Category: ମୁଖ୍ୟ ଖବର

  • ମୃତ ଦାଦନ ପରିବାରକୁ ସହଯୋଗର ହାତ ବଢ଼ାଇଲେ ସରପଞ୍ଚ

    ମୃତ ଦାଦନ ପରିବାରକୁ ସହଯୋଗର ହାତ ବଢ଼ାଇଲେ ସରପଞ୍ଚ

    ଚାନ୍ଦବାଲି ବ୍ଳକ ଖେରଙ୍ଗ ପଞ୍ଚାୟତ ପଳାଶପୁର ଗ୍ରାମର ମୃତ ଦାଦନ ଶ୍ରମିକ ସିଦ୍ଧାର୍ଥ ରାଉତଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ବିଜେଡ଼ି ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳ ସହ ବାଲେଶ୍ଵରର’ଆପଣ ଏକା ନୁହଁନ୍ତି’ ସ୍ବଛାସେବୀ ସଙ୍ଗଠନ ।

    ଚାନ୍ଦବାଲି ବ୍ଳକ ଖେରଙ୍ଗ ପଞ୍ଚାୟତ ପଳାଶପୁର ଗ୍ରାମର ଅଭିରାମ ରାଉତଙ୍କ ପୁଅ ସିଦ୍ଧାର୍ଥ ରାଉତ ସୁଦୁର ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ଠିକାଦାରଙ୍କ ଆକ୍ରୋଶର ଶିକାର ହୋଇଥିଲେ। । ତିନି ବର୍ଷ ବିନା ଦରମାରେ ବେଠି ଖଟାଇବା ପରେ ଦରମା ଟଙ୍କା ମାଗିବାରୁ ଚଳିତ ମାସ ୧୦ ତାରିଖ ଦିନ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିଲା । ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।ଉକ୍ତ ଖବର ପ୍ରସାରିତ ହେବାପରେ ବାଲେଶ୍ଵର ଖାଇରାର ‘ଆପଣ ଏକା ନୁହଁନ୍ତି’ ସ୍ୱଛାସେବୀ ଟ୍ରଷ୍ଟର ସଭ୍ୟବୃନ୍ଦ ଖେରଙ୍ଗ ସରପଞ୍ଚଙ୍କ ସହାୟତାରେ ସିଦ୍ଧାର୍ଥଙ୍କ ଘରେ ପହଞ୍ଚିଥିଲେ ।

    ସେଠାରେ ତାଙ୍କ ବୃଦ୍ଧ ପିତାମାତାଙ୍କୁ ଭେଟି ଭଲମନ୍ଦ ପଚାରି ବୁଝିବା ସହ ଆର୍ଥିକ ସହାୟତା ବାବଦରେ ତାଙ୍କ ପରିବାରକୁ ରାସନ ସାମଗ୍ରୀ, କମ୍ବଳ, ଲୁଗାପଟା ଆଦି ପ୍ରଦାନ କରିଥିଲେ । ଗରିବ ତଥା ଅସହାୟ ଅଭିରାମଙ୍କ ପରିବାରକୁ ଆର୍ଥିକ, ନ୍ୟାୟିକ ସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଥିବା ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳଙ୍କ ଉଦ୍ୟମକୁ ‘ଆପଣ ଏକା ନୁହଁନ୍ତି’ ଟ୍ରଷ୍ଟର ସମ୍ପାଦକ ସୁଶାନ୍ତ କୁମାର ବେହେରା ପ୍ରସଂଶା କରିଥିଲେ ।

  • ଡକାୟତି ଯୋଜନା ପଣ୍ଡ,ଅସ୍ତ୍ର ଶସ୍ତ୍ର ସହିତ ପାଞ୍ଚ ଗିରଫ

    ଡକାୟତି ଯୋଜନା ପଣ୍ଡ,ଅସ୍ତ୍ର ଶସ୍ତ୍ର ସହିତ ପାଞ୍ଚ ଗିରଫ

    ଚାଲିଥିଲା ଡକାୟତି ଯୋଜନା , ପଣ୍ଡ କଲା ବରଗଡ଼ ପୋଲିସ । ସୂଚନା ଅନୁଯାୟୀ ତ କାଲି ବିଳମ୍ବିତ ରାତିରେ ବରଗଡ ପୁରୁଣା ଜିରା ବ୍ରିଜ ନିକଟ ସ୍ମଶାନ ଘାଟ ନିକଟରେ ପାଞ୍ଚ ଜଣ ଯୁବକ ଡକାୟତି ନେଇ ଯୋଯନା କରୁଥିଲେ ।ମାତ୍ର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବରଗଡ଼ SP ପ୍ରହଲ୍ଲାଦ ସାହାଇ ମିନାଙ୍କ ନିଁର୍ଦ୍ଦେଶ କ୍ରମେ ବରଗଡ଼ ଟାଉନ ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକରଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଜିରା ବ୍ରିଜ ସ୍ମଶାନ ଘାଟରେ ଅତର୍କିତ ଚଢ଼ାଉ କରାଯାଇଥିଲା ।

    ଏହି ଚଢାଉରେ ଞ୍ଚୋଟି ପିସ୍ତଲ ସହ ୩୪ ଟି ଜୀବନ୍ତ ଗୁଳି ଓ ପାଞ୍ଚୋଟି ମୋବାଇଲ ଫୋନ ସହ ପାଞ୍ଚ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ତେବେ ଏତେ ବନ୍ଧୁକ ଆଉ ଗୁଳି ଦେଖି ପ୍ରଶ୍ନ ଉଠୁଛି ଏହି ପାଞ୍ଚ ଅଭିଯୁକ୍ତ ବଡ ଧରଣର ଡକାୟତ ଯୋଜନା ପାଇଁ ଆସିଥିଲେ ନାଁ ବନ୍ଧୁକ ଚୋରା ଚାଲାଣ ପାଇଁ ଆସିଥିଲେ ।ଏମାନଙ୍କର ଆଉ କେହି ମାଷ୍ଟର ମାଇଣ୍ଡ ଅଛନ୍ତି କି । ଯଦି ବନ୍ଧୁକ ଚେରାଚାଲଣ ହେଉଥିଲା ତେବେ କେଉଁଠାକୁ ଚୋରାଚାଲଣ ହେଉଥିଲା । ଏହି ସବୁ ଦିଗକୁ ପୋଲିସ ଅନୁଧ୍ୟାନ କରି ତଦନ୍ତ ଆରମ୍ବ କରିଛି I ତଦନ୍ତ ସରିବା ପରେ ସର୍ବିଶେଷ ତଥ୍ୟ ଦିଆଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ କରିଛନ୍ତି

  • ପରିବାର ପ୍ରତିପୋଷଣରେ ବର୍ଜ୍ୟଜଳ ସାଜିଛି ବାଧକ

    ପରିବାର ପ୍ରତିପୋଷଣରେ ବର୍ଜ୍ୟଜଳ ସାଜିଛି ବାଧକ

    ପାରାଦ୍ଵୀପ ଓ କେନ୍ଦ୍ରାପଡା ଜିଲ୍ଲାର କୈବର୍ତ୍ତ ପରିବାର ଏବେ ଭୋକ ଉପାସରେ। କମ୍ପାନୀର ବର୍ଜ୍ୟ ବସ୍ତୁ ପ୍ରଭାବରେ ନଦୀ ଗୁଡିକର ଜଳ ଏବେ ପ୍ରଦୁଷିତ ହେଉଛି । ମାଛ ବଂଶ ବୃଦ୍ଧିରେ ବାଧକ ସାଜିଛି କମ୍ପାନୀ ଗୁଡ଼ିକର ବର୍ଜ୍ୟ ଜଳ। ପୂର୍ବରୁ କୁଜଙ୍ଗର ଷଣ୍ଢ ରାଜା କୈବର୍ତ୍ତ ମାନଙ୍କୁ କୁଜଙ୍ଗ ଓ ପାରାଦ୍ଵୀପ ଅଞ୍ଚଳର ୫୭ କିତା ନଦୀ ପ୍ରଦାନ କରିଥିଲେ । ଯାହାର ମାଲିକ ହେଉଛନ୍ତି ଷୋଳଭାଇ କୈବର୍ତ୍ତ ସମାଜ | ସେମାନେ ନଦୀରୁ ମାଛ ମାରି ପରିବାର ପ୍ରତିପୋଷଣ କରୁଥିଲେ । ଧିରେ ଧିରେ ଏହି ନଦୀ ଗୁଡିକ ଜବରଦଖଲ କରାଯିବା ସହିତ କମ୍ପାନୀ ର ପ୍ରଦୁଷିତ ଜଳ ବାଧକ ସାଜିଛି ।

    ମହାନଦୀ ମୁହାଣ‌ ଦେଇ ସମୁଦ୍ର ରୁ ମାଛ ମହାନଦୀ କୁ ଆସିଥାନ୍ତି ଏବଂ ଏହି ମାଛ ଧରି ସେମାନେ ପରିବାର ପ୍ରତିପୋଷଣ କରୁଥିଲେ । ମାତ୍ର ଏବେ ତାହା ସମ୍ଭବ ହେଉନାହିଁ, ଯାହାକୁ ନେଇ କୁଜଙ୍ଗ ବ୍ଲକର ବିଶ୍ବାଳୀ ଠାରେ କୁଜଙ୍ଗ, ଏରସମା, କେନ୍ଦ୍ରାପଡା ଜିଲ୍ଲାର କୈବର୍ତ୍ତ ମାନଙ୍କୁ ନେଇ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା ।

  • ଜଳେଶ୍ବର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, କଣ୍ଟେନର ସହ ଜଳିଗଲା ଡ୍ରାଇଭର

    ଜଳେଶ୍ବର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, କଣ୍ଟେନର ସହ ଜଳିଗଲା ଡ୍ରାଇଭର

    ଶନିବାର ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜଳେଶ୍ୱର ଦେଇ ପଶ୍ଚିମବଙ୍ଗରୁ ତାମିଲନାଡୁ ଆଡକୁ ଦ୍ରୁତ ଗତିରେ ଯାଉଥିବା ଚା’ ବୋଝେଇ କଣ୍ଟେନର ଭାରସାମ୍ଯ ହରାଇ ଲକ୍ଷ୍ମଣ ନାଥ ଟୋଲପ୍ଲାଜାରେ ଥିବା ପକ୍କା ଡିଭାଇଡର ଉପରକୁ ଚଢି ଯାଇ ଟୋଲ ପ୍ଲାଜାର କେବିନକୁ ଜୋରରେ ଧକ୍କା ଦେଇ କଣ୍ଟେନରଟି ହୁ ହୁ ହୋଇ ଜଳିବାକୁ ଲାଗିଥିଲା । କେବିନ ମଧ୍ୟରେ ଥିବା ଟୋଲ କର୍ମଚାରୀ ଅଳ୍ପକେ ରକ୍ଷା ପାଇଥିବା ବେଳେ କଣ୍ଟେନରରେ ଥିବା ଡ୍ରାଇଭର ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲେ । କଣ୍ଟେନର ସହ ହେଲପର ମଧ୍ଯ ଜଳି ଯାଇ ଥିବା ସନ୍ଦେହ କରାଯାଉଥିବାବେଳେ ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତି ଯେ ଟ୍ରକରେ ହେଲ୍ପର ନ ଥିଲେ ।

    ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ, ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହେବାପରେ ଡିଜେଲ ଟାଙ୍କି ଫାଟି ସେଥିରୁ ଡିଜେଲ ଲିଙ୍କ ହୋଇ ଗାଡ଼ିରେ ନିଆଁ ଲାଗିଯାଇଥିଲା ଗାଡ଼ିରେ ନିଆଁ ଲାଗିବ ଫଳରେ ଟାୟାର ଫାଟିବାରୁ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା

    ପ୍ରାୟ ଏକ ଘଣ୍ଟାର ଅପରେଶନ ପରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲା ବେଳେ ଜଳେଶ୍ୱର ପୋଲିସ ଘଟଣାର ତଦନ୍ତ ଜାରୀ ରଖିଛି। ଡ୍ରାଇଭର ଆଖି ଲାଗି ଯାଇଥିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକମାନେ କହୁଥିଲା ବେଳେ ପୋଲିସର ତଦନ୍ତ ପରେ ସମସ୍ତ ସତ୍ୟତା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

    — ଜଳେଶ୍ବରରୁ ଚନ୍ଦନ କୁମାର ଜେନାଙ୍କ ରିପୋର୍ଟ, Suchanatv24x7

  • କନ୍ଧମାଳରେ ୧୦ ଡିଗ୍ରୀ ତଳେ ପାରଦ, ଅସ୍ତବ୍ୟସ୍ତ ଜୀବନ

    କନ୍ଧମାଳରେ ୧୦ ଡିଗ୍ରୀ ତଳେ ପାରଦ, ଅସ୍ତବ୍ୟସ୍ତ ଜୀବନ

    କିଛି ସ୍ଥାନରେ ଲୋକମାନେ ନିଆଁ ଜାଳି ଶୀତ ଦାଉରୁ ରକ୍ଷା ପାଉଛନ୍ତି, କିଛି ସ୍ଥାନରେ ବ୍ୟାୟାମ କରୁଅଛନ୍ତି। ଶୀତୁଆ ଦିନର ପରିବା ଜି. ଉଦୟଗିରି ବଜାରରେ ଆସି ବିକ୍ରି ହେଉଅଛି ସତ, କିନ୍ତୁ ଦରଦାମ ଆକାଶ ଛୁଆଁ ରହିଅଛି। କୁହୁଡି ଯୋଗୁଁ ସକାଳ ଆଠ ଘଣ୍ଟା ଯାଏଁ ସୂର୍ଯ୍ୟ କିରଣ ପଡୁନାହିଁ।

    କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେଉଅଛି। ଲଗାତାର ଭାବେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଅଛି। ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରୀ ଜି. ଉଦୟଗିରିରେ ରହିଥିବାର ଜଣା ପଡ଼ିଅଛି। ଓଡ଼ିଶାରର ସବୁଠାରୁ ଶୀତୁଆ ସହର ଭାବେ ଜି. ଉଦୟଗିରି ରହିଥିବାର ଜଣା ପଡ଼ିଅଛି। ଶୀତ ସାଂଗକୁ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଅଛି କୁହୁଡି। କିଛି ସ୍ଥାନରେ ଲୋକମାନେ ନିଆଁ ଜାଳି ଶୀତ ଦାଉରୁ ରକ୍ଷା ପାଉଛନ୍ତି, କିଛି ସ୍ଥାନରେ ବ୍ୟାୟାମ କରୁଅଛନ୍ତି। କାକର ପଡ଼ି ଗଛର ପତ୍ରସବୁ ଅତି ସୁନ୍ଦର ଦେଖା ଯାଉଅଛି। କୁହୁଡି ଯୋଗୁଁ ସକାଳ ଆଠ ଘଣ୍ଟା ଯାଏଁ ସୂର୍ଯ୍ୟ କିରଣ ପଡୁନାହିଁ।

    ଜିଲ୍ଲାର ଜି. ଉଦୟଗିରି,ଦାରିଙ୍ଗିବାଡି, ଫୁଲବାଣୀ, ରାଇକିଆ, ଟିକାବାଲି ,ବାଲିଗୁଡ଼ା, ବେଲଘର ଆଦି ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଶୀତୁଆ ଦିନର ପରିବା ଜି. ଉଦୟଗିରି ବଜାରରେ ଆସି ବିକ୍ରି ହେଉଅଛି ସତ, କିନ୍ତୁ ଦରଦାମ ଆକାଶ ଛୁଆଁ ରହିଅଛି। ସ୍ଥାନୀୟ ଅଞ୍ଚଳରୁ ସଂଗୃହିତ ହେଉଥିବା ପରିବା ବାହାରେ ବିକ୍ରି ହେଉଥିବାରୁ ଦର୍ ଖସିବାର ନା ଧରୁନି। ପରିବା ଦର ଚଢ଼ା ଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାସ୍ତା କଡ଼ରେ ଚାଷୀମାନେ ନିଜେ ଅମଳ କରୁଥିବା ପରିବା ଆଣି ରାସ୍ତା କଡ଼ରେ ବିକ୍ରି କରୁଛନ୍ତି। ବିଶେଷ କରି ବିନ, ଫୁଲକୋବି ଭଳି ପରିବାର ବଜାରରେ ଖୁବ ଚାହିଦା ରହିଛି ।

  • ସାବଧାନ! ବାଲି ମାଫିଆ ଏଣିକି ବେଆଇନ କାର୍ଯ୍ୟରେ କଡା କାର୍ଯ୍ୟାନୁଷ୍ଠାନ

    ସାବଧାନ! ବାଲି ମାଫିଆ ଏଣିକି ବେଆଇନ କାର୍ଯ୍ୟରେ କଡା କାର୍ଯ୍ୟାନୁଷ୍ଠାନ

    ବାଲେଶ୍ବର ଜିଲ୍ଲା ଜଳେଶ୍ବର ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନ ବେଳେ, ମହମ୍ମଦନଗର ପାଟଣା, ଅଗ୍ରୱାଲା ଛକ ଓ ଆମ୍ବଳିଅଠା ଛକରେ ଅଚାନକ ଚଢ଼ାଉ କରି ଗୋଟିଏ ବାଲି ବୋଝେଇ ଡମ୍ପର, ୬ ଟି ଟ୍ରାକ୍ଟର ଏବଂ ଗୋଟିଏ ଜେସିବି ମେସିନ ଜବତ କରିଛି ଜଳେଶ୍ୱର ପୋଲିସ ।

    ବାଲେଶ୍ବର ଜିଲ୍ଲା ଜଳେଶ୍ବର ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନ ବେଳେ ଚଢ଼ାଉ କଲା ଜଳେଶ୍ୱର ପୋଲିସ । ମହମ୍ମଦନଗର ପାଟଣା, ଅଗ୍ରୱାଲା ଛକ ଓ ଆମ୍ବଳିଅଠା ଛକରେ ଅଚାନକ ଚଢ଼ାଉ ଗୋଟିଏ ବାଲି ବୋଝେଇ ଡମ୍ପର, ୬ ଟି ଟ୍ରାକ୍ଟର ଏବଂ ଗୋଟିଏ ଜେସିବି ମେସିନ ଜବତ କରିଛି ପୋଲିସ ।

    ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅଧିନସ୍ଥ ସୁବର୍ଣ୍ଣରେଖା ନଦୀର ଥିବା ସରକାରୀ ବାଲି ସୌରାତ ଗୁଡିକ ବନ୍ଦ ଥିଲା ବେଳେ ଏହାର ସୁଯୋଗ ନେଇ ବାଲି ମାଫିଆ ମାନେ ପୋଲିସକୁ ଚକମା ଦେଇ ବିଳମ୍ବିତ ରାତିରେ ବାଲି ଉତ୍ତୋଳନ କରି ମାଲେମାଲ ହେଉଥିଲେ ।

    ଅନ୍ୟପଟେ, ବାଲି ମାଫିଆଙ୍କ ଦୌରାତ୍ମ୍ୟ ଯୋଗୁ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିଲେ ସରକାର । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ, ଜଳେଶ୍ୱର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବାପରେ ଅଧିକ ତଦନ୍ତ ଜାରୀ ରଖିଛି ।

  • ଜୀବନ ବଞ୍ଚିବା ପାଇଁ ଝରଣାପାଣି ସାହା, ଶିକ୍ଷା କଥା କିଏ ପଚାରେ, ଇଏ କଣ ଆମ ଅସ୍ମି…?

    ଜୀବନ ବଞ୍ଚିବା ପାଇଁ ଝରଣାପାଣି ସାହା, ଶିକ୍ଷା କଥା କିଏ ପଚାରେ, ଇଏ କଣ ଆମ ଅସ୍ମି…?

    ଦୁର୍ଗମ ନିୟମଗିରି ପାହାଡରେ ଅବସ୍ଥିତ ଗାଇଲଙ୍ଗା ଗ୍ରାମରେ ପ୍ରାୟ ୧୬ ଟି ଜନଜାତି ପରିବାର ବସବାସ କରନ୍ତି । ଦୁର୍ଗମ ଇଲାକା ବୋଲି ଏଠାରେ ନା ଅଛି ସ୍ବଚ୍ଛ ପାନୀୟ ଜଳ, ନା ଅଛି ସ୍ବାସ୍ଥ୍ୟ ସେବା, ନା ଅଛି ଶିକ୍ଷାର ବ୍ୟବସ୍ଥା। ଏହି ପାହାଡ଼ିଆ ଅଞ୍ଚଳ ପାଇଁ ଏସବୁ ପାଲଟିଛି ସାତ ସପନ।

    ସ୍ୱାଧୀନ ଭାରତ ୭୭ ବର୍ଷ ଅତିକ୍ରମ କରିସାରିଲାଣି ହେଲେ ଆଜି ବି ସ୍ବଚ୍ଛ ପାନୀୟ ଜଳ ନପାଇ ହନ୍ତସନ୍ତ ବଣ-ପାହାଡ଼ ଘେରା ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡା ବ୍ଲକ ଅଧିନସ୍ଥ ମୁନିଖୋଲ ପଞ୍ଚାୟତର ଗାଇଲଙ୍ଗା ଗ୍ରାମର ଅଧିବାସୀ । ସୁବିଧା ନାଁରେ ସେମାନଙ୍କ ପାଖରେ ଯାହା ପହଂଚିଛି ସେକଥା ନ କହିବା ଭଲ । ଆଜି ବି ପାନୀୟ ଜଳ ପାଇଁ ଗ୍ରାମର ମହିଳା ଝରଣା ପାଣି ଉପରେ ନିର୍ଭରଶୀଳ । ପାଣିପାଇଁ ନିଜ ଜୀବନକୁ ବିପନ୍ନକରି ହିଂସ୍ର ବନ୍ୟଜନ୍ତୁ ଭରା ଜଙ୍ଗଲ ରାସ୍ତାରେ ସେମାନଙ୍କୁ ଦୈନିକ ୪ କିମିରୁ ଉର୍ଦ୍ଧ୍ବ ରାସ୍ତା ଅତିକ୍ରମ କରିବାକୁ ପଡୁଛି । ଗତ ୨୧/୨୨ ମସିହାରେ DKDA,OPELIP ସଂସ୍ଥା ତରଫରୁ ଗ୍ରାମବାସୀଙ୍କୁ ଏକ ପାଇପ୍ ଯୋଗେ ଝରଣା ପାଣି ଯୋଗାଇ ଦିଆଯାଇଥିଲା; କିନ୍ତୁ ତାହା ଦୀର୍ଘ ତିନି ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ରାସ୍ତା ଖୋଳିବା ସମୟରେ JCB ମେସିନ ଚଳାଚଳ ଯୋଗୁ ଭାଙ୍ଗିଯିବା ଫଳରେ ପାନୀୟ ଜଳର ସୁବିଧା ଠପ୍ ହୋଇଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

    ଦୁର୍ଗମ ନିୟମଗିରି ପାହାଡରେ ଅବସ୍ଥିତ ଗାଇଲଙ୍ଗା ଗ୍ରାମରେ ପ୍ରାୟ ୧୬ ଟି ପରିବାର ବସବାସ କରନ୍ତି । ଅପହଞ୍ଚ ଇଲାକା ହୋଇଥିବାରୁ ଶିକ୍ଷାଦାନ ମଧ୍ୟ ଏହି ମାନଙ୍କ ପାଇଁ ଅପହଞ୍ଚ ହୋଇପଡିଛି। ସରକାର ଡଙ୍ଗରିଆ କନ୍ଧମାନଙ୍କ ପାଇଁ ଯୋଜନା ପରେ ଅନେକ ଯୋଜନା କରୁଛନ୍ତି ସତ କିନ୍ତୁ ଏଭଳି ଦୁର୍ଗମ ଇଲାକାରେ ଯୋଜନା ସବୁ ଫେଲ ମାରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସ୍ଥାନୀୟ ମୁନିଖୋଲ ପଞ୍ଚାୟତ ଆଶ୍ରମ ସ୍କୁଲ୍କୁ ଯିବା ପାଇଁ ହେଲେ ପ୍ରାୟ ୭ କିଲୋମିଟର ହେଉଥିବାରୁ ପିଲାମାନଙ୍କ ବାପା-ମା’ ଯିବା ଆସିବା ଭୟରେ ପିଲା ମାନଙ୍କୁ ସ୍କୁଲକୁ  ଛାଡ଼ୁନଥିବା ଦେଖିବାକୁ ମିଳୁଛି। ପିଲାମାନଙ୍କ ପାଠ ପଢିବାର ବହୁ ଇଚ୍ଛା ଶକ୍ତି ଥିଲେବି ତାହା ସ୍ବପ୍ନରେ ହିଁ ସିମିତ ରହିଯାଇଥିବା ଏଥିରେ ଜଣାପଡ଼ୁଛି । ବହୁତ ଦୁଃଖର କଥା ଏହି ଭଳି ଅଞ୍ଚଳରେ ଶିକ୍ଷାର ବ୍ୟବସ୍ଥା ନଥିବାରୁ ଅଧିକାଂଶ ପିଲା ପାଠ ପଢିବା ବୟସରେ ଘରେ ବାପ-ମାଙ୍କୁ ଚାଷ ବାସ କରିବାରେ ସାହାଯ୍ୟ କରିବାକୁ ଘରେ ରହିଥିବା ଦେଖିବାକୁ ମିଳିଛି।

    ପାନୀୟ ଜଳ, ସ୍ବାସ୍ଥ୍ୟ ସେବା, ଶିକ୍ଷା ଓ ଅନ୍ୟ ସମସ୍ୟାକୁ ନେଇ ଗ୍ରାମର ଭକ୍ତ ପଲକିଆ, ନିରାକାର ପଲକିଆ, ଅଭିମନ୍ୟୁ ଚିଛୁଆନ୍, ଶବର ଭାତ୍ରା, ମାଳିଧନ ପଲକିଆ, ଚିତ୍ର ସିକକା, ପାଲାଡି ଜାକେଶିକା, କାମନ୍ତି ବାଗ, ରେବତୀ ପଲକିଆ, ନିଳାବତୀ ବାଗ ପ୍ରମୁଖ ମୁନିଗୁଡା ବି.ଡି.ଓ. ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ତେବେ, ଏ ଦିଗରେ ସରକାର କିମ୍ବା ବ୍ଲକ ପ୍ରଶାସନ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଏବଂ ଅଞ୍ଚଳ ବାସୀଙ୍କ ଦୁଃଖ କେବେ ଦୁରହେବ ତାହା ଦେଖିବାକୁ ବାକି ରହିଲା।

  • କାହିଁକି ପ୍ରଥମାଷ୍ଟମୀ ପାଳନ କରାଯାଏ?

    କାହିଁକି ପ୍ରଥମାଷ୍ଟମୀ ପାଳନ କରାଯାଏ?

    ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ।ମୁଖ୍ୟତଃ ଏହି ଅଷ୍ଟମୀରେ ଘରର ପ୍ରଥମ ସନ୍ତାନକୁ ପୂଜା କରାଯିବାର ବିଧାନ ରହିଛି। ପ୍ରଥମ ସନ୍ତାନଟି ପୁଅ ହେଉ କିମ୍ବା ଝିଅ, ତାଙ୍କୁ ବନ୍ଧାପନା କରାଯାଇ ପୂଜା କରାଯାଇଥାଏ।କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ପରମ୍ପରା ରହିଛି।

    ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ। ଏହାକୁ ପଢୁଆଁ ଅଷ୍ଟମୀ ବୋଲି ମଧ୍ୟ କୁହାଯାଏ। ଏହି ପର୍ବ ଓଡିଶାର ଏକ ଲୋକପ୍ରିୟ ପର୍ବ ଭାବେ ପରିଚିତ। ଏହି ଦିନକୁ ଓଡିଆ ଘରେ ବେଶ ଜାକଜମକରେ ପାଳନ କରାଯାଇଥାଏ। ମୁଖ୍ୟତଃ ଏହି ଅଷ୍ଟମୀରେ ଘରର ପ୍ରଥମ ସନ୍ତାନକୁ ପୂଜା କରାଯିବାର ବିଧାନ ରହିଛି। ପ୍ରଥମ ସନ୍ତାନଟି ପୁଅ ହେଉ କିମ୍ବା ଝିଅ, ତାଙ୍କୁ ବନ୍ଧାପନା କରାଯାଇ ପୂଜା କରାଯାଇଥାଏ। ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ।

    ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାଆନ୍ତି। ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସ ପୂଜା ଓ ବରୁଣ ପୂଜା ମଧ୍ୟ ହୋଇଥାଏ। ଓଡ଼ିଆ ପରମ୍ପରା ଅନୁଯାୟୀ ଜ୍ୟଷ୍ଠ ସନ୍ତାନଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପିନ୍ଧାଯାଇଥାଏ ।ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି। ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପଢୁଆଁ ହେବା’ କହିଥାନ୍ତି ।

    ପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁ ଘରୁ ଆସିଥାଏ, ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧାରେ ଅଷ୍ଟମୀ ବନ୍ଧୁ ବୋଲି ମଧ୍ୟ କୁହାଯାଏ। ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ। ଏହି ପିଠା ପାଇଁ ହଳଦୀପତ୍ର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ। ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏ ନାହିଁ। କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର କରିବାର ପରମ୍ପରା ରହିଛି।

  • ଅସଲି ଶିବସେନାର ଯୁଦ୍ଧ, ଉଦ୍ଧବ ନଚେତ ସିନ୍ଦେ

    ଅସଲି ଶିବସେନାର ଯୁଦ୍ଧ, ଉଦ୍ଧବ ନଚେତ ସିନ୍ଦେ

    ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଶନିବାର ସକାଳ ୮ ଟାରୁ ଆରମ୍ଭ ହୋଇଯାଇଛି। ଏହି ନିର୍ବାଚନରେ ​​ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ସହଯୋଗୀ ଦଳ ଏବଂ କ୍ଷମତାକୁ ଫେରିବାକୁ ଚେଷ୍ଟା କରୁଥିବା ମହା ବିକାଶ ଆଗାଡି (MVA) ମଧ୍ୟରେ ଚାଲିଥିବା ପ୍ରତିଯୋଗିତାର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି। ପ୍ରାରମ୍ଭିକ ଧାରାରେ,ମହାୟୁତି ଅଗ୍ରଣୀ ଗତିରେ ଆଗେଇ ଚାଲିଛି | ୱର୍ଲି ଆସନରୁ ଶିବସେନା (ୟୁବିଟି) ପ୍ରାର୍ଥୀ ଆଦିତ୍ୟ ଠାକରେ ଅଗ୍ରଣୀ ଅଛନ୍ତି। ଯେଉଁଠାରେ ଏକନାଥ ସିନ୍ଦେ କୋପ୍ରି-ପାଚପାଖଡି ଆସନରୁ ଆଗୁଆ ଅଛନ୍ତି।

    ଏକନାଥ ସିନ୍ଦେ ବନାମ ଉଦ୍ଧବ ଠାକରେ, କିଏ ଜିତିବ ଯୁଦ୍ଧରେ?


    ବିଧାନସଭା ଆସନ ଶିବସେନା ଶିବସେନା (UBT) ଫଳାଫଳ |
    ବାଇକୁଲ୍ଲା ୟାମିନୀ ଯାଦବ ମନୋଜ କାମସୁଟକର
    ୱର୍ଲି ମିଲିନ୍ଦ ଦେଓରା ଆଦିତ୍ୟ ଠାକରେ ଆଦିତ୍ୟ ଠାକରେ
    ମହୀମ ସଦା ଶ୍ରବଣକର ମହେଶ ସାୱନ୍ତ
    ଯୋଗେଶ୍ୱରୀ ପୂର୍ବ ମନୀଷ ୱାକର ଅନନ୍ତ ନର ମନୀଷ ୱାକର ଆଗରେ
    ମାଗଥାନେ ପ୍ରକାଶ ସର୍ଭେ ଉଦେଶ ପାଟେକର ପ୍ରକାଶ ସର୍ଭେ ଆଗରେ
    କୁର୍ଲା ମଙ୍ଗେଶ କୁଦାଲକର ପ୍ରବୀନା ମୋଜକର ମଙ୍ଗେଶ କୁଦାଲକର ଆଗରେ
    ଭିକ୍ରୋଲି ସୁଭର୍ନା କରଣଜେ ସୁନୀଲ ରାଉତ ସୁନୀଲ ରାଉତ ଆଗରେ
    ଦିନ୍ଦୋଶୀ ସଞ୍ଜୟ ନିରୁପମ୍ ସୁନୀଲ ପ୍ରଭାସ ସଞ୍ଜୟ ନିରୁପମ୍ ଆଗରେ
    ଚେମ୍ବୁର ଟୁକାରାମ ପ୍ରକାଶ ଫାଟଫେକର ପ୍ରକାଶ ଫାଟଫେକର ଆଗରେ
    ଆଣ୍ଡେରି ଇଷ୍ଟ ମୁର୍ଜି ପଟେଲ ରୁତୁଜା ଲଟକେ ମୁର୍ଜି ପଟେଲ ଆଗରେ
    ଭଣ୍ଡୁପ ଅଶୋକ ପାଟିଲ ରମେଶ କୋରାଗାଓଁକର
    ଶିବରୀ NA ଅଜୟ ଚୌଧରୀ
    କୋପ୍ରି-ପାଚପାଖଡି ଏକନାଥ ସିନ୍ଦେ କେଦାର ଦିଗେ ଏକନାଥ ସିନ୍ଦେ ଆଗରେ

    ଅମ୍ବରନାଥ ବାଲାଜୀ କିନିକର ରାଜେଶ ୱାନକେଡେ ବାଲାଜୀ କିନିକର ଆଗରେ
    କଲ୍ୟାଣ ପଶ୍ଚିମ ବିଶ୍ୱନାଥ ଭୋଇର ସଚିନ ଭାସେର୍ ବିଶ୍ୱନାଥ ଭୋଇର ଆଗରେ
    ଭବନ୍ଦୀ ଗ୍ରାମୀଣ ଶାନ୍ତାରାମ ମୋରେ ମହାଦେବ ଘଟଲ ଶାନ୍ତାରାମ ଆଗରେ
    କଲ୍ୟାଣ ଗ୍ରାମୀଣ ରାଜେଶ ମୋରେ ସୁଭାଷ ଭୋଇର ରାଜେଶ ମୋରେ ଆଗରେ
    ଓଭାଲା-ମାଜିୱାଡା ପ୍ରତାପ ସାରନାଇକ ନରେଶ ମନେରା

  • ବଦଳିଲା ସରକାର, ବଦଳିନାହିଁ ପୋଲିସର ବ୍ୟବହାର ଓ ଆଚରଣ, ଯଥା ପୂର୍ଵମ ତଥା ପରଂ…

    ବଦଳିଲା ସରକାର, ବଦଳିନାହିଁ ପୋଲିସର ବ୍ୟବହାର ଓ ଆଚରଣ, ଯଥା ପୂର୍ଵମ ତଥା ପରଂ…

    ପରିବର୍ତ୍ତନ ହେଲା ସରକାର, ହେଲେ ପରିବର୍ତ୍ତନ ହେଲାନି ପୋଲିସର ବ୍ୟବହାର ଓ ନ୍ୟାୟ ଦେବାର ପ୍ରଣାଳୀ । ଅଭିଯୋଗ ହେଉଛି, ବିଜେପି ସରକାରଙ୍କ ‘ଜିରୋ କାଜୁଆଲିଟି’ ରେ ପୋଲିସ ବାବୁ ଗରିବ ଅସହାୟ ବିଧବା ମହିଳାଙ୍କୁ ନ୍ୟାୟ ଦେଇପାରୁନି… ନ୍ୟାୟ ଦେବା ତ ଦୂରର କଥା, ଠିକ ସମୟରେ ଅଭିଯୋଗ ପଞ୍ଜିକରଣ ମଧ୍ୟ କରାଯାଉନାହିଁ । ଏଭଳି ଘଟଣା ଘଟିଛି ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଯେଉଁଠି ବିଜେପିର ଜଣେ ଦକ୍ଷ ତଥା ସାଧାରଣ ଲୋକଙ୍କୁ ନ୍ୟାୟ ଦେଉଥିବା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଜନତାଙ୍କ ପ୍ରତିନିଧି ଭାବେ ବିଜୟଲାଭ କରିଛନ୍ତି ।

    ପେଟ ପୋଷିବା ପାଇଁ ରତନପୁର ଗ୍ରାମ ବିଦ୍ୟାଳୟରେ ପାଚିକା ଭାବେ କାମ କରୁଥିବା ଗରିବ ବିଧବା ମହିଳା ଅଞ୍ଜଳି ସାହୁ ସେହି ଗ୍ରାମର ସରକାରୀ ଶିକ୍ଷକ ବୃନ୍ଦାବନ ନାୟକ ଏବଂ ତାଙ୍କ ସାଥୀଙ୍କ ବିରୁଦ୍ଧରେ ଆଣିଛନ୍ତି ସଂଘାତିକ ଅଭିଯୋଗ । ଅଞ୍ଜଳି ଅଭିଯୋଗ କରିଛନ୍ତି ବୃନ୍ଦାବନ ନାୟକ ଏବଂ ତାଙ୍କ ସାଥି ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଯେଉଁ ଘଟଣାକୁ ନେଇ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଗତ ମାସ ୫ ତାରିଖରେ ଅଭିଯୋଗ କରିଥିଲେ, କିନ୍ତୁ ଆସାମୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ପୋଲିସ । ପୋଲିସ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ, ଆସାମୀମାନେ ପୁଣିଥରେ ଅଞ୍ଜଳିଙ୍କୁ ଦୁର୍ବ୍ୟବହାର କରିଥିଲେ । ଆସାମୀମାନଙ୍କ ଦୁର୍ବ୍ୟବହାରରେ ଅତିଷ୍ଟ ହୋଇ, ଅଞ୍ଜଳି ଗତ ୩ ତାରିଖ ଦିନ ସେମାନଙ୍କ ବିରୁଦ୍ଧରେ ଆଉ ଥରେ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୋଗର ୨୦ ଦିନ ବିତିଯାଇଥିଲେ ସୁଦ୍ଧା, ସାମୁଦ୍ରିକ ଥାନାର ଅଧିକାରୀ ସଂଜୟ କୁମାର ଜେନା ଅପର ପକ୍ଷଠାରୁ ଟଙ୍କା ଖାଇ ଆସାମୀଙ୍କୁ ଧରିବା ତ ଦୂରର କଥା ଉକ୍ତ ଅଭିଯୋଗକୁ ପଞ୍ଜିକୃତ ମଧ୍ୟ କରିନାହାଁନ୍ତି ବୋଲି କହିଛନ୍ତି ଅଞ୍ଜଳି ।

    ସାମୁଦ୍ରିକ ଥାନା ଅଧିକାରୀ ସଂଜୟ କୁମାର ଜେନା କେବଳ ଆଜିକାଲି କହି ସମୟ ଅତିକ୍ରାନ୍ତ କରିବା ସହ ଘଟଣାର ତଦନ୍ତପରେ କେସ କରିବାକୁ କହୁଥିବାରୁ, ଆଜି ସକାଳୁ ଥାନା ଆଗରେ ଅଖିଆ ଅପିଆ ବସିରହି ନ୍ୟାୟ ପାଇଁ ଲୁହ ଗଡାଉଛନ୍ତି ଅଞ୍ଜଳି । ତେବେ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଅଞ୍ଜଳି ସାହୁଙ୍କୁ କେବେ ନ୍ୟାୟ ପ୍ରଦାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।