Category: ରାଜ୍ୟ ଖବର

  • କେନ୍ଦୁଝର ଜିଲ୍ଲା ଗସ୍ତରେ 5T ସଚିବ, ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

    କେନ୍ଦୁଝର ଜିଲ୍ଲା ଗସ୍ତରେ 5T ସଚିବ, ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

    କେନ୍ଦୁଝର ଜିଲ୍ଲା ଗସ୍ତରେ 5T ସଚିବ ଭି.କେ.ପାଣ୍ଡିଆନ । ଏଥିପାଇଁ ବେଶ୍ ଚଳଚଞ୍ଚଳ ହୋଇପଡ଼ିଛି କେନ୍ଦୁଝର ଜିଲ୍ଲା । ପାଟଣା ବ୍ଲକ୍ ତୋଣ୍ଡ ହେଲିପ୍ୟାଡରେ ଓହ୍ଲାଇ ଭୀମକୁଣ୍ଡ ଯାଇଥିଲେ 5T ସଚିବ । ଏହାପରେ ସେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ଭୀମକୁଣ୍ଡ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ ପରେ ଏହାର ବିକାଶ ନେଇ ଲୋକଙ୍କ ସହ ଆଲୋଚନା କରିଥିଲେ ।

    ଏଥିସହ ପାଟଣା ମସଜିଦ୍,ପାଟଣା ଆନନ୍ଦେଶ୍ୱର ଶିବ ମନ୍ଦିର ସହ ରାଜନଗରରେ ଥିବା ସର୍ବ ପୁରାତନ ଜଗନ୍ନାଥ ମନ୍ଦିରର ବିକାଶ ନେଇ ଆଲୋଚନା କରିଥିଲେ ଭି.କେ.ପାଣ୍ଡିଆନ୍ । ଭୀମକୁଣ୍ଡ ଆୟୋଜିତ ସାଧାରଣ ସଭାରେ ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ 5T ସଚିବ । ତାଙ୍କ ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା ।

    ହେଲିପ୍ୟାଡସ୍ଥଳକୁ ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲ୍ଲାପାଳ ଆଶିଷ ଠାକରେ,ଏସପି କୁଶଲକର ନିତିନ ଦାଗୁଡୁ,ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ, ପାଟଣା ବିଡିଓ ଶିବଶଙ୍କର ମୁର୍ମୁ, ଘଟଗାଁ ଏସଡିପିଓ ସୁଶିଲ କୁମାର ମିଶ୍ର, ପାଟଣା ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ଓ ଘଟଗାଁ ଥାନା ଅଧିକାରୀ ପ୍ରତିଭା ସାହୁଙ୍କ ସହ ଅନ୍ୟ କର୍ମଚାରୀ ସଭାସ୍ଥଳ ତଦାରଖ କରିଥିଲେ । 5T ସଚିବଙ୍କ ଏହି ଗସ୍ତ ସମୟରେ ପାଟଣା ଅଞ୍ଚଳର ସମସ୍ୟାର ସାମଧାନ ପାଇଁ ବିଜେଡି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

  • ଆସନ୍ତା ୧୭ରେ ଢେଙ୍କାନାଳ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

    ଆସନ୍ତା ୧୭ରେ ଢେଙ୍କାନାଳ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

    ମାତ୍ର କେଇଟା ଦିନପରେ ଓଡ଼ିଶା ଆସିବେ ଅମିତ ଶାହ । ୧୭ ତାରିଖରେ ଢେଙ୍କାନାଳ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଢେଙ୍କାନାଳରେ ମହା ଜନସମ୍ପର୍କ ଯାତ୍ରାରେ ସାମିଲ ହେବେ । ଏ ନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

    ଢେଙ୍କାନାଳ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ ଏକ ବିଶାଳ ସମ୍ମିଳନୀରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ । ପ୍ରାୟ ୫୦ ହଜାର ହିତାଧିକାରୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ପଦ୍ମ ପୁରସ୍କାର ପ୍ରାପ୍ତ ଏବଂ ଭାରତ ସରକାରଙ୍କ ଦ୍ୱାରା ସମ୍ମାନିତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସେ ଭେଟିବେ । ୯ ବର୍ଷ ଶାସନ କାଳରେ ମୋଦି ସରକାରଙ୍କ ଗୁଣଗାନ କରିବେ ଶାହ । ତାଙ୍କ ସହ କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଏବଂ ରାଜ୍ୟ ନେତୃତ୍ୱବୃନ୍ଦ ଉପସ୍ଥିତ ରହିବେ ।

    କିଛି ଦିନ ପୂର୍ବ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଅମିତ ଶାହଙ୍କ ଗସ୍ତ ନେଇ ସୂଚନା ଦେଇଥିଲେ । ୧୭ରେ ଅମିତ ଶାହ ଏବଂ ୨୨ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିବେ ବୋଲି ସେ କହିଥିଲେ । ବିଜେପିର ମହାଜନସମ୍ପର୍କ ଯାତ୍ରାରେ ଯୋଗଦେବାକୁ ସେମାନେ ଓଡ଼ିଶା ଆସିବେ । ମନମୋହନ ସାମଲ ରାଜ୍ୟ ସଭାପତି ଭାବେ ଦାୟିତ୍ବ ନେବା ପରେ ଏବେ ଦଳ ଆକ୍ସନ ମୁଡରେ ଅଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଏହି ଗସ୍ତ ଦଳର ସଂଗଠନକୁ ଅଧିକ ସକ୍ରିୟ କରିବ ବୋଲି ନେତା ଓ କର୍ମୀ ଆଶା ରଖିଛନ୍ତି ।

  • ଇଣ୍ଟରକଣ୍ଟିନେଣ୍ଟାଲ କପ୍: ପ୍ରଥମ ଦିନରେ ଭାରତର ଦମଦାର ବିଜୟ, ମଙ୍ଗୋଲିଆ ପରାସ୍ତ

    ଇଣ୍ଟରକଣ୍ଟିନେଣ୍ଟାଲ କପ୍: ପ୍ରଥମ ଦିନରେ ଭାରତର ଦମଦାର ବିଜୟ, ମଙ୍ଗୋଲିଆ ପରାସ୍ତ

    ଭୁବନେଶ୍ୱରରେ ଚାଲିଥିବା ଇଣ୍ଟରକଣ୍ଟିନେଣ୍ଟାଲ କପରେ ଭାରତର ଚମତ୍କାର ପ୍ରଦର୍ଶନ । ପ୍ରଥମ ଦିନରେ ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ ।
    ମଙ୍ଗୋଲିଆକୁ ମାତ୍ ଦେଇ ତାର ବିଜୟ ଅଭିଯାନ ଆରମ୍ଭ କରିଛି ଦଳ ।

    ପ୍ରଥମ ଦିନରେ ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ ରହିଛି । ମଙ୍ଗୋଲିଆ ବିପକ୍ଷରେ ଭାରତ ୨-୦ ଗୋଲରେ ବିଜୟୀ ହୋଇଛି । ମ୍ୟାଚ ଆରମ୍ଭର ୧ ମିନିଟ ୧୫ ସେକେଣ୍ଡରେ ପ୍ରଥମ ଗୋଲ୍ ଦେଇଥିଲା ଭାରତ । ୧୩ ମିନିଟ ୫୪ ସେକେଣ୍ଡରେ ଦ୍ଵିତୀୟ ଗୋଲ୍ ସ୍କୋର କରିବା ସହ ବିଜୟ ରାସ୍ତା ସଫା କରିଥିଲା । ପଡ଼ିଆରେ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ମ୍ୟାଚ ଆରମ୍ଭରୁ ହିଁ ଭାରତୀୟ ଦଳ, ମଙ୍ଗୋଲିଆ ବିପକ୍ଷରେ ଆକ୍ରାମଣାତ୍ମକ ଖେଳିଥିଲା । ମଙ୍ଗୋଲିଆ ଗୋଲ ପୋଷ୍ଟକୁ ଆକ୍ରମଣ କରିଥିଲେ ଭାରତୀୟ ଖେଳାଳି । ଶେଷରେ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ ।

    ଅନ୍ୟପଟେ ଭାରତ ବିପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ମଙ୍ଗୋଲିଆ । ଗୋଟିଏ ବି ଗୋଲ୍ ଦେବାରେ ସକ୍ଷମ ହୋଇନି ଦଳ । କଳିଙ୍ଗ ଷ୍ଟାଡିଅମରେ ଇଣ୍ଟରକଣ୍ଟିନେଟାଲ କପ୍ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ 5T ସଚିବ ଭି.କେ.ପାଣ୍ଡ୍ୟାଆନ୍ ଉପସ୍ଥିତ ରହି ଖେଳାଳିଙ୍କୁ ପ୍ରୋତ୍ସାହିତ କରିଥିଲେ । ଉଦଘାଟନୀ ତଥା ପ୍ରଥମ ମ୍ୟାଚରେ ଭାନୁଆଟୁ ବିପକ୍ଷରେ ଲେବାନନ ୩-୧ ରେ ବିଜୟୀ ହାସଲ କରିଛି । ପ୍ରତିଯୋଗିତାରେ ଆୟୋଜକ ଭାରତ ସମେତ ଲେବାନାନ,ମଙ୍ଗୋଲିଆ, ଭାନୁଆଟୁ ଅଂଶଗ୍ରହଣ କରିଥିବା ବେଳେ ଟୁର୍ଣ୍ଣାମେଣ୍ଟ ଜୁନ୍ ୧୮ ତରିଖ ଯାଏ ଜାରି ରହିବ ।

  • ଶିଶୁ ଶ୍ରମିକଙ୍କ ଠିକାଦାର ସାଜିଛି ବନ ବିଭାଗ !

    ଶିଶୁ ଶ୍ରମିକଙ୍କ ଠିକାଦାର ସାଜିଛି ବନ ବିଭାଗ !

    ଏ ଦୃଶ୍ୟ ଆଉ କିଛି ବୟାନ କରୁଛି । ଚିତ୍ର ଦେଖିଲେ ଆପଣ ଜାଣିପାରୁଥିବେ ଏମାନେ ଶିଶୁ ଶ୍ରମିକ । ଦିନ ମଜୁରିଆ ଭାବେ ଲୋକଙ୍କ ସହ କାମରେ ନିୟୋଜିତ ହୋଇଛନ୍ତି । ଏଠାରେ ଶିଶୁ ଶ୍ରମିକ ଉଚ୍ଛେଦ ଏବଂ ନିୟନ୍ତ୍ରଣ ଆଇନ୍ ଫେଲ୍ ମାରିଥିବା ଅଭିଯୋଗ ହୋଇଛି ।

    ବନ ବିଭାଗ କାର୍ଯ୍ୟରେ ନିୟୋଜିତ ହେଲେ ଶିଶୁ ଶ୍ରମିକ । ଏହା କୌଣସି ବେସରକାରୀ ସଂସ୍ଥା କିମ୍ବା ଠିକାଦାରୀ ସଂସ୍ଥା ନୁହେଁ, ଖୋଦ୍ ବନ ବିଭାଗ ଶିଶୁଙ୍କୁ ନିଜ କାମରେ ନିୟୋଜିତ କରିଥିବା ଅଭିଯୋଗ ଆସିଛି ।

    ବୃକ୍ଷରୋପଣ ପ୍ରକଳ୍ପ ପାଇଁ ସରକାର ଲକ୍ଷାଧିକ ଟଙ୍କା ଯୋଗାଇ ଦେଇଥିବା ବେଳେ ପ୍ରକଳ୍ପ ଗାତ ଖୋଳା କାମରେ ଶିଶୁ ଶ୍ରମିକ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଛି । ତେବେ କାହା ପରାମର୍ଶରେ ବନ ବିଭାଗ ଏଭଳି ପଦକ୍ଷେପ ନେଇଛି ତାହା ଜଣାପଡ଼ିନି । ଖର୍ଚ୍ଚ କାଟ୍ କରିବା ପାଇଁ ବନ ବିଭାଗ କ’ଣ ସତରେ ଶିଶୁଙ୍କୁ କାର୍ଯ୍ୟରେ ନିୟୋଜିତ କରିଛି ।

    ସୂଚନା ଅନୁସାରେ ଗୋଟାଏ ଗାତ ଖୋଳିବାକୁ ଶିଶୁଙ୍କୁ ଦିଆଯାଉଛି ମାତ୍ର ଦଶ ଟଙ୍କା । ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଏକାଧିକ ଶିଶୁ ଶ୍ରମିକ । ଆଉ ସେମାନଙ୍କୁ ଜଗିଛନ୍ତି ଫରେଷ୍ଟ ଗାର୍ଡ । ବାଙ୍ଗିରିପୋଷି ରେଞ୍ଜ ଶୀର୍ଷା ବିଟ୍ ଉଚ୍ଚଗାଁ କୋଟିସଲ ଠାରେ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟର ଏଭଳି ଭିଡିଓ ଏବେ କ୍ୟାମେରାରେ କଏଦ ହୋଇଛି । ସେପଟେ ଘଟଣା ସମ୍ପର୍କରେ ବନ ବିଭାଗ ଅଧିକାରୀ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ।

  • ଉଚ୍ଚଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ, ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ

    ଉଚ୍ଚଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ, ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ

    ଉଚ୍ଚଶିକ୍ଷା ବିଭାଗରେ ଲଗାତର ଖରାପ ପ୍ରଦର୍ଶନ । ସେଥିପାଇଁ ଶେଷରେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସୁପାରିଶ ପରେ ରାଜ୍ୟପାଳ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଛନ୍ତି ।

    ସୂଚନା ଅନୁସାରେ ଉଚ୍ଚଶିକ୍ଷା ବିଭାଗରେ ମନ୍ତ୍ରୀଙ୍କ ଖରାପ ପ୍ରଦର୍ଶନ ରହିଛି । ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଛନ୍ତି । ଗତ ଜୁନରେ ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇଥିଲେ ରୋହିତ । ଏବେ ସେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ବିଧାୟକ ଅଛନ୍ତି । କଂଗ୍ରେସରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ରୋହିତ, ବିଜେଡିରେ ଯୋଗ ଦେବା ପରେ ଜୁନରେ ମନ୍ତ୍ରୀ ପଦ ପାଇଥିଲେ ।

    ସେପଟେ, ରାଜନୀତି କ୍ଷେତ୍ରରେ ଅବସର ନେବାର କୌଣସି ବୟସ ସୀମା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ବିଧାନସଭା ନିର୍ବାଚନ ନଲଢ଼ିବା ଉଚିତ ବୋଲି ଯୁକ୍ତି ରଖିଥିଲେ । ଏହି ଅବସର ନୀତି ଯୁକ୍ତି ପରେ ରେଢ଼ାଖୋଲ ଅଂଚଳରେ ସାଂଗଠନିକ ସ୍ଥିତି ପୂର୍ବାପେକ୍ଷା ଦୁର୍ବଳ ହୋଇଛି ।

    ବରିଷ୍ଠ ନେତାଙ୍କ ସକ୍ରିୟତାକୁ ନେଇ ବିଧାନସଭା ‌କ୍ଷେତ୍ର ହାତଛଡ଼ା ହେବା ଡର ମଧ୍ୟ ସରକାରଙ୍କୁ ଘାରିଛି । ଏହି ମନ୍ତବ୍ୟ ରୋହିତଙ୍କ ପାଇଁ ମହଙ୍ଗା ପଡ଼ିଲା ବୋଲି ସମ୍ବଲପୁର ଓ ରେଢ଼ାଖୋଲ ଅଞ୍ଚଳରେ ନେତା ଜୋରଦାର ଚର୍ଚ୍ଚା କରିଛନ୍ତି । ସେପଟେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ।

  • ବାହାନଗା ହାଇସ୍କୁଲ ବନିବ ନଂ-1, ଆଦର୍ଶ ସ୍କୁଲ ଭାବେ ଗଢ଼ିବାକୁ ନବୀନଙ୍କ ନିର୍ଦ୍ଦେଶ

    ବାହାନଗା ହାଇସ୍କୁଲ ବନିବ ନଂ-1, ଆଦର୍ଶ ସ୍କୁଲ ଭାବେ ଗଢ଼ିବାକୁ ନବୀନଙ୍କ ନିର୍ଦ୍ଦେଶ

    ଟ୍ରେନ୍ ଦୁର୍ଘଟଣା ପରେ ବାଲେଶ୍ୱର ଜିଲ୍ଲା ବାହାନଗା ହାଇସ୍କୁଲର ରୂପରେଖ ବଦଳିବ । ନୂଆ ରୂପରେ ପୁନଃନିର୍ମିତ ହେବ ଏହି ସ୍କୁଲ । ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ଏବଂ ଏଲିମଣ୍ଟୋରି ସମ୍ପୂର୍ଣ୍ଣ ଭଙ୍ଗାଯାଇ ପୁଣି ଥରେ ଏହାକୁ ନିର୍ମାଣ କରାଯିବ । ଏହାକୁ ଏକ ଆଦର୍ଶ ସ୍କୁଲ ଭାବେ ଗଢ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

    ଗତ ୨ ତାରିଖରେ ବାହାନଗା ଷ୍ଟେସନ ଠାରେ ଭୟାବହ ରେଳ ଦୁର୍ଘଟଣା ଘଟିଥିଲା । ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା । ବାହାନଗା ହାଇସ୍କୁଲରେ ଶବ ରଖାଯାଇ ପରବର୍ତ୍ତୀ ସମୟରେ ସ୍କୁଲ ବିଶୋଧନ କରାଯାଇଥିଲା । ସ୍କୁଲରେ ଶବ ଥିବାରୁ ଛାତ୍ରଛାତ୍ରୀ,ଶିକ୍ଷକ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏବେ ଭୟ ରହିଛି । ତେଣୁ ସ୍କୁଲ କୋଠା ଭାଙ୍ଗି ପୁନଃନିର୍ମାଣ ସମ୍ପର୍କରେ ବିଭିନ୍ନ ମହଲରେ ଦାବି ହୋଇଥିଲା । ଶେଷରେ ନୂଆ ସ୍କୁଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

    ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଆସିବା ପରେ 5T ସଚିବ ଭି.କେ. ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ସ୍କୁଲ ଗଣଶିକ୍ଷା ସଚିବ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି । ବାଲେଶ୍ୱର ଜିଲ୍ଲାପାଳ,ସ୍କୁଲ ପରିଚାଳନା କମିଟିର ସଦସ୍ୟବୃନ୍ଦ,ପଞ୍ଚାୟତ ପ୍ରତିନିଧି,ଶିକ୍ଷକଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ସମସ୍ତଙ୍କ ସହ ଆଲୋଚନା ପରେ ନୂଆ ସ୍କୁଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ମିଳିଛି ।

    ଛାତ୍ରଛାତ୍ରୀମାନଙ୍କ ମାନସିକ ସ୍ଥିତି, ସେମାନଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ତେଣୁ ବାହାନଗା ହାଇସ୍କୁଲ ଓ ଏହାର ପରିସରରେ ଥିବା ପ୍ରାଥମିକ ଓ ଏଲିମଣ୍ଟୋରୀ ସ୍କୁଲ ଭାଙ୍ଗି ଏକ ଏହାର ପୁନଃନିର୍ମାଣ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଖୁବଶୀଘ୍ର ବାହାନଗା ହାଇସ୍କୁଲ ରାଜ୍ୟର ନମ୍ବର ୱାନ୍ ସ୍କୁଲ ବନିବ ବୋଲି କହିଛନ୍ତି ଅଧିକାରୀ ।

  • ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ

    ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ

    ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରେ ପ୍ରକାଶ ପାଇଛି କଳା ପରୀକ୍ଷା ଫଳ। ପାସ୍ ହାର ୭୮.୮୮ % ରହିଛି। ପ୍ରଥମ ଶ୍ରେଣୀରେ ୩୨୭୮୨, ଦ୍ୱିତୀୟ ଶ୍ରେଣୀରେ ୩୨୪୬୧ ଓ ତୃତୀୟ ଶ୍ରେଣୀରେ ୧ ଲକ୍ଷ ୧୬୧୭୯ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ସବୁଥର ଭଳି ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଝିଅଙ୍କ ପାସ୍‌ ହାର ୮୫.୬୬% ରହିଥିବା ବେଳେ ପୁଅଙ୍କର ପାସ୍ ହାର ୭୦.୪୩% ରହିଛି। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୮୪.୯୭% ପିଲା ପାସ କରିଛନ୍ତି।ନବରଙ୍ଗପୁର ଜିଲ୍ଲା ପାସ୍‌ ହାରରେ ସର୍ବନିମ୍ନ ୭୦.୭୪% ରହିଛି। ପରୀକ୍ଷା ଫଳ www.orissaresults.nic.inରେ ଉପଲବ୍‌ଧ ହେଉଛି ।

    ସେହିପରି ଧନ୍ଦା ମୂଳକ ଶିକ୍ଷାରେ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ ୩୮୬୦ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ପାସ୍‌ ହାର ୬୭.୪୮% ରହିଛି। ପୁଅ ପାସ୍‌ ହାର ୬୪.୨୩% ଥିବା ବେଳେ ଝିଅ ପାସ୍‌ ହାର ୭୧.୧୦% ରହିଛି। ଧନ୍ଦା ମୂଳକ ଶିକ୍ଷାରେ ପ୍ରଥମ ଶ୍ରେଣୀରେ ୮୪୩, ଦ୍ୱିତୀୟ ଶ୍ରେଣୀରେ ୧୭୫୧ ଓ ତୃତୀୟ ଶ୍ରେଣୀରେ ୧୧୧୫ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।

    ଚଳିତବର୍ଷ ମାର୍ଚ୍ଚ ୧ ତାରିଖରୁ ଏପ୍ରିଲ ୫ ତାରିଖ ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୧୯ ହଜାର ୧୧୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେହିପରି ଧନ୍ଦା ମୂଳକ ଶିକ୍ଷାରେ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

    ଗତ ୩୧ ତାରିଖରେ ପ୍ରକାଶ ପାଇଥିଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଯୁକ୍ତ ଦୁଇ ବିଜ୍ଞାନରେ ୮୫.୬୭ ପ୍ରତିଶତ ଝିଅ ପାସ କରିଥିବା ବେଳେ ୮୪.୨୮% ପୁଅ ପାସ କରିଥିଲେ। ସେହିପରି ବାଣିଜ୍ୟରେ ୮୩.୮୭% ଝିଅ ପାସ୍ କରିଥିବା ବେଳେ ୭୯.୫୨% ପୁଅ ପାସ୍ କରିଥିଲେ।

  • ଯାଜପୁର ରୋଡ୍ ଷ୍ଟେସନରେ ଟ୍ରେନରେ କଟିଗଲେ ୬, ଆଉ ୨ ଜଣଙ୍କ ସଂଘର୍ଷ

    ଯାଜପୁର ରୋଡ୍ ଷ୍ଟେସନରେ ଟ୍ରେନରେ କଟିଗଲେ ୬, ଆଉ ୨ ଜଣଙ୍କ ସଂଘର୍ଷ

    ଯାଜପୁର ରୋଡ୍ ରେଳ ଷ୍ଟେସନରେ ବଡ଼ ଧରଣର ଅଘଟଣ ଘଟିଛି । ଟ୍ରେନରେ କଟି ୬ ଜଣଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବର୍ଷାରୁ ରକ୍ଷା ପାଇବା ପାଇଁ ଟ୍ରେନ୍ ତଳେ ଆଶ୍ରୟ ନେବା ସେମାନଙ୍କ ପାଇଁ କାଳ ସାଜିଛି ।

    ସୂଚନା ଅନୁସାରେ କାଳବୈଶାଖୀ ବର୍ଷାରୁ ରକ୍ଷା ପାଇବା ପାଇଁ ମାଲବାହୀ ଟ୍ରେନ୍ ବଗିତଳେ ୮ ଜଣ ଆଶ୍ରୟ ନେଇଥିଲେ । ଏହି ସମୟରେ ଟ୍ରେନଟି ଗଡ଼ିଯାଇଥିଲା । ଏଥିରେ ଚାପି ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ଦୁଇଜଣ ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ଅନ୍ୟ ଜଣଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତକ ଶ୍ରମିକ ଥିବା ସୂଚନା ମିଳିଛି ।

    ରେଳ ଟ୍ରାକ୍ ମରାମତି କାମ ଚାଲିଥିବା ବେଳେ ଶ୍ରମିକମାନେ ବର୍ଷା ପବନ ଆସିବାରୁ ବଗି ତଳକୁ ଚାଲି ଆସିଥିଲେ । ଏହି ବଗିଗୁଡ଼ିକ ଦୀର୍ଘଦିନ ଧରି ଯାଜପୁର ରୋଡ୍ ଷ୍ଟେସନରେ ଅଟକି ରହିଥିବା ବେଳେ ଇଞ୍ଜିନ ସଂଲଗ୍ନ ନଥିଲା । ଶ୍ରମିକମାନେ ଜାଣିନଥିଲେ ଯେ ଏହା ପବନରେ ଆଗକୁ ଗଡ଼ିଯିବ । କାଳବୈଶାଖୀ ପବନରେ ବଗି ଗୁଡ଼ିକ ଆଗକୁ ଗଡ଼ିବାକୁ ଲାଗିଥିଲା । ଶ୍ରମିକମାନେ ତଳୁ ବାହାରିବା ପାଇଁ ଚେଷ୍ଟା କରିବାବେଳେ ବଗିତଳେ ଚାପି ହୋଇ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇଜଣ ମେଡିକାଲରେ ପ୍ରାଣ ହରାଇଛନ୍ତି । ଆଉ ୨ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଶ୍ରମିକଙ୍କ ପରିଚୟ ମିଳିପାରିନାହିଁ ।

    ଗତ ୨ ତାରିଖରେ ବାଲେଶ୍ୱର ବାହାନଗାଠାରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟି ୨୮୮ ଜଣଙ୍କ ମୃତ୍ୟୁ ହୋଇଥିଲା । ପରେ ପରେ ବରଗଡ଼ରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ଏବେ ପୁଣି ଥରେ ଟ୍ରେନରେ କଟି ଲୋକଙ୍କ ଜୀବନ ଗଲା । ତେଣୁ ଟ୍ରେନ୍ ଦୁର୍ଘଟଣାକୁ ନେଇ ସମସ୍ତେ ଭୟଭୀତ ହୋଇଗଲେଣି ।

  • ହୀରାକୁଦ ଗେଟ୍ ଖୋଲିବା ପାଇଁ ମକଡ୍ରିଲ୍, ଠିକ୍ ଭାବେ ବନ୍ୟା ପରିଚାଳନା ଲକ୍ଷ୍ୟ

    ହୀରାକୁଦ ଗେଟ୍ ଖୋଲିବା ପାଇଁ ମକଡ୍ରିଲ୍, ଠିକ୍ ଭାବେ ବନ୍ୟା ପରିଚାଳନା ଲକ୍ଷ୍ୟ

    ଯେକୌଣସି ସମୟରେ ଖୋଲିପାରେ ସମ୍ବଲପୁର ହୀରାକୁଦ ଗେଟ୍ । ଚଳିତବର୍ଷ ବର୍ଷା ସିଜିନରେ ଯେକୌଣସି ସମୟରେ ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି ପରେ ମକଡ୍ରିଲ କରାଯାଇଛି । ଗେଟ୍ ଖୋଲିବା ବେଳେ ଯେମିତି କୌଣସି ଅସୁବିଧା ନ ହେବ ସେଥିପାଇଁ ପଦକ୍ଷେପ ନେବା ଆରମ୍ଭ ହୋଇଛି । ବନ୍ୟା ପରିଚାଳନା ଠିକ୍ ଭାବରେ କରିବା ପାଇଁ ଏଭଳି ମକଡ୍ରିଲ ଏବେଠାରୁ ଆରମ୍ଭ ହୋଇଛି ।

    ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ରହିଛି ୬୦୩.୧୦ ଫୁଟ । ଡ୍ୟାମ୍ ଭିତରକୁ ପ୍ରତି ସେକେଣ୍ଡରେ ୧୦୧୯ ଘନଫୁଟ ପାଣି ପ୍ରବେଶ କରୁଛି । ବିଭିନ୍ନ କେନାଲ ଦେଇ ପ୍ରତି ସେକେଣ୍ଡରେ ୭୮୩୦ ଘନଫୁଟ ଜଳ ନିଷ୍କାସିତ ହେଉଛି । ଆଗକୁ ଆସୁଛି ବର୍ଷା ଋତୁ । ମୌସୁମୀ ମଧ୍ୟ ୪୮ ଘଣ୍ଟା ମଧ୍ୟରେ କେରଳ ଛୁଇଁବା ନେଇ IMD ପକ୍ଷରୁ ସୂଚନା ମିଳିଛି । ତେବେ ଓଡ଼ିଶାକୁ କେବେ ମୌସୁମୀ ଆସିବ ସେ ନେଇ ଚାଷୀଙ୍କ ଅପେକ୍ଷା ରହିଛି । ଚଳିତବର୍ଷ ସ୍ୱାଭାବିକ ବର୍ଷା ହେବା ନେଇ ପୂର୍ବରୁ ସୂଚନା ଦେଇଥିଲା ଆଞ୍ଚଳିକ ପାଣିପାଗ ବିଭାଗ ।

    ଯଦି ଅଧିକ ବର୍ଷା ହୁଏ ତେବେ ଗେଟ୍ ଖୋଲିବା ନିହାତି ଜରୁରୀ । ପୁଣି ତଳିଆ ଅଞ୍ଚଳ ଲୋକଙ୍କ ପାଇଁ ମଧ୍ୟ ବିପଦ । ତେଣୁ ଏବେଠାରୁ ମକଡ୍ରିଲ୍ ସହ ପୂର୍ବ ପ୍ରସ୍ତୁତି କରାଯାଉଛି । ଆସନ୍ତା ଦିନରେ ଯେପରି କୌଣସି ସମସ୍ୟା ଦେଖାନଦିଏ ସେଥିପ୍ରତି ନଜର ରଖାଯାଇଛି ।

  • ଆଜିଠାରୁ ପୁଣି ଗଡ଼ୁଛି କରମଣ୍ଡଳ, ସନ୍ଧ୍ୟାରେ ବାହାନଗା ଅତିକ୍ରମ କରିବ

    ଆଜିଠାରୁ ପୁଣି ଗଡ଼ୁଛି କରମଣ୍ଡଳ, ସନ୍ଧ୍ୟାରେ ବାହାନଗା ଅତିକ୍ରମ କରିବ

    ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ପୁଣି ଥରେ କରମଣ୍ଡଳ ଏକ୍ପପ୍ରେସ ଟ୍ରାକରେ ଗଡ଼ିବ । ଆଜିଠାରୁ ପୁଣି ଥରେ ଚଳାଚଳ ଆରମ୍ଭ କରିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ହୋଇଛି ବୋଲି ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି । ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଘଟଣାସ୍ଥଳ ବାହାନଗା ଅତିକ୍ରମ କରିପାରେ । ଶାଲିମାରରୁ ଚେନ୍ନାଇ ଅଭିମୁଖେ ବାହାରିଥିବା ଏହି ଟ୍ରେନ୍ ବାହାନଗା ରୁଟରେ ଯାତ୍ରା କରିବ ।

    ଗତ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ବାହାନଗା ଷ୍ଟେସନ‌ ନିକଟରେ ଶାଲିମାର୍‌-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌ ଛିଡ଼ା ହୋଇଥିବା ମାଲ୍‌ଗାଡ଼ିକୁ ଧକ୍କା ଦେଇଥିଲା । ୧୦ରୁ ୧୨ଟି ଡବା ଲାଇନଚ୍ୟୁତ ହୋଇ ଅନ୍ୟ ଧାରଣା ଉପରକୁ ଛିଟିକି ପଡ଼ିଥିଲା । ସେହି ସମୟରେ ବିପରୀତ ପାର୍ଶ୍ୱରୁ ୟଶବନ୍ତପୁର-ହାୱଡ଼ା ଟ୍ରେନ୍ ଦ୍ରୁତ ଗତିରେ ଆସୁଥିଲା । ତେଣୁ ଡବାଗୁଡ଼ିକ ଉପରେ ଧକ୍କା ଖାଇଥିଲା । ଦୁର୍ଘଟଣାରେ ୨୮୮ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଅଧିକାଂଶ ଯାତ୍ରୀ ଏବେ ମେଡିକାଲରେ ଭର୍ତ୍ତି ଅଛନ୍ତି । ପଶ୍ଚିମବଙ୍ଗ ଏବଂ ବିହାରର କିଛି ଯାତ୍ରୀ ଏବେ ବି ନିଖୋଜ ଥିବା ନେଇ ସୂଚନା ମିଳିଛି ।

    ସେପଟେ, ଇଲେକ୍ଟ୍ରୋନିକ୍‌ ଇଣ୍ଟର୍‌ଲକିଂରେ ପରିବର୍ତ୍ତନ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କଥା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ରେଳ ଦୁର୍ଘଟଣା ଯୋଗୁଁ ବାଲେଶ୍ୱରରେ ରେଳ ଚଳାଚଳ ଭୀଷଣ ପ୍ରଭାବିତ ହୋଇଥିଲା । ୫୦ ଘଣ୍ଟା ନନଷ୍ଟପ୍ ମରାମତି ପରେ ପୁଣି ଥରେ ସେହି ଟ୍ରାକରେ ରେଳ ଚଳାଚଳ ଆରମ୍ଭ ହୋଇଛି । ରବିବାର ଭାଇଜାକ୍ ବନ୍ଦରରୁ କୋଇଲା ନେଇ ଗୋଟାଏ ମାଲ୍‌ଗାଡ଼ି ଏହି ରେଳପଥରେ ରାଉରକେଲା ଇସ୍ପାତ କାରଖାନା ଅଭିମୁଖେ ଯାଇଥିଲା । ସେହିପରି, ସୋମବାର ଏହି ଟ୍ରାକରେ ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଯାତ୍ରା ଆରମ୍ଭ କରିଥିଲା ।