Category: ରାଜ୍ୟ ଖବର

  • ବାଲେଶ୍ୱର ଜିଲ୍ଲା ସିମୁଳିଆରେ ନିଆରା ଢଙ୍ଗରେ ଦୁର୍ଗାପୂଜା ଉତ୍ସବ ପାଳନ

    ବାଲେଶ୍ୱର ଜିଲ୍ଲା ସିମୁଳିଆରେ ନିଆରା ଢଙ୍ଗରେ ଦୁର୍ଗାପୂଜା ଉତ୍ସବ ପାଳନ

    ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଭିନ୍ନ ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଉତ୍ସାହ ସହକାରେ ପାଳନ ହୋଇଯାଇଛି । ଏହି ଅଞ୍ଚଳରେ ମାଙ୍କ ପୂଜା ରୀତିନୀତିରେ ପୂଜାଅର୍ଚ୍ଚନା କରାଯାଇଥିବା ବେଳେ ସିମୁଳିଆ ବ୍ଲକ୍ ଈଶ୍ୱରପୁର ପଞ୍ଚାୟତ ଚନ୍ଦ୍ରପଡ଼ା ଗାଁରେ ଦଶହରା ପର୍ବ ଏକ ନିଆରା ଢ଼ଙ୍ଗରେ ମନାଯାଉଥିବା ଦେଖିବାକୁ ମିଳିଛି ।ଦଶହରା ପରୀପେକ୍ଷୀରେ ବଳଦମାନଙ୍କୁ ରଙ୍ଗ ବେରଙ୍ଗରେ ସର୍ଜିତ କରି ଏକ ନୃତ୍ୟ ପରିବେଷଣ କରିଥାନ୍ତି । ବଙ୍ଗିଅ ସମ୍ପ୍ରଦାୟର ଲୋକେ ଦୀର୍ଘ ୨୦୦ ବର୍ଷ ପୂର୍ବରୁ ଆରମ୍ଭ କରିଥିବା ଏହି ପ୍ରଥାକୁ ଜାରି ରଖିଛନ୍ତି । ଗ୍ରାମବାସୀମାନେ ବିଶ୍ୱାସ ରଖନ୍ତି ବଳଦ ନାଚ ହେଲେ ଗ୍ରାମ ରେ ଭଲ ଚାଷ ହେବା ସହିତ ଗାଁ ର ମଙ୍ଗଳ ହୋଇଥାଏ। ସିମୁଳିଆ ବ୍ଲକ୍ ଈଶ୍ୱରପୁର ପଞ୍ଚାୟତ ଚନ୍ଦ୍ରପଡ଼ା ଗାଁରେ ଏହି ବଳଦ ନାଚ ପ୍ରଥା ୨୦୦ ବର୍ଷରୁ ଉର୍ଦ୍ଧ ହେବ ଚାଲିଆସୁଛି । ଲୋକମାନେ ଦଶହରା ଦିନ ମା’ଦୁର୍ଗା ଦେବୀଙ୍କ ପିଠରେ ମାନସିକ ପୁରଣ ସହିତ ଗାଁ ଲୋକମାନଙ୍କ ନିଜର ମଙ୍ଗଳ କାମନା ପାଇଁ ଏହି ବଳଦ ନାଚ କରିଥାନ୍ତି । ବଳଦ ନାଚ ଦେଖିବା ପାଇଁ ସ୍ଥାନୀୟ ଓ ଦୂରଦୂରାନ୍ତରୁ ସହ ସହ ଭକ୍ତଙ୍କ ଭିଡ଼ ଜମିଥାଏ ।

    ଚନ୍ଦ୍ରପଡ଼ା ଗ୍ରାମର ଗ୍ରାମବାସୀମାନଙ୍କ କହିବା ଅନୁଯାଇ ଏହିଠାରେ ୨୦୦ବର୍ଷ ପୂର୍ବରୁ ବେଙ୍ଗଲ୍ ରୁ କିଛି ଲୋକ ଆସି ବସବାସ କରି ମା’ଦେବୀଙ୍କ ପୂଜା ଅର୍ଚ୍ଚନା କରିଆସୁଥିଲେ । ତାଙ୍କ ବଂଶଜ ବାଇଧର କୁଅଁର ଓ ଅନ୍ୟମାନେ ଦୁର୍ଗାପୂଜା କରିବା ସହିତ ଏହି ବଳଦ ନାଚ ପରମ୍ପରା ବଜାଇ ରଖିଥିଲେ । ଏହି ପରମ୍ପରା କୁ ଏବେ ଏହି ଗ୍ରାମବାସୀ ମାନି ସବୁ ବର୍ଷ ଦଶହରା ଦିନ ପାଳନ କରିଥାନ୍ତି ଓ ବଳଦ ନାଚ ସହିତ ମେଳା ର ମଜା ବେଶ ଉଠାଇଥାନ୍ତି ଅଞ୍ଚଳବାସୀ ।

  • ଗୋଟିଏ ତୀରରେ ଦୁଇ ନିଶାନା ସାଧିଲେ ନବୀନ

    ଗୋଟିଏ ତୀରରେ ଦୁଇ ନିଶାନା ସାଧିଲେ ନବୀନ

    ଭି କେ ପାଣ୍ଡିଆନ! ୨୦୦୦ ବ୍ୟାଚର ଏହି ତାମିଲ ପୂର୍ବତନ ଆଇଏଏସଙ୍କ ସ୍ବେଚ୍ଛାକୃତ ଅବସର ରାଜ୍ୟ ରାଜନୀତିକୁ କରିଛି ସରଗରମ। ଆଗାମୀ ଦିନରେ ସେ ସକ୍ରୀୟ ରାଜନୀତିରେ ପାଦ ଥାପିବା ନେଇ ଚର୍ଚ୍ଚା ଯୋର ଧରିଥିବା ବେଳେ ଅନେକ କହୁଛନ୍ତି କି, ସେ ହିଁ ପରବର୍ତ୍ତି ସମୟରେ ଧରିବେ ରାଜ୍ୟର ଶାସନ ଡୋରି । ଏଥିପାଇଁ ବେଶ ଚତୁରତାର ସହ ଗତ ୨୦୧୯ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ପ୍ରସ୍ତୁତ କରିଥିଲେ ପ୍ଲଟ ।

    ଆହୁରି କୁହାଯାଉଛି, ମୁଖ୍ୟମନ୍ତ୍ରୀ ସେମିତି ନିଜ ଦଳର ନେତା ତଥା ମନ୍ତ୍ରୀଙ୍କୁ ବିଶ୍ବାସ କରି ପାରନ୍ତି ନାହିଁ। କିନ୍ତୁ ନିଜ ଭଦ୍ର, ମାର୍ଜିତ ବ୍ୟବହାର ଓ କର୍ମ ଦକ୍ଷତା ପାଇଁ ଅତି ସହଜରେ ଭି କେ ପାଣ୍ଡିଆନ ହୋଇପାରିଥିଲେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ବାସ ଭାଜନ । ନିଜର ସମସ୍ତ ରଣନୀତି ବିଷୟରେ ପାଣ୍ଡିଆନଙ୍କୁ ହିଁ କେବଳ ଜଣାଉଥିଲା ମୁଖ୍ୟମନ୍ତ୍ରୀ। ଏମିତି କି ଏକଦା ଦଳର କ୍ଷମତା କେନ୍ଦ୍ର କୁହାଯାଉଥିବା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବା ବବି ଦାସଙ୍କୁ ମଧ୍ୟ ବିଶ୍ବାସ କରି ପାରିଲେ ନାହିଁ ନବୀନ। ବବିଙ୍କ ମାତ୍ରାଧିକ ଦଳୀୟ କାମରେ ହସ୍ତକ୍ଷେପ, ଅନ୍ୟ ନେତୃତ୍ବଙ୍କୁ ଅସମ୍ମାନ ଦଳ ପାଇଁ ଘାତକ ହେବ ବୋଲି ହୁଏତ ଠଉରାଇ ନେଇଥିଲେ ମୁଖ୍ୟମନ୍ତ୍ରୀ। ତେଣୁ ତାଙ୍କ ପକ୍ଷ ଛେଦନ କଲେ ସବୁ କ୍ଷମତା ଛଡାଇ ନେଇ।

    ଏହା ବ୍ୟତୀତ ନିଜ ଦଳୀୟ ନେତୃତ୍ବଙ୍କ ହାବଭାବରୁ ସେ ବେଶ ଅବଗତ ଥିଲେ କି ତାଙ୍କ ଦ୍ବାରା ପ୍ରତିଷ୍ଠିତ ବିଜେଡି ନିଜ ଅସ୍ତିତ୍ବ ହରାଇବ ତାଙ୍କ ଅନ୍ତେ। ତେଣୁ ନିଜ ଉତ୍ତରାଧିକାରୀ ଭାବେ ସେ ଭି କେ ପାଣ୍ଡିଆନଙ୍କୁ ବାଛିଛନ୍ତି ବୋଲି ଅନେକ କହୁଛନ୍ତି। ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇପ ଟି ସଚିବ ଭି କେ ପାଣ୍ଡିଆନଙ୍କୁ ସାଧାରଣ ଓଡିଶାବାସୀ ବା କିଏ ଜାଣିଛି? ପାଣ୍ଡିଆନଙ୍କୁ ନିକଟତର କରେଇବାକୁ ମୁଖ୍ୟମନ୍ତ୍ରୀ ପ୍ରଥମେ ଫାଇପ ଟିର ଭିଜନ ନେଇ ସେଥିରେ କଲେ ସଚିବ। ଏହା ପରେ ମୋ ସରକାର ମାଧ୍ୟମରେ ପାଣ୍ଡିଆନଙ୍କୁ କଲେ ପ୍ରମୋଟ । କିନ୍ତୁ ଏହା ଶିକ୍ଷିତ ଓଡିଆ ତଥା ରାଜନେତାଙ୍କ ମଧ୍ୟରେ ସୀମିତ ରହିଯାଇଥିଲା। ସାଧାରଣ ଗାଁ ଗହଳି ଲୋକଙ୍କ ନିକଟରେ ପହଞ୍ଚି ପାରିନଥିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପସନ୍ଦ। ତେଣୁ ଗତ ଜାନୁଆରୀରୁ ଆରମ୍ଭ କଲେ ରାଜ୍ୟବ୍ୟାପୀ ଅଭିଯୋଗ ଶୁଣାଣି ଅଭିଯାନ। ରାଜ୍ୟବ୍ୟାପୀ ବିଭିନ୍ନ ବ୍ଲକକୁ ପଠାଇଲେ। ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କ ନିକଟତର କଲେ।

    ସେମାନଙ୍କଠାରୁ ଅଭିଯୋଗ ସଂଗ୍ରହ କରି କଲେ ସେମାନଙ୍କ ନିକଟତର। ଗାଁ ଗହଳିରେ ଭି କେ ପାଣ୍ଡିଆନଙ୍କୁ ନେଇ ହେଲା ଚର୍ଚ୍ଚା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଚାଲ ବୁଝି ନ ପାରି ବିରୋଧୀ ପାଣ୍ଡିଆନଙ୍କୁ ଘନ ଘନ ଟାର୍ଗେଟ କଲେ। ତାଙ୍କୁ ନେଇ ବିଭିନ୍ନ ଭାବେ କରାଗଲା ସମାଲୋଚନା । ତାଙ୍କ ନାଁକୁ ନେଇ ଟିକଟକ ତିଆରି ହେଲା। ବିରୋଧୀ ଯେତିକି ବିରୋଧ କଲେ ପାଣ୍ଡିଆନଙ୍କୁ ସେତିକି ମାଗଣା ପବ୍ଲିସିଟି ମିଳିଲା। ଯେତେବେଳେ ନବୀନ ଦେଖିଲେ ଛୁଆଠୁ ବଡ ସବୁରି ମୁହଁରେ ପାଣ୍ଡିଆନଙ୍କ ନାଁ, ସେତେବେଳେ ଭିଆରଏସ ପାଇଁ କହିଲେ। ଏବେ ଆଉ କେହି ପାଣ୍ଡିଆନଙ୍କ କାମକୁ ନେଇ କିଛି କହି ପରିବେନି। ସେ ଦଳଠୁ ଆରମ୍ଭ କରି ପ୍ରଶାସନ ସବୁକୁ ପରିଚାଳନା କରିବେ। ନବୀନ ଗୋଟିଏ ତୀରରେ ଦୁଇଟି ନିସାନା ସାଧି ବିରୋଧୀଙ୍କ ଅକଲ କରିଦେଲେ ଗୁଡୁମ।

  • ଆଜି ମା’ ଦୁର୍ଗାଙ୍କ ଭସାଣ ଯାତ୍ରା, ଟ୍ରାଫିକ ନେଇ ଗାଇଡଲାଇନ୍‌ ଜାରି କଲା କମିସନରେଟ୍‌ ପୁଲିସ

    ଆଜି ମା’ ଦୁର୍ଗାଙ୍କ ଭସାଣ ଯାତ୍ରା, ଟ୍ରାଫିକ ନେଇ ଗାଇଡଲାଇନ୍‌ ଜାରି କଲା କମିସନରେଟ୍‌ ପୁଲିସ

    ଗାଇଡଲାଇନ୍‌ ଅନୁସାରେ ବୁଧବାର ଅପରାହ୍ନ ୩ଟାରୁ ଭସାଣ ଯାତ୍ରା ଆରମ୍ଭ ହେବ। ଏଥି ପାଇଁ ରାତି ୧ଟା କିମ୍ବା ଭସାଣ ଶେଷ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ କଟକଣା ଲାଗିବ। ସହିଦ ନଗର ଭସାଣ ବେଳେ ବାଣୀବିହାରରୁ ରୁପାଲି ଛକ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ମନା ହୋଇଛି। ଏହି ସମୟରେ ଯାନବାହନଗୁଡ଼ିକ ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ଯିବ। ସେହିପରି ଜନପଥ ରାସ୍ତାରେ ଯାନବାହନ ଚଳାଚଳ ମନା ହୋଇଛି। ଏହି ରାସ୍ତାରେ ଯିବାକୁ ଥିବା ଗାଡ଼ିଗୁଡ଼ିକ ସଚିବାଳୟ ମାର୍ଗ ଦେଇ ଯିବେ।

    ନୟାପଲ୍ଲୀ ଭସାଣ ପାଇଁ ସିଆରପି ପଟୁ ଗାଡ଼ି ଏକାମ୍ର ପାର୍କ ଦେଇ ଯିବ। ଚନ୍ଦ୍ରଶେଖରପୁର ଭସାଣ ‌ବେଳେ କିଟ୍‌ ପାର୍ଶ୍ବରୁ ନାଲକୋ ଛକ ଯିବା ମନା କରାଯାଇଛି। ସେହିସବୁ ଗାଡ଼ି ନନ୍ଦନକାନନ ରାସ୍ତା ଦେଇ ଜୟଦେବ ବିହାର ଆଡ଼କୁ ଅଗ୍ରସର ହେବେ। ଖୋର୍ଦ୍ଧାରୁ ଆସୁଥିବା ଭାରୀଯାନ ଫାୟାର ଷ୍ଟେସନରୁ ଓଭରବ୍ରିଜ୍‌କୁ ବ୍ୟବହାର କରିବେ। ନିୟମ ଉଲ୍ଲଂଘନ କଲେ ୫ ଶହରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।

  • କନ୍ଧମାଳ ଜିଲ୍ଲାକୁ ଛୁଇଁଲାଣି ଶୀତ

    କନ୍ଧମାଳ ଜିଲ୍ଲାକୁ ଛୁଇଁଲାଣି ଶୀତ

    କନ୍ଧମାଳ ଜିଲ୍ଲାକୁ ଛୁଇଁଲାଣି ଶୀତ । ସନ୍ଧ୍ୟା ହେଲେ କାକର ପଡିବା ସହ ଥଣ୍ଡା ପବନ ଅନୁଭୂତ ହେଲାଣି ଜିଲ୍ଲାରେ।ଆଉ ଅଧିକ ରାତି ବଢିଲେ ଶୀତର ମାତ୍ରା ମଧ୍ୟ ବଢିଚାଲୁଛି। ସକାଳ ହେଲେ କୁହୁଡିର ଚାଦର ମେଲାଇ ହୋଇ ଯାଉଛି ଜିଲ୍ଲାର ବହୁସ୍ଥାନରେ।ଘାସ ପତ୍ର ଉପରେ ପଡିଥିବା କାକର ବୁନ୍ଦା ଉପରେ ସୂର୍ଯ୍ୟ କିରଣ ପଡ଼ି ହୀରକର ଭ୍ରମ ସୃଷ୍ଟି କରିବା ସହ ପରିବେଶକୁ ଆହୁରି ସୁନ୍ଦର କରିଦେଉଛି । ଗତ ବର୍ଷ ଜି ଉଦୟଗିରିରେ ଶୀତ ଅଧିକ ଅନୁଭୂତ ହୋଇଥିଲା, ବିଶେଷ କରି ଦାରିଙ୍ଗିବାଡି,ବେଲଘର୍,ବାଲିଗୁଡା, ଫୁଲବାଣୀରେ ଅଧିକ ଶୀତ ଅନୁଭୂତ ହୋଇଥାଏ। ଶୀତୁଆ ସକାଳରେ ଜିଲ୍ଲାରେ ପ୍ରାତ ଭ୍ରମଣର ମଜା ଟିକେ ନିଆରା । ସେଥିପାଇଁ ଶୀତର ଆଗମନ ହେଉ ହେଉ ଜିଲ୍ଲା ଓ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକଙ୍କ ସମାଗମ ଆରମ୍ଭ ହେବାରେ ଲାଗିଲାଣି।ଏବେଠୁ ଶୀତକୁ ଦେଖି ଆଗକୁ ଆହୁରି ଅଧିକ ଶୀତ ହେବାର ଆକଳନ କରାଯାଉଛି।

  • ବେଆଇନ ପାର୍କିଂ ପାଇଁ ଦୁର୍ଘଟଣା,ଜଣେ ମୃତ

    ବେଆଇନ ପାର୍କିଂ ପାଇଁ ଦୁର୍ଘଟଣା,ଜଣେ ମୃତ

    ବେଆଇନି ପାର୍କିଂ ପାଇଁ ବାରମ୍ବାର ଘଟୁଛି ଦୁର୍ଘଟଣା । ଏବଂ ଅକାଳରେ ଚାଲିଯାଇଛି ଜୀବନ । କିନ୍ତୁ ବ୍ୟବସ୍ଥାରେ ଆସୁନି ସୁଧାର । ଆଉ ଏ ଅବ୍ୟବସ୍ଥା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ଭଟିଆ ଛକ ନିକଟ ୧୬ନମ୍ବର ଜାତୀୟ ରାଜପଥରେ ।ପାର୍କିଂ ପାଇଁ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାଅନୁଯାୟୀ ଗତକାଲି ୱେଷ୍ଟବେଙ୍ଗଲ ହୁଗୁଳି ଜିଲ୍ଲାର ଗୋଟିଏ ପରିବାର ଚାରି ଜଣ କାରରେ ପୁରୀ କୁ ଯାତ୍ରା କରୁଥିବା ବେଳେ ଛତିଆ ଦଳେଇ ସାହି ଛକ ରାଜପଥ ଉପରେ ଏକ ଟ୍ରକ୍ ଛିଡ଼ାହୋଇ ଥିବାବେଳେ କାର ଟି ଟ୍ରକ୍ ପଛପଟେ ଧକ୍କା ଦେଇଥିଲା। ଫଳରେ କାର ଟି ସମ୍ପୂର୍ଣ ଭାଙ୍ଗି ଯାଇଥିବାବେଳେ ଘଟଣା ସ୍ଥଳରେ ବୈରୀ ଥାନା ପୋଲିସ ପହଞ୍ଚି ଆହାତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ମେଡ଼ିକାଲ କୁ ପଠେଇ ଥିଲେ। କିନ୍ତୁ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବାଜଣା ପଡିଛି। ମୃତକ ହେଲେ କଲିକତାର କମେଲେନ୍ଦୁ ଦେଓ (୭୨) ତେବେ ସ୍ତ୍ରୀ ଦୁର୍ଗା ଦେଓ (୬୨) ଓ ତାଙ୍କ ଝିଅ, ନାତୁଣୀ, ଜୁଁଇ ଆହତ ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

  • ଅନୁଗୁଳ ଜିଲ୍ଲା ରାଇଫୁଲ ଆସୋସିଏସନ ସୁଟିଙ୍ଗ ରେଞ୍ଜର ଭୂମିପୂଜା

    ଅନୁଗୁଳ ଜିଲ୍ଲା ରାଇଫୁଲ ଆସୋସିଏସନ ସୁଟିଙ୍ଗ ରେଞ୍ଜର ଭୂମିପୂଜା

    ଅନୁଗୁଳ ଜିଲ୍ଲାର ତାଳଚେରଠାରେ ଥିବା ଜିଲ୍ଲା ବନ୍ଧୁକ ଚାଳନା ସଙ୍ଘ ଦ୍ବାରା ୫ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ଏକ ଅତ୍ୟାଧୁନିକ ସୁଟିଙ୍ଗ ରେଞ୍ଜ ହେବାକୁ ଯାଉଛି। ସୁଟିଂ ରେଞ୍ଜ ପ୍ରତିଷ୍ଠା ପାଇଁ ଭୂମିପୂଜନ ହୋଇଯାଇଛି। ରାଇଫୁଲ କ୍ଳବ ସ୍ଥାପନକୁ ୫୮ବର୍ଷ ପୂରିଛି। ଏହି ଅତ୍ୟାଧୁନିକ ସୁଟିଙ୍ଗ ରେଞ୍ଜ ନିର୍ମାଣ ଦ୍ବାରା ରାଜ୍ୟ ,ଦେଶ ଓ ସମଗ୍ର ଜିଲ୍ଲାରେ ବହୁ ପ୍ରତିଭାବାନ ସୁଟର ଏଠାରେ ଶିକ୍ଷା ଲାଭ କରିପାରିବେ ଓ ନିଜର ପ୍ରତିଭା ଦେଖାଇ ଅଂଚଳକୁ ଗର୍ବିତ କରାଇବେ ବୋଲି ଏହି ଭୂମି ପୂଜନ ଉତ୍ସବରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେରର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ କହିଥିଲେ।

    ଏହି ଭୂମିପୂଜନ ଉତ୍ସବରେ ଡିଷ୍ଟିକ ରାଇଫୁଲ କ୍ଳବର ସଭାପତି ତଥା ତାଳଚେର ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ ସଭାପତିତ୍ୱ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ରାଜା ପ୍ରବୀର ଚନ୍ଦ୍ର ଧୀର ,ରାଜକୁମାର ବିଂକେଶ ଚନ୍ଦ୍ର ଦେବ ,ବରିଷ୍ଟ ସଦସ୍ୟ ବାବୁଲା ସାହୁପ୍ରମୁଖଙ୍କ ସମେତ ବହୁ ସଂଖ୍ୟକ ସୁଟର ,ୱାର୍ଡ କାଉନସିଲର ଯୋଗ ଦେଇଥିଲେ ।

  • ଅତି ଭିଷଣ ବାତ୍ୟାର ରୂପ ନେଲା ‘ହାମୁନ’

    ଅତି ଭିଷଣ ବାତ୍ୟାର ରୂପ ନେଲା ‘ହାମୁନ’

    ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା ହାମୁନ୍ । ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୨୩ କିମି ବେଗରେ ଗତି କରୁଛି । ବଙ୍ଗୋପସାଗରରେ ପୂର୍ବ-ଉତ୍ତରପୂର୍ବ ଦିଗରେ କରୁଛି ଗତି । ପାରାଦ୍ବିପଠାରୁ ପୂର୍ବ ଦିଗରେ ୨୯୦ କିମି ଦୂରରେ କେନ୍ଦ୍ରୀଭୂତ ।ଏନେି ସୁଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ପାଣିପାଗ ବିଭାଗର ସୂଚନା ଅନୁଯାୟୀ , ବାତ୍ୟା ‘ହାମୁନ’ର ପ୍ରଭାବ ଓଡ଼ିଶାରେ ଉପରେ ପଡ଼ିବ ନାହିଁ। ଏହା ପ୍ରଭାବରେ ଉତ୍ତର ଓଡ଼ିଶା ଉପକୂଳରେ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଉକ୍ତ ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ। ଏହି ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଅବଶିଷ୍ଟ ଉପକୂଳ ଓଡ଼ିଶା, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକା ଓ ମଧ୍ୟ ଧରଣରବର୍ଷା ହେବାର ସମ୍ଭାବନା ରହିଛି।

  • ଆଜି ରାବଣ ପୋଡି, ରାଜଧାନୀର ୬ ଟି ସ୍ଥାନକୁ ମିଳିଛି ଅନୁମତି

    ଆଜି ରାବଣ ପୋଡି, ରାଜଧାନୀର ୬ ଟି ସ୍ଥାନକୁ ମିଳିଛି ଅନୁମତି

    ରାବଣ ପୋଡି ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ରାଜଧାନୀର ୬ ଟି ସ୍ଥାନକୁ ମିଳିଛି ଅନୁମତି । ଝାରପଡା, ବରମୁଣ୍ଡା, ନହାରକଣ୍ଟା, କୋରଡ଼କଣ୍ଟା, ଛତାବର ଓ ତମାଣ୍ଡୋକୁ ରାବଣ ପୋଡି ପାଇଁ ଅନୁମତି ପ୍ରଦାନ କରାଯାଇଛି। ଜନଗହଳିପୂର୍ଣ୍ଣ ତଥା ଲୋକେ ବସବାସ କରୁଥିବା ଅଞ୍ଚଳକୁ ଏଥର ଅନୁମତି ମିଳିନାହିଁ। ସୁରକ୍ଷା ସମ୍ପର୍କିତ ସମସ୍ତ ନିୟମାବଳୀ ପାଳନ କରୁଥିବା ପୂଜା ମଣ୍ଡପକୁ ଅନୁମତି ପ୍ରଦାନ କରିଛି ଅଗ୍ନିଶମ ବିଭାଗ । ଏନେଇ ଡେପୁଟି ଫାୟାର ଅଫିସର ଅବନୀ ସ୍ୱାଇଁ ସୂଚନା ଦେଇଛନ୍ତି।

    ଅନ୍ୟପଟେ ରାବଣ ପୋଡି ହେଉଥିବା ସ୍ଥାନରେ ଗୋଟିଏ ଅଗ୍ନିଶମ ଟିମ ସହ ୭ ଜଣ କର୍ମଚାରୀ ଉପସ୍ଥିତ ରହିବେ। ଜଣେ ଫାୟାର ଅଫିସରଙ୍କ ନେତୃତ୍ୱରେ ଏହି ଟିମ ରାବଣ ପୋଡି ମଣ୍ଡପ ନିକଟରେ ନିୟୋଜିତ ହେବ। ସେପଟେ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଟର ଜୋନ ଭିତରେ ଲୋକ ରହିବେ ନାହିଁ । ଲାଇସେନ୍ସପ୍ରାପ୍ତ ବାଣ ଦୋକାନୀଙ୍କଠାରୁ ବାଣ କିଣାଯାଇଥିବ । ସୁରକ୍ଷା ଦୃଷ୍ଟିକୋଣରୁ ବାରିକେଡର ବ୍ୟବସ୍ଥା କରାଯାଇଛି ।

  • ଭି.କେ ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ୍ ପାହ୍ୟା

    ଭି.କେ ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ୍ ପାହ୍ୟା

    ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ ମିଳିଛି ନୂଆ ନିଯୁକ୍ତି। 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ୍ । ଭି.କେ ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା । ସେ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ କାର୍ଯ୍ୟ କରିବା ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଗତକାଲି ତାଙ୍କ ଅବସର ଆବେଦନକୁ କେନ୍ଦ୍ର ସରକାରଙ୍କ ଦ୍ବାରା ଅନୁମୋଦିତ ହେବା ପରେ ରାଜ୍ୟ ସରକାର ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ ଏହି ନୁଆ ଦାୟିତ୍ବ ଦେଇଛନ୍ତି। ଏହାଫଳରେ ତାଙ୍କର କ୍ଷମତା ବୃଦ୍ଧି ପାଇଛି।ଏଠାରେ କହି ରଖୁଛୁ କି ଭି.କେ ପାଣ୍ଡିଆନ୍‌ ଓଡିଶାର ୨୦୦୦ ବ୍ୟାଚରୁ ଜଣେ ଭାରତୀୟ ପ୍ରଶାସନିକ ସେବା (IAS) ସଦସ୍ୟ ଅଟନ୍ତି ।। ସେ ପ୍ରଥମେ କଳାହାଣ୍ଡିର ଧର୍ମଗଡ଼ରେ ଉପଜିଲ୍ଲାପାଳ ପଦବିରେ ନିଯୁକ୍ତ ହୋଇଥିଲେ। ସେ କଳାହାଣ୍ଡିରେ ୨୦୦୨ ଅଗଷ୍ଟ ୧ରୁ ୨୦୦୪ ଫେବ୍ରୁଆରି ୨୯ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୨୦୦୪ ମାର୍ଚ୍ଚ ୧ରୁ ଜୁନ୍‌ ୩୦ ଯାଏ ଓଡ଼ିଶା ନିର୍ବାଚନ ବିଭାଗରେ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଥିଲେ। ୨୦୦୪ ଜୁଲାଇ ୧ରୁ ୨୦୦୫ ଏପ୍ରିଲ ୩୦ ଯାଏଁ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ ତୁଲାଇଥିଲେ।ସେହିପରି ଶ୍ରୀ ପାଣ୍ଡିଆନଙ୍କୁ ୨୦୦୫ ମେ’ ୧ରୁ ୨୦୦୭ ଏପ୍ରିଲ ୮ ଯାଏଁ ମୟୂରଭଂଜ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲା। ଏହାପରେ ସେ ଗଂଜାମ ଜିଲ୍ଲାପାଳ ଭାବେ ୨୦୦୯ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ କାମ କରିଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସିବା ପରେ ୨୦୧୧ ମେ ମାସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଅବସ୍ଥାପିତ ହୋଇଥିଲେ। ଏହି ପଦବିରେ ଥିବା ସମୟରେ ତାଙ୍କର କ୍ଷମତା କ୍ରମଶଃ ବୃଦ୍ଧି ହୋଇଥିଲା ଓ କାର୍ଯ୍ୟ ପରିସର ବ୍ୟାପକ ହୋଇଥିଲା। ଏହାପରେ ୨୦୧୯ ମସିହାରେ ‌ତାଙ୍କୁ 5T ସଚିବ ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତ କଲେ। ଏହାପରେ ସେ ଆହୁରି ଅଧିକ କ୍ଷମତାଶାଳୀ ହୋଇଉଠିଲେ। ଏଥିସହ ସେ ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ଭାବେ ପରିଗଣିତ ହେଲେ।୨୩ ବର୍ଷ ଧରି ଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟରତ ଥିଲେ ଏବଂ ଗତକାଲି ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ତାଙ୍କର ୨କ୍ୟାରିୟରରେ ପୂଣ୍ଣଚ୍ଛେଦ ପଡ଼ିଯାଇଛି।

  • ଗଛ ପତ୍ର ସବୁ ଗଣା ହଉଥିଲେ କିନ୍ତୁ, ଆମେ ଗଣା ହଉ ନଥିଲୁ: ମୀରା ପରିଡା

    ଗଛ ପତ୍ର ସବୁ ଗଣା ହଉଥିଲେ କିନ୍ତୁ, ଆମେ ଗଣା ହଉ ନଥିଲୁ: ମୀରା ପରିଡା

    ମାୟାଧରରୁ ମୀରା। ଏ ଯାତ୍ରା ରେ ସେ ଅନେକ ଯନ୍ତ୍ରଣା ଭୋଗିଛନ୍ତି । ଅନେକ ସଂଘର୍ଷ କରିଛନ୍ତି । କିନ୍ତୁ ହାରିଯାଇନାହାନ୍ତି । ଅନେକ ନିନ୍ଦା ଅପବାଦ ପରେ ବି ସେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି । ଜଣେ ପୁରୁଷ ହୋଇ ମଧ୍ୟ ନିଜ ଭିତରେ ସେ ଏକନାରୀ ସ୍ବଭାବ ଦେଖିବାକୁ ପାଇଥିଲେ । ଆଉ ତାପରେ ରକ୍ଷଣଶୀଳ ସମାଜ ତରଫରୁ ଆରମ୍ଭ ହୋଇଯାଇଥିଲା ତାଙ୍କ ପ୍ରତି ଅକଥନିୟ ନିର୍ଯାତନା । କିନ୍ତୁ ଆଜି ସେ ନିଜର ଏମିତି ଏକ ପରିଚୟ ସୃଷ୍ଟି କରିଛନ୍ତି ଯାହା ତାଙ୍କୁ ମା ର ପରିଚୟ ଦେଇଛି । , ଆଉ ଅଗଣିତ ନିରାଶ୍ରୟ ଏବଂ କିନ୍ନର ମାନଙ୍କ ପାଇଁ ହୋଇଯାଇଛନ୍ତି ମୀରା ମା । ସେ ବିଜୁ ଜନତା ଦଳର ମହିଳା ମୋର୍ଚ୍ଚା ମଣ୍ଡଳିର ଉପ ସଭାପତି ହେବା ପରେ ସମାଜରେ ଟ୍ରାନ୍ସ ଜେଣ୍ଡରଙ୍କ ପ୍ରତି ବଦଳିଥିଲା ଦୃଷ୍ଟିଭଙ୍ଗି । ଆଉ ସେ ସାଜିଥିଲେ ସେମାନଙ୍କ ପାଇଁ ଢାଲ । ଏମିତି ଅନେକ ସଂଘର୍ଷ ରୁ ସଫଳତାର କାହାଣି ନେଇ ଦେଖନ୍ତୁ ମୀରା ପରୀଡାଙ୍କ ସହ ଏହି ସ୍ବତନ୍ତ୍ର ସାକ୍ଷାତକାର…..