Category: ମୁଖ୍ୟ ଖବର

  • ଲୋୟର ପିଏମଜିରେ ପୋଲିସ- ଅଧ୍ୟାପକ ଧସ୍ତାଧସ୍ତି,  ବୋହିଲା ଗୁରୁଙ୍କ ରକ୍ତ

    ଲୋୟର ପିଏମଜିରେ ପୋଲିସ- ଅଧ୍ୟାପକ ଧସ୍ତାଧସ୍ତି, ବୋହିଲା ଗୁରୁଙ୍କ ରକ୍ତ

    ବିଧାନସଭା ଭିତରକୁ  ଧସେଇ ପଶିବାକୁ ଚେଷ୍ଟା କରୁଥିବା ବେଳେ ଅଧ୍ୟାପିକାଙ୍କ କାନ ଫାଟିଲା । ପୋଲିସ୍ ସହ ଧସ୍ତାଧସ୍ତି ବେଳେ ଆହତ ହେଲେ ଅଧ୍ୟାପକ । ମଙ୍ଗଳବାର  ଶତାଧିକ ଅଣଅନୁଦାନ ପ୍ରାପ୍ତ ଅଧ୍ୟାପକ ଅଧ୍ୟାପିକା ବିଭିନ୍ନ ଦାବି ପୂରଣ ନ ହେବା ପରେ ଲୋୟର ପିଏମଜିରେ ଗର୍ଜିଲେ । ସେପଟେ ଅଧ୍ୟାପକଙ୍କ ଆକ୍ରାମକ ରୂପ ଦେଖି ଆହୁରି ଗରମ ମୁଡ୍ ରେ ପୋଲିସ ଆଗେଇ ଆସିଥିଲା । ପୋଲିସ ଭାଙ୍ଗି ଦେଲା ଅଣ ଅନୁଦାନପ୍ରାପ୍ତ ଅଧ୍ୟାପକଙ୍କ ଟେଣ୍ଟ । ବିଧାନସଭା ସମ୍ମୁଖରେ ପୋଲିସ ଅଧ୍ୟାପକ ଧସ୍ତାଧସ୍ତି ଦୀର୍ଘ ସମୟ ଧରି ଚାଲିଥିଲା। ଲୋୟର ପିଏମଜିରେ ପୋଲିସର ଲାଠି ମାଡରେ ରାଜରାସ୍ତାରେ ପଡ଼ିଲା ରକ୍ତର ଛିଟା ।

    ନିଜର ଦାବି ପୁରଣ ପାଇଁ ଦୀର୍ଘ  ୪୦୦  ଦିନ ଧରି ଲୋୟର୍ ପି ଏମ୍ ଜିରେ ଧାରଣାରତ ଥିଲେ ବେସରକାରୀ ଅଧ୍ୟାପିକା ଅଧ୍ୟାପକ । ମଙ୍ଗଳବାର ଆନ୍ଦୋଳନରତ ଅଣ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଅଧ୍ୟାପିକାମାନେ ଆନ୍ଦୋଳନରେ ବସିଥିବା ବେଳେ ସେଠାରେ ହାତ ଗଣତି କିଛି ପୋଲିସ କର୍ମଚାରୀ ଜଗି ରହିଥିଲେ।  ହଠାତ୍ ଶହ ଶହ ସଂଖ୍ୟାରେ ବେସରକାରୀ ଅଧ୍ୟପାକ ଅଧ୍ୟାପିକା ସେଠାରେ ପହଞ୍ଚିବା ସହ ବିଧାନସଭା ଆଡକୁ  ଧସେଇ ପଶିବା ପାଇଁ ଉଦ୍ୟମ କରିବା ବେଳେ ଅଧାବାଟରେ ପୋଲିସ୍ ଅଟକେଇବାକୁ ଚେଷ୍ଟା କରିଥିଲା । ଏତେ ସଂଖ୍ୟକ ଅଧ୍ୟାପକ ଅଧ୍ୟାପିକା ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପୋଲିସ୍ ପାଖରେ ସୂଚନା ନଥିଲା ।

    ଏତେ ସଂଖ୍ୟକ ଆନ୍ଦୋଳନରତ ଅଧ୍ୟାପିକା ଅଧ୍ୟାପକମାନଙ୍କୁ ଅଟକାଇବା ପୋଲିସ ପାଇଁ ଅସମ୍ଭବ ହୋଇପଡିଥିଲା।  ତଥାପି ପୋଲିସ ଆନ୍ଦୋଳନକାରୀଙ୍କୁ  ଅଟକାଇବାକୁ ଚେଷ୍ଟା କରିଥିଲା। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି। ରାଗ ତମତମ ପୋଲିସ୍ ଅଧ୍ୟାପକ ଏବଂ ଅଧ୍ୟାପିକା ଲୋଏ ର ପି ଏମ୍ ଜି ରେ ଥିବା ଟେଣ୍ଟକୁ ଭାଙ୍ଗି ଦେଇଥିଲେ ।  ସେପଟେ ପୋଲିସର ଲାଠି ଚାର୍ଜରେ ଜଣେ ଅଧ୍ୟାପିକାଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ କିଛି ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି।

  • ୫ଟି ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

    ୫ଟି ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

    ଅଡୁଆରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ। ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କୁ ପାଣ୍ଡିଆନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି। ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଲିଖିତ ଅଭିଯୋଗ ଓ ତଥ୍ୟ ଆଧାରରେ ଏହି ନିର୍ଦ୍ଦେଶ ଦିଆଯାଇଛି। ଭି କେ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ କରିବା ବେଳେ ସେଠାରେ ତାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ରାଜକୀୟ ସମ୍ବର୍ଦ୍ଧନା, ସାଧାରଣ ସଭା ଓ ତାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଘୋଷଣାକୁ ବିରୋଧ କରିଥିଲେ ସାଂସହ ଓ ରାଜ୍ୟ ବିଜେପି ସଭାପତି। ଏହା ଭାରତୀୟ ପ୍ରଶାସନିକ ସେବା ନିୟମାବଳୀର ଉଲ୍ଲଙ୍ଘନ ବୋଲି ଅଭିଯୋଗ ହୋଇଥିଲା।

    ଅଭିଯୋଗ ଆଧାରରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଗତକାଲି ରାଜ୍ୟ ମୁଖ୍ୟ ସଚିବଙ୍କୁ ଚିଠି କରିଥିଲେ। ଚିଠିରେ ଉଲ୍ଲେଖ ରହିଛି କି, ଓଡ଼ିଶା କ୍ୟାଡ଼ରର ଜଣେ ଆଇଏଏସ ଅଫିସରଙ୍କ ବିରୁଦ୍ଧରେ ଜୁନ୍ ୨୪ତାରିଖରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମନମୋହନ ଅଭିଯୋଗ କରିଥିଲେ। ଅଭିଯୋଗ ସହ ପାଣ୍ଡିଆନଙ୍କ ବିରୋଧରେ ଦେଇଥିଲେ ତଥ୍ୟ ପ୍ରମାଣ। ଏଥିସହ ସମ୍ପୃକ୍ତ ଆଇଓଏସଙ୍କ ବିରୋଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଉଭୟ ନେତା।

    କେନ୍ଦ୍ର ଚିଠି ସହ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ନିଜ ଟ୍ୱିଟ୍ ମାଧ୍ୟମରେ ସାର୍ବଜନୀନ କରି କହିଛନ୍ତି ଯେ, ଓଡ଼ିଶା କ୍ୟାଡ଼ରର ଜଣେ ଅଫିସରଙ୍କ ଦ୍ୱାରା ଅଲଇଣ୍ଡିଆ ସର୍ଭିସ ରୁଲସର ଖୋଲା ଉଲ୍ଲଙ୍ଘନକୁ ଭାରତ ସରକାର ଗୁରୁତ୍ୱର ସହ ନେଇଛନ୍ତି । ରାଜ୍ୟ ସରକାର ଆଇଏଏସଙ୍କ କ୍ୟାଡ଼ର କଣ୍ଟ୍ରୋଲିଂ ଅଥରିଟି । ତେଣୁ ରୁଲ ଉଲ୍ଲଙ୍ଘନର ସ୍ପଷ୍ଟ ତଥ୍ୟ ପ୍ରମାଣ ଆଧାରରେ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ହୋଇଛି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ଷଡ଼ଙ୍ଗୀ।

    ଅନ୍ୟପକ୍ଷରେ ଫାଇପ ଟି ସଚିବଙ୍କ ବିଭିନ୍ନ ଜିଲ୍ଲାକୁ ଘନ ଘନ ପରିଦର୍ଶନ ଓ ସେଠାରେ ଜନ ପ୍ରତିନିଧିଙ୍କ ଦାୟିତ୍ୱ ତୁଲାଇବା ଓ ବିଭିନ୍ନ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ, ଘୋଷଣାକୁ ନେଇ ରାଜ୍ୟରେ ଦୀର୍ଘ ଦିନରୁ ପୁଞ୍ଜିଭୂତ ହେଉଛି ଅସନ୍ତୋଷ। ବିରୋଧୀ ଏହାକୁ ନେଇ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ଘନ ଘନ ସମାଲୋଚନା କରୁଛନ୍ତି। ସେପଟେ ସଚିବଙ୍କ କାର୍ଯ୍ୟ ପରିଧି ବୃଦ୍ଧି ପାଇଁ ବିଜେଡିରେ ମଧ୍ୟ ଚାପା ଅସନ୍ତୋଷ ଭରି ରହିଛି। ବର୍ତ୍ତମାନ କାର୍ମିକ ବିଭାଗର ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବ ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର।

  • ଭିଜିଲାନ୍ସ ସ୍କାନରରେ ଦିଗପହଣ୍ଡି ଫରେଷ୍ଟ ରେଞ୍ଜର

    ଭିଜିଲାନ୍ସ ସ୍କାନରରେ ଦିଗପହଣ୍ଡି ଫରେଷ୍ଟ ରେଞ୍ଜର

    ଆକ୍ସନ ମୋଡରେ ଭିଜିଲାନ୍ସ ।   ପୁଣି ଭିଜିଲାନ୍ସ ଜାଲରେ  ସରକାରୀ ବାବୁ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ ଘରେ ରେଡ୍ । ଦିଗପହଣ୍ଡି ରେଞ୍ଜରଙ୍କ ଗାଡ଼ିରୁ ମିଳିଲା 1 ଲକ୍ଷ ୫୮ ହଜାର ଟଙ୍କା । ଏତେ ଟଙ୍କା କେଉଁଠୁ ଆସିଲା, ଦେଇପାରିଲେନି ଉତ୍ତର । ଫଳରେ ଘରେ ଛାପା ମାରିଛି ଭିଜିଲାନ୍ସ । ରେଞ୍ଜନ କାହ୍ନୁଚରଣ ପଟ୍ଟନାୟକଙ୍କ ଘର ସମେତ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନରେ ଜାରି ରହିଛି  ଚଢ଼ାଉ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡିସ୍ଥିତ କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଗଣିଆନାଳ ଛକରେ ତାଙ୍କ ଗାଡିରୁ ନଗଦ 1 ଲକ୍ଷ ୫୮ହଜାର ଟଙ୍କା ଜବତ କରିଥିଲା   ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ । ତେବେ ଏହି ଟଙ୍କା ଅନୈତିକ ଉପାୟରେ ଅଣାଯାଇଥିବା ସନ୍ଦେହ କରି ଛଡ଼ାଉ କରିଛି  ଭିଜିଲାନ୍ସ। କେବଳ ଗାଡିରୁ ନୁବେଁ  ସରକାରୀ ବାସଭବନ ସମେତ ଘରୁ ମିଳିଛି ଟଙ୍କା । ରାତି ତମାମ ଭିଜିଲାନ୍ସ ଟିମ ତଦନ୍ତ କରୁଥିବା ବେଳେ ଦିଗପହଣ୍ଡି କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ରାତି ୨ଟା ବେଳେ ୬ ଜଣିଆ ଟିମ୍ ଆସି ଫେରିଛନ୍ତି । ବ୍ରହ୍ମପୁର ତୁଳସୀନଗର ୭ନମ୍ବର ଲାଇନରେ ଚଢ଼ାଉ ଜାରି ରହିଛି ।

  • ଏୟାର ଇଣ୍ଡିଆ ବିମାନରେ ପୁଣି ଜଣେ ଯାତ୍ରୀ କଲେ ପରିସ୍ରା, ଗଲେ ମାମୁଁ ଘର

    ଏୟାର ଇଣ୍ଡିଆ ବିମାନରେ ପୁଣି ଜଣେ ଯାତ୍ରୀ କଲେ ପରିସ୍ରା, ଗଲେ ମାମୁଁ ଘର

    ପୁଣି ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କ ଅଭଦ୍ରାମୀ। ବିମାନ ଚଟାଣରେ ପୁଣି ଜଣେ ଯାତ୍ରୀ ପରିସ୍ରା କରିବାର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ଅଭିଯୁକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଛି। ମୁମ୍ବାଇରୁ ନୂଆଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏଆଇସି ୮୬୬ ବିମାନରେ  ଗତ ୨୪ ତାରିଖରେ ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି।  ନୂଆଦିଲ୍ଲୀରେ ବିମାନ ଅବତରଣ କରିବା ପରେ  ଅଭିଯୁକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଯାତ୍ରୀ ଙ୍କ ନାମ ରାମ ସିଂ।

    ଗତ ୨୪ ତାରିଖରେ ରାମ ସିଂ ଏୟାର ଇଣ୍ଡିଅ ବିମାନରେ ମୁମ୍ବାଇରୁ ନୂଆଦିଲ୍ଲୀ ଯାଉଥିଲେ। ବିମାନ  ମଝି ଆକାଶରେ ଉଡୁଥିବା ବେଳେ ସେ ବିମାନ ଯାତ୍ରୀଙ୍କ ସମ୍ମୁଖରେ ବିମାନର ଚଟାଣରେ ପରିସ୍ରା କରିବା ସହ ଛେପ ପକାଇଥିଲେ। ଯାତ୍ରୀଙ୍କ ଏତାଦୃଶ ବ୍ୟବହାରରେ ସମସ୍ତ ଯାତ୍ରୀ ଅତିଷ୍ଠ ହୋଇପଡିଥିଲେ ଓ ଏହାକୁ ବିରୋଧ କରିଥିଲେ। ପରିସ୍ରା ଗନ୍ଧରେ ଯାତ୍ରୀଙ୍କୁ ବହୁ ଦୂର ଅତିକ୍ରମ କରିବାକୁ ହୋଇଥିବାରୁ ପ୍ରବଳ ହଟଗୋଳ ବିମାନରେ ହୋଇଥିଲା।

    ଯାତ୍ରୀଙ୍କ ଏପରି ବ୍ୟବହାରକୁ ଦେଖି  କ୍ରିଉ ମେମ୍ବର ସମ୍ପୃକ୍ତ ଯାତ୍ରୀଙ୍କୁ ଏହା କରିବାକୁ ବାରଣ କରିଥିଲେ। କିନ୍ତୁ କ୍ରୁ ମେମ୍ବରଙ୍କ କୌଣସି ବାରଣ ମାନି ନ ଥିଲେ  ଉକ୍ତ ଯାତ୍ରୀ। କ୍ରିଓ ମେମ୍ବର ବାଧ୍ୟ ହୋଇ ସମ୍ପୃକ୍ତ ଯାତ୍ରୀମାନଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ବସାଇଥିଲେ। ଏହା ପରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ବିମାନଟି ନୂଆଦିଲ୍ଲୀରେ ଲ୍ୟାଣ୍ଡ କରିବା ପରେ ଏୟାର ଇଣ୍ଡିଆ ସିକ୍ୟୁରିଟି ଫୋର୍ସ ସମ୍ପୃକ୍ତ ଯାତ୍ରୀଙ୍କୁ ନିଜ ହାଜତକୁ ନେଇ ପୋଲିସ ଜିମା ଦେଇଥିଲେ। ପୋଲିସ ତାଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଛି।

    ସେପଟେ ଏହି ପରି ଘଟଣା ଦୁଇ ବର୍ଷ ହେବ ଗୋଟିଏ ପରେ ଗୋଟିଏ ଘଟି ଚାଲିଛି। ୨୦୨୨ ନଭେମ୍ବର ୨୬ ତାରିଖରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏକ ବିମାନରେ ଜଣେ ଯାତ୍ରୀ ନିଜ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଇଥିଲେ। ସେହିପରି ଡିସେମ୍ବର ୬ ତାରିଖରେ ଅନ୍ୟ ଏକ ଘଟଣା ଘଟିଥିଲା। ପ୍ୟାରିସରୁ ନୂଆଦିଲ୍ଲୀ ଆସୁଥିବା ଏକ ବିମାନରେ ଜଣେ ନିଶାସକ୍ତ ଯାତ୍ରୀ ନିଜ ମହିଳା ସହଯାତ୍ରୀଙ୍କ କମ୍ବଳ ଉପରେ ପରିସ୍ରା କରି ଦେଇଥିଲେ। ଏନେଇ ଭାରତ ସରକାରଙ୍କ ବିମାନ ଉଡାଣ କର୍ତ୍ତୃପକ୍ଷ ସମ୍ପୃକ୍ତ ବିମାନକୁ ନୋଟିସ କରିବା ସହ ଯେମିତି ଏପରି ଘଟଣା ପୁନରାବୃତ୍ତି ନ କରିବାକୁ ନିର୍ଦେଶ ଦିଆଯାଇଥିଲା।

  • ନିଶା ଇଞ୍ଜେକସନ ଦେଇ ମହିଳା ରୋଗୀଙ୍କୁ  ଗଣବଳାତ୍କାର କଲେ ଡାକ୍ତର

    ନିଶା ଇଞ୍ଜେକସନ ଦେଇ ମହିଳା ରୋଗୀଙ୍କୁ ଗଣବଳାତ୍କାର କଲେ ଡାକ୍ତର

    ଏକ ଲଜ୍ଜାଜନକ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି। ଦ୍ୱିତୀୟ ଭଗବାନ କୁହାଯାଉଥିବା ଡାକ୍ତର ଜଣକ ସାଜିଲେ ପିଶାଚ । ଡାକ୍ତରଙ୍କୁ ଆଖି ବୁଜି ବିଶ୍ୱାସ କରିଥାନ୍ତି ରୋଗୀ ମନରେ ଆଶା ନେଇ ଆସିଥାନ୍ତି ସେ ଆମ ରୋଗ ଭଲ କରିଦେବ । ମାତ୍ର ଜଣେ ମହିଳା ରୋଗୀଙ୍କ ବିଶ୍ୱାସରେ ବିଷ ମିଶାଇଲେ ଡାକ୍ତର।  ନିଶା ଇଞ୍ଜେକସନ ଦେଇ ନିଜ ସାଥୀ ଡାକ୍ତରଙ୍କ ସହ ମହିଳା ରୋଗୀଙ୍କୁ କଲେ ଗଣବଳାତ୍କାର। ଏନେଇ ମହିଳାଜଣକ ଅଭିଯୋଗ କରିବା ପରେ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ ଡାକ୍ତରଙ୍କୁ ବାନ୍ଧିଥିବା ବେଳେ ତାଙ୍କ ସାଥୀ ଫେରାର ଅଛନ୍ତି।

    ଦିଲ୍ଲୀର ଜଣେ ମହିଳା ଦୀର୍ଘ ଦିନ ହେଲା ବେମାର ରହୁଥିଲେ। ବିଭିନ୍ନ ଆଡ଼େ ଚିକିତ୍ସା ପରେ ବି ସେ ସୁଫଳ ପାଇ ପାରୁ ନ ଥିଲେ। ଏହା ମଧ୍ୟରେ ସେ ଗାଜିଆବାଦରେ ଥିବା ଡାକ୍ତର ସାକିବଙ୍କ ସମ୍ପର୍କରେ ସୂଚନା ପାଇଲେ। ରୋଗ ଭଲ ହେବା ଆଶାରେ ସେ ତାଙ୍କୁ ଯୋଗାଯୋଗ କଲେ। ଏହାପରେ ଗତ ୭ ତାରିଖରେ ପ୍ରଥମ ଥର ସେ ତାଙ୍କ କ୍ଲିନିକ୍‌କୁ ଯାଇଥିଲେ। ଡାକ୍ତର ସାକିବ ମହିଳାଙ୍କୁ କିଛି ମେଡିସିନ ଦେଇଥିଲେ। ମାତ୍ର ଏଥିରେ ତାଙ୍କ ରୋଗ ଭଲ ନ ହେବାରୁ ଗତ ୧୯ ତାରିଖରେ ସେ ପୁଣି ଥରେ ଉକ୍ତ କ୍ଲିନିକ୍‌କୁ ଯାଇଥିଲେ।

    ସେତେବେଳେ ଚିକିତ୍ସା ନାଁରେ ଡାକ୍ତର ତାଙ୍କୁ ନିଶା ଇଞ୍ଜେକସନ୍‌ ଦେଇଥିଲେ। ଏହାପରେ ଡାକ୍ତର ସାକିବ ଓ ତାଙ୍କ ସାଥୀ ମହିଳାଙ୍କୁ ଗଣବଳାତ୍କାର କରିଥିଲେ। ଚେତା ଫେରିବା ପରେ ମହିଳାଜଣକ ବଳାତ୍କାରର ଶିକାର ହୋଇଥିବା ଜାଣିବାକୁ ପାଇଲେ। ଏନେଇ ବାହାରେ ପ୍ରକାଶ କଲେ ଭିଡିଓ ଭାଇରାଲ କରିଦେବାର ଧମକ ଦେଲେ ଡାକ୍ତର ସାକିବ । ଏପରିକି ପୂର୍ବରୁ ବି ବହୁ ଯୁବତୀଙ୍କର ବଳାତ୍କାର କରି ସାରିଥିବା ସେ ମହିଳାଙ୍କ ସମ୍ମୁଖରେ କହିଥିଲେ।

  • ଦୁର୍ଘଟଣାରେ ଚାଲିଗଲା ବାପା ମା’ଙ୍କ ସହ ଝିଅର ଜୀବନ

    ଦୁର୍ଘଟଣାରେ ଚାଲିଗଲା ବାପା ମା’ଙ୍କ ସହ ଝିଅର ଜୀବନ

    କୋରାପୁଟ ଜିଲ୍ଲା ପଟାଙ୍ଗୀ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ଏକ କାର୍ ସହ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଘଟିଛି ୩ଜଣଙ୍କର ମୃତ୍ୟୁ ।  ଆଜି ସକାଳେ ଏକ କାର୍‌ରେ ବାପା ମା’ ଓ ଛୋଟ ଝିଅ କୌଣସି କାମରେ ବୈପାରୀଗୁଡ଼ାରୁ ବିଶାଖାପାଟଣା ଯାଉଥିଲେ । ଏହି ସମୟରେ ପୁଙ୍ଗାର ଗାଁ ନିକଟରେ ବିପରିତ ଦିଗରୁ ଆସୁଥିବା ଟ୍ୟାଙ୍କର ସହ ସେମାନଙ୍କ କାର୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାପା ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଝିଅଟିର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ଟ୍ୟାଙ୍କର ଓ ତାର ଡ୍ରାଇଭରକୁ ଅଟକ ରଖିଛନ୍ତି। ଦୁର୍ଘଟଣାରେ ପରେ ଜାତୀୟ ରାଜପଥରେ ଗାଡ଼ିଚଳାଚଳ ବନ୍ଦ ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।

    ଆଜି ସକାଳ ପ୍ରାୟ ୬ଟା ବେଳେ ଜୟପୁରରୁ ଏକ କାର( ଓଡି୧୦ପି ୫୯୧୨)ରେ ଗୋଟିଏ ପରିବାରର ତିନିଜଣ ସଦସ୍ୟ(ବାପା,ମା ଓ ଛୁଆ) ବିଶାଖାପାଟଣା ଅଭିମୁଖେ ଯାଉଥିଲେ। ଅପରପକ୍ଷରେ ଏକ ଟ୍ୟାଙ୍କର ବିଶାଖାପାଟଣାରୁ ଦାମନଯୋଡ଼ି ଅଭିମୁଖେ ଆସୁଥିଲା। ଜାତୀୟ ରାଜପଥ-୨୬ର ପୁଙ୍ଗାର ଗାଁ ନିକଟରେ ଦୁଇଟି ଗାଡ଼ି ମଧ୍ୟରେ  ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ଫଳରେ ଘଟଣାସ୍ଥଳରେ ହିଁ ୩ଜଣଙ୍କର ପ୍ରାଣହାନୀ ଘଟିଥିଲା।  ଖବର ପାଇ  ପଟାଙ୍ଗୀ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

    ଦୁଇ ଦିନରେ ଲଗାତର ଦୁଇଟ ବଡ ଧରଣର ଦୁର୍ଘଟଣା ସମଗ୍ର ଜିଲ୍ଲାକୁ ଦୋହଲାଇ ଦେଇଛି। ଗତକାଲି ଗଞ୍ଜାମ  ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଖେମୁଣ୍ଡି କଲେଜ ନିକଟରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ଏକ ବିବାହ ଭୋଜି ଖାଇସାରି ବରଯାତ୍ରୀ ଏକ ଘରୋଇ ବସରେ ଖଣ୍ଡଦେଉଳି ଫେରୁଥିଲେ। । OSRTC ବସ୍‌ ଗୁଡ଼ାରୀରୁ ଭୁବନେଶ୍ୱର ଅଭିମୁଖେ ଫେରୁଥିଲା । ବିଳମ୍ବିତ ରାତିରେ OSRTC ବସ୍ ଓ ବରଯାତ୍ରୀ ବସ୍ ମଧ୍ୟରେ ଖେମୁଣ୍ଡି କଲେଜ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା ଏହି ଦୁର୍ଘଟଣାରେ ୧୨ ଜଣଙ୍କ ଜୀବନ ଚାଲିଗଲା । ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ ଥିବାବେଳେ ୪ ଜଣ ମହିଳା ଓ ୨ ଜଣ ଶିଶୁ ଥିଲେ

    ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଗୁରୁତର ହୋଇଥିଲେ । ଆମ୍ବୁଲାନ୍ସ ଓ ଦମକଳ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ସଙ୍ଗେସଙ୍ଗେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଘରୋଇ ବସ୍‌ରେ ୨୫ ଜଣ ଯାତ୍ରୀ ଥିବା ବେଳେ ଦୁର୍ଘଟଣାରେ ଦୁଇଟି ବସ୍ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା । ଦୁର୍ଘଟଣାସ୍ଥଳକୁ ବ୍ରହ୍ମପୁର ଏସପି ଓ ତହସିଲଦାର ଯାଇ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ।

  • ମଞ୍ଚେଶ୍ୱର: ଅନ୍ଧାରରେ ବାଡ଼ି, ଅଟକ ରଖିଥିବା ସାଧୁ ବାବାଙ୍କୁ ଛାଡ଼ିଲା ପୋଲିସ

    ମଞ୍ଚେଶ୍ୱର: ଅନ୍ଧାରରେ ବାଡ଼ି, ଅଟକ ରଖିଥିବା ସାଧୁ ବାବାଙ୍କୁ ଛାଡ଼ିଲା ପୋଲିସ

    ଅନ୍ଧାରରେ ବାଡ଼ି ବୁଲାଉଛି ମଞ୍ଚେଶ୍ୱର ଥାନା ପୋଲିସ । ଅସଲି ଚୋରକୁ ଧରିବା ବଦଳରେ ନକଲିଙ୍କୁ ଧରିଛି ଟିମ୍ । ବାହାବା ନେବାକୁ ପୋଲିସର ଜୋରଦାର ଉଦ୍ୟମ । ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଇଡକୋ କଲୋନୀ ଷ୍ଟାଡିୟମ ନିକଟରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି । ୫ ଜଣ ସାଧୁ ବାବା ଏକ ବୋଲେରୋ ରଖି ଜୟଶ୍ରୀରାମ କହିବା ସହ ଶଙ୍ଖ ଫୁଙ୍କୁଥିଲେ ।

    ଏହି ଅଞ୍ଚଳରେ ବୁଲାବୁଲି କରୁଥିବା ବେଳେ ଧରିଥିଲା ମଞ୍ଚେଶ୍ୱର ଥାନା ପୋଲିସ । ନିକଟରେ ସୁନା ଚୋରି ଘଟଣାରେ ସନ୍ଦେହ କରି ଥାନାରେ ଅଟକ ରଖିଥିଲା ପୋଲିସ । କିନ୍ତୁ ପରେ ପୋଲିସକୁ ବଦନାମ ହେବାକୁ ପଡ଼ିଛି । ପ୍ରକୃତରେ ସାଧୁ ବାବାମାନେ ପୁରୀ ରଥଯାତ୍ରା ଦେଖିବାକୁ ଉତ୍ତରପ୍ରଦେଶରୁ ଆସିଥିଲେ । ଜଗନ୍ନାଥଙ୍କ ଦର୍ଶନ ପରେ ଭୁବନେଶ୍ୱରରେ କିଛି ସ୍ଥାନ ବି ବୁଲିଛନ୍ତି । ମଞ୍ଚେଶ୍ୱରରେ ବୁଲାବୁଲି କରୁଥିବା ବେଳେ ତାଙ୍କୁ ଧରିଥିଲା ପୋଲିସ । ସତ୍ୟାସତ୍ୟ ଜଣାପଡ଼ିବା ପରେ ଅଟକ ବାବାମାନଙ୍କୁ ଛାଡ଼ିଦେଲା ପୋଲିସ ।

    ଦୁଇଦିନ ପୂର୍ବେ ନନ୍ଦନକାନନ ଥାନା ଅଞ୍ଚଳରେ ବାବା ବେଶରେ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇ ପଳାଇଥିବା ଅଭିଯୋଗ ହୋଇଥିଲା । ଧାର୍ମିକ ଆଲୋଚନା ପରେ ଜଳଖିଆ ଖାଇବା ବାହାନାରେ ଘରେ ପଶିଥିଲେ ନାଗା ବାବା । ହେଲେ ଜଳଖିଆ ନଖାଇ ସୁନା ଅଳଙ୍କାର ଲୁଟି ନେଇଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଥିଲା ।

    ସେହି ଘଟଣାର ତଦନ୍ତ ଜାରି ଥିବା ବେଳେ ପ୍ରକୃତ ଚୋରଙ୍କୁ ଛାଡ଼ି ସାଧୁ ବାବାଙ୍କୁ ଧରିଥିଲା ମଞ୍ଚେଶ୍ୱର ଥାନା ପୋଲିସ ।

  • ଅନ୍ଧାରୁଆ: ଆଖପାଖ ଗାଁରେ ହାତୀ ଆତଙ୍କ, ବନ ବିଭାଗର ଅବହେଳା ନେଇ ପ୍ରଶ୍ନ

    ଅନ୍ଧାରୁଆ: ଆଖପାଖ ଗାଁରେ ହାତୀ ଆତଙ୍କ, ବନ ବିଭାଗର ଅବହେଳା ନେଇ ପ୍ରଶ୍ନ

    ଅନ୍ଧାରୁଆରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଭରତପୁର ଜଙ୍ଗଲରୁ ଗୋଟିଏ ଦନ୍ତା ହାତୀ ଅନ୍ଧାରୁଆ ଓ ତାର ଆଖପାଖ ଗାଁରେ ପଶିଯିବାରୁ ଲୋକଙ୍କ ମନରେ କୋକୁଆ ଭୟ ଦେଖାଦେଇଛି । ରାତିରେ ହାତରେ ଟର୍ଚ୍ଚ ଧରି ଘଉଡ଼ାଇଥିଲେ ମଧ୍ୟ ହାତୀଟି ସ୍ଥାନୀୟ ଅଞ୍ଚଳରେ ଉତ୍ପାତ କରିଛି । ଧାନ ବିଲ, କଦଳୀ ବଗିଚା ଓ ଲୋକଙ୍କ ପନିପରିବା ଖାଇ ନଷ୍ଟ କରିଛି ।

    ଭରତପୁର ଜଙ୍ଗଲରୁ ବାହାରି ହାତୀଟି ଅନ୍ଧାରୁଆ ଗାଁ ନିକଟ ଏକ ପାଚେରି ନିକଟରେ ରହିଥିଲା । ତାକୁ ଘଉଡ଼ାଇବା ପାଇଁ ଲୋକେ ଉଦ୍ୟମ କରିଥିଲେ । ଏପରିକି ବାଣ ଫୁଟାଇଥିଲେ ମଧ୍ୟ ହାତୀଟି ଜଙ୍ଗଲ ଭିତରକୁ ଯାଇପାରିନଥିଲା । ସେଥିପାଇଁ ଖଣ୍ଡଗିରି-ଚନ୍ଦକା ରାସ୍ତାରେ ପ୍ରାୟ ଏକ ଘଣ୍ଟା ଯାଏ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଲୋକେ ହୋହଲ୍ଲା କରିବାରୁ ହାତୀଟି ଜଙ୍ଗଲ ଭିତରକୁ ଯିବା ପରିବର୍ତ୍ତେ ଅନ୍ଧାରୁଆ ଗାଁ ମୁହାଁ ହୋଇଥିଲା । ଏ ସମ୍ପର୍କରେ ବନ ବିଭାଗ କର୍ମଚାରୀଙ୍କୁ ସୂଚନା ଦିଆଯାଇଥିଲେ ସୁଦ୍ଧା କୌଣସି ବନ କର୍ମଚାରୀ ଘଟଣାସ୍ଥଳକୁ ଆସିନଥିଲେ । ଶେଷରେ ଟର୍ଚ୍ଚ ଧରି ଗାଁ ଲୋକେ ହିଁ ହାତୀଟିକୁ ରାସ୍ତା ପାର୍ କରାଇଥିଲେ ।

    ରାଜଧାନୀ ଭୁବନେଶ୍ୱରରେ ହାତୀ ପଶିବା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ସେହି ଅଞ୍ଚଳରେ ହାତୀ ପଶି ଉତ୍ପାତ କରିଛନ୍ତି । ୪ ଦିନ ପୂର୍ବେ ଚନ୍ଦକାରୁ ୩ଟିକିଆ ହାତୀ ପଲ ସହରମୁହାଁ ହୋଇଥିଲେ । ଶିଖରଚଣ୍ଡି ପାହାଡ଼ ତଳେ ତିନିଟି ହାତୀ ଉତ୍ପାତ କରିଥିବା ବେଳେ ପଥରଗାଡ଼ିଆ ନିକଟରେ ହାତୀପଲ ଲୋକଙ୍କ ଘର ନିକଟରେ ଯାଉଥିଲେ । ଏପରିକି ରାତିରେ ୨୦୦ ଫୁଟିଆ ରାସ୍ତା ପାର୍ ହେଉଥିବାରୁ ଗାଡ଼ି ଚାଳକମାନେ ଭୟଭୀତ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଗୋଟିଏ ହାତୀ ଜନବସତି ମୁହାଁ ହୋଇଥିଲା । ଗୋଟିଏ ପଟେ ବନ କର୍ମଚାରୀ ଆନ୍ଦୋଳନରେ ଥିବାବେଳେ ହାତୀ ଘଉଡ଼ାଇବାକୁ ଆସୁନାହାଁନ୍ତି । ଅନ୍ୟପଟେ ହାତୀ ଉତ୍ପାତରେ ଲୋକେ ଭୟଭୀତ ହେଲେଣି । ଏଥିପ୍ରତି ବନ ବିଭାଗ ଦୃଷ୍ଟି ନଦେଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଗାଁ ଲୋକେ ଚେତାବନୀ ଦେଇଛନ୍ତି ।

  • ଦିଗପହଣ୍ଡି: ବସ୍ ଦୁର୍ଘଟଣାରେ ୧୨ ମୃତ, ପରିବାରକୁ ମିଳିବ ୩ ଲକ୍ଷ

    ଦିଗପହଣ୍ଡି: ବସ୍ ଦୁର୍ଘଟଣାରେ ୧୨ ମୃତ, ପରିବାରକୁ ମିଳିବ ୩ ଲକ୍ଷ

    ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଖେମୁଣ୍ଡି କଲେଜ ନିକଟରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି । ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁତର ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି ।

    ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁକ ଦୁର୍ଘଟଣା ଘଟିଥିଲା । OSRTC ବସ୍ ଓ ଘରୋଇ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା । ବ୍ରହ୍ମପୁରରୁ ବିବାହ ଭୋଜି ସାରି ଏକ ବସ୍‌ରେ ଖଣ୍ଡଦେଉଳି ଫେରୁଥିଲେ ବନ୍ଧୁବାନ୍ଧବ । ଠିକ୍ ଏତିକିବେଳେ ଏକ OSRTC ବସ୍‌ ଗୁଡ଼ାରୀରୁ ଭୁବନେଶ୍ୱର ଅଭିମୁଖେ ଫେରୁଥିଲା । ହେଲେ ଦୁର୍ଭାଗ୍ୟବଶତଃ ଖେମୁଣ୍ଡି କଲେଜ ନିକଟରେ ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣଙ୍କ ଜୀବନ ଚାଲିଗଲା । ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ ଥିବାବେଳେ ୪ ଜଣ ମହିଳା ଓ ୨ ଜଣ ଶିଶୁ ଅଛନ୍ତି ।

    ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଗୁରୁତର ହୋଇଥିଲେ । ଆମ୍ବୁଲାନ୍ସ ଓ ଦମକଳ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ସଙ୍ଗେସଙ୍ଗେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଘରୋଇ ବସ୍‌ରେ ୨୫ ଜଣ ଯାତ୍ରୀ ଥିବା ବେଳେ ଦୁର୍ଘଟଣାରେ ଦୁଇଟି ବସ୍ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଦୁର୍ଘଟଣାସ୍ଥଳକୁ ବ୍ରହ୍ମପୁର ଏସପି ଓ ତହସିଲଦାର ଯାଇ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ । ଆହତମାନଙ୍କ ଚିକିତ୍ସା ଜିଲ୍ଲା ପ୍ରଶାସନ ତତ୍ତ୍ବାବଧାନରେ ଚାଲିଥିବା ଏଆରସିଙ୍କ ପକ୍ଷରୁ କହାଯାଇଛି । ଏମକେସିଜି ମେଡିକାଲରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା,ବ୍ରହ୍ମପୁର ଏସପି, ବ୍ରହ୍ମପୁର ଉପଜିଲ୍ଲାପାଳ ପହଞ୍ଚି ଘଟଣାର ତଦାରଖ କରିଛନ୍ତି ।

    ସେପଟେ, ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଦୁର୍ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

  • ମଣିପୁର: ଉତ୍ତ୍ୟକ୍ତ ଲୋକଙ୍କ ଦାବି ଯୋଗୁଁ ଗିରଫ ୧୨ ଉଗ୍ରବାଦୀ ମୁକ୍ତ

    ମଣିପୁର: ଉତ୍ତ୍ୟକ୍ତ ଲୋକଙ୍କ ଦାବି ଯୋଗୁଁ ଗିରଫ ୧୨ ଉଗ୍ରବାଦୀ ମୁକ୍ତ

    ମଣିପୁରରେ ହିଂସା ଥମିବା ବଦଳରେ ବଢ଼ିବାରେ ଲାଗିଛି । କେଉଁଠି ପୋଡ଼ାଜଳା ତ କେଉଁଠି ବିକ୍ଷୋଭ ପ୍ରଦର୍ଶନ । ସୁରକ୍ଷା ବାହିନୀ ଉପରକୁ ଆକ୍ରମଣ କରିବାକୁ ବି ପଛାଉ ନାହାଁନ୍ତି ଦୁର୍ବୃତ୍ତ । ଗତ କିଛି ଦିନ ହେଲା ଲାଗି ରହିଥିବା ହିଂସାକୁ ନେଇ ୧୨ ଜଣ ଉଗ୍ରବାଦୀଙ୍କୁ ଗିରଫ କରିଥିଲେ ସୁରକ୍ଷା ବାହିନୀ । ହେଲେ ପରିସ୍ଥିତି ଏମିତି ହେଲା ଶେଷରେ ସେମାନଙ୍କୁ ମୁକ୍ତ କରିବାକୁ ପଡ଼ିଲା ।

    ପୂର୍ବ ଇମ୍ଫାଲ୍‌ ଅନ୍ତର୍ଗତ ଇଥାମ୍‌ ଗାଁରେ ସୁରକ୍ଷାକର୍ମୀଙ୍କୁ ଘେରାଉ କରିଥିଲେ ମହିଳା । ସେମାନଙ୍କ ନେତୃତ୍ବରେ ପ୍ରାୟ ୧୫୦୦ ଉତ୍ତ୍ୟକ୍ତ ଲୋକେ ସୁରକ୍ଷାକର୍ମୀଙ୍କୁ ଛାଡ଼ି ନଥିଲେ । ଶେଷରେ ବାଧ୍ୟ ହୋଇ ‘କାଙ୍ଗ୍‌ଲେଇ ୟାୱଲ୍‌ କାନ୍ନା ଲୁପ୍‌’ (KYKL)ର ୧୨ ଜଣ ଉଗ୍ରବାଦୀଙ୍କୁ ମୁକ୍ତ କରିଥିଲେ ସୁରକ୍ଷାକର୍ମୀ । ଏ ନେଇ ସରକାରୀ ଅଧିକାରୀମାନେ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି । ସାଧାରଣ ନାଗରିକମାନଙ୍କ ଜୀବନ ବିପଦରେ ନ ପକାଇବା ଲାଗି ସେନା ଭାବିଚିନ୍ତି ଏଭଳି ନିଷ୍ପତ୍ତି ଗ୍ରହଣ କରିଛି । ମୁକ୍ତ ଉଗ୍ରବାଦୀମାନେ ଘଟଣାସ୍ଥଳରେ ଜବତ ଅସ୍ତ୍ରଶସ୍ତ୍ର ନେଇ ଚାଲି ଆସିଥିବା ସୁରକ୍ଷାବାହିନୀ ପକ୍ଷରୁ କୁହାଯାଇଛି ।

    ଗତକାଲି ଇଥାମ୍‌ ଗାଁରେ ସୁରକ୍ଷା ବାହିନୀ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଥିଲା । ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ କରିବା ସହ ମଣିପୁରୀ ଉଗ୍ରବାଦୀ ସଙ୍ଗଠନ KYKLର ୧୨ ଜଣ କ୍ୟାଡର୍‌ଙ୍କୁ ଗିରଫ କରଯାଇଥିଲା । ସେପଟେ କୋହିମା ଓ ଇମ୍ଫାଲ୍‌ର ପ୍ରତିରକ୍ଷା ଜନସମ୍ପର୍କ ଅଧିକାରୀ କହିଛନ୍ତି ଯେ କିଛି ମହିଳା ଓ ସ୍ଥାନୀୟ ନେତାଙ୍କ ନେତୃତ୍ବରେ ପ୍ରାୟ ୧୫୦୦ ଉତ୍ତ୍ୟକ୍ତ ଲୋକ ଘଟଣାସ୍ଥଳକୁ ଘେରି ଯାଇଥିଲେ ।

    ସୁରକ୍ଷା ବାହିନୀ ପକ୍ଷରୁ ଚାଲିଥିବା ଅଭିଯାନରେ ସେମାନେ ବାଧା ଦେଇଥିଲେ । ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ କୌଣସି ସୁଫଳ ମିଳିନଥିଲା । ଉତ୍ତ୍ୟକ୍ତ ଜନତାଙ୍କ ଉପରେ ଆକ୍ରମଣ ନକରି ଶେଷରେ ୧୨ ଜଣ କ୍ୟାଡର୍‌ଙ୍କୁ ସ୍ଥାନୀୟ ନେତାଙ୍କୁ ହସ୍ତାନ୍ତର କରାଯାଇଥିଲା । ଜନଜାତି ମାନ୍ୟତା ପାଇଁ ଦାବି କରୁଥିବା ମଣିପୁରୀ ସମ୍ପ୍ରଦାୟ ବିରୋଧରେ ମେ’ ୩ ତାରିଖରେ ଆୟୋଜିତ ଟ୍ରାଇବାଲ୍‌ ସଲିଡାରିଟି ମାର୍ଚ୍ଚରେ ହିଂସାକାଣ୍ଡ ଘଟିଥିଲା । ସେବେଠାରୁ ଏଯାବତ୍‌ ମଣିପୁର ରାଜ୍ୟରେ ଅସ୍ଥିରତା ଲାଗି ରହିଛି ।