Category: ମୁଖ୍ୟ ଖବର

  • ରଙ୍ଗ ନମ୍ବର ପ୍ରେମିକରୁ ପିଶାଚ ପିତା!

    ରଙ୍ଗ ନମ୍ବର ପ୍ରେମିକରୁ ପିଶାଚ ପିତା!

    ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ୪ ନଂ କଲୋନୀ ଅନ୍ତର୍ଗତ ନୋଟାରୀପଶିରେ ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ । ମାତ୍ର ୭ ମାସର ଶିଶୁ କନ୍ୟାକୁ କଚାଡି ମାରିଲା ପିଶାଚ ବାପ। ସୂଚନା ଅନୁସାରେ, ସାମାନ୍ୟ ଘରୋଇ କଳି ଯୋଗୁ କ୍ରୋଧରେ ଅଜ୍ଞାନ ହୋଇ ଶିଶୁ କନ୍ୟାକୁ ହତ୍ୟା କରିଛି ଅଭିଯୁକ୍ତ ବାପା ସଞ୍ଜୟ ଚାତାର।

    ତେବେ, ଘଟଣା ସ୍ଥଳରେ ଅଭିଯୁକ୍ତ ସଞ୍ଜୟକୁ ବହେ ଛେଚିଛନ୍ତି ସ୍ଥାନୀୟ ବାସିନ୍ଦା। ସଞ୍ଜୟକୁ ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ସଞ୍ଜୟଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ ହୋଇଥିବା ସୂଚନା। ଯାଜପୁର ଡ଼ୁବୁରୀରେ ଲେବର କାମ କରୁଥିବା ବେଳେ ରଙ୍ଗ ନମ୍ବରରୁ କଣ୍ଟାପାଳ ୪ ନଂ କଲୋନୀର ଜନନୀ ମୁଣ୍ଡା ସହ ପ୍ରେମ ବିବାହ କରିଥିଲେ ସଞ୍ଜୟ । ସେ ଦୁଇ ବର୍ଷ ହେବ ଶ୍ୱଶୁର ଘର ନୋଟାରୀପଶିରେ ରହି ଟ୍ରାକ୍ଟର ଗାଡିରେ ଲେବର କାମ କରୁଥିଲେ। ବାହାଘର ପରଠାରୁ ଜନନୀଙ୍କୁ ସଞ୍ଜୟ ମାଡ ମାରିବା ସହ ନିର୍ଯାତନା ଦେଇ ଆସୁଥିଲେ।

    ଗତ କାଲି ଚାଉଳ କିଣିବା ପାଇଁ ବଜାରକୁ ଯାଇ ସେଠାରେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯାହାକୁ ନେଇ ପ୍ରେମ ସମ୍ପର୍କର ସନ୍ତକକୁ ସବୁ ଦିନ ପାଇଁ ରାସ୍ତାରୁ ହଟେଇ ଦେବି ବୋଲି କହି ଶିଶୁକୁ କଚାଡି ମାରିଥିଲା ପିଶାଚ ବାପା। ଏ ଖବର ପାଇ କଙ୍କଡ଼ାହାଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

  • ଲମ୍ବିଲାଣି ନିଶା ବେପାର ଗଞ୍ଜେଇ ପରେ ଏବେ ଡୋଡ଼ା ଜବତ୍

    ଲମ୍ବିଲାଣି ନିଶା ବେପାର ଗଞ୍ଜେଇ ପରେ ଏବେ ଡୋଡ଼ା ଜବତ୍

    ବଡ଼ବିଲ ପୋଲିସ ହାତରେଧରା ପଡିଛି ୩ ଝାଡ଼ଖଣ୍ଡୀ ନିଶା ବେପାରୀ । ବେଲକୁଣ୍ଡି ଫୁଟବଲ ପଡ଼ିଆ ନିକଟରେ ଚଢାଉ କରି ପୋଲିସ୍ ଆଜି ଏହି ନିଶା ବେପାରୀଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ଦୁଇ ବସ୍ତା Poppy Straw ବା ଅଫିମ ଫଳର ଭୁଷ ଯାହାକୁ ‘ଡୋଡ଼ା’ ବୋଲି କୁହାଯାଏ ତାହା ଜବତ୍ କରିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଡୋଡ଼ା ବା ଅଫିମ ଫଳର ଭୁଷକୁ ଓଜନ କରାଯାଇଥିଲା ।

    ଜବତ୍ ହୋଇଥିବା ଡୋଡ଼ା ୫୦ କେଜି ୩୦୫ ଗ୍ରାମ ବୋଲି ଜଣାପଡିଛି । ଗିରଫ ୩ ଜଣ ହେଲେ, ଝାଡ଼ଖଣ୍ଡ ସରାଇକେଲା ଅଞ୍ଚଳର ପୱନ ମାହାତୋ, ଜଗନ୍ନାଥପୁର ଅଞ୍ଚଳର ଭୋଲାନାଥ ମଣ୍ଡଳ ଏବଂ ଝିକପାନି ଅଞ୍ଚଳର ସୁରୁ ଦାସ । ଏମାନେ ବଡ଼ବିଲର କିଛି ନିଶା ବେପାରୀଙ୍କୁ ଏହି ଡୋଡ଼ା ସପ୍ଲାଏ ପାଇଁ ଆଣିଥିବା ଖବର ପାଇ ପୋଲିସ ଏମାନଙ୍କୁ ମାଡ଼ି ବସିଥିଲା । ତେବେ ଏମାନେ ବଡ଼ବିଲର କେଉଁ ନିଶା ବେପାରୀଙ୍କୁ ସପ୍ଲାଏ କରୁଥିଲେ ସେନେଇ ଅଧିକ ତଦନ୍ତ ଜାରିରଖିଛି । ଖୁବ୍ ଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ବଡବିଲ ଏସଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ କହିଛନ୍ତି ।

  • IPL 2025 ସିଜିନ୍ ସବୁ ଦୃଷ୍ଟିରୁ ଥିଲା ରେକର୍ଡ, ବନିଥିଲା ଏତେ ହଜାର ରନ, ହୋଇଥିଲା ଚୌକା ଏବଂ ଛକାର ବର୍ଷା

    IPL 2025 ସିଜିନ୍ ସବୁ ଦୃଷ୍ଟିରୁ ଥିଲା ରେକର୍ଡ, ବନିଥିଲା ଏତେ ହଜାର ରନ, ହୋଇଥିଲା ଚୌକା ଏବଂ ଛକାର ବର୍ଷା

    ଆଇପିଏଲ ୨୦୨୫ ଶେଷ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆରସିବି ଦଳ ପଞ୍ଜାବ କିଙ୍ଗସକୁ ୬ ରନରେ ପରାସ୍ତ କରି ଟାଇଟଲ ଜିତିଛି। ୧୭ ବର୍ଷ ପରେ, ଆରସିବି ଦଳ ନିଜ ନାଁରେ ଟାଇଟଲ ଅକ୍ତିଆର କରିଛି । ଆଇପିଏଲ ଏହି ସିଜନରେ ଆରସିବି ରୂପରେ ଏକ ନୂତନ ଚାମ୍ପିଅନ ପାଇଛି। ଏହା ସହିତ, ଏହି ସିଜନରେ ଆହୁରି ଅନେକ ରେକର୍ଡ ମଧ୍ୟ ଭାଙ୍ଗିଛି।

    ଆଇପିଏଲ ୨୦୨୫ ରେ ୨୬୮୩୧ ରନ ରେକର୍ଡ ହୋଇଛି । ଏହା ଆଇପିଏଲ ର କୌଣସି ସିଜିନରେ ସର୍ବାଧିକ ରନ ସଂଖ୍ୟା। ଏଥି ସହିତ, ଏହି ସିଜିନରେ ମୋଟ ୨୨୪୫ ଚୌକା ଏବଂ ୧୨୯୪ ଛକା ମଧ୍ୟ ସାମିଲ । ପୂର୍ବରୁ, କୌଣସି ସିଜିନରେ ଏତେ ବାଉଣ୍ଡାରୀ (ଚୌକା ଏବଂ ଛକା) ଦେଖିବାକୁ ମିଳି ନଥିଲା। ଏହା ମଧ୍ୟ ଏକ ନୂତନ ରେକର୍ଡ। ଆଇପିଏଲ ୨୦୨୫ରେ ମୋଟ ୫୨ଥର ୨୦୦ ରୁ ଅଧିକ ସ୍କୋର କରାଯାଇଥିଲା, ଏହା କୌଣସି ସିଜିନରେ ସର୍ବାଧିକ ୨୦୦+ ସ୍କୋର।

    ଆଇପିଏଲ ୨୦୨୫ରେ ହୋଇଥିବା ରେକର୍ଡ

    ଗୋଟେ ସିଜିନରେ ସର୍ବାଧିକ ରନ: ୨୬୩୮୧

    ଗୋଟେ ସିଜିନରେ ସର୍ବାଧିକ ରନ/ୱିକେଟ: ୩୦.୩୯

    ଗୋଟେ ସିଜିନରେ ପ୍ରତି ଓଭରରେ ସର୍ବାଧିକ ରନ: ୯.୬୨

    ଗୋଟେ ସିଜିନରେ ସର୍ବାଧିକ ଚୌକା: ୨୨୪୫

    ଗୋଟେ ସିଜିନରେ ସର୍ବାଧିକ ଛକା: ୧୨୯୪

    ୨୦୦ ରୁ ଅଧିକ ସ୍କୋର: ୫୨

    ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚରେ ମୋଟ ୨୩ ଟି ଛକା ଦେଖିବାକୁ ମିଳିଥିଲା, ଯାହା ୨୦୧୬ ଫାଇନାଲ ମ୍ୟାଚ ସହ ବରାବର ଏବଂ ଏହା ଏବେ ଏକ ରେକର୍ଡ। ପଞ୍ଜାବ କିଙ୍ଗ୍ସ (PBKS) ଫାଇନାଲ ମ୍ୟାଚରେ ୧୪ଟି ଛକା ମାରିଥିଲା, ଯାହା ଆଇପିଏଲ ଫାଇନାଲରେ କୌଣସି ଦଳ ଦ୍ୱାରା ସର୍ବାଧିକ ଛକା। ଏହା ପୂର୍ବରୁ, ୨୦୧୧ ରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏବଂ ୨୦୧୬ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଫାଇନାଲରେ୧୩-୧୩ ଟି ଛକା ମାରିଥିଲେ।

  • “ମା, ହେଲେ ଜିନା, ଫ୍ୟାନ୍ସ ସମେତ ସେଲିବ୍ରିଟି ଜଣାଇଲେ ଶୁଭକାମନା

    “ମା, ହେଲେ ଜିନା, ଫ୍ୟାନ୍ସ ସମେତ ସେଲିବ୍ରିଟି ଜଣାଇଲେ ଶୁଭକାମନା

    ପ୍ରଶଂସକମାନଙ୍କୁ ଖୁସି ଖବର ଦେଲେ ଜିନା ଓ ରୁଦ୍ର। ମତୃତ୍ୟୋ ଲାଭ କଲେ ଓଡ଼ିଆ ଅଭିନେତ୍ରୀ ଜିନା ସାମଲ । ଅଭିନେତା ରୁଦ୍ର ପାଣିଗ୍ରାହୀ ଏବଂ ଜିନା ସାମଲ ହେଲେ ମାତା ପିତା। ଉଭୟ ଦମ୍ପତି ପିତାମାତା ହୋଇଛନ୍ତି । ଜିନା ସାମଲ ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ସେ ଏହି ଖୁସି ଖବର ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି । ଉଭୟ ପ୍ରଥମ ଥର ପାଇଁ ପିତାମାତା ହୋଇଛନ୍ତି । ଏହି ଖବର ଆସିବା ମାତ୍ରେ ଫ୍ୟାନ୍ସ ସମେତ ସେଲିବ୍ରିଟି ଦମ୍ପତିଙ୍କୁ ଶୁଭକାମନା ଜଣାଇଛନ୍ତି ।

    ଜିନା ଓ ରୁଦ୍ର ରବିବାରରେ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ଲେଖାଅଛି ‘ଆମେ ଏକ କନ୍ୟା ସନ୍ତାନର ପିତାମାତା ହୋଇଛୁ ।’ ଏଥିରେ କ୍ୟାପସନରେ ହାର୍ଟ ଇମୋଜି ଦେଇଛନ୍ତି । ଏହି ପୋଷ୍ଟ ସେୟାର ହେବା ପରେ ଫ୍ୟାନ୍ସ ସମେତ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି । ଅଭିନେତ୍ରୀ ତମନ୍ନା, ଝିଲ୍ଲିକ ଭଟ୍ଟାଚାର୍ଯ୍ୟ, ଲିପସା ମିଶ୍ର, ଅଭିନେତା ଶୁଭାଶିଷ ଶର୍ମା, ରୋଜେଶ ଓ ଦୀପକ ସମେତ ଫ୍ୟାନ୍ସ ଶୁଭକାମନା ଜଣାଇଛନ୍ତି ।

    ଜିନା ସାମଲ ଓ ରୁଦ୍ର ପାଣିଗ୍ରାହୀ ୨୦୧୭ ରେ ବିବାହ କରିଥିଲେ । ଏକ ଟିଭି ଶୋ’ ରୁ ଜିନା ନିଜର ଜୀବନସାଥୀ ବାଛିଥିଲେ । ଯେଉଁଥିରେ ଅନେକ ପ୍ରତିଯୋଗୀ ସାମିଲ ହୋଇଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ଯେଉଁ ପିଲା ଚୟନ ହେବେ ଜିନା ତାଙ୍କୁ ଜୀବନସାଥୀ କରିବେ ବୋଲି ସ୍ଥିର ଥିଲା । ଏହି ଶୋ’ରେ ରୁଦ୍ର ପାଣିଗ୍ରାହୀ ସାମିଲ ହୋଇଥିଲେ । ସେ ସମସ୍ତଙ୍କ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜେତା ହୋଇଥିଲେ । ଯାହା ପରେ ଜିନା ରୁଦ୍ରଙ୍କୁ ବିବାହ କରିଥିଲେ । ତେବେ ବିବାହର ୮ ବର୍ଷ ପରେ ପ୍ରଥମ ଥର ପାଇଁ ପିତାମାତା ହୋଇଛନ୍ତି ।

    ଜିନା ଓଡ଼ିଆ ଆଲବମ ଜରିଆରେ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ଜିନା ‘ବାଟୋଇରେ ବାଟୋଇ’, ‘ସେଇ ବର୍ଷାରେ’ ଓ ‘ସଞ୍ଜ ନଇଁଗଲେ’ ଭଳି ଆଲବମରେ କାମ କରିଥିଲେ । ଏହା ପରେ ସେ ୨୦୦୭ ମସିହାରେ ‘ଫେରିଆ ମୋ ସୁନା ଭଉଣୀ’ ସହ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ ।

  • Netflix କୁ ପଛରେ ପକାଇଲା Hotstar

    Netflix କୁ ପଛରେ ପକାଇଲା Hotstar

    IPLରୁ ମୋଟ କେତେ ରୋଜଗାର କରେ ହଟ୍‌ଷ୍ଟାର୍‌ ?ଜାଣିଲେ ହୋଇଯିବେ ଆଶ୍ଚର୍ଯ୍। ଆମେ ସମସ୍ତେ ଜାଣିଛୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍IPL, କେବଳ କ୍ରିକେଟ ର ନାଁ ନୁହେଁ, ଏହା ଲକ୍ଷ କୋଟି ରୋଜଗାର କରୁଥିବା ଏକ ବଡ ପ୍ଲାଟଫର୍ମ । ଫ୍ରାଞ୍ଚାଇଜିଠାରୁ ଆରମ୍ଭ କରି BCCI ପର୍ଯ୍ୟନ୍ତ, ସମସ୍ତେ IPLଋ ପ୍ରତିବର୍ଷ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି । ଏହି ଇନକୋମ ପ୍ରାୟତଃ ବିଜ୍ଞାପନ, ବ୍ରଡକାଷ୍ଟିଙ୍ଗ୍ ଏବଂ ଅନ୍ୟାନ୍ୟ ଉତ୍ସରୁ ଆସିଥାଏ ।ଏବେ କଥା ଉଠିଛି ଜିଓ ହଟ୍‌ଷ୍ଟାର୍‌ ର ,ଏହାର ବ୍ରଡକାଷ୍ଟିଙ୍ଗ୍ରୁ ହଟ୍‌ଷ୍ଟାର୍‌ ପ୍ରତି ସିଜନରେ ରୋଜଗାର କରିଥାଏ କୋଟି କୋଟି ଟଙ୍କା।

    ଆସନ୍ତୁ ଜାଣିବା ଜିଓ ହଟ୍‌ଷ୍ଟାର୍‌ କେତେ ରୋଜଗାର କରେ IPLର ପ୍ରତ୍ୟେକ ସିଜିନରୁ । ଜିଓ ଏବଂ ହଟ୍‌ଷ୍ଟାର୍‌ର ମିଶ୍ରଣ ପରେ ଏହାର ୟୁଜର୍ସ ସଂଖ୍ୟା ନିରନ୍ତର ବୃଦ୍ଧି ପାଇଛି ।ଏବେ ହଟ୍‌ଷ୍ଟାର୍‌ Netflixକୁ ମଧ୍ଯ ପଛରେ ପକାଇବାକୁ ଯାଉଛି । ଜିଓ ହଟ୍‌ଷ୍ଟାର୍‌ର ସବସ୍କ୍ରିପସନ ଏହି ମାସରେ ୨୮୦ ନିୟୁତକୁ ବୃଦ୍ଧି ପାଇଛି ।ଯାହା ଏପ୍ରିଲରେ ପ୍ରାୟ ୨୦୦ ନିୟୁତ ଥିଲା ହେଲେ Netflixରେ ସାରା ବିଶ୍ୱରେ ୩୦୦ ନିୟୁତ ସବସ୍କ୍ରିପସନ ଥିବା ସତ୍ବେ ,ହଟ୍‌ଷ୍ଟାର୍‌ ପାଇଁ ପଛରେ ରହିଯିବକି Netflix । ଖାଲି ସେତିକି ନୁହେଁ ଜିଓ ହଟ୍‌ଷ୍ଟାର୍‌ ଏହି ଇଭେଣ୍ଟରୁ ୪୫୦୦ କୋଟି ଟଙ୍କା ରାଜସ୍ୱ ପାଇବାର ଆଶା କରାଯାଉଛି । IPLର ଏହି ସିଜିନ୍ କେବଳ ଗ୍ରାହକ ସଂଖ୍ୟା ଦୃଷ୍ଟିରୁ ନୁହେଁ ବରଂ ରାଜସ୍ୱ ଦୃଷ୍ଟିରୁ ମଧ୍ୟ ଜିଓ ହଟ୍‌ଷ୍ଟାର୍‌ ପାଇଁ ବହୁତ ଭଲ ରହିଛି।

  • ଦିଦି ତମ ସମୟ ଶେଷ, ୨୦୨୬ରେ ବେଙ୍ଗଲରେ ବିଜେପି ସରକାର: ଶାହା

    ଦିଦି ତମ ସମୟ ଶେଷ, ୨୦୨୬ରେ ବେଙ୍ଗଲରେ ବିଜେପି ସରକାର: ଶାହା

    ଆକ୍ସନ ମୋଡରେ ବିଜେପି | ଦିଦିଙ୍କ ଗଡ ଭାଙ୍ଗି ଗେରୁଆ କରିବାକୁ ଲକ୍ଷ୍ୟ ରଖିଛି ବିଜେପି | ଏଥିପାଇଁ ଦିଲ୍ଲୀରୁ ହେଉଛି ବଡ ଯୋଜନା |
    ଏଥର କଳେ ବଳେ କୌଶଳେ ପଶ୍ଚିମବଙ୍ଗରେ ସରକାର ଗଢିବାକୁ ଲକ୍ଷ୍ୟ ରଖିଛି ବିଜେପି | ଭାରତର ବିଭିନ୍ନ ରାଜ୍ୟରେ ବିଜେପି କ୍ଷମତାରେ ଥିବା ଅନ୍ୟ ଦଳମାନଙ୍କୁ ପରାଜିତ କରି ଗେରୁଆ ଗଡ଼ କରି ଚାଲିଥିବା ବେଳେ ମୋଦୀଙ୍କ ନେତୃତ୍ବ ଏବଂ ମୋଦୀ ମ୍ୟାଜିକ ପାଇଁ ଅନେକ ରାଜ୍ୟରେ ଚମତ୍କାର ହେଉଛି |

    ଓଡ଼ିଶା ପରି ପଶ୍ଚିମବଙ୍ଗରେ ବିଜେପି ସରକାର ଗଢିବାକୁ ପ୍ରାଣପଣେ ଉଦ୍ୟମ ଜାରି ରହିଛି | ୨୦୨୬ରେ ପଶ୍ଚିମବଙ୍ଗରେ ନିର୍ବାଚନ ଥିବାରୁ ଶୀର୍ଘ ନେତୃତ୍ବ ବାରମ୍ବାର ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି |

    ଗତ ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗ ଗସ୍ତ କରି ମମତା ସରକାରଙ୍କୁ ଧୋଇଥିବା ବେଳେ ଆଜି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ମମତାଙ୍କ ଉପରେ ଧୁମ୍ ବର୍ଷିଛନ୍ତି | ଏହା ସୁଚାଇ ଦେଉଛି କି ବିଜେପି ପଶ୍ଚିମବଙ୍ଗ ନିର୍ବାଚନକୁ କେତେ ଗୁରୁତ୍ବ ଦେଉଛି |

    ଶାହ କହିଛନ୍ତି, ପଶ୍ଚିମବଙ୍ଗରେ ବିଜେପି ୨୦୨୬ରେ ସରକାର ଗଢୁଛି, ବିଜେପି ସରକାର ଗଢିଲେ ହିଁ ଦେଶ ସୁରକ୍ଷିତ ରହିବ | କାରଣ ମମତା ସରକାରଙ୍କ ଆଶୀର୍ବାଦରୁ ଅନୁପ୍ରବେଶକାରୀ ବାଂଲାଦେଶ ଆଡୁ ମାଡି ଆସୁଛନ୍ତି ଯାହା ଦେଶର ସୁରକ୍ଷା ପ୍ରତି ବିପଦ | କେବଳ ପଦ୍ମ ଫୁଟିଲେ ହିଁ ଏହା ସମ୍ଭବ ବୋଲି ଶାହ କହିଛନ୍ତି |

    ଦିଦିଙ୍କୁ ସିଧା ନିଶାନା କରି ଶାହ କହିଛନ୍ତି- ମାଆ ମାଟି ମାନୁଷର ନାରା ଦେଇ ମମତା ସରକାରକୁ ଆସିଥିଲେ ହେଲେ ଏବେ ସେହି ମହାନ ମାଟିରେ ହିଂସା, ହତ୍ୟା, ଗୁଣ୍ଡଗର୍ଦ୍ଦି, ବୋମାମାଡ଼ ହେଉଛି | ମାଆ ଓ ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି, ଅନୁପ୍ରବେଶକାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି | ଏହି ମାଟିରେ ଶତାଧିକ ବିଜେପି କର୍ମୀଙ୍କ ହତ୍ୟା ହୋଇଛି | ତେଣୁ ମନେରଖ ଦିଦି ତମ ସମୟ ସରିଆସିଲାଣି, ୨୦୨୬ରେ ବିଜେପି ପଶ୍ଚିମବଙ୍ଗରେ ସରକାର ଗଢୁଛି | ଆଉ ସରକାର ଗଢିବା ପରେ ବିଜେପି କର୍ମୀଙ୍କ ହତ୍ୟାକାରୀଙ୍କୁ ମାଟିରେ ପୋତା ହୋଇଥିଲେ ବି ବାହାରକରି ଦଣ୍ଡ ଦିଆଯିବ | ଏହା ମୋର ପ୍ରତିଶ୍ରୁତି ବୋଲି ଶାହା କହିଛନ୍ତି |

  • ଦୀପତଳ ଅନ୍ଧାର, ମୌଳିକ ସୁବିଧାରୁ ବଂଚିତ ହତାନାଦା ଗ୍ରାମବାସୀ

    ଦୀପତଳ ଅନ୍ଧାର, ମୌଳିକ ସୁବିଧାରୁ ବଂଚିତ ହତାନାଦା ଗ୍ରାମବାସୀ

    ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଗ୍ରାମକୁ ନାହିଁ ପକ୍କା ରାସ୍ତା, ସ୍ବାସ୍ଥ୍ୟ ସେବା ଏବଂ ପାନୀୟ ଜଳ ଯୋଗାଣ । ତେବେ ଏ କୌଣସି ଉପାନ୍ତ ଅଞ୍ଚଳ ଘଟଣା ନୁହେଁ, ଖଣି ପ୍ରବଣ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ କଣ୍ଡରା ପଞ୍ଚାୟତ ଜୁଗୁଡ଼ିଧର ହାତନାଦା ଗ୍ରାମରେ ଦେଖିବାକୁ ମିଳିଛି ଏହିଭଳି ଦୃଶ୍ୟ । ସେଠାରେ ଲୋକଙ୍କ ପାଖରେ ସାଧାରଣ ସୁବିଧା ମଧ୍ୟ ପହଞ୍ଚି ପାରିନାହିଁ । ସରକାରୀ ବ୍ୟବସ୍ଥା ସତେ ଯେମିତି ଏଠାରେ ଫେଲ ମାରିଛି ! ତେବେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।

    କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ କଣ୍ଡରା ପଞ୍ଚାୟତ ଜୁଗୁଡ଼ିଧର ହାତନାଦା ଗ୍ରାମର ଗ୍ରାମବାସୀ ଅନେକ ସମସ୍ୟା ମଧ୍ୟରେ କାଳ କାଟୁଛନ୍ତି। ବିଭିନ୍ନ ସରକାରୀ ଯୋଜନା ସେମାନଙ୍କ ନିକଟରେ ଅପହଞ୍ଚ ହୋଇରହିଛି। ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ପରିବାରକୁ ନେଇ ଗଢି ଉଠିଥିବା ଏହି ଗ୍ରାମକୁ ଯିବା ଆସିବା ନିମନ୍ତେ ସବୁଦିନିଆ ରାସ୍ତା ନ ଥିବାରୁ ଗମନା ଗମନ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ଗ୍ରାମବାସୀ। ଖାଲଖମାରେ ଭର୍ତ୍ତି ସହ ଜଙ୍ଗଲିଆ ରାସ୍ତାରେ ଯାତାୟତ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଜୁଗୁଡ଼ିଧର ସବନବନ୍ଧ ଠାରୁ ଗାଁ ପର୍ୟ୍ୟନ୍ତ ଅଳ୍ପ କିଛି ଦୂର ପର୍ୟ୍ୟନ୍ତ ପକ୍କା ରାସ୍ତା ରହିଥିବା ବେଳେ ସେଠାରୁ ଜୁରିଆସାହି ଠାରୁ ହାତନାଦା ଗ୍ରାମକୁ ରାସ୍ତା ନାହିଁ। ବିପଦପୂର୍ଣ୍ଣ ଜଙ୍ଗଲିଆ ରାସ୍ତାକୁ ଅତିକ୍ରମ କଲେ ହାତନାଦାରେ ପହଞ୍ଚିବାକୁ ପଡେ । ଜଙ୍ଗଲିଆ ସଂକୀର୍ଣ୍ଣ ରାସ୍ତା ଥିବାରୁ ସେଠାକୁ ଜରୁରୀ କାଳୀନ ଆମ୍ବୁଲାନସ ମଧ୍ୟ ପହଞ୍ଚି ପରୁ ନାହିଁ । ଅନେକ ସମୟରେ ରୋଗୀଙ୍କୁ ସାଇକେଲରେ ବୋହି ଦୂରରେ ଥିବା ଆମ୍ବୁଲାନସକୁ ପହଞ୍ଚାଇ ଥାଆନ୍ତି।

    ଅନ୍ୟପଟେ ଉକ୍ତ ଗ୍ରାମରେ ପାନୀୟ ଜଳର ସମସ୍ୟା ରହିଛି। ଏଠାରେ ଦୁଇଟି ନଳକୂପ ଓ ଗୋଟିଏ କୂଅ ରହିଥିଲେ ହେଁ ଖରା ଦିନରେ ଏହା ଶୁଷ୍କ ହୋଇ ଜଳସ୍ତର ହ୍ରାସ ପାଉଥିବାରୁ ଲୋକେ ପାନୀୟ ଜଳର ସଂକଟ ଦେଖା ଦେଇଥାଏ। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ ହାତନାଦା ସାହିରେ ସୌର ଚାଳିତ ଜଳ ପ୍ରକଳ୍ପ ସ୍ଥାପିତ ହୋଇ ଥିଲେ ହେଁ ଏହା ମରାମତି ଅଭାବରୁ ବର୍ଷ ବର୍ଷ ଧରି ଅଚଳାବସ୍ଥା ପଡ଼ି ରହିଛି ।

    ସେହିପରି ଉକ୍ତ ଗ୍ରାମରେ ବିଦ୍ୟୁତ୍ ଆଲୋକର ବଡ ସମସ୍ୟା ରହିଛି। ଜଙ୍ଗଲ ମଧ୍ୟରେ ଲୋକେ ରହିଥିବାରୁ ରାତ୍ରି ସମୟରେ ବନ୍ୟ ଜନ୍ତୁଙ୍କ ଯଥେଷ୍ଟ ଭୟ ରହିଛି। ଲୋକେ ଅସୁରକ୍ଷିତ ଅବସ୍ଥାରେ ରାତିରେ ନିଆଁ ଜାଳି ରାତି କଟାଇ ଥାଆନ୍ତି। ଏହି ଗ୍ରାମରେ ବିଦ୍ୟୁତ୍ ଖୁଣ୍ଟ ଲଗାଯାଇ ଥିଲେ ହେଁ ଲୋକଙ୍କୁ ସ୍ଥାୟୀ ଭାବେ ବିଦ୍ୟୁତ୍ ସଂଯୋଗ ମିଳିନାହିଁ । ଲୋକେ ନିଜ ଖର୍ଚ୍ଚରେ ତାର ଲଗାଇ ବିଦ୍ୟୁତ୍ ଖୁଣ୍ଟରୁ ଅସୁରକ୍ଷିତ ଭାବେ ବିଦ୍ୟୁତ୍ ବ୍ୟବହାର କରୁଛନ୍ତି। ଏଥିପ୍ରତି ବିଭାଗୀୟ ଅଧିକାରୀ ମାନେ ଦୃଷ୍ଟି ଦେବାକୁ ଦାବି ହୋଇଛି। ଏଠାରେ କିଛି ବର୍ଷ ପୂର୍ବେ ବ୍ଲକ ପକ୍ଷରୁ ସୋଲାର ଲାଇଟର ବ୍ୟବସ୍ଥା କରାଯାଇଥିଲେ ହେଁ ତାହା ମଧ୍ୟ ବର୍ଷ ବର୍ଷ ହେଲା ଅଚଳ ହୋଇ ପଡ଼ିରହିଛି।

  • ରୋହିତଙ୍କଠାରୁ ସୁଦର୍ଶନ ପର୍ଯ୍ୟନ୍ତ, ଏହି ରେକର୍ଡ ପାଇଁ ସର୍ବଦା ମନେ ରଖାଯିବ IPL 2025 ର ଏଲିମିନେଟର ମୁକାବିଲା

    ରୋହିତଙ୍କଠାରୁ ସୁଦର୍ଶନ ପର୍ଯ୍ୟନ୍ତ, ଏହି ରେକର୍ଡ ପାଇଁ ସର୍ବଦା ମନେ ରଖାଯିବ IPL 2025 ର ଏଲିମିନେଟର ମୁକାବିଲା

    ଆଇପିଏଲ୨୦୨୫ ର ଏଲିମିନେଟର ମ୍ୟାଚ୍ ୩୦ ମଇରେ ନ୍ୟୁ ଚଣ୍ଡିଗଡ଼ ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଯେଉଁଠାରେ ଏମଆଇ ଦଳ ଏକ ରୋମାଞ୍ଚକର ମ୍ୟାଚ୍ ରେ ୨୦ ରନରେ ବିଜୟୀ ହେବାରେ ସଫଳ ହୋଇଥିଲା। ମ୍ୟାଚ୍ ସମୟରେ ଉଭୟ ଦଳର ବ୍ୟାଟସମ୍ୟାନ୍ ଭଲ ପ୍ରଦର୍ଶନ କରୁଥିବା ଦେଖାଯାଇଥିଲା। ବିଜୟୀ ଦଳ ପକ୍ଷରୁ ରୋହିତ ଶର୍ମା ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଏବଂ ଅର୍ଦ୍ଧଶତକ ହାସଲ କରିଥିଲେ। ଅନ୍ୟପକ୍ଷରେ, ଜିଟି ପକ୍ଷରୁ ସାଇ ସୁଦର୍ଶନଙ୍କ ବ୍ୟାଟ୍ ପୁଣିଥରେ କମାଲ ଦେଖାଇଥିଲା।ହେଲେ , ସେ ତାଙ୍କ ଦଳକୁ ବିଜୟର ସ୍ୱାଦ ଚଖାଇ ପାରିନଥିଲେ। ମ୍ୟାଚ୍ ସମୟରେ କିଛି ପ୍ରମୁଖ ରେକର୍ଡ ମଧ୍ୟ ହୋଇଥିଲା, ଯାହା ଏହି ପ୍ରକାରର –

    ପ୍ଲେଅଫ୍‌ରେ ମୁମ୍ବାଇ ଦ୍ୱିତୀୟ ସର୍ବାଧିକ ସ୍କୋର କରିଥିଲା।

    ଏଲିମିନେଟର ମ୍ୟାଚ୍‌ରେ ମୁମ୍ବାଇର ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ପାଞ୍ଚ ୱିକେଟ୍ ହରାଇ ୨୨୮ ରନ୍‌ କରିପାରିଥିଲା, ଯାହା ଆଇପିଏଲ୍ ଇତିହାସରେ ପ୍ଲେଅଫ୍‌ କିମ୍ବା ନକଆଉଟ୍ ମ୍ୟାଚ୍‌ରେ କୌଣସି ଦଳ ଦ୍ୱାରା କରାଯାଇଥିବା ଦ୍ୱିତୀୟ ସର୍ବାଧିକ ସ୍କୋର। ଗୁଜରାଟ ଟାଇଟାନ୍ସ ପ୍ରଥମ ସ୍ଥାନରେ ଅଛି। ୨୦୨୩ର ଏକ ପ୍ଲେଅଫ୍ ମ୍ୟାଚ୍‌ରେ ଜିଟି ତିନି ୱିକେଟ୍ ହରାଇ ୨୩୩ ରନ୍‌ କରିଥିଲା।

    ରୋହିତ ଶର୍ମା ଆଇପିଏଲରେ ୭୦୦୦ ରନ ପୂରଣ କରିବାରେ ଦ୍ୱିତୀୟ ବ୍ୟାଟସମ୍ୟାନ୍

    ଗତକାଲି ଇନିଂସ ଓପନିଂ କରିବା ସମୟରେ, ରୋହିତ ଶର୍ମା ମୋଟ ୫୦ଟି ବଲ୍ ଖେଳିଥିଲେ। ଏହି ସମୟରେ, ସେ ୧୬୨.୦୦ ଷ୍ଟ୍ରାଇକ୍ ରେଟ୍ ସହିତ ୮୧ ରନ କରିପାରିଥିଲେ। ଏହା ସହିତ, ସେ ଆଇପିଏଲରେ ୭୦୦୦ ରନ ପୂରଣ କରିଛନ୍ତି। ‘ହିଟମ୍ୟାନ୍’ ଶର୍ମା ଆଇପିଏଲରେ ୭୦୦୦ ରନ ପୂରଣ କରିବାରେ ଦ୍ୱିତୀୟ ଖେଳାଳି। ତାଙ୍କ ପୂର୍ବରୁ କେବଳ ବିରାଟ କୋହଲି (୮୬୧୮) ଏହି ବଡ଼ ସଫଳତା ହାସଲ କରିଛନ୍ତି।

    ‘ହିଟମ୍ୟାନ୍’ ଶର୍ମା ଆଇପିଏଲରେ ୩୦୦ ରୁ ଅଧିକ ଛକା ମାରିଥିବା ଦ୍ୱିତୀୟ ବ୍ୟାଟସମ୍ୟାନ୍

    କେବଳ ଏତିକି ନୁହେଁ, ରୋହିତ ଶର୍ମା ଆଇପିଏଲରେ ୩୦୦ ରୁ ଅଧିକ ଛକା ମାରିଥିବା ବିଶ୍ୱର ଦ୍ୱିତୀୟ ଖେଳାଳି ହୋଇଛନ୍ତି। ପ୍ରଥମ ସ୍ଥାନ ୱେଷ୍ଟଇଣ୍ଡିଜ୍ ର ପୂର୍ବତନ ଓପନର୍ କ୍ରିସ୍ ଗେଲ୍ ନେଇଛନ୍ତି, ଯିଏ ୩୫୭ ଛକା ମାରିଛନ୍ତି। ତାଙ୍କ ପରେ, ରୋହିତ ଶର୍ମା ୩୦୨ ଛକା ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ‘ହିଟମ୍ୟାନ୍’ ଶର୍ମାଙ୍କ ଦ୍ୱାରା ଲଗାଯାଇଥିବା ଏହି ଛକା ମଧ୍ୟରୁ ୨୫୧ ଛକା ଏମଆଇ ପାଇଁ ଖେଳିବା ସମୟରେ ଆସିଛି, ଯାହାକି ୫୧ ଛକା ଡେକାନ୍ ଚାର୍ଜର୍ସ ପାଇଁ ଖେଳିବା ସମୟରେ ଆସିଛି। ଆଇପିଏଲରେ ଏକ ଦଳ ଦ୍ୱାରା ସର୍ବାଧିକ ଛକା ମାରିବାର ରେକର୍ଡ ବିରାଟ କୋହଲି (୨୯୧)ଙ୍କ ନାମରେ ରହିଛି।

    ଆଇପିଏଲର ଗୋଟେ ସିଜିନରେ ସର୍ବାଧିକ ରନ ସ୍କୋର କରିବାରେ ପଞ୍ଚମ ବ୍ୟାଟସମ୍ୟାନ ସୁଦର୍ଶନ

    ସାଇ ସୁଦର୍ଶନ ଆଇପିଏଲ ସିଜିନରେ ସର୍ବାଧିକ ରନ ସ୍କୋର କରିବାରେ ପଞ୍ଚମ ଖେଳାଳି ହୋଇଛନ୍ତି। ବିରାଟ କୋହଲିଙ୍କ ନାମ ପ୍ରଥମ ସ୍ଥାନରେ ଅଛି। ସେ ୨୦୧୬ରେ ୯୭୩ ରନ କରିଥିଲେ। ଶୁଭମନ ଗିଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଗିଲ ୨୦୨୩ରେ ୮୯୦ ରନ କରିଥିଲେ। ଜସ୍ ବଟଲରଙ୍କ ନାମ ତୃତୀୟ ସ୍ଥାନରେ ଅଛି। ବଟଲର ୨୦୨୨ରେ ୮୬୩ ରନ କରିଥିଲେ। ୨୦୧୬ରେ ଡେଭିଡ୍ ୱାର୍ଣ୍ଣର ୮୪୮ ରନ ସହିତ ଚତୁର୍ଥ ସ୍ଥାନ ବଜାୟ ରଖିଛନ୍ତି। ସେହି ସମୟରେ ୱାର୍ଣ୍ଣରଙ୍କ ବ୍ୟାଟ୍ ମଧ୍ୟ ଖୁବ ବର୍ଷା କରିଥିଲା। ଏବେ ସୁଦର୍ଶନ ପଞ୍ଚମ ସ୍ଥାନରେ ଅଛନ୍ତି। ସେ ଚଳିତ ସିଜିନରେ ୭୫୯ ରନ କରିଛନ୍ତି।

    ୨୦୦ ରନ୍ ର ଲକ୍ଷ୍ୟ ରକ୍ଷା କରି ମୁମ୍ବାଇ ୧୯ତମ ଥର ପାଇଁ ବିଜୟୀ

    ଆଇପିଏଲରେ ୨୦୦ କିମ୍ବା ତା’ଠାରୁ ଅଧିକ ରନ୍ ର ଲକ୍ଷ୍ୟ ରକ୍ଷା କରି ମୁମ୍ବାଇର ବିଜୟ ଧାରା ଜାରି ରହିଛି। ଗତକାଲି, ଦଳ ୨୦୦ କିମ୍ବା ତା’ଠାରୁ ଅଧିକ ରନ୍ ର ଲକ୍ଷ୍ୟ ରକ୍ଷା କରି ୧୯ତମ ଥର ପାଇଁ ବିଜୟୀ ହୋଇଛି।

    ରାସିଦ ଖାନଙ୍କ ନାଁରେ ଯୋଡ଼ି ହେଲା ଲଜ୍ଜାଜନକ ରେକର୍ଡ

    ଆଅପିଏଲର ୧୮ ତମ ସିଜିନରେ, କରାମତି ଖାନଙ୍କ ଯାଦୁ ସେମିତି କିଛି ଖାସ ଦେଖିବାକୁ ମିଳି ନଥିଲା । ଏଥର ତାଙ୍କ ବଲକୁ ପ୍ରବଳ ମାଡ଼ ହୋଇଥିଲା। ଆପଣ ତାଙ୍କ ଖରାପ ପଦର୍ଶନର କଥା ଅନୁମାନ କରିପାରିବେ ଯେ ତାଙ୍କ ବିରୁଦ୍ଧରେ ମୋଟ ୩୩ ଟି ଛକା ମରାଯାଇଛି, ଯାହା ଏକ ଆଇପିଏଲ ସିଜିନରେ କୌଣସି ବୋଲରଙ୍କ ବିରୁଦ୍ଧରେ ସର୍ବାଧିକ ଛକା।

  • ବରପାଲିର ସର୍ବ ପୁରାତନ ୧୪୮ ତମ ଶୀତଳ ଷଷ୍ଠୀଯାତ୍ରା ଅନୁଷ୍ଠିତ

    ବରପାଲିର ସର୍ବ ପୁରାତନ ୧୪୮ ତମ ଶୀତଳ ଷଷ୍ଠୀଯାତ୍ରା ଅନୁଷ୍ଠିତ

    ବରଗଡ ଜିଲ୍ଲା ବରପାଲି ପ୍ରସିଦ୍ଧ ସର୍ବ ପୁରାତନ ୧୪୮ ତମ ଶୀତଳ ଷଷ୍ଠୀ ଯାତ୍ରାରେ ଗଣ୍ଠିଆଳ ଫିଟା ପରେ ସନ୍ଧ୍ୟା ରେ ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସକାଳ ପ୍ରାୟ ୧୦ଟା ରେ କପିଳେଶ୍ଵର ବାବା ଓ ମାତା ପାର୍ବତୀଙ୍କ ଏକ ଶୋଭାଯାତ୍ରା ନଗର ପରିକ୍ରମା କରି ଶିବାଜୀ କ୍ଲବ ଠାରେ ପହଞ୍ଚି ଗତ ବର୍ଷ ର କନ୍ୟା ପିତା ମାତା ପରମେଶ୍ବର ମେହେର ଓ ନୀର ମେହେରଙ୍କ ଦ୍ଵାରା ଗଣ୍ଠିଆଳ ଫିଟା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଗଣ୍ଠିଆଳ ଫିଟା ପରେ ଶିବ ପାର୍ବତୀଙ୍କୁ ମାତ୍ର ୨୪ ଘଣ୍ଟା ପାଇଁ ଅଲଗା କରାଯାଇ ମାତା ପାର୍ବତୀ ହୀମାଦ୍ରୀ ନଗର ଓ କପିଳେଶ୍ଵର ବାବା ଭଣ୍ଡାର ଗୃହ କୁ ପ୍ରତ୍ୟାବର୍ତ୍ତନ କରନ୍ତି।

    ଅନ୍ୟ ପକ୍ଷରେ ଆଜି ହୀମାଦ୍ରୀ ନଗର ପକ୍ଷ ରୁ ମହିଳା ମାନଙ୍କ ଏକ ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମାତା ପାର୍ବତୀ ଙ୍କୁ ଶ୍ରଦ୍ଧା ସହକାରେ ହୀମାଦ୍ରୀ ନଗର ଶୈବ ଭକ୍ତ ଙ୍କ ପକ୍ଷ ରୁ ଅଣାଯାଇଥିଲା ।ସନ୍ଧ୍ୟା ରେ ତହସିଲ ଛକ ଜଗଦମ୍ବା କ୍ଲବ ଶୈବ ଭକ୍ତ ଘଣ୍ଟ ଦୁଲ ଦୂଲି ବାଦ୍ୟ ଶହ ଏକ ଶୋଭାଯାତ୍ରା ରେ ଭଣ୍ଡାର ଗୃହ ଯାଇ କପିଳେଶ୍ଵର ବାବା ଙ୍କୁ ତହସିଲ ଛକ ଆଣିଥିଲେ । ରାତ୍ର ରେ କପିଳେଶ୍ଵର ବାବା ଙ୍କ ବିରାଟ ବରାତିଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହି ଶୋଭାଯାତ୍ରା ରେ ଜ୍ୟୋତି ଦୁଲ୍ ଦୁଲୀ କୁସଙ୍ଗ, ପତ୍ରା ପାଲି ଦୂଲ ଦୂଳି, ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ଘୁମୁରା, ମାଲକାନଗିରି ର ଢ଼ାପ,ବନାରସ ର ଅଘୋରି ନୃତ୍ୟ, ରାଜସ୍ଥାନୀ ନୃତ୍ୟ, ଉଜ୍ଜୟିନୀ ର ମହାକାଲ ଡମ୍ବରୁ ନୃତ୍ୟ,ଦେବ ଦାସୀ ନୃତ୍ୟ, ଦଣ୍ଡା ନୃତ୍ୟ, ଦୁର୍ଗ ର ଧୁମାଲ, ଘଣ୍ଟ ବାଦ୍ୟ, ରାୟପୁର ର ଭାଙ୍ଗଡା, ନାସିକ ର ଢୋଲ, ଆସାମ ର ବିହୁ, ପଶ୍ଚିମ ବଙ୍ଗଳା ର ମହିଳା ଢ଼ାକି, ରାଜଗାଙ୍ଗପୁର ର ଆଦିବାସୀ ନୃତ୍ୟ, , ମୟୁରୀ ନୃତ୍ୟ, ନୃତ୍ୟ କଳା ସାଂସ୍କୃତିକ ଅନୁଷ୍ଠାନ ଭବାନୀ ପାଟଣା ଆଦି ବହୁ ସାଂସ୍କୃତିକ ଦଳ ବରଯାତ୍ରୀ ଶୋଭାଯାତ୍ରା ରେ ସାମିଲ୍ ହୋଇଥିଲେ ।

    ବରଯାତ୍ରୀ ଶୋଭାଯାତ୍ରା ତହସିଲ ଛକ ରୁ ବାହାରି ଗାନ୍ଧୀ ଛକ, ସରକାରୀ ଡାକ୍ତରଖାନା ଛକ, ଦେଇ ଦୂର୍ଗା ମନ୍ଦିର ଛକ ରେ ଆଜି ଶନିବାର ଭୋର୍ ରେ ପହଞ୍ଚିବା ପରେ କନ୍ୟା ପକ୍ଷ ରୁ ବରଯାତ୍ରୀଙ୍କୁ ଭବ୍ୟ ସ୍ଵାଗତ କରି ବାଟ ବରଣ କରି ନେବା ପରେ ଶନିବାର ସକାଳେ ଶୁଭ ଲଗ୍ନ ରେ ଦେବ ଦମ୍ପତ୍ତି ଙ୍କ ବୈବାହିକ କାର୍ଯ୍ୟ ସମାପନ ହେବ। ଆଜି ସହର ର ବିଭିନ୍ନ ଛକ ରେ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟ ପକ୍ଷରେ ତାରକାସୁରର ର ନଗର ପରିକ୍ରମା ପରେ ରଙ୍ଗ ସଭା ରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।

  • ସ୍ୱାଧୀନ ରଣନୀତି ଫେଲ୍, ଦବ୍ ଦବା ଜାରିରଖିଲା ବିଜେଡି

    ସ୍ୱାଧୀନ ରଣନୀତି ଫେଲ୍, ଦବ୍ ଦବା ଜାରିରଖିଲା ବିଜେଡି

    ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ରୋଜି ସେଠୀଙ୍କ ବିରୋଧରେ ଗତ ଏପ୍ରିଲ୍ ୨୫ତାରିଖରୁ ଚାଲିଥିବା ଅନାସ୍ଥା ନାଟକର ଆଜି ଅବସାନ ଘଟିଛି। ଶତ ଚେଷ୍ଟା ସତ୍ତ୍ବେ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, ଅଧ୍ୟକ୍ଷା ରୋଜି ସେଠୀଙ୍କୁ ଗାଦିଚ୍ୟୁତ କରିପାରି ନାହାନ୍ତି। ପୂର୍ବତନ ବିଧାୟକ ପ୍ରତାପ ଜେନା ଓ ପୂର୍ବତନ ବିଧାୟକ ଚନ୍ଦ୍ରସାରଥି ବିଧାୟକଙ୍କ ମିଳିତ ଗୋଟିଚାଳନା ଆଗରେ ବିଧାୟକ ସାରଦାଙ୍କ ରଣନୀତି ଫେଲ୍ ମାରିଛି।


    ସୂଚନା ମୁତାବକ, ଗତ ନିର୍ବାଚନରେ ମାହାଙ୍ଗା ବିଧାୟକ ଭାବେ ସାରଦା ବିଜୟୀ ହେବା ପରେ ଏହି ପଞ୍ଚାୟତ ସମିତି ଅକ୍ତିଆରକୁ ନେବା ପାଇଁ ସେ ନିଜ ଶିବିରକୁ ଟାଣିନେଇଥିଲେ। ଅଶୋକ ନାଟକୀୟ ଢଙ୍ଗରେ ଉପାଧ୍ୟକ୍ଷ ପଦବିରୁ ଇସ୍ତଫା ଦେବା ପରେ ବିଧାୟକ ନିଜ ସମର୍ଥକ ନୃସିଂହ ଚରଣ ମିଶ୍ରଙ୍କୁ ଉପାଧ୍ୟକ୍ଷ ଭାବେ ନିର୍ବାଚିତ କରାଇଥିଲେ । ଏହାପରେ ତାଙ୍କର ଦୃଷ୍ଟି ରହିଥିଲା ଅଧ୍ୟକ୍ଷ ପଦବି ଉପରେ ଗତ ଅପ୍ରେଲ୍‌୨୫ତାରିଖରେ ତାଙ୍କ ସମର୍ଥକ ୩୧ଜଣ ସରପଞ୍ଚ ଓ ସମିତିସଭ୍ୟଙ୍କୁ ନେଇ ସଦର ଉପ-ଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ଗତ ୧୩ତାରିଖ ଦିନ ଅଧ୍ୟକ୍ଷାଙ୍କ ଅନାସ୍ଥା ନିମନ୍ତେ ଦିନ ଧାର୍ଯ୍ୟ ହୋଇଥିଲା ତେବେ, ସମର୍ଥନ ଯୋଗାଡ଼ ହୋଇ ନ ପାରିବାରୁ ଖେଳ ବଦଳିଥିଲା। ୫ଜଣ ଲୋକପ୍ରତିନିଧି ଓ ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀ ହଠାତ୍ ଅସୁସ୍ଥ ହେବା ଫଳରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା ପୁନଶ୍ଚ ପ୍ରଶାସନ ପକ୍ଷରୁ କାଲି ୩୦ ତାରିଖ ଅନାସ୍ଥା ଭୋଟ୍ ନିମନ୍ତେ ଦିନଧାର୍ଯ୍ୟ କରାଯାଇଥିଲା୪୧ପଞ୍ଚାୟତର ୮୨ଜଣ ପ୍ରତିନିଧି, କଟକ ଓ କେନ୍ଦ୍ରାପଡା ସାଂସଦ ଏବଂ ମାହାଙ୍ଗା ଓ କଟକ ସଦର ବିଧାୟକଙ୍କୁ ମିଶାଇ ୮୬ଜଣ ମତଦାନ କରିବାର ଥିଲା ଅଧ୍ୟକ୍ଷାଙ୍କୁ ହଟାଇବା ପାଇଁ ୫୮ଟି ଓ ସେପଟେ ଅଧ୍ୟକ୍ଷା ନିଜ ପଦବି ବଜାୟ ରଖିବା ପାଇଁ ୨୯ଟି ଭୋଟ୍ ଆବଶ୍ୟକ ଥିଲା।

    ତେବେ, ବିଧାୟକ ସାରଦାଙ୍କ ଗୋଷ୍ଠୀ ୫୮ଟି ଭୋଟ୍ ହାସଲ କରି ପାରି ନଥିଲେ । ବିଧାୟକ ସାରଦାଙ୍କ ସମର୍ଥିତ କୌଣସି ସରପଞ୍ଚ ଓ ସମିତିସଭ୍ୟ ଭୋଟ୍ ଦେବାକୁ ଆସି ନଥିଲେ। ଆଜି ଦିନ ୧୧ଟାରୁ ୧୨ଟା ମଧ୍ୟରେ ୮୬ଜଣ ସଦସ୍ୟଙ୍କ ମଧ୍ୟରୁ ଅଧ୍ୟକ୍ଷା ରୋଜି ସେଠୀଙ୍କ ସମେତ ମାତ୍ର ୮ଜଣ ଅନାସ୍ଥା ପାଇଁ ପହଞ୍ଚିଥିଲେ। ଅନାସ୍ଥା ପରିଚାଳନା ଦାୟିତ୍ଵରେ ଥିବା ସାଲେପୁର ତହସିଲଦାର ଜୟନ୍ତ ଜୟସିଂହ ନିୟମ ଅନୁସାରେ ସେମାନଙ୍କ ଦସ୍ତଖତ କରାଇ ଏ ସମ୍ପର୍କରେ ଉପ-ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ସୂଚନାଯୋଗ୍ୟ, ବିଧାୟକ ସାରଦା, କଟକ ସଦର ବିଧାୟକ ଇଂ. ପ୍ରକାଶ ସେଠୀ, କଟକ ସାଂସଦ ଭର୍ତ୍ତୃହରି ମହତାବ ଓ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ସମନ୍ବୟ ନଥିବାରୁ ଶାସକ ଦଳକୁ ଏପରି ଧକ୍କା ମିଳିଛି। ସେପଟେ ପୂର୍ବତନ ବିଧାୟକ ପ୍ରତାପ ଏବଂ ପୂର୍ବତନ ବିଧାୟକ ଚନ୍ଦ୍ରସାରଥିଙ୍କ ସଫଳ ଗୋଟିଚାଳନା ହେତୁ ବିଜେଡି ନିଜର ଦବଦବା ବଜାୟ ରଖିପାରିଛି .