ଜଣ ଅଗ୍ନିଶମ ଅଧିକାରୀ ଓ କର୍ମଚାରୀ ନିୟୋଜିତ ରହି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ।

    ଗତକାଲି ରାତି ପ୍ରାୟ ୯ଟା ସମୟରେ ହଠାତ୍ ଦୋକାନ ଭିତରେ କାର୍ଯ୍ୟରତ କର୍ମଚାରୀମାନେ କିଛି ପୋଡିଯାଉଥିବାର ଅନୁଭବ କରିବା ସହ ଧୂଆଁ ଦେଖି ଭୟରେ ଦୋକାନ ଭିତରୁ ବାହାରି ଯାଇଥିଲେ। ଏହାପରେ ଦୋକାନରୁ ନିଆଁ ବାହାରିବା ସହ ସ୍ଥାନୀୟ ଅଞ୍ଚଳ ଧୂଆଁରେ ଭରି ଯାଇଥିଲା। ଖବର ପାଇ  ଅଗ୍ନିଶମ ବାହିନୀର ୩ଟି ଗାଡି ସେଠାରେ ପହଞ୍ଚି କିଛି ସମୟର କସରତ ପରେ ନିଆଁକୁ ଆୟତ୍ତ କରିଥିଲେ ଓ ଧୂଆଁ ନିଷ୍କାସନ କରିଥିଲେ। ନିଆଁରେ ଦୋକାନର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ନେଇ ଦୋକାନର ମାଲିକ ରବି ଜୈନ ସୂଚନା ଦେଇଛନ୍ତି। ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ସର୍ଟ ସର୍କିଟରୁ ଦୋକାନରେ ନିଆଁ ଲାଗିଯାଇଥିବା ଜଣାପଡିଛି।

    ଦୋକାନଟି ରାଜଧାନୀର ସେଣ୍ଟର ଜାଗାରେ ରାସ୍ତା କଡରେ ଥିବାରୁ କିଛି ସମୟ ପାଇଁ ସେଠାରେ ରାସ୍ତା ଜାମ ହେବା ସହ ଯାତାଯାତ ଠପ ହୋଇଯାଇଥିଲା। ନିଆଁ ଲିଭିବା ପରେ ରାସ୍ତାକୁ ସଫାକରିବାକୁ ଅଗ୍ନିଶମ ବାହିନୀକୁ ଦୀର୍ଘ ସମୟ ଲାଗିଯାଇଥିଲା।

  • ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ବେଳେ ହୋଇଥିବା ପାଓ୍ବାର କଟ୍ ର ପ୍ରତିବାଦ କରିଛି ରାଇରଙ୍ଗପୁର ବିଜେପି

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ବେଳେ ହୋଇଥିବା ପାଓ୍ବାର କଟ୍ ର ପ୍ରତିବାଦ କରିଛି ରାଇରଙ୍ଗପୁର ବିଜେପି

    ରାଷ୍ଟ୍ରପତି ଷ୍ଟେଜ ଉପରେ ଭାଷଣ ଦେଉଥିଲେ ଆଉ ହଠାତ କଟିଯାଇଥିଲା ବିଜୁଳି । ଯାହାକୁ ନେଇ ପ୍ରଶ୍ନ ଘେରରେ ଛନ୍ଦି ହୋଇପଡିଥିଲେ ରାଜ୍ୟ ସରକାର । ଆଉ ଏହାର ପ୍ରତିବାଦ କରିଛି ବିଜେପି । ରାଇରଙ୍ଗପୁରରେ ବିଜେପି ତରଫରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।

    ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗତ ମେ ମାସ ୬ ତାରିଖ ଦିନ ବାରିପଦାର ମହାରାଜା ପୂର୍ଣ୍ଣଚନ୍ଦ୍ର ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଉଥିଲେ । ଆଉ ସେହି ସମୟରେ ୯ ମିନିଟ ପର୍ଯ୍ୟନ୍ତ ବିଦ୍ୟୁତ କଟି ଯାଇଥିଲା । ଏହାପରେ ଅନ୍ଧାରରେ ମହାମହିମ ରାଷ୍ଟ୍ରପତି ଭାଷଣ ଦେଇଥିଲେ । ଯାହାକି ଅତି ନିନ୍ଦନୀୟ ଥିଲା । ଏଥିପାଇଁ ରାଜ୍ୟ ସରକାର ପୋଲିସ ପ୍ରଶାସନ, ଶ୍ବବିଦ୍ଯାଳୟ କତୃପକ୍ଷ, ଇଡକୋ ଏବଂ ଟିପିଏନଓଡିଏଲ ବିରୁଦ୍ଧରେ ତଦନ୍ତ ଜାରି ରଖିଛି । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

    ଏହାକୁ ନେଇ ରାଇରଙ୍ଗପୁରରେ ବିଜେପି ତରଫରୁ ଏକ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଯେଉଁଥିରେ ବସ ସେବା ସହିତ ପରିବହନ ସଂପୁର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ସରକାରୀ କାର୍ଯ୍ୟାଳୟ, ଦୋକାନ ତଥା ବାଣିଜ୍ୟ ପ୍ରତିଷ୍ଠାନ ବନ୍ଦ ହୋଇଛି ।

  • ୨୦୨୩ ଶେଷ ସୁଦ୍ଧା ଡାକ୍ତର ପଦବୀ ପୂରଣ ହେବ: ନିରଞ୍ଜନ ପୂଜାରୀ

    ୨୦୨୩ ଶେଷ ସୁଦ୍ଧା ଡାକ୍ତର ପଦବୀ ପୂରଣ ହେବ: ନିରଞ୍ଜନ ପୂଜାରୀ

    ରାଜ୍ୟରେ ଅଧିକ ଡାକ୍ତରୀ ପଦବୀ ଖାଲି ପଡ଼ିଛି । ୨୦୨୩ ଶେଷ ସୁଦ୍ଧା ଏସବୁ ପୂରଣ ହେବ । ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ । ସ୍ୱାସ୍ଥ୍ୟ ବିଭାଗର ଉପଲବ୍ଧି ସମ୍ପର୍କରେ ସେ ସୂଚନା ଦେଇଛନ୍ତି ।

    ସରକାରୀ ମେଡିକାଲରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଉଛି । BSKYରେ ମହିଳାଙ୍କୁ ୧୦ ଲକ୍ଷ ଓ ପୁରୁଷଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳୁଛି । ଏଥିପାଇଁ ମାସକୁ ୨୨୫ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ସେହିପରି କର୍କଟ ରୋଗୀଙ୍କୁ ମାଗଣା କେମୋଥେରାପି ମିଳୁଛି । ସମୁଦାୟ ବଜେଟର ୭ ପ୍ରତିଶତ ହେଉଛି ସ୍ୱାସ୍ଥ୍ୟ ବଜେଟ୍ । ଗତ ୬ ବର୍ଷରେ ୮ଟି ନୂଆ ମେଡିକାଲ କଲେଜ ଖୋଲାଯାଇଛି ।

    ଡିସେମ୍ବର ସୁଦ୍ଧା ୮୦ ପ୍ରତିଶତ ପାରାମେଡିକାଲ ଷ୍ଟାଫ୍ ନିଯୁକ୍ତି ପାଇବେ । ସାର୍ବଜନୀନ ସ୍ୱାସ୍ଥ୍ୟ ସେବାର ଲକ୍ଷ୍ୟ ଧୀରେ ଧୀରେ ପୂରଣ ହେଉଛି । ଦେଶରେ ଶିଶୁ ମୃତ୍ୟୁ ରୋକିବାରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ସେହିପରି ମାତୃ ମୃତ୍ୟୁହାର ରୋକିବାରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ଅନଲାଇନରେ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ମିଳୁଥିବା ବେଳେ ଓପିଡି ପାଇଁ ଅନଲାଇନ୍ ବୁକିଂ ମଧ୍ୟ କରିହେଉଛି । ପଛୁଆ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ଖୁବଶୀଘ୍ର ମେଡିକାଲ ଗୁଡ଼ିକରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ।

  • ବନ୍ଧୁକ ମୁନରେ ଲୁଟ କରିଥିବା ୫ ଜଣ ଆନ୍ତରାଜ୍ୟ ଡକାୟତଙ୍କୁ ଗିରଫ କରିଛି ଆଳି ପୋଲିସ

    ବନ୍ଧୁକ ମୁନରେ ଲୁଟ କରିଥିବା ୫ ଜଣ ଆନ୍ତରାଜ୍ୟ ଡକାୟତଙ୍କୁ ଗିରଫ କରିଛି ଆଳି ପୋଲିସ

    କେନ୍ଦ୍ରାପଡ଼ା ଜିଲ୍ଲା ଆଳି ପୋଲିସ ଆଜି ୫ ଜଣ ଆନ୍ତରାଜ୍ୟ ଡକାୟତଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ମୋଟର ସାଇକେଲ,ବନ୍ଧୁକ, କଟୁରୀ ଆଦି ଜବତ କରିବା ସହ ସେମାନଙ୍କ ନିକଟରୁ ନଗଦ ଟଙ୍କା ଓ ସୁନାଗହଣା ଉଦ୍ଧାର କରିଛି ପୋଲିସ । ଏହି ଲୁଟେରା ମାନେ କିଛିଦିନ ତଳେ ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁରରେ ଡାକ୍ତର ବଂଶୀଧର ମହାପାତ୍ରଙ୍କ ଘରୁ ଡକାୟତି କରିଥିଲେ । ସେମାନଙ୍କ ଚେର କେତେବାଟ ଲମ୍ବିଛି ତାହା ପଚାଉଚୁରା କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି SDPO ସନ୍ଧ୍ୟାରାଣୀ ବେହୁରା ।

    ବାସ୍ତବରେ ଘଟଣାଟି ହେଉଛି ଗତ ୧୮ ତାରିଖ ରାତିର । ଡାକ୍ତର ବଂଶୀଧର ମହାପାତ୍ରଙ୍କ ପରିବାର ଲୋକେ ସେଦିନ ଘରେ ଥିବା ବେଳେ ଦୁଇ ଜଣ ଲୁଟେରା ତାଙ୍କ ଘରେ ପଶି ସେମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଏହାପରେ ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେବା ସହିତ ଡାକ୍ତରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଘଟଣା ସ୍ଥଳରେ ଗ୍ରାମବାସୀ ପହଞ୍ଚିବାରୁ ଲୁଟେରା ମାନେ ଖସିପଳାଇବାକୁ ଚେଷ୍ଟା କରୁଥିବା ବେଳେ ଦୁଇ ଜଣଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ ଗ୍ରାମବାସୀ । ପରେ ଏହି ରାକେଟକୁ ଗିରଫ କରିଛି ପୋଲିସ । ଏହି ରାକେଟର ଚେର ଆହୁରି ଅନେକ ବାଟ ଲମ୍ବିଥିବା ନେଇ ସୂଚନା ଦେଇଛି ପୋଲିସ ।

  • ରାଜ୍ୟ କ୍ୟାବିନେଟ୍ ସଂପ୍ରସାରଣ: ଜାଣନ୍ତୁ କେଉଁ ନେତାଙ୍କୁ ମିଳିଲା କେଉଁ ବିଭାଗ

    ରାଜ୍ୟ କ୍ୟାବିନେଟ୍ ସଂପ୍ରସାରଣ: ଜାଣନ୍ତୁ କେଉଁ ନେତାଙ୍କୁ ମିଳିଲା କେଉଁ ବିଭାଗ

    ଶପଥ ଗ୍ରହଣ କରିବା ପରେ ନୂଆ ନୂଆ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ଦିଆଯାଇଥିଲା ବେଳେ ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ସାରଦା ପ୍ରସାଦ ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ୱ ଦିଆଯାଇଛି । ଅନ୍ୟ କୌଣସି ମନ୍ତ୍ରୀଙ୍କ ବିଭାଗ ବଦଳି ନାହିଁ ।

    ନିରଞ୍ଜନ ପୂଜାରୀଙ୍କ ହାତରେ ଅର୍ଥ ଓ ସଂସଦୀୟ ବ୍ୟାପାର ଦାୟିତ୍ୱ ଥିଲା । ନବ ଦାସଙ୍କ ମୃତ୍ୟୁ ପରେ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ଏବେ ତାଙ୍କ ହାତରୁ ଅର୍ଥ ବିଭାଗ କାଢ଼ି ବିକ୍ରମ ଆରୁଖଙ୍କୁ ଦିଆଯାଇଛି । ସେହିଭଳି ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱ ସମୀର ଦାଶ ଏବଂ ଶ୍ରମ ବିଭାଗର ଦାୟିତ୍ୱ ଶ୍ରୀକାନ୍ତ ସାହୁଙ୍କ ପାଖରେ ଥିଲା । ସେମାନଙ୍କ ଇସ୍ତଫା ପରେ ଏହି ଦୁଇ ବିଭାଗର ମନ୍ତ୍ରୀ ପଦ ଖାଲି ପଡ଼ିଥିଲା । ଏବେ ସୁଦାମ ମାର୍ଣ୍ଡି ଓ ସାରଦା ନାୟକଙ୍କ ମଧ୍ୟରେ ଏହା ବାଣ୍ଟି ଦିଆଯାଇଛି ।

    ଆଜି ସକାଳ ୯.୫୦ରେ ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିକ୍ରମ କେଶରୀ ଆରୁଖ,ସୁଦାମ ମାର୍ଣ୍ଡିଂ ଏବଂ ଶାରଦା ପ୍ରସାଦ ନାୟକ । ସେମାନଙ୍କୁ ଶପଥ ପାଠ କରାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । କାହାକୁ କେଉଁ ବିଭାଗ ମିଳିବା ନେଇ ଚର୍ଚ୍ଚା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ୩ ଜଣଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ପ୍ରଦାନ କରିଛନ୍ତି ।