Category: ମୁଖ୍ୟ ଖବର

  • ସମୁଦ୍ରରେ ହଜିଗଲା ଶତାଧିକ ଲୋକଙ୍କୁ ଧରି ଯାଉଥିବା ଡଙ୍ଗା

    ସମୁଦ୍ରରେ ହଜିଗଲା ଶତାଧିକ ଲୋକଙ୍କୁ ଧରି ଯାଉଥିବା ଡଙ୍ଗା

    ସ୍ପେନର କେନରି ଦ୍ୱୀପ ନିକଟରେ ପ୍ରବାସୀଙ୍କୁ ନେଇ ଯାଉଥିବା ତିନୋଟି ଭରପୁର ଡଙ୍ଗା ନିଖୋଜ ଥିବା ଜଣାପଡିଛି । କୁହାଯାଉଛି ଯେ, ଏହି ଡଙ୍ଗାରେ ଶତାଧିକ ଶରଣାର୍ଥୀ ଥିଲେ ଯେଉଁମାନେ ସେନେଗଲରୁ ସ୍ପେନ ଯାଉଥିଲେ । ୱାକିଂ ବର୍ଡରର ମାନବାଧିକାର କର୍ମୀ ହେଲେନା ମାଲେନୋ ନ୍ୟୁଜ୍ ଏଜେନ୍ସି ରଏଟର୍ସକୁ କହିଛନ୍ତି ଯେ, ଦୁଇଟି ଡଙ୍ଗା ମଧ୍ୟରୁ ଗୋଟିଏରେ ୬୫ ଜଣ ଏବଂ ଅନ୍ୟଟିରେ ୫୦-୬୦ ଜଣ ଲୋକ ଅଛନ୍ତି । ଯେଉଁମାନେ ସେନେଗଲରୁ ସ୍ପେନ ଯାଉଥିଲେ କିନ୍ତୁ ୧୫ ଦିନ ପରେ ମଧ୍ୟ ସେଠାରେ ପହଞ୍ଚିନଥିଲେ । ସେ କହିଥିଲେ ଯେ, ତୃତୀୟ ଡଙ୍ଗାରେ ୨୦୦ ଲୋକ ଥିଲେ ।

    ଡଙ୍ଗା ୨୭ ଜୁନରେ ସେନେଗଲରୁ ସ୍ପେନ ଅଭିମୁଖେ ଯାତ୍ରା କରିଥିଲା । ମାଲେନୋ କହିଛନ୍ତି ଯେ, ଏହା ପରେ ଡଙ୍ଗାରେ ଥିବା ଲୋକଙ୍କ ସେମାନଙ୍କ ପରିବାର ସଦସ୍ୟଙ୍କ ସହ କୌଣସି ସମ୍ପର୍କ ହୋଇପାରିନଥିଲା । ସମସ୍ତ ତିନୋଟି ଡଙ୍ଗା ସେନେଗଲର ଦକ୍ଷିଣରେ ଥିବା କାଫାଉଣ୍ଟିନ୍‌ରୁ ବାହାରିଥିଲା । ଏହି ଡଙ୍ଗାରେ ଥିବା ୩୦୦ ଲୋକ ସେନେଗଲର ଗୋଟିଏ ଅଞ୍ଚଳର ବାସିନ୍ଦା ଅଟନ୍ତି । ସେନେଗଲରେ ଚାଲିଥିବା ଅସ୍ଥିରତା ଯୋଗଁ ଦେଶ ଛାଡିବାକୁ ବାଧ୍ୟ ହୋଇଥିଲେ ।

    ଏଠାରେ ଜଣାଇ ଦେଉଛୁ ଯେ, ପଶ୍ଚିମ ଆଫ୍ରିକା ଉପକୂଳରେ ଅବସ୍ଥିତ କାନାରି ଦ୍ୱୀପ ହେଉଛି ସ୍ପେନରେ ପହଞ୍ଚିବାକୁ ଚେଷ୍ଟା କରୁଥିବା ପ୍ରବାସୀ ମାନଙ୍କ ପାଇଁ ମୁଖ୍ୟ ମାର୍ଗ । ଏହା ବ୍ୟତୀତ ବହୁତ କମ୍ ସଂଖ୍ୟକ ଲୋକ ଭୂମଧ୍ୟସାଗର ପାର ହୋଇ ସ୍ପେନରେ ପହଞ୍ଚିବାକୁ ଚାହାଁନ୍ତି, କାରଣ ଭୂମଧ୍ୟସାଗରର ରାସ୍ତା ବହୁତ ଲମ୍ବା ଏବଂ କଷ୍ଟକର । କାରଣ ଏହି ଅଞ୍ଚଳରେ ପ୍ରବଳ ଗରମ ପଡିଥାଏ । ଯେଉଁଥିପାଇଁ ଭୂମଧ୍ୟସାଗର ଦେଇ ଯିବା ଅତ୍ୟନ୍ତ କଷ୍ଟକର ହୋଇପଡେ । କେବଳ ସେତିକି ନୁହେଁ, ଆଟଲାଣ୍ଟିକ୍ ସ୍ଥାନାନ୍ତରଣ ମାର୍ଗକୁ ମଧ୍ୟ ବିଶ୍ୱର ସବୁଠାରୁ ମାରାତ୍ମକ ମାର୍ଗ ଭାବେ ବିବେଚନା କରାଯାଏ ।

    ମିଳିତ ଜାତିସଂଘର ଆନ୍ତର୍ଜାତୀୟ ସଂଗଠନ ଫର ମାଇଗ୍ରେସନର ତଥ୍ୟ ଅନୁଯାୟୀ, ଗତ ବର୍ଷ କେନରି ଦ୍ୱୀପରେ ପହଞ୍ଚିବାକୁ ଚେଷ୍ଟା କରି ୨୨ ପିଲାଙ୍କ ସମେତ ଅତି କମରେ ୫୫୯ ଜଣ ପ୍ରାଣ ହରାଇଛନ୍ତି ।

  • ନେପାଳରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୬ ମୃତ

    ନେପାଳରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୬ ମୃତ

    ନେପାଳରେ ୫ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ଚାଳକଙ୍କ ସହ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ। ନେପାଳର ମାଉଣ୍ଟ ଏଭରେଷ୍ଟ ନିକଟ ଲାମଜୁରାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ହେଲିକପ୍ଟରର ଭଗ୍ନାବଶେଷ ଓ ୬ ଜଣଙ୍କ ମୃତଦେହ ଠାବ ହୋଇଛି। ଆଜି ସକାଳୁ ହେଲିକପ୍ଟର ସୋଲୁଖୁମ୍ବୁରୁ କାଠମାଣ୍ଡୁ ଯାତ୍ରା କରୁଥିବା ବେଳେ ସକାଳ ..୧୦ଟା ୦୫ରେ କଣ୍ଟ୍ରୋଲ ରୁମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।
    ୫ ବିଦେଶୀ ନାଗରିକଙ୍କୁ ନେଇ ସୋଲୁଖୁମ୍ବୁରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିଲା ହେଲିକପ୍ଟର ୯ଏନ ଓଓମଭି। ମଝି ଆକାଶରେ ଉଡୁଥିବା ବେଳେ ଯୋଗାଯୋଗ କଣ୍ଟ୍ରୋଲ ରୁମ ସହ ବିଚ୍ଛିନ୍ନ ହୋଇଥିଲା। ହେଲିକପ୍ଟର ନିଖୋଜ ନେଇ ଆଧିକାରିକ ସୂଚନା ଜାରି ହୋଇଥିଲା। କିଛି ଘଣ୍ଟା ପରେ ହେଲିକପ୍ଟରର ଭଗ୍ନାବଶେଷ ଲାମାଜୁରା ଡଣ୍ଡାରୁ ନାମକ ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ସ୍ଥାନୀୟ ଲୋକେ ଠାବ କରିଥିଲେ ଓ ଖୋଜାଖୋଜି କରି ୫ଟି ମୃତଦେହ ଉଦ୍ଧାର କରିଥିଲେ।

    ଟିଆରଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସୁଦୂର ପାର୍ବତ୍ୟ ସୋଲୁଖମ୍ବୁ ଜିଲ୍ଲାର ଲିକେପିକେ ଗ୍ରାମୀଣ ପୌରପାଳିକାର ଲାମଜୁରା ଅଞ୍ଚଳରେ ଏହି ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ବିସ୍ତୃତ ରିପୋର୍ଟ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ | ଉଦ୍ଧାର କାର୍ଯ୍ୟ ଚାଲିଛି। ସ୍ଥାନୀୟ ଲୋକ ତାଙ୍କୁ ସୂଚନା ଦେଇଛନ୍ତି ଯେ ଏକ ହେଲିକପ୍ଟର ପ୍ରଚଣ୍ଡ ବିସ୍ଫୋରଣରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ସେମାନେ ଦୁର୍ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିଛନ୍ତି।
    ଗ୍ରାମାଞ୍ଚଳ ପୌରପାଳିକାର ଉପାଧ୍ୟକ୍ଷ ନୱାଙ୍ଗ ଲାକପା କହିଛନ୍ତି ଯେ “ସ୍ଥାନୀୟ ଲୋକମାନେ ଚିହାଣ୍ଡାଣ୍ଡାରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଦେଖିଥିଲେ। ମନଙ୍ଗ ଏୟାରର ଅପରେସନ୍ସ ଏବଂ ସିକ୍ୟୁରିଟି ମ୍ୟାନେଜର ରାଜୁ ନ୍ୟୁପେନ କହିଛନ୍ତି ଯେ ହେଲିକପ୍ଟରର ଶେଷ ସ୍ଥାନ ଲାମଜୁରା ପାସ୍ ଅଞ୍ଚଳରେ ସକାଳ ୧୦ଟା ୧୨ ରେ ଦେଖାଯାଇଥିଲା। ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସ୍ଥାନୀୟ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପୂର୍ବରୁ ଖରାପ ପାଗ ଯୋଗୁଁ ଦୁର୍ଘଟଣା ସ୍ଥଳକୁ ଖୋଜିବା ପାଇଁ ପଠାଯାଇଥିବା ଦୁଇଟି ହେଲିକପ୍ଟରକୁ ଫେରିବାକୁ ପଡିଥିଲା। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

    ହେଲିକପ୍ଟରରେ ପାଞ୍ଚ ଜଣ ମେକ୍ସିକୋ ନାଗରିକ ତଥା ପାଇଲଟ୍ ଚେଟ ବି ଗୁରୁଙ୍ଗ ଥିଲେ। ‘ମୋ ରିପବ୍ଲିକା’ ନ୍ୟୁଜ୍ ପୋର୍ଟାଲ ସୂତ୍ରରୁ ପ୍ରକାଶ ଯେ ଦୁର୍ଘଟଣାସ୍ଥଳରେ ପାଞ୍ଚ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାପୂର୍ବରୁ ଟିଆର ମୁଖପାତ୍ର ଟେକ୍ନାଥ ସୀତାଲା ସମ୍ବାଦ ୱେବସାଇଟକୁ କହିଛନ୍ତି, “ସୂଚନା ମୁତାବକ, ମନଙ୍ଗ ଏୟାର ହେଲିକପ୍ଟର ଲାମାଜୁରା ପାସରେ ପହଞ୍ଚିବା ପରଠାରୁ ଯୋଗାଯୋଗ ହରାଇଥିଲା। ହେଲିକପ୍ଟରଟି କେବଳ ଭାଇବର ଉପରେ ଏକ ‘ହେଲୋ’ ବାର୍ତ୍ତା ପାଇଥିବା ସୂଚନା ମିଳିଥିଲା।

    ମନଙ୍ଗ ଏୟାର ହେଉଛି କାଠମାଣ୍ଡୁ ଆଧାରିତ ହେଲିକପ୍ଟର ବିମାନ ୧୯୯୭ ରେ ପ୍ରତିଷ୍ଠିତ ହୋଇଥିଲା। ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଅଧୀନରେ ନେପାଳ ଅଞ୍ଚଳରେ ଏହା ବାଣିଜ୍ୟିକ ବିମାନ ସେବା ଯୋଗାଆସୁଛି | କମ୍ପାନୀ ଚାର୍ଟାର୍ଡ ​​ସେବା ଯୋଗାଏ |

  • ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ପାଇଁ ଆମେ ଏହି ଯୋଜନାରେ ଏକ ଐତିହାସିକ ପଦକ୍ଷେପ

    ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ପାଇଁ ଆମେ ଏହି ଯୋଜନାରେ ଏକ ଐତିହାସିକ ପଦକ୍ଷେପ

    ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ସହିତ ଗାଁ ଗାଁରେ ଥିବା ପୂଜାସ୍ଥଳ ଓ ଐତିହାସିକ ଗୁରୁତ୍ବ ବହନ କରୁଥିବା ସ୍ଥାନ ଗୁଡିକର ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଦେଇଛନ୍ତି । ଓଡିଶାର ଗାଁ ଗୁଡିକରେ ଥିବା ପୂଜାସ୍ଥଳ ତଥା ଅନ୍ୟାନ୍ୟ ଐତିହାସିକ ଗୁରୁତ୍ବ ଥିବା ସ୍ଥାନର ବିକାଶ ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ଏକ ନୂଆ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ।

    ଏହି ଯୋଜନାର ଅଂଶ ସ୍ବରୂପ ପୂଜା ଓ ଐତିହାସିକ ସ୍ଥାନର ବିକାଶ ତଥା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧାର ବିକାଶ ନିମନ୍ତେ ପ୍ରତ୍ୟେକ ଗାଁରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରାଯାଇପାରିବ। ପଞ୍ଚାୟତ ଗୁଡିକରେ ଆଧୁନିକ ଭିତ୍ତିଭୂମିର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରିବ। ଆଜି ରାଜ୍ୟ କ୍ୟାବିନେଟ ଏହି ଯୋଜନାକୁ ଅନୁମୋଦନ ଦେଇଛି ।

    ଯୋଜନା ଉପରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନାରେ ରହିଛି ଏକ ନୂଆ ଓଡିଶା, ଏକ ଆକାଂକ୍ଷୀ ଓଡିଶା ଗଠନର ପରିକଳ୍ପନା– ଏଭଳି ଏକ ଆଧୁନିକ ଓଡିଶା ଯାହା କି ଆମର ମୌଳିକ ମୂଲ୍ୟବୋଧ ଉପରେ ପର୍ଯ୍ୟବେସିତ।

    ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ଓଡିଶା ସବୁବେଳେ ତା’ର ସଂସ୍କୃତି, ତା’ର ପରମ୍ପରା ଓ ଇତିହାସ ସହିତ ଦୃଢ ଭାବରେ ଯୋଡି ହୋଇ ରହିଛି । ଓଡିଶା ହେଉଛି ସେହି ଭୂମି ଯେ କି ସାରା ବିଶ୍ୱକୁ ଜଗନ୍ନାଥ ସଂସ୍କୃତି ପରି ମହାନ ସଂସ୍କୃତି ସହ ପରିଚିତ କରାଇଛି । ଜଗନ୍ନାଥ ସଂସ୍କୃତି ବିଶ୍ବପ୍ରେମ, ସେବା ଓ ସମାନତାକୁ ଗୁରୁତ୍ବ ଦେଇଛି। ସମସ୍ତଙ୍କୁ ସମାନ ଭାବରେ ଆଦରି ନେଇଛି। ଜାତି ଓ ସଂପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କୁ ନିଜର କରିପାରିଛି ବୋଲି ସେ କହିଛନ୍ତି।

    ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ପାଇଁ ଆମେ ଏହି ଯୋଜନାରେ ଏକ ଐତିହାସିକ ପଦକ୍ଷେପ ନେଇଛୁ ବୋଲି ପ୍ରକାଶ କରି ସେ କହିଲେ ଯେ ଏଥିରେ ସ୍ଥାନୀୟ ପୂଜାସ୍ଥଳୀ ତଥା ଐତିହାସିକ ଗୁରୁତ୍ୱ ଥିବା ସ୍ଥାନମାନଙ୍କର ସୁରକ୍ଷା ଏବଂ ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ ପାଇଁ ବିଶେଷ ଗୁରୁତ୍ବ ଦିଆଯାଇଛି। ପ୍ରତ୍ୟେକ ଗ୍ରାମପଞ୍ଚାୟତ ଏହି ଯୋଜନାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି କାମ କରିପାରିବେ ।

    ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଇତିହାସ ଓ ଆଧ୍ୟାତ୍ମିକତା ସହ ଯୋଡି ହୋଇ ଅନେକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି ବୋଲି ମତ ଦେଇ ସେ କହିଥିଲେ ଯେ ଆମର ଭବିଷ୍ୟତ ବଂଶଧରମାନଙ୍କ ନିମନ୍ତେ ସେସବୁ ସ୍ଥାନମାନଙ୍କର ସଂରକ୍ଷଣ ଓ ସୁରକ୍ଷା ଜରୁରୀ । ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଜରିଆରେ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକ ହିଁ ଏହି କାମକୁ ଅଧିକ ଦକ୍ଷତାର ସହ କରିପାରିବ ବୋଲି ସେ ଦୃଢ ବିଶ୍ବାସ ପ୍ରକଟ କରିଥିଲେ।

    ନୂଆ ଓଡିଶା ତା’ର ମୂଳ ଭିତ୍ତିକୁ ସୁଦୃଢ ରଖିବା ସହିତ ଦୂର ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ତାର ଡେଣାକୁ ଅଧିକ ପ୍ରସାରିତ କରିବ ବୋଲି ସେ ମତ ଦେଇଥିଲେ । ଆମର ଗାଁ ଗୁଡିକରେ ଯୁବ ସମାଜ ପାଇଁ Internet ସଂଯୋଗ ଦରକାର । ଖେଳ ପଡିଆ ଦରକାର । ବିଜ୍ଞାନ ପାର୍କ ଦରକାର । ସେମାନଙ୍କ ପାଇଁ ତାଲିମ ସୁବିଧା ମଧ୍ୟ ଦରକାର । Work Hubs ଦରକାର । ଗାଁର ଉଦ୍ୟୋଗୀ ବିଶେଷକରି, ମା’ ମାନଙ୍କ ପାଇଁ ଦକ୍ଷତା ବିକାଶ କେନ୍ଦ୍ର ଦରକାର ବୋଲି ସେ କହିଥିଲେ।

    ଗାଁରେ ଆଧୁନିକ ମୌଳିକ ସୁବିଧାର ବିକାଶ ଉପରେ ମତ ଦେଇ ସେ କହିଥିଲେ ଯେ, “ମୁଁ ଚାହେଁ, ଶିକ୍ଷା ଭିତ୍ତିଭୂମି କ୍ଷେତ୍ରରେ ଥିବା ପ୍ରଭେଦ ଦୂର ହେଉ। ସମସ୍ତଙ୍କ ପାଇଁ ବ୍ୟାଙ୍କିଙ୍ଗ ସୁବିଧା ମିଳୁ । ଡିଜିଟାଲ ଭିତ୍ତିଭୂମି ର ବିକାଶ ହେଉ । ତା ସହିତ ଅନ୍ୟ ଆଧୁନିକୀକରଣ କାମ ମଧ୍ୟ ହେଉ । ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପଞ୍ଚାୟତ ସ୍ତରରେ ଏସବୁ ପରିକଳ୍ପନାକୁ ଆଗେଇ ନେବା ପାଇଁ ସୁଯୋଗ ସୃଷ୍ଟି କରିବ । ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଅଧିନରେ ଗାଁର ମନ୍ଦିର ମାନଙ୍କର ପୁନରୁଦ୍ଧାର ଠାରୁ ଆରମ୍ଭ କରି ଡିଜିଟାଲ ଇନ୍ଫ୍ରାଷ୍ଟ୍ରକ୍ଚର କାମ ପରି ଭବିଷ୍ୟମୁଖୀ ଯୋଜନା କରାଯିବ । ଉଭୟ କାମ ଏକ ସମୟରେ ଚାଲିବ ।”

    ଏହା ଓଡିଶାରେ ଏକ ନୂଆ ଯୁଗର ଆରମ୍ଭ କରିବ ବୋଲି ଦୃଢ ବିଶ୍ବାସ ପ୍ରକଟ କରି ସେ କହିଲେ ଯେ ଆମର ଯୁବସମାଜ ପାଇଁ, ଆମର ମା ମାନଙ୍କ ପାଇଁ, ପିଲା ମାନଙ୍କ ପାଇଁ, ଉଦ୍ୟୋଗୀମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ, ଜନଜାତି ଭାଇଭଉଣୀ ମାନଙ୍କ ପାଇଁ ଏକ ଆଧୁନିକ ପ୍ରଗତୀଶିଳ ଓ ସମ୍ବେଦନଶୀଳ ଓଡିଶା ଗଠନରେ ସହାୟକ ହେବ। ଏହି ଯୋଜନା ଏଭଳି ଏକ ନୂଆ ଓଡିଶାର ସୂତ୍ରପାତ କରିବ, ଯାହାର ଭିତ୍ତି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ।

  • ବିଦ୍ୟୁତ ଖୁଣ୍ଟରେ ଚଢି ଆତ୍ମହତ୍ୟା ଉଦ୍ୟମ ବେଳେ ଅଘଟଣ

    ବିଦ୍ୟୁତ ଖୁଣ୍ଟରେ ଚଢି ଆତ୍ମହତ୍ୟା ଉଦ୍ୟମ ବେଳେ ଅଘଟଣ

    ଖୁଣ୍ଟରେ ଚଢି ଯୁବକଙ୍କ ହାଇଡ୍ରାମା ହେଲା କାଳ । ହାଇ ଭୋଲ୍ଟେଜ୍ ଇଲେକ୍ଟ୍ରି ଟାୱାରରେ ଚଢ଼ି ଆତ୍ମହତ୍ୟା କରିବା ଉଦ୍ୟମ ବେଳେ ଘଟିଛି ଅଘଟଣ । ଟାୱାର ଅଧାରେ ବିଦ୍ୟୁତ୍ ଆଘାତ ଲାଗି ଜଳିଯାଇଛି ଦେହ । ଭୁବନେଶ୍ବର ମୈତ୍ରୀ ବିହାର ଥାନା ହାତିଆଶୁଣି ଛକ ନିକଟରେ ଘଟିଛି ଏହି ଅଘଟଣ ।ସୂଚନା ଥାଉକି, ହାଇ ଭୋଲ୍‌ଟେଜ୍ ଇଲେକ୍ଟ୍ରି ଟାୱାରରେ ଚଢ଼ି ଜଣେ ଯୁବକ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଟାୱାର ଉପରକୁ ଚଢ଼ୁଥିଲେ । ଏହି ସମୟରେ ବିଦ୍ୟୁତ୍ ଆଘାତ ଲାଗି ଜଳି ଯାଇଛନ୍ତି ଯୁବକ ଜଣଙ୍କ । ଟାୱାରରେ ଚଢିବା ସମୟରେ ହଠାତ୍ ଯୁବକଙ୍କ ଦେହରେ ବିଦ୍ୟୁତ୍ ଆଘାତ ସହ ବିସ୍ଫୋରଣ ହୋଇଥିଲା ।ଖବର ପାଇ ମୈତ୍ରୀ ବିହାର ପୋଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଏହାପରେ ଯୁବକ ଜଳନ୍ତା ଅବସ୍ଥାରେ ତଳେ ପଡ଼ି ଯାଇଥିଲେ । ସଂଗେ ସଂଗେ ଯୁବକଙ୍କୁ ଏକ ଆମ୍ବୁଲାନ୍ସ ମେଡିକାଲ୍ ନିଆଯାଇଥିଲା । ତେବେ ଯୁବକ ଜଣଙ୍କ ଜୀବନ ସଙ୍କଟାପନ୍ନ ଥିବା ସୂଚନା ମିଳିଛି ।

  • କାର୍ କୁ ଧକ୍କା ଦେଲା ସ୍କୁଲ ବସ୍,ଘଟଣାସ୍ଥଳରେ ୬ ମୃତ

    କାର୍ କୁ ଧକ୍କା ଦେଲା ସ୍କୁଲ ବସ୍,ଘଟଣାସ୍ଥଳରେ ୬ ମୃତ


    ଏକ କାର୍ କୁ ଧକ୍କା ଦେଲା ସ୍କୁଲ ବସ୍ । ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀ-ମେରଠ ଏକ୍ସପ୍ରେସ ହାଇୱେ ଉପରେ ଆଜି ଭୋରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବସ୍‌ ଓ କାର୍‌ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ୯ ନଂ ଜାତୀୟ ରାଜପଥର ଲାଲକୁଆଁ ରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା କ୍ରସିଂ ରିପବ୍ଲିକ ଥାନା ଅଞ୍ଚଳରେ ରାହୁଲ ବିହାର ସାମନାରେ ହୋଇଛି। ଖବର ପାଇ ପୁଲିସ୍‌ ଓ ଡିଏମ୍‌ଇ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ କରିଛନ୍ତି।ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍‌ଟି ଚାପି ହୋଇ ଯାଇଥିବାରୁ ମୃତଦେହଗୁଡ଼ିକୁ କାର୍‌ରୁ ବାହାର କରିବା ପୁଲିସ୍‌ ପାଇଁ କାଠିକର ପାଠ ହୋଇଥିଲା। ଗ୍ୟାସ୍‌ କଟକ ସହାୟତାରେ କାର୍‌କୁ କାଟି ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରାସ୍ତା ଉପରେ ଦୀର୍ଘ ସମୟ ଗାଡ଼ି ପଡ଼ିଥିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା।

  • ଚଳିତ ବର୍ଷା ଉଜ୍ଜିବିତ କରିଛି କେଦାରନାଥ ଟ୍ରାଜେଡିକୁ

    ଚଳିତ ବର୍ଷା ଉଜ୍ଜିବିତ କରିଛି କେଦାରନାଥ ଟ୍ରାଜେଡିକୁ

    ଚଳିତ ବର୍ଷା ପୁଣି ଉଜ୍ଜିବିତ କରିଛି କେଦାରନାଥ ଟ୍ରାଜେଡି। ୧୦ ବର୍ଷ ପୂର୍ବେ କଦାରନାଥ ଦୁର୍ବିପାକ ସମୟରେ ଏମିତି ବାଦଲ ଫଟା ବର୍ଷା ଦେଖିବାକୁ ମିଳିଥିଲା। ଆଜି ମଧ୍ୟ ସମାନ ସ୍ଥିତି ହିମାଚଳ ଆକାଶରେ। ଭୟ ଓ ଆତଙ୍କରେ ଏହି ପାହାଡି ରାଜ୍ୟର ଜନତା। କେଉଁଠି ପୋଲ ଭାସି ଗଲାଣି ତ ପୁଣି କେଉଁଠି ଧୋଇଗଲାଣି ରାସ୍ତା, ଅବା ପୁଣି କେଉଁଠି ପାହାଡରୁ ଖସୁଛି ପଥର ବା ବହୁତଳ କୋଠାକୁ ବୋହି ନେଉଛି ଭୟଙ୍କର ପାଣି ସୁଅ। ତା ଉପରେ ପୁଣି ଭୂସ୍ଖଳନ ସାଜିଛି ଦାଉ। ଶନିବାରଠାରୁ ଆକାଶରୁ ଅନବରତ ବର୍ଷୁଛି ମୁଷଳ ଧାରା। ତଳେ ଛୁଟିଛି ପାଣିର ପ୍ରଖର ସୁଅ।ଯାହା ବେହାଲ କଲାଣି ଏହି ପାହାଡି ରାଜ୍ୟକୁ। ମଣ୍ଡି, ପଞ୍ଚକୁଲା, ଚାମ୍ବା, କୁଲ୍ଲୁ, ମନାଲି ପରି ସ୍ଥାନରେ ବନ୍ୟା ସ୍ରୋତ ପ୍ରଖର ବେଗରେ ବହିଚାଲିବା ସହ ବୋହି ନେଉଛି ଘରବାଡି, ଗାଡି।

    ବ୍ୟାସ, ପାର୍ବତୀ, ସତଲେଜ ନଦୀ ଜଳରେ ପ୍ଲାବିତ ରାଜ୍ୟର ଅଧିକାଂଶ ସ୍ଥାନ। ରାଜ୍ୟରେ ତିନୋଟି ପୃଥକ ଭୂସ୍ଖଳନରେ ଗଲାଣି ୫ ଜୀବନ। ଚାମ୍ବା, କାଙ୍ଗର, ମଣ୍ଡି, ଉନା, ହମିରପୁର, ବିଲାସପୁର ଜିଲ୍ଲାରେ ସ୍ଥିତି ନକହିବା ଭଲ। ରବିବାର ମଣ୍ଡିରେ ହୋଇଥିବା ଭୂସ୍ଖଳନ ପରେ ଚଣ୍ଡିଗଡ-ମନାଲି ରାଜପଥର କିଛି ଅଂଶ ଧୋଇଯାଇଛି। ଶିମଲା ଜିଲ୍ଲାର କୋଟଗଡ ଅଞ୍ଚଳରେ ଭୂସ୍ଖଳନ ହେତୁ ଗୋଟିଏ ଘର ଭୁଶୁଡ଼ି ପଡ଼ିବାରୁ ପରିବାରର ତିନିଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ କୁଲୁ ଏବଂ ଚାମ୍ବା ଜିଲ୍ଲାରୁ ପ୍ରତ୍ୟେକଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ହିମାଚଳ ପ୍ରଦେଶର ଲାହୁଲ ଏବଂ ସ୍ପିଟିରେ ଚନ୍ଦ୍ରତଲରେ ପ୍ରାୟ ୨୦୦ ଲୋକ ପାଣି ଘେରରେ ଫସି ରହିଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଏସଡିଆରଫଏ ଟିମ। ବ୍ୟାସ ନଦୀରେ ଜଳସ୍ତର ବୃଦ୍ଧି ହେତୁ ଚଣ୍ଡିଗଡ଼-ମନାଲି ରାଜପଥର ଏକ ଅଂଶ ଧୋଇ ହୋଇଯାଇଛି। ମନାଲିରେ ଦୋକାନଗୁଡିକ ଧୋଇ ଯାଇଥିବା ବେଳେ କୁଲୁ, କନ୍ନୋର ଏବଂ ଚାମ୍ବାରେ ଡ୍ରେନ ପାଣି ଭରିବା ସହ ପ୍ରଖର ସୁଅରେ ଗାଡି ସବୁ ଭାସି ଯିବାର ଦୃଶ୍ୟ ସାମ୍ନାକୁ ଆସିଛି। ମଣ୍ଡି ଜିଲ୍ଲାରେ ନଦୀ କୂଳରେ ଥିବା ଏକ ବହୁତଳ କୋଠା ନଦୀର ପ୍ରଖର ସୁଅ ମାଡରେ ଖସି ପଡିଥି ତାସ ଘର ପରି।

    ଏପରି ସ୍ଥିତିକୁ ନେଇ ରାଜ୍ୟ ଦେଇ ଯାତାଯାତ କରୁଥିବା ୧୭ ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୧୨ଟିର ରୁଡ ପରିବର୍ତ୍ତନ କରାଯାଇଛି। ସରକାର ରାଜ୍ୟର ସମସ୍ତ ସ୍କୁଲକୁ ଜୁଲାଇ ୧୦ଓ୧୧ ପାଇଁ ବନ୍ଦ କରି ଦେଇଛନ୍ତି। ରାଜ୍ୟର ତିନୋଟି ଜାତୀୟ ରାଜପଥ ସମେତ ୭୦୦ରୁ ଅଧିକ ରାସ୍ତା ବନ୍ଦ ପଡିଛି। ଭାରି ବର୍ଷା କାରଣରୁ ବିଦ୍ୟୁତ୍ ସରବରାହରେ ଦେଖାଦେଇଛି ବିଭ୍ରାଟ। ପ୍ରାୟ ୧୮୦୦ ପାୱାର ଟ୍ରାନ୍ସଫର୍ମର ବିଫଳ ହୋଇଛି।

    ତେବେ ଖାଲି ହିମାଚଳ ପ୍ରଦେଶ ନୁହେଁ ଏମିତି ସ୍ଥିତି ଦେଖାଦେଇଛି ଉତ୍ତରାଖଣ୍ଡ, ଦିଲ୍ଲୀ, ପଞ୍ଜାବ, ଉତ୍ତର ପ୍ରଦେଶରେ। ଦେଶର ରାଜଧାନୀରେ ରବିବାର ହୋଇଥିବା ବର୍ଷା ୪୦ ବର୍ଷର ରେକର୍ଡ ଭାଙ୍ଗିଦେଇଛି। ରାସ୍ତା ଘାଟ ସବୁ ଜଳମୟ। ସେପଟେ ଉତ୍ତରାଖଣ୍ଡର ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥର ଗୁଲାର ନିକଟରେ ଭୂସ୍ଖଳନ ହେତୁ ଏକ ଜିପ୍ ନଦୀରେ ଖସିପଡିଥିଲା ଗଙ୍ଗା ନଦୀକୁ। ସତେବେଳେ ଜିପରେ ୧୧ ଜଣ ଥିଲେ। ସମସ୍ତେ ନଦୀ ଜଳରେ ଭାସିଯାଇଥିଲେ। ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ ଦ୍ୱାରା ପାଞ୍ଚ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଓ ବାକି ତିନିଜଣଙ୍କ ସନ୍ଧାନ ଜାରି ରହିଛି। ସେପଟେ ପାଣିପାଗ ବିଭାଗ ହିମାଚଳ ପ୍ରଦେଶକୁ ରେଡ ଆଲର୍ଟ ଜାରି କରିଥିବା ବେଳେ ଦିଲ୍ଲୀ, ପଞ୍ଜାବ, ଉତ୍ତରାଖଣ୍ଡ ପାଇଁ ଜାରି କରିଛି ଅରେଞ୍ଜ ୱାର୍ନିଂ।

  • ହୁତ ହୁତ ହୋଇ ଜଳିଗଲା ମଞ୍ଚେଶ୍ୱର ଶିଳ୍ପାଞ୍ଚଳର କରୋନା ଓୌଷଧ ଗୋଦାମ, ନିଆଁର ତିବ୍ରତା ବଢାଇଲା ସାନିଟାଇଜର!

    ହୁତ ହୁତ ହୋଇ ଜଳିଗଲା ମଞ୍ଚେଶ୍ୱର ଶିଳ୍ପାଞ୍ଚଳର କରୋନା ଓୌଷଧ ଗୋଦାମ, ନିଆଁର ତିବ୍ରତା ବଢାଇଲା ସାନିଟାଇଜର!

    
    
    
    
    

    ଏବେବି ଲିଭିନି ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ସରକାରୀ ଓୌଷଧ ଗୋଦାମରେ ଲାଗିଥିବା ନିଆଁ । ଲିଭିନି ନିଆଁ ଗଦା ଗଦା ଭଙ୍ଗା ଇଟା ଆଉ ଅଧାଜଳା ସାମଗ୍ରୀ ମଧ୍ୟରୁ ଏବେବି ବାହାରୁଛି ଧୁଆଁ । ରାତି ଅଧରେ ଘଟିଥିବା ଏହି ଭୟାଭହ ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଆଖ ପାଖରେ ଥିବା ଲୋକେ ଏବେବି ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ କେଉଁ କାରଣରୁ ଅଗ୍ନି କାଣ୍ଡ ହୋଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟ ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଏଥିରେ କେହି ମୃତା ହୋଇନଥିବା ମଧ୍ୟ ସୂଚନା ମିଳିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଗୋଦାମ ସୁରକ୍ଷା ବ୍ୟବସ୍ଥା ଉପରେ । ଏକାଧିକ କମ୍ପାନୀର ମେଡିସିନ ଥିବା ବେଳେ କିଭଳି ନିଆଁ ଲାଗିଲା କଣ ହୋଇପାରେ କାରଣ ଏ ସବୁ ଭିତରେ ଅକ୍ସିଜେନ ସିଲିଣ୍ଡର କୋଭିଡ ବେଳର ବଳକା ମେଡ଼ିସିନ, ମାସ୍କ, ସାନିଟାଈଜର ଥିବା ସୂଚନା ମିଳିଛି । ତେବେ ସାନିଟାଇଜର ମଧ୍ୟ ନିଆଁର ତିବ୍ରତା ବଢାଇଥାଇ ପାରେ ବୋଲି କୁହାଯାଉଛି । ନିଆଁ ଲାଗିବାର 1 ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ।ଘଟଣା ସ୍ଥରେ 6 ରୁ ଅଧିକ ଦମକଳ ବାହୀନି ଥିବା ସତ୍ତ୍ବେ ଏବେବି ନିଆକୁ ଆୟତ୍ତ କରିପାରିନି ଅଗ୍ନିଶମ ବାହୀନି । ଏବେବି ଜାରି ରହିଛି ନିଆଁ ଲିଭା କାର୍ଯ୍ୟ ।

  • ଏହି ଦେଶରେ ନାହିଁ ଗୋଟିଏ ବି ଟ୍ରାଫିକ୍ ଲାଇଟ

    ଏହି ଦେଶରେ ନାହିଁ ଗୋଟିଏ ବି ଟ୍ରାଫିକ୍ ଲାଇଟ

    ଯାତାୟତକୁ ସରଳ କରିବା ପାଇଁ ଟ୍ରାଫିକ ବ୍ୟବସ୍ଥା କରିବା ଏକ ସାଧାରଣ କଥା । ଟ୍ରାଫିକ୍ ଲାଇଟ ସିଗନାଲ ଦ୍ବାରା ଗାଡି ଚାଳକ କେତେବେଳେ ଆଗକୁ ବଢିବେ ଆଉ କେତେବେଳେ ଅଟକିବେ ତାହା ଜାଣିପାରନ୍ତି । ଯେଉଁଥିପାଇଁ ରାସ୍ତାରେ ସେମିତି ବିଶେଷ ଜାମ୍ ହୁଏନାହିଁ । ଯଦି କୌଣସି କରଣରୁ ଟ୍ରାଫିକ ସିଗନାଲ କାମ କରିବା ବନ୍ଦ କରିଦେବ ତାହେଲେ, ଅନେକ ଦୁର୍ଘଟଣା ହେବାର ଆଶଙ୍କା ରହିଛି । ତେଣୁ ପ୍ରାୟ ସବୁ ଦେଶରେ ସୁନିୟନ୍ତ୍ରିତ ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ହେଲେ ଏମିତି ଗୋଟିଏ ଦେଶ ଅଛି ଯାହାର ଜମା ଟ୍ରାଫିକ ଲାଇଟ ନାହିଁ । ଆଉ ସେହି ଦେଶଟି ମଧ୍ୟ ଭାରତର ପୋଡୋଶୀ ।

    ଆମେ ଭାରତର ପଡୋଶୀ ତଥା ବନ୍ଧୁ ରାଷ୍ଟ୍ର ଭୁଟାନ ବିଷୟରେ କହୁଛୁ । ଦକ୍ଷିଣ ପୂର୍ବ ଏସିଆର ହିମାଳୟର କୋଳରେ ଅବସ୍ଥିତ ଏହି ସୁନ୍ଦର ଦେଶ ହାପି ଇଣ୍ଡେକ୍ସରେ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ଦେଶରେ ଏପରି ଅନେକ ରୋଚକ ଜିନିଷ ଅଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଏହା ଦୁନିଆର ସବୁଠୁ ସବୁଜ ଦେଶ । ଏହି ଦେଶରେ ଇଣ୍ଡଷ୍ଟ୍ରୀ ଏବଂ ଯାନବାହାନ ସଂଖ୍ୟା ବହୁତ କମ୍ ରଖାଯାଇଛି, ଯେଉଁଥିପାଇଁ ସେଠାରେ ଅଙ୍ଗାରକାମ୍ଳ ନିର୍ଗମନ ପରିମାଣ ବହୁତ କମ୍ ରହିଛି । ଭୁଟାନରେ ଯେତିକି କାର୍ବନ ଡାଇଅକ୍ସାଇଡ୍ ନିର୍ଗତ ହୁଏ ତାଠାରୁ ଅଧିକ ଅମ୍ଳଜାନ ନିର୍ଗତ ହୁଏ ।

    ଭୁଟାନରେ ଏକ ମଜାଦାର ବିଷୟ ହେଉଛି ଟ୍ରାଫିକ୍ ଲାଇଟ୍ । ସେଠାରେ କୌଣସି ଟ୍ରାଫିକ୍ ସିଗନାଲ୍ ସ୍ଥାପିତ ହୋଇନାହିଁ । ଏହାର ଗୋଟିଏ ନୁହେଁ ଅନେକ କାରଣ ରହିଛି । ବାସ୍ତବରେ ପର୍ଯ୍ୟାବରଣର ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ଯାନବାହାନର ସଂଖ୍ୟା ସୁଚିନ୍ତିତ ଭାବେ ସୀମିତ ରଖାଯାଇଛି । ଦ୍ୱିତୀୟତ କାରଣଟି ହେଉଛି, ସେଠାରେ ସଡ଼କ ଗୁଡ଼ିକର ନେଟୱାର୍କ ଏମିତି ଭାବରେ କରାଯାଇଛି ଯେ, ଯେଉଁଥିରେ ଛକ ସ୍ଥାନ ଗୁଡିକରେ ଟ୍ରାଫିକ ଲାଇଟର ଆବଶ୍ୟକତା ପଡିନଥିାଏ ।

    ଭୁଟାନର ମଣିଷ ଏବଂ ପଶୁ-ପକ୍ଷୀଙ୍କ ମଧ୍ୟରେ ଏତେ ନିବିଡ ପ୍ରେମ ରହିଛି ଯେ, ପଶୁ-ପକ୍ଷୀ ମାନେ ସହଜରେ ରାସ୍ତାରେ ବୁଲୁଥିବାର ଦେଖାଯାଏ । ସେଠାରେ ଗାଇ, ମହିଁଷ ଓ ମେଣ୍ଢା-ଛେଳି ରାସ୍ତାରେ ଆନନ୍ଦରେ ଚରନ୍ତି । ଏହି କାରଣରୁ ଯାନବାହାନର ଗତି ସେଠାରେ ମନ୍ଥର ରହିଥାଏ । ପ୍ରତ୍ୟେକ ଛକ ଏବଂ ପ୍ରମୁଖ ରାସ୍ତାରେ ଟ୍ରାଫିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ଯେଉଁମାନେ କୌଣସି ଡ୍ରାଇଭର ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି କି ନାହିଁ ତାହା ସ୍ଥିର କରନ୍ତି ।

    ଯେହେତୁ ଭୁଟାନରେ ଟ୍ରାଫିକ୍ ଲାଇଟ୍ ନାହିଁ ଏବଂ ସଡ଼କର ନେଟୱାର୍କ ଉତ୍କୃଷ୍ଟ କରାଯାଇଛି ତେଣୁ, ସେଠାରେ ଟ୍ରାଫିକ୍ ଜାମର କୌଣସି ଅସୁବିଧା ହୁଏନାହିଁ । ତେଣୁ, ଯେତେବେଳେ ବି ବିଦେଶୀ ପର୍ଯ୍ୟଟକ ଭୁଟାନ ପରିଦର୍ଶନ କରିବାକୁ ଆସନ୍ତି, ସେଠାକାର ସୌନ୍ଦର୍ଯ୍ୟ ଏବଂ ଟ୍ରାଫିକ ପରିଚାଳନା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏହି ମ୍ୟାନେଜମେଣ୍ଟର କମାଲ ପାଇଁ ଭୁଟାନକୁ ବିଶ୍ୱର ସବୁଠାରୁ ଶାନ୍ତିପୂର୍ଣ୍ଣ ଦେଶ ମଧ୍ୟ କୁହାଯାଏ । ସେଠାରେ ଯାନବାହାନର ଶବ୍ଦ ପ୍ରଦ୍ୟୁଷଣ କମ୍ ହୋଇଥାଏ ।

  • ଦୁନିଆର ଏହି ତିନି ଜଣଙ୍କର ବିଦେଶ ଯାତ୍ରା ପାଇଁ ପାସପୋର୍ଟ ଆବଶ୍ୟକ ପଡେନାହିଁ

    ଦୁନିଆର ଏହି ତିନି ଜଣଙ୍କର ବିଦେଶ ଯାତ୍ରା ପାଇଁ ପାସପୋର୍ଟ ଆବଶ୍ୟକ ପଡେନାହିଁ

    ଆପଣ ଯେତେବେଳେ ନିଜ ଦେଶରୁ ଅନ୍ୟ ଦେଶକୁ ଯାଆନ୍ତି ଆପଣଙ୍କୁ ପାସପୋର୍ଟ ନିହାତି ଆବଶ୍ୟକ ପଡେ । ନହେଲେ ଆପଣ କୌଣସି ଦେଶରେ ପାଦ ରଖିପାରିବେ ନାହିଁ । ହେଲେ ଆପଣ ଜାଣିଛନ୍ତି କି ଦୁନିଆରେ ଏମିତି 3 ଜଣ ରହିଛନ୍ତି ଯେଉଁମାନଙ୍କୁ କୌଣସି ପାସପୋର୍ଟ ଆବଶ୍ୟକ ପଡେନାହିଁ । ସେମାନେ ଚାହିଁଲେ ଦୁନିଆର ଯେକୌଣସି ଦେଶକୁ ଯାଇ ଭ୍ରମଣ କରିପାରିବେ । ଏଥିସହିତ ଆଉ ଏକ ପ୍ରଶ୍ନ ମଧ୍ୟ ଆପଣଙ୍କ ମନରେ ଉଙ୍କି ମାରୁଥିବ ଯେ, ଯଦି କୌଣସି ରାଷ୍ଟ୍ରାଧ୍ୟକ୍ଷ କୌଣସି ଦେଶକୁ ଭିଜିଟରେ ଯାଆନ୍ତି, ତେବେ କଣ ତାର ବି ପାସପୋର୍ଟ ଆବଶ୍ୟକ ପଡେ । ଯଦି ଆବଶ୍ୟ ପଡେ ତେବେ ତାହା କେଉଁପ୍ରକାର ପାସପୋର୍ଟ । ଆଜି ସେସବୁ ବିଷୟରେ ଜାଣିବା ।

    ବାସ୍ତବରେ ବିନା ପାସପୋର୍ଟରେ ସବୁ ଦେଶ ଭ୍ରମଣ କରିପାରୁଥିବା ଏହି ତିନିଜଣ ହେଉଛନ୍ତି ବ୍ରିଟେନ ରାଜା, ଜାପାନର ରାଜା ଏବଂ ଜାପାନର ରାଣୀ । କୁହଯାଏ ଯେ ସେମାନଙ୍କୁ ବିଦେଶ ଯିବା ପାଇଁ ପାସପୋର୍ଟ ଆବଶ୍ୟ ପଡେ ନାହିଁ । ଯେତେବେଳେ ବ୍ରିଟେନ ରୟାଲ ଫ୍ୟାମିଲିର ଦାୟିତ୍ବ ରାଣୀ ଏଲିଜାବେଥଙ୍କ ପାଖରେ ଥିଲା ସେତେବେଳେ ତାଙ୍କ ପାଖରେ ଏହି ଅଧିକାର ଥିଲା । ଏବେ ଚାର୍ଲ୍ସ ରାଜା ଥିବାରୁ ତାଙ୍କୁ ସେ ଅଧିକାର ମିଳିଗଲା । ସେହିପରି ଜାପାନର ରାଜା ଆଉ ରାଣୀଙ୍କ ପାଖରେ ଏହି ଅଧିକାର ରହିଛି । ସେମାନେ ଚାହିଁଲେ ଯେକୌଣସି ଦେଶକୁ ବିନା ପାସପୋର୍ଟରେ ଯାଇପାରିବେ ।

    ପ୍ରତ୍ୟକ ଦେଶର ରାଷ୍ଟ୍ରମୁଖ୍ୟ ତଥା କିଛି ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ବିଶେଷଙ୍କ ପାଇଁ ପାସପୋର୍ଟ ଆବଶ୍ୟକ ପଡିଥାଏ । ସ୍ବାଗତ କରିବା ପାଇଁ ବିମାନ ବନ୍ଦରରେ ମଧ୍ୟ ସେମାନଙ୍କ ପାଇଁ ବିଶେଷ ଧରଣର ସବିଧା ସୁଯୋଗ କରାଯାଏ । ଏଥିସହିତ କିଛି ଖାସ ଲୋକଙ୍କ ପାଖରେ କୁଟନୈତିକ ପାସପୋର୍ଟ ରହିଥାଏ । ସେମାନଙ୍କ ପାଇଁ ପ୍ରୋଟୋକଲ ଫଲୋ କରାଯାଏ ।

  • ରତ୍ନଭଣ୍ଡାର ଖୋଲିବାକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟଳୟ ଘେରାଉ କରିଛି ଭାରତ ବିକାଶ ପରିଷଦ

    ରତ୍ନଭଣ୍ଡାର ଖୋଲିବାକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟଳୟ ଘେରାଉ କରିଛି ଭାରତ ବିକାଶ ପରିଷଦ

    ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଦାବି ନେଇ ଶ୍ରୀମନ୍ଦିର କାର୍ଯ୍ୟଳୟ ଘେରାଉ କରିଛି ଭାରତ ବିକାଶ ପରିଷଦ । ପୁରୀ ରେଲୱେ ଷ୍ଟେସନରୁ ଏକ ରାଲିରେ ସଙ୍ଗଠନର କର୍ମକର୍ତ୍ତା ମାନେ ଆସି ଶ୍ରୀମନ୍ଦିର କାର୍ଯ୍ୟଳୟ ଆଗରେ ପହଞ୍ଚି ବିକ୍ଷୋଭ କରିଥଲେ । ତୁରନ୍ତ ସରକାର ରତ୍ନଭଣ୍ଡାର ଖୋଲି ଭକ୍ତଙ୍କୁ ମହାପ୍ରଭୁଙ୍କ ଅଳଙ୍କାର ସ୍ଥିତି ଜଣାଇବାକୁ ଭାରତ ବିକାଶ ପରିଷଦ ଦାବି କରିଛି । ଏନେଇ ଏକ ଦାବିପତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାଶଙ୍କୁ ପ୍ରଦାନ କରାଯାଇଛି ।

    ଏହି ପ୍ରତିବାଦରେ ସାମିଲ ଥିବା ଜଗନ୍ନାଥ୍ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର କଣ ପାଇଁ ରତ୍ନ ଭଣ୍ଡାର ଖୋଲିବାକୁ ପଛଘୁଞ୍ଚା ଦେଉଛନ୍ତି । କୋଟିକୋଟି ଜଗନ୍ନାଥ ପ୍ରେମୀ ଏହାକୁ ନେଇ ଏବେ ସନ୍ଦେହ କରୁଛନ୍ତି । ରତ୍ନଭଣ୍ଡାରରେ ଆଉ ରତ୍ନ ଅଳଙ୍କାର ଅଛି ନା କିଏ ଲୁଟ କରି ନେଇଛି ତାକୁ ନେଇ ପ୍ରଶ୍ନ ଉଠିଛି । ଏଣୁ, ଏହି ସନ୍ଦେହକୁ ଦୂର କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ରତ୍ନଭଣ୍ଡାର ଖୋଲିଦିଅନ୍ତୁ । ନହେଲେ ଆଗାମୀ ଦିନରେ ବ୍ୟାପକ ବିରୋଧ ହେବ ।

    ଏହି ଆନ୍ଦୋଳନର ନେତୃତ୍ୱ ନେଇଥିବା ଭାରତ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ କହିଛନ୍ତି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ରହିଛି । ବର୍ଷା ଦିନେ ରତ୍ନଭଣ୍ଡାର ଛାତରୁ ବର୍ଷା ପାଣି ଗଳୁଛି । ଏହାର ମରାମତି କରିବା ପାଇଁ ସେବାୟତ, ଗଜପତି ମହାରାଜା, ଭକ୍ତ ଓ ଏଏସଆଇ ବି କହିସାରିଛି । ହେଲେ ରାଜ୍ୟ ସରକାର ପଛଘୁଞ୍ଚା ଦେଉଛନ୍ତି । ତେଣୁ, ରତ୍ନଭଣ୍ଡାରରେ ରତ୍ନ ଅଛି ନା କେହି ଲୁଟିନେଇଛି ତାହା ଏବେ ସନ୍ଦେହ ସୃଷ୍ଟି କରିଛି । ଏଣୁ, ରତ୍ନଭଣ୍ଡାରରେ ରତ୍ନ କେତେ ସୁରକ୍ଷିତ ତାକୁ ସରକାର ସାର୍ବଜନୀନ କରିବାକୁ ଭାରତ ବିକାଶ ପରିଷଦ ଦାବି କରିଛି ।

    ସେପଟେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ରତ୍ନଭଣ୍ଡାର ମାମଲା ଏବେ କୋର୍ଟରେ ରହିଛି । ଏହା ଉପରେ କୌଣସି ମତ ସେ ଦେଇପାରିବେ ନାହିଁ । ତେବେ ରତ୍ନ ଭଣ୍ଡାର ଖୋଲିବା ଦାବିପତ୍ରକୁ ସେ ଗ୍ରହଣ କରୁଛନ୍ତି । ରାଜ୍ୟ ସରକାରଙ୍କୁ ଏନେଇ ଅବଗତ କରାଇବେ । ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି ବଢୁଥିବା ବେଳେ ରାଜ୍ୟ ସରକାରଙ୍କ ପାଇଁ ଏହି ଅବହେଳା ଆଗାମୀ ଦିନରେ ମହଙ୍ଗା ପିଡିବ ବୋଲି ଚର୍ଚ୍ଚା ହେଉଛି ।