Category: ରାଜ୍ୟ ଖବର

  • ବେଆଇନ ପାଣି ଫ୍ୟାକ୍ଟ୍ରି ଉପରେ ଚଢାଉ, ଭିଡିଓ ବେଳେ ଚିହିଁକି ଉଠିଲା ମାଲିକ

    ବେଆଇନ ପାଣି ଫ୍ୟାକ୍ଟ୍ରି ଉପରେ ଚଢାଉ, ଭିଡିଓ ବେଳେ ଚିହିଁକି ଉଠିଲା ମାଲିକ

    ବେଆଇନ ପାଣି ଫ୍ୟାକ୍ଟ୍ରି ଉପରେ ଚଢାଉ ହେଲା ବୋଲି ଚିହିଁକି ଉଠିଲା ଫ୍ୟାକ୍ଟ୍ରି ମାଲିକ । କହିଲା ଭିଡିଓ ବନ୍ଦ କର । ଏମିତି ଏକ ଘଟଣା ଦେଖିବାକୁ ମିଛି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍ ତାଡଦା ପଞ୍ଚାୟତ ଶାସନ ଗ୍ରାମରେ ।

    ସୂଚନା ମୁତାବକ ଦୀର୍ଘ ଦିନ ଧରି ବେଆଇନ ଭାବେ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ବିନା ପ୍ୟାକିଂ ଓ ଏକ୍ସପାଏରୀ ତାରିଖ କିମ୍ବା କୌଣସି ସରକାରୀ ସିକୃତି ନଥାଇ ପ୍ଲାଷ୍ଟିକ ଡ୍ରମ ଓ ବୋତଲରେ ବିଶୁଦ୍ଧ ପାନୀୟ ଜଳ ଦର୍ଶାଇ ବେଧଡକ ବ୍ୟବସାୟ କରୁଥିଲେ ସୁଶିଲ କୁମାର ପ୍ରଧାନ । ଏହି ପାଣିକୁ ବସ୍ତା, ବାଲିଆପାଳ, ଜଳେଶ୍ଵର ଆଦି ଅଞ୍ଚଳରେ ବିକ୍ରି କରୁଥିଲେ । ଏନେଇ ପୂର୍ବରୁ ଖାଦ୍ୟ ନିରାପତ୍ତା ଟିମ୍ ପକ୍ଷରୁ କମ୍ପାନୀ ମାଲିକ ସୁଶିଲ କୁମାର ପ୍ରଧାନଙ୍କୁ ବାରମ୍ବାର ନୋଟିସ କରାଯାଇଛି । ମାତ୍ର କୌଣସି ନୋଟିସର ଜବାବ ନଦେଇ ପାଣି ପ୍ୟାକିଂ ଓ ସପ୍ଲାଏ ଜାରି ରଖିଥିଲେ । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବସ୍ତା ତହସିଲଦାର ରଧାରଞ୍ଜନ ଦାସ ଓ ବସ୍ତା ପୋଲିସଙ୍କ ଉପସ୍ଥିତିରେ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରିଣୀ ଅନୁଶ୍ରୀ ଖଟୁଆ, ଜଳେଶ୍ଵର ଖାଦ୍ୟ ନିରାପତ୍ତା ଅଧିକାରୀ ଶଶିକାନ୍ତ ବେହେରାଙ୍କ ସମେତ ହେଲଥ ସୁପରଭାଇଜର ଗଦାଧର ବେହେରା ପ୍ରମୁଖ ସେହି ବେଆଇନ ପାଣି ଫ୍ୟାକ୍ଟ୍ରିକୁ ସହିତ ଶିଲ କରିଥିଲେ । ଖାଦ୍ୟ ନିରାପତ୍ତା ଲାଇସେନ୍ସ , ପିଓରିଟୀ ରିପୋର୍ଟ, କେମିକାଲ ରିପୋର୍ଟ ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ଡକ୍ୟୁମେଣ୍ଟ ନହେବା ଯାଏଁ ପ୍ଲାଣ୍ଟ କୁ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଖିଲାପି କଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସଂପୃକ୍ତ ପ୍ଲାଣ୍ଟ ପରିଚାଳକ ପ୍ରଧାନଙ୍କୁ ଚେତାବନୀ ଦିଆଯାଇଛି।

  • ବଦଳିଲେ କଟକର ଜିଲ୍ଲାପାଳ

    ବଦଳିଲେ କଟକର ଜିଲ୍ଲାପାଳ

    ବଦଳିଲେ କଟକର ଜିଲ୍ଲାପାଳ ଭବାନୀ ସଙ୍କର ଚୟନୀ । ମିଳିଲା ନୂଆ ଦାୟିତ୍ୱ ଜିଲ୍ଲାପାଳ ପଦରୁ ବଦଳି କରାଯାଇ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି । ସେହିଭଳି କଟକର ନୂଆ ଜିଲ୍ଲାପାଳ ଭାବେ ନରହରି ସେଠୀଙ୍କୁ ନୂଆ ଦାୟିତ୍ୱ ମିଳିଛି । ବାନୀ ଶଙ୍କରଙ୍କ ବଦଳରେ କଟକର ନୂଆ ଜିଲ୍ଲାପାଳ ଦାୟିତ୍ୱ ତୁଲାଇବେ ନରହରୀ ସେଠୀ ।ଅନ୍ୟପଟେ କଟକର ନୂଆ ଜିଲ୍ଲାପାଳ ଦାୟିତ୍ୱ ପାଇଥିବା ନରହରି ସେଠୀ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିଲେ । ତେବେ ଭବାନୀ ଶଙ୍କରଙ୍କୁ ତାଙ୍କ ସ୍ଥାନକୁ ବଦଳି କରାଯାଇ ନରହରିଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।

  • ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ,ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି

    ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ,ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି

    ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଗାଁରେ ଅଭାବନୀୟ ଘଟଣା ଦେଖାଦେଇଛି।ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ଘଟଣା ପରେ ଫ୍ଲାଗମାର୍ଚ୍ଚ କଲା ପୋଲିସ, ପାଟଖଣ୍ଡା ଯାତ୍ରା ପାଇଁ ସହରରେ ଲାଗିଲା ୧୪୪ ଧାରା। ସୋମବାର ଅନୁଷ୍ଠିତ ଛତର ଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି। ପରେ ବିବାଦ ଗଣ୍ଡଗୋଳର ରୂପ ଧାରଣ କରିଥିବା ବେଳେ ଏଥିରେ ୧୫ରୁ ଅଧିକ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ପାଟଖଣ୍ଡା ଯାତ୍ରା ପାଇଁ ବଙ୍ଗୋମୁଣ୍ଡା ସହରରେ ଆଜିଠାରୁ ୨୬ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଥିବା ଟିଟିଲାଗଡ଼ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ସୁଚନା ୍ନୁଯାୟୀ ଗତ କାଲି ବଙ୍ଗୋମୁଣ୍ଡା ଗାଁରେ କୌଣସି କଥାକୁ ନେଇ ଆଦିବାସୀ ଏବଂ ଦଳିତ ଗୋଷ୍ଠୀଙ୍କ ମଧ୍ୟରେ ସଙ୍ଘର୍ଷ ହୋଇଥିଲା। ପରିସ୍ଥିତି ଏମିତି ଥିଲା ଯେ ବଙ୍ଗୋମୁଣ୍ଡା ଗାଁରେ ଗୋଟିଏ ପ୍ରକାର ଦଙ୍ଗା ପରିସ୍ଥିତି ହେଇଥିଲା । ଆଦିବାସୀ ଗୋଷ୍ଠୀର ଲୋକ ହାତରେ ଠେଙ୍ଗା ବାଡ଼ି ଧରି ଥାନା ଘେରାଓ କରିଥିଲେ. ପୋଲିସ ସେମାନଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ବୁଝିନଥିଲେ।ପରେ ସେମାନେ ରାସ୍ତା ରୋକ କରିଥିଲେ। ତେବେ ପୋଲିସ ଗତକାଲି ଉଭୟ ଗୋଷ୍ଠୀର 5 ଜଣଙ୍କୁ ରାତିରେ ଘରୁ ଉଠାଇ ଥାନାରେ ଅଟକ ରଖିଥିବା ଜଣା ପଡିଛି।ଅନ୍ୟ ପକ୍ଷରେ ଗାଁରେ ହେବାକୁ ଥିବା ପାଟଖଣ୍ଡା ଯାତ୍ରା ଶାନ୍ତି ଶୃଙ୍ଖଳାରେ ହେଉ ବୋଲି ଟିଟିଲାଗଡ଼ ଉପଜିଲ୍ଲାପାଳ ମାଜିଷ୍ଟ୍ରେଟ ଭାବେ ୧୪୪ ଧାରା ଜାରି କରିଛନ୍ତି।କୌଣସି ଜନସାଧାରଣ ବୈଠକ, ରେଲି, ଶୋଭାଯାତ୍ରା, ରାସ୍ତା ରୋକ, ଆନ୍ଦୋଳନ, ୫ ରୁ ଅଧିକ ଲୋକ ରୁଣ୍ଡ ହୋଇ ବୁଲିବା,ମାରଣାସ୍ତ୍ର ଧରିବା ଭଳି ଦେଖିଲେ ପୋଲିସ କାର୍ଯ୍ୟନୁଷ୍ଠାନ ନେବାକୁ ଆଦେଶ ଦିଆଯାଇଛି।

  • ରୋଟାରୀ କ୍ଲବ ଅଫ ରାଉରକେଲା କୁଇନ୍ସ “କରୱାଚୌଥ୍ – ୨୦୨୩” ରେ ମହିଳାଙ୍କ ଜଲୱା

    ରୋଟାରୀ କ୍ଲବ ଅଫ ରାଉରକେଲା କୁଇନ୍ସ “କରୱାଚୌଥ୍ – ୨୦୨୩” ରେ ମହିଳାଙ୍କ ଜଲୱା

    ସ୍ବାମାଙ୍କ ଦୀର୍ଘ ଆୟୁଷ କାମନା କରି ପାଳନ କରାଯାଏ କରୱାଚୌଥ୍ ।ତେବେ ଏହି ବ୍ରତ କାର୍ତ୍ତିକ ମାସ କୃଷ୍ଣ ଚତୁର୍ଥି ତିଥିରେ ପାଳନ କରାଯାଏ । ଏହି ଦିନ ବିବାହିତ ମହିଳାମାନେ ନିଜ ସ୍ୱାମୀଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରି ସୂର୍ଯ୍ୟ ଉଦୟ ପୂର୍ବରୁ ନିର୍ଜଳା ଉପବାସ କରି ବ୍ରତ ଆରମ୍ଭ କରିଥାନ୍ତି ଏବଂ ରାତିରେ ଉଦିତ ଚନ୍ଦ୍ରକୁ ଦର୍ଶନ କରିବା ପରେ ବ୍ରତ ବା ଉପବାସ ଶେଷ କରିଥାନ୍ତି । ଏଥିରେ ବିବାହିତ ମହିଳା ମାନେ ଗୋଟିଏ ଜାଗାରେ ଏକତ୍ରିତ ହୋଇ ଏହି ପୂଜା କରିଥାନ୍ତି ।

    ତେବେ ଏହି କରୱାଚୌଥକୁ ନେଇ ରାଉରକେଲାରେ ଅନୁଷ୍ଠିତ ହୋଇଛି ଏକ ଭବ୍ୟ ପ୍ରତିଯୋଗିତା । ରୋଟାରୀ କ୍ଲବ ଅଫ ରାଉରକେଲା କୁଇନ୍ସ ପକ୍ଷରୁ “କରୱାଚୌଥ୍ – ୨୦୨୩” କାର୍ଯ୍ୟକ୍ରମ ମହା ସମାରୋହରେ ପାଳନ ହୋଇଛି । ରାଉରକେଲା ହୋଟେଲ ରିଜେନ୍ସି ଇନ୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଯୋଗ ଦେବା ସହିତ ନୃତ୍ୟ,ଗୀତ, ରାମ୍ପ ୱାକ ଆଦି ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। ଏବଂ ସେଥିରେ ବିଜୟ ଲାଭ କରିଥିବା ପ୍ରତିଯୋଗିତାଙ୍କୁ ପୁରଷ୍କାର ମଧ୍ୟ ଦିଆଯାଇଥିଲା ।

    ପ୍ରଦୀପ ପ୍ରଜ୍ଜ୍ୱଳନ କରି କରୱାଚୌଥ୍ – ୨୦୨୩ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବା ସହିତ ସିଦ୍ଧି ବିନାୟକ ଗ୍ରୁପ ଦ୍ୱାରା ଗଣେଶ ବନ୍ଦନା କରାଯାଇଥିଲା । ଏହାପରେ ସଭାପତି ରୋଟାରୀଆନ କିରଣ ଅରୋରା ଉପସ୍ଥିତ ପ୍ରତିଯୋଗୀ, ସଂଗଠକ ଏବଂ ଗଣମାଧ୍ୟମ ଉଦ୍ଧେଶ୍ୟରେ ଉଦ୍ବୋଧନ ଦେଇଥିଲେ ।

    “କରୱାଚୌଥ୍ – ୨୦୨୩” ର ମୁଖ୍ୟ ବିଚାରକ ଭାବରେ ରୋଟାରୀଆନ ହରପାଳ ରୂପରା, ରୋଟାରୀଆନ ଆଭା ମୋହୁନ୍ତ, ରୋଟାରୀଆନ ରଶ୍ମି ଅଗ୍ରୱାଲ, ରୋଟାରୀଆନ ଶ୍ଵେତା ମଣ୍ଡଳ ପ୍ରମୁଖ ଯୋଗଦାନ କରିଥିଲେ । ଏହାପରେ, ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ ପାଇଁ ମନୀଷା ଏବଂ ତାଙ୍କ ସହଯୋଗୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ।

    “କରୱାଚୌଥ୍ – ୨୦୨୩” ରେ ଅନୁଷ୍ଠିତ ହୋଇଥିବା Ramp Walk ର ପ୍ରଥମ ରାଉଣ୍ଡ Sparkling Diva ୨୦୧୯ ର ବିଜେତା ମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ପ୍ରଥମ ରାଉଣ୍ଡର ପରିସମାପ୍ତି ପରେ ଝଟକା ରାଉଣ୍ଡ -୧ ରେ ରୋଟାରୀଆନ କାଞ୍ଚନ ଅଗ୍ରୱାଲ ଏବଂ ରୋଟାରୀଆନ ଋତୁ ଜୈନ ପୁରସ୍କାର ପ୍ରଦାନ କରିଥିଲେ ।

    ସେହିପରି, Ramp Walk ର ଦ୍ଵିତୀୟ ରାଉଣ୍ଡ Ravishing Diva ୨୦୧୨ ର ବିଜେତା ମାନଙ୍କ ଦ୍ୱାରା ପରିଚାଳିତ ହୋଇଥିବାବେଳେ, ଝଟକା ରାଉଣ୍ଡ -୨ ରେ ରୋଟାରୀଆନ ସଂଗୀତ ଏବଂ ରୋଟାରୀଆନ ରଶ୍ମି ମହାଜନ ପୁରସ୍କାର ପ୍ରଦାନ କରିଥିଲେ

    ସୂଚନା ଅନୁସାରେ, Ramp Walk ର ତୃତୀୟ ରାଉଣ୍ଡ Forever Young ୨୦୧୮ ର ବିଜେତା ମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ଯେତେବେଳେକି, ଝଟକା ରାଉଣ୍ଡ -୩ ରେ ରୋଟାରୀଆନ ମନୀଷା ଏବଂ ରୋଟାରୀଆନ ରଶ୍ମି ଖେମାନି ପୁରସ୍କାର ବିତରଣ କରିଥିଲେ ।

    ସେହିପରି, ଝଟକା ରାଉଣ୍ଡ – ୪ ରେ ରୋଟାରୀଆନ ପ୍ରତିମା ଗର୍ଗ ଏବଂ ରୋଟାରୀଆନ ଶ୍ଵେତା ଜୈନ ପୁରସ୍କାର ବିତରଣ କରିଥିଲେ । ଝଟକା ରାଉଣ୍ଡ – ୪ ଶେଷ ହେବା ପରେ , Bollywood Divas ଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ।

    ଉପସ୍ଥିତ ଦର୍ଶକ ମଣ୍ଡଳୀ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିବା ସହ କରତାଳି ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ।

  • ରାମଜୀପଡା ଠାରେ ସୋମନାଥ ବ୍ରତ ଅନୁଷ୍ଠିତ

    ରାମଜୀପଡା ଠାରେ ସୋମନାଥ ବ୍ରତ ଅନୁଷ୍ଠିତ

    ସୁବର୍ଣ୍ଣପୁର ଜ଼ିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶୁଖା ଗ୍ରାମର ରାମଜୀ ପଡା ଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସୋମନାଥ ବ୍ରତ ଅନୁଷ୍ଠିତ ହୋଇଯାଇଛି ।ଏହି ସୋମନାଥ ବ୍ରତକୁ ବଡ ଓଷା ବୋଲି କୁହାଯାଏ। ଏହି ବ୍ରତକୁ ପୁଅ ଝିଅ ସମସ୍ତେ ପାଳି ଥାନ୍ତି ।ବିଜୟା ଦଶମୀ ଦିନ ଏହି ବ୍ରତ ପଡିଥାଏ । ଏବଂ ବିଶ୍ବାସ ରହିଛି ଯେ ମନସ୍କାମନା ପୁରଣ ହୋଇଥାଏ । ତେବେ ଏହି କାର୍ଯ୍ୟକ୍ରମ ରେସୁନ୍ଦରାକାଣ୍ଡ ପରାୟଣ ସ୍ୱପ୍ନା ରାଣୀ ଯୋଶୀଙ୍କ ଦ୍ୱାରା ପରିବେଷଣ ହୋଇଥିଲା କାର୍ଯ୍ୟକ୍ରମ । ବିଭିନ୍ନ ଦୂର ଦୁରାନ୍ତରଙ୍କ ସମାଗମ ହୋଇଥିଲା । ଏଥିରେ କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

  • ଇଞ୍ଜିନ ଖରାପ ହୋଇ ସମୁଦ୍ର ମଝିରେ ଫଶିଥିବା ସମୁଦ୍ର କୌସ୍ତୁଭ ଉଦ୍ଧାର

    ଇଞ୍ଜିନ ଖରାପ ହୋଇ ସମୁଦ୍ର ମଝିରେ ଫଶିଥିବା ସମୁଦ୍ର କୌସ୍ତୁଭ ଉଦ୍ଧାର

    ଗତକାଲି ବିଳମ୍ବିତ ରାତିରେ NQ-2 ବର୍ଥରେ ଲାଗିଲା ସମୁଦ୍ର ମଝିରେ ଫସି ରହିଥିବା ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଜାହାଜ ସମୁଦ୍ର କୌସ୍ତୁଭ । ଇଞ୍ଜିନ ଖରାପ ହୋଇପଡ଼ିଥିବାରୁ ସମୁଦ୍ର ମଧ୍ୟରେ ଫସିଥିଲା ଜାହାଜ । ଜାହାଜରେ ଥିଲେ ମୋଟ ୨୫ କ୍ରିୟୁ ମେମ୍ବର । ୨୫ ଜଣ କ୍ରିୟୂ ମେମ୍ବରଙ୍କ ସ୍ୱାସ୍ଥ୍ୟବସ୍ତା ଭଲ ଥିବା ଜଣାପଡିଛି । ଫ୍ୟାନରେ ରଶି ଗୁଡାଇ ହୋଇ ପଡିଥିବାରୁ ଇଞ୍ଜିନ ଖରାପ ହୋଇପଡିଥିବା ପ୍ରାଥମିକ ଭାବେ ଜଣା ପଡିଛି । ଇଞ୍ଜିନ ଖରାପ ହେବା ପରେ କୋଷ୍ଟଗାର୍ଡର ଆଇଏନ୍ଏସ ଅମୋଘ ଜାହାଜ ସାହାଯ୍ୟରେ ଟଣାଯାଇଥିଲା । ଏହାପରେ ଆଙ୍କରେଜ ଇଲାକାରେ ଗତକାଲି ଠାରୁ ରହିଥିବା ସୂଚନା ମିଳିଛଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ଟଗବୋଟ ସାହାଯ୍ୟରେ ଟଣା ହୋଇ ବର୍ଥରେ ଆସି ବର୍ଥିଙ୍ଗ ହୋଇଛି । ଇଞ୍ଜିନ ଖରାପ ହେବା ପରେ ପାରାଦ୍ଵୀପ ଠାରୁ ୬୦ ନଟିକାଲ ଦୂରରେ ରହିଥିଲା ଜାହାଜ ସମୁଦ୍ର କୌସ୍ତୁଭ ।

    ଗତକାଲି ବିଳମ୍ବିତ ରାତିରେ NQ-2 ବର୍ଥରେ ଲାଗିଲା ସମୁଦ୍ର ମଝିରେ ଫସି ରହିଥିବା ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଜାହାଜ ସମୁଦ୍ର କୌସ୍ତୁଭ । ଇଞ୍ଜିନ ଖରାପ ହୋଇପଡ଼ିଥିବାରୁ ସମୁଦ୍ର ମଧ୍ୟରେ ଫସିଥିଲା ଜାହାଜ । ଜାହାଜରେ ଥିଲେ ମୋଟ ୨୫ କ୍ରିୟୁ ମେମ୍ବର । ୨୫ ଜଣ କ୍ରିୟୂ ମେମ୍ବରଙ୍କ ସ୍ୱାସ୍ଥ୍ୟବସ୍ତା ଭଲ ଥିବା ଜଣାପଡିଛି । ଫ୍ୟାନରେ ରଶି ଗୁଡାଇ ହୋଇ ପଡିଥିବାରୁ ଇଞ୍ଜିନ ଖରାପ ହୋଇପଡିଥିବା ପ୍ରାଥମିକ ଭାବେ ଜଣା ପଡିଛି । ଇଞ୍ଜିନ ଖରାପ ହେବା ପରେ କୋଷ୍ଟଗାର୍ଡର ଆଇଏନ୍ଏସ ଅମୋଘ ଜାହାଜ ସାହାଯ୍ୟରେ ଟଣାଯାଇଥିଲା । ଏହାପରେ ଆଙ୍କରେଜ ଇଲାକାରେ ଗତକାଲି ଠାରୁ ରହିଥିବା ସୂଚନା ମିଳିଛଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ଟଗବୋଟ ସାହାଯ୍ୟରେ ଟଣା ହୋଇ ବର୍ଥରେ ଆସି ବର୍ଥିଙ୍ଗ ହୋଇଛି । ଇଞ୍ଜିନ ଖରାପ ହେବା ପରେ ପାରାଦ୍ଵୀପ ଠାରୁ ୬୦ ନଟିକାଲ ଦୂରରେ ରହିଥିଲା ଜାହାଜ ସମୁଦ୍ର କୌସ୍ତୁଭ ।

  • ସ୍ତ୍ରୀର ପରକୀୟା ପ୍ରିତି ଏବଂ ରସିକିଆ ପୋଲିସ ବାବୁଙ୍କ ପାଇଁ ଛାରଖାର ହୋଇଗଲା ପରିବାର – ସ୍ବାମୀ

    ସ୍ତ୍ରୀର ପରକୀୟା ପ୍ରିତି ଏବଂ ରସିକିଆ ପୋଲିସ ବାବୁଙ୍କ ପାଇଁ ଛାରଖାର ହୋଇଗଲା ପରିବାର – ସ୍ବାମୀ

    ମା ହେଉଛି ମମତାର ସାଗର, ସହିଷ୍ଣିତାର ଦେବୀ । ଏଭଳି ଅନେକ ଆଖ୍ୟା ମାକୁ ଦିଆଯାଏ । କିନ୍ତୁ ସମାଜରେ ଏଭଳି କିଛି ନାରୀ ଅଛନ୍ତି ଯେଉଁମାନେ ମାତୃତ୍ୟ ଲାଭ କରନ୍ତି ସତ କିନ୍ତୁ ନିଜର ସ୍ବାର୍ଥ ଆଗରେ ମମତାକୁ ପର କରି ଆଉ କାହା ହାତ ଧରି ଚାଲାଯାଆନ୍ତି । ସେମିତି କିଛି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ସମୀପ ରେ ଥିବା ପାଟକୁରା ଗ୍ରାମରେ ।ସତର ବର୍ଷର ବୈବାହିକ ଜୀବନ ଏବଂ ଦୁଇ ଛୁଆକୁ ପରକରି ଚାଲିଗଲେ ପ୍ରବିଣା ମଳିକ। ସେ ପୁଣି ଜଣେ ପୋଲିସ କର୍ମଚାରୀଙ୍କ ସହ । ଦେଢ ବର୍ଷ ହେବ ପରକିୟା ପ୍ରିତିରେ ଅନ୍ଧ ହୋଇ ନିଜର ମମତାକୁ ଗୋଡରେ ଆଡେଇ ଚାଲି ଯାଇଛି ଜଣେ ମା । ସୁଚନା ଅନୁଯାୟୀ ପାଟକୁରା ଗ୍ରାମ ର ରଂଜନ ମଲିକ ଙ୍କ ସ୍ତ୍ରୀ ପ୍ରବୀଣା ମଳିକ। ଉଭଯଙ୍କର ଗୋଟିଏ ପୁଅ ଏବଂ ଝିଅ ମଧ୍ୟ ରହିଛି । କିନ୍ତୁ ରସିକିଆ ପୋଲିସ ବାବୁ ଲେମ୍ବୁ ମାଝି ଓରଫ ଏଲ ଟୁଡୁଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ ମା । ପରେ ପୋଲିସ ବାବୁ ଙ୍କର ପଟାମୁଣ୍ଡାଇ ର ଏକ ଥାନା କୁ ବଦଳି ହେବା ପରେ ଦେଢ଼ ବର୍ଷ ତଳେ ଏଲ ଟୁଡୁ ପ୍ରବୀଣା ଙ୍କୁ ନେଇଫେରାର ହୋଇଯାଇଥିଲେ । କିନ୍ତୁ କିଛି ଦିନ ତଳେ ପ୍ରବୀଣା ପୁଣି ସ୍ୱାମୀଙ୍କ ଘରକୁ ଫେରିଆସି ରହିବାକୁ ଜିଦ୍ ଧରିଲେ। ହେଲେ ପରପୁରୁଷ ସହ ଦୀର୍ଘ ଦିନ ବିତାଇ ଥିବା ସ୍ତ୍ରୀ ଙ୍କୁ ସ୍ୱାମୀ ରଞ୍ଜନ ମଳିକ ଓ ଶଶୁର ରଖିବାକୁ ରାଜି ହୋଇନଥିଲେ । ଫଳରେ ପ୍ରବୀଣା ରାଗିଯାଇ ଗତ ୧୫ ତାରିଖରେ ନିଜ ଝିଅ ଋତୁପର୍ଣ୍ଣା କୁ ସ୍କୁଲ ଯିବା ବାଟରୁ ଅପହରଣ କରି ନେଇଥିବା ପାଟକୁରା ଥାନା ରେ ସ୍ୱାମୀ ରଞ୍ଜନ ଅଭିଯୋଗ କରିଛନ୍ତି ।

    ତେବେ ଅଭିଯୋଗ କରିବାର ୧୦ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା କହିଛନ୍ତି ରଂଜନ ମଳିକ.। ଏନେଇ ପାଟକୁରା ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ

  • ଓଡ଼ିଶାରେ ୧୦୦ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

    ଓଡ଼ିଶାରେ ୧୦୦ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

    ଓଡ଼ିଶା ଗସ୍ତରେ ଆସିଥିବା ଅନ୍ତର୍ଜାତୀୟ ଚେସ୍ ମହାସଂଘ ପରିଚାଳନା ବୋର୍ଡର ଉପାଧ୍ୟକ୍ଷ ତଥା ଲାଟଭିଆ ଗଣତନ୍ତ୍ରର ପୂର୍ବତନ ଅର୍ଥ ଓ ଅର୍ଥନୀତି ମନ୍ତ୍ରୀ ଡାନା ରିଜନିସ୍ ଓଜୋଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଚେସ୍ କୁ ପ୍ରୋତ୍ସାହିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ରାଜ୍ୟରେ ପ୍ରତିଷ୍ଠା ହେବ ୧୦୦ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର। ରାଜ୍ୟରେ ଚେସ୍ ଖେଳକୁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଆନ୍ତର୍ଜାତିକ ଚେସ୍ ଫେଡେରେସନ୍ (ଫାଇଡ୍) ପରିଚାଳନା ବୋର୍ଡ଼ ଉପାଧ୍ୟକ୍ଷ ତଥା ଲାଟଭିଆର ପୂର୍ବତନ ଅର୍ଥମନ୍ତ୍ରୀ ମହିଳା ଗ୍ରାଣ୍ଡମାଷ୍ଟର ଦାନା ରେଜନିସ୍ ଓଜାଲାଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ଶ୍ରୀମତୀ ରେଜନିସ୍ ଓଜାଲା ଏବେ ଓଡ଼ିଶା ଗସ୍ତରେ ଥିବାବେଳେ ଚେସ୍‌କୁ ରାଜ୍ୟରେ ଲୋକପ୍ରିୟ କରାଇବା ଏବଂ ଯୁବ ଚେସ୍ ପ୍ରତିଭାଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ କହିଥିଲେ ଯେ, ଆମେ ଆମ ଯୁବପିଢ଼ିଙ୍କୁ ସମସ୍ତ ପ୍ରକାର ଶ୍ରେଷ୍ଠ ସୁଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଯୁବପିଢ଼ିଙ୍କ ବିକାଶରେ ଚେସ୍‌ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆମେ ରାଜ୍ୟସ୍ତରୀୟ ଚେସ୍ ଏକାଡେମୀ ପ୍ରତିଷ୍ଠା କରିଛୁ। ଏହାସହିତ ବିଦ୍ୟାଳୟରେ ଚେସ୍ ପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଗାମୀ ଦିନରେ ସାରା ରାଜ୍ୟରେ ୧୦୦ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା ରଖିଛୁ। ଆମେ ଫାଇଡ ସହଯୋଗରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବୁ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ ରାଜ୍ୟରେ କ୍ରୀଡ଼ା ବିକାଶ ପାଇଁ ସରକାରଙ୍କ ପଦକ୍ଷେପକୁ ଶ୍ରୀମତୀ ରେଜନିସ୍ ଓଜାଲା ପ୍ରଶଂସା କରିଥିଲେ।

  • ମା’ଙ୍କ ମନ୍ଦିରରୁ ସୁନା ଅଳଙ୍କାର ସହ ଟଙ୍କା ଲୁଟ

    ମା’ଙ୍କ ମନ୍ଦିରରୁ ସୁନା ଅଳଙ୍କାର ସହ ଟଙ୍କା ଲୁଟ

    ବିଳମ୍ବିତ ରାତିରେ ମାଙ୍କ ମନ୍ଦିରରୁ ଲୁଟିନେଲେ ଲୁଟେରା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ । ରାଜନଗରରେ ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ସାତଭାୟାର ପଞ୍ଚୁବରାହୀ ମନ୍ଦିରରୁ ଆସିଛି ଚୋରି ଅଭିଯୋଗ । ମା ଙ୍କ ସୁନା,ରୂପା ଅଳଙ୍କାର ସହ ହୁଣ୍ଡିରୁ ଟଙ୍କା ଲୁଟିନେଇଛନ୍ତି ଦୃବୁତ୍ତ। ମନ୍ଦିରରୁ ଏଭଳି ପ୍ରଥମଥର ଚୋରିକୁ ନେଇ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ଆଲୋଡନ । ପୁର୍ବରୁ କେବେ ଏ ଭଳି ଅଘଟଣ ଘଟିନଥିବା ବେଳେ ପ୍ରଥମ ଥର ଚୋରି ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବା ପାଇଁ ମିଳିଛି ।

    ତେବେ ଘଟଣା ସ୍ଥଳରେ ରାଜନଗର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି | ସାତଭାୟାରେ ସମୁଦ୍ର କୂଳରେ ମା ଙ୍କ ମନ୍ଦିର ଥିବା ବେଳେ ସମୁଦ୍ର କୂଳ ଲଙ୍ଘିବାରୁ ସାତଭାୟା ବାସୀଙ୍କ ସହ ମା ପଞ୍ଚୁବରାହୀଙ୍କୁ ବାଗପଟିଆ କୁ ସ୍ଥାନାନ୍ତରିତ କରାଯାଇଥିଲା ।

  • ମହା ଆଡ଼ମ୍ବରରେ ପାଳିତ ହେଲା ଦଶଭୁଜାଙ୍କ ଭସାଣୀ ଉତ୍ସବ

    ମହା ଆଡ଼ମ୍ବରରେ ପାଳିତ ହେଲା ଦଶଭୁଜାଙ୍କ ଭସାଣୀ ଉତ୍ସବ

    ଯାଜପୁର ଜିଲ୍ଲା କୋରାଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରସୁଲପୁର ବ୍ଲକ ଅଧିନରେ ଥିବା ଲକ୍ଷ୍ମୀନଗର ରେ ଦେଖିବାକୁ ମିଳିଛି ଏକ ନିଆରା ଢଙ୍ଗରେ ମା’ଙ୍କ ଭସାଣୀ ଉତ୍ସବ ।ଆଜି କାଲି ଆଧୁନିକ ଯୁଗରେ ଡିଜେ ଗାଡି କରି ମାଙ୍କୁ ମେଲାଣି ଦେଉଥିବା ବେଳେ ଲକ୍ଷ୍ମୀନଗର ଠାରେ ଦେଖିବାକୁ ମିଳିଛି କିଛି ଭିନ୍ନ ।ପ୍ରାୟ ଶହେ ଜଣ ଯୁବକ କାନ୍ଧରେ ବୁହାଇ ଗାଁ ଦାଣ୍ଡରେ ଝୁଲଣ କରି ତିନି କିଲମିଟର ପର୍ୟ୍ୟନ୍ତ ନେଇ ମହା ଆଡ଼ମ୍ବରରେ ପାଳନ କରନ୍ତି ଦଶଭୁଜାଙ୍କ ଭସାଣୀ ଉତ୍ସବ। ବର୍ଷ ବର୍ଷ ଧରି ଏମିତି ନିଆରା ପରମ୍ପରା ଅନୁଯାୟୀ ମାଙ୍କ ଭସାଣୀ ଉତ୍ସବ ପାଳନ କରାଯାଏ ବୋଲି କହିଛନ୍ତି ଅଞ୍ଚଳବାସୀ ।

    ଏବଂ ଏଭଳି ଏକ ନିଆରା ଭସାଣୀ ଉତ୍ସବକୁ ଦେଖିବା ପାଇଁ ବିଭିନ୍ନ ଜିଲ୍ଲାର କୋଣ ଅନୁକୋଣରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ ।ତେବେ ଏହି ଉତ୍ସବର ମୁଖ୍ୟ ଆକର୍ଷଣ ହେଉଛି ବିଭିନ୍ନ ପ୍ରକାର ବାଜା, ସଙ୍କୀର୍ତ୍ତନ । ଯାହାକୁ ମନଭରି ଉପଭୋଗ କରନ୍ତି ଶ୍ରଦ୍ଧାଳୁମାନେ। ତେବେ ଲକ୍ଷ୍ମୀନଗର ପୁଜାକମିଟିର ଅଗ୍ରଣୀ ସଦସ୍ୟ ଗ୍ରାମବାସୀ ଏବଂ କୋରାଇ ବିଜେପିର ଯୁବନେତା ଆଲେକ୍ସଯାଣ୍ଡର ଦାସଙ୍କ ଦୃଢ଼ ନେତୃତ୍ୱରେ ଶାନ୍ତି ଶୃଙ୍ଖଳାର ସହ ସରିଛି ମାଙ୍କ ଭସାଣି ଉତ୍ସବ।