Category: ମୁଖ୍ୟ ଖବର

  • ନସୀମ ଶାହଙ୍କ ବ୍ୟାଟରେ ବିପର୍ଯ୍ୟୟ, ୱାଣ୍ଡେରେ ରଚିଲେ ଇତିହାସ, ଏପରି ରେକର୍ଡ କରିବାରେ ସେ ହେଲେ ବିଶ୍ୱର ଦ୍ୱିତୀୟ ଖେଳାଳି

    ନସୀମ ଶାହଙ୍କ ବ୍ୟାଟରେ ବିପର୍ଯ୍ୟୟ, ୱାଣ୍ଡେରେ ରଚିଲେ ଇତିହାସ, ଏପରି ରେକର୍ଡ କରିବାରେ ସେ ହେଲେ ବିଶ୍ୱର ଦ୍ୱିତୀୟ ଖେଳାଳି

    ଦ୍ୱିତୀୟ ODIରେ ପାକିସ୍ତାନ (NZ vs PAK, 2nd ODI) ନ୍ୟୁଜିଲାଣ୍ଡ ବିପକ୍ଷରେ ୮୪ ରନରେ ପରାଜୟ ବରଣ କରିଥିଲା, ​​ହେଲେ ପାକିସ୍ତାନ ବୋଲର ନସୀମ ଶାହ ତାଙ୍କ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ ସ୍ଥାପନ କରିଛନ୍ତି। ଏଥର ନସୀମ ଶାହ ବୋଲିଂ କରି ନୁହେଁ ବରଂ ବ୍ୟାଟିଂ କରି ଏହି ନୂଆ ରେକର୍ଡ କରିଛନ୍ତି, ଯାହା ନିଶ୍ଚିତ ଭାବରେ ଏକ ଅନନ୍ୟ କଥା। ଆପଣଙ୍କୁ କହି ରଖୁଛୁ ଯେ ଏହି ମ୍ୟାଚ୍‌ରେ ୨୯୩ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ବେଳେ ପାକିସ୍ତାନ ଦଳ କେବଳ ୨୦୮ ରନ୍‌ କରିପାରିଥିଲା। ପାକିସ୍ତାନ ଲକ୍ଷ୍ୟଠାରୁ ୮୪ ରନ ପଛରେ ପଡ଼ିଗଲା। କିନ୍ତୁ ପାକିସ୍ତାନର ଇନିଂସ ସମୟରେ, ନସିମ ​​୧୧ ନମ୍ବରରେ ବ୍ୟାଟିଂ କରୁଥିବା ସମୟରେ ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ୫୧ ରନ କରି ଆଉଟ ହୋଇଥିଲେ। ଏହା କରି ନସୀମ ଶାହ ଏକଦିବସୀୟ କ୍ରିକେଟ ଇତିହାସରେ ୧୧ ନମ୍ବରରେ ସବୁଠାରୁ ବଡ଼ ଇନିଂସ ଖେଳିବାରେ ବିଶ୍ୱର ଦ୍ୱିତୀୟ ଖେଳାଳି ହୋଇଛନ୍ତି।

    ୱାଣ୍ଡେରେ ନମ୍ବର ୧୧ ​​ବ୍ୟାଟିଂ ପୋଜିସନରେ ସବୁଠାରୁ ବଡ଼ ଇନିଂସ ଖେଳିବାର ରେକର୍ଡ ପାକିସ୍ତାନର ମହମ୍ମଦ ଆମିରଙ୍କ ନାମରେ ଅଛି। ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଏକଦିବସୀୟ ମ୍ୟାଚ୍‌ରେ ମହମ୍ମଦ ଆମିର ୧୧ ନମ୍ବରରେ ବ୍ୟାଟିଂ କରୁଥିବା ସମୟରେ ୫୮ ରନ୍‌ର ଇନିଂସ ଖେଳିଥିଲେ। ସବୁଠାରୁ ଆକର୍ଷଣୀୟ କଥା ହେଉଛି ଯେ ଏକଦିବସୀୟ ମ୍ୟାଚ୍‌ରେ ୧୧ ନମ୍ବରରେ ସବୁଠାରୁ ବଡ଼ ଇନିଂସ ଖେଳିଥିବା ଶୀର୍ଷ ତିନି ଜଣ ବ୍ୟାଟ୍ସମ୍ୟାନ୍‌ ପାକିସ୍ତାନର। ଏହି ମାମଲାରେ ସୋଏବ ଅଖତର ତୃତୀୟ ସ୍ଥାନରେ ଅଛନ୍ତି, ଯିଏ ୨୦୦୩ରେ ଇଂଲଣ୍ଡ ବିପକ୍ଷରେ ୧୧ ନମ୍ବରରେ ବ୍ୟାଟିଂ କରୁଥିବା ସମୟରେ ୪୩ ରନ କରିଥିଲେ।

    ୫୮ – ମହମ୍ମଦ ଆମିର (ପାକିସ୍ତାନ) ବନାମ ଇଂଲଣ୍ଡ, ୨୦୧୬
    ୫୧ – ନସିମ ​​ଶାହ (ପାକିସ୍ତାନ) ବନାମ ନ୍ୟୁଜିଲାଣ୍ଡ, ୨୦୨୫
    ୪୩. ସୋଏବ ଅଖତର (ପାକିସ୍ତାନ) ବନାମ ଇଂଲଣ୍ଡ, ୨୦୦୩
    ୪୨ * – ମାଖାୟା ନଟିନି (ଦକ୍ଷିଣ ଆଫ୍ରିକା) ବନାମ ନ୍ୟୁଜିଲ୍ୟାଣ୍ଡ,୨୦୦୪
    ୩୭ – ଜୋଏଲ୍ ଗାର୍ନର (ୱେଷ୍ଟଇଣ୍ଡିଜ୍) ବନାମ ନ୍ୟୁଜିଲାଣ୍ଡ, ୨୦୦୪

  • ବାଲେଶ୍ଵର ଜିଲ୍ଲା କାସିଆ ଚଟାଣ ଛକଠାରେ ଯୁବକଙ୍କ ମୃତଦେହ ଠାବ

    ବାଲେଶ୍ଵର ଜିଲ୍ଲା କାସିଆ ଚଟାଣ ଛକଠାରେ ଯୁବକଙ୍କ ମୃତଦେହ ଠାବ

    ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଜାମଶୂଳି ଲଙ୍ଗଳେଶ୍ଵର ରାସ୍ତାର କାସିଆ ଚଟାଣ ଛକ ନିକଟରେ ଏକ ଗଳିତ ମୃତଦେହ ଠାବ ହୋଇଛି। ମୃତକ ହେଲେ କୈନଗ୍ରୀ ପଞ୍ଚାୟତର ଡୁବୁଲିଆ ଗ୍ରାମର ମଧୁସୂଦନ ଜେନା । ରାସ୍ତା କଡ଼ରେ ଥିବା ଘାସବୁଦା ଭିତରେ ମୃତଦେହ ପଡ଼ିଥିବାବେଳେ ଦୁର୍ଗନ୍ଧ ହେବାରୁ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରୁ ୨ ହଳ ଜୋତା ଓ ବାଇକର ଭଙ୍ଗା ଇଣ୍ଡିକେଟର ମିଳିଛି। ଏଥିସହିତ ନିକଟସ୍ଥ ପେଟ୍ରୋଲ ନିକଟରେ ଏକ ପରିତ୍ୟକ୍ତ ବାଇକ ୩ଦିନ ହେଲା ପଡ଼ିଥିବା ଦେଖିବାକୁ ମିଳିଛି। ବାଇକଟି କାହାର କିପରି ସେଠାକୁ ଆସିଲା ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ’କଲେ ଜଣାପଡ଼ିବ ବୋଲି କୁହାଯାଉଛି। ତେବେ ଏହା ହତ୍ୟା ନା ଦୁର୍ଘଟଣାଜନିତ ମୃତ୍ୟୁ ତାକୁ ନେଇ ସନ୍ଦେହ ବଢ଼ିଛି।

  • ଚିକିତ୍ସାଳୟର ସମସ୍ୟାକୁ ନେଇ ଅନଶନରେ କୋଶଳ ସେନାର ସଦସ୍ୟ

    ଚିକିତ୍ସାଳୟର ସମସ୍ୟାକୁ ନେଇ ଅନଶନରେ କୋଶଳ ସେନାର ସଦସ୍ୟ

    ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଉପଯୁକ୍ତ ଡାକ୍ତର,ବେଡ଼, ଆଇସିୟୁ,ନର୍ସ ନାହିଁ । ଖାଲି ଥିବା ପଦବୀ ପୂରଣ କରାଯାଉ ବୋଲି ଦାବିରେ କୋଶଳ ସେନା ପକ୍ଷରୁ ଆଜି ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରା କରି ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଥିଲେ । ପରେ ଆମରଣ ଅନଶନ ରେ କିକିତ୍ସଲ୍ୟ ସାମ୍ନାରେ ବସିଥିଲେ । ଉପଖଣ୍ଡ ଚିକିତ୍ସାଳୟ ହୋଇଥିଲେ ମଧ୍ୟ ଏହା କେବଳ ଏକ ରେଫରାଲ ସେଣ୍ଟର୍ ଭାବରେ ପରିଣତ ହୋଇଛି । ସମସ୍ତ ଗୁରୁତର ରୋଗୀଙ୍କୁ ବରଗଡ଼ ଓ ବୁର୍ଲା ପଠାଇ ଦିଆଯାଉଛି ।

    ଫାର୍ମାସିଷ୍ଟ ତଥା ଅନ୍ୟାନ୍ୟ ସହଯୋଗୀ ଷ୍ଟାଫ୍ ପୂରଣ ସହିତ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଦାବି ହେଉଛି । ସରକାର ବଦଳିବା ପରେ ସମସ୍ତଙ୍କର ଆଶା ଥିଲା ଯେ ନୂତନ ସରକାର ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଚେଷ୍ଟା କରିବେ । କିନ୍ତୁ ନୂଆ ସରକାରକୁ ୧୦ ମାସ ବିତି ଯାଇଥିଲେ ବି ବର୍ତ୍ତମାନ ସୁଦ୍ଧା ଆବଶ୍ୟକ ଡାକ୍ତର ନର୍ସ ମଧ୍ୟ ପୂରଣ ହୋଇ ପାରି ନାହିଁ । ଯାହା ଦ୍ଵାରା କୋଶଳ ସେନା ମାନେ ଅନଶନ ରେ ବସିଛନ୍ତି । ଶୋଭାଯାତ୍ରାରେ ଚାଷୀ ନେତା ଅଜିତ ଶତପଥୀ, ଓକିଲ ସଂଘ ସଭାପତି ଆନନ୍ଦ ପଣ୍ଡା, ମହେଶ ପଣ୍ଡା,ଓ କୋଶଳ ସେନାର ସମସ୍ତ ସଦସ୍ୟ ଯୋଗଦେଇଥିଲେ ।

  • ଭିଜିଲାନ୍ସ ଜାଲରେ କୁତ୍ରା ତହସିଲ କାର୍ଯ୍ୟାଳୟ ଅମିନ

    ଭିଜିଲାନ୍ସ ଜାଲରେ କୁତ୍ରା ତହସିଲ କାର୍ଯ୍ୟାଳୟ ଅମିନ

    ଭିଜିଲାନ୍ସ ଜାଲରେ ଅମିନ ବାବୁ । ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ତହସିଲ କାର୍ଯ୍ୟାଳୟର ଜଣେ ଅମିନ ଶିଶିର କୁମାର ନାଏକ ୬ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ ବିଭାଗ ଏହି ଲାଞ୍ଚ ଟଙ୍କା ଜବତ କରିବା ସହ ଅଫିସ ଓ ବନ୍ଧବାହାଲସ୍ଥିତ ବାସଭବନରେ ଚଢ଼ାଉ କରିଛି । ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରି ପଚରାଉଚରା କରି କୋର୍ଟକୁ ଚାଲାଣ କରିଛି ।

    ସୂଚନାନୁଯାୟୀ, ଅଭିଯୁକ୍ତ ଅମିନ ଜଣେ ବ୍ୟକ୍ତିଙ୍କ ଜମି ଭାଗ ପାଇଁ ଜମିପଟ୍ଟାର ସ୍କେଚ୍‌ ମ୍ୟାପ ତିଆରି ପାଇଁ ୬ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଅଭିଯୋଗକାରୀ ଟଙ୍କା ନ ଦେବାରୁ ଅମିନ ଜଣକ ତାଙ୍କୁ ହଇରାଣ କରୁଥିଲେ । ଯାହାଫଳରେ ଅଭିଯୋଗକାରୀ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ପରେ ରାଉରକେଲା ଭିଜିଲାନ୍ସ ଥାନାରେ ଅମିନଙ୍କ ନାଁରେ ଏକ ମାମଲା ରୁଜୁ ହୋଇଥିଲା । ଯୋଜନା ମୁତାବକ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚଟଙ୍କା ନେବା ସମୟରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଛକି ରହିଥିବା ଭିଜିଲାନ୍ସ ବିଭାଗ ଅମିନଙ୍କୁ କାବୁ କରି ତାଙ୍କ ଠାରୁ ଟଙ୍କା ଜବତ କରିଥିବା ଜଣାପଡିଛି ।

  • ନିଆଁରେ ୩୦୦ ପରିବାର ଧ୍ଵଂସ,୨୪ ମୃତ୍ୟୁ, ଅନେକ ନିଆଁ ଘେରି ଭିତରେ

    ନିଆଁରେ ୩୦୦ ପରିବାର ଧ୍ଵଂସ,୨୪ ମୃତ୍ୟୁ, ଅନେକ ନିଆଁ ଘେରି ଭିତରେ

    ଦକ୍ଷିଣ କୋରିଆରେ ଜଙ୍ଗଲ ନିଆଁ। ଜଳିଗଲା ୩୦୦ ପରିବାର । ଅଗ୍ନିକାଣ୍ଡରେ ୨୪ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନେକ ନିଆଁ ଘେରି ଭିତରେ ଫସିଛନ୍ତି।

    ଦକ୍ଷିଣ କୋରିଆର ଦକ୍ଷିଣ ଭାଗ ଜଙ୍ଗଲରେ ଲାଗିଥିବା ନିଆଁରେ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ବନାଗ୍ନିରେ ୩୦୦ରୁ ଅଧିକ ଘର ଜଳିଯାଇଛି। ନିଆଁର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରାୟ ୨୯,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବୁଧବାର ସେଠାକାର ଅଧିକାରୀମାନେ ସୂଚନା ଦେଇଛନ୍ତି।

    ନିଆଁ ଲିଭାଇବାକୁ ଯାଇଥିବା ଏକ ହେଲିକପ୍ଟର ଉଲ୍‌ସେଓଙ୍ଗ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଥିରେ ଥିବା ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି। ଅନ୍ୟ ସ୍ଥାନଗୁଡ଼ିକରେ ପ୍ରାଣ ହରାଇଥିବା ୩୦୦ରୁ ଊର୍ଦ୍ଧ୍ୱ ନାଗରିକଙ୍କ ବୟସ ୬୦ରୁ ୭୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ନ୍ୟାଶନାଲ ଫାୟାର ଏଜେନ୍ସି କହିଛି, ୨୬ ଜଣ ନିଆଁର ସଂସ୍ପର୍ଶରେ ଆସି ଆହତ ହୋଇଛନ୍ତି। ୬୧୮ ଶତାବ୍ଦୀରେ ନିର୍ମିତ ଏକ ପ୍ରାଚୀନ ବୌଦ୍ଧ ମନ୍ଦିର, ଘରଦ୍ୱାର, ଫ୍ୟାକ୍ଟ୍ରି ଆଦି ଜଳିଯାଇଛି। ୧୭,୭୫୨ ହେକ୍ଟର ଜଙ୍ଗଲ ପାଉଁଶ ହୋଇଯାଇଥିବା ସରକାରଙ୍କ ଜରୁରୀ ପ୍ରଶମନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

    ଶୁକ୍ରବାରଠାରୁ ଲାଗିଥିବା ଏହି ଜଙ୍ଗଲ ନିଆଁକୁ ଦକ୍ଷିଣ କୋରିଆର କାର୍ଯ୍ୟକାରୀ ରାଷ୍ଟ୍ରପତି ହାନ୍‌ ଡ୍ୟୁକ୍‌-ସୁ ସବୁଠୁ ଭୟଙ୍କର ବୋଲି ଏକ ଟେଲିଭିଜନ୍‌ ସମ୍ବୋଧନରେ କହିଛନ୍ତି। ଏହି ଅଭୂତପୂର୍ବ ସଙ୍କଟ ରେକର୍ଡ ବୁକ୍ସରେ ନୂଆ ଇତିହାସ ଲେଖୁଛି ବୋଲି ସେ କହିଛନ୍ତି। ଭୟାବହ ବନାଗ୍ନିକୁ ଆୟତ୍ତ କରିବା ପାଇଁ ୧୩୦ ହେଲିକପ୍ଟର ସହାୟତାରେ ୪,୬୫୦ ଅଗ୍ନିଶମ କର୍ମଚାରୀ, ସୈନ୍ୟ ଓ ଅନ୍ୟ ଯବାନମାନେ ନିୟୋଜିତ ହୋଇଛନ୍ତି।

  • ଜଙ୍ଗଲରୁ ମିଳିଲା ନାବାଳିକାଙ୍କ ମୃତଦେହ

    ଜଙ୍ଗଲରୁ ମିଳିଲା ନାବାଳିକାଙ୍କ ମୃତଦେହ

    ଜଙ୍ଗଲରୁ ମିଳିଲା ନାବାଳିକାଙ୍କ ମୃତଦେହ । ବରଗଡ଼ ଟାଉନ ଥାନା ଅଞ୍ଚଳରୁ ଗତ ୨୦ ତାରିଖରୁ ନିଖୋଜ ହୋଇଥିବା ନାବାଳିକା ଙ୍କ ମୃତଦେହ ରବିବାର ବୁର୍ଲା ଥାନା ଅଶୋକ ନିବାସ ନିକଟ ଏକ ଜଙ୍ଗଲରୁ ଜବତ କରିଛି ପୋଲିସ । ମୃତ ନାବାଳିକାଙ୍କ ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ପାରିପାର୍ଶ୍ୱିକ ସ୍ଥିତିରୁ ମୁଣ୍ଡରେ ଆଘାତ ଦେଇ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ଏହି ଘଟଣାରେ ଅତାବିରା ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି । ବରଗଡ଼ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ଟାଉନ ଥାନା ଆଇଆଇସି ସତ୍ୟଜିତ୍‌ କଣ୍ଡାନକେଲ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଆଜି ପୋଲିସ ବିଜୟୱାଡାରୁ ବରଗଡ ଅତାବିରା ର କାର୍ତ୍ତିକ ବାରିହାକୁ ଗିରଫ କରିଛି । କାର୍ତ୍ତିକ ଏ ଘଟଣା ଘଟାଇ ବିଜୟୱାଡା ଚାଲିଯାଇଥିଲା । ତେବେ ବରଗଡ ପୋଲିସ ଖବର ପାଇ ବିଜୟୱାଡାକୁ ଯାଇ ସେଠାରେ କାର୍ତ୍ତିକକୁ ଗିରଫ କରିଥିବା ଜଣାପଡିଛି ।

  • ପୁଷ୍ପାର ଉ ଆଣ୍ଟାଭା ପାଇଁ ସମନ୍ଥା ପ୍ରଥମ ପସନ୍ଦ ନଥିଲେ, ଜାଣନ୍ତୁ କିଏ ସେ ଅଭିନେତ୍ରୀ ଯାହାକୁ ଅଫର ହୋଇଥିଲା ଏହି ସୁପରହିଟ୍ ଗୀତ…

    ପୁଷ୍ପାର ଉ ଆଣ୍ଟାଭା ପାଇଁ ସମନ୍ଥା ପ୍ରଥମ ପସନ୍ଦ ନଥିଲେ, ଜାଣନ୍ତୁ କିଏ ସେ ଅଭିନେତ୍ରୀ ଯାହାକୁ ଅଫର ହୋଇଥିଲା ଏହି ସୁପରହିଟ୍ ଗୀତ…

    ପୁଷ୍ପା ହେଉଛି ଭାରତୀୟ ସିନେମାର ଏମିତି ଏକ ଚଳଚ୍ଚିତ୍ର ଯାହା ବକ୍ସ ଅଫିସରେ ଏଭଳି ଜଣେ ହିରୋ ଦେଇଥିଲା ଯାହାର ପ୍ରଶଂସକ ସମସ୍ତ ରୋଜଗାରର ରେକର୍ଡ ଭାଙ୍ଗିଥିଲେ | ପୁଷ୍ପା ଆସିଲା ହିଟ୍ ହେଲା, ପୁଷ୍ପା-୨ ଆସିଲା ବ୍ଲକବଷ୍ଟର ହେଲା ଏବଂ ବର୍ତ୍ତମାନ ପୁଷ୍ପା-୩ ବିଷୟରେ କୁହାଯାଉଛି ଯେ ଏହା ୨୦୨୮ ରେ ମୁକ୍ତିଲାଭ କରିପାରେ | ‘ପୁଷ୍ପା: ଦି ରାଇଜ୍’ ୨୦୨୧ ମସିହାରେ ମୁକ୍ତିଲାଭ କରିଥିଲା ​​|ଆଇଏମଡ଼ିବି ଅନୁଯାୟୀ, ୧୫୦ କୋଟି ଟଙ୍କା ବଜେଟ୍ ର ଏହି ସିନେମା, ବିଶ୍ୱବ୍ୟାପୀ ୩୫୦ କୋଟି ଟଙ୍କା ସଂଗ୍ରହ କରାଇଥିଲା । ଏହି ଚଳଚ୍ଚିତ୍ରଟିରେ ଡିଏସପି ସଂଗୀତ ଥିଲା ଏବଂ ହିଟ୍ ହୋଇଥିଲା। ‘ପୁଷ୍ପା: ଦି ରାଇଜ୍’ର’ ଉ ଆଣ୍ଟାଭା ‘ଗୀତ ଖୁବ ଶୁଣାଗଲା ଓ ଦେଖାଗଲା ​​| ଏହି ଗୀତରେ ସମାନ୍ଥ ୠତ ପ୍ରଭୂ ଦେଖିବାକୁ ମିଳିଥିଲା ​​ଏବଂ ଅଲୁ ଅର୍ଜୁନଙ୍କ ସହ ତାଙ୍କର କେମିଷ୍ଟ୍ରି ଚମତ୍କାର ଥିଲା |ହେଲେ ଆପଣ ଜାଣନ୍ତି, ଉ ଅଣ୍ଟାୱା ଗୀତ ପାଇଁ ସାମନ୍ତ ପ୍ରଥମ ପସନ୍ଦ ନଥିଲା | ତେବେ କିଏ…

    ନିକଟରେ ସାଉଥ୍ ଚଳଚ୍ଚିତ୍ର ରବିନହୁଡ୍ର ପ୍ରି-ରିଲିଜ୍ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା | ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ରବି ଶଙ୍କର ଏବଂ ନବୀନ ୟେରେନି ଯିଏକି ପୁଷ୍ପା ମଧ୍ୟ କରିଛନ୍ତି। ଏହି ଅବସରରେ ରବି ଶଙ୍କର କହିଛନ୍ତି ଯେ ଉ ଆଣ୍ଟାଭା ଗୀତ ପାଇଁ ପ୍ରଥମେ କେତୀକା ଶର୍ମାଙ୍କ ନିକଟକୁ ଯାଇଥିଲେ। ହେଲେ କିଛି କଥା ହୋଇପାରିନଥିଲା, କିନ୍ତୁ ବର୍ତ୍ତମାନ କେତୀକାଙ୍କୁ ‘ରବିନ୍ ହୁଡ୍’ରେ’ ଆଧି ଧା ସରପ୍ରାଇଜ୍ ‘ସ୍ପେସିଆଲ ଗୀତରେ ସୁଯୋଗ ମିଳିଛି। ରବି କହିଛନ୍ତି, ‘ପୁଷ୍ପା’ ପାଇଁ ଆମେ ପୂର୍ବରୁ କେତୀକାଙ୍କ ନିକଟକୁ ଯାଇଥିଲୁ, କିନ୍ତୁ ସେତେବେଳେ ଏହା ସମ୍ଭବ ହୋଇ ନଥିଲା। ବର୍ତ୍ତମାନ ମୁଁ ତାଙ୍କ ସହ’ରବିନ୍ ହୁଡ୍’ରେ କାମ କରିବାର ସୁଯୋଗ ପାଇଲି, ଏଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି |

    କେତିକା ଶର୍ମା ଫିଲ୍ମ ରବିନ୍ ହୁଡ୍ ର ସ୍ପେସିଆଲ ଗୀତ ଆଦି ଧା ସରପ୍ରାଇଜ୍ ରେ ନଜର ଆସିଛନ୍ତି। ରବିନ୍ ହୁଡ୍ ରେ ନିତିନ ଏବଂ ଶ୍ରୀଲେଲା ମୁଖ୍ୟ ଭୂମିକାରେ ଅଛନ୍ତି। ରବିନହୁଡ୍ ଭେଙ୍କି କୁଡୁମାଲାଙ୍କ ଦ୍ୱାରା ନିର୍ଦ୍ଦେଶିତ | ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ନବୀନ ୟେରେନି ଏବଂ ରବି ଶଙ୍କର। କେତିକା ଶର୍ମା ଦିଲ୍ଲୀର ବାସିନ୍ଦା ଏବଂ ସେ ଜଣେ ସୋସିଆଲ ମିଡିଆ ପ୍ରଭାବଶାଳୀ ମଧ୍ୟ ଅଟନ୍ତି। ଅଧ୍ୟୟନ ସମାପ୍ତ କରିବା ପରେ, କେତିକା ମଡେଲିଂରେ ମଧ୍ୟ ଚେଷ୍ଟା କରିଥିଲେ | କେତିକା ୨୦୨୧ ରେ ରୋମାଣ୍ଟିକ ଚଳଚ୍ଚିତ୍ରରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ | ୨୦୨୧ ମସିହାରେ, କେତିକା ନାଗା ସୂର୍ଯ୍ୟଙ୍କ ସହ ଲକ୍ଷ୍ମୀ ଚଳଚ୍ଚିତ୍ରରେ ନଜର ଆସିଥିଲେ | ୨୦୨୨ ମସିହାରେ, ସେ ରଙ୍ଗା ରଙ୍ଗା ଵୈବଭଙ୍ଗାରେ ମଧ୍ୟ ନଜର ଆସିଥିଲେ | ୨୦୨୩ ମସିହାରେ ତାଙ୍କୁ ବ୍ରୋ ଫିଲ୍ମରେ ସାଇ ଦୁର୍ଗା ତେଜଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। କେତିକା ଶର୍ମା ୨୦୨୪ ମସିହାରେ ବିଜୟ ୬୯ ଚଳଚ୍ଚିତ୍ର ସହିତ ହିନ୍ଦୀ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ।

  • କୁକୁଡ଼ା ମଡ଼କକୁ ନେଇ ଚାଷୀ ମୁଣ୍ଡରେ ଚଡକ ! ପିପିଲିରେ ପ୍ରତିଦିନ ମରୁଛନ୍ତି ଶହ ଶହ କୁକୁଡ଼ା

    କୁକୁଡ଼ା ମଡ଼କକୁ ନେଇ ଚାଷୀ ମୁଣ୍ଡରେ ଚଡକ ! ପିପିଲିରେ ପ୍ରତିଦିନ ମରୁଛନ୍ତି ଶହ ଶହ କୁକୁଡ଼ା

    ସମ୍ପ୍ରତ୍ତି ପିପିଲିରେ ଦେଖାଦେଇଥିବା କୁକୁଡ଼ା ମଡ଼କକୁ ନେଇ ଚାଷୀ ମୁଣ୍ଡରେ ହାତ ଦେଇଥିବାବେଳେ ପଶୁପାଳନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ କିଛି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଭେଟରନାରୀ ଅଫିସର ବିଭିନ୍ନ ଅଞ୍ଚଳକୁ ତୋଫାନି ଗସ୍ତ କରୁଥିଲେ ମଧ୍ୟ କାରଣ ଓ ନିରାକରଣ ସମ୍ପର୍କରେ କି ପଦକ୍ଷେପ ଗ୍ରହଣ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ଏପଟେ, ମଲା କୁକୁଡ଼ାକୁ ନେଇ ଚିନ୍ତାରେ ଚାଷୀ । ଅଧିକାଂଶ କୁକୁଡ଼ା ଫାର୍ମ ଜନବସତି ମଧ୍ୟରେ ଅବସ୍ଥିତ ହୋଇଥିବାରୁ ଗ୍ରାମବାସୀଙ୍କ ଭିତରେ ବଢୁଛି ଅଜଣା ଭୟ । ଏଣୁ, କୁକୁଡ଼ା ମୃତ୍ୟୁ ଜନିତ କ୍ଷତି ସହିବାପରେ ମଧ୍ୟ ହାତରୁ ଟଙ୍କା ଖର୍ଚ୍ଚକରି ଟ୍ରାକ୍ଟର ଲଗାଇ ଜନବସତିଠାରୁ ଦୂରରେ ଚାଷୀ ପୋତୁଛନ୍ତି କୁଢ଼ କୁଢ଼ ମଲା କୁକୁଡ଼ା ।

    ଶୁକ୍ରବାର ଦିନ ସୂଚନାଟିଭି ଏ ଘଟଣାକୁ ଲୋକଲୋଚନ ତଥା ସରକାରଙ୍କ ନଜରକୁ ଆଣିବା ପାଇଁ ପିପିଲି ବ୍ଲକର ବରାଗଡ଼ ଓ ଗୋକନ ଗ୍ରାମ ଗସ୍ତ କରିଥିଲା । ‘ଗ୍ରାଉଣ୍ଡ ଜିରୋ’ରେ ପହଂଚିବା ପରେ ଆମେ ଜାଣିବାକୁ ପାଇଲୁ ସେହି ଅଂଚଳରେ ଦୁଇଟି କମ୍ପାନୀ — ଇଷ୍ଟର୍ନ ହାଚେରୀ ଓ ପଶୁପତି ତରଫରୁ ଫାର୍ମମାନଙ୍କୁ କୁକୁଡ଼ା ଚିଆଁ ଓ ଦାନା ଯୋଗାଇ ଦିଆଯାଉଛି । ଏ ଦୁଇଟି କମ୍ପାନୀ ମଧ୍ୟରୁ ଗୋଟିଏ ନିର୍ଦ୍ଧିଷ୍ଟ କମ୍ପାନୀର କୁକୁଡ଼ା ମରୁଥିବା କଥା ସାମ୍ନାକୁ ଆସୁଛି । ତେବେ, କାହିଁକି ଓ କେଉଁ ତ୍ରୁଟି ଯୋଗୁ କ୍ରମାଗତ ଭାବରେ କୁକୁଡ଼ା ମରୁଛନ୍ତି ତାହା ନିରପେକ୍ଷ ପରୀକ୍ଷା ହେଲେ ଜଣାପଡିବ । ତେବେ, କୁକୁଡ଼ା ମୃତ୍ୟୁଜନିତ କ୍ଷତି ଭରଣା କରିବାକୁ କ୍ଷତିଗ୍ରସ୍ତ ଚାଷୀ ସରକାରଙ୍କୁ ନିବେଦନ କରୁଥିବା ବେଳେ ଅନ୍ୟ କିଛି ଚାଷୀ ସେମାଙ୍କର କୌଣସି କ୍ଷତି ହୋଇନାହିଁ ଓ ସେମାନଙ୍କ ପାଇଁ କ୍ଷତି ପୁରଣର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।

    କୁହାଯାଉଛି, କ୍ଷତିପୂରଣ ଚାହୁଁଥିବା ଚାଷୀ ସରକାରଙ୍କଠାରୁ ଆର୍ଥିକ ସାହାଯ୍ୟ ନେଇ ପୁନର୍ବାର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବାବେଳେ, ଅନ୍ୟ ଚାଷୀମାନେ ସେମାନଙ୍କର ସେମାନଙ୍କ ବ୍ୟବସାୟ ହାନି ହେବା ଭୟରେ କ୍ଷତିପୂରଣ ଚାହୁଁନାହାନ୍ତି । କେହି କେହି ଚାଷୀ କମ୍ପନିଠାରୁ କ୍ଷତିପୂରଣ ପାଇବା ଆଶାରେ ସରକାରୀ ସହାୟତା ନେବାକୁ ସିଧା ମନା କରିଦେଇଛନ୍ତି ।

    ତେବେ, ପଶୁ ପାଳନ ବିଭାଗ ତରଫରୁ ସମୟୋଚିତ ପଦକ୍ଷେପ ଗ୍ରହଣ କରାଗଲେ କୁକୁଡ଼ା ମଡ଼କରେ ଅଙ୍କୁଶ ଲାଗିପାରନ୍ତା ଓ ଚାଷୀ ଆଶ୍ୱସ୍ତ ହୁଅନ୍ତେ । ଏଠାରେ ଉଲ୍ଲେଖ କରାଯାଇପାରେ କି, ମାତ୍ର ଆଠ ମାସ ତଳେ ଏହି ଅଂଚଳରେ କୁକୁଡ଼ା ମଡ଼କ ଦେଖାଦେଇଥିଲା ଓ କ୍ଷତିପୂରଣ ପ୍ରଦାନରେ ବ୍ୟାପକ ଅନିୟମିତତା ଦେଖାଦେଇଥିଲା ।

  • ରାମ୍ପ ସୋ’ରେ ଚାଲିଲେ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରୀ

    ରାମ୍ପ ସୋ’ରେ ଚାଲିଲେ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରୀ

    ବରଗଡ଼ ଜିଲ୍ଲା ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଇଣ୍ଡିଆନ ବିୟୁଟି କାଉନସିଲ ଫେସନ ସୋ ଏବଂ ପାରମ୍ପରିକ ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଇ ଆଇ ଏମ ସମ୍ବଲପୁରର ନିର୍ଦ୍ଦେଶକ ମହାଦେବ ଜୈସ୍ୱାଲ ମୁଖ୍ୟ ଅତିଥି ଓ ଉପନିବନ୍ଧକ ସମୀକ୍ଷା ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।ବରଗଡ଼ର ମହିଳା ତଥା ଗୃହିଣୀ ମାନଙ୍କୁ ସ୍ୱାବଲମ୍ବୀ କରିବା ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଏ | ଚଳିତ ବର୍ଷ ମହିଳାଙ୍କ ମଧ୍ୟରେ ରିଲସ ପ୍ରତିଯୋଗିତା,ନୃତ୍ୟ,ଫେସନ ସୋ ଆଦି ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସୁଚିସ୍ମିତା ଷଡ଼ଙ୍ଗୀ ପରିଚାଳନା କରିଥିଲେ।

    ଏହି ଅବସରରେ ବରଗଡ଼ ବାପୁଜୀ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରୀ ମାନଙ୍କ ରାମ୍ପ ସୋ ରେ ଚାଲିବା ବେଶ ପ୍ରଶଂସନୀୟ ଥିଲା। ଆଇବିସିପିଙ୍କ ପାୱାର ୨୦୨୫ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ସୌଗାତ ଷଡ଼ଙ୍ଗୀ,ନୁରା ବିବିଙ୍କୁ ଆଇବିସି ତରଫରୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।ଆଇ ବି ସି ର ସଭାପତି ମିନତୀ ସାହୁଙ୍କ ତତ୍ତ୍ୱବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଓଡିଶା ର ବିଶିଷ୍ଟ ସେପ୍ ସଂଗୀତା ଦାସ, ନୃତ୍ୟାଞ୍ଜଳୀ ଡ୍ୟାନ୍ସ ଏକାଡେମୀ ର ନିର୍ଦ୍ଦେଶିକା ଅଙ୍କିତା ଷଡ଼ଙ୍ଗୀ, ଯାଜ୍ଞସେନୀ ମହାପାତ୍ର ପ୍ରମୁଖ ବିଚାରକ ଭାବେ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ସରିତା ସାହୁ, ପ୍ରଜ୍ଞା ଉତ୍କଳିକା ମିଶ୍ର, ପ୍ରତିଭା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।

  • ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା

    ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା

    ଆଳିର ପୂର୍ବତନ ବିଧାୟକ କଂଗ୍ରେସର ବରିଷ୍ଠ ନେତା ଦେବେନ୍ଦ୍ର ଶର୍ମାଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ୨୦୧୪ରୁ ୨୦୧୯ ବିଧାନସଭାର ସଦସ୍ୟ ଥିଲେ ଦେବେନ୍ଦ୍ର । ୧୫ତମ ବିଧାନସଭାରେ ଆଳି ନିର୍ବାଚନ ମଣ୍ଡଳୀରୁ କରିଥିଲେ ପ୍ରତିନିଧିତ୍ଵ । ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବହୁ ନେତା ମନ୍ତ୍ରୀ । ବହୁ ନେତା ଓ ବିଶିଷ୍ଟ ବ୍ୟକ୍ତି ହସ୍ପିଟାଲରେ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

    ସ୍ଵର୍ଗତ ଶର୍ମାଙ୍କ ଦେହାନ୍ତରେ ଆଳି, କନିକା ଓ କେନ୍ଦ୍ରାପଡାର କର୍ମୀମାନେ ମ୍ରିୟମାଣ ହୋଇ ପଡିଛନ୍ତି । ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶନିବାର ଅପରାହ୍ନରେ ଶ୍ରୀ ଶର୍ମାଙ୍କ ପାର୍ଥିବ ଶରୀର ପତ୍ରପୁର ସେତୁ ନିକଟରେ ପହଞ୍ଚିବା ପରେ ଏକ ବିଶାଳ ଶୋଭାଯାତ୍ରା ରେ ହଜାର ହଜାର ସମର୍ଥକ ଆଳି ଏବଂ ରାଜକନିକା ଅଞ୍ଚଳ ପରିକ୍ରମା କରିଥିଲେ । ପରେ ତାଙ୍କ ମର ଶରୀର ନିଜ ପୈତୃକ ବାସ ଭବନ ସାମ୍ନାରେ ପଞ୍ଚଭୂତରେ ଲୀନ ହୋଇଥିଲା । ଆଳି ଏବଂ ରାଜକନିକା ଅଞ୍ଚଳ ର ବିଭିନ୍ନ ଦଳର ବିଶିଷ୍ଟ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ସମସ୍ତେ ଶ୍ରୀ ଶର୍ମାଙ୍କ ଶେଷ ଦର୍ଶନ କରିବା ପାଇଁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା ।