Category: ମୁଖ୍ୟ ଖବର

  • ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

    ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

    ଆନନ୍ଦପୁର ଉପଖଣ୍ଡ ଶୈଲଙ୍କ ମା ତାରିଣୀ ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟ ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ରେ ଛାତ୍ରଛାତ୍ରୀ ସଫଳତା ଲାଭ କରି ଛନ୍ତି । ଯାହା ପାଖାପାଖି ଜିଲ୍ଲା ର କଲେଜ ମାନଙ୍କ ମଧ୍ୟରେ ରେକର୍ଡ ସୃଷ୍ଟି କରିଛି । ଏହି କଲେଜ ର ମୋଟ ୪୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ସମସ୍ତେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୫୦୦ ରୁ ଉର୍ଦ୍ଧ୍ବ ନମ୍ବର ରଖି ୮ ଜଣ ଛାତ୍ରଛାତ୍ରୀ A1 ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଦେବାଶିଷ ଜେନା ,ଦୀପାରାଣୀ ସାହୁ ,ଇତିଶ୍ରୀ ରାଉତ ,ରାଜେନ୍ଦ୍ର ରାଉଳ ସ୍ୱୀକୃତି ସୁପ୍ରଭା ସା ,ଶ୍ରୁତି ଶ୍ରାବଣୀ ବରାଳ ,ଉସାଶ୍ରୀ ସାହୁ ,ସୁଭଦ୍ରା ସାହୁ, ଭଲ ନମ୍ବର ରଖି ଛାତ୍ରଛାତ୍ରୀ ରଖିଛନ୍ତି।

    କଲେଜ ର ଅଧ୍ୟକ୍ଷ ଓ ଅଧ୍ୟାପିକା ,ଅଧ୍ୟାପକ ପ୍ରଥମ ବର୍ଷ ର ଛାତ୍ରଛାତ୍ରୀ ମାନଙ୍କୁ କଲେଜ ପକ୍ଷରୁ ପୁଷ୍ପଗୁଚ୍ଛ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ଭର୍ଦ୍ଧନା କରାଯାଇଛି lଏଥିରେ କଲେଜର ଚ୍ୟାୟାରମ୍ୟାନ ଚନ୍ଦ୍ର ଶେଖର ନାୟକ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣେଇବା ସହ ଉତ୍ତୋରତର ଉଣ୍ନତି କାମନା କରିଛନ୍ତି l ଏହି ସମ୍ଭର୍ଦ୍ଧନା ଉତ୍ସବରେ କଲେଜର ଅଧ୍ୟାପକ, ଅଧ୍ୟାପିକା , କର୍ମଚାରୀ ଓ ଅଭିଭାବକ ଉପସ୍ଥିତ ଥିଲେ।ତେବେ ଏହି କଲେଜରେ ପାଠପଢ଼ି ଉର୍ତ୍ତିଣ୍ଣ ହୋଇଥିବାରୁ ଛାତ୍ର ଛାତ୍ରୀ ମାନେ ଗର୍ବ ଅନୁଭବ କରୁଥିବା କହିଛନ୍ତି ।

  • ମହୁମାଛି ଆକ୍ରମଣରେ ୬ ସାବିତ୍ରୀ ଗୁରୁତର

    ମହୁମାଛି ଆକ୍ରମଣରେ ୬ ସାବିତ୍ରୀ ଗୁରୁତର

    ପୂଜା କରୁଥିବା ବେଳେ ମହୁମାଛି ଆକ୍ରମଣରେ ଛଅ ଜଣ ସାବିତ୍ରୀଙ୍କ ସହ ପୂଜକ ଗୁରୁତ୍ୱର

    ଓଡ଼ିଆ ସଂସ୍କୃତିରେ ସଧବା ନାରୀଙ୍କ ଦ୍ୱାରା ପାଳିତ ଅନନ୍ୟ ପରମ୍ପରା ପବିତ୍ର ସାବିତ୍ରୀ ଅମାବାସ୍ୟା। ଏହି ଅବସରରେ ମହିଳା ମାନେ ସ୍ୱାମୀଙ୍କ ପାଇଁ ବ୍ରତ ରଖି ଉପବାସ ରହି ରୀତି ନୀତି ଅନୁଯାୟୀ ଏକାଠି ହୋଇ ପୂଜା କରିଥାନ୍ତି । ତେବେ ପୂଜାକରୁଥିବା ବେଳେ ମହୁମାଛି ଆକ୍ରମଣରେ ୬ ଜଣ ମହିଳା ଙ୍କ ସହ ପୂଜକ ଗୁରୁତର ହୋଇଛନ୍ତି ।

    ଏଭଳି ଘଟଣା ଘଟିଛି ଆନନ୍ଦପୁର ବ୍ଲକ ଅନ୍ତର୍ଗତ ହରିଡ଼ାପାଳ ପଞ୍ଚାୟତ ଟୋଲଙ୍କପଡ଼ା ମା କୁରୁମେଇ ପୀଠ ରେ । ପୂଜା ଚାଲୁଥିବା ବେଳେ ଅଚାନକ ମହୁମାଛି ମାନେ ଆସି ସାବିତ୍ରୀ ପୂଜା କରୁଥିବା ମହିଳା ମାନଙ୍କୁ ଆକ୍ରମଣ କରିଥିଲେ । ମହୁମାଛି ଆକ୍ରମଣ ରେ ଗୁରୁତର ମହିଳା ମାନଙ୍କୁ ଆନନ୍ଦପୁର ମେଡ଼ିକାଲ ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

  • ଶାନ୍ତିସେନା କିନ୍ନର ସଙ୍ଘ, ପାଳିଲେ ସାବିତ୍ରୀ ବ୍ରତ

    ଶାନ୍ତିସେନା କିନ୍ନର ସଙ୍ଘ, ପାଳିଲେ ସାବିତ୍ରୀ ବ୍ରତ

    ଓଡ଼ିଆ ବିବାହିତା ନାରୀ ମାନଙ୍କ ପାଇଁ ସାବିତ୍ରୀ ବ୍ରତ ହେଉଛି ଶ୍ରେଷ୍ଠ ବ୍ରତ । ଏହା ଜ୍ୟେଷ୍ଠ ଅମାବାସ୍ୟାରେ ପାଳିତ ହୋଇଥାଏ । ଏହି ବ୍ରତରେ ସାବିତ୍ରୀମାନେ ଉପବାସ ରହି ସତ୍ୟବାନମାନଙ୍କୁ ପୂଜା କରି ତାଙ୍କ ଠାରୁ ଆଶିଷ ଲାଭ କରିଥାନ୍ତି । ଏଭଳି ବ୍ରତକୁ ମଧ୍ୟ ଆଜି ଯାଜପୁର ରୋଡର ଶାନ୍ତି ସେନାର କିନ୍ନର ମାନେ ନିଜ ଆତ୍ମୀୟସୁଜନ, ଗୁରୁଜନ, ନିଜ ସଂଗଠନ ମଧ୍ୟରେ ପାଳନ କରିଛନ୍ତି । ଏଥି ସହିତ ସକାଳୁ ବ୍ରାହ୍ମଣ ଙ୍କ ଦ୍ଵାରା ପୂଜାପାଠ,ହୋମପୂଜା, ରୀତିନୀତି ଓ ସୂର୍ଯ୍ୟପୂଜା କରି ନିଜ ନିଜ ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି ।

    ସମସ୍ତ କିନ୍ନର ମାନେ ନୂତନ ଶାଢ଼ୀ ପରିଧାନ କରିବା ସହିତ ହାତରେ ବ୍ରତ ବାନ୍ଧି ଏହି ଓଷା କୁ ପାଳନ କରିଛନ୍ତି. ସଙ୍ଘ ର ସଭାପତି କାଜଲ ନାୟକ, ସମ୍ପାଦକ ଲଭଲି ସାହୁ, ବେବି ପାତ୍ର, ରୋଶନୀ ସିଂ, ସୁମନ ସନ୍ଧ୍ୟା, ଅନୁ. ସୁଇଟି, ରାଣୀ, ମାନସୀ, ରଂଜିତା, ସୋଫିଆ, ସ୍ନେହା, ରୋଜି, ଖୁସି, ରିୟା, ଶୁଭମ ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ।

  • ଧାର୍ ଟଙ୍କା ମାଗିବାରୁ ମିଳୁଛି ଧମକ,ସେପଟେ ପୁଲିସ ଚୁପ

    ଧାର୍ ଟଙ୍କା ମାଗିବାରୁ ମିଳୁଛି ଧମକ,ସେପଟେ ପୁଲିସ ଚୁପ

    ଅସୁବିଧା ସମୟରେ ଟଙ୍କା ଧାର୍ ନେଲେ ହେଲେ ଏବେ ଟଙ୍କା ମାଗିଲେ ଦେଖାଉଛନ୍ତି ନାଲି ଆଖି । ଟଙ୍କା ନେଇଥିବା ଘଟଣାକୁ ଲିଖିତ ଭାବେ ସ୍ବିକାର କରିବା ପରେ ମଧ୍ୟ ୬ ବର୍ଷ ହେଲା ଧରା ଛୁଆଁ ଦେଉନାହାଁନ୍ତି ଯୁବକ । ଏନେଇ ଥାନାରେ ଏତଲା ଦେଲେ ମଧ୍ୟ ଶୁଣୁନାହିଁ ପୋଲିସ । ଥାନା ପାଖରେ ବୁଲୁଥିବା ଅଭିଯୁକ୍ତ କୁ ପାଉନଥିବା ସଫେଇ ଦେଇ ଅଭିଯୁକ୍ତକୁ ଘଣ୍ଟ ଘୋଡାଉଛି ଜମ୍ବୁ ସାମୁଦ୍ରିକ ଥାନା । ଏଭଳି ଏକ ଅଭିଯୋଗକୁ ନେଇ ପାରାଦ୍ଵୀପ ଆଦର୍ଶ ଥାନାର ଦ୍ବାରସ୍ଥ ହୋଇଛନ୍ତି ଗୋପାଳ ମଣ୍ଡଳ‌ ।

    ସୂଚନା ଅନୁସାରେ , ଗୋପାଳଙ୍କ ଠାରୁ ଅମିତ ବାଲା ନାମକ ଜଣେ ଯୁବକ ୫୦ ହଜାର ଟଙ୍କା ଧାର ନେଇ ତିନି ମାସରେ ଦେଇ ଦେବାକୁ କହିଥିଲେ । ହେଲେ ପରେ ଆଉ ଧରା ଛୁଆଁ ଦେଇନଥିଲେ । ୨୦୨୩ ମସିହାରେ ତାଙ୍କ ନାମରେ କେନ୍ଦ୍ରାପଡ଼ା ଜମ୍ବୁ ସାମୁଦ୍ରିକ ଥାନାରେ ଗୋପାଳ ଏତଲା ଦେଇଥିଲେ । ସେଠାରେ ଟଙ୍କା ନେଇଥିବା କଥାକୁ ଅମିତ ସ୍ବିକାର କରିବା ସହିତ ଥାନା ମାଧ୍ୟମରେ ଟଙ୍କା ଦେଇଦେବେ ବୋଲି ଲିଖିତ ଭାବେ ଜଣାଇଥିଲେ । ମାତ୍ର ପରେ ଆଉ ଫୋନ୍ ଉଠାଇ ନଥିଲେ କି ଧରାଛୁଆଁ ଦେଉ ନଥିଲେ ଓ ଟଙ୍କା ଦେବା ବଦଳରେ ଥାନା ମୋ ହାତରେ ଅଛି ବୋଲି କହି ଗୋପାଳଙ୍କୁ ଧମକ ଦେଉଥିଲେ । ତେବେ ଆଜିକୁ ପ୍ରାୟ ୬ ବର୍ଷ ହୋଇଗଲାଣି ଟଙ୍କା ଫେରି ପାଇବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ବର୍ତ୍ତମାନ ପାରାଦ୍ଵୀପ ଆଦର୍ଶ ଥାନାର ଦ୍ଵାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି ଗୋପାଳ ।

  • ସମ୍ବଲପୁରରେ ଆଲେପି ଏକ୍ସପ୍ରେସ ଉପରେ ପଥର ମାଡ଼, ତିନି ଅଭିଯୁକ୍ତ ଗିରଫ

    ସମ୍ବଲପୁରରେ ଆଲେପି ଏକ୍ସପ୍ରେସ ଉପରେ ପଥର ମାଡ଼, ତିନି ଅଭିଯୁକ୍ତ ଗିରଫ

    ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ପୁଣିଥରେ ଟ୍ରେନ ଉପରେ ପଥର ଫିଙ୍ଗା ଘଟଣା ସାମ୍ନାକୁ ଆସିଛି। ଏଠାରେ, ଖେତରାଜପୁରର ତାଳଭାଟାପଡ଼ା ଅଞ୍ଚଳରେ ଆଲେପି ଏକ୍ସପ୍ରେସ୍ ଟ୍ରେନ୍ ଉପରେ ପଥର ମାଡ଼ ହୋଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଘଟଣାଟି ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଘଟିଥିବା କୁହାଯାଉଛି। ଖେତରାଜପୁର ଏବଂ ତାଳଭାଟାପଡ଼ା ମଧ୍ୟରେ କିଛି ସମୟ ପାଇଁ ଟ୍ରେନ୍ ଅଟକି ରହିଥିଲା। ସବୁଜ ସଙ୍କେତ ନ ପାଇବାରୁ ଟ୍ରେନ୍‌କୁ ଅଟକାଯାଇଥିଲା। ଏହି ସମୟରେ, ପରିସ୍ଥିତିର ସୁଯୋଗ ନେଇ ତିନି ଜଣ ଯୁବକ ଟ୍ରେନର ଏକ ସାଧାରଣ ବଗି ଉପରେ ପଥର ମାଡ଼ କରିଥିଲେ। ତଥାପି, ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇଥିବାର ସୂଚନା ମିଳିନାହିଁ, କିନ୍ତୁ ଯାତ୍ରୀମାନଙ୍କ ମଧ୍ୟରେ ନିଶ୍ଚିତ ଭାବରେ ଆତଙ୍କର ବାତାବରଣ ଥିଲା। ଟ୍ରେନ୍ ଅଟକିବା ମାତ୍ରେ ହଠାତ୍ ପଥର ଫିଙ୍ଗା ଯୋଗୁଁ ସେଠାରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏହା ଭାଗ୍ୟବଶତଃ ଯେ ପଥରଗୁଡ଼ିକ କୌଣସି ଯାତ୍ରୀଙ୍କ ଉପରେ ଆଘାତ କରିନଥିଲା ଏବଂ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା।

    ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ, ରେଳ ସୁରକ୍ଷା ବଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ମାମଲା ରୁଜୁ କରିଛି। ଏହା ପରେ ଅଭିଯୁକ୍ତଙ୍କୁ ଖୋଜା ଆରମ୍ଭ ହୋଇଥିଲା। RPF ତଦନ୍ତରୁ ଜଣାପଡିଛି ଯେ ଏହି ଘଟଣାରେ ତିନି ଜଣ ଯୁବକ ସମ୍ପୃକ୍ତ ଥିଲେ। ସମସ୍ତଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି। ଗିରଫ ଯୁବକମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏପରି ଘଟଣା ରେଳ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏକ ଗୁରୁତର ବିପଦ ସୃଷ୍ଟି କରେ ଏବଂ ଏହାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯାଇପାରିବ ନାହିଁ।

    ଆପଣଙ୍କୁ କହିରଖୁଛୁ ଯେ କିଛି ଦିନ ପୂର୍ବରୁ ସମ୍ବଲପୁରର ଲପଙ୍ଗା ଷ୍ଟେସନ ନିକଟରେ ତପସ୍ୱିନୀ ଏକ୍ସପ୍ରେସ ଉପରେ ସମାନ ପ୍ରକାର ପଥର ମାଡ଼ ହୋଇଥିଲା। ଏହି ନିରନ୍ତର ଘଟଣାଗୁଡ଼ିକରୁ ଏହା ସ୍ପଷ୍ଟ ଯେ ରେଳବାଇକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ପଡ଼ିବ, ବିଶେଷକରି ଯେଉଁଠାରେ ଟ୍ରେନ୍ ଅଟକିଥାଏ କିମ୍ବା ଧୀରେ ଗତି କରେ। ରେଳ ପ୍ରଶାସନ ଏବଂ ଆରପିଏଫ ଯାତ୍ରୀମାନଙ୍କୁ ମଧ୍ୟ ନିବେଦନ କରୁଛନ୍ତି ଯେ ଯଦି ସେମାନେ କୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ ଦେଖନ୍ତି, ତେବେ ତୁରନ୍ତ ରିପୋର୍ଟ କରନ୍ତୁ ଯାହା ଦ୍ଵାରା ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ବର୍ତ୍ତମାନ, ଆଲେପି ଏକ୍ସପ୍ରେସ୍ ସ୍ୱାଭାବିକ ଭାବରେ ଏହାର ଯାତ୍ରା ସମାପ୍ତ କରିଛି ଏବଂ ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନାହିଁ।

  • ‘ସେ ମୋତେ ପ୍ରପୋଜ କରିଥିଲେ…’ ଶମ୍ମି କପୁରଙ୍କ ବିଷୟରେ ପ୍ରଶ୍ନ ଶୁଣି କହିଲେ ମୁମତାଜ

    ‘ସେ ମୋତେ ପ୍ରପୋଜ କରିଥିଲେ…’ ଶମ୍ମି କପୁରଙ୍କ ବିଷୟରେ ପ୍ରଶ୍ନ ଶୁଣି କହିଲେ ମୁମତାଜ

    ବଲିଉଡରେ ଏପରି ଅନେକ ପ୍ରେମ କାହାଣୀ ଅଛି, ଯାହା କେବେ ସଫଳ ତ ହୋଇପାରି ନାହିଁ, ହେଲେ ଏହା କାହାଠାରୁ ଲୁଚି ମଧ୍ୟ ରହିନାହିଁ। ମୁମତାଜ ଏବଂ ଶମ୍ମି କପୁରଙ୍କ ପ୍ରେମ କାହାଣୀ ମଧ୍ୟ ଏହି ପ୍ରେମ କାହାଣୀ ମଧ୍ୟରୁ ଗୋଟିଏ। ୬୦ ଏବଂ ୭୦ ଦଶକର ଜଣେ ଆଗଧାଡିରେ ଥିବା ଅଭିନେତ୍ରୀ ସେହି ସମୟର ଶ୍ରେଷ୍ଠ ଅଭିନେତା ଶମ୍ମି କପୁରଙ୍କ ପ୍ରେମରେ ପଡ଼ିଯାଇଥିଲେ।

    ମୁମତାଜ ଏବଂ ଶମ୍ମି କପୁର ବିବାହ କରିବାକୁ ଚାହୁଁଥିଲେ, ହେଲେ ଅଭିନେତ୍ରୀ କେବଳ ଏହି କାରଣରୁ ବିବାହ କରିବାକୁ ମନା କରିଦେଲେ, କାହିଁକିନା ସେ ଆଗକୁ କାମ କରାଇବାକୁ ରଖିବାକୁ ଚାହୁଁଥିଲେ। କିନ୍ତୁ କପୁର ପରିବାର ଏଥିପାଇଁ ଅନୁମତି ଦିଅନ୍ତି ନାହିଁ। ପରେ, ବ୍ୟବସାୟୀ ମୟୂର ମାଧୱାନୀଙ୍କ ସହ ବିବାହ ପରେ ତାଙ୍କୁ ମଧ୍ୟ ସେହିପରି କରିବାକୁ ପଡିଲା। ନିକଟରେ ମୁମତାଜ ଶମ୍ମି କପୁରଙ୍କ ସହ ତାଙ୍କର ପ୍ରେମ କାହାଣୀ ଏବଂ ତାଙ୍କ ସହ ତାଙ୍କର ଶେଷ ସାକ୍ଷାତ ବିଷୟରେ କହିଥିଲେ।

    ରେଡିଓ ନଶା ସହିତ ଆଲୋଚନାରେ ମୁମତାଜ ତାଙ୍କ ପୁରୁଣା ସ୍ମୃତି ବଖାଣିଥିଲେ। ଏହି ସମୟରେ ମୁମତାଜ ଦେବ ଆନନ୍ଦଙ୍କ ସହ ତାଙ୍କର ବନ୍ଧୁତା ଏବଂ ଶମ୍ମି କପୁରଙ୍କ ସହ ତାଙ୍କର ପ୍ରେମ କାହାଣୀ ବିଷୟରେ ମଧ୍ୟ କହିଥିଲେ। ଦେବ ଆନନ୍ଦଙ୍କ ସହ ତାଙ୍କ ବନ୍ଧୁତା ବିଷୟରେ ସେ କହିଥିଲେ- ‘ଦେବ ଆନନ୍ଦ ମୋତେ ମୁମଜୀ କହି ଡାକୁଥିଲେ… ମୋର ସମସ୍ତ ହିରୋ ମୋତେ ଭଲ ପାଉଥିଲେ।’ ମୋର ସହ-କଳାକାରମାନଙ୍କ ସହିତ ରୋମାଣ୍ଟିକ ଲିଙ୍କ-ଅପ୍ ବିଷୟରେ ପ୍ରାୟତଃ ଖବର ଆସୁଥିଲା କାରଣ ସେମାନେ ସମସ୍ତେ ମୋତେ ଭଲ ପାଉଥିଲେ।’

    ଶମ୍ମି କପୁରଙ୍କ ସହ ତାଙ୍କ ପ୍ରେମ କାହାଣୀ ବିଷୟରେ ମୁମତାଜ କହିଛନ୍ତି, “ଶମ୍ମି କପୁର ଏତେ ସୁନ୍ଦର ଥିଲେ ଯେ କୌଣସି ଝିଅ ତାଙ୍କ ପ୍ରତି ଆକର୍ଷିତ ହେବାରୁ ନିଜକୁ ରୋକି ପାରୁ ନଥିଲେ।” ଯେତେବେଳେ ତାଙ୍କୁ ପଚରାଗଲା ଯେ ତାଙ୍କର ଏବଂ ଶମ୍ମି କପୁରଙ୍କ ପ୍ରେମ କାହାଣୀ କିପରି ଆରମ୍ଭ ହୋଇଥିଲା, ମୁମତାଜ ହସି ହସି କହିଲେ, “ଆପଣ ମଧ୍ୟ ନିଶ୍ଚୟ ପ୍ରେମ କରିଥିବେ, ଆପଣଙ୍କୁ କିପରି ହୋଇଥିଲା ? ସେ ମୋତେ ପ୍ରପୋଜ ମଧ୍ୟ କରିଥିଲେ।”

    ଶମ୍ମି କପୁରଙ୍କୁ ମନେ ପକାଇ ମୁମତାଜ Rediff.com କୁ କହିଥିଲେ, “ମୁଁ ଭାବୁନାହିଁ ଯେ ସେ ମୋ ଉପରେ ଯେତେ ପ୍ରେମ ବର୍ଷାଇଥିଲେ, କେହି ମୋତେ ସେତିକି ପ୍ରେମ ଦେଇପାରିବେ। ମୁଁ ତାଙ୍କୁ କେବେ ଭୁଲି ପାରିନାହିଁ। ଆଜି ମଧ୍ୟ, ଯେତେବେଳେ ତାଙ୍କ ନାମ ନିଆଯାଏ, ମୋ ଆଖିରେ ଲୁହ ଆସିଯାଏ। ଏହା କୌଣସି ଲଭ ଆଫାୟାର ନଥିଲା, ଏହା ତା’ଠାରୁ ବହୁତ ଅଧିକ ଥିଲା। ଆମେ ପରସ୍ପରକୁ ବହୁତ ଭଲ ପାଉଥିଲୁ।”

    ଶମ୍ମି କପୁରଙ୍କ ସହ ତାଙ୍କର ଶେଷ ସାକ୍ଷାତକୁ ମନେ ପକାଇ, ମୁମତାଜ ଭାବପ୍ରବଣ ହୋଇ କହିଲେ- ‘ସେ ଏବେ ବି ମଦ୍ୟପାନ କରୁଥିଲେ… ମୁଁ ତାଙ୍କୁ ପଚାରିଲି, ‘ତୁମେ ଯେତେବେଳେ ସୁସ୍ଥ ନୁହଁ, ତେବେ କାହିଁକି ମଦ୍ୟପାନ କରୁଛ?’ ‘ସେ କହିଲେ ଯେ ସେ ଅଧିକ ଦିନ ବଞ୍ଚିବେ ନାହିଁ ଏବଂ ମୁଁ ତାଙ୍କୁ କହିଲି, ‘ତେବେ ପିଅ, ମଜା କର।’ ମୁଁ ଆଉ କଣ କହିପାରିବି? ମୁଁ ତାଙ୍କୁ ଅଟକାଇ ପାରି ନଥିଲି । ମୁଁ ତାଙ୍କ ସହିତ କିଛି ସମୟ ବସି,ଫେରି ଆସିଲି। ମୁଁ ତାଙ୍କୁ ମରୁଥିବାର ଦେଖିପାରିନଥାନ୍ତି ।

  • ଶିକ୍ଷାରେ ଇଂଜିନିୟର, ପେଶା ଚାଷ କରିବା, ନିଜ ସହ ଅନେକଙ୍କୁ କରାଇଛନ୍ତି ସ୍ୱାବଲମ୍ବୀ

    ଶିକ୍ଷାରେ ଇଂଜିନିୟର, ପେଶା ଚାଷ କରିବା, ନିଜ ସହ ଅନେକଙ୍କୁ କରାଇଛନ୍ତି ସ୍ୱାବଲମ୍ବୀ

    କଥାରେ ଅଛି କର୍ମଣୟେ ମା ବାଦିକରସ୍ତୁ ମା ଫଳେସୁ କଦାଚନ .ଭଗବାନ କହିଛନ୍ତି କର୍ମ କରିଚାଲ ଫଳ ନିଶ୍ଚୟ ମିଳିବ କିନ୍ତୁ ଫଳ ଓପରେ ଆଶା ରଖନି, ଏକଥା କହିବାର କାରଣ କରୋନା ସମୟରେ କାହାର ଭାଗ୍ୟ ବଦଳିଚି ତ କାହାର ଜୀବନ ମୃତ୍ୟୁ ସାଙ୍ଗରେ ଲଢେଇ .ହଁ ଆଜ୍ଞା ଏ ଦୃଶ୍ୟ ହେଉଛି କେନ୍ଦୁଝର ଜିଲ୍ଲା ହାଟଡିହି ଶିକ୍ଷା ସର୍କଲ ଚାନ୍ଦିବିରଞ୍ଚିପୁର ସ୍ତିତ ଉଦୟନାଥ ସାଜିଛନ୍ତି ଜ୍ୱଳନ୍ତ ଉଦାହରଣ ।


    ଉଦୟନାଥ କର ଘର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଶିଲନ୍ଧି ଗ୍ରାମର .ସେ ଜଣେ ଉଚ ଶିକ୍ଷିତ ଏବଂ ହାଟଡିହି ଚଣ୍ଡବିରଞ୍ଚିପୁର ସ୍ତିତ ଏସ .ଟି ଜାଭିୟର ବିଦ୍ୟାଳୟ ର ଏମଡି ଉଦୟନାଥ କର . ଉଦୟ ଜଣେ ଯୁବ ଇଂଜିନିୟର ହେଲେ କରୋନା ପରଠୁ ତାଙ୍କ ଭାଗ୍ୟ ବଦଳାଇ ଦେଇଛି ବିଦ୍ୟାଳୟ ଛୁଟି ସମୟରେ ଉଦୟଙ୍କ ନିଜସ୍ୱ ଫାର୍ମ ରେ ଧଳା ଘୁଷୁରୀ ଓ ପିଜୁଳି ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ୩୦ ରୁ ଉର୍ଧ ଲୋକଙ୍କୁ ନିୟୋଜିତ କରି ସେମାନଙ୍କୁ ସ୍ୱାବଲମ୍ବୀ କରାଇପାରିଛନ୍ତି ।

    ଏହି ପିଜୁଳି ଚାଷ କରି ଭଦ୍ରକ କଟକ ବାଲେଶ୍ୱର କେନ୍ଦୁଝର ଯାଜପୁର ଏମିତି ଅନ୍ୟାନ୍ୟ ଜିଲା ମାନଙ୍କୁ ଆମଦାନୀ କରନ୍ତି ସେହିପରି ଧଳା ଘୁଷୁରୀ ଚାଷ କରି ରାଜ୍ୟ ବାହାର କୁ ମଧ୍ୟ ଆମଦାନୀ କରିଥାନ୍ତି ମାସକୁ ଏହି ଚାଷ କରି ଉଦୟ ସ୍ୱାବଲମ୍ବୀ ହୋଇପାରିଛନ୍ତି ପିଜୁଳି ଚାଷ ହାରାହାରି ୧ ଏକର ଜାଗାରେ ଚାଷ କରିଛନ୍ତି ଏବଂ ଧଳା ଘୁଷୁରୀ ଏକ ଏକର ସମୁଦାୟ ଦୁଇ ଏକର ଜାଗର ଚାଷ କରି ସାର ବିଷ ଦେଇ ଗଛ ଲଗାଇଛନ୍ତି .ଉଦୟ ଙ୍କ କହିବା କଥା ସରକାର ଯଦି ଆଉ କିଛି ଉନତ ମାନର ଯନ୍ତ୍ରାଂଶ ଯୋଗାଇଦିଆନ୍ତେ ଓ ଯେତିକି ଚାଷ କ୍ଷେତ୍ରରେ କିପରି ଆଉ ଭଲ ଚାଷ କରିପାରନ୍ତେ ସରକାର ତରଫରୁ ଆସୁଥିବା ବିଭିନ ପ୍ରକାର ସୁବିଧା ସୁଯୋଗ ମିଳିଲେ ସେ ଆଉ ଟିକେ ଉପରକୁ ଉଠିପାରନ୍ତେ।

  • ବେଆଇନ ଇଟାଭାଟି, ଆର.ଆଇଙ୍କ ନାଲି ଆଖି, ତହସିଲଦାର ନିଦାବିଷ୍ଣୁ

    ବେଆଇନ ଇଟାଭାଟି, ଆର.ଆଇଙ୍କ ନାଲି ଆଖି, ତହସିଲଦାର ନିଦାବିଷ୍ଣୁ

    ସରକାର ଦେଶୀ ଇଟାଭାଟି ନିର୍ମାଣ ବନ୍ଦ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ସରକାର ସିମେଣ୍ଟ ଇଟାକୁ ଅନୁମତି ଦେଇଥିବାବେଳେ ନାଲି ଇଟା ନିର୍ମାଣକୁ ରୋକ ଲଗାଇଛନ୍ତି । ନାଲି ଇଟା ନିର୍ମାଣ ମୣର୍ତ୍ତିକା କ୍ଷୟ,ବାୟୁ ପ୍ରଦୂଷଣ ଓ ବାୟୁମଣ୍ଡଳକୁ ବ୍ୟାପକ ପ୍ରଭାବ ପକାଉଥିବା ଅନୁଭବକରି ଦେଶୀ ମାଟି ଇଟାଭାଟିକୁ ସରକାର ବନ୍ଦ କରିଥିବା ବେଳେ ଇଟା ଭାଟି କରିବାରେ ବେପାରୀ ପଛଉନାହାନ୍ତି । ପ୍ରଦୂଷଣ ଯୋଗୁଁ ପରିବେଶ ନଷ୍ଟ ହେବା ସହ‌ ଵ୍ଯାପକ ଧୂଆଁ ଯୋଗୁଁ ଯକ୍ଷ୍ମା ରୋଗ ସମେତ ଲୋକେ ବହୁ ରୋଗରେ ପଡୁଛନ୍ତି । କିନ୍ତୁ ସରକାରଙ୍କ ନିୟମକୁ ଫୁ କରି ଦେଇଛନ୍ତି ଇଟା ମାଫିଆ ଓ ରାଜସ୍ଵ କର୍ମଚାରୀ । ଉଭୟଙ୍କ ମଧୁ ଚନ୍ଦ୍ରିକା ରେ ଚାଲିଛି ବେଆଇନ ଇଟାଭାଟି । ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ଵହଳଦା ବ୍ଳକର ବିଭିନ୍ନ ସ୍ଥାନରେ ।

    ସରକାରଙ୍କ ସମସ୍ତ ନିର୍ଦ୍ଦେଶ କୁ ଫୁ କରିଦେଇ ଓ କିଛି ସରକାରୀ ବାବୁ ମାନଙ୍କୁ ମାଲ ଧରାଇଦେଇ ଦିନ ରାତି ଇଟା ଭାଟି କାମ ଚାଲିଛି । ମାଳ ମାଳ ବେଆଇନ ଇଟାଭାଟି ନିର୍ମାଣ ହେଉଛି । ସରକାରଙ୍କ ସମସ୍ତ ନିୟମକୁ ଯଳାଞ୍ଚଳି ଦେଇ ରାଜସ୍ବ ବିଭାଗର ଅସାଧୁ କର୍ମଚାରୀ ମାନେ ପ୍ରତ୍ୟେକ୍ଷରେ ନହେଲେ ବି ପରୋକ୍ଷରେ ସାହାଯ୍ୟର ହାତ ବଢ଼ାଉଛନ୍ତି । ଅଁଳା ଯୋଡ଼ି ଗ୍ରାମ ଆର ଆଇ ଅଫିସର‌ ଅଳ୍ପ ଦୂରରେ ବେଆଇନ ଇଟାଭାଟି ନିର୍ମାଣ ଚାଲିଛି । ବେଆଇନ ମାଟି ଖନନ ହେବା ସହ ଚୋରା ଚାଲାଣ ହେଉଛି।

    ଏ ଘଟଣାକୁ ନେଇ ଗଣମାଧ୍ୟମ ପ୍ରତିନିଧି ଅଁଳା ଯୋଡି ଆର ଆଇ ଧ୍ରୁବ ଚରଣ ଦତ୍ତ ଙ୍କୁ ଜଣାଇଲେ ମଧ୍ୟ ସେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଦୁର୍ବ୍ୟବହାର କରିବା ସହ ଚାଲେଞ୍ଜ କରୁଛନ୍ତି । ବେଆଇନ ମାଟି ଚାଲାଣ ଯୋଗୁଁ ସରକାର ଲକ୍ଷ ଲକ୍ଷ ରାଜସ୍ଵ ହରାଉଛନ୍ତି ।

  • ଥମୁନି ଦୁଷ୍କର୍ମ ଓ ହତ୍ୟା,ଆଖିବୁଝିଲେ ଆଉ ଜଣେ ନାବାଳିକା

    ଥମୁନି ଦୁଷ୍କର୍ମ ଓ ହତ୍ୟା,ଆଖିବୁଝିଲେ ଆଉ ଜଣେ ନାବାଳିକା

    ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଜନୈକା ୧୭ ବର୍ଷୟା କଲେଜ ପଢୁଆ ନାବାଳିକା ଛାତ୍ରୀ ବଳତ୍କାରର ଶିକାର ହୋଇ ତାଙ୍କୁ ହତ୍ୟାକାରାଯାଇଥିବାର ଭୋଗରାଇ ଥାନାରେ ମୃତା ଛାତ୍ରୀଙ୍କ ଭାଇ ଗତ କାଲି ସନ୍ଧ୍ୟାରେ ଅଭିଯୋଗ କରିଛନ୍ତି lଅଭିଯୋଗ ମୂଳେ ଭୋଗରାଇ ଥାନା ପୋଲିସ ଘଟଣା ସ୍ଥଳକୁ ଯାଇ ମୃତ ନାବାଳିକାଙ୍କ ମୃତ ଦେହ ଘରଭିତରୁ ଉଦ୍ଧାର କରି ୧ ୭ ୪ / ୨ ୫ ରେ ମାମଲା ୠଜୁକରିବା ସହିତ ସନ୍ଦେହରେ ବସନ୍ତ ମଝିନାମକ ଜଣେ ଯୁବକକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛନ୍ତି l

    ସୂଚନା ଅନୁଯାୟୀ, ମୃତା ଛାତ୍ରୀଙ୍କ ଭାଇ ଏତଲାରେ ଦର୍ଶାଇଛନ୍ତି ଯେ ଗତ ମଙ୍ଗଳବାର ଦିନ ଦିନ ୧୧ଟା୩୦ ମିନିଟ୍ ସମୟରେ ଭୋଗରାଇ ବ୍ଲକ ଲକ୍ଷ୍ମୀପାଟଣା ଗ୍ରାମର ଯୁବକ ବସନ୍ତ ମାଝୀ (ବାଣ୍ଟୁ) ଓ ତାଙ୍କର କିଛି ସହଯୋଗୀ ଘରେ କେହି ନଥିବା ବେଳେ ଏହି ସୁଯୋଗରେ ବଳତ୍କାର କରିବା ସହିତ ଜୀବନରୁ ମାରି ଦେଇ ଆତ୍ମହତ୍ୟାର ରୁପ ଦେବା ପାଇଁ ଘର ଭିତରେ ବେକରେ ରସି ଦେଇ ଝୁଲାଇ ଦେଇଥିବା ମୃତୁ୍କଙ୍କ ଭାଇ ଭାସ୍କର ମାଝୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଭୋଗରାଇ ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କ ନେତୃତ୍ୱରେ ଭୋଗରାଇ ପୋଲିସ ମୃତା ଛାତ୍ରୀଙ୍କ ଶରୀରକୁ ବେବଛେଦ କରିବା ପାଇଁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବାର ସୂଚନା ମିଳିଛି ।ଏ ସମ୍ପର୍କ ରେ ପୋଲିସ ର ପ୍ରତି କ୍ରିୟା ମିଳି ପାରି ନାହିଁ

  • ୯୦ ଦଶକର ଲୋକପ୍ରିୟ ଅଭିନେତା, ଯିଏ ସିନେମାକୁ କରିଥିଲେ ବାଏ, ଯେତେବେଳେ ପୁଅର ସିନେମା ପ୍ରିମିୟରରେ ପହଞ୍ଚିଲେ ଚିହ୍ନିପାରିଲେନି ପ୍ରଶଂସକ

    ୯୦ ଦଶକର ଲୋକପ୍ରିୟ ଅଭିନେତା, ଯିଏ ସିନେମାକୁ କରିଥିଲେ ବାଏ, ଯେତେବେଳେ ପୁଅର ସିନେମା ପ୍ରିମିୟରରେ ପହଞ୍ଚିଲେ ଚିହ୍ନିପାରିଲେନି ପ୍ରଶଂସକ

    ଜିଆ ଖାନ ହତ୍ୟା ମାମଲାରେ ଫସିଥିବା ସୂରଜ ପାଞ୍ଚୋଲି ଏବେ ତାଙ୍କର ଦମଦାର ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଏବଂ ସେ ଫିଲ୍ମ କେଶରୀ ବୀରରେ ନଜର ଆସିବାକୁ ଯାଉଛନ୍ତି। ଆସନ୍ତୁ ଆମେ ଆପଣଙ୍କୁ କହିବା ଯେ ତାଙ୍କ ପିତାମାତା ଏ ବିଷୟରେ କ’ଣ କୁହନ୍ତି।

    ସୁନୀଲ ଶେଟ୍ଟୀ, ବିବେକ ଓବେରୟ, ଆକାଂକ୍ଷା ଶର୍ମା ଏବଂ ସୂରଜ ପାଞ୍ଚୋଲି ଅଭିନୀତ ଫିଲ୍ମ କେଶରୀ ବୀର ୨୩ ମଇରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି, ଯାହାର ନିର୍ଦ୍ଦେଶନା ପ୍ରିନ୍ସ ଧିମାନ ଦେଇଛନ୍ତି। ଏହି ଫିଲ୍ମର ସ୍କ୍ରିନିଂରେ ସୂରଜ ପାଞ୍ଚୋଲିଙ୍କ ବାପା ଆଦିତ୍ୟ ପାଞ୍ଚୋଲି ଏବଂ ମାଆ ଜରିନା ୱାହାବ ମଧ୍ୟ ଦେଖାଯାଇଥିଲେ। ଆଦିତ୍ୟ ପାଞ୍ଚୋଲି ତାଙ୍କ ସମୟର ଜଣେ ସୁନ୍ଦର ଏବଂ ଷ୍ଟାଇଲିସ୍ ଅଭିନେତା ଥିଲେ। ଆଜି ମଧ୍ୟ ତାଙ୍କର ଫିଟନେସ୍ ଏବଂ ଲୁକ୍ ପ୍ରଶଂସନୀୟ ବୋଲି କହିବା ଭୁଲ ହେବ ନାହିଁ। ବହୁତ ଦିନ ପରେ, ଆଦିତ୍ୟ ପାଞ୍ଚୋଲି ମଧ୍ୟ ଗଣମାଧ୍ୟମକୁ ଭେଟିଲେ। ଏହି ଅବସରରେ, ସେ ତାଙ୍କ ପୁଅର ପ୍ରଶଂସା କରୁଥିବାର ମଧ୍ୟ ଦେଖାଯାଇଥିଲା। ଆପଣଙ୍କୁ କହି ରଖୁଛୁ ଯେ ଜିଆ ଖାନ ହତ୍ୟା ମାମଲାରେ ଜଡିତ ହେବା ପରେ, ସୂରଜ ପାଞ୍ଚୋଲି ଦୀର୍ଘ ସମୟ ପର୍ଯ୍ୟନ୍ତ ବଡ଼ ପରଦାରୁ ଦୂରରେ ରହିଥିଲେ ଏବଂ ପ୍ରାୟ ୩ ବର୍ଷ ପରେ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି।

    ଇନଷ୍ଟାଗ୍ରାମରେ ଭାଇରାଲଭୟାନି ନାମକ ଏକ ପେଜରେ ଫିଲ୍ମ କେଶରୀ ବୀରର ସ୍କ୍ରିନିଂ ପରେ ଏକ ଭିଡିଓ ପୋଷ୍ଟ କରାଯାଇଛି। ଏହି ଭିଡିଓରେ, ସୂରଜ ପାଞ୍ଚୋଲିଙ୍କ ବାପା ଆଦିତ୍ୟ ପାଞ୍ଚୋଲି ତାଙ୍କ ପୁନରାଗମନ ବିଷୟରେ କହୁଛନ୍ତି ଏବଂ କହିଛନ୍ତି ଯେ ସେ ବହୁତ କଠିନ ପରିଶ୍ରମ କରିଛନ୍ତି, ଜୀବନରେ ଏତେ ସମସ୍ୟାର ସମ୍ମୁଖୀନ ହେବା ସତ୍ତ୍ୱେ, ସେ ବହୁତ କଠିନ ପରିଶ୍ରମ କରିଛନ୍ତି। ସେ ତାଙ୍କର ଧ୍ୟାନ ହରାନ୍ତି ନାହିଁ, ମୁଁ ତାଙ୍କ ପାଇଁ ବହୁତ ଗର୍ବିତ ଏବଂ ଖୁସି।

    ଯେଉଁମାନେ ଜାଣି ନାହାଁନ୍ତି ସେମାନଙ୍କ ପାଇଁ, ଆଦିତ୍ୟ ପାଞ୍ଚୋଲି ୯୦ ଦଶକର ଜଣେ ଜଣାଶୁଣା ଅଭିନେତା, ଯାହାଙ୍କ ଫିଲ୍ମରେ ସାଥୀ, ୟାଦ ରଖେଗି ଦୁନିଆ, ଆତିଶ, ୟେସ୍ ବସ୍, ଜଙ୍ଗ ଇତ୍ୟାଦି ଅନ୍ତର୍ଭୁକ୍ତ। ସେହି ସମୟରେ, ତାଙ୍କ ନାମ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ପୂଜା ବେଦୀଙ୍କ ସହ ବିବାଦରେ ଜଡିତ ହୋଇଥିଲା।

    ଆପଣଙ୍କୁ କହି ରଖୁଛୁ ଯେ ସୂରଜ ପାଞ୍ଚୋଲି ପ୍ରାୟ ୩ ବର୍ଷ ପରେ ବଡ଼ ପରଦାକୁ ଫେରିଛନ୍ତି। ଏଥିପାଇଁ ସେ ବହୁତ ଉତ୍ସାହିତ। ସୂଚନାନୁଯାୟୀ ଫିଲ୍ମ କେଶରୀ ବୀର ୨୩ ମଇରେ ବଡ଼ ପରଦାରେ ମୁକ୍ତିଲାଭ କରିବ, ଏହା ଏକ ଆକ୍ସନ୍ ଡ୍ରାମା ପିରିୟଡିକ୍ ଫିଲ୍ମ। ଏହି ଫିଲ୍ମରେ ସୁନୀଲ ଶେଟ୍ଟୀ ମୁଖ୍ୟ ଭୂମିକାରେ ଅଛନ୍ତି। ସୂରଜ ପାଞ୍ଚୋଲି ମଧ୍ୟ ଏକ ପାର୍ଶ୍ୱ ମୁଖ୍ୟ ଭୂମିକାରେ ନଜର ଆସିବେ, ଏହା ବ୍ୟତୀତ ସେ ୨୦୧୫ରେ ହିରୋ ଫିଲ୍ମରେ ନଜର ଆସିଥିଲେ, ଯେଉଁଥିରେ ତାଙ୍କ ସହିତ ଆଥିୟା ଶେଟ୍ଟି ଥିଲେ ଏବଂ ସେ ଟାଇମ୍ ଟୁ ଡ୍ୟାନ୍ସ, ସାଟେଲାଇଟ୍ ଶଙ୍କର, ହାୱା ସିଂହ ଭଳି ଫିଲ୍ମରେ କାମ କରିଛନ୍ତି।