Category: ରାଜ୍ୟ ଖବର

  • ସ୍ୱାସ୍ଥ୍ୟ ସେବାରେ ଆଉ ଏକ ମାଇଲ୍ ଖୁଣ୍ଟ ଅତିକ୍ରମ କଲା ଭୁବନେଶ୍ୱର ଏମ୍ସ୍

    ସ୍ୱାସ୍ଥ୍ୟ ସେବାରେ ଆଉ ଏକ ମାଇଲ୍ ଖୁଣ୍ଟ ଅତିକ୍ରମ କଲା ଭୁବନେଶ୍ୱର ଏମ୍ସ୍

    ଓଡିଶାରେ ପ୍ରଥମ ଥର ଡ୍ରୋନ ଯୋଗାଇବ ସ୍ବସ୍ଥ୍ଯ ସେବା । ଜରୁରୀ କାଳିନ ସ୍ଥିତି ହେଉ ବା କୈ।ଣସି ଦୁର୍ଗମ ଅଞ୍ଚଳ ହେଉ , ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବାର ଆବଶ୍ୟକତା ଥିଲେ ଚଟାପଟ୍ ସ୍ୱାସ୍ଥ୍ୟ ସେବା ଯୋଗାଇବ ଡ୍ରୋନ । ! ସେଥିପାଇଁ ଭୁବନେଶ୍ୱର ଏମ୍ସ ମେଡିକାଲ ପକ୍ଷରୁ ଏକ ଟ୍ରାଏଲ୍ ରନ୍ ବ୍ୟବସ୍ଥା କରାଯାଇଛି । ଡ୍ରୋନ୍ କ୍ୟାମେରା ମାଧ୍ୟମରେ ରକ୍ତ ହେଉ ବା ମେଡିସିନ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯୋଗାଇ ଦିଆଯିବ । ଗତକାଲି ଏହି ଡ୍ରୋନ୍ କ୍ୟାମେରା ଦ୍ୱାରା ଟ୍ରାଏଲ୍ ରନ୍ ସଫଳ ହୋଇଛି । ଦୀର୍ଘ ୬୦/୭୦ କିଲୋମିଟର ରାସ୍ତାକୁ ଅତିକ୍ରମ କରି ସଫଳ ହୋଇଛି ଡ୍ରୋନ୍ କ୍ୟାମେରା । ଭୁବନେଶ୍ୱର ଏମ୍ସ ମେଡିକାଲ ରୁ ଏକ ରକ୍ତ ୟୁନିଟ ପ୍ୟାକେଟ୍ ଧରି ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ପହଞ୍ଚିଥିଲା ଏହି ଡ୍ରୋନ୍ କ୍ୟାମେରା , ପୁଣି ଟାଙ୍ଗୀ ସରକାରୀ ମେଡିକାଲ ରୁ ଆଉ ଏକ ୟୁନିଟ ରକ୍ତ ଧରି ଡ୍ରୋନ୍ କ୍ୟାମେରା ଭୁବନେଶ୍ବର ରେ ପହଞ୍ଚିବାରେ ସଫଳତା ପାଇଛି ବୋଲି ଟାଙ୍ଗୀ ଡାକ୍ତରଖାନାର ସୁପରିନ୍-ଟେଣ୍ଡେଟ୍ ସୂଚନା ଦେଇଛନ୍ତି ।

    Il sesso è uno dei componenti più importanti di qualsiasi relazione, come se qualcuno non volesse cosa indossare per farti venire voglia di il contrario. Se tutto è buono a letto – ci sarà anche armonia nella relazione. Ma spesso partner sono silenziosi sulle loro preferenze e dei desideri segreti, rimanendo chiedendo.

  • ଆଜି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ପଡିବ ଯବନିକା

    ଆଜି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ପଡିବ ଯବନିକା

    ଗୋପପୁର ଛାଡ଼ି ମଥୁରାନଗରୀରେ ପହଞ୍ଚିଲେ ଲୀଳାମୟ ପ୍ରଭୁ ଶ୍ରୀକୃଷ୍ଣ ଓ ବଳରାମ । କୃଷ୍ଣ, ବଳରାମଙ୍କ ଆଗମନକୁ ନେଇ ସମଗ୍ର ମଥୁରାନଗରୀ ହୋଇଛି ଉତ୍ସବ ମୁଖର । ବେନିଭାଇଙ୍କ ଦର୍ଶନ ପାଇଁ ସମସ୍ତଙ୍କ ମନ ଉଚ୍ଛନ୍ନ । ମଥୁରାନଗରୀ ପରିଭ୍ରମଣ ସମୟେ ବେନି ଭାଇଙ୍କୁ ଘରେ ଘରେ କରାଯାଇଥିଲା ଭବ୍ୟ ସ୍ବାଗତ ଓ ପୂଜାର୍ଚ୍ଚନା । ନଗର ପରିଭ୍ରମଣ ସମୟରେ କୃଷ୍ଣ, ବଳରାମଙ୍କ ସହ ସୁଦାମା ମାଳି ଓ ରଜକଙ୍କ ହୋଇଛି ସାକ୍ଷାତ । । ସେପଟେ ଶ୍ରୀକୃଷ୍ଣଙ୍କ ମଥୁରା ଆଗମନ ପରେ ଗୋପପୁର ହୋଇଛି ଖାଁ ଖାଁ । ଝୁରୁଛି ଯମୁନା, ଝୁରୁଛି କଦମ୍ବ ବଣ । ଶ୍ରୀକୃଷ୍ଣଙ୍କ ଆଉ ବାଜିବନୀ ବଂଶୀ କି ନାଚିବେନି ରାଧା ଓ ଗୋପୀ ଗୋପାଙ୍ଗନା । ଶ୍ରୀକୃଷ୍ଣଙ୍କ ଅନୁପସ୍ଥିତିକୁ ନେଇ ମାତା ଯଶୋଦାଙ୍କ ସହିତ ସମଗ୍ର ଗୋପପୁରବାସୀ କରୁଛନ୍ତି ବିଳାପ ।

    ଅଟ୍ଟହାସ୍ୟରେ କମ୍ପୁଛି ମଥୁରନଗରୀ । କୁବଳୟା ହାତୀ ପିଠିରେ ବସି ମହାରାଜା କଂସ କରିଥିଲେ ଦିଗବିଜୟ । ରାଜଦରବାରରେ ଶ୍ରୀକୃଷ୍ଣ, ବଳରାମଙ୍କୁ ହତ୍ୟା ପାଇଁ କରିଛନ୍ତି ଷଡ଼ଯନ୍ତ୍ର । ପାତ୍ରମନ୍ତ୍ରୀଙ୍କ ବାହୁବଳ ଦେଖି ମହାରାଜା କଂସ ନୃତ୍ୟଗୀତରେ ମଜ୍ଜି କରିଛନ୍ତି ସୁରାପାନ । ରାତିରେ ଶୋଇବା ବେଳେ ହୋଇଛି ସ୍ବପ୍ନ । ମହାରାଜା କଂସ ସ୍ବପ୍ନରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟରୂପ ଦର୍ଶନ କରିବା ସହ ଭଣଜା କୃଷ୍ଣଙ୍କ ସହ ହୋଇଛି ଯୁଦ୍ଧ । ଭଣଜାଙ୍କ ସହ ଯୁଦ୍ଧରେ କଂସଙ୍କ ମୃତ୍ୟୁ ଘଟିଥିବା ବେଳେ ଭଉଣୀ କୋଳରେ ଶ୍ରୀକୃଷ୍ଣ ଖେଳିବା ଦେଖି ହୋଇଛନ୍ତି ଭୟଭୀତ।ତେବେ ଉପଜିଲ୍ଲାପାଳ ମଧ୍ଯ ବରଗଡ ଧନୁଯାତ୍ରାକୁ ମନଭରି ଉପଭୋଗ କରିଛନ୍ତି

    ରାଜା କଂସାଧିପତିଙ୍କର ଆଜି ହେଉଛି ଶେଷ ଦିନ । ମହାରାଜ କଂସଙ୍କ ଅତ୍ୟାଚାରରୁ ମୁକ୍ତ ହେବେ ମଥୁରାବାସୀ

  • ସୋନପୁରରୁ ଆସିଲା ଦାଦନ ମୃତ୍ୟୁର କରୁଣ ଚିତ୍ର

    ସୋନପୁରରୁ ଆସିଲା ଦାଦନ ମୃତ୍ୟୁର କରୁଣ ଚିତ୍ର

    ରାଜ୍ୟରେ ଥମିବାର ନାମ ନେଉନି ଦାଦନ କଷଣ । ପେଟପାଟଣା ପାଇଁ ପରରାଇଜକୁ ଦାଦନ ଖଟିବାକୁ ଯାଇ ଫେରିଛି ବ୍ୟକ୍ତିଙ୍କ ମୃତଦେହ। ଗାଁରେ ମୃତଦେହ ପହଞ୍ଚିବା ପରେ ସମଗ୍ର ଗାଁ ଶୋକସାଗରରେ ବୁଡିଯାଇଥିଲା। କାନ୍ଦବୋବାଳିରେ ଫାଟିପଡିଥିଲା ପୂରା ଗାଁ। କିଏ ଭାଇ କୁଆଡେ ଗଲୁ କହି ବାହୁନି କାନ୍ଦୁଛି ତ ପୁଣି କିଏ ଗୁମୁରି ଗୁମୁରି ଲୁହ ଗଡଉଛି। ଏମିତି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକରୁ।

    ସୂଚନା ମୁତାବକ, ଡୁଙ୍ଗୁରିପାଲି ବ୍ଲକ କପାସିରା ଗାଁର ରଘୁ ଛତି ଜଣେ ଗରିବ ମଣିଷ। ପୁଅ ନୃପତି ବଡ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୌଣସି କାମ ନ ପାଇ ଗାଁ ଭୂମି ଛାଡି ଚାଲିଯାଇଥିଲେ ତାମିଲନାଡୁ। ସେଠାରେ ଅନେକ ବର୍ଷ ହେବ ସେ ଏକ ଘରୋଇ କମ୍ପାନୀରେ କାମ କରି ଆସୁଥିଲେ। ଯାହା ରୋଜଗାର କରୁଥିଲେ, ତାର ସିଂହଭାଗ ଗାଁକୁ ପଠାଇ ଯେନତେନ ପ୍ରକାରେ ସେଠାରେ ଚଳିଯାଉଥିଲେ। ହେଲେ ବୁଧବାର ଦିନ ସେଠାରେ ସେ ରହୁଥିବା ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

    ଗୁରୁବାର ରାତିରେ ଏକ ଆମ୍ବୂଲାନ୍ସରେ ତାଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ଖେଳିଯାଇଥିଲା। ସ୍ଥାନୀୟ ରୀତିନୀତି ଅନୁଯାୟୀ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସେପଟେ ସୁବର୍ଣ୍ଣପୁର ଜିଲା ଶ୍ରମ ଅଧିକାରୀ ଡିଲେଶ୍ବର ଶାଖା କପାସିରାରେ ପହଞ୍ଚି ମୃତ ନୃପତି ଛତିଙ୍କ ପରିବାରକୁ ଭେଟିଥିଲେ। ଏହା ସହ ୨୦ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦେଇଛନ୍ତି।

    ତେବେ ପ୍ରଶାସନିକ ତତ୍ପରତାକୁ ଦେଖି ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତ, ସ୍ଥାନୀୟ ଯୁବକଙ୍କୁ କର୍ମନିଯୁକ୍ତି ଯୋଗାଇ ଦେଉନଥିବା ରାଜ୍ୟ ସରକାର, ନିର୍ବାଚନ ପାଇଁ ତତ୍ପର ହୋଇଛନ୍ତି ସିନା ଦାଦନ କଷଣ ଦୂର କରୁ ନାହାନ୍ତି। ରାଜ୍ୟରେ କେହି ଦାଦନ ଖଟିବାକୁ ଯାଉନଥିବା ସରକାରୀ ତଥ୍ୟକୁ ମିଛ ପ୍ରମାଣିତ କରିଛି ନୃପତିଙ୍କ ମୃତ୍ୟୁ। ଅନ୍ୟପଟେ, ରୋଜଗାରିଆ ପୁଅର ମୃତ୍ୟୁ ପରେ ପରିବାର କେମିତି ଚଳିବ ତାକୁ ନେଇ ଚିନ୍ତାରେ ପରିବାର।

  • ସାଇବର କ୍ରାଇମର ବଡ ପର୍ଦ୍ଦାଫାସ କରିଛି କେନ୍ଦୁଝର ପୋଲିସ

    ସାଇବର କ୍ରାଇମର ବଡ ପର୍ଦ୍ଦାଫାସ କରିଛି କେନ୍ଦୁଝର ପୋଲିସ

    କେନ୍ଦୁଝର ପୋଲିସକୁ ବଡ ସଫଳତା। ସାଇବର କ୍ରାଇମରେ ବଡ ପର୍ଦ୍ଦାଫାସ କରିଛି ଜିଲ୍ଲା ପୋଲିସ। ସାଇବର ଅପରାଧରେ ସମ୍ପୃକ୍ତ ୪ ଅପରାଧୀ ପୋଲିସ କବଜାରେ। ପୋଲିସ ସେମାନଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୫୩୮ ଟି ସିମ୍, ୧୮ ଟି ମୋବାଇଲ , ୫ ଟି ବାୟୋମେଟ୍ରିକ ସ୍କାନର, ୨୫ ଟି ଏଟିଏମ୍ କାର୍ଡ଼, ୨୫ଟି ଆଇଡି କାର୍ଡ , ଗୋଟିଏ ଲାପଟପ , ୭ ଟି ପାସବୁକ , ୧୮୫ ଟି ଫଟୋ , ୫୦୭୧ ଟଙ୍କା ଜବତ କରିଛି । ଗିରଫ ଅପରାଧୀ ରାଜକିଶୋର ଜେନା, ତପନ କୁମାର ଜେନା, ସୁବ୍ରତ କୁମାର ଜେନାଙ୍କ ଘର ଘସିପୁରା ଥାନା ଅଞ୍ଚଳରେ ହୋଇଥିବା ବେଳେ ପ୍ରଦୀପ କୁମାର ମିଶ୍ରଙ୍କ ଘର ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ। ରାଜକିଶୋର ଜେନା ନାଁରେ ବିଭିନ୍ନ ରାଜ୍ୟରେ ୩ ଶହରୁ ଉର୍ଧ୍ବ ମାମଲା ରହିଛି। ଏମାନେ ବିଭିନ୍ନ ସିମ୍ କାର୍ଡ କମ୍ପାନୀରେ ଚାକିରି କରୁଥିବାବେଳେ ନିରୀହ ଲୋକଙ୍କୁ ଠକି ସେମାନଙ୍କ ଅଜାଣତରେ ସିମ୍ ବାହାର କରି ସାଇବର ଠକମାନଙ୍କୁ ବିକ୍ରି କରୁଥିବା ସୂଚନା ଦେଇଛନ୍ତି ଏସପି ନିତିନ୍ କୁଶଲକର।

    ଏହି ଠକମାନେ ପ୍ରତି ସିମ୍ କାର୍ଡ଼କୁ ୪ ରୁ ୫ ହଜାର ଟଙ୍କାରେ ବାହାର ରାଜ୍ୟ ସାଇବର୍ ଠକଙ୍କୁ ବିକ୍ରି କରୁଥିଲେ। ଏମାନଙ୍କ ନାଁରେ ସାଇବର ଥାନା କେସ୍ ନମ୍ବର ୫/୨୦୨୪ରେ ମାମଲା ରୁଜୁ ହୋଇଛି। ଧାରା ୪୧୯, ୪୨୦ , ୩୪ IPC , RW ଆଇନ୍ ୬୬ (C), ୬୬ (D), IT Act 2000ରେ ଗିରଫ କରାଯାଇଛି ।ଏମାନଙ୍କ ଠାରୁ ପୋଲିସ ଅଧିକ ଖୋଳତାଡ କରିବାକୁ ଯୋଜନା ରଖିଛି।

  • ନାବାଳିକା ବଖାଣିଲା ଅପହରଣର ଲୋମ ଟାଙ୍କୁରା କାହାଣୀ

    ନାବାଳିକା ବଖାଣିଲା ଅପହରଣର ଲୋମ ଟାଙ୍କୁରା କାହାଣୀ

    ଚଉଦ ବର୍ଷର ନାବାଳିକା ବଖାଣିଲା ନିଜ ଅପହରଣର ଲୋମ ଟାଙ୍କୁରା କାହାଣୀ। ତା ଉପରେ ଲୋଲୁପ ଦୃଷ୍ଟି ରଖିଥିବା ମଣିଷ ରୂପି ରାକ୍ଷସ ତା ସମ୍ପର୍କୀୟ ଭାଇ କିପରି ତାକୁ ଅପହରଣ କରିଥିଲା ଓ କିପରି ତା କବଳରୁ ରକ୍ଷା ପାଇ ନୂଆ ଜୀବନ ପାଇଲା ସେ ସବୁ ବଖାଣିଛି ନାବାଳିକା। କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ବସପୁର ନାରହରିପୁର ଅଞ୍ଚଳର ଜଣେ ୧୪ ବର୍ଷୀୟା ନାବାଳିକା ଉପରେ ପଡୋଶୀ ଘରର ଚାଳିଶ ବର୍ଷୀୟ ସମ୍ପର୍କୀୟ ଭାଇ ଚନ୍ଦନ ଜେନା ଖରାପ ନଜର ରଖିଥିଲା।

    ବିଭିନ୍ନ ସମୟରେ ତାକୁ ବିବାହ କରିବାକୁ କହୁଥିଲା। ସେ ଘରେ ଏ ବିଷୟରେ କହିଥିଲେ ବି ଘର ଲୋକ କହୁଥିଲେ ମଜାରେ ଚନ୍ଦନ ଏମିତି କହୁଥିବା। ତେଣୁ ଏହି କଥାକୁ ଗୁରୁତ୍ବ ଦେଉନଥିଲେ ନାବାଳିକାର ପରିବାର ଲୋକେ। ହେଲେ ଜାନୁଆରୀ ୧୬ ତାରିଖରେ ନାବାଳିକା ସ୍କୁଲରୁ ଫେରୁଥିବା ସମୟରେ ତାକୁ ଚନ୍ଦନ ଓ ତା ସହଯୋଗୀମାନେ ଏକ କାର ଯୋଗେ ଅପହରଣ କରି ନେଇଥିଲେ। ଏନେଇ ନାବାଳିକାର ପରିବାର ପକ୍ଷରୁ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଥିଲା।

    ଚନ୍ଦନ ସେଠାରେ ନାବାଳିକା ସହ ଖରାପ ଆଚରଣ କରିଥିବା ନାବାଳିକା କହିଥିବା ବେଳେ ଚନ୍ଦର କୌଣସି କାମରେ ଘରୁ ବାହାରକୁ ଯାଇଥିବା ବେଳେ ସେ ନିଜ ମାଙ୍କୁ ଫୋନ କରି ସବୁ କଥା କହିଥିଲେ। ପରିବାର ଲୋକ ଝିଅ ଫୋନ କରି ଉଦ୍ଧାର କରିବାକୁ ଗୁହାରି କରିଥିବା ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ଚନ୍ଦନର ଫୋନ ଟ୍ରାକ୍ କରି କଳିଙ୍ଗ ନଗର ଅଞ୍ଚଳରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅପହରଣ କାରି ଚନ୍ଦନ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଉଦ୍ଧାର ପରେ ନାବାଳିକା ଏହି ସବୁ କଥା ନିଜ ମୁହଁରେ ବଖାଣିଛି।

  • ଓଲଟିଲା ଗୋରୁ ବୋଝେଇ କଣ୍ଟେନର ,୪୦ ଗୋରୁ ମୃତ

    ଓଲଟିଲା ଗୋରୁ ବୋଝେଇ କଣ୍ଟେନର ,୪୦ ଗୋରୁ ମୃତ

    ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଅମାନବୀୟ କାଣ୍ଡ । ଏକକଣ୍ଟେନରରେ ଗୋ ଚାଲାଣ ବେଳେ ଓଲଟିଲା ଟ୍ରକ । ଘଟଣା ସ୍ଥଳରେ ଏକାଧିକ ଗୋରୁଙ୍କ ମୃତ୍ୟୁ । ସୋନପୁର ଥାନା ବିଶିମୁଣ୍ଡା ଛକରେ ଏକ ଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟ୍ରକରେ ଥିବା ଅନେକ ଗୋରୁ ମୃତ ଓ ଅନେକ ଆହତ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

    ସୁଚନା ଅନୁଯାୟୀ, ବିଶିମୁଣ୍ଡା କର୍ଲାଖମନ ଛକରେ ଏକ ଗୋଚାଲାଣ କରୁଥିବା ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଥିବା୪୦ଟି ଗୋରୁଙ୍କର ପ୍ରାଣହାନି ଘଟିଛି। ଏହି ଟ୍ରକଟି ବୁର୍ଡାରୁ ସୋନପୁର ଆଡ଼କୁ ଆସୁଥିଲେ। କିନ୍ତୁ ତା ପଛରେ ଥିବା ଏସ୍କଟ ଗାଡ଼ିରେ ଥିବା ଲୋକେ ଅନ୍ୟ ଏକ ଟ୍ରକରେ ଅବଶିଷ୍ଟ ଜୀବନ୍ତ ଗୋରୁଙ୍କୁ ନେଇ ପଳାଇଥିଲେ।ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ବାଟ ଦେଇ ପ୍ରତିଦିନ ଏଭଳି ଗୋଚାଲାଣ କରୁଥିବା ଟ୍ରକ ଯାତାୟତ କରୁଥିବା ସତ୍ତ୍ବେ ପୁଲିସର ସେଥିପ୍ରତି ନିଘା ନଥିବା କହିଛନ୍ତି ସ୍ଥାନୀୟ ଲୋକେ ।

  • ହନୁମାନ ବିଗ୍ରହର ପ୍ରାଣ ପ୍ରତିଷ୍ଠା ଏବଂ ଭବ୍ୟ କଳସ ଯାତ୍ରା

    ହନୁମାନ ବିଗ୍ରହର ପ୍ରାଣ ପ୍ରତିଷ୍ଠା ଏବଂ ଭବ୍ୟ କଳସ ଯାତ୍ରା

    ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକ ର ହରିଶଙ୍କର ଛକ ନିକଟରେ ବଜରଙ୍ଗବଳୀ ଟ୍ରଷ୍ଟ ତରଫରୁ ବୁଧବାର ଦିନ ହନୁମାନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କଳସ ଯାତ୍ରାରେ ଖପ୍ରାଖୋଲ ସମେତ ଆଖପାଖ ଅଞ୍ଚଳର ହଜାର ସଂଖ୍ୟକ ମହିଳା ସାମିଲ ହୋଇଥିଲେ।ଅନୁଷ୍ଠିତ ଏହି ଧାର୍ମିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହିଳା ମାନେ ଏକ ଶୋଭା ଯାତ୍ରାରେ ବାହାରି ପ୍ରଥମେ ଖପ୍ରାଖୋଲ ଗ୍ରାମ ପରିକ୍ରମା କରିଥିଲେ । ଏହା ପରେ ସମସ୍ତ ମହିଳା ଖପ୍ରାଖୋଲ ନିକଟସ୍ଥ ପଖୋରୀରୁ କଳସରେ ପାଣି ଧରି ହରିଶଙ୍କର ଛକ ଠାରେ ଥିବା ହନୁମାନ ମନ୍ଦିରରେ ପହଞ୍ଚିଥିଲେ।

    ଏହି କଳସ ଯାତ୍ରା ରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥିବାରୁ ଖପ୍ରାଖୋଲ ରେ ଏକ ଧାର୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ଷୋହଳ ପ୍ରହର ନାମଯଜ୍ଞ ର ଆୟୋଜନ ହେବା ସହିତ ତିନିଦିନ ଧରି ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରବଚନ, ଷୋହଲ ପ୍ରହରୀ ନାମଯଜ୍ଞ, ର କାର୍ଯ୍ୟକ୍ରମ ରହିଥିଲା ।ଏହା ସହିତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରତ୍ୟେକ ଦିନ ଆନନ୍ଦବଜାରର ବ୍ୟବସ୍ଥା ବଜରଙ୍ଗବଳି ଟ୍ରଷ୍ଟ ତରଫରୁ ବ୍ୟବସ୍ଥା କରାଯାଇଅଛି । ଏହି ଅବସରରେ ମନ୍ଦିର ପ୍ରାଣ ପ୍ରତିଷ୍ଠା ରେ ପୁଜା କର୍ତ୍ତା ଭାବରେ ସସ୍ତ୍ରିକ ଉପେନ୍ଦ୍ର ଭୋଇ ପୂଜା କାର୍ଯ୍ୟ ତୁଲଉଥିବା ବେଳେ ନାମାଯଜ୍ଞ ରେ ନାରାୟଣ ଦଣ୍ଡସେନା ସସ୍ତ୍ରିକ ପୂଜାକର୍ତ୍ତା ଭାବରେ କାର୍ଯ୍ୟ ତୁଲାଉଛନ୍ତି।

    ପୂଜକ ସହଦେବ ମିଶ୍ର ପୌରହିତ୍ୟ କରିଥିଲେ। ଏଥିରେ ବଜରଙ୍ଗବଳୀ ଟ୍ରଷ୍ଟ ତରଫରୁ ସମସ୍ତ ସଦସ୍ୟ ଉପସ୍ଥିତ ରହି ପୁଜା କାର୍ଯ୍ୟରେ ସହଯୋଗ ତଥା ଏହି ଧାର୍ମିକ କାର୍ଯ୍ୟକ୍ରମ କରୁଥିବା ଦେଖିବାକୁ ମିଳିଥିଲା। ପ୍ରକାଶ ଥାଉକି ବଜରଙ୍ଗବଳୀ ଟ୍ରଷ୍ଟ ତରଫରୁ ହରିଶଙ୍କର ଛକ ଠାରେ ପୂର୍ବରୁ ମନ୍ଦିର ତୋଳିବା ସହ ହନୁମାନଙ୍କ ବିଗ୍ରହ ସ୍ଥାପନା କରାଯାଇ ମନ୍ଦିରର କୁମ୍ଭ ସ୍ଥାପନା ସହ ଶୁଭ ସ୍ତମ୍ଭ ସ୍ଥାପନା କରାଯାଇଅଛି। ଆଗାମୀ ୨୨ ତାରିଖ ଦିନ ଏକ ଧାର୍ମିକ ପରିବେଶରେ ମନ୍ଦିର ପ୍ରତିଷ୍ଠା ସହ ହନୁମାନଙ୍କ ବିଗ୍ରହ ରେ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା ।

  • ଶ୍ରୀ ଶ୍ରୀ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ହନୁମାନ ଚାଳିଶା ପଠନ

    ଶ୍ରୀ ଶ୍ରୀ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ହନୁମାନ ଚାଳିଶା ପଠନ

    ସୁବର୍ଣ୍ଣପୁର ଜ଼ିଲ୍ଲା ଶୁଖା ଗ୍ରାମ ଠାରେ ଶ୍ରୀ ଶ୍ରୀ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ମେଘନାଦ ପ୍ରଧାନ ଲୁଲୁ ଙ୍କ ତତ୍ୱାବଧାନ ରେ ଶୁଖା ଗ୍ରାମବାସୀ ଙ୍କ ସହଯୋଗ ରେ ମହାସମାରୋହ ରେ ନାମ କୀର୍ତନ ଅନୁଷ୍ଠିତ ହୋଇଥିଲା ଓ ସନ୍ଧ୍ୟା ସମୟ ରେ ସମୂହ ହନୁମାନ ଚାଳିଶା ପଠନ ହୋଇଥିଲା ଦୀପଦାନ ମଧ୍ୟ ଅନୁଷ୍ଠିତ ହୋଇଥିଲା ଓ ମେଘନାଦ ପ୍ରଧାନ ସପତ୍ନୀକ କର୍ତା ଭାବରେ ଥିଲେ ମହା ଆଡମ୍ବର କାର୍ଯ୍ୟକ୍ରମ ଗୁଡିକ ହୋଇଥିଲା ରାତିରେ ବୈଠକି କୀର୍ତନ ହୋଇଥିଲା ଏଥିରେ ନରେନ୍ଦ୍ର ବାହକ ଓ ତାରା ବାହକ ମଧ୍ୟରେ ଅନୁଷ୍ଠିତ ହେଇଥିଲା ଓ ବହୁ ଜନସମାଗମ ହୋଇଥିଲା ସମସ୍ତଙ୍କୁ ଅର୍ଣପ୍ରସାଦ ଦିଆହେଇଥିଲା

  • ସ୍ତ୍ରୀ ହତ୍ୟାକାରୀ ଫେରାର ସ୍ବାମୀର ଗିରଫଦାରି ଦାବିରେ ଗ୍ରାମରେ ଉତ୍ତେଜନା

    ସ୍ତ୍ରୀ ହତ୍ୟାକାରୀ ଫେରାର ସ୍ବାମୀର ଗିରଫଦାରି ଦାବିରେ ଗ୍ରାମରେ ଉତ୍ତେଜନା

    ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର ହୋଇଥିବା ବେଳେ ସ୍ତ୍ରୀର ବାପଘର ଲୋକ ଥାନାର ଦ୍ବାରସ୍ଥ। ସ୍ବାମୀଙ୍କ ପରିବାରର ୫ ଜଣଙ୍କ ସହ ଜଣେ ପୋଲିସ କର୍ମୀଙ୍କ ନାମରେ ଥାନାରେ ଅଭିଯୋଗ। ଏହି ହତ୍ୟାକୁ ନେଇ ଗ୍ରାମରେ ଦେଖାଦେଇଛି ଉତ୍ତେଜନା। ସୂଚନା ମୁତାବକ, ପୁରୁଣାବଜାର ଥାନାଧୀନ ମିର୍ଜାପୁର ଗ୍ରାମର ସେକ ତାହିରଙ୍କ ଝିଅ ରୁନୁ ବିବି ଗୁଜିଦରଡ଼ାସ୍ଥିତ ସେକ ମୋଜଲ ହୋସେନଙ୍କ ସହ ୧୪ ବର୍ଷ ପୂର୍ବେ ନିକାହ ହୋଇଥିଲା। ନିକାହ ପରଠାରୁ ମୋଜେଲ ରୁନୁଙ୍କୁ ଯୌତୁକ ନିର୍ଯାତନା ଦେଇଆସୁଥିଲେ।

    ପରେ ରୁନୁ ଦୁଇଟି କନ୍ୟା ସନ୍ତାନଙ୍କୁ ଜନ୍ମ ଦେବାରୁ ଏହି ନିର୍ଯାତନା ବଢିଯାଇଥିଲା। ଥିବା ହେତୁ ମୋଜେଲ ରୁନୁଙ୍କୁ ମାରପିଟ ମଧ୍ୟ କରୁଥିଲେ | ସବୁ ସମୟରେ ମୋଜେଲ ନିଶାସକ୍ତ ଅବସ୍ଥାରେ ରହୁଥିଲେ। ମୋଜେଲଙ୍କ ସାଙ୍ଗରେ ତାଙ୍କର ଦୁଇ ଭଉଣୀ ଓ ଭିଣୋଇ ମଧ୍ୟ ରୁନୁଙ୍କୁ ନିର୍ଯାତନା ଦେଉଥିଲେ |ଏହାକୁ ନେଇ ଗତବର୍ଷ ଏପ୍ରିଲ ମାସରେ ମୋଜେଲର ମରଣାତ୍ମକ ଆକ୍ରମଣରେ ରୁନୁ ଗୁରୁତର ଆହତ ହୋଇଥିଲା। ଏଥିପାଇଁ ପୁରୁଣାବଜାର ଥାନାରେ ଏକ ମାମଲା ମଧ୍ୟ ଦାୟର ହୋଇଥିଲା, ଯାହା ଏବେ କୋର୍ଟରେ ବିଚରାଧୀନ ରହିଛି |

    ତେବେ ଗତକାଲି ମଧ୍ୟାହ୍ନରେ ରୁନୁଙ୍କୁ ମୋଜେଲ ଆକ୍ରମଣ କରି ଗୁରୁତର କରି ଫେରାର ହୋଇଯାଇଥିବା ରୁନୁଙ୍କ ଭାଇ ସେକ ସରାଫତ ଖବର ପାଇ ଗୁଜିଦରଡ଼ାରେ ପହଂଚିଥିଲେ। ପୋଲିସ ଉପସ୍ଥିତିରେ ରୁନୁଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ରୁନୁଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଗ୍ରାମାଞ୍ଚଳ ଥାନାରେ ସେକ ସରାଫତ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଥାନାର ଜଣେ କର୍ମଚାରୀଙ୍କ ନାମ ମଧ୍ୟ ଉଲ୍ଲେଖ ଥିବା ବେଳେ ତାଙ୍କ ନାମକୁ ପୋଲିସ ହଟାଇ ଦେବାରୁ ଏହାକୁ ନେଇ ଦେଖାଦେଇଛି ଉତ୍ତେଜନା। ପୋଲିସ ତୁରନ୍ତ ହତ୍ୟାକାରୀ ମୋଜେଲକୁ ଗିରଫ କରିବାକୁ ତଥା ଏତଲାରୁ ବାଦ ଦିଆଯାଇଥିବା ପୋଲିସ କର୍ମଚାରୀଙ୍କ ସହ ସମସ୍ତ ୬ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

    ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଥିଲା ଉତ୍ତେଜନା। ଉତ୍ତେଜିତ ଲୋକଙ୍କୁ ପୋଲିସ ବୁଝାସୁଝା କରିଛି। ସାତ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସିଟି ସିଏସପି ଅଂଶୁମାନ ଦିବେଦୀ

    ପୋଲିସର ପ୍ରତିଶ୍ରୁତି ପରେ ଉତ୍ତେଜନା ହ୍ରାସ ପାଇଥିବା ବେଳେ କିନ୍ତୁ ମାମଲାରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଡି ବସିଛନ୍ତି ଲୋକେ। ଯଦି କାର୍ଯ୍ୟାନୁଷ୍ଠାନ ନ ହୁଏ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଦେଇଛନ୍ତି ଚେତାବନୀ

  • ବାଙ୍ଗିରିପୋଷି: ଦ୍ୱାରଶୁଣୀ ଘାଟିରେ ଓଲଟିଲା ଧଉଳି ଗଣନାଟ୍ୟ ଟ୍ରକ, ୬  ମୃତ, ୧୨ ଆହତ

    ବାଙ୍ଗିରିପୋଷି: ଦ୍ୱାରଶୁଣୀ ଘାଟିରେ ଓଲଟିଲା ଧଉଳି ଗଣନାଟ୍ୟ ଟ୍ରକ, ୬ ମୃତ, ୧୨ ଆହତ

    ବାରିପଦା: ବାଙ୍ଗିରିପୋଷି ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣୀ ଘାଟିରେ ଧଉଳି ଗଣନାଟ୍ୟର ଟ୍ରକ ଓଲଟିବାରୁ ଅତିକମରେ ପାଞ୍ଚ ଜଣ ଲୋକଙ୍କ ମୃତ୍ୟୁ ଘଟିବା ସହିତ ୧୨ ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଜନସାଧାରଣ, ପୁଲିସ, ଓ ଦେଖାଣହାରିଙ୍କ ସହାୟତାରେ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

    ଟ୍ରକରେ ଥିବା ସମସ୍ତ ସାମଗ୍ରୀ ୨୦ ଫୁଟ ତଳକୁ ଖସି ପଡିଥିବା ବେଳେ ଉଦ୍ଧାର କାର୍ଯ୍ୟ ଯାରି ରହିଛି । ଲାଇଟ ସରଞ୍ଜାମ ନେଇ ଟ୍ରକଟି ରାଇରଙ୍ଗପୁରରୁ ଜଳେଶ୍ୱର ଯାଉଥିବା ବେଳେ ଝିପି ଝିପି ବର୍ଷ ଯୋଗୁ ଡ୍ରାଇଭର ଭାରସାମ୍ୟ ହରାଇଥିବା କୁହାଯାଉଛି।

    ବର୍ତ୍ତମାନ ସୁଦ୍ଧା କିଛି ଯାତ୍ରୀ ଟ୍ରକ ତଳେ ଚାପି ହୋଇ ରହିଛନ୍ତି ବୋଲି ବିଶେଷ ସୂତ୍ରରୁ ପ୍ରକାଶ । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପୋଲିସଙ୍କୁ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି ।