Category: ରାଜ୍ୟ ଖବର

  • ହସ୍ପିଟାଲରେ ଲୋକପ୍ରିୟ କଣ୍ଠଶିଳ୍ପୀ

    ହସ୍ପିଟାଲରେ ଲୋକପ୍ରିୟ କଣ୍ଠଶିଳ୍ପୀ

    କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ବୋଲି ଜଣାପଡିଛି । ଗୁରୁତର ଅସୁସ୍ଥ ଶାନ୍ତିଲତା ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଅସୁସ୍ଥ ଥିବା ଘଟଣା ଶାନ୍ତିଲତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ। ନିଜ କଣ୍ଠର ମିଠାପଣ ସହିତ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ବିଭୁ ଚେତନା ସୃଷ୍ଟି କରେ। ଏକ ସାକ୍ଷାତକାରରେ ସେ କହିଥିଲେ ଯେ ‘ପିଲାବେଳୁ ମୁଁ ଗୀତ ଗାଉଥିଲି। ସେଥିପାଇଁ ସ୍କୁଲରେ ବିଭିନ୍ନ କାର୍ଯ୍ୟକ୍ରମରେ ମତେ ଗାଇବାର ସୁଯୋଗ ମିଳୁଥିଲା। ଭଲ ଗାଉଥିଲି ବୋଲି ସ୍କୁଲରେ ସାଙ୍ଗସାଥୀ, ଶିକ୍ଷକ, ଶିକ୍ଷୟିତ୍ରୀମାନେ କୋଇଲି ବୋଲି ଡାକୁଥିଲେ’’। ତେବେ ତାଙ୍କର ଅନେକ ସଂଖ୍ୟାରେ ପ୍ରଶଂସକ ରହିଛନ୍ତି । ଶାନ୍ତିପ୍ରିୟାଙ୍କ ଏପରି ଅସୁସ୍ଥ ଖବର ପାଇ ସାରା ଇଣ୍ଡଷ୍ଟ୍ରିକୁ ଆଶ୍ଚର୍ଯ୍ୟ କରିଦେଇଛି ।

  • ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ, ରହିଛି ମୋଟ୍ ୮ଟି କାର୍ଯ୍ୟ ଦିବସ

    ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ, ରହିଛି ମୋଟ୍ ୮ଟି କାର୍ଯ୍ୟ ଦିବସ

    ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ। ଅକ୍ଟୋବର ୪ ତାରିଖ ଯାଏ ଚାଲିବାକୁ ଥିବା ଅଧିବେଶନରେ ମୋଟ୍ ୮ଟି କାର୍ଯ୍ୟ ଦିବସ ରହିଛି । ସକାଳ ୧୧ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ସାଢେ ୧୦ଟାରେ ବିଜେଡିର ବିଧାୟକ ଦଳ ବୈଠକ ବସିଥିଲା । ବୈଠକରେ ଦଳ ଗୃହ କାର୍ଯ୍ୟ ପାଇଁ ରଣନୀତି କରିବ। ଅନ୍ୟ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ମଧ୍ୟ ବିଧାୟକ ଦଳ ବୈଠକରେ ନିଜ ରଣନୀତି ପ୍ରସ୍ତୁତ କରିବେ। ବିରୋଧୀଙ୍କ ଦ୍ବାରା ଆଗତ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି। ସେପଟେ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ କଂଗ୍ରେସ ପ୍ରସଙ୍ଗ କରିଥିଲା । ଅନ୍ୟପଟେ ବିଧାନସଭା ଆରମ୍ଭ ହେଉ ହେଉ ଆରମ୍ଭ ହୋଇଯାଇଛି ବିକ୍ଷୋଭ, ଧାରଣା । ବିଧାନସଭା ସମ୍ମୁଖରେ ଆଜି ଗର୍ଜୁଛନ୍ତି ଜନତା । ମୋ ଦଳର କର୍ମୀ । ୫ଟି ସଚିବଙ୍କୁ ବିରୋଧ କରି ଚାଲିଛି ନାରାବାଜି । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ସଚିବ କିଏ ? ଯଦି ସଚିବ ସବୁ କରିବେ ନେତା ନିର୍ବାଚନ କାହିଁକି ? ଆସନ୍ତା ୨୮ ତାରିଖରେ ୨୦୨୩-୨୪ ଆର୍ଥିକବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ। ଅକ୍ଟୋବର ୩ ତାରିଖରେ ଗୃହୀତ ହେବ ବ୍ୟୟ ମଞ୍ଜୁରୀ ବିଲ୍।

  • ବିପୁଳ ପରିମାଣରେ ଗଞ୍ଜେଇ ଜବତ, ୩ ଗିରଫ

    ବିପୁଳ ପରିମାଣରେ ଗଞ୍ଜେଇ ଜବତ, ୩ ଗିରଫ

    ବରଗଡ଼ ଟାଉନ ଥାନା ପକ୍ଷରୁ ବୀର ଛକରେ ଦୁଇଟି ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ପୋଲିସର ପେଟ୍ରୋଲିଂ ଚାଲିଥିବା ବେଳେ ସନ୍ଦେହରେ ଦୁଇଟି ଗାଡି କୁ ଯାଞ୍ଚ କରିଥିଲା । ସେଥିରୁ ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ ଗିରଫ କରିଛି ଟାଉନ ପୋଲିସ । ଗିରଫ ଯୁବକମାନେ ଜବଲପୁର ମସନିଆ ଗ୍ରାମର ଜୟ ସାହୁ, ଅଭିଷେକ ସିଦାର, ବିଜୟ ଖୁସବା ବୋଲି ଜଣାପଡିଛି । ଜବତ ଗଞ୍ଜେଇ ବୌଦ୍ଧ ଅଞ୍ଚଳରୁ ଛତିଶଗଡ଼ ଚାଲାଣ ହେଉଥିବା ବେଳେ ଏନେଇ ପୋଲିସ ତଦନ୍ତ ଜାରିରଖିଛି । ତେବେ ଏହାର ଚେର କେତେ ଦୂର ଲମ୍ବିଛି ସେନେଇ ଅଧିକ ତଦନ୍ତ କରୁଛି ଟାଉନ ପୋଲିସ |

  • ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡା ବିଜେଡିରୁ ବହିଷ୍କୃତ

    ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡା ବିଜେଡିରୁ ବହିଷ୍କୃତ

    ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କୁ ଗୁରୁବାର ବିଜେଡିରୁ ବହିଷ୍କୃତ କରାଯାଇଛି। ୨ ବିଧାୟକଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି। ଜନ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କୃତ କରାଯାଇଛି ବୋଲି ଜଣାପଡିଛି। ଏହାସହ ସୌମ୍ୟ ରଞ୍ଜନଙ୍କ ବିରୋଧରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)ରେ ମାମଲା ରୁଜୁ ହୋଇଛି। ଏହାସହ ବ୍ୟାଙ୍କ ସ୍କାମ ଅଭିଯୋଗ ମଧ୍ୟ ରହିଛି। ୨ ବିଧାୟକଙ୍କୁ ବହିଷ୍କାର କରିଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ନିଜେ ବିଜେଡି ସୁପ୍ରିମୋ ସାମ୍ବାଦିକ ସମ୍ମିଳନୀ ଯୋଗେ ଜଣାଇଛନ୍ତି।

    ସୂଚନା ଯୋଗ୍ୟ, ସେପ୍ଟେମ୍ବର ୧୨ରେ ବିଜେଡି ଉପସଭାପତି ପଦରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବହିଷ୍କୃତ ହେବାର ଘୋଷଣା ନାମାରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତକୁ ନେଇ ସୌମ୍ୟ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ବିଜେଡି ସୁପ୍ରିମୋ ନିଜେ ୨ ବିଧାୟକଙ୍କ ବହିଷ୍କୃତ ବିଷୟରେ ସାମ୍ବଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି।

  • ସମୁଦ୍ରର ପ୍ରଖର ସ୍ରୋତରେ ବୁଡିଗଲା ମାଛଧରା ବୋଟ

    ସମୁଦ୍ରର ପ୍ରଖର ସ୍ରୋତରେ ବୁଡିଗଲା ମାଛଧରା ବୋଟ

    ଚାହୁଁ ଚାହୁଁ ସମୁଦ୍ରର ପ୍ରଖର ସ୍ରୋତରେ ବୁଡିଗଲା ମାଛଧରା ବୋଟ । ସମୁଦ୍ରରୁ ମାଛ ଧରି ଫେରୁଥିବା ସମୟରେ ପାରାଦୀପର ନେହେରୁବଙ୍ଗଳା ମହାନଦୀ ମୁହାଣ ମୁହଁରେ ଘଟିଛି ଏପରି ଦୁଃଖଦାୟକ ଘଟଣା । ବୁଡିଯାଇଥିବା ‘ମା’ ବାସୁଳେଇ ଭରଷା-୨’ ନାମକ ବୋଟରେ ଥିଲେ ୮ ଜଣ ମତ୍ସ୍ୟଜୀବୀ । ଜୀବନ ବଞ୍ଚାଇବା ପାଇଁ ବୋଟରେ ଥିବା ପ୍ଲାଷ୍ଟିକ ଜାର ଧରି ମୁହାଁଣରେ ମମତ୍ସ୍ୟଜୀବୀ ମାନେ ପହଁରିବା ଆରମ୍ଭ କରିଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ତୁରନ୍ତ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଙ୍ଘ ତରଫରୁ ଏକ ବୋଟ ପଠାଯାଇଥିଲା । ଯେଉଁଥିରେ ସମୁଦ୍ର ମଧ୍ୟରୁ ତିନି ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇଥିଲା ।

    ସେପଟେ ଏହି ଅଘଟଣ ସମୟରେ ଫେଲ୍ ମାରିଲା କୋଷ୍ଟଗାର୍ଡର ରେସ୍କ୍ବ ହେଲିକପ୍ଟର । ଅନ୍ଧାର ଯୋଗୁଁ ଗତକାଲି ଉଦ୍ଧାର କାର୍ଯ୍ୟ ବନ୍ଦ କରି ଦିଆଯାଇଥିଲା । ଶେଷ ସୂଚନା ମୁତାବକ ମୋଟ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୩ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। ଏହି ଘଟଣାରେ ମେରାଇନ ପୋଲିସ, ପାରାଦ୍ଵୀପ ବନ୍ଦର, ମତ୍ସ୍ୟଜୀବୀ ଓ କୋଷ୍ଟଗାର୍ଡର ମିଳିତ ଅପରେସନ ଚଳାଇଥିଲା । ମତ୍ସ୍ୟଜୀବୀ ମାନେ ତିନି ଜଣଙ୍କୁ ଉଦ୍ଧାର କରିଥିବା ବେଳେ ପାରାଦ୍ଵୀପ ବନ୍ଦରର ଡକ୍ ବୋଟ ଦ୍ବାରା ଦୁଇ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି ।

    ଲଘୁଚାପ ଯୋଗୁଁ ମୁହାଣରେ ପ୍ରଖର ସ୍ରୋତ କାରଣରୁ ମତ୍ସ୍ୟଜୀବୀ ମାନଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇପାରି ନାହିଁ । ତେବେ ମୁହାଣ ମୁହଁରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ମତ୍ସ୍ୟଜୀବୀମାନଙ୍କୁ ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ବିଫଳ ହୋଇଥିବା ନେଇ ଓମ୍ଫା ତରଫରୁ ପ୍ରକାଶ କରାଯାଇଥିବା ବେଳେ ଫସି ରହିଥିବା ମତ୍ସ୍ୟଜୀବୀ ମାନଙ୍କୁ ତୁରନ୍ତ ହେଲିକପ୍ଟର ସହାୟତାରେ ଉଦ୍ଧାର କରାଯିବାକୁ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଙ୍ଘ ଓ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି । ତେବେ ମୁହାଣ ମୁହଁରେ ପ୍ରଖର ସ୍ରୋତ ସତ୍ୱେ ଓମ୍ଫା ତରଫରୁ ସମୁଦ୍ର ମୁହାଣ ମୁହଁରେ ଫସି ରହିଥିବା ମତ୍ସ୍ୟଜୀବୀ ମାନଙ୍କୁ କିପରି ଉଦ୍ଧାର କରାଯାଇପାରିବ ଏ ନେଇ ପ୍ରଚେଷ୍ଟା ଜାରି ରହିଛି ।

  • ଓଲଟିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

    ଓଲଟିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

    କୁଜଙ୍ଗ ପଥୁରିଆ ଗଡା ନିକଟରେ ଓଲଟିଲା ବସ। ବସ ର ନାମ ରାଜନ । ଦୁଇ ବସ ମଧ୍ୟରେ ଓଭରଟେକ ସମୟରେ ଘଟିଛି ଘଟଣା। କିଛି ଯାତ୍ରୀ ଆହାତ ହୋଇଥିବା ବେଳେ କେହି ମୃତାହତ ହୋଇନଥିବା ସୂଚନା।

  • ପୁଣି ଦନ୍ତା ନେଲା ଆଉ ଏକ ଜୀବନ

    ପୁଣି ଦନ୍ତା ନେଲା ଆଉ ଏକ ଜୀବନ

    ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନୁଗୋଳ ବ୍ଲକ ବସଲା ଗ୍ରାମରେ ହାତୀ ଆକ୍ରମଣ ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ବସଲା ଗ୍ରାମର ଭାବଗ୍ରାହୀ ଜେନା (୫୬)। ଭାବଗ୍ରାହୀ ପାଖ ପଡିଆକୁ କୌଣସି କାର୍ଯ୍ୟ ନିମନ୍ତେ ଯାଇଥିବା ବେଳେ ହାତୀ ଆକ୍ରମଣର ଶୀକାର ହୋଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ଗ୍ରାମବାସୀ ଙ୍କ ଭିଡ଼ ଲାଗି ରହିଛି।

  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

    ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

    ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏନେଇ ମଙ୍ଗଳବାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।

    ଉତ୍ତରପଶ୍ଚିମ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତି ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୨ ଦିନ ଯାଏଁ ଉତ୍ତର ଓଡିଶା ଦେଇ ଗତି କରିବା ସମ୍ଭାବନା ରହିଛି। ଉତ୍ତର ଓଡିଶା ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି।

  • ରାଜ୍ୟ ସରପଞ୍ଚ ମହାସଂଘର ଚରମ ନିଷ୍ପତ୍ତି, ବିଧାନସଭା ଆଗରେ ଅନିର୍ଦ୍ଦିଷ୍ଟ କାଳ ଧାରଣା

    ରାଜ୍ୟ ସରପଞ୍ଚ ମହାସଂଘର ଚରମ ନିଷ୍ପତ୍ତି, ବିଧାନସଭା ଆଗରେ ଅନିର୍ଦ୍ଦିଷ୍ଟ କାଳ ଧାରଣା

    କୌଣସି ସରପଞ୍ଚ ବ୍ଲକ୍‌ ଅଫିସ୍‌ ଓ ପଞ୍ଚାୟତ ଅଫିସ୍‌ ହେଉ କି ସରକାରୀ ଫାଇଲରେ ଦସ୍ତଖତ କରିବେନି କି ସାମିଲ ହେବେନି । ଏହି କଲମ ଛାଡ଼ ଆନ୍ଦୋଳନ ଡାକରା ଦେଇଛି ରାଜ୍ୟ ସରପଞ୍ଚ ମହାସଂଘ । ଏଥିସହ ବିଧାନସଭା ଆଗରେ ଅନିର୍ଦ୍ଦିଷ୍ଟ ସମୟ ଯାଏ ଆନ୍ଦୋଳନରେ ବସିବେ । ସରକାର ଏବେ ସୁଦ୍ଧା ସରପଞ୍ଚଙ୍କ ଦାବି ସମ୍ପର୍କରେ ନିଷ୍ପତ୍ତି ନେଇନଥିବାରୁ ସେମାନେ କାମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ପଞ୍ଚାୟତ ମହାସଂଘର ସଭାପତି ରୋମାଞ୍ଚ ସାହୁ ଏହି ସୂଚନା ଦେଇଛନ୍ତି । ସୋମବାର ସନ୍ଧ୍ୟାରେ ଅନଲାଇନ୍‌ ମାଧ୍ୟମରେ ହୋଇଥିବା ସରପଞ୍ଚଙ୍କ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପଞ୍ଚାୟତର ସବୁ କ୍ଷମତା ଫେରାଇବା ସହ ଆଉ ୧୫ଟି ଦାବି ପୂରଣ ପାଇଁ ସରପଞ୍ଚମାନେ ଗତ ୧୫ ତାରିଖରେ ରାଜଧାନୀରେ ଗର୍ଜନ କରିଥିଲେ । ଦାବି ପୂରଣ ନ କଲେ କାମ ବନ୍ଦ କରିବେ ବୋଲି ସରକାରଙ୍କୁ ଜଣାଇଥିଲେ । ସରପଞ୍ଚ ମହାସଂଘର ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ବି ଦେଇଥିଲେ । ତଥାପି ସରକାର ଏ ଯାଏ ଦାବି ଉପରେ ପଦୁଟିଏ ମନ୍ତବ୍ୟ ଦେଲେନି । ଏଥିପାଇଁ ଆଉ ଅପେକ୍ଷା ନ କରି ଦାବି ପୂରଣ ପାଇଁ କଲମଛାଡ଼ ଆନ୍ଦୋଳନ ପାଇଁ ନିଷ୍ପତ୍ତି ହୋଇଛି ।

  • ପ୍ରଧାନମନ୍ତ୍ରୀଙ୍କ ୭୩ତମ ଜନ୍ମଦିନ ଉପଲକ୍ଷେ ୭୩ ୟୁନିଟ୍ ରକ୍ତଦାନ

    ପ୍ରଧାନମନ୍ତ୍ରୀଙ୍କ ୭୩ତମ ଜନ୍ମଦିନ ଉପଲକ୍ଷେ ୭୩ ୟୁନିଟ୍ ରକ୍ତଦାନ

    ଗତକାଲି ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ତମ ଜନ୍ମ ଦିନ । ଏହି ଉପଲକ୍ଷେ ଆଜି ଅନୁଗୋଳ ବିଜେପି ପକ୍ଷରୁ ମୁନିସିପାଲିଟି ଟାଉନ ହଲ୍ ଠାରେ ବିଜେପି ତରଫରୁ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ୭୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

    ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ଵରେ ଏହା ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ବିଜେପି ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ବିଜେପି ନେତା ଦିଲୀପ ପ୍ରଧାନ, ବିଜେପି ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରଭାରୀ ଯଯାତି ପଟ୍ଟନାୟକଙ୍କ ସମେତ ଭାରତୀୟ ଜନତା ପାର୍ଟିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।