Category: ରାଜ୍ୟ ଖବର

  • ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ

    ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ

    ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ପିସିସି ସଭାପତିଭାବେ ଦାୟିତ୍ବ ନେବା ପରେ ଶରତ ପଟ୍ଟନାୟକଙ୍କ ଏହା ପ୍ରଥମ ବୈଠକ। ତେବେ କଂଗ୍ରେସ ଭବନ ନୁହେଁ ଏକ ତାରକା ହୋଟେଲ‌ରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି। ଗତ କିଛିଦିନ ଧରି ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କ ସମର୍ଥକମାନେ ଦୁହିଁଙ୍କ ନିଲମ୍ବନ ପ୍ରତ୍ୟାହାର ଦାବି କରି ପ୍ରତିବାଦ କରୁଥିବାରୁ ତାରକା ହୋଟେଲକୁ ବୈଠକକୁ ସ୍ଥାନାନ୍ତରିତ କରାଯାଇଥିବା ଚର୍ଚ୍ଚା ହେଉଛି।

    କେବଳ କାର୍ଯ୍ୟକାରିଣୀ ବୈଠକ ନୁହେଁ ରାଜନୈତିକ ବ୍ୟାପାର ଓ କର୍ମକର୍ତା କମିଟି ବୈଠକ ଅନୁଷ୍ଠିତ ହେବ। ଓଡ଼ିଶା ପ୍ରଭାରୀ ଏ.ଚେଲାକୁମାରଙ୍କ ସମେତ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଅନ୍ୟ କଂଗ୍ରେସ ନେତୃବୃନ୍ଦ ଏଥିରେ ସାମିଲ ହେବେ। ଧନ୍ୟବାଦ ପ୍ରସ୍ତାବ ସହିତ ଶୋକ ପ୍ରସ୍ତାବ, କୃଷି ଓ ଅର୍ଥନୈତିକ ପ୍ରସ୍ତାବ ଆଗତ କରାଯିବ। ତେବେ କାର୍ଯ୍ୟକାରିଣୀ ବୈଠକରେ ଦୁଇ ନେତାଙ୍କ ନିଲମ୍ବନ ପ୍ରସଙ୍ଗ ସଂପର୍କରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।

  • ନବୀନ ପଟ୍ଟନାୟକ ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ

    ନବୀନ ପଟ୍ଟନାୟକ ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ

    ଜ୍ୟୋତି ବସୁଙ୍କୁ ପଛରେ ପକାଇଲେ ନବୀନ । ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ନବୀନଙ୍କ ନାଁରେ ନୂଆ ରେକର୍ଡ । ୨୫ବର୍ଷ ଜନସେବାରେ ଏଯାଏଁ ମୁଖ୍ୟମନ୍ତ୍ରୀ ପଦବୀରେ ରହିଆସିଛନ୍ତି ନବୀନ । ୨୦୦୦ ମସିହା ମାର୍ଚ୍ଚ ୫ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ । ୨୫ବର୍ଷ ଜନସେବାରେ ଏଯାଏଁ ମୁଖ୍ୟମନ୍ତ୍ରୀ ପଦବୀରେ ରହିଆସିଛନ୍ତି ନବୀନ । ସେ ଦ୍ୱିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ କରିଛନ୍ତି । ଜ୍ୟୋତି ବସୁ ପଶ୍ଚିମବଙ୍ଗରେ ସିପିଏମର ୩୪ବର୍ଷ ସରକାରରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ । ଏବେ ଏହି ରେକର୍ଡକୁ ଭାଙ୍ଗିଛନ୍ତି ନବୀନ । ଭାରତ ବର୍ଷରେ ଦ୍ବିତୀୟ ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବା ନେଇ ନବୀନଙ୍କ ନାଁରେ ଯୋଡ଼ିହୋଇଛି ନୂଆ ରେକର୍ଡ । ଓଡ଼ିଶାବାସୀଙ୍କ ପାଇଁ ଏହା ଗର୍ବର ବିଷୟ ବୋଲି ବିଜେଡି କହିଛି । ରାଜ୍ୟବାସୀଙ୍କ ଆଶୀର୍ବାଦରେ ୨୦୨୪ରେ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ ନବୀନ ଭାରତ ରାଜନୀତିର ସବୁ ରେକର୍ଡ ହାସଲ କରିବେ । ୧୯୯୭ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ ।

    ମାର୍ଚ୍ଚ ୨୦୦୦ରେ ସେ ପ୍ରଥମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ନବୀନ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଦେଶରେ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ପଦବୀରେ ରହିବାରେ ପ୍ରଥମ ସ୍ଥାନରେ ରହିଛନ୍ତି ସିକ୍କିମର ମୁଖ୍ୟମନ୍ତ୍ରୀ ପଓ୍ବନ କୁମାର ଚାମଲିଙ୍ଗ । ନବୀନ ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୨୩ ବର୍ଷ ଶାସନରେ ନବୀନଙ୍କ ନାଁରେ ରେକର୍ଡ ନୂଆ ନୁହେଁ । ଶ୍ରେଷ୍ଠ ପ୍ରଶାସନ, ନମ୍ବର ଓ୍ବାନ ମୁଖ୍ୟମନ୍ତ୍ରୀ ସହ ବିଭିନ୍ନ ରେକର୍ଡ ରହିଛି ନବୀନଙ୍କ ନାଁରେ । ନବୀନ ପଟ୍ଟନାୟକ ଓଡିଶାର ଅର୍ଥନୀତି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି । ସେହିପରି ଶିଳ୍ପାୟନରେ ଓଡ଼ିଶାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ବିଦେଶ ପୁଞ୍ଜି ନିବେଶରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନ ହାସଲ କରିଛି । ଏସବୁ ସମ୍ଭବ ହୋଇପାରିଛି ନବୀନଙ୍କ ଦୃଢ ନେତୃତ୍ବ ଓ ସ୍ଥିର ସରକାର ପାଇଁ । ନବୀନଙ୍କ ଅନେକ ଜନହିତକାରୀ ଯୋଜନା ଏବେ ଦେଶକୁ ବାଟ ଦେଖାଇଛି ।

  • ଖଡ଼ଙ୍ଗ ନଦୀରେ ପ୍ରକଳ୍ପକୁ ନେଇ ଚାଷୀ ଖୁସି

    ଖଡ଼ଙ୍ଗ ନଦୀରେ ପ୍ରକଳ୍ପକୁ ନେଇ ଚାଷୀ ଖୁସି

    ଆଉ ମରିବନି ଚାଷୀଙ୍କ ଫସଲ। ନଦୀଗର୍ଭ ଜଳାଶୟ ଯୋଜନାରେ ଖଡଗ ନଦୀରେ ନିର୍ମାଣ ହେବ ପ୍ରକଳ୍ପ । ମାନ୍ୟବର ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କଲାପରେ ଏବେ ଖୁସିବ୍ୟକ୍ତ କରିଛନ୍ତି ଚାଷୀ । ୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ ସ୍ବୀକୃତି ପ୍ରଦାନ କରିଥିଲେ । ଏହି ପ୍ରକଳ୍ପ ଦ୍ବାରା ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଳକ, କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଳକ ଓ ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଳକର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ଉପକୃତ ହେବେ । ଏହି ଯୋଜନାରେ ବାଲିଗୁଡା ବ୍ଳକର ଲଡଗାଁ ଗ୍ରାମ ନିକଟରେ ପ୍ରାୟ ୧୨୬ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଖୁସି। ଆଗାମୀ ଦିନରେ ଚାଷୀଙ୍କ ଦୁଃଖ ଦୂର ହୋଇଯିବ ବୋଲି ଆଶା ରଖିଛନ୍ତି ଚାଷୀକୂଳ।

    କୌଣସି ବିସ୍ଥାପନ ବିନା ଏହି ପ୍ରକଳ୍ପ ନିର୍ମାଣ କରାଯିବ ଓ ଏହା ନଦୀଗର୍ଭ ଜଳ ସଂରକ୍ଷଣ କରିବା ସହିତ ଖରାଦିନେ ଏହି ଅଞ୍ଚଳର ପାନୀୟ ଜଳର ଆବଶ୍ୟକତା ପୂରଣ, ମାଛ ଚାଷ ଓ ଭୂତଳ ଜଳସ୍ତର ବୃଦ୍ଧିରେ ମଧ୍ୟ ବିଶେଷ ସହାୟକ ହେବ। ସୂଚନାଯୋଗ୍ୟ ଯେ ଚଳିତ ମାସ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗସ୍ତ ସମୟରେ ସ୍ଥାନୀୟ ଜନସାଧାରଣ ଖଡଙ୍ଗ ନଦୀରେ ଏକ ବ୍ୟାରେଜ ନର୍ମାଣ ପାଇଁ ଦାବୀ ପତ୍ର ଦେଇଥିଲେ । ଏ ସଂପର୍କରେ ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଜନସାଧାରଣଙ୍କ ଦାବୀ ସଂପର୍କରେ ଅବଗତ କରାଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ଅନୁରୋଧକୁ ଗ୍ରହଣ କରିଥିଲେ ।

    Alla posizione di postura ha anche la sua opzione di luce. Stare di fronte al muro e leggermente solletico in avanti. Tenere il muro o per mobili di equilibrio, gambe di donna matura e giovane amante pro e contro Lascia che il partner ti faccia dietro di te dietro la schiena e vedrà il mio recinto inumidito con un lubrificante tra i fianchi.

  • ଅଣ ଓଡିଆଙ୍କ ହାତରେ ଓଡିଶାର ଗଞ୍ଜେଇ କାରବାର

    ଅଣ ଓଡିଆଙ୍କ ହାତରେ ଓଡିଶାର ଗଞ୍ଜେଇ କାରବାର

    ରାଜ୍ୟରେ ବଢିଚାଲିଛି କଳାଜହର କାରବାର । ଏହାକୁ ନିପାତ କରିବା ପାଇଁ ଅନେକ ଯୋଜନା କଲାପରେ ବି ଥମୁନି କାରବାର । ରାଜ୍ୟରେ ଗଢ୍ଜେଇ ତାଲାଣ ଘଟଣା ଏକ ପ୍ରକାର ଚିରାଚରିତ ହୋଇଗଲାଣି । ଆଇନ ଆଖିରେ ଧୁଳି ଦେଇ ନିଶା ମାଫିଆ ମାନେ ରାଜ୍ୟ, ରାଜ୍ୟ ବାହାରକୁ ବିଭିନ୍ନ ଉପାୟରେ କରୁଛନ୍ତି ଗଢ୍ଜେଇ ଚୋରା ଚାଲାଣ । ପଶ୍ଚିମ ଓଡ଼ିଶାର କୋଣ ଅନୁକୋଣରେ ଗରିବ ନିରୀହ ଖଟି ଖିଆଙ୍କ ଦ୍ଵାରା ଅବାଧରେ ଜହର ଚାଷ ହେଉଥିବା ବେଳେ , ଗଞ୍ଜେଇର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ବଢ଼ିବାରେ ଲାଗିଛି । ତେବେ ଗଞ୍ଜେଇ କାରବାର ଉପରେ ରୋକ ଲଗାଇବାକୁ ଅଂଟା ଭିଡ଼ିଛି ଅବକାରୀ ବିଭାଗ।

    ବୌଦ୍ଧ ସୁବର୍ଣ୍ଣପୁର ଜିଲ୍ଲାରେ ଗଞ୍ଜେଇ କାରବାର ବଢୁଥିବା ବେଳେ । ସୋନପୁର ଜିଲ୍ଲାର ଶରଧାପାଲି ଛକରୁ ଏକ ବୋଲେରୋ ରୁ 30 କେଜି ଗଞ୍ଜେଇ ଜବତ କରିଛି ସୁବର୍ଣ୍ଣପୁର ଅବକାରୀ ବିଭାଗ । ତେବେ ବିହାର ନୱାଡା ର ସୋନି କୁମାର, ମୁକେଶ କୁମାର ଙ୍କ ସହ ଝାରଖଣ୍ଡ ର ଅନିଲ ପାଣ୍ଡେ କୁ ଗିରଫ କରିଛି ଅବକାରୀ ବିଭାଗ । ବୌଦ୍ଧ ଜିଲ୍ଲାରୁ ଏହି ଗଂଜେଇ ଚୋରା ଚାଲାଣ ହେଉଥିବା ସୂଚନା ଦେବା ସହ ଆଜି ସମସ୍ତଙ୍କୁ କୋଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

  • ରାଜ୍ୟ କ୍ୟାବିନେଟ୍ ବୈଠକ ଆଜି

    ରାଜ୍ୟ କ୍ୟାବିନେଟ୍ ବୈଠକ ଆଜି

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ । ଲୋକସେବା ଭବନରେ ବସୁଥିବା ଏହି ବୈଠକରେ କିଛି ବଡ଼ ନିଷ୍ପତ୍ତି ନିଆଯିବ । ୧୨ ପ୍ରସ୍ତାବରେ ମୋହର ଲାଗିବାର ସମ୍ଭାବନା ରହିଛି। ତେବେ ଆଜି ସନ୍ଧ୍ୟା ସାଢ଼େ ୬ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ କୃଷି, ସ୍ବାସ୍ଥ୍ୟ, ଗଣଶିକ୍ଷା, ଜଳସମ୍ପଦ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଭଳି ବିଭିନ୍ନ ବିଭାଗର ୧୨ଟିରୁ ଊର୍ଦ୍ଧ୍ବ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ହେବାକୁ ରହିଛି।

    ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ କୃଷି ଓ କୃଷକଙ୍କୁ କିଭଳି ଅଧିକ ସଶକ୍ତୀକରଣ କରାଯାଇ ପାରିବ ତାକୁ ନେଇ ବିଭାଗ ପକ୍ଷରୁ ୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିବାକୁ ରହିଛି। ଏହାସହିତ ରାଜ୍ୟରେ ଜଳସେଚନ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ଲାଗି ଜଳସମ୍ପଦ ବିଭାଗ ପକ୍ଷରୁ କେତେକ ନିଲାମ ଅଣାଯିବାକୁ ରହିଥିବାବେଳେ ଗଣଶିକ୍ଷା, ସ୍ବାସ୍ଥ୍ୟ ଓ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତାବମାନ ଆସିବ। ଏହାସହିତ କେତେକ ବିଭାଗର କ୍ୟାଡର ସଂଶୋଧନ ସରକାର ଆଣିବାକୁ ରହିଛି ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି।

  • ଭିଜିଲାନ୍ସ ଜାଲରେ ଚାନ୍ଦିପୁର ଥାନା ଅଧିକାରୀଙ୍କ ସହ ଏଏସଆଇ

    ଭିଜିଲାନ୍ସ ଜାଲରେ ଚାନ୍ଦିପୁର ଥାନା ଅଧିକାରୀଙ୍କ ସହ ଏଏସଆଇ

    ଭିନିଲାନ୍ସ ଜାଲରେ ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଥାନା ଅଧିକାରୀଙ୍କ ସହ ଜଣେ ଏଏସଆଇ । ଲାଞ୍ଚ ନେବା ମାମଲାରେ ଭିଜିଲାନ୍ସ ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସଆଇ ପ୍ରଦୀପ କୁମାର ମହାନ୍ତିଙ୍କୁ ହେପାଜତକୁ ନେଇଛି। ଚାନ୍ଦିପୁର ଥାନା ଅଧୀନରେ ଥିବା ଏକ ସରକାରୀ ବିଦେଶୀ ମଦ ଦୋକାନରୁ ମାସିକିଆ ବଟି ହିସାବରେ ଦୁଇ ପୋଲିସ ବାବୁ ୫୦ ହଜାର ଟଙ୍କା ଦାବି କରିଥିଲେ। ସରକାରୀ ବିଦେଶୀ ମଦ ଦୋକାନର ମାଲିକ ଏହାକୁ ପ୍ରତ୍ୟାଖାନ କରିଥିଲେ। ମାତ୍ର ସ୍ଥାନୀୟ ପୋଲିସର ତାଙ୍କ ଉପରେ ବିଭିନ୍ନ ଉପାୟରେ ଚାପ ପକାଇଥିଲେ। ପୋଲିସର ଏପରି ଚାପରେ ମଦ ଦୋକାନ ମାଲିକ ୫୦ ହଜାର ଟଙ୍କା ଦେବା ପାଇଁ ରାଜି ହୋଇଥିଲେ ମଧ୍ୟ ଭିଜିଲାନ୍ସକୁ ଏନେଇ ସୂଚିତ କରିଦେଇଥିଲେ। ପୂର୍ବ ଯୋଜନା ମୁତାବକ ମଦ ଦୋକାନ ମାଲିକ ଦୁଇ ପୋଲିସ ବାବୁଙ୍କୁ ନିର୍ଦ୍ଧାରିତ ପରିମାଣର ଟଙ୍କା ଦେବା ବେଳକୁ ଭିଜିଲାନ୍ସ ମାଡି ବସିଥିଲା ଉଭୟଙ୍କୁ।


    ତେବେ ଚାନ୍ଦିପୁର ଥାନାରେ ଥିବା ପୂର୍ବତନ ଆଇଆଇସି ନିଶାସକ୍ତ ଅବସ୍ଥାରେ ନିଜ କାର ଦୁର୍ଘଟଣା ଘଟାଇବା ଯୋଗୁଁ ତାଙ୍କୁ ବଦଳି କରାଯାଇ ଟ୍ରାଫିକ ଥାନା ଅଧିକାରୀ ଥିବା ଗଣେଶ୍ୱର ପ୍ରଧାନଙ୍କୁ ଚାନ୍ଦିପୁର ଥାନାକୁ ପଠାଯାଇଥିଲା। ମାତ୍ର ମାସିଟିଏ ନ ଯାଉଣୁ ଥାନା ଅଧିକାରୀ ଶ୍ରୀ ପ୍ରଧାନ ଲାଞ୍ଚ ନେବା ମାମଲାରେ ଛନ୍ଦି ହୋଇ ଯାଇଛନ୍ତି। ଏହାସହ ଲାଞ୍ଚ ନେବାରେ ସହଯୋଗ କରିଥିବା ଏଏସଆଇ ପ୍ରଦୀପ କୁମାର ମହାନ୍ତି ଓରଫ ବଳୀ ମଧ୍ୟ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଅନ୍ୟପଟେ ବାଲେଶ୍ଵର ଏସ୍ପି ସାଗରିକା ନାଥ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ କରିବାରେ ବେଶ ସକ୍ଷମ ହେଉଥିବା ବେଳେ ତାଙ୍କ ଅଧିନସ୍ଥ କର୍ମଚାରୀଙ୍କ ଏତାଦୃଶ କାର୍ଯ୍ୟ ପୁରା ପୋଲିସ ବିଭାଗର ସ୍ଵଛତା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବା ବେଳେ ଦୁଇ ପୋଲିସ ବାବୁ ଗିରଫ ହୋଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

  • ବେଙ୍ଗାଲୁରୁ ପରେ ଭୁବନେଶ୍ବରରେ ମେଳି ବାନ୍ଧିଲେ INDIA, ବିଜେପି ସିବିରରେ ଥରହର

    ବେଙ୍ଗାଲୁରୁ ପରେ ଭୁବନେଶ୍ବରରେ ମେଳି ବାନ୍ଧିଲେ INDIA, ବିଜେପି ସିବିରରେ ଥରହର

    କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ଦେଶକୁ ଆଉ ଏକ ଇଣ୍ଡିଆ ଦେଇଛି । ବର୍ତ୍ତମାନ ଦେଶସାରା ଇଣ୍ଡିଆର ଚର୍ଟ୍ଟା । 2024 ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ହେଉଥିବା ବେଳେ ଦେଶର ତମାମ ପ୍ରମୁଖ ବିରୋଧି ଦଳ ସରକାରଙ୍କୁ ଘେରିବା ପାଇଁ ଅଣ୍ଟା କସୁଛନ୍ତି । ପ୍ରଥମେ ବିହାରର ରାଜଧାନୀ ପାଟନା ଏବଂ ପରେ ବେଙ୍ଗାଲୁରୁ । ସବୁ ବୈଠକ ଆଉ ସବୁ ପ୍ଲାନ ମୋଦି ସରକରାଙ୍କୁ ହରାଇବା ପାଇଁ । କେନ୍ଦ୍ର ସରକାରଙ୍କ ଦେଶ ବିରୋଧି ନୀତିକୁ ଏଥର ପ୍ରମୁଖ ଅସ୍ତ୍ର କରିଛନ୍ତି ରାଜନୈତିକ ଦଳ ଗୁଡିକ । ତେଣୁ ପ୍ରମୁଖ ବିରୋଧି ଦଳ କଂଗ୍ରେସ ଏବଂ ସବୁ କେନ୍ଦ୍ର ବିରୋଧି ଦଳ ମିଶି ବେଙ୍ଗାଲୁରୁରେ ଏକ ନୂଆ ଇଣ୍ଡିଆର ଘୋଷଣା କରିଛନ୍ତି । ଆଉ ଏହି ନୂଆ ଇଣ୍ଡିଆକୁ ନେଇ ଆଜି ଭୁବନେଶ୍ବରରେ ମଧ୍ୟ ଏକତ୍ରୀତ ହୋଇଥିଲେ ସମସ୍ତ ବିଜେଡି ଏବଂ ବିଜେପି ବିରୋଧି ଦଳ । ହୋଟେଲ କେଶରୀରେ ଆୟୋଜିତ ଇଣ୍ଡିଆର ବୈଠକରେ 9ଟି ବିରୋଧୀ ଦଳ ସାମିଲ ହୋଇଥିବା ବେଳେ ପିସିସି ସଭାପତି ସରତ ପଟ୍ଟନାୟକ, ରାଜ୍ୟ ଏବଂ କେନ୍ଦ୍ରର ବିଜେପି ସରକାର ବିରୋଧରେ ବର୍ଷିଥିଲେ ।

    ଅଗଷ୍ଟ ପ୍ରଥମ ସପ୍ତାହରେ ଅଣ ବିଜେପି ଓ ବିଜେଡ଼ି ବିରୋଧରେ ରାଜ୍ଯସ୍ତରୀୟ ସମ୍ମିଳନୀ ହେବ । ଏହି ବୈଠକରେ ଗତ 9 ବର୍ଷରେ ଦେଶରେ ହୋଇଥିବା ଜନବିରୋଧୀ ନୀତି ଓ ରାଜ୍ୟରେ 25 ବର୍ଷରେ ରାଜ୍ୟ କଣ ହରାଇଛି, ଏସମ୍ପର୍କରେ ଆଲୋଚନା ହେବ । ଏହି ସମ୍ମିଳନୀରେ ବିଜେପି, କର୍ପୋରେଟ ଏବଂ ଘରୋଇକରଣକୁ ବିରୋଧ କରାଯିବ । ଓଡିଶାରେ ବିଜେଡି ଆଉ ବିଜେପିର ସମ୍ପର୍କ କାହାକୁ ଅଛପା ନାହିଁ ବୋଲି ବିରେଧି ଦଳ ମାନେ ସମାଲୋଚନା କରିଥିଲେ । ବିଜେଡି ଓଡ଼ିଶାରେ ବିଜେପି ସହିତ ଅଘୋଷିତ ମିତ୍ର ଭାବେ କାମ କରୁଛି ବୋଲି ମତବ୍ୟକ୍ତ କରିଥିଲେ । ଦେଶକର ଯେତିକି କ୍ଷତି ବିଜେପି କରୁଛି ସମପରିମାଣରେ ରାଜ୍ୟରେ ମଧ୍ୟ ବିଜେଡି କ୍ଷତି କରୁଛି ବୋଲି ଇଣ୍ଡିଆ ସମ୍ମିଳିତ ଦଳ ଗୁଡିକ କହିଥିଲେ ।

  • ବେରିସାସଙ୍କୁ ମିଳିଲା ନୂଆ ଜୀବନ, ସାହା ହେଲା ଓଡ଼ିଶା-ମୋ ପରିବାର

    ବେରିସାସଙ୍କୁ ମିଳିଲା ନୂଆ ଜୀବନ, ସାହା ହେଲା ଓଡ଼ିଶା-ମୋ ପରିବାର

    ଦୁର୍ଘଟଣା ଜନୈକ ବୃଦ୍ଧା ବେରିସାସଙ୍କ ଜୀବନ ଆକାଶରେ ଘୋଟାଇ ଦେଇଥିବା କଳା ବାଦଲକୁ ଦୂର କରିଛି ଓଡ଼ିଶା-ମୋ ପରିବାର । ଜୀବନ ଯେତେବେଳେ ତାଙ୍କ ପାଇଁ ଦୁର୍ବିସହ ହୋଇପଡ଼ିଥିଲା ସେତିକିବେଳେ ତାଙ୍କ ହାତ ଥାମିଲା ଓଡିଶା ମୋ ପରିବାର ଓ ପୁଣି ଥରେ ତାଙ୍କ ଜୀବନକୁ ସରସ ସୁନ୍ଦର କରି ଗଢିତୋଳିଛି କୃତ୍ରିମ ଅଙ୍ଗ ଲଗାଇ।

    ସୂଚନା ଯୋଗ୍ୟ, ଭୁବନେଶ୍ୱରସ୍ଥିତ ବୁଦ୍ଧନଗର ଅଞ୍ଚଳର ୭୨ବର୍ଷୀୟା ଏସ୍.ବେରିସାସ ଅପାୟା ଜଣେ ଦିନ ମଜୁରିଆ। ଖଟିଲେ ଖାଆନ୍ତି। ଗତ ୨୦୦୨ ମସିହାରେ ସେ କାମକୁ ଯାଉଥିବା ବେଳେ ଏକ ଟ୍ରକ ଆସି ତାଙ୍କୁ ଧକ୍କା ଦେଇଥିଲା । ଯେଉଁଥିରେ ତାଙ୍କ ଜୀନବ ତ ରହିଯାଇଥିଲା ହେଲେ ହରାଇବସିଥିଲେ ଡାହାଣ ଗୋଡ଼ ଓ ପାଲଟି ଯାଇଥିଲେ ଅକ୍ଷମ। ନିକଟରେ ଓଡ଼ିଶା-ମୋ ପରିବାର ପକ୍ଷରୁ କୃତ୍ରିମ ଅଙ୍ଗ ଯୋଗାଣ ସମ୍ପର୍କରେ ଖବର ପାଇବା ପରେ ସେ ପୂର୍ବତନ କର୍ପୋରେଟର କିଶୋର ମହାନ୍ତିଙ୍କ ନିକଟରେ ନିଜ ଦୁଃଖ ଜଣାଇବା ସହ ବିଜୁ ଜନତା ଦଳ ତଥା ଓଡ଼ିଶା-ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଅନୁରୋଧ କରିଥିଲେ ।

    ବେରିସାସଙ୍କ ବିଷୟରେ ଜାଣିବା ପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଥିଲା । ତାଙ୍କୁ କୃତ୍ରିମ ଗୋଡ଼ ପ୍ରଦାନ କରାଯିବା ସମୟରେ ପୂର୍ବତନ କର୍ପୋରେଟର ଶ୍ରୀ ମହାନ୍ତିଙ୍କ ସମେତ, ଯୁଗ୍ମ ସମ୍ପାଦକ ଶ୍ରୀ ସାମନ୍ତରାୟ ଉପସ୍ଥିତ ଥିଲେ । କୃତ୍ରିମ ଗୋଡ଼ ପାଇ ବେରିସାସଙ୍କ ମୁହଁରେ ହସର ଲହରୀ ଖେଳି ଯାଇଥିବା ବେଳେ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା- ମୋ ପରିବାରକୁ ଧନ୍ୟବାଦ ଜଣାଇଥିଲେ ।

  • ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ନାକାମାମୁଡ଼ି ପଂଚାୟତର 19 ରୁ ଉର୍ଦ୍ଧ ଗାଁ

    ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ନାକାମାମୁଡ଼ି ପଂଚାୟତର 19 ରୁ ଉର୍ଦ୍ଧ ଗାଁ

    ମାଲକାନଗିରି ଜିଲ୍ଲାରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଲାଗିରହିଥିବା ବେଳେ ଜିଲ୍ଲା ର ଅଧିକାଂଶ ଅଂଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି । ଆଜି ପ୍ରବଳ ବର୍ଷା ଯୋଗୁଁ ନାକାମାମୁଡ଼ି ପଂଚାୟତ ର ବାୟାପଡା ଘାଟି ରେ ଭୁସ୍କଳନ ହୋଇଥିବାରୁ ମାଟି ଅତଡ଼ା ଧସିଯାଇଛି । ଯାହା ଫଳରେ କୋରୁକୋଣ୍ଡା ବ୍ଲକର ନାକାମାମୁଡ଼ି ପଂଚାୟତର 19 ଗୋଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ପ୍ରାୟ ୩ ହଜାର ଲୋକେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି।

    ବାୟାପଡା ଘାଟି ଅଞ୍ଚଳରେ ବସବାସ କରୁଥିବା ଏହି ଗାଁ ଗୁଡ଼ିକ ଘାଟି ରାସ୍ତା ଦେଇ ଯିବା ଆସିବା କରନ୍ତି। ୨ବର୍ଷ ତଳେ ପାହାଡ କଟାଯାଇ ଘାଟିରେ ଏହି ରାସ୍ତା ତିଆରି କରାଯାଇଥିଲା। ଭୁସ୍ଖଳନ ହେବା ଯୋଗୁ ପାହାଡରୁ ମାଟି ଓ ପଥର ଧସେଇ ଆସି ରାସ୍ତା ଉପରେ ପଡ଼ିଛି। ଯାହାଫଳରେ ଯୋଗାଯୋଗ ବିଚ୍ଛନ୍ନ ହୋଇଯାଇଛି। ବର୍ଷା ଲାଗି ରହିଥିବାରୁ ପ୍ରଶାସନ ପକ୍ଷରୁ ଏହାକୁ ସଫା କରାଯାଇ ପାରି ନାହିଁ। ଯାହାଫଳରେ ୧୯ଟି ଗାଁର ଲୋକେ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି।

  • ଆଗାମୀ ଦୁଇ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା

    ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି | ଉତ୍ତର ପଶ୍ଚିମ ପାଶ୍ୱବର୍ତ୍ତୀ ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଏହା ଆଗାମୀ ଦୁଇ ଦିନ ମଧ୍ୟରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଯାତ୍ରା କରିବ | ଏହାର ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ପାଣିପାଗ ବିଭାଗର ସୂଚନା ମୁତାବକ ଏହାର ପ୍ରଭାବରେ ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବା ବେଳେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ନୟାଗଡ଼, ବରଗଡ଼, ‌ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼, କଟକ, ବୌଦ୍ଧ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଜୁଲାଇ ୨୧ରେ ସୁବର୍ଣ୍ଣପୁର, ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ, ଅନୁଗୁଳ, କଟକ, ଜଗତ୍‌ସିଂହପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ବାକି ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ‌ହେବ।

    ଜୁଲାଇ ୨୨ ଓ ୨୩ରେ ମଧ୍ୟ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ। ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମି ରହିବାକୁ ଥିବାରୁ ସମସ୍ୟା ଉପୁଜିପାରେ। ଅତିପ୍ରବଳ ବର୍ଷା ଯୋଗୁଁ ସହରାଞ୍ଚଳରେ ଠିକ୍‌ ଭାବେ ରାସ୍ତା ଦୃଶ୍ୟମାନ ହେବ ନାହିଁ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୂସ୍ଖଳନ ହୋଇପାରେ। ତେଣୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି।