Category: ମୁଖ୍ୟ ଖବର

  • ଧାନ ବିଲରୁ ମିଳିଲା ମୃତ ଦେହ, ହତ୍ୟା ସନ୍ଦେହ

    ଧାନ ବିଲରୁ ମିଳିଲା ମୃତ ଦେହ, ହତ୍ୟା ସନ୍ଦେହ

    ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ସଦର ଥାନା ଅନ୍ତର୍ଗତ ଏହି ଘଟଣା ଲୋକ ଲୋଚନକୁ ଆସିଥିଲା । ବିରେନ୍ଦ୍ର ମାଝି ନାମକ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କ ଶବ ଧାନ ବିଲରୁ ଚିହ୍ନଟ ହୋଇଥିଲା। ଘଟଣା ପ୍ରଘଟ ହେବା ମାତ୍ରେ ସଦର ପୋଲିଶ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ବିରେନ୍ଦ୍ରଙ୍କ ଘର ଠାରୁ ମାତ୍ର ୩ ଶହ ମିଟର ଦୂରରେ ତାଙ୍କ ଶବ ପଡ଼ିଥିବା ଓ ତାଙ୍କ ଡ଼ାହାଣ ଆଖି ରକ୍ତାକ୍ତ ହୋଇଥିବା ସାଧାରଣରେ ସନ୍ଧେହ ସୃଷ୍ଟି କରିଛି। ଏହା ଏକ ସ୍ୱାଭାବିକ ମୃତ୍ୟୁ ନୁହେଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

    ବିରେନ୍ଦ୍ରକୁ ଗତକାଲି ତାଙ୍କ ଟ୍ରାକ୍ଟର ମାଲିକ ୪ ହଜାର ଟଙ୍କା ଦେଇଥିବା କଥା ଟ୍ରାକ୍ଟର ମାଲିକ ପୋଲିଶ ନିକଟରେ କହିଛନ୍ତି । ତେବେ ବିରେନ୍ଦ୍ର ସହ ସୁନିଲ ନାଏକ ନାମକ ଜଣେ ବ୍ୟକ୍ତି ଥିବା କଥା ମୃତ ବିରେନ୍ଦ୍ରର ବାପା କହିଛନ୍ତି । ଅପରପକ୍ଷେ ସୁନିଲ ବିରେନ୍ଦ୍ରକୁ ଗତକାଲି ରାସ୍ତା କଡ଼ରେ ଛାଡିଥିବା କଥା କହିଛି। ଅପର ପକ୍ଷେ ପୋଲିଶ ସବୁ ଦିଗରୁ ତଦନ୍ତ ଜାରି ରଖିଛି। ତେବେ ବିରେନ୍ଦ୍ରଙ୍କ ଶବ ଠାରୁ ମାତ୍ର କେଇ ମିଟର ଦୂରରେ ଝାଡି ଭିତରେ ଏକ ବେଲଚା ମିଳିବା ଘଟଣା ଏହି ସନ୍ଧେହକୁ ଦ୍ଵିଗୁଣିତ କରିଛି। କେବଳ ଲୋକେ କାହିଁକି ଅନୁରୂପ ସନ୍ଦେହ ପୋଲିଶ ମଧ୍ଯ କରୁଛି। ଅପରପକ୍ଷେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସଦର ଥାନା ଅଧିକାରୀ ସସ୍ମିତା ଦେବତା କହିଛନ୍ତି ।

  • ବାପା ସାଜିଲା ସୈତାନ, ଟାଙ୍ଗିଆ ଚୋଟରେ ୩ ଗୁରୁତର

    ବାପା ସାଜିଲା ସୈତାନ, ଟାଙ୍ଗିଆ ଚୋଟରେ ୩ ଗୁରୁତର

    କେନ୍ଦ୍ରାପଡ଼ା ମାର୍ଶାଘାଈ ବ୍ଲକ କୁଦାନଗରୀ ଥାନା ଗଉଡଗାଁ ଗ୍ରାମରେ ଘଟିଛି ଏକ ଅଭବନୀୟ ଘଟଣା । ବାପାର ଟାଙ୍ଗିଆ ଚୋଟରେ ୩ ଜଣ ଗୁରୁତର । ପରିବାର ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା | ଏଥିରେ ରମେଶ ମହାନ୍ତି ଉତକ୍ଷିପ୍ତ ହୋଇ ନିଜ ଝିଅ, ଭଣଜା ଓ ପତ୍ନୀଙ୍କୁ ଟାଙ୍ଗିଆ ରେ ଆକ୍ରମଣ କରିଛନ୍ତି | ଆହାତ ୩ ଜଣଙ୍କର ବେକ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଖବରପାଇ ସ୍ଥାନୀୟ ଲୋକେ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

    ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । କୁଦାନଗରୀ ପୋଲିସ ଖବରପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ନିଶାସକ୍ତ ଅବସ୍ଥାରେ ରମେଶ ଏଭଳି କରିଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି |

  • NCP ଅଜିତ ପାୱାରଙ୍କ ଦଳର ଏହି ନେତାମାନେ ହୋଇପାରନ୍ତି ମନ୍ତ୍ରୀ

    NCP ଅଜିତ ପାୱାରଙ୍କ ଦଳର ଏହି ନେତାମାନେ ହୋଇପାରନ୍ତି ମନ୍ତ୍ରୀ

    ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡାନ୍ତ ହୋଇନାହିଁ, ତଥାପି ଶପଥ ଗ୍ରହଣ ସମାରୋହ ୫ ଡିସେମ୍ବର ରେ ହେବାକୁ ଯାଉଛି। ଦେବେନ୍ଦ୍ର ଫଡନାଭିସ୍ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବେ ଏବଂ ଏକନାଥ ସିନ୍ଦେ ଓ ଅଜିତ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ ବୋଲି ବିଶ୍ୱାସ ରହିଛି। ଏହି ସମୟରେ ଅଜିତ ପାୱାରଙ୍କ ବ୍ୟତୀତ ଏନସିପିରୁ କ୍ୟାବିନେଟରେ ଅନ୍ତର୍ଭୁକ୍ତ ନେତାଙ୍କ ସମ୍ଭାବ୍ୟ ନାମ ସାମ୍ନାକୁ ଆସିଛି।

    ସୂଚନାନୁସାରେ, ମହୁୟୁତିର ଏହି ଦ୍ୱିତୀୟ ସରକାରରେ ଅଜିତ ପାୱାରଙ୍କ ଦଳର ୧୦ କିମ୍ବା ୧୧ ନେତା କ୍ୟାବିନେଟରେ ସ୍ଥାନ ପାଇପାରନ୍ତି। ଏଥିରେ ଛଗନ ଭୁଜବଲ ଏବଂ ଧନଞ୍ଜୟ ମୁଣ୍ଡେଙ୍କ ପରି ନେତାଙ୍କ ନାମ ଅନ୍ତର୍ଭୁକ୍ତ।

    NCP ର ସମ୍ଭାବ୍ୟ ମନ୍ତ୍ରୀଙ୍କ ନାମ

    ଅଜିତ ପାୱାର
    ଆଦିତୀ ତଟକେରେ
    ଛଗନ୍ ଭୁଜବଲ୍
    ଦତ୍ତା ଭରନେ
    ଧନଞ୍ଜୟ ମୁଣ୍ଡେ
    ଅନିଲ ଭାଈଦାସ ପାଟିଲ
    ନରହରି ଝିରବଲ
    ସଞ୍ଜୟ ବାନ୍ସୋଡେ
    ଇନ୍ଦ୍ରାନିଲ ନାୟକ
    ସଂଗ୍ରାମ ଜଗତାପ
    ସୁନୀଲ ଶେଲକେ

    ସୂଚନାନୁସାରେ, ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ପଦ ସହିତ ଅର୍ଥ ମନ୍ତ୍ରଣାଳୟ ପାଇବାର ସମ୍ଭାବନା ରହିଛି। ଯାହା କି ସହରାଞ୍ଚଳ ବିକାଶ ଏବଂ ସାର୍ବଜନୀନ କାର୍ଯ୍ୟ ବିଭାଗ ଭଳି ବଡ଼ ମନ୍ତ୍ରଣାଳୟ ଶିବସେନା ଏକନାଥ ଶିଣ୍ଡେଙ୍କ ଦଳକୁ ଯାଇପାରେ |

  • ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସୁଛନ୍ତି ଆଜି ଓଡ଼ିଶା

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସୁଛନ୍ତି ଆଜି ଓଡ଼ିଶା

    ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଆସୁଛନ୍ତି । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ରାଷ୍ଟ୍ରପତି ଅପରାହ୍ନ ୫ଟାରେ ଭୁବନେଶ୍ବର ପହଞ୍ଚିବେ । ପରେ ନୀଳାଦ୍ରି ବିହାର ଗସ୍ତ କରି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରି,ପରେ ରାଜଭବନ ଯାଇ ସେଠାରେ ରାତ୍ରି ଯାପନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି(୪ ଡିସେମ୍ବର ୨୦୨୪) ରାଷ୍ଟ୍ରପତି ପୁରୀ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ସକାଳ ୯ଟା ୪୫ରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବା ପରେ ସେଠାରୁ ଶ୍ରୀମନ୍ଦିର ଯାଇ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିବେ। ପରେ ନୌସେନା ଦିବସ ଅବସରରେ ପୁରୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୂଚନା ଅନୁଯାୟୀ ଶେଷ ଥର ପାଇଁ ଗତ ଜୁଲାଇ ମାସରେ ଓଡ଼ିଶା ଆସିଥିଲେ ରାଷ୍ଟ୍ରପତି । (୬ ଜୁଲାଇ ୨୦୨୪) ରେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଦ୍ରୌପଦୀ ମୁର୍ମୁ ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେଇଥିଲେ । ଏହାପରେ ରାଜଭବନରେ ରାତ୍ରୀଯାପନ କରିବା ପରେ ସେ ଜୁଲାଇ ୭ରେ ପୁରୀ ଯାଇ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହୋଇଥିଲେ । ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରଥ ଦଉଡି ଛୁଇଁ ମହାପ୍ରଭୁଙ୍କ ଆଶିଷ ନେଇଥିଲେ ।

  • ଖାଦ୍ୟରୁ ବାହାରୁଛି କୂଢ କୁଢ ଧଳା ପୋକ, ସତ କଥା ସାମ୍ନାକୁ ଆଣିବାରୁ ଅଭିଭାବକଙ୍କୁ ଧମକ

    ଖାଦ୍ୟରୁ ବାହାରୁଛି କୂଢ କୁଢ ଧଳା ପୋକ, ସତ କଥା ସାମ୍ନାକୁ ଆଣିବାରୁ ଅଭିଭାବକଙ୍କୁ ଧମକ

    ଖାଦ୍ୟରୁ କୁଢ କୁଢ଼ ଧଳାପୋକ ବାହାରିବାରୁ, ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ବଙ୍ଗିଦାଠାରେ ମଧ୍ୟାହ୍ନ ଭୋଜନ ବର୍ଜନ କଲେ ଛାତ୍ରଛାତ୍ରୀ । ସାଧାରଣରେ ଚର୍ଚ୍ଚାହେଉଛି, ଶିକ୍ଷକ-ଶିକ୍ଷୟତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ କାରଣରୁ ଅନେକ ଶିକ୍ଷକ ଓ ଶିକ୍ଷୟତ୍ରୀ ବିଦ୍ୟାଳୟ ଭିତରେ ପରସ୍ପର ସହିତ ଗାଳି ଗଲୋଜ ଲାଗୁଛନ୍ତି,ଏବଂ ମନଇଚ୍ଛା ଛୁଟିରେ ରହୁଛନ୍ତି ଏବଂ ମଧ୍ୟ।ହ୍ନ ଭୋଜନର ଦାୟିତ୍ୱ ନେବାକୁ ଚାହୁଁ ନାହାନ୍ତି ।

    ଏହି ସବୁ ସମସ୍ୟାକୁ ନେଇ ଯଦି ଅଭିଭାବକ ମାନେ ଅଭିଯୋଗ କରୁଛନ୍ତି ସେମାନଙ୍କ କଥାକୁ କର୍ଣ୍ଣପାତ କରୁନାହାନ୍ତି ଓ ଅଭିଭାବକଙ୍କୁ ଧମକ ମଧ୍ୟ ଦେଉଛନ୍ତି ଆମେ ଆପଣଙ୍କର ନାମରେ FIR ଦେବୁ । ତେଣୁ, ଏଠାରେ ପ୍ରଶ୍ନ ଉଠୁଛି, ଜଣେ ଗରିବ ଖଟିଖିଆ ନିଜ ପିଲାକୁ ଅର୍ଥାଭାବ କାରଣରୁ ସରକାରୀ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଛାଡ଼ୁଛି, କିନ୍ତୁ ବିଦ୍ୟାଳୟରେ ଯଦି ଏହି ଭଳି ପରିସ୍ଥିତି ଲାଗି ରହିବ ତାହେଲେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ କିଭଳି ଗଠିତ ହେବ ?

    ବଙ୍ଗିଦା ବିଦ୍ୟାଳୟର ସମସ୍ୟା ବିଷୟରେ ଉଭୟ ଶିକ୍ଷା ଅଧିକାରୀ ଏବଂ ବି.ଇ.ଓ ଅବଗତ ଥାଇ ମଧ୍ୟ ଦ୍ୱୀୟିତ୍ବହୀନ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଏପଟେ, ଶିକ୍ଷକ ଅଭାବରୁ ଛାତ୍ର-ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ ହେବାକୁ ବସିଛି । ଖବର ପ୍ରସାରଣ ପରେ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱୀୟିତ୍ବହୀନ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ବିରୋଧରେ କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା । ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ, ବିଦ୍ୟାଳୟର ମଧ୍ୟ।ହ୍ନ ଭୋଜନରେ ପୋକ ବାହାରିଥିବାର ଦୃଷ୍ଟାନ୍ତ ରହିଛି।

  • କ’ଣ ସମ୍ୱଲ ଘଟଣା ଯୋଜନା କରାଯାଇଥିଲା କି? ତଦନ୍ତ ପାଇଁ କମିଶନ ହିଂସା ପ୍ରଭାବିତ ଅଞ୍ଚଳ କରିବେ ପରିଦର୍ଶନ

    କ’ଣ ସମ୍ୱଲ ଘଟଣା ଯୋଜନା କରାଯାଇଥିଲା କି? ତଦନ୍ତ ପାଇଁ କମିଶନ ହିଂସା ପ୍ରଭାବିତ ଅଞ୍ଚଳ କରିବେ ପରିଦର୍ଶନ

    ଆୟୋଗର ଚେୟାରମ୍ୟାନ୍ ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଦେବେନ୍ଦ୍ର ଆରୋରା। ଜୁଡିସିଆଲ୍ ଅନୁସନ୍ଧାନ କମିଶନ ସମ୍ୱଲ ମାମଲାର ଚାରିଟି ପଏଣ୍ଟ ଉପରେ ଯାଞ୍ଚ କରିବେ।

    ଉତ୍ତରପ୍ରଦେଶର ସମ୍ବଲଠାରେ ମସଜିଦ ସର୍ଭେ ପରେ ଘଟିଥିବା ହିଂସା ଘଟଣାର ତଦନ୍ତ ପାଇଁ ଜୁଡିସିଆଲ୍ ଅନୁସନ୍ଧାନ କମିଶନ ସୋମବାର ସମ୍ବଲରେ ପହଞ୍ଚିବେ। କମିଶନର୍ ଅଞ୍ଜନାୟା ସିଂଙ୍କ ସହ ଏ ବାବଦରେ ପ୍ରଥମ ବୈଠକ ହେବ। ଆୟୋଗର ଚେୟାରମ୍ୟାନ୍ ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଦେବେନ୍ଦ୍ର ଆରୋରା। ଅବସରପ୍ରାପ୍ତ ଆଇଏଏସ୍ ଅମିତ ମୋହନ ପ୍ରସାଦ ଏବଂ ଅବସରପ୍ରାପ୍ତ ଆଇପିଏସ୍ ଏ.କେ ଜୈନ ଆୟୋଗର ସଦସ୍ୟ ଅଟନ୍ତି। ଦୁଇ ମାସ ମଧ୍ୟରେ ଆୟୋଗକୁ ଏହାର ରିପୋର୍ଟ ଦାଖଲ କରିବାକୁ ପଡିବ।

    ନ୍ୟାୟିକ ଅନୁସନ୍ଧାନ ଆୟୋଗ ଚାରୋଟି ପଏଣ୍ଟରେ ସମ୍ୱଲ ମାମଲାର ତଦନ୍ତ କରିବ

    *ହିଂସା ହଠାତ୍ ନା ଯୋଜନା କରାଯାଇଥିଲା?
    *ଆଇନ ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ କ’ଣ ବ୍ୟବସ୍ଥା କରିଥିଲା?
    *ସମ୍ୱଲରେ ହିଂସା ଘଟିବାର କାରଣ ଏବଂ ପରିସ୍ଥିତି କ’ଣ ଥିଲା?
    *ଭବିଷ୍ୟତରେ ଏପରି ଘଟଣାକୁ ରୋକିବା ପାଇଁ କେଉଁ ବ୍ୟବସ୍ଥା କରାଯିବା ଉଚିତ୍?

    ସମ୍ୱଲରେ ହୋଇଥିବା ହିଂସା ସମ୍ପର୍କରେ ସମାଜବାଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଗଣମାଧ୍ୟମ ସହ ଏକ ବିଶେଷ ବାର୍ତ୍ତାଳାପ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ସମ୍ୱଲରେ ଯାହା ଘଟିଛି ସେଥିପାଇଁ ପ୍ରଥମେ ରାଜ୍ୟ ସରକାର ଏବଂ ପରେ ସ୍ଥାନୀୟ ପ୍ରଶାସନ ଅଧିକ ଦାୟୀ। ସମ୍ୱଲରେ ଯାହା ଘଟିଲା ତାହା ଆଗରୁ ଯୋଜନା ହୋଇଥିବା ଜଣାପଡିଛି | ମୁଁ ସ୍ପଷ୍ଟ ଭାବେ କହୁଛି ଯେଉଁମାନେ ପ୍ରଶାସନର ଅଧିକାରୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।

    ସମ୍ୱଲର ସମ୍ବେଦନଶୀଳ ସ୍ଥାନକୁ ଆସୁଥିବା ଏବଂ ଯାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ପୋଲିସ ଏକ ବିଶେଷ ନଜର ରଖିଛି। ଯଦି କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖାଯାଏ ତେବେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ସରକାରଙ୍କ ତରଫରୁ ଏକ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ଯେ ଯଦି କୌଣସି ସ୍ଥାନରେ ସନ୍ଦେହଜନକ ପରିସ୍ଥିତି ଦେଖାଯାଏ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।

  • ଆମେରିକାରେ ଆଉ ଜଣେ ଭାରତୀୟଙ୍କୁ ବଡ ଦାୟିତ୍ୱ, ଟ୍ରମ୍ପ କାଶ ପଟେଲଙ୍କୁ ନୂତନ FBI ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି

    ଆମେରିକାରେ ଆଉ ଜଣେ ଭାରତୀୟଙ୍କୁ ବଡ ଦାୟିତ୍ୱ, ଟ୍ରମ୍ପ କାଶ ପଟେଲଙ୍କୁ ନୂତନ FBI ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି

    ଭାରତୀୟ ବଂଶଭ ଆଉ ଜଣେ ବ୍ୟକ୍ତିଙ୍କୁ ମିଳିଲା ଆମେରିକାରେ ଏକ ବଡ଼ ଦାୟିତ୍ୱ । ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ ପଟେଲଙ୍କୁ ଏଫବିଆଇର ନିର୍ଦ୍ଦେଶକ ଭାବେ ମନୋନୀତ କରିଛନ୍ତି। ଶନିବାର (ନଭେମ୍ବର ୩୦-୨୦୨୪) ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଟ୍ରମ୍ପ ଲେଖିଛନ୍ତି ଯେ ମୁଁ ଘୋଷଣା କରି ଗର୍ବିତ ଯେ ‘କାଶ’ ପଟେଲ ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI) ର ପରବର୍ତ୍ତୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବେ।

    ଡୋନାଲ୍ଡ ଟ୍ରମ୍ପ ଆହୁରି ଲେଖିଛନ୍ତି, ‘କାଶ ଜଣେ ଉଜ୍ଜ୍ୱଳ ଓକିଲ, ଅନୁସନ୍ଧାନକାରୀ ଏବଂ’ ଆମେରିକା ପ୍ରଥମ ‘ଯୋଦ୍ଧା, ଯିଏ ଦୁର୍ନୀତିକୁ ପ୍ରକାଶ କରିବା, ନ୍ୟାୟ ରକ୍ଷା କରିବା ଏବଂ ଆମେରିକୀୟ ଲୋକଙ୍କ ସୁରକ୍ଷା ପାଇଁ ନିଜର କ୍ୟାରିୟର ଅତିବାହିତ କରିଛନ୍ତି |

    ଯଦି ପଟେଲଙ୍କୁ ନିଯୁକ୍ତ କରାଯାଏ, ତେବେ ସେ ୨୦୧୭ ରେ ଟ୍ରମ୍ପଙ୍କ ଦ୍ୱାରା ନିଯୁକ୍ତ କ୍ରିଷ୍ଟୋଫର ରେଙ୍କ ସ୍ଥାନ ନେବେ, କିନ୍ତୁ ସିଏ ଟ୍ରମ୍ପ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟ ଆରମ୍ଭ କରିଥିଲେ। ଯଦିଓ ଏଫବିଆଇ ମୁଖ୍ୟ ପଦର କାର୍ଯ୍ୟକାଳ ୧୦ ବର୍ଷ, କିନ୍ତୁ ଟ୍ରମ୍ପ ଏବଂ ତାଙ୍କ ଦ୍ୱାରା FBI ରେ ଦୀର୍ଘ ଦିନ ଧରି ଚାଲିଥିବା ସାର୍ଵଜନିକ ସମାଲୋଚନାକୁ ଦୃଷ୍ଟିରେ ରଖି ତାଙ୍କୁ ପଦରୁ ହଟାଇବା ନେଇ ଗତ କିଛି ଦିନ କଳ୍ପନାଜଳ୍ପନା ଚାଲିଥିଲା।

    କାଶ ପଟେଲଙ୍କ ପିତାମାତା ଭାରତୀୟ। ସେ ଅତୀତରେ ଜଣେ ଓକିଲ ମଧ୍ୟ ରହିଆସିଛନ୍ତି। ଦି “ଗବରମେଣ୍ଟ ଗ୍ୟାଙ୍ଗଷ୍ଟରସ : ଡିପ୍ ଷ୍ଟେଟ, ଏବଂ ଦି ବେଟେଲ ଫର ଓଭର ଡେମୋ କ୍ରାସି ବ୍ୟତୀତ ଦି ପ୍ଲଟ ଗଣତନ୍ତ୍ର ପାଇଁ ଯୁଦ୍ଧ” ” ଭଳି ପୁସ୍ତକ ମଧ୍ୟ ଲେଖିଛନ୍ତି। କାଶ୍ ପଟେଲ କହିଛନ୍ତି ଯେ ସାମ୍ବାଦିକଙ୍କ ନିକଟରେ ସୂଚନା ଲିକ୍ କରୁଥିବା ତଥା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସହଜ କରିବା ପାଇଁ ଆଇନ ବଦଳାଇଥିବା ସରକାରୀ କର୍ମଚାରୀଙ୍କ ଉପରେ ସେ ଆକ୍ରମଣାତ୍ମକ ଭାବେ କଟକଣା ଲଗାଇବାକୁ ଚାହୁଁଛନ୍ତି।

  • ବାଘଛାଲ ସହ ୨ ଶିକାରୀ ଗିରଫ

    ବାଘଛାଲ ସହ ୨ ଶିକାରୀ ଗିରଫ

    କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବନ ବିଭାଗ ରେଞ୍ଜ ଗମ୍ଭାରୀଗୁଡା ଏବଂ ମାଲାନସୁଗା ଅଞ୍ଚଳରୁ ଦୁଇ ଜଣ ବାଘ ଶିକାରୀକୁ ଗିରଫ କରିଛି । ବନ ବିଭାଗ ଅଧିକାରୀଙ୍କ ସୂଚନାନୁସାରେ ପ୍ରମୋଦ କୁମାର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଏକ ଗୁଳି ଭର୍ତ୍ତି ହୋଇ ଥିବା ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ଭବାନୀ ଶଙ୍କର ପ୍ରଧାନ ଙ୍କ ଠାରୁ ଏକ କାଲରାପତରିଆ ବାଘ ଚମଡା ଜବତ ହୋଇଛି |

    ଗିରଫ ହୋଇଥିବା ୨ ସନ୍ଦିଗ୍ଧ ଙ୍କ କହିବାଅନୁସାରେ ବାରାହା ଶିକାର ପାଇଁ ଫାସ ପକାଯାଇଥିବା ଜାଲ ରେ ବାଘ ପଡିଛି । ତେବେ ଏହି ବାଘ ଶିକାର ରେ ସମ୍ପୃକ୍ତ ଥିବା ଅନ୍ୟ ମାନେ ଫେରାର ରହିଥିବା ଜଣାପଡ଼ିଛି । ବନ ବିଭାଗ ଅଧିକାରୀ କାଜଲ ନାୟକ କେଶ ନମ୍ବର ୧୦୬/୨୪-୨୫ ରେ ଏକ ମାମଲା ରୁଜୁ କରିଛି | ସେପଟେ ଗିରଫ ୨ଜଣ ଙ୍କୁ କୋର୍ଟ ଚାଲାଣ କରୀଥିବା ବେଳେ ଅନ୍ୟ ଅପରାଧୀଙ୍କୁ ଧରିବା ପାଇଁ ତଦନ୍ତ ଜାରୀ ରହିଛି | ବାଘ ଶିକାର କରି ମାଂସ ଭାଗ ଵାଣ୍ଟି ଖାଇଥିବା ସୂଚନା ଦେଇଛି ବନ ବିଭାଗ |

  • ଆଜି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ଫେଙ୍ଗଲ, ୭୦ ରୁ ୮୦ ବେଗ ରହିବ ପବନ

    ଆଜି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ଫେଙ୍ଗଲ, ୭୦ ରୁ ୮୦ ବେଗ ରହିବ ପବନ

    ଆଜି ସଂଧ୍ୟା ସୁଦ୍ଧା କରାଇକଲ ଏବଂ ମହାବଳିପୁରମର ମଧ୍ୟବର୍ତ୍ତୀ କ୍ଷେତ୍ରରେ ସ୍ଥଳଭାଗ ଛୁଇଁବ ବାତ୍ୟା ଫେଂଜଲ ।ପ୍ରଭାବରେ ତାମିଲନାଡ଼ୁରେ ବର୍ଷାର ପରିମାଣ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଆଗାମୀ ୨ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।ବାତ୍ୟାକୁ ଦୃଷ୍ଟିରେ ରଖି ତାମିଲନାଡୁରେ ହାଇଆଲର୍ଟ ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ତାମିଲନାଡୁ ଓ ପୁଡୁଚେରୀରେ ସମସ୍ତ ସ୍କୁଲ କଲେଜ ବନ୍ଦ ରଖଯାଇଛି । ସେହିପରି, ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ବାତ୍ୟା ପ୍ରଭାବ ଯୋଗୁ ଚେନ୍ନାଇରେ ପ୍ରବଳ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ପକ୍ଷରୁ ଚେନ୍ନାଇ, ଥିରୁଭଲୁର, କାଞ୍ଚିପୁରମ, ଚେଙ୍ଗଲପଟ୍ଟୁ, ବିଲ୍ଲୁପୁରମ୍‌, କୁଡ୍ଡାଲୋର୍‌ ଓ ପୁଡୁଚୋରୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ସେହିଭଲି ରଣୀପେଟ, ତିରୁବନନାମାଲାଇ, ଭେଲୋର, ପେରମ୍ବାଲୁର, ଆରିୟାଲୁର, ଥାନଜାଭୁର, ଥିରୁଭଲୁର, ମାୟିଲାଡୁଥୁରାଇ, ନାଗାପଟ୍ଟିନାମ, ଏବଂ କରାଇକାଲ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ତେବେ ବାତ୍ଯାର ପ୍ରଭାବରେ ଚେନ୍ନାଇରେ ବିମାନ ଚଳାଚଳ ସାଙ୍ଗକୁ ଟ୍ରେନ ଚଳାଚଳ ମଧ୍ଯ ବାଧାପ୍ରାପ୍ତ ହୋଇଛି । ଚେନ୍ନାଇରେ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ବନ୍ଦ ରହିବ ବିମାନ ଚଳାଚଳ ।

  • କୁଆଡେ ଗଲା ଟଙ୍କା ସବୁ ? ଖାଇଲା କିଏ ?

    କୁଆଡେ ଗଲା ଟଙ୍କା ସବୁ ? ଖାଇଲା କିଏ ?

    ପୂର୍ବ ସରକାରରେ ଚର୍ଚ୍ଚା ହେଉଥିଲା ବଗପାଟିଆ ଅଞ୍ଚଳର ଉର୍ନତି ହିଁ ସରକାରଙ୍କ ବଡ଼ ଲକ୍ଷ । କିନ୍ତୁ ଦଳର କିଛି ଅସାଧୁ କର୍ମଚାରୀ ଏବଂ କଣ୍ଟ୍ରାକ୍ଟର ଏହି ଅଞ୍ଚଳର ଉର୍ନତି କୁ ଦୁର୍ନୀତିରେ ପରିଣତ କରିଛନ୍ତି । ୨୦୨୦ ମସିହାରେ ବଗପାଟିଆ ମା ପଞ୍ଚୁ ବରାହୀ ନିକଟରେ ହୋଇଥିବା ବିଜୁ ଉଦ୍ୟାନ ପାଇଁ ଚାଳିଶରୁ ପଚାଶ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା ,ସେହି ଟଙ୍କାକୁ କଣ୍ଟ୍ରାକ୍ଟର,ମନ୍ତ୍ରୀ ଯନ୍ତ୍ରୀ ଓ ଠିକାଦାର ମାନେ ମିଶି ସଠିକ ଢଙ୍ଗରେ କାମ ନକରି ସବୁକିଛି ହରିଲୁଟ୍ କରିନେଲେ । ଏବେ ଏହି ଉଦ୍ୟାନ ପାଲଟିଛି ଛେଳି ଗୋରୁ ମଇଁଷିଙ୍କ ଚରିବା ସ୍ଥାନ ।ଚାରିପଟୁ ମୁକୁଳା ହୋଇ ପଡିରହିଛି ଉକ୍ତ ଉଦ୍ୟାନ ଟି । ଖାଲି ସେତିକି ନୁହେଁ ଏହି ଉଦ୍ୟାନ ପାଇଁ ଆସିଥିବା ମ୍ୟାଟ୍ରିଆଲ ଟଙ୍କା ମଧ୍ୟ ବାବୁମାନଙ୍କ ପକେଟ୍ରେ ।ଏହି ଉଦ୍ଯାନଟିକୁ ଦେଖିଲେ ଆପଣମାନେ ବି କହିବେ ସତରେ କଣ ଏଥିରେ ଚାଳିଶରୁ ପଚାଶ ଲକ୍ଷ ଟଙ୍କା ବ୍ୟୟ ହୋଇଛି ?

    ଇଏ ହେଉଛି ବଗପାଟିଆ ବିଜୁ ଉଦ୍ୟାନରେ ହୋଇଥିବା ଦୁର୍ନୀତି କଥା । କିନ୍ତୁ ଆଦର୍ଶ କଲନି ନାଁରେ ହୋଇଥିବା ଦୁର୍ନୀତି ସବୁ ସୀମା ପାର କରିଯାଇଛି । ଚଳିତ ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିର ସର୍ବେସର୍ବା ବୋଲାଉଥିବା ଭିକେ ପାଣ୍ଡିଆନ ବଗପାଟିଆ ଗସ୍ତରେ ଆସି ଆଦର୍ଶ କଲୋନି କରିବା ପାଇଁ ୨୩ କୋଟି ଟଙ୍କାର ଅନୁଦାନ କରିଥିଲେ , ବର୍ତ୍ତମାନ ସେହି୨୩ କୋଟି ଟଙ୍କାରୁ ଦଶ କୋଟି ଟଙ୍କା ଡ୍ରେନେଜ ଓ ଅନ୍ୟ କାର୍ଯ୍ୟ ପାଇଁ ବ୍ୟୟ ହୋଇସାରିଥିବା ବେଳେ ଆଉ ୧୩ କୋଟି ଟଙ୍କା ପଡି ରହିଛି , କିନ୍ତୁ ବଗପାଟିଆବାସୀଙ୍କର ଏପର୍ଯ୍ୟନ୍ତ ସେହି୨୩ କୋଟି ଟଙ୍କାରେ କୌଣସି ଉର୍ନତି ହୋଇନାହିଁ । ଏବେବି ବଗପାଟିଆବାସୀ ବିକାଶ ଠାରୁ ବହୁ ଦୂରରେ ଅଛନ୍ତି। ପୂର୍ବ ବିଜେଡି ସରକାରଙ୍କ ଏହି ଅଞ୍ଚଳକୁ ରୋଲ ମଡେଲ କରିବାର ଲକ୍ଷ କେବଳ ଲକ୍ଷରେ ହିଁ ରହିଗଲା । ବିକାଶ ନାଁରେ ବିଜେଡିର ନେତା ମନ୍ତ୍ରୀ ଯନ୍ତ୍ରୀ ଓ କଣ୍ଟ୍ରାକ୍ଟର କରିଛନ୍ତି ଦୁର୍ନୀତି । ସବୁଠାରୁ ବଡ ପ୍ରଶ୍ନ ହେଲା ବର୍ତ୍ତମାନର ସରକାର ଏହି ଅଞ୍ଚଳଅଧିବାସୀ ଉର୍ନତି ନାମରେ ହୋଇଥିବା କୋଟିକୋଟି ଟଙ୍କାର ଦୁର୍ନୀତିର ତଦନ୍ତ କରିବେ ନା ଏହାକୁ ଛାଡି ଦେବେ ତାହା ଦେଖିବାକୁ ବାକି ରହିଲା