Category: ରାଜ୍ୟ ଖବର

  • ବିଜେଡ଼ି ପକ୍ଷରୁ ଏକ ସଚେତନତା ସଭା ଅନୁଷ୍ଠିତ

    ବିଜେଡ଼ି ପକ୍ଷରୁ ଏକ ସଚେତନତା ସଭା ଅନୁଷ୍ଠିତ

    କେନ୍ଦ୍ର ସରକାରଙ୍କ କୃଷି ଓ କୃଷକଙ୍କ ପ୍ରତି ବୈମାତୃକ ମନୋଭାବକୁ ନେଇ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡ଼ି ପକ୍ଷରୁ ଦଶରଥପୁର ବ୍ଲକ କୁଆଁସମଙ୍ଗଳା ସ୍ଥିତ ବ୍ରଜ ସୁନ୍ଦର କଲ୍ୟାଣ ମଣ୍ଡପରେ ଏକ କୃଷକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି । ପ୍ରବଳ ବର୍ଷା ସତ୍ତ୍ୱେ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୨୦ଟି ପଞ୍ଚାୟତରୁ ହଜାରରୁ ଉର୍ଦ୍ଧ୍ବ ଚାଷୀ କୃଷକ ସଚେତନତା କର୍ମଶାଳାରେ ଯୋଗ ଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ରାଜ୍ୟସରକାରଙ୍କ ସମସ୍ତ କୃଶକ କଲ୍ୟାଣ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜିଲ୍ଲା ବିଜେଡ଼ି ସଭାପତି ସରୋଜ କୁମାର ମହାପାତ୍ର ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାଶ ଯୋଗ ଦେଇ ଚାଷୀମାନଙ୍କ ପ୍ରତି ଲଗାତର ଭାବେ କେନ୍ଦ୍ର ସରକାର ଅବହେଳା କରିବା ସହ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନାରେ ଓଡ଼ିଶାର ଚାଷୀଙ୍କୁ ପ୍ରତାରଣା କରିଛନ୍ତି ବୋଲି ଅଭିଯୋଗ କରିଥିଲେ । ଏହି ଅବସରରେ ଦଶରଥପୁର ବ୍ଳକ ଅଧ୍ୟକ୍ଷ ଦିଗାମ୍ବର ମଲ୍ଲିକ, ପୂର୍ବତନ ଅଧଃକ୍ଷା ସୁଜାତା ସାହୁ, ବ୍ଲକ ବିଜେଡ଼ି ସଭାପତି ଅଜୟ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟା ମାମିନା ମଲିକ, କୃଷକ ନେତା ନିରାକାର ସାହୁଙ୍କ ସମେତ ସମସ୍ତ ସରପଞ୍ଚ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାର ସର୍ବଦା ରାଜ୍ୟର କୃଷି ଓ କୃଷକଙ୍କ ଉନ୍ନତି ଦିଗରେ ବିବିଧ ବୈମାତୃକ ମନୋଭାବ ପୋଷଣ କରୁଥିବାରୁ କୃଷକ ସମାଜ ଏକତ୍ରିତ ହୋଇ ନାର୍ଯ୍ୟ ଦାବି ହାସଲ ପାଇଁ ସ୍ୱର ଉତ୍ତୋଳନ କରିବା ବାବଦରେ ଆଲୋକପାତ କରିଥିଲେ ।

  • ଦୁଇ ଦିନ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ ଜାରି

    ଦୁଇ ଦିନ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ ଜାରି

    ବଙ୍ଗୋପସାଗରରେ ସିରିଜ୍ ଘୂର୍ଣ୍ଣିବଳୟ । ଗୋଟିଏ ଦିନ ପରେ ସୃଷ୍ଟି ହେବ ଆଉ ଗୋଟିଏ ଘୂର୍ଣ୍ଣିବଳୟ । ଦୁଇ ଦିନ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୧ ଜିଲ୍ଲାରେ ୨ ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ନେଇ ସତର୍କତା ଜାରି ହୋଇଛି । ମୁକାବିଲା ନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ମୁନସିନ୍ ସିଜିନରେ ଖରା ବର୍ଷାର ଲୁଚାକାଳୀ ମଧ୍ୟରେ ଆସୁଛି ବଡ଼ ବର୍ଷା । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ତାହା ଆଗାମୀ ୨ ରୁ ୩ ଦିନ ମଧ୍ୟରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡ଼ିଶା ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା ଏବଂ ଝାଡ଼ଖଣ୍ଡ ମଧ୍ୟ ଦେଇ ଗତି କରିବ । ପ୍ରଭାବରେ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୧୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୧୮ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବା ସହ ୨୨ରେ ଅବପାତର ରୂପ ନେବ । ୧୮ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅବିଶ୍ରାନ୍ତ ବର୍ଷା ଲାଗି ରହିବ । ଅଧିକାଂଶ ସ୍ଥାନରେ ୭୦ ରୁ ୨ ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ।

  • ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

    ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

    ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଖୀଣ୍ଡାର ବିକାଶ ସହ, ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୬ କୋଟି ୪୧ ଲକ୍ଷ ଟଙ୍କା ମଧ୍ୟ ମୁଖ୍ୟମନ୍ତୀ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲୁପର ଗସ୍ତରେ ଥିବା 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଖୀଣ୍ଡା ଯାଇ ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ତାଙ୍କ ଜନ୍ମ ପୀଠ ଖୀଣ୍ଡାର ବିକାଶ ସଂପର୍କରେ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ପରେ ଏ ବିଷୟରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଏକ ଘଣ୍ଟା ଭିତରେ ନିଷ୍ପତ୍ତି ନେଇ ‘Development of Vir Surendra Sai Birth Place at Khinda, Samabalpur’ ପ୍ରକଳ୍ପକୁ ଅନୁମୋଦନ କରିଥିଲେ ।

    ଏହି ପ୍ରକଳ୍ପରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ପୀଠର ବିକାଶ ହେବ । ୧.୯୪୫ ଏକର ଜମିରେ ହେବାକୁ ଥିବା ଏହି ପ୍ରକଳ୍ପ ରେ ସୁରେନ୍ଦ୍ର ସାଏ ଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସହ ସ୍ମୃତି ସଦନ ମଧ୍ୟ ନିର୍ମାଣ କରାଯିବ । ସେଠାରେ ଥିବା ସଂଗ୍ରହାଳୟ ଓ ପାଠାଗାର ର ପୁନରୁଦ୍ଧାର କରାଯିବ .landscaping ସହ ଉଦ୍ୟାନ ର ବିକାଶ କରାଯିବ .ସୁନ୍ଦର୍ ଭବରେ ଆଲୋକୀକରଣ ମଧ୍ଯ କରାଯିବ . ସେଠାରେ ଥିବା ମଞ୍ଚ ଓ ସମାବେଶ ସ୍ଥଳ ର ଉନ୍ନତିକରଣ କରାଯିବ. ବୀର ସୁରେନ୍ଦ୍ର ସାଏ ଓଡିଆ ଜାତିର ପ୍ରାତସ୍ମରଣୀୟ ବକ୍ତିତ୍ୱ । ବୀର ସୁରେନ୍ଦ୍ର ସାଏ ତାଙ୍କର ଦୃଢ ନେତୃତ୍ୱ, ବିଚକ୍ଷଣ ରଣ କୌଶଳ ଯୋଗୁଁ ବ୍ରିଟିସ ସରକାରଙ୍କ ନିଦ ହଜାଇ ଦେଇଥିଲେ। ସେହି ମହାନ ସଂଗ୍ରାମୀଙ୍କର ଜନ୍ମସ୍ଥଳୀ ଖୀଣ୍ଡା, ପ୍ରତି ଓଡିଆଙ୍କ ପାଇଁ ଏକ ପବିତ୍ର ପୀଠ। ସ୍ୱାଧିନତା ସଂଗ୍ରାମରେ ତାଙ୍କର ମହାନ ଅବଦାନ ଯୁବସମାଜକୁ ସର୍ବଦା ପ୍ରେରଣା ଦେଇ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

  • ଚକେଇସିଆଣୀ ଗ୍ରାମକମିଟି ତରଫରୁ ବୃକ୍ଷ ରୋପଣ

    ଚକେଇସିଆଣୀ ଗ୍ରାମକମିଟି ତରଫରୁ ବୃକ୍ଷ ରୋପଣ

    ଆଜି ସକାଳୁ ଚକେଇସିଆଣୀ ଯାତ୍ରା ପଡିଆରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚକେଇସିଆଣୀ ଗ୍ରାମକମିଟି ତରଫରୁ ଆୟୋଜିତ ହୋଇଯାଇଛି Iବୃକ୍ଷ ରୋପଣ କାର୍ଯ୍ୟ କର୍ମ ରେ ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ମେୟର ଶ୍ରୀମତୀ ସୁଲୋଚନା ଦାସ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ର ପର୍ଯ୍ୟବେକ୍ଷକ ଶ୍ରୀମତୀ ଶ୍ରୀମୟୀ ମିଶ୍ର ପାଞ୍ଚ ନ ୱାର୍ଡ କର୍ପୋରେଟର ଶ୍ରୀମତୀ ମିନୁଶ୍ରୀ ଖୁଣ୍ଟିଆ କର୍ପୋରେଟର ଏସକେ.ନୂର ଏବଂ ମାନ୍ୟଗନ୍ୟ ବ୍ୟକ୍ତି ପ୍ରମୁଖ ଯୋଗ ଦେଇଥିଲେ. ବୃକ୍ଷଚାରା ବଣ୍ଟନ ସହିତ ବିଭିନ୍ନ ବୃକ୍ଷ ଚାରା ରୋପଣ କରିଥିଲେI

    ବୃକ୍ଷର ଆବଶ୍ୟକତା ଥିବା ବେଳେ ଏପରି ଏକ ମହତ କାଯ୍ୟକ୍ରମଙ୍କୁ ସ୍ଥାନୀୟ ଲୋକେ ପ୍ରଶଂଶା କରିଥିଲେI ପରିବେଶ ରେ ବୃକ୍ଷ ସଂଖ୍ୟା କାମୁଥିବା ବେଳେ କୃତ୍ରିମ ଜଙ୍ଗଲ ସୁଷ୍ଟି କରିବା ପାଈଁ ସରକାରଙ୍କ ପ୍ରୟସ ଜାରିରହିବ ବୋଲି ଗ୍ରାମବାସୀଙ୍କୁ ବୁଝାଇ ଥିଲେ I

  • କଂଗ୍ରେସରୁ ନିଲମ୍ବିତ ହେଲେ ପୂର୍ବତନ ଓ ବର୍ତ୍ତମାନର ଵିଧାୟକ

    କଂଗ୍ରେସରୁ ନିଲମ୍ବିତ ହେଲେ ପୂର୍ବତନ ଓ ବର୍ତ୍ତମାନର ଵିଧାୟକ

    କଂଗ୍ରେସରୁ ନିଲମ୍ବିତ ହେଲେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଉଭୟଙ୍କୁ ନିଲମ୍ବନ କଲା ଏଆଇସିସି ଶୃଙ୍ଖଳା କମିଟି । ଉଭୟଙ୍କ ନାଁରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ହୋଇଥିଲା । ଏନେଇ ଅଭିଯୋଗ କରିଥିଲେ ଦଳର ସଭାପତି ଶରତ ପଟ୍ଟନାୟକ । ଏନେଇ ଉଭୟଙ୍କ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ତେବେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଉଭୟଙ୍କୁ ନିଲମ୍ବିତ କରାଯାଇଛି।

    ୨୦୧୯ ସାଧାରଣ ନିର୍ବାଚନ ପରଠୁ ଚିରଞ୍ଜିବୀ ନିଜକୁ ଦଳୀୟ ସାଂଗଠନିକ କାର୍ଯ୍ୟରୁ ସମ୍ପୂର୍ଣ୍ଣ ଦୂରେଇ ରଖିଥିବାବେଳେ ମୋକିମ୍ ବିଭିନ୍ନ ସମୟରେ ଦଳୀୟ ନିଷ୍ପତ୍ତିକୁ ପାଳନ କରୁନଥିଲେ । ଏହି ଦୁଇ ପ୍ରଭାବଶାଳୀ ନେତାଙ୍କ ନିଲମ୍ବନ ରାଜ୍ୟ କଂଗ୍ରେସରେ ଚର୍ଚ୍ଚା ଓ ଆଲୋଡ଼ନର ବିଷୟ ହୋଇଛି । ତେବେ ଏହି ଦୁଇ ନେତା ବିଜେଡିରେ ମିଶିବେ ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ହେଉଥିଲେ ମଧ୍ୟ ଏବେ ଉକ୍ତ ଦୁଇ ନେତାଙ୍କୁ ନିଲମ୍ବିତ ଅବସ୍ଥାରେ ବିଜେଡି ନିଜ ସହ ସାମିଲ କରିବା ସମ୍ଭାବନା କ୍ଷୀଣ ।

    ଏଠାରେ ସମସ୍ତେ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବୁଛନ୍ତି । ସଙ୍ଗଠନ ମଜବୁତ ହେବା ପରିବର୍ତ୍ତେ ଦୁର୍ବଳ ହେଉଛି । ଏପରିକି ରାଷ୍ଟ୍ରପତି ନିର୍ବାଚନ ସମୟରେ ମଧ୍ୟ ମୋକିମ ଦଳର ନିର୍ଦ୍ଦେଶ ବାହାରେ ଭୋଟ କରିଥିଲେ । ତେବେ ମୋକିମ କହିଛନ୍ତି ସେ କୌଣସି ବିବାଦୀୟ ମନ୍ତବ୍ୟ ଦେଇନଥିଲେ ।

    ଏଆଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ସଦସ୍ୟ ସଚିବ ତାରିକ୍ ଅନୱାର କହିଛନ୍ତି ଯେ, ଚିରଞ୍ଜିବୀ ଓ ମୋକିମ୍ ଦଳବିରୋଧୀ ଗତିବିଧିରେ ଲିପ୍ତ ଥିବା ନେଇ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ କରିଥିଲେ । ତାଙ୍କର ଏହି ଅଭିଯୋଗ ଉପରେ ଶୃଙ୍ଖଳାଗତ କମିଟିରେ ଆଲୋଚନା ହୋଇଥିଲା ଓ ଉଭୟ ନେତାଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ।

    ସେହିପରି ଚିରଞ୍ଜିବୀ ୨୦୧୯ ବିଧାନସଭା ନିର୍ବାଚନରେ ଜଗତସିଂହପୁରରୁ ପରାଜିତ ହେବା ପରଠୁ ସେ ସାଂଗଠନିକ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ । ଏପରିକି ପିସିସି କାର୍ଯ୍ୟକାରୀ ସଭାପତି ଥାଇ ମଧ୍ୟ ସେ କଂଗ୍ରେସ ଭବନ କିମ୍ବା ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ । ଗତ କିଛିମାସ ତଳେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନର ମାତ୍ର ୩ଦିନ ପୂର୍ବରୁ ମୋକିମଙ୍କ ଦ୍ୱାରା ଭୁବନେଶ୍ୱରରେ ‘ଜାନକୀ-ବସନ୍ତ ଯୋଡ଼ି, ଓଡ଼ିଶାରେ ସୁବର୍ଣ୍ଣ ଯୁଗ’ ଶୀର୍ଷକ ଏକ କାର୍ଯ୍ୟକ୍ରମରେ ଚିରଞ୍ଜିବୀ ବର୍ତ୍ତମାନର କଂଗ୍ରେସର ସାଂଗଠନିକ ସ୍ଥିତିକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ । ମୋକିମ୍ ଓ ଚିରଞ୍ଜିବୀ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବେ ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ଲାଗି ରହିଛି ।

    ୨୦୨୪ ନିର୍ବାଚନକୁ ଆଉ ଦିନ କେଇଟା ବାକି ରହିଥିବା ବେଳେ ଉଭୟ ମୋକିମ ଓ ଚିରଞ୍ଜୀବଙ୍କ ଆଗାମୀ ନିଷ୍ପତ୍ତି କଣ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

  • ଖୁବଶୀଘ୍ର ପରଦାକୁ ଆସିବ ଓଡ଼ିଆ ସିନେମା “ଜହ୍ନ ରାତିର ସାଥୀ “

    ଖୁବଶୀଘ୍ର ପରଦାକୁ ଆସିବ ଓଡ଼ିଆ ସିନେମା “ଜହ୍ନ ରାତିର ସାଥୀ “

    ନେହା କୋଟିପତି ବ୍ୟବସାୟୀ ସତ୍ୟଜିତ ପଟ୍ଟନାୟକଙ୍କର ଏକମାତ୍ର ଅଲିଅଳି ଝିଅ । ତାଙ୍କ ଗ୍ରାମଠାରୁ ବହୁଦୂରରେ ଥିବା ଜମିଦାର ଭବାନୀ ଶଙ୍କର ଚୌଧୁରୀଙ୍କ ପୁତୁରା ସହ ନେହାଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠେ। ସତ୍ୟଜିତ ଓ ଭବାନୀଙ୍କ ମଧ୍ୟରେ ବନ୍ଧୁତା ହୁଏ। ଏକଦା ନେହା ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ବେହୋସ୍ ହେଇଯା’ନ୍ତି। ତାଙ୍କୁ ହୋସ୍‌କୁ ଆଣିବା ପରେ ସେ ସୁନୟନା ଚରିତ୍ର ବିଷୟରେ କହନ୍ତି। ସୁନୟନା ହେଉଛନ୍ତି ସେହି ଚରିତ୍ର, ଯାହାଙ୍କୁ ଦେଖିବା ପରେ ଗାଁ ଲୋକେ ତାଙ୍କ ଘରେ ନିଆଁ ଲଗାଇ ଦେଉଛନ୍ତି। ପୂର୍ବ ଶତ୍ରୁତାରୁ ଏପରି ଘଟଣା ଘଟୁଛି। ଏହି ଦୃଶ୍ୟ ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ନ୍ତି ଭବାନୀବାବୁ। ଏହାପରେ କାହାଣୀରେ ଆସୁଛି ନୂଆମୋଡ଼। ଏହା ହେଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଜହ୍ନ ରାତିର ସାଥୀ’ର ଏକ ସଂକ୍ଷିପ୍ତ କାହାଣୀ, ଯାହାକି ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। କିଛିଦିନ ତଳେ ଏହାର ଅଡିଓ ଓ ଟିଜର ରିଲିଜ୍ ହେଇଯାଇଛି। ଏଥିରେ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ, ସୂର୍ଯ୍ୟ ମହାପାତ୍ର ଓ ଯତୀନ୍ଦ୍ର ପ୍ରଧାନ। ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା, ଅନନ୍ୟା ଶ୍ରୀତମ, ଳିପ୍ସା, ହ୍ୟୁମ୍ୟାନ୍ ସାଗର ଓ ପ୍ରଭୁ ଦତ୍ତ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡ୍‌ଲି ରଥ। ସଂଳାପ ରଚନା କରିଛନ୍ତି ଅଜୟ ରାଉତ। ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଅମିତ ନାୟକ ଓ ଫାଇଟ୍ ନିର୍ଦ୍ଦେଶନା ଦେଇଛନ୍ତି ଶୈଳେନ୍ଦ୍ର ପରିଡ଼ା। ଆର୍ଟମାସ୍ କ୍ରିଏଟିଭସ୍ ପ୍ରାଇଭେଟ ଲିମିଟେଡ୍ ବ୍ୟାନର ନିବେଦିତ ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଅଜୟ କୁମାର ରାଉତ। କାର୍ଯ୍ୟନିର୍ବାହୀ ପ୍ରଯୋଜକ ଅଛନ୍ତି ବିକାଶ ରାଉତ ଓ ନିର୍ଦ୍ଦେଶନା ଦେଇଛନ୍ତି ଜିତେନ୍ଦ୍ର ଜେନା। ନିକଟରେ ଏହାର ଅଡିଓ ଓ ପୋଷ୍ଟର ରିଲିଜ୍ ହେଇଯାଇଛି।

  • ସାଇବର ଠକଙ୍କ ଟାର୍ଗେଟ୍‌ରେ ଗ୍ରାମାଞ୍ଚଳର ଲୋକ

    ସାଇବର ଠକଙ୍କ ଟାର୍ଗେଟ୍‌ରେ ଗ୍ରାମାଞ୍ଚଳର ଲୋକ

    ସାଇବର ଠକଙ୍କ ଟାର୍ଗେଟ୍‌ରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକ। ବିଶେଷକରି ଗ୍ରାମାଞ୍ଚଳର ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଘରେ ବସି କିଭଳି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିହେବ, ରାତାରାତି କୋଟିପତି ବନିବେ, ଏଭଳି ସୁନେଲି ସ୍ବପ୍ନ ଦେଖାଇ ବିଭିନ୍ନ ସ୍କିମ୍‌ର ପ୍ରଲୋଭନରେ ସେମାନଙ୍କୁ ଠକ ଫସାଉଛନ୍ତି। ସିମ୍‌ ଓ ଆଧାର କାର୍ଡ ହାତେଇବା ପାଇଁ ଅଳ୍ପ କିଛି ଅର୍ଥ ଦେଇ ଭୁଆଁ ବୁଲାଉଛନ୍ତି। ଆଉ ସେହି ସିମ୍‌ ଓ ଆଧାରକାର୍ଡକୁ ବ୍ୟବହାର କରି ବିଭିନ୍ନ ପ୍ରକାର ସାଇବର ଠକେଇ ମାଧ୍ୟମରେ ଅପରାଧୀମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଖାଲି ଏତିକି ନୁହେଁ, ଗରିବ ଶ୍ରେଣୀର ଲୋକଙ୍କୁ ସରକାରୀ ଯୋଜନାର ଲାଭ ପାଇବା କଥା କହି ସେମାନଙ୍କ ନାମରେ ସେଭିଙ୍ଗ୍‌ସ ଓ କରେଣ୍ଟ୍‌ ଆକାଉଣ୍ଟ ଖୋଲୁଛନ୍ତି। ଆକାଉଣ୍ଟ ଖୋଲିବା ପାଇଁ ଲୋକଙ୍କୁ ହଜାରେ ଦୁଇ ହଜାର ଟଙ୍କା ଦେଇ ସମସ୍ତ ତଥ୍ୟ ନେଇଯାଉଛନ୍ତି। ଏମିତି କି ପାସ୍‌ୱାର୍ଡ ଏବଂ ଓଟିପି ହା‌ତେଇ ନେଉଛନ୍ତି। ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇ ମାଧ୍ୟମରେ ମଧ୍ୟ ସାଇବର ଠକେଇଠାରୁ ଆରମ୍ଭ କରି କମ୍‌ ସମୟରେ ଅଧିକ ଅର୍ଥ ରୋଜଗାର ସ୍କିମ୍‌ରେ ପୁଞ୍ଜିନିବେଶକାରୀଙ୍କ ଠାରୁ ଲୁଟୁଛନ୍ତି।sa

  • କୋରାପୁଟ: ରାତ୍ରି ଭୋଜନ ଖାଇ ୮ରୁ ଅଧିକ ଡାକ୍ତରୀ ଛାତ୍ରଛାତ୍ରୀ ଅସୁସ୍ଥ

    କୋରାପୁଟ: ରାତ୍ରି ଭୋଜନ ଖାଇ ୮ରୁ ଅଧିକ ଡାକ୍ତରୀ ଛାତ୍ରଛାତ୍ରୀ ଅସୁସ୍ଥ

    ହଷ୍ଟେଲରେ ରାତ୍ର ଭୋଜନ ଖାଇବା ପରେ ୮ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ସମସ୍ତ ଛାତ୍ରଛାତ୍ରୀ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ବୋଲି ସୂଚନା ମିଳିଛି । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନେ ହଷ୍ଟେଲକୁ ଫେରିଥିବା ଜଣାପଡ଼ିଛି।

    ପ୍ରାପ୍ତ ଖବର ଅନୁସାରେ,ଗତକାଲି ରାତିରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ହଷ୍ଟେଲ କ୍ୟାଣ୍ଟିନରେ ଭୋଜନ କରିଥିଲେ। ପରେ ସେମାନେ ନିଜ ନିଜ ରୁମ୍‌କୁ ଚାଲିଯାଇଥିଲେ। ଖାଦ୍ୟ ଖାଇବାର କିଛି ସମୟ ପରେ କିଛି ଛାତ୍ରଛାତ୍ରୀଙ୍କୁ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ପରେ ସେମାନଙ୍କୁ ହଷ୍ଟେଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା।

    ପ୍ରାଥମିକ ଚିକିତ୍ସା ପରେ କିଛି ଛାତ୍ର ସୁସ୍ଥ ହୋଇଯାଇଥିବା ବେଳେ ୮ ଜଣ ଛାତ୍ରଛାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇଥିଲା। ପରେ ସେମାନଙ୍କୁ ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା।ରାତ୍ର ଭୋଜନ କରିବା ପରେ ପିଲାମାନେ କେଉଁ କାରଣ ପାଇଁ ଅସୁସ୍ଥ ହୋଇପଡ଼ିଥିଲେ ତାହା କାରଣ ଜଣାପଡ଼ି ନାହିଁ। ଚିକିତ୍ସା ପରେ ଏବେ ପିଲାମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ଥିବା ଜଣାପଡ଼ିଛି। ଏ ନେଇ ମେଡିକାଲ କଲେଜ କର୍ତ୍ତୃପକ୍ଷ ମଧ୍ୟ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି।

  • ଆଜି ବି ଅପହଞ୍ଚ ବୁରୁଡି ଗ୍ରାମ, ନା ଅଛି ରାସ୍ତା ନା ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସେବା

    ଆଜି ବି ଅପହଞ୍ଚ ବୁରୁଡି ଗ୍ରାମ, ନା ଅଛି ରାସ୍ତା ନା ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସେବା

    ପୁଣି ସାମ୍ନାକୁ ଆସିଲା ସ୍ବାସ୍ଥବସ୍ଥାର ନଗ୍ନ ଚିତ୍ର । ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା । ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ପହଞ୍ଚି ପାରିଲାନି ଆମ୍ବଲାନ୍ସ , ଫଳରେ ଖଟ ସାହାଯ୍ୟରେ ବୁହାହେଲା ଗର୍ଭବତୀ ମହିଳା । ଖାଲି ସେତିକିରେ ସରିନି ଏମାନଙ୍କ ସମସ୍ୟା । ଆଜିର ଆଧୁନିକତା ଭିତରେ ଏହି ଗାଁଟି ଅନେକ ପଛରେ ରହିଯାଇଛି । ନା ଏଠି ଅଛି ଭଲ ରାସ୍ତା ଖଣ୍ଡିଏ ନା ଅଛି ସ୍ବଚ୍ଛ ପିଇବା ପାଣି ।

    ମୌଳିକ ସୁବିଧାରୁ ଅନେକ ଦୂରରେ ରହିଥିବା ଏହି ଗାଁଟି ହେଉଛି ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଲକ ଅନ୍ତର୍ଗତ ଖଡମବେଡା ପଞ୍ଚାୟତର ବୁରୁଡି ଗ୍ରାମ । ଏଠାକାର ଲୋକମାନେ ଆଜି ଅପହଞ୍ଚ ଅଢ୍ଚଳର ଲୋକଙ୍କ ପରି ବସବାସ କରୁଛନ୍ତି । ନଳକୂପ ଅଛି କିନ୍ତୁ, ସେଥିରୁ ବାହାରୁଛି ଗୋଳିଆ ପାଣି । ଯାହା ପିଇବା ପାଇଁ ଉପଯୋଗୀ ନୁହେଁ । ସେହିଭଳି ବୁରୁଡି ଗାଁରେ ଭଲ ରାସ୍ତାଟିଏ ବି ନାହିଁ, ଯେଉଁଥି ପାଇଁ ଖଟିଆରେ ବୁହା ହେଉଛନ୍ତି ଗର୍ଭବତୀ ମହିଳା । ରାସ୍ତା ଖରାପ୍ ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଅଧା ବାଟରେ ଅଟକିଲା । ଫଳରେ ଗର୍ଭବତୀ ମହିଳାକୁ ୪ କିଲୋମିଟର ଖଟରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ଗାଁ ଲୋକେ । ପରେ ତାଙ୍କୁ ମେଡିକାଲକୁ ନେଇଥିଲେ ।

    ତେବେ ଗାଁ ଲୋକଙ୍କ କହିବା ମୁତାବକ, ଦୀର୍ଘ ଦିନ ହେଲା ଉକ୍ତ ଗାଁର ସମସ୍ୟା ଲାଗି ରହିଛି । କିନ୍ତୁ କାହାର ଦୃଷ୍ଟି ପଡୁନି ଏମାନଙ୍କ ଉପରେ । ବାରମ୍ବାର ଲୋକ ପ୍ରତିନିଧି ଠାରୁ ଆରମ୍ଭ କରି କଲେକ୍ଟର, ବିଧାୟକ ପର୍ଯ୍ୟନ୍ତ ସମସ୍ତଙ୍କୁ ସମସ୍ୟା ବିଷୟରେ ଅବଗତ କରାଇଥିଲେ ମଧ୍ୟ ଫଳ ଶୂନ୍ । ଖୁବ୍ ଶୀଘ୍ର ଏହାର ସମାଧାନ ପାଇଁ 5T ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଗ୍ରାମବାସୀ ବିନମ୍ର ଅନୁରୋଧ କରଛନ୍ତି । ତେବେ ଆଗାମୀ ଦିନରେ ଏଥିପାଇଁ ଯଦି କୌଣସି ପଦଷେପ ନିଆନଯାଏ ତେବେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

  • ସକାଳେ ଝିଅ ପାଟିରୁ ବାହାରୁଥିଲା ଫେଣ, କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ

    ସକାଳେ ଝିଅ ପାଟିରୁ ବାହାରୁଥିଲା ଫେଣ, କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ

    ରାତିରେ ମା ପାଖେ ଶୋଇଥିଲେ ଝିଅ, ହେଲେ ସକାଳେ ଉଠିଲା ବେଳକୁ ଝିଅ ପାଟିରୁ ବାହାରୁଛି ଫେଣ । ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଝିଅର ମା । ଘଟଣାଟି ଘଟିଛି, ଭୁବନେଶ୍ବର ସ୍ଥିତ ମଞ୍ଚେଶ୍ଵର ଅଞ୍ଚଳରେ ।

    ସୂଚନା ମୁତାବକ, ମୟୂରଭଞ୍ଜ ବିଶୋଇ ଥାନା ଅନ୍ତର୍ଗତ ବାଉତିବେଡା ପଞ୍ଚାୟତ ଠୁଳୁକୁ ଚଟାଣି ଗ୍ରାମର ଦୁର୍ଗା ହେମ୍ବ୍ରମ ଜଣେ ଦିନ ମଜୁରିଆ । ଘର ଚଳାଇବା ପାଇଁ ଉଭୟ ସ୍ଵାମୀ-ସ୍ତ୍ରୀ ନିଜ ଝିଅ ସହିତ ଭୁବନେଶ୍ବର ଚାଲିଆସିଥିଲେ । ମଞ୍ଚେଶ୍ଵର ଥାନା ଅଞ୍ଚଳରେ ରହି ଦିନ ଦିନମଜୁରିଆ ଭାବେ ଦୁର୍ଗା କାମ କରୁଥିଲେ । ତେବେ ଗତ ମଙ୍ଗଳବାର ରାତିରେ ସମସ୍ତେ ଖାଇ ପିଇ ଶୋଇଥିଲେ । ହେଲ ବୁଧବାର ସକାଳୁ ଉଠିଲା ପରେ ଦୁର୍ଗା ନିଜ ୪ ବର୍ଷର ଝିଅ ଅଞ୍ଚଲିକୁ ଉଠାଇଲା ବେଳେ ଯାହା ଦେଖିଥିଲେ ସେଥିରେ ହତବାକ୍ ହୋଇଯାଇଥିଲେ । ଝିଅ ଗୁରୁତର ଅବସ୍ଥାରେ ଥିବା ବେଳେ ପାଟିରୁ ଫେଣ ବାହାରୁଥିବା ଦେଖିବାକୁ ପାଇଥିଲେ । ଝିଅକୁ ଏମିତି ଅବସ୍ଥାରେ ଦେଖି ମା,ବାପା ତୁରନ୍ତ ଅଟୋ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ନେଇଯାଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଝିଅର ମୃତ୍ୟୁ ହୋଇଥିଲା ।

    ଅନ୍ୟପଟେ ଝିଅର ମୃତ୍ୟୁ ଲକ୍ଷଣକୁ ନେଇ ଡାକ୍ତର ସର୍ପାଘାତ ଜନିତ ମୃତ୍ୟୁ ହୋଇଥାଏ ବୋଲି ସନ୍ଦେହ କରୁଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ଜଣାପଡିବ ବୋଲି ସୂଚନା ମିଳିଛି । ତେବେ ଏନେଇ ଭୁବନେଶ୍ବର ସ୍ଥିତ ମଞ୍ଚେଶ୍ଵର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ବ୍ୟବଚ୍ଛେଦ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ମୃତ୍ୟୁର କାରଣ ସନ୍ଦେହ ଘେରରେ ରହିଛି ।