Category: ମୁଖ୍ୟ ଖବର

  • ୨୦୦୦ ଟଙ୍କାର ନୋଟ ଥିଲେ ଶୀଘ୍ର ବଦଳାଇ ନିଅନ୍ତୁ

    ୨୦୦୦ ଟଙ୍କାର ନୋଟ ଥିଲେ ଶୀଘ୍ର ବଦଳାଇ ନିଅନ୍ତୁ

    ଇତିହାସ ହେବାକୁ ଯାଉଛି ୨୦୦୦ ଟଙ୍କିଆ ନୋଟ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୦୦ ଟଙ୍କିଆ ନୋଟ ବଜାରରୁ ଉଠାଇ ନେବାକୁ ହେଇଛି ବଡ ନିଷ୍ପତ୍ତି। ଏନେଇ ଶୁକ୍ରବାର ରାତିରେ ଆରବିଆଇ ଘୋଷଣା କରିଛି। ଏହି ଘୋଷଣା ପରେ ୨୦୦୦ ଟଙ୍କିଆ ନୋଟ ଗଚ୍ଛିତ କରି ରଖିଥିବା ବ୍ୟକ୍ତିଙ୍କ ମୁଣ୍ଡରେ ଚଡକ ପଡିଥିବ। ତେବେ ଏହି ନୋଟର ପ୍ରଚଳନ ବଜାରରେ ନ ହେଲେ ମଧ୍ୟ ଏହାକୁ ବଦଳାଯାଇପାରିବ।

    ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ ଉଠାଇ ନେବାକୁ ଘୋଷଣା କରିଥିଲେ ମଧ୍ୟ ଏହି ଟଙ୍କାକୁ ବଦଳାଇବାକୁ ଦେଇଛି ମହଲତ।  ମେ ୨୩ ତାରିଖରୁ ନିଜ ପାଖରେ ୨୦୦୦ ଟଙ୍କିଆ ନୋଟ ଥିଲେ ଏହାକୁ ବ୍ୟାଙ୍କକୁ ଯାଇ ବଦଳାଇବାର ପ୍ରାବଧାନ ମଧ୍ୟ ରହିଛି। ମେ ୨୩ରୁ ସେପ୍ଟମ୍ବର ଶେଷ ତାରିଖ ସୁଦ୍ଧା ଯେକୌଣସି ବ୍ୟାଙ୍କକୁ ଯାଇ ବଦଳାଇ ହେବ। ତେବେ ଏଥିରେ ରହିଛି ଏକ ସର୍ତ୍ତ। ଜଣେ ବ୍ୟକ୍ତି ଏକକାଳୀନ ୨୦,୦୦୦ ପର୍ଯ୍ୟନ୍ତ ବଦଳାଇପାରିବେ। 

    ୨୦୧୬ ନୋଟବନ୍ଦୀ ପରେ ରିଜର୍ଭ ବ୍ୟାଙ୍କ ବଜାରକୁ ୨୦୦୦ ଟଙ୍କିଆ ନୂଆ ନୋଟର ଚଳନି ଆରମ୍ଭ କରିଥିବା ବେଳେ ୨୦୧୮-୨୦୧୯ରେ  ବଜାରକୁ ୩୩ ହଜାର ୬୩୦ଲକ୍ଷ ୨ହଜାରଟି ଟଙ୍କିଆ ନୋଟ ବା ଛଡା ଯାଇଥିଲା, ଯାହାର ମୂଲ୍ୟ ୬.୭୨ ଲକ୍ଷ କୋଟି ଟଙ୍କା ଥିଲା।  ନୋଟ ବନ୍ଦୀ ପରେ ସରକାର ଦ୍ୱାରା ତରବରିଆ ଭାବେ ଏହି ନୋଟ ପ୍ରଚଳନ କରାଯାଇ ଏହା ନକଲି ଓ କଳାବଜାରୀ ରୋକିବାରେ ସହାୟକ ହେବ ବୋଲି କୁହାଯାଇଥିଲା।

    କିନ୍ତୁ ଯେତିକି ଟଙ୍କା ବଜାରକୁ ଛଡାଗଲା, ତାହାର ଦର୍ଶନ ସାଧାରଣ ଲୋକଙ୍କୁ ମିଳିନଥିଲା। କାରଣ ୨୦୧୮-୨୦୧୯ରୁ ଏହି ଶ୍ରେଣୀର ମୁଦ୍ରଣ ବନ୍ଦ କରାଯାଇଥିଲା। ସେହିପରି ୨୦୨୦ରେ ମଧ୍ୟ ଏହି ଶ୍ରେଣୀର ନୋଟର ମୁଦ୍ରଣ ହୋଇ ନ ଥିବା, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ୨୦୨୧ରେ ଲୋକସଭାରେ  ସୂଚନା ଦେଇଥିଲେ ।

    ରିଜର୍ଭ ବ୍ୟାଙ୍କ ମଧ୍ୟ ତାର ବାର୍ଷିକ ରିପୋର୍ଟରେ ସ୍ପଷ୍ଟ କରିଥିଲା କି ୨୦୧୮ ପରଠାରୁ ଏହି ଶ୍ରେଣୀର ନୋଟ ଛପା ଯାଇନାହିଁ। ଟଙ୍କା ଯେମିତି ବଜାରକୁ ଆସିଥିଲା ସେମିତି ହଜିଗଲା। ଅନେକ ଏହି ନୋଟର ଦର୍ଶନ ମଧ୍ୟ ପାଇ ନ ଥିଲେ। ସରକାର କଳାବଜାରୀ, ଦୁର୍ନୀତି ରୋକିବାକୁ ଏହାର ପ୍ରଚଳନ କରିଥିବା କହିଥିଲେ ମଧ୍ୟ ଏହି ଶ୍ରେଣୀର ନୋଟରେ ହୋଇଛି ସର୍ବାଧିକ ଘୋଟାଲା। କାରଣ ୧୦୦ ଟଙ୍କିଆ ୨୦ଟି ନୋଟ ବା ୫୦୦ ଟଙ୍କାର ୪ଟି ନୋଟର ସ୍ଥାନ ନେଇଥିଲା ଗୋଟିଏ ୨୦୦୦ଟଙ୍କାର ନୋଟ, ଯାହାକୁ ଗଚ୍ଛିତ କରିବା ସହଜ ଥିଲା। ଏହା ଇଡିର ରେଡ ସମୟରେ ବିଭିନ୍ନ ଧନୀକ, ରାଜନେତା, ଅଧିକାରୀଙ୍କ ଘରୁ ଜବତ ଟଙ୍କାରୁ ଜଣାପଡିଛି। ଟେବୁଲ ତଳ କାମ ପାଇଁ ୨୦୦୦ ଟଙ୍କା ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି।

  • ମାତ୍ର ୧୦୦ ଘଣ୍ଟାରେ ୧୧୨ କିଲୋମିଟର ରାସ୍ତା ନିର୍ମାଣ କରି ଭାରତ କରିଛି ବିଶ୍ବରେକର୍ଡ

    ମାତ୍ର ୧୦୦ ଘଣ୍ଟାରେ ୧୧୨ କିଲୋମିଟର ରାସ୍ତା ନିର୍ମାଣ କରି ଭାରତ କରିଛି ବିଶ୍ବରେକର୍ଡ

    ଉତ୍ତର ପ୍ରଦେଶର ଗାଜିଆବାଦ-ଅଲିଗଡ ଏକ୍ସପ୍ରେସୱେ ମାତ୍ର ୧୦୦ ଘଣ୍ଟାରେ ୧୦୦ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ତେଣୁ, ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧୀକରଣ ନାମରେ ଆଉ ଏକ ନୂଆ ରେକର୍ଡ ଯୋଡି ହୋଇଛି କହିଲେ କିଛି ଭୁଲ ହେବନି । ଏହା ଏକ ବିଶ୍ବରେକର୍ଡ କହିଲେ କିଛି ଭୁଲ ହେବନି । ରେକର୍ଡ ମୁତାବକ ୧୦୦ ଘଣ୍ଟାରେ ସମୁଦାୟ ୧୧୨ କିଲୋମିଟର ରାସ୍ତା ନିର୍ମାଣ କରାଯାଇ ପାରିଛି । ତେଣୁ ଏବେ ଏହି କିର୍ତ୍ତୀକୁ ନେଇ ସବୁଠି ଚର୍ଚ୍ଚା । ଆପଣଙ୍କୁ ଏଠାରେ ଜଣାଇ ଦେଉଛୁ, ଏହା ପୂର୍ବରୁ ୧୦୫ ଘଣ୍ଟାରେ ମୋଟ ୭୫ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିଲା ।

    ଏବେ ଭାରତ ଯେଉଁ ରେକର୍ଡ ଅଧିକାରୀ ହୋଇଛି ତାହା ପୂର୍ବରୁ କେବେ ହୋଇନାହିଁ । ଗାଜିଆବାଦ-ଅଲିଗଡ ଏକ୍ସପ୍ରେସୱେର କାମ ମେ ମାସ ୧୫ ତାରିଖରେ ଆରମ୍ଭ ହୋଇଥିବା ବେଲେ ମେ ୧୯ ତାରିଖରେ ଏହା ସମାପ୍ତ ହୋଇଛି । ଏହି ରାସ୍ତାକୁ ୬ ଲେନ ବିଶିଷ୍ଟ କରାଯାଇଛି । ଏବେ ଆସନ୍ତୁ ଜାଣିବା ଏଥିରେ କେତେ ଜଣ ଲୋକ ଲାଗିଥିଲେ । ବାସ୍ତବରେ ଗାଜିଆବାଦ-ଅଲିଗଡ ରାସ୍ତା ନିର୍ମାଣ ପାଇଁ ୬ଟି ହାଟାମିକ୍ସ ପ୍ଲାଣ୍ଟ, ୧୫ଟି ସେନସର ପାୱାର ଓ ୨୦୦୦ ଲୋକ ନିୟୋଜିତ ଥିଲେ । ଏହା ବ୍ୟତୀତ ୨୫୦ ଜଣ ଇଂଜିନିୟର ମଧ୍ୟ ଏହି କାମରେ ନିୟୋଜିତ ହୋଇଥିଲେ । ମୋଟ ୨୨୫୦ ଜଣ କର୍ମଚାରୀ ଓ ଅଧିକାରୀ ଅକ୍ଲାନ୍ତ ପରିଶ୍ରମ କରି ଏହି କାର୍ଯ୍ୟକୁ ଶେଷ କରିପାରିଛନ୍ତି ।

  • ସାବିତ୍ରୀ’ରେ ଚାଲିଗଲା ସ୍ୱାମୀର ଜୀବନ, ଚଢ଼ିଗଲା ବୋଲେରୋ

    ସାବିତ୍ରୀ’ରେ ଚାଲିଗଲା ସ୍ୱାମୀର ଜୀବନ, ଚଢ଼ିଗଲା ବୋଲେରୋ

    ଆଜି ସାବିତ୍ରୀ ଅମାବାସ୍ୟା । ସ୍ୱାମୀଙ୍କ ଦୀର୍ଘାୟୁ ଜୀବନ କାମନା କରି ସ୍ତ୍ରୀ ବ୍ରତ ପାଳିଛନ୍ତି । ସବୁଠି ଖୁସିର ମାହୋଲ । ଶଙ୍ଖାସିନ୍ଦୁର, ଚନ୍ଦର,ଫଳଫୁଲ ନେଇ କିଏ ମନ୍ଦିରରେ ତ ଆଉ କିଏ ଘରେ ପୂଜା କରିଛନ୍ତି । ଏ ଖୁସିର ମାହୋଲ ଭିତରେ ଯଦି ପତ୍ନୀର ମଥାର ସିନ୍ଦୂର ଲିଭିଯାଏ, ସ୍ୱାମୀଙ୍କୁ ଅପେକ୍ଷା କରିଥିବା ସ୍ତ୍ରୀର ଚୁଡ଼ି ଯଦି ଭାଙ୍ଗିଯାଏ ତାହେଲେ …।

    ହଁ ବେଳେବେଳେ ଦୁଃଖ ଏମିତି ଆସିଥାଏ । ହସୁଥିବା ଚେହେରା ହଠାତ୍ ମଳିନ ପଡ଼ିଯାଏ । ଆଖିରେ ଧାରଧାର ଲୁହ ଆସେ । କୋହ ସମ୍ଭାଳିପାରେନି ସ୍ତ୍ରୀ । ଏମିତି ଏକ ହୃଦୟ ବିଦାୟକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା-ଭରସୁଜା ରାସ୍ତାରେ । ମହିଳାଙ୍କ ସ୍ୱାମୀ, ଭାଇ ଓ ଭାଇଙ୍କ ସାଙ୍ଗ ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି ।

    ସ୍ୱାମୀ ଘରେ ବହଞ୍ଚିଥିଲେ ବ୍ରତ ଭାଙ୍ଗିଥାଆନ୍ତେ ପତ୍ନୀ । କିନ୍ତୁ ସବୁ ବିଧାତାର ଖେଳ, ଘରକୁ ଆସିଲା ଦୁଃଖଦ ଖବର । ଫେରୁଥିବା ବେଳେ ବୋଲେରୋ ଚଢ଼ି ଚାଲିଗଲା ସ୍ୱାମୀଙ୍କ ଜୀବନ । ସାବିତ୍ରୀରେ ଲିଭିଗଲା ସଧବାଙ୍କ ସିନ୍ଦୂର । ବୋଲେରୋ ଦୁର୍ଘଟଣାରେ ୩ ଜୀବନ ଚାଲିଗଲା । ଆଜି ସାବିତ୍ରୀ ବ୍ରତ ଥିବାରୁ ପୂଜା କରିଥିଲେ ସଦେଇପାଲି ଗାଁର ତୁଳସୀରାମ ପଟେଲଙ୍କ ସ୍ତ୍ରୀ । ଆଉ ବାପ ଘର ରୋତ ଗାଁକୁ ବୁଲିବା ପାଇଁ ଯାଇଥିବା ସ୍ୱାମୀଙ୍କ ଫେରିବା ବାଟକୁ ଅନାଇ ବସିଥିଲେ । ଭାଇ ରାଜେଶ ପଟେଲ ଓ ତାଙ୍କ ସାଙ୍ଗ କୁଶଙ୍ଗ ଗାଁର ସୁରଞ୍ଜନ ପଟେଲ ସହ ତୁଳସୀରାମ ବାଇକ୍‌ରେ ଘରକୁ ଫେରୁଥିବା ବେଳେ କରକାଚିଆ ଛକରେ ଦୁର୍ଘଟଣାରେ ସମ୍ମୁଖୀନ ହେଲେ।

    ଆଗରୁ ଦ୍ରୁତ ଗତିରେ ଆସୁଥିବା ବୋଲେରୋ ତୁଳସୀରାମଙ୍କ ବାଇକ୍‌ ଉପରେ ଚଢ଼ିଗଲା । ସେଠାରେ ୩ ଜଣ ରାସ୍ତାରେ ଗୁରୁତର ହୋଇ ପଡ଼ିଥିଲେ । ବିଦ୍ୟୁତ ମରାମତି କରୁଥିବା କର୍ମଚାରୀମାନେ ଉଦ୍ଧାର କରି ଲୋଇସିଂହା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର କିନ୍ତୁ ତିନିଜଣଙ୍କୁ ମୃତ ଘୋଷଣା କରିଥିଲେ । ଲୋଇସିଂହା ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସାବିତ୍ରୀରେ ସ୍ୱାମୀର ଦୀର୍ଘାୟୁ କାମନା କରି ବ୍ରତ ପାଳୁଥିବା ସ୍ତ୍ରୀ ଶେଷରେ ବିଧବା ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

  • ସିମକାର୍ଡରେ ପାକିସ୍ତାନ ଲିଙ୍କ୍ ମାମଲା, ଲାଗିବ ଦେଶଦ୍ରୋହ ଅପରାଧ ଦଫା

    ସିମକାର୍ଡରେ ପାକିସ୍ତାନ ଲିଙ୍କ୍ ମାମଲା, ଲାଗିବ ଦେଶଦ୍ରୋହ ଅପରାଧ ଦଫା

    ଓଡ଼ିଶା ସିମକାର୍ଡରେ ପାକିସ୍ତାନ ଲିଙ୍କ୍ ରହିଛି । ଏନେଇ ସ୍ପେଶାଲ ଟାସ୍କ ଫୋର୍ସକୁ ସାଂଘାତିକ ତଥ୍ୟ ମିଳିଛି । ତେଣୁ ତନାଘନା ଚଳାଇଛି ଏସଟିଏଫ୍ । ଏହି ମାମଲାରେ ମାଷ୍ଟରମାଇଣ୍ଡ ଥିବା ପଠାଣି ସାମନ୍ତ ଲେଙ୍କା ବିରୋଧରେ ଦେଶଦ୍ରୋହ ଅପରାଧ ଦଫା ଲାଗିବ ବୋଲି STF ପକ୍ଷରୁ ସୂଚନା ଦିଆଯାଇଛି ।

    ଆସନ୍ତାକାଲିଠାରୁ ପଠାଣି ସାମନ୍ତ ଲେଙ୍କା ରିମାଣ୍ଡରେ ଯିବ । ୫ ଦିନିଆ ରିମାଣ୍ଡରେ ନେଇ ଆତଙ୍କୀ ଲିଙ୍କ୍ ବାବଦରେ ଖୋଳତାଡ଼ କରିବ ଏସଟିଏଫ୍ । ଦିଲ୍ଲୀ,ରାଜସ୍ଥାନ, ଗୁଜରାଟ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଜାଲ ବିଛାଇଥିଲା ପଠାଣି ସାମନ୍ତ । ଆଇଏସଆଇ ଏଜେଣ୍ଟଙ୍କ ସମ୍ପର୍କରେ ଥିବା ନେଇ ସୂଚନା ମିଳିଛି । ଆତଙ୍କବାଦୀଙ୍କ ସହ ଲିଙ୍କ୍ ରଖିବାକୁ କେଉଁ କେଉଁ ଅଞ୍ଚଳରୁ ସିମକାର୍ଡ କିଣା ହୋଇଥିଲା । ସେ ନେଇ ତଦନ୍ତ ଜାରି ରଖିଛି ସ୍ପେଶାଲ ଟାସ୍କ ଫୋର୍ସ । ପୂର୍ବରୁ ପଠାଣିଙ୍କ ବିରୋଧରେ ଅଫିସିଆଲ ଡାଟା ଲିକ୍ ନେଇ ଜଲପାଇଗୁଡ଼ି ଥାନାରେ ଅଭିଯୋଗ ହୋଇଥିଲା ।

    ପୂର୍ବରୁ ମଧ୍ୟ ପାକିସ୍ତାନ ଲିଙ୍କ୍ ନେଇ ଅନେକ ମାମଲା ଆସିଛି । ବିଭିନ୍ନ ରାଜ୍ୟରେ ଅଧିକାରୀ, ଦଲାଲମାନେ ସାମାନ୍ୟ ଅର୍ଥ ଲୋଭରେ ଦେଶର ଗୁପ୍ତ ତଥ୍ୟ ଦେବାକୁ ପଛାଇ ନାହାଁନ୍ତି । ବିଭିନ୍ନ ସ୍ଥାନର ଦୁର୍ବଳତା, ସେନା ଏବଂ ପୋଲିସର ପଦକ୍ଷେପ ସହ ଅନନ୍ୟା ଗୁପ୍ତ ତଥ୍ୟ ଦେଇଥିବା ଜଣାପଡ଼ିଛି । ବିଳମ୍ବଳରେ ହେଲେ ମଧ୍ୟ ସେମାନଙ୍କୁ ଗିରଫ କରାଯାଇଛି । ଏବେ ସିମ୍ କାର୍ଡରେ ପାକିସ୍ତାନ ଲିଙ୍କ୍ ଥିବାରୁ ସମସ୍ତଙ୍କ ମନରେ ଛନକା ପଶିଛି ।

  • ମୋଦୀଙ୍କୁ ପୂର୍ବରୁ ଆମେରିକାରେ ଭାଷଣ ଦେବେ ରାହୁଲ, ସାଣ୍ଟା କ୍ଲାରାରେ ଖୋଲିବେ ପ୍ରେମର ଦୋକାନ

    ମୋଦୀଙ୍କୁ ପୂର୍ବରୁ ଆମେରିକାରେ ଭାଷଣ ଦେବେ ରାହୁଲ, ସାଣ୍ଟା କ୍ଲାରାରେ ଖୋଲିବେ ପ୍ରେମର ଦୋକାନ

    କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆମେରିକା ଗସ୍ତର କାର୍ଯ୍ୟକ୍ରମ ପରିବର୍ତ୍ତନ କରାଯାଇଛି । ରାହୁଲ ଗାନ୍ଧୀ ତାଙ୍କର ୧୦ ଦିନିଆ ଆମେରିକା ଯାତ୍ରା ମେ ୨୮ ତାରିଖରୁ ଆରମ୍ଭ କରିବ । ଏହାପୂର୍ବରୁ ତାଙ୍କର ମେ ୩୧ ତାରିଖରେ ଆମେରିକା ଗସ୍ତ କରିବାର ଥିଲା । ରାହୁଲ ଗାନ୍ଧୀ ମେ ୨୯-୩୦ ତାରିଖରେ ଷ୍ଟାନଫୋର୍ଡ ୟୁନିଭରସିଟିରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ପ୍ରବାସୀ ଭାରତୀୟଙ୍କୁ ସାକ୍ଷାତ କରିବେ ।

    ରାହୁଲ ଗାନ୍ଧୀ ମେ ୩୦ରେ କାଲିଫର୍ଣ୍ଣିଆର ସାଣ୍ଟା କ୍ଲାରାରେ ଏକ ପ୍ରେମର ଦୋକାନ ଖୋଲିବାକ କାର୍ଯ୍ୟକ୍ରମ ରହିଛି । ରାହୁଲ ଗାନ୍ଧୀଙ୍କ ଏହି କାର୍ଯ୍ୟକ୍ରମର ନାମ ମୋହବତ୍ କି ଦୁକାନ୍ ରଖାଯାଇଛି । ଏହାର ପୋଷ୍ଟର ମଧ୍ୟ ଜାର କରାଯାଇଛି ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଗସ୍ତ ଅନୁଷ୍ଠିତ ହେଉଛି । ପିଏମ ମୋଦୀ ୨୨ ଜୁନରେ ଆମେରିକା ଗସ୍ତରେ ଯାଉଛନ୍ତି । ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ହ୍ବାଇଟ ହାଉସରେ ରାତ୍ରୀ ଭୋଜନ କାର୍ଯ୍ୟକ୍ରମ ରହିଛି । ବୈଦେଶିକ ମନ୍ତ୍ରଣାଳୟ ଗତ ସପ୍ତାହରେ ଏକ ବିବୃତ୍ତି ଜାରି କରି ଏ ସମ୍ପର୍କରେ ସୂଚନା ଦେଇଥିଲେ ।

    ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚରେ ରାହୁଲ ଗାନ୍ଧୀଙ୍କ ଲଣ୍ଡନ ଗସ୍ତ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ରାହୁଲ ଗାନ୍ଧୀ ଭାରତ ସରକାରଙ୍କୁ ସମାଲୋଚନା କରିବା ସହ ଦେଶରେ ଗଣତନ୍ତ୍ର ପ୍ରତି ବିପଦ ଥିବା କହିଥିଲେ । ଯାହାକୁ ନେଇ ବିଜେପି ରାହୁଲଙ୍କୁ ଅଯଥାରେ ଘେରିଥିଲା ।

    କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଭାଷଣ ଦେଇ ରାହୁଲ ଗାନ୍ଧୀ କହିଥିଲେ ଯେ, ସମସ୍ତଙ୍କୁ ଏହା ଜଣା ଯେ ଭାରତୀୟ ଗଣତନ୍ତ୍ର ଚାପରେ ରହିଛି ଏବଂ ବାରମ୍ବାର ଆକ୍ରମଣର ଶିକାର ହେଉଛି । ମୁଁ ଭାରତରେ ବିରୋଧୀ ଦଳର ନେତା, ଆମେ ସେହି ବିରୋଧୀର ସ୍ଥାନ ଖୋଜୁଛୁ। “

    ରାହୁଲ ଗାନ୍ଧୀ ଲଣ୍ଡନରେ କହିଥିଲେ ଯେ, ଆମ ଦେଶରେ ଗତ ନଅ ବର୍ଷ ଧରି ଲୋକଙ୍କ ସ୍ୱର ଅର୍ଥାତ୍ ଗଣମାଧ୍ୟମକୁ ଦମନ କରାଯାଉଛି । ଆମ ଦେଶରେ ସାମ୍ବାଦିକ ମାନେ ଭୟଭୀତ ହୋଇପଡିଛନ୍ତି । ସେମାନଙ୍କୁ ଆକ୍ରମଣ କରାଯିବା ସହିତ ଧମକ ଦିଆଯାଛି । ସେହିପରି ସରକାରଙ୍କ ସପକ୍ଷରେ କହୁଥିବା ସାମ୍ବାଦିକ ମାନଙ୍କୁ ପୁରସ୍କାର ଦିଆଯାଉଛି ।

  • ଦିଲ୍ଲୀରେ ନିର୍ମାଣ ହେବ ଆଉ ଦୁଇଟି ସହର, ୨୦୨୪ ସୁଦ୍ଧା ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା

    ଦିଲ୍ଲୀରେ ନିର୍ମାଣ ହେବ ଆଉ ଦୁଇଟି ସହର, ୨୦୨୪ ସୁଦ୍ଧା ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା

    ନୋଏଡା ଏବଂ ଗ୍ରେଟର ନୋଏଡା କର୍ତ୍ତୃପକ୍ଷ ଆଗାମୀ ତିନି ମାସ ମଧ୍ୟରେ ନ୍ୟୁ ନୋଏଡା ଏବଂ ନ୍ୟୁ ଗ୍ରେଟର ନୋଏଡା ପ୍ରତିଷ୍ଠା ପାଇଁ କାର୍ଯ୍ୟ ଆରମ୍ଭ କରିବେ । ସେମାନେ ଆଗାମୀ ଦୁଇଟି ସହର ପାଇଁ ମାଷ୍ଟରପ୍ଲାନ ଚୂଡାନ୍ତ କରିବେ । ଏହାପରେ ସେମାନେ ଜମି କିଣିବା ଆରମ୍ଭ କରିବେ । ସିଇଓ ରିତୁ ମହେଶ୍ୱରୀ ଜୁଲାଇରୁ କାର୍ଯ୍ୟ ଆରମ୍ଭ କରିବାର ଏକ ସମୟସୀମା ସ୍ଥିର କରିଛନ୍ତି । ଉଭୟ ସହର ପାଇଁ ପୂର୍ବରୁ ବିଜ୍ଞପ୍ତି ଜାରି କରାଯାଇଛି ।

    ନୋଏଡା ଏବଂ ଗ୍ରେଟର ନୋଏଡାରେ ସମ୍ଭାବ୍ୟ ଜମି ଅଭାବ ହେତୁ ଏହି ଦୁଇଟି ସହରର ବିକାଶ କରାଯାଉଛି । ଗ୍ରେଟର ନୋଏଡାରେ କିଛି ଜମି ଖାଲି ଅଛି କିନ୍ତୁ ନୋଏଡା ପ୍ରାୟ ସଂପୂର୍ଣ୍ଣ ବିକଶିତ ହୋଇଛି । ରାଜ୍ୟର ବିକାଶକୁ ନଜରରେ ରଖିବାକୁ ଅଧିକାରୀମାନେ ଏହି ଦୁଇଟି ସହରକୁ ଯୋଜନା କରୁଛନ୍ତି । ଏହି ଦୁଇଟି ସହରରେ ଜମି ମୂଲ୍ୟ ନୋଏଡା ଏବଂ ଗ୍ରେଟର ନୋଏଡା ଠାରୁ କମ୍ ରହିବ ।

    ଦାଦରି ଏବଂ ଖୁର୍ଜାର ଜମି ମଧ୍ୟରେ ନୂଆ ନୋଏଡା ନିର୍ମାଣ ହେବ । ୮୭ଟି ଗ୍ରାମରୁ ଅଧିଗ୍ରହଣ ହୋଇଥିବା ଜମି ବ୍ୟବହାର କରି ନୂଆ ନୋଏଡା କୁହାଯାଉଥିବା ଦାଦ୍ରି-ନୋଏଡା-ଗାଜିଆବାଦ ନିବେଶ ଅଞ୍ଚଳ ନିର୍ମାଣ କରାଯିବ । ଅଧିକାରୀମାନେ ସ୍କୁଲ ଅଫ ଟ୍ରେନିଂ ଆଣ୍ଡ ଆର୍କିଟେକ୍ଟକୁ ବାଛିଛନ୍ତି । ଏହା ସହିତ ଏହାକୁ ମୂଳରୁ ମଜବୁତ କରିବା ପାଇଁ ନୋଏଡା ପ୍ରାଧିକରଣକୁ ଦାୟିତ୍ବ ଦିଆଯାଇଛି ।

    ନ୍ୟୁ ଗ୍ରେଟର ନୋଏଡା ହେଉଛି ଗ୍ରେଟର ନୋଏଡାର ଦ୍ୱିତୀୟ ପର୍ଯ୍ୟାୟ । ଗ୍ରେଟର ନୋଏଡା ପ୍ରାଧିକରଣ ଏହି ପ୍ରକଳ୍ପର ତଦାରଖ କରୁଛନ୍ତି । ଡ୍ରାଫ୍ଟ ପ୍ରସ୍ତୁତ କରିବାକୁ ସେ ଏକ ଘରୋଇ କମ୍ପାନୀକୁ କହିଛନ୍ତି । ଗୌତମ ବୁଦ୍ଧ ନଗର ବ୍ୟତୀତ ହାପୁଡ, ବୁଲନ୍ଦସହର ଏବଂ ଗାଜିଆବାଦର ୧୫୦ଟି ଗ୍ରାମକୁ ନ୍ୟୁ ଗ୍ରେଟର ନୋଏଡାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହାର କ୍ଷେତ୍ରଫଳ ୨୮୦୦୦ ହେକ୍ଟର ରହିବ ।

    କନେକ୍ଟିଭିଟି ଅଭାବ ହେତୁ ଏହି ପ୍ରକଳ୍ପ ବିଳମ୍ବିତ ହୋଇଛି । ବାସ୍ତବରେ, ଗ୍ରେଟର ନୋଏଡା ଏବଂ ନ୍ୟୁ ଗ୍ରେଟର ନୋଏଡା ମଧ୍ୟରେ ଦିଲ୍ଲୀ-ହାଓ୍ବଡା ରେଳ ଲାଇନ ଏବଂ ଜାତୀୟ ରାଜପଥ ୯୧ ଥିଲା । ଟ୍ରାଇସିଟି ଅନୁଯାୟୀ ମାର୍ଚ୍ଚ ୨୦୨୪ ସୁଦ୍ଧା ନ୍ୟୁ ନୋଏଡା ଏବଂ ନ୍ୟୁ ଗ୍ରେଟର ନୋଏଡା ପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।

  • ଆଇଏସ ଦାଏସର ଦମନଲୀଳା, ଯୌନକ୍ରୀତଦାସଙ୍କୁ ବିକ୍ରି କରି କରୁଛନ୍ତି ରୋଜଗାର

    ଆଇଏସ ଦାଏସର ଦମନଲୀଳା, ଯୌନକ୍ରୀତଦାସଙ୍କୁ ବିକ୍ରି କରି କରୁଛନ୍ତି ରୋଜଗାର

    ଏବେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଅମାନବିକତାର ଚରମ ଚିତ୍ର ଦେଖିବାକୁ ମିଳିଛି । ଯାହାକୁ ଦେଖିଲେ ଆପଣ କ୍ରୋଧିତ ହେବା ସହ ଭୟଭୀତ ମଧ୍ୟ ହୋଇଯିବେ । ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ନକହିବା ଭଲ । ମହିଳା ମାନଙ୍କୁ ସମ୍ଭୋଗ ପାଇଁ କ୍ରିତଦାସ ବନାଇ ରଖାଯାଉଛି । ଟ୍ବିଟରରେ ସଫାଇ ଡାରୟା ନାମକ ଜଣେ ମହିଳା ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଅନେକ ତଥ୍ୟ ଉଲ୍ଲେଖ କରିଛନ୍ତି । ସଫାଇ ଲେଖିଛନ୍ତି, ଏହା ଏମିତି ଏକ ବଜାର ଯେଉଁଠାରେ ଇସଲାମିକ ଷ୍ଟେଟର ଦାଏସ, ମହିଳାଙ୍କୁ ଯୌନ କ୍ରିତଦାସ କରି ସେମାନଙ୍କୁ ବିକ୍ରି କରୁଛନ୍ତି ।

    ଭିଡିଓରେ ଦେଖିବାକୁ ମିଳୁଛି, କିଛି ମହିଳା ଧାଡିରେ ଠିଆ ହୋଇଛନ୍ତି ଆଉ ହାତକୁ ଚେନରେ ବନ୍ଧା ହୋଇଛି । ମହିଳାଙ୍କ ପାଦରୁ ମସ୍ତକ ପର୍ଯ୍ୟନ୍ତ ହିଜାବ ରହିଛି । ସେମାନଙ୍କ ମୁହଁ ସେଇମାନେ ଦେଖିପାରିବେ ଯେଉଁମାନେ ତାଙ୍କୁ କିଣିବାକୁ ଚାହିଁବେ । ଏକବିଂଶ ଶତାବ୍ଦୀରେ ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ମହିଳାଙ୍କୁ ଯୌନ ଦାସ ପରି ବ୍ୟବହାର କରନ୍ତି, ଯାହା ଅତ୍ୟନ୍ତ ଘୃଣ୍ୟ ଏବଂ ଭୟଙ୍କର ଅଟେ ।

    ସଫାଇ ଲେଖିଛନ୍ତି, କିନ୍ତୁ ମୁଁ ଆହୁରି ଦୁଃଖିତ ହୁଏ ଯେତେବେଳେ ମୁଁ ଚିନ୍ତା କରେ ପାଶ୍ଚାତ୍ୟର ଲୋକମାନେ କିପରି ଏହା ଉପରେ କଳା ପରଦା ପକାଇ ଦେଉଛନ୍ତି । ନାରୀ ମନଙ୍କର ସ୍ବତନ୍ତ୍ରତା ବୋଲି କିଛି ନାହିଁ । ପୁରୁଷ ମାନେ ସର୍ବଦା ନାରୀଙ୍କୁ ଭୋଗବିଳାଶର ସାମଗ୍ରୀ ଭଳି ବ୍ୟବହାର କରୁଛନ୍ତି । ଆମ ଦେଶରେ ମଧ୍ୟ ରହିଥିବା ସେହି ଲୋକ, ଯେଉଁମାନେ ସଂସ୍କୃତି ଆଳରେ ନାରୀ ବିରୋଧି ପୋଷାକକୁ ଠିକ୍ କହୁଛନ୍ତି ସେମାନେ ଚେତିବା ଦରକାର । ଆଉ ଭେଦଭାବପୂର୍ଣ୍ଣ ବିଚାରଧାରା ରଖୁଥିବା ଲୋକେ ଏହାକୁ ବନ୍ଦ କରିବା ଆକବଶ୍ୟକ ।

  • OPSCକୁ ଝଟକା, ପୁଣି ଥରେ ASO ମେରିଟ୍ ଲିଷ୍ଟ ପ୍ରକାଶ ପାଇଁ ନିର୍ଦ୍ଦେଶ

    OPSCକୁ ଝଟକା, ପୁଣି ଥରେ ASO ମେରିଟ୍ ଲିଷ୍ଟ ପ୍ରକାଶ ପାଇଁ ନିର୍ଦ୍ଦେଶ

    ଶେଷରେ ASO ନିଯୁକ୍ତି ନେଇ OPSCର ମେରିଟ୍ ଲିଷ୍ଟ ଖାରଜ ହୋଇଛି । ଏହାକୁ ରଦ୍ଦ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ । ୨ ମାସ ମଧ୍ୟରେ ସାନି ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

    ଓପିଏସସି ପକ୍ଷରୁ ASO ପରୀକ୍ଷା କରାଯାଇଥିଲା । ତେବେ ଏଥିରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଥିଲେ ପରୀକ୍ଷାର୍ଥୀ । ଏଥିରେ ଅର୍ଥ କାରବାର ନେଇ ଅଭିଯୋଗ ପରେ ଆନ୍ଦୋଳନର ରୂପ ନେଇଥିଲା । ଆଶାୟୀମାନେ ଏହାକୁ ଜୋରଦାର ବିରୋଧ କରିଥିଲେ । ବାରମ୍ବାର ମାମଲା କୋର୍ଟରେ ପହଞ୍ଚିଥିଲା । ଏବେ ପ୍ରକାଶିତ ମେରିଟ୍ ଲିଷ୍ଟ ରଦ୍ଦ କରିଛନ୍ତି କୋର୍ଟ ।

    ଅନିୟମିତତା ମାମଲା ରିଟ୍ ଆବେଦନରେ ପିଟିସନରଙ୍କ ପକ୍ଷରୁ ଯାହା ଦର୍ଶାଯାଇଥିବା ଯୁକ୍ତି ବୈଧ ବୋଲି କହିଛନ୍ତି କୋର୍ଟ । ପ୍ରକାଶ ପାଇଥିବା ମେରିଟ୍ ଲିଷ୍ଟ ଗ୍ରହଣୀୟ ନୁହେଁ । ନିୟମ ଅନୁଯାୟୀ ଲିଖିତ ପରୀକ୍ଷା ଆଧାରରେ ଆଉ ଥରେ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ଏହି ମାମଲାର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ଥିଲା । ଗତ ଅଗଷ୍ଟ ମାସରେ ୭୯୬ଟି ଏଏସଓ ପଦବୀ ଲାଗି ପରୀକ୍ଷା ଆୟୋଜନ କରିଥିଲା ଓପିଏସସି ।

  • ଗାଡିରେ ପ୍ରେସ୍ ଲେଖି ଗଞ୍ଜେଇ ହେଉଥିଲା ଚୋରା ଚାଲାଣ, ମାଡି ବସିଲା ପୋଲିସ

    ଗାଡିରେ ପ୍ରେସ୍ ଲେଖି ଗଞ୍ଜେଇ ହେଉଥିଲା ଚୋରା ଚାଲାଣ, ମାଡି ବସିଲା ପୋଲିସ

    ପ୍ରେସ ଗାଡିରେ ଗଞ୍ଜେଇ ହେଉଛି ଚୋରା ଚାଲାଣ । ଚୋର ଆପଣେଇଲା ଗଞ୍ଜେଇ ଚୋରୀର ନୂଆ ଫର୍ମୁଲା । ଘଟଣାଟି ହେଉଛି କୋରାପୁଟ ଜିଲ୍ଲା ପାଡୁଆ ବଡ଼ ଦେବତା ମନ୍ଦିର ନିକଟ ଛକର । ଏକ XUV ଗାଡ଼ିରୁ ପୋଲିସ ଦ୍ବାରା ୧୫୧ କେଜି ଗଞ୍ଜେଇ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଉଛନ୍ତି ମହାରାଷ୍ଟ୍ରର ଔରାଙ୍ଗାବାଦ ଅଞ୍ଚଳର ମିଳିନ୍ଦ ଚିକତେ ଓ ଶୁଭମ ସଞ୍ଜୟ ସିନ୍ଧେ ।

    ଗତକାଲି ରାତିରେ କୋରାପୁଟ ଏସ୍‌ପିଙ୍କୁ ଇନପୁଟ ମିଳିଥିଲା ଯେ, ଏକ ଗାଡିରେ ଗଞ୍ଜେଇ ଚାଲାଣ ହେଉଛି । ସୂଚନା ପାଇବା ମାତ୍ରେ ପାଡ଼ୁଆ ଥାନା ଅଧିକାରୀ ସବ୍ୟସାଚୀ ଶତପଥୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ସକ୍ରିୟ ହୋଇଉଠିଥିଲେ । ବଡ଼ ଦେବତା ମନ୍ଦିର ନିକଟରେ ପୋଲିସର ମିଳିତ ଟିମ୍ ଗାଡ଼ିମୋଟର ଗୁଡ଼ିକୁ ଯାଞ୍ଚ କରିଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଏହି XUV-500 ଗାଡ଼ିକୁ ପୋଲିସ ସନ୍ଦେହ କରିବା ସହିତ ଅଟକାଇଥିଲା । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଗାଡିର ଆଗ ଓ ପଛରେ ପ୍ରେସ ଲେଖାଯାଇଥିଲା । କାରଣ ଗଣମାଧ୍ୟମ ଗାଡି ଦେଖିଲେ ହୁଏତ ଅଧିକ ଯାଞ୍ଚ ହେବନାହିଁ ଭାବି ଚୋର ଏହି ଫଣ୍ଡା ଆପଣାଇଥିଲା ।

    ହେଲେ ଚୋରଙ୍କ ଏହି ଚକ୍ରାନ୍ତ ଫେଲ ମରିଥିଲା । ଯାଞ୍ଚ ବେଳେ ଏହି ଗାଡ଼ି ଭିତରୁ ୭ଟି ଜରି ବସ୍ତାରେ ଗଞ୍ଜେଇ ମିଳିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ପ୍ୟାକେଟ ଗୁଡ଼ିକୁ ଓଜନ କରାଯାଇଥିବା ବେଳେ ସେଥିରେ ୧୫୧ କେଜି ଗଞ୍ଜେଇ ଥିବା ଜଣାପଡ଼ିଥିଲା ।

    ଏସମ୍ପର୍କରେ ସୂଚନା ଦେବାକୁ ଯାଇ ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ କୁମାର ମହାପାତ୍ର କହିଛନ୍ତି ଯେ, ପୋଲିସ୍ ଆଖିରେ ଧୂଳି ଦେଇ ଯାଞ୍ଚରୁ ଖସିଯିବା ପାଇଁ ଅଭିଯୁକ୍ତ ମାନେ ଗାଡ଼ିରେ ପ୍ରେସ ଲେଖିଥିଲେ, କିନ୍ତୁ ସେମାନେ ସାମ୍ବାଦିକ ନୁହନ୍ତି ।

  • ସୁପ୍ରିମକୋର୍ଟକୁ ଆଜି ମିଳିବ ଆଉ ଦୁଇ ଜଣ ବିଚାରପତି

    ସୁପ୍ରିମକୋର୍ଟକୁ ଆଜି ମିଳିବ ଆଉ ଦୁଇ ଜଣ ବିଚାରପତି

    ସୁପ୍ରିମକୋର୍ଟରେ ଆଜି ଦୁଇ ଜଣ ନୂତନ ବିଚାରପତି ନିଯୁକ୍ତି ପାଇବେ । ସୁପ୍ରିମକୋର୍ଟର ବିଚାରପତି ଭାବେ ପ୍ରଶାନ୍ତ ମିଶ୍ର ଏବଂ କେ.ବି ବିଶ୍ୱନାଥନଙ୍କୁ ମୁଖ୍ୟ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ଶପଥ ଗ୍ରହଣ କରାଇବେ । ଗୁରୁବାର ଦିନ କେନ୍ଦ୍ର ସରକାରଙ୍କ ତରଫରୁ ଅଧିବକ୍ତାଙ୍କ ନିଯୁକ୍ତିକୁ ଅନୁମୋଦନ ମିଳିବା ପରେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବଂ ବରିଷ୍ଠ ଅଧିବକ୍ତା କେ.ବି ବିଶ୍ୱନାଥନ ଆଜି ଶପଥ ଗ୍ରହଣ କରିବେ ବୋଲି ସ୍ପଷ୍ଟ ହୋଇଛି ।

    କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ଟ୍ୱିଟରରେ ମିଶ୍ର ଏବଂ ବିଶ୍ୱନାଥନଙ୍କ ନିଯୁକ୍ତିକୁ ନିଶ୍ଚିତ କରିଛନ୍ତି । ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା ଭାରତର ପ୍ରଧାନ ବିଚାରପତି (ସିଜେଇ) ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ସେମାନଙ୍କ ନାମ କେନ୍ଦ୍ରକୁ ସୁପାରିଶ କରାଯାଇଥିଲା ।

    ଜଷ୍ଟିସ ମିଶ୍ର ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ଅଛନ୍ତି । ପାଞ୍ଚ ସଦସ୍ୟ ବିଶିଷ୍ଟ କଲେଜିୟମ କହିଛନ୍ତି ଯେ, ୩୪ ଜଣ ବିଚାରପତିଙ୍କୁ ସୁପ୍ରିମକୋର୍ଟରେ ଅନୁମୋଦିତ କରିବାର କ୍ଷମତା ରହିଛି, ଯାହା ବର୍ତ୍ତମାନ ୩୨ ଜଣଙ୍କ ସହ କାର୍ଯ୍ୟ କରୁଛନ୍ତି । ନିକଟରେ ସୁପ୍ରିମକୋର୍ଟର ଦୁଇ ଜଣ ବିଚାରପତି ଦୀନେଶ ମହେଶ୍ୱରୀ ଏବଂ ଏମଆର ଶାହ ଅବସର ନେଇଛନ୍ତି ।

    ମେ ମାସ ୧୬ ତାରିଖ ଦିନ ବିଶ୍ୱନାଥନ୍ ଏବଂ ମିଶ୍ରଙ୍କ ନାମ ସୁପାରିଶ କରିବା ବେଳେ କଲେଜିୟମ୍ କହିଛି ଯେ, ଜୁଲାଇ ଦ୍ୱିତୀୟ ସପ୍ତାହ ସୁଦ୍ଧା ଆହୁରି ଚାରିଟି ପଦବୀ ଖାଲି ହେବାକୁ ଯାଉଛି ଏବଂ ବିଚାରପତିଙ୍କ କାର୍ଯ୍ୟ କ୍ଷମତା ଆହୁରି ହ୍ରାସ ପାଇବ ।