Category: ରାଜ୍ୟ ଖବର

  • ସୂର୍ଯ୍ୟଙ୍କ ଗଡରେ ବିପ୍ଲବ !…

    ସୂର୍ଯ୍ୟଙ୍କ ଗଡରେ ବିପ୍ଲବ !…

    ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଖୁବ୍ ସରଗରମ୍ ହେଉଛି ରାଜନୈତିକ ପାଣିପାଗ ! ନିକଟରେ ବ୍ଲକ ଅଧ୍ୟକ୍ଷ ସୁନିତା ଷେଠି ଙ୍କ ଅକାଳ ବିୟୋଗ ହେବା ପରେ କିଏ ଧରିବ ବ୍ଲକ ର ମଙ୍ଗ ତାକୁ ନେଇ ଚାଲିଛି କସରତ୍। ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଅ ପ୍ରତିଦ୍ବନ୍ଦି ନେତା ସୁର୍ଯ୍ଯ ପାତ୍ର ଙ୍କ ଅସୁସ୍ଥତା ପରେ ଏବେ କିଏ ସମ୍ଭାଳିବ ସୂର୍ଯ୍ୟଙ୍କ ଗଡ ତାକୁ ନେଇ ବିଜୁ ଜନତାଦଳ ଭିତରେ ଅଙ୍କ କଷା ଚାଲିଛି ।ସେପଟେ ସୁର୍ଯ୍ଯ ପାତ୍ର ଙ୍କ ପରେ ତାଙ୍କ ପୁଅ ବିପ୍ଲବ ପାତ୍ର ନିଜର ସଙ୍ଗଠନ ସଜାଡୁଥିବା ବେଳେ ଓ ପୁର୍ବ ତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନ ଙ୍କ ମଧ୍ଯ ରେ ଥମୁନି ସୀତଳ ଯୁଦ୍ଧ । 25 ଟି ପଞ୍ଚାୟତ କୁ ନେଇ ଦିଗପହଣ୍ଡି ପଞ୍ଚାୟତ ସମିତି ଗଠିତ ହୋଇଥିବା ବେଳେ , ଅ।ଜି ପୁନଃ 25 ଜଣ ସମିତି ସଭ୍ଯ ଆଜି ବ୍ଲକ ଅଧ୍ୟକ୍ଷ ଓ ଉପାଧକ୍ଷ ଲାଗି ନିଜର ମତ ସାବ୍ୟସ୍ତ କରିବେ। ଏଭଳି ପରିସ୍ଥିତିରେ ବ୍ଲକ ଅଧ୍ୟକ୍ଷ ପଦ କାହା ସପକ୍ଷରେ ରହିବ ତାକୁ ନେଇ ଚର୍ଚା ଲାଗିରହିଛି । ସେପଟେ ଅପ୍ରୀତିକର ପରିସ୍ଥିତି କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ଯବସ୍ଥା ହାତକୁନିଆଯାଇଛି।

  • ଧାନ ବିଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର

    ଧାନ ବିଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର

    ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ରତନପୁର ଗ୍ରାମର ଏକ ବିଲ ମଧ୍ୟରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି । ଆଜି ବିଲକୁ ଧାନ ରୋଇବା ପାଇଁ ଯାଉଥିବା ସମୟରେ କିଛି ମହିଳା ଏକ ଶିଶୁ କନ୍ୟାର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ମହିଳା ମାନେ ଗ୍ରାମରେ ଯାଇ କହିଥିଲେ ।

    ଗ୍ରାମବାସୀ ସ୍ଥାନୀୟ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । କିଏ ଓ କେଉଁ ଉଦ୍ଦେଶ୍ୟରେ ଶିଶୁ କନ୍ୟାକୁ ଏଭଳି ଫିଙ୍ଗି ଦେଇଛି ତାହା ତଦନ୍ତ କରୁଛି ପୋଲିସ । ଅନ୍ୟପଟେ ଶିଶୁଟି କନ୍ୟା ହୋଇଥିବାରୁ କେହି ଫିଙ୍ଗି ଦେଇଥିବା କିମ୍ବା କୁମାରୀ ମାତୃତ୍ୱ ହେତୁ ଏଭଳି କରିଥିବା ସାଧାରଣରେ ଚର୍ଚ୍ଚା ହୋଉଛି ।

  • ଅସହ୍ୟ ହୋଇପଡ଼ିଲାଣି ହାତୀଙ୍କ ପ୍ରାଦୁର୍ଭାବ, ଗାଁଗାଁରେ ଭୟର ବାତାବରଣ

    ଅସହ୍ୟ ହୋଇପଡ଼ିଲାଣି ହାତୀଙ୍କ ପ୍ରାଦୁର୍ଭାବ, ଗାଁଗାଁରେ ଭୟର ବାତାବରଣ

    ଓଡିଶାର ଜଙ୍ଗଲ ବସତି ଅଞ୍ଚଳ ଗୁଡିକରେ ହାତୀ ଉପଦ୍ରବ ଏକ ସାଧାରଣ କଥା । ହାତୀ ଆକ୍ରମଣରେ ଅସଂଖ୍ୟ ଲୋକଙ୍କ ଜୀବନ ଯାଉଥିବା ବେଳେ ଅନେକ କ୍ଷୟକ୍ଷତି ହେଉଛି । ହେଲେ ପ୍ରଶାସନର କାର୍ଯ୍ୟପନ୍ଥାକୁ ଦେଖିଲେ ଲାଗେ ସତେ ଯେମିତି ହାତୀ ଆଗରେ ଅସହାୟ ସେମାନେ । ହାତୀ ଆକ୍ରମଣରେ ଖାଲି ମଣିଷ ମାନଙ୍କ ଜୀବନ ଚାଲିଯାଇନଥାଏ ଏଥିରେ ଅନେକ ଗୃହପାଳିତ ପଶୁ ମଧ୍ୟ ବଳି ପଡିଯାଏ । ଏମିତି ଆଉ ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳସ୍ଥିତ ମଧୁପୁର ଗ୍ରାମରେ । ବନମାଳୀ ପ୍ରଧାନଙ୍କ ମଇଁଷି ଗୋଠରେ ହାତୀ ପଶି ଆକ୍ରମଣ କରିବାରୁ ଗୋଟିଏ ମଇଁଷିର ଜୀବନ ଚାଲିଯାଇଛି ।

    ଗୋଟିଏ ମଇଁଷିର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ମଇଁଷିଟି ଆହତ ହୋଇଥିବା ଦେଖିବାକୁ ମିଳିଛି । ଏମିତି ହାତୀ ମାନଙ୍କ ପ୍ରାଦୁର୍ଭାବ ବଢ଼ୁଥିବାରୁ ଗାଁ ଗାଁରେ ଭୟର ବାତାବରଣ । ଫଳରେ ଉତ୍ତ୍ୟକ୍ତ ଲୋକମାନେ ମଧୁପୁର ଗ୍ରାମ୍ୟ ରାସ୍ତା ଅବରୋଧ କରିଛନ୍ତି ।

  • ରାଜ ରାସ୍ତାରେ ପ୍ରାଥମିକ ଶିକ୍ଷକ

    ରାଜ ରାସ୍ତାରେ ପ୍ରାଥମିକ ଶିକ୍ଷକ

    ଦରମା ବୃଦ୍ଧି ସହ ବିଭିନ୍ନ କାରଣରୁ ବାଦ୍‌ ପଡ଼ିଥିବା ୩୦ ହଜାର ଗଣଶିକ୍ଷକଙ୍କୁ ନିୟମିତ କରାଯିବା ଆଦି ୫ଟି ଦାବି ନେଇ ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ମହାସଂଘ ଓହ୍ଲାଇଛି ରାଜରାସ୍ତାକୁ । ସଭାପତି ଶରତ ଚନ୍ଦ୍ର ନାୟକ (ରାଜ୍ୟ ମହାସଂଘ) ଙ୍କ ନେତୃତ୍ୱରେ ସହସ୍ରାଧିକ ଶିକ୍ଷକ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଲୋୟର ପିଏମ୍‌ଜିରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

    ଇଜିଏସ୍‌ ଯୋଜନା ବନ୍ଦ ହେବା ପରେ ଛଟେଇ ଶିକ୍ଷା ସ୍ବେଚ୍ଛାସେବୀମାନଙ୍କୁ ରାଜ୍ୟ ସରକାର ୨୦୦୮ ମସିହାରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଗଣଶିକ୍ଷକ ଭାବେ ନିୟୋଜିତ କରିଥିଲେ। ପରବର୍ତ୍ତୀ ସମୟରେ ଗଣଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ଯେଉଁମାନେ ୮ବର୍ଷ ପୂରଣ କରିଥିଲେ, ସେମାନେ ନିୟମିତ ଶିକ୍ଷକ ହେଲେ। ମାତ୍ର ବିଭିନ୍ନ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩୦ ହଜାର ଗଣଶିକ୍ଷକ ନିୟମିତ ହେବାରୁ ବାଦ୍‌ ପଡ଼ିଛନ୍ତି।

    ଗଣଶିକ୍ଷକ ନିୟୋଜିତ ବର୍ଷ ୨୦୦୮ରୁ ୮ବର୍ଷ ଅବଧି ଗଣନା କରାଯାଇଥିବାରୁ ୨୦୧୨ ମସିହାରୁ ଓଡ଼ିଶାରେ ଲାଗୁ କରାଯାଇଥିବା ଓଟିଇଟି ସେମାନଙ୍କ ପାଇଁ ଆବଶ୍ୟକ ନାହିଁ ବୋଲି ସଭାପତି ନାୟକ କହିଛନ୍ତି। ଏଣୁ ଓଟିଇଟି ଉଚ୍ଛେଦ କରି ଯୋଗ୍ୟ ଗଣଶିକ୍ଷକଙ୍କୁ ନିୟମିତ କରିବା ସହ ଅବଶିଷ୍ଟ ଗଣଶିକ୍ଷକମାନଙ୍କ ଦରମା ବୃଦ୍ଧି କରାଯିବାକୁ ସେ ଦାବି କରିଛନ୍ତି।

    ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ସମାଧାନ ନ କରିବା ପର୍ଯ୍ୟନ୍ତ ବିକ୍ଷୋଭ ଓ ପ୍ରତିବାଦ ଜାରି ରହିବ ବୋଲି ମହାସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଖମାରୀ ପ୍ରକାଶ କରିଛନ୍ତି।

  • ଖୁବଶୀଘ୍ର ତ୍ୱରାନ୍ୱିତ ହେବ ସୂର୍ଯ୍ୟ ମନ୍ଦିର

    ଖୁବଶୀଘ୍ର ତ୍ୱରାନ୍ୱିତ ହେବ ସୂର୍ଯ୍ୟ ମନ୍ଦିର

    ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭ ଗୃହରୁ ବାଲି କଢ଼ାଯିବା ନେଇ ଆଜି ଦିତୀୟ ପର୍ଯ୍ୟୟରେ କାର୍ଯ୍ୟ ଆରମ୍ଭ ହୋଇଛି । ୧୯୦୩ ମସିହାରେ ସୂର୍ଯ୍ୟ ମନ୍ଦିରର ସୁରକ୍ଷା କୁ ନେଇ ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ଵାରକୁ ବନ୍ଦ କରା ଯାଇଥିଲା । ସୁର୍ଯ୍ୟ ମନ୍ଦିରରୁ ବାଲି କଢ଼ାଯିବ ନିଷ୍ପତି ପରେ ଗତ ବର୍ଷ ସେପ୍ଟେମ୍ବର ମାସରୁ ଏ ଏସ ଆଇ ଓ ବିଡିଆର ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି । ଦିତୀୟ ପର୍ଯ୍ୟୟରେ ଲିଫ୍ଟ ପାଇଁ ଉତ୍ତର ଓ ପଶିମ କୋଣରେ ଏକ କ୍ରେନ ସାହାଯ୍ୟରେ ଲୁହା ଵିମ ଲଗାଯାଇଛି ।

    ଏହି ଭଳି ଆଉ ତିନୋଟି ଲୁହା ଵିମ ଲାଗିବ । ଲିଫ୍ଟ ପାଇଁ ପ୍ଲାଟଫର୍ମ ନିର୍ମାଣ ଚାଲିଛି । ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ସତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୁଡା ଦେଇ ଗର୍ଭଗୃହରେ ରହିଥିବା ବାଲି ମନ୍ଦିର ପାଦଦେଶକୁ ସୁରକ୍ଷିତ ଭାବେ ବାହାର କରାଯିବା ପରେ ଏକ ପାଇପ ଯୋଗେ ଏହି ବାଲିକୁ ଉତ୍ତର କୋଣରେ ରଖାଯିବ ।ଏଥି ପାଇଁ ପ୍ରାୟ ୩ ବର୍ଷ ସମୟ ଲାଗିବ ।

    ଏହି ବାଲି କାଢ଼ିବା ସମୟରେ ସୂର୍ଯ୍ୟ ମନ୍ଦିରର କୀର୍ତ୍ତୀ ରାଜି ପ୍ରତି ବିଶେଷ ଧ୍ୟାନ ଦିଆଯିବା ସହ ଏ ଏସ ଆଇ ଏହି ବାଲି କାଢ଼ିବା ପ୍ରକ୍ରିୟା କାହିଁକି ବିଳମ୍ବ ହେଉଛି ଓ ସାର୍ବଜନିକ କରିବାପାଇଁ କୋଣାର୍କ ସୁରକ୍ଷା ସମିତି ଓ ସ୍ଥାନୀୟ ବାସିନ୍ଦା ପକ୍ଷରୁ ଦାବି କରାଯାଇଛି ।

  • କିଛିଦିନ ଶାନ୍ତ ପରେ ପୁଣି ବୁଲିଲା ରାଜଧାନୀରେ ଖଣ୍ଡା

    କିଛିଦିନ ଶାନ୍ତ ପରେ ପୁଣି ବୁଲିଲା ରାଜଧାନୀରେ ଖଣ୍ଡା

    ରାଜଧାନୀରେ ପୁଣି ଦ୍ରୁବୁତଙ୍କ ଆତଙ୍କରାଜ ଗୋଡ଼ାଇ ଗୋଡ଼ାଇ ହାଣିଲେ,ତିନି ଜଣ ଗୁରୁତର ଅବସ୍ଥାରେଡାକ୍ତରଖାନାରେ ଭର୍ତି Iଘଟଣାଟି ଘଟିଛି ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ରେ ଗତ କାଲି ରାତିରେ କିଛି ଅସାମାଜିକ ଯୁବକ ସ୍ଥାନୀୟ ଅଞ୍ଚଳରେ ଖଣ୍ଡା ବୁଲାଇ ୪ ଜଣ ଦ୍ରୁବୁତ ଆତଙ୍କ ଖେଳାଇ ଦେଇଥିଲେ I

    କମିଶସନରେଟ ପୋଲିସକୁ ଚାଲେଞ୍ଜ ଦେଇ ଏପରି ଅପରାଧିକ କାଣ୍ଡ ଘଟାଇଛନ୍ତି ଏହି ଆକ୍ରମଣରେ ୫ ରୁ ଉର୍ଦ୍ଧ ଯୁବକ ଆହତ ହୋଇଛନ୍ତି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତେଜନା ସୃଷ୍ଟି ହୋଇ ପ୍ରୟ ଦେଢ଼ଘଣ୍ଟାରୁ ଉର୍ଦ୍ଧ ସମୟ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା.

    ସୂଚନା ଅନୁଯାୟୀ, ରାତି ୯.୩୦ ସମୟରେ ୪ ଜଣ ଯୁବକ ଦୁଇଟି ବାଇକରେ ଶିଶୁପାଳଗଡ଼ ଅଞ୍ଚଳକୁ ଯାଇଥିଲେ. ସେମାନେ ପ୍ରଥମ ଖଣ୍ଡା ବୁଲାଇ ଲୋକଙ୍କୁ ଭୟବିତ କରିଥିଲେ. ଏହି ସମୟରେ ସେଠାରେ ଥିବା ଏକ କ୍ଲବ ଘରେ ବସିଥିବା ଯୁବକମାନେ ସେମାନଙ୍କୁ ବିରୋଧ କରିଥିଲେ. ଫଳରେ ଉଭୟଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇ ଘଟଣା ଉଗ୍ର ରୂପ ନେଇଥିବାରୁ ୩ ରୁ ଉର୍ଦ୍ଧ ଯୁବକ ଆହାତ ହୋଇଥିଲେ. ସେଠାରେ ଥିବା ଗାଡିଟିକୁ ଖଣ୍ଡାରେ ଛୋଟ ପରେ ଛୋଟ ମାରି ଦ୍ରୁବୁତମାନେ ଭାଙ୍ଗି ଦେଇଥିଲେ ତେବେ ଗାଁ ଲୋକ ମାନେ ରୁଣ୍ଡ ହୋଇଯିବାରୁ ଅପରାଧୀମାନେ ସେଠାରୁ ଚାଲି ଯାଇଥିଲେ I

    ଗୋଟେପଟେ କମିସନରେଟ ପୋଲିସ ଟ୍ୱିନସିଟି କୁ ଅପରାଧ ମୁକ୍ତ କରିବାପାଇଁ ଦୃଢ଼ ପଦକ୍ଷେପ ନେଉଥିବାବେଳେ ପୋଲିସକୁ ଖୁଲମ ଖୁଲା ଚାଲେଞ୍ଜ କରୁଛନ୍ତି ଅପରାଧୀ I

  • ହାତୀ ଆକ୍ରମଣ ରେ ଜଣେ ମୃତ, ଜଣେ ଗୁରୁତର

    ହାତୀ ଆକ୍ରମଣ ରେ ଜଣେ ମୃତ, ଜଣେ ଗୁରୁତର

    ବନ୍ତଳା ବନାଞ୍ଚଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା। ତଳଗଡ଼ ଗ୍ରାମର ଛବିନ୍ଦ୍ର ବିଶ୍ୱାଳ ଓ ସ୍ତ୍ରୀ ସୁଲୋଚନା ବିଶ୍ୱାଳ ନିଜ ବାଡ଼ିରେ କାର୍ଯ୍ୟ କରୁଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ସ୍ତ୍ରୀ ସୁଲୋଚନାଙ୍କ ମୃତ୍ୟୁ ହୋଇଥିବା ବେଳେ ଛବିନ୍ଦ୍ର ଗୁରୁତର ଆହତ ହୋଇଛନ୍ତି।

  • ଅନାଥ ଗାଈଆଳ ପିଲାକୁ ନିଜ ଖର୍ଚ୍ଚରେ ପାଠ ପଢାଇଲେ ଶିକ୍ଷକ

    ଅନାଥ ଗାଈଆଳ ପିଲାକୁ ନିଜ ଖର୍ଚ୍ଚରେ ପାଠ ପଢାଇଲେ ଶିକ୍ଷକ

    ଛୁଆଟି ଦିନରୁ ସେ ବାପ-ମା’ଙ୍କୁ ହରାଇ ହୋଇଥିଲା ଅନାଥ। ପେଟ ଚାଖଣ୍ଡକ ପାଇଁ କୁନି ହାତରେ ଧରିଥିଲା ଠେଙ୍ଗା ଓ ପାଲଟି ଯାଇଥିଲା ଗାଈଆଳ। ତେବେ ତାର ସୌଭାଗ୍ୟରୁ ତା ଉପରେ ପଡିଥିଲା ଜଣେ ଦେବଦୂତ ସମ ବ୍ୟକ୍ତିଙ୍କ ସୁଦୃଷ୍ଟି ଓ ସେ କୋଳେଇ ନେଇଥିଲେ ଏହି ବାପ ମା ଛେଉଣ୍ଡ ଅନାଥ ଶିଶୁଟିକୁ। ଆଜି ସେହି ଶିକ୍ଷକଙ୍କ ସହାୟତାରୁ ୯ମ ଶ୍ରେଣୀରେ ଅଧ୍ୟୟନ କରୁଛି ଅତୀତର ସେହି ଗାଈଆଳ ପିଲାଟି । ଆମେ କହୁଛୁ ମୟୂରଭଂଜ ଜିଲ୍ଲା ରରୁଆଁ ବ୍ଳକ ଅନ୍ତର୍ଗତ ଟିଲୁ ସାହିର ରାମଚନ୍ଦ୍ର ବାନରା କଥା। ସେ ୬-୭ ବର୍ଷର ହୋଇଥିଲେ, ବାପା ଓ ମା ଆଗ ପଛ ହୋଇ ଆରପାରିକୁ ଚାଲିଗଲେ ତାକୁ ଏକା କରି। ଘରେ ଆଉ କେହି ନ ଥିଲେ। ଅନାଥ ହୋଇଯାଇଥିଲା ରାମ। କେହି ଆଗେଇ ଆସିନଥିଲେ ଛୋଟ ଛୁଆଟିକୁ କୋଳେଇ ନେବାକୁ। ସେପଟେ ଭୋକର ଜ୍ୱାଳାରେ କୁନି ପିଲାଟି ଆଉଟୁ ପାଉଟୁ ହୋଇ ଉଠିଥିଲା। ତେଣୁ କୁନି କୁନି ପାଦରେ ସ୍ଥାନୀୟ ସ୍ଥିତିବାନ ଲୋକଙ୍କ ଗୋରୁ ଚରାଇବାକୁ ବାହାରିଥିଲା। ଏମିତି ଏମିତି ବିତୁଥିଲା ତାର ଜୀବନ। ଏଥିରେ କାହାରିକୁ କିଛି ଫରକ ବି ପଡି ନ ଥିଲା। କିନ୍ତୁ ଛୋଟ ଛୁଆଟିର ଏହି ସଂଘର୍ଷମୟ ଜୀବନ ବିଷୟରେ ଜାଣିବାକୁ ପାଇଥିଲେ ଶୁକ୍ରୁଳି ବ୍ଲକ ଅନ୍ତର୍ଗତ ମନୋହରପୁରର ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ଆରୁକ। କାଳ ବିଳମ୍ବ ନ କରି ରାମଚନ୍ଦ୍ରକୁ ଜିଲ୍ଲାପାଳଙ୍କ ‘ମୁଁ ବି ପଢିବି’ ଅଭିଯାନରେ ପରିଚାଳିତ ନିଜ ସ୍କୁଲରେ ନାମ ଲେଖାଇ ଦେଲେ। ସେ ରାମଚନ୍ଦ୍ରର ସବୁ ଦାୟିତ୍ୱ ନେଇଥିଲେ। ଅରୁଣ ସାରଙ୍କ ତତ୍ୱାବଧାନରେ ସେ ପାଠରେ ଭଲ ପ୍ରଦର୍ଶନ କରିଛି। ୭ମ ଶ୍ରେଣୀ ବିଜ୍ଞାନ ମେଳାରେ ପ୍ରଥମ ସ୍ଥାନ ହାସଲ କରିଛି। ଯାହାକୁ ନେଇ ରାମଚନ୍ଦ୍ର ଶିକ୍ଷକଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ଶିକ୍ଷକ ରାମର ପାରଦର୍ଶିତାକୁ ନେଇ ଖୁସି ବ୍ୟକ୍ତ କରି ତାର ଶୁଭକାମନା କରିଛନ୍ତି।

    ତେବେ ପ୍ରଧାନ ଶିକ୍ଷକଙ୍କ ଏହି ମହାନ କାର୍ଯ୍ୟକୁ ନେଇ ତାଙ୍କୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି। ସେ ସର୍ବଦା ଏହିପରି କାର୍ଯ୍ୟ କରିଆସୁଥିବାରୁ ତାଙ୍କୁ ଦେବଦୂତ କହିବାକୁ ପଛେଇ ନାହାନ୍ତି ସ୍ଥାନୀୟ ବାସିନ୍ଦା।

    ଅନ୍ୟପଟେ ଏବେ ରାମଚନ୍ଦ୍ର ୮ମ ଶ୍ରେଣୀ ପାସ କରିସାରିଛି। ପ୍ରଧାନ ଶିକ୍ଷକ ତାକୁ ନିକଟସ୍ଥ ନୂଆବେଡ଼ା ପଞ୍ଚାୟତ ହାଇସ୍କୁଲରେ ନାମ ଲେଖାଇ ଦେଇଛନ୍ତି। ସେ ତାର ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି। ଅନ୍ୟପଟରେ ରାମଚନ୍ଦ୍ର ବହୁତ ଭଲ ପଢି ବଡ ମଣିଷ ହେବାକୁ ଇଚ୍ଛା ରଖିଥିବା ବେଳେ ତାଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଗଲେ ସେ ଉପକୃତ ହୋଇପାନ୍ତା ବୋଲି ଆଶାବାଦୀ ଅଛି।

  • ସେବାୟତଙ୍କ ମଧ୍ୟରେ ବିବାଦ: ଉପାସରେ ମହାପ୍ରଭୁ ଲିଙ୍ଗରାଜ

    ସେବାୟତଙ୍କ ମଧ୍ୟରେ ବିବାଦ: ଉପାସରେ ମହାପ୍ରଭୁ ଲିଙ୍ଗରାଜ

    ଲିଙ୍ଗରାଜ ମନ୍ଦିରରେ ବଡୁ-ପୂଜାପଣ୍ଡା ନିଯୋଗ ବିବାଦ ଯୋଗୁଁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି। ପଇତା ଲାଗି ନୀତିକୁ ନେଇ ଏହି ବିବାଦ ଉପୁଜୁଛି। ସୋମବାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସନ୍ଧ୍ୟାଧୂପ ପରେ ପବିତ୍ରାରୋପଣ ଉତ୍ସବର ଆଦ୍ୟ ନୀତି ଅଧିବାସ ପୂଜା ହୋଇ ନ ଥିଲା । ଫଳରେ ଆଜିର ଅବଶିଷ୍ଟ ନୀତି ମଧ୍ୟ ଆଉ ଆଗକୁ ନ ବଢି ଦିଅଁ ଅପୂଜା ରହିଛନ୍ତି । ଆଜି ଦିନ ତମାମ ଶ୍ରୀଜିଉଙ୍କ କୌଣସି ନୀତି ସମ୍ପନ୍ନ ହେବ ନାହିଁ । ଏହିଭଳି ଜାଣିଣୁଣି ଦେବ ନୀତିରେ ଅଣଦେଖା କରାଯାଉଥିବା ନେଇ ସବୁ ମହଲରୁ ଅସନ୍ତୋଷ ଦେଖିବାକୁ ମିଳିଛି । ନିୟମିତ ଭାବେ ବିଗତ କିଛି ବର୍ଷ ସମାନ ଧରଣର ସ୍ଥିତି ଉପୁଜୁ ଥିଲେ ସୁଦ୍ଧା ଦେବୋତ୍ତାର କମିସନର କୌଣସି ପ୍ରକାରେ ସମାଧାନ ଦିଗରେ ସାମାନ୍ୟତମ ଆଗ୍ରହ ପ୍ରଦର୍ଶନ କରୁ ନାହାନ୍ତି । ଯାହା ଫଳରେ ଦୀଅଁଙ୍କ ନୀତି ବନ୍ଦ ରହିବା ସହିତ ସେବାୟତ ଓ ଶ୍ରଦ୍ଧାଳୁଙ୍କ ଦେବୋତ୍ତର ବିଭାଗ ଉପରେ ଆସ୍ଥା କମିବାରେ ଲାଗିଛି ।

    ବିଶେଷ ସୂତ୍ର ଅନୁଯାୟୀ, ୨୦୧୯ ଶିବ ପବିତ୍ରାରୋପଣ ତିଥିରେ ଶ୍ରୀଲିଙ୍ଗରାଜ ସେବାୟତଙ୍କ ମଧ୍ୟରେ ସେବା ଅଧିକାରକୁ ନେଇ ବିବାଦ ଉପୁଜି ଥିଲା । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବଡୁ ଓ ପୂଜାପଣ୍ଡା ନିଯୋଗ କିଏ କେତୋଟି ପଇତା ଲାଗି କରିବେ ତାହା ତୁଟି ନଥିଲା । ଶେଷରେ ଉକ୍ତ ବର୍ଷ ଏହି ପର୍ବ ବିବାଦରେ ଛନ୍ଦି ହୋଇ ହୋଇଯିବା କାରଣରୁ ପାଳନ ହୋଇ ନଥିଲା । ପରେ ମାମଲା କୋର୍ଟରେ ଯାଇ ପହଞ୍ଚି ଥିଲା । ସେବେଠାରୁ ପବିତ୍ରାରୋପଣରେ ଶ୍ରୀଲିଙ୍ଗରାଜ ଅପୂଜା ରହିବା ସହିତ ସ୍କନ୍ଦ ମଧ୍ୟ ଖାଲି ପଡୁଛି ।

  • ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ କରକମଳରେ ଅତିରିକ୍ତ ଶ୍ରେଣୀ ଗୃହର ଶୁଭ ଉଦଘାଟନ

    ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ କରକମଳରେ ଅତିରିକ୍ତ ଶ୍ରେଣୀ ଗୃହର ଶୁଭ ଉଦଘାଟନ

    ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଫୁଲପଡା ପଞ୍ଚାୟତ ଗିରିଧିବାସିଆ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଯୋଗ ଦେଇ ଅତିରିକ୍ତ ଶ୍ରେଣୀ ଗୃହକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବଅଁରପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ କୁମାର ନାଥ, ବଅଁରପାଳ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମାଧବ ଚନ୍ଦ୍ର ପାଣିଗ୍ରାହୀ, ଯନ୍ତ୍ରୀ ଶ୍ରୀଯୁକ୍ତ ଗୌତମ ନାଏକ, ଫୁଲପଡା ସରପଞ୍ଚ ଶ୍ରୀମତୀ ସୁଦେଷ୍ଣା ଗଡନାୟକ, ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଗୋପାଳ ଗଡନାୟକ, ଅନୁଗୋଳ ଆରସିଏମଏସ ସଭାପତି ଶ୍ରୀଯୁକ୍ତ ନାରାୟଣ ତ୍ରିପାଠୀ, ପ୍ରଭାତ ତ୍ରିପାଠୀଙ୍କ ସମେତ ଗିରିଧିବାସିଆ ଗ୍ରାମବାସୀ ଉପସ୍ଥିତ ଥିଲେ। ଜିଲ୍ଲା ଖଣିଜ ପାଣ୍ଠି ର ଆନୁକୂଲ୍ୟରେ ଏହି ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ହୋଇଛି। ଏହି ଉଦଘାଟନ ସମୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ।