Category: ରାଜ୍ୟ ଖବର

  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆଜି ଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

    ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆଜି ଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

    ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜି ଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ପିଠବଟା ଗେଟ ନିକଟରୁ ଶିମିଳିପାଳ ଅଭୟାରଣ୍ୟ ସ୍ଥିତ ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦ୍ଦେଶକ ପର୍ଯ୍ୟଟକଙ୍କୁ ସ୍ବାଗତ କରିଥିଲେ । ସେହିପରି ଯଶିପୁର ପଟରୁ ମଧ୍ୟ ଅଭୟାରଣ୍ୟର ଅନ୍ୟ ଏକ ଗେଟ ଖୋଲାଯାଇଛି । ଚଳିତ ବର୍ଷ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିବାର ଆଶା ରଖିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ । ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପ୍ରବେଶ ରହିଥିବା ବଳେ ଆଜି ପ୍ରଥମ ଦିନରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ଭିଡ଼ ହୋଇଛି । ଚଳିତ ବର୍ଷ ଅଭୟାରଣ୍ୟକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପର୍ଯ୍ୟଟକମାନଙ୍କୁ ପରାମର୍ଶ ଦେଇଛନ୍ତି । ।ସେହିପରି ଅଭୟାରଣ୍ୟ ମଧ୍ୟରେ ବୁଲିବା ଖାଇବା ପାଇଁ ମଧ୍ୟ ସ୍ୱତନ୍ତ୍ର ବେବ୍ୟସ୍ତା କରାଯାଇଛି ।ସ୍ଥାନୀୟ ସଂୟ ସହାୟକ ଗୋଷ୍ଠୀ ମାଧ୍ୟମରେ ପର୍ଯ୍ୟଟକ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଣର ବେଵ୍ୟସ୍ତା ଅଭୟାରଣ୍ୟ କର୍ତ୍ତୃପକ୍ଷ କରିଛନ୍ତି ଯେଉଁଠାରେ ପର୍ଯ୍ୟଟକ ପଇସା ଦେଇ ଖାଇ ପାରିବେ। ସବୁଜ ବନାନୀ, ନଭଶ୍ଚୁମ୍ବୀ ପର୍ବତ, ଭାସ ମାନ ମେଘମାଳା ଓ କଳ କଳ ନାଦ କରି ବୋହି ଯାଉଥିବା ଝରଣା ଏଠାରେ ଏକ ମନୋରମ ପରିବେଶ ସୃଷ୍ଟି କରିଥାଏ | ଯାହାକୁ ଦେଖିବା ପାଇଁ ଦେଶ ତଥା ଦେଶ ବାହାରୁ ମଧ୍ୟ ପର୍ଯ୍ୟଟକ ମାନେ ଏଠାକୁ ଆସିଥାନ୍ତି । ତେବେ ଆଜି ପ୍ରଥମ ଦିନରେ ଜଶିପୁର କାଳିଆଣି ଗେଟ ଦେଇ ବର୍ତ୍ତମାନ ସୁଦ୍ଧା ୧ ଟି ଗାଡ଼ିରେ ୯ଜଣ ପର୍ଯ୍ୟଟକ ଅଭୟାରଣ୍ୟ କୁ ପ୍ରବେଶ କରିଥିବା ବେଳେ ପିଠାବଟା ଗେଟ ଦେଇ ଗୋଟିଏ ଗାଡ଼ିରେ ୮ଜଣ ପର୍ଯ୍ୟଟକ ଅଭୟାରଣ୍ୟ କୁ ପ୍ରବେଶ କରିଛନ୍ତି ।

  • ମହାଳୟା ଅବସରରେ ପବିତ୍ର ସ୍ଥାନ ଗୁଡ଼ିକରେ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

    ମହାଳୟା ଅବସରରେ ପବିତ୍ର ସ୍ଥାନ ଗୁଡ଼ିକରେ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

    ଆଜି ହେଉଛି ପବିତ୍ର ମହାଳୟା। ଆଶ୍ୱିନ ମାସର ଅମାବାସ୍ୟା ତଥା ପିତୃପକ୍ଷର ଶେଷ ଦିନ। ଆଶ୍ୱିନ ମାସର ଅନ୍ଧାର ପକ୍ଷରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବାର ପରମ୍ପରା ରହଛି। ପିଣ୍ଡଦାନ କଲେ ପରଲୋକଗତ ଆତ୍ମାର ସଦଗତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ପରିପ୍ରେକ୍ଷୀରେ ପବିତ୍ର ସ୍ଥାନଗୁଡ଼ିକରେ ଶ୍ରଦ୍ଧାଳୁମାନେ ପିଣ୍ଡଦାନ କରୁଛନ୍ତି। ଆଜି ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟ ଓ ମହୋଦଧି, ନରେନ୍ଦ୍ର, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡେୟ ଆଦି ତୀର୍ଥ ପୁଷ୍କରିଣୀ ମାନଙ୍କରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ଶ୍ରାଦ୍ଧ ପ୍ରଦାନ କରାଯାଉଛି।ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ। ଯେଉଁ ତିଥିରେ ଯାହାଙ୍କର ପିତା ମାତା ମୃତ୍ୟୁବରଣ କରିଥାନ୍ତି ସେହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି।ତେବେ ଆଜି ପବିତ୍ର ମହାଳୟାରେ ମା’ସମଲେଇଙ୍କ ଧବଳମୁଖୀ ବେଶ ଦେଖିବାକୁ ମିଳିଛି । ସ୍ୱଭାବତଃ ମା’ଙ୍କ ବର୍ଣ୍ଣ ଲୋହିତ ହୋଇଥିବା ବେଳେ ଆଜି କିନ୍ତୁ ମା’ ଶ୍ୱେତ ବର୍ଣ୍ଣ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ବାଗ୍‌ଦେବୀ ସରସ୍ୱତୀ ତଥା ସର୍ବ ପାପହାରିଣୀ ମା’ ଗଙ୍ଗାଙ୍କ ବେଶ ବୋଲି ଧବଳମୁଖୀ ବେଶକୁ ଭକ୍ତମାନେ ଗ୍ରହଣ କରନ୍ତି । ଆଜି ମା’ଙ୍କୁ ଦର୍ଶନ କଲେ ଗଂଗା ଦର୍ଶନର ପୁଣ୍ୟ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି । ତେବେ ବେଶ୍‌ ଉତ୍ସାହ ଉଦ୍ଦୀପନା ସହ ଆଜି ମା’ଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ। ସେହିପରି ଆଜି ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ପୀଠରେ ଥିବା ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ଦୁରଦୁରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି ପିତୃପୁରୁଷଙ୍କୁ ନାଭିଗୟାରେ ପିଣ୍ଡଦାନ ଦେଇଛନ୍ତି । ସେପଟେ ଆସନ୍ତା କାଲି ଠାରୁ ମା ବିରଜାଙ୍କ ପୀଠରେ ଅନନ୍ୟ ପରମ୍ପରା ରଥଯାତ୍ରା ପାଇଁ ରଥ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ଆସନ୍ତା କାଲି ଠାରୁ ଗଡିବ ମାଙ୍କ ରଥ। ଏଥିପାଇଁ ମନ୍ଦୀର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।

  • ନୂଆଗାଁରେ ୬୯ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

    ନୂଆଗାଁରେ ୬୯ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

    ନୟାଗଡ ବନଖଣ୍ତ ମହିପୁର ବନାଂଚଳ ଅଧିନସ୍ଥ ନୂଆଗାଁ ବ୍ଲକରେ ଆଜି ୬୯ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ତେବେ ଏହି କାର୍ଯ୍ୟକ୍ରମ ପାଇଁ ଚଳିତବର୍ଷ ବିଷୟବସ୍ତୁ ରହିଛି “ବନ୍ୟପ୍ରାଣୀ ସଂରକ୍ଷଣ ନିମନ୍ତେ ସହଭାଗିତା”। ବନ୍ୟପ୍ରାଣୀଙ୍କ ସରଂକ୍ଷଣ ନିମନ୍ତେ ସାଧାରଣ ଲୋକଙ୍କ ପାଖରେ ବିଭିନ୍ନ ସଚେତନତା ବାର୍ତ୍ତା ପହଂଚାଇବା ପାଇଁ ଆଜି ସଂପଡା ଚିନ୍ତାମଣି ବିଦ୍ୟାପୀଠର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ନୂଆଗାଁ ବ୍ଲକ ସଦର ମହକୁମାରେ ଏକ ରାଲି କରାଯାଇଥିଲା। ଏଥିସହିତ ମହିପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ ଏବଂ ଡିବେଟ ପ୍ରତିଯୋଗିତା କରାଯାଇଥିଲା। ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆସନ୍ତା ସୋମବାର ଦିନ ପୁରସ୍କୃତ କରାଯିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର କାର୍ଯ୍ୟକ୍ରମରେ ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ, ଏସିଏଫ ଅମ୍ରିତ କୁମାର ସାହୁ, ବନପାଳ ସୂର୍ଯ୍ୟକାନ୍ତ ମହାରଣା, ମୀନକେତନ ନାୟଙ୍କ ସମେତ ବନରକ୍ଷୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଭିଏସଏସ ମେମ୍ବର ମାନେ ଉପସ୍ଥିତ ରହିଥିଲେ।

  • ଡମ୍ଫର ଧକ୍କାରେ ଯୁବକଙ୍କ ମୃତ , ଡ୍ରାଇଭର ଫେରାର

    ଡମ୍ଫର ଧକ୍କାରେ ଯୁବକଙ୍କ ମୃତ , ଡ୍ରାଇଭର ଫେରାର

    ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅର୍ନ୍ତଗତ ଗାତେରୀ ପଂଚାୟତର ଡମୁଣୀ ଛକ ନିକଟରେ ବାଲି ବୋଝେଇ ଡମ୍ଫର ଧକ୍କାରେ ଯୁବକଙ୍କ ମୃତ।ମୃତକ ହେଲେ ଭାଲିଆ ପଦର ଗ୍ରାମର ରବି ନାୟକ । ସୁଚନା ଅନୁୟାୟୀ ଆଜି ସକାଳେ ରବି ନାୟକ କାମ କରିବା ପାଇଁ ଘରୁ ବାହାରି ଗାତେରୀ ଛକକୁ ଯାଉଥିବା ବେଳେ ଏକ ବାଲି ବୋଝେଇ ଡମ୍ଫର ଗାଡି ଧକ୍କା ଦେଇଥିଲା ।ଫଲରେ ଘଟଣା ସ୍ଥଳରେ ରହିଙ୍କର ମୃତ୍ୟୁ ହୋଇଥିଲା । ତେବ ଡମ୍ଫର ଡ୍ରାଇଭର ଗାଡ଼ି ଧରି ଚାଲି ଯାଇଥବା ବେଳେ ବାହାଡ଼ା ଝୋଲା ପଞ୍ଚାୟତର ଦଳେଇଭାଗ ଛକଠାରେ ସ୍ଥାନୀୟ ଲୋକ ଅଟକାଇଥିବା ବେଳେ ଗାଡିକୁ ଛାଡି ଡ୍ରାଇଭର ଫେରାର ହୋଇଯାଇଥିଲା କିନ୍ତୁ ହେଲପରକୁ ଗ୍ରାମବାସୀ ଅଟକ ରଖିଥିଲେ। ପରେ ନୂଆଗାଁ ଥାନା କୁ ହସ୍ତାନ୍ତର କରିଛନ୍ତି।ରାସ୍ତା ଉପରେ ଦୀର୍ଘ ଚାରିଘଣ୍ଟା ରବିଙ୍କ ମୃତ୍ୟୁ ଦେହ ପଡିରହିବା ସହିତ ମହିପୁରୁ ବାହାଡ଼ା ଝୋଲା ପୂର୍ତ ବିଭାଗ ରାସ୍ତା ବନ୍ଦ ରଖିଥିଲେ ଗ୍ରାମବାସୀ। ସ୍ଥାନୀୟ ରେଭିନୁ ଓ ପୋଲିସ ପହଂଚି ଲୋକଙ୍କୁ ବୁଝାଇବା ସହିତ ଆର୍ଥିକ ସହାୟତା (୧୦୦୦୦) ଦଶହଜାର ସହାୟତା ଯୋଗାଇ ଦେଇଥିଲେ ଓ ଆଗାମୀ ଦିନରେ ପ୍ରଶାସନ ତରଫରୁ ଦୁର୍ଘଟଣା ଜନିତ ସହାୟତା ଯୋଗାଇ ଦିଆଯିବ ପାଇଁ ପ୍ରତିଶ୍ରୁତି ଦେବା ପରେ ଅବରୋଧ ହଟିଥିଲେ ଲୋକେ । ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ନେଇଥିବା ଜଣାପଡିଛି ।

  • ବୟସର ବୋଝକୁ, ବଇରୀ ସାଜିଛି ଅସୁସ୍ଥତା

    ବୟସର ବୋଝକୁ, ବଇରୀ ସାଜିଛି ଅସୁସ୍ଥତା

    ଦିନ ଥିଲା ପାଖକୁ ତାଙ୍କର ଆସୁଥିଲା ମୁଠା ମୁଠା ପଇସା । କିନ୍ତୁ ଏବେ ସେ ହାତ ପତାଉଛନ୍ତି । ଏକଦା ନିଜର ଏକ ସ୍ବତନ୍ତ୍ର ପରିଚୟ ଥିଲା କିନ୍ତୁ ଏବେ ସେ ହୋଇପଡିଛନ୍ତି ଅଲେଡା । ଭଙ୍ଗା ଟ୍ରାଇସାଇକେଲ ଯେ ତାଙ୍କର ଏକା ସାହା ଭରସା । କାରଣ ସେ ହିଁ ତ ତାଙ୍କୁ ଗୋଟିଏ ସ୍ତାନରୁ ଆଉ ଏକ ସ୍ଥାନକୁ ନେଇ ଆଣି ପାରୁଛି । ସ୍ତ୍ରୀ , ପିଲା ଛୁଆ ତାଙ୍କୁ ଛାଡି ଆରପାରିରେ । ଭାଇ ବନ୍ଧୁ କୁଟୁମ୍ବଙ୍କ ପାଇଁ ସେ ଏବେ ପର । ତେଣୁ ନିଜର କହିଲେ ସେ ଭଙ୍ଗା ଟ୍ରାଇସାଇକେଲ ଟି । ଆମେ କହୁଛୁ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ ଗେରେଡ଼ା ଗ୍ରାମ ପଞ୍ଚାୟତ ସମରବନ୍ଧର ବିଶ୍ଵନାଥଙ୍କ କଥା । ଦିନଥିଲା ବିଶ୍ଵନାଥ , ନାଚ ମାଷ୍ଟର ଭାବରେ ବେଶ ଜଣା ଶୁଣା ଥିଲେ । କିନ୍ତୁ ଏବେ ଏହି ପରିଣତ ବୟସରେ ଗଞ୍ଜାମ ଭଞ୍ଜନଗର ଠାରୁ ଦଶପଲ୍ଲା ଜାତୀୟ ରାଜପଥ ୫୭ ତିନିଛକିଆ ଠାରେ ଥିବା ଏକ ପରିତ୍ୟକ୍ତ ଯାତ୍ରୀ ବିଶ୍ରାମଗାରାରେ କଟୁଛି ତାଙ୍କ ଜୀବନ । ବୃତ୍ତିରେ ସେ ମନ୍ଦିର ପୂଜକ ।ସେଥିରୁ ତାଙ୍କୁ ଯାହା ମିଳୁଥିଲା ସେଥିରେ ସେ ଚଳି ଯାଉଥିଲେ । କିନ୍ତୁ ବୟସ ବଢିବା ସହ ଶରୀରର ଅସୁସ୍ଥତା ତାଙ୍କୁ ଏଭଳି ପରିସ୍ଥିତରେ ତାଙ୍କୁ ଠିଆ କରିଛି ଯେ ସେ ଭିକ୍ଷା ବୃତ୍ତି କରିବାକୁ ବାଧ୍ୟ କରିଛି । ତେବେ ସେ କିଭଳି ପରିସ୍ଥିତିରେ ରହିଛନ୍ତି ତାଙ୍କ ମୁହଁରୁ ଆସନ୍ତୁ ଶୁଣିବା ।

    ବିଶ୍ଵନାଥଙ୍କ ଗ୍ରାମ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ ଗେରେଡ଼ା ଗ୍ରାମ ପଞ୍ଚାୟତ ସମରବନ୍ଧରେ । ଆଜକୁ ପ୍ରାୟ ଦଶ ବର୍ଷ ହେଲା ସେ ନିଜ ଗାଆଁରୁ ଆସି ତିନିଛକିଆ ଠାରେ ଏକ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ ତୁଲାଉଥିଲେ । ପରିବାର ସବୁ ଆରାପାରିକୁ ଚାଲିଗଲେଣି । ସମୟ କ୍ରମେ ଶରୀରର ଶକ୍ତି କମିବା ଫଳରେ ଆଉ ସେ ମନ୍ଦିର କାର୍ଯ୍ୟ କରି ପାରିନଥିଲେ । ଫଳରେ ପୂଜା କାର୍ଯ୍ୟରୁ ଗ୍ରାମବାସୀ ନିବୃତ୍ତ କରିଥିଲେ । ସେବେଠାରୁ ପ୍ରାୟ ଏକ ବର୍ଷ ହେବ ଏମିତି ଭିକ୍ଷା ବୃତ୍ତି କରି ଖରା ବର୍ଷାରେ ମଧ୍ଯ ପଡିରହିଛନ୍ତି ଏହି ଯାତ୍ରୀ ବିଶ୍ରାମଗାରା ଘରେ । ତେବେ ବିଶ୍ଵନାଥଙ୍କୁ ଥଇଥାନର ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ସରକାରଙ୍କୁ ଅନୁରୋଧ କରିଛନ୍ତି ।

    ତେବେ ଖବର ପ୍ରସାରଣ ପରେ ବୃଦ୍ଧଙ୍କ ପାଇଁ ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

  • ଆଜି ପବିତ୍ର ମହାଳୟା, ପିତୃପୁରୁଷଙ୍କୁ ପିଣ୍ଡଦାନ ଲାଗି ପୀଠମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ

    ଆଜି ପବିତ୍ର ମହାଳୟା, ପିତୃପୁରୁଷଙ୍କୁ ପିଣ୍ଡଦାନ ଲାଗି ପୀଠମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ

    ଅଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ଅପରପକ୍ଷ ବା ପିତୃପକ୍ଷଙ୍କ ଆବାହନର ଅନ୍ତିମ ଦିବସ ହେଉଛି ପବିତ୍ର ମହାଳୟା। ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନଭଳି ପରମ୍ପରା ଉତ୍କଳୀୟ ସସ୍କୃତିରେ ଦେଖିବାକୁ ମିଳିଥାଏ। ମହାଳୟା ଅମାବାସ୍ୟାରେ ପିତୃକୁଳ ଓ ମାତୃକୁଳକୁ ଆଜି ପୁତ୍ରମାନେ ପିଣ୍ଡ ଦାନ କରିଛନ୍ତି। ସେପଟେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ବାଇଶି ପାହାଚରେ ପିଣ୍ଡଦାନ କରିବା ପାଇଁ ବାରଣ ଥିବାରୁ ଫଳରେ ବାଇଶିପାହାଚରେ ପିଣ୍ଡଦାନ କରିନପାରି ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରିଣୀ, ମହୋଦଧି ସମେତ ଶ୍ରୀମନ୍ଦିରର ଉତ୍ତରଦ୍ୱାର ପଟେ ପିଣ୍ଡଦାନ ପାଇଁ ବେଶ ଭିଡ଼ ଦେଖିବାକୁ ମିଳିଛି। ଅନ୍ୟପଟେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କର ଆଜିଠାରୁ ଆରମ୍ଭ ହୋଇଛି ନବଦିନବ୍ୟାପି ଶାକ୍ତ ଗୁଣ୍ଡିଚା ବା ଗୁପ୍ତଗୁଣ୍ଡିଚା ଯାତ୍ରା। ଶାରଦୀୟ ଦୁର୍ଗାପୂଜା ଅବସରରେ ପ୍ରଭୁ ମାଧବ ଦେବୀ ଦୁର୍ଗାଙ୍କୁ ସଙ୍ଗରେ ନେଇ ଗୁପ୍ତରେ ଗୁଣ୍ଡିଚା ଯାତ୍ରା କରିଥାନ୍ତି। ବିଶେଷକରି ଆଜିର ଦିନରେ ପିଣ୍ଡଦାନ କାଲେ ପିତୃପୁରୁଷଙ୍କ ମୋକ୍ଷ ଲାଭ ହୋଇଥାଏ ବୋଲି ବିଶ୍ଵାସ ରହିଛି। ତେବେ ଆଜି ପିତୃପକ୍ଷର ଶେଷ ଦିନ ତଥା ମହାଳୟା ଅବସରରେ ଶହ ଶହ ଶ୍ରଦ୍ଧାଳୁ ପିଣ୍ଡଦାନ ପାଇଁ ଦେବୀପୀଠ ମାନଙ୍କୁ ଆସିବାର ଲକ୍ଷ୍ୟ ରଖାଯାଇଛି।

  • ଆବାସ ଘର ପାଇବାରୁ ବଂଚିତ ୭ ଜଣ ଭିନ୍ନକ୍ଷମଙ୍କୁ ନେଇ ଶ୍ରୀମତିଙ୍କ ପରିବାର

    ଆବାସ ଘର ପାଇବାରୁ ବଂଚିତ ୭ ଜଣ ଭିନ୍ନକ୍ଷମଙ୍କୁ ନେଇ ଶ୍ରୀମତିଙ୍କ ପରିବାର

    ସରକାରଙ୍କ ମାଲମାଲ ଯୋଜନାକୁ ନେଇ ଲୋକଙ୍କ ଭିତରେ ଦ୍ବନ୍ଦ୍ବ। ବାସ୍ତବରେ ସରକାରୀ ଯୋଜନା କାହା ପାଇଁ? ସତରେ କଣ ଅସହାୟ ଗରିବଙ୍କ ପାଇଁ? ଯଦି ହଁ ତେବେ ଥରେ ଏହି ଭିଜୁଆଲ ଆଡେ ନଜର ପକାନ୍ତୁ। ମାଟି ଛପର ଘର। ହେଲେ ଛପର ହୋଇ ନ ପାରି ଘର ପଡିରହିଛି। ଏପଟେ କାନ୍ଥ ଫାଟି ଆଁ କରିଛି। ଆଉ ଏହି ଭଙ୍ଗା ଘରେ ରହୁଛନ୍ତି ୧୦ ପ୍ରାଣୀ କୁଟୁମ୍ବ। ଭାବୁଥିବେ ଏତେ ସଦସ୍ୟଙ୍କ ଏହି ପରିବାର, ଅଥଚ ଘର ମରାମତି କି ଛପର କରି ପାରୁନାହାନ୍ତି? ସବୁ ବସି ଖାଉଛନ୍ତି ବୋଧେ। କିନ୍ତୁ ନାହିଁ ଆଜ୍ଞା, ପରିବାରରେ ୧୦ ଜଣ ସଦସ୍ୟ ଥିଲେ ମଧ୍ୟ ସେମାନଙ୍କ ଭିତରୁ ପୁଅ, ବୋହୂ ଓ ସେମାନଙ୍କ କୁନି ପିଲାଟିକୁ ଛାଡିଦେଲେ ବୁଢୀ ମା ଶ୍ରୀମତି ଓ ତାଙ୍କ ୬ ଝିଅ ଆଜନ୍ମ ଅନ୍ଧୁଣୀ। ନିଜ କାମ କରିବା ସେମାନଙ୍କ ପାଇଁ କାଠିଗର ପାଠ। ଏମିତିରେ ଘର ଲିପା ପୋଛା କରିବା ବା ଫଟା କାନ୍ଥରେ ମାଟି ଲେସିବା କଣ ସେମାନଙ୍କ ପାଇଁ ସହଜ? ବୋହୂ ଛୋଟ ଛୁଆ ଓ ଘର ପାଇଟିରେ ବ୍ୟସ୍ତ, ପୁଅ ମୁଲ ମଜୁରୀ ଲାଗି ଯାହା ରୋଜଗାର କରେ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। କିନ୍ତୁ ଏହି ପରିବାରକୁ ମିଳୁନି ଆବାସ ଯୋଜନାରେ ଘରଟିଏ। ଆମେ କହୁଛୁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଜମ୍ଭିରା ଗ୍ରାମର ୧୦ ନଂ ୱାର୍ଡର ଶ୍ରୀମତି ସେଠିଙ୍କ କଥା। ନାନା ଅଭାବ ଅସୁବିଧା ଭିତରେ କଟୁଛି ଶ୍ରୀମତିଙ୍କ ଦିନ। ସରକାରଙ୍କ ପକ୍ଷରୁ ତାଙ୍କୁ ମିଳୁଛି ଭିନ୍ନକ୍ଷମ ଭତ୍ତା ସାଙ୍ଗକୁ ଟଙ୍କିକିଆ ଚାଉଳ। ହେଲେ ତିଅଣ ପାଇଁ ପନିପରିବା, ତେଲ, ଲୁଣ ପରି ସାମଗ୍ରୀ ବି ତ ଆବଶ୍ୟକ ପଡୁଛି। ପୁଅର ମଜୁରୀ ଏସବୁ ପୂରଣ କରିବାରେ ନିଅଣ୍ଟ। ତା ପରେ କୋଉଠୁ ଆସିବ ଅର୍ଥ ଘର ଛପର ପାଇଁ? ଘର ମରାମତି ବି ସମ୍ଭବ ହେଉନି ସମୟ ଅଭାବରୁ। ତେଣୁ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଚାହିଁ ବସିଛନ୍ତି ଶ୍ରୀମତି।

    ଅନ୍ୟପଟେ କାନ୍ଥ ବାଡ ଫାଟି ଆଁ କରିଥିବାରୁ ସାପ, ବେଙ୍ଗ ଘରେ ପଶୁଛନ୍ତି। ଏମିତି ବିପଦପୂର୍ଣ୍ଣ ଘରେ ଜୀବନ କାଟୁଛନ୍ତି ୭ ଜଣ ଦୃଷ୍ଟି ବାଧିତ। ଏହି ଭିନ୍ନକ୍ଷମ ଗରିବ ପରିବାର ପ୍ରତି ଧ୍ୟାନ ଦେଇ ସରକାର ତୁରନ୍ତ ଆବାସ ଯୋଜନାରେ ଘର ଟିଏ ଯୋଗାଇ ଦେବାକୁ ଦାବି କରୁଛନ୍ତି ଗ୍ରାମବାସୀ।

    ଦୀର୍ଘ ଦିନରୁ ଆବାସ ପାଇଁ ପଂଚାୟତ ଠୁ ଆରମ୍ଭ କରି ବିଡ଼ିଓ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନୟାନ୍ତ ହେଲେଣି, ହେଲେ କେହି ଶୁଣୁ ନାହାନ୍ତି ଶ୍ରୀମତିଙ୍କ ଗୁହାରି ବୋଲି ଅଭିଯୋଗ ହେଉଛି। ଏ ସମ୍ପର୍କରେ ଆମ ପ୍ରତିନିଧି ହାଟଡିହି ବିଡ଼ିଓଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଆଶା କରୁଛି ଖବର ପ୍ରସାରଣ ପରେ ପ୍ରଶାସନ ଏହି ପରିବାର ସମ୍ପର୍କରେ ଜାଣିବାକୁ ପାଇବ ଓ ସେମାନଙ୍କୁ ଏକ କୋଠା ଘର ଯୋଗାଇ ଦିଆଯିବ।

  • ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଆଉ ୪ଟି ୧୦୮ ଆମ୍ବୁଲାନ୍ସସ ଲୋକାର୍ପିତ

    ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଆଉ ୪ଟି ୧୦୮ ଆମ୍ବୁଲାନ୍ସସ ଲୋକାର୍ପିତ

    ବୌଦ୍ଧ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଠାରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ସ୍ୱାସ୍ଥ୍ୟ ବିଭାଗର ୪ଟି ନୂତନ ୧୦୮ ଆମ୍ବୁଲାନ୍ସସର ଲୋକାର୍ପଣ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧକାରୀ ଡାକ୍ତର ଜୟକୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ ଓ ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ଯୋଗ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗର ୪ ଟି ନୂତନ ୧୦୮ ଆମ୍ବୁଲାନ୍ସସର ଲୋକାର୍ପଣ କରି ଜିଲାର ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମକୁ ଜିଲା କାର୍ଯ୍ୟକ୍ରମ ସଂଯୋଜକ ରୂପକ ମହାପାତ୍ର ପରିଚାଳନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂଙ୍କ ସମତେ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

  • ହସ୍ପିଟାଲ ଭିତରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଡାକ୍ତର ଓ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ

    ହସ୍ପିଟାଲ ଭିତରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଡାକ୍ତର ଓ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ

    ହସ୍ପିଟାଲରେ ପଶିଲେ ଆଉ ନିର୍ଦ୍ଧୁମ ଛେଚିଲେ। କେହି କିଛି ବୁଝିବା ଆଗରୁ ଡାକ୍ତରଙ୍କଠୁ ଆରମ୍ଭ କରି କର୍ମଚାରୀ କାହାରିକୁ ଛାଡିଲେ ନାହିଁ। ଗୋଡାଇ ଗୋଡାଇ ସମସ୍ତଙ୍କୁ ପିଟିଲେ । ଏହାକୁ ନେଇ ମେଡିକାଲରେ ଏକ ପ୍ରକାରର ଆତଙ୍କରାଜ୍ ଖେଳିଯାଇଥିଲା, ଯାହା ସିସିଟିଭିରେ କଏଦ ହୋଇଛି । ଆଉ ଏଭଳି ଘଟଣା ଖୋଦ ରାଜଧାନୀ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଘଟିଛି । ଅନେକ ସମୟରେ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ସାମ୍ନାକୁ ଆସିଥାଏ । କେଉଁଠି ଡାକ୍ତରଙ୍କ ଅବହେଳା ପାଇଁ ରୋଗୀର ମୃତ୍ୟୁ ଘଟେ ତ ଆଉ କେତେବେଳେ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଅନେକ ରୋଗୀଙ୍କ ଜୀବନକୁ ଦୁର୍ବିସହ କରିଦେଉଥିବା ଅଭିଯୋଗ ହୋଇଆସୁଛି । ସମାନ କିଛି ଅଭିଯୋଗ ଆଣି ରୋଗୀଙ୍କ ସମ୍ପର୍କୀୟ ଏଭଳି ଆତଙ୍କ ରାଜ୍ ଖେଳାଇଥିବା ଜଣାପଡିଛି । ଥରେ ଭଲ କରି ଦେଖନ୍ତୁ ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟକୁ । କିଛି ଦୁର୍ବୃତ୍ତ ବିନା କାରଣରେ ରାଜଧାନୀରେ ଥିବା ଏକ ଘରୋଇ ହସ୍ପିଟାଲ ଭିତରକୁ ପଶି ଆସୁଛନ୍ତି । ଆଉ ରୋଗୀଙ୍କୁ ଟ୍ରିଟମେଣ୍ଟ କରୁଥିବା ଡ଼ାକ୍ତର , ନର୍ସ ଆଉ ଅନ୍ୟ ଷ୍ଟାଫଙ୍କୁ ନିର୍ଦ୍ଧୁମ ମାଡ଼ ମାରୁଛନ୍ତି । ଏନେଇ ବଡଗଡ ଥାନାରେ ହସ୍ପିଟାଲ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି । ସୂଚନାମୁତାବକ, ଆକ୍ରମଣ କରିଥିବା ଯୁବକମାନଙ୍କର ଜଣେ ସମ୍ପର୍କୀୟ ସେହି ହସ୍ପିଟାଲରେ ଚିକିତ୍ସା ପାଇଁ ଆସିଥିଲେ । ହେଲେ ରୋଗୀର ସ୍ୱାସ୍ଥ୍ୟବସ୍ଥାରେ ଅନେକ ସମସ୍ୟା ରହିଥିଲା । ତେଣୁ ଉତ୍ତମ ଚିକିତ୍ସା ପାଇଁ ଅନ୍ୟ ହସ୍ପିଟାଲକୁ ନେବାପାଇଁ କହିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ହେଲେ କିଛି ନ , ନ ବୁଝି ଏଠାରେ ଚିକିତ୍ସା କରାଯାଉ ବୋଲି ଜିଦ୍ ଧରିଥିଲେ ପରିବାର ଲୋକେ । ପରେ ବହୁ ବୁଝେଇବା ଫଳରେ, ରୋଗୀଙ୍କ ସଂପର୍କୀୟ ମାନେ ଭୁବନେଶ୍ଵରର ଏକ ବଡ଼ ହସ୍ପିଟାଲକୁ ରୋଗୀକୁ ନେଇଥିଲେ । ହେଲେ ସେଠାରେ ରୋଗୀର ମୃତୁ ହୋଇଥିଲା। ଏହା ପରେ ରୋଗୀଙ୍କ ସମ୍ପର୍କୀୟ ମାନେ ଶ୍ରୀ ହସ୍ପିଟାଲକୁ ଆସି ଏମିତି ଉନ୍ମତକାଣ୍ଡ ଘଟାଇଥିଲେ । ସେମାନଙ୍କ ଆକ୍ରମଣରେ ଡ୍ୟୁଟିରେ ଥିବା ଜଣେ ଡ଼ାକ୍ତର ଗୁରୁତର ହୋଇଛନ୍ତି । ବଡ଼ଗଡ଼ ଥାନା ପକ୍ଷରୁ ତଦନ୍ତ କରାଯାଇ ୨ ଜଣଙ୍କୁ ଗିରଫ କରାଯାଇଛି ।

  • ଚୋରି ସାମଗ୍ରୀ କିଣି ବନ୍ଧାହେଲେ କବାଡି ମାଲିକ

    ଚୋରି ସାମଗ୍ରୀ କିଣି ବନ୍ଧାହେଲେ କବାଡି ମାଲିକ

    ଚୋରି କରିବା ଓ ଚୋରି ଜିନିଷ ରଖିବା ଉଭୟ ଆଇନଗତ ଦଣ୍ଡନୀୟ ଅପରାଧ । ତେଣୁ, ଜାଣତରେ ହେଉ କିମ୍ବା ଅଜାଣତରେ କୈାଣସି ଜିନିଷ କିଣୁଥିଲେ ଟିକିଏ ସଚେତନତା ଅବଲମ୍ବନ କରିବା ନିହାତି ଆବଶ୍ୟକ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଂଚଳରୁ । ଘଟଣାରୁ ଯାହା ଜଣାପଡିଛି କିଛି ଦିନ ପୁର୍ବରୁ ବିଶୋଇ ଟାଟା ପାୱାର ସେକ୍ସନ ରାଧାନଗର ଅଞ୍ଚଳରୁ କିଛି ବିଦ୍ୟୁତ ତାର ଚୋରି ହୋଇଥିଲା । ଏନେଇ ବିଦ୍ୟୁତ ବିଭାଗର ଜେଇ ସମିର କୁମାର ଆଚାର୍ଯ୍ୟ ବିଶୋଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏନେଇ ବିଶୋଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ବିଶୋଇ ପୋଲିସ ଏହି ଘଟଣାର ତଦନ୍ତ କରି ଯଶିପୁର ଥାନା ଜାମଦାସାହି ଅଞ୍ଚଳରୁ ମହମ୍ମଦ ଆସିଫ୍ ନାମକ ଜଣେ ବେଆଇନ୍ କବାଡିଖାନା ମାଲିକଙ୍କୁ ଗିରଫ କରିଛି । ତାସହିତ ଚୋରି ହୋଇଥିବା ସାମଗ୍ରୀ କୋଟର ମେସିନ ଆଦି ଜବତ କରିଛି ବିଶୋଇ ପୋଲିସ । ବୁଧବାର ଅପରାହ୍ନରେ ଅଭିଯୁକ୍ତକୁ ଡାକ୍ତରି ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି । ହେଲେ ଏହି ବେଆଇନ୍ କବାଡି ଖାନା ଗୁଡ଼ିକ ପାଇଁ ଦିନକୁ ଦିନ ଚୋରି ଉପଦ୍ରବ ବଢୁଥିବା ନେଇ ପୁର୍ବରୁ ପ୍ରମାଣ ମିଳିଥିବା ବେଳେ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ନିତାନ୍ତ ଆବଶ୍ୟକ ହୋଇପଡିଛି।