Category: ରାଜ୍ୟ ଖବର

  • ବିଦ୍ୟୁତ ଖୁଣ୍ଟରେ ଚଢି ଆତ୍ମହତ୍ୟା ଉଦ୍ୟମ ବେଳେ ଅଘଟଣ

    ବିଦ୍ୟୁତ ଖୁଣ୍ଟରେ ଚଢି ଆତ୍ମହତ୍ୟା ଉଦ୍ୟମ ବେଳେ ଅଘଟଣ

    ଖୁଣ୍ଟରେ ଚଢି ଯୁବକଙ୍କ ହାଇଡ୍ରାମା ହେଲା କାଳ । ହାଇ ଭୋଲ୍ଟେଜ୍ ଇଲେକ୍ଟ୍ରି ଟାୱାରରେ ଚଢ଼ି ଆତ୍ମହତ୍ୟା କରିବା ଉଦ୍ୟମ ବେଳେ ଘଟିଛି ଅଘଟଣ । ଟାୱାର ଅଧାରେ ବିଦ୍ୟୁତ୍ ଆଘାତ ଲାଗି ଜଳିଯାଇଛି ଦେହ । ଭୁବନେଶ୍ବର ମୈତ୍ରୀ ବିହାର ଥାନା ହାତିଆଶୁଣି ଛକ ନିକଟରେ ଘଟିଛି ଏହି ଅଘଟଣ ।ସୂଚନା ଥାଉକି, ହାଇ ଭୋଲ୍‌ଟେଜ୍ ଇଲେକ୍ଟ୍ରି ଟାୱାରରେ ଚଢ଼ି ଜଣେ ଯୁବକ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଟାୱାର ଉପରକୁ ଚଢ଼ୁଥିଲେ । ଏହି ସମୟରେ ବିଦ୍ୟୁତ୍ ଆଘାତ ଲାଗି ଜଳି ଯାଇଛନ୍ତି ଯୁବକ ଜଣଙ୍କ । ଟାୱାରରେ ଚଢିବା ସମୟରେ ହଠାତ୍ ଯୁବକଙ୍କ ଦେହରେ ବିଦ୍ୟୁତ୍ ଆଘାତ ସହ ବିସ୍ଫୋରଣ ହୋଇଥିଲା ।ଖବର ପାଇ ମୈତ୍ରୀ ବିହାର ପୋଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଏହାପରେ ଯୁବକ ଜଳନ୍ତା ଅବସ୍ଥାରେ ତଳେ ପଡ଼ି ଯାଇଥିଲେ । ସଂଗେ ସଂଗେ ଯୁବକଙ୍କୁ ଏକ ଆମ୍ବୁଲାନ୍ସ ମେଡିକାଲ୍ ନିଆଯାଇଥିଲା । ତେବେ ଯୁବକ ଜଣଙ୍କ ଜୀବନ ସଙ୍କଟାପନ୍ନ ଥିବା ସୂଚନା ମିଳିଛି ।

  • ହୁତ ହୁତ ହୋଇ ଜଳିଗଲା ମଞ୍ଚେଶ୍ୱର ଶିଳ୍ପାଞ୍ଚଳର କରୋନା ଓୌଷଧ ଗୋଦାମ, ନିଆଁର ତିବ୍ରତା ବଢାଇଲା ସାନିଟାଇଜର!

    ହୁତ ହୁତ ହୋଇ ଜଳିଗଲା ମଞ୍ଚେଶ୍ୱର ଶିଳ୍ପାଞ୍ଚଳର କରୋନା ଓୌଷଧ ଗୋଦାମ, ନିଆଁର ତିବ୍ରତା ବଢାଇଲା ସାନିଟାଇଜର!

    
    
    
    
    

    ଏବେବି ଲିଭିନି ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ସରକାରୀ ଓୌଷଧ ଗୋଦାମରେ ଲାଗିଥିବା ନିଆଁ । ଲିଭିନି ନିଆଁ ଗଦା ଗଦା ଭଙ୍ଗା ଇଟା ଆଉ ଅଧାଜଳା ସାମଗ୍ରୀ ମଧ୍ୟରୁ ଏବେବି ବାହାରୁଛି ଧୁଆଁ । ରାତି ଅଧରେ ଘଟିଥିବା ଏହି ଭୟାଭହ ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଆଖ ପାଖରେ ଥିବା ଲୋକେ ଏବେବି ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ କେଉଁ କାରଣରୁ ଅଗ୍ନି କାଣ୍ଡ ହୋଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟ ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଏଥିରେ କେହି ମୃତା ହୋଇନଥିବା ମଧ୍ୟ ସୂଚନା ମିଳିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଗୋଦାମ ସୁରକ୍ଷା ବ୍ୟବସ୍ଥା ଉପରେ । ଏକାଧିକ କମ୍ପାନୀର ମେଡିସିନ ଥିବା ବେଳେ କିଭଳି ନିଆଁ ଲାଗିଲା କଣ ହୋଇପାରେ କାରଣ ଏ ସବୁ ଭିତରେ ଅକ୍ସିଜେନ ସିଲିଣ୍ଡର କୋଭିଡ ବେଳର ବଳକା ମେଡ଼ିସିନ, ମାସ୍କ, ସାନିଟାଈଜର ଥିବା ସୂଚନା ମିଳିଛି । ତେବେ ସାନିଟାଇଜର ମଧ୍ୟ ନିଆଁର ତିବ୍ରତା ବଢାଇଥାଇ ପାରେ ବୋଲି କୁହାଯାଉଛି । ନିଆଁ ଲାଗିବାର 1 ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ।ଘଟଣା ସ୍ଥରେ 6 ରୁ ଅଧିକ ଦମକଳ ବାହୀନି ଥିବା ସତ୍ତ୍ବେ ଏବେବି ନିଆକୁ ଆୟତ୍ତ କରିପାରିନି ଅଗ୍ନିଶମ ବାହୀନି । ଏବେବି ଜାରି ରହିଛି ନିଆଁ ଲିଭା କାର୍ଯ୍ୟ ।

  • ଗାଡକଣରେ କେୟାର ନେତ୍ରମ ସଂସ୍ଥା ପକ୍ଷରୁ ମାଗଣା ମିଳୁଛି ଚିକିତ୍ସା

    ଗାଡକଣରେ କେୟାର ନେତ୍ରମ ସଂସ୍ଥା ପକ୍ଷରୁ ମାଗଣା ମିଳୁଛି ଚିକିତ୍ସା

    କେୟାର ନେତ୍ରମ ସଂସ୍ଥା ପକ୍ଷରୁ ଗାଡକଣ ଗାଁରେ ଆୟୋଜିତ ହୋଇଛି ମାଗଣା ଚକ୍ଷୁ ଚିକିତ୍ସା ଶିବିର। ଏହି ଶିବିରରେ ୫ରୁ ୯୦ ବର୍ଷ ବୟସ ବର୍ଗର ବ୍ୟକ୍ତି ବିଶେଷଙ୍କ ଚକ୍ଷୁ ପରୀକ୍ଷା କରାଯାଉଛି। ଏହା ବ୍ୟତୀତ ମୋତିଆ ବିନ୍ଦୁ ଅପରେସନ ମାଗଣାରେ ଯୋଗାଇ ଦିଆଯାଇଛି। ଆଖିକୁ ଦେଖାନଯିବା,ଆଖି କୁଣ୍ଡାଇ ହେବା, ଆଖିରୁ ପାଣି ବାହାରିଵା ପରି ସମସ୍ୟାର ଚିକିତ୍ସା କରାଯିବା ସହ ମୋତିଆ ବିନ୍ଦୁ ପରୀକ୍ଷା କରାଯାଇଛି ଏହି ଶିବିରରେ। ଏଥିସହ ଅଧିକ ଟଙ୍କାରେ ମିଳୁଥିବା ଚଷମାକୁ ଏହି ଶିବିରରେ ଶସ୍ତାରେ ଯୋଗାଇ ଦିଆଯାଇଛି।ମାଗଣାରେ ଗ୍ରାମରେ ଚକ୍ଷୁ ଚିକିତ୍ସା ମିଳୁଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ଭାରି ଖୁସି। ଗାଡକଣ ବ୍ୟତୀତ ରଙ୍ଗମାଟିଆ ଓ ଆଖପାଖ ଅଞ୍ଚଳର ପ୍ରାୟ ୨୦୦ ଲୋକ ଭିଡ ଜମିଥିବା ଦେଖିବାକୁ ମିଳିଛି।
    ୯ନମ୍ବର ୱାର୍ଡ କର୍ପୋରେଟରଙ୍କ ସହଯୋଗରେ ଗାଡ଼କଣ ଗ୍ରାମର କୋଠ ଘରେ ଶିବିର ଆୟୋଜନ ହୋଇଥିବାବେଳେ ମୋତିଆ ବିନ୍ଦୁ ଅପ୍ପ୍ରେସନ କରିବା ପାଇଁ ଦିନ ଧାର୍ଯ୍ୟ କରାଯାଉଛି ଓ ଉକ୍ତ ସଂସ୍ଥାର ଗାଡି ଆସି ତାଙ୍କୁ ନେଇ ମାଗଣାରେ ଆଖି ଅପ୍ରେସନ କରାଯିବ।ବର୍ତ୍ତମାନ ଆଖି ଧରା ସମସ୍ୟା ଦେଖାଦେଉଥିବା ବେଳେ ଏପରି ଶିବିର ଲୋକଙ୍କ ପାଇଁ ବେଶ ସହାୟକ ହେଉଛି।

  • ପାଇକ ବିଦ୍ରୋହ ସ୍ମାରକୀ ବିଜେଡି ପାଇଁ ଦିଗହରା

    ପାଇକ ବିଦ୍ରୋହ ସ୍ମାରକୀ ବିଜେଡି ପାଇଁ ଦିଗହରା

    ପାଇକ ବିଦ୍ରୋହ ସ୍ମାରକୀକୁ ନେଇ ବିଜେଡ଼ିର ଆଭିମୁଖ୍ୟକୁ ମୁଁ ନିନ୍ଦା କରୁଛି । ବିଜେଡିର ଗୁମାସ୍ତା ଓ ନିଜକୁ ସାଆନ୍ତ ଭାବୁଥିବା ଲୋକମାନେ ପ୍ରସ୍ତାବିତ ପାଇକ ବିଦ୍ରୋହ ସ୍ମାରକୀ କାମକୁ ଦିଗହରା କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବକ୍ସି ଜଗବନ୍ଧୁଙ୍କ ଦାୟଦ ତଥା ବ୍ରହ୍ମଗିରି ବିଧାୟକ ଓ ରାଜ୍ୟ ଉପସଭାପତି ଶ୍ରୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ।

    ଶ୍ରୀ ମହାପାତ୍ର କହିଛନ୍ତି ଯେ, ଦେଶର ଦୁଇ ଜଣ ପୂର୍ବତନ ମାନ୍ୟବର ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀ, ଶ୍ରୀ ରାମନାଥ କୋବିନ୍ଦ ଏବଂ ବର୍ତମାନର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଶାର ପାଇକ ବିଦ୍ରୋହ ବାବଦରେ ବହୁତ କିଛି କଥା କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ପାଇକ ସଂଗ୍ରାମୀଙ୍କ ଦାୟଦଙ୍କୁ ଭେଟିବା ସହ ସମ୍ବର୍ଦ୍ଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଇକ ବିଦ୍ରୋହର ସ୍ମାରକୀ ପାଇଁ ଅର୍ଥର ବ୍ୟୟବରାଦ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଏନସିଇଆରଟି ପାଠ୍ୟକ୍ରମରେ ପାଇକ ବିଦ୍ରୋହ ବିଷୟକୁ ସାମିଲ କରାଯାଇଛି । ଏଥିପାଇଁ ଓଡ଼ିଶା ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ  ।

    ପାଇକ ବିଦ୍ରୋହକୁ ନେଇ ଜାତୀୟ ସ୍ତରରେ ବିଦ୍ରୋହୀ ଧାରାବାହିକ ପ୍ରସାରଣ ହୋଇଛି, ଯାହା ଓଡ଼ିଶା ପାଇଁ ଗର୍ବର ବିଷୟ । ଏହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରଣରୁ ସମ୍ଭବ ହୋଇଛି  । ବିଦ୍ରୋହୀ ଧାରାବାହିକକୁ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ ଦିଲ୍ଲୀରେ ଦେଖିବା ସମୟରେ ସେହି କାର୍ଯ୍ୟକ୍ରମରେ ବିଜେଡ଼ି ସାଂସଦମାନେ ଉପସ୍ଥିତ ଥିଲେ  । ବିଜେଡ଼ିର ନୂଆ ନୂଆ ସାଜିଥିବା ସାଆନ୍ତ ଓ ଗୁମାସ୍ତାମାନେ ସେମାନଙ୍କ ଦଳର ସାଂସଦମାନଙ୍କୁ ପଚାରନ୍ତୁ, ଆମର ପ୍ରିୟ ଗୃହମନ୍ତ୍ରୀ ଅମିତ ଶାହ ସେହି ଦିନ ବକ୍ସି ଜଗବନ୍ଧୁ ଓ ପାଇକ ବିଦ୍ରୋହ ବିଷୟରେ କଣ କହିଥିଲେ ଓ ସେ ତାଙ୍କ ବିଷୟରେ କଣ କଣ ଜାଣିଛନ୍ତି  ।

    କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟା କାରଣରୁ ଓଡ଼ିଆ ଜାତିର ଅସ୍ମିତା ପାଇକ ବିଦ୍ରୋହ ସ୍ମାରକୀ କାମ ଆଗକୁ ବଢୁଛି  । କେବଳ ଏତିକି ନୁହେଁ କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ଓଡ଼ିଶାର ଅନେକ ଅନାଲୋଚିତ ବୀରତ୍ୱ ମାନଙ୍କ କଥା ଦେଶ ଓ ବିଶ୍ୱରେ ପହଁଚିଛି  । ଅପରପକ୍ଷରେ ପାଇକ ବିଦ୍ରୋହ ସ୍ମାରକୀ ନ କରାଇ ଦେବା ପାଇଁ ବିଜେଡିର ନିଜକୁ ସାଆନ୍ତ ଓ ଗୁମାସ୍ତା ଭାବୁଥିବା ଲୋକମାନେ ଷଡଯନ୍ତ୍ର ରଚିଛନ୍ତି  । ପାଇକ ସ୍ମାରକୀ ପାଇଁ କେନ୍ଦ୍ର ସଂସ୍କୃତି ବିଭାଗ ୫୦ ଏକର ଜମି ମାଗି ଥିବା ବେଳେ ରାଜ୍ୟ ସରକାର ମାତ୍ର ୯.୫ ଏକର ଜମି ଦେଇଛନ୍ତି  ।

    ବର୍ତମାନ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲା ଡିଏଫଓଙ୍କ ଦାବି ଅନୁସାରେ ୭୭୯ଟି ଗଛ ଅନ୍ୟତ୍ର ସ୍ଥାନାନ୍ତରଣ କରିବା ପାଇଁ ଇଣ୍ଡିଆନ ଅଏଲ ପକ୍ଷରୁ ୫୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇସରିଛି  । ରାଜ୍ୟ ସରକାରଙ୍କର ଜାଗା ଦେବାରେ ବିଳମ୍ବ ହେବା କାରଣରୁ ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ ସ୍ଥାନରୁ ବିଦ୍ୟୁତ୍ ଖୁଂଟ ଓ ଗଛ ସ୍ଥାନାନ୍ତରରେ ବିଳମ୍ବ ହୋଇଛି  । ଯାହା ପାଇକ ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅସମ୍ମାନକୁ ଦର୍ଶାଉଛି । ପାଇକ ସଂଗ୍ରାମୀଙ୍କ ସ୍ମୃତି ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତାରେ ଘୋର ଅଭାବ ରହିଛି  । ଟାଳଟୁଳ ନୀତି ଅବଲମ୍ବନ ନ କରି ରାଜ୍ୟ ସରକାର ସ୍ମାରକୀ ନିର୍ମାଣ ପାଇଁ ସହଯୋଗୀ ହୁଅନ୍ତୁ  । ଆଗାମୀ ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗ ଉଠାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି  ।

    ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଅନିଲ ବିଶ୍ୱାଳ, ଭୂବନେଶ୍ୱର ଜିଲ୍ଲା ସବାପତି ବାବୁ ସିଂ, ପୁରୀ ଜିଲ୍ଲା ସଭାପତି ଅଶ୍ରୀତ ପଟ୍ଟନାୟକ ଏବଂ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

  • ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ

    ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ

    ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା କିଳିକା ପୁର ଗ୍ରାମରେ ଘଟିଛି ଏମିତି ଘଟଣା । ଗୁରୁତର ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦିନ ଦ୍ୱି-ପ୍ରହରେ କିଛି ଯୁବକ ଅତର୍କିତ ଆକ୍ରମଣ କରିଥିଲେ । ଦୁବୃତ୍ତ ମାନେ ଭୁଜାଲି ଏବଂ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ।

    ପୋଲିସ ଘଟଣାର ତଦନ୍ତ କରୁଛି । ସୂଚନା ମୁତାବକ କାଳିକା ପୁର ଗ୍ରାମରେ ଜଗନ୍ନାଥ ବେହେରା ବାଲିଆପାଳରୁ ଘରକୁ ଫେରୁଥିଲେ । ଛୋଟ ଖାନପୁର ଛକରେ ସାଗର ବେହେରା, ଧନ୍ତା ମହାନା, ଅଶ୍ଵିନୀ ମହାନା ଓ ତାଙ୍କ ସହଯୋଗୀଙ୍କ ସମେତ ୬ ଜଣ ଯୁବକ ମିଶି ଜଗନ୍ନାଥଙ୍କ ଗାଡ଼ିକୁ ଅଟକାଇ କଥା କଟାକଟି କରିଥିଲେ । ଏନେଇ ଜଗନ୍ନାଥ ଯୁକ୍ତିତର୍କ କରିବାରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ଖଣ୍ଡା ଓ ଭୁଜାଲିରେ ଅତର୍କିତ ଆକ୍ରମଣ କରିଥିଲେ ।

    ଜଗନ୍ନାଥ ବେହେରାଙ୍କ ମୁଣ୍ଡ ଓ ଦେହର ଅନ୍ୟାନ୍ୟ ସ୍ଥାନରେ ଆକ୍ରମଣ କରିବା ପରେ ଜଗନ୍ନାଥ ମରିଯାଇଥିବା ଭାବି ରାସ୍ତା କଡ଼କୁ ଫୋପାଡ଼ି ଦେଇ ପଳାଇ ଯାଇଥିଲେ । ସେହି ରାସ୍ତା ଦେଇ ଯାଉଥିବା ସ୍ଥାନୀୟ କିଛି ଲୋକେ ଜଗନ୍ନାଥଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିଥିଲେ । ଏବାପରେ ଜଗନ୍ନାଥଙ୍କୁ ପ୍ରଥମେ ପଶ୍ଚିମବାଡ଼ ସରକାରୀ ଡାକ୍ତରଖାନାକୁ ନେଥିଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଜଳେଶ୍ବର ପଠାଇଥିଲେ । ସେଠାରେ ଆବସ୍ଥା ଗୁରୁତର ହେବାରୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଏବେ ଜଗନ୍ନାଥ ମୃତ୍ୟୁ ସହିତ ସଂଗ୍ରାମ କରୁଛି । ଏନେଇ ଜଗନ୍ନାଥ ବେହେରା ପରିବାର ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

  • ରତ୍ନଭଣ୍ଡାର ଖୋଲିବାକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟଳୟ ଘେରାଉ କରିଛି ଭାରତ ବିକାଶ ପରିଷଦ

    ରତ୍ନଭଣ୍ଡାର ଖୋଲିବାକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟଳୟ ଘେରାଉ କରିଛି ଭାରତ ବିକାଶ ପରିଷଦ

    ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଦାବି ନେଇ ଶ୍ରୀମନ୍ଦିର କାର୍ଯ୍ୟଳୟ ଘେରାଉ କରିଛି ଭାରତ ବିକାଶ ପରିଷଦ । ପୁରୀ ରେଲୱେ ଷ୍ଟେସନରୁ ଏକ ରାଲିରେ ସଙ୍ଗଠନର କର୍ମକର୍ତ୍ତା ମାନେ ଆସି ଶ୍ରୀମନ୍ଦିର କାର୍ଯ୍ୟଳୟ ଆଗରେ ପହଞ୍ଚି ବିକ୍ଷୋଭ କରିଥଲେ । ତୁରନ୍ତ ସରକାର ରତ୍ନଭଣ୍ଡାର ଖୋଲି ଭକ୍ତଙ୍କୁ ମହାପ୍ରଭୁଙ୍କ ଅଳଙ୍କାର ସ୍ଥିତି ଜଣାଇବାକୁ ଭାରତ ବିକାଶ ପରିଷଦ ଦାବି କରିଛି । ଏନେଇ ଏକ ଦାବିପତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାଶଙ୍କୁ ପ୍ରଦାନ କରାଯାଇଛି ।

    ଏହି ପ୍ରତିବାଦରେ ସାମିଲ ଥିବା ଜଗନ୍ନାଥ୍ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର କଣ ପାଇଁ ରତ୍ନ ଭଣ୍ଡାର ଖୋଲିବାକୁ ପଛଘୁଞ୍ଚା ଦେଉଛନ୍ତି । କୋଟିକୋଟି ଜଗନ୍ନାଥ ପ୍ରେମୀ ଏହାକୁ ନେଇ ଏବେ ସନ୍ଦେହ କରୁଛନ୍ତି । ରତ୍ନଭଣ୍ଡାରରେ ଆଉ ରତ୍ନ ଅଳଙ୍କାର ଅଛି ନା କିଏ ଲୁଟ କରି ନେଇଛି ତାକୁ ନେଇ ପ୍ରଶ୍ନ ଉଠିଛି । ଏଣୁ, ଏହି ସନ୍ଦେହକୁ ଦୂର କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ରତ୍ନଭଣ୍ଡାର ଖୋଲିଦିଅନ୍ତୁ । ନହେଲେ ଆଗାମୀ ଦିନରେ ବ୍ୟାପକ ବିରୋଧ ହେବ ।

    ଏହି ଆନ୍ଦୋଳନର ନେତୃତ୍ୱ ନେଇଥିବା ଭାରତ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ କହିଛନ୍ତି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ରହିଛି । ବର୍ଷା ଦିନେ ରତ୍ନଭଣ୍ଡାର ଛାତରୁ ବର୍ଷା ପାଣି ଗଳୁଛି । ଏହାର ମରାମତି କରିବା ପାଇଁ ସେବାୟତ, ଗଜପତି ମହାରାଜା, ଭକ୍ତ ଓ ଏଏସଆଇ ବି କହିସାରିଛି । ହେଲେ ରାଜ୍ୟ ସରକାର ପଛଘୁଞ୍ଚା ଦେଉଛନ୍ତି । ତେଣୁ, ରତ୍ନଭଣ୍ଡାରରେ ରତ୍ନ ଅଛି ନା କେହି ଲୁଟିନେଇଛି ତାହା ଏବେ ସନ୍ଦେହ ସୃଷ୍ଟି କରିଛି । ଏଣୁ, ରତ୍ନଭଣ୍ଡାରରେ ରତ୍ନ କେତେ ସୁରକ୍ଷିତ ତାକୁ ସରକାର ସାର୍ବଜନୀନ କରିବାକୁ ଭାରତ ବିକାଶ ପରିଷଦ ଦାବି କରିଛି ।

    ସେପଟେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ରତ୍ନଭଣ୍ଡାର ମାମଲା ଏବେ କୋର୍ଟରେ ରହିଛି । ଏହା ଉପରେ କୌଣସି ମତ ସେ ଦେଇପାରିବେ ନାହିଁ । ତେବେ ରତ୍ନ ଭଣ୍ଡାର ଖୋଲିବା ଦାବିପତ୍ରକୁ ସେ ଗ୍ରହଣ କରୁଛନ୍ତି । ରାଜ୍ୟ ସରକାରଙ୍କୁ ଏନେଇ ଅବଗତ କରାଇବେ । ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି ବଢୁଥିବା ବେଳେ ରାଜ୍ୟ ସରକାରଙ୍କ ପାଇଁ ଏହି ଅବହେଳା ଆଗାମୀ ଦିନରେ ମହଙ୍ଗା ପିଡିବ ବୋଲି ଚର୍ଚ୍ଚା ହେଉଛି ।

  • ଲୋକକଳା କଳାକାରଙ୍କ ବିକାଶ ଦିଗରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ

    ଲୋକକଳା କଳାକାରଙ୍କ ବିକାଶ ଦିଗରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ

    ରାଜ୍ୟରେ ଲୋକକଳାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପ୍ରଗତିଶୀଳ ପଦକ୍ଷେପ ନେଇଛନ୍ତି । ୨୦୦୯ ରୁ ବ୍ଲକ୍‌ ଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟସ୍ତର ପର୍ଯ୍ୟନ୍ତ କଳାକାରମାନଙ୍କ ସଂଘ ଗଠନ କରାଯାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଅନ୍ୟାନ୍ୟ ବିଭାଗ ଦ୍ବାରା ଲୋକକଳା କାର୍ଯ୍ୟକ୍ରମର ଆୟୋଜନ କରାଯାଇ ପ୍ରୋତ୍ସାହନ ଦିଆଯାଉଛି ।ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଗୁଡିକରେ କଳାକାର ମାନଙ୍କ ପ୍ରଦର୍ଶନ ପାଇଁ ପାରିଶ୍ରମିକରେ ବୃଦ୍ଧି ବିଷୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

    ବିଭିନ୍ନ ଲୋକକଳା ଯଥା ଦାସକାଠିଆ, ପାଲା, ଘୋଡାନାଚ ତଥା ଲୋକନୃତ୍ୟ ଓ ଲୋକସଂଗୀତ ପାଇଁ ପାରିଶ୍ରମିକ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯୋଗ୍ୟ ଯେ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ଲୋକକଳା ଜରିଆରେ ବିଭିନ୍ନ ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମ ତଥା ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ପ୍ରଚାର ପ୍ରସାର କରାଯାଇଥାଏ ।

    ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ଲୋକକଳା ପାଇଁ ଗୋଟିଏ ଦିନରେ ୩ ଘଣ୍ଟାରେ ୩ଟି ପ୍ରଦର୍ଶନ କରିବା ପାଇଁ ବର୍ଦ୍ଧିତ ପାରିଶ୍ରମିକ ଘୋଷଣା କରାଯାଇଛି । ଦଳର ମୁଖ୍ୟଙ୍କୁ ଦିନକୁ ୧୦୦୦ ଟଙ୍କା ଓ ଅନ୍ୟ ସଦସ୍ୟ ମାନଙ୍କୁ ୮୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ। ଏହାସହିତ, କଳାକାର ମାନଙ୍କ ଗମନାଗମନ ଓ ଖାଦ୍ୟ ପାଇଁ ଜଣ ପିଛା ଦୈନିକ ୩୦୦ ଟଙ୍କା ଲେଖାଏ ଦିଆଯିବ। ଏହି ନୂତନ ପାରିଶ୍ରମିକ ଅନୁଯାୟୀ ଦାସକାଠିଆ ପ୍ରଦର୍ଶନ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୨୦୦ ଟଙ୍କା ଦିଆଯାଉଥିବା ବେଳେ, ବର୍ତ୍ତମାନ ଏକ ଦୁଇ ଜଣିଆ ଦଳକୁ ଏକକାଳୀନ ୨୪୦୦ ଟଙ୍କା ପ୍ରଦାନ କରାଯିବ।

    ସେହିପରି ପାଲା ପ୍ରଦର୍ଶନ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୩୫୦ ଟଙ୍କା ଦିଆଯାଉଥିବା ବେଳେ, ଏବେ ଏକ ୬ ଜଣିଆ ଦଳକୁ ଏକକାଳୀନ ୬୮୦୦ ଟଙ୍କା ଦିଆଯିବ। ଘୋଡାନାଚ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୩୫୦ ଟଙ୍କା ଦିଆଯାଉଥିବା ବେଳେ, ବର୍ତ୍ତମାନ ୮ ଜଣିଆ ଘୋଡାନାଚ ଦଳକୁ ଏକକାଳୀନ ୯୦୦୦ ଟଙ୍କା ଦିଆଯିବ । ସେହିପରି ଲୋକନୃତ୍ୟ ଓ ଲୋକସଂଗୀତ ପାଇଁ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୪୦୦ ଟଙ୍କା ଦିଆଯାଉଥିଲା । ଏବେ ଏକ ୮ ଜଣିଆ ଦଳକୁ ଏକକାଳୀନ ୯୦୦୦ ଟଙ୍କା ଦିଆଯିବ। ଲୋକକଳାର ସୁରକ୍ଷା ତଥା କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଏହି ପଦକ୍ଷେପ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।

  • ୫ଦିନ ପରେ ଖୋଲିବ ବାହାନାଗା ଗୁମର ?

    ୫ଦିନ ପରେ ଖୋଲିବ ବାହାନାଗା ଗୁମର ?

    ବାଲେଶ୍ବର ବାହାନଗା ବଜାର ଷ୍ଟେସନ୍‌ରେ ଘଟିଥିଲା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଯାଇଥିଲା ୨୯୩ ଜଣ ଯାତ୍ରୀଙ୍କ ଜୀବନ। ଏହି ମାମଲାରେ ସିବିଆଇ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ତିନି ଅଭିଯୁକ୍ତ ହେଲେ ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ନିସିଆନ ପପୁ କୁମାର।ଜାଣିଶୁଣି ମୃତ୍ୟୁ ମୁହଁକୁ ଠେଲିଦେବା ଓ ଅପରାଧ ଘଟାଇ ପ୍ରମାଣ ନଷ୍ଟ ପରି ଅଭିଯୋଗ ଲଗାଇଛି ସିବିଆଇ। ସିଗନାଲିଂ ତ୍ରୁଟି ଯୋଗୁଁ ଏଭଳି ଘଟଣା ଘଟିପାରେ ବୋଲି ତିନି ଅଭିଯୁକ୍ତ ପୂର୍ବରୁ ଜାଣିଥିଲେ । ତଥାପି ଏହାର ଠିକ୍ ପରିଚାଳନା ନେଇ ଦାୟିତ୍ବବାନ ନଥିଲେ ।୫ ଦିନିଆ ରିମାଣ୍ଡରେ ଗଲେ ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ଗିରଫ ତିନି ଅଭିଯୁକ୍ତ । ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ବର ସ୍ପେଶାଲ ସିବିଆଇ କୋର୍ଟ । କ୍ୟାପିଟାଲ ହସ୍ପିଟାଲରେ ତିନି ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯାଇଥିଲା । ରିମାଣ୍ଡ ଶେଷ ପରେ ୧୧ ତାରିଖରେ ପୁଣି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ଜୁନ ୨ରେ ସଂଧ୍ୟା ବେଳେ କରମଣ୍ଡଳ ଏକ୍ସପ୍ରେସ ବାହାନଗାରେ ଦୁର୍ଘଟଣା ଗସ୍ତ ହୋଇଥିଲା । ସିଗନାଲିଂ ଭୁଲ ଥିବାରୁ ଏକ ମାଲଗାଡିକୁ ଧକ୍କା ଦେଇଥିଲା ଟ୍ରେନ୍ । ଏଥିରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଦେଶର ସବୁଠୁ ବଡ଼ ଦୁର୍ଘଟଣା ମଧ୍ୟରୁ ଏହି ଦୁର୍ଘଟଣା ଅତି ଭୟଙ୍କର ଥିଲା । ଏଭଳି ଘଟଣାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ରେଳମନ୍ତ୍ରାଳୟ ସୁପାରିସ କରିଥିଲା । ତାପରଠାରୁ ସିବିଆଇ ବାହାନଗା ଆସିବା ସହ ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଥିଲା ।

  • ଦିନଦ୍ବିପହରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁବୁର୍ତ୍ତ

    ଦିନଦ୍ବିପହରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁବୁର୍ତ୍ତ

    ଦିନ ଦ୍ବିପହରରେ ଯୁବକକୁ ହାଣିଲେ ଦୁବୁର୍ତ୍ତ । ନା ଅଛି ପୋଲିସକୁ ଭୟ ନା ଆଇନକୁ । ଏକ ପ୍ରାକାର ପୋଲିସକୁ ଚାଲେଞ୍ଜ ଦେଇ ଭିଆଉଛନ୍ତି ଅମାନୁଷିକ କାଣ୍ଡ । ଏଭଳି ଘଟଣା ସାମ୍ନାକୁ ଆସିଛି ବାଲେଶ୍ବର ବାଲିଆପାଳ ଥାନା କିଳିକା ପୁର ଗ୍ରାମରୁ ।ପୂର୍ବ ଶତୃତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦିନ ଦ୍ୱିପ୍ରହରେ ବିଚ୍ ରାସ୍ତାରେ କିଛି ଯୁବକ ଗୋଡାଇ ଗୋଡାଇ ଅତର୍କିତ ଆକ୍ରମଣ କରିଥିଲେ ଦୁବୁର୍ତ୍ତ । ସୁଚନା ଅନୁଯାୟୀ ଗୁରୁତର ଯୁବକ ହେଲେ ବାଲେଶ୍ଵର ଜିଲ୍ଲା ବାଇଗଣ ବାଡିଆ ଗ୍ରାମପଞ୍ଚାୟତ କାଳିକା ପୁର ଗ୍ରାମରେ ଜଗନ୍ନାଥ ବେହେରା। ସେ ବାଲିଆପାଳରୁ ଘରକୁ ଫେରୁ ଥିବା ସମୟରେ ଛୋଟ ଖାନପୁର ଛକରେ ସାଗର ବେହେରା, ଧନ୍ତା ମହାନା, ଅଶ୍ଵିନୀ ମହାନା ଓ ତାଙ୍କ ସହଯୋଗୀ ୬ ଜଣ ଯୁବକ ମିଶି ତାଙ୍କ ଗାଡ଼ିକୁ ଅଟକାଇଥିଲେ । ପରେ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ତେବେ ପୂର୍ବ ଶତ୍ରୁତାର ରାଗ ରଖି ତାଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଜଗନ୍ନାଥ ଙ୍କ ମୁଣ୍ଡରେ ଗଭିର ଆଘାତ ହେବା ଫଳରେ ସେ ଚେତାଶୂନ୍ୟ ହୋଇ ରାସ୍ତା କଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ । । ସେହି ରାସ୍ତା ଦେଇ ଯାଉଥିବା ସ୍ଥାନୀୟ ଲୋକେ ଜଗନ୍ନାଥ ଙ୍କୁ ପ୍ରଥମେ ପଶ୍ଚିମ ବାଡ଼ ସରକାରୀ କେନ୍ଦ୍ର କୁ ନେଇଥିଲେ। ପରେ ଗୁରୁତର ହେବାରୁ ବାଲେଶ୍ବର ଡାକ୍ତରଖାନାରକୁ ସ୍ଥାନାନ୍ତର କରାଯାଇଛି । ତେବେ ଏ ନେଇ ଜଗନ୍ନାଥ ବେହେରା ପରିବାର ବାଲିଆପାଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି।

  • ଦୁର୍ନୀତିଗ୍ରସ୍ତ ୯ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ

    ଦୁର୍ନୀତିଗ୍ରସ୍ତ ୯ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ

    ରାଜ୍ୟରେ କର୍ମଚୋର ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ସ୍ଥାନ ନାହିଁ । ତାଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଲଗାତାର କଠୋର ଆଭିମୁଖ୍ୟ ଜାରି ରଖିଛନ୍ତି । ଲାଞ୍ଚ ନେବା, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା, ଦଣ୍ଡରେ କୋହଳ କରିବା ଭଳି ଏମିତି କାର୍ଯ୍ୟ କରି ଧରାପଡ଼ିଲେ ବିଳମ୍ବ ନକରି ତୁରନ୍ତ କାର୍ଯ୍ୟାନୁଷ୍ଠା ଗ୍ରହଣ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ୩ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ୬ ଜଣଙ୍କ ପେନସନ ସ୍ଥାୟୀ ଭାବରେ ବନ୍ଦ କରିଛନ୍ତି ରାଜ୍ୟ ସରକାର ।

    କଟକ ଜିଲ୍ଲା RWSS Division-IIର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବରାମ ବିଶ୍ୱାଳ ଏକ ଦୁର୍ନୀତି ମାମଲାରେ ଦେଷୀ ସାବ୍ୟସ୍ତ ହେବାରୁ ତାଙ୍କର ପେନ୍‌ସନକୁ ସ୍ଥାୟୀ ଭାବରେ ବନ୍ଦ କରିଛନ୍ତି । କଳାହାଣ୍ଡି କାର୍ଲାମୁଣ୍ଡା ବ୍ଳକ୍‌ର ପୂର୍ବତନ ବିଡିଓ ତଥା ଅବସରପ୍ରାସ୍ତ ଅଧିକାରୀ ଗଣ୍ଡାରାମ ଖମାରୀଙ୍କ ବିରୁଦ୍ଧରେ ମଧ୍ୟ ଆକ୍ସନ ହୋଇଛି । ଏକ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ପରେ ତାଙ୍କ ପେନ୍‌ସନ ଓ ଗ୍ରାଚ୍ୟୁଇଟି ସ୍ଥାୟୀ ଭାବେ ବନ୍ଦ କରାଯାଇଛି । ସେହିପରି ଉମରକୋଟର ପୂର୍ବତନ ସହକାରୀ କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ନାୟକ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ଯୋଗୁଁ ତାଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ସରକାର ।

    ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପରେ ଜି.ଉଦୟଗିରିର ପୂର୍ବତନ ସହକାରୀ କୃଷି ଅଧିକାରୀ କୃଷ୍ଣଚନ୍ଦ୍ର ଗୌଡ଼ଙ୍କ ପେନ୍‌ସନ ଓ ଗ୍ରାଚ୍ୟୁଇଟି ସ୍ଥାୟୀ ଭାବେ ବନ୍ଦ କରାଯାଇଛି । ମାଲକାନଗିରି ଜିଲ୍ଲାର ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀ ଦାଶରଥୀ ତ୍ରିପାଠୀ ମଧ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ତାଙ୍କର ପେନ୍‌ସନ ଓ ଗ୍ରାଚ୍ୟୁଇଟିକୁ ସ୍ଥାୟୀ ଭାବେ ବନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ । ବରଗଡ଼ ଜିଲ୍ଲା ସୋହେଲା RWSSର ପୂର୍ବତନ ଜୁନିଅର ଇଞ୍ଜିନିୟର ଉପେନ୍ଦ୍ରଭଞ୍ଜ ନାୟକ ଜଣେ ସରକାରୀ ଅଧିକାରୀ ହେବା ସତ୍ତ୍ବେ ନିଜ କାର୍ଯ୍ୟରେ ସଚ୍ଚୋଟତା ରକ୍ଷା କରିବା ଏବଂ କର୍ତ୍ତବ୍ୟ ପରାୟଣତାରେ ଫେଲ୍ ମାରିଥିଲେ । ତେଣୁ ତାଙ୍କୁ ଚାକିରିରୁ ବହିଷ୍କୃତ ହେବାକୁ ପଡ଼ିଛି ।

    ସେହିପରି ସୁନ୍ଦରଗଡ଼ ଜିଲ୍ଲା ଲୋକାଲ ଫଣ୍ଡ ଅଡିଟ ବିଭାଗର ପୂର୍ବତନ ଅଡିଟର ସୁଶିଲ କୁମାର ମେହେର ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପରେ ଚାକିରି ହରାଇଛନ୍ତି । ମୟୂରଭଞ୍ଜ ଉଦଳାର ପୂର୍ବତନ ସାମାଜିକ ଶିକ୍ଷା ଅଧିକାରୀ ଆନନ୍ଦ ଚନ୍ଦ୍ର ନାୟକ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପରେ ତାଙ୍କ ପେନ୍‌ସନ ଓ ଗ୍ରାଚ୍ୟୁଇଟି ସ୍ଥାୟୀ ଭାବେ ବନ୍ଦ କରିଛନ୍ତି ରାଜ୍ୟ ସରକାର । ସେପଟେ ନୟାଗଡ଼ ଜିଲ୍ଲା ଚାନ୍ଦପୁରର ପୂର୍ବତନ DMSN ସୁପରିଣ୍ଟେଣ୍ଡେଣ୍ଟ ସୁରେନ୍ଦ୍ର ନାଥ ପତି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି । ଏହି ୯ ଜଣଙ୍କୁ ମିଶାଇ ଏଯାଏ ୧୯୭ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ, ବାଧ୍ୟତାମୂଳକ ଅବସର ଦିଆଯାଇଛି । କାହାର କାହାର ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ ମଧ୍ୟ କରାଯାଇଛି ।