Category: ରାଜ୍ୟ ଖବର

  • ଆଥଲେଟ କିଶୋରଙ୍କ ପାଇଁ ୨୫ ଲକ୍ଷ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    ଆଥଲେଟ କିଶୋରଙ୍କ ପାଇଁ ୨୫ ଲକ୍ଷ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଓଡିଶାର ଜାଭେଲିନ୍ ତାରକା କିଶୋର ଜେନାଙ୍କ ପାଇଁ ଯିଏ ବୁଦ୍ଧାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ଫାଇନାଲରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ।

    କିଶୋର ଜାଭେଲିନ୍ ଥ୍ରୋରେ ଉଲ୍ଲେଖନୀୟ ପରାକ୍ରମ ପ୍ରଦର୍ଶନ କରି ଏକ ପ୍ରଶଂସନୀୟ ପଞ୍ଚମ ସ୍ଥାନ ହାସଲ କରିଥିଲେ | ବିଶ୍ବରେ ତାଙ୍କର ଅତୁଳନୀୟ ପ୍ରଦର୍ଶନକୁ ଦର୍ଶାଇ ସେ ୮୪. ୭୭ ମିଟର ଦୂରତାକୁ ନେଇ ଜାଭେଲିନ୍ ଥ୍ରୋ ସହିତ ଏକ ନୂତନ ବ୍ୟକ୍ତିଗତ ଶ୍ରେଷ୍ଠତା ହାସଲ କରିଛନ୍ତି |

    କିଶୋରଙ୍କ ଅଂଶଗ୍ରହଣ ଆଥଲେଟ୍ ପାଇଁ ଏକ ଉଲ୍ଲେଖନୀୟ କାର୍ଯ୍ୟ ଏବଂ ଓଡିଶାର କ୍ରୀଡ଼ା ଇତିହାସରେ ଏକ ଐତିହାସିକ ସଫଳତା |

    କିଶୋର ଜେନାଙ୍କ ଅଦମ୍ୟ ଆତ୍ମାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କିଶୋର ଜେନାଙ୍କ ଉଲ୍ଲେଖନୀୟ ଯାତ୍ରା ଏବଂ ବୁଦ୍ଧାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଉଲ୍ଲେଖନୀୟ ପ୍ରଦର୍ଶନ କେବଳ ଆମ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିନାହିଁ ବରଂ ଅନେକ ଆଥଲେଟ୍ ଙ୍କୁ ଆଗାମୀ ବର୍ଷ ପାଇଁ ପ୍ରେରଣା ଯୋଗାଇଛି।

    ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ହେଉଛି ଏକ ସମ୍ମାନଜନକ ବିଶ୍ୱସ୍ତରୀୟ ଇଭେଣ୍ଟ ଯାହା ବିଭିନ୍ନ ଟ୍ରାକ୍ ଏବଂ ଫିଲ୍ଡ ଶାସ୍ତ୍ରରେ ପ୍ରତିଦ୍ୱନ୍ଦ୍ୱିତା କରି ବିଶ୍ବର ସର୍ବୋତ୍ତମ ଆଥଲେଟ୍ମାନଙ୍କୁ ଏକତ୍ର କରିଥାଏ |

  • ଭିଜିଲାନ୍ସ ମହିଳା କର୍ମଚାରୀଙ୍କ ଲାଞ୍ଚ ମାଗିବା ଭିଡ଼ିଓ ଭାଇରାଲ

    ଭିଜିଲାନ୍ସ ମହିଳା କର୍ମଚାରୀଙ୍କ ଲାଞ୍ଚ ମାଗିବା ଭିଡ଼ିଓ ଭାଇରାଲ

    କେନ୍ଦୁଝର ଜିଲ୍ଲାରେ ଏବେ ଜଣେ ଭିଜିଲାନ୍ସ ମହିଳା କର୍ମଚାରୀଙ୍କ audio ହେଉଛି viral । ଭଲକି ଶୁଣନ୍ତୁ ଏହି audio କୁ । Audio ରେ କଥା କହୁଥିବା ମହିଳା ଜଣଙ୍କ କେନ୍ଦୁଝର ଭିଜିଲାନ୍ସ କୋର୍ଟରେ ଜଣେ କର୍ତ୍ତବ୍ୟରତ ମହିଳା କନେଷ୍ଟବଳ । ଅପରପାର୍ଶ୍ଵରୁ ଥିବା ପୁରୁଷ ଜଣଙ୍କ ଭିଜିଲାନ୍ସ ଜାଲରେ ପଡିଥିବା ଜଣେ ଅଭିଯୁକ୍ତ ବୋଲି ଜଣାପଡିଛି। ଯାହାଙ୍କର ମାମଲା ଏବେ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଚାରଧୀନ ରହିଛି । audio ରେ ମାମଲାକୁ ରଫାଦଫା କରିବାକୁ ଏବଂ କେଶ କିପରି ଦୁର୍ବଳ ହେବ ସେଥିପାଇଁ ସାକ୍ଷୀ ମାନଙ୍କୁ ପ୍ରଭାବିତ କରିବାକୁ କିଛି ମାଲ ଖର୍ଚ୍ଚ କରିବାକୁ ପଡିବବୋଲି ମହିଳା କର୍ମଚାରୀ ଜଣଙ୍କ କହୁଥିବା ଶୁଣା ଯାଉଛି। ଉପରୁ ତଳ, ସରକାରୀ ଓକିଲ ସମସ୍ତେ ନେବେ, କେତେ ଖର୍ଚ୍ଚ କରିପାରିବ ବୋଲି ମହିଳା କର୍ମଚାରୀ ପଚାରୁଛନ୍ତି । ମୁଁ ସବୁ କରେଇ ପାରିବି ଆଗରୁ ଏମିତି ବହୁତ ଲୋକଙ୍କ କାମ କରାଯାଇଛି ବୋଲି କହୁଛନ୍ତି । ମହିଳା ଜଣଙ୍କ ଟଙ୍କା ପାଇଁ ଏତେ ତଳକୁ ଖସି ଯାଇଛନ୍ତି ଯେ ଦୁନିଆରେ କେହି ସୋଚଟନୁଁହଁ , ଏପରିକି ତାଙ୍କ ବାପା ମା ବି ମିଛୁଆ, ମିଛ କହି ତାଙ୍କୁ ଜନ୍ମ କରିଥିବା ବେଳେ ନରେନ୍ଦ୍ର ମୋଦି କି ଅମ୍ବାନୀ କେହି ସୋଚଟ ନୁଁହଁ ବୋଲି କହିବା ଚର୍ଚ୍ଚାର ବିଷୟ ହୋଇଛି । ଆଜି ଖର୍ଚ୍ଚ କଲେ ସବୁ ସମ୍ଭବ ବୋଲି କହୁଛନ୍ତି । ତେବେ ଦୁର୍ନୀତି ଖୋର ଲୋକଙ୍କୁ ଭିଜିଲାନ୍ସ ଧରୁଥିବା ବେଳେ ଭିଜିଲାନ୍ସର ଜଣେ ମହିଳା କର୍ମଚାରୀଙ୍କ ଏହି audio ଏବେ ଭିଜିଲାନ୍ସ ବିଭାଗକୁ ଅଡ଼ୁଆରେ ପକାଇଛି । ଆଜି ବାଲେଶ୍ଵର ଭିଜିଲାନ୍ସ ଏସପି କେନ୍ଦୁଝର ଏକ ବୈଠକ ପାଇଁ ଆସିଥିବା ବେଳେ ତାଙ୍କର ପ୍ରତିକ୍ରିୟା ନିଆଯାଇଥିଲା । ଏନେଇ କିଛି ଅଭିଯୋଗ ପାଇନାହାନ୍ତି ଅଭିଯୋଗ ପାଇବାପରେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଥିଲେ । ସେହିପରି ସରକାରୀ ଓକିଲ ଦେବଦତ୍ତ ବିଶ୍ୱାଳ ମଧ୍ୟ ତାଙ୍କ ନାମରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଥିବାବେଳେ ସମୃକ୍ତ ମହିଳା କର୍ମଚାରୀ କାହିଁକି ତାଙ୍କ ନାମ ନେଇଛନ୍ତି ସେ ନେଇ ତଦନ୍ତରେ ସବୁ ସତ ପଦାକୁ ଆସିବ କହିଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ସମ୍ପୃକ୍ତ ମହିଳା କର୍ମଚାରୀ କ୍ୟାମେରା ଦେଖି ହଡବଡେଇ ଯାଇଥିବା ବେଳେ ସେ ଉକ୍ତ ମହିଳା କର୍ମଚାରୀ ନୁହଁନ୍ତି, ତାଙ୍କର ନାମ ଅଲଗା କହି ପଳାଇ ଥିଲେ ।

  • ପ୍ରେମ କଲେ,ଶାରୀରିକ ସମ୍ପର୍କ ରଖିଲେ ଆଉ ବିବାହ କରିବେ କରିବେ କହି…

    ପ୍ରେମ କଲେ,ଶାରୀରିକ ସମ୍ପର୍କ ରଖିଲେ ଆଉ ବିବାହ କରିବେ କରିବେ କହି…

    ପ୍ରେମ କଲେ,ଶାରୀରିକ ସମ୍ପର୍କ ରଖିଲେ ଆଉ ବିବାହ କରିବେ କରିବେ କହି ଭୁଆଁ ବୁଲାଇଦେଲେ I ଏମିତି ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଗର୍ଭବତି ଅନ୍ନାଥ ଝିଅ ତାଙ୍କ ଧୋକାବାଜ ପ୍ରେମିକ ନାଁରେ I ତେବେ ବିବାହର ମିଥ୍ୟା ପ୍ରତିଶୃତିଦେଇ ପ୍ରେମ କଲେ ପରେ ଶାରୀରିକ ସମ୍ପର୍କରଖି ଗର୍ଭବତୀ ମଧ୍ୟ କରାଇଥିଲେ, ହେଲେ ୭ମାସ ଗର୍ଭପରେ ପ୍ରେମିକ ଛୁ I ହଁ ଆଜ୍ଞା ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖୋଦ ରାଜଧାନୀ ଉପକଣ୍ଟ ନୀଳାଦ୍ରି ବିହାର ହରେକୃଷ୍ଣ ନଗର ବସ୍ତିରେ ଅନାଥ ଝିଅଟିକୁ ଭଲପାଇ ଏକ ଭାଡାଘରେ ରହି ତାକୁ ପ୍ରେମଜାଲରେ ଫସାଇ ସଂସାର କରିବାର ଲୋଭଦେଖାଇ କହିଥିଲା ଆମେ ଦୁହେଁ ଖୁବ ଶୀଘ୍ର ବିବାହ କରିବା, କିନ୍ତୁ ଅନାଥ ଝିଅଟିକୁ ଗର୍ଭବତୀ କରି କୁଆଡେ ଫେରାର ହୋଇଯାଇଥିବା ପ୍ରେମିକ ସିମାଞ୍ଚଳ ପ୍ରଧାନ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି Iତାଙ୍କୁ ଧୋକାଦେଇ ଠକି ଚାଲିଯାଇଥିବା ଲୋକଟିକୁ ନ ପାଇ ନିରାଶ ହୋଇ ଦୁଃଖ ଭରା କଥାକୁ ସୂଚନାଟିଭି ଆଗରେ କହିଲାବେଳେ ଅନାଥ ଝିଅଟିର ଆଖି ଲୁହରେ ଛଳ ଛଳ ହୋଇଯାଇଥିଲା ପୀଡିତାଙ୍କ ବାପାଙ୍କୁ ୧୦ ବର୍ଷ ତଳେ ଟିବିରେ ମର୍ତ୍ତୃ ହୋଇଥିବାବେଳେ ପରେ ମା ଙ୍କୁ କ୍ୟାନ୍ସର ଭଳି ରୋଗରେ ପଡି ମୁର୍ତ୍ତୃ ହୋଇଯାଇଥିଲା Iତେବେ ସରକାର ମହିଳା ମାନଙ୍କପାଇଁ ଯୋଜନାପରେ ଯୋଜନା କରିଥିବା ବେଳେ ଅନ୍ନାଥ ମହିଳା ପାଇଁ କୌଣସି ଯୋଜନା ନାହିଁ କହିଲେ ଚଳିବ ଏବଂ ମା କୁ ସମ୍ମାନ ଗାଁ କୁ ସମ୍ମାନ କହୁଥିବାବେଳେ ଖୋଦ ରାଜଧାନୀରେ ଦେଖିବାକୁ ମିଳିଛି ଅନ୍ନାଥ ମହିଳା ନ୍ୟୟ ପାଇଁ ଥାନାର ଦ୍ୱରସ୍ତ ହୋଇ ମଧ୍ୟ କିଛି ଫଳପଦ ହୋଇନାହିଁ Iପ୍ରତି କ୍ଷେତ୍ରରେ ମହିଳାଙ୍କୁ S. H.G ଗୋଷ୍ଠି ମାଧ୍ୟମରେ ପ୍ରତି ୱାର୍ଡକୁ କାମ ସରକାରଙ୍କ ଯୋଜନାମାନ ଥାଇ ମଧ୍ୟ ଆଜି ନାରୀ ଅବହେଳାରେ ରହିବା କେତେଦୂର ଠିକ !

  • ପ୍ରୋଜେକ୍ଟ ନାଁରେ ରାଜ୍ୟରେ ଚାଲିଛି ଜମି ହଡପ୍‌: ଭୁବନେଶ୍ୱର ସାଂସଦ

    ପ୍ରୋଜେକ୍ଟ ନାଁରେ ରାଜ୍ୟରେ ଚାଲିଛି ଜମି ହଡପ୍‌: ଭୁବନେଶ୍ୱର ସାଂସଦ

    ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ରାଜ୍ୟରେ ଚାଲିଛି ଜମି ଦୁର୍ନୀତି । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ରାଜ୍ୟରେ ଚାଲିଥିବା ଜମି ଦୁର୍ନୀତି ପଛରେ ତୃତୀୟ ମହଲା ଲିଙ୍କ୍‌ରେ ଥିବା ଅଧିକାରୀ ଏବଂ ପ୍ରଭାବଶାଳୀ ଲୋକମାନଙ୍କ ହାତ ରହିଛି । ରାଜ୍ୟରେ ପାଣ୍ଡିଆନ ପ୍ରୋଜେକ୍ଟ ନାଁରେ ଜମି ହଡପ ଚାଲିଛି । ସରକାରୀ ଅଧିକାରୀ ଯିଏ ଏ ଶାସନ ବ୍ୟବସ୍ଥା ହାଇଜାକ୍ କରିଥିଲେ ଏ ହେଉଛି ତାଙ୍କର ଆଉ ଏକ ରୂପ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀମତୀ ଅପରାଜିତା ଷଡଙ୍ଗୀ କହିଛନ୍ତି ।


    ଚଳିତ ମାସ ଅଗଷ୍ଟ ୪, ୧୫ ଏବଂ ୨୦ ତାରିଖରେ ବିଭିନ୍ନ ଅଭିଯୋଗକାରୀମାନଙ୍କର ଅଭିଯୋଗ ପାଇବା ପରେ ଭୁବନେଶ୍ୱରର ମାନନୀୟା ସାଂସଦ ଅପରାଜିତା ଷଡଙ୍ଗୀ ଅଗଷ୍ଟ ୨୧ ତାରିଖରେ ଭଗବତୀପୁର ଓ ଗିରିଙ୍ଗାପୁଟ୍ଟ ଗ୍ରାମ ପରିଦର୍ଶନରେ ଯାଇଥିଲେ । ଏହି ଦୁଇଟି ଗ୍ରାମ ଚନ୍ଦକାର ନିକଟବର୍ତୀ ଅଟେ । ଏଠାରେ ପହଁଚିବା ପରେ ଅଧିବାସୀମାନେ ମସ୍ତିଷ୍କ ଚହଲେଇଦେବା ଭଳି ଅଭିଯୋଗ କରିଥିଲେ । ଏହି ଚାଂଚଲ୍ୟକର ଅଭିଯୋଗ କୌଣସି ସିନେମା କାହାଣୀଠାରୁ କମ୍ ନଥିଲା । ଅର୍ଥ ବଳ ଓ ବାହୁବଳ ପ୍ରୟୋଗ ସହିତ ଉଚ୍ଚ ସରକାରୀ ପ୍ରଭାବ ଦ୍ୱାରା କିଭଳି ଜମି ଅକ୍ତିଆର କରାଯାଇଥିଲା ଏବଂ ଏହି ଜମିରେ ଅୟସ ପାଇଁ ପ୍ରାଚୁର୍ଯ୍ୟତା ଭରିରହିଥିଲା, ତାହାର ଅଭିଯୋଗ ଗ୍ରାମବାସୀମାନେ କରିଥିଲେ ।


    ସରକାରୀ ଜମି, ଦେବସ୍ଥଳୀ ଓ ବେସରକାରୀ ଜମି ଅକ୍ତିଆର- ଦେଖାଯାଇଥିଲା ଯେ ୧୫୦ ଏକର ପରିମିତି ଜାଗା ତାରବାଡ ଦ୍ୱାରା ଘେରା ଯାଇଛି । ଅଧିକୃତ ଜମି ଭିତରେ ସରକାରୀ ଅନାବାଦୀ, ଛୋଟ ଜଙ୍ଗଲ ଜମି ରହିବା ସଂଗେ ସଂଗେ ଗରିବ ଓ ଅସହାୟ ଜନସାଧାରଣଙ୍କ ଜମିକୁ ଜବରଦଖଲ କରାଯାଇଛି । ଚାରିପଟେ ତାରବାଡ ବୁଲାଇ ରାସ୍ତା ଅବରୋଧ କରିଥିବାରୁ ଘରୋଇ ଜମିର ମାଲିକମାନେ ନିଜ ଜମିକୁ ଯିବା ପାଇଁ ଅସମର୍ଥ ହେଉଛନ୍ତି ।
    ସେ ଶୁଣିବାକୁ ପାଇଲେ ଯେ, ଐଇଖ କର୍ମଚାରୀମାନଙ୍କର ହାଉସିଂ ସୋସାଇଟି ଜାଗାକୁ ମଧ୍ୟ ତାରବାଡ ଦ୍ୱାରା ଘେରି ବନ୍ଧା ହୋଇଛି । ଧବଳେଶ୍ୱରଦେବଙ୍କ ଦେବସ୍ଥଳୀ ଏବଂ ଅନ୍ୟାନ୍ୟ ଦେବସ୍ଥଳୀ ମଧ୍ୟ ତାରବାଡ ଦ୍ୱାରା ଆବଦ୍ଧ ହୋଇଯାଇଛି । ଏଭଳି ତାରବାଡ କରାଯାଇଛି ଯାହାଦ୍ୱାରା ଜମି ମାଲିକମାନେ ଘେରି ଭିତରକୁ ପ୍ରବେଶ କରିପାରିବେନାହିଁ ଏବଂ ବାଧ୍ୟ ହୋଇ ତାମିଲନାଡୁର ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ଆଉ ସରକାରୀ ପୃଷ୍ଠପୋଷକତା ପ୍ରାପ୍ତ ମହିଳାଙ୍କୁ ବିକିବାକୁ ବାଧ୍ୟ ହେବେ । ଏହି ଜମି ସବୁ କ୍ରୟ କରିଥିବା ମହିଳା ତାମିଲନାଡୁର ଅଧିବାସୀ ଅଟନ୍ତି ଏବଂ ସେ କିଭଳି ଓଡିଶା ପ୍ରଦେଶରେ ଏତେ ପ୍ରଭାବ ବିସ୍ତାର କରି ଜମି ଦଖଲ କରୁଛନ୍ତି ତାହା ସନ୍ଦେହଜନକ ତଥା ଅନୁସନ୍ଧାନ ସାପେକ୍ଷ । ତୃତୀୟ ମହଲାର ପୃଷ୍ଠପୋଷକତାରେ ଏଭଳି କାର୍ଯ୍ୟ ଚାଲିଥିବା ଜନସାଧାରଣରେ ଆଲୋଚିତ ହେଉଛି । ଲୋକେ ଏହାକୁ “ପାଣ୍ଡିଆନ ପ୍ରୋଜେକ୍ଟ” ବୋଲି କହୁଛନ୍ତି । କିଛିଦିନ ତଳେ ଶୁଣାଯାଉଥିଲାକି, ତାମିଲନାଡୁର ଜଣେ ଭଦ୍ର ମହିଳା ଭୁବନେଶ୍ୱରରେ ଅନୈତିକ ଭାବେ ଜମିଜମା କିଣାରେ ଲିପ୍ତ ରହିଛନ୍ତି । ଅନୁସନ୍ଧାନରୁ ଜଣାଯାଉଛି ଯେ କିଣା ଯାଉଥିବା ଜମି ମୁଖ୍ୟମନ୍ତ୍ରୀ ଦପ୍ତରର ଜଣେ ପ୍ରଭାବଶାଳୀ କର୍ମଚାରୀଙ୍କର ତତ୍ୱାବଧାନରେ କିଣାଯାଉଛି । ଗ୍ରାମବାସୀମାନେ ଉପରୋକ୍ତ ଅଭିଯୋଗ କରିବାକୁଗଲେ, କୌଣସି ରେଭେନ୍ୟୁ ଅଫିସର କିମ୍ବା ପୋଲିସ ଅଫିସର ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଜଣେ ପ୍ରଭାବଶାଳୀ ପ୍ରଶାସକଙ୍କର ନାମ ନେଇ ତାଙ୍କୁ ଚୁପ୍ କରାଇଦେଉଛନ୍ତି ।

    ଏକ ବିଚଳିତ କଲା ଭଳି ଘଟଣାଟି ହେଲା, ଜଳସେଚନ ପାଇଁ ଉଦ୍ଦିଷ୍ଟ ‘ଡେରାସ କେନାଲ’ ନିର୍ଦ୍ଦିଷ୍ଟ ଜାଗାରେ ପୋତିଦେଇ ବନ୍ଦ କରିଦିଆଯାଇଛି । ଡେରାସ ଡ୍ୟାମ୍‌ରୁ ଏହି କେନାଲ ମାଧ୍ୟମରେ ଚାଷୀମାନଙ୍କର ଚାଷ ଜମି ଜଳସେଚିତ ହେଉଥିଲା । କେନାଲକୁ ବନ୍ଦ କରିଦେବା ଦ୍ୱାରା ପ୍ରାୟ ୩୦୦ ଏକର ପରିମିତ ଜମି ଜଳସେଚନ ଅଭାବରୁ ୨ବର୍ଷ ହେବ ଫସଲ ହୋଇପାରୁନାହିଁ । ଜବରଦଖଲକାରିଣୀ କେନାଲଟିକୁ ଦଖଲ କରି ତାରବାଡ ଆବଦ୍ଧ ଦ୍ୱାରା ଜଳସେଚନ ବ୍ୟବସ୍ଥାକୁ ଅବରୋଧ କରିଦେଇଛନ୍ତି । ଭୁବନେଶ୍ୱରର ଅତ୍ୟନ୍ତ ନିକଟରେ ବାହୁବଳ ଦ୍ୱାରା ଗରିବ ଜନସାଧାରଣଙ୍କୁ କ୍ଷତି ପହଂଚାଇବା ଭଳି କାର୍ଯ୍ୟ ଇତିହାସରେ ବିରଳ । ୨୩ବର୍ଷ ଶାସନ କରୁଥିବା ସରକାରଙ୍କ ପ୍ରୋତ୍ସାହନରେ ରାଜଧାନୀର ଖୁବ୍ ନିକଟବର୍ତୀ ଅଂଚଳରେ ଏଭଳି ଘଟଣା ଘଟିବା ଏକ ନିନ୍ଦନୀୟ ବିଷୟ ।


  • ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ

    ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ

    ଆସନ୍ତା ଅକ୍ଟୋବର ମାସରେ ଓଡ଼ିଶା ଆସିପାରନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ରାହୁଲଙ୍କ ସହ ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଓଡ଼ିଶା ଆସିବାର ସମ୍ଭାବନା ରହିଛି। ରାହୁଲ ଓ ପ୍ରିୟଙ୍କା ଓଡ଼ିଶା ଆସିବା ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ସୂଚନା ଦେଇଛନ୍ତି।

    ସେ କହିଛନ୍ତି ଯେ, ୫ ଜଣ ବିଧାୟକ ଦିଲ୍ଲୀ ଯାଇ ରାହୁଲ ଗାନ୍ଧିଙ୍କୁ ଭେଟିଛୁ। ଅକ୍ଟୋବର ସୁଦ୍ଧା ରାହୁଲ ଓ ପ୍ରିୟଙ୍କା ଓଡ଼ିଶା ଆସିବା ପାଇଁ ପ୍ରସ୍ତାବ ଦେଇଛୁ । ୪ଟି ଜୋନ୍‌ରେ ରାହୁଲ ସଭା କରିବାକୁ ଯୋଜନା ରହିଛି। ଭୁବନେଶ୍ଵର ର ପ୍ରଦର୍ଶନୀ ପଡ଼ିଆରେ ସଭା କରିବା ପାଇଁ ଯୋଜନା କରିଛୁ।

    ୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟରେ ଉଷ୍ନ ହେଉଛି ରାଜନୀତି। ଶିଥିଳ ପଡ଼ିଥିବା ବିଜେପି ଶିବିରକୁ ସକ୍ରିୟ କରିବା ପାଇଁ ଅମିତ୍ ଶାହ ଓଡ଼ିଶା ଆସିଥିଲେ। ସେପଟେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଆଉ ବିଲେଇ କଳିରେ ମାତିଥିବା ରାଜ୍ୟ କଂଗ୍ରେସକୁ ସଞ୍ଜିବନୀ ପ୍ରଦାନ ପାଇଁ
    ଅକ୍ଟୋବରରେ ରାହୁଲ ଗାନ୍ଧି ଓଡ଼ିଶା ଆସିବେ। ଏଠାରେ ନିଜ ନେତା କର୍ମୀଙ୍କୁ ଭେଟିବେ ଆଉ ଗୁରୁମନ୍ତ୍ର ଦେବେ।

  • ଜୀବନ ହାରିବା ପରେ ଲିପିଙ୍କ ଆଖି ଦାନ କଲେ ପରିବାର ଲୋକେ

    ଜୀବନ ହାରିବା ପରେ ଲିପିଙ୍କ ଆଖି ଦାନ କଲେ ପରିବାର ଲୋକେ

    ଲିପିଙ୍କ ସ୍ୱାମୀଙ୍କର ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ସହ ଲିପିଙ୍କୁ ନାନା ନିର୍ଯାତନା ଦେଉଥିବା ଓ ଜୀବନ ହାରିବାକୁ ପ୍ରବର୍ତ୍ତାଇବା ସହ ବିଷ କିଣି ଦେଇଥିବା ଅଭିଯୋଗ ହୋଇଛି।

    ପାରିବାରିକ କଳହରୁ ମହିଳାଙ୍କ ଚରମ ପଦକ୍ଷେପ। ବିଷ ପିଇବା ପରେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ବଞ୍ଚାଇବାରେ ହୋଇଥିଲେ ବିଫଳ। ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ସ୍ୱାମୀଙ୍କ ବିରୋଧରେ ଆଣୁଛନ୍ତି ହତ୍ୟା ଅଭିଯୋଗ। ଏପରି ଘଟଣା ଘଟିଯାଇଛି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପଳାଶୁଣୀ ପ୍ରାଚୀ ବିହାର ଅଞ୍ଚଳରେ। ପ୍ରାଚୀ ବିହାରରେ ରହୁଥିବା ସୁଶାନ୍ତ ଜେନାଙ୍କ ୩୬ ବର୍ଷୀୟା ପତ୍ନୀ ଲିପି ବୁଧବାର କୌଣସି ବିଷାକ୍ତ ଜିନିଷ ଖାଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସୁଶାନ୍ତ ଘରର କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଠିକ ଥିବା ଡାକ୍ତର କହିଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ଓ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ରାତିରେ ତାଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ସେପଟେ ଲିପିଙ୍କ ପରିବାର ପକ୍ଷରୁ ତାଙ୍କୁ ତାଙ୍କ ସ୍ୱାମୀଙ୍କର ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ସହ ଲିପିଙ୍କୁ ନାନା ନିର୍ଯାତନା ଦେଉଥିବା ଓ ଜୀବନ ହାରିବାକୁ ପ୍ରବର୍ତ୍ତାଇବା ସହ ବିଷ କିଣି ଦେଇଥିବା ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ୱାମୀ ସୁଶାନ୍ତ।

  • ରାଜଧାନୀରେ ବଢି ଚାଲିଛି ଆତ୍ମହତ୍ୟା,ପ୍ରତିଦିନ ଜଣେ

    ରାଜଧାନୀରେ ବଢି ଚାଲିଛି ଆତ୍ମହତ୍ୟା,ପ୍ରତିଦିନ ଜଣେ

    ରାଜଧାନୀ ଭୁବନେଶ୍ବରରେ ପ୍ରତିଦିନ ହାରାହାରି ଜଣେ ଲୋକ ଆତ୍ମହତ୍ୟା କରୁଛି। କମିସନରେଟ୍ ପୁଲିସର ତଥ୍ୟ ଏହା କହୁଛି। କିଏ ପ୍ରେମରେ ବିଫଳ ହୋଇ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲାଣି ତ କିଏ ପାଠପଢ଼ା ଚାପରେ ଫ୍ୟାନ୍‌ରେ ଝୁଲି ପଡ଼ିଲାଣି।

    ଆର୍ଥିକ ସମସ୍ୟା ଓ ପାରିବାରିକ କଳହଜନିତ ଘଟଣା ବି କିଛି କମ୍‌ ନୁହେଁ। ଲୋକେ କ୍ଷଣିକ ଉତ୍ତେଜନାରେ ସନ୍ତୁଳନ ହରାଇ ଜୀବନ ହାରିବା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି। କମିସନରେଟ୍‌ ପୁଲିସର ତଥ୍ୟ ମୁତାବକ, ଭୁବନେଶ୍ବରରେ ଦେଢ଼ବର୍ଷରେ ଗତ ୫୫୦ ଜଣ ଆତ୍ମହତ୍ୟା‌ କରିଛନ୍ତି। ୨୦୨୨ରେ ୩୩୪ ଜଣ ଏହି ବାଟରେ ଜୀବନ ହାରିଥିବାବେଳେ ଚଳିତ ବର୍ଷ ଅର୍ଥାତ୍ ୨୦୨୩ର ମାତ୍ର ୭ମାସ ମଧ୍ୟରେ ୨୧୬ଜଣଙ୍କ ଜୀବନ ଯାଇଛି I


    ଆତ୍ମହତ୍ୟା କରୁଥିବା ଲୋକଙ୍କ ଭିତରୁ ସଂଖ୍ୟାଧିକ ହେଉଛନ୍ତି ଯୁବକ ଯୁବତୀ। ଦେଢ଼ ବର୍ଷରେ ଯେଉଁ ସଂଖ୍ୟା ରହିଛି ତାର ୭୦ ପ୍ରତିଶତ ଯୁବପିଢ଼ି ବୋଲି ତଥ୍ୟରୁ ଜଣାପଡ଼ିଛି। ଯଦି ହିସାବକୁ ନିଆଯାଏ ତେବେ ପ୍ରତିମାସ ପାଖାପାଖି ୩୦ଜଣଙ୍କ ଜୀବନ ଯାଉଛି। ଅର୍ଥାତ୍‌ ପ୍ରତିଦିନ ରାଜଧାନୀରେ ଜଣେ ଲୋକ ଆତ୍ମହତ୍ୟା କରୁଛି! କମିସନଟେ୍‌ ପୁଲିସର ୩ଟି ଥାନା ଅଞ୍ଚଳର ସ୍ଥିତି ଏ ବାବଦରେ ଅତ୍ୟନ୍ତ ସମ୍ବେଦନଶୀଳ ରହିଛି।

    ଦେଢ଼ବର୍ଷରେ ଖଣ୍ଡଗିରି ଥାନାରେ ସର୍ବାଧିକ ୧୨୯ ଜଣ ଆତ୍ମହତ୍ୟା କରିଥିବାବେଳେ ତା’ ପଛକୁ ଭରତପୁର ଥାନା ଅଞ୍ଚଳରେ ୮୯ ଓ ତୃତୀୟ ସ୍ଥାନରେ ଥିବା ମଞ୍ଚେଶ୍ବର ଥାନାରେ ୬୭ଜଣ ଆତ୍ମହତ୍ୟା କରିଛନ୍ତି। ଏହି ସଂଖ୍ୟା ଇନ୍‌ଫୋସିଟି ଥାନା ଅଞ୍ଚଳରେ ୩୨, ନୂଆପଲ୍ଲୀ ଥାନା ଅଞ୍ଚଳରେ ୨୯ ଓ ସିଏସ୍‌ପୁରରେ ୨୪। ଏୟାରପୋର୍ଟ ଓ ପାହାଳ ଥାନା ଅଞ୍ଚଳରେ ୩ ଜଣ ଆତ୍ମହତ୍ୟା କରିଛନ୍ତି।

    ଏଥିରେ ରୋକ ଲଗାଇବାଲାଗି କମିସନରେଟ୍‌ ପୁଲିସ ‘ଷ୍ଟ୍ରାଇଡ୍‌’ ନାମକ ଏକ ଅଭିଯାନ ଆରମ୍ଭ କରିଛି। ଏଥିରେ ଦୁଇ ଜଣ ବିଶେଷଜ୍ଞଙ୍କୁ ସାମିଲ୍‌ କରାଯାଇଛି। କମିସନରେଟ୍‌ ପୁଲିସରେ ଘଟୁଥିବା ପ୍ରତ୍ୟେକ ଆତ୍ମହତ୍ୟା ମାମଲା ବିଶେଷଜ୍ଞ ଟିମ୍‌ ଦ୍ବାରା ଯାଞ୍ଚ କରାଯିବ। ଏହାର କାରଣ ଓ ଅନ୍ୟ ଦିଗଗୁଡ଼ିକୁ ବିଶେଷଜ୍ଞ ବିଶ୍ଳେଷଣ କରିବେ।

    ଏଥିରୁ ଯାହା ତଥ୍ୟ ମିଳିବ, ତାକୁ ତଦନ୍ତକାରୀ ଅଧିକାରୀମାନଙ୍କ ସହିତ ଆଲୋଚନା କରାଯିବ। ସେହି ଅନୁସାରେ ଲୋକଙ୍କୁ ସଚେତନ କରାଯିବାଲାଗି ପୁଲିସ କର୍ମଚାରୀଙ୍କୁ ମଧ୍ୟ ତାଲିମ୍‌ ଦିଆଯିବ। ଏହି ଅଭିଯାନ

  • ମିଳିନି ସ୍ୱୀକୃତି,ବିଏମସି ଓ କମିସନରେଟ ପୁଲିସ ଟଣାଓଟରା,ସମାଧାନର ବାଟ ବଦଳରେ ବଟି

    ମିଳିନି ସ୍ୱୀକୃତି,ବିଏମସି ଓ କମିସନରେଟ ପୁଲିସ ଟଣାଓଟରା,ସମାଧାନର ବାଟ ବଦଳରେ ବଟି

    ସ୍ବୀକୃତି ନ ମିଳିଲେ ବି ସିଜନାଲ ବ୍ୟବସାୟୀ ବେଆଇନ ଭାବରେ ବାଧ୍ୟ ହୋଇ ବସୁଥିବାରୁ କେତେକ ଅଧିକାରୀ ଏହାର ଫାଇଦା ନେଉଛନ୍ତି।

    ଚଳିତବର୍ଷ ଗୋଟିଏ ହେଲେ ରାଖି ଦୋକାନକୁ ସ୍ବୀକୃତି ମିଳିନାହିଁ। ସହର ସାରା ରାସ୍ତା କଡ଼ରେ ହୋଇଥିବା ଶହ ଶହ ରାଖି ଦୋକାନ ବେଆଇନ। ଏଣୁ ଯେ କୌଣସି ମୂହୁର୍ତ୍ତ‌ରେ ଏହି ସବୁ ଦୋକାନ ଉଚ୍ଛେଦ କରାଯାଇପାରେ। ପୁରୁଣା ଭୁବନେଶ୍ବର ଅଞ୍ଚଳରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ଦୁଇଟି ଦୋକାନ ଉଚ୍ଛେଦ ହୋଇଥିବା ବେଳେ ବାକି ଦୋକାନ ସବୁର ତାଲିକା ହେଉଛି। ରାଖି ପୂର୍ଣ୍ଣିମାକୁ ଆଉ ୧୦ ଦିନରୁ କମ୍‌ ବାକି ଅଛି। ଏଇ ଭିତରେ ଯାହା ବେପାର ହେବ ତାହାକୁ ବେପାରୀ ଅନାଇ ବସିଛନ୍ତି। ଏଭଳି ସ୍ଥିତିରେ ଦୋକାନ ଉଚ୍ଛେଦ ଯୋଜନାକୁ ନେଇ ସେମାନେ ପ୍ରମାଦ ଗଣିବା ସହ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି। ଭୁବନେଶ୍ବରରେ ପ୍ରତି ବର୍ଷ ରାଖି ପୂର୍ଣ୍ଣିମାର ୨୦ ଦିନ ପୂର୍ବରୁ ସିଜନାଲ ବ୍ୟବସାୟୀ ରାଖି ଦୋକାନ ଖୋଲିଥାନ୍ତି। ବ୍ୟବସାୟୀମାନେ ଦୋକାନ ଖୋଲିବା ପାଇଁ କମିସନରେଟ୍‌ ଡିସିପିଙ୍କୁ ସ୍ବୀକୃତି ପାଇଁ ଆବେଦନ କରନ୍ତି।

    ପରେ ଡିସିପି ବିଏମ୍‌ସି, ଜିଏ, ବିଦ୍ୟୁତ, ଅଗ୍ନିଶମ ସେବା ସଂସ୍ଥା ପ୍ରଭୃତି ଲାଇନ୍‌ ବିଭାଗୀୟ ଅଧିକାରୀଙ୍କ ଠାରୁ ଏନ୍‌ଓସି ତଲବ କରନ୍ତି। ଏନ୍‌ଓସି ମିଳିବା ପରେ ଡିସିପି ସ୍ବୀକୃତି ଦିଅନ୍ତି। ରାଖି ସହ ‌ହୋଲି, ଦୀପାବଳି ପ୍ରଭୃତି ଯେତେ ପ୍ରକାରର ସିଜନାଲ ବ୍ୟବସାୟ ଅଛି, ସେସବୁ ପାଇଁ ଏହି ପ୍ରକ୍ରିୟାରେ ବ୍ୟବସାୟୀ ସ୍ବୀକୃତି ପାଇଥାଏ। କିନ୍ତୁ ଏଥର ନା କମିସନରେଟ୍‌ ପୁଲିସ ସ୍ବୀକୃତି ଦେଉଛି ନା ବିଏମ୍‌ସି। ଗତବର୍ଷ ଦୀପାବଳି ସମୟରେ ଜାଗାକୁ ନେଇ ବିବାଦ ହୋଇଥିଲା। ଯେଉଁ ଜାଗାସବୁ ବିଏମ୍‌ସି ଚିହ୍ନଟ କରିଥିଲା ସେଠାରେ ବ୍ୟବସାୟୀ ବସି ନଥିଲେ। ବିବାଦ ପରେ ବ୍ୟବସାୟୀମାନେ ବେଆଇନ ଭାବରେ ରାସ୍ତାକଡ଼ ଓ ଡ୍ରେନ ଉପରେ ବସି ଯାଇଥିଲେ। ସବୁ ଦୋଷ ପୁଲିସ ମୁଣ୍ଡାଇଥିଲା। ଏଣୁ ଏଥର କମିସନରେଟ୍‌ ପୁଲିସ ଆଉ ସ୍ବୀକୃତି ଦେଉନାହିଁ। ବିଏମ୍‌ସି ସ୍ବୀକୃତି ଦେବା ପରେ ଯାଇ ପୁଲିସ ସ୍ବୀକୃତି ଦେବବୋଲି କହୁଛି। ଏପଟେ ବିଏମ୍‌ସି ମଧ୍ୟ ସ୍ବୀକୃତି ଦେଉ ନାହିଁ। ଏଣୁ ପରମ୍ପରା ଏହି ଦୁଇ ବିଭାଗ ପାଖରେ ବନ୍ଧା ପଡ଼ିଛି। ଅନ୍ୟପଟେ ଦେଖିଲେ, ସ୍ବୀକୃତି ନ ମିଳିଲେ ବି ସିଜନାଲ ବ୍ୟବସାୟୀ ବେଆଇନ ଭାବରେ ବାଧ୍ୟ ହୋଇ ବସୁଥିବାରୁ କେତେକ ଅଧିକାରୀ ଏହାର ଫାଇଦା ନେଉଛନ୍ତି। ଉଚ୍ଛେଦ କରିବାକୁ ଧମକ ଦେଇ ସେମାନେ ବଟି ଆଦାୟ କରୁଥିବା ଅଭିଯୋଗ ହୋଇଛି ।

  • ଟ୍ରକ୍ ମାଲିକ ସଂଘ ନିର୍ବାଚନ ପାଇଁ ସରଗରମ ରାଜନୀତି

    ଟ୍ରକ୍ ମାଲିକ ସଂଘ ନିର୍ବାଚନ ପାଇଁ ସରଗରମ ରାଜନୀତି

    ଆସନ୍ତା ସେପ୍ଟେମ୍ବର ୨୪ ତାରିଖରେ କେନ୍ଦୁଝର ଜିଲା ଟ୍ରକ୍ ମାଲିକ ସଂଘ ନିର୍ବାଚନ ଅନୁଷ୍ଠିତ ହେବ । ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିବା ବେଳେ ସାଧାରଣ ସମ୍ପାଦକ ପଦବୀ ପାଇଁ ପ୍ରଦୀପ ବାରିକ ନାମାଙ୍କନ ଦାଖଲ କରିଛନ୍ତି । ସମ୍ପାଦକ ପ୍ରାଥି ପ୍ରଦୀପ, ଧାଙ୍ଗରପଡା ପ୍ରୀତମ ହୋଣ୍ଡା ସୋ ରୁମ ସମ୍ମୁଖ ନିକଟରୁ ବହୁସଂଖ୍ୟାରେ ସମର୍ଥକଙ୍କ ସହ ପ୍ରାର୍ଥୀପତ୍ର ଭରିଥିଲେ । ପରିବର୍ତ୍ତନର ସ୍ଲୋଗାନ ଦେଇ ସମର୍ଥକ ଟ୍ରକ୍ ମାଲିକ ମାନେ ଜିଲା ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । ଚଳିତ ବର୍ଷ ବିଭିନ୍ନ ପଦପଦବୀ ପାଇଁ ମୋଟ ୩୨୫ଟି ନାମାଙ୍କନ ବିକ୍ରି ହୋଇଥିବା ବେଳେ ୧୨୫ ଜଣ ଦାଖଲ କରିଛନ୍ତି । ସଭାପତି ପଦବୀରେ ୪ ଜଣ ଏବଂ ସାଧାରଣ ସମ୍ପାଦକ ପଦବୀରେ ୩ ଜଣ ନାମାଙ୍କନ ଦାଖଲ କରିଛନ୍ତି ।

    ସଂଘର ଚୂଡ଼ାନ୍ତ ଭୋଟର ତାଲିକାରେ ମୋଟ ୪୬୬୭ ଜଣ ସଦସ୍ୟ ରହିଥ‌ିବା ବେଳେ ୭ଟି ଜୋନ୍ ରହିଛି । କେନ୍ଦୁଝର ଜୋନ୍‌ରେ ସର୍ବାଧ‌ିକ ୨୦୩୦, ଘଷିପୁରାରେ ୭୬୭, ରାମଚନ୍ଦ୍ରପୁରରେ ୫୬୬, ଚମ୍ପୁଆରେ ୪୦୮, ଢେଙ୍କିକୋଟରେ ୩୧୧, ହାଟହିନ୍ଦୀରେ ସର୍ବନିମ୍ନ ୨୮୦ ଓ ଘଟଗାଁ ଜୋନ୍‌ରେ ୩୦୫ ଜଣ ସଦସ୍ୟ ରହିଛନ୍ତି । ଜିଲାର ଜଣାଶୁଣା ବ୍ୟକ୍ତିବିଶେଷଙ୍କୁ ନେଇ ନିର୍ବାଚନ କମିଟି ଗଠନ କରାଯାଇଛି । ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ବିଭୂତି ଭୂଷଣ ପ୍ରଧାନ ଏହାକୁ ପରିଚାଳନା କରିବା ସହ ବରିଷ୍ଠ ନାଗରିକ ମଣ୍ଡଳୀ ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି।

  • ଏଣିକି ଦିନରେ ବୁଲିବା ସହ ରାତିରେ ବି ବୁଲିବାର ମଜା ଉଠାଇପାରିବେ ପର୍ଯ୍ୟଟକ

    ଏଣିକି ଦିନରେ ବୁଲିବା ସହ ରାତିରେ ବି ବୁଲିବାର ମଜା ଉଠାଇପାରିବେ ପର୍ଯ୍ୟଟକ

    ଆଗକୁ ରାତିରେ ବି ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଏଣିକି ଦିନରେ ବୁଲିବା ସହ ରାତିରେ ବି ବୁଲିବାର ମଜା ଉଠାଇପାରିବେ ପର୍ଯ୍ୟଟକ । ଆଗକୁ ରାତିରେ ବି ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ପର୍ଯ୍ୟଟକମାନେ ରାତିରେ ଯେପରି ଜୀବଜନ୍ତୁଙ୍କୁ ଦେଖିପାରିବେ ସେଥିନେଇ ଡ୍ରିଲ ସଫାରୀ ବ୍ୟବସ୍ଥା କରାଯିବ । କୃଷ୍ଣପ୍ରସାଦ ଓ ଚୁଡ଼ଙ୍ଗ ଜଙ୍ଗଲକୁ ମିଶାଇ ୧୦୪୩ ହେକ୍ଟରକୁ କଳେବର ବୃଦ୍ଧି କରାଯିବ । ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଁ ଏହି ପଦକ୍ଷେପ ନିଆଯିବ ବୋଲି ଯୋଜନା ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ନନ୍ଦନକାନନରେ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇଁ ଅନେକ ପଦକ୍ଷେପ ଗ୍ରହଣ ଗ୍ରହଣ କରାଯାଉଛି । ଦୀର୍ଘବର୍ଷ ଧରି ବନ୍ଦ ହୋଇ ପଡ଼ିଥିବା ରୋପୱେ ବ୍ୟବସ୍ଥା ପୁଣି ଥରେ ଆରମ୍ଭ କରିବା ପାଇଁ ନିକଟରେ ନନ୍ଦନକାନନ କର୍ତ୍ତୃପକ୍ଷ ପଦକ୍ଷେପ ନେଇଥିଲେ । ସୂଚନା ମୁତାବକ, କେନ୍ଦ୍ରୀୟ ଚିଡ଼ିଆଖାନ କର୍ତ୍ତୃପକ୍ଷ (ସିଜେଏ) ନନ୍ଦନକାନନକୁ ନେଇ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି । ଉକ୍ତ ମାଷ୍ଟର ପ୍ଲାନରେ ନନ୍ଦନକାନନର ନବକଳେବର ବୃଦ୍ଧି ପାଇଁ ପ୍ରସ୍ତାବ ରହିଛି । ଆଗକୁ ରାତିରେ ବି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲା ରହିବ । ଫଳରେ ଦିନ ବେଳା ଭଳି ରାତିରେ ମଧ୍ୟ ପର୍ଯ୍ୟଟକମାନେ ପ୍ରାଣୀ ଉଦ୍ୟାନ ବୁଲି ମଜା ଉଠାଇ ପାରିବେ ।