Category: ମୁଖ୍ୟ ଖବର

  • ‘ଶାଲିଗ୍ରାମ ଶାଲ’ ଆପ୍ ଜରିଆରେ ବେଆଇନ୍ ଅର୍ଥ ଆଦାୟ ଅଭିଯୋଗ

    ‘ଶାଲିଗ୍ରାମ ଶାଲ’ ଆପ୍ ଜରିଆରେ ବେଆଇନ୍ ଅର୍ଥ ଆଦାୟ ଅଭିଯୋଗ

    ପୁଣି ମହାପ୍ରଭୁଙ୍କ ପୂଜା ନାଁରେ ଅନଲାଇନରେ ଠକେଇ । ବିଭିନ୍ନ ଆପ୍ ମାଧ୍ୟମରେ ଭକ୍ତଙ୍କୁ ମନେଇବା ପାଇଁ ଉଦ୍ୟମ ଜାରି ରହିଛି । ଏହି ଆପ୍ ଜରିଆରେ ମାଲେମାଲ ହେଉଛନ୍ତି ଦଲାଲ ଯାହାକୁ ନେଇ ଚିନ୍ତା ବଢ଼ିଛି ।

    ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କୁ ବି ଛାଡ଼ିଲେନି ଦଲାଲ । ତାଙ୍କୁ ମାଧ୍ୟମ କରି ବେଶ୍ କିଛି ଅର୍ଥ ରୋଜଗାର କରୁଛନ୍ତି । ଉତ୍ସବ ପରେ ପୁଣି ଥରେ ମହାପ୍ରଭୁଙ୍କ ନାଁରେ ଆଉ ଏକ ଆପ୍ ଦେଖିବାକୁ ମିଳିଛି । ‘ଶାଲିଗ୍ରାମ ଶାଲ’ଆପ୍‌ ଜରିଆରେ ଶ୍ରଦ୍ଧାଳୁଙ୍କୁ ମନାଯାଉଛି । ଶାଲିଗ୍ରାମ୍‌ ଡଟ୍‌ କମ୍‌ ନାଁରେ ୱେବସାଇଟରେ ବ୍ରାହ୍ମଣ ଭୋଜନବେଳର ଏକ ଫଟୋ ପକାଯାଇ ଦର ମଧ୍ୟ ସ୍ଥିର ହୋଇଛି । ୧୧ ଜଣ ବ୍ରାହ୍ମଣଙ୍କୁ ଭୋଜନ ଦେଲେ ଆପଣଙ୍କୁ ୬ ହଜାର ଅର୍ଥାତ୍ ୭୯ ଆମେରିକୀୟ ଡଲାର ଦେବାକୁ ପଡ଼ିବ ବୋଲି ଉଲ୍ଲେଖ ରହିଛି । ଏହା ପୁଣି ୫୦ ପ୍ରତିଶତ ଡିସ୍‌କାଉଣ୍ଟ ରେଟ୍‌ରେ ମିଳିବ । ଜଗନ୍ନାଥଙ୍କ ପୂଜା, ମନ୍ତ୍ର, ଜପ ଓ ଯଜ୍ଞ ପାଇଁ ୫୦ ପ୍ରତିଶତ ରିହାତିରେ ରେଟ୍‌ ରହିଛି ୪ ହଜାର ୫୦୦ ଟଙ୍କା ଅର୍ଥାତ୍ ପ୍ରାୟ ୫୯ ଡଲାର । ସେହିପରି ତିନି ବିଗ୍ରହଙ୍କ ପୂଜା ପାଇଁ ୧୧୫୦୦ ଟଙ୍କା, ୩ ଜଣ ପୂଜକଙ୍କ ଦ୍ୱାରା ଗୋଟିଏ ଦିନ ସିଦ୍ଧ ପୂଜା ପାଇଁ ୧୨ ହଜାର ଟଙ୍କା ଅର୍ଥାତ୍ ୧୫୯ ଡଲାର ଲାଗିବ ବୋଲି ମୂଲ୍ୟ ସ୍ଥିର ହୋଇଛି ।

    ମହାପ୍ରଭୁଙ୍କ ପୂଜା, ବ୍ରାହ୍ମଣ ଭୋଜନ, ହୋମ, ଯଜ୍ଞ ନାଁରେ ଅନ୍‌ଲାଇନରେ ବିଜ୍ଞାପନ ଦେଇ ବଡ଼ ଧରଣର ଠକେଇ ଚାଲିଛି । ସମ୍ପୃକ୍ତ ଠକ ସଂସ୍ଥା ବିରୋଧରେ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଶ୍ରୀମନ୍ଦିର ସେବାୟତ । ଜଗନ୍ନାଥ ଭକ୍ତଙ୍କ ଭାବାବେଗ ସହ ବଡ଼ ଧରଣର ଠକେଇ ଚାଲିଛି । ବିଶ୍ୱସ୍ତରରେ ମହାପ୍ରଭୁଙ୍କ ଛବିକୁ ନିନ୍ଦିତ କରାଯାଉଛି । ଏଭଳି କାର୍ଯ୍ୟରେ ସଂପୃକ୍ତ ସଂସ୍ଥା, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେବାୟତ ପକ୍ଷରୁ ଦାବି ହୋଇଛି ।

    ସେପଟେ ବରିଷ୍ଠ ଦଇତାପତି ସେବାୟତଙ୍କ କହିବାନୁସାରେ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନର ସାହାଯ୍ୟ ନେଇ ଭକ୍ତମାନେ ଦାନ କରିପାରିବେ । ଶ୍ରଦ୍ଧାଳୁମାନେ ଏମିତି କୌଣସି ଆପ୍ ଜରିଆରେ ଟଙ୍କା ନ ଦେବାକୁ ଆହ୍ୱାନ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଏପରି ଅନ୍‌ଲାଇନ୍‌ ଠକେଇକୁ ଗୁରୁତର ସହ ନେଇଛି । ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ବରିଷ୍ଠ ସେବାୟତମାନେ କହିଛନ୍ତି । ଗତ ମାସରେ ‘ଉତ୍ସବ’ ଆପ୍ ଧରାପଡ଼ିଥିଲା । ଭକ୍ତଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରି ଚାଲିଥିଲା । ସିଂହଦ୍ୱାର ଥାନାରେ ଏତଲା ପରେ ଆସନ୍ତା ୭ ତାରିଖରେ ସଂସ୍ଥାର କର୍ତ୍ତୃପକ୍ଷ,ପୋଲିସ ନିକଟରେ ହାଜର ହେବାକୁ ନୋଟିସ କରାଯାଇଛି ।

    ଏଭଳି ଅନଲାଇନ୍ ସେବା କେବେଠାରୁ ଆରମ୍ଭ ହୋଇଛି । ପୂଜା କରିବା ପାଇଁ ଦେଶୀବିଦେଶୀ ଭକ୍ତଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନିଆଯାଉଛି । ଏଥିରେ କାହାର କ୍ଷତି ହେଉଛି, କିଏ ବଦନାମ ହେଉଛି ରାଜ୍ୟବାସୀ, ଜଗନ୍ନାଥପ୍ରେମୀ ଜାଣିବା ଉଚିତ ।


  • ଲାଞ୍ଚ ମାଗୁଥିଲେ ଯନ୍ତ୍ରୀ, ଟେବୁଲ ଉପରେ ପନିପରିବା ରଖି ପ୍ରତିବାଦ କଲା କଂଗ୍ରେସ

    ଲାଞ୍ଚ ମାଗୁଥିଲେ ଯନ୍ତ୍ରୀ, ଟେବୁଲ ଉପରେ ପନିପରିବା ରଖି ପ୍ରତିବାଦ କଲା କଂଗ୍ରେସ

    ‘ପିସି ଦିଅ,ରାସ୍ତା ନିର୍ମାଣ ହେବ’ । ଭୁବନେଶ୍ୱର ପ୍ରାଚୀ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀଙ୍କ ନାଁରେ ଏଭଳି ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି ।

    ଅଡୁଆରେ ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ । ତାଙ୍କ ନାଁରେ ଆସିଛି ଲାଞ୍ଚ ମାଗିବା ଅଭିଯୋଗ । କଟକ ଜିଲ୍ଲା ଖଣ୍ଡାଇତ ଗାଁକୁ ରାସ୍ତା ନିର୍ମାଣ ପାଇଁ ଭୁବନେଶ୍ୱର ପ୍ରାଚୀ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ ଲାଞ୍ଚ ମାଗିଥିଲେ । ଏହାକୁ ଘୋର ବିରୋଧ କରି କଟକ ଜିଲ୍ଲା କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏବଂ ଚାଷୀ, ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହଙ୍ଗାମା କରିଛନ୍ତି । ଇଞ୍ଜିନିୟରଙ୍କ ଟେବୁଲ ଉପରେ ବିଭିନ୍ନ ପ୍ରକାରର ପନିପରିବା ରଖି ଅଭିନବ ଉପାୟରେ ସେମାନେ ପ୍ରତିବାଦ କରିଛନ୍ତି ।

    ଅଫିସ ଭିତରେ କିଛି କଂଗ୍ରେସ କର୍ମୀ ଗାମୁଛା ପିନ୍ଧି, ସାର୍ଟ ଖୋଲି ପ୍ରତିବାଦ ଜଣାଇଛନ୍ତି । ରାସ୍ତା ନିର୍ମାଣ ପାଇଁ ୧୪ ଥର ଲୋକେ ଆସିଲାଣି । ମାତ୍ର ଏ ଦିଗରେ ଯନ୍ତ୍ରୀ କୌଣସି ସାହାଯ୍ୟ କି ସହଯୋଗ କରନାହାଁନ୍ତି । ଅନ୍ୟ ଲୋକଙ୍କ ସହାୟତାରେ ସେ ଏହି କାର୍ଯ୍ୟ ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ କର୍ମୀ । ହେଲେ ଆମ ପାଖରେ ଲାଞ୍ଚ ପାଇଁ ଟଙ୍କା ନାହିଁ । ଏବେ ପନିପରିବା ଆଣିଛୁ, ଯନ୍ତ୍ରୀ ଏହାକୁ ନିଅନ୍ତୁ ବୋଲି କହିଛନ୍ତି କଂଗ୍ରେସ କର୍ମୀ ।

    congressprotest

    puttingvegetables

    askingforbribes

    superintendingengineer

  • କେନ୍ଦୁଝର: ଛତୁ ତୋଳିବାକୁ ଯାଇ ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

    କେନ୍ଦୁଝର: ଛତୁ ତୋଳିବାକୁ ଯାଇ ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

    କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଅଘଟଣ । ଭାଲୁ ଆକ୍ରମଣରେ ରାମଚନ୍ଦ୍ରପୁର ଥାନା ବରାଙ୍ଗ ଗାଁର ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

    ସୂଚନା ଅନୁସାରେ ଗୁରୁତର ବୃଦ୍ଧଙ୍କ ନାଁ ନିତ୍ୟାନନ୍ଦ ମହାନ୍ତ । ଆଜି ଭୋରରୁ ଗାଁର ୩-୪ ଜଣ ଲୋକଙ୍କ ସହ ମିଶି ସେ ଛତୁ ତୋଳିବାକୁ ବରାଙ୍ଗ ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ । ଠିକ୍ ଏତିକିବେଳେ ଏକ ଭାଲୁ ତାର ଦୁଇ ଛୁଆଙ୍କୁ ଧରି ଫେରୁଥିଲା । ଲୋକଙ୍କ ସହ ସାମ୍ନାସାମ୍ନି ହୋଇଥିବା ବେଳେ ଅନ୍ୟାମାନେ ଭାଲୁକୁ ଦେଖି ଦୌଡ଼ି ପଳାଇଥିଲେ । ହେଲେ ନିତ୍ୟାନନ୍ଦ ଦୌଡିନପାରି ଭାଲୁ ଆକ୍ରମଣର ଶିକାର ହୋଇଥିଲେ ।

    ଭାଲୁ ଆକ୍ରମଣରେ ନିତ୍ୟାନନ୍ଦ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

  • ଭୁବନେଶ୍ୱର: ଆଜି କିଛି ସ୍ଥାନରେ ବିଜୁଳି,ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

    ଭୁବନେଶ୍ୱର: ଆଜି କିଛି ସ୍ଥାନରେ ବିଜୁଳି,ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

    ରାଜ୍ୟରେ ଏଯାଏ ମୌସୁମୀ ଏତେଟା ପ୍ରଭାବ ପକାଇପାରିନି । ଦୁର୍ବଳ ସ୍ଥିତି ଯୋଗୁଁ ଗତ ୨୪ ଘଣ୍ଟାରେ ୧.୧ ମିମି ବର୍ଷା ରେକର୍ଡ କରାଯାଇଛି ଯାହାକି ସ୍ୱାଭାବିକ ବର୍ଷା ୧୧ ମିମି ତୁଳନାରେ ୯୦ ପ୍ରତିଶତ କମ୍ ରହିଛି । ସେପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର କେନ୍ଦ୍ର ଭାଗ ଉପରେ ଥିବା ଘୂର୍ଣ୍ଣିବଳୟଟି ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋସାଗର ଉପରେ ରହିଛି ।

    ମୌସୁମୀ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ବିଜୁଳି,ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗଜପତି,ଗଞ୍ଜାମ,ନୂଆପଡ଼ା,ବଲାଙ୍ଗିର,ସୋନପୁର,ସମ୍ବଲପୁର,ଦେବଗଡ଼ ଓ ଯାଜପୁର ଜିଲ୍ଲା‌ରେ ବିଜୁଳି,ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ସେହିପରି ୫ ତାରିଖରେ ରାୟଗଡ଼ା,ଗଜପତି,କନ୍ଧମାଳ,କଳାହାଣ୍ଡି,ମାଲକାନଗିରି,କୋରାପୁଟ,ନବରଙ୍ଗପୁର ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୬ ତାରିଖରେ ଅନ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଆଉ କିଛି ସ୍ଥାନରେ ଅତିପ୍ରବଳ ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ ।

    ମୟୂରଭଞ୍ଜ,ବାଲେଶ୍ବର,ଅନୁଗୁଳ, କେନ୍ଦୁଝର ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷିପାରେ । ସେହିଭଳି ଗଜପତି,ଗଞ୍ଜାମ,ରାୟଗଡ଼ା,ବଲାଙ୍ଗିର,ବରଗଡ଼,ବୌଦ୍ଧ ଆଦି ଜିଲ୍ଲାର କିଛି ଅଂଶରେ ପ୍ରବଳ ବର୍ଷା ହେବା ନେଇ ସୂଚନା ମିଳିଛି । ଆସନ୍ତାକାଲି ରାଜଧାନୀ ସମତେ ଏହାର ଆଖପାଖ ଅଞ୍ଚଳଗୁଡ଼ିକରେ ମେଘୁଆ ପାଗ ରହିବ ।

  • ଝାନ୍ସିର ସିପ୍ରି ବଜାରରେ ଭୟଙ୍କର ଅଗ୍ନିକାଣ୍ଡ, ମହିଳା ସମେତ ୪ ମୃତ

    ଝାନ୍ସିର ସିପ୍ରି ବଜାରରେ ଭୟଙ୍କର ଅଗ୍ନିକାଣ୍ଡ, ମହିଳା ସମେତ ୪ ମୃତ

    ସୋମବାର ଉତ୍ତରପ୍ରଦେଶର ଝାନସୀର ସିପ୍ରି ବଜାରରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯେଉଁଥିରେ ଜଣେ ଝିଅ ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଯାଇଛି । ସିପ୍ରି ବଜାରର ରାମା ବୁକ୍ ଡିପୋ ଛକ ନିକଟରେ ଥିବା ବିଆର ଟ୍ରେଡରରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ତେଜ ଏତେ ଅଧିକ ଥିଲା ଯେ ନିକଟସ୍ଥ ଦୋକାନରେ ମଧ୍ୟ ନିଆଁ ଲାଗିଯାଇଥିଲା। ଏହା ପରେ ଏହାର ସୂଚନା ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।

    ଅଗ୍ନିକାଣ୍ଡ ଘଟିବାର ଅଳ୍ପ ସମୟ ପରେ ସେଠାରେ ଅଗ୍ନିଶମ ଗାଡି ପହଞ୍ଚି ନିଆଁ ଲିଭାଇବା କାମ ଆରମ୍ଭ ହୋଇଥିଲା। ଜିଲ୍ଲା ମାଜିଷ୍ଟ୍ରେଟ ରବିନ୍ଦ୍ର କୁମାର କହିଛନ୍ତି, “ଏହା ଏକ ଦୁଖଃଦ ଘଟଣା। ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ ପାଇଁ ତଦନ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।” ଏଥି ସହିତ ଏସଏସପି ଝାନସୀ ମଧ୍ୟ ଏହି ଅଗ୍ନିକାଣ୍ଡ ପରେ ସୂଚନା ଦେଇଛନ୍ତି। ଏସପି ରାଜେଶ ଏସ କହିଛନ୍ତି, ସିପ୍ରି ବଜାରରେ ଘଟିଥିବା ନିଆଁକୁ ଅଗ୍ନିଶମ ବାହିନୀ, ପୋଲିସ ଏବଂ ସ୍ଥାନୀୟ ଲୋକମାନେ ଏକାଠି ନିୟନ୍ତ୍ରଣକୁ ଆଣିଛନ୍ତି।

    ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡ଼ିଛି । ୪ ଜଣ ଜୀଅନ୍ତା ଜଳି ଯାଇଯାଇଥିବା ବେଳେ ୩ ଜଣ ଶୋ’ରୁମ୍‌ ଭିତରେ ଜଳି ଯାଇଛନ୍ତି । ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଆଁ ଲିଭାଇବାକୁ ୮୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା । ପ୍ରାୟ ୧୦ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ନିଆଁକୁ ଲିଭା ଯାଇଥିଲା । ମାତ୍ର ବିଲ୍ଡିଂରେ ଥିବା ସବୁ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ତୁରନ୍ତ ଏହାର କାରଣ ଖୋଜିବାକୁ ଝାନସୀ ଜିଲ୍ଲାପାଳ ଏକ କମିଟି ଗଠନ କରିଛନ୍ତି ।

  • ଡେଙ୍ଗୁ ଆକ୍ରାନ୍ତଙ୍କ ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ୱର

    ଡେଙ୍ଗୁ ଆକ୍ରାନ୍ତଙ୍କ ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ୱର

    ସାରା ରାଜ୍ୟ ଏବେ ଡେଙ୍ଗୁରେ ପ୍ରଭାବିତ I ରାଜ୍ୟର ୧୮ଟି ଜିଲ୍ଲାରେ ଜୁଲାଇ ମାସ ଆରମ୍ଭରୁ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି Iଡେଙ୍ଗୁ ଆକ୍ରାନ୍ତଙ୍କ ହଟସ୍ପଟ ପାଲଟିଛି ଖୋଦ ରାଜଧାନୀ ଭୁବନେଶ୍ୱର I ଗତ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଡେଙ୍ଗୁ ଜ୍ଵରରେ କମ୍ପିବା ଆଶଙ୍କା ଇକରାଯାଉଛି Iସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଚଳିତ ମାସ ୨ ତାରିଖ ସୁଦ୍ଧା ରାଜ୍ୟରେ ୧୧,୫୭୫ ନମୁନା ପରୀକ୍ଷା ହୋଇଛି I ସେଥିରୁ ୧୯୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି I ଏଥିରେ ଖୋର୍ଦ୍ଧା ଜିଲ୍ଲାର ୧୦୫ ରୋଗୀ ରହିଛନ୍ତି I ଗତକାଲି ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତହିଁରୁ ୯ ଜଣ କେବଳ ଖୋର୍ଦ୍ଧା ଜିଲ୍ଲାର ରହିଥିଲେ I ଅନ୍ୟ ଜିଲ୍ଲା ମାନଙ୍କ ମଧ୍ୟରୁ ଯାଜପୁର ୧୨ କଟକ ୧୧ ବାଲେଶ୍ୱର ୧୦ ପୁରୀ ୧୦ ଓ ଭଦ୍ରକରୁ ୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି I ଗତବର୍ଷ ଏହି ସମୟରେ ୬୧୨୫ ନମୁନା ପରୀକ୍ଷା ହୋଇଥିଲା ଓ ୩୮୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ I

    ବିଶେଷ୍ଜ୍ଞଙ୍କ ମତରେ ଗତ ୨-୩ ବର୍ଷ ଧରି ରାଜଧାନୀ ତଥା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବା ପଛରେ ମୁଖ୍ୟ କାରଣ ହେଉଛି କୋଭିଡ I କୋଭିଡ ଲକଡାଉନ ଓ ସଟଡାଉନ ପାଇଁ ପାର୍କଠାରୁ ଆରମ୍ଭ କରି ଗାଡି ଡଷ୍ଟବିନ ପାଣି ଟାଙ୍କି ଓ ଅନ୍ୟାନ ସ୍ଥାନ ଠିକ ସମୟରେ ସଫା ହୋଇପାରିନଥିଲା I ଡେଙ୍ଗୁ ଜ୍ୱର ଏଡିସ ମଶା କାମୁଡିବା ଦ୍ୱାରା ବ୍ୟାପିଥାଏ I ସାଧାରଣତଃ ଏହି ମଶା ସକାଳ ଓ ସନ୍ଦ୍ୟା ସମୟରେ କାମୁଡିଥାନ୍ତି I ସ୍ଵଛ ପାଣିରେ ବଂଶ ବିସ୍ତାର କରିଥାଏ I ଏଡିସ ମଶାର ଅଣ୍ଡା ୧-୨ ବର୍ଷ ପାଇଁ ସତେଜ ରହିଥାଏ I କଠିନ ବର୍ଜ୍ୟବସ୍ତୁ ସହିତ ଏଡିସ ମଶାର ଅଣ୍ଡା ଲାଗି ରହିଥାଏ Iବର୍ଷା ଋତୁ ଆସିବା ପରେ ପାଣି ବାଜିବାରୁ ଅଣ୍ଡାରୁ ଛୁଆ ବାହାରି ଲୋକଙ୍କୁ କାମୁଡିଥାନ୍ତି I ଏଥିପାଇଁ ଘରର ଆଖପାଖରେ ଥିବା ଅଳିଆ ଆବର୍ଜନାକୁ ତୁରନ୍ତ ସଫା କରିବା ଉଚିତ I

    ସହରରେ ଲୋକଙ୍କ ଚଳପ୍ରଚଳ ଅଧିକ ଥିବା କାରଣରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି I ହେଲେ ସରକାର ଯେତେ ଚେଷ୍ଟା କଲେ ମଧ୍ୟ ଡେଙ୍ଗୁ ନିୟନ୍ତ୍ରଣ କରିପାରିବେ ନାହିଁ ବୋଲି ଵିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି I ଜନସ୍ଵାସ୍ତ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି ,ଜୁଲାଇ ମାସରୁ ସେପ୍ଟେମ୍ବର ମାସରେ ଏହା ବଢିଥାଏ Iଡେଙ୍ଗୁ ଜ୍ୱର ଚିହ୍ନଟ ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ସମେତ ୪୦ଟି ସ୍ଥାନରେ ପରୀକ୍ଷା କରାଯାଉଛି I

  • ବୌଦ୍ଧ: ଅଜଣା ଯୁବକଙ୍କ ମୃତଦେହ ଠାବ, କାରଣ ଖୋଜୁଛି ପୋଲିସ

    ବୌଦ୍ଧ: ଅଜଣା ଯୁବକଙ୍କ ମୃତଦେହ ଠାବ, କାରଣ ଖୋଜୁଛି ପୋଲିସ

    ବୌଦ୍ଧ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ବୌଦ୍ଧ ସହରସ୍ଥିତ ସତସଙ୍ଗ ମନ୍ଦିର ପଛପଟ ମହାନଦୀ କୂଳ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଠାବ ହୋଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି ।

    ସୂଚନା ଅନୁସାରେ ଆଜି ସକାଳୁ ସ୍ଥାନୀୟ ଲୋକେ ସ୍ନାନଶୌଚ ପାଇଁ ମହାନଦୀକୁ ଯାଇଥିଲେ । ନଦୀ କୂଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣଙ୍କ ମୃତଦେହ ପଡ଼ିଥିବା ସେମାନେ ଦେଖିଥିଲେ । ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ ଲୋକେ । ଖବର ପାଇ ଘଟଣାସ୍ଥଳକୁ ଯାଇଥିଲା ବୌଦ୍ଧ ଆଦର୍ଶ ଥାନା ପୋଲିସ । ସେଠାରୁ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହ ପଡ଼ିଥିବା ସ୍ଥାନ ନିକଟରୁ ଏକ ସାଇକେଲ, ମଦ ବୋତଲ ମଧ୍ୟ ଜବତ କରାଯାଇଛି । ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ମିଳିପାରି ନାହିଁ ।

    ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରିଛି ପୋଲିସ । ତଥାପି ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ସତ୍ୟାସତ୍ୟ ଜଣାପଡ଼ିବ । ଏହି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

  • ମହାରାଷ୍ଟ୍ରରେ କମ୍ ଦିନର ଅତିଥି’ସିନ୍ଦେ’, ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଅଜିତ: ସଞ୍ଜୟ

    ମହାରାଷ୍ଟ୍ରରେ କମ୍ ଦିନର ଅତିଥି’ସିନ୍ଦେ’, ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଅଜିତ: ସଞ୍ଜୟ

    ଖୁବଶୀଘ୍ର ମହାରାଷ୍ଟ୍ରର ରାଜନୈତିକ ଚିତ୍ର ବଦଳିବ । ନିଜର ସ୍ୱାର୍ଥ ପୂରଣ ପାଇଁ ଅଜିତ ପାୱାର ଏବେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୨୦୨୪ରେ ରାଜ୍ୟ ପଲିଟିକାଲ ଫିଗର ବଦଳିବ ବୋଲି କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ।

    ମହାରାଷ୍ଟ୍ରରେ ଘଡ଼ିକେ ଘୋଡ଼ା ଛୁଟୁଛି । ପ୍ରଥମେ ବିଜେପି ହାତ ଛାଡ଼ି ଏନସିପି ଓ କଂଗ୍ରେସ ସହ ମେଣ୍ଟ ସରକାର ଗଠନ କରିଥିଲା ଶିବସେନା । ହେଲେ ଉଦ୍ଧବ ଗୋଷ୍ଠୀରେ ବିଦ୍ରୋହୀ ଗୋଷ୍ଠୀର ସୃଷ୍ଟି ପରେ ସବୁ ଅଙ୍କ ଭୁଲ୍ ହେଲା । ଶେଷରେ ମହାରାଷ୍ଟ୍ରରେ ନୂଆ ସରକାର ଗଠନ ହେଲା । ବିଜେପିକୁ ସାଥ୍ କରି ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ । ପରେ ପରେ କଂଗ୍ରେସ ଏବଂ ଏନସିପିରେ ଗୋଷ୍ଠୀ କନ୍ଦଳ ଲାଗି ରହିଲା । ଏନସିପି ପ୍ରତିଷ୍ଠାତା ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେଲା । ପରିସ୍ଥିତି ଏପରି ହେଲା ଶେଷରେ ଏନସିପି ନେତା ଅଜିତ ଏବେ ମହାରାଷ୍ଟ୍ରର ଡେପୁଟି ସିଏମ୍ ଭାବେ ଶପଥ ନେଇଛନ୍ତି ଯାହାକୁ ସହ୍ୟ କରିପାରିନି ଶିବସେନା ।

    ଏଭଳି ରାଜନୀତିକୁ ନେଇ ଭବିଷ୍ୟବାଣୀ ରଖିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ସେ କହିଛନ୍ତି ଏକନାଥ ସିନ୍ଦେ ବି ହଟିବେ । କାରଣ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଏନସିପି ନେତା ଅଜିତ ପାୱାର । ସିନ୍ଦେଙ୍କୁ ହଟାଯିବ, ତାଙ୍କ ସମର୍ଥିତ ୧୬ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷିତ ହେବେ ବୋଲି ସଞ୍ଜୟ କହିଛନ୍ତି । ଏନସିପି, ଶିବସେନା ଏବଂ କଂଗ୍ରେସ ଭଳି ଦଳରେ ଫାଟ ସୃଷ୍ଟି କରୁଛି ବିଜେପି । କିନ୍ତୁ ଏଥିରୁ ବିଜେପିକୁ କୌଣସି ଫାଇଦା ମିଳିବ ନାହିଁ ବୋଲି ସେ କହିଛନ୍ତି ।

    ୨୦୨୪ରେ ଏନସିପି, ଶିବସେନା ଏବଂ କଂଗ୍ରେସ ମିଳିତ ଭାବେ ମହାରାଷ୍ଟ୍ରରେ ନିର୍ବାଚନ ଲଢ଼ିବେ ବୋଲି ଶିବସେନା ସାଂସଦ କହିଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହୁଥିଲେ ଏନସିପି ନେତାମାନେ ଦୁର୍ନୀତିରେ ସଂପୃକ୍ତ । ହେଲେ ଏବେ ଏନସିପି ନେତା ଅଜିତ ପାୱାରଙ୍କୁ କିପରି ଉପମୁଖ୍ୟମନ୍ତ୍ରୀ ପଦ ମିଳିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ୨୪ ବର୍ଷ ପୂର୍ବେ ଦଳ ସୃଷ୍ଚି କରିଥିଲେ ଶରଦ ପାୱାର । ତାଙ୍କୁ ଆଘାତ ଦେଇ ଉପମୁଖ୍ୟମନ୍ତ୍ରୀ ପଦ ଲୋଭରେ ଅଜିତ ପାୱାର ଏନ୍‌ସିପିରୁ ଯାଇ ବିଜେପିର ସାଥ୍ ଦେଇଛନ୍ତି । ଏପରିକି ଏନସିପିର ୮ ଜଣ ନେତା ବି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏଭଳି ବିଶ୍ୱାସଘାତକ ରାଜନୀତିକୁ ରାଜ୍ୟବାସୀ କେବେ ବି ଗ୍ରହଣ କରିବେ ନାହିଁ ବୋଲି ସଞ୍ଜୟ ରାଉତ କହିଛନ୍ତି ।

  • ସରିଲା ରିମାଣ୍ଡ, ଜେଲ୍ ଗଲେ ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ

    ସରିଲା ରିମାଣ୍ଡ, ଜେଲ୍ ଗଲେ ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ

    ପାଞ୍ଚ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉଚଙ୍କୁ ଜେଲକୁ ପଠାଇ ଦେଇଛନ୍ତି ସୁନ୍ଦରଗଡ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ସେ ଆୟଠାରୁ ୫୦୬ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ପ୍ରାଥମିକ ତଦନ୍ତ ପରେ ସାମ୍ନାକୁ ଆସିଥିଲା। ଜେରା ପରେ ଆଉ ୩ଟି ପ୍ଲଟ ରାଉଚଙ୍କ ନାମରେ ଥିବା ବେଳେ ସେଥିରୁ ଦୁଇଟି ବେନାମୀ ପ୍ଲଟ ରହିଛି। ସେହିପରି ୧.୨ କୋଟି ଟଙ୍କା ଜମା ଥିବା ୬ଟି ବେନାମୀ ଆକାଉଣ୍ଟକୁ ପତ୍ତା ଲଗାଇଛି ଭିଜିଲାନ୍ସ।

    ଯାଞ୍ଚ ବେଳେ ମିଳିଥିବା ୩ ପ୍ଲଟ ମଧ୍ୟରୁ ୨ଟି ପ୍ଲଟ ବେନାମୀ ଥିବା ବେଳେ ଗୋଟିଏ ଭଦ୍ରକରେ ୦.୪୭ ଡିସିମିଲର ଓ ଗୋଟିଏ ମାଳିପଡା,ଭୁବନେଶ୍ବରରେ ୦.୧୬ ଡିସିମିଲର ରହିଛି। ସେହିପରି ବିଭିନ୍ନ ଲୋକଙ୍କ ନାମରେ ସେ ୬ଟି ବେନାମୀ ଆକାଉଣ୍ଟ ଖୋଲି ୧.୨ କୋଟି ଟଙ୍କା ଡିପୋଜିଟ କରିଥିବା ଜେରା ସମୟରେ କହିଛନ୍ତି ରାଉତ। ସେହିପରି ଭଦ୍ରକସ୍ଥିତ ୟୁକୋ ବ୍ୟାଙ୍କରେ ଏକ ଲକର ଠାବ କରିଛି ତଦନ୍ତକାରୀ ସଂସ୍ଥା।

     ଗତ ଜୁନ ୨୩ ତାରିଖରେ ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପଳ ପ୍ରଶାନ୍ତ ରାଉତଙ୍କ ଘର ଉପରେ  ଭିଜିଲାନ୍ସ ଚଢାଉ କରିଥିଲା। ଏହା ପରେ ୨୪ ତାରିଖରେ ତାଙ୍କୁ ଗିରଫ କରିଥିଲା। ତାଙ୍କଠାରୁ ୫କୋଟି ୨୧ଲକ୍ଷ ୦୯ହଜାର ୬୫୯ ଟଙ୍କା ଜବତ ହୋଇଥିଲା, ଯାହା ତାଙ୍କ ଆୟର ୫୦୬ ପ୍ରତିଶତ ଥିବା ଜଣା ପଡିଥିଲା। ଚଢାଉ ବେଳେ ତାଙ୍କ ଘରୁ କେବଳ ୩ କୋଟି ୨ଲକ୍ଷ ୩୦ହଜାର ୮୦୦ଟଙ୍କା ନଗଦ ଜବତ କରିଥିଲା। ,ଯାହା ରାଜ୍ୟ ଭିଜିଲାନ୍ସ ଇତିହାସରେ ଜବତ ନଗଦ ଟଙ୍କା ମଧ୍ୟରେ ଦ୍ୱିତୀୟ ସର୍ବାଧିକ ।

    ପ୍ରାଶାନ୍ତ ରାଉତଙ୍କର ଭୁବନେଶ୍ୱରର କାନନ ବିହାର ଅଂଚଳରେ ଏକ ଦୁଇ ମହଲା କୋଠା, କଟକ ଓ ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ୪ଟି ମୂଲ୍ୟବାନ ପ୍ଲଟ୍ ଓ ଉମରକୋଟରେ ଗୋଟିଏ ବେନାମୀ ପ୍ଲଟ୍ ରହିଛି। ଦୁଇ ପିଲାଙ୍କ ପାଠପଢ଼ାରେ ପ୍ରଶାନ୍ତ ମୋଟ ୮୭ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାବେଳେ ତାଙ୍କର ୨ଟି ଚାରିଚକିଆ ଓ ଗୋଟିଏ ଦୁଇ ଚକିଆ ଗାଡ଼ି ରହିଛି। ଏହି ତିନିଟି ଗାଡ଼ିର ମୂଲ୍ୟ ହେଉଛି ୩୭ ଲକ୍ଷ ଟଙ୍କା। ତାଙ୍କ ଠାରୁ ୨୭.୨୭ଲକ୍ଷ ଟଙ୍କାର ସୁନା-ରୁପା ଅଳଙ୍କାର ଓ ଘରୋଇ ଉପକରଣ ଜବତ କରାଯାଇଛି।

    vigilance

    ଭିଜିଲାନ୍ସ ସୂଚନା ଅନୁସାରେ ପ୍ରଶାନ୍ତ ୨୦୧୮ ମସିହାରେ ବିଶ୍ରା ବ୍ଲକ ବିଡିଓ ଥିବାବେଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିଲେ । ୨୦୧୮ ନଭେମ୍ବର ୬ରେ ପ୍ରଶାନ୍ତଙ୍କୁ ଚାକିରିରୁ ନିଲମ୍ବିତ ହେବାକୁ ପଡ଼ିଥିଲା। ତେବେ ୨୦୨୦ ଜାନୁୟାରୀ ୧୮ରେ ନିଲମ୍ବନ ହଟିଥିଲା ତଥା ସେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ପୁନଃ ଅବସ୍ଥାପିତ ହୋଇଥିଲେ ।

    ଏହି ମାମଲାରେ ତାଙ୍କୁ ରାଉରକେଲା ଭିଜିଲାନ୍ସରେ ୧୫/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିଲା। ସୁନ୍ଦରଗଡ ଭିଜିଲାନ୍ସ କୋର୍ଟରେ ରାଉଚଙ୍କୁ ରିମାଣ୍ଡ ଆବେଦନ କରିଥିଲା ତଦନ୍ତକାରୀ ସଂସ୍ଥା। କୋର୍ଟ ସଂସ୍ଥାକୁ ୫ ଦିନିଆ ରିମାଣ୍ଡ ପ୍ରଦାନ କରିଥିଲେ। ଆଜି ତାଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି ଓ ତାଙ୍କୁ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ। ସେ ଗିରଫ ହେବା ପରେ ତାଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର।

  • କେନ୍ଦୁଝର: ନେଲୁଙ୍ଗ ହୁଡ଼ିରେ ଭାଲୁଙ୍କ ଗହଣରେ ବିତୁଛି ବାବୁ’ଙ୍କ ଜୀବନ

    କେନ୍ଦୁଝର: ନେଲୁଙ୍ଗ ହୁଡ଼ିରେ ଭାଲୁଙ୍କ ଗହଣରେ ବିତୁଛି ବାବୁ’ଙ୍କ ଜୀବନ

    କେମିତି ଲାଗିବ ବନ୍ୟଜନ୍ତୁ, ହିଂସ୍ରଜନ୍ତୁଙ୍କ ସମ୍ପର୍କରେ ଆଲୋଚନା କଲେ । ମନରେ, ହୃଦୟରେ ସୃଷ୍ଟି ହେବ କମ୍ପନ । ଭୟର ବାତାବରଣ ସୃଷ୍ଟି ହେବ । ଲୋକେ ଭୟଭୀତ ହେବେ । କିନ୍ତୁ ବେଳେ ବେଳେ ଏମିତି ଚିତ୍ର ଆସେ ଯାହା ମଣିଷକୁ ଚିନ୍ତାରେ ପକାଏ । ମଣିଷ ଓ ହିଂସ୍ରଜନ୍ତୁଙ୍କ ମଧ୍ୟରେ ସମ୍ପର୍କର ଡୋରି ଯାହା ଆମର ମାନସିକତାରେ ପରିବର୍ତ୍ତନ ଆଣେ । କେଉଁଠି ହାତୀ-ମଣିଷର ସମ୍ପର୍କ ତ କେଉଁଠି ମଣିଷ-ବାଘର ସମ୍ପର୍କ ଦେଖିବାକୁ ମିଳେ । ମଣିଷ-ଭାଲୁ ସମ୍ପର୍କ ଆଉ ଟିକେ ମଜାଦାର ହୋଇଥାଏ । ପାହାଡ଼, ଜଙ୍ଗଲ ଭଳି ପରିବେଶକୁ ଭଲ ପାଇ, ପଶୁପକ୍ଷୀଙ୍କ ଗହଣରେ ଜୀବନ ବିତାଇବା ଟିକେ ନିଆରା । ଆଜି କେନ୍ଦୁଝର ଜିଲ୍ଲା ନେଲୁଙ୍ଗ ଗାଁ ନିକଟରେ ଥିବା ନେଲୁଙ୍ଗ ହୁଡ଼ି ପାହାଡ଼କୁ ଯିବା, ଆଉ ଦେଖିବା ଭିନ୍ନ ଏକ ମଣିଷର ଚିତ୍ର ।

    ନେଲୁଙ୍ଗର ମୋଗଲି । ବାବୁ ଓରଫ ସାଗର । କେନ୍ଦୁଝର ଜିଲ୍ଲା ନେଲୁଙ୍ଗ ଗାଁର ବାବୁ ନାଏକ । ବାପାଙ୍କ ମୃତ୍ୟୁ ପରେ ଗାଁ ମୋହ ତୁଟାଇ ନିକଟସ୍ଥ ପାହାଡ଼ରେ କଟୁଛି ଜୀବନ । ବନ୍ୟଜନ୍ତୁଙ୍କ ଗହଣରେ ନେଲୁଙ୍ଗ ହୁଡ଼ିରେ ଦୁଇ ବର୍ଷରୁ ଅଧିକ ସମୟ ହେଲା ଜୀବନ ବିତାଉଛନ୍ତି ବାବୁ । ପାହାଡ଼ର ଏକ ଗୁମ୍ପା ମଧ୍ୟରେ ସେ ରୁହନ୍ତି ଯାହାର ଅତି ନିକଟରେ ରହିଛି ଭାଲୁଙ୍କ ଗୁମ୍ପା । ଭାଲୁଙ୍କ ଯାଆସ ଲାଗି ରହେ ହେଲେ ବାବୁଙ୍କୁ ଆକ୍ରମଣ କରନ୍ତି ନାହିଁ । ଗାଁ ଭିତରକୁ ଅନେକ ଥର ଭାଲୁ ପଲ ପଶିଛନ୍ତି । ଗାଁ ଲୋକେ ଗୋଡ଼ାଇବାରୁ ପୁଣି ନିଜ ଗୁମ୍ପାକୁ ଫେରି ଆସିଛନ୍ତି । ହେଲେ ପାହାଡ଼ିଆ ମଣିଷ ବାବୁକୁ କେବେ ବି ଆକ୍ରମଣ କରିନାହାଁନ୍ତି ।

    ହିଂସ୍ର ଜନ୍ତୁଙ୍କ ଭୟରେ ଲୋକେ ନେଲୁଙ୍ଗ ହୁଡ଼ିକୁ ଯାଆନ୍ତି ନାହଁ । ଭାଲୁଙ୍କ ଚଳପ୍ରଚଳ ଅଧିକ ଥିଲେ ହେଁ ସେଠାରେ ଜୀବନ ବିତାଇ ଚାଲିଛନ୍ତି ବାବୁ । ୩ ବର୍ଷ ପୂର୍ବେ ବାପାଙ୍କ ମୃତ୍ୟୁ ପରେ ତାଙ୍କୁ ସାଂସାରିକ ଜୀବନ ଭଲ ଲାଗିନଥିଲା । ସେ ଲୋଭ, ମୋହ, ମାୟା ଠାରୁ ଦୂରେଇ ଯାଇ ପାହାଡ଼ରେ ରହୁଛନ୍ତି । ପଶୁପକ୍ଷୀଙ୍କୁ ଭଲ ପାଇ ନେଲୁଙ୍ଗର ମୋଗଲି ଭାବେ ପରିଚୟ ପାଇଛନ୍ତି । ପ୍ରତି ଦୁଇ ଦିନରେ ମା’ଖାଇବାକୁ ନେଇ ଦେଇଥାନ୍ତି । ସେତିକି ହିଁ ମା’-ପୁଅର ସମ୍ପର୍କ ।

    ନେଲୁଙ୍ଗ ହୁଡ଼ିରେ ଭାଲୁ ଅଧିକ ଥିବାବେଳେ ଜୀବନ ପ୍ରତି ବିପଦ ରହିଛି । ଖରାଦିନେ ନିଆଁ ଲାଗିବାର ଆଶଙ୍କା ବି ରହୁଛି । ଏଭଳି ଥରେ ନିଆଁ ଲାଗିଥିବା ବେଳେ ବନ ଟିମ୍ ପହଞ୍ଚିଥିଲା । ବାବୁଙ୍କୁ ଗାଁକୁ ଫେରିବାକୁ ଅନୁରୋଧ କରାଯାଇଥିଲେ ସୁଦ୍ଧା ସେ ଫେରିବାକୁ ନାରାଜ ବୋଲି କହିଛନ୍ତି ଫରେଷ୍ଟଗାର୍ଡ ।