Category: ମୁଖ୍ୟ ଖବର

  • ପରକୀୟା ପ୍ରୀତି ନେଲା ଆଉ ଏକ ମୁଣ୍ଡ: ସ୍ତ୍ରୀର ମୁଣ୍ଡ ନେଇ ଥାନାରେ ସ୍ୱାମୀର ଆତ୍ମସମର୍ପଣ

    ପରକୀୟା ପ୍ରୀତି ନେଲା ଆଉ ଏକ ମୁଣ୍ଡ: ସ୍ତ୍ରୀର ମୁଣ୍ଡ ନେଇ ଥାନାରେ ସ୍ୱାମୀର ଆତ୍ମସମର୍ପଣ

    କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ଅନେକାଲ ଅଞ୍ଚଳରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ୨୮ ବର୍ଷୀୟ ଶଙ୍କର ତାଙ୍କ ପତ୍ନୀ ମନସାଙ୍କୁ ନିର୍ମମ ଭାବରେ ହତ୍ୟା କରି ରାତି ୧ଟାରେ ତାଙ୍କ କଟା ମୁଣ୍ଡ ନେଇ ନିଜେ ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ଅବୈଧ ସମ୍ପର୍କକୁ ନେଇ ବିବାଦ ପରେ ଏହି ଘଟଣା ଘଟିଥିଲା।

    ଶଙ୍କର ଏବଂ ତାଙ୍କ ପତ୍ନୀ ମନସା କିଛି ଦିନ ପୂର୍ବରୁ ବେଙ୍ଗାଲୁରୁର ହିଲାଲିଗେ ଗାଁରେ ଏକ ଭଡା ଘରେ ରହିବାକୁ ଆସିଥିଲେ। ଶଙ୍କର ପେଶାରେ ଜଣେ ଶ୍ରମିକ ଏବଂ ସବୁଦିନ ପରି ଜୁନ ୩ ରାତିରେ କାମ କରିବାକୁ ଯାଉଥିବା କହି ଘରୁ ବାହାରି ଆସିଥିଲେ।

    ଶଙ୍କରଙ୍କ କହିବାନୁଯାୟୀ, ସେ ଜୁନ ୩ ରାତିରେ ଶୀଘ୍ର କାମ ଶେଷ କରି ହଠାତ୍‌ ଘରକୁ ଫେରି ଆସିଥିଲେ। ଯେତେବେଳେ ସେ ଘରେ ପହଞ୍ଚିଲେ, ଦେଖନ୍ତି ତାଙ୍କ ସ୍ତ୍ରୀ ଅନ୍ୟ ଜଣେ ପୁରୁଷ ସହିତ ରାସଲୀଳାରେ ଲିପ୍ତ । ଯାହାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପ୍ରବଳ ଝଗଡ଼ା ଆରମ୍ଭ ହୋଇଥିଲା। ଏହି ଘଟଣା ପରେ ମନସା ଘରୁ ବାହାରି ଯାଇଥିଲେ।

    ପୋଲିସ କହିଛି, ଗତ କିଛି ଦିନ ଧରି ମନସା ବାରମ୍ବାର ଘରକୁ ଫେରୁଥିଲେ ଏବଂ ଶଙ୍କରଙ୍କୁ ମାନସିକ ଭାବରେ ହଇରାଣ କରୁଥିଲେ। ହତ୍ୟାର ଗୋଟିଏ ରାତିରେ ମଧ୍ୟ ସେ ଘରକୁ ଆସି ବହୁତ ହଙ୍ଗାମା କରିଥିଲେ। ଏହି ଉତ୍ତେଜନା ଶଙ୍କରଙ୍କୁ ମାନସିକ ଭାବରେ ଭାଙ୍ଗି ଦେଇଥିଲା। କ୍ରୋଧରେ ଶଙ୍କର ୪ ଜୁନ ରାତିରେ ମାନସାଙ୍କ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହା ପରେ, ସେ ତାଙ୍କ କଟା ମୁଣ୍ଡକୁ ଏକ ବ୍ୟାଗରେ ରଖି ସିଧା ସୂର୍ଯ୍ୟନଗର ପୋଲିସ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲେ।

    ବେଙ୍ଗାଲୁରୁ ଗ୍ରାମୀଣ ଏସପିଙ୍କ ମତରେ, ଘଟଣା ରାତିରେ ସ୍ବାାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେହି ସମୟରେ ସ୍ବାମୀ ସ୍ତ୍ରୀଙ୍କୁ ବହୁତ ମାଡ଼ ମାରିଥିଲେ ଏବଂ ପରେ ତାଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ, ସେ ନିଜେ ପୋଲିସ ଷ୍ଟେଶନକୁ ଆସି ଅପରାଧ ସ୍ବୀକାର କରିଥିଲେ। ପ୍ରେମ ସମ୍ପର୍କ ପ୍ରକାଶ ପାଇବା ପରେ, ଗତ ସପ୍ତାହରୁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ସେମାନଙ୍କର ଏକ ପିଲା ମଧ୍ୟ ଅଛି।

  • ଭାରତୀୟ ଡାକ ବିଭାଗ ତରଫରୁ ଡାକଟିକଟ ପ୍ରଦର୍ଶନୀ

    ଭାରତୀୟ ଡାକ ବିଭାଗ ତରଫରୁ ଡାକଟିକଟ ପ୍ରଦର୍ଶନୀ

    ୧୮୫୭ ମସିହା ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମର ସ୍ମୃତିଚାରଣ ଅବସରରେ ଭାରତୀୟ ଡାକ ବିଭାଗ ତରଫରୁ ଏକ ଡାକଟିକଟ ପ୍ରଦର୍ଶନୀ ଭୁବନେଶ୍ୱର ପ୍ରଧାନ ଡାକଘର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବହୁସଂଖ୍ୟାରେ ସାଧାରଣ ଜନତା ଓ ଡାକଟିକଟ ପ୍ରେମୀ ଏହି ପ୍ରଦର୍ଶନୀରେ ଯୋଗ ଦେଇଥିଲେ । ବରିଷ୍ଠ ଡାକଟିକଟ ସଂଗ୍ରହକ ଶ୍ରୀ ଅଜିତ କୁମାର ରାଉତଙ୍କ ତତ୍ତ୍ଵାବଧାନରେ ଏହି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱର ଡାକ ମଣ୍ଡଳର ବରିଷ୍ଠ ଅଧିକ୍ଷକ ଶ୍ରୀ ତାରିଣୀ ଚରଣ ପାଢ଼ୀ ଏହି ପ୍ରଦର୍ଶନୀରେ ଯୋଗ ଦେଇ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ ଉପରେ ଆଲୋକପାତ କରିଥିଲେ

  • ଓଡ଼ିଶା ରାଇଜିଂ ଫାଉଣ୍ଡେସନ ପକ୍ଷରୁ ତିନିଦିନିଆ ଗ୍ରୀଷ୍ମ ଶିବିର “ଉଡାଣ-୨୦୨୫ ” ଆରମ୍ଭ

    ଓଡ଼ିଶା ରାଇଜିଂ ଫାଉଣ୍ଡେସନ ପକ୍ଷରୁ ତିନିଦିନିଆ ଗ୍ରୀଷ୍ମ ଶିବିର “ଉଡାଣ-୨୦୨୫ ” ଆରମ୍ଭ

    ଗ୍ରୀଷ୍ମ ସମୟରେ ବିଶେଷ ଶିଶୁମାନଙ୍କୁ ବିଭିନ୍ନ ପ୍ରକାରର ସୃଜଶୀଳ କାର୍ଯ୍ୟ କଳାପ ପ୍ରଦାନ କରିବା ପାଇଁ “ଓଡ଼ିଶା ରାଇଜିଂ ଫାଉଣ୍ଡେସନ” ତରଫରୁ, ଆଜିଠୁ ତିନି ଦିନିଆ ଗ୍ରୀଷ୍ମ ଶିବିର “ଉଡାଣ-୨୦୨୫” ଆରମ୍ଭ ହୋଇଛି। ଏହି ଶିବିରଟି ଭୁବନେଶ୍ୱର, ସାଲିଆସାହି ସ୍ଥିତ ୱାର୍ଲ୍ଡ ଭିଜନ୍ କମ୍ୟୁନିଟ୍ ସେଣ୍ଟର ଠାରେ ଆୟୋଜିତ ହୋଇଛି।

    ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ହିଆଲ ଅତିରୂପେ ଉପସ୍ଥିତ ରହି ଶିଶୁମାନଙ୍କୁ ସେମାନଙ୍କର ଅନୁର୍ନିହିତ ଗୁଣ ପ୍ରକାଶ କରିବାକୁ ଉତ୍ସାହିତ କରିଥିଲେ। । ସେ ସରକାରୀ ଯୋଜନା ବିଷୟରେ ସଚେତନତା ବଢ଼ାଇବା ସହିତ, ସମସ୍ତ ପ୍ରକାର ସମସ୍ୟା ବିଷୟରେ ପଚାରି ବୁଝିଥିଲେ ଏବଂ ସମାଧାନର ବାଟ କହିଥିଲେ।

    ଏହି ଶିବିରରେ ଶିଶୁମାନେ ଅନେକ ଗୁଡ଼ିଏ କାର୍ଯ୍ୟ କଳାପରେ ଅଂଶ ଗ୍ରହଣ କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରତି ୫ଜଣ ଶିଶୁ ଜଣେ ସ୍ୱେଚ୍ଛାସେବୀଙ୍କ ନେତୃତ୍ୱରେ ଚିତ୍ର ଆଙ୍କିଥିଲେ। ପରେ ରଙ୍ଗୀନ କଣ୍ଢେଇ ନାଟକ ପରିବେଷଣ କରାଯାଇଥିଲା। ଏହା ସହିତ ଅଭିଭାବକ ମାନେ ଯୋଗଦେଇ ସାଙ୍କେତିକ ଭାଷା ମାଧ୍ୟମରେ ବାର୍ତ୍ତାଳାପ ଶିଖିଥିଲେ। ଏହି ଶିବିରରେ ଅନ୍ୟ ଶିଶୁମାନେ ମଧ୍ୟ ଯୋଗଦେଇ ସମସ୍ତ କାର୍ଯ୍ୟକ୍ରମର ମଜା ନେଇଥିଲେ।

    ଶିଶୁମାନଙ୍କ ମନୋବଳ ବଢ଼ାଇବା ପାଇଁ ଏହି ଶିବିରର ଶେଷ ଦିନରେ ପୁରସ୍କାର ବଣ୍ଟନର ବ୍ୟବସ୍ଥା ମଧ୍ୟ କରାଯାଇଛି। ଶିବିରରେ ପ୍ରଥମ ଦିନରେ ଶିଶୁମାନଙ୍କ ସମେତ ଅଭିଭାବକ ଏବଂ ସ୍ବେଛସେବୀମାନଙ୍କୁ ମିଶାଇ ମୋଟ ୫୩ ଜଣ ଯୋଗ ଦେଇଥିଲେ।

  • ଅଣ୍ଟା କଷିଲାଣି ବିଜେଡି ଆସନ୍ତା ୧୩ରୁ ଚାଲିବ ଯୁବ ଓ ଛାତ୍ର ସମ୍ମିଳନୀ

    ଅଣ୍ଟା କଷିଲାଣି ବିଜେଡି ଆସନ୍ତା ୧୩ରୁ ଚାଲିବ ଯୁବ ଓ ଛାତ୍ର ସମ୍ମିଳନୀ

    ରାଜ୍ୟ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପି ତରଫରୁ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ କରି ସଫଳତାକୁ ବଖାଣିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିଜୁ ଜନତା ଦଳ ତାର ଜବାବରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଫଳତାକୁ ରାଜ୍ୟବାସୀଙ୍କ ସମ୍ମୁଖରେ ଦୃଢ଼ ଭାବେ ଉପସ୍ଥାପନ କରିବାକୁ ଯାଉଛି । ବିଜେପି ସରକାରଙ୍କ ଗତ ଏକ ବର୍ଷରେ, ମହିଳା, ଯୁବ ଓ ଛାତ୍ର ମାନଙ୍କ ପ୍ରତି ହୋଇଥିବା ଅନ୍ୟାୟ ଅବିଚାରକୁ ବିରୋଧ କରି ବିଜୁ ଜନତା ଦଳ ତରଫରୁ, ଆସନ୍ତା ୧୩ ତାରିଖରେ ଯାଜପୁର ଠାରେ ଏକ ବିରାଟ ମହିଳା ସମାବେଶ ଓ ଆସନ୍ତା ୧୮ ତାରିଖରେ ପୁରୀ ଠାରେ ଯୁବ ଓ ଛାତ୍ର ସମାବେଶ ଅନୁଷ୍ଠିତ ହେବ ବୋଲି ଦଳ ତରଫରୁ ସୂଚନା ଦିଆ ଯାଇଛି ।

    ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ଉପ ସଭାପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ଦଳର ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମା, ମହିଳା, ଯୁବ ଛାତ୍ରଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଥିଲେ । ଶ୍ରୀମତୀ ମଲ୍ଲିକ କହିଥିଲେ, ମହିଳାମାନଙ୍କ ସଶକ୍ତିକରଣ ପାଇଁ ବିଜୁ ପଟ୍ଟନାୟକ ପ୍ରଥମେ ପଞ୍ଚାୟତ ସ୍ତରରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ବିଜୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ପରବର୍ତ୍ତୀ ସମୟରେ ଏହି ସଂରକ୍ଷଣକୁ ୫୦ପ୍ରତିଶତକୁ ବଢ଼ାଇଥିଲେ । ଏହା ଛଡା, ମହିଳା ମାନଙ୍କୁ ସ୍ୱାବଲମ୍ୱୀ କରିବା ପାଇଁ ମିଶନ ଶକ୍ତି ଆରମ୍ଭ କରିଥିଲେ, ଯାହା ମାଧ୍ୟମରେ ରାଜ୍ୟର ପ୍ରାୟ ୭୦ଲକ୍ଷରୁ ଉଦ୍ଧ୍ୱର୍ ମହିଳା ସ୍ୱାବଲମ୍ୱୀ ହୋଇ ପାରିଥିଲେ । ଏହା ମାଧ୍ୟମରେ, ବିନା ସୁଧରେ ଦୀର୍ଘ ମିଆଦ ଋଣ ପ୍ରଦାନର ସୁବିଧା କରିବା ସହିତ ରାଜ୍ୟ ସରକାରଙ୍କ ୨୦ଟି ବିଭାଗରେ ସେମାନଙ୍କୁ ବିଭିନ୍ନ କାର୍ଯ୍ୟ କରିବାର ସୁଯୋଗ ଦେଇଥିଲେ । ବିଜେପି ସରକାର କ୍ଷମତାକୁ ଆସିବା ପରେ, ସେସବୁ କାର୍ଯ୍ୟକୁ ବନ୍ଦ କରିବାକୁ ବସିଛନ୍ତି । ମହିଳାଙ୍କୁ ସ୍ୱାବଲମ୍ୱୀ କରିବାକୁ ସୁଯୋଗ ପ୍ରଦାନ କରୁ ନାହାନ୍ତି କି ମହିଳାଙ୍କୁ ରାଜ୍ୟ ସରକାର ସମ୍ମାନ ମଧ୍ୟ ଦେଉନାହାନ୍ତି ।

    ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ଦୁଇ ବର୍ଷରେ ପଚାଶ ହଜାର ଟଙ୍କା ଦିଆଯିବ ବୋଲି ବିଜେପିର ପ୍ରତିଶ୍ରୁତି ମିଛ ବୋଲି ପ୍ରମାଣିତ ହୋଇଥିଲା, ଯେତେବେଳେ ଦୁଇ ବର୍ଷରେ ପଚାଶ ହଜାର ଜାଗାରେ ପାଞ୍ଚ ବର୍ଷରେ ପଚାଶ ହଜାର ଓ ତାହା ପୁଣି ଦଶଟି କିସ୍ତିରେ । ବିଜେପି ସରକାରଙ୍କ ଲକ୍ଷପତି ଦିଦି ସୃଷ୍ଟି କରିବାରେ ରେକର୍ଡ କରିବା ଏକ ହାସ୍ୟାସ୍ପଦ କଥା । ମିଶନ ଶକ୍ତି ମାଧ୍ୟମରେ ସଶକ୍ତ ହୋଇଥିବା ମହିଳା ମାନଙ୍କୁ ଲକ୍ଷପତି ଦିଦି ଭାବେ ଦେଖାଇ ବିଜେପି ବାହା ବା ନେବାକୁ ବୃଥା ଚେଷ୍ଟା କରୁଛି । ତେଣୁ, ମହିଳା ମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ବିରୋଧରେ, ଆସନ୍ତା ୧୩ ତାରିଖରେ, ଯାଜପୁର ଠାରେ ଏକ ବିରାଟ ମହିଳା ସମ୍ମିଳନୀ କରାଯିବ ବୋଲି ଶ୍ରୀମତୀ ମଲ୍ଲିକ ସୂଚନା ଦେଇଥିଲେ । ରାଜ୍ୟର ଯୁବ ଛାତ୍ର ମାନଙ୍କୁ ନ୍ୟାୟ ପ୍ରଦାନରେ ବିଫଳ ହୋଇଥିବା ରାଜ୍ୟ ସରକାରଙ୍କ ବିରୋଧରେ ଏକ ବିରାଟ ସମ୍ମିଳନୀ ଆସନ୍ତା ୧୮ ତାରିଖରେ ପୁରୀ ଠାରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ସଞ୍ଜୟ ଦାସବର୍ମା ସୂଚନା ଦେଇଥିଲେ ।

  • ବନ୍ଦ ହୋଇପାରେ ୫୦୦ ଟଙ୍କିଆ ନୋଟ୍‌! ଦୁର୍ନୀତି ରୋକିବାକୁ ନିଷ୍ପତ୍ତି ନେଇପାରନ୍ତି ସରକାର

    ବନ୍ଦ ହୋଇପାରେ ୫୦୦ ଟଙ୍କିଆ ନୋଟ୍‌! ଦୁର୍ନୀତି ରୋକିବାକୁ ନିଷ୍ପତ୍ତି ନେଇପାରନ୍ତି ସରକାର

    ପୁଣି ବନ୍ଦ ହେବ କି ୫୦୦ ଟଙ୍କିଆ ନୋଟ୍‌ । ଏମିତି ଚର୍ଚ୍ଚା ବି ଆରମ୍ଭ ହୋଇଗଲାଣି । ଖାସ୍‌ କରି ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ବୟାନ ଦେବା ପରେ ଚର୍ଚ୍ଚା ଆହୁରି ବଢିଯାଇଛି । କାରଣ ସେ ସ୍ପଷ୍ଟ ଭାବରେ କହିଛନ୍ତି, ଦୁର୍ନୀତିକୁ ବନ୍ଦ କରିବାକୁ ହେଲେ ୫୦୦ ଟଙ୍କିଆ ନୋଟ୍‌ ବନ୍ଦ ହେବା ଦରକାର । କଥାହେଲା ଏନଡିଏରେ ସେ ସାମିଲ ଥିବାରୁ ତାଙ୍କ ବୟାନ ବେଶ୍‌ ଗୁରୁତ୍ବପୂର୍ଣ୍ଣ ରହୁଛି । ପୂର୍ବରୁ ବି ମୋଦୀ ସରକାର ନୋଟ୍‌ବନ୍ଦୀ କରିଥିଲେ । ଯାହାଦ୍ବାରା କୋଟି କୋଟି ଲୋକ ହଇରାଣ ହୋଇଥିଲେ । ଏବେ ପୁଣି ଥରେ ନୋଟ୍‌ବନ୍ଦୀ ହେଉଥିବାରୁ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ଚାଲିଲାଣି ।

    ପୂରା ଦେଶରେ ଏବେ ଦୁର୍ନୀତି ହେଉଥିବା ଦେଖାଯାଉଛି । ଅଫିସରଙ୍କଠୁ ଆରମ୍ଭ କରି ସରକାରୀ କର୍ମଚାରୀମାନେ ପିସି ନନେଲେ କିଛି କାମ କରୁନାହାନ୍ତି । ନିଇତି କେଉଁଠି ଭିଜିଲାନ୍ସ ରେଡ୍‌ ହେଉଛି ତ ଆଉ କେଉଁଠି ଇଡି ଓ ସିବିଆଇ ଚଢାଉ ହେଉଛି । ଓଡ଼ିଶାରେ ବି ରବିବାର ରାତିରେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଘରେ ରେଡ୍‌ ମାରିଥିଲା ଟିମ୍ ଭିଜିଲାନ୍ସ । ପାଖାପାଖି ୪୭ ଲକ୍ଷ ଟଙ୍କା ପ୍ରାଥମିକ ଭାବରେ ମିଳିଥିଲା । ଯେଉଁଥିରେ ୫୦୦ ଟଙ୍କିଆ ନୋଟ୍‌ ଥିବାର ଦେଖାଯାଇଥିଲା । ତେଣୁ ବାବୁମାନେ କେଉଁପରି ଭାବରେ ଦୁର୍ନୀତି କରୁଛନ୍ତି ତାହା ସମସ୍ତେ ଜାଣନ୍ତି । ଏହି ସମୟରେ ଜଣେ ମୁଖ୍ୟମନ୍ତ୍ରୀ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ବଢିଛି ।

    ରାଜ୍ୟରେ ଚାଲିଥିବା ଜନକଲ୍ୟାଣକାରୀ ଯୋଜନାକୁ ନେଇ ଚନ୍ଦ୍ରବାବୁ କହିଛନ୍ତି, ପୂର୍ବରୁ ଏତେ ଯୋଜନା ନଥିଲା । ହେଲେ ଏବେ ଅନେକ ଯୋଜନା ସରକାର କଲେଣି । ହେଲେ ଦୁଃଖର କଥା ଗରିବ ଓ ଧନୀ ଲୋକଙ୍କ ମଧ୍ୟରେ ଅନ୍ତର ବଢିବାରେ ଲାଗିଛି । ଏହାସହ ଉଭୟ ଜାତିଭିତ୍ତିକ ଓ କୁଶଳୀ ଜନଗଣନା ହେବା ଦରକାର । ଏହାସହ ସେ କହିଛନ୍ତି, ହିନ୍ଦୀଭାଷା ଆମର ରାଷ୍ଟ୍ରଭାଷା । ତେଣୁ ସେହି ଭାଷାକୁ ଶିଖିଲେ ଅସୁବିଧା ନାହିଁ । ମାତୃଭାଷା ଶିଖିବା ଯେତିକି ଜରୁରୀ, ରାଷ୍ଟ୍ରୀୟ ଭାଷା ଶିଖିବା ସେତିକି ଜରୁରୀ ବୋଲି ସେ କହିଛନ୍ତି ।

    ମୋଟ୍‌ ଉପରେ, ଚନ୍ଦ୍ରବାବୁ ଦେଇଥିବା ବୟାନକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ନୋଟବନ୍ଦୀକୁ ନେଇ ସେ ଯେଉଁ ଇସାରା ଦେଇଛନ୍ତି ଯଦି ସତ ହୁଏ ତାହେଲେ ଲୋକେ ହଇରାଣ ହେବେ ବୋଲି କୁହାଯାଉଛି । ଅବଶ୍ୟ ଏନେଇ କେନ୍ଦ୍ର ସରକାର କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଇନାହାନ୍ତି । ଏବେ କେବଳ ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

  • ସ୍ନାନ ପୂର୍ଣ୍ଣିମାରେ ଗଜ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

    ସ୍ନାନ ପୂର୍ଣ୍ଣିମାରେ ଗଜ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

    ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ୧୦୮ ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ରତ୍ନମଣ୍ଡପ ଛାଡି ସ୍ନାନବେଦୀରେ ଶ୍ରୀଜିଉ । ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ସ୍ନାନ ପରେ ଜ୍ବରରେ ପୀଡିତ ହେବେ ଶ୍ରୀଜିଉ । ୧୫ ଦିନ ଅଣସର ଘରେ ଚାଲିବ ମହାପ୍ରଭୁଙ୍କ ଉପଚାର । ଜ୍ବରରୁ ଭଲ ହେଲା ପରେ ଭାଇଭଉଣୀଙ୍କୁ ସାଥିରେ ନେଇ ନବଦିନାତ୍ମକ ଯାତ୍ରାରେ ବାହାରି ଆସିବେ କାଳିଆ ସାଆନ୍ତେ । ପବିତ୍ର ସ୍ନାନ ପୂର୍ଣ୍ଣିମା ପାଇଁ ପ୍ରଶାସନ ପକ୍ଷରୁ ପୁରୀରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଧାଡି ପହଣ୍ଡିରେ ଆସି ସ୍ନାନବେଦୀରେ ପ୍ରଭୁ ବଳଭଦ୍ର ତା ପରେ ମା ସୁଭଦ୍ରା ଆଉ ତା ପରେ ମହାପ୍ରଭୁ ଜଗନ୍ନାଥ । ଏହି ପବିତ୍ର ଦିବ୍ୟସ୍ନାନର ସାକ୍ଷୀ ହେବାକୁ ପୁରୀ ବଡଦାଣ୍ଡ ଲୋକାରଣ୍ୟ ହୋଇଉଠିଛି । ଏପଟେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସାନିଧ୍ୟ ଲାଭ କରିଛି ଭକ୍ତର ଆତୁର ନୟନ ।

    ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତି ଭୂମିର ଲୀଳା । ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବାରୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ । ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହୋଇଥିଲା ।

    ସେଥିପାଇଁ ଅନେକ ଶାସ୍ତ୍ରରେ ଏହା ମଞ୍ଚସ୍ନାନ ବୋଲି ଉଲ୍ଲେଖ ହୋଇଛି । ଶାସ୍ତ୍ରମତରେ ୧୦୮ ସୁନା କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହଙ୍କ ଆଦ୍ୟ ସ୍ଥାନଲୀଳା ସମାପନ ହୋଇଥିଲା । ସେହି ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ବି ସେହିପରି ସ୍ନାନଯାତ୍ରା ଅନୁଷ୍ଠିତ ହେଉଅଛି ।

    ପୌରାଣିକ ମତରେ ଜ୍ୟୋଷ୍ଠ ପୂର୍ଣ୍ଣିମା ଦିବସରେ ମହାପ୍ରଭୁଙ୍କ ଆବିର୍ଭାବ ହୋଇଥିଲା । ଜ୍ୟୋଷ୍ଠମାସ ପୂର୍ଣ୍ଣମୀରେ ମହାପ୍ରଭୁଙ୍କ ପ୍ରଥମ ସ୍ଥାନଲୀଳା ଜାତି, ବର୍ଣ୍ଣ, ନିର୍ବଶେଷରେ ସମସ୍ତେ ଦର୍ଶନ କରିଥିବାରୁ ଏହି ଲୀଳାକୁ ପତିତପାବନ ଲୀଳା ମଧ୍ୟ କୁହାଯାଏ । ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜବେଶରେ ସଜ୍ଜିତ ହୁଅନ୍ତି । ଏହା ପଛରେ ଏକ କିମ୍ବଦନ୍ତୀ ରହିଛି । ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଲେ। ସେ ଭଗବାନ ଗଣେଶଙ୍କର ଭକ୍ତ ଥିଲେ । ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ । ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା ।

    ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ହୋଇଗଲା । ଏ ଅଲୌକିକ ଘଟଣା ଦେଖି ତାଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୂଲ ବୁଝିପାରିଲେ । ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ ଯେ, ପ୍ରତିବର୍ଷ ଏହି ଦିନରେ ସେ ଗଜବେଶ ଧାରଣ କରିବେ । ଏହି ଘଟଣା ପରଠାରୁ ପ୍ରତିବର୍ଷ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜବେଶ ଧାରଣ କରନ୍ତି ।

  • ବନ୍ଧୁକ ଧରି ସ୍କୁଲରେ ପଶିଲେ ଛାତ୍ର, ଯାହାକୁ ଦେଖିଲା ତା’ଉପରେ ଚଳାଇଥିଲା ଆଖିବୁଜା ଗୁଳି, ୯ ମୃତ୍ୟୁ

    ବନ୍ଧୁକ ଧରି ସ୍କୁଲରେ ପଶିଲେ ଛାତ୍ର, ଯାହାକୁ ଦେଖିଲା ତା’ଉପରେ ଚଳାଇଥିଲା ଆଖିବୁଜା ଗୁଳି, ୯ ମୃତ୍ୟୁ

    ଅଷ୍ଟ୍ରିଆର ଦ୍ୱିତୀୟ ବୃହତ୍ତମ ସହର ଗ୍ରାଜର ଏକ ସ୍କୁଲରେ ଗୁଳିକାଣ୍ଡ ଘଟିଥିବା ରିପୋର୍ଟ ସାମ୍ନାକୁ ଆସିଛି । ଅଷ୍ଟ୍ରିଆର ପ୍ରେସ୍ ଏଜେନ୍ସି APA ରିପୋର୍ଟ ଅନୁଯାୟୀ, ଗ୍ରାଜ ସହରର ମେୟର କହିଛନ୍ତି ଯେ ଏହି ଗୁଳିକାଣ୍ଡରେ ୭ ଜଣ ଛାତ୍ରଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି।

    ସୂଚନା ଅନୁଯାୟୀ, ସ୍କୁଲର ଜଣେ ଛାତ୍ର ବନ୍ଧୁକ ଧରି ସେଠାରେ ପହଞ୍ଚିଲା ଏବଂ ଯାହାକୁ ଦେଖିଲା ସେ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଦେଲା। ଏହା ପରେ ଛାତ୍ର ଜଣକ ଶୌଚାଳୟକୁ ଯାଇ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲା । ପୋଲିସ କହିଛି ଯେ ସେମାନେ ସକାଳ ୧୦ଟା (ସ୍ଥାନୀୟ ସମୟ) ରେ ସୂଚନା ପାଇଥିଲେ ଏବଂ କିଛି ସମୟ ପରେ ସ୍କୁଲ କୋଠା ଭିତରୁ ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ମିଳିଥିଲା।

    ସ୍ଥାନୀୟ ପୋଲିସ ଲୋକମାନଙ୍କୁ ସେହି ଅଞ୍ଚଳରୁ ଦୂରେଇ ରହିବାକୁ ଏବଂ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦେଇଛି। ପୋଲିସ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଛି ଯେ ସ୍କୁଲକୁ ଖାଲି କରାଯାଇଛି ଏବଂ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସେ ଆହୁରି କହିଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ବର୍ତ୍ତମାନ କୌଣସି ବିପଦ ନାହିଁ। ଅଷ୍ଟ୍ରିଆର ଗ୍ରାଜ୍ ସହର ଦେଶର ଦକ୍ଷିଣ-ପୂର୍ବରେ ଅବସ୍ଥିତ ଏବଂ ଏହାର ଜନସଂଖ୍ୟା ପ୍ରାୟ ୩୦୦,୦୦୦ ।

    ରିପୋର୍ଟ ଅନୁଯାୟୀ, ଗ୍ରାଜ୍ ସହରର ମେୟର ଏଲକେ କାହର କହିଛନ୍ତି ଯେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ୭ ଜଣ ଛାତ୍ର, ଜଣେ ସ୍କୁଲ କର୍ମଚାରୀ ଏବଂ ଗୁଳି ଚଳାଇଥିବା ଅପରାଧୀ ସାମିଲ । ସ୍କୁଲ ଗୁଳିକାଣ୍ଡର ତଦନ୍ତ ଦାୟିତ୍ୱ ସ୍ପେଶାଲ୍ ଟାସ୍କ ଫୋର୍ସକୁ ଦିଆଯାଇଛି। ଅଷ୍ଟ୍ରିଆର ଗୃହମନ୍ତ୍ରୀ ମଧ୍ୟ ଗ୍ରାଜ୍ ସହର ଅଭିମୁଖେ ଯାଇଛନ୍ତି। ପୋଲିସ ଲୋକମାନଙ୍କୁ ଶାନ୍ତ ରହିବା ଏବଂ ଗୁଜବରୁ ଦୂରେଇ ରହିବାକୁ ନିବେଦନ କରିଛି। ପୋଲିସ କହିଛି ଯେ କିଛି ଲୋକ ମଧ୍ୟ ଆହତ ହୋଇଛନ୍ତି, ଯେଉଁମାନେ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

  • ଦିଲ୍ଲୀର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ଉଚ୍ଚକୁ ଉଠିଲା ନିଆଁ, କୋଠାରୁ ଡେଇଁ ପଡ଼ି ବାପା ସମେତ ଦୁଇ ପିଲାଙ୍କ ମୃତ୍ୟୁ

    ଦିଲ୍ଲୀର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ଉଚ୍ଚକୁ ଉଠିଲା ନିଆଁ, କୋଠାରୁ ଡେଇଁ ପଡ଼ି ବାପା ସମେତ ଦୁଇ ପିଲାଙ୍କ ମୃତ୍ୟୁ

    ଦିଲ୍ଲୀର ଦ୍ୱାରକା ସେକ୍ଟର-୧୩ରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଆପାର୍ଟମେଣ୍ଟର ସପ୍ତମ ମହଲାରେ ଘଟିଛି। ୮ଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ପହଞ୍ଚିଛି। ଏହି ଦୁର୍ଘଟଣାରେ ତିନି ଜଣଙ୍କର ଜୀବନ ଯାଇଛି। କୋଠାରୁ ଡେଇଁ ପଡ଼ି ବାପା ସମେତ ଦୁଇ ପିଲାଙ୍କ ମୃତ୍ୟୁ ହୋଇଛି। କୋଠାରେ ନିଆଁ ଲିଭାଇବା କାର୍ଯ୍ୟ ଏବେ ବି ଜାରି ରହିଛି।

    ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟଣା ଆତଙ୍କ ସୃଷ୍ଟି କରିଥିଲା। ସମ୍ପୂର୍ଣ୍ଣ ଆପାର୍ଟମେଣ୍ଟକୁ ଶୀଘ୍ର ଖାଲି କରାଯାଇଥିଲା। ଏହା ସତ୍ତ୍ୱେ, କିଛି ଲୋକ ଫସି ରହିଥିବା ସମ୍ଭାବନା ରହିଛି। ଏହି ଦୁର୍ଘଟଣାରେ ଦୁଇ ପିଲାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏକ ପୋଲିସ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।

    ଆପାର୍ଟମେଣ୍ଟରେ ରହୁଥିବା ଲୋକମାନେ ସେମାନଙ୍କ ଜିନିଷପତ୍ର ପୋଡ଼ି ଯିବା ନେଇ ଚିନ୍ତିତ। ନିଆଁର ନିଆଁ ବହୁତ ଦୂରରୁ ଉଠିଥିବା ଦେଖାଯାଇଛି। ନିଆଁ ଦ୍ରୁତ ଗତିରେ ଅନ୍ୟ ମହଲାକୁ ମଧ୍ୟ ବ୍ୟାପିବାରେ ଲାଗିଛି। ଏପରି ପରିସ୍ଥିତିରେ, କୋଠାର ଅନ୍ୟ ମହଲାରେ ଥିବା ଲୋକମାନେ ଏବଂ ନିକଟବର୍ତ୍ତୀ କୋଠାରେ ଥିବା ଲୋକମାନେ ମଧ୍ୟ ଭୟଭୀତ ଯେ ଏହି ନିଆଁ ସେମାନଙ୍କ ଘରକୁ ମଧ୍ୟ ପୋଡ଼ି ଦେଇପାରେ।

    ଅନ୍ୟପକ୍ଷରେ, ରବିବାର ବିଳମ୍ବିତ ରାତିରେ ଦିଲ୍ଲୀର ଦିଲଶାଦ ଗାର୍ଡେନରେ ଅଗ୍ନିକାଣ୍ଡ ଘଟିଥିବା ଘଟଣା ସାମ୍ନାକୁ ଆସିଥିଲା । ଦିଲଶାଦ ଗାର୍ଡେନର କୋଡି କଲୋନୀରେ ଏକ ଇ-ରିକ୍ସା ଚାର୍ଜ କରିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ଜୀବନ ଯାଇଥିଲା । ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଜଣେ ୨୪ ବର୍ଷୀୟ ଯୁବକ ଏବଂ ଜଣେ ୬୦ ବର୍ଷୀୟ ବୃଦ୍ଧ ସାମିଲ ଥିଲେ ।

  • କ୍ରସର ମାଲିକ ଖୋଲୁଛି ପେଡି: ଜେଲରେ ଧୀମାନ ଚକମା

    କ୍ରସର ମାଲିକ ଖୋଲୁଛି ପେଡି: ଜେଲରେ ଧୀମାନ ଚକମା

    ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରପଡ଼ିଥିବା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ୍‌ ଚକ୍‌ମା‌ ସୋମବାର ଗିରଫ ହୋଇ ଏବେ ଜେଲ ଯାଇଛନ୍ତି | ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କ‌ା ଲାଞ୍ଚ ନେବାବେଳେ ମାଡି ବସିଥିଲା ଭିଜିଲାନ୍ସ | ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଭବାନୀପାଟଣା ଜେଲ୍‌କୁ ପଠାଇ ଦିଆଯାଇଛି। ରବିବାର ରାତି ପ୍ରାୟ ୧୨ଟାରେ ଧୀମାନ୍‌ଙ୍କୁ ଧର୍ମଗଡ଼ରୁ ଭବାନୀପାଟଣା ଭିଜିଲାନ୍ସ ଅଫିସକୁ ଅଣାଯାଇଥିଲା। ଆଜି ଦିନ ତମାମ୍‌ ମାରାଥନ୍‌ ଜେରା କରାଯାଇଥିଲା। ଦିନ ୨ଟାରେ ଭିଜିଲାନ୍ସ ସେଲ୍‌ ଏସ୍‌ପି ଏମ୍‌ ରାଧାକ୍ରିଷ୍ଣନ୍ ସାମ୍ବାଦିକ ସମ୍ମିଳନୀ କରି ଉପଜିଲ୍ଲାପାଳ ଧୀମାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ସୂଚନା ଦେଇଥିଲେ।

    ଏସ୍‌ପି କହିଥିଲେ, ଉପଜିଲ୍ଲାପାଳ ଧୀମାନ୍‌ ଚକମା ୧୦ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଚଢ଼ଉ ହୋଇଥିଲା। ଏହା ସହିତ ତନଖି ବେଳେ ତାଙ୍କ ସରକାରୀ ବାସଭବନରୁ ୪୭ଲକ୍ଷ ୪୭ ହଜାର ୬୦୦ ଟଙ୍କା ଜବତ ହୋଇଥିଲା। ସମୁଦାୟ ୫୭ ଲକ୍ଷ ୪୬ ହଜାର ୬୦୦ ଟଙ୍କା ଜବତ ହୋଇଥିବା ଏସ୍‌ପି କହିଥିଲେ। ଅଭିଯୋଗକାରୀଙ୍କ ନାମ ଗୁପ୍ତ ରଖାଯାଇଛି। ତେବେ ସେ ଜଣେ କ୍ରସର୍‌ ମାଲିକ ବୋଲି ସୂଚନା ଦେଇଥିଲେ। ସୋମବାର ଭିଜିଲାନ୍ସର ଏକ ଟିମ୍‌ ପୁଣି ଧର୍ମଗଡ଼ ଯାଇ ଉପଜିଲ୍ଲାପାଳଙ୍କ ଅଫିସ୍‌ରେ ଛାନ୍‌ଭିନ୍‌ କରିଥିଲେ। ସେମାନେ ବହୁ କାଗଜପତ୍ର ଜବତ କରିଛନ୍ତି। ଏହାଛଡ଼ା କର୍ମଚାରୀମାନଙ୍କ ସହ ବି ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ଭିଜିଲାନ୍ସ କେସ୍ ନମ୍ବର ୬/୨୦୨୫ ରୁଜୁ କରିଥିଲା।

  • ସ୍ତ୍ରୀର ଶିଳପୂଆ ମାଡରେ ଆଖିବୁଜିଲା ସ୍ୱାମୀ

    ସ୍ତ୍ରୀର ଶିଳପୂଆ ମାଡରେ ଆଖିବୁଜିଲା ସ୍ୱାମୀ

    କେନ୍ଦୁଝର ଜିଲ୍ଲା ଯୋଡା ସହରର ୱାର୍ଡ ନଂ ୧ର ତଲକ୍ ହାଟିଂ ରେ ସ୍ତ୍ରୀର ଶିଳପୁଆ ମାଡରେ ସ୍ବାମୀ ର ମୃତ୍ୟୁ ଘଟି ଥିବା ଘଟଣାରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ସ୍ତ୍ରୀ କୁ ଗିରଫ କରିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ଶନିବାର ସନ୍ଧ୍ୟା ସମୟରେ ସ୍ବାମୀ କେନ୍ଦୁଆ ଲୋହାର ତାଙ୍କ ସ୍ତ୍ରୀ ଲେମ୍ବ ଲୋହ।ର ସହିତ କଳହ ହୋଇଥିଲା ।ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ତ୍ରୀ ଲେମ୍ବ ଘରେ ଥିବା ଶିଳପୂଆ ରେ ସ୍ବାମୀ ର ମୁଣ୍ଡକୁ ପ୍ରହ।ର କରିଥିଲ। ।ରକ୍ତ ଯୁଡୁବୁଡୁ ଅବସ୍ଥାରେ ରାତି ସମୟରେ ତାଙ୍କୁ ପ୍ରଥମେ କମାର ଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିଲେ ।ଅବସ୍ଥା ସଙ୍କଟପନ୍ନ ହେବାରୁ ପରେ କେନ୍ଦୁଝର ଓ ସେଠାରୁ କଟକ ଡାକ୍ତର ଖାନ।କୁ ସ୍ଥାନାନ୍ତର କରାଯାଇଥିଲା ।

    ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀର ମୃତ୍ୟୁ ଘଟିଥିଲା । ଯୋଡା ପୋଲିସ ସୋମବାର ସାଇନ୍ଟିଫିକ ଟିମ୍ ସହିତ ଅଭିଯୁକ୍ତ ଘରକୁ ଯାଇ ଆକ୍ରମଣରେ ବ୍ୟବହୃତ ହୋଇଥିବା ଶିଳପୁଆ ଓ ଅନ୍ୟାନ୍ୟ ପ୍ରମାଣ ଓ ରକ୍ତ ନମୁନା ସଂଗ୍ରହ କରିବା ସହିତ ଅଭିଯୁକ୍ତ ସ୍ତ୍ରୀ ଲେମ୍ବ ଲୋହାରକୁ ଗିରଫ କରି କେସ ନଂ ୧୪୭/୨୫ ରେ ହତ୍ୟା ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବା ଆଇଆଇସି ସୁଶାନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।