Category: ରାଜ୍ୟ ଖବର

  • ଆଜି କ୍ୟାବିନେଟ ବୈଠକ

    ଆଜି କ୍ୟାବିନେଟ ବୈଠକ

    ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ରାଜ୍ୟ ମନ୍ତ୍ରୀ ପରିଷଦ ଏବଂ କ୍ୟାବିନେଟ ବୈଠକ। ଏହି ବୈଠକରେ ଅତିରିକ୍ତ ବଜେଟର ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିବ। ସେହିପରି ରାଜ୍ୟ କ୍ୟାବିନେଟ ବୈଠକରେ ପ୍ରାୟ ୧୫ରୁ ଊର୍ଦ୍ଧ୍ବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପସ୍ଥାପନ ଓ ଅନୁମୋଦନ ଲାଭ କରିପାରେ ବୋଲି କୁହାଯାଉଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ପ୍ରାୟ ୨୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଆଣିପାରନ୍ତି। ମନ୍ତ୍ରୀ ପରିଷଦର ଅନୁମୋଦନ ପରେ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭା ମୌସୁମୀ ଅଧିବେଶନରେ ଅତିରିକ୍ତ ବଜେଟ୍ ଆଗତ ହେବ ।ଏହା ବାଦ୍ କ୍ୟାବିନେଟ୍ ବୈଠକରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହେବାର ସମ୍ଭାବନା ରହିଛି । ପ୍ରାୟ ୧୫ରୁ ଅଧିକ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିପାରେ । ସୂଚନା ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ ୩୦ହଜାର କୋଟି ଟଙ୍କାର ବଜେଟ୍ ଆସିଥିଲା ।

  • ରାଜ୍ୟରେ ଆତଙ୍କ ଖେଳାଇଛି ସ୍କ୍ରବ ଟାଇଫସ

    ରାଜ୍ୟରେ ଆତଙ୍କ ଖେଳାଇଛି ସ୍କ୍ରବ ଟାଇଫସ

    ରାଜ୍ୟରେ ଏବେ ଆତଙ୍କ ଖେଳାଇଛି ସ୍କ୍ରବ ଟାଇଫସ । ଗୋଟୋଏ ପରେ ଗୋଟାଏ ରୋଗୀ ଏଥିରେ ଆକ୍ରାନ୍ତ ହେଉଛନ୍ତି । ଏନେଇ ବଢୁଛି ଚିନ୍ତା । ସୁନ୍ଦରଗଡ଼ରେ ଜିଲ୍ଲାରେ ସ୍କ୍ରବ ଟାଇଫସ୍ ମାମଲା ଜାନୁଆରୀ ମାସରୁ ବର୍ତ୍ତମାନ ସୁଦ୍ଧା ୧୩୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ସୁସ୍ଥ ରହିଥିବା କହିଛନ୍ତି ଭାରପ୍ରାପ୍ତ ସିଡିଏମଓ କାହ୍ନୁଚରଣ ନାୟକ । ମ଼ତ ରୋଗୀ ଜଣଙ୍କ ସ୍କ୍ରବ ଟାଇଫସ ରୋଗରେ ପୀଡିତ ହେବା ପରେ ପାଖାପାଖି ୨୦ ଦିନ ଧରି ଆଇସିୟୁରେ ଚିକତ୍ସିତ ହେଉଥିଲେ । ଏତଦବ୍ୟତୀତ ସେ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ । ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଔଷଧ ଓ ନମୁନା ପରୀକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଭାରପ୍ରାପ୍ତ ସିଡିଏମ୍ଓ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ବରଗଡ ଜିଲ୍ଲାରେ ସର୍ବାଧିକ ମାମଲା ଦେଖିବାକୁ ମିଳିଛି । ଦୁଇ ସପ୍ତାହ ମଧ୍ୟରେ ବରଗଡ ଜିଲ୍ଲାରେ ଏହି ରୋଗରେ ୫ ଜଣଙ୍କର ମୃତ୍ୟୁ ହୋଇଛି । କେବଳ ବରଗଡ ନୁହେଁ ସୁନ୍ଦରଗଡ, କେନ୍ଦୁଝର, ନବରଙ୍ଗରପୁର ଜିଲ୍ଲାରେ ମଧ୍ୟ ସ୍କ୍ରବ ଟାଇଫସ ମାମଲା ଚିହ୍ନଟ କରାଯାଇଛି । ଏଥିରୁ ସତର୍କ ରହିବା ପାଇଁ ଗତକାଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ଚିଗର ନାମକ ଏକ ନାଲି କୀଟ କାମୁଡିବା ଦ୍ୱାରା ଏହି ସ୍କ୍ରବ ଟାଇଫସ ହୋଇଥାଏ । କିନ୍ତୁ ଏହି କୀଟକୁ ଚିହ୍ନିବ କଷ୍ଟକର । ଏଥିରେ ଜ୍ୱର ଲାଗି ରହିଥାଏ । ଆଂଠୁଗଣ୍ଠି ଘୋଳାବିନ୍ଧା, ସହ କିଡନୀ ଓ ମସ୍ତିଷ୍କ ଉପରେ ଏହାର ପ୍ରଭାବ ପଡିଥାଏ । ମୃତ୍ୟୁ ଆଶଙ୍କା ଥିବାରୁ ସତର୍କ ରହିବା ଜରୁରୀ ।

  • ୧୬ ଯାଏ ପ୍ରବଳ ବର୍ଷିବ

    ୧୬ ଯାଏ ପ୍ରବଳ ବର୍ଷିବ

    ବୁଧବାର ସୃଷ୍ଟ ଲଘୁଚାପ ଏବେ ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିବା ସହ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ମଧ୍ୟରେ କେନ୍ଦ୍ରୀଭୂତ ରହିଛି । ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବାରୁ ଆହୁରି ବଢ଼ିବ ବର୍ଷା ପରିମାଣ । ଫଳରେ ଆହୁରି କଲବଲ ହେବେ ରାଜ୍ୟବାସୀ।

    ଆସନ୍ତାକାଲିଠାରୁ ଲଘୁଚାପ କ୍ଷେତ୍ର ସ୍ଥଳ ଭାଗକୁ ପ୍ରବେଶ କଲେ ଜଳୀୟ ବାଷ୍ପର ମାତ୍ରା କମିବ । ଫଳରେ ବର୍ଷାର ମାତ୍ରା କମିବ । ତେବେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଛତିଶଗଡ଼ ଆଡ଼କୁ ମୁହାଁଉଥିବାରୁ ଉପକୂଳରେ ବର୍ଷା ପରିମାଣ କମିବା ସହ ପଶ୍ଚିମ ଓଡ଼ିଶାର ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ଆସନ୍ତାକାଲି ଠାରୁ ବର୍ଷାର ପରିମାଣ କମିବ । ଉପରମୁଣ୍ଡରେ ବର୍ଷା ବଢ଼ିବ । କିଛି ନଦୀରେ ଜଳସ୍ତର ବଢ଼ିପାରେ । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ରହିଛି ।

    ଆଜି ମଧ୍ୟାହ୍ନ ପର ଠାରୁ ବର୍ଷାର ପ୍ରଭାବ କମିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଲାଗି ରହିବ । ସେପ୍ଟେମ୍ବର ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ଅଗଷ୍ଟରେ ନିଅଣ୍ଟିଆ ବର୍ଷା ହୋଇଥିଲା । ୧୯ ତାରିଖ ପରେ ପୁଣି ବର୍ଷା ବଢ଼ିବାର ସମ୍ଭାବନା ଥିବାରୁ ନିଅଣ୍ଟିଆ ସ୍ଥିତି ରହିବ ନାହିଁ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

  • ଚଡକ ମାରି ବଳଦ ମୃତ୍ୟୁ

    ଚଡକ ମାରି ବଳଦ ମୃତ୍ୟୁ

    ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ପଂଚାୟତ ନାବାଦୀପ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ବିଜୁଳି ମାରି ୩ଗୋରୁ ମୃତ । ସୁଚନା ଅନୁଯାୟୀ ନାବଦୀପ ପୁର ରହଣି ଛକ ଠାରେ ମଦନ ଭୋଇ ଗୋରୁ ଚରାଉ ଥିବା ବେଳେ ମଙ୍ଗଳବାର ଅପରାହ୍ନରେ ବଳଦ ଚାରୁଥିବା ସମୟରେ ଚଡକ ମାରି ୩ବଳଦର ମୃତ୍ୟୁ ଘଟିଛି ।

    ନାବଦୀପପୁର ଗ୍ରାମର ନିରୁ ପ୍ରଧାନ, ସୁକୁଟୁ ପ୍ରଧାନ ଓ ନିର୍ମଳ ପ୍ରଧାନର ଗୋଟିଏ ଲେଖାଏଁ ବଳଦର ମୃତୁ ଘଟିଛି । ଫଳରେ ପରିବାର ଦୁଃଖରେ ଭାଂଗିପଡ଼ିଛନ୍ତି । ତେବେ କ୍ଷତିପୂରଣ ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ୩ପରିବାର ।

  • ପୋଲିସ ଟ୍ରେନିଂ କଲେଜକୁ ୮୬ ବର୍ଷ ପୁର୍ତ୍ତୀ ନେଇ ରକ୍ତ ଦାନ ଶିବିର ଅନୁଷ୍ଠିତ

    ପୋଲିସ ଟ୍ରେନିଂ କଲେଜକୁ ୮୬ ବର୍ଷ ପୁର୍ତ୍ତୀ ନେଇ ରକ୍ତ ଦାନ ଶିବିର ଅନୁଷ୍ଠିତ

    ଅନୁଗୋଳ ଜିଲ୍ଲାର ପୋଲିସ ଟ୍ରେନିଂ କଲେଜ ଠାରେ ଆଜି ଶନିବାର ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସୂଚନା ଯେ, ଆଜି ଅନୁଗୋଳ ପୋଲିସ ଟ୍ରେନିଂ କଲେଜକୁ ୮୬ ବର୍ଷ ପୁର୍ତ୍ତୀ ନେଇ ଏହି ରକ୍ତ ଦାନ ଶିବିର ଅନୁଷ୍ଠିତ କରାଯାଇଥିଲା ।

    ଏହି ରକ୍ତ ଦାନ ଶିବିରଟିକୁ ଅନୁଗୋଳ ଡି ଆଇ ଜି ଯେ.ଏନ ପଙ୍କଜ ଉଦଘାଟନ କରିବା ସହିତ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ରକ୍ତ ଶିବିରଟି ସକାଳ ୯ ଘଟିକାରୁ ଆରମ୍ବ ହୋଇଥିଲା । ଏହି ରକ୍ତ ଦାନ ଶିବିରଟିକୁ ଅନୁଗୋଳ ପୋଲିସ ଟ୍ରେନିଂ କଲେଜର ଅଧିକାରୀ ମାନେ ଆୟୋଜନ କରିଥିଲେ।

  • ଚାଷ ଜମିରେ ବଜ୍ରାଘାତ, ଯୁବକଙ୍କ ମୃତ୍ୟୁ

    ଚାଷ ଜମିରେ ବଜ୍ରାଘାତ, ଯୁବକଙ୍କ ମୃତ୍ୟୁ

    ପୁଣି ଜଣେ ବ୍ଯକ୍ତିଙ୍କର ବଜ୍ରାଘାତରେ ମୃତ୍ଯୁ ଘଟିଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ବାଶଂଡା ଥାନା ଅଧିନସ୍ଥ ଘଣ୍ଟେଶ୍ବର ବିଜାପୁର ଗ୍ରାମରେ । ଗତକାଲି କ୍ଷେତକୁ ବାସୁଦେବ ନାୟକ ଚାଷ କାର୍ଯ୍ୟ ପାଇଁ ଯାଇଥିବାବେଳେ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି ।

    ମୃତ ନାୟକ ତିହିଡ଼ି ବ୍ଲକ ଅନ୍ତର୍ଗତ ଯାମଜୋଡି ପଞ୍ଚାୟତ ଥିବା ଚାଷ ଜମି କୁ ଯାଉଥିବା ସମୟରେ ବଜ୍ରାଘାତରେ ତାଙ୍କର ଦେହର ଅଳ୍ପ କିଛି ଅଂଶ ପଡିଯାଇଥିଲା। ତା’ପରେ ତାଙ୍କୁ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ଏବଂ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

    ଖବର ପାଇ ବାଶଂଡା ପୋଲିସ ପହଞ୍ଚିଥିଲା ଏବଂ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲା ।

  • ଦଳ ନା ସ୍ୱାଧୀନରୁ ଲଢ଼ିବେ ସୁରଙ୍କ ପୁଅ ମନ୍ମଥ ରାଉତରାୟ ?

    ଦଳ ନା ସ୍ୱାଧୀନରୁ ଲଢ଼ିବେ ସୁରଙ୍କ ପୁଅ ମନ୍ମଥ ରାଉତରାୟ ?

    କିଛି ଦିନ ଧରି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ପୁଅ ମନ୍ମଥ ରାଉତରାୟଙ୍କ ମଧ୍ୟରେ ରାଜନୀତିକୁ ନେଇ ବିଭିନ୍ନ କଥା ସାମ୍ନାକୁ ଆସିବା ସହ ବିଭିନ୍ନ ଚର୍ଚ୍ଚା କରାଯାଉଥିଲା। ଏହାକୁ ନେଇ ଉଭୟଙ୍କ ମନ୍ତବ୍ୟ ମଧ୍ୟ ଗଣମାଧ୍ୟମ ଜରିଆରେ ସାମ୍ନାକୁ ଆସିଥିଲା। ମୁଁ କଂଗ୍ରେସରୁ ଲଢ଼ିବିନାହିଁ । ଏକଥା ବୁଧବାର ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ୨୦୨୪ ସାଧାରଣ ନିର୍ବାଚନରେ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ସେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିବା ପରେ ଚର୍ଚ୍ଚା ଆହୁରି ବଢ଼ିଯାଇଛି । ସେ ବିଜେଡି ନା ଅନ୍ୟ କୌଣସି ଦଳରେ ସାମିଲ ହେବେ ଏପରି ନାନା କଳ୍ପନାଜଳ୍ପନା ଓ ପ୍ରଶ୍ନ ଲୋକଙ୍କ ମଧ୍ୟରେ ଉଙ୍କି ମାରିଛି। ଏହାମଧ୍ୟରେ ଶୁକ୍ରବାର କଂଗ୍ରେସରୁ ନିଲମ୍ବିତ ହେଲେ ମନ୍ମଥ ରାଉତରାୟ। ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି। କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପିସିସି ସଦସ୍ୟ ଥାଇ ମଧ୍ୟ କଂଗ୍ରେସରୁ ଲଢିବେନି ବୋଲି ମନ୍ତବ୍ୟ ଦେବା ସହ କଂଗ୍ରେସର ନହେବା ନେଇ ଗଣମାଧ୍ୟମ ସମ୍ମୁଖରେ କହିଥିଲେ। ଏହାପରେ କାରଣ ଦର୍ଶାଅ ନୋଟିସ୍‌‌ର ଉତ୍ତର ନଦେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସୂଚନା ମିଳିଛି।

  • ରାଜଧାନୀରେ ତୁହାକୁତୁହା ବର୍ଷା, ୧୮ ଜିଲାକୁ ସତର୍କ ସୂଚନା ଜାରି

    ରାଜଧାନୀରେ ତୁହାକୁତୁହା ବର୍ଷା, ୧୮ ଜିଲାକୁ ସତର୍କ ସୂଚନା ଜାରି

    ଆଜି ମଧ୍ୟାହ୍ନରୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମିରହିଛି । ସେପଟେ କଟକରେ ମଧ୍ୟ ବର୍ଷା ଲାଗିରହିଛି। ପାଣି ଜମିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ମୌସୁମୀ ପ୍ରବାହ ସକ୍ରିୟ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଅତି ପ୍ରବଳ ବର୍ଷା ନେଇ ୪ ଓ ପ୍ରବଳ ବର୍ଷା ପାଇଁ ୧୪ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବଲପୁର, ଝାରସୁଗୁଡା, ବରଗଡ, ସୁନ୍ଦରଗଡରେ ଅତିପ୍ରବଳ ବର୍ଷା ହେବ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଏବଂ ଦେବଗଡରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁୁ ସତର୍କ ସୂଚନା ଜାରି କରାଯାଇଛି।

  • ପରଲୋକରେ ରବୀନ୍ଦ୍ର ନାରାୟଣ ମିଶ୍ର

    ପରଲୋକରେ ରବୀନ୍ଦ୍ର ନାରାୟଣ ମିଶ୍ର

    ଆଖି ବୁଜିଲେ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରାକ୍ତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ। ହୃଦ୍‌ଘାତରେ ତାଙ୍କର ବିୟୋଗ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା। ସରକାରୀ ଚାକିରି କରିଥିଲେ ମଧ୍ୟ ରବୀନ୍ଦ୍ର ନାରାୟଣ ମିଶ୍ର ସାହିତ୍ୟ ପ୍ରତି ରୁଚି ରଖିଥିଲେ। ଆକାଶବାଣୀରେ ଅନେକ କବିତା, ଗଳ୍ପ ଓ ପ୍ରବନ୍ଧ ପାଠ କରି ଅଜଶ୍ର ପ୍ରଶଂସା ସାଉଣ୍ଟିଥିଲେ। ଜଣେ ନିଷ୍ଠାପର, ଦକ୍ଷ ଏବଂ ସଚ୍ଚୋଟ ଅଫିସରଭାବେ ସେ ଲୋକପ୍ରିୟତା ଅର୍ଜନ କରିଥିଲେ। ଶ୍ରୀ ମିଶ୍ର ଜଣେ ସୁସାହିତ୍ୟିକ, ଲେଖକ ଏବଂ ପ୍ରବଚକ ଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ସେ କିଛି ପୁସ୍ତକ ରଚନା କରିଛନ୍ତି। ‘ଆକାଶଦୀପ’ ପରି କାଳଜୟୀ ଗଳ୍ପ ଓ ‘କଥାନୁଭୂତିରେ ଶ୍ରୀଜଗନ୍ନାଥ’, ‘କଥାରେ କଥାରେ ଶ୍ରୀଜଗନ୍ନାଥ’ ଇତ୍ୟାଦି ସତ୍ୟ ଅନୁଭୂତି ସମ୍ୱନ୍ଧିୟ ଲେଖା ସ୍ୱଗତ ମିଶ୍ର ଜୀବନ କାଳ ଭିତରେ ଲେଖିଛନ୍ତି। ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ଏବଂ ଚାବି ହଜିବା ସମ୍ପର୍କରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ଦେଇ ଶ୍ରୀ ମିଶ୍ର ଚର୍ଚ୍ଚାକୁ ଆସିଥିଲେ। ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଗତବର୍ଷ ତାଙ୍କୁ ସମ୍ମାନିତ କରାଯାଇଥିଲା। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଓ ପୁତ୍ର ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

  • ଡାକ ବିଭାଗର ବିଚିତ୍ର ସେବା, ୫ ବର୍ଷ ପରେ ପହଁଚିଲା ୧୦୦୦ ଟଙ୍କାର ମନିଅଡର

    ଡାକ ବିଭାଗର ବିଚିତ୍ର ସେବା, ୫ ବର୍ଷ ପରେ ପହଁଚିଲା ୧୦୦୦ ଟଙ୍କାର ମନିଅଡର

    ଭାରତବର୍ଷ ରେ ଟଙ୍କା ପ୍ରେରଣ ଏବଂ ପତ୍ର ବିନିମୟ ର ମୁଖ୍ୟ ସୁରକ୍ଷିତ ବ୍ୟବସ୍ଥା ହେଲା ଭାରତୀୟ ଡାକ ବିଭାଗ କିନ୍ତୁ ସେହି ବିଭାଗ ରେ ଟଙ୍କା ପଠେଇ ସାରିଲା ପରେ ଯଦି ସେ ଟଙ୍କା ଠିକଣା ଜାଗାରେ ନ ପହଂଚି ବର୍ଷ ବର୍ଷ ଧରି ଡାକ ବିଭାଗ ରେ ପଡ଼ିରହିବ ତାହାଲେ ଡାକ ବିଭାଗ ଉପରୁ ସାଧାରଣ ଜନତା ଙ୍କ ଆସ୍ଥା ତୁଟିଯିବା ସହିତ ଯେଉଁ କାର୍ଯ୍ୟ ପାଇଁ ଟଙ୍କା ପ୍ରେରଣ ହୋଇଥିଲା ସେ କାର୍ଯ୍ୟ ରେ ବି ବାଧା ସୃଷ୍ଟି ହେବା ସ୍ୱାଭାବିକ | ସେହି ପରି ଏକ ଘଟଣା ଦେଖିବାକୁ ମିଳିଛି ଅସ୍ତରଙ୍ଗ ବ୍ଲକ ପାଟଳଦା ପଞ୍ଚାୟତ ଆଦିକନ୍ଦ ପୁର ଗ୍ରାମର ସୁଧୀର କୁମାର କରଙ୍କ ସହିତ ସୂଚନା ମୁତାବକ ୨୦୧୮ ମସିହା ଅଗଷ୍ଟ ୨୪ ତାରିଖ ରେ ଚନ୍ଦନପୁର ସବ ପୋଷ୍ଟ ଅଫିସ ରେ ବିରନରସିଂହ ପୁର ଗ୍ରାମର ପ୍ରକାଶ କୁମାର ରଥ ଏକ ହଜାର ଟଙ୍କା ସୁଧୀର କୁମାର କର ଙ୍କ ପାଖକୁ ମନି ଅଡର ମାଧ୍ୟମରେ ପଠେଇ ଥିଲେ ଯାହାର ଇ ଏମ ଓ ନମ୍ବର ୦୬୬୭୪୩୩୫୦୮୭୫୨୪୧୦୧୦ କିନ୍ତୁ ବିଡମ୍ବନା ର ବିଷୟ ସେ ଟଙ୍କା ଠିକଣା ଜାଗାରେ ପହଂଚିନଥିଲା। କଣ ପାଇଁ ଟଙ୍କା ପହଁଚିଲାନି ଡାକ ଘରେ ପଚାରିବାରୁ ସେଠୁ କିଛି ସନ୍ତୋଷଜନକ ଉତ୍ତର ମିଳିନଥିଲା। କିନ୍ତୁ ବହୁ ପ୍ରତୀକ୍ଷା ର ଅନ୍ତ ଘଟାଇ ଶେଷରେ ଦୀର୍ଘ ବର୍ଷ ପରେ ୨୦୨୩ ମସିହା ସେପ୍ଟେମ୍ବର ୪ ତାରିଖ ରେ ମନିଅଡର ଆସି ପହଞ୍ଚିଚି। କେଉଁ କାରଣ ରୁ ଏବଂ କାହାର ଅବହେଳାରୁ ଏମିତି ଅବହେଳା ହୋଇଛି ତାହା ତଦନ୍ତ ସାପେକ୍ଷ।