Category: ମୁଖ୍ୟ ଖବର

  • ISI ସହିତ ସମ୍ପର୍କରେ ଥିଲେ ଏହି ମହିଳା ୟୁଟ୍ୟୁବର, ଭାରତର ଗୁପ୍ତ ସୂଚନା ସବୁ ପଠାଉଥିଲା ପାକିସ୍ତାନ, ପୋଲିସ କରିଛି ଗିରଫ

    ISI ସହିତ ସମ୍ପର୍କରେ ଥିଲେ ଏହି ମହିଳା ୟୁଟ୍ୟୁବର, ଭାରତର ଗୁପ୍ତ ସୂଚନା ସବୁ ପଠାଉଥିଲା ପାକିସ୍ତାନ, ପୋଲିସ କରିଛି ଗିରଫ

    ପାକିସ୍ତାନକୁ ଭାରତୀୟ ଗୁପ୍ତଚର ସୂଚନା ପଠାଇବା ଅଭିଯୋଗରେ ପୋଲିସ ହରିୟାଣାର ହିସାରରୁ ଜଣେ ମହିଳା ୟୁଟ୍ୟୁବରଙ୍କୁ ଗିରଫ କରିଛି। ଏହି ମହିଳା ୟୁଟ୍ୟୁବରଙ୍କ ନାମ ଜ୍ୟୋତି ରାଣୀ। ଜ୍ୟୋତି ରାଣୀଙ୍କ ବିରୋଧରେ ଭାରତର ଗୁପ୍ତ ସାମରିକ ସୂଚନା ପାକିସ୍ତାନକୁ ପଠାଇବାର ଅଭିଯୋଗ ଅଛି ଏବଂ ସେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ସହିତ ସମ୍ପର୍କରେ ଥିଲେ। ଆପଣଙ୍କୁ ଜଣାଇ ଦେଉଛୁ ଯେ ମହିଳା ୟୁଟ୍ୟୁବର ଜ୍ୟୋତି ରାଣୀ୨୦୨୩ ମସିହାରେ ତାଙ୍କ ୟୁଟ୍ୟୁବ ଚ୍ୟାନେଲ “ଟ୍ରାଭେଲ୍ ୱିଥ୍ ଜୋ”ର ସୁଟିଂ ପାଇଁ ପାକିସ୍ତାନ ଯାଇଥିଲେ। ଯେଉଁଠାରେ ସେ ପାକିସ୍ତାନ ଦୂତାବାସର ଜଣେ ଅଧିକାରୀଙ୍କ ସହ ସାକ୍ଷାତ କରିଥିଲେ। ଏହି ଅଧିକାରୀ ଜଣକ ଜ୍ୟୋତି ରାଣୀଙ୍କୁ ପାକିସ୍ତାନର ISI ଅଧିକାରୀଙ୍କ ସହିତ ପରିଚିତ କରାଇଥିଲେ। ଯାହା ପରେ ସେ ପାକିସ୍ତାନକୁ ନିରନ୍ତର ଭାରତ ବିରୋଧୀ ସୂଚନା ପଠାଉଥିଲା ।

    ୟୁଟ୍ୟୁବର ଜ୍ୟୋତି ରାଣୀଙ୍କ ୟୁଟ୍ୟୁବ ଚ୍ୟାନେଲ “Travel with Joe” ରେ୩ ଲକ୍ଷ ୭୭ହଜାର ସବସ୍କ୍ରାଇବର୍ ଅଛନ୍ତି। ସେ ତାଙ୍କ ଭିଡିଓ ବ୍ଲଗ୍ ପାଇଁ ପ୍ରାୟତଃ ଦେଶ ବାହାରକୁ ଭ୍ରମଣ କରନ୍ତି। କିନ୍ତୁ ଯେତେବେଳେ ସେ ପାକିସ୍ତାନ ଗଲେ, ସେ ISI ସହିତ ସମ୍ପର୍କ ସ୍ଥାପନ କଲେ ଏବଂ ସେମାନଙ୍କ ଅଧିକାରୀମାନଙ୍କୁ ଭାରତୀୟ ଗୁପ୍ତଚର ସୂଚନା ପ୍ରଦାନ କରିବା ଆରମ୍ଭ କଲେ। ଯେତେବେଳେ ୟୁଟ୍ୟୁବର ଜ୍ୟୋତି ରାଣୀ ପାକିସ୍ତାନ ଯାଇଥିଲେ, ସେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ସେହି ସମୟର ଭିଡିଓ ମଧ୍ୟ ଅପଲୋଡ୍ କରିଛନ୍ତି।

    ଏପଟେ, ହରିଆଣାର କୈଥଲର ଏକ ଗାଁର ଜଣେ ବାସିନ୍ଦାଙ୍କୁ ସାମ୍ପ୍ରତିକ ଭାରତ-ପାକିସ୍ତାନ ବିବାଦ ସମୟରେ ପାକିସ୍ତାନ ସେନା ଏବଂ ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI)କୁ ସୂଚନା ପ୍ରଦାନ କରିବା ଅଭିଯୋଗରେ ଗିରଫ କରାଯାଇଥିଲା। ଅଭିଯୁକ୍ତ ଜଣକ ମସ୍ତଗଡ଼ ଚେକା ଗାଁର ବାସିନ୍ଦା ଦେବେନ୍ଦ୍ର ଢିଲୋନ୍ (୨୫) ବୋଲି ଚିହ୍ନଟ ହୋଇଛି। ଡିଏସ୍ପି କୈଥଲ ବୀରଭାନ କହିଛନ୍ତି, “କୈଥଲ ଜିଲ୍ଲା ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା, ଯାହା ଆଧାରରେ ଆମର ସ୍ୱତନ୍ତ୍ର ଗୁଇନ୍ଦା କର୍ମଚାରୀ ମସ୍ତଗଡ଼ ଚେକା ଗ୍ରାମର ନିବାସୀ ନରୱାଲ ସିଂହଙ୍କ ପୁଅ ଦେବେନ୍ଦ୍ରଙ୍କୁ ଗିରଫ କରିଥିଲେ। ” ଦେବେନ୍ଦ୍ରଙ୍କୁ ହେପାଜତରେ ନେବା ପରେ ପୋଲିସ ପଚରାଉଚରା କରିଥିଲା। ପୋଲିସ ଅନୁଯାୟୀ, ପଚରାଉଚରା ସମୟରେ ଦେବେନ୍ଦ୍ର ପୋଲିସକୁ କହିଥିଲେ ଯେ ସେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ସହିତ ସମ୍ପର୍କରେ ଥିଲେ। ପାକିସ୍ତାନରୁ ଫେରିବା ପରେ ଦେବେନ୍ଦ୍ର ତାଙ୍କ ବନ୍ଧୁମାନଙ୍କ ସହିତ କଥାବାର୍ତ୍ତାରେ ଦେଶକୁ ପ୍ରଶଂସା କରିଥିବା ଜଣାପଡ଼ିଛି। ସେ ପଟିଆଲାର ଖାଲସା କଲେଜରେ MA ପ୍ରଥମ ବର୍ଷର ଛାତ୍ର। କୁହାଯାଏ ଯେ ସେ କିଛି ସମୟ ପୂର୍ବରୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ସହିତ ଯୋଗାଯୋଗରେ ଆସିଥିଲେ ଏବଂ ଭାରତ ବିରୁଦ୍ଧରେ ଗୁପ୍ତଚର କାମ ଆରମ୍ଭ କରିଥିଲେ। ତାଙ୍କ ପରିବାର ମସ୍ତଗଡ଼ ଗାଁରେ ରୁହନ୍ତି ଏବଂ ଚାଷ କରନ୍ତି। ପରିବାରରେ ତାଙ୍କ ବାପାମା, ଜେଜେମା, ଭଉଣୀ ଏବଂ ନିଜେ ଦେବେନ୍ଦ୍ର ଅଛନ୍ତି।

    ISI କୁ ‘ଅପରେସନ୍ ସିନ୍ଦୂର’ ବିଷୟରେ ସୂଚନା ଦେଉଥିଲା

    ଏହି ମାମଲାରେ ଆହୁରି ମଧ୍ୟ କୈଥଲ ଡିଏସ୍ପି ବୀରଭାନ କହିଛନ୍ତି, “ଦେବେନ୍ଦ୍ରଙ୍କୁ ହେପାଜତକୁ ନେବା ପରେ ତାଙ୍କୁ ପଚରାଉଚରା କରାଯାଇଥିଲା। ପଚରାଉଚରା ସମୟରେ ସେ କହିଥିଲେ ଯେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ବିଷୟରେ ସେହି ଏଜେନ୍ସିକୁ ସୂଚନା ଦେଉଥିଲେ ଏବଂ ସମୟ ସମୟରେ ସେ ପାକିସ୍ତାନୀ ସେନା ଏବଂ ଆଇଏସଆଇକୁ ‘ଅପରେସନ୍ ସିନ୍ଦୁର’ ବିଷୟରେ ମଧ୍ୟ ସୂଚନା ଦେଉଥିଲେ। ସାଇବର ପୋଲିସ ଷ୍ଟେସନର ଆମର କର୍ମଚାରୀ ତା ପାଖରୁ ମିଳିଥିବା ଡିଭାଇସର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି। ଯାହା ସତ୍ୟ ବାହାରିବ, ସେହି ଅନୁଯାୟୀ ଆଇନ ପାଳନ କରାଯିବ।”

  • ବିଜେପି ନେତା ବିଜୟ ଶାହ କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ନାମ ଆତଙ୍କବାଦୀଙ୍କ ସହ ଯୋଡିବାରୁ ଗର୍ଜିଲା କଂଗ୍ରେସ, କହିଛି- ‘ଇଏ ନୀଚ ଓ ଘୃଣ୍ୟ ଲୋକଟି…’

    ବିଜେପି ନେତା ବିଜୟ ଶାହ କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ନାମ ଆତଙ୍କବାଦୀଙ୍କ ସହ ଯୋଡିବାରୁ ଗର୍ଜିଲା କଂଗ୍ରେସ, କହିଛି- ‘ଇଏ ନୀଚ ଓ ଘୃଣ୍ୟ ଲୋକଟି…’

    ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହ କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ଉପରେ ଏକ ବିବାଦୀୟ ବୟାନ ଦେଇଛନ୍ତି, ଯାହା ପରେ ତାଙ୍କୁ କଡ଼ା ସମାଲୋଚନା କରାଯାଉଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମେତ ଅନେକ ବଡ଼ ବିରୋଧୀ ନେତା ସରକାରଙ୍କଠାରୁ ତାଙ୍କର ଇସ୍ତଫା ଦାବି କରିଛନ୍ତି। ଏହି ସମୟରେ, କଂଗ୍ରେସ ନେତା ଶ୍ରୀନିବାସ ବିଭି ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

    କଂଗ୍ରେସ ନେତା ଶ୍ରୀନିବାସ ବିଭି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ବିଜୟ ଶାହଙ୍କ ଏକ ଭିଡିଓ କ୍ଲିପ୍ ସେୟାର କରିଛନ୍ତି, ଯେଉଁଥିରେ ସେ କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ବିଷୟରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ଲେଖିଛନ୍ତି, “ଏହି ଘୃଣ୍ୟ ଏବଂ ହୀନ ବ୍ୟକ୍ତି, ମଧ୍ୟ ପ୍ରଦେଶ ସରକାରଙ୍କ ଜଣେ ବିଜେପି ମନ୍ତ୍ରୀ ବିଜୟ ଶାହ, ଭାରତର ସାହସୀ ଝିଅ କର୍ଣ୍ଣେଲ ସୋଫିଆ କୁରେଶୀଙ୍କୁ ପାକିସ୍ତାନୀଙ୍କ ଭଉଣୀ ବୋଲି କହୁଛନ୍ତି। ଏହି ନିଷ୍ଠୁରତା ପାଇଁ ଦୁଇ ଶବ୍ଦ?”

    ବିଜୟ ଶାହ ବିଗତଦିନ ଅପରେସନ ସିନ୍ଦୂରକୁ ନେଇ ତାଙ୍କ ବିବୃତ୍ତିରେ କହିଥିଲେ, “ଆତଙ୍କବାଦୀମାନେ ଆମର ହିନ୍ଦୁମାନଙ୍କୁ ଉଲଗ୍ନ କରି ହତ୍ୟା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କ ଭଉଣୀଙ୍କୁ ହତ୍ୟା କରିବା ପାଇଁ ସେମାନଙ୍କ ଘରକୁ ପଠାଇଥିଲେ।” ମନ୍ତ୍ରୀ କହିଛନ୍ତି, ” ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପୋଷାକ ଖୋଲି ପାରିବେ ନାହିଁ, ତେଣୁ ସେ ତାଙ୍କ ସମ୍ପ୍ରଦାୟର ଜଣେ ଭଉଣୀଙ୍କୁ ପଠାଇ କହିଲେ ଯେ ତୁମେ ଆମର ଭଉଣୀମାନଙ୍କୁ ବିଧବା କରିଛ, ତେଣୁ ତୁମ ସମ୍ପ୍ରଦାୟର ଭଉଣୀ ଆସି ତୁମକୁ ଉଲଗ୍ନ କରି ଛାଡିବ। ତୁମ ଜାତି ଓ ସମ୍ପ୍ରଦାୟର ଭଉଣୀକୁ ପାକିସ୍ତାନ ପଠାଇ ଦେଶର ସମ୍ମାନ ଏବଂ ଆମ ଭଉଣୀମାନଙ୍କ ବୈବାହିକ ସୁଖର ପ୍ରତିଶୋଧ ନିଆଯାଇପାରିବ। ସେ କହିଥିଲେ ଯେ ସେ ଘରେ ପଶି ମାରିବୁ, ସେ ଘରେ ପଶି ମାରିଲେ।”

  • ଶାଗୁଆନ ଗଛ ଚୋରିରେ ଫରେଷ୍ଟରଙ୍କ ହାତ, ଅଭିଯୋଗ ଆଣିଲେ ଗ୍ରାମବାସୀ

    ଶାଗୁଆନ ଗଛ ଚୋରିରେ ଫରେଷ୍ଟରଙ୍କ ହାତ, ଅଭିଯୋଗ ଆଣିଲେ ଗ୍ରାମବାସୀ

    ସୋନପୁର ବ୍ଲକ ମୟୁର ଉଡାଣ ଗ୍ରାମ ପଂଚାୟତ କଲ୍ଲାଖମନ ଗ୍ରାମ୍ୟ ଜଙ୍ଗଲ ରେ ବହୁ ପୁରାତନ ମୂଲ୍ୟବାନ ଶାଗୁଆନ ଗଛ କୁ କଟା ଯାଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ l ବହୁମୂଲ୍ୟ ଶାଗୁଆନ ଗଛ କାଟିବାରେ ଫରେଷ୍ଟର ଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ପିଚୁ ରାସ୍ତା କୁ ଲାଗି ଅନେକ ବର୍ଷ ଧରି ସହ ସହ ମୂଲ୍ୟବାନ ଗଛ କଟାଯାଇଛି ମାତ୍ର ଏନେଇ ରେଞ୍ଜର ସୁବାସ ମହାପାତ୍ର ଙ୍କୁ ଯୋଗାଯୋଗ କରିବା ପରେ ତିନି ଗୋଟି ଗଛ କଟା ହୋଇଥିବା ଏବଂ ତାହା ସିଜ କରା ହୋଇଥିବା କହିଛନ୍ତି । ଓ ଉକ୍ତ ଶାଗୁଆନ ଅଛ ଫରେଷ୍ଟ ରେଞ୍ଜ ଆସୁନାହିଁ ମାତ୍ର ସରକାରୀ ଖାତା ରେ ଆସୁଥିବାରୁ କେସ ନମ୍ବର UD NO 5/25 ଫରେଷ୍ଟ ନିୟମାବଳି ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ।

    ବହୁତ ଶୀଘ୍ର ଯେଉଁ ମାନେ ଗଛ କାଟିଛନ୍ତି ଆସାମୀ ମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ କହିଛନ୍ତି ଶ୍ରୀ ମହାପାତ୍ର।କିଛି ଗାଁ ଲୋକ ଏଥିରେ ସମ୍ପୃକ୍ତ ଥିବା ସହିତ ମିଛ ଆରୋପ ଲଗାଇ ଫରେଷ୍ଟ ବିଭାଗ ଓ ଫରେଷ୍ଟର ଙ୍କୁ ବଦନାମ କରୁଥିବା କହିଛନ୍ତି ରେଞ୍ଜର।ବନଖଣ୍ଡ ସୁରକ୍ଷା ପାଇଁ ରାତିରେ ଜଗିବା ପାଇଁ ବନ ସୁରକ୍ଷା ସମିତି ଗୃହ, କର୍ଲା ଖମନ ଅଫିସ ଠାରେ ତିନି ଜଣ ଫରେଷ୍ଟ ଷ୍ଟାଫ୍ ପ୍ରତିଦିନ ରାତି ଜଙ୍ଗଲ ଜଗୁଥିବା କହି ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି ରେଞ୍ଜର ଶ୍ରୀ ମହାପାତ୍ର।

  • ପିକଅପ୍‌ ଭ୍ୟାନ୍‌ ଓଲଟି ୨ ମୃତ, ୧୧ ଆହତ

    ପିକଅପ୍‌ ଭ୍ୟାନ୍‌ ଓଲଟି ୨ ମୃତ, ୧୧ ଆହତ

    ଘଟଣାଟି ଘଟିଛି ଗଞ୍ଜାମ ଗାଙ୍ଗପୁର ଥାନା କୁଲାଙ୍ଗୀ ଗାଁ ନିକଟରେ । ୧୧ ଆହତଙ୍କ ମଧ୍ୟରୁ ୫ ଗୁରୁତର, ସମସ୍ତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି ଦାନ୍ତୀଲିଙ୍ଗି ଗ୍ରାମରୁ ବଡବୋରସିଙ୍ଗିକୁ ଭୋଜି ପାଇଁ ଯିବାବେଳେ ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ଗ୍ରାମବାସୀ ଓ ଆମ୍ବୁଲାନ୍ସ ଦ୍ୱାରା ଆହତ ମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି । ସୂଚନା ମିଳିବା ଅନୁଯାଇ ଆହତ ମାନଙ୍କ ମଧ୍ୟରେ ପାଞ୍ଚ ଜଣ ଗୁରୁତର ଅଛନ୍ତି ।

  • ପଂଚାୟତରେ ପଡିଲା ତାଲା, ଦୀର୍ଘ ୫ ଘଣ୍ଟା ପରେ ମୁକୁଳିଲେ ସରପଞ୍ଚ ଓ ଯୋଗାଣ ସହାୟକ ବାବୁ

    ପଂଚାୟତରେ ପଡିଲା ତାଲା, ଦୀର୍ଘ ୫ ଘଣ୍ଟା ପରେ ମୁକୁଳିଲେ ସରପଞ୍ଚ ଓ ଯୋଗାଣ ସହାୟକ ବାବୁ

    ବିଜାତଳା ବ୍ଲକର ମାଣିକପୁର ପଂଚାୟତରେ ପିଡ଼ିଏସ ଚାଉଳ ଦେବାରେ ବ୍ୟତିକ୍ରମ ଦେଖା ଯିବାକୁ ନେଇ ଶନିବାର ଦିନ କିଛି ପଂଚାୟତ ବାସୀ ଏହି ବିଷୟରେ ମାଣିକପୁର ସରପଞ୍ଚ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମୁଣ୍ଡାଙ୍କୁ ପଂଚାୟତକୁ ଆସିବା କୁ କହିଥିଲେ lସେ ପଂଚାୟତରେ ପହଂଚି ଲୋକ ମାନଙ୍କ ଚାଉଳ ପରିମାଣ କେତେ କମ ହେଉଛି ବୋଲି ବୁଝି ଥିଲେ l କିଛି ପଂଚାୟତ ବାସୀ ଉତ୍ତେଜିତ ହୋଇ ମାଣିକପୁର ସରପଞ୍ଚ, ଯୋଗାଣ ସହାୟକ, ଏବଂ ଜଣେ ହିତାଧିକାରୀଙ୍କୁ ଭିତରେ ରଖି ବାହାର ପଟୁ ତାଲା ପକାଇ ଦେଇଥିଲେ lଏହି ଖବର ଶୁଣି ପ୍ରଶାସନ ଗୋରୁମହିଷାଣୀ ଥାନା ଅଧିକାରୀ ଓ କିଛି କର୍ମୀଚାରୀ ଏବଂ ବିଜାତଳା ବିଡ଼ିଓ ବଂଶୀଧର ଖୋସଲl ଘଟଣାସ୍ଥାନରେ ପହଂଚି ପ୍ରଥମେ ପଂଚାୟତ କାର୍ଯଳୟ ତାଲା ଖୋଲି ଥିଲେ lପିଡ଼ିଏସ ଚାଉଳ ଓଜନ ମାପ ବଣ୍ଟନରେ ଵ୍ୟତିକ୍ରମ ଦେଖି ଥିଲେ ବିଜାତଳା ବ୍ଲକ ବିଡ଼ିଓ।

    ବିଡ଼ିଓଙ୍କ ଉପସ୍ଥିତି ରେ ଚାଉଳ ଓଜନ ପ୍ରାୟ 3କି.ଗ୍ରା. ଚାଉଳ କମ ଦିଆଯାଇ ଥିଲା ହିତାଧିକାରୀଙ୍କୁ l ଚାଉଳ ହେରଫେର ହୋଇଥିବା ଅଭିଯୋଗ ନଜରକୁ ଆସିଥିଲା l ଚାଉଳ ହେରଫେର ଘଟଣାରେ ଯୋଗାଣ ସହାୟକଙ୍କୁ ବହିଷ୍କାର କରାଯିବାକୁ ନେଇ ବିଜତଳା ବିଡ଼ିଓ ନିଜ ପ୍ରତିକ୍ରିୟା ଦେଇଥିଲେ lବିଜତାଳ ବିଡ଼ିଓ ପ୍ରତିକ୍ରିୟା ଦେଲେ କିନ୍ତୁ କାର୍ଯାନୁଷ୍ଠାନ କେବେ ନେଉଛନ୍ତି ତାହା ପଂଚାୟତ ବାସୀ ଅପେକ୍ଷା ରେ ରହିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ରାମେଶ୍ଵର କୁମାର ଅଗ୍ରୱାଲ ଙ୍କ ରିପୋର୍ଟ ସୁଚନା ଟିଭି

  • ଲୋ ଭୋଲଟେଜକୁ ନେଇ ତାତିଲେ ଗ୍ରାମବାସୀ, ଅଫିସ ବନ୍ଦ କରି କର୍ମଚାରୀ ଛୁ…

    ଲୋ ଭୋଲଟେଜକୁ ନେଇ ତାତିଲେ ଗ୍ରାମବାସୀ, ଅଫିସ ବନ୍ଦ କରି କର୍ମଚାରୀ ଛୁ…

    କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ବିଭିନ୍ନ ଗ୍ରାମରେ ଦିନକୁ ଦିନ ବିଦ୍ୟୁତ ଲୋ ଭୋଲଟେଜ ସମସ୍ୟାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି l ଲୋ ଭୋଲଟେଜ ସମସ୍ୟାକୁ ନେଇ ଅଢେଇକଣା ପଞ୍ଚାୟତ ପାଣିକସାହି ଗ୍ରାମର ପୁରୁଷ ମହିଳା ମାନେ ବିଞ୍ଚଣା ଛାଞ୍ଚୁଣି ପହଁରା ନେଇ ଆଳି ବିଦ୍ୟୁତ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ l ସୂଚନା ମୁତାବକ ଆଳି ବ୍ଳକ ଅରେହିକଣା ପଞ୍ଚାୟତର ୧୧ ନମ୍ବର ୱାର୍ଡରେ ପାଣିକସାହିରେ ପ୍ରାୟ ୫୦ ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି l ଦୀର୍ଘ ଦୁଇ ବର୍ଷ ହେବ ଗ୍ରାମକୁ ବିଦ୍ୟୁତ ଯୋଗାଉଥିବା ଟ୍ରାନ୍ସଫରମର ଟି ପୋଡିଯିବାରୁ ସେମାନଙ୍କୁ ୧୧ କେବି ବିଦ୍ୟୁତ ଲାଇନ ସହିତ ସଂଯୋଗ କରିବା ପରେ ପୋଡିଥିବା ଟ୍ରାନ୍ସଫରମରକୁ ଆଉ ସଜାଡି ନଥିଲେ l

    ଯାହାଫଳରେ ଦୁଇ ବର୍ଷ ହେବ ସେମାନେ ଲୋ ଭୋଲଟେଜ ସମୟରେ ହେଉଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଦିନ ସମୟରେ ଯେଉଁଭଳି ଭାବେ ଗରମ ଅନୁଭୂତ ହେଉଛି ସେହି ସମୟରେ ବିଜୁଳି ଲୋ ଭୋଲଟେଜ ସହିତ ବାରମ୍ବାର ବିଦ୍ୟୁତ କାଟ ସେମାନଙ୍କୁ ଅତିଷ୍ଠ କରିଦେଇଛି l ସନ୍ଧ୍ୟା ସମୟରେ ଲୋ ଭୋଲଟେଜ କାରଣରୁ ଛାତ୍ରଛାତ୍ରୀ ମାନେ ପାଠ ପଢିବାରେ ମଧ୍ୟ ଅନେକ ଅସୁବିଧା ଭୋଗୁଥିବା ନେଇ ବିଦ୍ୟୁତ ଉପଭୋକ୍ତା ମାନେ ଅଭିଯୋଗ କରିଛନ୍ତି l ଆଳି ବିଦ୍ୟୁତ ବିଭାଗରେ କୋୖଣସି ବିଭାଗୀୟ ଅଧିକାରୀ ନଥିବାରୁ ହିତାଧିକାରୀ ମାନେ ପଳାଇ ଯାଇଥିଲେ l ଏ ନେଇ ବିଦ୍ୟୁତ ବିଭାଗର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି l

  • ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ, ଆତଙ୍କବାଦୀକୁ ମିଳିବ ୧୪ କୋଟି

    ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ, ଆତଙ୍କବାଦୀକୁ ମିଳିବ ୧୪ କୋଟି

    ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମସୁଦ୍ ଆଝାରକୁ ପାକିସ୍ତାନ ସରକାର ଦେବ ୧୪ କୋଟି । ଏହି ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଭାରତର ଅପରେସନ୍ ସିନ୍ଦୂରରେ ନିପାତ ହୋଇଥିବା ଆତଙ୍କବାଦୀଙ୍କ ପରିବାରକୁ ପାକିସ୍ତାନ ସରକାର ଏବେ ୧ କୋଟି ଲେଖାଏଁ ଦେବାକୁ ଘୋଷଣା କରିଛି । ଆଉ ଏମିତି ହେଲେ,ପାକିସ୍ତାନ ସରକାରଠୁ ପ୍ରାୟ ୧୪ କୋଟି ଟଙ୍କା ପାଇବ ଆତଙ୍କୀ ମସୁଦ୍ ଆଝାର ।

    ଅପରେସନ୍ ସିନ୍ଦୂରରେ ଜୈସ-ଏ-ମହମ୍ମଦ ମୁଖ୍ୟ ମସୁଦ୍ ଆଝାରର ଘର ଉପରେ ଷ୍ଟ୍ରାଇକ୍ କରିଥିଲା ଭାରତୀୟ ସେନା । ଯାହାକି ବାହାଓ୍ୱଲପୁରରେ ଥିଲା । ଏହି ଆକ୍ରମଣରେ ମସୁଦ୍ ସହ ଜଡ଼ିତ ୧୪ ଲୋକ ପ୍ରାଣ ହରାଇଥିଲେ । ଯେଉଁଥିପାଇଁ ତାଙ୍କୁ ପାକିସ୍ତାନ ସରକାର ୧୪ କୋଟି ଟଙ୍କା ଦେବେ ବୋଲି କୁହାଯାଉଛି ।ଭାରତର ଅପରେସନରେ ମାସୁଦର ବଡ଼ ଭଉଣୀ,ଭାଇ ଏବଂ ତାଙ୍କ ପିଲାମାନଙ୍କର ମୃତ୍ୟୁ ହୋଇଛି । ଏହାପରେ, ମସୁଦର ଭାଇ ରୌଫ ମଧ୍ୟ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ, ଏହି ଆକ୍ରମଣରେ ରୌଫ ମଧ୍ୟ ନିହତ ହୋଇଥିଲା । ହେଲେ ଏହି ଆକ୍ରମଣରୁ ବର୍ତ୍ତିଯାଇଛି ନିଜେ ମସୁଦ୍ ଆଝାର । କୁହାଯାଉଛି ଏବେ ନିଜ ଜୀବନ ବଞ୍ଚାଇବାକୁ ସେ ବଙ୍କର ଭିତରେ ଲୁଚିବସିଛି ।

  • ଡାକ୍ତର ଦେଖାଇବା ରହିଗଲା ଅଧା, ବିଶ୍ୱ ମାତୃ ଦିବସରେ ପୁଅକୁ ଛାଡି ଆରପାରିରେ ମା

    ଡାକ୍ତର ଦେଖାଇବା ରହିଗଲା ଅଧା, ବିଶ୍ୱ ମାତୃ ଦିବସରେ ପୁଅକୁ ଛାଡି ଆରପାରିରେ ମା

    ମାଆକୁ ଡାକ୍ତର ଦେଖାଇବାକୁ ବାହାରି ଥିଲେ ସପରିବାର । ହେଲେ ଦୁର୍ଘଟଣା ରେ ଚାଲିଗଲା ମା ର ଜୀବନ । ସେପଟେ ପୁଅ ଓ ନାତୁଣୀ ଗରୁରୁତର , ହୋଇଥିବା ବେଳେ ବହୁ ଓ ଝିଅ ଆହତ ହୋଇଛନ୍ତି । ହେଲେ ଦେଢବର୍ଷର ନାତୀ ଅଳ୍ପକେ ବର୍ତି ଯାଇଛି । ଆଜି ଏମିତି ଏକ ଅଘଟଣ ଘଟିଛି ଘଷିପୁରା ଥାନା ଶାଳପଡା ଗାଁ ର ରବି ନାରାୟଣ ମହାପାତ୍ର ଙ୍କ ପରିବାର ସାଙ୍ଘରେ। ରବି ନାରାୟଣ ନଜି ମା ଜୋସ୍ନାମୟୀ ଙ୍କୁ ସାଙ୍ଗରେ ଧରି କାରଯୋଗେ ମୟୁରଭଞ୍ଜ ଜିଲ୍ଲା କେନ୍ଦୁଜୁଆଣି ର ଜଣେ ଆୟୁବେଦ ଚିକିତ୍ସକ ଙ୍କୁ ଦେଖାଇବାକୁ ଯାଉଥିଲେ। ସାଙ୍ଗରେ ଥିଲେ ପତ୍ନୀ , ନିଜ ଦେଢବର୍ଷର ପୁଅ , ଭଉଣୀ ବିଶ୍ବବିଜୟନୀ ଓ ଭାଣିଜି ସଶ୍ମିତା ।

    ଆନନ୍ଦପୁର – ଠାକୁରମୁଣ୍ଡା ରାସ୍ତା ରସ୍ତା ର ଗୋଡଭଙ୍ଗ ଘାଟି ଅତିକ୍ରମ କରିବାପରେ ସାମ୍ନା ପଟୁ ଆସୁଥିବା ଏକ ଜାଳେଣି ଗ୍ଯାସ୍ ବୋଝେଇ ମିନିଟ୍ରକ୍ ଧକ୍କା ଦେବାରୁ ଘଟଣା ସ୍ଥଳରେ ମା ଜୋନ୍ନାମୟୀ ଙ୍କ ମୃତ୍ଯୁଘଟିଛି। ଗାଡିରେ ଥିବା ଅନ୍ଯ ମାନଙ୍କ ମଧ୍ଯରୁ ରବି ନାରାୟଣ ଓ ଭାଣିଜି ଶଶ୍ମିତା ଗୁୁରୁତର ଆହତ ଅବସ୍ତା ରେ ପ୍ରଥମେ ଆନନ୍ଦପୁର ଓ ପରେ କଟକ ସ୍ଥାନାନ୍ତର ହୋଇଛନ୍ତି।ଦୁର୍ଘଟଣା ର ଖବରପାଇ ଅଗ୍ନଶ୍ରମ ବାହିନୀ ସମସ୍ଥଙ୍କୁ ଉଦ୍ଦାର କରି ମେଡିକାଲ ପଠାଇଥିଲା। ସେପଟେ ଖବରପାଇ ମହୁଲଡିହା ପୋଲିସ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।

  • ଚିର ନିଦ୍ରାରେ ଯୁବ ସାମ୍ୱାଦିକ

    ଚିର ନିଦ୍ରାରେ ଯୁବ ସାମ୍ୱାଦିକ

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର କାର୍ଯ୍ୟରତ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ ଓରଫ୍ ମୁନା ପଟ୍ଟନାୟକ ଦେହାନ୍ତ ଘଟିଛି l ସେ ଦୀର୍ଘ ଏକ ବର୍ଷ ହେବ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ l ମଝିରେ ସୁସ୍ଥ ହୋଇ ପୁଣିଥରେ ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ହୋଇଥିଲେ l ଇତି ମଧ୍ୟରେ ଦୁଇଦିନ ତଳେ ତାଙ୍କର ଶେଷ କେମ ମଧ୍ୟ ଦିଆ ସରିଥିଲା l ମାତ୍ର ଗତକାଲି ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା l

    ତେବେ ଆଜି ସକାଳେ ତାଙ୍କର ବାସ ଭବନ ଘଣ୍ଟେଶ୍ୱର ଅଞ୍ଚଳ କୋଳିଆଡିଆ ଠାରେ ଅଞ୍ଚଳର ନେତା ମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା. ଓ ଗଜଲକ୍ଷ୍ମୀ ପୂଜା କମିଟି ର ସମସ୍ତ ସଦସ୍ୟ ତାଙ୍କର ଶେଷ ଦର୍ଶନ କରିଥିଲେ l ଚାନ୍ଦବାଲି ବ୍ଲକ୍ ର କାର୍ଯ୍ୟରତ ସମସ୍ତ ସାମ୍ବାଦିକମାନେ ଉପସ୍ଥିତ ରହି ତାଙ୍କର ପାରିବାର ସହିତ ସହଯୋଗ କରିଛନ୍ତି l

    ମୁନା ପଟ୍ଟନାୟକଙ୍କର ଏକ ୬ବର୍ଷ ର ଝିଅ ଏବଂ ୨ ବର୍ଷର ଏକ ପୁଅ ଅଛି l ଜୀବନ ସାରା ସାମ୍ୱାଦିକଟିଏ ସମାଜ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ମଧ୍ଯ କୌଣସି ସରକାରୀ ସହାନୁଭୂତି ସାମ୍ୱାଦିକ ମାନଙ୍କ ପାଇଁ ନାହିଁ l ମୁନା ପଟ୍ଟନାୟକଙ୍କ ପାରିବାରକୁ ସରକାରୀ ସହଯୋଗ ଯୋଗାଇ ଦେବାକୁ ବରିଷ୍ଠ ସାମ୍ବାଦିକ ପି. ଏନ୍ ଆଲ୍ଲାମ୍, ଅକ୍ଷୟ ବଳ, ନିଶିକାନ୍ତ ବେହେରା. ପ୍ରଶାନ୍ତ କୁମାର. ଦେବକାନ୍ତ ମହାନ୍ତି. ସୁବାସ ମହାନ୍ତି. ତପନ ରାଉତ ଏବଂ ଅନ୍ୟାନ୍ୟ ସାମ୍ବାଦିକମାନେ ଦାବୀ କରିଛନ୍ତି .

  • ଅଠର ଟନ ପୋଲରେ ୪୦ ଟନର ପଥର ବୋଝେଇ ହାଇୱା,ବିରୋଧ କଲେ ମିଳୁଛି ହତ୍ୟା ଧମକ

    ଅଠର ଟନ ପୋଲରେ ୪୦ ଟନର ପଥର ବୋଝେଇ ହାଇୱା,ବିରୋଧ କଲେ ମିଳୁଛି ହତ୍ୟା ଧମକ

    ରାଜନଗର ବ୍ଲକ ଧୋଇଆ ଅଞ୍ଚଳ ନଗଡ଼ ଗାଁର ଲାଇଫ ଲାଇନ କୁହାଯାଉଥିବା କଂକ୍ରିଟ୍ ପୋଲ ଏବେ ବିପଦ ମୁଖରେ,୧୮ ଟନ ଭାରସାମ୍ୟ ପୋଲ ଉପରେ ୪୦ ଟନର ବଡ଼ ପଥର ସହିତ ହାଇୱା ଯାଉଛି। ଲୋକେ ବିରୋଧ କରିବାରୁ ଲୋକଙ୍କୁ ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପୋଷା ଗୁଣ୍ଡା ଓ କଣ୍ଟ୍ରାକ୍ଟର ଗୁଳି କରି ଜୀବନରୁ ମାରିଦେବାକୁ ଦେଉଛନ୍ତି ଧମକ। ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ନଗଡ଼ର ଅଧିବାସୀ। ଲୋକଙ୍କ ଅଭିଯୋଗ ଅନୁଯାଇ ଓସ୍ତିଆ ପଞ୍ଚାୟତ ନଗଡ଼ ଗାଁ ଏକ ଧୋଇଆ ଅଞ୍ଚଳ ହୋଇଥିବାରୁ ପ୍ରତ୍ୟକ ବର୍ଷ ବନ୍ୟାରେ ଏହି ଗାଁ ଜଳମଗ୍ନ ରହିଥାଏ ଫଳରେ ଗାଁକୁ ଯିବାଆସିବା ପାଇଁ ଅନେକ ସମସ୍ୟା ହୁଏ। ଏଭଳି ପରିସ୍ଥିତି ରେ ଗାଁକୁ ଯିବାଆସିବା କରିବା ପାଇଁ ଏକମାତ୍ର ବାଟ ଏହି କଂକ୍ରିଟ୍ ପୋଲ।

    ଯେଉଁ ପୋଲ ନିର୍ମାଣ କରିବା ପାଇଁ ଗାଁର ଅଧିବାସୀ ମାନେ ଅନେକ ସଂଘର୍ଷ କରି ପୂର୍ବ ବିଜେଡି ଶାସନ ସମୟରେ ବିଧାୟକ ଧ୍ରୁବ ଚରଣ ସାହୁ ଙ୍କ ଜରିଆରେ ଡ୍ରେନେଜ ବିଭାଗ ଦ୍ବାରା ଏହି ପୋଲ ନିର୍ମାଣ କରିଥିଲେ। ମାତ୍ର ଦୁଃଖର କଥା କଣ୍ଟ୍ରାକ୍ଟର ଓ ବିଧାୟକ ଧ୍ରୁବ ଚରଣ ସାହୁଙ୍କ ମଧୁ ଚନ୍ଦ୍ରିକା ପାଇଁ ଆଜି ଏହି ପୋଲ ଭାଙ୍ଗିବାକୁ ବସିଛି। ସୂଚନା ଥାଉ କି ନଗଡ଼ ଗାଁକୁ ନଦୀ କୂଳ ଲଂଘୁଥିବାରୁ ଜଳ ସମ୍ପଦ ବିଭାଗ ପକ୍ଷରୁ ଟେଣ୍ଡର ହୋଇ ନଦୀ କୂଳରେ ବଡ଼ ବଡ଼ ପଥର ପଡୁଛି, ଯେଉଁ ପଥର ଗାଁର ପୋଲ ନିକଟରେ ରଖା ଯାଇଛି, ପ୍ରତ୍ୟକ ଦିନ ସେହି ବଡ଼ ପଥରରୁ ୪୦ ଟନ ରୁ ଉର୍ଦ୍ଧ ପଥରକୁ ବଡ଼ ବଡ଼ ହାଇୱା ଜରିଆରେ ଗାଁର ଏହି ପୋଲ ଦେଇ ନଦୀ କୂଳକୁ ନିଆ ଯାଉଛି, ଯାହା ଦ୍ବାରା ଏହି ପୋଲ ଦୁର୍ବଳ ହେବାରେ ଲାଗିଛି, କାରଣ ଏହି ପୋଲର ଭାରସାମ୍ୟ ୧୮ ଟନ ରହିଥିବା ବେଳେ ପୋଲ ଉପରେ ହାଇୱା ସହିତ ୪୦ ଟନ ପଥର ପ୍ରତ୍ୟକ ଦିନ ଯାଉଛି।

    ଏହାକୁ ବିରୁଦ୍ଧ କରିବାରୁ ବିଧାୟକ ଧ୍ରୁବ ସାହୁ ଙ୍କ ପୋଷା ଗୁଣ୍ଡା ଓ ପଥର କାମ ନେଇଥିବା କଣ୍ଟ୍ରାକ୍ଟର ଲୋକଙ୍କୁ ଗୁଳି କରି ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ଅନ୍ୟ ପକ୍ଷେ ଏଭଳି ବିପଦ ସମୟରେ ହାଇୱା ବୋଝେଇ ପଥରକୁ ଗାଁର ପୋଲ ଉପରେ ନ ଛାଡିବାକୁ ଗାଁ ଲୋକେ ଜିଦି କରି ବସିଛନ୍ତି।