Category: ରାଜ୍ୟ ଖବର

  • ୫ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲା ଭଦ୍ରକ ଉତ୍କଳ ସାମ୍ବାଦିକ ସଂଘ

    ୫ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲା ଭଦ୍ରକ ଉତ୍କଳ ସାମ୍ବାଦିକ ସଂଘ

    ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସବୁ ଜିଲ୍ଲାପଳଙ୍କୁ ଭେଟି ଦାବିପତ୍ର ଦିଆଯାଉଛି। ଭଦ୍ରକ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ୫ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଯାଇଛି। ଆଜି ୧୧ଟା ସମୟରେ ସଂଘର ଜିଲ୍ଲା ସଭାପତି ରବିନାରାୟଣ ଖିଲାରଙ୍କ ନେତୃତ୍ୱରେ ବହୁ ସାମ୍ବାଦିକ ଏହି ଦାବିପତ୍ର ଉପଜିଲ୍ଲାପାଳ କାର୍ତିକ ନାଥ ମଣ୍ଡଲଙ୍କୁ ପ୍ରଦାନ କରିଛନ୍ତି। ଏହି ୫ ଦଫା ଦାବି ମଧ୍ୟରେ ରହିଛି ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇଦେବା, ମାସିକ ପେନସନ ଦେବା, ରାଜ୍ୟ ସ୍ତରୀୟ ଆକ୍ରିଡେସନ କମିଟି ଗଠନ, ବ୍ଲକ ସ୍ତରରେ ସାମ୍ବାଦିକ ଚି଼ହ୍ନଟ କରିବା ପରି ପାଞ୍ଚଟି ଦାବି ରହିଥିବା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ରବିନାରାୟଣ ଖିଲାର ସୂଚନା ଦେଇଛନ୍ତି।

    ସମ୍ପ୍ରତି ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ନେଇ ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି ହୋଇ ଆସୁଛି। ଏହି ଦାବି ପୂରଣ ନ ହେଲେ ସାମ୍ବାଦିକମାନେ ବିଧାନସଭା ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛି ସଂଘ।

  • ପୋଖରୀରେ ଗୋଧେଇବାକୁ ଯାଇ ଚାଲିଗଲା ୨ ସାଙ୍ଗଙ୍କ ଜୀବନ

    ପୋଖରୀରେ ଗୋଧେଇବାକୁ ଯାଇ ଚାଲିଗଲା ୨ ସାଙ୍ଗଙ୍କ ଜୀବନ

    ପୋଖରୀରେ ଗାଧେଇବାକୁ ଯାଇ ଚାଲିଗଲା ୨ ନାବାଳିକାଙ୍କ ଜୀବନ । ବାଲେଶ୍ବର ସଦର ବ୍ଲକ ଓଡ଼ଙ୍ଗିରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ମୃତକ ଦୁହେଁ ଦୁଇ ସାଙ୍ଗ ହୋଇଥିବା ବେଳେ ଜଣ ହେଲେ ସନ୍ତୋଷ ଦାସଙ୍କ ୧୨ ବର୍ଷିୟା ଝିଅ ତଣୁସରି ଦାସ ଏବଂ ଅନ୍ୟ ଜଣେ ବିଶ୍ୱଜିତ ଦାସଙ୍କ ୧୦ ବର୍ଷିୟା ଝିଅ ତାପସ୍ୱିନୀ ।

    ଦୁଇ ସାଙ୍ଗ ସକାଳେ ସ୍କୁଲ ଯିବା ପାଇଁ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ପୋଖରୀରେ ଗୋଡ଼ ଖସିଯିବାରୁ ଉଭୟେ ବୁଡିଯାଇଥିଲେ । ପୋଖରୀ ପାଖରେ ଥିବା ଗାଁ ଲୋକେ କୌଣସି ମତେ ଖବର ପାଇ ଅନେକ ଖୋଜାଖୋଜି କରିବା ପରେ ସେମାନଙ୍କୁ ଉଦ୍ଧାର କରିଥିଲେ । ଉଭୟଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଆଣାଯାଇଥିଲେ ସୁଦ୍ଧା ଡାକ୍ତର ଉଭୟେଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ଡାକ୍ତରଖାନା ପରିସରରେ ଶୋକର ଛାୟା ଖେଳିଯାଇଛି ।

  • ଚିକିତ୍ସା ଅବହେଳା ଯୋଗୁ ଡେଙ୍ଗୁରେ ଆଖି ବୁଜିଲେ ମହିଳା

    ଚିକିତ୍ସା ଅବହେଳା ଯୋଗୁ ଡେଙ୍ଗୁରେ ଆଖି ବୁଜିଲେ ମହିଳା

    ଡେଙ୍ଗୁରେ ଆଖି ବୁଜିଲେ ମହିଳା । ମୃତକଙ୍କ ନାମ ଚନ୍ଦ୍ରକଳା ମାନସିଂହ(୫୯) । କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାରେ ଅବହେଳା ଯୋଗୁ ଚନ୍ଦ୍ରକଳାଙ୍କ ମୃତ୍ୟୁ ହୋଇଥିବା ସ୍ୱାମୀ କୁଳମଣି ମାନସିଂହ ଅଭିଯୋଗ କରିଛନ୍ତି । କୁଳମଣି କହିଛନ୍ତି, ଖୋର୍ଦ୍ଧା ଗଡ଼ମାଣିତ୍ରୀରୁ ପତ୍ନୀ ଚନ୍ଦ୍ରକଳାଙ୍କୁ ଗୁରୁବାର ଦିନ ୧୧ଟା ବେଳେ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ । ଏହା ପୂର୍ବରୁ ଏକ ଘରୋଇ ଲାବ୍‌ରେ ପତ୍ନୀଙ୍କ ଡେଙ୍ଗୁ ପରୀକ୍ଷା କରିଥିଲି । ରିପୋର୍ଟରେ ପଜିଟିଭ୍‌ ଆସିଥିଲା । ତେଣୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲୁ ।

    ଚନ୍ଦ୍ରକଳାକୁ ପ୍ରଥମେ ଜରୁରିକାଳୀନ ୱାର୍ଡରେ ଦେଢ଼ ଘଣ୍ଟା ରଖିଲା ପରେ ଡେଙ୍ଗୁ ୱାର୍ଡକୁ ନେଇଥିଲେ । ସେଠାରେ କେହି ଚିକିତ୍ସା ପାଇଁ ଆସିନଥିଲେ । ଦିନ ୩ଟାରେ ନର୍ସ ଆସି ପ୍ଲେଟ୍‌ଲେଟ୍‌ ଆଣିବା ପାଇଁ କହିଥିଲେ । ବ୍ଲଡ୍‌ ବ୍ୟାଙ୍କ ଯାଇ ଦିନ ୪ରୁ ଅପେକ୍ଷା କରି ରାତି ୮ଟା ବେଳେ ଯାଇ ପ୍ଲେଟ୍‌ଲେଟ୍‌ ମିଳିଲା । ଏହାରି ଭିତରେ ଡାକ୍ତର ଆସି ରାତି ୭ଟା ବେଳେ ଔଷଧ ଲେଖିଥିଲେ । ଆଣିଥିବା ପ୍ଲେଟ୍‌ଲେଟ୍‌କୁ ରାତି ୮.୪୦ରେ ଲଗାଯାଇଥିଲା । ଏହାର ଘଣ୍ଟାକ ପରେ ଦେହ କୁଣ୍ଡେଇ ହେଉଛି ବୋଲି ଚନ୍ଦ୍ରକଳା ଚିତ୍କାର କରିଥିଲେ । ଆମେ ଯାଇ ନର୍ସଙ୍କୁ କହିଲାରୁ ସେ ଶୁଣିନଥିଲେ । ଛଟପଟ ହୋଇ ରାତି ୧୦ଟା ବେଳକୁ ଚନ୍ଦ୍ରକଳାଙ୍କ ଜୀବନ ଚାଲିଗଲା । ଏ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ ।

  • କଟକ ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ

    କଟକ ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ

    କଟକ ଚୌଧୁରୀ ବଜାର ପଢିଆରୀ ପାଠାଗାର ନିକଟରେ ଭୟାବହ ଅଗ୍ନିକାଣ୍ଡ । ଏକ ତିନି ମହଲା ଲୁଗାଦୋକାନରେ ନିଆଁ ଲାଗିଥିବା ସୂଚନା ମିଳିଛି । ସର୍ଟ ସର୍କିଟ୍‌ ଯୋଗୁଁ ଏପରି ହୋଇଥିବା ଆଶଙ୍କା କରାଯାଉଛି । ଅଗ୍ନିଶମ ବିଭାଗର କର୍ମଚାରୀ ନିଆଁ ଲିଭାଇବା ପାଇଁ ଚେଷ୍ଟା କରୁଛନ୍ତି । ସକାଳ ଆଠଟାରେ ଏହି କୋଠାରୁ ନିଆଁ ବାହାରୁଥିବା ସ୍ଥାନୀୟ ଲୋକ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର ତିନୋଟି ଗାଡି ଘଟଣାସ୍ଥଳରେ ପହଞ୍ଚି ଏହାକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲା । କୌଣସି ମୃତାହତ ବିଷୟରେ ସୂଚନା ମିଳିନାହିଁ ।କଟକ ଚୌଧୁରୀ ବଜାର ପଢିଆରୀ ପାଠାଗାର ନିକଟରେ ଭୟାବହ ଅଗ୍ନିକାଣ୍ଡ । ଏକ ତିନି ମହଲା ଲୁଗାଦୋକାନରେ ନିଆଁ ଲାଗିଥିବା ସୂଚନା ମିଳିଛି । ସର୍ଟ ସର୍କିଟ୍‌ ଯୋଗୁଁ ଏପରି ହୋଇଥିବା ଆଶଙ୍କା କରାଯାଉଛି । ଅଗ୍ନିଶମ ବିଭାଗର କର୍ମଚାରୀ ନିଆଁ ଲିଭାଇବା ପାଇଁ ଚେଷ୍ଟା କରୁଛନ୍ତି । ସକାଳ ଆଠଟାରେ ଏହି କୋଠାରୁ ନିଆଁ ବାହାରୁଥିବା ସ୍ଥାନୀୟ ଲୋକ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର ତିନୋଟି ଗାଡି ଘଟଣାସ୍ଥଳରେ ପହଞ୍ଚି ଏହାକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲା । କୌଣସି ମୃତାହତ ବିଷୟରେ ସୂଚନା ମିଳିନାହିଁ ।

  • ବସ୍ତିବାସିନ୍ଦା ଆପାର୍ଟମେଣ୍ଟ କେଳେଙ୍କାରୀ, ରଜଲକ୍ଷ୍ମୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲା କଟକ ଜିଲ୍ଲା ନୋଟାରୀ ସଙ୍ଘ

    ବସ୍ତିବାସିନ୍ଦା ଆପାର୍ଟମେଣ୍ଟ କେଳେଙ୍କାରୀ, ରଜଲକ୍ଷ୍ମୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲା କଟକ ଜିଲ୍ଲା ନୋଟାରୀ ସଙ୍ଘ

    କଟକ ଅନ୍ଦରପୁର ଠାରେ ସିଏମସି ପକ୍ଷରୁ ବସ୍ତି ସିନ୍ଦାଙ୍କ ପାଇଁ ଆବାସ ଓ ବସ୍ତି ଉନ୍ନୟନ ଯୋଜନାରେ ନିର୍ମାଣ ହୋଇଥିବା କୋଠାକୁ ଚଞ୍ଚକତା କରି ବିକ୍ରି କରିବା ଅଭିଯୋଗରେ ପୂର୍ବତନ କର୍ପୋରେଟର ରଞ୍ଜିତା କରଣଙ୍କ ସ୍ବାମୀ ରାଜା କରଣ ଚୌଦ୍ବାର ଜେଲରେ ଅଛି । ତେବେ ଏହାର ମାଷ୍ଟରମାଇଣ୍ଡ ତଥା ଜାଲ ପଞ୍ଜିକରଣ ମାଧ୍ୟମରେ ଲୋକଙ୍କୁ ଭୂଆଁ ବୁଲାଉଥିବା ନୋଟାରୀ ରାଜଲକ୍ଷ୍ମୀ ପତି ଉପରେ କୌଣସି କାର୍ଯ୍ୟାନିଷ୍ଠାନ ନହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

    ଅରୁଣୋଦୟ ମାର୍କେଟରେ ବେଆଇନ ଭାବେ ତିନୋଟି ଅଫିସ ଖୋଲି ବସିଥିବା ନୋଟାରୀ ରାଜଲକ୍ଷ୍ମୀକୁ ପୋଲିସ ପ୍ରାଥମିକ ପର୍ଯ୍ୟାୟରେ ତଦନ୍ତ ପରିସରଭୂକ୍ତ କରିଥଲେ । ଅନ୍ଦରପୁର ଠାରେ ସିଏମସି ନିର୍ମିତ ଘର ଗୁଡିକ ଆଇନଗତ ସମସ୍ୟା ଦୃଷ୍ଟିରୁ ବଣ୍ଟନ ହୋଇପାରୁ ନଥିବାରୁ ହିତାଧିକାରୀଙ୍କୁ ହସ୍ତାନ୍ତର ହୋଇନଥିବା ସୁଯୋଗରେ ରାଜା କରଣ, ରାଜଲକ୍ଷ୍ମୀ ପ୍ରତି ସହାୟତାରେ ଷ୍ଟାମ୍ପ ପେରପରେ ନୋଟାରାଇଜ ମାଧ୍ୟମରେ ଲୋକଙ୍କୁ ଭ୍ରମିତ କରି ଘର ହସ୍ତାନ୍ତର କରିଥିଲା । ଟଙ୍କା ପଇସା ଧ୍ୟାର୍ଯ୍ୟ ପରେ ରାଜା, ରାଜଲକ୍ଷ୍ମୀ ପାଖକୁ ପଠାଉଥିଲା ଲୋକଙ୍କୁ । ଗରିବ, ନିରିହ ଲୋକଙ୍କୁ ଚଞ୍ଚକତା କରି ଜମି ହସ୍ତାନ୍ତର ନାମରେ ଷ୍ଟାମ୍ପ ପେପରରେ ଦସ୍ତଖତ ମାରୁଥିବା ରଜଲକ୍ଷ୍ମୀ । ଏହା ବିନିମୟରେ ଗରିବ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଅଣାଯାଇଥିଲା । ତେବେ ଆଶ୍ଚର୍ଯ୍ୟଜନ ଭାବେ ଏଭଳି ଜଘନ୍ୟ ଠକେଇ ଘଟଣାରେ ରାଜଲକ୍ଷ୍ମୀ ତଦନ୍ତ ପରିସରକୁ ଆସିଥିଲେ ମଧ୍ୟ ତା ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ସାଧାରଣରେ ସଂସୟ ସୃଷ୍ଟି କରିଛି ।

    ଅନ୍ୟପକ୍ଷରେ ଶହଶହ ଲୋକଙ୍କ ବିବିଧ ଚୁକ୍ତିନାମା ପଞ୍ଜିକରଣ ଜାଲିଆତିରେ ରାଜଲକ୍ଷ୍ମୀର ସମ୍ପୃକ୍ତିର ଗୁମର ଫିଟୁଛି । ରାଜଲକ୍ଷ୍ମୀ ନୋଟାରୀ ଲାଇସେନ୍ସର ବ୍ୟାପକ ଦୁରୁପୋଯୋଗ କରି କୌଣସି ପକ୍ଷର ବିନା ଉପସ୍ଥିତି ଓ ବିନା ଦସ୍ତଖତରେ ଚୁକ୍ତିନାମା ସବୁ ଉଚ୍ଚ ଦାମରେ ବିକ୍ରି କରି ବେଶ ମାଲାମାଲ ହେଉଛି । ସରକାରୀ ନିୟମ ବାହାରେ ଲାଇସେନ୍ସର ଅପବ୍ୟବହାର ଯୋଗୁଁ ରାଜଲକ୍ଷ୍ମୀ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ଖୋଦ କଟକ ନୋଟାରୀ ଆସୋସିଏସନର କର୍ମକର୍ତ୍ତା । ପଞ୍ଜିକୃତ ନୋଟାରୀ ସଂଘର ଅଭିଯୋଗ ଅନୁସୀରେ, ରାଜଲକ୍ଷ୍ମୀ ନୋଟାରୀ ରେଜିଷ୍ଟରରେ ନମ୍ବର ନଲେଖି, ଆବଶ୍ୟକୀୟ ଷ୍ଟାମ୍ପ ନମାରି, ପକ୍ଷ ମାନଙ୍କ ଦସ୍ତଖତ ନନେଇ, ସାକ୍ଷଙ୍କ ଦସ୍ତଖତ ନମାରି, ଅଧିକାଂଶ ପଞ୍ଜିକରଣ କରି ପେଶାଗତ ଶୃଙ୍ଖଳା ଭଙ୍ଗ କରିଛି । ନୋଟାରୀ ଆଇନ ଧାରା ୧୨ର ଉଲ୍ଲଙ୍ଘନ କରି ସେ ତାଙ୍କ ଷ୍ଟାମ୍ପରେ ଲାଇସେନ୍ସ ଏକ୍ସପାଏରୀ ତାରିଖ ନଲେଖିବା ଆଉ ଏକ ଚଞ୍ଚକତା । ଷ୍ଟାମ୍ପ ଭେଣ୍ଡରଙ୍କ ଠାରୁ ସମସ୍ତ ଷ୍ଟାମ୍ପ ପେପର ନିଜ ନାମରେ କିଣିଆଣି ରଜଲକ୍ଷ୍ମୀ ଉଚ୍ଚ ଦରରେ ପକ୍ଷ ମାନଙ୍କୁ ବିକ୍ରି କରିବା ଏକ ଅବୈଧ ଅଭ୍ୟାସ ବୋଲି କଟକ ଡିଷ୍ଟ୍ରିକ୍ଟ ନୋଟାରୀଜ ଆସୋସିଏସନ ପକ୍ଷରୁ କୁହାଯାଇଛି ।

  • ଆଗାମୀ ତିନିଦିନ ପ୍ରବଳ ବର୍ଷା

    ଆଗାମୀ ତିନିଦିନ ପ୍ରବଳ ବର୍ଷା

    ମିଆଁମାର ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଶୁକ୍ରବାର ଉତ୍ତର-ଆଣ୍ଡାମାନ ସାଗର ପାର୍ଶ୍ବବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପ୍ରବେଶ କରିବ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବା ସହ ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଆଗକୁ ବଢ଼଼ିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୯ ଓ ୩୦ରେ ପ୍ରବଳ ବର୍ଷା ଏବଂ ୧ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲ୍ଲାପାଇଁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ୟେଲୋ ଆଲର୍ଟ ଜାରି କରିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ଗୁରୁବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।

  • ଅଢ଼େଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁପଡ଼ିଲେ ବାପା

    ଅଢ଼େଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁପଡ଼ିଲେ ବାପା

    ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ସେତୁରୁ ନଦୀକୁ ଡେଇଁ ପଡ଼ିଲା ବାପା। ଏପର୍ଯ୍ୟନ୍ତ ବାପଝିଅଙ୍କର କୌଣସି ପତ୍ତା ମିଳିନାହିଁ। ହ୍ୟାଲୋ ଜେଜେ, ମୁଁ ତୃପ୍ତି କହୁଛି । ବାପା କହିଲେ ଆମେ ମା’ ପାଖକୁ ଯାଉଛୁ । ଆମକୁ ଆଉ ଖୋଜିବନି । ମା’କୁ ଛାଡ଼ି ଆମେ ଆଉ ରହି ପାରୁନୁ । ଏହାପରେ ଫୋନ୍‌ ସୁଇଚ୍‌ ଅଫ୍‌ । ଏପରି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା ବୈତରଣୀ ସେତୁ ଉପରେ।

    ପ୍ରତ୍ୟକ୍ଷଦର୍ଶୀଙ୍କ କାବିହା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୯ଟା ସମୟରେ ଵାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ ଓ ତାଙ୍କ ନାବାଳିକା ଝିଅ ମଟର ସାଇକେଲରେ ଆସି ପୋଲ ଉପରେ ରହିଥିଲେ। ସେଠାରେ ଚନ୍ଦନ ବାଇକ୍, ମୋବାଇଲ୍ ଓ ଜୋତା ରଖି ବାପଝିଅ ନଦୀକୁ ଡେଇଁ ପଡ଼ିଥିଲେ। ଚନ୍ଦନଙ୍କ ପତ୍ନୀ ଏକ ମାସ ପୂର୍ବରୁ ଆତ୍ମହତ୍ୟା କରିଥିଲେ। ତେବେ କେଉଁ ପରିସ୍ଥିତିରେ ବାପ ଝିଅ ନଦୀକୁ ଡେଇଁଲେ ତାର କାରଣ ଜଣାପଡିନାହିଁ। ପାରିବାରିକ କଳହ ପାଇଁ ଏପରି ଘଟିଥିବା ସନ୍ଦେହ କରାଯାଉଛି।

    ସ୍ଥାନୀୟ ଲୋକେ ଏନେଇ ପୁଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ବାପଝିଅଙ୍କୁ ଆଖପାଖରେ ଖୋଜି ଖୋଜି କରିଥିଲେ, ହେଲେ ପାଇ ନଥିଲେ। ଅନ୍ଧାର ପାଇଁ ନଦୀ ଭିତରେ ଖୋଜା ଖୋଜି କରିନଥିଲେ। ଆଜି ସକାଳେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରୁଛନ୍ତି।

  • ୨୦ ଦଫା ଦାବି ନେଇ ଲୋୟର ପିଏମଜିରେ ହଜାର ହଜାର ଆଶାକର୍ମୀଙ୍କ ସମାବେଶ

    ୨୦ ଦଫା ଦାବି ନେଇ ଲୋୟର ପିଏମଜିରେ ହଜାର ହଜାର ଆଶାକର୍ମୀଙ୍କ ସମାବେଶ

    ଲୋୟର ପିଏମଜିରେ ଗର୍ଜୁଛନ୍ତି ଆଶା କର୍ମୀ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ କରୁଛନ୍ତି ବିଷୋଦ୍ଗାର। ଦରମା ବୃଦ୍ଧି ସହ ୨୦ ଦଫା ଦାବି ନେଇ ଆଜି ହଜାର ହଜାର ଆଶାକର୍ମୀ ଏକତ୍ରିତ ହୋଇଛନ୍ତି ଲୋୟର ପିଏମଜିରେ। ମାଷ୍ଟରକ୍ୟାଣ୍ଟିନରୁ ଏକ ବିଶାଳ ରାଲି ଲୋୟର ପିଏମଜିରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କୁ ବ୍ୟବହାର କରୁଛି, କିନ୍ତୁ ଶୁଣୁନି ଗୁହାରି। କରୋନା ପରି ଘଡିସନ୍ଧି ମୁହୂର୍ତ୍ତରେ ନିଜର ତଥା ନିଜ ପରିବାରର ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରିଛୁ। ହେଲେ ସବୁ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ରହିଛୁ। କେରଳ ଓ ଆନ୍ଧ୍ରରେ ଆଶାକର୍ମୀଙ୍କ ଦରମା ୧୦ରୁ ୧୨ ହଜାର ହୋଇଥିବା ବେଳେ ଓଡିଶାରେ ଆମକୁ ମିଳୁଛି ମାସିକ ମାତ୍ର ସାଢେ ତିନି ହଜାର ଟଙ୍କା। ଯାହା ସରକାରଙ୍କ ଧାର୍ଯ୍ୟ ସର୍ବନିମ୍ନ ଦରମାଠୁ ବହୁଗୁଣାରେ କମ। ଏତିକି ଟଙ୍କାରେ ଘର ପରିବାର ଆମେ କିପରି ଚଳାଉଛୁ ତାହା ସହଜରେ ଅନୁମେୟ। ଆମ ପିଲାଙ୍କ ଛୋଟ ଛୋଟ ଅଭାବ ପୂରଣରେ ଆମେ ଅସମର୍ଥ ବୋଲି କହିଛନ୍ତି ଆନ୍ଦୋଳନରତ ଆଶାକର୍ମୀ। ତେଣୁ ମାସିକ ଦରମା ୨୬ ହଜାରକୁ ବୃଦ୍ଧି, ମାସିକ ପେନଶନ ୧୦ ହଜାର ଟଙ୍କା, ମୃତ୍ୟୁକାଳୀନ ଅବସର ସହାୟତା ୮ ଲକ୍ଷ ପରି ୨୦ଟି ଦାବି ନେଇ ଆଶାକର୍ମୀ ଓହ୍ଲାଇଛନ୍ତି ରାଜରାସ୍ତାକୁ।ଏହି ବିକ୍ଷୋଭ ସମାବେଶରେ ସିଆଇଟିୟୁର ସର୍ବଭାରତୀୟ ଉପସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ରାଜ୍ୟସଭାପତି ସାଥି ଲୋଭାକନ୍ତ ସ୍ବାଇଁ, ରାଜ୍ୟ ସାଧାରଣ ସମ୍ପାଦିକା ଶକୁନ୍ତଳା ମହାକୁଡ ପ୍ରମୁଖ ଯୋଗ ଦେଇ ସରକାର ତୁରନ୍ତ ଆଶା କର୍ମୀଙ୍କ ଦାବି ପୂରଣ କରିବାକୁ ଦାବି କରିଛନ୍ତି।

  • ୧୩ ଜଣ ଠକ ଗ୍ୟାଙ୍ଗକୁ ଗିରଫ କଲା ଟାଉନ୍ ପୋଲିସ୍

    ୧୩ ଜଣ ଠକ ଗ୍ୟାଙ୍ଗକୁ ଗିରଫ କଲା ଟାଉନ୍ ପୋଲିସ୍

    ବରଗଡ ଟାଉନ ପୋଲିସକୁ ମିଳିଲା ବଡ ଧରଣର ସଫଳତା। ଏକ ଠକ ଗ୍ୟାଙ୍ଗକୁ କାବୁ କରିଛି ପୋଲିସ। ମହେନ୍ଦ୍ରା କମ୍ପାନୀର କର୍ମଚାରୀ କହି ବରଗଡ ଅମ୍ବାପାଳିର ଅଜୟ ରେଖାନୀ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ କୌଶଳ କ୍ରମେ ଲକ୍ଷାଧିକ ଟଙ୍କା ଠକିଥିବା ନେଇ ଅଭିଯୋଗ ପରେ ଏକ ରାକେଟକୁ କାବୁ କରିଛି ବରଗଡ ଟାଉନ ପୋଲିସ।

    ୧୩ ଜଣ ଅଭିଯୁକ୍ତଙ୍କୁ ବରଗଡ ଟାଉନ ପୋଲିସ ଗିରଫ କରିବା ସହିତ ସେମାନଙ୍କ ଠାରୁ ୨୩ ଗୋଟି ମୋବାଇଲ ଫୋନ , ନଗତ ୧ ଲକ୍ଷ ୯୫ ହଜାର ୬୪୦ ଟଙ୍କା , ୱେଷ୍ଟ ବେଙ୍ଗଲ ନମ୍ବର ରହିଥିବା ଏକ କାର , ୪ଟି ଲେପଟପ , ଦୁଇଟି ବ୍ଳାଙ୍କ ଚେକ ଓ ଅନେକ ନକଲି ପରିଚୟ ପତ୍ର ସହିତ ଠକାମିରେ ବ୍ୟବହୃତ ଅନେକ କାଗଜାତ ଜବତ କରିଛି ପୋଲିସ ।

    ୨ ଲକ୍ଷ ଟଙ୍କାର ଠକାମିର ଶିକାର ହୋଇଥିବା ବରଗଡ ଅମ୍ବାପାଳିର ଅଜୟ ରେଖାନୀ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ପାଇବା ପରେ ଆକ୍ସନ୍ ମୋଡକୁ ଆସିଥିଲା ପୋଲିସ । ଏବଂ ଏହି ଠକ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଥିଲେ । ଏନେଇ ଆଜି ବରଗଡ ଟାଉନ ଥାନାରେ ହୋଇଥିବା ସାମ୍ବାଦିକ ସମ୍ବିଳନୀରେ ବରଗଡ ଉପଖଣ୍ଡ ଅଧିକାରୀ ଘଟଣାର ସୂଚନା ଦେଇଛନ୍ତି।

  • ମା କହିଲେ ମୋବାଇଲ ନ ଦେଖିବାକୁ, ତା’ପରେ ପୁଅ…

    ମା କହିଲେ ମୋବାଇଲ ନ ଦେଖିବାକୁ, ତା’ପରେ ପୁଅ…

    ଆଜିକାଲି ପିଲା ଅଧିକାଂଶ ସମୟ ମୋବାଇଲରେ ବିତାଉଛନ୍ତି, ମୋଟାମୋଟି ଦେଖିବାକୁଗଲେ ସୋସିଆଲ ମିଡିଆରେ ପୁରା ଜଡିତ ରହୁଛନ୍ତି I ଏମିତିକି ଖାଇବା ପିଇବା ମଧ୍ୟ ଏହି ମୋବାଇଲ ପାଇଁ ଭୁଲିଯାଉଛନ୍ତି I ସେ ଘର ହେଉ କି ବାହାର ହେଉ ୨୪ଘଣ୍ଟା ମୋବାଇଲରେ ବ୍ୟସ୍ତ ରହୁଛନ୍ତି I ଏଭଳି ଏକ ଘଟଣା କେନ୍ଦୁଝରରୁ ଆସିଛି ମୋବାଇଲ ପାଇଁ ବିଷ ପିଇଲା ଅଷ୍ଟମ ଶ୍ରେଣୀର ଛାତ୍ର ।

    କେନ୍ଦୁଝର ସଦର ଥାନା ବରଦାପାଳ ଗ୍ରାମର ଯୋଶଦା ମୁଣ୍ଡାଙ୍କ ପୁଅ ସିପୁନ ମୁଣ୍ଡା ବାପାଙ୍କ ମୋବାଇଲରେ ବାରମ୍ବାର ଗେମ ଖେଳୁଥିଲା । ମା’ ପ୍ରତିବାଦ କରିବାରୁ ଦାନାଦାର ପିଇଦେଲା ଛାତ୍ର । ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଚିକିତ୍ସା ପରେ ପିଲାଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

    ସୂଚନାଅନୁଯାୟୀ , ଗତକାଲି ସ୍କଲରୁ ଫେରି ପୁଅ ମୋବାଇଲ ଦେଖୁଥିଲା। ପାଠ ନ ପଢି ସବୁବେଳେ ମୋବାଇଲ କାହିଁକି ଦେଖୁଛୁ କହିବା ସହ ଆକଟ କରିଥିଲା ମା’ । ଏହି ସାମାନ୍ୟ କଥାକୁ ନେଇ ପୁଅ ରାଗିଯାଇ ବିଷ ପିଇ ଦେଇଥିଲା। ପରିବାର ଲୋକେ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।