Category: ରାଜ୍ୟ ଖବର

  • ଜୀବନ ବଞ୍ଚାଇବାକୁ ବାଘ ସହ ଲଢ଼ିଲେ ଯୁବକ, ସଂଘର୍ଷରେ କଲରାପତରିଆ ବାଘର ମୃତ୍ୟୁ

    ଜୀବନ ବଞ୍ଚାଇବାକୁ ବାଘ ସହ ଲଢ଼ିଲେ ଯୁବକ, ସଂଘର୍ଷରେ କଲରାପତରିଆ ବାଘର ମୃତ୍ୟୁ

    ନରସିଂହପୁର ପଶ୍ଚିମ ବନାଞ୍ଚଳ ଅଧୀନ ଅନନ୍ତପ୍ରସାଦ ଗାଁରେ ଏକ ଭୟାନକ ଘଟଣା ସାମ୍ନାକୁ ଆସିଛି | ଯାହାକି ବାଘ କୁ ଆକ୍ରମଣ କରିଛି ମଣିଷ | ଏହି ଘଟଣାରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ବେଳେ ଯୁବକ ଜଣକ ଆହତ ହୋଇଛନ୍ତି।

    ସୂଚନା ଅନୁଯାୟୀ, କଲରାପତରିଆ ବାଘଟି ଅନନ୍ତପ୍ରସାଦ ଗାଁର ଶୁଭ୍ରାଂଶୁ ଭୋଳଙ୍କ ଫାର୍ମ ହାଉସ୍‌କୁ ଭିତରକୁ ପଶି ଆସିଥିଲା | ବଘାଟିକୁ ଦେଖି କୁକୁରମାଙ୍କର ଭୋକିବାରେ ଶୁଣି ଯୁବକ ଜଣକ ତାଙ୍କ କବାଟଟିକୁ ଖୋଲିଲାବେଳେ ବାଘଟି ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲା। ଜୀବନ ବଞ୍ଚାଇବାକୁ ଯାଇ ଯୁବକ ଜଣକ ବାଘ ସହ ଭୟଙ୍କର ସଂଘର୍ଷ କରିଥିଲେ |

    କିଛି ସମୟ ଧରି ଚାଲିଥିବା ଏହି ସଂଘର୍ଷରେ ଯୁବକଟି ବାଘକୁ ଛୁରା ମାରିବା ଦ୍ୱାରା କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା | ତେବେ ବାଘ ଆକ୍ରମଣରେ ଯୁବକ ଜଣକ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ତୁରନ୍ତ କଟକର ଏକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି | ଘଟଣା ସ୍ଥଳରେ ବନ କର୍ମଚାରୀ ପହଞ୍ଚି ବାଘର ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି | ବନ ବିଭାଗ ପକ୍ଷରୁ ଏହି ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି |

  • ଏକ ବଜେଟ୍, ଏକ ଦୃଷ୍ଟି: ଭାରତର ବଜେଟ୍ ପରମ୍ପରାର ନୂଆ ଅଧ୍ୟାୟ

    ଏକ ବଜେଟ୍, ଏକ ଦୃଷ୍ଟି: ଭାରତର ବଜେଟ୍ ପରମ୍ପରାର ନୂଆ ଅଧ୍ୟାୟ

    ଦେଶର ବଜେଟ୍ ଇତିହାସରେ ଏକ ବଡ଼ ପରିବର୍ତ୍ତନ ଆସିଛି |ଏବେ ରେଳ ଓ ସାଧାରଣ ବଜେଟ୍‌ର ଏକତ୍ରୀକରଣ | ବ୍ରିଟିଶ୍ ଶାସନ କାଳରେ ୧୯୨୪ ମସିହାରେ ପ୍ରଥମ ଥର ପାଇଁ ରେଳ ବଜେଟ୍ ଉପସ୍ଥାପନ କରାଯାଇଥିଲା| ସେବେଠାରୁ ଦୀର୍ଘ ୯ ଦଶକ ଧରି ଦେଶରେ ଏକ ଅଲଗା ପରମ୍ପରା ଚାଲିଥିଲା | ସେହି ପରମ୍ପରା ଅନୁସାରେ , ପ୍ରତି ବର୍ଷ ପ୍ରଥମେ ସାଧାରଣ ବଜେଟ୍ ଓ ତାହାପରେ ରେଳ ବଜେଟ୍ ଉପସ୍ଥାପନ କରାଯାଉଥିଲା| ବଜେଟ୍ ଦିନକୁ ନେଇ ଦେଶବାସୀଙ୍କ ମଧ୍ୟରେ ବହୁତ ଆଶା ଓ ଆଗ୍ରହ ଥାଏ, କାରଣ ବଜେଟ୍‌ରେ କେଉଁ ସୁବିଧା ଘୋଷଣା କରାଯିବ ,ସେଥିପାଇଁ ଲୋକମାନେ ଅପେକ୍ଷା କରିଥାଆନ୍ତି | କିନ୍ତୁ ସମୟ ସହିତ ସରକାରୀ ଆର୍ଥିକ ପ୍ରଣାଳୀରେ ପରିବର୍ତ୍ତନର ଆବଶ୍ୟକତା ରହିଛି |

    ମୋଦୀ ସରକାର ଆସିବା ପରେ ୨୦୧୭ ମସିହାରେ ଏହି ପୁରୁଣା ପରମ୍ପରାକୁ ଭାଙ୍ଗି ଦିଆଯାଇଥିଲା | ସାଧାରଣ ବଜେଟ୍ ଓ ରେଳ ବଜେଟ୍‌କୁ ଅଲଗା ଅଲଗା ଉପସ୍ଥାପନ କରିବା ପରମ୍ପରାକୁ ବନ୍ଦ କରି, ଦୁହିଁଟିକୁ ଏକା ସାଙ୍ଗରେ ୟୁନିଅନ୍ ବଜେଟ୍‌ର ସାମିଲ କରାଯାଇଥିଲା | ଏହି ପରିବର୍ତ୍ତନ ପରେ ପ୍ରଥମ ଏକତ୍ରିତ ବଜେଟ୍ ସେତେବେଳେର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ପ୍ରସ୍ତୁତ କରିଥିଲେ | ଏହା ଦ୍ୱାରା ରେଳକୁ ଦେଶର ସାର୍ବିକ ଆର୍ଥିକ ବିକାଶ ଯୋଜନା ସହ ଏକ ସମାନ ଧାରାରେ ଆଣାଯାଇଥିଲା | ବଜେଟ୍ ଇତିହାସକୁ ଦେଖିଲେ ଜଣାପଡ଼େ ଯେ , ପୂର୍ବରୁ ଦେଶରେ ପ୍ରତି ବର୍ଷ ଦୁଇଟି ବଜେଟ୍ ଉପସ୍ଥାପନ ହୋଇଥାଏ |ଯାହାକି ଗୋଟିଏ ରେଳ ପାଇଁ ଓ ଅନ୍ୟଟି ସାଧାରଣ ଆର୍ଥିକ କାର୍ଯ୍ୟକଳାପ ପାଇଁ | ସାଧାରଣ ବଜେଟ୍‌ରେ ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ବିକାଶ,ଓ ସମାଜିକ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଥିଲା | ସେତେବେଳେ ରେଳ ସମ୍ବନ୍ଧୀୟ ସମସ୍ତ ଘୋଷଣା ରେଳ ବଜେଟ୍‌ରେ ହିଁ କରାଯାଉଥିଲା |

    ବର୍ତ୍ତମାନର , ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବୃଆରି ୧ ତାରିଖରେ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି | ଏହା ତାଙ୍କର ନବମ ବଜେଟ୍ ହେବ | ସେ ପ୍ରଥମ ଥର ପାଇଁ ୫ ଜୁଲାଇ ୨୦୧୯ ମସିହାରେ ବଜେଟ୍ ଉପସ୍ଥାପନ କରିଥିଲେ | ରେଳ ଓ ସାଧାରଣ ବଜେଟ୍‌ର ଏକତ୍ରୀକରଣ ଦ୍ୱାରା ବଜେଟ୍ ପ୍ରକ୍ରିୟା ଅଧିକ ସରଳ ହେବାସହ ଦେଶର ସାମଗ୍ରିକ ବିକାଶର ସମନ୍ୱୟ ହୋଇପାରିଛି | ଏହାକୁ ମୋଦୀ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନୀତି ଭାବେ ଦେଖାଯାଉଛି |

  • ପୁରୀ ଶ୍ରୀମନ୍ଦିରରେ ଅଘଟଣ: ପୋଲିସ ମାଡ଼ରେ ନାବାଳକ ଗୁରୁତର

    ପୁରୀ ଶ୍ରୀମନ୍ଦିରରେ ଅଘଟଣ: ପୋଲିସ ମାଡ଼ରେ ନାବାଳକ ଗୁରୁତର

    ପୁରୀ ଶ୍ରୀମନ୍ଦିର ବାହାର କାଠ ନିକଟରେ ପୋଲିସ ମାଡ଼ରେ ଜଣେ ନାବାଳକ ଗୁରୁତର ଆହତ ହୋଇଥିବା ଅଭିଯୋଗ ଆସିଛି ସାମ୍ନାକୁ | ଆହତ ନାବାଳକକୁ ମନ୍ଦିର ଆମ୍ବୁଲାନ୍ସ ଯୋଗେ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି | ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଆବଶ୍ୟକ ପଡିଲେ କଟକର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର କହିଛନ୍ତି।

    ଖବର ଅନୁଯାୟୀ, ଶୁକ୍ରବାର ରାତିରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଅଂଚଳର ଅଚ୍ୟୁତାନନ୍ଦ ବିଶ୍ୱାଳ ତାଙ୍କ ସ୍ତ୍ରୀ ଓ ନାବାଳକ ପୁଅ ସହ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ | ଦର୍ଶନ କରିବା ସମୟରେ ବାହାର କାଠ ପାଖ ଭିଡ଼ ମଧ୍ୟରେ ଜଣେ ପୋଲିସ ପୋଷାକଧାରୀ ତାଙ୍କ ନାବାଳକ ପୁଅକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି | ଏହାକୁ ନେଇ ପ୍ରତିବାଦ କରିବାରୁ ସମ୍ପୃକ୍ତ ପୋଲିସ କର୍ମଚାରୀ ପୁଣି ମାଡ଼ ମାରିଥିବା କୁହାଯାଉଛି |

    ଏହି ଘଟଣା ସମ୍ପର୍କରେ ପୁରୀ ଏସପିଙ୍କୁ ଜଣାଇବା ପରେ ସିଟି ଡିଏସପି, ସିଂହଦ୍ୱାର ଥାନା ଓ କୁମ୍ଭାରପଡ଼ା ଥାନାର ଅଧିକାରୀମାନେ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି | ତେବେ ଏହି ଘଟଣାକୁ ନେଇ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି ଆଧିକାରିକଙ୍କ ପ୍ରତିକ୍ରିୟା ମିଳିପାରିନି |

  • ରାଜ୍ୟର ବିକାଶ ପାଇଁ ପରିବର୍ତ୍ତନ ଆବଶ୍ୟକ

    ରାଜ୍ୟର ବିକାଶ ପାଇଁ ପରିବର୍ତ୍ତନ ଆବଶ୍ୟକ

    କେରଳ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ସିଧାସଳଖ ଟାର୍ଗେଟ୍ କରି ଜୋରଦାର ସମାଲୋଚନା କରିଛନ୍ତି। ରାଜ୍ୟର ବିକାଶ ପାଇଁ ପରିବର୍ତ୍ତନ ଅତ୍ୟାବଶ୍ୟକ ବୋଲି କହିବା ସହ ବର୍ତ୍ତମାନର ରାଜନୈତିକ ପରିସ୍ଥିତିକୁ ନେଇ ସେ କଂଗ୍ରେସ ଉପରେ ପ୍ରହାର କରିଛନ୍ତି। ଆଜି କେରଳ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ରାଜ୍ୟ ପାଇଁ ଅନେକ ବିକାଶମୂଳକ ପ୍ରକଳ୍ପର ଘୋଷଣା କରିଛନ୍ତି। ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା ସହ ନୂତନ ଟ୍ରେନ ସେବାର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ କେରଳର ବିକାଶକୁ ନୂତନ ଗତି ଦେଇଛି। କେରଳର ବିକାଶ ଯାତ୍ରାରେ ଏକ ନୂତନ ଅଧ୍ୟାୟର ଆରମ୍ଭ ହୋଇଛି ବୋଲି ସେ ମତ ପ୍ରକାଶ କରିଛନ୍ତି।

    ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ରେଳ ସଂଯୋଗୀକରଣକୁ ଆହୁରି ସୁଦୃଢ଼ କରାଯାଇଛି, ଯାହା ଆର୍ଥିକ ବିକାଶ ସହିତ ଯାତାୟାତ ବ୍ୟବସ୍ଥାକୁ ନୂଆ ଦିଗ ଦେବ। ଏହି ସମସ୍ତ ପ୍ରକଳ୍ପ ତିରୁବନନ୍ତପୁରମକୁ ଦେଶର ପ୍ରମୁଖ ବିକାଶ କେନ୍ଦ୍ର ମଧ୍ୟରେ ପ୍ରତିଷ୍ଠା କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

  • ଶ୍ରୀମନ୍ଦିରକୁ ଉଡ଼ାଇଦେବାର ଆସିଲା ଧମକ

    ଶ୍ରୀମନ୍ଦିରକୁ ଉଡ଼ାଇଦେବାର ଆସିଲା ଧମକ

    ପୁରୀ ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଫେସବୁକରେ ପୋଷ୍ଟ ଏକ ମାଧ୍ୟମରେ ଧମକ ଦିଆଯାଇଛି | ଏହି ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି ହୋଇଯାଇଛି | ଏହି ଘଟଣାରେ ପୋଲିସ ଏକାଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି |

    ପୁରୀ ଏସପି ସୂଚନା ଦେଇଛନ୍ତି ଯେ , ସୁରକ୍ଷା ଦୃଷ୍ଟିକୋଣରୁ ଶ୍ରୀମନ୍ଦିର ସୁରକ୍ଷା ବାହିନୀ ସହ STU ଓ ସମସ୍ତ ସୁରକ୍ଷା ଫୋର୍ସଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି | ଶ୍ରୀମନ୍ଦିର ପରିସରରେ ବୋମା ନିଷ୍କ୍ରିୟକାରୀ ଦଳ ସଜାଗ ରହିଥିବାବେଳେ , ସିଟି ଡିଏସପିଙ୍କ ନେତୃତ୍ୱରେ ଏକ ବିଶେଷ ଟିମ୍ ଗଠନ କରାଯାଇଛି | ଯାହା ଦ୍ୱାରା ସମ୍ପୂର୍ଣ୍ଣ ଅଞ୍ଚଳରେ ତଲାଶି ଓ ଯାଞ୍ଚ ଚାଲି ରହିବ |

    ପୋଲିସ କହିଛି, ‘ଜୁଲି ରାଣୀ ପଣ୍ଡା’ ନାମରେ ଥିବା ଫେସବୁକ୍ ଆଇଡି କିଏ ଅପରେଟ୍ କରୁଥିଲେ ଓ କେଉଁ ସ୍ଥାନରୁ ଏହା ଚାଲୁହୋଇଥିଲା , ସେ ସମ୍ପର୍କରେ ତଦନ୍ତ ଜାରି ରହିଛି | ଫେସବୁକ୍ URL ମାଧ୍ୟମରେ ଆବଶ୍ୟକ ତଥ୍ୟ ସଂଗ୍ରହ କରାଯାଉଛି |

    ପ୍ରଥମେ ସେହି ଫେସବୁକ୍ ଆଇଡିରୁ ଏକ ୱେବ୍ ଚ୍ୟାନେଲ ମାଲିକଙ୍କୁ ଧମକ ଦିଆଯାଇଥିଲା | ସେହି ଏତଲାକୁ ଭିତ୍ତି କରି ପୁରୀ ବାସେଳୀ ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା | ସେହିପରି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଦିଆଯାଇଥିବା ଧମକକୁ ମଧ୍ୟ ହାଲକା ଭାବେ ନିଆଯାଇନାହିଁ ବୋଲି ପୁରୀ ଏସପି ସ୍ପଷ୍ଟ କରିଛନ୍ତି | ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଥିବା ବେଳେ, ପୋଲିସ ଓ ସୁରକ୍ଷା ଏଜେନ୍ସିମାନେ ସଜାଗ ଅଛନ୍ତି।

  • ଗାଁରେ ପଶିଲା ଗୋଠ ଛଡା ଦନ୍ତା

    ଗାଁରେ ପଶିଲା ଗୋଠ ଛଡା ଦନ୍ତା

    ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାରିଲେପଟା ବୋଡକାଟଲା ଗାଁରେ ଗୋଠ ଛଡା ଦନ୍ତା ହାତୀର ଆତଙ୍କ ଦେଖାଦେଇଛି | ଆଜି ସକାଳ ପ୍ରାୟ ୭ଟା ସମୟରେ ହାତୀଟି ଗାଁଭିତରକୁ ପଶିଯାଇ ଭୟଙ୍କର ଆତଙ୍କ ସୃଷ୍ଟି କରିଥିଲା | ହାତୀ ଆକ୍ରମଣରେ ୪୨ ବର୍ଷୀୟ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି | ମୃତକଙ୍କ ପରିଚୟ ଲୋବୋ ସିଂ ବୋଲି ଜଣା ପଡିଛି | ଗାଁରେ ପଶିଥିବା ହାତୀର ସାମ୍ନାରେ ଯିଏ ପଡ଼ୁଛି, ତାଙ୍କୁ ଆକ୍ରମଣ କରୁଥିବାର ସୂଚନା ମିଳିଛି |

    ଏହି ଘଟଣା ପରେ ବିଶ୍ରା ବନଖଣ୍ଡକୁ ଲାଗିରହିଥିବା ଗାଁଗୁଡ଼ିକର ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି | ହାତୀକୁ ଦେଖି ଗାଁ ଲୋକେ ତୁରନ୍ତ ବନ ବିଭାଗକୁ ସୂଚନା ଦେଇଥିଲେ|
    ସୂଚନା ପାଇ ଘଟଣାସ୍ଥଳରେ ବିଶ୍ରା ବନବିଭାଗର କର୍ମଚାରୀ ପହଞ୍ଚି ହାତୀକୁ ଘଉଡ଼ାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି | ସୁରକ୍ଷା ଦୃଷ୍ଟିକୋଣରୁ ଗାଁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି | ଏପର୍ଯ୍ୟନ୍ତ ସେ ଅଞ୍ଚଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ବନବିଭାଗ ପକ୍ଷରୁ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଚାଲିଛି |

  • ଆଜି ମହାପ୍ରଭୁଙ୍କ ଦିବ୍ୟ ଦୁର୍ଲଭ ପଦ୍ମବେଶ

    ଆଜି ମହାପ୍ରଭୁଙ୍କ ଦିବ୍ୟ ଦୁର୍ଲଭ ପଦ୍ମବେଶ

    ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅତ୍ୟନ୍ତ ଦୁର୍ଲଭ ଓ ରାମଣୀୟ ପଦ୍ମବେଶ ଅନୁଷ୍ଠିତ ହୋଇଛି | ମାଘ ମାସ ଶୁକ୍ଳ ପକ୍ଷ ପ୍ରତିପଦା ଠାରୁ ଶ୍ରୀ ପଞ୍ଚମୀ ମଧ୍ୟରେ ପଡୁଥିବା ପ୍ରଥମ ବୁଧବାର ଏହି ପାରମ୍ପରିକ ବେଶ ପାଳିତ ହୋଇଥାଏ |
    ପରମ୍ପରାନୁସାରେ ବଡ଼ଛତା ମଠ ପକ୍ଷରୁ ପ୍ରତିବର୍ଷ ଏହି ବେଶ ପାଇଁ ଆବଶ୍ୟକ ସମସ୍ତ ସରଞ୍ଜାମ ଯୋଗାଇ ଦିଆଯାଇଥାଏ | ସୋଲ, କଦଳୀ ପାଟୁକା, ଜରି, ଜମ୍ବୁରା ସହ ପାରମ୍ପରିକ ରଙ୍ଗ ଓ ଅଠା ବ୍ୟବହାର କରି ପଦ୍ମବେଶ ପ୍ରସ୍ତୁତ କରାଯାଇଥାଏ |
    ଏହି ବେଶ ପ୍ରଭୁଙ୍କ ନିମନ୍ତେ ତିଆରି କରିବା ପାଇଁ ନିଯୁକ୍ତ ସେବକମାନେ ହବିଷ ଅନ୍ନ ଖାଇବା ସହ ଶୁଦ୍ଧତା, ଶ୍ରଦ୍ଧା ଓ ଭକ୍ତିଭାବ ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହାକୁ ସମ୍ପନ୍ନ କରିଥାନ୍ତି |
    ବର୍ଷକୁ କେବଳ ଗୋଟିଏ ଦିନ ବଡ଼ସିଂହାର ନୀତିରେ ମହାପ୍ରଭୁ ପଦ୍ମବେଶରେ ପହୁଡ଼ ହୁଅନ୍ତି | ପରଦିନ ମଙ୍ଗଳା ଆଳତୀ ପର୍ଯ୍ୟନ୍ତ ଭକ୍ତମାନେ ଏହି ଦିବ୍ୟ ବେଶର ଦର୍ଶନ ଲାଭ କରିଥାନ୍ତି |
    ପୁରାଣ କଥାନୁସାରେ ଭକ୍ତ ମନହର ଦାଶଙ୍କର ମନବାଞ୍ଛା ପୂରଣ ପାଇଁ ମହାପ୍ରଭୁ ଏହି ପଦ୍ମବେଶ ଧାରଣ କରିଥିବାରୁ ଏହି ପରମ୍ପରା ବହୁ ଦିନରୁ ଚାଲିଆସୁଛି |

  • କଳିଙ୍ଗରେ ଆଜିଠୁ ହକି ଇଣ୍ଡିଆ ଲିଗ୍, ପ୍ରଥମ ଦିନ ୨ଟି ମ୍ୟାଚ୍

    କଳିଙ୍ଗରେ ଆଜିଠୁ ହକି ଇଣ୍ଡିଆ ଲିଗ୍, ପ୍ରଥମ ଦିନ ୨ଟି ମ୍ୟାଚ୍

    ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଉଛି ପୁରୁଷ ହକି ଇଣ୍ଡିଆ ଲିଗ୍‌ର ଶେଷ ପର୍ଯ୍ୟାୟ ମ୍ୟାଚ୍। ଶୀତୁଆ ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମ ହେବ ଜୋରଦାର ହକି ଫାଇଟ୍‌ର ସାକ୍ଷୀ। ଏହାକୁ ନେଇ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଥିବାବେଳେ ବିଭିନ୍ନ ଦଳ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି।

    ପ୍ରଥମ ଦିନରେ ମାନେ ଆଜି ଦୁଇଟି ରୋମାଞ୍ଚକର ମ୍ୟାଚ୍ ଖେଳାଯିବ। ସଂଧ୍ୟା ୫ଟାରେ ପ୍ରଥମ ମ୍ୟାଚ୍‌ରେ ବେଙ୍ଗଲ ଟାଇଗର୍ସ ଓ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ମୁକାବିଲା ହେବ। ଏହାପରେ ରାତି ୭ଟାରେ ଘରୋଇ ଦଳ କଳିଙ୍ଗ ଲାନସର୍ସ ଓ ଦିଲ୍ଲୀ ଏସଜି ପାଇପର୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ।

    କଳିଙ୍ଗ ଷ୍ଟାଡିୟମରେ ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ଗ୍ରୁପ୍ ପର୍ଯ୍ୟାୟର ମ୍ୟାଚ୍ ହେବାକୁ ଯାଉଛି | ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ନକ୍-ଆଉଟ୍ ମ୍ୟାଚ୍ ଖେଳାଯାଉଥିବାବେଳେ ୨୬ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ।

    ଗତବର୍ଷ ଭୁବନେଶ୍ୱର ପରିବର୍ତ୍ତେ ରାଉରକେଲାରେ ହକି ଇଣ୍ଡିଆ ଲିଗ୍ ମ୍ୟାଚ୍ ଗୁଡ଼ିକ ଖେଳାଯାଇଥିଲା| କିନ୍ତୁ ଏଥର ସମସ୍ତ ମ୍ୟାଚ୍ କେବଳ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳ ଯିବା ବୋଲି ସୂଚନା ମିଳିଛି ।
    ବର୍ତ୍ତମାନ କଳିଙ୍ଗ ଲାନସର୍ସ ୪ଟି ମ୍ୟାଚ୍ ଖେଳି ୧୧ ପଏଣ୍ଟ ସହ ଟେବୁଲର ଶୀର୍ଷ ସ୍ଥାନରେ ରହିଥିବାବେଳେ , ଯାହା ଘରୋଇ ଦର୍ଶକଙ୍କ ଆଶାକୁ ଆହୁରି ବଢ଼ାଇଛି |

  • ନବୀନଙ୍କୁ ‘ନେତା’ କହିବା ପାଇଁ ଅରବିନ୍ଦଙ୍କୁ ମହଙ୍ଗା ପଡ଼ିଲା

    ନବୀନଙ୍କୁ ‘ନେତା’ କହିବା ପାଇଁ ଅରବିନ୍ଦଙ୍କୁ ମହଙ୍ଗା ପଡ଼ିଲା

    ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କର ବିଧାନସଭା ଓ ସାଧାରଣ ମନ୍ତବ୍ୟରେ ଦିଆଯାଇଥିବା ବୟାନ “ନବୀନ ମୋ ନେତା” ନେଇ ବିଜେଡି ଭିତରେ ଅନୁଶାସନ ଚର୍ଚ୍ଚା ଆରମ୍ଭ ହୋଇଛି।

    ତାଙ୍କର ମନ୍ତବ୍ୟ ବାହାରେ ଚର୍ଚ୍ଚିତ ହେଲେ ବି, ବିଜେଡି ନେତୃତ୍ୱ ଏହାକୁ ଦଳ ନୀତି ଭଙ୍ଗ ଭାବରେ ଦେଖି ନିଲମ୍ବନ କରାଇଛି। ରାଜନୈତିକ ମହଲର ଆଲୋଚନା ଅନୁସାରେ, ଏହି କାର୍ଯ୍ୟାନୁଷ୍ଠାନ ପଛରେ ମନ୍ତବ୍ୟର ପ୍ରଭାବ ସବୁଠାରୁ ମୁଖ୍ୟ।

    ଦଳୀୟ ମହଲ କହୁଛି, ନବୀନଙ୍କୁ ନେତା ଭାବରେ ସ୍ବୀକାର କରିବା ସହ ପାଣ୍ଡିଆନଙ୍କ ହାକିମାତିକୁ ବି ମାନିବାକୁ ପଡ଼ିବ। ଏହାର ପ୍ରଭାବ ଆସନ୍ତା ରାଜ୍ୟସଭା ନିର୍ବାଚନରେ ଦେଖାଯିବ।

    ସାମାଜିକ ମାଧ୍ୟମରେ ଏହି ବିବାଦ ଭାଇରାଲ୍ ହୋଇଛି ଏବଂ ବହୁ ନେତା ତାଙ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗ ପରୋକ୍ଷରେ ଅରବିନ୍ଦଙ୍କୁ ତାଗିଦ୍ କରାଯାଇଥିଲା, ଯାହା ନିଲମ୍ବନର ପ୍ରଧାନ କାରଣ ବୋଲି ମନାଯାଉଛି।

  • ଆକାଶମାର୍ଗରୁ ଗଳି ପଡିଲା ବିମାନ !

    ଆକାଶମାର୍ଗରୁ ଗଳି ପଡିଲା ବିମାନ !

    ରାଉରକେଲା ବିମାନ ଦୁର୍ଘଟଣାକୁ ନେଇ ଆକ୍ସନ ମୋଡ଼ ରେ ସରକାର ,ହଠାତ ଆକାଶ ମାର୍ଗରୁ କେମିତି ଭାରସାମ୍ୟ ହରାଇ ତଳକୁ ଖସିଲା ବିମାନ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚା ଆଲୋଚନା | ବିମାନ ଯଦି ପୂର୍ବରୁ ସବୁ ଠିକ ଠାକଥିଲା ତେବେ ଏହି ବିମାନକୁ ଫୋର୍ସ ଲଣ୍ଡିଙ୍ଗିନ କରିବାକୁ ପଡିଲା କାହିଁକି | ଅବତାରଣା ପୂର୍ବରୁ କାହିଁକି ଦେଖା ଦେଲା ଏତେ ବଡ ତ୍ରୁଟି | ବିମାନରେ ବସିଥିଲା କ୍ରିୟୁ ମେମ୍ବର ନା ପାଇଲଟ ଙ୍କ ଭୁଲ ଯୋଗୁଁ ଏଭଳି ଘଟିଛି ତାହାକୁ ନେଇ ଏବେ ଖୋଳତାଡ଼ ଆରମ୍ଭ କରିଛନ୍ତି ସରକାର | ଗତ କଲି ରାଉରକେଲା ଅଂଚଳରେ ଦିନ ୧.୩୦ ମିନିଟ ରେ ଘଟିଥିବା ଚାଟାର୍ଡ ଫ୍ଲାଇଟ ଦୁର୍ଘଟଣା କେଇ ମୁହୁର୍ତରେ ସାରା ଦେଶରେ ଚହଳ ପକାଇ ଦେଇଥିଲା | ମାତ୍ର ଭଗବାନ ଙ୍କ କୃପାରୁ ବିମାନରେ ବସିଥିବା ସମସ୍ତ ଯାତ୍ରୀ ଓ କ୍ରିୟୁ ମେମ୍ବର ସୁରକ୍ଷିତ ଥିବା ବେଳେ ସେମାନଙ୍କ ଦେହରେ ସାମାନ୍ୟ ଆଘାତ ଲାଗିଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପ୍ରଥମେ ରାଉରକେଲା ସାରକରାଇ ମେଡିକାଲରେ ଭର୍ତି କରାଯାଇଥିଲା , ହେଲେ ସେଠାରେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି , ତେବେ ଦରକାର ପଡିଲେ ଗୁରୁତର ଆହତଙ୍କୁ ଏୟାର ଲିଫ୍ଟ କରାଯିବ ବୋଲି ପ୍ରାଥମିକ ସୂଚନା ମିଳିଛି | ତେବେ ଏହି ଘଟଣାରେ ଏବେ ରାଜ୍ୟ ସରକାରଙ୍କ ତରଫରୁ ତଦନ୍ତ ଆରମ୍ଭ କରାଯିବା ସହ ଘଟଣାସ୍ଥଳକୁ ଯାଇଛନ୍ତି ବଡ ବଡ ସରକାରୀ ଅଧିକାରୀ |

    ରାଉଲକେଲା ଚାର୍ଟର ବିମାନ ଦୁର୍ଘଟଣା ପରେ ପରିବହନ ସଚିବ ଉଷା ପାଢ଼ୀ ଦୁର୍ଘଟଣା ପହଞ୍ଚି ପରିସ୍ଥିତର ତଦାରଖ କରିଛନ୍ତି | ସେ ବରିଷ୍ଠ ପ୍ରଶାସନିକ ଓ ବିମାନବନ୍ଦର ଅଧିକାରୀମାନଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କିତ ପ୍ରାଥମିକ ତଥ୍ୟ ସଂଗ୍ରହ କରିଛନ୍ତି | ଚାର୍ଟର ବିମାନ ଦୁର୍ଘଟଣା କିପରି ଘଟିଲା ଓ କଣ ପାଇଁ ବିମାନଟିକୁ ଫୋର୍ସ ଲ୍ୟାଣ୍ଡିଂ କରିବାକୁ ପଡିଲା , ସେସବୁ ଉପରେ ଟିକିନଖି ତଦନ୍ତ କରିବା ପାଇଁ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (AAIB) ଓ ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍ (DGCA) କୁ ଦାୟିତ୍ୱ ଦିଆଯାଇଛି। ତାହା ସହ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ଓ ଚିକିତ୍ସା ନିରୀକ୍ଷଣ ପାଇଁ ଭୁବନେଶ୍ୱରରୁ ଦୁଇଜଣିଆ ଡାକ୍ତରୀ ଟିମ୍‌ ରାଉରକେଲାରେ ପହଞ୍ଚିଛନ୍ତି। ଖବର ଅନୁଯାୟୀ, ଶନିବାର ଅପରାହ୍ନରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ୯ -ସିଟ୍ ବିଶିଷ୍ଟ ‘ଇଣ୍ଡିଆ ଓ୍ୱାନ ଏୟାର’ର ଏକ ବିମାନ ଉଡାଣ ଭରିଥିଲା | କିନ୍ତୁ ଯାନ୍ତ୍ରିକ ତୁଟି ପାଇଁ ରାଉରକେଲାଠାରୁ ପ୍ରାୟ ୧୦ ରୁ ୧୫ କିଲୋମିଟର ଦୂର ଜଳଦ ନିକଟ ଏକ ପଡିଆରେ ଲାଣ୍ଡିଂ କରାଇଥିଲେ ମୁଖ୍ୟ ପାଇଲଟ | ଏହି ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିବାବେଳେ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଦୁର୍ଘଟଣାରେ କ୍ୟାପଟେନ ନବୀନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ , ତାଙ୍କୁ ICUରେ ରଖାଯାଇଛି । ତଦନ୍ତ ଦଳ ଏବଂ ବରିଷ୍ଠ ଡାକ୍ତରମାନଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରିବା ପାଇଁ ଏକ ରାଜ୍ୟ ହେଲିକପ୍ଟର ନିୟୋଜିତ କରାଯାଇଛି । ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଅଧିକାରୀମାନେ ରାଉରକେଲାରେ ଜିଲ୍ଲା ପ୍ରଶାସନକୁ ଆବଶ୍ୟକୀୟ ସହଯୋଗ ପ୍ରଦାନ କରୁଛନ୍ତି।