Category: ରାଜ୍ୟ ଖବର

  • ଲାଞ୍ଚ ନେଉଥିବା ବେଳେ ଆରଆଇ ବାବୁଙ୍କୁ ମାଡ଼ିବସିଲା ଭିଜିଲାନ୍ସ

    ଲାଞ୍ଚ ନେଉଥିବା ବେଳେ ଆରଆଇ ବାବୁଙ୍କୁ ମାଡ଼ିବସିଲା ଭିଜିଲାନ୍ସ

    ରାଇରଙ୍ଗପୁର ଦୁର୍ଗା ମଣ୍ଡପ ଠାରେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଲାଞ୍ଚୁଆ ଆରଆଇ ବାବୁଙ୍କୁ ମାଡ଼ିବସିଲା ଭିଜିଲାନ୍ସ । ମୟୂରଭଞ୍ଜ ଜିଲ୍ଲା ବାବନଘାଟି ଉପଖଣ୍ଡ ବାଦାମ ପାହାଡ଼ କୁସୁମୀ ତହସିଲ ଅଧୀନ କୁଲଡ଼ିହା Ri ରାକେଶ କୁମାର ପାତ୍ର ଜୟପୁର ସର୍କଲର ଜମିମାପ କରି ଏହା ବାବଦକୁ, ୱାର୍ଡ ନମ୍ବର ୬ ନିବାସୀ ରାମଦାସ ସାହୁଙ୍କ ଠାରୁ 5 ହଜାର ଟଙ୍କା ଦାବି କରିଥିଲେ । ଏଥି ପାଇଁ ସେ ରାଇରଙ୍ଗପୁର ଦୁର୍ଗା ମଣ୍ଡପ ଠାରେ ଅପେକ୍ଷା କରିଥିଲେ । ଏହି ସମୟରେ ରାମଦାସ ସାହୁଙ୍କ ଠାରୁ ଆରଆଇ ରାକେଶ କୁମାର ପାତ୍ର ଲାଞ୍ଚ ନେଉଥିବା ବେଳେ ବାଲେଶ୍ବର ଭିଜିଲାନ୍ସ ବିଭାଗର ଏକ ଟିମ ପୂର୍ବରୁ ଯୋଜନା ମୁତାବକ ଚଢାଉ କରି ଟଙ୍କା ସହ ଆଇଆରଙ୍କୁ ମାଡ଼ିବସି ଥିଲେ। ଏଥିସହିତ ଭିଜିଲାନ୍ସ ଟିମ ଅଭିଯୁକ୍ତ ରାଜସ୍ଵ ନିରୀକ୍ଷକ ରାକେଶ କୁମାର ପାତ୍ରଙ୍କ ଜୟପୁର କାର୍ଯ୍ୟାଳୟ ସ୍ଥିତ ସରକାରୀ ବାସଭବନ, ରାଇରଙ୍ଗପୁର ଓ ବାରିପଦା ମୁର୍ଗାବାଡି ଭଡ଼ା ଘରେ ଚଢ଼ାଉ କରିଛି । ଅଭିଯୁକ୍ତ ରାଜସ୍ଵ ନିରୀକ୍ଷକ ରାକେଶ କୁମାର ପାତ୍ର ପୂର୍ବରୁ ବିବାଦୀୟ ରହିଥିବା ଏକାଧିକ ଲାଞ୍ଚ ଅଭିଯୋଗ ତାଙ୍କ ବିରୋଧେ ରହିଛି । ଭିଜିଲାନ୍ସ ଅତିରିକ୍ତ SP ହରେକୃଷ୍ଣ ମାଝୀ ଙ୍କ ନେତୃତ୍ବରେ ଇନ୍ସପେକ୍ଟର ଦୁଷ୍ମନ୍ତ ନାୟକ ଓ ଅନ୍ୟାନ୍ୟ ବାଲେଶ୍ଵର ଭିଜିଲାନ୍ସ କର୍ମଚାରୀ ମାନେ ଚଢ଼ାଉ କରିଥିଲେ।

  • ଅନୁଗୋଳ ବିଜେଡିର ୨ ଘଣ୍ଟିଆ ୫୫ନଂ ଜାତୀୟ ରାଜପଥ ଅବରୋଧ ଓ ବିକ୍ଷୋଭ ପ୍ରଦର୍ଶନ

    ଅନୁଗୋଳ ବିଜେଡିର ୨ ଘଣ୍ଟିଆ ୫୫ନଂ ଜାତୀୟ ରାଜପଥ ଅବରୋଧ ଓ ବିକ୍ଷୋଭ ପ୍ରଦର୍ଶନ

    ଖଣି ଖାଦାନ ଭରା ଅନୁଗୋଲ ଜିଲ୍ଲାରେ ଅତି ଶୋଚନୀୟ ହୋଇ ପଡିଛି ୫୫ନଂ ଜାତୀୟ ରାଜପଥ । ପ୍ରତିଦିନ ଏହି ରାସ୍ତାରେ ହଜାର ହଜାର ପରିବହନ ଗାଡି ଯାଆସ କରୁଥିବାରୁ ରାସ୍ତାର ଦୁରବସ୍ଥା ନ କହିଲେ ଭଲ । ରାଜସ୍ବ ଦେଉଥିବା ରାସ୍ତା ନିଜେ ଦୁର୍ବିସହ ହୋଇ ପଡିଛି । ଏହା ସହ ମହାନଦୀ କୋଇଲା ଖଣିର ବିସ୍ଥାପିତଙ୍କ ସମସ୍ୟା ନେଇ ଆଜି ବିଜୁ ଜନତା ଦଳ ଅନୁଗୋଳ ଜିଲ୍ଲା ପକ୍ଷରୁ ଅନୁଗୋଳ ପିଟିସି ଛକ ଠାରେ ୨ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜାତୀୟ ରାଜପଥ ନିର୍ମାଣ, ମରାମତି ତଥା ମହାନଦୀ କୋଇଲା ଖଣି ଦ୍ବାରା ପ୍ରଭାବିତ ବିସ୍ଥାପିତଙ୍କ ସମସ୍ଯା ସମାଧାନ ପାଇଁ ଅନୁଗୋଳ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆଙ୍କ ସଭାପତିତ୍ୱରେ ରାସ୍ତା ରୋକ ତଥା ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାରେ ଜିଲ୍ଲାର ସମସ୍ତ ବିଧାୟକ, ଢେଙ୍କାନାଳ ଲୋକସଭା ସାଂସଦ, ଜିଲ୍ଲା ସହ ପର୍ଯ୍ୟବେକ୍ଷକ, ପରିଷଦ ଅଧ୍ୟକ୍ଷ, ସମବାୟ ବ୍ୟାଙ୍କ ସଭାପତି ଓ ନିର୍ଦ୍ଦେଶକ ବୃନ୍ଦ, ଜିଲ୍ଲା ପରିଷଦ ସଭ୍ୟ, ସମସ୍ତ ବୃନ୍ଦ, ବ୍ଲକ ପୌରପାଳିକା ଅଧ୍ୟକ୍ଷ, ସମସ୍ତ ବ୍ଲକ ଓ ପୌରପାଳିକାର ବିଜେଡି ସଭାପତି, ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଜୁ ମହିଳା-ଯୁବ-ଛାତ୍ର ଜନତା ଦଳର ସଭାପତି ଓ କର୍ମକର୍ତ୍ତା ପ୍ରମୂଖ ଉପସ୍ଥିତ ଥିଲେ।

  • ଦୁର୍ଗା ମଣ୍ଡପ ପାଖରେ ମାଡି ବସିଲା ଭିଜିଲାନ୍ସ

    ଦୁର୍ଗା ମଣ୍ଡପ ପାଖରେ ମାଡି ବସିଲା ଭିଜିଲାନ୍ସ

    ରାଇରଙ୍ଗପୁର ଦୁର୍ଗା ମଣ୍ଡପ ଠାରେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଲାଞ୍ଚୁଆ ଆରଆଇ ବାବୁଙ୍କୁ ମାଡ଼ିବସିଲା ଭିଜିଲାନ୍ସ । ମୟୂରଭଞ୍ଜ ଜିଲ୍ଲା ବାବନଘାଟି ଉପଖଣ୍ଡ ବାଦାମ ପାହାଡ଼ କୁସୁମୀ ତହସିଲ ଅଧୀନ କୁଲଡ଼ିହା Ri ରାକେଶ କୁମାର ପାତ୍ର ଜୟପୁର ସର୍କଲର ଜମିମାପ କରି ଏହା ବାବଦକୁ, ୱାର୍ଡ ନମ୍ବର ୬ ନିବାସୀ ରାମଦାସ ସାହୁଙ୍କ ଠାରୁ 5 ହଜାର ଟଙ୍କା ଦାବି କରିଥିଲେ । ଏଥି ପାଇଁ ସେ ରାଇରଙ୍ଗପୁର ଦୁର୍ଗା ମଣ୍ଡପ ଠାରେ ଅପେକ୍ଷା କରିଥିଲେ । ଏହି ସମୟରେ ରାମଦାସ ସାହୁଙ୍କ ଠାରୁ ଆରଆଇ ରାକେଶ କୁମାର ପାତ୍ର ଲାଞ୍ଚ ନେଉଥିବା ବେଳେ ବାଲେଶ୍ବର ଭିଜିଲାନ୍ସ ବିଭାଗର ଏକ ଟିମ ପୂର୍ବରୁ ଯୋଜନା ମୁତାବକ ଚଢାଉ କରି ଟଙ୍କା ସହ ଆଇଆରଙ୍କୁ ମାଡ଼ିବସି ଥିଲେ। ଏଥିସହିତ ଭିଜିଲାନ୍ସ ଟିମ ଅଭିଯୁକ୍ତ ରାଜସ୍ଵ ନିରୀକ୍ଷକ ରାକେଶ କୁମାର ପାତ୍ରଙ୍କ ଜୟପୁର କାର୍ଯ୍ୟାଳୟ ସ୍ଥିତ ସରକାରୀ ବାସଭବନ, ରାଇରଙ୍ଗପୁର ଓ ବାରିପଦା ମୁର୍ଗାବାଡି ଭଡ଼ା ଘରେ ଚଢ଼ାଉ କରିଛି । ଅଭିଯୁକ୍ତ ରାଜସ୍ଵ ନିରୀକ୍ଷକ ରାକେଶ କୁମାର ପାତ୍ର ପୂର୍ବରୁ ବିବାଦୀୟ ରହିଥିବା ଏକାଧିକ ଲାଞ୍ଚ ଅଭିଯୋଗ ତାଙ୍କ ବିରୋଧେ ରହିଛି । ଭିଜିଲାନ୍ସ ଅତିରିକ୍ତ SP ହରେକୃଷ୍ଣ ମାଝୀ ଙ୍କ ନେତୃତ୍ବରେ ଇନ୍ସପେକ୍ଟର ଦୁଷ୍ମନ୍ତ ନାୟକ ଓ ଅନ୍ୟାନ୍ୟ ବାଲେଶ୍ଵର ଭିଜିଲାନ୍ସ କର୍ମଚାରୀ ମାନେ ଚଢ଼ାଉ କରିଥିଲେ।

  • ୨ ଘଣ୍ଟା କାଳ ଗର୍ଜିଲା ଓ କାଚିଲା, ବେହାଲ ଟ୍ୱିନସିଟି

    ୨ ଘଣ୍ଟା କାଳ ଗର୍ଜିଲା ଓ କାଚିଲା, ବେହାଲ ଟ୍ୱିନସିଟି

    ମାତ୍ର ଦେଢ଼ ଘଣ୍ଟାରେ କଟକ ଓ ଭୁବନେଶ୍ୱରରେ ଅତି ପ୍ରବଳ ବର୍ଷା, କେବଳ ଭୁବନେଶ୍ୱରରେ ୭୧ ମିମି ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ସେପଟେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଅତି ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ଫଳରେ ଟୁଇନ୍‌ ସିଟିରେ ଟ୍ରାଫିକ୍‌ ସମସ୍ୟା ଦେଖା ଦେଇଛି । ପ୍ରାୟ ୨ ଘଣ୍ଟା କାଳ ଭୁବନେଶ୍ୱରରେ ଅତି ପ୍ରବଳ ବର୍ଷା ହୋଇଛି। ସ୍କୁଲ ଓ ଅଫିସ ଛୁଟି ସମୟ ହୋଇଥିବାରୁ ଲୋକ ବିଭିନ୍ନ ସ୍ଥାନରେ ଫସି ରହିଯାଇଥିଲେ । ଭୁବନେଶ୍ୱରର ବିଭିନ୍ନ ରାସ୍ତାରେ ଆଣ୍ଠୁଏରୁ ଅଣ୍ଟାଏ ପାଣି ଜମି ରହିଛି । ଅନେକ ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଛି। କଟକ ସହରର ପଟାପୋଲ, ବକ୍ସି ବଜାର, ରାଉସାପାଟଣା, ଫ୍ରେଣ୍ଡସ କଲୋନୀ ଓ ମହାନଦୀ ବିହାର ଆଦି ଅନେକ ସ୍ଥାନରେ ପାଣି ଜମି ରହିଥିବାବେଳେ ବାଦାମବାଡି ସମେତ ଅନେକ ସ୍ଥାନରେ ପାଣି ଜମି ରହିଛି ।

  • କାଇ ପିମ୍ପୁଡି ଚଟଣୀକୁ ମିଳିଲା ଜିଆଇ ଟ୍ୟାଗ୍‌ ମାନ୍ୟତା

    କାଇ ପିମ୍ପୁଡି ଚଟଣୀକୁ ମିଳିଲା ଜିଆଇ ଟ୍ୟାଗ୍‌ ମାନ୍ୟତା

    ମୟୂରଭଞ୍ଜ କାଇ ପିମ୍ପୁଡି ଚଟଣୀକୁ ମିଳିଲା ଜିଆଇ ଟ୍ୟାଗ୍‌ ମାନ୍ୟତା। ଏହା ପରେ ଜିଲ୍ଲାରେ ଖୁସିର ଲହର ଖେଳି ଯାଇଛି। ଭାରତ ସରକାରଙ୍କ ଜିଓଗ୍ରାଫିକାଲ ଇଣ୍ଡିକେଟର ଜୋନାଲରେ କାଇ ପିମ୍ପୁଡି ଓ ମୟୂରଭଞ୍ଜର ପରିଚୟକୁ ନେଇ ସ୍ୱୀକୃତି ମିଳିଥିବା ଜଣାପଡିଛି। ମୟୂରଭଞ୍ଜ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ବଣ ପାହାଡ଼ ଘେରା ଏହି ଜିଲ୍ଲାରେ ରହିଛି ଶିଳିପାଳ ଅଭୟାରଣ୍ୟ ଓ ଅନେକ ଛୋଟ ବଡ଼ ଜଙ୍ଗଲ ରହିଛି। ଜଙ୍ଗଲରେ ବହୁ ମାତ୍ରାରେ ବଡ଼ବଡ଼ ଶାଳ, ଆମ୍ୱ ଓ ଅନ୍ୟା ଗଛ ରହିଛି। ଏହି ଗଛରେ କାଇ ପିମ୍ପୁଡ଼ି ବସା ବାନ୍ଦିଥାଆନ୍ତି। ଯାହାକୁ ଆଦିବାସୀମାନେ ଖାଦ୍ୟ ଭାବେ ସେବନ କରିଥାଆନ୍ତି। ଏଥିରେ ବିଭିନ୍ନ ଔଷଧୀୟ ଗୁଣ ରହିଅଛି ବୋଲି ବିଶ୍ୱାସ ରହିଛି। କାଇ ପିମ୍ପୁଡି ଖାଇଲେ ଥଣ୍ଡା, କାଶ, ଚର୍ମ ପରି ବହୁ ରୋଗରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ। ଯେଉଁଥିପାଇଁ ଆଦିବାସୀମାନେ କେଉଁ କାଳରୁ କାଇକୁ ଖାଇଥାଆନ୍ତି।ମୟୂରଭଞ୍ଜରେ ପର୍ଯ୍ୟାପ୍ତ ପରିମାଣରେ ମିଳୁଥିବା କାଇକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ବିଭିନ୍ନ ଫୋରମରେ ଦାବି ହୋଇଆସୁଲା। ପରିଶେଷରେ ଶୁକ୍ରବାର କାଇ ପିମ୍ପୁଡିକୁ ମୟୂରଭଞ୍ଜର ଜିଓଗ୍ରାଫିକାଲ ଇଣ୍ଡିକେଟର ଭାବେ ପରିଚୟ ମିଳିପାରିଛି।

  • ରାଜ୍ୟରେ ଥମୁନି ଡ୍ରଗ୍ସ କାରବାର,ପୁଣି ଜବତ ହେଲା ବିପୁଳ ପରିମାଣର ଧଳା ଜହର

    ରାଜ୍ୟରେ ଥମୁନି ଡ୍ରଗ୍ସ କାରବାର,ପୁଣି ଜବତ ହେଲା ବିପୁଳ ପରିମାଣର ଧଳା ଜହର

    କ୍ରାଇମ୍ ବ୍ରାଞ୍ଚ ଏସଟିଏଫକୁ ବଡ଼ ସଫଳତା । ଏକ କୋଟି ଟଙ୍କାରୁ ଉର୍ଦ୍ଧ ମୂଲ୍ଯର ବ୍ରାଉନ ସୁଗାର ଜବତ । ଏହା ସହ ୨ ଜଣ ବ୍ରାଉନ୍ ସୁଗାର ବେପାରୀ ଗିରଫ ରାଜ୍ୟରେ ବ୍ରାଉନ୍ ସୁଗାର ଚୋରା ବେପାରକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଚାଲିଥିବା ଅପରେସନରେ କ୍ରାଇମ୍ ବ୍ରାଞ୍ଚ ଏସଟିଏଫ ଏକ ବଡ ଧରଣର ରେଡ୍ କରିଛି । ଗତକାଲି ସଂଧ୍ଯାରେ ଗୁପ୍ତ ତଥ୍ଯ ପାଇ ଏସଟିଏଫର ଏକ ଟିମ୍ ପୁରୀ ଜିଲ୍ଲା ପିପିଲି ଓ ଉତ୍ତରା ଛକ ନିକଟରେ ଛକି ରହିଥିଲା । ଏହି ସମୟରେ ପିପିଲି ଦେବିଗଳିର ଲିପୁନ୍ ପାଣ୍ଡେ ଓ ଖୋର୍ଦ୍ଦା ଜିଲ୍ଲା ଖୋର୍ଦ୍ଦା ଥାନା ଅନ୍ତର୍ଗତ ଶରଧାପୁର ମସଜିଦ୍ ଗଳିର ଶେଖ୍ ସୁଲେମାନ ସେଠାରେ ବ୍ରାଉନ ସୁଗାର ବିକ୍ରି କରିବା ପାଇଁ ପହଞ୍ଚିଥିଲେ । ଏହି ସମୟରେ ଏସଟିଏଫ୍ ସେମାନଙ୍କୁ ଗିରଫ କରିଥିଲା । ଏହା ସହ ସେମାନଙ୍କ ପାଖରେଥିବା ଏକ କେଜି ୮୦ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କକରିଥିଲା । ସେମାନେ ଏହି ନିଷିଦ୍ଧ ଡ୍ରଗ୍ସ କେଉଁଠୁ ଆଣିଥିଲେ, କେଉଁଠାରେ ବିକ୍ରି କରିଥାନ୍ତେ ତାହାର କୋଣସି ଉତ୍ତର ଦେଇ ପାରି ନ ଥିଲେ । ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା ।

    ଏସଟିଏଫର ସୂଚନା ଅନୁସାରେ ୨୦୨୦ ରୁ ଆରମ୍ଭ ହୋଇଥିବା ଏହି ଅପରେସନରେ ୭୨ କେଜିରୁ ଉର୍ଦ୍ଧ ବ୍ରାଉନ ସୁଗାର, ୨୦୨ ଗ୍ରାମ୍ କୋକନ୍, ୧୧୬ କେଜି ଗଞ୍ଜେଇ ୭୫୦ ଗ୍ରାମ୍ ଅଫିମ ଜବତ କରିଛି । ଏହା ସହ ୧୭୮ ଜଣ ନିଶା ବେପାରୀ ଗିରଫ ହୋଇଛନ୍ତି ।

  • ବଜ୍ରାଘାତ ନେଲା ଦଶ ଗୋରୁଙ୍କ ଜୀବନ

    ବଜ୍ରାଘାତ ନେଲା ଦଶ ଗୋରୁଙ୍କ ଜୀବନ

    ବଜ୍ରାଘାତରେ ଚାଲିଗଲା ୧୦ ଗାଈଙ୍କ ଜୀବନ । ଏଭଳି ଅବାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଧୀନ ସିରିକୋଇ ଗ୍ରାମରେ ।ସୁଚନା ଅନୁୟାୟୀ ସିରିକୋଇ ଗ୍ରାମର ଜୟ ଗୌଡ଼ ତାଙ୍କର ୧୦ ଟି ଗାଈକୁ ଅପରାହ୍ନରେ ନିକଟରେ ଥିବା ଏକ ଜଙ୍ଗଲକୁ ଚରାଇବାକୁ ନେଇଥିଲେ । ହଠାତ୍ ସେଠାରେ ବର୍ଷା ପବନ ହେବା ସହ ବଜ୍ରାଘାତ ହୋଇଥିଲା । ଫଳରେ ୧୦ ଟି ଗାଈଙ୍କ ଉପରେ ବଜ୍ରାଘାତ ପଡିବାରୁ ସେଠାରେ ହିଁ ଗାଈ ଗୁଡ଼ିଙ୍କର ମୃତ ଘଟିଥିଲା । କିନ୍ତୁ ଅଳ୍ପକ୍କେ ବର୍ତ୍ତି ଯାଇଥିଲେ ଗାଈ ଚରାଳି ଜୟ ଗୌଡ଼ । ଖବର ପାଇ ନେଟେଙ୍ଗା ରାଜସ୍ୱ ବିଭାଗ ଅଧିକାରୀ ପହଁଚି ତଦନ୍ତ କରିଥିବା ବେଳେ କ୍ଷତିପୁରଣ ଦେବାକୁ ସାଧାରଣରେ ଦାବି କକିଛନ୍ତି ଗ୍ରାମବାସୀ ।

  • ଦୀର୍ଘ ସମୟ ଧରି ପଡ଼ିରହିଲା ମୃତ ଶରୀର, କାରଣ ଅସ୍ପଷ୍ଟ

    ଦୀର୍ଘ ସମୟ ଧରି ପଡ଼ିରହିଲା ମୃତ ଶରୀର, କାରଣ ଅସ୍ପଷ୍ଟ

    ଦାଣ୍ଡରେ ପଡିଛି ଯୁବକଙ୍କ ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ । ସୂଚନା ଅନୁଯାୟୀ ବୌଦ୍ଧ ଥାନା ତାକୁଡ଼ ଗ୍ରାମର ରାସ୍ତା ଉପରେ ଏକ ମୃତଦେହ ପଡିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ତେବେ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ସନ୍ଦେହ କରାଯାଉଛି । ସକାଳୁ ଖବର ପ୍ରଚାରିତ ହେବା ପରେ ମୃତଦେହ ଦେଖିବା ପାଇଁ ଆଖପାଖ ଅଂଚଳରୁ ଲୋକେ ଭିଡ଼ ଜମିଥିଲା! ପରିବାର ଲୋକେ ପହଂଚି ଉକ୍ତ ମୃତଦେହ ଚିହ୍ନଟ କରିଛନ୍ତି । ମୃତକ ହେଲେ ପୁରୁଣାକଟକ ଥାନା ଛେଳିଲେଣ୍ଡି ଗ୍ରାମର ରମେଶ ବାରିକ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିବା ବେଳେ ଘଟଣା ସ୍ଥଳରେ ପାଲିସ ପହଂଚି ନଥିବା ଜଣାପଡିଛି।

  • ଚଳିତ ୨୨ ରୁ ବିଧାନସଭା ଆରମ୍ଭ

    ଚଳିତ ୨୨ ରୁ ବିଧାନସଭା ଆରମ୍ଭ

    ଚଳିତ ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ ବିଧାନସଭାର ସ୍ବଳ୍ପକାଳୀନ ମୌସୁମୀ ଅଧିବେଶନ। ଏହା ୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବାର ସୂଚନା ମିଳିଛି ଅଧିବେଶନର ପ୍ରଥମ ଦିବସରେ ପ୍ରଥମ ଅତିରିକ୍ତ ବଜେଟ୍‌ ୨୦୨୩-୨୪ ଆର୍ଥିକବର୍ଷ ପାଇଁ ଆଗତ ହେବ। ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି। ଅକ୍ଟୋବର ୩ ତାରିଖରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌ ଆଗତ ହେବ।

    ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ବିଧାନସଭାରେ ଖାଲିି ପଡ଼ିଥିବା ବାଚସ୍ପତି ପଦବୀ ପାଇଁ ସେପ୍ଟେମ୍ବର ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ ୧୮ ତାରିଖରେ ହେବ। କିଏ ବାଚସ୍ପତି ହେବେ ଓ କେବେ ନିର୍ବାଚନ ହେବ ତାକୁ ନେଇ ଗତ କିଛି ମାସ ଧରି କଳ୍ପନାଜଳ୍ପନା ଜାରି ରହିଥିଲା । ବାଚସ୍ପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଏହାର ଅନ୍ତ ଘଟିଛି।

    ସୂଚନାନୁଯାୟୀ, ଗତ ମେ’ ୧୨ ତାରିଖରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ମେ’ ୨୨ ତାରିଖରେ ସେ ଅର୍ଥ ବିଭାଗ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଦାୟିତ୍ୱ ନେବା ପୂର୍ବରୁ ଅର୍ଥ ବିଭାଗ ନିରଞ୍ଜନ ପୂଜାରୀଙ୍କ ହାତରେ ଥିଲା। ନିରଞ୍ଜନ ପୂଜାରୀ ଏବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି। ୨୦୨୨ ଜୁନ୍‌ରେ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଏହି ଆସନରେ ବିକ୍ରମ କେଶରୀ ଆରୁଖ ବସିଥିଲେ। କଥା ଉଠୁଛି ବାଚସ୍ପତି ପଦବୀ ପାଇଁ ତାରିଖ ଘୋଷଣା ହେବା ପରେ ଏହି ପଦବୀରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ନୃସିଂହ ଚରଣ ସାହୁ, ଦେବୀ ମିଶ୍ର ଓ ସ୍ନେହାଙ୍ଗିନୀ ଛୁରିଆ ପ୍ରମୂଖ ବାଚସ୍ପତି ଦୌଡ଼ରେ ସାମିଲ ଅଛନ୍ତି ।

  • ଭୁବନେଶ୍ବରରୁ କଳାହାଣ୍ଡିକୁ ବିମାନ ସେବା

    ଭୁବନେଶ୍ବରରୁ କଳାହାଣ୍ଡିକୁ ବିମାନ ସେବା

    ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ କାଲାହାଣ୍ଡି ଜିଲ୍ଲାର ଉତ୍କେଲା ଅଭିମୁଖେ ପ୍ରଥମ ନିର୍ଦ୍ଧାରିତ ବିମାନ ସେବାର ଶୁଭାରମ୍ଭ କରିଛନ୍ତି । ୯ ସିଟ୍ ବିଶିଷ୍ଟ ଏହି ବିମାନ M / s ଇଣ୍ଡିଆ ୱାନ ଏୟାର ଦ୍ୱାରା ଭୁବନେଶ୍ୱର-ଉତ୍କେଲା ମାର୍ଗକୁ ପରିଚାଳନା କରିବ । ଏହି ଅବସରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ଏବଂ ଏସ୍.ଏସ୍.ପି.ପି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ.ଜେନା ୫ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଏବଂ ସି ଆଣ୍ଡ ଟି ଡିପାର୍ଟମେଣ୍ଟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମେ ସପ୍ତାହକୁ ଦୁଇ ଦିନ ମଙ୍ଗଳବାର ଓ ଗୁରୁବାର ଏହି ବିମାନ ଉଡ଼ାଣ କରିବ। ପରେ ସପ୍ତାହକୁ ସବୁଦିନ ଉଣାଣ କରିବ। ଏଥିସହ ଉତ୍‌କେଲା ବିମାନବନ୍ଦରକୁ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉଦ୍‌ଘାଟନ କରିଛନ୍ତି। ସପ୍ତାହର ଦୁଇ ଦିନ ସକାଳ ୭ଟା ୧୫ରେ ଭୁବନେଶ୍ବରରୁ ଉଡ଼ିବ ବିମାନ ସେବା । ଭୁବନେଶ୍ବର ଛାଡ଼ି ୮ଟା ୨୫ରେ ଉତ୍‌କେଲାରେ ଏହି ବିମାନ ପହଞ୍ଚିବ। ସେହିପରି ଉତ୍‌କେଲାରୁ ସକାଳ ୮.୫୦ରେ ବାହାରି ୧୦ଟାରେ ଭୁବନେଶ୍ବରରେ ପହଞ୍ଚିବ।