Category: ରାଜ୍ୟ ଖବର

  • ମାଳଦୀପରେ ପଡ଼ି ରହିଛି ଓଡିଆ ଯୁବକଙ୍କ ଶବ, ପ୍ରାଥିବ ଶରୀର ଫେରାଇ ଆଣିବାକୁ ନିବେଦନ

    ମାଳଦୀପରେ ପଡ଼ି ରହିଛି ଓଡିଆ ଯୁବକଙ୍କ ଶବ, ପ୍ରାଥିବ ଶରୀର ଫେରାଇ ଆଣିବାକୁ ନିବେଦନ

    ମାଳଦୀପରୁ ଆସିପାରୁନି ଓଡିଆ ଯୁବକଙ୍କ ମୃତ ଶରୀର । ଗାଁକୁ ଫେରାଇ ଆଣିବାକୁ ଅନୁରୋଧ କରୁଛନ୍ତି ପରିବାର ଲୋକେ । ଏଭଳି ଏକ ଦୁଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଳାଇଲୋ ଗାଁରେ । ଅଳାଇଲୋ ଗାଁ ର ବିଜୟ ସେଠୀ ଙ୍କ ପୁଅ ସୁଧୀର କେଏ ସ ଆର ମେରାଇନ ସର୍ଭିସ ପ୍ରାଇଭେଟ ଲିଃ ନାମକ ଏକ କମ୍ପାନୀ ରେ ଆଜକୁ 8 ବର୍ଷ ହେବ କାମ କରି ଆସୁଥିଲେ । ନାଭେମ୍ବର ମାସ ପ୍ରଥମ ସପ୍ତାହ ରେ ସୁଧୀର ଗାଁ କୁ ଆସିଥିଲେ,ଆଜି କୁ 15 ଦିନ ପୂର୍ବେ ସୁଧୀର ମାଳଦୀପ କୁ ଯାଇଥିଲେ, ଆଉ ସେଠାରେ ଶ୍ରମିକ ଭାବେ କାମ କରୁଥିଲେ । ଶନିବାର ଦିନ କାମ କରୁଥିଲା ବେଳେ ହଠାତ ଗ୍ୟାସ ଟାଙ୍କି ଫାଟି ବିସ୍ପୋରଣ ହେବାରୁ ଘାଟଣ ସ୍ଥଳ ରେ ସୁଜିତଙ୍କ ମୃତ୍ୟୁ ହୋଇ ଯାଇଥିବା ସୁଧୀରଙ୍କ ସାଙ୍ଗ ତାଙ୍କ ପରିବାର କୁ ସୂଚନା ଦେଇଥିଲେ । ଏହି ଖବର ମିଳିବା ପରେ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସେପଟେଭାଇ ର ମୃତ୍ୟୁ ଶରୀର ଓଡିଶା କୁ ଫେରାଇ ଆଣିବା ପାଇଁ ସୁଧୀରର ବଡ଼ ଭାଇ ନିବେଦନ କରିବା ସହ କମ୍ପାନୀ ପକ୍ଷରୁ ଆର୍ଥିକ ସାହାଯ୍ୟ ଯୋଗାଈ ଦେବା ପାଇଁ ପ୍ରଶାସନ କୁ ନିବେଦନ କରିଛନ୍ତି ଗ୍ରାମବାସୀ ।

  • ଚୋରା ମଦ କାରଖାନା ବେପାରୀ ଧରାପଡ଼ିଲେ ଅବକାରୀ ବିଭାଗ ହାତରେ

    ଚୋରା ମଦ କାରଖାନା ବେପାରୀ ଧରାପଡ଼ିଲେ ଅବକାରୀ ବିଭାଗ ହାତରେ

    ସବୁଠି ଏବେ ମହାମାୟା ଦୁର୍ଗା ପୂଜାର ଆସର । ଏହି ସୁଯୋଗକୁ ହାତଛଡ଼ା କରୁ ନାହାଁନ୍ତି କିଛି ଅସାଧୁ ଲୋକ । କେହି ନକଲି ମିଠା ବିକ୍ରି କରୁଛନ୍ତି ତ ଆଉ କେହି ନକଲି ମଦ। ଏଭଳି ଏକ ନକଲି ଚୋରା ମଦ କାରଖାନା ବେପାରୀ କୁ ଧରିବାରେ ସଫଳ ହୋଇଛି ସମ୍ବଲପୁର ଅବକାରୀ ବିଭାଗ। ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଓ କେନ୍ଦୁଝର ଅବକାରୀ ବିଭାଗ ମିଳିତ ଚଡ଼ାଉ କରି ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ନକଲି ବିଦେଶୀ ମଦ ଜବତ କରିଛନ୍ତି ।ସୁଚନା ଅନୁୟାୟୀ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ତୁରୁମୁଙ୍ଗା ଗ୍ରାମର ସୁଦର୍ଶନ ସାହୁ ନିଜ ଘରେ ଦୀର୍ଘଦିନ ଧରି ନକଲି ଚୋରା ମଦ କାରଖାନା କରି କାରବାର ଚଳାଇ ଆସୁଥିଲା। ବିଭିନ୍ନ ସାମଗ୍ରୀ କଲିକତାରୁ ଆଣି ନିଜ ଘରେ ତିଆରି କରି ବିକ୍ତି କରୁଥିଲା। ଏନେଇ ସ୍ଥାନୀୟ ଅବକାରୀ ବିଭାଗ ସୂଚନା ପାଉନଥିବା ବେଳେ ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଏହି ଖବର ପାଇ ଗତକାଲି ସୁଦର୍ଶନ ଘରେ ଚଢ଼ାଉ କରିଥିଲା। ତାଙ୍କ ଘରେ ଚଢ଼ାଉ କଲା ବେଳେ ସ୍ପିରିଟ ୫୭୦ ଲିଟର, ନକଲି ମଦ ୩୪ ଲିଟର, ନକଲି ମଦ ବୋତଲ ୫୮ଟି( ଆଇବି, ରୟାଲ ଷ୍ଟାଗ, ନମ୍ବର ୱାନ) ଖୋଲା ବୋତଲ ୨୧୨ଟି, ଠିପି ୩୪୭୧ଟି, ୪୮୧୫ଟି ନକଲି ଷ୍ଟିକର, ସିଲିଂ ମେସିନ ଦୁଇଟି, ୫ସହ ଲିଟର ଯାର ଦୁଇଟି ସହ ବହୁ ଆନୁସଙ୍ଗିକ ଉପକରଣ ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ।

    ଅଭିଯୁକ୍ତ ସୁଦର୍ଶନ ସାହୁ ଉକ୍ତ ସମସ୍ତ ନକଲି ଚୋରା ମଦ ସ୍ଥାନୀୟ ଅଞ୍ଚଳରେ ନବିକି ବାହାର ଜିଲ୍ଲା ତଥା ରାଜ୍ୟକୁ ବିକୁଥିବା ଅବକାରୀ ବିଭାଗକୁ ଜଣାଇଛି। ଅଭିଯୁକ୍ତ ସୁଦର୍ଶନକୁ କୋର୍ଟ ଚାଲାଣ କରାଯାଇଛି।ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକଟର ଧନଞ୍ଜୟ ପାତ୍ରଙ୍କ ତତ୍ବାବଧାନରେ କେନ୍ଦୁଝର ଅବକାରୀ ବିଭାଗ ସବ୍ ଇନ୍ସପେକ୍ଟର ଗିରିଜା ନନ୍ଦନ ଜେନାଓ ଅନ୍ୟ କର୍ମଚାରୀ ମାନେ ମିଶି ଏହି ଚଢ଼ାଉ କରିଥିଲେ। ଆଗାମୀ ଦିନରେ ଅବକାରୀ ଗୁଇନ୍ଦା ବିଭାଗ ଡ୍ରଗ୍ସ ମାଫିଆ ମାନଙ୍କ ଉପରେ ନଜର ରଖିଥିବା ବେଳେ ଯଥାଶୀଘ୍ର ଧରିବେ ବୋଲି ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।

  • ତାଳପତ୍ରରେ ନିର୍ମିତ ପ୍ରତିମୂର୍ତ୍ତିରେ ପୂଜା ପାଉଛନ୍ତି ମହାମାୟା

    ତାଳପତ୍ରରେ ନିର୍ମିତ ପ୍ରତିମୂର୍ତ୍ତିରେ ପୂଜା ପାଉଛନ୍ତି ମହାମାୟା

    ମଣ୍ଡପରେ ବିରାଜିଛନ୍ତି ମହାମାୟା ।ପୁର ପଲ୍ଲୀ ହୋଇଉଠୁଛି ଚଳଚଞ୍ଚଳ । ଗାଁ ଠୁ ସହର ସବୁଠି ଉତ୍ସବର ମାହୋଲ । ବିଭିନ୍ନ ସ୍ଥାନରେ ଭିନ୍ନ ସାଜ ସଜ୍ଜାରେ ମା ଦର୍ଶନ ଦେଉଛନ୍ତି ଭକ୍ତଙ୍କୁ । ସେହିଭଳି ଚାନ୍ଦବାଲି ବ୍ଳକରେ ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ମାଆ ଦଶଭୁଜା । ସେଥି ମଧ୍ୟରୁ କଇଥ ଖୋଲାରେ ତାଳପତ୍ରରେ ନିର୍ମିତ ମାଆଙ୍କ ମୂର୍ତ୍ତି ଦେଖିବାକୁ ଜମୁଛି ଭିଡ । ପଶ୍ଚିମ ବଙ୍ଗର କାରିଗର ମାନେ ତିଆରି କରିଥିବା ଏହି ମୂର୍ତ୍ତିଟି ବେଶ ଆକର୍ଷଣୀୟ । କୌଣସି କୃତ୍ରିମ ଜିନିଷ ବ୍ୟବହାର ନ କରି ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ତିଆରି ହୋଇଥିବା କହିଛନ୍ତି ପୂଜା କମିଟି ସଦସ୍ୟ । ତାଳପତ୍ରରେ ନିର୍ମିତ ପ୍ରତିମୂର୍ତ୍ତିରେ ପୂଜା ପାଉଛନ୍ତି ମା ଏହି ମୂର୍ତ୍ତିକୁ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।

    ସେହିଭଳି ସମସ୍ତ ଶ୍ରଦ୍ଧାଳୁ ମାଆଙ୍କ ନିକଟରେ ଧୂପ ଦ୍ୱୀପ ,ଭୋଗ ଲଗାଇ ଆଶିଷ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି ,ସେହିପରି ଭାବରେ ଦୋସିଙ୍ଗା ପୂଜା ମଣ୍ଡପ ରେ ମଧ୍ୟ ସମ୍ପୂର୍ଣ୍ଣ ନିଆରା ଭାବେ ପୂଜା ପାଉଛନ୍ତି ମା ଦଶଭୁଜା ।

  • ଶାରଦୀୟ ଦୁର୍ଗାପୂଜାରେ ଚଳଚଞ୍ଚଳ ପୁରପଲ୍ଲୀ

    ଶାରଦୀୟ ଦୁର୍ଗାପୂଜାରେ ଚଳଚଞ୍ଚଳ ପୁରପଲ୍ଲୀ

    ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ପୁରପଲ୍ଲୀ । ସରିଛି ମହାମାୟାଙ୍କ ଆବାହନ । ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୂଜା ମଣ୍ଡପ। ମନ ମୋହୁଛି ଆକର୍ଷଣୀୟ ତୋରଣ। କେନ୍ଦୁଝର ସହର ମଧ୍ୟ ପଛରେ ପଡିନି। ସହରରେ ଦଶରୁ ଉର୍ଦ୍ଧ୍ ମେଢ଼ ଅନୁଷ୍ଠିତ ହୋଇଛି।

    କେନ୍ଦୁଝର ପୁରୁଣା ସହର, ଆଟୋପୁର, ଭଳି ଅନେକ ସ୍ଥାନରେ ମହାମାୟାଙ୍କ ପ୍ରତିମା ନିର୍ମାଣ କରାଯାଇଛି। ଏସବୁ ସ୍ଥାନ ଗୁଡିକରେ ସୁଉଚ୍ଚ ତୋରଣ ସାଙ୍ଗକୁ ସୁନ୍ଦର ମେଢ଼ ପ୍ରସ୍ତୁତ କରାଯାଇ ପୂଜର୍ଚ୍ଚନା ଚାଲିଛି। ସବୁ ମେଢ଼ ଗୁଡ଼ିକରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଥିବା ବେଳେ ସହରର ସର୍ବ ପୁରାତନ ଦୁର୍ଗା ମଣ୍ତପ ଆଟୋପୂରରେ ଶାସ୍ତ୍ରୀୟ ପଦ୍ଧତିରେ ପୂଜାର୍ଚ୍ଚନା କରାଯାଇଥାଏ।

    ଚଳିତ ବର୍ଷ ଏହି ପୂଜା ମଣ୍ଡପକୁ ୬୫ ବର୍ଷ ପୁରିଥିବା ବେଳେ କମିଟି ପକ୍ଷରୁ ସ୍ଵତନ୍ତ୍ର ଭାବେ ଆୟୋଜନ କରାଯାଇଛି। ସେହିପରି କେନ୍ଦୁଝର ସହରରେ ବଙ୍ଗାଳୀ ସମ୍ପ୍ରଦାୟ ପକ୍ଷରୁ ପ୍ରଥମ ଥର ପାଇଁ ଦୁର୍ଗା ପୂଜା ଆରମ୍ଭ କରାଯାଇଛି। ଏହି ମେଢ଼ ଦେଖିବା ପାଇଁ ଭକ୍ତଙ୍କ ବ୍ୟାପକ ଭିଡ ପରିଲକ୍ଷିତ ହେଉଛି। ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାମାୟାଙ୍କ ପୂଜାର୍ଚ୍ଚନା ବହୁ ଧୁମଧାମରେ ପାଳନ କରାଯାଉଛି।

  • ଅଜଣା ରୋଗରେ ବାପା ମା’ଙ୍କ ମୃତ୍ୟୁ ପରେ ବେସାହାରା ୪ ନାବାଳିକା

    ଅଜଣା ରୋଗରେ ବାପା ମା’ଙ୍କ ମୃତ୍ୟୁ ପରେ ବେସାହାରା ୪ ନାବାଳିକା

    ଗୋଟିଏ ନାହିଁ କି ୨ଟି ନୁହଁ, ମାସକ ମଧ୍ୟରେ ଚାଲିଗଲାଣି ୧୦ରୁ ଉର୍ଦ୍ଧ୍ବ ଜୀବନ । ଅଜଣା ରୋଗ ସାଜିଛି ଏମାନଙ୍କ ପାଇଁ କାଳ । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଗୋନାସିକାର ଜନ୍ତାରୀ ଜୁଆଙ୍ଗ ବସ୍ତିରେ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକାରେ ରହିଛି ଏହି ଜନ୍ତାରୀ ଗ୍ରାମ । ଗ୍ରାମରେ ବସବାସ କରୁଛନ୍ତି ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଜୁଆଙ୍ଗ ପାରିବାର । ଵଣଜଙ୍ଗଲ ଉପରେ ନିର୍ଭର କରି ଏମାନେ ବେଶ ଆରାମରେ ଜୀବନ ବିତାଇଥାନ୍ତି । କିନ୍ତୁ, ଗତ ଏକ ମାସ ହେବ ଏମାନଙ୍କ ଉପରେ ଦାଉ ସାଧୁଛି ଅଜଣା ରୋଗ । ଏଥିରେ ଆକ୍ରାନ୍ତ ହୋଇ ମାସକ ମଧ୍ୟରେ ଗ୍ରାମରେ ୧୦ ଜଣ ମୃତ୍ୟୁ ବରଣ କଲେଣି ।

    ଏପରିକି ଗୋଟିଏ ପରିବାରର ସ୍ୱାମୀ ସ୍ତ୍ରୀ ଏବଂ ଗୋଟିଏ ଛୁଆ କିଛି ଦିନ ବ୍ୟବଧାନରେ ମୃତ୍ୟୁବରଣ କରିଥିବା ବେଳେ ଏବେ ସେମାନଙ୍କ ଆଉ ୪ଟି କୋମଳମତି ନାବାଳିକା ଅନାଥ ହୋଇ ଗଣ୍ଡେ ଖାଇବାକୁ ଡହଳବିକଳ ହେଉଛନ୍ତି ।

    ଏକ ମାସ ଭିତରେ ଗ୍ରାମର ସୁନିଆ ଜୁଆଙ୍ଗ ଓ ସ୍ତ୍ରୀ ରଶ୍ମି ଜୁଆଙ୍ଗ ଏବଂ ଏକ ମାସର ସାନ ଝିଅ ରିନୁର ମୃତ୍ୟୁ ପରେ ଏବେ ଆଉ ୪ ନାବାଳିକା ଖାଇବାକୁ ପାଉନାହାନ୍ତି । ଓଳିଏ ଖାଇଲେ ଆରଓଳି ଉପାସ ରହୁଛନ୍ତି । ସେମାନଙ୍କୁ ପାଖେ ଆଜି ସାହାରା କହିଲେ କେହି ନାହାନ୍ତି । ସେପଟେ ପ୍ରସାରଣ ପରେ ମେଡିକାଲ ସହ ପ୍ରଶାସନିକ ଟିମ୍ ଯାଇ ପହଞ୍ଚିଛି ଗାଁରେ ।

  • ଏଣିକି ଭୁବନେଶ୍ୱରରେ ହେବ ନାର୍କୋ ଟେଷ୍ଟ

    ଏଣିକି ଭୁବନେଶ୍ୱରରେ ହେବ ନାର୍କୋ ଟେଷ୍ଟ

    କୌଣସି ଅଭିଯୁକ୍ତ କିମ୍ବା ଅପରାଧୀର ନାର୍କୋ ଟେଷ୍ଟ ପାଇଁ ଆଉ ମୁମ୍ବାଇ କିମ୍ବା ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ନାର୍କୋ ଆନାଲିସିସ ଟେଷ୍ଟ କରାଯିବ। ତା’ପୁଣି ଆସନ୍ତା ମାସରୁ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ। କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, କ୍ୟାପିଟାଲ ହସ୍ପିଟାଲ ଓଟି ରେ କରାଯିବ ନାର୍କୋ ପରୀକ୍ଷା। ଏଥିଲାଗି ରାଜ୍ୟ ଫରେନ୍ସିକ୍ ଲ୍ୟାବକୁ ଆସିସାରିଛି ଆବଶ୍ୟକୀୟ ଉପକରଣ। ଷ୍ଟେଟ ଫରେନ୍ସିକ୍ ଲ୍ୟାବ ସହ ଗତକାଲି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବୈଠକ ହୋଇଥିଲା। ବୈଠକ ପରେ କ୍ୟାପିଟାଲ ହସ୍ପିଟାଲ ଆନାସ୍ଥେସିଆ ଓ ମାନସିକ ରୋଗ ବିଶେଷଜ୍ଞଙ୍କ ଏବେ ପ୍ରଶିକ୍ଷଣ ଚାଲିଛି। କ୍ୟାପିଟାଲ ହସ୍ପିଟାଲ ଓଟି ରେ ନିଶା ଇଞ୍ଜେକ୍ସନ ପ୍ରୟୋଗ କରାଯିବା ସହ ଟେଷ୍ଟ କରାଯିବ। ସେ ଆହୁରି କହିଛନ୍ତି, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଟେଷ୍ଟ ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ିଥିଲା। ଏଥିପାଇଁ ସରକାରଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ଆମ ସରକାର ଭଲ ପଦକ୍ଷେପ ନେଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ନାର୍କୋ ଟେଷ୍ଟ ହେବା ନେଇ ନିଷ୍ପତ୍ତି ନେଇଛନ୍ତି।

  • ଦୁଇ ଜଣଙ୍କ ନେତୃତ୍ବ ପରେ ତୃତୀୟ ଏଣ୍ଟ୍ରୀ ବରୀ ରାଜନୀତିକୁ କରିଛି ସରଗରମ

    ଦୁଇ ଜଣଙ୍କ ନେତୃତ୍ବ ପରେ ତୃତୀୟ ଏଣ୍ଟ୍ରୀ ବରୀ ରାଜନୀତିକୁ କରିଛି ସରଗରମ

    ୨୦ ୨୪ ନିର୍ବାଚନ ପୂର୍ବରୁ ଯାଜପୁର ଜିଲ୍ଲା ବରୀରେ ଆରମ୍ଭ ହୋଇଗଲାଣି ବିଜେଡିରେ ବାଦି ପାଲା। ପୂର୍ବରୁ ଦୁଇ ଦୁଇ ଜଣ ନେତାଙ୍କୁ ଦିଆଯାଇଥିଲା ବରୀ ଦାୟିତ୍ବ। ସୁ ନିର୍ବାଚନ ଆଉ କିଛି ମାସ ଥିବା ବେଳେ ଆଉ ଜଣେ ଏଣ୍ଟ୍ରି ମାରିଛନ୍ତି ମୈଦାନକୁ। ଯାହା ଏବେ ବରୀ ନିର୍ବାଚନ ମଣ୍ଡଳୀରେ ମୁଖ୍ୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ସୁନନ୍ଦା ଦାସ ବିଧାୟକ ଥିବା ବେଳେ ବିଶ୍ବ ରଞ୍ଜନ ମଲ୍ଲୀକ ମଧ୍ୟ ବେଶ ଆକ୍ଟିଭ ଅଛନ୍ତି। ହେଲେ ଦଳରେ ନଥାଇ ଜଣେ ଦଳୀୟ କର୍ମୀ ସମାବେଶର ଆୟୋଜନ କରିବା ସମସ୍ତଙ୍କୁ ଚକିତ କରିଛି। ଏକଦା ବିଜୁ ଜନତା ଦଳର ସର୍ବେ ସର୍ବା ବୋଲାଉଥିବା ତଥା ପୂର୍ବତନ ବିଧାୟକ ଦେବାଶିଷ ନାୟକଙ୍କ ଡାହାଣ ହାତ ଥିଲେ ସେକ ସଫିକ ଉଦ୍ଦିନ ଓରଫ ଟାଲି। ନିକଟରେ ସେ ଏକ ଶାରଦୀୟ ବନ୍ଧୁ ମିଳନର ଆୟୋଜନ କରିଥିଲେ। ଏଥିରେ ବହୁ ବିଜେଡି ନେତା ଓ କର୍ମକର୍ତ୍ତା ଯୋଗ ଦେଇଥିଲେ। ଏପରି ଆୟୋଜନକୁ ନେଇ ରାଜନୀତିରେ ରୁଚି ରଖୁଥିବା ସ୍ଥାନୀୟ ଲୋକେ ତଟକା ହୋଇଯାଇଛନ୍ତି। କାରଣ ପୂର୍ବରୁ ଟାଲି ଦଳରୁ ବହିଷ୍କୃତ ହୋଇଥିଲେ। ଏବେ ତାଙ୍କ ଦ୍ବାରା ହେଉଛି ଦଳୀୟ କାର୍ଯ୍ୟକ୍ରମ। ସେଥିରେ ଲଗାଯାଇଥିବା ବ୍ୟାନରରେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଫଟୋ ମାରିଛନ୍ତି। ଏହା ବ୍ୟତୀତ ଆଗାମୀ ନିର୍ବାଚନରେ ବିଜେଡ଼ି ପାଇଁ କାମ କରିବେ ବୋଲି ଘୋଷଣା କରିଛନ୍ତି ଟାଲି।

    ସବୁଠୁ ଗୁରୁତ୍ୱ ପୂର୍ଣ କଥା ହେଉଛି ଯେଉଁ ଟାଲି ଏକଦା ବିଧାୟକ ଦେବାଶିଷଙ୍କ ଖାସ ଥିଲେ, ଏବେ ସେ ଦେବାଶିଷଙ୍କୁ ଜଣେ ବାଚାଳର ଆଖ୍ୟା ଦେଇଛନ୍ତି। ତେବେ ଏପରି ଏକ ଆୟୋଜନକୁ ନେଇ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ବର୍ତ୍ତମାନର ସମିତି ସଭ୍ୟ କହିଛନ୍ତି କି, ବରୀରେ ଦୁଇ ଦୁଇ ଜଣ ବଡ ନେତା ଥିବା ବେଳେ କିନ୍ତୁ ଦଳ ଏଠାରେ ଦୁର୍ବଳ ହୋଇଯାଇଛି। ସମସ୍ତେ ନିଜ ନିଜ ସ୍ବାର୍ଥ ସାଧନରେ ବ୍ୟସ୍ତ। ଏପରି ସ୍ଥଳେ ବହୁ ପୁରୁଖା କର୍ମୀ ଅବହେଳିତ ରହିଯାଇଛନ୍ତି। ଏପରି ସମାବେଶ ଦ୍ବାରା ସେମାନଙ୍କୁ ପୁଣି ଆକ୍ଟିଭ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ମଜବୁତ କରିବାକୁ ଲକ୍ଷ୍ଯ ରଖାଯାଇଛି।

    ଅନ୍ୟପଟେ ଟାଲି ପୁଣି ଆକ୍ଟିଭ ହେବାକୁ ନେଇ ଚର୍ଚ୍ଚା କି ବିଜେଡିରେ ତାଙ୍କ ପାଇଁ ପଥ ଏବେ ପରିଷ୍କୃତ କରାଯାଇଛି ଆଉ ଏସବୁ ପଛରେ ରହିଛି ପ୍ରଣବ ପ୍ରକାଶଙ୍କ ହାତ । ସେପଟେ ନିର୍ବାଚନ ମଣ୍ଡଳୀରେ ଟାଲି ଙ୍କ ପ୍ରତି ସମର୍ଥନ ଧୀରେ ଧୀରେ ବୃଦ୍ଧି ପାଉଥିବା ମଧ୍ୟ ଲକ୍ଷ୍ୟ କରାଯାଉଛି। ତେଣୁ ଆଗକୁ କଣ ହେବାକୁ ଯାଉଛି ତା ଉପରେ ଏବେ ସମସ୍ତଙ୍କ ନଜର ।

  • ପୂଜା ପାଇଁ ସୁରକ୍ଷା ଦାୟିତ୍ବରେ ୩୧ ପ୍ଲାଟୁନ ଫୋର୍ସ

    ପୂଜା ପାଇଁ ସୁରକ୍ଷା ଦାୟିତ୍ବରେ ୩୧ ପ୍ଲାଟୁନ ଫୋର୍ସ

    ଦଶହରା ପୂଜା ପାଇଁ କମିଶନରେଟ ପୁଲିସ ପକ୍ଷରୁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

    ପୂଜା ପାଇଁ ସୁରକ୍ଷା ଦାୟିତ୍ବରେ ୩୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।

    ରାଜଧାନୀର ୧୮୮ ଟି ସ୍ଥାନରେ ଦୁର୍ଗାପୂଜା ହେବ ।

    ୨୦ ରୁ ୨୫ ଅକ୍ଟୋବର ଯାଏଁ ପୁଲିସ ଛାଉଣୀରେ ରାଜଧାନୀ ରହିବ ।

    ଟ୍ରାଫିକ କଟକଣା ସହ ବ୍ଲକିଂ ଓ ଚେକିଂ କଡାକଡି ହେବ ।

    ଏହି ସମୟ ମଧ୍ୟରେ ଭାରିଯାନ ଚଳାଚଳରେ ପ୍ରତିବନ୍ଧକ ରହିବ ।

    ୩ଟି କ୍ୟାଟାଗୋରୀରେ ପୂଜା ମଣ୍ଡପକୁ ସୁରକ୍ଷା ଦିଆଯିବ।

    ବିଭିନ୍ନ ବିଭାଗ ସହ କମିଶନରେଟ ପୁଲିସର ଜଏଣ୍ଟ ଇନ୍ସପେକ୍ସନ ସରିଛି ।

    ୬ଟି ଜାଗାରେ କମିଶନରେଟ ପୁଲିସ କଣ୍ଟ୍ରୋଲ ରୁମ କରିଛି।

    ବଟି ଓ ଚାନ୍ଦା ମାଗିଲେ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି ଓ ପୁରା ସୁରକ୍ଷା ବ୍ୟବସ୍ଥାକୁ ଭୁବନେଶ୍ୱର ଡିସିପି ୨୪ ଘଣ୍ଟିଆ ଅନୁଧ୍ୟାନ କରିବେ ବୋଲି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।

    କମିଶନରଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ୧୨ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୪୧ ଜଣ ଇନ୍ସପେକ୍ଟର ସହରରେ ନିୟୋଜିତ ହେବେ । ସେହିପରି ୧୫୧ ଜଣ ଏଏସଆଇ, ୧୧୯ ଜଣ ଟ୍ରାଫିକ କନଷ୍ଟେବଳ, ୭୦ ଜଣ ଏପିଆର କନଷ୍ଟେବଳ ଓ ୨୦୭ ଜଣ ଓଏପିଏଫ କନଷ୍ଟେବଳ ନିୟୋଜିତ ହେବେ। ସହରର ଛକ ଓ ଗଳିକନ୍ଦି ସିସିଟିଭି ନଜରରେ ରହିବ।

    ସେହିପରି ପୁଲିସ କମିଶନର କହିଛନ୍ତି ଯେ ପୂଜା ଦେଖିବାକୁ ଗଲାବେଳେ ନିଜ ଘରର ସୁରକ୍ଷା ନେଇ ସଚେତନ ରୁହନ୍ତୁ ।

  • ଦିନରେ ଲାନକୋ କମ୍ପାନୀ ଅତିଥି, ସଞ୍ଜ ନଇଁଲେ ଉତ୍ପାତକାରୀ

    ଦିନରେ ଲାନକୋ କମ୍ପାନୀ ଅତିଥି, ସଞ୍ଜ ନଇଁଲେ ଉତ୍ପାତକାରୀ

    ଦିନକୁ ଦିନ ବଢିବାରେ ଲାଗିଛି ହାତି-ମଣିଷ ଲଢେଇ । କେତେବେଳେ ମଣିଶର ଶୀକାର ହେଉଛନ୍ତି ହାତୀ ତ ଆଉ କେତେବେଳେ ହାତୀର ଶୀକାର ହେଉଛି ମଣିଷ । ଯାହାର ପରିଣତି ଦେଖିବାକୁ ମିଳିଛି ଢେଙ୍କାନାଳ-ଅନୁଗୁଳ ମଧ୍ୟବର୍ତ୍ତି ଶିଳ୍ପାଞ୍ଚଳରେ ।

    ଦୈନନ୍ଦିନ ୫୦ ରୁ ଉର୍ଦ୍ଧ ହାତୀ ପଲଙ୍କ ଯାତାୟତ ରାସ୍ତ ପାଲଟିଛି ଢେଙ୍କାନାଳ-ଅନୁଗୁଳ ମଧ୍ୟବର୍ତ୍ତି ଶିଳ୍ପାଞ୍ଚଳ ।

    କୁସୁପଙ୍ଗା, ମଙ୍ଗଳପୁର, ଖଡଗପ୍ରସାଦ ଓ ମୋଟଙ୍ଗା ଗ୍ରାମ ପଂଚାୟତରେ ବଢିଛି ଜଙ୍ଗଲୀ ହାତୀଙ୍କ ଉତ୍ପାତ ।

    ମାନପୁର ପଂଚାୟତର ପୁରୁଣାକୋଟ ଗ୍ରାମରେ ହାତୀଙ୍କ ଦୈାରାତ୍ମ୍ୟରେ ଅତିଷ୍ଠ ହେଉଛନ୍ତି ଅଞ୍ଚଳବାସୀ।

    ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୫୦ ରୁ ଉର୍ଦ୍ଧ ଜଙ୍ଗଲୀ ହାତୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି ବନ୍ଦ ହୋଇଯାଇଥିବା ଲାନକୋ କମ୍ପାନୀ ପରିସର । ଦିନରେ କମ୍ପାନୀ ମଧ୍ୟରେ ଆଶ୍ରୟ ନେଇ ରାତିରେ ମାନପୁର, କୁରୁନ୍ତି, ସୁରଭି, ତାଲଡ଼ଙ୍ଗା, ହଳଦିଆ ବାହାଳ ଏବଂ ବିଦ ଇତ୍ୟାଦି ଗ୍ରାମରେ ଧାନ ଖାଇବା ସହ ଫସଲ ନଷ୍ଟ କରୁଛନ୍ତି ହାତୀ । ଢେଙ୍କାନାଳ-ଅନୁଗୁଳ ମଧ୍ୟବର୍ତ୍ତି ଅଞ୍ଚଳ ଶିଳ୍ପାଞ୍ଚଳ ହୋଇଥିବା ବେଳେ ନିକଟରେ ଥିବା ଜଙ୍ଗଲ ଦେଇ ଅନେକ ବିଦ୍ୟୁତ୍ ତାର ଥିବାରୁ ବନବିଭାଗ ହାତୀଙ୍କ ସୁରକ୍ଷା ପାଇଁ ଟାଟା ପାୱାର କମ୍ପାନୀ ସହ ଯୋଗାଯୋଗ କରି କେବଳ ବିଦ୍ୟୁତ ସେବା ବନ୍ଦ କରିଦେଉଛନ୍ତି ।ଯାହାଫଳରେ, ଫଳରେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାତିରେ ଅନ୍ଧାରରେ ଜୀବନ କାଟିବାସହ ହାତୀ ଭୟରେ ଗମନାଗମନ ଏକ ପ୍ରକାର ଠପ ହୋଇ ଯାଇଛି ।ଅନ୍ୟପଟେ, ହାତୀଙ୍କ ଉପଦ୍ରବରେ ଅନେକଙ୍କ ଘର ଉଜୁଡି ଯାଉଥିବାବେଳେ ତା’ପ୍ରତି କାହାର ନିଘା ନ ଥିବା ଅଭିଯୋଗ ହେଉଛି । ହାତୀ ପଲଙ୍କୁ ଜଙ୍ଗଲକୁ ଲେଉଟାଇବା ଦିଗରେ ବନ ବିଭାଗର କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ଦେଖିବାକୁ ମିଳୁନଥିବା ବେଳେ ସ୍ଥାନୀୟ ପ୍ରଶାସନ ନୀରବଦ୍ରଷ୍ଟା ସାଜି ଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢୁଛି ।

  • ଓଡ଼ିଶା ଓ ତ୍ରିପୁରା ପାଇଁ ନୂଆ ରାଜ୍ୟପାଳ

    ଓଡ଼ିଶା ଓ ତ୍ରିପୁରା ପାଇଁ ନୂଆ ରାଜ୍ୟପାଳ

    ଓଡ଼ିଶାର ରାଜ୍ୟପାଳ ହେବେ ରଘୁବର ଦାସ ।ଝାଡଖଣ୍ଡର ପୁର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଇନ୍ଦ୍ରସେନା ରେଡ୍ଡୀ ନଲ୍ଲୁଙ୍କୁ ତ୍ରିପୁରାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଓ ତ୍ରିପୁରା ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ରଘୁବର ଦାସ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ। ପ୍ରଫେସର ଗଣେଶୀ ଲାଲଙ୍କ ଉତ୍ତରାଧିକାରୀ ଭାବରେ ଶ୍ରୀ ଦାସଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ଦେଇଛନ୍ତି। ରାଷ୍ଟ୍ରପତି ଭବନରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରଘୁବର ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବରେ ଅବସ୍ଥାପିତ ହେବେ।୨୦୧୪ରୁ ୨୦୧୯ ମଧ୍ୟରେ ରଘୁବର ଦାସ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

    ୧୯୯୫ରେ ବିହାର ଓ ଝାଡ଼ଖଣ୍ଡ ଗୋଟିଏ ରାଜ୍ୟ ହୋଇଥିବା ବେଳେ ରଘୁବର ଦାସ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଆଜି ଯାଏଁ ରଘୁବର ଦାସ ଏକମାତ୍ର ନେତା ଭାବେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି।ଅପରପକ୍ଷରେ ନାଲୁ ଇନ୍ଦ୍ରସେନା ରେଡ୍ଡୀ ତେଲେଙ୍ଗାନାର ଜଣେ ବିଜେପି ନେତା ଏବଂ ତିନିଥର ବିଧାୟକ ଅଛନ୍ତି। ସେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ପଦବୀରେ ମଧ୍ୟ ରହିଥିଲେ। ଉଲ୍ଲେଖଯୋଗ୍ଯ, ପ୍ରଫେସର ଗଣେଷୀ ଲାଲ ଏବେ ଓଡ଼ିଶାର ରାଜ୍ୟପାଳ ଭାବେ କାର୍ଯ୍ୟ ତୁଲାଉଥିଲେ ମଧ୍ୟ ନିକଟରେ ତାଙ୍କର କାର୍ଯ୍ୟକାଳ ଅବଧି ଶେଷ ହୋଇଥିଲା। ତେବେ ରଘୁବିର ଦାସ କେବେଠାରୁ ରାଜ୍ୟପାଳ ଦାୟିତ୍ବ ନେବେ ସେ ନେଇ କୌଣସି ସ୍ପଷ୍ଟିକରଣ ମିଳିନାହିଁ ।