Category: ମୁଖ୍ୟ ଖବର

  • କୋଇଲା କଳା ବ୍ୟପାର, ବ୍ୟବସାୟରେ ଲମ୍ବିଛି ଚେର, ଜବତ ହେଲା ୩୦ ଟନ ଚୋରା କୋଇଲା

    କୋଇଲା କଳା ବ୍ୟପାର, ବ୍ୟବସାୟରେ ଲମ୍ବିଛି ଚେର, ଜବତ ହେଲା ୩୦ ଟନ ଚୋରା କୋଇଲା

    ପାରାଦ୍ଵୀପରେ ଲମ୍ବିଛି ଚୋରା କୋଇଲା ବ୍ୟବସାୟର ଚେର । ପାରାଦ୍ଵୀପ ବନ୍ଦରରୁ ଟ୍ରେନ୍ ଯୋଗେ ବିଭିନ୍ନ କମ୍ପାନୀକୁ ଯାଉଥିବା ମୁଲ୍ୟବାନ କୋଇଲାକୁ କିଛି ଦୂର୍ବୁତ୍ତ ଅଧା ବାଟରେ କାଢି ବିକ୍ରି କରୁଥିବା ଜଣାପଡ଼ିଛି। ଗତ ରବିବାର ରାତିରେ ପାରାଦ୍ଵୀପ ସିଜୁ ରେଲୱେ ଷ୍ଟେସନ ନିକଟରେ କିଛି ବ୍ୟକ୍ତି କୋଇଲା କାଢି ଥିବା ଖବର ପାଇବା ପରେ, ରେଲୱେ ପୋଲିସ ସେଠାରେ ପହଞ୍ଚି ପାଖାପାଖି ୫ ଟନର କୋଇଲା ଉଦ୍ଧାର କରିଥିବା ବେଳେ ଗୋଟିଏ ବାଇକ୍ ଜବତ କରିଥିଲେ। ଏହି ଘଟଣାର ତଦନ୍ତ ଭାର ରେଲୱେ କ୍ରାଇମବ୍ରାଞ୍ଚ ନିଜ ହାତକୁ ନେଇ ପାରାଦ୍ଵୀପରେ ଚଢ଼ାଉ କରିଥିଲା। କୋଇଲା ଚୋରି ରାକେଟର ଜଣଙ୍କୁ ଗିରଫ କରାଯିବା ସହ ସମ୍ପୃକ୍ତ ଅନ୍ୟମାନେ ଫେରାର ହୋଇଯାଇଥିଲେ ।

    ତଦନ୍ତରେ କ୍ରାଇମବ୍ରାଞ୍ଚ ଦୋଛକି ନିକଟ ଏକ ପାଲ ଘେରା ଘରୁ ବିପୁଳ ପରିମାଣର ଚୋରା କୋଇଲା ଓ ତେଲ ଜବତ କରିଛି । ଏଥିରେ ୧୨ଟି ବ୍ୟାରେଲରେ ପାଖାପାଖି ୨୨ ଶହ ଲିଟର ଚୋରା ଡିଜେଲ ଓ ୬୦୦ ଲିଟର ଚୋରା ପେଟ୍ରୋଲ ଜବତ କରାଯାଇଥିବା ବେଳେ ୩୦ ଟନ୍ ଚୋରା କୋଇଲା ଜବତ କରାଯାଇଛି। କ୍ରାଇମବ୍ରାଞ୍ଚ ଟିମ୍ ଏହି ଘଟଣାରେ ସମ୍ପୃକ୍ତ ଥିବା ୧୪ ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ।

    ସୂଚନା ଅନୁସାରେ, ପାରାଦ୍ଵୀପ ବନ୍ଦରରୁ କୋଇଲା ଟ୍ରେନ୍ ଗୁଡିକ ବାହାରିବା ସମୟରେ ଧିରେ ଧିରେ ଯାଇଥାଏ। ଏହାର ସୁଯୋଗ ନେଇ କିଛି ବ୍ୟକ୍ତି ସ୍ଥାନୀୟ ଲୋକଙ୍କ ସହାୟତାରେ ଚଳନ୍ତା ଟ୍ରେନ୍ ରୁ ମୁଲ୍ୟବାନ କୋଇଲା କୁ ତଳକୁ ପକାଇ , ପରେ ଏହାକୁ ନିଜ ଗୋଦାମରେ ରଖି ବିଭିନ୍ନ ଡିପୋକୁ ପଠାଇଥାନ୍ତି। ଏଥିରେ ରେଲୱେ ବିଭାଗର କିଛି କର୍ମଚାରୀ ସାମିଲ ଥିବାର ସୂଚନା କ୍ରାଇମବ୍ରାଞ୍ଚକୁ ମିଳିଥିବା ବିଶେଷ ସୂତ୍ରରୁ ଜଣାପଡିଛି।

  • ୫ ବର୍ଷ ପରେ ସୁଧ ହାର ହ୍ରାସ କଲା RBI, ଶସ୍ତା ହେବ ଋଣ

    ୫ ବର୍ଷ ପରେ ସୁଧ ହାର ହ୍ରାସ କଲା RBI, ଶସ୍ତା ହେବ ଋଣ

    ଆରବିଆଇର ମୁଦ୍ରା ନୀତି କମିଟି (MPC) ରେପୋ ହାରକୁ ୨୫ ବେସିସ ପଏଣ୍ଟ (BPS) କୁ ୬.୨୫% କୁ ହ୍ରାସ କରିଛି । ଏହାପୂର୍ବରୁ, ଆରବିଆଇ କ୍ରମାଗତ ୧୧ ଟି ବୈଠକରେ ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ। ସୂଚନା ଅନୁଯାୟୀ ଯେ ୫ ବର୍ଷ ପରେ ଆରବିଆଇ ଏହି ହ୍ରାସ ଘୋଷଣା କରିଛି।

    ଋଣ ନେଇଥିବା ଲୋକଙ୍କୁ ରିଜର୍ଭ ବ୍ୟାଙ୍କ ଏକ ବଡ ଉପହାର ଦେଇଛି। ଆରବିଆଇର ମୁଦ୍ରା ନୀତି କମିଟିର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରି ନୂତନ ରାଜ୍ୟପାଳ ସଞ୍ଜୟ ମଲହୋତ୍ରା କହିଛନ୍ତି ଯେ ରେପୋ ହାରକୁ ଚତୁର୍ଥାଂଶ ହ୍ରାସ କରିବାକୁ କମିଟି ନିଷ୍ପତ୍ତି ନେଇଛି। ଆରବିଆଇର ରେପୋ ହାର ୬.୫୦ ପ୍ରତିଶତରୁ ୬.୨୫ ପ୍ରତିଶତକୁ ହ୍ରାସ ପାଇବ । କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ପରେ ଘର ଋଣ , କାରଋଣ, ଶିକ୍ଷାଋଣ, କର୍ପୋରେ ଟ୍ଋଣ ଏବଂ ବ୍ୟକ୍ତିଗତ ଋଣ ଉପରେ ସୁଧ ହାର ହ୍ରାସ କରିବାକୁ ବ୍ୟାଙ୍କଗୁଡିକ ପାଇଁ ରାସ୍ତା ସଫା କରାଯାଇଛି। ଏହାପୂର୍ବରୁ ମେ ୨୦୨୦ ରେ କରୋନା ମହାମାରୀ ହେତୁ ଦେଶରେ ଲକଡାଉନ ଚାଲିଥିବା ବେଳେ ​​ଆରବିଆଇ ସୁଧ ହାର ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲା। ଅର୍ଥାତ୍ ପାଞ୍ଚ ବର୍ଷ ପରେ ଆରବିଆଇ ସୁଧ ହାର ହ୍ରାସ କରିଛି।

    ୫ ବର୍ଷରେ ପ୍ରଥମ ଥର ପାଇଁ ଋଣ ହେଲା ଶସ୍ତା
    ଡିସେମ୍ବର ୨୦୨୪ ରେ ଆରବିଆଇ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ପ୍ରଥମ ମୁଦ୍ରା ନୀତି କମିଟି ବୈଠକ ତିନି ଦିନ ଧରି ଚାଲିଥିଲା ​​। ଏମପିସି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିବାବେଳେ ସଞ୍ଜୟ ମାଲହୋତ୍ରା ରେପୋ ହାରକୁ ୦.୨୫ ପ୍ରତିଶତ କିମ୍ବା ୨୫ ଆଧାର ପଏଣ୍ଟ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ରେପୋ ହାର ବର୍ତ୍ତମାନ ୬.୨୫ ପ୍ରତିଶତ ହୋଇଛି । ଆରବିଆଇର ଏହି ନିଷ୍ପତ୍ତି ସହିତ ଋଣ ନେବା ବ୍ୟାଙ୍କଗୁଡିକ ପାଇଁ ଶସ୍ତା ହୋଇଛି ଏବଂ ଆଶା କରାଯାଉଛି ଯେ ବ୍ୟାଙ୍କ ଗୁଡିକ ଖୁବ୍ ଶୀଘ୍ର ଉଭୟ ନୂତନ ଋଣ ନେଉଥିବା ବ୍ୟକ୍ତି ଏବଂ ପୁରୁଣା ଗ୍ରାହକଙ୍କ ପାଇଁ ଏହାର ଲାଭ ବୃଦ୍ଧି କରିବେ। ଆର୍‌ବିଆଇ ମାର୍ଜିନାଲ ଷ୍ଟାଣ୍ଡିଂ ସୁବିଧାକୁ ୬.୭୫ ରୁ ୬.୫୦ ପ୍ରତିଶତକୁ ହ୍ରାସ କରିଛି। ଯଦି ଆବଶ୍ୟକ ହୁଏ ତେବେ ଆରବିଆଇରୁ ଋଣ ନେବାରେ ବ୍ୟାଙ୍କମାନଙ୍କୁ ସୁବିଧା ପ୍ରଦାନ କରିବ।

  • ଇଂଲଣ୍ଡ ବିପକ୍ଷ ODI ସିରିଜରେ ଏହି ନୂଆ ଜର୍ସିରେ ନଜର ଆସିବ ଟିମ୍ ଇଣ୍ଡିଆ, ପରଦା ଉଠାଇଲା BCCI

    ଇଂଲଣ୍ଡ ବିପକ୍ଷ ODI ସିରିଜରେ ଏହି ନୂଆ ଜର୍ସିରେ ନଜର ଆସିବ ଟିମ୍ ଇଣ୍ଡିଆ, ପରଦା ଉଠାଇଲା BCCI

    ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଭାରତୀୟ ଦଳକୁ ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳିବାକୁ ପଡିବ । ଫେବୃଆରୀ ୬ ରୁ ଆରମ୍ଭ ହେବାକୁ ଥିବା ଏହି ସିରିଜର ପ୍ରଥମ ମ୍ୟାଚ୍ ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯିବ । ଏହି ODI ସିରିଜରେ ଟିମ ଇଣ୍ଡିଆକୁ ବିସିସିଆଇ ଉନ୍ମୋଚନ କରିଥିବା ଏକ ନୂଆ ଜର୍ସିରେ ଦେଖିବାକୁ ମିଳିବ। ODI ସିରିଜ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଆୟୋଜିତ ହୋଇଥିବା ଫଟୋସୁଟ୍ ରେ ଟିମ୍ ଇଣ୍ଡିଆ ଖେଳାଳିଙ୍କୁ ନୂଆ ଟ୍ରାଇ ରଙ୍ଗର ଜର୍ସିରେ ଦେଖିବାକୁ ମିଳିଥିଲା ​​ଯେଉଁଥିରେ କାନ୍ଧରେ ତ୍ରିରଙ୍ଗା ଦେଖିବାକୁ ମିଳିଥିଲା, ଯାହାର ଫଟୋ ବୋର୍ଡ ଦ୍ୱାରା ଏହାର ଅଫିସିଆଲ୍ ଆକାଉଣ୍ଟରୁ ସୋସିଆଲ୍ ମିଡିଆରେ ପୋଷ୍ଟ କରାଯାଇଥିଲା ।

    କୋହଲି ଏବଂ ଗିଲଙ୍କ ସମେତ ଏହି ଖେଳାଳିମାନେ ନୂଆ ଜର୍ସିରେ ନଜର ଆସିଲେ
    ବିସିସିଆଇ ତରଫରୁ ଟିମ୍ ଇଣ୍ଡିଆର ନୂଆ ODI ଜର୍ସିର ଫଟୋସୁଟରେ ବିରାଟ କୋହଲି, ଶୁଭମାନ ଗିଲ, ଶ୍ରେୟସ ଆୟର, ଯଶାସୀ ଜୈସୱାଲ, କୁଲଦୀପ ଯାଦବ, ଆକ୍ସର ପଟେଲ, ହର୍ଷିତ ରାଣା ଏବଂ ଅନ୍ୟାନ୍ୟ ଖେଳାଳିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ କ୍ୟାପଟେନ ରୋହିତ ଶର୍ମାଙ୍କ ନୂଆ ଜର୍ସି ସହିତ ଫଟୋ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ, ଯେଉଁଥିପାଇଁ ସମସ୍ତ ଭାରତୀୟ କ୍ରିକେଟ୍ ପ୍ରେମୀ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

    ଗତ ବର୍ଷ ନିଜେ ବିସିସିଆଇ ଏହି ନୂଆ ODI ଜର୍ସି ଉନ୍ମୋଚନ କରିଥିଲା, ଯାହା ଭାରତୀୟ ଦଳ ବର୍ତ୍ତମାନ ପଡ଼ିଆରେ ଖେଳିବା ପାଇଁ ପିନ୍ଧିବ। ଟିମ୍ ଇଣ୍ଡିଆର ନୂଆ ODI ଜର୍ସିରେ ତ୍ରିରଙ୍ଗାକୁ ଉଭୟ କାନ୍ଧରେ ଦେଖିବାକୁ ମିଳିଥିବାବେଳେ ଜର୍ସିରେ ଥିବା ବିସିସିଆଇ ଲୋଗୋରେ ମଧ୍ୟ ଦୁଇଟି ତାରକା ରହିଛି । ଏହି ଦୁଇ ତାରକା ଟିମ୍ ଇଣ୍ଡିଆକୁ ଦୁଇଥର ODI ରେ ବିଶ୍ୱ ଚାମ୍ପିଅନ୍ ହେବାର ଦର୍ଶାଉଛି, ଯେତେବେଳେ ୧୯୮୩ ମସିହାରେ ପ୍ରଥମ ଥର ବିଶ୍ୱକପ୍ ଜିତିଥିଲା ଏବଂ ଦ୍ୱିତୀୟ ଥର ପାଇଁ ୨୦୧୧ ମସିହାରେ ବିଶ୍ୱକପ୍ ଟ୍ରଫି ଜିତିଟିମ୍ ଇଣ୍ଡିଆ ନିଜ ନାମରେ କରିଥିଲା ​​।

    ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ଏହି ଜର୍ସିରେ ନଜର ଆସିବ ଟିମ୍ ଇଣ୍ଡିଆ
    ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ପରେ ଭାରତୀୟ ଦଳକୁ ଫେବୃଆରୀ ୧୯ ରୁ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ଭାଗ ନେବାକୁ ପଡିବ । ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ମଧ୍ୟ ଏହି ନୂଆ ଜର୍ସିରେ ଦେଖିବାକୁ ମିଳିବ। ଭାରତୀୟ ଦଳ ଏହାର ତିନୋଟି ଗ୍ରୁପ୍ ମ୍ୟାଚ୍ ଦୁବାଇ ପଡିଆରେ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଖେଳିବ, ଯେଉଁଥିରେ ପ୍ରଥମ ମ୍ୟାଚ୍ ୨୦ ଫେବୃଆରୀରେ ବାଂଲାଦେଶ ବିପକ୍ଷରେ, ଦ୍ୱିତୀୟ ଫେବୃଆରୀ ୨୩ ରେ ପାକିସ୍ତାନ ବିପକ୍ଷରେ ଖେଳାଯିବ ଏବଂ ତୃତୀୟ ତଥା ଅନ୍ତିମ ମ୍ୟାଚ୍ ୨ ମାର୍ଚ୍ଚରେ ନ୍ୟୁଜିଲ୍ୟାଣ୍ଡ ଦଳ ବିପକ୍ଷରେ ଖେଳାଯିବ। ଯଦି ଟିମ୍ ଇଣ୍ଡିଆ ସେମିଫାଇନାଲରେ ଏବଂ ତା’ପରେ ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରେ, ତେବେ ଦୁବାଇ ପଡ଼ିଆରେ ଏହା ଉଭୟ ମ୍ୟାଚ୍ ଖେଳିବ ।

  • ବିଶ୍ଵ କର୍କଟ ଦିବସରେ ସଚେତନତା

    ବିଶ୍ଵ କର୍କଟ ଦିବସରେ ସଚେତନତା

    ବରଗଡ ଜିଲ୍ଲା ବରପାଲି ଠାରେ ବିଶ୍ଵ କର୍କଟ ଦିବସ ପାଳନ ଅବସରରେ ବରଗଡ ଫାଇଟର ଗ୍ରୁପ, ସାମ୍ବାଦିକ ସଂଘ , ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲର ଜୁନିୟର ରେଡ୍‌କ୍ରସ ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ,ବରପାଲି ସାମ୍ବାଦିକ ସଂଘ ଏବଂ ବରପାଲି ମହାବିଦ୍ୟାଳୟର ଏନ୍‌ଏସ ଏସ୍ ଦଳ ମିଳିତଭାବେ ସ୍ଥାନୀୟ ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲ ପରିସରରୁ କର୍କଟ ରୋଗର ନିରାକରଣ ପାଇଁ ଜନସଚେତନତା ସୃଷ୍ଟି କରିବାକୁ ଏକ ପଦଯାତ୍ରାର ଆରମ୍ଭ ହୋଇ ସହରରେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l

    ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡ଼ା. ରାଜେଶ କୁମାର ବେହେରା ଓ ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ସୁନିତା ମୁଣ୍ଡ ,ବରପାଲି ସାମ୍ବାଦିକ ସଂଘ ସଭାପତି ଚିତ୍ତରଞ୍ଜନ ସାହୁ, ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟ ଅଧ୍ୟକ୍ଷା ମଧୁସ୍ମିତା ମୁଣ୍ଡ, ଉପାଧ୍ୟକ୍ଷ ସୁଶୀଳ କୁମାର ରଥ, ପ୍ରଶାସନିକ ଅଧିକାରୀ ମିନତି ପ୍ରଧାନ ଯୋଗ ଦେଇଥିଲେ ।

    ଏହି ଯାତ୍ରା ସ୍ଳୋଗାନ ସହ ଷ୍ଟେଟବ୍ୟାଙ୍କ ଛକ ଦେଇ ଶ୍ୟାମାଛକ,ଡାକ୍ତରଖାନା ଛକ, ଅଶୋକ କ୍ଳବ ଦେଇ ଗାନ୍ଧିଛକଠାରେ ପହୁଞ୍ଚିଥିଲା ।ଏଥିରେ ସୁନିତା ମୁଣ୍ଡ, ନିବେଦିତା ସାହୁ,ମଧୁସ୍ମିତା ମୁଣ୍ଡ, ବାଲକିଶୋର ଖାଡଙ୍ଗା,ପଦ୍ମଲୋଚନ ସାହୁ, ସୂର୍ଯ୍ୟ ନାରାୟଣ ଦାଶ,ଦୁଷ୍ମନ୍ତ ମିଶ୍ର, ଅଶୋକ ବରାଇ,ବ୍ରଜକିଶୋର ମେହେର,ସୁଦାମ ଦିପ,ସୁବୋଧ ସାହୁ,ଦୟାସାଗର ନନ୍ଦ,ଧୀରେନ୍ଦ୍ର ପତି, ପଦ୍ମ ଲୋଚନ ଦାଶ, ଆଦିତ୍ୟ ପ୍ରସାଦ କର, ହେମାନନ୍ଦ କହ୍ନେଇ, ପୁରନ୍ଦର ସିଂହ, ଦେବେନ୍ଦ୍ର କୁମାର ମହାପାତ୍ର, ସରୋଜ ପଧାନ, ନିମାଇଁ ଥଇତ୍ ,ରୀତାଞ୍ଜଳି ଭୋଇ, ପ୍ରଶାନ୍ତ କୁମାର ସାହୁ, ସ୍ୱାଗତିକା ସାହୁ , ସ୍ଵର୍ଣ୍ଣପ୍ରଭା ପଧାନ, ସିଟିଓ ମିଲ୍କୀ ବାରିକ,ଆଦି ସହଯୋଗ କରିଥିଲେ ।

  • ଟି-୨୦ ରେ ରସିଦ ଖାନଙ୍କ ରେକର୍ଡ, ସର୍ବକାଳୀନ ବିଶ୍ୱ ରେକର୍ଡ ଭାଙ୍ଗି ବିଶ୍ୱ କ୍ରିକେଟ୍ ରେ ସୃଷ୍ଟି କଲେ ଇତିହାସ

    ଟି-୨୦ ରେ ରସିଦ ଖାନଙ୍କ ରେକର୍ଡ, ସର୍ବକାଳୀନ ବିଶ୍ୱ ରେକର୍ଡ ଭାଙ୍ଗି ବିଶ୍ୱ କ୍ରିକେଟ୍ ରେ ସୃଷ୍ଟି କଲେ ଇତିହାସ

    ଆଫଗାନିସ୍ତାନର ଭେଟେରାନ ସ୍ପିନର ରସିଦ ଖାନ ଟି -୨୦ ରେ ଇତିହାସ ସୃଷ୍ଟି କରିଛନ୍ତି। ରସିଦ ବର୍ତ୍ତମାନ ଟି -୨୦ କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇଛନ୍ତି। ସେ ଡୱେନ ବ୍ରାଭୋଙ୍କ ବିଶ୍ୱ ରେକର୍ଡ ଭାଙ୍ଗି ବିଶ୍ୱ କ୍ରିକେଟରେ ଏକ ଆଲୋଡ଼ନ ସୃଷ୍ଟି କରିଛନ୍ତି। ବ୍ରାଭୋ ଟି -୨୦ ରେ ୬୩୧ ୱିକେଟ୍ ନେଇଥିଲେ। ବର୍ତ୍ତମାନ ରସିଦ ଖାନ ୬୩୨ ୱିକେଟ୍ ନେଇ ଟି -୨୦ ରେ ସର୍ବାଧିକ ୱିକେଟ୍ ଦଖଲ କରିଛନ୍ତି । ଦକ୍ଷିଣ ଆଫ୍ରିକା ଟି -୨୦ ଲିଗରେ ଖେଳୁଥିବା ରସିଦ ବ୍ୟାଟ୍ସମ୍ୟାନ୍ ଡୁନିଥଙ୍କୁ ଆଉଟ କରି ଟି -୨୦ କ୍ୟାରିୟରରେ ୬୩୨ ୱିକେଟ୍ ପୂରଣ କରିଛନ୍ତି। ଜଣାଇଦେଉଛୁ କି ବର୍ତ୍ତମାନ ସୁଦ୍ଧା ଟି -୨୦ ରେ ରସିଦଙ୍କ ମୋଟ ୬୩୩ ୱିକେଟ୍ ହୋଇଯାଇଛି ।

    ବର୍ତ୍ତମାନ ପର୍ଯ୍ୟନ୍ତ ରସିଦ ତାଙ୍କ ଟି -୨୦ କ୍ୟାରିୟରରେ ୪୬୧ ମ୍ୟାଚ୍ ଖେଳି ସାରିଛନ୍ତି ଯେଉଁଥିରେ ସେ ୬୩୩ ୱିକେଟ୍ ନେବାରେ ସଫଳ ହୋଇଛନ୍ତି | ଆପଣଙ୍କୁ କହି ଦେବାକୁ ଚାହୁଁ ଯେ ବ୍ରାଭୋ ତାଙ୍କ ଟି -୨୦ କ୍ୟାରିୟରରେ ୫୮୨ ଟି ମ୍ୟାଚ୍ ଖେଳି ମୋଟ ୬୩୧ ୱିକେଟ୍ ନେବାରେ ସଫଳ ହୋଇଥିଲେ। ବର୍ତ୍ତମାନ ରସିଦ୍ ଟି -୨୦ ର ନୂତନ କିଙ୍ଗ ହୋଇ ବିଶ୍ୱକୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି | ସବୁ ଆଡୁ ରସିଦଙ୍କ ବୋଲିଂକୁ ପ୍ରଶଂସା କରାଯାଉଛି।

    ରସିଦ ଯେଉଁ ଅନ୍ଦାଜ ରେ ବୋଲିଂ କରୁଛନ୍ତି ଏବଂ ଦ୍ରୁତ ଗତିରେ ରେକର୍ଡ ପରେ ରେକର୍ଡ ସୃଷ୍ଟି କରୁଛନ୍ତି ତାକୁ ଦେଖି ଆଶା କରାଯାଉଛି ଯେ ଆଗାମୀ ଦିନରେ ସେ ଟି -୨୦ ରେ ୧୦୦୦ ୱିକେଟ୍ ନେଇ ବିଶ୍ୱର ପ୍ରଥମ ବୋଲର ହୋଇପାରନ୍ତି ।

  • ଦାଦା-ବଟି ନ ଦେବାରୁ ମରଣାତ୍ମକ ଆକ୍ରମଣ, ରକ୍ତାକ୍ତ ଅବସ୍ଥାରେ ଥାନାରେ ପହଁଚିଲେ ବ୍ୟବସାୟୀ

    ଦାଦା-ବଟି ନ ଦେବାରୁ ମରଣାତ୍ମକ ଆକ୍ରମଣ, ରକ୍ତାକ୍ତ ଅବସ୍ଥାରେ ଥାନାରେ ପହଁଚିଲେ ବ୍ୟବସାୟୀ

    ଦାଦା ବଟି କୁ ନେଇ ରକ୍ତ ପାତ, ମାଛ ବ୍ୟବସାୟୀ ଙ୍କୁ ଆକ୍ରମଣ କରି ସୁନା ଚେନ, ମୁଦି, ପଚାଶ ହଜାର ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ. କୁଦାନଗରୀ ଥାନା ରେ ମାମଲା ରୁଜ୍ଜୁ ପରେ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି. କୁଦାନଗରୀ ଥାନା ଅନ୍ତର୍ଗତ ମାହାଳ ବାବା କଲ୍ୟାଣ ମଣ୍ଡପ ନିକଟ ରେ କିଛି ଦୁର୍ବୁତ୍ତ ଜଣେ ମାଛ ବ୍ୟବସାୟୀ ରାକେଶ ମାହାଳି ଙ୍କୁ ମାରଣlନ୍ତକ ଆକ୍ରମଣ କରି ଟଙ୍କା ଓ ସୁନା ମୁଦି ଚେନ ଲୁଟି ନେଇଥିଲେ.ତେବେ ଆକ୍ରମଣକାରି ଙ୍କୁ ଅଭିଯୋଗକାରି ଚିନ୍ହଟ କରିଛନ୍ତି.ଅଭିଯୋଗ ଅନୁଯାୟୀ ସଂଧ୍ୟା ସମୟରେ ଚାଅପୁର ଗାଁ ର ମାଛ ବ୍ୟବସାୟୀ ରାକେଶ ବ୍ୟବସାୟ ଟଙ୍କା ସହ ଘରକୁ ଫେରୁଥିଵା ସମୟ ରେ କାବିଲ ପୁର ଓ ଛକନା ଅଞ୍ଚଳ ର କିଛି ଗୁଣ୍ଡା କିଶୋର ଓରଫ ଖଟୁ ନାୟକ,, ଚି଼ଙ୍କୁ,ଚିଣ୍ଟୁ,ବିଳାସ ରାଉଳ ଓ ତାଙ୍କର ସହଯୋଗୀ ମାନେ ବାବା କଲ୍ୟାଣ ମଣ୍ଡପ ନିକଟ ରେ ଅଟକାଇ ମଦ ବୋତଲ ରେ ରାକେଶ ଙ୍କ ମୁଣ୍ଡ କୁ ଫଟାଇ ଠେଙ୍ଗା ସାହାଯ୍ୟ ରେ ଆକ୍ରମଣ କରି ଲହୁଲୁହାଣ କରି ଟଙ୍କା ସୁନା ଲୁଟିଥିଲେ. ପୂର୍ବରୁ ଦୁର୍ବୁତ୍ତ ମାନେ ରାକେଶ ଙ୍କୁ ବାରମ୍ବାର ଦାଦାବଟି ମାଗୁଥିଲେ ହେଲେ ରାକେଶ ଦାଦାବଟି ନ ଦେବାରୁ ତାଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ ହୋଇଥିଲା. ରାକେଶ ଙ୍କ. ମୁଣ୍ଡ ଓ ହାତ ରେ ଗଭୀର ଆଘାତ ଲାଗୁଥିଲା . ମୁଣ୍ଡରୁ ଗଭୀର ରକ୍ତ ସ୍ରାବ ହୋଇଥିଲା.ରାକେଶ ଙ୍କୁ ଗୁରୁତର ଅବସ୍ଥା ରେ ସ୍ଥାନୀୟ ଲୋକେ ଉଦ୍ଧାର କରି କୁଦାନଗରୀ ଥାନା ନେଇଥିଲେ.ସେଠାରେ ସେ ଅଭିଯୋଗ ଦେବାପରେ ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା . ଏନେଇ କୁଦାନଗରୀ ଥାନା ରେ ଅଭିଯୋଗ ପରେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ କରୁଛନ୍ତି

  • ଧାନର କଟନି-ଛଟନିକୁ ବିରୋଧ, ଚାଷୀ କଲେ ବାସୁଦେବପୁର ବ୍ଲକ ଘେରାଉ

    ଧାନର କଟନି-ଛଟନିକୁ ବିରୋଧ, ଚାଷୀ କଲେ ବାସୁଦେବପୁର ବ୍ଲକ ଘେରାଉ

    ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଧାନ କିଣାରେ ଆଠ ପର୍ସେଣ୍ଟରୁ ଏଗାର ପର୍ସେଣ୍ଟ କଟନି ଛଟନି କୁ ନେଇ ଚାଷୀଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହାକୁ ବିରୋଧ କରି ଚାରି ଟି ସ୍ଥାନ ରେ ଚାଷୀ ମାନେ ରାସ୍ତା ରୋକ୍ କରିଛନ୍ତି। ବାସୁଦେବପୁର ବ୍ଲକ ର ବିଦେଇପୁର, ଏଡତାଳ, ନରସିଂହପୁର, ଇରମ ଠାରେ ମୁଖ୍ୟ ରାସ୍ତା ଅବରୋଧ କରି ଚାଷୀ ମାନେ ଦୀର୍ଘ ସମୟ ଧରି ରାସ୍ତା ରୋକ୍ କରିଛନ୍ତି।

    ବିଦେଇପୂର୍ ଠାରେ ରମେଶ ଚନ୍ଦ୍ର ବଳ, ଉତ୍ତମ ପାତ୍ର, ବିଦ୍ୟାଧର ମୁଦୁଲି, କାହ୍ନୁ ଚରଣ ବେହେରା, ଆଦିତ୍ୟ ଗିରି, ଦୟାନିଧି ଦାସ, ତପନ କୁମାର ଭୂୟାଁ, ଶରତ ମିଶ୍ର, ରତ୍ନାକର ବାରିକ୍, ସୁବାସ ମାଝୀ ଙ୍କ ସହ ବହୁ ଚାଷୀ ସେହିପରି ଏଡତାଳ ଠାରେ ନିରଞ୍ଜନ ପଲାଇ, ହରିହର ବେହେରା, ଗୋପାଳ ଦାସ, ଅର୍ଜୁନ ମଲ୍ଲିକ, ବିଦ୍ୟାଧର ମଲିକ, ହିମାଂଶୁ ଜେନା, ଜଗବନ୍ଧୁ ନାୟକ, ହୃଷୀକେଶ ନାୟକ ଙ୍କ ସହ ବହୁ ଚାଷୀ ସେହିପରି ନରସିଂହପୁର ଠାରେ ଗୌରାଙ୍ଗ ପଣ୍ଡା, ପ୍ରଭାତ ବାରିକ୍, ଜଗନ୍ନାଥ ମିଶ୍ର, ପଦ୍ମ ଲୋଚନ ମହାରଣା, ଗଙ୍ଗାଧର ପରିଡ଼ା, ଭାଗିରଥି ମହାପାତ୍ର, ବିଭୂତି ଭୂଷଣ ପଣ୍ଡା ଙ୍କ ସହ ବହୁ ଚାଷୀ ସେହିପରି ଇରମ ଠାରେ ସୁବାସ ସନ୍ଧି ବିଗ୍ରହ, ଦେବ ଦତ୍ତ ବଳ, ଗୌରହରି ମଲିକ, ସୁନୀଲ ପାଢ଼ୀ, ଅମରେନ୍ଦ୍ର ପଣ୍ଡା, ରଘୁନାଥ ମଲିକ, ବଂଶୀ ଧର ସେଠୀ, ନିରଞ୍ଜନ ରାଉତ ଙ୍କ ସହ ବହୁ ଚାଷୀ ଉପସ୍ଥିତ ରହି ଦୀର୍ଘ ସମୟ ଧରି ବସି ରହି ଥିଲେ।

  • ବାଲେଶ୍ୱର ପାଲଟିଛି ଧଳାଜହରର ଗନ୍ତାଘର, ଜଳପଥ ଦେଇ ଓଡ଼ିଶାରେ ଚାଲିଛି କାରବାର

    ବାଲେଶ୍ୱର ପାଲଟିଛି ଧଳାଜହରର ଗନ୍ତାଘର, ଜଳପଥ ଦେଇ ଓଡ଼ିଶାରେ ଚାଲିଛି କାରବାର

    ବାଲେଶ୍ୱର ଜିଲ୍ଲାର ଅରଡ଼ ବଜାର ଓ ଜଳେଶ୍ୱର ସହରରେ ବିପୁଳ ପରିମାଣରେ ବିକ୍ରି ହେଉଛି ଧଳା ଜହର।ଯୁବ ପିଢୀ ବିଶେଷ କରି କଲେଜ ପଢୁଆ ପିଲା ନିଶାରେ କବଳିତ ରହୁଛନ୍ତି। ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ୱର ଓ ଜଳେଶ୍ୱରରେ ପ୍ରାୟ ୩୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର କାରବାର ହେଉଛି। ଜାତୀୟ ରାଜପଥ ସମେତ ଜଳପଥ ଓ ରେଳପଥ ସାଜିଛି ଏହାର ମାଧ୍ୟମ । ପଶ୍ଚିମବଙ୍ଗର ବନଗାଁ ଅଂଚଳକୁ ଜଳପଥ ଦେଇ ଆସିଥାଏ ବ୍ରାଉନସୁଗାର । ବନଗାଁରୁ ପ୍ରତ୍ୟକ ୨ ଘଣ୍ଟା ଅନ୍ତରରେ ରେଳପଥ ଯୋଗେ ଶିଆଳଦା, ହାୱଡା ମଧ୍ୟଦେଇ ଜଳେଶ୍ୱର ସହର ଭାୟା ଖଡଗପୁର ଦେଇ ଓଡ଼ିଶାକୁ ପ୍ରବେଶ କରିଥାଏ ।

    ଆନ୍ତର୍ଜାତୀୟ କୁଖ୍ଯାତ ବ୍ରାଉନସୁଗାର ମାଫିଆ ସେଖ୍ ସମିରୁଦ୍ଦିନ ଓରଫ ଟାକଲୁ ରାଜା ,ଗତ କାଲି ବିଳମ୍ବିତ ରାତିରେ ଟାକୁଲୁ ରାଜା କୁ ଗିରଫ କରିବା ସହିତ ୩୪୫ ଗ୍ରାମ ର ବ୍ରାଉନ ସୁଗାର, ଗୋଟିଏ ରୟାଲ ଏନଫିଲ୍ଡ ବାଇକ, ଗୋଟିଏ ମୋବାଇଲ ଏବଂ ନଗଦ ଟଙ୍କା ଜବଦ କରିଛି ଜଳେଶ୍ବର ପୋଲିସ ,ଜବତ ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ୩୪ ଲକ୍ଷ ୫୦ ହଜାର ଟଙ୍କା ହୋଇଥିବା ନେଇ ଜଳେଶ୍ବର ଥାନା ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ବାଲେଶ୍ୱର ଏସପି ରାଜ ପ୍ରସାଦ, ପଶ୍ଚିମବଙ୍ଗ ରୁ ବ୍ରାଉନସୁଗାର ନେଇ ଜଳେଶ୍ବର କୁ ଫେରୁଥିବା ବେଳେ ୬୦ ନମ୍ବର ଜାତୀୟ ରାଜପଥ ର ଅଗ୍ରୱାଲା ଛକ ନିକଟରେ ଚଢଉ କରି ଜବଦ କରିଛି ।

    କୁଖ୍ଯାତ ବ୍ରାଉନସୁଗାର ବେପାରୀ ଟାକୁଲୁ ରାଜା ପଡୋଶୀ ବାଂଲାଦେଶ ଓ ନେପାଳ, ଦୁବାଇ ରୁ ଧଳା ଜହର ଆଣି ଓଡିଶା ସମେତ ବିଭିନ୍ନ ରାଜ୍ଯ ରେ କାରବାର କରୁଥିଲା, ଦୀର୍ଘ ଦିନ ଏସ ଟି ଏଫ୍ ସ୍କାନର ରେ ରହିବା ପରେ ୨୦୨୧ ମସିହା ରେ ସେ ପୋଲିସ ହାତରେ ଆତ୍ମ ସମ୍ପର୍ପଣ କରି ଥିଲା , ସେତେବେଳେ ଜଳେଶ୍ୱର ଅଞ୍ଚଳ ରେ ଆନୁମାନିକ ୧୦ କୋଟି ଟଙ୍କା ର ସମ୍ପତି ଠାବ କରା ଯାଇଥିଲା, ଉକ୍ତ ରିପୋର୍ଟ କୁ ଆଧାର କରି ‘ଫର ଫିଚର ଅଫ ପ୍ରପୋର୍ଟି ଆକ୍ଟ ୧୯୭୬ ବଳରେ କେନ୍ଦ୍ରୀୟ ନାରକୋଟିଭ ଡ୍ରଗସ ବିଭାଗ କୋଲକାତା ସ୍ଥିତ ଇଷ୍ଟର୍ନ ରିଜିୟନାଲ ଜୋନ ର କମିଟିମେଣ୍ଟ ଆଡମିନିଷ୍ଟ୍ରେଟ ସମସ୍ତ ସମ୍ପତି ବାଜ୍ୟାପ୍ତି ପାଂଇ ନିର୍ଦେଶ ଦେଇ ଥିଲେ , ଟାକୁଲୁ ରାଜା ନାମରେ ଏସଟିଏଫ୍ ପୂର୍ଵରୁ ୨୦୨୦ ମସିହାରେ ୭ଟି ମାମଲା ଟାକଲୁ ବିରୋଧରେ ଥାନରେ ରୁଜୁ ହୋଇଥିଲା।

    ୨୦୨୧ରେ ସେ ଆତ୍ମ ସମର୍ପଣ କରିଥିଲା ୨୦୨୩ ମସିହାରେ ସେ ଜେଲରୁ ବାହାରି ଥିଲା। ସେ ପଡୋଶୀ ବାଂଲାଦେଶ ଓ ନେପାଳ, ଦୁବାଇରୁ ଧଳା ଜହର ଆାଣି କାରବାର କରୁ ଥିଲା । ଜଳେଶ୍ୱେର ଅଂଚଳରେ ତାହାର ଆନୁମାନିକ ୧୦ କୋଟି ଟଙ୍କାର ସମ୍ପତ୍ତି ଠାବ କରା ଯାଇଥିଲା। ଜଳେଶ୍ୱର ତହସିଲଦାରଙ୍କ ସହାୟତାରେ ଟାକଲୁ ରାଜାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପକ୍ରିୟା ଚାଲୁ ଅଛି। ଏସଟିଏଫ୍ ଜଳେଶ୍ୱର ତହସିଲଦାର ଙ୍କ ସହାୟତା ରେ ଟାକୁଲୁ ରାଜା ର ସମ୍ପତି ବାଜ୍ୟାପ୍ତି ପାଇଁ ପକ୍ରିୟା ଚାଲୁ ଅଛି , ଅନ୍ୟପଟେ ବାଲେଶ୍ୱର ଏସ୍ପି ରାଜ ପ୍ରାସାଦ କହିଛନ୍ତି ଟାକୁଲୁ ରାଜାକୁ ଆଗାମୀ ଦିନରେ ରିମାଣ୍ଡ ରେ ନେଇ ଅଧିକ ତଦନ୍ତ କରାଯିବ।

  • ମହାକୁମ୍ଭ ରେ ମହା ଘୋଟାଲା, ଆଘୋରୀ ବାବାଙ୍କ ପ୍ରେମରେ ଋଷୀୟ ମହିଳା

    ମହାକୁମ୍ଭ ରେ ମହା ଘୋଟାଲା, ଆଘୋରୀ ବାବାଙ୍କ ପ୍ରେମରେ ଋଷୀୟ ମହିଳା

    ମହାକୁମ୍ଭ ୨୦୨୫ରେ ଅଜବ ଅଜବ ଘଟଣା ଘଟୁଛି ଏବଂ ଅଦ୍ଭୁତ କାହାଣୀ ସବୁ ସାମ୍ନାକୁ ଆସୁଛି । ଆଇଆଇଟି ବାବାଙ୍କଠାରୁ ଆରମ୍ଭ କରି ମୋନାଲିସା ପର୍ଯ୍ୟନ୍ତ, ଅନେକ ଚର୍ଚ୍ଚିତ ଚେହେରା ସୋସିଆଲ ମିଡିଆରେ ଦୃଷ୍ଟି ଆକର୍ଷଣ କରିଛନ୍ତି ।

    ଏହି ସମୟରେ ବିବାହର ଅନେକ ଖବର ମଧ୍ୟ ଭାଇରାଲ ହୋଇଥିଲା। ପ୍ରଥମେ ଜଣେ ଗ୍ରୀକ ଝିଅ ଏବଂ ଜଣେ ଦିଲ୍ଲୀ ପୁଅର ବିବାହ ଖବର ଚର୍ଚ୍ଚାରେ ଥିଲା । ଆଉ ଏବେ ମହାକୁମ୍ଭ ପରିଦର୍ଶନ କରିବାକୁ ଆସିଥିବା ଜଣେ ଋଷୀୟ ମହିଳାଙ୍କୁ ନେଇ ହେଉଛି ଚର୍ଚ୍ଚା। କାରଣ ଜଣେ ଅଘୋରୀ ବାବାଙ୍କ ପ୍ରେମରେ ଉବୁଡ଼ୁବୁ ହେଉଥିବା ଖବର ସମସ୍ତଙ୍କୁ ଚକିତ କରିଛି । ଦୁହେଁ ମହାକୁମ୍ଭରେ ବିବାହ କରିଥିବା ମଧ୍ୟ ଜଣାପଡିଛି ଏବଂ ସେମାନଙ୍କର ଅନନ୍ୟ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

    ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ଜଣେ ରୁଷୀୟ ମହିଳାଙ୍କ ସାକ୍ଷାତକାର ନେଉଥିବାର ଦେଖାଯାଉଛି। ସେ ମହିଳାଙ୍କୁ ପଚରାଯାଇଥିଲା, ଆପଣ ହିନ୍ଦୁ ଧର୍ମକୁ ପସନ୍ଦ କରନ୍ତି? ଏଥିରେ ସେି ହସି ହସି ଉତ୍ତର ଦେଲେ ଯେ ସେ ଭଗବାନ ଗଣେଶଙ୍କର ଜଣେ ଭକ୍ତ। ସେହି ସମୟରେ ଯେତେବେଳେ ସେହି ବ୍ୟକ୍ତି ଅଘୋରୀ ବାବାଙ୍କୁ ପଚାରିଲେ ଯେ ଏହି ମହିଳା ଜଣଙ୍କ ତାଙ୍କ ତପସ୍ୟାରେ ବିରକ୍ତି ସୃଷ୍ଟି କରୁଛନ୍ତି କି? ବାବା ଉତ୍ତର ନଦେଇ ଲାଜରେ ହସିଥିଲେ। ଏହି ସୁନ୍ଦର ଏବଂ ଅନନ୍ୟ ମୁହୂର୍ତ୍ତଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଲୋକମାନେ ଏହି ଅନନ୍ୟ ପ୍ରେମ କାହାଣୀ ଉପରେ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି।

    ଏହି ଭିଡିଓଟି ଇନ୍ସଟାଗ୍ରାମର ପେଜରୁ ଶେୟାର କରାଯାଇଛି, ଯାହାକି ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଭିୟୁ ପାଇସାରିଲାଣି। ଅନେକ ଲୋକ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ଏବେ ଆମକୁ ମଧ୍ୟ ବାବା ହେବାକୁ ପଡିବ। ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ବାବାଙ୍କୁ ତାଙ୍କ ତପସ୍ୟାର ଫଳ ମିଳିଛି।

  • ଚଳିତ ବର୍ଷ ବଡ ପରଦାରେ ନଜର ଆସିବେ ୭ ନୂଆ ଯୋଡି, ପ୍ରଶଂସକଙ୍କ ପସନ୍ଦ ଉପରେ ନିର୍ଭର କରେ ସେମାନଙ୍କ କ୍ୟାରିୟର

    ଚଳିତ ବର୍ଷ ବଡ ପରଦାରେ ନଜର ଆସିବେ ୭ ନୂଆ ଯୋଡି, ପ୍ରଶଂସକଙ୍କ ପସନ୍ଦ ଉପରେ ନିର୍ଭର କରେ ସେମାନଙ୍କ କ୍ୟାରିୟର

    ୨୦୨୪ ବଲିଉଡ ପାଇଁ କିଛି ଖାସ ପ୍ରଭାବ ପକାଇନାହିଁ । ଗତ ବର୍ଷ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ରେ ସାଉଥ୍ ସିନେମା ବାଜି ମାରି ନେଇଥିଲା ​​। ଚଳିତ ବର୍ଷ ୨୦୨୫, ପାଇଁ ଅଣ୍ଟା ଭିଡିଲାଣି ବଲିଉଡ । ଚଳିତ ବର୍ଷ ୭ ଟି ନୂଆ ଯୋଡି ଅନସ୍କ୍ରିନରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । ଏହି ଯୋଡିରେ କିଛି ନୂତନ ଅଭିନେତାଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି ଯେଉଁମାନେ ଚଳିତ ବର୍ଷ ଡେବ୍ୟୁ କରିବାକୁ ଯାଉଛନ୍ତି । କିଛି କଳାକାର ଅଛନ୍ତି ଯେଉଁମାନେ ପୂର୍ବରୁ ହିଟ୍ ଫିଲ୍ମ ଦେଇସାରିଛନ୍ତି କିନ୍ତୁ ବର୍ତ୍ତମାନ ନୂଆ ଯୋଡିଙ୍କ ସହିତ ପରଦାରେ ଧମାଲ କରିବାକୁ ପ୍ରସ୍ତୁତ ଅଛନ୍ତି । ଆପଣଙ୍କୁ ଏପରି ୭ ଜଣ କଳାକାରଙ୍କ ଯୋଡି ବିଷୟରେ କହୁଛୁ ଯେଉଁମାନେ ଚଳିତ ବର୍ଷ ଅନସ୍କ୍ରିନରେ ରୋମାନ୍ସ କରିବାକୁ ଯାଉଛନ୍ତି ।

    ଜୁନେଦ ଖାନ ଏବଂ ଖୁସୀ କପୁରଙ୍କ ଫିଲ୍ମ ଲଭୟପା

    ଲଭୟପା ଖୁସୀ କପୁର (ବୋନି କପୁର ଏବଂ ଶ୍ରୀଦେବୀଙ୍କ ଝିଅ) ସହିତ ଜୁନାଦ ଖାନ (ଆମୀର ଖାନଙ୍କ ପୁଅ) ଅଭିନୟ କରିଛନ୍ତି । ଏହି ରୋମାଣ୍ଟିକ୍ ଡ୍ରାମା ଆଧୁନିକ ସମ୍ପର୍କର କାହାଣୀ ବର୍ଣନା କରିଛି । ନୂତନ ଚେହେରା ଏବଂ ଯୁବ ଶକ୍ତି ସହିତ, ଏହି ଯୋଡି ଅନସ୍କ୍ରିନରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ ।

    ଇନ ଗଲିଓ ମେ – ଅବନ୍ତିକା ଦାସାନି ଏବଂ ବିବାନ୍ ଶାହା

    ନୂତନ ପିଢ଼ି ଏବଂ ସେମାନଙ୍କର ଜଟିଳ ପ୍ରେମ କାହାଣୀ ଉପରେ ଫୋକସ ଦେଉଥିବା ଚଳଚ୍ଚିତ୍ର ଚଳିତ ବର୍ଷ ରିଲିଜ୍ ପାଇଁ ପ୍ରସ୍ତୁତ । ଏହି ରୋମାଣ୍ଟିକ୍ ଚଳଚ୍ଚିତ୍ର ଆଜିର ଦୁନିଆରେ ପ୍ରେମ ଏବଂ ସୋସିଆଲ୍ ମିଡିଆ କିପରି ଜଡିତ ତାହା ଅନୁସନ୍ଧାନ କରେ । ଏହି ଚିନ୍ତାଧାରା ଚଳଚ୍ଚିତ୍ର ଅବନ୍ତିକା ଦାସାନୀ ବିବାନ୍ ଶାହାଙ୍କ ସହିତ ବଡ ପରଦାରେ ଡେବ୍ୟୁ କରିଛନ୍ତି ।ଏହି ଚଳଚ୍ଚିତ୍ରଟି ବିନୋଦ ଯାଦବ ଏବଂ ନେରୁ ଯାଦବଙ୍କ ଦ୍ୱାରା ନିର୍ମିତ ଏବଂ ଆଲକୋର ପ୍ରଡକ୍ସନ୍ସ ଦ୍ୱାରା ପ୍ରଯୋଜିତ। ଇନ ଗଲିଓ ମେ ୨୮ ଫେବୃଆରୀ ୨୦୨୫ ରେ ମୁକ୍ତିଲାଭ କରିବ । ବିବାନ୍ ଶାହା ଭେଟେରାନ ବଲିଉଡ ଅଭିନେତା ନାସିରୁଦ୍ଦିନ ଶାହାଙ୍କ ପୁଅ ।

    ତୃପ୍ତି ଡିମରୀ ଏବଂ ସିଦ୍ଧାନ୍ତ ଚତୁର୍ବେଦୀ – ଧଡକ-୨

    ବ୍ଲକବଷ୍ଟର ଧଡକର ପରବର୍ତ୍ତୀ ଭାଗ ଧଡକ-୨ ମଧ୍ୟ ଚଳିତ ବର୍ଷ ମୁକ୍ତିଲାଭ କରିବ। ଚଳଚ୍ଚିତ୍ରଟି ପ୍ରେମ ଏବଂ ଦ୍ୱନ୍ଦ୍ୱର ଗଭୀର ଭାବପ୍ରବଣ ସ୍ତର ସହିତ ଏକ କାହାଣୀ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ର ସିକ୍ୱେଲରେ ତୃପ୍ତି ଡିମରୀ ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ବଡ଼ ପରଦାରେ ନଜର ଆସିବେ । ଏହା ପୂର୍ବରୁ ଏହି ଯୋଡି କେବେ ଏକାଠି ନଜର ଆସିନାହାଁନ୍ତି।

    ଖୁସି କପୁର ଏବଂ ଇବ୍ରାହିମ୍ ଅଲି ଖାନ୍ – ନାଦାନିଆ

    ନାଦାନିଆ ଚଳଚ୍ଚିତ୍ର ଖୁସୀ କପୁର ଏବଂ ଇବ୍ରାହିମ ଅଲି ଖାନଙ୍କୁ ଏକ ପାରିବାରିକ ନାଟକ ଜଗତରେ ଭ୍ରମଣ କରାଇବ । ଏହି ଚଳଚ୍ଚିତ୍ରରେ ସୈଫ ଅଲି ଖାନଙ୍କ ପୁଅ ଇବ୍ରାହିମ ଅଲି ଖାନ ଡେବ୍ୟୁ କରୁଛନ୍ତି। ଏହି ଚଳଚ୍ଚିତ୍ର କରଣ ଜୋହରଙ୍କ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ହେଉଛି।

    ଅନନ୍ୟା ପାଣ୍ଡେ ଏବଂ ଲକ୍ଷ – ଚାନ୍ଦ ମେରା ଦିଲ୍

    ଏହି ହୃଦୟସ୍ପର୍ଶୀ ରୋମାଣ୍ଟିକ କାହାଣୀରେ ଅନନ୍ୟା ପାଣ୍ଡେ ଲକ୍ଷଙ୍କ ସହ ମିଶି କାମ କରିଛନ୍ତି । ଅନନ୍ୟାଙ୍କ ସହ ଲକ୍ଷଙ୍କ ଯୋଡି ମଧ୍ୟ ଖୁବ ଜମିଛି । ତେବେ ଦେଖିବାକୁ ବାକି ରହିଲା ଏହି ଯୋଡି ନିଜ ଚଳଚ୍ଚିତ୍ର ସହିତ ଦର୍ଶକଙ୍କୁ କେତେ ପ୍ରଭାବିତ କରିବାରେ ସକ୍ଷମ ହୋଇପାରୁଛନ୍ତି ।

    ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ବାମିକା ଗବବି -ଦିଲ କା ଦରୱାଜା ଖୋଲନା ଡର୍ଲିଙ୍ଗ

    ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ବାମିକା ଗବବି ଏହି ତୀବ୍ର ରହସ୍ୟ-ରୋମାନ୍ସରେ ଉତ୍ସାହ, ରହସ୍ୟ ଏବଂ ମାନବ ସମ୍ପର୍କର ବିଷୟବସ୍ତୁ ଅନୁସନ୍ଧାନ କରନ୍ତି । ଏହି ଯୋଡି ଦର୍ଶକଙ୍କୁ ଏକ ଭାବପ୍ରବଣ ରୂପରେ ସମୃଦ୍ଧ ଅନୁଭୂତିର ପ୍ରତିଜ୍ଞା କରନ୍ତି । ଟିପ୍ସ ଫିଲ୍ମ, ରମେଶ ତୌରାନୀ ଏବଂ ହରମାନ ବାୱେଜାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ଜୟା ବଚ୍ଚନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

    ପରମ ସୁନ୍ଦରୀ – ସିଦ୍ଧାର୍ଥ ମଲହୋତ୍ରା- ଜାନଭୀ କପୁର

    ନିର୍ଦ୍ଦେଶକ ତୁଷାର ଜାଲୋଟାଙ୍କ ‘ପରମ ସୁନ୍ଦରାରୀ’ର ପ୍ରଥମ ଝଲକ ସମ୍ନାକୁ ଆସିଛି ଏବଂ ପ୍ରଶଂସକମାନେ ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାନଭୀ କପୁରଙ୍କୁ ଦେଖିବାକୁ ପାଉଛନ୍ତି । ଏହି ଚଳଚ୍ଚିତ୍ର ଜୁଲାଇରେ ମୁକ୍ତିଲାଭ କରିବ। ଫିଲ୍ମ ପୂର୍ବରୁ ସେମାନଙ୍କ ଯୋଡିକୁ ବହୁତ ପସନ୍ଦ କରାଯାଉଛି ।