Category: ରାଜ୍ୟ ଖବର

  • ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶା ଚୟନ ପ୍ରକ୍ରିୟାକୁ ନେଇ ଅନିୟମିତତା ଅଭିଯୋଗ

    ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶା ଚୟନ ପ୍ରକ୍ରିୟାକୁ ନେଇ ଅନିୟମିତତା ଅଭିଯୋଗ

    ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶା ଚୟନ ପ୍ରକ୍ରିୟାକୁ ନେଇ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଗୋଟିଏ ପଟେ ସ୍ୱାମୀ ଚାରି ବର୍ଷ ପୂର୍ବେ ସ୍ୱାମୀ ଅସୁସ୍ଥ ହୋଇ ବିଛଣାରେ ପଡି ରହିଛନ୍ତି । ଅନ୍ୟପଟେ ସ୍ତ୍ରୀ ସଂଯୁକ୍ତା ଆଶା ଚୟନ ପ୍ରକ୍ରିୟାରେ ମନୋନୀତ ହୋଇ ଆଶା ଚାକିରୀ ଖଣ୍ଡେ କରି ନିଜ ପରିବାର ଚଳେଇବା ପାଇଁ ଆଶା କରିଛନ୍ତି । ସଂଯୁକ୍ତା ଙ୍କ ପରିବାର କହିଲେ ରୋଗରେ ପୀଡିତ ସ୍ୱାମୀ ସୁରେନ୍ଦ୍ର ନାଥ ବେହେରା, ତେର ବର୍ଷ ର ଝିଅ ଏବଂ ଆଠ ବର୍ଷ ର ପୁଅ l ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ହରିପୁର ଗ୍ରାମପଂଚାୟତ ର ପରବଳ ଗ୍ରାମରେ l ସୂଚନା ଅନୁଯାୟୀ ଗତ ଅଗଷ୍ଟ ମାସ 29ତାରିଖରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶା ଚୟନ ପ୍ରକ୍ରିୟାରେ ଚୂଡାନ୍ତ ତାଲିକା ରେ ପରବଳ ଗ୍ରାମ ପାଇଁ ସଂଯୁକ୍ତା ବେହେରା ଙ୍କ ନାମ ଉଲ୍ଲେଖ କରାଯାଇ ପରବଳ ଗାଁ ମନ୍ଦିର ପାଖ କାନ୍ଥ ରେ ନୋଟିସ ମରାଯାଇଥିଲା l ମାତ୍ରକ ହରିପୁର ଏଏନଏମ ଦିଦି ସନ୍ଦ୍ୟା ରାଣୀ ଜେନା ସଂଯୁକ୍ତା ବେହେରା ଙ୍କୁ ଆଶା ଚାକିରୀ ରେ ଆବେଦନ ପ୍ରକ୍ରିୟା ଠାରୁ ଆରମ୍ଭ କରି ଚୟନ ପ୍ରକ୍ରିୟା ପର୍ଯ୍ୟନ୍ତ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ସଂଯୁକ୍ତା ଅଭିଯୋଗ କରିଛନ୍ତି l

    ଏପରିକି ଆଶା ଚୟନ ତାଲିକା ରେ ସଂଯୁକ୍ତା ବେହେରା ଙ୍କ ନାମ ଚୂଡାନ୍ତ ଲିଷ୍ଟ ରେ ପ୍ରକାଶ ପାଇବା ପରେବି ସଂଯୁକ୍ତା ବେହେରାଙ୍କୁ ନିଯୁକ୍ତି ପତ୍ର ମିଳୁ ନାହିଁ l ଏ ପରିପ୍ରେକ୍ଷୀରେ ଅସହାୟ ହୋଇ ସଂଯୁକ୍ତା ବାଲୁଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଜିଲ୍ଲାପାଳଙ୍କୁ ପ୍ରାର୍ଥନା ପତ୍ର ଦେଇଛନ୍ତି l ତେବେ ଅପର ପକ୍ଷରେ ପୁନଃ ଚୂଡାନ୍ତ ତାଲିକା ପ୍ରକାଶ କରାଯିବ ବୋଲି ବିଭାଗୀୟ ଅଧିକାରୀ କହୁଥିବା ଜଣାପଡିଛି l l ଏ ପରିସ୍ଥିତିରେ ବିଛଣା ପଡି ସୁରେନ୍ଦ୍ର ନାଥ ସରକାରୀ ଅଧିକାରୀଙ୍କ ସହ ଜିଲ୍ଲାପାଳ ଙ୍କୁ ଆକୁଳ ନିବେଦନ କରିଛନ୍ତି ଆଶା ଚୟନ ରେ ମୋ ସ୍ତ୍ରୀ ସଂଯୁକ୍ତାଙ୍କୁ ନିଯୁକ୍ତି ପତ୍ର ଦେଲେ ମୋ ପରିବାର ବଞ୍ଚିଯିବେ l

    ତେବେ ଦେଖିବାକୁ ବାକି ରହିଲା ସଂଯୁକ୍ତାଙ୍କ ଆଶା ପୂରଣ ହେଇ ଦୁଃଖୀ ପରିବାର ମୁହଁରେ ଦାନା ମିଳୁଛି ନାଁ ସଂଯୁକ୍ତା ଙ୍କ ଆଶା ଆଶାରେ ରହିଯାଉଛି l

  • ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

    ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

    ପାରିବାରିକ କଳହର କରୁଣ ପରିଣତି। ଘରୋଇ ଝଗଡାକୁ କେନ୍ଦ୍ର କରି ସୁବର୍ଣ୍ଣରେଖା ନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳାଙ୍କୁ ସ୍ଥାନୀୟ ଯୁବକ ଉଦ୍ଧାର କରିଥିବା ବେଳେ ତାଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଛି। ସେ ଏବେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ସୁଚନା ଅନୁଯାୟୀ ମହମ୍ମଦ ନଗର ପାଟଣା ପଞ୍ଚାୟତର ସେକସରାଇ ଗ୍ରାମର ନବକୃଷ୍ଣ ନାୟକଙ୍କ ପତ୍ନୀ ରାଣୀ(୩୦) ଆଜି ସକାଳେ ଘରୋଇ ଗଣ୍ଡଗୋଳକୁ କେନ୍ଦ୍ର କରି ଘରୁ ରାଗି ଚାଲି ଆସିଥିଲେ। ଜଳେଶ୍ଵର ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ରାଜଘାଟ ପୋଲ ଉପରେ ନିଜର ଏକ ଆପ୍ରୋନ ଛାଡି ସୁବର୍ଣ୍ଣରେଖା ନଦୀର ଗଭୀର ପାଣି ଭିତରକୁ ଡେଇଁ ପଡ଼ିଥିଲେ।ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଜଣେ ସ୍ଥାନୀୟ ଜଣେ ଯୁବକ ନଦୀକୁ ଡେଇଁ ମହିଳାଙ୍କୁ ଉଦ୍ଧାର କରିଥିବା ବେଳେ ସ୍ଥାନୀୟ ବାସିନ୍ଦା ରାଜେନ୍ଦ୍ରଙ୍କୁ ଏହି ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ। ରାଣୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରୁ ପୁଣି ବାଲେଶ୍ଵର ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ସେ ଆଇସିୟୁରେ ଅଛନ୍ତି। ଖବର ପାଇ ରାଣୀଙ୍କ ପରିବାର ଲୋକେ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଛନ୍ତି। ରାଣୀଙ୍କର ଏକ ୧୩ ବର୍ଷର ପୁଅ ରହିଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

  • ଧାମରା ପୋଲିସକୁ ବଡ଼ ସଫଳତା, ୬ ଲୁଟେରାଙ୍କୁ କାବୁ କଲା ପୋଲିସ

    ଧାମରା ପୋଲିସକୁ ବଡ଼ ସଫଳତା, ୬ ଲୁଟେରାଙ୍କୁ କାବୁ କଲା ପୋଲିସ

    ଧାମରା ପୋଲିସକୁ ମିଳିଛି ବଡ ସଫଳତା । ଏକ ୬ଜଣିଆ ଲୁଟେରା ଗ୍ୟାଙ୍ଗଙ୍କୁ ଧରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି। ଦୀର୍ଘ ଦିନ ଧରି ଧାମରା ବଜାରରୁ ବିଭିନ୍ନ ଦୋକାନ ଗୃହ ,ମନ୍ଦିର ହୁଣ୍ଡି, ବିଦ୍ୟାଳୟରୁ ଏଲିଡ଼ ଏବଂ ମାଛଧରା ବୋଟରୁ ବିଭିନ୍ନ ସାମଗ୍ରୀ ଚୋରି ହେଉଥିବା ଅଭିଯୋଗ ହୋଇଆସୁଥିଲା । ଆଉ ଏହି ଘଟଣା ପୋଲିସ ମୁଣ୍ଡବଥାର କାରଣ ସାଜିଥିଲା । ଏହି ଚୋରଙ୍କୁ ଧରିବା ପାଇଁ ଧାମରା ଥାନା ଅଧିକାରୀ ଶୋଭନ କୁମାର ସ୍ୱାଇଁ ଏବଂ ଧାମରା ସାମୁଦ୍ରିକ ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ଯାନିଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲା । ଗତ ଗୁରୁବାର ରାତିରେ ଏହି ଡକାୟତି ଦଳ ଚନ୍ଦନୀପାଳର ଏକ ମାଛଧାରା ବୋଟରୁ ଚୋରି କରୁଥିବାର ଖବର ପାଇ ଧାମରା ଥାନା ଅଧିକାରୀ ଟିମ ସହିତ ପହଞ୍ଚି ଗ୍ୟାଙ୍ଗ କୁ କାବୁ କରିବାରେ ସଫଳ ହୋଇଥିଲା । ଦୁଇ ଥାନାର ମିଳିତ ପ୍ରୟାସରେ ସେମାନଙ୍କ ପାଖରୁ ବିଭିନ୍ନ ଚୋରିସାମଗ୍ରୀ ଜବତ କରିବା ସହ ୬ ଜଣଙ୍କୁ କୋର୍ଟ ଚାଲାଣ କରିଛି ଧାମରା ପୋଲିସ।

  • ଆଜିଠୁ କାର୍ତ୍ତିକ ବ୍ରତ, ମାସେ ଧରି ହବିଷ୍ୟାନ୍ନ ପାଳିବେ ହବିଷ୍ୟାଳୀ

    ଆଜିଠୁ କାର୍ତ୍ତିକ ବ୍ରତ, ମାସେ ଧରି ହବିଷ୍ୟାନ୍ନ ପାଳିବେ ହବିଷ୍ୟାଳୀ

    ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ।ହିନ୍ଦୁଧର୍ମରେ କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ଆଜିଠୁ ମାସେ ଧରି ରାଧାଦାମୋଦର ପୂଜା ଓ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ବ୍ରତଧାରୀ ।ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। କାର୍ତ୍ତିକ ବ୍ରତ ପାଇଁ ପୁରୀରେ ହଜାର ହଜାର ହବିଷ୍ୟାଳୀଙ୍କ ଭିଡ଼ ଦେଖିବାକୁ ମିଳିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ସରକାରଙ୍କ ପକ୍ଷରୁ ହବିଷ୍ୟାଳୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳିଙ୍କ ପାଇଁ ପ୍ରତିଦିନ ଶ୍ରୀମନ୍ଦିର ଯାଆସ ଓ ମହାପ୍ରଭୁଙ୍କ ରାଇଦାମୋଦର ବେଶ ଦର୍ଶନ ପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା ହୋଇଛି। ଶ୍ରୀକ୍ଷେତ୍ରରେ ଭିଡ଼ ଜମୁଥିବା ବେଳେ ହଇରାଣ ହେଉଛନ୍ତି ହବିଷ୍ୟାଳୀ। ଶିବିରରୁ ଶିବିର ବୁଲି ନାକେଦମ ହେଉଛନ୍ତି ବିଭିନ୍ନ ସ୍ଥାନରୁ ଆସିଥିବା ହବଷ୍ୟାଳୀ। ପ୍ରଶାସନ ପକ୍ଷରୁ ମାତ୍ର ୩ ହଜାର ହବିଷ୍ୟାଳୀଙ୍କ ପାଇଁ ବନ୍ଦୋବସ୍ତ କରାଯାଇଛି। କିନ୍ତୁ ଏହାଠାରୁ ଅଧିକ ହବିଷ୍ୟାଳୀ ଆସିଥିବାରୁ ଓ ସେମାନଙ୍କ ନାଁ ପଂଜିକରଣ କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

  • ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅଖରକଟା ଗ୍ରାମରେ ମା’ ଚର୍ଚ୍ଚିକାଙ୍କ ବାର୍ଷିକ ପୂଜା

    ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅଖରକଟା ଗ୍ରାମରେ ମା’ ଚର୍ଚ୍ଚିକାଙ୍କ ବାର୍ଷିକ ପୂଜା

    ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅଖରକଟା ଗ୍ରାମରେ ମା ଚର୍ଚ୍ଚିକା ଙ୍କ ବାର୍ଷିକ ପୂଜା ପାଳିତ ହୋଇ ଯାଇଅଛି. ଦୀର୍ଘ ତେତିଶି ବର୍ଷ ଧରି ଏଠାରେ ହୋଇଆସୁଅଛି ମାଙ୍କ ପୂଜା । ବିଭିନ୍ନ ଅଞ୍ଚଳ ରୁ ଭକ୍ତ ମାନେ ଆସି ମାଙ୍କୁ ଦର୍ଶନ କରିବା ସହ ମା ଙ୍କ କୃପା ଲାଭ କରିଥିଲେ । ଲୋକଙ୍କ ବିଶ୍ୱାସ ରହିଛି ମା ଙ୍କୁ ,ଯିଏ ଯାହା ମନାସି ଥାଏ ସେ ତାହା ପାଇଥାଏ । ଏହି ଯାତ୍ରା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାଏ, ସରପଞ୍ଚ ସସ୍ମିତା ସେଠି, ବିଜେଡି ବ୍ଲକ ସଭାପତି ବୃନ୍ଦାବନ ସାହୁ, ପୂର୍ବତନ ସରପଞ୍ଚ ମହେଶ୍ୱର ଦେହୁରୀ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ. ଏହି ଯାତ୍ରା କୁ ସହଯୋଗ କରିଥିଲେ ମା ଚର୍ଚ୍ଚିକା ୟୁଥ କ୍ଲବ

  • ଭୋଟ ତାଲିକାଭୁକ୍ତ କରିବା ଉଦେଶ୍ୟରେ ସଚେତନ ପାଇଁ “ପଥ ଉତ୍ସବ ଓ ୱାକଥନ” କାର୍ଯ୍ୟକ୍ରମ

    ଭୋଟ ତାଲିକାଭୁକ୍ତ କରିବା ଉଦେଶ୍ୟରେ ସଚେତନ ପାଇଁ “ପଥ ଉତ୍ସବ ଓ ୱାକଥନ” କାର୍ଯ୍ୟକ୍ରମ

    ବାଲିଗୁଡ଼ା ସହରର ତ୍ରିବେଦୀ ପାର୍କ ନିକଟରେ ଭୋଟ ତାଲିକାଭୁକ୍ତ କରିବା ଉଦେଶ୍ୟର ସଚେତନ ପାଇଁ “ପଥ ଉତ୍ସବ ଓ ୱାକଥନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି।ଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦେଶ ପ୍ରକାରେ ରାଜ୍ୟରେ 18 ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଜନସାଧାରଣ ନିଜର ଭୋଟର ତାଲିକାଭୁକ୍ତ କରିବା ନିମନ୍ତେ ଏକ ସଚେତନ “ପଥ ଉତ୍ସବ ଓ ୱାକଥାନ “କାର୍ଯ୍ୟକ୍ରମ ସଭା ଅନୁଷ୍ଠିତ ହେଇଛି ପରେ ତ୍ରିବେଦୀ ପାର୍କ ନିକଟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଏମ ଏସ ମଧୁମିତା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ଯକ୍ରମ କୁ ଶୁଭ ଉଦଘାଟନ କରିଥିଲେ । ସେହିଭଳି ରାଇରଙ୍ଗପୁର ରେ ମଧ୍ୟ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ -୨୦୨୪ ପରିପ୍ରେକ୍ଷୀରେ ଅଧିକରୁ ଅଧିକ କିଭଳି ଯୁବ ଭୋଟର ତଥା ମହିଳା,ଦିଵ୍ଯାଙ୍ଗ,ଅସଚେତନ ଭୋଟରମାନେ ଭୋଟଦାନରେ ସାମିଲ ହେବେ ଏବଂ ଭୋଟର ପଞ୍ଜିକରଣ ସେବାରେ ଉପଲବ୍ଧ ନେଇପାରିବେ।

    କାର୍ଯ୍ୟକ୍ରମକୁ ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କ ପୌରହିତ୍ୟରେ ଏକ ଭୋଟର ସଚେତନତା କାର୍ଯ୍ୟକ୍ରମ ପଥ ଉତ୍ସଵ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟାପକ ବିଜୟ ରାମ,ରୋଟାରୀ କ୍ଳବ୍ ସଭାପତି କାଳିପ୍ରସନ୍ନ ମହାନ୍ତି, ଏବଂ ଅନ୍ୟାନ୍ୟ ଗଣ୍ୟ ବ୍ୟକ୍ତିମାନେ ସହଯୋଗ କରିଥିଲେ ।

  • ଗ୍ରୁପରୁ ଋଣ ନେଇ ଉଧାର ଦେଲେ, ପଇସା ମାଗିବାରୁ ଦେହରେ, ମୁଣ୍ଡରେ ନେଲେ

    ଗ୍ରୁପରୁ ଋଣ ନେଇ ଉଧାର ଦେଲେ, ପଇସା ମାଗିବାରୁ ଦେହରେ, ମୁଣ୍ଡରେ ନେଲେ

    ଘରୋଇ ଅର୍ଥ ଲଗାଣ ସଂସ୍ଥାରୁ ଋଣ ଆଣି ଟଙ୍କା ସୁଝିବାକୁ ନେଇ ମହିଳାଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ ,ଜଣେ ଗୁରୁତର। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବଡଏକତାଳି ଗ୍ରାମରେ। ସୂଚନା ମୁତାବକ ବଡଏକତାଳି ଗ୍ରାମର କିଛି ମହିଳା ଘରୋଇ ଅର୍ଥ ଲଗାଣ ସଂସ୍ଥା ବନ୍ଧନରୁ ଏକତ୍ରିତ ହୋଇ ଗୃପ ଋଣ କରିଥିଲେ।ଋଣ ଟଙ୍କା ପରିଶୋଧ କରିବାକୁ ନେଇ ଗୃପର ସଦସ୍ଯା କମଳା ବୋଇତେଇ ଏବଂ ନନ୍ଦିନୀ ବାରିକଙ୍କ ମଧ୍ଯରେ ଦୁଇ ଦିନ ତଳେ ବଚସା ହୋଇଥିଲା। ପୁନର୍ବାର ବନ୍ଧନ କର୍ମଚାରୀ ଋଣ ଟଙ୍କା ପରିଶୋଧ ପାଇଁ କମଳା ବୋଇତେଇଙ୍କ ଘର ନିକଟକୁ ଆସିଥିଲେ ।ଋଣ କିସ୍ତି ସଠିକ ସମୟରେ ଦେଉ ନଥିବାରୁ ନନ୍ଦିନୀଙ୍କୁ ଗାଳି ଗୁଲଜ କରିଥିଲେ କମଳା ।ସେହି ସମୟରେ ନନ୍ଦିନୀଙ୍କ ସ୍ବାମୀ ପ୍ରଫୁଲ୍ଲ ବାରିକ ଘଟଣା ସ୍ଥଳରେ ପହଞ୍ଚି କମଳାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ। କମଳାଙ୍କ ଚିତ୍କାର ଶୁଣି ପରିବାର ଲୋକ ପହଞ୍ଚିଯିବାରୁ ପ୍ରଫୁଲ୍ଲ ଘଟଣା ସ୍ଥଳରୁ ଫେରାର୍ ହୋଇ ଯାଇଥିଲା। ପରେ କମଳାଙ୍କୁ ପରିବାର ଲୋକ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ନନ୍ଦିନୀ ଗୃପ ଋଣ ନେଇ ଋଣ ଟଙ୍କା ପରିଶୋଧ କରିବାକୁ ସବୁବେଳେ ଅନିଛା ପ୍ରକାଶ କରୁଛନ୍ତି।ଋଣ କିସ୍ତି ଟଙ୍କା ମାଗିଲେ ଝଗଡା କରିବା ସହ ଋଣ ପରିଶୋଧ କରିବେ ନାହିଁ ବୋଲି ମନା କରି ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି କମଳା।

    ସେପଟେ ଉକ୍ତ ଘଟଣାକୁ ନେଇ ଉଭୟଙ୍କ ପକ୍ଷରୁ ଘଷିପୁରା ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଏବଂ ପୋଲିସ ଘଟଣା ସମ୍ପର୍କରେ ସରଜମିନ୍ ତଦନ୍ତ ଜାରି ରଖିଥିବା ଜଣାପଡିଛି।

  • ଛାତ୍ରର ଆକ୍ରମଣରେ ଇଂରାଜୀ ଅଧ୍ୟାପକଙ୍କ ମୃତ୍ୟୁ

    ଛାତ୍ରର ଆକ୍ରମଣରେ ଇଂରାଜୀ ଅଧ୍ୟାପକଙ୍କ ମୃତ୍ୟୁ

    ଜଣେ ଛାତ୍ରର ଆକ୍ରମଣରେ ଝାରସୁଗୁଡ଼ା ଜିଲା ପିକେଏସ୍‌ଏସ୍ ସ୍ନାତକ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଅମିତ କୁମାର ବାରିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଅଧ୍ୟାପକ ଓ ଶିକ୍ଷାବିତ୍ ମହଲ‌େ‌ର ଉଦ୍‌ବେଗ ପ୍ରକାଶ ପାଇଛି। ବେସରକାରୀ ଅନୁଦାନ ଓ ଅଣ ଅନୁଦାନ (+୨ ଓ +୩) ମହାବିଦ୍ୟାଳୟ ତଥା ସଂସ୍କୃତ ଶିକ୍ଷାନୁଷ୍ଠାନ କର୍ମଚାରୀ ସଂଘ ପକ୍ଷରୁ ଅମିିତଙ୍କ ଆତ୍ମାର ସଦ୍‌ଗତି କାମନା କରି ଶୋକସଭା ପାଳନ କରାଯାଇଛି।

    ସଂଘର ସଭାପତି ଡ. ଦେବବିଜୟ ମିଶ୍ର କହିଛନ୍ତି ଯେ, ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ଅମିତ ନିଯୁକ୍ତି ପାଇ ଦୀର୍ଘ ୧୫ ବର୍ଷ ଧରି ସ୍ବଳ୍ପ ଦରମାରେ ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରିଆସୁଥିଲେ। ଏତେଦିନ କାମ କଲା ପରେ ମଧ୍ୟ ସେ ସରକାରୀ ଅନୁଦାନରୁ ବଞ୍ଚିତ ଥିଲେ। ତାଙ୍କ ଘରେ ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ସରକାରଙ୍କ ନିୟମ ଅନୁସାରେ ଆମେ ୨୦୧୯ରୁ ଅନୁଦାନ ପାଇବାକୁ ଯୋଗ୍ୟ ହୋଇଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ଅନୁଦାନ ନୀତିରୁ ବଞ୍ଚିତ। ଅନୁଦାନ ଦାବିରେ ଗାନ୍ଧୀମାର୍ଗରେ ଅହୋରାତ୍ର ଧାରଣା ଜାରି ରହିଛି। ସରକାରଙ୍କ ସହ ବାରମ୍ବାର ଆଲୋଚନା ପରେ ବି ନିଷ୍କର୍ଷ ବାହାରିପାରୁନି। ଆସନ୍ତା ନଭେମ୍ବର ମାସ ଭିତରେ କୌଣସି ପଦକ୍ଷେପ ନନେଲେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ, ସରକାର ସେଥିପାଇଁ ଦାୟୀ ରହିବେ।

  • ଘରର ଏକ ମାତ୍ର ରୋଜଗାରିଆ ଏବେ ଶଯ୍ୟାଶାୟୀ, ସେପଟେ ଅର୍ଥ ସାଜିଛି ବାଧକ

    ଘରର ଏକ ମାତ୍ର ରୋଜଗାରିଆ ଏବେ ଶଯ୍ୟାଶାୟୀ, ସେପଟେ ଅର୍ଥ ସାଜିଛି ବାଧକ

    ସହାୟତା ଖୋଜୁଛନ୍ତି ଅସହାୟ ପ୍ରସନ ଦାସ। ପାଟକୁରା ମାର୍ଶାଘାଇ ବ୍ଲକ ବଚରେଇ ପଞ୍ଚାୟତ ମୂଷାଡ଼ିଆ ଗ୍ରାମର ପ୍ରସନ ଜଣେ ଦିନ ମଜୁରିଆ । ପାଞ୍ଚ ବର୍ଷ ତଳେ ଶ୍ରାବଣ ମାସରେ ପାଣି ଭାର ନେବା ସମୟରେ ଏକ ବାଇକ ଦୁର୍ଘଟଣାର ଶିକାର ହୋଇଥିଲେ ଫଳରେ ତାଙ୍କ ଗୋଡ଼ ଓ ମେରୁହାଡ଼ରେ ଆଘାତ ଲାଗିଥିଲା। ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ବ୍ରେନ ଷ୍ଟ୍ରୋକ ହେବାରୁ ସ୍ନାୟୁ ଦୁର୍ବଳ ହୋଇଯାଇଥିଲା। ଆଉ ଏବେ ପକ୍ଷାଘାତ ରୋଗରେ ପୀଡିତପ୍ରସନ୍ନ। ସତେ ଜେମିତି କାଙ୍କ ଉପରେ ଦୁଖ ପାହାଡ ଲଦି ହୋଇଯାଇଛି ।

    ଘରର ପର୍ସନ୍ନ ଥିଲେ ଏକ ମାତ୍ର ରୋଜଗାରିଆ । ଆଉ ଏବେ ସେ ଶଯ୍ୟାଶାୟୀ ।ଯେଉଁଥି ପାଇଁ ତାଙ୍କୁ ସହିବାକୁ ପଡୁଛି ଅନେକ ଦୁଖ ଆଉ କଷ୍ଟ । ଗୋଟିଏ ପଟେ ଅଭାବୀ ଜୀବନ ଆଉ ରୋଗ ଯନ୍ତ୍ରଣାର ବୋଝ ।ଡାକ୍ତରଙ୍କ କହିବା ଅନୁଯାୟୀ ପର୍ସନ୍ନଙ୍କୁ ଫିଜିଓ ଥେରାପିର ଆବଶ୍ୟକତା ରହିଛି । କିନ୍ତୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।ଅସହାୟ ପରିବାରକୁ କେବଳ ଘର ଖଣ୍ଡିଏ ଛଡା ଆଉ କୌଣସି ସରକାରି ସହାୟତା ମିଳିନାହିଁ.। ତେଣୁ ପ୍ରସନ ଓ ତାଙ୍କ ସମ୍ପର୍କୀୟ ସହାୟତା ପାଇଂ ସରକାର ଓ ପ୍ରଶାସନ କୁ ନିବେଦନ କରିଛନ୍ତି।

  • ରାଇସ୍ ମିଲ୍ ରୁ ଉଦ୍ଧାର କରାଗଲା ଏକାଧିକ ବିଷାକ୍ତ ସାପ

    ରାଇସ୍ ମିଲ୍ ରୁ ଉଦ୍ଧାର କରାଗଲା ଏକାଧିକ ବିଷାକ୍ତ ସାପ

    ଗୋଟିଏ ଜାଗାରୁ ଏକାଧିକ ବିଷାକ୍ତ ସାପ ଉଦ୍ଧାର । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅଳାଇଲୋ ଗ୍ରାମରେ ଥିବା ମା ନାରାୟଣୀ ରାଇସ୍ ମିଲ୍ ପରିଷରରୁ ୪୦ ରୁ ଉର୍ଦ୍ଧ ବିଷାକ୍ତ ସାପକୁ ଉଦ୍ଦାର କରାଯାଇଛି । ତେବେ ଉକ୍ତ ରାଇସ୍ ମିଲ୍ ପରିଷର ସଫା ହେଉଥିବା ବେଳେ ଏହି ସାପ ଗୁଡିକୁ ଦେଖିବାକୁ ମିଳିଥିଲା । ସେଠାରେ ଥିବା ଏକ ଭଙ୍ଗା ଆଜବେଷ୍ଟସ ତଳେ ଏହି ସାପ ଗୁଡିକ ରହିଥିଲେ । ଏହି ସାପଗୁଡ଼ିକୁ ସ୍ଥାନୀୟ ମହାକାଳପଡ଼ା ବନ୍ୟ ଜୀବ ବନାଞ୍ଚଳ କର୍ମଚାରୀ ଉଦ୍ଧାର କରି ସରକ୍ଷିତ ଜଙ୍ଗଲରେ ଛାଡି ଦେଇଥିବା ନେଇ ସୁଚନା ମିଳିଛି ।