Category: ରାଜ୍ୟ ଖବର

  • ପୁଣି ରାଜ୍ୟରେ କୋଭିଡ ଆକ୍ରାନ୍ତ ଚିହ୍ନଟ, ଆସିଲା ଗାଇଡ ଲାଇନ

    ପୁଣି ରାଜ୍ୟରେ କୋଭିଡ ଆକ୍ରାନ୍ତ ଚିହ୍ନଟ, ଆସିଲା ଗାଇଡ ଲାଇନ

    ରାଜ୍ୟକୁ ପୁଣି ଫେରିଲା ମାସ୍କ। ରାଜ୍ୟରେ ଆଜି ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ମାସ୍କ ଫେରାଇ ଆଣିଛି ସ୍ବାସ୍ଥ୍ୟ ବିଭାଗ। ଏନେଇ ଏକ ଗାଇଡ ଲାଇନ ମଧ୍ୟ ଜାରି କରିଛି ବିଭାଗ। ସୋସିଆଲ ମିଡିଆ ଏକ୍ସରେ ସୂଚନା ଦିଆଯାଇଛି। ଗାଇଡ ଲାଇନରେ ବୟସ୍କ ତଥା ବହୁବିଧ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନକୁ ଏମାନଙ୍କୁ ନ ଯିବାକୁ କୁହାଯାଇଛି। ଏଥିସହ ବାହାରକୁ ବାହାରିବା ବେଳେ ସବୁବର୍ଗର ଲୋକ ପ୍ରତିଷେଧକ ପାଇଁ ମାସ୍କ ପିନ୍ଧିବାକୁ କୁହାଯାଇଛି। ଆଜି ରାଜ୍ୟରେ ଜଣେ ପଜିଟିଭ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ନିରାପତା ପାଇଁ ଆଗୁଆ ପଦକ୍ଷେପ ନିଆଯାଇଛି ବିଭାଗ ପକ୍ଷରୁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଏହାକୁ ସ୍ବାଗତ କରିଛନ୍ତି। କାରଣ ନୂଆ ଭାରିଆଣ୍ଟ ସଂକ୍ରମଣ ଭୟଙ୍କର ରୂପ ନେଉଛି। ସିଙ୍ଗାପୁରରେ ସଂକ୍ରମଣ ପିକ୍ ଛୁଇଁ ସାରିଲାଣି। ତେଣୁ ଏହି ସଂକ୍ରମଣ ପ୍ରତି ଅବହେଳା ପ୍ରଦର୍ଶନ ଘାତକ ହେବ ବୋଲି ବିଶେଷଜ୍ଞ କହିଛନ୍ତି। ତେଣୁ ଯେଉଁମାନଙ୍କୁ ଥଣ୍ଡା ହେଉଛି, ଧଇଁସଇଁ ହେଉଛନ୍ତି, ନାକରୁ ପାଣି ବୋହୁଛି ସେମାନେ ନିଜର ଟେଷ୍ଟ କରାଇନେବାକୁ କହୁଛନ୍ତି ବିଶେଷଜ୍ଞ। ତେବେ ଏହି ସଂକ୍ରମଣକୁ ନେଇ ସେତେ ଭୟଭୀତ ନ ହେବାକୁ କହିଛନ୍ତି ଡାକ୍ତର ସୂର୍ଯ୍ୟପ୍ରକାଶ ଚୌଧୁରୀ। ସେ ଆହୁରି କହିଛନ୍ତି, ଖ୍ରୀଷ୍ଟମାସ, ନୂଆବର୍ଷ ଆସୁଥିବାରୁ ବହୁବିଧ ରୋଗରେ ପୀଡିତ ତଥା ବୟସ୍କ ଲୋକ ଭିଡଠାରୁ ଦୂରେଇ ରୁହନ୍ତି। ଯେଉଁମାନଙ୍କଠାରେ ଲକ୍ଷଣ ଦେଖାଯାଉଛି, ସେମାନେ ଘରେ ରୁହନ୍ତୁ।

    ତେବେ ଦେଶରେ କରୋନା ସଂକ୍ରମଣ ଗତ କିଛି ଦିନରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୭୫୨ ମାମଲା ସାମ୍ନାକୁ ଆସିଛି, ଯାହା ଗତ ସାତ ମାସରେ ସବୁଠୁ ଅଧିକ ରହିଛି। ଏଥିସହ ଏହି ସମୟ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ସେହିପରି ଗତକାଲି ଦେଶରେ ଜଣଙ୍କର ମୃତ୍ୟୁ ସହ ୩୨୮ ଜଣ ସଂକ୍ରମିତ ହୋଇଥିଲା। ଏହା ପୂର୍ବରୁ ୬ଟି ମୃତ୍ୟୁ ରେକର୍ଡ କରାଯାଇଛି। ବର୍ତ୍ତମାନ ନୂଆ ଭାରିଆଣ୍ଟ ଜେଏନ-ଏକର ସଂକ୍ରମଣତା ଦ୍ରୁତ ଗତିରେ ବଢିଚାଲିଛି। ସେପଟେ ସଂକ୍ରମଣ ପାଇଁ କେରଳ ଓ କର୍ଣ୍ଣାଟକରେ ମାସ୍କକୁ ବାଧ୍ୟତାମୂଳକ କରାଗଲାଣି ।

  • କଳା କୌଶଳ ଓ ନୃତ୍ୟ ଗୀତ କ୍ଷେତ୍ରରେ ନିଜ ନିଜ ପ୍ରତିଭା ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

    ଡେରାବିଶ ଛତା ସ୍ଥିତ ପଲ୍ଲୀ ଟେକ୍ନିକ ମହାବିଦ୍ୟାଳୟ ପରିସର ରେ “ନୂଆ-ଓ” ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି. ମହାବିଦ୍ୟାଳୟ ର ବିଭିନ୍ନ ଛାତ୍ର ଛାତ୍ରୀ ମାନେ କ୍ରୀଡା, କଳା କୌଶଳ ଓ ନୃତ୍ୟ ଗୀତ କ୍ଷେତ୍ର ରେ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ. ଉଦଜାପନି ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ପାଟକୁରା ବିଧାୟିକା ପ୍ରତିନିଧି ସଞ୍ଜୟ ଅଗ୍ରୱାଲ ଯୋଗ ଦେଇଥିଲେ.ଉତ୍ସବ ରେ ଚାଲିଥିବା ବିଭିନ୍ନ ପ୍ରତିଯୋଗିତା ର ପ୍ରତିଯୋଗୀ ମାନେ ମଞ୍ଚରେ ପୁରସ୍କୃତ ହୋଇଥିଲେ.ପଲ୍ଲୀ ଟେକ୍ନିକ କଲେଜ ପରିସର ରେ ଏକ ରକ୍ତ ଦାନ ଶିବିର ମଧ୍ୟ ଆୟୋଜିତ ହୋଇଯାଇଥିଲା ଯେଉଁଥିରେ ସତୁରି ଇୟୁନିଟ ରୁ ଉର୍ଧ୍ଵ ରକ୍ତ ସଂଗ୍ରହ ହୋଇଥିଲା

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶରେ ରାଜ୍ୟ ର ସମସ୍ତ ମହାବିଦ୍ୟାଳୟ ଭଳି ପାଟକୁରା ଓ ଡେରାବିଶ ର ବିଭିନ୍ନ ମହାବିଦ୍ୟାଳୟ ରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜାରି ରହିଛି ।ଏଭଳି ଯୁଗାନ୍ତ କାରି କାର୍ଯ୍ୟକ୍ରମ ପାଇଂ କଲେଜ କତୃପକ୍ଷ ଓ ଛାତ୍ରଛାତ୍ରୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

  • ଯୋଗାଣ ଅଧିକାରୀଙ୍କୁ ଘରୁ ମିଳିଛି ପୁଳା ପୁଳା ସୁନା

    ଯୋଗାଣ ଅଧିକାରୀଙ୍କୁ ଘରୁ ମିଳିଛି ପୁଳା ପୁଳା ସୁନା

    ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ମାଡି ବସିଛି ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ। ବୁଧବାର ଭୁବନେଶ୍ୱର ଓ ଗଂଜାମରେ ଥିବା ତାଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ । ଏଥିରେ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସହ ପାଣ୍ଡରା, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗରରେ ଥିବା ଘର ଓ ବ୍ରହ୍ମପୁରର ପୈତୃକ ଘର ଓ ଭବାନୀପୁରରେ ଥିବା ଘର ଉପରେ ଛାନଭିନ ଚଳାଇଛି ବିଭାଗ।

    ୨ଟି ବହୁତଳ କୋଠା, ୨ଟି ଫ୍ଲାଟ ସହ ୫ଟି ପ୍ଲଟ ଠାବ କଲାଣି ତଦନ୍ତକାରୀ ସଂସ୍ଥା। ସେହିପରି ରେଡ ବେଳେ ୫ ଶହ ଗ୍ରାମ ସୁନା ଅଳଙ୍କାର ସହ ଏକ କୋଟି ବ୍ୟାଙ୍କ ଜମା, ଓ ୧.୨୧ ଲକ୍ଷ ନଗଦ ଟଙ୍କା ଠାବ କରିଛି ଭିଜିଲାନ୍ସ। ଏଥିସହ ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଜବତ କରିବା ସହ ଟିମ ଚଳାଇଛି ତଦନ୍ତ। ଯାଞ୍ଚ ପରେ ପୂର୍ଣ୍ଣ ସୂଚନା ମିଳିବ।

  • ତ୍ରୟଦଶ ରାଜ୍ୟ ସ୍ତରୀୟ ଯାଜପୁର ପୁସ୍ତକ ମେଳା ପାଇଁ ସାମ୍ୱାଦିକ ସମ୍ମିଳନୀ

    ତ୍ରୟଦଶ ରାଜ୍ୟ ସ୍ତରୀୟ ଯାଜପୁର ପୁସ୍ତକ ମେଳା ପାଇଁ ସାମ୍ୱାଦିକ ସମ୍ମିଳନୀ

    ଆସନ୍ତା ଡିସେମ୍ୱର ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଯାଜପୁର ବାଳାଶ୍ରମ ପଡିଆରେ ତ୍ରୟଦଶ ରାଜ୍ୟ ସ୍ତରୀୟ ପୁସ୍ତକ ମେଳା ଅନୁଷ୍ଠିତ ହେବ। ଯାଜପୁର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯାଜପୁର ଜିଲା ପ୍ରଶାସନ ଏବଂ ଅନନ୍ୟା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବାଳାଶ୍ରମ ପଡିଆରେ ତ୍ରୟଦଶ ରାଜ୍ୟ ସ୍ତରୀୟ ପୁସ୍ତକ ମେଳା ନେଇ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଛି । ଅନନ୍ୟା ସାହିତ୍ୟ ସଂସଦ ସଭାପତି ସନ୍ତୋଷ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ, ଜିଲ୍ଳ। ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା , ସଂପାଦକ ଡଃ କାହ୍ନୁ ଚରଣ ମିଶ୍ର, ଊପ-ସଭାପତି ବିଭୁତି ଭୂଷଣ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ପୁସ୍ତକ ମେଳାରେ କବି ସମ୍ମିଳନୀ, କବିତା ପାଠୋତ୍ସବ, ବ୍ୟଙ୍ଗ କବି ସମ୍ମିଳନୀ ପ୍ରଭୃତି କାର୍ଯ୍ୟକ୍ରମ ସହ ବିଷୟବସ୍ତୁ ସଂପର୍କରେ ବିଜ୍ଞ ଆଲୋଚକଙ୍କ ଦ୍ୱାରା ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ମୁକ୍ତ କୁଇଜ୍ ମାଧ୍ୟମରେ ପିଲା ମାନଙ୍କୁ ପୁରସ୍କୃତ କରାଯିବା ସହିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ, ତର୍କ ଓ ନୃତ୍ୟ ପ୍ରତିଯୋଗିତା ଏହି ମଂଚରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଚ୍ଥି ।

  • ସୂର୍ଯ୍ୟ ମୁଖୀ ଚାଷ କରି ଉପକୃତ ହୋଇପାରିବେ ଚାଷୀ

    ସୂର୍ଯ୍ୟ ମୁଖୀ ଚାଷ କରି ଉପକୃତ ହୋଇପାରିବେ ଚାଷୀ

    ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ମୁନିଗୁଡ଼ା କୃଷି ବିଭାଗ କାର୍ଯ୍ୟାଳୟ ଠାରେ ସୂର୍ଯ୍ୟ ମୁଖୀ ବିହନ ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ମୁନିଗୁଡ଼ା ADO ଶ୍ରୀଯୁକ୍ତ ଚିତ୍ତରଞ୍ଜନ ସତପଥି, ବକ୍ତା AO ହିମାଂଶୁ ବୁଷଣ ମହାନ୍ତି, AO ପ୍ରକାଶ ବେହେରା, AO ରମାକାନ୍ତ ସର ଉପସ୍ଥିତ ରହିଥିଲେ । ଏବଂ ସମସ୍ତ ଗାଁ ଲୋକ ମାନଙ୍କୁ ନିମନ୍ତ୍ରଣ କରି ମୁନିଗୁଡ଼ା କୃଷି ବିଭାଗ କେନ୍ଦ୍ର ଠାରେ ସୂର୍ଯ୍ୟ ମୁଖୀ ବିହନ ବଣ୍ଟନ କରାଯାଇଥିଲା। ଏହି କ୍ଷେତ୍ରରେ ସମସ୍ତ ଗାଁ ଗୁଡିକ ଲୋକ ମାନଙ୍କୁ ସୂର୍ଯ୍ୟ ମୁଖୀ ବିହନ ଉତ୍ପାଦନ ବିଷୟରେ ଆଲୋଚନା କରି କେଉଁ ପ୍ରକାର ବିହନ ଲଗାଯିବ ସେ ନେଇ ବୁଝାଇ କହିଥିଲେ। ସେହିପରି ଲୋକ ମାନେ କିଭଳି ଭାବରେ ସୂର୍ଯ୍ୟ ମୁଖୀ ବିହନ ଉତ୍ପାଦନ କରି କେମିତି ଲାଭ ବାନ୍ ହୋଇ ପାରିବେ ସେ ନେଇ ମଧ୍ୟ ଚାଷୀ ମାନଙ୍କୁ ବୁଝାଇଥିଲେ । ସେହିପରି ଚାଷୀ ମାନେ ବିଭିନ୍ନ ଜିଲ୍ଲାରେ ସମସ୍ତ ଚାଷୀ ସରକାର ଙ୍କୁ ଅନେକ ଥର ଆନ୍ଧଳନ କରିବା ସତ୍ତ୍ୱେ ସରକାର କୈାଣସି ଚାଷୀ ଙ୍କ ଉପରେ ଗୁରୁତ୍ବ ଦେଇନଥିବା ବେଳେ ଗତକାଲି ମୁନିଗୁଡ଼ା କୃଷି ବିଭାଗ କାର୍ଯ୍ୟାଳୟ ରେ ଏଭଳି ସୂର୍ଯ୍ୟ ମୁଖୀ ଚାଷ ବିଷୟରେ ଆଲୋଚନା କରାଯାଇଥିବା ଦେଖିବାକୁ ମିଳିଛି।

  • ଜିଲ୍ଲାପାଳ ଅଫିସ ପରିସରରେ ଚିତ୍ର କଳା ପ୍ରଦର୍ଶନୀ

    ଜିଲ୍ଲାପାଳ ଅଫିସ ପରିସରରେ ଚିତ୍ର କଳା ପ୍ରଦର୍ଶନୀ

    ଓଡିଶା ଲଳିତ କଳା ଏକାଡେମୀ ଆନୁକୂଲ୍ୟରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ୩ ଦିନିଆ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। ଏହାକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଐତିହ୍ୟ ଓ ସଂସ୍କୃତିକୁ ଉଜ୍ଜିବୀତ କରି ରଖିବାରେ ଚିତ୍ରକଳା ଏକ ଉତ୍କୃଷ୍ଟ ମାଧ୍ୟମ ଏବଂ ଛାତ୍ର ଛାତ୍ରୀମାନେ ଏହି ଚିତ୍ରକଳା ପ୍ରଦର୍ଶନୀର ଭରପୁର ସୁଯୋଗ ନେଇ ପରିଦର୍ଶନ କରିବା ସହ ଓଡିଶାର ପାରମ୍ପରିକ ଐତିହ୍ୟ ଓ ସଂସ୍କୃତି ସମ୍ୱନ୍ଧରେ ଚିତ୍ରକଳାରୁ ଜ୍ଞାନ ଆହରଣ ପାଇଁ ପରାମର୍ଶ ଦେଇଥିଲେ । ଓଡିଶା ଲଳିତ କଳା ଏକାଡେମୀ ପ୍ରଦର୍ଶନୀ ଅଧିକାରୀ ସୁବ୍ରତ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ବେହେରାଙ୍କ ସହଯୋଗରେ ଅନୁଷ୍ଠିତ ଏହି ୩ ଦିନିଆ ଭ୍ରାମ୍ୟମାଣ ଚିତ୍ରକଳା ଷ୍ଟଲରେ ଓଡିଶାର ଜଗନ୍ନାଥ ସଂସ୍କୃତି, ଐତିହ୍ୟ ସଂପନ୍ନ ଗ୍ରାମ, ପାରମ୍ପରିକ ଲୋକକଳା ଏବଂ ଓଡିଶାର ବିଭିନ୍ନ କିମ୍ୱଦନ୍ତୀ ସମ୍ୱନ୍ଧୀୟ ଆକୃଷ୍ଟ ଚିତ୍ରକଳା ଏହି ପ୍ରଦର୍ଶନୀରେ ସ୍ଥାନ ପାଇଛି।

  • ଆନ୍ଧ୍ରପ୍ରଦେଶର ଏକ ଫ୍ୟାକ୍ଟ୍ରୀକୁ କାମ କରିବାକୁ ଯାଇ ୨ ନାବାଳକ ମୃତ

    ଆନ୍ଧ୍ରପ୍ରଦେଶର ଏକ ଫ୍ୟାକ୍ଟ୍ରୀକୁ କାମ କରିବାକୁ ଯାଇ ୨ ନାବାଳକ ମୃତ

    ଦାଦନ ଖଟିବାକୁ ୨ ମାସ ତଳେ ଘରୁ ପାଦ କାଢ଼ିଥିଲେ ୨ ନାବାଳକ। କଅଁଳ କାନ୍ଧରେ ବଡ଼ ଦାୟିତ୍ୱ ନେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସେତକ ବି ସହିଲାନି ଦଇବ। ଯେଉଁଠି ଦୁଇ ଭାଇ ଦାଦନ ଖଟୁଥିଲେ, ସେଠି ମିଳିଲା ନିର୍ଯାତନା। କୌଶଳ କ୍ରମେ ଖସି ଆସିଥିଲେ ବି ଘରେ ପହଞ୍ଚି ପାରିନଥିଲେ। ଅଧାବାଟରେ ଚାଲିଯାଇଥିଲା ଦୁଇ ଭାଇଙ୍କ ଜୀବନ। ୨ପୁଅଙ୍କ ମୃତ୍ୟୁ ଖବର ପାଇ ଆଖିରୁ ଲୁହ ଗଡ଼ାଉଛନ୍ତି ବାପାମା’। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ମକାପଦର ଗାଁରେ। ସୁଚନା ଅନୁଯାୟୀ ମକାପଦର ଗାଁର ଦୁଇ ଭାଇ ଗଙ୍ଗାଧର ମାଝି ଓ ମହେଶ୍ୱର ମାଝି ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶର ବିଶାଖାପଟନମରେ ଏକ ଚିଙ୍ଗୁଡି ଫେକ୍ଟ୍ରି କମ୍ପାନୀକୁ ଯାଇଥିଲେ। କିଛି ଦିନ ସେହି କମ୍ପାନୀରେ କାମ କରିବା ପରେ ସେମାନଙ୍କ ଦେହ ଅସୁସ୍ଥ ହୋଇଥିଲା। ହେଲେ କଂପାନୀ କର୍ତ୍ତୃପକ୍ଷ ସେମାନଙ୍କର ଚିକିତ୍ସା ପାଇଁ କୌଣସି ସହାୟତା କରିନଥିଲା। ବରଂ ସେମାନଙ୍କୁ ନର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଫଳରେ ଦିନକୁ ଦିନକୁ ଦୁଇ ଭାଇଙ୍କ ଦେହ ଅଧିକ ଖରାପ ହୋଇଥିଲା। ସେମାନେ ଘରକୁ ଫେରିଆସିବା ପାଇଁ ମନ ସ୍ଥିର କରିଥିଲେ। ସୁପର ଭାଇଜରଙ୍କଠାରୁ କିଛି ଟଙ୍କା ଧାର ମାଗି ଟ୍ରେନ୍ ଯୋଗେ ରାୟଗଡ଼ା ପଳାଇ ଆସିଥିଲେ ଦୁଇ ଭାଇ। ରବିବାର ରାୟଗଡ଼ା ଷ୍ଟେସନରେ ପହଞ୍ଚିବା ପରେ ଦୁଇ ଭାଇ ଚାଲି ପାରୁ ନଥିଲେ। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ଉଭୟ ଷ୍ଟେସନରେ ଗୋଟିଏ ସ୍ଥାନରେ ବସିଥିଲେ।ଜିଆରପି ଉଭୟଙ୍କ ଦେଖି ପଚରାଉଚରା କରିବା ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅବସ୍ଥାରେ ଗଙ୍ଗାଧରର ମୃତ୍ୟୁ ଘଟିଥିଲା। ମହେଶ୍ୱରର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ମହେଶ୍ୱରଙ୍କ ମୃତ୍ୟୁ ଘଟିଛି। ଦୁଇ ଭାଇଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

  • ରମେସ ସ୍ୱାଇଁଙ୍କ ପରେ ତାଙ୍କ ପୁତୁରାଙ୍କ ନାମ ରେ ସାଙ୍ଘାତିକ ଅଭିଯୋଗ

    ରମେସ ସ୍ୱାଇଁଙ୍କ ପରେ ତାଙ୍କ ପୁତୁରାଙ୍କ ନାମ ରେ ସାଙ୍ଘାତିକ ଅଭିଯୋଗ

    ରସିକିଆ ଡାକ୍ତର ରମେଶ ସ୍ୱାଇଁ ଙ୍କ କଥାତ ସମସ୍ତଙ୍କ ମନେଥିବ ନିଶ୍ଚୟ ।ଦେଢ଼ ବର୍ଷ ପୂର୍ବେ ଅଢ଼ଙ୍ଗା-ଭଗବାନ ଅଞ୍ଚଳ ର ନକଲି ରସିକିଆ ଡାକ୍ତର ରମେଶ ସ୍ୱାଇଁ ଏକାଧିକ ବିବାହ କରିବା ଓ ଲୋକ ଙ୍କୁ ଠକିବା ନେଇ ବିଭିନ୍ନ ଥାନା ରେ ଏକାଧିକ ଅଭିଯୋଗ ପରେ ଗିରଫ ହୋଇ ଜେଲ ଯାଇଥିଲେ ଏହି ନକଲି ଡାକ୍ତର ଜଣଙ୍କ ।ଆଉ ଏବେ ତାଙ୍କ ସମ୍ପର୍କୀୟ ପୁତୁରା ଦୀପ୍ତି ରମେସ ସ୍ୱାଇଁ ଦାଦାଙ୍କ ପଥ ଅନୁସରଣ କରି ଚାଲିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଦୀପ୍ତି ରଞ୍ଜନ ସ୍ୱାଇଁ ୨୦୧୭ ମସିହା ରେ କରିଲୋ ପାଟଣା ତଳଗାଁ ଅଞ୍ଚଳ ର ଜଣେ ମହିଳା ଙ୍କୁ ପ୍ରେମ ବିବାହ କରି ଛ ବର୍ଷ ହେବ କଟକ ଜଗତପୁର ରେ ରହିଆସୁଥିଲେ. ଦୁହେଁ କୋର୍ଟ ମ୍ୟାରେଜବି କରିଥିଲେ। ହେଲେ କିଛି ମାଶ ତଳେ ଦୀପ୍ତି ରଞ୍ଜନ ନିଜ ସ୍ତ୍ରୀ ସୁନିତା ଙ୍କୁ ଛାଡି ଆଉ ଜଣେ ଯୁବତୀ ଙ୍କୁ ଗରଦପୁର ମାହାଳ ମନ୍ଦିର ରେ ବିବାହ କରୁଥିବା ଖବର ପାଇଥିଲେ ସୁନିତା ।ତେବେ ସୁନିତାଙ୍କ କହିବା କଥା ଦୀପ୍ତି ରଞ୍ଜନ ତାଙ୍କ ପରିବାରଲୋକଙ୍କ କଥାରେ ଏଭଳି ତାଙ୍କ ଉପରେ ଏଭଳି ଅତ୍ଯାଚାର କରୁଛନ୍ତି ।

    ମହିଳା ଜଣଙ୍କ ନିରାଶ ହୋଇ କୁଦାନଗରୀ ଥାନା ରେ ସ୍ୱାମୀ ଙ୍କ ବିରୋଦ୍ଧରେ ଅଭିଯୋଗ କରିବା ସହ କେନ୍ଦ୍ରାପଡ଼ା ଜିଲ୍ଲପାଳ ଓ ଏସପି ଙ୍କୁ ଦେଖାକରି ନ୍ୟାୟ ଭିକ୍ଷା କରିଛନ୍ତି ଓ ନିଜ ଅଧିକାର ମାଗିଛନ୍ତି. ତେବେ ଦୀପ୍ତିରଞ୍ଜନ ଅନେକ ସମୟରେ ମଦ ପିଉଥିବା ର ଭିଡିଓ ମହିଳା ଜଣଙ୍କ ପୋଲିସକୁ ଦେଖାଇବା ସହ ତାଙ୍କ ଅଜାଣତ ରେ ଗର୍ଭ ନିରୋଧକ ମେଡ଼ିସିନ ଦେଇ ଗର୍ଭ ନଷ୍ଟ କରିଥିବା ଭଳି ସଂଗିନ ସଂଗୀନ ଅଭିଯୋଗ

  • ବିଜେପି କଂଗ୍ରେସର ଚୋରା ପୀରତି; ବିଜେଡି

    ବିଜେପି କଂଗ୍ରେସର ଚୋରା ପୀରତି; ବିଜେଡି

    ସମ୍ପ୍ରତି ରାଜ୍ୟରେ ଚାଲିଥିବା ଆଇଟି ରେଡରେ ଗଦା ଗଦା ଟଙ୍କା ଓ ପୁଳା ପୁଳା ସୁନା ବାହାରିବା ପରେ ଏହାକୁ କୁ ନେଇ ଆହୁରି ଗୋଳିଆ ହୋଇଛି ରାଜ୍ୟ ରାଜନୀତି । ରାଜନୀତିର ତେରେଛା ବାଣରେ ପ୍ରତ୍ୟେକ ଦଳ ଅନ୍ୟ ଦଳ ପ୍ରତି ନିସାନା ସାଧୁଥିବା ବେଳେ ସେଥିରୁ ବାଦ ପଡିନାହିଁ ବିଜେଡି । ତେବେ ଏହାକୁ ନେଇ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ଏକ ପ୍ରେସ ମିଟ୍ କରି କଣ କହିଛନ୍ତି ଶୁଣନ୍ତୁ ।

    ଶୁଣିଲେ ତ ଲେଲିନଙ୍କ କହିବା କଥା ଓଡିଶା ବିଜେପି ଓ ଓଡିଶା କଂଗ୍ରେସର ଚାଲିଛି ଚୋରା ପୀରତି । ଆୟାକର ବିଭାଗ ଚଢ଼ାଉ ରୁ 300 କୋଟି ମିଳିବା ପରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ କଂଗ୍ରେସର ସାଂସଦ ଧୀରଜ ସାହୁଙ୍କୁ ସମାଲୋଚନା କରିଛନ୍ତି । କଂଗ୍ରେସ ଦୁର୍ନୀତି କରିଥିବା କଥା ବରିଷ୍ଠ ନେତା ମାନେ କହିଥିବା ବେଳେ ବିଜେପି ସାଂସଦ ମାନେ ସାଂସଦରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। ଓଡିଶାରେ କିନ୍ତୁ ବିଜେପି କଂଗ୍ରେସ କୁ ସୁରକ୍ଷା ଦେବା ପାଇଁ ଠିକା ନେଇଛି। ନିଜ ନିହିତ ସ୍ୱାର୍ଥ ପାଇଁ ରାଜ୍ୟ ବିଜେପି ଓଡିଶା କୁ ନିନ୍ଦା କରିବାକୁ ବହୁତ ବ୍ୟଗ୍ର। ମିଛ ଓ ମନ ଗଡା଼ କାହାଣୀ କହି ଓଡିଶା କୁ ବଦନାମ୍ କରିବାକୁ ଚାଁହୁଛି ବିଜେପି । ତେବେ ଆଶ୍ଚର୍ଯ୍ୟର କଥା ଆଇ.ଟି ରେଡ ପରେ ଓଡିଶା ବିଜେପି ଓ କଂଗ୍ରେସ ନିଜ ନିଜ ସୁରକ୍ଷା ପାଇଁ ଲାଗି ପଡିଛନ୍ତି । ଓଡିଶା କଂଗ୍ରେସ କୁ ରାଜ୍ୟ ବିଜେପି କାହିଁକି ବଞ୍ଚେଇବାକୁ ଚାଁହୁଛି ଉତ୍ତର ଦିଅନ୍ତୁ ବୋଲି ବିଜେଡି ଏକ ପ୍ରେସମିଟରେ କହିଛି ।

  • ୪୦୦ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାରେ ବିଜେପିର ପ୍ରତିବାଦ

    ୪୦୦ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାରେ ବିଜେପିର ପ୍ରତିବାଦ

    ମଦ ଦୁର୍ନୀତି ଓ କଳା ଟଙ୍କା ବିରୋଧରେ ବିଜେପିର ଆନ୍ଦୋଳନ।କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଲିଙ୍କରୁ ୪୦୦ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାରେ ପ୍ରତିବାଦ କରିଛି ବିଜେପି । ସସଂଦ ଭବନ ସମ୍ମୁଖିରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବିଜେପି ସାଂସଦମାନେ ଗାନ୍ଧୀମୂର୍ତ୍ତି ତଳେ ଆନ୍ଦୋଳନ କରିଛନ୍ତି । ଦୁର୍ନୀତି, ଭ୍ରଷ୍ଟାଚାର ପାଇଁ କଂଗ୍ରେସକୁ ଲୋକେ ଜାଣିଛନ୍ତି । ଗରିବ ଲୋକଙ୍କ ଠାରୁ ଲୁଟ୍ କରି କୋଟି କୋଟି ଟଙ୍କା କଂଗ୍ରେସ ନେତାମାନେ ରଖିଛନ୍ତି ବୋଲି କହିଛନ୍ତି ଜେ.ପି ନଡ୍ଡା । ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରି ନଡ୍ଡା କହିଛନ୍ତି, ତଦନ୍ତକାରୀ ସଂସ୍ଥା କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଉଥିବା ନେତା ଏବେ ଧୀରଜ ସାହଙ୍କୁ ମାମଲାରେ କାହିଁକି ଚୁପ୍ ବସିଛନ୍ତି । ଆଗକୁ ନିର୍ବାଚନ ଥିବାରୁ ଏହି ଟଙ୍କା ମହଜୁଦ ରଖାଯାଇଥିବା କହିଛନ୍ତି ଜିଲ୍ଲା ବିଜେପି ସଭାପତି । କଂଗ୍ରେସ ସାଂସଦ ଧୀରଜ ସାହୁଙ୍କୁ ଗିରଫ କରାଯିବା ସହ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ ।