Category: ମୁଖ୍ୟ ଖବର

  • ଟ୍ରକକୁ ପଛପଟୁ ପିଟିଲା ବାଇକ;ଜଣେ ମୃତ ଜଣେ ଗୁରୁତର

    ଟ୍ରକକୁ ପଛପଟୁ ପିଟିଲା ବାଇକ;ଜଣେ ମୃତ ଜଣେ ଗୁରୁତର


    ରାଇରଙ୍ଗପୁର ୪୯ ନମ୍ବର ଜାତୀୟ ରାଜପଥ ବିଶୋଇ- ଯଶିପୁର ପାଲଟିଛି ମରଣଯନ୍ତା ।ପ୍ରତି ସପ୍ତାହରେ ଜଣେ ନା ଜଣଙ୍କର ମୁଣ୍ଡ ଯାଉଛି ।ଅକାଳରେ ଚାଲି ଯାଉଛି ଧନ ଜୀବନ ।ପରିବାର ହୋଇଯାଉଛନ୍ତି ସର୍ବସ୍ବାନ୍ତ । ସୂଚନାଯୋଗ୍ୟ ଯେ ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅଂଚଳରେ ଶନିବାର ରାତି ପାଖାପାଖି ୯ଟା ସମୟରେ ଜାମିରଡିହା ସ୍ଥିତ ଅରବିନ୍ଦ ସ୍କୁଲ ସମ୍ମୁରେ କୌଣସି କାରଣରୁ OD 11 A 6703 ନମ୍ବର ର ଏକ ମାଲବାହୀ ସିମେଣ୍ଟ ବୋଝେଇ ଟ୍ରକ୍ ଜାତୀୟ ରାଜପଥ ରାସ୍ତା କଡରେରେ ଛିଡ଼ା ହୋଇଥିଲା । ଉକ୍ତ ସମୟରେ ପଛ ପଟୁ ଯାଉଥିବା OR 01 S 4824 ନମ୍ବର ବାଇକ୍ ରେ ଯାଉଥିବା ଦୁଇ ଆରୋହୀ ଛିଡ଼ା ହୋଇଥିବା ଟ୍ରକ୍ ପଛରେ ପିଟି ହୋଇ ଟ୍ରକ୍ ତଳେ ପଡ଼ି ଯାଇଥିଲେ। ଧକ୍କା ଏତେ ଜୋରରେ ଥିଲା ଯେ ଘଟଣାସ୍ଥଳରେ ସୁନା ଯୋଡିଆ ଗ୍ରାମର ମନୋଜ ମୁର୍ମୁଙ୍କ(୪୨) ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଉକ୍ତ ଗ୍ରାମର ଚରଣ ମୁର୍ମୁ ଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ବିଶୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଓ ବାଇକକୁ ଜବତ୍ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।ବିଶୋଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ପରିବାର ବର୍ଗଙ୍କୁ ହସ୍ତାନ୍ତରିତ କରିଛି ।

  • ବ୍ୟାଙ୍କ ଲୁଟିବାକୁ ଆସିଥିଲା ଡକାୟତ, ଖେଳ କରିଦେଲେ ୬୯ ବର୍ଷର ବୃଦ୍ଧ, ଜେଲ୍ ଗଲା ଡକାୟତ

    ବ୍ୟାଙ୍କ ଲୁଟିବାକୁ ଆସିଥିଲା ଡକାୟତ, ଖେଳ କରିଦେଲେ ୬୯ ବର୍ଷର ବୃଦ୍ଧ, ଜେଲ୍ ଗଲା ଡକାୟତ

    ଆପଣ ନିଶ୍ଚିତ ଭାବରେ ବ୍ୟାଙ୍କ ଡକାୟତି ଖବର ଅନେକ ଥର ଶୁଣିଥିବେ । ବ୍ୟାଙ୍କରେ କାର୍ମଚାରୀଙ୍କ ଉପସ୍ଥିତରେ ବନ୍ଧୁକ ମୁନରେ ଡକାୟତ ମାନେ ଏହି ଲୁଟପାଟ କରିଥାନ୍ତି । ଆଉ ସେତେବେଳେ ଲୋକେ ପୂରା ଅସହାୟ ହୋଇପଡନ୍ତି । କିନ୍ତୁ ଆମେରିକାର କାଲିଫର୍ନିଆରୁ ବ୍ୟାଙ୍କ ଡକାୟତିର ଏଭଳି ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଡକାୟତି ହୋଇପାରି ନାହିଁ ଏବଂ ଜଣେ ୬୯ ବର୍ଷ ବୟସ୍କ ବ୍ୟକ୍ତି ଡକାୟତି କରିବାକୁ ଆସିଥିବା ଚୋରକୁ ଏପରି ଭାବରେ ଅଟକାଇ ଦେଇଛନ୍ତି, ଯାହାକୁ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ ।

    ବାସ୍ତବରେ ଏହି ଘଟଣା ଆମେରିକାର କାଲିଫର୍ନିଆର । ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୬୯ ବର୍ଷିୟ ମାଇକେଲ ଆର୍ମସ୍ ଜଣେ ଗ୍ରାହକ ଏବଂ ସେ କୌଣସି କାମ ପାଇଁ ବ୍ୟାଙ୍କରେ ପହଞ୍ଚିଥିଲେ । ସେ ଦେଖିଲେ ଜଣେ ମୁଖା ପିନ୍ଧିଥିବା ସନ୍ଦିଗ୍ଧ ବ୍ୟକ୍ତି କ୍ୟାସ କାଉଣ୍ଟରରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ଧମକ ଦେଉଛନ୍ତି । ତାଙ୍କ ବ୍ୟାଗରେ ବିସ୍ଫୋରକ ସାମଗ୍ରୀ ଥିବା କହୁଥିଲା । ଯଦି ତାଙ୍କୁ ଟଙ୍କା ନଦିଆଯାଏ ତେବେ ସେ ବିସ୍ଫୋରଣ କରିବେ । କେବଳ ଏତିକି ଶୁଣି ଏହି ବୃଦ୍ଧ ଜଣକ ହୃଦୟଙ୍ଗମ କରିଥିଲେ ଯେ, ଏହି ବ୍ୟକ୍ତି ବ୍ୟାଙ୍କ ଲୁଟିବାକୁ ଆସିଛି ।

    ଏହା ପରେ ସେ ସଙ୍ଗେ ସଙ୍ଗେ ତାଙ୍କ ପାଖରେ ପହଞ୍ଚି ତାଙ୍କ ସହିତ ହାତ ମିଳାଇଲେ । ସେତେବେଳେ ସେହି ଡକାୟତ ପ୍ରଶ୍ନ ହୋଇଯାଇଥିଲେ ଯେ, ଏହି ବ୍ୟକ୍ତି କେଉଁଠୁ ଆସିଛନ୍ତି ? କଥାବାର୍ତ୍ତା ହୋଇ ବୃଦ୍ଧ କହୁଛନ୍ତି, ମୁଁ ତୁମ ପଡ଼ୋଶୀ ରହିସାରିଛି । ସେ ପୁଣି ଦ୍ୱନ୍ଦ୍ୱରେ ପଡ଼ିଗଲେ ଯେ, ସେ ଏହି ବ୍ୟକ୍ତିଙ୍କୁ କେବେ ଦେଖିନାହାନ୍ତି ଏବଂ ସେ ନିଜକୁ ପଡ଼ୋଶୀ ବୋଲି କହୁଛନ୍ତି ।

    ଏହା ପରେ ଏହି ବୃଦ୍ଧ ଜଣକ ହାତ ମିଳାଇବା ପରେ ତାଙ୍କୁ ଆଲିଙ୍ଗନ କରି କହିଥିଲେ ଯେ, ତୁମର ଏତେ ଦିନ ପରେ ସାକ୍ଷାତ ପାଇଛି ଏବଂ ତୁମେ ମତେ ଚିହ୍ନିପାରୁନ । ବୃଦ୍ଧ ଜଣକ ଏହା ମଧ୍ୟ କହିଥିଲେ ଯେ, ତାଙ୍କୁ କିଛି ଟଙ୍କା ଦରକାର ଏବଂ ସେ ଟଙ୍କା ଉଠାଇବାକୁ ଆସିଛନ୍ତି । ସେ ତାଙ୍କୁ ସାହାଯ୍ୟ କରିପାରିବ କି ? ଏହି ବାର୍ତ୍ତାଳାପ ଦୀର୍ଘ ସମୟ ଧରି ଚାଲିଥିଲା, ସେପର୍ଯ୍ୟନ୍ତ ବ୍ୟାଙ୍କ କର୍ମଚାରୀ ମାନେ ସଚେତନ ହୋଇଥିଲେ ଏବଂ ପୋଲିସର ସାହାଯ୍ୟରେ ସେମାନେ ଡକାୟତକୁ ଧରିଥିଲେ ।

  • ପୋଲିସ ହାତରେ ଗଞ୍ଜେଇ ମାଫିଆ,ଟାର୍ଗେଟରେ ଥିଲା ରଥଯାତ୍ରା

    ପୋଲିସ ହାତରେ ଗଞ୍ଜେଇ ମାଫିଆ,ଟାର୍ଗେଟରେ ଥିଲା ରଥଯାତ୍ରା

    କନ୍ଧମାଳରୁ ଆସୁଥିଲା ଗଞ୍ଜେଇ । ଗଞ୍ଜେଇ ଠୁଳ କରି ଖୁଲମ ଖୁଲା କରୁଥିଲା ବ୍ୟବସାୟ । ରଥ ଯାତ୍ରାରେ ବେପର କରିବାକୁ କରିଥିଲା ଯୋଜନା । ନିଶା ମାଫିଆ ବିଜୟ ପାଣିର ନିଶା କାରବାରର ପ୍ଲାନିଂ ର ପର୍ଦାଫାଶ କରିଛି ପୁରୀ ପୋଲିସ। ଘର ଏବଂ ହୋଟେଲରେ ଚଢାଉ ଜାରି ରହିଛି । ଗତ 3 ତାରିଖରେ 6 କ୍ବିଣ୍ଟାଲ ଗଞ୍ଜେଇ ଜବତ ସହ ବିଜୟ ପାଣି ଏବଂ ତା ପୁଅ ଗିରଫ କରିଥିଲା ବ୍ରହ୍ମଗିରି ପୋଲିସ । ବିଟାର ବିଭାଗୀୟ ହାଜତରେ ଅଛନ୍ତି ବାପା-ପୁଅ । 624 କେଜି ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଛି ବ୍ପହ୍ମଗୀରି ପୋଲିସ ଏବଂ ଏସଆଇଟି ଟିମ୍ । ଏହା ସହ ଉଭଯଙ୍କଠାରୁ ହାତ ତିଆରୀ ବୋମା ଜବତ ହୋଇଛି । ଘଟଣାରେ ପୁରୀ ପୋଲିସ ପ୍ରସାଶନ 3 କୋଟି ଟଙ୍କାର ସମ୍ପତ୍ତି ବାର୍ଯ୍ୟାପ୍ତି କରିଥିବା ବେଳେ ସମ୍ପତ୍ତି ଭିତରେ 9ଟି ପ୍ଲଟ,4ଟି ଘର ଆଟାଚ୍ ହୋଇଛି । ତେବେ କୋଲକାତା ସ୍ଥିତ safema ବରିଷ୍ଠ ଅଧିକାରୀଙ୍କ ଠାରୁ ସମ୍ପତ୍ତି ବାର୍ଯ୍ୟାପ୍ତି ପାଇଁ ଅନୁମତି ମିଳିଥିବା ଟାଉନଥାନା ପରିସରରେ ଅୟୋଜିତ ଏକ ସମ୍ବାଦିକ ସମିଳନିରେ ସୂଚନା ଦେଇଛନ୍ତି ପୁରୀ ଏସପି କେ ବିଶାଲ ସିଂ । ତେବେ ପୂର୍ବରୁ ମଧ୍ୟ ବ୍ରାଉନସୁଗାର ବେପାରୀଙ୍କ ଠରୁ 1 କୋଟି ରୁ ଅଧିକ ଟଙ୍କାର ସମ୍ପତ୍ତି ବାର୍ଯ୍ୟାପ୍ତି ହୋଇଥିଲା ।

  • ପାକିସ୍ତାନ: ପ୍ରକୃତିର ତାଣ୍ଡବ, ତୁଷାରସ୍ଖଳନରେ ଗଲା ୧୦ ଜୀବନ

    ପାକିସ୍ତାନ: ପ୍ରକୃତିର ତାଣ୍ଡବ, ତୁଷାରସ୍ଖଳନରେ ଗଲା ୧୦ ଜୀବନ

    ପାକିସ୍ତାନକୁ ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି । ବନ୍ୟା ପରେ ଦରଦାମ୍ ବୃଦ୍ଧି ଲୋକଙ୍କୁ ଟେନସନ୍ ଦେଇଛି । ଏହାପରେ ପାକିସ୍ତାନର ପ୍ରକୃତ ବନ୍ଧୁ କୁହାଯାଉଥିବା ଚୀନର ନାଲିଆଖି, ବିଭିନ୍ନ ପ୍ରସଙ୍ଗରେ ବିଶ୍ୱରେ ନିନ୍ଦିତ ପାକିସ୍ତାନକୁ ଚିନ୍ତାରେ ପକାଇଥିଲା । ସବୁଠୁ ବଳି ଯାଇଥିଲା ଇମ୍ରାନ ସମର୍ଥକଙ୍କ ହିଂସା । ଏବେ ପୁଣି ଏକ ବିପତ୍ତି ଦେଖିବାକୁ ମିଳିଛି ।

    ପାକିସ୍ତାନର ଗିଲ୍‌ଗିଟ୍‌-ବାଲ୍‌ତିସ୍ତାନ ଅଞ୍ଚଳରେ ତୁଷାରସ୍ଖଳନ ହୋଇଛି । ଏଥିରେ ୩ ମହିଳାଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ୨୫ ଜଣ ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ପାର୍ବତ୍ୟାଞ୍ଚଳ ଅନ୍ତର୍ଗତ ଆସ୍ତୋର ଜିଲ୍ଲାର ସୁଣ୍ଟର୍‌ ଟପ୍‌ ଅଞ୍ଚଳରେ ଏହି ପ୍ରାକୃତିକ ଦୁର୍ବିପାକ ଘଟିଛି । ପ୍ରଥମେ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ପରେପରେ ପାକିସ୍ତାନ ସେନାଯବାନମାନେ ଏଥିରେ ସାମିଲ ହୋଇଥିଲେ । ପ୍ରଭାବିତ ଅଞ୍ଚଳରେ ଟିମ୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ଥିବା କହିଛନ୍ତି ଗିଲ୍‌ଗିଟ୍‌-ବାଲ୍‌ତିସ୍ତାନ୍‌ର ମୁଖ୍ୟ ଶାସନ ସଚିବ ମୋହିଉଦ୍ଦିନ୍‌ ୱାନି ।

    ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଗିଲ୍‌ଗିଟ୍‌-ବାଲ୍‌ତିସ୍ତାନ୍‌ର ମୁଖ୍ୟମନ୍ତ୍ରୀ ଖଲିଦ୍‌ କୁର୍ଶିଦ ଖାଁ । ଉଦ୍ଧାର ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଜୀବନହାନୀ ଯୋଗୁଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ୍‌ ମଧ୍ୟ ଟ୍ୱିଟ୍ କରି ଶୋକବ୍ୟକ୍ତ କରିଛନ୍ତି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ପାକିସ୍ତାନରେ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ଘଟୁଛି ।

  • ଖୁବଶୀଘ୍ର +୨ ରେଜଲ୍ଟ, ତାରିଖ ଘୋଷଣାକୁ ଅପେକ୍ଷା

    ଖୁବଶୀଘ୍ର +୨ ରେଜଲ୍ଟ, ତାରିଖ ଘୋଷଣାକୁ ଅପେକ୍ଷା

    ମାଟ୍ରିକ ପରେ ଏବେ ଯୁକ୍ତ ଦୁଇ ରେଜଲ୍ଟକୁ ଅପେକ୍ଷା । ମେ’ ଶେଷ ସୁଦ୍ଧା ମାନେ ୩୧ ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇବ । ଏଥିପାଇଁ ପୂର୍ବରୁ ବିଭାଗୀୟ ମନ୍ତ୍ରୀ ଏବଂ ବୋର୍ଡ ପକ୍ଷରୁ କୁହାଯାଇଛି । ଆଜି ରେଜଲ୍ଚ ପ୍ରକାଶ ତାରିଖ ଏବଂ ସମୟ ଘୋଷଣା କରାଯିବ ଯାହାକୁ ସମସ୍ତଙ୍କ ଅପେକ୍ଷା ରହିଛି ।

    ମାର୍ଚ୍ଚ ୧ରୁ ଏପ୍ରିଲ୍ ୫ ଯାଏ ଯୁକ୍ତ ଦୁଇ ପରୀକ୍ଷା ହୋଇଥିଲା । ରାଜ୍ୟର ପାଖାପାଖି ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏବେ ନିଜ ଫଳାଫଳ ଜାଣିବାକୁ ପରୀକ୍ଷାର୍ଥୀଙ୍କ ଅପେକ୍ଷା । ଆଜି ରେଜଲ୍ଚ ତାରିଖ ଘୋଷଣା ହେବ । ରେଜଲ୍ଟ ପ୍ରକାଶ ପରେ ଛାତ୍ରଛାତ୍ରୀ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା CHSE ଅଫିସିଆଲ୍ ୱେବସାଇଟରେ ନିଜ ରେଜଲ୍ଚ ଜାଣିପାରିବେ । chseodisha.nic.inରେ ପରୀକ୍ଷାଫଳ ସମ୍ବନ୍ଧୀୟ ସମସ୍ତ ତଥ୍ୟ ମିଳିପାରିବ ।

    ଚଳିତଥର ତ୍ରୁଟିଶୂନ୍ୟ ମୂଲ୍ୟାୟନ ପାଇଁ ସମସ୍ତ ପଦକ୍ଷେପ ନେଇଛି ବୋର୍ଡ । ଛାତ୍ରଛାତ୍ରୀ ମାର୍କିଂରେ ଯେପରି କୌଣସି ତ୍ରୁଟି ନରହେ, କୌଣସି ଅଭିଯୋଗ ନ ଆସେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ପ୍ରଥମେ ବିଜ୍ଞାନ ରେଜଲ୍ଟ ଆସିବ ବୋଲି ସୂଚନା ରହିଛି । ପରେ ପରେ ବାଣିଜ୍ୟ ଏବଂ କଳା ଫଳ ପ୍ରକାଶ ପାଇବ ।

  • IPL: ସୁପର ସଣ୍ଡେରେ ସୁପର ମୁକାବିଲା, ଧୋନିଙ୍କ ପାଇଁ ଗିଲ୍ ଚ୍ୟାଲେଞ୍ଜ

    IPL: ସୁପର ସଣ୍ଡେରେ ସୁପର ମୁକାବିଲା, ଧୋନିଙ୍କ ପାଇଁ ଗିଲ୍ ଚ୍ୟାଲେଞ୍ଜ

    କିଛି ଘଣ୍ଟାର ଅପେକ୍ଷା । ଫଟାଫଟ୍ କ୍ରିକେଟ୍ IPLର ଉଦଯାପନୀ ମାନେ ଫାଇନାଲ୍ ଟକ୍କର । ମୈଦାନରେ ପାଖାପାଖି ୨ ମାସର ମୁକାବିଲା ପରେ ଆଜି ଟାଇଟଲ୍ ପାଇଁ ଲଢ଼ିବେ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ । IPL ଟ୍ରଫି ଉପରେ ଏବେ ସମସ୍ତଙ୍କ ନଜର । ଅହମ୍ମଦାବାଦରେ ସନ୍ଧ୍ୟା ୭.୩୦ରେ ଖେଳାଯିବ ଫାଇନାଲ୍ ମ୍ୟାଚ୍ ।

    ସୁପର ସଣ୍ଡେ, ସୁପର ମୁକାବିଲା । ଟ୍ରଫି ପାଇଁ ଲଢ଼ିବେ ଚେନ୍ନାଇ ଓ ଗୁଜରାଟ । ଉଦଘାଟନୀ ଏବଂ ଉଦଯାପନୀ ମ୍ୟାଚରେ ସେହି ଏକା ଟିମ୍ ଗୁଜରାଟ ଏବଂ ଚେନ୍ନାଇ । ଦୁଇ ଦଳ ଆରମ୍ଭ କରିଥିଲେ, ଆଜି ଶେଷ ବି କରିବେ । ଗତବର୍ଷ IPLରେ ଏଣ୍ଟ୍ରି କରିଥିଲା ଗୁଜରାଟ ଟାଇଟନ୍ସ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ପ୍ରଥମ ଟାଇଟଲ୍ ବି ଜିତିଥିଲା ଦଳ । ଏଥର ବି ପୁରା ଦମରେ ଅଛନ୍ତି ଖେଳାଳି । ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଛି ଦଳ । ଦ୍ୱିତୀୟ କ୍ୱାଲିଫାଏରରେ ଗୁଜରାଟର ପରଫରମାନ୍ସ ବେଶ୍ ପ୍ରଶଂସନୀୟ ଥିଲା । ଶକ୍ତିଶାଳୀ ମୁମ୍ବାଇକୁ ୬୨ ରନରେ ହରାଇଥିଲା ଦଳ । ଇନଫର୍ମ ଶୁବମନ୍ ଗିଲ୍ ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ କରିଥିଲେ । ପୁରା ଟୁର୍ଣ୍ଣାମେଣ୍ଟରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି ଗିଲ୍ ।

    ୩ଟି ଶତକ ଏବଂ ୪ଟି ଅର୍ଦ୍ଧଶତକ ସହ ୮୫୧ ରନ୍ କରି ଟପରେ ଅଛନ୍ତି ଏହି ଓପନର । ତାଙ୍କ ବ୍ୟାଟ୍ ଚାଲିଲେ ବିଜୟ ନିଶ୍ଚିତ । ଧୋନିଙ୍କ ବିଜୟ ରାସ୍ତାରେ ମୁଖ୍ୟ ପ୍ରତିବନ୍ଧକ ଗିଲ୍ । ତାଙ୍କୁ ସାଥ୍ ଦେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ମିଲର, ବିଜୟ ଶଙ୍କରଙ୍କ ପରି ବ୍ୟାଟସମ୍ୟାନ । ବୋଲିଂ ସହ ବ୍ୟାଟିଂରେ କମାଲ କରୁଛନ୍ତି ଅଲରାଉଣ୍ଡର ରସିଦ ଖାନ । ଅଭିଜ୍ଞ ସାମି, ମୋହିତ ଶର୍ମାଙ୍କ ଭଳି ବୋଲର ଅନ୍ୟମାନଙ୍କ ପାଇଁ ଘାତକ ସାଜୁଛନ୍ତି । ମୁମ୍ବାଇ ବିପକ୍ଷ ମୁକାବିଲାରେ ୫ ୱିକେଟ ନେଇ ଚେନ୍ନାଇକୁ ସତର୍କ କରିଛନ୍ତି ମୋହିତ । ଆଜି ଫାଇନାଲରେ ଉନ୍ନତ ପ୍ରଦର୍ଶନ କରିବାକୁ ଦଳ ଲକ୍ଷ୍ୟ ରଖିଛି ।

    ସେପଟେ, ଗୁଜରାଟ ରାସ୍ତାରେ ବାଧକ ସାଜିପାରେ ଚେନ୍ନାଇ । କାରଣ IPL ଇତିହାସରେ ସବୁଠୁ ସଫଳ ଏବଂ ଅଭିଜ୍ଞ ଅଧିନାୟକ ଧୋନି ତାଙ୍କ ବିପକ୍ଷରେ ଲଢ଼ିବେ । ଗୁଜରାଟ ପରି ଚେନ୍ନାଇ ବି ବଢ଼ିଆ ପ୍ରଦର୍ଶନ କରୁଛି । ଓପନର କନୱେ ଏବଂ ଗାଏକୱାଡ ପୁରା ଫର୍ମରେ ଅଛନ୍ତି । ମିଡିଲ୍ ଅର୍ଡରରେ ରାହାଣେ ଏବଂ ଡୁବେଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳୁଛି । ଶେଷ ଭାଗରେ ମୋଇନ୍ ଅଲ୍ଲୀ, ଜାଡେଜା ଏବଂ ଧୋନିଙ୍କ ଦ୍ରୁତ ରନ୍ ଦଳ ପାଏ ପ୍ଲସ୍ ପଏଣ୍ଟ ହୋଇଛି । ବୋଲିଂ ଡିପାର୍ଟମେଣ୍ଟରେ ଦୀପକ ଚହର,ତୁଷାର ଦେଶପାଣ୍ଡେ, ପଥିରାନାଙ୍କ ସମେତ ମୋଇନ୍ ଏବଂ ଜାଡେଜା ଅଛନ୍ତି । ପାୱାର ପ୍ଲେ’ରେ ହିଁ ଶକ୍ତ ଧକ୍କା ଦିଅନ୍ତି ଚହର । ପୁରାପୁରି ଫର୍ମରେ ଥିବାରୁ ଗୁଜରାଟ ପାଇଁ ଅଡୁଆ ହୋଇପାରେ ।

    ୨୦୦୮ରେ ଫଟାଫଟ୍ କ୍ରିକେଟ୍ IPLର ସୃଷ୍ଟି । ଚେନ୍ନାଇ ସବୁଠୁ ସଫଳ ଟିମ୍ ହୋଇଥିବା ବେଳେ ଧୋନି ସଫଳ ଅଧିନାୟକ । ଏଯାଏ ୯ ଥର ଫାଇନାଲରେ ଏଣ୍ଟ୍ରି କରି ୪ ଥର ଟାଇଟଲ୍ ହାସଲ କରିଛି ଦଳ । ଏବେ ୧୦ନଂ ଥର ପାଇଁ ଫାଇନାଲ୍ ଖେଳିବ ଚେନ୍ନାଇ ସୁପର କିଙ୍ଗସ । ପଞ୍ଚମ ଟ୍ରଫି ହାସଲ କରିବାକୁ ଦଳ ଲକ୍ଷ୍ୟ ରଖିଛି । ପୁଣି ଅଧିନାୟକ ଧୋନି IPLକୁ ବାୟ ବାୟ କରିପାରନ୍ତି । ତେଣୁ ଚାମ୍ପିଅନ୍ ହୋଇ ତାଙ୍କୁ ବିଦାୟକାଳୀନ ଗିଫ୍ଟ ଦେବାକୁ ଦଳ ସମସ୍ତ ବଳ ପ୍ରୟୋଗ କରିବ । ସେପଟେ, ଗତଥର ଏଣ୍ଟ୍ରି କରିଥିବା ଗୁଜରାଟ ଆରମ୍ଭରୁ ହିଁ ଟାଇଟଲ୍ ଜିତିଛି । ଲଗାତାର ଦ୍ୱିତୀୟ ଥର ଟ୍ରଫି ନିଜ ନାଁରେ କରିବା ପାଇଁ ଲଢ଼େଇ କରିବ ପାଣ୍ଡ୍ୟା ଆଣ୍ଡ କୋ ।

  • ରାଜ୍ୟରେ ଜାରି ରହିଛି ବିଜୁଳି, ଘଡ଼ଘଡ଼ି ସହ ବର୍ଷା

    ରାଜ୍ୟରେ ଜାରି ରହିଛି ବିଜୁଳି, ଘଡ଼ଘଡ଼ି ସହ ବର୍ଷା



    ବିହାର ଓ ଉତ୍ତର ଓଡ଼ିଶା ଦେଇ ଗତି କରୁଥିବା ଏକ ଟ୍ରଫ୍‌ଲାଇନ୍‌ ଏବେ ପଶ୍ଚିମବଙ୍ଗ ଓ ସିକିମ୍‌ ହୋଇ ଆଭ୍ୟନ୍ତରୀଣ ଓଡ଼ିଶା ଅତିକ୍ରମ କରୁଛି। ଏହା ପ୍ରଭାବରେ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଆଜି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ, ଅନୁଗୋଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏଥିସହ କିଛି ଜିଲ୍ଲାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିବ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।୩୧ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ଏହିଭଳି ବର୍ଷା ହେବ। କିନ୍ତୁ ଏଥିପାଇଁ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଆସନ୍ତା ୫ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକର ଦିନର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ଉପରେ ରହିବାର ସମ୍ଭାବନା ଥିବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
    ସୂଚନା ଅନୁଯାୟୀ ଆସନ୍ତାକାଲି ଅର୍ଥାତ ୨୯ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଅନୁଗୋଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କେତେକ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି। ତେବେ କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିବାର ଆଶଙ୍କା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

  • ଜଙ୍ଗଲରୁ ୮୫ ବସ୍ତା ଗଞ୍ଜେଇ ଜବତ, ଚମ୍ପଟ ମାରିଲେ ଅଭିଯୁକ୍ତ

    ଜଙ୍ଗଲରୁ ୮୫ ବସ୍ତା ଗଞ୍ଜେଇ ଜବତ, ଚମ୍ପଟ ମାରିଲେ ଅଭିଯୁକ୍ତ

    ଚିତ୍ରକୋଣ୍ଡା ପୋଲିସକୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଜଙ୍ଗଲରେ ଚୋରା ଚାଲାଣ ନିମନ୍ତେ ରଖାଯାଇଥିବା ଗଞ୍ଜେଇ ଏବେ ପୋଲିସ ହାତରେ ଲାଗିଛି ।

    ଚିତ୍ରକୋଣ୍ଡା ବ୍ଲକ୍ ବଡ଼ପଦର ପଞ୍ଚାୟତ ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ପୋଲିସକୁ ଖବର ମିଳିଥିଲା । ବିଳମ୍ବ ନକରି ତୁରନ୍ତ ଚିତ୍ରକୋଣ୍ଡା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ବଡ଼ପଦର ପଞ୍ଚାୟତର ସଙ୍ଗମାଗୁଡ଼ା ଗାଁ ନିକଟ ଜଙ୍ଗଲରେ ଚଢ଼ାଉ କରିଥିଲା । ତେବେ ଘଟଣାସ୍ଥଳରୁ ଗଞ୍ଜେଇ ଚୋରା ଚାଲାଣକାରୀ ଚମ୍ପଟ ମାରିଥିଲେ । ଅନ୍ଧାରର ସୁଯୋଗ ନେଇ ସେମାନେ ଫେରାର୍ ହୋଇଥିବା ବେଳେ ସବୁ ଗଞ୍ଜେଇ ଜବତ କରିଥିଲା ପୋଲିସ ।

    ଘଟଣାସ୍ଥଳରୁ ୮୫ଟି ବସ୍ତାରେ ଭର୍ତ୍ତି ହୋଇ ରହିଥିବା ଗଞ୍ଜେଇ ଜବତ କରି ଚିତ୍ରକୋଣ୍ଡା ଥାନାକୁ ଆଣିଥିଲା ପୋଲିସ । ଏହାର ଓଜନ ରହିଛି ୨ ଟନ୍ ୧୫୨ କେଜି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ କୋଟି ୧୫ ଲକ୍ଷ ହେବ । ଘଟଣାରେ କୌଣସି ଅଭିଯୁକ୍ତ ଧରାପଡ଼ି ନାହାଁନ୍ତି । ପୋଲିସ ପହଞ୍ଚିବା ପୂର୍ବରୁ ଚୋରା ଚାଲାଣକାରୀ ଅନ୍ଧାର ଓ ଜଙ୍ଗଲର ସୁବିଧା ନେଇ ଫେରାର୍ ହୋଇଯାଇଛନ୍ତି । ଏତେ ପରିମାଣର ଗଞ୍ଜେଇ କେଉଁଠି ଆସିଲା, କାହାର ସଂପୃକ୍ତି ସେ ନେଇ ତଦନ୍ତ ଜାରି ରହିଛି । ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଧରିଯିବ ବୋଲି ପୋଲିସ କହିଛି ।

  • ମନ୍ତ୍ରୋଚାରଣରେ କମ୍ପିଲା ଲୋକସଭା ଭବନ, କକ୍ଷରେ ସ୍ଥାପିତ ହେଲା ‘ସେଙ୍ଗୋଲ’

    ମନ୍ତ୍ରୋଚାରଣରେ କମ୍ପିଲା ଲୋକସଭା ଭବନ, କକ୍ଷରେ ସ୍ଥାପିତ ହେଲା ‘ସେଙ୍ଗୋଲ’

    ନୂଆ ସଂସଦ ଭବନ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳେ ବିଧିବିଧାନ ଅନୁଯାୟୀ ହୋମକାର୍ଯ୍ୟ ସମ୍ପନ୍ନ ହୋଇଥିଲା ।

    ଲୋକସଭା କକ୍ଷରେ ‘ସେଙ୍ଗୋଲ୍‌’ ସ୍ଥାପନ କରିବା ପରେ ପିଏମ୍ ନୂଆ ସଂସଦ ଭବନ ଲୋକାର୍ପଣ କରିଥିଲେ । ଏହି ଅବସରରେ ଏହାର ସଙ୍କେତ ସ୍ବରୂପ ଏକ ଫଳକ ମଧ୍ୟ ଉନ୍ମୋଚିତ ହୋଇଛି ।

    ବୈଦିକ ମ‌ନ୍ତ୍ରୋଚାରଣ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଲୋକସଭା କକ୍ଷରେ ସେଙ୍ଗୋଲ୍‌ ସ୍ଥାପନା କରି ତାମିଲ୍‌ନାଡୁରୁ ଆସିଥିବା ଅଧୀନମ୍‌ମାନଙ୍କ ଆଶୀର୍ବାଦ ନେଇଥିଲେ ।

    ଏହି ନୂଆ ଭବନର ନିର୍ମାଣ ଓ ବିକାଶରେ କାର୍ଯ୍ୟ କରିଥିବା ଲୋକମାନଙ୍କୁ ସମ୍ମାନିତ କରିଥିଲେ ମୋଦି । ଏହାପରେ ନୂଆ ସଂସଦ ଭବନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା,କ୍ୟାବିନେଟ୍‌ ମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ‘ସର୍ବଧର୍ମ’ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ ।

    ସଂସଦ ଭବନ ଲୋକାର୍ପଣର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଲୋକସଭା କକ୍ଷରେ ଜାତୀୟ ସଙ୍ଗୀତ ଗାନ କରାଯିବ ।

    ଆଜି ନୂଆ ସଂସଦ ଭବନ ଲୋକାର୍ପଣ ଅବସରରେ ପିଏମ୍ ପାରମ୍ପରିକ ବେଶପୋଷାକ ପିନ୍ଧି ୧ ନମ୍ବର ଫାଟକ ବାଟେ ସଂସଦ ପରିସରକୁ ପ୍ରବେଶ କରିଥିଲେ । ସେଠାରେ ତାଙ୍କୁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ସ୍ବାଗତ କରିଥିଲେ । ସଂସଦ ଭବନର ଉଦଘାଟନୀକୁ ନେଇ ପୂର୍ବରୁ ରାଜନୀତି ଜୋର ଧରିଛି । ବିରୋଧୀ ଏହାକୁ ବୟକଟ୍ କରିବା ପାଇଁ ପୂର୍ବରୁ କହିଥିଲେ ।

  • ବିଜେପି ମଣିପୁର ଭଳି ପଶ୍ଚିମବଙ୍ଗରେ ଦଙ୍ଗା ସୃଷ୍ଟି କରିବାକୁ ଚାହୁଁଛି: ମମତା

    ବିଜେପି ମଣିପୁର ଭଳି ପଶ୍ଚିମବଙ୍ଗରେ ଦଙ୍ଗା ସୃଷ୍ଟି କରିବାକୁ ଚାହୁଁଛି: ମମତା

    ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଜାତୀୟ ଦଙ୍ଗାର ଷଡଯନ୍ତ୍ର କରି ବିଜେପି ରାଜ୍ୟରେ ମଣିପୁର ଭଳି ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ପାଶ୍ଚିମ ମେଦିନୀପୁରରେ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରି ଏହି ବୟାନ ଦେଇଛନ୍ତି । ସେ ମୋତେ ଅନେକ ଉପାୟରେ ଧମକ ଦେଇଛନ୍ତି । କେବଳ ୬ ମାସ ଅପେକ୍ଷା କର, ଦିଲ୍ଲୀ ବଦଳିଯିବ । ଏଥର ପ୍ରଧାନମନ୍ତ୍ରୀ ପରିବର୍ତ୍ତନ ହେବ ।

    ମମତା ବାନାର୍ଜୀ ଆହୁରି କହିଛନ୍ତି ଯେ, ବିଜେପି କଣ କରୁଛି? କେବେ ବିମୁଦ୍ରୀକରଣ ତ କେବେ ଅନ୍ୟ କିଛି । ବେଙ୍ଗଲରେ ମଧ୍ୟ ଉତ୍ତେଜନା ସୃଷ୍ଟି କରିବାକୁ ବିଜେପି ଯୋଜନା କରୁଛି ଏବଂ ଏଥିପାଇଁ ଟଙ୍ରକା ବ୍ୟବହାର କରୁଛି । ସେ ରାଜ୍ୟ ମନ୍ତ୍ରୀ ବିରବାହା ହାଂସଦାଙ୍କ ଗାଡି ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ସହ କୌଣସି କୁର୍ମୀ ସମ୍ପ୍ରଦାୟର ସଦସ୍ୟ ଏହା କରିନାହାନ୍ତି ବରଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ହାତ ରହିଛି ବଲି କହିଛନ୍ତି ।

    ଗତକାଲି କୁର୍ମି ସମ୍ପ୍ରଦାୟ ଦ୍ୱାରା ମନ୍ତ୍ରୀ ବୀରବାହା ହାଂସଦାଙ୍କ କାର ଉପରେ ଆକ୍ରମଣ ହୋଇଥିବା ସିଏମ କହିଛନ୍ତି । ମୋର ବିଶ୍ୱାସ ଯେ କୁର୍ମି ସମ୍ପ୍ରଦାୟ ନାମରେ ବିଜେପି ଏହା କରିଛି, ସ୍ଲୋଗାନ ଦେଇ ବୀରବାହା ହାଂସଦାଙ୍କ କାର ଉପରେ ଏମି ଆକ୍ରମଣ କରିଛି ବିଜେପି ବୋଲି ମମତା କହିଛନ୍ତି । କୁର୍ମି ସମ୍ପ୍ରଦାୟ ଏହା କେବେ କରେ ନାହିଁ । ମମତା କହିଥିଲେ, ପଶ୍ଚିମବଙ୍ଗର ସମ୍ପ୍ରଦାୟ ମଧ୍ୟରେ ସମାନ ଦଙ୍ଗା ସୃଷ୍ଟି କରିବାକୁ ବିଜେପି ଚେଷ୍ଟା କରୁଛି । ସେମାନେ ଏପରି ପରିସ୍ଥିତି ସୃଷ୍ଟି କରିବାକୁ ଚାହାଁନ୍ତି ଯେଉଁଥିରେ ଆଦିବାସୀ ମାନେ କୁର୍ମିମାନଙ୍କ ସହ ଲଢେଇ କରନ୍ତୁ, ଯାହା ଦ୍ବାରା ସେନା ଡକାଯାଇ ପାରିବ ଏବଂ ସେନାକୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇପାରିବ ।

    ଆଦିବାସୀ ବହୂଳ ଜିଲ୍ଲାରେ ବରିଷ୍ଠ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ଶେଭାଯାତ୍ରା ଉପରକୁ କଥିତ ଭାବେ ପଥର ଆକ୍ରମଣ କରାଯାଇଥିଲା, ଆଉ ସେହି ଶୋଭାଯାତ୍ରାରେ ମନ୍ତ୍ରୀଙ୍କ ଗାଡି ମଧ୍ୟ ଥିଲା, ଯାହା କ୍ଷତିଗ୍ରସ୍ତ ହୋଇଛି । ମୁଖ୍ୟମନ୍ତ୍ରୀ ଟିଏମସିର ଜନସମ୍ପର୍କ ଅଭିଯାନ ତୃଣମୂଲ ନବଜ୍ୱାରକୁ ସମ୍ବୋଧିତ କରି କହିଛନ୍ତି ଯେ, ମୁଁ ଗତକାଲିର ହିଂସାକୁ ନିନ୍ଦା କରୁଛି । ମୁଁ ବିଶ୍ୱାସ କରେ ନାହିଁ ଯେ କୁର୍ମୀ ଏହି ଆକ୍ରମଣ ପଛରେ ଅଛନ୍ତି ।