Category: ମୁଖ୍ୟ ଖବର

  • ପଦ୍ମପୁରରେ ଲଜ୍ଜା,ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା !

    ପଦ୍ମପୁରରେ ଲଜ୍ଜା,ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା !

    ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳରେ ସାମ୍ନାକୁ ଆସିଲା ଲଜ୍ଜା ଜନକ ଘଟଣା । ମଛମାରିବାକୁ ଘରୁ ଡାକି ନେଇ ୪ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ ପରେ ହତ୍ୟା କଲା ଅଭିଯୁକ୍ତ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ସମୟରେ ସୋଢା ଗ୍ରାମର ପ୍ରଶାନ୍ତ ନାମକ ଜଣେ ଯୁବକ ନାବାଳିକାଙ୍କୁ ମାଛମାରିଯିବା ପାଇଁ କହି ସାଙ୍ଗରେ ନେଇଯାଇଥିଲା । ନିକଟରେ ଥିବା ଡୁଙ୍ଗୁରି ଜଙ୍ଗଲକୁ ନେଇ ଉକ୍ତ ନାବାଳିକାଙ୍କୁ ବଳାତ୍କାର କରିଥିଲା ଅଭିଯୁକ୍ତ । ଘଟଣା ପ୍ରଘଟ ହେବା ଭୟରେ ନାବାଳିକା ଝିଅଟିର ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିବା ପରେ ଜଙ୍ଗଲରେ ଫିଙ୍ଗି ଦେଇଥିଲା । ଅନ୍ୟପକ୍ଷେ ଘରେ ଝିଅ ନ ଥିବା ଦେଖି ପରିବାର ଲୋକେ ଖୋଜାଖୋଜି କରି ପାଇ ନ ଥିଲେ। ପରେ ପ୍ରଶାନ୍ତ ତାଙ୍କ ଝିଅଙ୍କୁ ମାଛ ମାରିଯିବା କହି ନେଇଯାଇଥିବା ଜଣାପଡିବାରୁ ଗ୍ରାମର ଯୁବକମାନେ ପ୍ରଶାନ୍ତଙ୍କୁ ଧରି ପଚରାଉଚରା କରିଥିଲେ। ଏହାପରେ ପ୍ରଶାନ୍ତ ଉକ୍ତ ନାବାଳିକାଙ୍କୁ ବଳାତ୍କାର କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ସ୍ବୀକାର କରିଥିଲେ ବୋଲି ପୋଲିସ କହିଛି। ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ତଦନ୍ତ ଚାଲିଛି ବୋଲି ପାଇକମାଳ ଥାନାଧିକାରୀ ସୁଶାନ୍ତ କୁମାର ପ୍ରଧାନ ଜଣାଇଛନ୍ତି।

  • ମହାନଦୀକୁ ଡେଇଁ ଯୁବକ ନିଖୋଜ,ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ଙ୍କ ଖୋଜା ଜାରି

    ମହାନଦୀକୁ ଡେଇଁ ଯୁବକ ନିଖୋଜ,ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ଙ୍କ ଖୋଜା ଜାରି

    ମହାନଦୀ ପୋଲ ତଳକୁ ଡେଇଁପଡିଲେ ଯୁବକ । ଭୂତୁମୁଣ୍ଡାଇ ମହାନଦୀ ପୋଲରୁ ଡେଇଁ ପଡିଥିବା ଯୁବକ ଏବେ ନିଖୋଜ ହୋଇଛନ୍ତି । କୁଜଙ୍ଗ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ପକ୍ଷରୁ ଖୋଜା ଖୋଜି ଜାରି ରହିଛି । ଏପର୍ଯ୍ଯନ୍ତ ଯୁବକଙ୍କ ସଠିକ୍ ପରିଚୟ ମିଳିପାରିନାହିଁ। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ସକାଳ ୯ ଟା ପାଖାପାଖି ଜଣେ ବ୍ୟକ୍ତି ହଠାତ ପୋଲ ଉପରୁ ମହାନଦୀ କୁ ଡେଇଁ ପଡ଼ିଥିଲେ। ସେଠାରେ ଥିବା ଲୋକେ ପୋଲିସକୁ ଖବର ଦେଇଥିଲେ। ଯୁବକଙ୍କ ଘର କୁଜଙ୍ଗ ଅଞ୍ଚଳରେ ଓ ସେ ମେକାନିକାଲ୍ ଇଞ୍ଜିନିୟରିଂରେ ଡପ୍ଲୋମା କରିଥିବାର ସୂଚନା ମିଳିଛି ।। ତାଙ୍କର ବୟସ ୨୪ ବର୍ଷ । ପୋଲିସ କୁଜଙ୍ଗ ଅଗ୍ନିଶମ ବିଭାଗକୁ ଖବର ଦେବାପରେ , ଅଗ୍ନିଶମ ବିଭାଗ ନଦୀରେ ଖୋଜାଖୋଜି ଆରମ୍ଭ କରିଛି। ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ କାହିଁକି ଯୁବକ ଜଣକ ଏଭଳି ଚରମ ନିଷ୍ପତି ନେଲେ ତାହା ଏଯାଏଁ ଜଣାପଡି ନାହିଁ ।

  • ସରିଲା ଧର୍ମର ମାସ, ଘର ବାହୁଡିଲେ ହବିଷ୍ୟାଳୀ

    ସରିଲା ଧର୍ମର ମାସ, ଘର ବାହୁଡିଲେ ହବିଷ୍ୟାଳୀ

    ଆଜି, ଶ୍ରୀକ୍ଷେତ୍ରରୁ ହବିଷ୍ୟାଳିମାନଙ୍କର ଘର ବାହୁଡ଼ା ହୋଇଛି। ଦୀର୍ଘ ୧ ମାସ ଧରି ଏକତ୍ରିତ ହୋଇ ବ୍ରତ ପାଳନ କରୁଥିବା ବ୍ରତ ଚାରିଣୀମାନେ ଆଜି ବିଦାୟ ନେବା ବେଳେ ନିଜର ସାଙ୍ଗ ସାଥୀ ମାନଙ୍କୁ ଭାବ ବିହ୍ୱଳ କଣ୍ଠରେ “ବଞ୍ଚିଥିଲେ ପୁଣି ଆରବର୍ଷକୁ ଦେଖା ହେବ” ବୋଲି କହୁଥିବା ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା। ହବିଷ୍ୟାଳୀଙ୍କ ଘର ବାହୁଡାପାଇଁ ବସ୍ ଷ୍ଟାଣ୍ଡ ଓ ରେଳଷ୍ଟେସନରେ ଭିଡ଼ ପରିଲକ୍ଷିତ ହୋଇଥିଲା ।

    ପୁରୀ ସହରରେ ଧର୍ମ ମାସ କାର୍ତ୍ତିକ ମାସର ବ୍ରତ ପାଳନ କରିବା ନିମନ୍ତେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହବିଷ୍ୟାଳିମାନଙ୍କର ଭିଡ ଜମି ଥିଲା। ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ୪ଟି ସ୍ଥାନରେ ହବିଷ୍ୟାଳି ମାନଙ୍କୁ ରଖିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସମୁଦାୟ ୨,୫୦୦ ହବିଷ୍ୟାଳିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ହବିଷ୍ୟାଳି ଶିବିରରେ ରଖାଯାଇ ସେମାନଙ୍କର ରହଣି ଓ ଖାଦ୍ୟ-ପାନୀୟର ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଏତଦ୍ ବ୍ୟତୀତ, ଅନେକ ହବିଷ୍ୟାଳି ବିଭିନ୍ନ ମଠ, ନବୀନ ହାଉସ୍ ଓ ଭଡା ଘରେ ରହି ବ୍ରତ ପାଳନ କରୁଥିବାର ଦେଖା ଯାଇଥିଲା ।

  • ଗୁଜୁରାଟରେ ହତ୍ୟା, ଓଡ଼ିଶାରୁ ଗିରଫ

    ଗୁଜୁରାଟରେ ହତ୍ୟା, ଓଡ଼ିଶାରୁ ଗିରଫ

    ଧାର ଟଙ୍କା ମାଗିବାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା । ହତ୍ୟା ପରେ ୱାଶିଂମେସିନରେ ମୃତଦେହ ରଖିଥିଲା ଅଭିଯୁକ୍ତ । ଶେଷରେ ବନ୍ଧା ହେଲା । ସୂଚନା ଅନୁଯାୟୀ ,ଗୁଜୁରାଟ ସୁରଟର ଉଦୁନା ଠାରେ କେନ୍ଦ୍ରାପଡା ମହାକାଳପଡା ଯଶୁଆପଲି ବାଲିସାହିର ମନୋଜ ସାହୁ ଦୀର୍ଘ ୪ବର୍ଷ ହେବ ଏକ ଭେରାଇଟ ଷ୍ଟୋର କରି ସେଠାରେ ରହୁଥିଲେ । କଟକର ଗୁରୁଚରଣ ପ୍ରଧାନଙ୍କ ସହ ଟଙ୍କା ଦେଣ ନେଣକୁ ନେଇ ଉଭୟଙ୍କ ମଧ୍ଯରେ ବଚସା ହୋଇଥିଲା । ଘଟଣାରେ ଉତ୍ଖିପ୍ତ ହୋଇ ମନୋଜ ଗୁରୁଚରଣକୁ ଏକ ଲୁହା ରଡରେ ପିଟି ପିଟି ହତ୍ୟା କରିଥିଲା । ପରେ ମୃତଦେହକୁ ଏକ ଲୁଗାସଫା ମେସିନରେ ଲୁଚାଇ ରଖିଥିଲା । ଘଟଣାର ସାତ ଦିନପରେ ମୃତଦେହରୁ ଦୁର୍ଗନ୍ଧ ବାହାରିବାରୁ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଯବତ କରିବା ସହ ସିସିଟିଭି ଆଧାରରେ ଅଭିଯୁକ୍ତକୁ ଖୋଜୁଥିବା ବେଳେ ଅଭିଯୁକ୍ତ ମନୋଜ ଭୂବନେଶ୍ବର ସମେତ କର୍ଣ୍ଣାଟକ ,ଦିଲ୍ଲୀ ଆଦି ଅଞ୍ଚଳରେ ଦୀର୍ଘଦିନ ହେବ ଲୁଚି ରହିଥିଲା । ମୋବାଇଲ୍ କୁ ଟ୍ରାକ କରି ଦୀର୍ଘ ୪/୫ଦିନ ହେବ ଆସାମୀ ମନୋଜ ଆରଡିରେ ରହି ଆସୁଥିବା ପୋଲିସ ଜାଣିବାକୁ ପାଇଥିଲା । ପରେ ସ୍ଥାନୀୟ ଲୋକ ଓ ଆରଡି ପୋଲିସର ମିଳିତ ସହଯୋଗରେ ଆସାମୀକୁ କାବୁ କରିଛି ଗୁଜୁରାଟ ପୋଲିସ।

  • ଆ-କା-ମା-ବଇ,ପାନ ଗୁଆ ଥୋଇ,ପାନଗୁଆ ତୋର,ମାସକ ଧରମ ମୋର

    ଆ-କା-ମା-ବଇ,ପାନ ଗୁଆ ଥୋଇ,ପାନଗୁଆ ତୋର,ମାସକ ଧରମ ମୋର

    ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏଥିପାଇଁ ଚଳଚଂଚଳ ସାରା ଓଡ଼ିଶା । ଭୋରରୁ ହଜାର ହଜାର ଶ୍ରଦ୍ଧାଳୁ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି । ସୁବର୍ଣ୍ଣରେଖା ନଦୀରେ ଶ୍ରଦ୍ଧାଳୁମାନେ ଭୋର ୪ ଟାରୁ ଉଠି ଡଙ୍ଗା ଭସାଇଛନ୍ତି ।ବିଶ୍ୱାସ ରହିଛି ବର୍ଷକରେ ଥରେ ଏହି ଦିନରେ ସ୍ନାନ କରି ଡଙ୍ଗା ଭସାଇଲେ ପୂଣ୍ଣ୍ୟ ମିଳିଥାଏ । ଯେଉଁଥିପାଇଁ ଲୋକେ ଡଙ୍ଗାରେ ପାନ, ଗୁଆ ଥୋଇ ଧରମ ମାସରେ ଡଙ୍ଗା ଭସାଉଛନ୍ତି । ଏହି ଘାଟ ପୁରାଣ କିମ୍ବଦନ୍ତୀ ଅନୁସାରେ ପବିତ୍ର ସ୍ଥାନ ହୋଇଥିବା ବେଳେ ଶହଶହ ଲୋକେ ଏହି ଠାରେ ଏକତ୍ରିତ ହୋଇ ଧର୍ମ ମାସର ପୂଣ୍ୟପ୍ରାପ୍ତି ପାଇଁ ସୁବର୍ଣ୍ଣ ରେଖା ନଦୀ ଜଳରେ ଡଙ୍ଗ‌ା ଭସାଉଥିବା ଦେଖିବାକୁ ମିଳିଛି। ବାଲିଆପାଳ ସହର ସମେତ ପାଖଆଖ ଅଂଚଳରୁ ଶ୍ରଦ୍ଧାଳୁ ଭିଡ ଦେଖିବାକୁ ମିଳିଥିଲା ।

    ସେହିଭଳି ପାଟକୁରା ଓଉପଡ଼ା ଗ୍ରାମରେ ପଞ୍ଚୁକ ଅବସର ରେ କାର୍ତିକେସ୍ୱର ପୂଜା ଆୟୋଜିତ ହୋଇଛି। ଏକାବନ ବର୍ଷ ହେବ କାର୍ତ୍ତିକେଶ୍ୱର ପୂଜା କମିଟିର ସଦସ୍ୟ ଙ୍କ ମିଳିତ ଉଦ୍ୟମରେ କାର୍ତ୍ତିକେଶ୍ୱର ପୂଜା ଆୟୋଜିତ ହୁଏ। ଚଳିତ ବର୍ଷ କାର୍ତିକେସ୍ୱର ପୂଜା ଅବସରରେ ଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ହର ପାର୍ବତୀ ଗଣେଶ ଙ୍କ ସହ ପ୍ରଭୁ ଶ୍ରୀ କାର୍ତ୍ତିକେଶ୍ୱର ମଣ୍ଡପ ରେ ପୂଜା ପାଆନ୍ତି ।ସେହିଭଳି ପାଟକୁରାର ବିଭିନ୍ନ ଅଞ୍ଚଳ ର ବେଶ ଧୁମ ଧାମ ରେ କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ ହୋଇଯାଇଛି

    ସେପଟେ ରାଇରଙ୍ଗପୁରରେ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ଵର ବାବାଙ୍କର ତିରିଶି ତମ ପୁଜା କରାଯାଇଛି ।ଶେଷ ଦିନରେ ଡଙ୍ଗା ଭସାଇ ଉଦଯାପନ କରିଛନ୍ତି ଶ୍ରଦ୍ଧାଳୁ। ମୟୂରଭଞ୍ଜ ରାଇରଙ୍ଗପୁରରେ ଖଡଖାଇ ନଦୀ ପାଖ ପଡ଼ିଆର ୧୯୯୫ ମସିହାରୁ ଆରମ୍ଭ ହୋଇ ବାବା କାର୍ତ୍ତିକେଶ୍ଵରଙ୍କ ପୁଜା ମହାଧୁମଧାମରେ ପାଳନ କରାଯାଇଛି । ଏହି ପୁଜା ପାଞ୍ଚ ଦିନଧରି ମହାସମାରୋହରେ ପାଳିତ କରାଯାଇଛି। ଏଥିରେ ସଭାପତି ମନମୋହନ ପ୍ରଧାନ ଏବଂ ଉପସଭାପତି ଭକ୍ତ ମାନେଙ୍କ ସହଯୋଗରେ ମହା ଧୁମଧାମରେ ପୂଜା ଅର୍ଚ୍ଚନା କରି ପୂର୍ଣ୍ଣିମା ଦିନ ଉଦଯାପନ କରିଛନ୍ତି।

    ଆଜି ପବିତ୍ର କାର୍ତିକ ପୁର୍ଣିମା ଅବସରରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା, ପ୍ରତ୍ୟୁଷରୁ ଭକ୍ତମାନେ ସହରରେ ଥିବା ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ବୁଡ଼ ପକାଇ ବୋଇତ ଭସାଇଥିଲେ, ଶ୍ରଦ୍ଧାଳୁ ମାନେ କଦଳିପାଟୁକା ଡ଼ଙ୍ଗା ଓ ସୋଲରେ ପ୍ରସ୍ତୁତ ଡ଼ଙ୍ଗା ଗୁଡିକରେ ପାନ ଗୁଆ ଦୀପ ଓ ବାଣ ଲଗାଇ ଡ଼ଙ୍ଗା ଭାଷାଉଥିବା ଦୃଶ୍ୟ ବେସଚିତାକର୍ଷକ ଥିଲା, ବେଳାଭୂମିରେ ଶ୍ରଦ୍ଧାଳୁ ମାନଙ୍କର ହୁଳହୁଳି ହରିବୋଲ ଓ ଶଙ୍ଖ ଧ୍ୱନି ସହ ଆକାମା ବୋଇ ଧ୍ୱନିରେ ବେଳାଭୂମି ପ୍ରକମ୍ପିତ ହୋଇଉଠୁଥିଲା, ଶ୍ରଦ୍ଧାଳୁ ମାନେ ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ବୁଡ଼ପକାଇ ଶ୍ରୀମନ୍ଦିରକୁ ଯାଇ ରତ୍ନ ସିଂହାସନ ଉପରେ ଶ୍ରୀ ଜୀଉ ମାନଙ୍କର ଦୁର୍ଲଭ ସୁନାବେଶ ବା ରାଜେଶ୍ୱର ବେଶ ଦର୍ଶନ କରିଥିଲେ।

  • କଳିଙ୍ଗ ବାଲିଯାତ୍ରା ୨୦୨୪ ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

    କଳିଙ୍ଗ ବାଲିଯାତ୍ରା ୨୦୨୪ ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

    ଗୁରୁବାର ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପାରାଦ୍ବୀପ ବିଜୁ ମଇଦାନଠାରେ ଅନୁଷ୍ଠିତ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ୨୦୨୪ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତକାଲି ସେ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ୨୦୨୪ କୁ ପାରାଦୀପ ସମୁଦ୍ର କୂଳରେ ଉଦଘାଟନ କରି ନେହେରୁବଙ୍ଗଳା ରେ ରାତ୍ରି ଯାପନ କରିଥିବା ବେଳେ ଆଜି ଭୋର ସକାଳୁ ସସ୍ତ୍ରୀକ ବନ୍ଦର ପୋତାଶ୍ରୟ ରେ ପହଞ୍ଚିଥିଲେ | ଭବ୍ୟ ଆଧ୍ଯାତ୍ମିକ ପରିବେଶ ମଧ୍ୟରେ ହୋମଯଜ୍ଞ ସମାପନ ପୂର୍ବକ ଐତିହାସିକ ପରମ୍ପରା କୁ ଉଦ୍ଜୀବିତ କରିବାକୁ ଯାଇ ରୀତିନୀତି ଅନୁସାରେ ସାଧବ ପୁଅ ମାନଙ୍କର ବୋଇତକୁ ପତାକା ଦେଖାଇ ଦୂର ସମୁଦ୍ରକୁ ମେଲାଣି ଦେଇଥିଲେ |

    ଏହି ଅବସରରେ, ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଗୌରବକୁ ମନେପକାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସଂସ୍କୃତି, ପରମ୍ପରା ଓ ବାଣିଜ୍ୟର ସ୍ମୃତିକୁ ବହନ କରୁଛି କଳିଙ୍ଗ ବାଲିଯାତ୍ରା । ଆଗାମୀ ଦିନରେ ପାରାଦ୍ଵୀପ ଓଡ଼ିଶାର ବେକାରୀ ସମସ୍ୟାର ସମାଧାନ କରିବାକୁ ଯାଉଛି। ବନ୍ଦରକୁ ଭିତ୍ତିକରି ଶିଳ୍ପ , ଟୁରିଜିମ ଏବଂ କୋଷ୍ଟାଲ ହାଇଓ୍ବେ ଦ୍ବାରା ବାଣିଜ୍ୟକ କାରବାର ବୃଦ୍ଧି ହେବାକୁ ଯାଉଛି ଏବଂ ଆର୍ଥିକ ବିକାଶ ଏବଂ ନିଯୁକ୍ତି କ୍ଷେତ୍ରରେ ରାଜ୍ୟର ହବ୍ ହେବାକୁ ଯାଉଛି ପାରାଦ୍ଵୀପ।

    ପାରାଦୀପ ବନ୍ଦର କେବଳ ବ୍ୟବସାୟରେ ପ୍ରସିଦ୍ଧି ଲାଭ କରିଛି ତାହା ନୂହେଁ ଏହା ଓଡ଼ିଶାର ଐତିହ୍ଯ ପରମ୍ପରା ସଂସ୍କୃତି କୁ ଜାବୁଡି ଧରି ଆଗକୁ ଚାଲୁଥିବା ଏହି ଉସ୍ତବରେ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିବା ସ୍ଥାନୀୟ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ସ୍ୱାଇଁ ମଧ୍ଯ ନିଜ ଅଭିଭାଷଣରେ ମତ ରଖିଥିଲେ |

    ଏହି ଉଦଘାଟନୀ ଉତ୍ସବରେ ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ତିର୍ତ୍ତୋଲ ବିଧାୟକ ଡଃ ରମାକାନ୍ତ ଭୋଇ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ ଭୋଇ, ପାରାଦ୍ଵୀପ ବନ୍ଦର ଅଧ୍ୟକ୍ଷ ପି ଏଲ ହାରାନାଦ, ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ, ପୌରାଧକ୍ଷ ବସନ୍ତ ବିଶ୍ବାଳ ପ୍ରମୁଖ ଯୋଗଦେଇ ନୌବାଣିଜ୍ୟ ପରମ୍ପରା ସମ୍ପର୍କରେ ଆଲୋଚନା କରିଥିଲେ।

    ଏହି ଉସ୍ତବରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୨୪.୮୯ କୋଟି ମୂଲ୍ୟର ତିନି ଲେନ୍ ବିଶିଷ୍ଟ ଏକ ପୋଲ ଅଠରବାଙ୍କୀ ଉପରେ ହେବାକୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା | ଏହାପରେ ବନ୍ଦର ସହର ମଧ୍ୟରେ ସୁରକ୍ଷିତ ସହିତ ୭ ଲକ୍ଷ ଲୋକଙ୍କ ଘରକୁ ପାଇପ ଯୋଗେ ଗ୍ୟାସ ଯୋଗାଣ ପାଇଁ ମଧ୍ଯ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା

    ପୂର୍ବବର୍ଷ ଠାରୁ ଚଳିତ ବର୍ଷ କଳିଙ୍ଗ ବାଲିଯାତ୍ରା କାର୍ଯ୍ୟକ୍ରମ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଓରମାସ ପକ୍ଷରୁ ପୂର୍ବବର୍ଷ ଅପେକ୍ଷା ଅଧିକ ଷ୍ଟଲ ଖୋଲାଯାଇଛି । କଳିଙ୍ଗ ନୌବାଣିଜ୍ୟର ପରମ୍ପରା ଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆ ଯାଇଛି ।

  • ଥମୁନି ହାତୀ ଆତଙ୍କ, ରାତି ହେଲେ ହାତୀ ଭୟ, ନିରବ ଦ୍ରଷ୍ଟା ବନବିଭାଗ

    ଥମୁନି ହାତୀ ଆତଙ୍କ, ରାତି ହେଲେ ହାତୀ ଭୟ, ନିରବ ଦ୍ରଷ୍ଟା ବନବିଭାଗ

    ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ୍ ଅନ୍ତର୍ଗତ ତାଳଡଙ୍ଗା ଗ୍ରାମରେ ଦିନକୁ ଦିନ ବଢିବାରେ ଲାଗିଛି ହାତୀ ଉପଦ୍ରବ । ପ୍ରାୟ ୧୫ ଦିନ ହେବ ଉକ୍ତ ଗ୍ରାମରେ ହାତୀପଲ ଅନେକ ଘର ଭାଙ୍ଗିବା ସହ ବ୍ୟାପକ ଫଲସ ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ହାତୀପଲ ପାଇଁ ସନ୍ଧ୍ୟା ହେଲେ ଗାଁରେ ତାଡି କବାଟ ପଡୁଛି । ରାତୀ ଅଧରେ କୌଣସି ମେଡିକାଲ ବା ଜରୁରୀ କାମ ପାଇଁ ନାନା ହଇରାଣ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ଯର କଥା ହେଲା ଏବାବଦରେ ଜଣାଇବା ପାଇଁ ବନବିଭାଗକୁ ଯୋଗାଯୋଗ କଲେ ଉତ୍ତରରେ କର୍ମଚାରୀ ମାନେ କହୁଛନ୍ତି ଆମେ ଯାଇପାରିବୁନି ତୁମେ ନିଜେ ହାତୀ ଘଉଡାଅ ।

    ଏଠି ପ୍ରଶ୍ନ ଉଠୁଛି ବନବିଭାଗ ଅଧିକାରୀଙଅକ ପ୍ରକୃତରେ କାର୍ଯ୍ୟ କଣ ? କାହିଁକି ଏତେ ଖାମଖିଆଲି ପଣିଆ ? ଯଦି କିଛି ଅଘଟଣ ଘଟେ କିମ୍ବା କାହାର ଜୀବନ ଯାଏ ସେଥିପାଇଁ ଦାୟୀ ରହିବ କିଏ ? ଯେତିକି ପରିମାଣରେ ଚାଷୀଙ୍କ ଫସଲ ଉଜୁଡୁଛି ତାର କ୍ଷତି ପୁରଣ ଦେବ କିଏ ? ତେବେ ଏସବୁରେ ଅତିଷ୍ଠ ହୋଇ ଗ୍ରାମବାସୀ ସରକାରଙ୍କୁ ଅନୁରୋଧ କରିଛନ୍ତି ତୁରନ୍ତ ଗ୍ରାମରେ ଏକ ଲାଇଟ ଲଗାଇବା ସହ ହାତୀଘଉଡାଇବା ପାଇଁ ବ୍ୟବସ୍ଥା କରାଯାଉ ।

  • ‘RSS ହେଉଛି  ଆତଙ୍କବାଦୀ ସଂଗଠନ ଏବଂ ମୁଁ ଏହାର ପ୍ରମାଣ ଦେଉଛି’, କଂଗ୍ରେସ ନେତା ହୁସେନ୍ ଦଲୱାଇଙ୍କ ବିବାଦୀୟ ବୟାନ

    ‘RSS ହେଉଛି ଆତଙ୍କବାଦୀ ସଂଗଠନ ଏବଂ ମୁଁ ଏହାର ପ୍ରମାଣ ଦେଉଛି’, କଂଗ୍ରେସ ନେତା ହୁସେନ୍ ଦଲୱାଇଙ୍କ ବିବାଦୀୟ ବୟାନ

    ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ କୁ ନେଇ ରାଜ୍ୟରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। କଂଗ୍ରେସ ଏବଂ ତାହାର ସହଯୋଗୀ କ୍ରମାଗତ ଭାବରେ ବିଜେପି ଏବଂ ଆରଏସଏସକୁ ଟାର୍ଗେଟ କରୁଛନ୍ତି। ଏହି ସମୟରେ ମହାରାଷ୍ଟ୍ରର ବରିଷ୍ଠ କଂଗ୍ରେସ ନେତା ହୁସେନ୍ ଡାଲୱାଇ ରାଷ୍ଟ୍ରିୟ ସ୍ୱଂସେବକ ସଂଘ (ଆରଏସଏସ) କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।

    କଂଗ୍ରେସ ନେତା ହୁସେନ୍ ଦଲୱାଇ ଗୁରୁବାର ଦିନ ରାଷ୍ଟ୍ରିୟ ସ୍ୱଂସେବକ ସଂଘ (ଆରଏସଏସ) କୁ ଆତଙ୍କବାଦୀ ସଂଗଠନ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଲୋକଙ୍କୁ ହିଂସା ଶିକ୍ଷା ଦେଉଛନ୍ତି ବୋଲି କହିଛନ୍ତି।

    ‘ଆରଏସଏସ ଏକ ଆତଙ୍କବାଦୀ ସଂଗଠନ’

    କଂଗ୍ରେସ ନେତା ହୁସେନ୍ ଦଲୱାଇ କହିଛନ୍ତି, “ଆରଏସଏସ ଏକ ଆତଙ୍କବାଦୀ ସଂଗଠନ। ସେମାନେ ଲୋକଙ୍କୁ ହିଂସା ଶିକ୍ଷା ଦିଅନ୍ତି। ଆରଏସଏସ ପିଲାମାନଙ୍କୁ ଚାରିଟି ଜିନିଷ ଶିଖାଏ। ପ୍ରଥମ କଥା, ସେମାନେ ପିଲାମାନଙ୍କୁ ମିଛ କହିବା ଶିଖାନ୍ତି। ଦ୍ୱିତୀୟ କଥା, ସେମାନେ ପିଲାମାନଙ୍କୁ ହିଂସା ଶିକ୍ଷା ଦିଅନ୍ତି। ଯାହା ସମ୍ପୂର୍ଣ୍ଣ ରୂପେ ଭୁଲ ଅଟେ। ସେମାନେ ଏହି କଥା ତାଙ୍କୁ ଜଣାନ୍ତି କି ଯେ ମହାତ୍ମା ଗାନ୍ଧୀଙ୍କ କାରଣରୁ ଏ ବିଭାଜନ ହୋଇଥିଲା । ଏହି କାରଣରୁ ଲୋକେ ଭୟଭୀତ ହୋଇଯାନ୍ତି |

    ଆରଏସଏସ ବିରୋଧରେ ଆଣିଲେ ଗୁରୁତର ଅଭିଯୋଗ

    ଆରଏସଏସ ବିରୋଧରେ ଗୁରୁତର ଅଭିଯୋଗ କରି ସେ କହିଛନ୍ତି, “ଆରଏସଏସ ଏକ ବିପଜ୍ଜନକ ସଂଗଠନ ଏବଂ ମୁଁ ଏହାର ପ୍ରମାଣ ଦେଉଛି। ପ୍ରଥମ ପ୍ରମାଣ ହେଉଛି ଜନ ସଂଗଠନର ପ୍ରତିଷ୍ଠାତାଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା ଘଟଣାର ତଦନ୍ତ ପାଇଁ ବଲରାଜ ମାଧୋକଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି ।

    ସେ ଆହୁରି ମଧ୍ୟ କହିଛନ୍ତି, “ତିନିମାସ ଧରି ମାଧୋକ ସବୁଆଡେ ଯାତ୍ରା କରି ରିପୋର୍ଟ ପ୍ରସ୍ତୁତ କରିଥିଲେ। ସେ ବାରାଣାସୀ ଏବଂ ଅନ୍ୟାନ୍ୟ ବହୁ ସ୍ଥାନକୁ ଯାଇଥିଲେ, କିନ୍ତୁ ରିପୋର୍ଟକୁ ଲୁଚେଇ ରଖାଯାଇଥିଲା । ସେ ଏକ ପୁସ୍ତକ ମଧ୍ୟ ପ୍ରକାଶ କରିଛନ୍ତି ଯେଉଁଥିରେ ସେ ଏହି ରିପୋର୍ଟ ବିଷୟରେ ସବୁକିଛି ବିସ୍ତାର ସହ ବୁଝାଇଥିଲେ ।

    ମହାତ୍ମା ଗାନ୍ଧୀଙ୍କ ହତ୍ୟା ପାଇଁ ଆରଏସଏସ ଦାୟୀ

    ସେ ଆହୁରି ମଧ୍ୟ କହିଛନ୍ତି, “ମହାତ୍ମା ଗାନ୍ଧୀଙ୍କ ହତ୍ୟା ପାଇଁ ଆରଏସଏସ ଦାୟୀ। ଆଜି ପର୍ଯ୍ୟନ୍ତ ସେମାନେ ଏଥିପାଇଁ କ୍ଷମା ମାଗି ନାହାଁନ୍ତି। ଆଜି ପର୍ଯ୍ୟନ୍ତ ସେମାନେ କହି ନାହାଁନ୍ତି ଯେ ତାଙ୍କୁ ହତ୍ୟା କରାଯାଇଛି ଏବଂ ଏହା ଆମର ଦୋଷ। ଏହା ବ୍ୟତୀତ ସେ କହିଛନ୍ତି କି ହିନ୍ଦୁ ସେହିମାନେ”, ଯିଏ ଭାରତର ପରମ୍ପରାକୁ ଅନୁସରଣ କରନ୍ତି |

  • ଦିଲ୍ଲୀର ହେଉଛି ଶ୍ୱାସରୁଦ୍ଧ, ଆଜିଠାରୁ ପ୍ରତିବନ୍ଧକର ତୃତୀୟ ରାଉଣ୍ଡ, ଜାଣନ୍ତୁ ବିଦ୍ୟାଳୟ ସହିତ କ’ଣ ସବୁ ବନ୍ଦ

    ଦିଲ୍ଲୀର ହେଉଛି ଶ୍ୱାସରୁଦ୍ଧ, ଆଜିଠାରୁ ପ୍ରତିବନ୍ଧକର ତୃତୀୟ ରାଉଣ୍ଡ, ଜାଣନ୍ତୁ ବିଦ୍ୟାଳୟ ସହିତ କ’ଣ ସବୁ ବନ୍ଦ

    ନୂଆଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ସ୍ତର ବର୍ତ୍ତମାନ ରେକର୍ଡ ସ୍ତରରେ ପହଞ୍ଚିଯାଇଛି। ପରିସ୍ଥିତି ଏପରି ଯେ ପ୍ରଦୂଷଣ ହେତୁ ଲୋକମାନେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆପଣ ଅନୁମାନ କରିପାରିବେ ଯେ ଦିଲ୍ଲୀର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା (AQI) ଅତିକ୍ରମ କରିଥିବାରୁ ପ୍ରଦୂଷଣର ସ୍ତର ୪୦୦ ବୃଦ୍ଧି ପାଇଛି। କ୍ରମାଗତ ଭାବରେ ଖରାପ ହେଉଥିବା ବାୟୁ ଗୁଣବତ୍ତାକୁ ଦୃଷ୍ଟିରେ ରଖି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ଶୁକ୍ରବାର, ନଭେମ୍ବର ୧୫ ତାରିଖରୁ ଦିଲ୍ଲୀ-ଏନସିଆରରେ ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (GRAP) ର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଦୂଷଣର ମାତ୍ରା ବଢ଼ୁଥିବା ଦୃଷ୍ଟିରୁ ଦିଲ୍ଲୀ ସରକାର ବିଦ୍ୟାଳୟଗୁଡ଼ିକୁ ୫ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଅନଲାଇନ୍ କ୍ଲାସ୍ ଦେବାକୁ କହିଛନ୍ତି। ଦିଲ୍ଲୀ-ଏନସିଆରରେ GRAP ୩ ଲାଗୁ ହେବା ପରେ ଅନେକ ଜିନିଷ ଉପରେ ପ୍ରତିବନ୍ଧକ ଲଗାଯିବ |

    ସର୍ବଶେଷରେ GRAP 3 କ’ଣ?
    ସୂଚନା ଅନୁଯାୟୀ ଯେ ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ସ୍ତରକୁ ହ୍ରାସ କରିବା ପାଇଁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ଯଥା GRAP ପ୍ରସ୍ତୁତ କରାଯାଇଛି | ସମ୍ପ୍ରତି, ଦିଲ୍ଲୀ-ଏନସିଆରରେ GRAP ର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରାଯାଇଛି | ପ୍ରଦୂଷଣର ସ୍ତର ହ୍ରାସ କରିବା GRAP କାର୍ଯ୍ୟକାରୀ କରିବାର ଉଦ୍ଦେଶ୍ୟ ହେବ | ତେଣୁ, ଏହା କାର୍ଯ୍ୟକାରୀ ହେବା ମାତ୍ରେ ଅନେକ ପ୍ରକାରର କାର୍ଯ୍ୟକଳାପ ନିଷେଧ | ଉଦାହରଣ ସ୍ୱରୂପ, GRAP 3 ଲାଗୁ ହେବା ପରେ, ଦିଲ୍ଲୀ-ଏନସିଆରରେ କୌଣସି ପ୍ରକାରର ନିର୍ମାଣ ନିଷେଧ | ଏଥି ସହିତ, ସାବୋଟେଜ୍ ଏବଂ ସର୍ବସାଧାରଣ କାର୍ଯ୍ୟକଳାପ ଉପରେ ନିଷେଧାଦେଶ ଦିଆଯାଇଛି |

    କ’ଣ ବନ୍ଦ ରହିବ?
    GRAP 3 ର କାର୍ଯ୍ୟାନ୍ୱୟନ ହେତୁ ଦିଲ୍ଲୀ-ଏନସିଆରର ଅନ୍ୟ ରାଜ୍ୟରୁ ଆସୁଥିବା ସମସ୍ତ ଆନ୍ତଃ ରାଜ୍ୟ ବସ୍, ଇଲେକ୍ଟ୍ରିକ୍ ଏବଂ ସିଏନ୍ଜି ଯାନ, ବିଏସ୍ -6 ଡିଜେଲ ବସ୍ ଏବଂ ଅନ୍ୟାନ୍ୟ ଯାନକୁ ଦିଲ୍ଲୀ ପ୍ରବେଶ ଉପରେ ବାରଣ କରାଯାଇଛି। GRAP 3 ଲାଗୁ ହେବା ସହିତ ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ ଏବଂ ଗୌତମ ବୁଦ୍ଧ ନାଗର ଜିଲ୍ଲାରେ ବିଏସ-ପେଟ୍ରୋଲ ଏବଂ ବିଏସ- ଡିଜେଲ ଯାନ ଚଲାଇବା ଉପରେ ପ୍ରତିବନ୍ଧକ ଲଗାଯିବ। ଏହା ବ୍ୟତୀତ ପେଣ୍ଟିଂ, ୱେଲଡିଂ ଏବଂ ଗ୍ୟାସ୍ କାଟିବା ଭଳି କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯିବ। ଏହି ଅବଧି ମଧ୍ୟରେ, ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଆବର୍ଜନା ପରିବହନ ମଧ୍ୟ ନିଷେଧ | ସିମେଣ୍ଟ, ପ୍ଲାଷ୍ଟର ଏବଂ ଆବରଣ ପରି କାର୍ଯ୍ୟ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଛି | ଏହି ସମୟ ମଧ୍ୟରେ ରାସ୍ତା ନିର୍ମାଣ ଏବଂ ଅନ୍ୟାନ୍ୟ ମରାମତି କାର୍ଯ୍ୟ ମଧ୍ୟ ବନ୍ଦ ରହିବ |

    GRAP 3 ଲାଗୁ ହେଲେ କେଉଁଠାରେ ପଡିବ ପ୍ରଭାବ?
    ଦିଲ୍ଲୀରେ GRAP 3 ଲାଗୁ ହେତୁ ଅନ୍ୟ ରାଜ୍ୟରୁ ଡିଜେଲ ଯାନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଭଳି ପରିସ୍ଥିତିରେ ଏହା ଦିଲ୍ଲୀର ଅନେକ ଜରୁରୀ ଦ୍ରବ୍ୟ ଯୋଗାଣ ଉପରେ ପ୍ରଭାବ ପକାଇପାରେ | ଏପରି ପରିସ୍ଥିତିରେ, ଯଦି କିଛି ଜରୁରୀ ଜିନିଷର ଯୋଗାଣ ଦୀର୍ଘ ସମୟ ଧରି ବାଧାପ୍ରାପ୍ତ ହୁଏ, ତେବେ ଏହା ସମ୍ପୃକ୍ତ ଜିନିଷର ମୂଲ୍ୟ ଉପରେ ପ୍ରଭାବ ପକାଇବ ଏବଂ ସେହିସବୁ ପୂର୍ବ ଅପେକ୍ଷା ଅଧିକ ମହଙ୍ଗା ହୋଇପାରେ | ପ୍ରଦୂଷଣର ସ୍ତରକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୁଡିକ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅନଲାଇନ୍ ମୋଡରେ ପରିଣତ କରାଯାଇଛି ।

    କେଉଁଠି କେତେ AQI?
    ଶୁକ୍ରବାର ଦିନ, ଦିଲ୍ଲୀର ବିଭିନ୍ନ ସ୍ଥାନରେ AQI ସ୍ତର ୪୦୦ ଅତିକ୍ରମ କରିଛି, ଆଲିପୁରରେ AQI ୪୪୩ , ଆନନ୍ଦ ବିହାରରେ ୪୭୪, ଅଶୋକ ବିହାରରେ ୪୭୮, ଚାନ୍ଦନୀ ଚୌକ ୪୧୬ , CRRI ମଥୁରା ରୋଡରେ AQI ରେକର୍ଡ କରାଯାଇଛି | ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର, ଦିଲଶାଦ ବଗିଚାରେ ୪୦୭ | ନରେଲାରେ AQI ୪୪୭ , ନେହେରୁ ନଗରରେ AQI ୪୮୦ , ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଉତ୍ତର କ୍ୟାମ୍ପସରେ ୪୪୮ , ଦ୍ୱାରକାରେ ୪୪୪, ଚହଲା ଚରଣ -୨ ରେ ୪୬୧, ପାଟର୍ଗଞ୍ଜରେ ୪୭୫ , ପଞ୍ଜାବୀ ବାଗରେ ୪୬୮, ପୁଷ୍କରେ ୪୭୭ ଏବଂ ଆରକୀ ପୁରାମରେ AQI ୪୫୮ ରେକର୍ଡ କରାଯାଇଥିଲା | ଏହା ସହିତ, ଆଇଟିଓ ଦିଲ୍ଲୀରେ AQI ୪୪୬, ଜାହାଙ୍ଗୀରପୁରୀରେ ୪୬୮, ଜବାହରଲାଲ ନେହେରୁ ଷ୍ଟାଡିୟମରେ ୪୪୪, ଲୋଡି ରୋଡରେ ୩୪୯, ନାଜାଫଗଡରେ AQI ୪୮୨ ରେକର୍ଡ କରାଯାଇଛି |

  • ସୂଚନା ଟିଭିର ମହାପ୍ରଭାବ, ଚେତିଲା ପ୍ରଶାସନ ଖୁବ୍ ଶୀଘ୍ର ହେବ ଭୁଇଁପୁର ଜାଲି ରାସ୍ତା

    ସୂଚନା ଟିଭିର ମହାପ୍ରଭାବ, ଚେତିଲା ପ୍ରଶାସନ ଖୁବ୍ ଶୀଘ୍ର ହେବ ଭୁଇଁପୁର ଜାଲି ରାସ୍ତା

    ଖୋଦ୍ ପାଟଣା ବିଧାୟକଙ୍କ ପଞ୍ଚାୟତକୁ ରାସ୍ତା ନ ଥିବାରୁ ଯାଇ ପାରୁନଥିଲା ଲକ୍ଷ୍ମୀ ବସ୍। ଗ୍ରାମ ବାସୀ ପ୍ରଶାସନକୁ ବାରମ୍ବାର ଗୁହାରି ପରେ ମଧ୍ୟ ଚେତୁନଥିଲା ପ୍ରଶାସନ। ଏପରିକି ବିଧାୟକ ମଧ୍ୟ ଗୁରୁତ୍ୱ ଦେଉନଥିବାରୁ ଗ୍ରାମବାସୀ ନିଜ ଖର୍ଚ୍ଚରେ ରାସ୍ତା ନିର୍ମାଣ କାମ ଆରମ୍ଭ କରିଥିଲେ। ଏ ନେଇ ସୂଚନା ଟିଭିରେ ସର୍ବ ପ୍ରଥମ ଖବର ପ୍ରସାରଣ ପରେ ଚେତିଛି ଚମ୍ପୁଆ ବ୍ଲକ ପ୍ରଶାସନ। ଆଜି ଜାଲି ଗ୍ରାମରେ ପହଞ୍ଚି ରାସ୍ତାର ଅବସ୍ଥା ସମ୍ପର୍କରେ ଯାଞ୍ଚ କରିବା ପରେ ଖୁବ ଶିଘ୍ର ରାସ୍ତା କାମ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡିଛି।

    ସୂଚନାନୁଯାୟୀ ଚମ୍ପୁଆ ବ୍ଲକ ଭୁଇଁପୁର ଠାରୁ ଜାଲି ପଞ୍ଚାୟତ ଯାଏଁ ସଂଯୋଗ କରୁଥିବା ରାସ୍ତା ମରାମତି ଅଭାବରୁ ଗମନାଗମନ ପାଇଁ ଅନୁପଯୋଗୀ ହୋଇପଡିଥିଲା। ଯାହାକୁ ନେଇ ଜାଲି ପଞ୍ଚାୟତ କୁ ଲକ୍ଷ୍ମୀ ଯୋଜନା ବସ୍ ଭୁଇଁପୁର ଠାରୁ ଫେରି ଆସୁଥିବାବେଳେ ବସ୍ ସେବାରୁ ବଞ୍ଚିତ ହୋଇଥିଲେ ଜାଲି ପଞ୍ଚାୟତ ବାସି। ତେବେ ବସ୍ ସେବା ପାଇଁ ବାରମ୍ବାର ପ୍ରଶାସନକୁ ଗୁହାରି ପରେ ମଧ୍ୟ ପ୍ରଶାସନ ଗୁରୁତ୍ବନ ଦେବା ରୁ ଶେଷରେ ଗ୍ରାମ ବାସୀ ନିଜେ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ଖବର ପ୍ରଥମେ ସୂଚନା ଟିଭି ରେ ପ୍ରସାରଣ କରାଯାଇଥିଲା ,ଖବରା ବାଜିବା ପରେ ରାସ୍ତା ନିର୍ମାଣ ପାଇଁ ତତ୍ପରତା ଦେଖାଇଛି ଚମ୍ପୁଆ ବ୍ଲକ ପ୍ରଶାସନ। ଆଜି ଚମ୍ପୁଆ ବିଡ଼ିଓ ରାଜା ରଞ୍ଜିତ ପ୍ରତାପ ବଳ ଙ୍କ ସହିତ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ,ଜାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଜାଲି ଗ୍ରାମ କୁ ଯାଇ ସମ୍ପୃକ୍ତ ରାସ୍ତା ସ୍ଥିତି ସମ୍ପର୍କରେ ଅବଗତ ହେବା ସହ ଶିଘ୍ର ରାସ୍ତା କାମ ଆରମ୍ଭ କରିବାକୁ ଗ୍ରାମ ବାସୀ ଙ୍କୁ ଆଶ୍ୱାସନା ଦେଇ ଥିବା ଜଣାପଡିଛି।