Category: ମୁଖ୍ୟ ଖବର

  • ହରିହର ବେଶରେ ଦର୍ଶନ ଦେଲେବାବା ଧବଳେଶ୍ୱର

    ହରିହର ବେଶରେ ଦର୍ଶନ ଦେଲେବାବା ଧବଳେଶ୍ୱର

    ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର। ହରିହର ଭେଟ କରିବା ପରେ ତ୍ରୟୋଦଶୀ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଛି ବାବାଙ୍କ ଅତି ପ୍ରିୟ ଭୋଗ ଗଜଭୋଗ ଓ ତରଣ ।ବଡ଼ ଓଷା ଓ କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ପାଇବା ପରେ ନିଜର ବ୍ରତ ଉଦଯାପନ କରିଛନ୍ତି। ଗତକାଲି ରାତି ସାରା ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା। ରାତି ୨ଟାରୁ ମନ୍ଦିର ଦ୍ୱାର ଫିଟା ଯାଇ ମଙ୍ଗଳ ଆଳତୀ କରାଯିବା ସହ ୧୦୮ ଗରା ଜଳରେ ମହାସ୍ନାନ କରାଯାଇଥିଲା। ସମସ୍ତ ରୀତିନୀତି ସମ୍ପନ୍ନ ହେବା ପରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ପାଇଁ ଛଡ଼ା ଯାଇଥିଲା।ହଜାର ହଜାର ଶ୍ରଦ୍ଧାଳୁ ରାତି ତମାମ ଉଜାଗର ରହି ଭୋରରୁ ଏହି ପ୍ରସିଦ୍ଧ ଗଜଭୋଗ ଓ ତରଣ ପ୍ରସାଦ ପାଇଛନ୍ତି। ଏଥିପାଇଁ ପୂଜକଙ୍କ ପକ୍ଷରୁ ସମସ୍ତ ବସାଘର ଆଗରେ ପ୍ରସାଦ ବିକ୍ରିର ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।ଏଥିସହ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ନଦୀ ଘାଟରେ ଓଡ୍ରାଫ, ଅଗ୍ନିଶମ ବାହିନୀ, ମେଡିକାଲ ଟିମ ମୁତୟନ ହୋଇଛନ୍ତି

  • ଆଜି କାର୍ତ୍ତିକ ଶୁକ୍ଲପକ୍ଷ ତ୍ରୟୋଦଶୀ,ଶ୍ରୀଜିଉଙ୍କର ଆଡ଼କିଆ ବେଶ, ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କଡାକଡି

    ଆଜି କାର୍ତ୍ତିକ ଶୁକ୍ଲପକ୍ଷ ତ୍ରୟୋଦଶୀ,ଶ୍ରୀଜିଉଙ୍କର ଆଡ଼କିଆ ବେଶ, ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କଡାକଡି

    ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥି। ପଞ୍ଚୁକର ଏହି ତୃତୀୟ ଦିବସରେ ମହାପ୍ରଭୁ ଆଜି ତ୍ରିବିକ୍ରମ ବା ଆଡ଼ିକିଆ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଶ୍ରୀମନ୍ଦିରରେ ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବାୟତଙ୍କ ଦ୍ୱାରା ତ୍ରିବିକ୍ରମ ବେଶ କରାଯାଇଥିଲା। ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ। ସୋଲ, କନା, ବେତ, ଜମ୍ୱୁରା ଓ କଇଁଥ ଅଠାରେ ନିର୍ମିତ ହେବା ପରେ ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଖୋସା ଯାଇଥାଏ। ତ୍ରୀବିକ୍ରମ ବେଶ ଦର୍ଶନରେ ଅଶେଷ ପୁଣ୍ୟ ମିଳେ ବୋଲି ବିଶ୍ୱାସ ଥିବାରୁ ଶ୍ରୀମନ୍ଦିରରେ ଭକ୍ତ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ ଜମିଛି।ତେବେ ପଞ୍ଚୁକ ବ୍ରତ ପାଳନ କରିବା ପାଇଁ ଶ୍ରୀମନ୍ଦିର ସହ ପୁରୀର ବିଭିନ୍ନ ମଠ, ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡ଼ିକରେ ଭକ୍ତଙ୍କର ପ୍ରବଳ ଭିଡ଼ ଲାଗି ରହିଛି। ଆଜି ପଞ୍ଚୁକ ବ୍ରତର ତୃତୀୟ ଦିନରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କ ପ୍ରବଳ ଭିଡ଼ ଲାଗିଥିବାରୁ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଛି। ତେବେ ଆସନ୍ତାକାଲି କାର୍ତ୍ତିକ ପୁର୍ଣିମା ରେ ଶ୍ରୀଜୀଉଙ୍କ ରଜାଧିରାଜ ବେଶ ଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ଶ୍ରୀକ୍ଷେତ୍ରରେ।‌ ଏଣୁ ପ୍ରଶାସନ ପକ୍ଷରୁ ମାର୍କେଟ ଛକ ଠାରେ କରାଯାଇଥିବା ବ୍ୟାରିକେଡ଼ ଭିତରେ ଭକ୍ତମାନେ ପ୍ରବେଶ କରି ସିଂହଦ୍ଵାର ଦେଇ ମହାପ୍ରଭୁଙ୍କ ଦର୍ଶନ ସହ ଅନ୍ୟ ଦ୍ବାର ଦେଇ ପ୍ରସ୍ଥାନ କରିବେ। କାର୍ତ୍ତିକ ପୂର୍ଣ୍ଣମୀରେ ସଅଳ ନୀତିକାନ୍ତି କରି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ ବୋଲି ଆଶା ରଖିଛି ଶ୍ରୀମନ୍ଦିର ପ୍ରଶାସନ।ତେବେ ଚଳିତ ବର୍ଷ ତିଥି ରେ କ୍ଷୟ ପଡ଼ିଥିବାରୁ ଶ୍ରୀଜୀଉଙ୍କର ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ ନାହିଁ।

  • ବଡ ଏକାଦଶୀରେ ଅଲାରନାଥଙ୍କ ଦର୍ଶନ ପାଇଁ ଲମ୍ବିଛି ଶ୍ରଦ୍ଧାଳୁଙ୍କ ଭିଡ

    ବଡ ଏକାଦଶୀରେ ଅଲାରନାଥଙ୍କ ଦର୍ଶନ ପାଇଁ ଲମ୍ବିଛି ଶ୍ରଦ୍ଧାଳୁଙ୍କ ଭିଡ

    କାର୍ତ୍ତିକମାସର ବଡ ଏକାଦଶୀ ଅବସରରେ ବ୍ରହ୍ମଗିରି ସ୍ଥିତ ଅଲାରାନାଥ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । ଆଲାରାନାଥ ମନ୍ଦିରରେ ମଙ୍ଗଳ ଆଳତୀ ଓ ଅନ୍ୟାନ୍ୟ ନୀତି ସମ୍ପୂର୍ଣ ହେବାପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା।ଚଳିତ ବର୍ଷ ପଞ୍ଚଚୁକ ପାଞ୍ଚ ଦିନ ବଦଳରେ ଚାରିଦିନ ପଡୁଥିବାରୁ ଆଜି ଅଲାରନାଥ ରାଜରାଜେଶ୍ୱର ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିଲେ। ଏହି ଦୁଲଭ ବେଶ ଦର୍ଶନ କରିବା ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ମାନେ ଛୁଟିଆସିଥିଲେ ଠାକୁରଙ୍କ ଦର୍ଶନ ପାଇଁ । ବେଢା ପରିସର ମଧ୍ୟରେ ଭୋଗ ଦୀପ ଓ ଅଲାରନାଥଙ୍କ ପ୍ରସିଦ୍ଧ କ୍ଷୀରିଭୋଗ ପସରା ଖୋଲାଯାଇଥିବାବେଳେ, ଶ୍ରଦ୍ଧାଳୁ ଭକ୍ତମାନେ ଶୃଙ୍ଖଳିତ ଭାବେ ଲମ୍ବା ଧାଡିରେ ଯାଇ ଠାକୁରଙ୍କୁ ଦର୍ଶନ କରିଥିଲେ। ଶାନ୍ତି ଶୃଙ୍ଖକା ରକ୍ଷାପାଇଁ ପୋଲିସ ପ୍ରସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା, ମନ୍ଦିର ବାହାରେ ବିଭିର୍ଣ୍ଣ ପ୍ରକାର ଅସ୍ଥାୟୀ ଦୋକାନ ମାନ ଖୋଲାଯାଇଥିବା ମଧ୍ଯ ଦେଖିବାକୁ ମିଳିଛି ।

  • ବଢୁଛି ହାତୀ ପାଇଁ ତାତି,ବନ ବିଭାଗ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ

    ବଢୁଛି ହାତୀ ପାଇଁ ତାତି,ବନ ବିଭାଗ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ

    ଦୀର୍ଘ ଦିନ ହେବ ଥମିବାର ନାଁ ନେଉନାହିଁ ହାତୀ ଉପଦ୍ରବ। ହାତୀ ପାଇଁ ବଢୁଛି ତାତି।ବନ ବିଭାଗ ହାତୀ ନିୟନ୍ତ୍ରଣରେ ବିଫଳ ହୋଇଥିବା ଯୋଗୁଁ ଗ୍ରାମବାସୀ ବନବିଭାଗକୁ ଘେରାଉ କରିବା ସହ ହୋହାଲ୍ଲା କରିବା ଘଟଣା ଚମ୍ପୁଆ ବ୍ଲକ ଜାଲି ଗ୍ରାମରେ ଦେଖିବାକୁ ମିଳିଛି। ଦୈନିକ ହାତୀ ପାଦତଳେ ଏକର ଏକର ଫଳନ୍ତି ଧାନ ଫସଲ ନଷ୍ଟ ହେଉଥିବାବେଳେ ହାତୀ ଘର ଭାଙ୍ଗି ବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। କିଛି ଦିନ ତଳେ ଚମ୍ପୁଆ ରେଞ୍ଜ ଛାଡି ପାଟଣା ରେଞ୍ଜ କୁ ଚାଲିଯାଇ ଥିବା ୨୮ ଦଳିଆ ହାତୀ ପଲ ଗତକାଲି ପୁନର୍ବାର ଲେଉଟି ଆସି ଜାଲି,ରାଉତରାପୁର,ଝାଲିଆବେଡା, ବର୍ଧନା ଗ୍ରାମ ରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ତେବେ ହାତୀ ପଲ ଙ୍କୁ ନିୟନ୍ତ୍ରଣ କରିବାରେ ବନ ବିଭାଗ ବିଫଳ ହୋଇଥିବା ବେଳେ ହିତୀ କ୍ଷୟ କ୍ଷତିକୁ ନେଇ ବନ ବିଭାଗ ନିରବ ଦ୍ରଷ୍ଟା ସାଜିଛି , ଏହାକୁ ନେଇ ଜାଲି ଗ୍ରାମବାସୀ ହୋହାଲ୍ଲା କରିଥିବା ଦେଖିବାକୁ ମିଳିଛି।

  • ସରକାରଙ୍କ ନୂତନ ନିୟମକୁ ଟିପ୍ପର ମାଲିକ ସଙ୍ଘର ବିରୋଧ

    ସରକାରଙ୍କ ନୂତନ ନିୟମକୁ ଟିପ୍ପର ମାଲିକ ସଙ୍ଘର ବିରୋଧ

    ରାଜ୍ୟ ସରକାରଙ୍କ ଲଘୁ ଖଣିଜ ସଂପଦ ପରିବହନକୁ ନେଇ ଅଣାଯାଇଥିବା ନୂତନ ନିୟମକୁ ବିରୋଧ କରିଛି ଟିପ୍ପର ମାଲିକ ସଙ୍ଘ। ଏହି ନୂଆ ନିୟମରେ ବାଲି ଓ ମାଟିକୁ ସାମିଲ କରିବା ସହିତ ସାମାନ୍ୟ ଭୁଲ ପାଇଁ ଲକ୍ଷାଧିକ ଟଙ୍କାର ଫାଇନ ଦେବାକୁ ପଡ଼ୁଛି ଗାଡ଼ି ମାଲିକ ମାନଙ୍କୁ। ପୂର୍ବରୁ ବାଲି ଓ ମାଟି ତହସିଲଦାରଙ୍କ ଅଧିନରେ‌ ‌ଥିବା ବେଳେ ଏବେ ଏହା ଲଘୁ ଖଣିଜ ସଂପଦ ବିଭାଗ ଅଧିନରେ ସାମିଲ କରାଯାଇଛି। ଏହି ନିୟମ ଖଣି ଅଞ୍ଚଳ ଗୁଡିକରେ ଲାଗୁ କରିବା ବଦଳରେ ସମଗ୍ର ଓଡିଶାରେ ଏହାକୁ ଲାଗୁ କରିଛନ୍ତି ରାଜ୍ୟ ସରକାର।

    ଫଳରେ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ଟିପ୍ପର ମାଲିକ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଟିପ୍ପର ଚଲଉଥିବା ଡ୍ରାଇଭର ମାନେ ଅଧିକ ପାଠ ପଢ଼ି ନଥିବାରୁ ନିୟମ କାନୁନ ସମ୍ପର୍କରେ ଜାଣି ପାରୁ ନାହାନ୍ତି। ଫଳରେ ଗାଡ଼ି ଗୁଡ଼ିକୁ ଲକ୍ଷାଧିକ ଟଙ୍କାର ଫାଇନ ଦେବାକୁ ପଡ଼ୁଛି। ଯାହାକୁ ବିରୋଧ କରି ଇଷ୍ଟର୍ନ ଜୋନ ର ସମସ୍ତ ଟିପ୍ପର ସଂଘ ଆନ୍ଦୋଳନ କୁ ଓହ୍ଲାଇଛି।

    ରାଜ୍ୟ ସରକାର ତୁରନ୍ତ ଏହି ଆଇନ୍ ପ୍ରତ୍ୟାହାର କରିବା ସହିତ ଟିପ୍ପର ସଂଘ ର ୧୧ ଦଫା ଦାବୀ ପୂରଣ କରିବାକୁ ପାରାଦ୍ଵୀପ ରିଜ୍ବନାଲ ଟିପ୍ପର ଓ୍ବଣ୍ଣର୍ସ ଆସୋସିଏସନ୍ ଏକ ସାମ୍ବାଦିକ ସମ୍ମିଳନୀ ରେ ଦାବୀ କରିଛି।

  • ଅଶାନ୍ତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଗେଟ୍‌ରେ ଝୁଲିଲା ତାଲା ରାସ୍ତାରେ ବିଦ୍ୟାର୍ଥୀ

    ଅଶାନ୍ତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଗେଟ୍‌ରେ ଝୁଲିଲା ତାଲା ରାସ୍ତାରେ ବିଦ୍ୟାର୍ଥୀ

    ହଷ୍ଟେଲ ମ୍ୟାନେଜମେଣ୍ଟ, ପାନୀୟ ଜଳ ଏବଂ ଖାଦ୍ୟ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ଅବହେଳାକୁ ନେଇ ଅଭିଯୋଗ କରିଛନ୍ତି କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ।

    କୋରାପୁଟ ଜିଲ୍ଲା, ସୁନାବେଡ଼ା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ ଗେଟ୍‌ରେ ଝୁଲିଲା ତାଲା । ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବିକରି ଗେଟ୍‌ରେ ତାଲା ପକାଇବା ସହ ପ୍ରତିବାଦ କରୁଛନ୍ତି ଛାତ୍ରଛାତ୍ରୀ । ହଷ୍ଟେଲ ମ୍ୟାନେଜମେଣ୍ଟ, ପାନୀୟ ଜଳ ଏବଂ ଖାଦ୍ୟ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ଅବହେଳାକୁ ନେଇ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

    ଏ ନେଇ, ବାରମ୍ବାର ପ୍ରତିଶ୍ରୁତି ଦେବାପରେ ମଧ୍ୟ କର୍ତୃପକ୍ଷ ସମସ୍ୟା ଉପରେ ଗୁରୁତ୍ବ ନ ଦେବାରୁ ଗେଟ୍‌ରେ ତାଲା ପକାଇ ପ୍ରତିବାଦ କରିଥିଲେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ, ଏସବୁ ସମସ୍ୟାନେଇ, କୁଳପତିଙ୍କ ନିକଟରେ ବାରମ୍ବାର ଅଭିଯାଗ କରିବା ସହ ଧାରଣା ପ୍ରଦର୍ଶନ କରିଥିଲେ ମଧ୍ୟ ସେମାନଙ୍କୁ କୌଣସି ସୁଫଳ ମିଳି ନ ଥିଲା । ଛାତ୍ରଛାତ୍ରୀ ସାମ୍ନା କରୁଥିବା ବିଭିନ୍ନ ଅସୁବିଧା ବିଷୟରେ ଅବଗତ ହେବାପରେ, କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

  • କଳିଯୁଗର ଶିବ, ତ୍ରିଶୂଳ ଧରି ରଚିଲେ ତାଣ୍ଡବ

    କଳିଯୁଗର ଶିବ, ତ୍ରିଶୂଳ ଧରି ରଚିଲେ ତାଣ୍ଡବ

    ଡେରାବିଶ ନିକିରେଇ ଥାନା ଅନ୍ତର୍ଗତ ମଙ୍ଗଳପୁର ହଳଦିଆ ପାଟଣା ହରିଜନ ସାହି ସିଦ୍ଧେଶ୍ୱର ମହାପୁରୁଷଙ୍କ ମନ୍ଦିରରେ କ୍ଷେତ୍ରବାସୀ ମଳିକ ନାମକ ଜଣେ ନିଶାସକ୍ତ ଯୁବକଙ୍କ ଉନ୍ମତ କାଣ୍ଡ ସ୍ଥାନୀୟ ଅଧିବାସୀଙ୍କ ମନରେ ଭୟ ଖେଳାଇଦେଇଛି । ମନ୍ଦିରରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ଯୁବକ ଜଣକ ନିଜକୁ ଭଗବାନ କହି ଲୋକଙ୍କୁ ତ୍ରିଶୂଳ ଧରି ଗୋଡ଼ଉଥିବା ଦୃଶ୍ୟ ଭାଇରଲ ହେଉଛି ।

    ଡେରାବିଶ ନିକିରେଇ ଥାନା ଅନ୍ତର୍ଗତ ମଙ୍ଗଳପୁର ହଳଦିଆ ପାଟଣା ହରିଜନ ସାହି ସିଦ୍ଧେଶ୍ୱର ମହାପୁରୁଷଙ୍କ ମନ୍ଦିରରେ ଜଣେ ନିଶାସକ୍ତ ଯୁବକଙ୍କ ଉନ୍ମତ କାଣ୍ଡ ସ୍ଥାନୀୟ ଅଧିବାସୀଙ୍କ ମନରେ ଭୟ ଖେଳାଇଦେଇଛି । କ୍ଷେତ୍ରବାସୀ ମଳିକ ନାମକ ଏହି ଯୁବକ ମନ୍ଦିରରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ନିଜକୁ ଭଗବାନ କହି ଲୋକଙ୍କୁ ତ୍ରିଶୂଳ ଧରି ଗୋଡ଼ଉଥିବା ଦୃଶ୍ୟ ଭାଇରଲ ହେଉଛି । ସୂଚନା ଅନୁସାରେ, କ୍ଷେତ୍ରବାସୀ ମନ୍ଦିରରେ ପଶି ହଠାତ ଭଙ୍ଗାରୁଜା କରିବା ସହ ଠାକୁରଙ୍କ ତ୍ରିଶୂଳ ଧରି ନିଜକୁ ଅବତାର ବୋଲି ପରିଚୟ ଦେଇ ଶିବ ତାଣ୍ଡବ କରିବାକୁ ଲାଗିଥିଲା ଏବଂ ଠାକୁରଙ୍କ ତ୍ରିଶୂଳରେ ମାଟି ତାଡି, ମାଟି ଭିତରୁ ଭଗବାନ ଶିବ ପ୍ରକଟ ହେବେ ବୋଲି କହିଥିଲା ।

    କିଛି ସମୟ ପାଇଁ, ତାଙ୍କର ଏ ଭୟଙ୍କର ରୂପ ଦେଖି ଲୋକେ ଡରି ଯାଇଥିଲେ । କୁହାଯାଉଛି ଯେ, ମନ୍ଦିର ପରିସରରେ ଲୋକ ପଞ୍ଚୁକ ଭୋଜି ଖାଉଥିବା ସମୟରେ ସେମାନଙ୍କ ଖାଇବାରେ ଯୁବକ ଜଣକ ଧୂଳି ପକାଇଥିଲେ ଓ ମନ୍ଦିରରେ ଚାଲିଥିବା ଭୋଜି ବନ୍ଦ କରିଦେଇଥିଲେ। ତେବେ, ଏ ନେଇ ବର୍ତ୍ତମାନ ସୁଦ୍ଧା, ଥାନାରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି ।

    ସୂଚନା ଅନୁସାରେ, ଯୁବକ ଜଣଙ୍କ ଦୀର୍ଘଦିନ ହେବ ମାନସିକ ଚାପରେ ଥିଲେ । ତେଣୁ ସେ ନିଶାସକ୍ତ ହୋଇ ହଳଦିଆ ପାଟଣା ସିଦ୍ଧେଶ୍ୱର ମହାପୁରୁଷଙ୍କ ମନ୍ଦିର ବେଢା ଭିତରରେ ପଶି ଠାକୁରଙ୍କ ତ୍ରିଶୂଳ ଆଣି ଗାଁ ଦାଣ୍ଡରେ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି କରିଥିଲେ ।

  • ପ୍ରୟାଗରାଜରେ UPPSC ପରୀକ୍ଷାର୍ଥୀଙ୍କ ଦ୍ୱାରା ତୀବ୍ର ବିରୋଧ, ବ୍ୟାରିକେଡ୍ ଭାଙ୍ଗିଲେ, ପୋଲିସ ସହିତ ହାତାହାତି

    ପ୍ରୟାଗରାଜରେ UPPSC ପରୀକ୍ଷାର୍ଥୀଙ୍କ ଦ୍ୱାରା ତୀବ୍ର ବିରୋଧ, ବ୍ୟାରିକେଡ୍ ଭାଙ୍ଗିଲେ, ପୋଲିସ ସହିତ ହାତାହାତି

    ଉତ୍ତରପ୍ରଦେଶ ଜନସେବା ଆୟୋଗର PCS Pre 2024 ଏବଂ RO / ARO ପ୍ରାଥମିକ ପରୀକ୍ଷା 2023 ରେ ସ୍ୱାଭାବିକତା ବିରୋଧରେ ପ୍ରତିଯୋଗୀ ପ୍ରାର୍ଥୀଙ୍କ ଦ୍ୱାରା ଏକ ବିରାଟ ବିରୋଧ ଆରମ୍ଭ ହୋଇଛି | ଜନସେବା ଆୟୋଗ ଛକରେ ହଜାର ହଜାର ପ୍ରାର୍ଥୀ ଏକତ୍ରିତ ହୋଇ ସ୍ଲୋଗାନ ଦେଇଥିଲେ। ପ୍ରତିଯୋଗୀ ଛାତ୍ରମାନେ ଲଗାତାର ହାତରେ ପୋଷ୍ଟର ଏବଂ ବ୍ୟାନର ଧରି ସ୍ଲୋଗାନ ଦେଉଛନ୍ତି। କ୍ରୋଧିତ ଛାତ୍ରମାନେ ପୋଲିସର ବ୍ୟାରିକେଡ୍ ମଧ୍ୟ ଭାଙ୍ଗିଥିଲେ, ଯାହା ପରେ ସେମାନେ ପୋଲିସ ସହିତ ସଂଘର୍ଷ କରିଥିଲେ।

    ପ୍ରତିଯୋଗୀ ଛାତ୍ରମାନେ ସ୍ୱାଭାବିକ ପ୍ରକ୍ରିୟାକୁ ବିରୋଧ କରୁଛନ୍ତି। ସେମାନଙ୍କର ଚାହିଦା ହେଉଛି PCS Pre 2024 ଏବଂ RO ଏବଂ ARO Pre 2023 ର ପରୀକ୍ଷା ଗୋଟିଏ ଦିନରେ ଗୋଟିଏ ସିଫ୍ଟରେ କରାଯିବା ଉଚିତ | ପ୍ରତିଯୋଗୀ ଛାତ୍ରମାନେ ଦୁଇ ଦିନ ପୂର୍ବେ ଜନସେବା ଆୟୋଗଙ୍କ ବିରୋଧରେ ଶାନ୍ତିପୂର୍ଣ୍ଣ ବିରୋଧ ଘୋଷଣା କରିଥିଲେ। ସେମାନେ ଗୋଟିଏ ଦିନରେ ପରୀକ୍ଷା କରିବେ ଏବଂ କେବଳ ଗୋଟିଏ ସିଫ୍ଟରେ ଆୟୋଗଙ୍କଠାରୁ ନିଶ୍ଚିତ ନହେବା ପର୍ଯ୍ୟନ୍ତ ଏହି ବିରୋଧ ଜାରି ରହିବ।

  • ବିକାଶ ପଥେ ସୁକିନ୍ଦା, ସମବାୟ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

    ବିକାଶ ପଥେ ସୁକିନ୍ଦା, ସମବାୟ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

    ରବିବାର ଦିନ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ଡକ୍ତର ପ୍ରଦୀପ ବଳ ସାମନ୍ତଙ୍କ ଦ୍ୱାରା ଦାନଗଦି ବ୍ଲକ ମଙ୍ଗଳପୁର ପଞ୍ଚାୟତରେ କୋଟିଏ ରୁ ଉର୍ଦ୍ଧ ଟଙ୍କା ବିନିଯୋଗରେ ବିଭିନ୍ନ ନୂତନ ପକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ସାମନ୍ତଙ୍କ ଦ୍ୱାରା ମଙ୍ଗଳପୁର ପଂଚାୟତର ନୁଆଁଗା, ଖରଡ଼ି, ମଙ୍ଗଳପୁର, ବାଳୁଙ୍ଗାବନ୍ଦୀ, ଓ ତେଲିବାହାଳୀ ଗ୍ରାମରେ ବିଭିନ୍ନ ସ୍କୁଲର ନୂତନ ଶ୍ରେଣୀ ଗୃହ, ମିଶନଶକ୍ତି ଗୃହର ଶୁଭ ଉଦଘାଟନ କରାଯାଇଥିଲା ।

    ମଙ୍ଗଳପୁର ସରପଞ୍ଚ ବାବୁଲି ନଟିଆଙ୍କ ନେତୃତ୍ୟରେ ଶତାଧିକ ବିଜେପି କର୍ମୀ ସାମନ୍ତଙ୍କୁ ମିଲିଟାରୀ ଛକଠାରୁ ପାଛୋଟି ନେଇ ମଙ୍ଗଳ ପୁର ପଂଚାୟତ ପରିବ୍ରହ୍ମଣ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ଦାନଗଦି ବ୍ଲକ ପ୍ରତିନିଧି ପ୍ରଶାନ୍ତ ରାୟ, ସୁଧାଂଶୁ ଭଞ୍ଜ, ଦିଲୀପ ନାୟକ, ଧୂଳିଗଡ଼ ସରପଞ୍ଚ ମାନସ ରଣା, ମଙ୍ଗଳପୁର ସମିତିସଭ୍ୟ ବଇନ ରାଉତ ପ୍ରମୁଖ ସାମିଲ ହୋଇଥିଲେ । ବିଗତ ଦିନରୁ ପଂଚାୟତ ରେ ରହିଥିବା ବିଭିନ୍ନ ସମସ୍ୟା ଗୁଡିକର ସମାଧାନ ଖୁବ ଶୀଘ୍ର ସମାଧାନ ହେବ ବୋଲି ମନ୍ତ୍ରୀ ମଙ୍ଗଳପୁର ବାସିଙ୍କୁ ପ୍ରତିଶୃତି ଦେଇଥିଲେ ।

  • ଝରକା ତାଡି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌ ଲୁଟ୍

    ଝରକା ତାଡି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌ ଲୁଟ୍

    ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖପରାପଦା ଛକରେ ଥିବା ଓଡିଶା ଗ୍ରାମ୍ଯ ବ୍ଯାଙ୍କରେ ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୁର୍ତ୍ତ । ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁର୍ତ୍ତ ବ୍ଯାଙ୍କର ଉପର ମହଲାରେ ଥିବା ଝରକାର ଲୂହା ଗ୍ରିଲକୁ ଗ୍ଯାସ କଟରରେ କାଟି ବ୍ଯାଙ୍କ ଭିତରକୁ ପଶି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି, ଆଜି ସକାଳେ ସ୍ଥାନୀୟ ଲୋକେ ବ୍ଯାଙ୍କର ଝରକା ଭଙ୍ଗା ଯାଇ ଥିବା ଦେଖି ବ୍ଯାଙ୍କର ମ୍ଯାନେଜର ଏବଂ ବାଲିଆପାଳ ପୋଲିସକୁ ଖବର ଦେଇ ଥିଲେ । ଖବର ପାଇ ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ୫ ବର୍ଷ ପୂର୍ବରୁ ମଧ୍ଯ ଏହି ବ୍ଯାଙ୍କର ପଛ ପଟ ସ୍କାଇ ଲାଇଟ ଭାଙ୍ଗି କମ୍ପ୍ଯୁଟର ଏବଂ ବିଭିନ୍ନ ଆସବାବପତ୍ର ଚୋରି କରିଥିଲେ ଦୁର୍ବୁର୍ତ୍ତ, ତେବେ ଏହି ଅଞ୍ଚଳ ରେ ବାରମ୍ବାର ଚୋରି ହେଉଥିବା ରୁ ପୋଲିସ ପେଟ୍ରୋଲିଂ କୁ କଡାକଡି କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।