Category: ରାଜ୍ୟ ଖବର

  • ସମବାୟ ସମିତିରେ ଋଣ ଦୁର୍ନୀତି, ଚାଷୀଙ୍କ କୋଟି କୋଟି ଟଙ୍କା ହଡପ ଅଭିଯୋଗ

    ସମବାୟ ସମିତିରେ ଋଣ ଦୁର୍ନୀତି, ଚାଷୀଙ୍କ କୋଟି କୋଟି ଟଙ୍କା ହଡପ ଅଭିଯୋଗ

    ସମବାୟ ସମିତିରେ ଋଣ ଦୁର୍ନୀତି ଅଭିଯୋଗ । ଚାଷୀଙ୍କ ନାଁରେ ଦୁଇ କୋଟି ଟଙ୍କା ଚଳୁ ହୋଇଥିବା ଅଭିଯୋଗ। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଇଙ୍ଗିନାଠୀ ସମବାୟ ସମିତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲେ ସ୍ଥାନୀୟ ଚାଷୀ। ପୂର୍ବତନ ସମବାୟ ସମିତି ସଭାପତି ସୂର୍ଯ୍ୟକାନ୍ତ ନାୟକ ଓ ସମ୍ପାଦକ ବିଘ୍ନେଶ୍ୱର ଗୌଡ଼ ମିଶି ଚାଷୀଙ୍କ କୋଟି କୋଟି ଟଙ୍କା ଚଳୁ କରିଥିବା ହେଉଛି ଅଭିଯୋଗ । ଯାହାର ପର୍ଯ୍ୟାପ୍ତ ତଥ୍ୟ ପ୍ରମାଣ ମଧ୍ୟ ରହିଛି। ଟିକେ ନଜର ପକାନ୍ତୁ ଏହି ଦସ୍ତାବିଜ୍ ଉପରେ। ଆର୍ଥିକ ବର୍ଷ ୨୦୧୬-୨୩ ପର୍ଯ୍ୟନ୍ତ ଅଞ୍ଚଳର ପ୍ରାୟ ୧୬୦ ରୁ ଅଧିକ ଚାଷୀଙ୍କ ନାମରେ ହୋଇଛି ଋଣ ହେଲେ ଚାଷୀ ହାତକୁ ଆସିନି ଟଙ୍କା।

    କାଳିଆ ବଳିଆ ଯୋଜନାରେ ଟଙ୍କା ଆସିବ କହି ସେମାନଙ୍କଠାରୁ ଆଧାର କାର୍ଡ ସହ ବିଭିନ୍ନ କାଗଜପତ୍ର ନେଇ ଠକିନେଇଛନ୍ତି କୋଟି କୋଟି ଟଙ୍କା । ଏବେ ସଭାପତି ଓ ସମ୍ପାଦକଙ୍କ ବଦଳି ପରେ ଟଙ୍କା ହଡ଼ପ ଘଟଣା ସାମ୍ନାକୁ ଆସିଛି। ଏହାକୁ ନେଇ ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଇଙ୍ଗିନାଠି ଗ୍ରାମର ଶହ ଶହ ଚାଷୀ ।

    ପୂର୍ବତନ ସମବାୟ ସମିତି ସଭାପତି ଓ ସମ୍ପାଦକଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେଣେ ଚାଷୀ ହାତକୁ ଟଙ୍କା ଆସିନଥିବାରୁ ଋଣ ଛାଡ଼ କରିବାକୁ ଦାବି କରୁଛନ୍ତି ଚାଷୀ। ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଉପଜିଲ୍ଲାପାଳ ଦିବ୍ୟଶଙ୍କର ରାୟଙ୍କୁ ଦିଆଯାଇଛି ଦାବିପତ୍ର।

  • 5ଟି ସଚିବଙ୍କ ନାଚୁଣୀ ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା

    5ଟି ସଚିବଙ୍କ ନାଚୁଣୀ ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା

    ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ନାଚୁଣୀ ର ଗୋଦାବରୀଶ ଉଚ ବିଦ୍ୟାଳୟ ପଡିଆ ପରିସରରେ ଆୟୋଜିତ ବଶାଳ ସମାବେଶରେ ଯୋଗଦେଲେ 5ଟି ସଚିବ ଭି. କେ ପାଣ୍ଡିଆନ । ଆୟୋଯିତ ସମାବେଶରେ ହଜାର ହଜାର ସଂଖ୍ୟା ରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ତେବେ ଉକ୍ତ ସମାବେଶରେ ସାଧାରଣ ଲୋକଙ୍କ ର 400 ଅଭିଯୋଗ ପତ୍ର ଗ୍ରହଣ କରିଥିଲେ 5ଟି ସଚିବ ।

    ରାଜ୍ୟରେ ମିଶନଶକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା ବିଷୟରେ କିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ରାଜ୍ୟକୁ ବିକାଶ ଅଭିମୁଖି କରିବାରେ ସଂକଳ୍ପବଦ୍ଧ ସେ ନେଇ ମଧ୍ୟ କହିଥିଲେ ।ଏବଂ ସେତିକି ନୁହେଁ ବାଣପୁର ଏବଂ ଚିଲିକା ବ୍ଲକର ସମସ୍ଥ ସ୍କୁଲ କୁ 5ଟି ରେ ରୂପାନ୍ତରି କରଣ କରାଯାଇଥିବାର କହିଥିଲେ ।

    ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର, ଚିଲିକା ବ୍ଲକ ବିଭିନ୍ନ ସମସ୍ୟା କୁ ଯଥା ଶୀଘ୍ର ସମାଧାନ କରିବା ପାଇଁ ଦୃଷ୍ଟି କୁ ଆଣିବା ସହ ଗୁରୁତ୍ଵାରୋପ କରିଥିଲେ। ପୁରୀ ସତ୍ୟବାଦୀ ଗସ୍ତ ସମୟରେ କାଳିମାଡ଼ ଘଟଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା।

  • ଶିକ୍ଷାବ୍ଯବସ୍ଥାର ବିକଳ ଚିତ୍ର, ପ୍ରଧାନ ଶିକ୍ଷକ ଏବଂ ସି ଆର ସିସି ମଧ୍ୟରେ ଖଣ୍ଡ ଯୁଦ୍ଧ

    ଶିକ୍ଷାବ୍ଯବସ୍ଥାର ବିକଳ ଚିତ୍ର, ପ୍ରଧାନ ଶିକ୍ଷକ ଏବଂ ସି ଆର ସିସି ମଧ୍ୟରେ ଖଣ୍ଡ ଯୁଦ୍ଧ

    ରାସ୍ତା ମଝିରେ ସିଆରସିସି ଏବଂ ପ୍ରଧାନ ଶିକ୍ଷକ ମଧ୍ୟରେ ଖଣ୍ଡଯୁଦ୍ଧ । ଯାହାର ଭିଡିଓ ଏବେ ମୋବାଲ କୁ ମୋବାଇଲ ଘୁରିବୁଲୁଛି। ଏପରି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକର ମାଣିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଦୀର୍ଘଦିନ ହେଲା ମାଣିପୁର ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମେନ୍ଦ୍ର ମହାନ୍ତି ସ୍କୁଲର ମଧ୍ୟାହ୍ନ ଭୋଜନ ଏବଂ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସୁଥିବା ପୋଷାକ ଦେଇ ନାହାନ୍ତି ।

    ଏହାକୁ ନେଇ ପ୍ରତିବାଦ କରିବାରୁ ଅବିଭାବକ ଏବଂ ସିଆରସିସିଙ୍କୁ ନାଲିଆଖି ଦେଖାଇବା ସହିତ ପୋଲିସର ଭୟ ଦେଖାଉଥିଲେ । ଏବିଷୟରେ ସିଆରସିସି ଲମ୍ବୋଦର ସାହୁ ଶିକ୍ଷକଙ୍କୁ ପଚାରିବାରୁ ସେ ଉତ୍ୟକ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

    ପ୍ରଧାନ ଶିକ୍ଷକଙ୍କ ବିରୋଧରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

  • ମୁଖ୍ୟମନ୍ତ୍ରୀ ‘ପରିଧାନ’ ପୋଷାକ ପିନ୍ଧିବା ଉପଯୋଗୀ ନୁହେଁ

    ମୁଖ୍ୟମନ୍ତ୍ରୀ ‘ପରିଧାନ’ ପୋଷାକ ପିନ୍ଧିବା ଉପଯୋଗୀ ନୁହେଁ

    ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନାରେ ଛାତ୍ରଛାତ୍ରୀ ଓ ବିଭିନ୍ନ ଗୋଷ୍ଠୀଙ୍କୁ ପୋଷାକ ବିତରଣ କରିବାର ବ୍ୟବସ୍ଥା କରିଛନ୍ତି। ଏହି ଯୋଜନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦିଆଯାଇଛି ପୋଷାକ। କିନ୍ତୁ ଛାତ୍ରୀଙ୍କୁ ବଣ୍ଟନ ହୋଇଥିବା ପୋଷାକ ଅତି ନିମ୍ନମାନର ହୋଇଥିବା ସହ ଏଥିରେ ଲୋଗୋ ଓଲଟା ଲଗାଯାଇଥିବା ଅଭିଯୋଗ ହେଉଛି। ଏହାକୁ ପିନ୍ଧି ବାହାରକୁ ଯିବାକୁ ଲଜ୍ଜା ଅନୁଭବ କରୁଛନ୍ତି ଛାତ୍ରୀ। ସେପଟେ ଏସମ୍ପର୍କରେ ବିଇଓଙ୍କୁ ପଚରାଯିବାରୁ ସେ
    ସେ କିଛି ଜାଣିନଥିବା କହିଛନ୍ତି।

    ତେବେ ପରିଧାନ ଯୋଜନାରେ ହୋଇଥିବା ଅବ୍ୟବସ୍ଥାକୁ ନେଇ ଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି। ଡ୍ରେସ ପ୍ରସ୍ତୁତି ପାଇଁ କାର୍ଯ୍ୟାଦେଶ ପାଇଥିବା ଗ୍ରୁପ ମନ ଇଛା ଡ୍ରେସ ତିଆରି କରି ଅର୍ଥ ସାଉଁଟୁ ଥିବା ବେଳେ ଏହା ଯେଉଁ ଉଦ୍ଦେଶ୍ୟ ନେଇ କରାଯାଇଛି ତାହା ପୂରଣ ହୋଇପାରୁ ନାହିଁ। ତେଣୁ ଏହା ଉପରେ 5t ସଚିବ ଭି.କେ.ପାଣ୍ଡିଆନ ଦୃଷ୍ଟି ଦେବାକୁ ଦାବି ହେଉଛି।

  • ସମବାୟ ସମିତିରେ ଋଣ ଦୁର୍ନୀତି, ଚାଷୀଙ୍କ କୋଟି କୋଟି ଟଙ୍କା ହଡପ ଅଭିଯୋଗ

    ସମବାୟ ସମିତିରେ ଋଣ ଦୁର୍ନୀତି, ଚାଷୀଙ୍କ କୋଟି କୋଟି ଟଙ୍କା ହଡପ ଅଭିଯୋଗ

    ସମବାୟ ସମିତିରେ ଋଣ ଦୁର୍ନୀତି ଅଭିଯୋଗ । ଚାଷୀଙ୍କ ନାଁରେ ଦୁଇ କୋଟି ଟଙ୍କା ଚଳୁ ହୋଇଥିବା ଅଭିଯୋଗ। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଇଙ୍ଗିନାଠୀ ସମବାୟ ସମିତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲେ ସ୍ଥାନୀୟ ଚାଷୀ। ପୂର୍ବତନ ସମବାୟ ସମିତି ସଭାପତି ସୂର୍ଯ୍ୟକାନ୍ତ ନାୟକ ଓ ସମ୍ପାଦକ ବିଘ୍ନେଶ୍ୱର ଗୌଡ଼ ମିଶି ଚାଷୀଙ୍କ କୋଟି କୋଟି ଟଙ୍କା ଚଳୁ କରିଥିବା ହେଉଛି ଅଭିଯୋଗ । ଯାହାର ପର୍ଯ୍ୟାପ୍ତ ତଥ୍ୟ ପ୍ରମାଣ ମଧ୍ୟ ରହିଛି। ଟିକେ ନଜର ପକାନ୍ତୁ ଏହି ଦସ୍ତାବିଜ୍ ଉପରେ। ଆର୍ଥିକ ବର୍ଷ ୨୦୧୬-୨୩ ପର୍ଯ୍ୟନ୍ତ ଅଞ୍ଚଳର ପ୍ରାୟ ୧୬୦ ରୁ ଅଧିକ ଚାଷୀଙ୍କ ନାମରେ ହୋଇଛି ଋଣ ହେଲେ ଚାଷୀ ହାତକୁ ଆସିନି ଟଙ୍କା। କାଳିଆ ବଳିଆ ଯୋଜନାରେ ଟଙ୍କା ଆସିବ କହି ସେମାନଙ୍କଠାରୁ ଆଧାର କାର୍ଡ ସହ ବିଭିନ୍ନ କାଗଜପତ୍ର ନେଇ ଠକିନେଇଛନ୍ତି କୋଟି କୋଟି ଟଙ୍କା । ଏବେ ସଭାପତି ଓ ସମ୍ପାଦକଙ୍କ ବଦଳି ପରେ ଟଙ୍କା ହଡ଼ପ ଘଟଣା ସାମ୍ନାକୁ ଆସିଛି। ଏହାକୁ ନେଇ ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଇଙ୍ଗିନାଠି ଗ୍ରାମର ଶହ ଶହ ଚାଷୀ ।

    ଏହି ଘଟଣାରେ ପୂର୍ବତନ ସମବାୟ ସମିତି ସଭାପତି ଓ ସମ୍ପାଦକଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେଣେ ଚାଷୀ ହାତକୁ ଟଙ୍କା ଆସିନଥିବାରୁ ଋଣ ଛାଡ଼ କରିବାକୁ ଦାବି କରୁଛନ୍ତି ଚାଷୀ। ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଉପଜିଲ୍ଲାପାଳ ଦିବ୍ୟଶଙ୍କର ରାୟଙ୍କୁ ଦିଆଯାଇଛି ଦାବିପତ୍ର।
    ବ୍ୟୁରୋ ରିପୋର୍ଟ

  • ବିବାହର ବର୍ଷକରେ ନବବଧୂ ହତ୍ୟା ଅଭିଯୋଗ, ଥାନାରେ ମାମଲା

    ବିବାହର ବର୍ଷକରେ ନବବଧୂ ହତ୍ୟା ଅଭିଯୋଗ, ଥାନାରେ ମାମଲା

    ବାପା ମାଆଙ୍କ ବୁକୁଫଟା ଚିତ୍କାର। ୩ ଲକ୍ଷ ଟଙ୍କାରୁ ୫୦ ହଜାର ଦେଇନଥିଲି ବୋଲି ବର୍ଷକରେ ଝିଅକୁ ମୋର ମାରିଦେଲେ। ବୁଢା ବୁଢୀଙ୍କ କାନ୍ଦରେ ଫାଟି ପଡୁଛି ଅଞ୍ଚଳ। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲା ଦଶରଥପୁର ଥାନା କେରୁଣା ଅଂଚଳରେ । ଦଶରଥପୁର ବ୍ଲକ କେରୁଣା ଗ୍ରାମର ଉପେନ୍ଦ୍ର ସେଠୀଙ୍କ ବୋହୂ ତଥା କେନ୍ଦ୍ରାପଡା ଆଳି ଥାନା ଅଧୀନ ପାଲିମି ଗାଁର ମେଘନାଥ ସେଠୀଙ୍କ ଝିଅ ସାଗରିକା ସେଠୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଝିଅକୁ ଶ୍ବଶୁର ଘର ଲୋକେ ମାରି ଟାଙ୍ଗି ଦେଇଥିବା ଅଭିଯୋଗ କରୁଛନ୍ତି ମେଘନାଥଙ୍କ ପରିବାର। ସେପଟେ ଖବର ପାଇ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଥିବା କହିଛନ୍ତି ଆଇଆଇସି।

    ସୂଚନାଯୋଗ୍ୟ, ବର୍ଷେ ତଳେ ସାଗରିକାଙ୍କର ବିବାହ ମନୋରଞ୍ଜନ ସେଠୀଙ୍କ ସହ ବୈଦିକରୀତିରେ ହୋଇଥିଲା। କିନ୍ତୁ ଝିଅ ବାପ ଘର ଲୋକଙ୍କୁ ଫୋନ କରି ତା ପ୍ରତି ଅତ୍ୟାଚାର ହେଉଥିବା କହୁଥିଲେ ବୋଲି ବାପ ଘର ପକ୍ଷରୁ ଅଭିଯୋଗ ହେଉଛି।

  • କାଉଡିଆ ଅଟୋ ଉପରେ ଚଢିଗଲା ଟ୍ରଲର ,୩ ମୃତ ୩ ଗୁରୁତର

    କାଉଡିଆ ଅଟୋ ଉପରେ ଚଢିଗଲା ଟ୍ରଲର ,୩ ମୃତ ୩ ଗୁରୁତର

    () ପାଣି ଢାଳି ଘରକୁ ଫେରୁଥିବା ବେଳେ କାଉଡିଆଙ୍କ ଅଟୋ ଉପରେ ଚଢିଗଲା ଟ୍ରଲର ।ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ,ଖିରେଇ ଟାଙ୍ଗିରି ଟୋଲ ଗେଟ ନିକଟରେ। ସୁଚନା ଅନୁଯାୟୀ ତେଲକୋଇ ସନ୍ଥେଇଭଞ୍ଜ ଅଞ୍ଚଳର ୭ ଜଣ କାଉଡିଆ ପାଟଣା ଶିବ ମନ୍ଦିରରେ ପାଣି ଢାଳି ଘରକୁ ଫେରୁଥିବା ବେଳେ ୪୯ ନମ୍ବର ଜାତିୟ ରାଜପଥର ଖିରେଇ ଟାଙ୍ଗିରି ଟୋଲ ଗେଟ ନିକଟରେ ଏକ ଟ୍ରଲର ଅଟୋ କୁ ପଛ ପଟୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା ।

    ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।ଏଥି ସହ ତିନି ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।

  • 5ଟି ସଚିବଙ୍କ ନାଚୁଣୀ ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା

    5ଟି ସଚିବଙ୍କ ନାଚୁଣୀ ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା

    ()ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ନାଚୁଣୀ ର ଗୋଦାବରୀଶ ଉଚ ବିଦ୍ୟାଳୟ ପଡିଆ ପରିସରରେ ଆୟୋଜିତ ବଶାଳ ସମାବେଶରେ ଯୋଗଦେଲେ 5ଟି ସଚିବ ଭି. କେ ପାଣ୍ଡିଆନ । ଆୟୋଯିତ ସମାବେଶରେ ହଜାର ହଜାର ସଂଖ୍ୟା ରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ତେବେ ଉକ୍ତ ସମାବେଶରେ ସାଧାରଣ ଲୋକଙ୍କ ର 400 ଅଭିଯୋଗ ପତ୍ର ଗ୍ରହଣ କରିଥିଲେ 5ଟି ସଚିବ । ରାଜ୍ୟରେ ମିଶନଶକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା ବିଷୟରେ କିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ରାଜ୍ୟକୁ ବିକାଶ ଅଭିମୁଖି କରିବାରେ ସଂକଳ୍ପବଦ୍ଧ ସେ ନେଇ ମଧ୍ୟ କହିଥିଲେ ।ଏବଂ ସେତିକି ନୁହେଁ ବାଣପୁର ଏବଂ ଚିଲିକା ବ୍ଲକର ସମସ୍ଥ ସ୍କୁଲ କୁ 5ଟି ରେ ରୂପାନ୍ତରି କରଣ କରାଯାଇଥିବାର କହିଥିଲେ ।

    ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର, ଚିଲିକା ବ୍ଲକ ବିଭିନ୍ନ ସମସ୍ୟା କୁ ଯଥା ଶୀଘ୍ର ସମାଧାନ କରିବା ପାଇଁ ଦୃଷ୍ଟି କୁ ଆଣିବା ସହ ଗୁରୁତ୍ଵାରୋପ କରିଥିଲେ । ପୁରୀ ସତ୍ୟବାଦୀ ଗସ୍ତ ସମୟରେ କାଳିମାଡ଼ ଘଟଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

  • କଣିହା ସ୍ଥିତ ବ୍ରାହ୍ମଣୀ ନଦୀ  ସେତୁର ନୂଆ ନାମ ହେଲା ପବିତ୍ର ମୋହନ ସେତୁ

    କଣିହା ସ୍ଥିତ ବ୍ରାହ୍ମଣୀ ନଦୀ ସେତୁର ନୂଆ ନାମ ହେଲା ପବିତ୍ର ମୋହନ ସେତୁ

    ଅନୁଗୋଳ ଜିଲ୍ଲା କଣିହା ଠାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସେତୁକୁ ରାଜ୍ୟ ସରକାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ନେତା ତଥା ଓଡିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତିରେ ପବିତ୍ର ମୋହନ ସେତୁ ନାମରେ ନାମିତ କରିଛନ୍ତି।

    ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୧୧ ତାରିଖରେ 5T ସଚିବ ଶ୍ରା ଭି.କେ. ପାଣ୍ଡିଆନ ତାଳଚେର ଗସ୍ତରେ ଯାଇଥିବା ବେଳେ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତି ରକ୍ଷା ପାଇଁ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସେତୁ କୁ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରିବା ପାଇଁ ଜନସାଧାରଣ ଅନୁରୋଧ କରିଥିଲେ । ତଦନୁଯାୟୀ, ରାଜ୍ୟ ସରକାର ଏହି ସେତୁର ନାମକୁ ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଗଣ୍ୟ ସାରଥି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରିଛନ୍ତି। ସୂଚନାଯୋଗ୍ୟ ଯେ, ୫୧୧ ମିଟର ଦୈର୍ଘ୍ୟ ବିଶିଷ୍ଟ, ସିଲିଙ୍ଗ ଠାରୁ ତାଳପଦା ରାସ୍ତାକୁ ଯୋଡୁ ଥିବା ଏହି ସେତୁ, ୪୫ କୋଟି ୭୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି।

  • ମୃତ୍ୟୁକୁ ନେଇ ପରିବାରଲୋକ ଆଣିଲେ ଅଭିଯୋଗ

    ମୃତ୍ୟୁକୁ ନେଇ ପରିବାରଲୋକ ଆଣିଲେ ଅଭିଯୋଗ

    ଭୁବନେଶ୍ୱର ଉପକଣ୍ଠ ପଟିଆ ନିକଟସ୍ଥ ପଦ୍ମକେଶରୀପୁର ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟକର ଘଟଣା I ଭଡାଘରେ ରହୁଥିବା ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଜବତ କରିଛି ମଞ୍ଚେଶ୍ୱର ଥାନା ପୋଲିସ ମୃତକ ହେଲେ ସୂର୍ଯ୍ୟ ନାୟକ,ବୟସ ୨୭ ବର୍ଷ ବୋଲି ଜଣାପଡ଼ିଛି, ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ବେଳକୁ ସୂର୍ଯ୍ୟ ଯେଉଁ ଘରେ ରହୁଥିଲା ତାର କବାଟ ଖୋଲା ଥିଲା ଘରୁ ମୃତ ଦେହକୁ ଜବତ କରିବା ପରେ ପୋଲିସ ଶବବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ତଦନ୍ତ ଚଳାଇଛି ସେ ଡ୍ରାଇଭରଭାବେ କାମକରୁଥିଲେ. ଅଜି ପରିବାର ଲୋକ ମଞ୍ଚେଶ୍ୱର ଥାନାରେ ତାଙ୍କର ହତ୍ୟା କରାଯାଇଛି ବୋଲି ଲିଖିତ ଅଭିଯୋଗ କରିଛନ୍ତି I