Category: ମୁଖ୍ୟ ଖବର

  • ଆଜି ଉତ୍‌କ୍ଷେପଣ ହେବ ଚନ୍ଦ୍ରୟାନ-୩

    ଆଜି ଉତ୍‌କ୍ଷେପଣ ହେବ ଚନ୍ଦ୍ରୟାନ-୩

    ଦେଶର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ -୩ ର ଶୁଭାରମ୍ଭ ପାଇଁ ଓଲଟା ଗଣନା ଆରମ୍ଭ ହୋଇଯାଇଛି। ଚନ୍ଦ୍ରୟାନ -୩ ଶୁକ୍ରବାର (ଜୁଲାଇ ୧୪) ଶ୍ରୀହରିକୋଟା କେନ୍ଦ୍ରରୁ ଉତକ୍ଷେପଣ କରାଯିବ । ଏହି ଚନ୍ଦ୍ର ମିଶନ ହେଉଛି ୨୦୧୯ ର ଚନ୍ଦ୍ରୟାନ -୨ ର ଅନୁସରଣ ମିଶନ | ଭାରତର ଏହି ତୃତୀୟ ଚନ୍ଦ୍ର ମିଶନରେ ବୈଜ୍ଞାନିକମାନେ ଚନ୍ଦ୍ର ପୃଷ୍ଠରେ ଅବତରଣ ପାଇଁ’ସପ୍ଟ ଲ୍ୟାଣ୍ଡିଙ୍ଗ’ କରିବାର ଲକ୍ଷ୍ୟ ରଖିଛନ୍ତି। ‘ଚନ୍ଦ୍ରୟାନ -୨’ ମିଶନ ସମୟରେ, ଶେଷ ମୁହୂର୍ତ୍ତରେ, ଲ୍ୟାଣ୍ଡର ‘ବିକ୍ରମ’ ପଥ ବିଭ୍ରାଟ ହେତୁ ‘ସପ୍ଟ ଲ୍ୟାଣ୍ଡିଙ୍ଗ’ କରିପାରି ନଥିଲେ।

    ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଜି ଯୋଡ଼ି ହେବ ଏକ ନୂଆ ଅଧ୍ୟାୟ। ଆଉ ଏକ ଇତିହାସ ରଚିବ ଭାରତ। ଆଜି ଶ୍ରୀହରିକୋଟା ସତୀଶଧାୱନ ସ୍ପେସ୍ ସେଣ୍ଟରରୁ ଉତ୍‌କ୍ଷେପଣ ହେବ ଚନ୍ଦ୍ରୟାନ-ଥ୍ରୀ। ଆଜି ଅପରାହ୍ନ ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରୟାନ-୩। ସ୍ପେଶ ସାଇଣ୍ଟିଷ୍ଟ ଋତୁ କରିଘାଲ ଶ୍ରୀବାସ୍ତବ ଚନ୍ଦ୍ରୟାନ-୩ ମିଶିନକୁ ଲିଡ୍‌ କରୁଥିବା ବେଳେ ସଆ ରକେଟ ୱିମେନ ନାମରେ ବେଶ୍‌ ଜଣାଶୁଣା। ଚନ୍ଦ୍ରୟାନ-୩ ମିଶିନର ଡାଇରେକ୍ଟର ରୂପେ ଏକ ଗୁରୁ ଦାୟିତ୍ୱ ଋତୁଙ୍କ କାନ୍ଧରେ ନ୍ୟସ୍ତ ଥିବା ବେଳେ ସେ ଏହାକୁ ବେଶ୍‌ ସୂଚାରୂ ରୂପେ ତୁଲାଉଥିବା କହିଛନ୍ତି ପ୍ରମୁଖ ବୈଜ୍ଞାନିକ ।

    ଯଦି ଏହି ମିଶନ ସଫଳ ହୁଏ, ତା’ହେଲେ ଭାରତ ଆମେରିକା, ଚୀନ୍ ଏବଂ ପୂର୍ବତନ ସୋଭିଏତ୍ ୟୁନିଅନ୍ ଭଳି ଦେଶର କ୍ଲବରେ ଯୋଡି ହୋଇଯିବ ଯେଉଁମାନେ ଏପରି ସଫଳତା ହାସଲ କରିଛନ୍ତି। ISRO ଗୁରୁବାର (ଜୁଲାଇ ୧୩) ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛି, ‘LVM3M4-ଚନ୍ଦ୍ରୟାନ -୩ ମିଶନ: ଆସନ୍ତାକାଲି (ଶୁକ୍ରବାର-ଜୁଲାଇ ୧୪) ୧୪.୩୫ ଘଣ୍ଟା ରେ ଆରମ୍ଭ ହେବ।

    ସ୍ପେସ୍ ଏଜେନ୍ସି କହିଛନ୍ତି ଯେ ‘ଚନ୍ଦ୍ରୟାନ -୩’ କାର୍ଯ୍ୟକ୍ରମ ଅଧୀନରେ ଆଇଏସଆରଓ ଚନ୍ଦ୍ର ପୃଷ୍ଠରେ ‘ସଫ୍ଟ-ଲ୍ୟାଣ୍ଡିଂ’ ପ୍ରଦର୍ଶନ କରି ଏହାର ଚନ୍ଦ୍ର ମଡ୍ୟୁଲ୍ ସାହାଯ୍ୟରେ ରୋଭରର ଘୂର୍ଣ୍ଣନ ପ୍ରଦର୍ଶନ କରି ନୂତନ ସୀମା ଅତିକ୍ରମ କରିବାକୁ ଯାଉଛି।

    ଏହାପୂର୍ବରୁ, ମଙ୍ଗଳବାର (ଜୁଲାଇ ୧୧) ଦିନ, ଶ୍ରୀହାରିକୋଟା ଠାରେ ଏକ ‘ଉତକ୍ଷେପଣ ଡ୍ରିଲ’ ଅନୁଷ୍ଠିତ ହୋଇଥିଲା ଯାହାକି ୨୪ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ସମସ୍ତ ଉତକ୍ଷେପଣ ପ୍ରସ୍ତୁତି ଏବଂ ପ୍ରକ୍ରିୟା ଦେଖିବାକୁ ମିଳିଥିଲା। ପରଦିନ ବୈଜ୍ଞାନିକମାନେ ମିଶନ ପ୍ରସ୍ତୁତି ସମୀକ୍ଷା ସମାପ୍ତ କରିଥିଲେ।

  • ସ୍ବାଭିମାନ ଅଞ୍ଚଳର ଦ୍ରୁତ ବିକାଶ ପାଇଁ ସେତୁ ଯୋଜନା ଗତିଶୀଳ

    ସ୍ବାଭିମାନ ଅଞ୍ଚଳର ଦ୍ରୁତ ବିକାଶ ପାଇଁ ସେତୁ ଯୋଜନା ଗତିଶୀଳ

    ସେତୁ ଯୋଜନାରେ ସ୍ବାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନକୁ ଉପଲବ୍‌ଧି କରିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡା ନିର୍ଦ୍ଦେଶ। ଚିତ୍ରକୋଣ୍ଡା ବ୍ଲକ୍‌ର ଅବଶିଷ୍ଟ ୯ ଗୋଟି ପଞ୍ଚାୟତ ଆନ୍ଦ୍ରପାଲ୍ଲୀ, ପଣସପୁଟ, ଜୋଡାମ୍ବୋ, ରାଲିଗଡା, ପେପରମେଟଲା, ବଡପଦା, ଗଜଲମାମୁଣ୍ଡି, ଜନ୍ତ୍ରୀ ଓ ଧୁଳିପୁଟ ଏବଂ କୋରୁକୁଣ୍ଡା ବ୍ଳକ୍‌ର ନାକାମାମୁଡି ପଞ୍ଚାୟତ ସହିତ ମୋଟ ୧୦ ଗୋଟି ଅନୁନ୍ନତ ପଞ୍ଚାୟତକୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ସେତୁ ଯୋଜନାରେ ବ୍ୟୟ ଅଟକଳ ୫୦ କୋଟିରୁ ୧୦୦ କୋଟିକୁ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

    ଚିତ୍ରକୋଣ୍ଡା ବ୍ଳକ୍‌ର ୯ ଗୋଟି ବିଚ୍ଛିନ୍ନାଞ୍ଚଳ ପଞ୍ଚାୟତକୁ ଗୁରୁପ୍ରିୟା ସେତୁ ଦ୍ବାରା ସଂଯୋଗ କରାଯାଇଅଛି, ଯାହା ସ୍ବାଭିମାନ ଅଞ୍ଚଳ ନାମରେ ନାମିତ। ଏହି ଅନୁନ୍ନତ ଅଞ୍ଚଳର ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ SETU ( Socio-Economic Transformation and Upliftment) ଯୋଜନା ୨୦୧୮ ମସିହାରୁ କାର୍ଯ୍ୟକାରି ହେଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ତା.୨୮.୦୩.୨୦୨୩ରିଖରେ ମାଲକାନଗିରିର ଚିତ୍ରକୋଣ୍ଡା ବ୍ଳକ୍‌ ପରିଦର୍ଶନ କରିଥିଲେ ଓ ଲୋକମାନଙ୍କ ସ୍ବାର୍ଥ, ସେମାନଙ୍କର ଅଭାବ ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ।

    ଏତଦ୍‌ବ୍ୟତୀତ ଏହି ଅଞ୍ଚଳର ଶାନ୍ତି ଓ ସୁରକ୍ଷା ପାଇଁ ନିୟୋଜିତ ଅର୍ଦ୍ଧସାମରିକ ବାହିନୀ ପ୍ରତିଷ୍ଠାନର ଭିତ୍ତିଭୂମି ଉନ୍ନତିକରଣ ଓ ସମ୍ପ୍ରସାରଣ ପାଇଁ ସେତୁ ଯୋଜନାରେ ୯ କୋଟି ୬୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

  • ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ୭ ନିଲମ୍ବିତ

    ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ୭ ନିଲମ୍ବିତ

    ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ୭ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ଦେଇଛନ୍ତି ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ ଅନୀଲ କୁମାର ମିଶ୍ରା । ଜିଏମଙ୍କ ସୂଚନା ମୁତାବକ,ସିବିଆଇ ଦ୍ୱାରା ଗିରଫ ୩ ଜଣ ଷ୍ଟାଫ୍‌ ନିଲମ୍ବିତ କର୍ମଚାରୀଙ୍କ ମଧ୍ୟରେ ମଧ୍ୟ ଅଛନ୍ତି। ଏହି ଦୁର୍ଘଟଣାରେ ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର ଓ ମେଣ୍ଟେନରଙ୍କ ଭୂମିକା ମଧ୍ୟ ରହିଛି। ସେଥିପାଇଁ ସେମାନଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ଏହି କର୍ମଚାରୀମାନେ ସତର୍କ ହୋଇଯାଇଥିଲେ ଦୁର୍ଘଟଣାକୁ ଟାଳି ହୋଇଥା’ନ୍ତା। ତେଣୁ କାର୍ଯ୍ୟରେ ଅବହେଳା କରିଥିବା ନେଇ ସେମାନଙ୍କୁ ନିଲମ୍ବନ କରାଯାଇଛି। ସିବିଆଇ ଘଟଣାର ତଦନ୍ତ ଜାରି ରଖିଛି।
    ବାହାନଗା ଟ୍ରେନ ଦୁର୍ଘଟଣା ପାଇଁ ଗିରଫ ହୋଇଥିବା ୩ ରେଳ କର୍ମଚାରୀ- ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କୁ ସିବିଆଇ ପୁଣି ଥରେ ରିମାଣ୍ଡରେ ନେଇଛି। ସିବିଆଇ ପ୍ରଥମେ ସେମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା, ଯାହା ଗତକାଲି ଶେଷ ହୋଇଥିଲା। ଏହା ପରେ ସିବିଆଇ ସେମାନଙ୍କୁ କୋର୍ଟରେ ହାଜର କରି ପୁଣି ଥରେ ୫ ଦିନିଆ ରିମାଣ୍ଡରେ ସେମାନଙ୍କୁ ନେବାକୁ ଦାବି କରିଥିଲା। ହେଲେ କୋର୍ଟ ୪ ଦିନ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ଦେଇଥିଲେ।
    ଜୁନ ୨. ଶୁକ୍ରବାର ରାତି ଥିଲା ଭାରତୀୟ ରେଳ ଇତିହାସର ଆଉ ଏକ ଅନ୍ଧକାର ରାତି। ବାହାନଗାଠାରେ ବେଙ୍ଗାଲୁରୁରୁ ହାୱଡା ଯାଉଥିବା ଯଶୋବନ୍ତପୁର ସୁପରଫାଷ୍ଟ ଟ୍ରେନର ୨ଟି ବଗି ଓଲଟିଥିଲା। ତାପ ଅଳ୍ପ ସମୟରେ ହାୱଜାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ସେହି ବଗିରେ ବାଡେଇ ହୋଇ ପାଖ ଧାରଣାରେ ଠିଆ ହୋଇଥିବା ମାଲ ଗାଜି ଉପରେ ଚଢିଯାଇଥିଲା। ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଶହରୁ ଅଧିକ ଗୁରୁତର ଆହତ ହୋଇଥିଲେ।
    ଏହି ଦୁର୍ଘଟଣାକୁ ନେଇ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡି ବସିଥିଲେ ବିରୋଧୀ। ଏହାକୁ ନେଇ ଦେଶବ୍ୟାପୀ ଉତ୍ତେଜନା ପ୍ରକାଶ ପାଇଥିଲା। ତେଣୁ କାଳ ବିଳମ୍ବ ନ କରି କେନ୍ଦ୍ର ସରକାର ଘଟଣାର ତଦନ୍ତଭାର ସିବିଆଇକୁ ଦେଇଥିଲେ। ସିବିଆଇ ଘଟଣାର ତଦନ୍ତ କରି ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କୁ ଗିରଫ କରିଥିଲା।

  • ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ୨୦ କୋଟି ଟଙ୍କା ମଞ୍ଜୁର

    ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ୨୦ କୋଟି ଟଙ୍କା ମଞ୍ଜୁର

    କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ପୀଠର ସର୍ବାଙ୍ଗୀନ ଉନ୍ନତି କରାଯାଇ ଏହାକୁ ଓଡିଶାର ଅନ୍ୟତମ ପ୍ରମୁଖ ଧାର୍ମିକ ତଥା ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରାଯିବ ।

    ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଭି.କେ. ପାଣ୍ଡିଆନ ଗତ ଫ୍ରେବୃୟାରୀ ୩ ତାରିଖ ଦିନ କୋରାପୁଟ ଗସ୍ତ କରି ଗୁପ୍ତେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିରର ସେବାୟତ, କମିଟିର ସଦସ୍ୟଗଣ, ଜନପ୍ରତିନିଧୀ ଓ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରି ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି । 5T ଉପକ୍ରମରେ ଏହି ବିକାଶ କାମ ହାତକୁ ନିଆଯିବ ।

    ଏହି ପ୍ରକଳ୍ପରେ ମନ୍ଦିରର ମୁଖ୍ୟରାସ୍ତାର ଉନ୍ନତିକରଣ ଓ ଆଲୋକୀକରଣ, ପାଦଚଲା ରାସ୍ତାରେ ଖଣ୍ଡାଲାଇଟ୍‌ସ ପଥର ବିଛାଇବା, ମନ୍ଦିର ପ୍ରବେଶ ଦ୍ୱାରର ସୌନ୍ଦର୍ଯ୍ୟକରଣ, ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ଯଥା ପାନୀୟ ଜଳ ଓ ଶୌଚାଳୟ, ଗୁମ୍ଫାର ଆଲୋକୀକରଣ, ସାବରୀ ନଦୀ କୂଳର ସୌନ୍ଦର୍ଯ୍ୟକରଣ, ଉଠା ଦୋକନୀମାନଙ୍କ ଥଇଥାନ, ସେମାନଙ୍କ ପାଇଁ ନୂତନ ଦୋକାନ ଘର ନିର୍ମାଣ, ଭୂସ୍ଖଳନ ନିରୋଧ ଓ ପାହାଡ ସୁରକ୍ଷା ପାଇଁ ବ୍ୟବସ୍ଥା ସହିତ ବୃକ୍ଷରୋପଣ ମଧ୍ୟ କରାଯିବ । ପ୍ରାକୃତିକ ସୌନ୍ଦର୍ଯ୍ୟରେ କୌଣସି ଆଞ୍ଚ ନ ଆଣି 5T ଉପକ୍ରମରେ ପୀଠର ଉନ୍ନତି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

  • ରତ୍ନଭଣ୍ଡାର ପ୍ରସଙ୍ଗରେ ପୁଣି ସମୟ ମାଗିଲେ ସରକାର

    ରତ୍ନଭଣ୍ଡାର ପ୍ରସଙ୍ଗରେ ପୁଣି ସମୟ ମାଗିଲେ ସରକାର

    ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ତାର ଚାବି ହଜିବା ପ୍ରସଙ୍ଗରେ ହାଇକୋର୍ଟଙ୍କଠାରୁ ଆହୁରି ସମୟ ମାଗିଲେ ରାଜ୍ୟ ସରକାର। ଜଷ୍ଟିସ୍‌ ରଘୁବୀର ଦାଶ କମିସନ୍ ଦାଖଲ କରିଥିବା ରିପୋର୍ଟର ସାନି ସ୍ଥିତି ସମ୍ପର୍କରେ କୋର୍ଟଙ୍କୁ ଅବଗତ କରିବାକୁ ଆଉ ଦୁଇ ମାସ ମାଗିଛନ୍ତି ସରକାର। ଗତ ଏପ୍ରିଲ ୨୫ରେ ହାଇକୋର୍ଟ ଯାଚିକାକର୍ତ୍ତା ଦିଲ୍ଲୀପ କୁମାର ବରାଳଙ୍କ ଆବେଦନର ଶୁଣାଣି କରି କମିସନ୍‌ ଅଫ୍ ଇନକ୍ବାରି ଆଇନ ଅନୁସାରେ ଜଷ୍ଟିସ୍‌ ରଘୁବୀର ଦାସ କମିସନ୍‌ଙ୍କ ପକ୍ଷରୁ ଦାଖଲ ରିପୋର୍ଟର ସ୍ଥିତି ତଲବ କରିଥିଲେ କୋର୍ଟ। ଜୁଲାଇ ୧ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

    କିନ୍ତୁ ରାଜ୍ୟ ସରକାର ଅଦ୍ୟାବଧି ଏହି ରିପୋର୍ଟ ଦାଖଲ କରିବାରେ ଆକ୍ଷମତା ପ୍ରକାଶ କରିଛନ୍ତି। କମିଶନଙ୍କ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ବିଚାରାଧୀନ ରହିଛି ସରକାର ପକ୍ଷରୁ କୋର୍ଟଙ୍କୁ ଜଣା ଯାଇଛି।ଜଷ୍ଟିସ୍‌ ରଘୁବୀର ଦାସ କମିସନ୍‌ ଦାଖଲ କରିଥିବା ଅନ୍ତରୀଣ ରିପୋର୍ଟର ସାନି ସ୍ଥିତି ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବାକୁ ଆହୁରି ଦୁଇ ମାସ ସମୟ ଦେବାକୁ ଅନୁରୋଧ କରାଯାଇଛି। ଜୁଲାଇ ୧୦ରେ ମୂଳ ଆବେଦନ ସହିତ ସରକାରଙ୍କ ଅନ୍ତରୀଣ ଆବେଦନ ହାଇକୋର୍ଟରେ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା। କିନ୍ତୁ ମାମଲାର ଶୁଣାଣି ଘୁଞ୍ଚିଥିଲା। ଅଗଷ୍ଟ ୨୧କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।ସୂଚନା ଯୋଗ୍ୟ, ଏପ୍ରିଲ ୨୫ରେ ହାଇକୋର୍ଟ ଏହି ଜନସ୍ବାର୍ଥ ଆବେଦନର ଶୁଣାଣି କରିଥିଲେ। ଏହା ଉପରେ ମୁଖ୍ୟ ଶାସନ ସଚିବ, ଆଇନ ସଚିବ ଓ ଗୃହ ସଚିବଙ୍କୁ ନୋଟିସ୍ ଜାରି କରିବା ସହିତ ଜୁଲାଇ ୧ ସୁଦ୍ଧା ତଦନ୍ତ କମିସନ୍‌ ଦାଖଲ କରିଥିବା ରିପୋର୍ଟର ସାନି ସ୍ଥିତି ‌ସଂପର୍କରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା।

    ହାଇକୋର୍ଟରେ ଯାଚିକାରେ ଉଲ୍ଲେଖ କରାଯାଇଛି ଯେ, ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ଭଣ୍ତାରରେ ବହୁ ମୂଲ୍ୟବାନ ଅଳଙ୍କାର ରହିଛି। ଶ୍ରୀଜିଉଙ୍କ ବେଶରେ ବ୍ୟବହାର କରାଯାଉଥିବା ଅଳଙ୍କାର ବାହାର ରତ୍ନ ଭଣ୍ଡାରରେ ରହୁଥିବାରୁ ଏହାକୁ ନିୟମିତ ଖୋଲାଯାଉଛି ଓ ମରାମତି ମଧ୍ୟ ହେଉଛି। କିନ୍ତୁ ଭିତର ରତ୍ନ ଭଣ୍ଡାରରେ ଆହୁରି ଅଧିକ ଅଳଙ୍କାର ଥିବା ବେଳେ ତାହାକୁ ବହୁ ବର୍ଷ ହେବ ଖୋଲା ଯାଇ ନାହିଁ। ମରାମତି ଅଭାବରୁ ଭିତର ରତ୍ନ ଭଣ୍ଡାରର ସ୍ଥିତି ସଙ୍କଟାପନ୍ନ ହୋଇ ରହିଛି। କେତେବେଳେ ଏହା ଭୁସୁଡି ପଡିବ କହି ହେବ ନାହିଁ।

    ସେପଟେ କେତେବେଳେ ସରକାର ପକ୍ଷରୁ ଚାବି ହଜିଥିବା କୁହାଯାଇ ରତ୍ନ ଭଣ୍ଡାର ଖୋଲା ଯାଉନି ତ ପୁଣି କେତେବେଳେ କୋର୍ଟରେ ମାମଲା ଥିବା କୁହା ଯାଉଛି। ସେପଟେ କିନ୍ତୁ କୋର୍ଟ ମାଗୁଥିବା ରିପୋର୍ଟ ଜାଣି ଶୁଣି ଦାଖଲ ନ କରି ସମୟ ଗଡାଇବାର ବ୍ୟସ୍ତ ରାଜ୍ୟ ସରକାର। ଓଡିଆଙ୍କ ଆସ୍ଥା ଓ ବିଶ୍ବାସର ଭଗବାନ ଜଗନ୍ନାଥଙ୍କ ରତ୍ନ ଭଣ୍ଡାରରେ ବହୁ କାଳରୁ ବହୁ ପୁରାତନ, ବହୁମୂଲ୍ୟ ଅଳଙ୍କାର ଥିଲେ ମଧ୍ୟ ବାହାର ଭଣ୍ଡାରର ଅଳ୍ପ କିଛି ଅଳଙ୍କାରକୁ ନେଇ ଠାକୁରଙ୍କ ଦୈନନ୍ଦିନ ବେଶଲାଗି ହେଉଛି। ଏହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖା ଦେଉଛି।
    ରତ୍ନଭଣ୍ଡାର ନ ଖୋଲାଯିବାକୁ ନେଇ ସନ୍ଦେହ ସୃଷ୍ଟି ହେଲାଣି। ସରକାର ଓ ପଣ୍ଡା ମିଶି ରତ୍ନଭଣ୍ଡାର ଖାଲି କରିଥିବାରୁ ଭଣ୍ଡାର ଖୋଲା ଯାଉ ନାହିଁ ବୋଲି ଅଭିଯୋଗ ମଧ୍ୟ ହେଉଛି।

  • ଆୟକରର ବହୁ ଖୁଲାସା ପରେ ଇଡା ନିରବତାକୁ ନେଇ ପ୍ରଶ୍ନବାଚୀ

    ଆୟକରର ବହୁ ଖୁଲାସା ପରେ ଇଡା ନିରବତାକୁ ନେଇ ପ୍ରଶ୍ନବାଚୀ

    ଡିଏନ ଗ୍ରୁପ ଉପରେ ଚଢାଉକୁ ନେଇ ଆୟକର ବିଭାଗର ସୂଚନା। ଡିଏନ୍ ଗ୍ରୁପ୍ ମୋଟ ୯୦କୋଟି ଟଙ୍କାର ଟିକସ ଫାଙ୍କିଛି। ଆୟକର ଚଢାଉ ବେଳେ ନଗଦ ୯.୭୪ କୋଟି ଟଙ୍କା ଜବତ ହୋଇଛି । ଆୟକର ଚଢାଉ ପରେ ଏତେ ପରିମାଣର ଟିକସ ଫାଙ୍କିର ପର୍ଦ୍ଦାଫାଶ ହୋଇଥିଲେ ମଧ୍ୟ ରିଏଲ ଇଷ୍ଟେଟ୍ ବ୍ୟବସାୟୀ ଜଗଦୀଶ ପ୍ରସାଦ ନାଏକଙ୍କ ଡିଏନ୍ ଗ୍ରୁପ୍ଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୌଣସି ଆକ୍ସନ ନ ନେଇ ଚୁପବସିଛି।

    ଆଇଟି ଚଢାଉ ବେଳେ ଦସ୍ତାବିଜ ଯାଞ୍ଚରୁ ଜଣାପଡିଥିଲା କି, ଡିଏନ୍ ଗ୍ରୁପ୍ ନିଜର ବିଭିନ୍ନ କମ୍ପାନୀ ମାଧ୍ୟମରେ ଲୁଚା ଛପାରେ ମୋଟ ୨୧୦ କୋଟି ଟଙ୍କା ନଗଦ ଟଙ୍କା ସଂଗ୍ରହ କରି ଥିବା ବେଳେ ୯୦କୋଟି ଟଙ୍କା ଟିକସ ଫାଙ୍କି କରିଛି। ଏହି ଦସ୍ତାବିଜ ପ୍ରମାଣ ସହ ଚଢ଼ାଉ ବେଳେ ଡିଏନ୍ ଗ୍ରୁପ୍ ଠାରୁ ମୋଟ ୯.୭୪କୋଟି ଟଙ୍କା ନଗଦ ଅର୍ଥ ଜବତ କରିଛି ଆଇଟି , ଯାହା ନଗଦ ଆକାରରେ ଓଡ଼ିଶାରେ ଏପର୍ଯ୍ୟନ୍ତ ସର୍ବାଧିକ ଜବତ ଟଙ୍କା । ଏଥିସହ ଆୟକର ବିଭାଗର ଚଢ଼ାଉରେ ବହୁ ଡିଜିଟାଲ ଡାଟା, ହାତଲେଖା ଡାଏରୀ, ରିସିଦ୍ ଆଦି ଜବତ ହୋଇଛି। ଏସବୁର ଯାଂଚ ପରେ ୨୧୦କୋଟି ଟଙ୍କାର ନଗଦ ଟଙ୍କା ସଂଗ୍ରହ ହୋଇଥିବା କଥା ସାମ୍ନାକୁ ଆସିଥିଲା । ଜମି, ଘରଯୋଗ୍ୟ ପ୍ଲଟ ଓ ଫ୍ଲାଟ ବିକ୍ରି ଉଦ୍ଦେଶ୍ୟରେ ଏତେ ପରିମାଣର ଅର୍ଥ ଠୁଳ କରାଯାଇଥିବା ଜଣାପଡିଛି।

    ସୂଚନାଯୋଗ୍ୟ, ଜୁଲାଇ ୫ ତାରିଖରେ ଆୟକର ଫାଙ୍କିବା ଅଭିଯୋଗରେ ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗ ଚଢ଼ାଉ କରିଥିଲା । ଗ୍ରୁପର କାର୍ଯ୍ୟାଳୟ ଓ କର୍ମଚାରୀଙ୍କ ବାସଭବନ ପରି ୨୦ଟି ସ୍ଥାନରେ ଏକକାଳୀନ ୪ ଦିନ ବ୍ୟାପୀ ଚଢ଼ାଉ କାରଯାଇଥିଲା। ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତାରେ ଡିଏନ୍ ଗ୍ରୁପ୍ ଏଭଳି କୋଟିକୋଟି ଟଙ୍କାର ବେନାମୀ ସମ୍ପତ୍ତି ସଂଗ୍ରହ କରିଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଥିବାବେଳେ ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାଏକ ସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଛି। ଗ୍ରୁପର କାର୍ଯ୍ୟ ସମ୍ପୂର୍ଣ୍ଣ ସ୍ବଚ୍ଛ, କୌଣସି ବେଆଇନ ହୋଇନି ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ନାୟକ । ଅବଶ୍ୟ ଏହି ଏତେ ପରିମାଣର ନଗଦ ଅର୍ଥ ଜବତ ହେବା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି । ଯାହାକୁ ନେଇ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ।

    ସେପଟେ ଏହି ଚଢାଉର ପ୍ରାରମ୍ଭିକ ଅବସ୍ଥାରେ ୟୁନିଟ୍-୪ରେ ଭଡ଼ାରେ ରହୁଥିବା ସଂସ୍ଥାର ଜଣେ କର୍ମଚାରୀଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ଜବତ ହୋଇଥିଲା। ଡିଏନ ଗ୍ରୁପ୍ ଦ୍ୱାରା ଟିକସ ଫାଙ୍କି ଅଭିଯୋଗରେ ଏହି ରେଡ୍ ହେଉଥିବା ଅଫିସିଆଲ୍ ସୂତ୍ର କୁହାଯାଉଥିଲା।

  • କୁଆଖାଇ ନଦୀରୁ ଆଉ ୨ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, ୪ ମୃତ

    କୁଆଖାଇ ନଦୀରୁ ଆଉ ୨ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, ୪ ମୃତ

    ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀରେ ବୁଡ଼ି ଗତକାଲିଠୁ ନିଖୋଜ ଥିବା ୨ ଯୁବକଙ୍କ ମୃତଦେହ ଆଜି ସକାଳୁ ଉଦ୍ଧାର ହୋଇଛି। ଗତ ମେ’ ୨୭ ତାରିଖ ଅପରାହ୍ଣରେ କୁଆଖାଇ ନଦୀରେ ବୁଡ଼ି ୨ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା। ସେଦିନର ସେହି ହୃଦୟବିଦାରକ ଘଟଣା ସ୍ଥାନୀୟ ଲୋକଙ୍କ ମନରୁ ନ ଲିଭୁଣୁ, ଗତକାଲି ଅପରାହ୍ଣରେ ପୁଣି ୪ ଜଣ ଛାତ୍ର ଏହି ନଦୀରେ ବୁଡ଼ିଯାଇଛନ୍ତି। ଫଳରେ ମୃତକଙ୍କ ସମୁଦାୟ ସଂଖ୍ୟା ୪ରେ ପହଞ୍ଚିଛି। ମୃତକ ହେଲେ ଆର୍ଯ୍ୟନ, ଅଭିନାଶ, ରୋହିତ ଏବଂ ପ୍ରତୀକ। ଆର୍ଯ୍ୟନଙ୍କ ଘର ଜାମସେଦପୁରରେ ହୋଇଥିବା ବେଳେ ରୋହିତଙ୍କ ଘର ବାଲେଶ୍ୱରରେ ଅଭିନାଶ ଏବଂ ପ୍ରତୀକଙ୍କ ଘର କଟକରେ ବୋଲି ଜଣାଯାଇଛି ।

    ଗତକାଲି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାସ୍ଥିତ ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ୮ ଛାତ୍ର ସାଙ୍ଗ ଧବଳହାର ନିକଟକୁ ଭୋଜି କରିବାକୁ ଯାଇଥିଲେ। ଭୋଜି ଚାଲିଥିବା ସମୟରେ ସେମାନେ ଗାଧୋଇବାକୁ ନଦୀକୁ ଯାଇଥିଲେ। ନଦୀରେ ବର୍ଷା ପାଣି ପୂରିଥିବାରୁ ସାମାନ୍ୟ ସୁଅ ମଧ୍ୟ ଥିଲା। କୌଣସି କାରଣରୁ ୮ ଜଣ ଗାଧୋଉଥିବା ବେଳେ ସେଥିରୁ ୪ ଜଣ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଏହା ଜାଣିବା ପରେ ଖୋଜାଖୋଜି କରିଥିଲେ। ହେଲେ ପାଣିରୁ କାହାରି ବି ପତ୍ତା ନ ପାଇବାରୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

    ଅଗ୍ନିଶମ ବାହିନୀ କର୍ମଚାରୀ ବହୁ ଖୋଜାଖୋଜି ପରେ ଗତକାଲି ଜାମସେଦ୍‌ପୁରର ଆର୍ଯ୍ୟନ୍, କଟକର ଅବିନାଶଙ୍କ ମୃତଦେହ ଉଦ୍ଧାର କରିଥିଲେ । ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି ସତ୍ତ୍ୱେ ରୋହିତ ଓ ପ୍ରତିକଙ୍କ ପତ୍ତା ମିଳି ପାରି ନ ଥିଲ। ଆଜି ସକାଳୁ ଦମକଳ ବାହିନୀ ଦୁଇ ଛାତ୍ରଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଥିଲେ |

  • ୨୦୨୩ ବିଶ୍ବକପ ଭାରତ ଜିପାରିବ ନାହିଁ? ଯୁବରାଜ ଦେଲେ ଏମିତି ସାଂଘାତିକ ବୟାନ

    ୨୦୨୩ ବିଶ୍ବକପ ଭାରତ ଜିପାରିବ ନାହିଁ? ଯୁବରାଜ ଦେଲେ ଏମିତି ସାଂଘାତିକ ବୟାନ

    India cricketers celebrate their win at the end of the first one-day international (ODI) cricket match between India and New Zealand at the Rajiv Gandhi International Cricket Stadium in Hyderabad on January 18, 2023. (Photo by Noah SEELAM / AFP) / —-IMAGE RESTRICTED TO EDITORIAL USE – STRICTLY NO COMMERCIAL USE—–

    ଦିନିକିଆ ବିଶ୍ୱକପ୍ ୨୦୨୩ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ଏଥର ଭାରତରେ ଖେଳାଯିବ । ଏଭଳି ପରିସ୍ଥିତିରେ ଭାରତୀୟ କ୍ରିକେଟ୍ ପ୍ରଶଂସକ ମାନେ ଟିମ୍ ଇଣ୍ଡିଆ ଠାରୁ ବହୁତ ଆଶା ରଖିଛନ୍ତି । ଏସବୁ ମଧ୍ୟରେ ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ବିଶ୍ୱକପ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି । ଯୁବରାଜ ସିଂ କହିଛନ୍ତି ଯେ, ସତ କହିବାକୁ ଗଲେ ମୁଁ ନିଶ୍ଚିତ ନୁହେଁ ଯେ ୨୦୨୩ ବିଶ୍ୱକପରେ ଭାରତ ଘରୋଇ ମାଟିରେ ଜିତିବ କି ନାହିଁ । ଏକ ୟୁଟ୍ୟୁବ୍ ଚ୍ୟାନେଲର ଏକ କାର୍ଯ୍ୟକ୍ରମରେ ଭାରତୀୟ କ୍ରିକେଟର ସ୍ଥିତିକୁ ନେଇ ଖୋଲାଖୋଲି ବୟାନ ଦେଇଥିଲେ ।

    ଯେତେବେଳେ ଭାରତର ୨୦୨୩ ବିଶ୍ୱକପ ସମ୍ଭାବନା ବିଷୟରେ ପଚରାଗଲା ଯୁବରାଜ ସିଂ କହିଥିଲେ, ସତ କହିବାକୁ ଗଲେ ମୁଁ ନିଶ୍ଚିତ ନୁହେଁ ଯେ ସେମାନେ ବିଶ୍ୱକପ୍ ଜିତିବେ ନା ନାହିଁ । ମୁଁ ଜଣେ ଦେଶପ୍ରେମୀ ହିସାବରେ କହିପାରେ ଯେ, ଭାରତ ଜିତିବ । କିନ୍ତୁ ମୁଁ ଦେଖୁଛି ଯେ, ଭାରତୀୟ ଦଳ ମଧ୍ୟମ କ୍ରମରେ ଆଘାତକୁ ନେଇ ଅନେକ ଚିନ୍ତା ରହିଛି । ଗତ ଦଶ ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ୍ ଦଳର ଅଦଳବଦଳ ପ୍ରଦର୍ଶନ ବିଷୟରେ ପଚରାଯିବାରୁ ଯୁବରାଜ କହିଛନ୍ତି ଯେ, ଭାରତକୁ ବିଶ୍ୱକପ୍ ହାରୁଥିବାର ଦେଖିବା ନୈରାଶ୍ୟଜନକ, କିନ୍ତୁ ଏହା ହିଁ ସତ ।

    ବିଶ୍ୱକପ ପୂର୍ବରୁ ଯୁବରାଜଙ୍କ କହିବାନୁସାରେ, ‘ଟିମ୍ ଇଣ୍ଡିଆର ଟପ୍ ଅର୍ଡର ଠିକ ଅଛି କିନ୍ତୁ ମଧ୍ୟମ ଅର୍ଡର ସନ୍ତୁଳିତ କରିବାର ଆବଶ୍ୟକତା ରହିଛି । ସ୍ଲଟ୍ ୪ ଏବଂ ୫ ବହୁତ ଗୁରୁତ୍ୱପୂର୍ଣ୍ଣ । ଯଦି ଋଷଭ ପନ୍ତ ଆଇପିଏଲ ଫ୍ରାଞ୍ଚାଇଜ ପାଇଁ ଚତୁର୍ଥ ନମ୍ବରରେ ବ୍ୟାଟିଂ କରୁଛନ୍ତି, ତେବେ ସେ ମଧ୍ୟ ଜାତୀୟ ଦଳ ପାଇଁ ଚତୁର୍ଥ ନମ୍ବରରେ ଆସିବା ଉଚିତ୍ । ଚାରି ନମ୍ବର ବ୍ୟାଟ୍ସମ୍ୟାନ୍ ଜଣେ ଦ୍ରୁତ ରନ୍ ସ୍କୋରର ହୋଇପାରିବେ ନାହିଁ । ସେ ଏପରି ଜଣେ ଖେଳାଳି ହେବା ଉଚିତ ଯିଏ, ଚାପକୁ ସମ୍ଭାଳି ପାରିବେ । ନକ୍ ଆଉଟ୍ ମ୍ୟାଚ୍ ପରି ଚାପ ଥିବା ମ୍ୟାଚ୍ ଖେଳିବା ବେଳେ ଭାରତ ପ୍ରୟୋଗାତ୍ମକ ମୋଡରେ ରହିପାରିବ ନାହିଁ ବୋଲି ସେ ମତ ଦେଇଛନ୍ତି ।

  • ସୀମା-ସଚିନ ପ୍ରେମକୁ ନେଇ ରାଗିଗଲେ କୁଖ୍ୟାତ ରାନୋ ଶର, ହିନ୍ଦୁ ମନ୍ଦିର ଉଡାଇ ଦେବାକୁ ଧମକ

    ସୀମା-ସଚିନ ପ୍ରେମକୁ ନେଇ ରାଗିଗଲେ କୁଖ୍ୟାତ ରାନୋ ଶର, ହିନ୍ଦୁ ମନ୍ଦିର ଉଡାଇ ଦେବାକୁ ଧମକ

    ବିଜ୍ଞାନ କହେ ପ୍ରତ୍ୟକ କ୍ରିୟାର ପ୍ରତିକ୍ରିୟା ରହିଛି । ପ୍ରେମ ବି ଏଥିରୁ ବାଦ ପଡିନି । ଚାରି ପିଲାଙ୍କ ମା ତଥା ପାକିସ୍ତାନୀ ମହିଳା ସୀମା ହାଇଦରଙ୍କ ପ୍ରେମ ସମ୍ପର୍କ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି । ଭାରତର ସଚିନ ପ୍ରେମରେ ଅନ୍ଧ ହୋଇ ସୀମାପାର ହୋଇ ସୀମା ସୁଦୂର ପାକିସ୍ତାନରୁ ଭାରତ ଚାଲିଆସିଥିଲେ । ସାଚିନଙ୍କୁ ପାଇବା ପାଇଁ ତାଙ୍କର ଆନ୍ତରିକତାକୁ ଅନେକ ଲୋକ ପ୍ରଶଂସା କରୁଥିବା ବେଳେ ସୀମା କିନ୍ତୁ ଏଥିରେ ଫଶି ଯାଇଛନ୍ତି । ଅବୈଧ ଭାବେ ସୀମା ପାର ହୋଇ ଭାରତରେ ପ୍ରବେଶ କରିଥିବାରୁ ସୀମା ହାଇଦର ଏବେ ଜେଲର ଚାରି କାନ୍ଥ ଭିତରେ ସମୟ ବିତାଉଛନ୍ତି ।

    ଏବେ ଆଉ ଏକ ଅଡୁଆ ସୀମାଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ରୋନ୍ତି କୁଚିର କୁଖ୍ୟାତ ଡାକୁ ରାନୋ ଶର କହିଛନ୍ତି, ସୀମା ଯଦି ତାଙ୍କ ଚାରି ପିଲାଙ୍କ ସହିତ ପାକିସ୍ତାନ ପ୍ରତ୍ୟାବର୍ତ୍ତନ ନକରନ୍ତି ତେବେ ସେ ରାହରକି ଦରବାରରେ ଥିବା ମନ୍ଦିର ଉପରେ ଦୁଇ ଦିନ ଭିତରେ ଆକ୍ରମଣ କରିବେ । ଏଥସହିତ ଅନ୍ୟ ଡାକୁ ମାନଙ୍କୁ ସେ କହିଛନ୍ତି ଯେ, କୌଣସି ହିନ୍ଦୁ ଯେମିତି ରାହାରକି ପରିଦର୍ଶନ କରିନପାରନ୍ତି ।

    https://twitter.com/NarainDasBheel8/status/1678432939422412800

    ବିଭାଜନ ପରଠାରୁ ଭାରତ-ପାକିସ୍ତାନର ସମ୍ପର୍କ କାହାକୁ ଅଛପା ନାହିଁ । ସୀମାଙ୍କ ଏହି ନିଷ୍ପତ୍ତି ପାକିସ୍ତାନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ସଚିନ ଆଉ ସୀମା ଏକ ମାସ କାଳ ଗ୍ରେଟର ନୋଏଡାରେ ରହୁଥିଲେ । ଏହାପରେ ପୋଲିସ ସୂଚନା ପାଇ ସେମାନଙ୍କୁ ଗିରଫ କରିନେଇଥିଲେ । ଏବେ ଏହି ଦୁଇ ପ୍ରେମୀ ଯୁଗଳ ଭାରତ ସରକରାଙ୍କୁ ନିବେଦନ କରିଛନ୍ତି ଯେ, ସେମନଙ୍କର ବିବାହ କରିଦିଆଯାଉ । ଏହାରି ଭିତରେ ସୀମାଙ୍କ ସ୍ବାମୀ ଗୁଲାମ୍ ହାଇଦର ଜଖରାନୀ ସାମ୍ନାକୁ ଆସିଛନ୍ତି । ସେ ବିଗତ ୩ ବର୍ଷ କାଳ ସାଉଦୀ ଆରବରେ ରହି ଚାକିରି କରୁଛନ୍ତି । ବିବିସିକୁ ଗୁଲାମ କହିଛନ୍ତି, ତାଙ୍କ ସ୍ତ୍ରୀ ପବଜି ଗେମ୍ ପ୍ରଭାବରେ ଆସି ଫଶିଯାଇଛନ୍ତି । ସେ କହିଛନ୍ତି, ତାଙ୍କ ସ୍ତ୍ରୀ ଆଉ ପିଲାଙ୍କୁ ପାକିସ୍ତାନ ଫେରାଇଦିଆଯିବା ଉଚିତ ।

    ହାଇଦର ସାଉଦୀ ଆରବ ଯିବା ପୂର୍ବରୁ ଅଟୋରିକ୍ସା ଚଲାଉଥିଲେ । କିନ୍ତୁ, ଅଭାବ ପାଇଁ ଟଙ୍କା ରୋଜଗାର କରିବା ପାଇଁ ସେ ନିଜ ଦେଶ ଛାଡିଦେଇଥିଲେ । ସେଠାରେ ମୁଲ ଲାଗି ସେ ରୋଜଗାର କରିବା ଆରମ୍ଭ କଲେ । ଘରେ ଥିବା ସ୍ତ୍ରୀ ଆଉ ଚାରି ପିଲାଙ୍କୁ ଟଙ୍କା ଦେବା ଆରମ୍ଭ କଲେ । ଘରେ ତାଙ୍କ ବାପା ମଧ୍ୟ ରହୁଥିଲେ । ତାଙ୍କ ଘର ଛୋଟ ହୋଇଥିବାରୁ ସେ ଏହାକୁ ମରାମତି କରି ବଡ କରିବେ ବୋଲି କହିଥିଲେ । ଏହାପରେ ସେ ଭଡା ଘରେ ରହିବେ ବୋଲି କହିଥିଲେ । ଏହାପରେ ସୀମା କାହାକୁ ନକହି ଘର ବିକ୍ରି କରିଦେଲେ ଆଉ ଭଡା ଘରକୁ ସିଫ୍ଟ ହୋଇଗଲେ । ହାଇଦରଙ୍କ ସୀମା ସହିତ ଲଗାତାର କଥାବାର୍ତ୍ତା ହେଉଥିଲା । କିନ୍ତୁ, ମେ ୯ ତାରିଖର ଘଟଣା ପାଇଁ ପାକିସ୍ତାନର ଇଣ୍ଟରନେଟ ବନ୍ଦ ହୋଇଗଲା । ଏହାପରେ ସେମାନଙ୍କ ଭିତରେ ସମ୍ପର୍କ ବିଛିନ୍ନ ହୋଇଗଲା । କିଛିଦିନ ପରେ ଇଣ୍ଟରନେଟ ଆରମ୍ଭ ହେଲା । ହେଲେ ହାଇଦରଙ୍କ ସୀମା ସହିତ କୌଣସି ସମ୍ପର୍କ ହୋଇପାରିନଥିଲା । ଏହାପରେ ସେ ଜାଣିବାକ ପାଇଲେ ଯେ, ସୀମା ଭାରତରେ ଅଛି । ହେଲେ ଏବେ ହାଇଦର ସୀମାକୁ ଫେରିଆସିବା ପାଇଁ ଅନୁରୋଧ କରିଛନ୍ତି ।

  • ଖୋଲୁଛି ଅଭିଜିତ-ISI ଗୁମର, ସିମ କାର୍ଡ, ବ୍ୟାଙ୍କ ଖାତାରୁ ମିଳିବ ଅଧିକ ସୁରାକ

    ଖୋଲୁଛି ଅଭିଜିତ-ISI ଗୁମର, ସିମ କାର୍ଡ, ବ୍ୟାଙ୍କ ଖାତାରୁ ମିଳିବ ଅଧିକ ସୁରାକ


    ପାକିସ୍ତାନ ପାଇଁ ଗୁଇନ୍ଦାଗିରି ମାମଲାରେ ରିମାଣ୍ଡରେ ଆସିଥିବା ଅଭିଜିତ୍‌ ସଂଜୟ ଜାମ୍ବୁରେଠାରୁ ମିଳିଛି କିଛି ନୂଆ ତଥ୍ୟ । ୫ଟି ମୋବାଇଲ୍‌ ନମ୍ବରରୁ ୩ଟିରେ ପାକିସ୍ତାନ ଏଜେଣ୍ଟଙ୍କ ସହ କଥା ହୋଇଥିବା କଥା ମାମଲାକୁ ନେଇ ଚିନ୍ତା ବଢାଇ ଦେଇଛି। ଏସ୍‌ଟିଏଫ୍, ଏଟିଏସ୍‌ ଓ ଆଇବିର ମିଳିତ ଜେରାରୁ ପ୍ରଥମେ ଟଙ୍କା କାରବାର କଥା ପଦାକୁ ଆସିଥିବା ବେଳେ ଏବେ ଆତଙ୍କୀଙ୍କ ସହ ଯୋଗାଯୋଗ ଥିବା ଜଣାପଡିଛି। ଅପରପକ୍ଷେ, ଦେଶର ସୁରକ୍ଷା ସମ୍ବନ୍ଧିତ ମାମଲା ହୋଇଥିବାରୁ ତଦନ୍ତ ପ୍ରକ୍ରିୟାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଯୋଡ଼ି ହୋଇଛି। ଏନ୍‌ଆଇଏର ଏକ ଟିମ୍‌ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟରେ ପହଞ୍ଚି ମାରାଥନ ଜେରା କରିଛି। ଅଭିଜିତ୍‌ର ରିମାଣ୍ଡ ସରୁଥିବାରୁ ତାକୁ ଜେରା ପରେ କୋର୍ଟରେ ହାଜର କରାଯିବ।

    ଦରକାର ପଡ଼ିଲେ, ପୁଣିଥରେ ତାକୁ ରିମାଣ୍ଡରେ ଅଣାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଅଭିଜିତ୍‌ କେବେ କେଉଁ ସମୟରେ ଆତଙ୍କୀଙ୍କ ସହ କଥା ହୋଇଥିଲା, ଅନ୍ୟ କେଉଁମାନଙ୍କୁ ଆତଙ୍କୀଙ୍କ ସହ ଯୋଡ଼ିଥିଲା; ତା’ର ତଥ୍ୟ ବାହାର କରିବା ପାଇଁ ମୋବାଇଲ ନମ୍ବରଗୁଡ଼ିକର ସିଡିଆର୍‌ ରିପୋର୍ଟ ମଗାଯାଇଛି। ସେହିପରି ତା’ର ଆର୍ଥିକ କାରବାର ତଥ୍ୟ ପାଇଁ ଠାବ ହୋଇଥିବା ବ୍ୟାଙ୍କଗୁଡ଼ିକୁ ଚିଠି କରାଯାଇଛି। କେଉଁ କେଉଁ ଆକାଉଣ୍ଟରୁ ତା’ ପାଖକୁ ଟଙ୍କା ଆସିଥିଲା? ସେ କେଉଁ କେଉଁ ଆକାଉଣ୍ଟକୁ ଟଙ୍କା ପଠାଇଥିଲା‌? ସମସ୍ତ ତଥ୍ୟ ହାତେଇବାକୁ ଏସ୍‌ଟିଏଫ୍‌ ଉଦ୍ୟମ ଚଳାଇଛି। ଏହାଛଡ଼ା ସେ ବିଦେଶ ଯାଇଥିଲା କି ନାହିଁ? ଯଦି ଯାଇଥିଲା, କେଉଁ କେଉଁ ସ୍ଥାନକୁ ଯାଇଛି? ତା’ର ପାସ୍‌ପୋର୍ଟ ଯାଞ୍ଚ ମଧ୍ୟ କରାଯାଉଛି।

    ତା’ର ଫେସ୍‌ବୁକ୍‌, ହ୍ବାଟସ୍‌ଆପ୍‌ ଏବଂ ଅନ୍ୟ ସମସ୍ତ ସୋସିଆଲ୍‌ ମିଡିଆର ତଥ୍ୟ ମଧ୍ୟ ଯାଞ୍ଚ ଚାଲିଛି। ଅନ୍ୟପଟେ ଗଣମାଧ୍ୟମକୁ ଅଭିଜିତ କହିଛି ଯେ ସେ ନିର୍ଦ୍ଦୋଷ। ତା’ ଅଜାଣତରେ ତାର ସିମ୍ ବ୍ୟବହାର ହୋଇଛି। ହେଲେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ନୟାଗଡ଼ର ପଠାଣି ସାମନ୍ତ ଲେଙ୍କାକୁ ସେ ଏକାଧିକଥର ଟଙ୍କା ପଠାଇଥିବା ସ୍ବୀକାର କରିଛି। ଆଇଏସ୍‌ଆଇ କିମ୍ବା ପାକିସ୍ତାନ ଆର୍ମି ଇଣ୍ଟେଲିଜେନ୍ସ ବରିଷ୍ଠ ଅଧିକାରୀଙ୍କ ସହ ଲିଙ୍କ୍‌ ସଂପର୍କରେ ମୁହଁ ଖୋଲିନାହିଁ। ଆତଙ୍କୀ ଲିଙ୍କ ନେଇ ଅଭିଜିତ୍‌ ବିରୋଧରେ ପୁଳାପୁଳା ପ୍ରମାଣ ଥିବା ବେଳେ ସେ ମୁହଁ ନ ଖୋଲିବା ଘଟଣାକୁ ଜଟିଳ କରିଛି।

    ଉଲ୍ଲେଖଯୋଗ୍ୟ, ମାସକୁ ୫୦ ହଜାର ଟଙ୍କା ଲୋଭରେ ନୟାଗଡ଼ ଇଟାମାଟିର ପଠାଣି ସାମନ୍ତ ଲେଙ୍କା, ଆଇଟିଆଇ କଲେଜ ଅଞ୍ଚଳର ସରୋଜ କୁମାର ନାୟକ ଓ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୌମ୍ୟ ପଟ୍ଟନାୟକ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟଙ୍କୁ ବିଭିନ୍ନ ପ୍ରକାରରେ ସାହାଯ୍ୟ, ସହଯୋଗ କରିଆସୁଥିଲେ। ଓଟିପି ସେୟାର୍‌ ମାମଲାରେ ସେମାନଙ୍କୁ ରିମାଣ୍ଡରେ ଆଣି ମାରାଥନ ଜେରା କରି ଅନେକ ତଥ୍ୟ ହାତେଇଛି ତଦନ୍ତକାରୀ ଦଳ।