Category: ମୁଖ୍ୟ ଖବର

  • ମା’ ଭଟ୍ଟାରିକାଙ୍କ ଗର୍ଭ ଗୃହମଧ୍ୟରେ ମହାନଦୀ ପାଣି

    ମା’ ଭଟ୍ଟାରିକାଙ୍କ ଗର୍ଭ ଗୃହମଧ୍ୟରେ ମହାନଦୀ ପାଣି

    କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ଛୁଇଁଲା ମହାନଦୀର ବନ୍ୟାଜଳ। ମହାନଦୀର ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି। ମହାନଦୀର ବନ୍ୟାଜଳ ଯଦିଓ ମା’ଙ୍କ ମନ୍ଦିର ଛୁଇଁଛି ତଥାପି ମା’ଙ୍କୁ ଜଳାସାୟୀ କରିପାରିନି। ବନ୍ୟାଜଳ ମା’ଙ୍କୁ ଜଳାସାୟୀ କରିବାକୁ ହେଲେ ଆହୁରି କିଛି ସମୟ ଲାଗିବ ବୋଲି ଅନୁମାନ କରାଯାଉଛି। ସେ ଯାହାହେଉନା କାହିଁକି ଯଦି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମା’ଙ୍କ ମନ୍ଦିର ପାଖରେ ଥିବା ରତ୍ନଗିରି ପାହାଡ଼ରେ ଥିବା ମା’ଙ୍କର ଅନ୍ୟ ଏକ ଗମ୍ଭୀରାକୁ ମା’ଙ୍କୁ ସ୍ଥାନାନ୍ତର କରାଯିବ। ସେଥିପାଇଁ ମାଙ୍କ ସେବାୟତ ସଜାଗ ଥିବା ବେଳେ ବଡ଼ମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି। ମନ୍ଦିରରେ ମା’ଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

    ଗତ ରାତିରେ ବନ୍ୟା ଜଳ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢ଼ା ସମେତ ଗର୍ଭଗୃହରେ ମହାନଦୀ ପାଣିଥିଲା। କ୍ରମଶଃ ଏହା ବୃଦ୍ଧି ପାଇ ଏବେ ପ୍ରାୟ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ମନ୍ଦିରରେ ପାଣି ପଶିବାରୁ ମା’ଙ୍କ ବିଗ୍ରହକୁ ରତ୍ନଗିରି ପାହାଡ଼ସ୍ଥିତ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଯଥା ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ବନ୍ୟା ଆଶ୍ରୟସ୍ଥଳିରେ ମା’ଙ୍କର ପୂଜାନୀତିରେ ଯେପରି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

    ଏହାପରେ ଆଜି ସକାଳେ ସ୍ଥାନୀୟ ତହସିଲଦାର ନୀଳକଣ୍ଠ ବେହେରା ମା’ଙ୍କ ମନ୍ଦିର ପରିସରରେ ପହଞ୍ଚି ୧୪୪ ଧାରା ଜାରି କରିଛନ୍ତି। ସିଂହନାଥ ପୀଠରେ ବି ୧୪୪ ଧାରା ଜାରି କରାଯାଇଛି। ମନ୍ଦିରରେ ତହସିଲ କର୍ମଚାରୀଙ୍କ ସହ ପୁଲିସ୍‌ ମୁତୟନ କରାଯାଇଛନ୍ତି।

  • ମୁଣ୍ଡଳୀଠାରେ ବଢୁଛି ଜଳସ୍ତର

    ମୁଣ୍ଡଳୀଠାରେ ବଢୁଛି ଜଳସ୍ତର

    ଲଗାଣ ବର୍ଷା ଯୋଗୁଁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି । ସମ୍ଭାବ୍ୟ ବନ୍ୟାର ମୁକାବିଲା ନିମନ୍ତେ ପାଇଁ ମହାନଦୀ ସିଷ୍ଟମର ୭ ଜିଲ୍ଲାରେ ପ୍ରସ୍ତୁତି ହୋଇଛି। ୭ଟି ଜିଲ୍ଲାରେ ରେସକ୍ୟୁ ଟିମ୍‌ ମୁତୟନ କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ସର୍ବାଧିକ ୯ ଲକ୍ଷ କ୍ୟୁସେକ୍‌ ପ୍ରବାହିତ ହେବା ସମ୍ଭାବନା ରହିଛି । ମୁଣ୍ଡଳି ପାସ୍‌ କରିବାର ୧୨ ଘଣ୍ଟା ପରେ ବନ୍ୟା ଜଳ ୩ଟି ଜିଲ୍ଲାରେ ପାଣି ପହଞ୍ଚିବ । ସେଥିପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାପାଳ ପ୍ରସ୍ତୁତ ଅଛନ୍ତି । ଆବଶ୍ୟକ ପଡ଼ିଲେ ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯିବ। ସେ କହିଛନ୍ତି, ଲଗାଣ ବର୍ଷା ଯୋଗୁଁ ୧୨ ଜିଲ୍ଲାର ୪୮୧ଟି ଗାଁ ପ୍ରଭାବିତ ହୋଇଛି । ବର୍ଷା ଛାଡ଼ିଲେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ମହାନଦୀ ସିଷ୍ଟମର ୭ ଜିଲ୍ଲାରେ ଆବଶ୍ୟକ ସ୍ଥଳେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ୨୩ ଓଡ୍ରାଫ୍, ୮ ଏନ୍‌ଡିଆର୍‌ଏଫ୍ ଓ ୬୨ଟି ଅଗ୍ନିଶମ ଟିମ୍‌ ମୁତୟନ କରାଯାଇଛି। ଏହି ବନ୍ୟା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାରେ ପାଣି ପଶିବା ଆଶଙ୍କା ଅଧିକ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। ଏଥିନିମନ୍ତେ ୪ ଟି ବ୍ଲକ୍‌ର ୩୨ ଟି ପଞ୍ଚାୟତ ପାଇଁ ସ୍ଵତନ୍ତ୍ର ପ୍ରସ୍ତୁତି ହୋଇଛି। ଜିଲ୍ଲାରେ ଦୁଇଟି ଓଡ୍ରାଫ୍ ଟିମ୍ ପହଞ୍ଚିଛି । ମାର୍ଶାଘାଇ, ଗରଦପୁର, ମହାକାଳପଡ଼ା ବ୍ଲକର ସମସ୍ତ ବିଦ୍ୟାଳୟ ଆଜି ଅଧାରୁ ଛୁଟି ହୋଇଥିବା ବେଳେ ଆସନ୍ତା କାଲି ବି ସମ୍ପୂର୍ଣ୍ଣ ଛୁଟି ଘୋଷଣା କରାଯାଇଛି। ଅଧିକାଂଶ ସ୍କୁଲକୁ ଆଶ୍ରୟ ସ୍ଥଳୀ ରୂପେ ବ୍ୟବହାର କରାଯିବ । ତେଣୁ ସ୍କୁଲ ଛୁଟି କରାଯାଇଥିବା ବେଳେ ଶିକ୍ଷକମାନକୁ ଆଶ୍ରୟ ସ୍ଥଳୀ କାମରେ ନିୟୋଜିତ କରାଯିବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ। ଏହି ବନ୍ୟା ଜଳ ମୁଖ୍ୟତଃ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାରେ ପ୍ରବେଶ କରିବ। ଏହା ବାଦ ନୟାଗଡ଼, କଟକ ଓ ଅନୁଗୁଳର  କିଛି ତଳି ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ ଆଶଙ୍କା ଥିବାରୁ ସେଠାକାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି ।

  • ପରଲୋକରେ ଦେବଦାସ୍‌ ଫେମ୍‌ କଳା ନିର୍ଦ୍ଦେଶକ ନିତିନ ଦେଶାଇ

    ପରଲୋକରେ ଦେବଦାସ୍‌ ଫେମ୍‌ କଳା ନିର୍ଦ୍ଦେଶକ ନିତିନ ଦେଶାଇ

    ଯୋଦ୍ଧା ଆକବର ଏବଂ ଲଗାନ ପରି ଐତିହାସିକ ଚଳଚ୍ଚିତ୍ରର ସେଟ୍ ଡିଜାଇନ୍ କରିଥିବା କଳା ନିର୍ଦ୍ଦେଶକ ନିତିନ ଦେଶାଇ ୫୭ ବର୍ଷ ବୟସରେ ନିଜକୁ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି ।

    ଏନଡି ଷ୍ଟୁଡିଓର ମାଲିକ ନିତିନ ଦେଶାଇ ତାଙ୍କ ଷ୍ଟୁଡିଓରେ ଆତ୍ମହତ୍ୟା କରିଛନ୍ତି। ସେ ୨୫୦l ଟି ବିଜ୍ଞାପନ ଚଳଚ୍ଚିତ୍ର, ୧୮୦ଟି ଚଳଚ୍ଚିତ୍ର ଏବଂ ପ୍ରାୟ ୧୦୦ ଟିଭି ଶୋ’ରେ କଳା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ |

    ଆପଣ ନିତିନଙ୍କ ଦକ୍ଷତା ଅନୁମାନ କରିପାରିବେ ଯେ ତାଙ୍କ କାର୍ଯ୍ୟ ପାଇଁ ତାଙ୍କୁ ୪ ଟି ଜାତୀୟ ଏବଂ ୯ ଟି ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ କରାଯାଇଛି |

    ଏଥିସହ ନିତିନ ଦେଶାଇଙ୍କ ସେହି ଷ୍ଟୁଡିଓ ଯେଉଁଥିରେ ଭାରତର ସବୁଠୁ ବଡ ଥିମ୍ ପାର୍କ ନିର୍ମାଣ କରାଯାଇଥିଲା |

    ମେ ମାସରେ ଏକ ବିଜ୍ଞାପନ ଏଜେନ୍ସି ନିତିନଙ୍କୁ ୫୧ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ କରିଥିଲା ।

    ତାଙ୍କ ଉପରେ ଏହି ଅଭିଯୋଗ ଥିଲା ଯେ ନିତିନ କାମ କରିବା ପରେ ଟଙ୍କା ଦିଅନ୍ତିନାହାଁ, ଯଦିଓ ନିତିନ ଏହି ସବୁ କଥାକୁ ଅସ୍ୱୀକାର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କ ଆତ୍ମହତ୍ୟା କରିବାର କାରଣ ଜଣାପଡିନାହିଁ।

    ତାଙ୍କର ଏହି ପଦକ୍ଷେପକୁ ନେଇ ତାଙ୍କ ପ୍ରଶଂସକମାନେ ଅତ୍ୟନ୍ତ ନିରାଶ ହେବା ସହିତ ତାଙ୍କ ମୃତ୍ୟୁ ସମଗ୍ର ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି କୁ ଚକିତ କରିଦେଇଛି ।

  • କନ୍ଦାଇଲାଣି ବର୍ଷା, ଘରେ ପଶିଲାଣି ପାଣି, ବୌଦ୍ଧ ବ୍ଲକରେ ସର୍ବାଧିକ ବର୍ଷା

    କନ୍ଦାଇଲାଣି ବର୍ଷା, ଘରେ ପଶିଲାଣି ପାଣି, ବୌଦ୍ଧ ବ୍ଲକରେ ସର୍ବାଧିକ ବର୍ଷା

    ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଗତ ଦୁଇ ଦିନର ଭାରି ଲଗାଣ ବର୍ଷା, ରାଜ୍ୟର ସ୍ଥିତି ବେହାଲ କରି ଦେଇଛି । ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ସଦ୍ୟ ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ 83 ଦଶମିକ 8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବୌଦ୍ଧ ଜିଲ୍ଲାର ବୌଦ୍ଧ ବ୍ଲକରେ ସର୍ବାଧିକ ବର୍ଷା ହୋଇଥିବା ବିଭାଗ କହିଛି, ଏଠାରେ କେବଳ ଗୋଟିଏ ଦିନରେ 390 ମିଲିମିଟର ବର୍ଷା ହୋଇଛି, ସେହିପରି ରାଜ୍ୟର 4ଟି ବ୍ଲକରେ ଗତ 24 ଘଣ୍ଟା ମଧ୍ୟରେ 300 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହି ବ୍ଲକ୍ ଗୁଡିକ ହେଉଛି ବୌଦ୍ଧ, କରଜିଂଆ, ଜୁଜୁମୁରା, ରେଢାଖୋଲ । ବୈାଦ୍ଧରେ 390 ମିଲିମିଟର, ମୟୁରଭଂଜର କରଜିଂଆରେ 300 ମିଲିମିଟର, ସମ୍ବଲପୁରର ଜୁଜୁମୁରାରେ 361 ମିଲିମିଟର ଓ ରେଢାଖୋଲରେ 348 ମିଲିମିଟର ବର୍ଷା ହୋଇଛି ।

    ସେହିପରି 17ଟି ବ୍ଲକରେ 2 ଶହ ମିଲିମିଟରରୁ ଉର୍ଦ୍ଧ ବର୍ଷା ରେକର୍ଡ ହୋଇଛି । ଏହି ବ୍ଲକ ଗୁଡିକ ହେଉଛି ଆଠମଲ୍ଲିକ, କିଶୋରନଗର, ଡୁଡୁକା, ଫିରିଙ୍ଗିଆ, ବାଲିଗୁଡା, ନୂଆଗାଁ, ଫୁଲବାଣି, ସାହାଡାପଡା, ପାଟଣା, ଠାକୁରମୁଣ୍ଡା, ଜୋଶିପୁର, ରରୁଆଁ, ସୁକୁରୁଳି, ବୀରମହାରାଜପୁର, ଉଲୁଣ୍ଡା, ବିନିକା, ଡୁଙ୍ଗୁରୁପାଲି । ସେହିପରି 67ଟି ବ୍ଲକରେ ଶହେ ମିଲିମିଟର ଉପରେ ବର୍ଷା ରେକର୍ଡ କରାଯାଇଛି ।

    ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍ ଅନୁସାରେ ପଶ୍ଚିମ ବଙ୍ଗର ଗାଙ୍ଗେୟ ଅଂଚଳରେ ଏକ ଗଭୀର ଅବପାତ ସୃଷ୍ଟି ହୋଇଛି । ଏହି ଅବପାତ ବାଙ୍ଗଲାଦେଶ ଓ ଏହାର ଉପକୂଳବର୍ତ୍ତୀ ଅଂଚଳରୁ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାକୁ 31 କିଲୋମିଟର ବେଗରେ ପଶ୍ଚିମ ବଙ୍ଗ ଆଡକୁ ଗତି କରୁଛି । ଧୀରେ ଧୀରେ ଏହା ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗକୁ ଗତି କରି ଝାରଖଣ୍ଡ ଆଡେ ମୁହାଁଇବ । ଏବଂ ଧୀରେ ଧୀରେ ଦୁର୍ବଳ ହେବ । ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷା ହେଉଛି । ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଆଡେ ହେଉଛି ବର୍ଷା । ସ୍ଥିତି ଏପରି ହେଲାଣି ଯେ ତଳିଆ ଅଂଚଳରେ ପାଣି ପଶି ଘର ଜଳବନ୍ଦୀ ହୋଇ ଗଲାଣି । ରାସ୍ତା ଉପରେ ପାଣି ଚାଲିଛି । ଅନେକ ଅଂଚଳ ବିଛିନ୍ନ ହୋଇ ଯାଇଛି । ଏସଆରସି ସ୍ଥିତି ସମୀକ୍ଷା କରିଛନ୍ତି । ଦେବଗଡରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆଗାମୀ ଭାରି ବର୍ଷାକୁ ନଜରରେ ରଖି କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାରେ ଓଡ୍ରାଫ୍ ଟିମ୍ଓ ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଏନଡିଆରଏଫ୍ ଟିମ୍ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

  • ବନ୍ୟା ସ୍ଥିତି ସମୀକ୍ଷା କଲେ ଏସଆରସି

    ବନ୍ୟା ସ୍ଥିତି ସମୀକ୍ଷା କଲେ ଏସଆରସି

    ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଗତ ଦୁଇ ଦିନ ଧରି ସାରା ରାଜ୍ୟରେ ଝିପି ଝିପିରୁ ନେଇ ଅତି ପ୍ରବଳ ବର୍ଷା ଲାଗି ରହିଥିବାରୁ, ଅନେକ ଜିଲ୍ଲାରେ ଦେଖା ଦେଇଛି ବନ୍ୟା ପରିସ୍ଥିତି । ଏପରି ସ୍ଥଳେ ଆଗାମୀ 24 ଘଣ୍ଟା ଯାଏଁ, 10ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି 83.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଶେଷ ଖବର ମିଳିଥିବା ଯାଏଁ ଅନେକ ଜିଲ୍ଲାର ତଳିଆ ଅଂଚଳରେ ବନ୍ୟା ଜଳ ବା ପ୍ରବଳ ବର୍ଷାର ଉଛୁଳା ଜଳ ତଳିଆ ଅଂଚଳରେ ପ୍ରବେଶ କରିବା ଆରମ୍ଭ କରିଛି । ଏହାକୁ ନେଇ ରାଜ୍ୟ ସ୍ପେଶାଲ ରିଲିଫ କମିଶନର ଗୁରୁତ୍ବ ପୂର୍ଣ୍ଣ ବୈଠକ ଡାକିଛନ୍ତି ।

    ଲଗାଣ ବର୍ଷା ଓ ଆଗାମୀ ରେଡ୍ ୱାର୍ଣ୍ଣିଂକୁ ନଜରରେ ରଖି ଏସଆରସି ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଆଳୋଚନା କରିଛନ୍ତି । ବିଶେଷ କରି ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାପାଳମାନଙ୍କୁ ହାଇ ଆଲର୍ଟରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠି ବର୍ଷା ଜଶ ପ୍ରବେଶ କରୁଛି, ସେଠାରେ ପ୍ରଭାବିତ ଲୋକମାନଙ୍କୁ ଥଇଥାନ କରିବା ସହ ରନ୍ଧା କିମ୍ବା ଶୁଖିଲା ଖାଦ୍ୟ ଦେବା ସହ ପାନୀୟ ଜଳ ଓ ରହିବା ବନ୍ଦୋବସ୍ତ ପାଇଁ କୁହାଯାଇଛି । ସ୍ଥିତି ଉପରେ ନଜର ରଖି, ଆବଶ୍ୟକୀୟ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି । ବିଶେଷ କରି ଅନୁଗୋଳ, ବାଲେଶ୍ବର, ବରଗଡ, ବୌଦ୍ଧ, ଭଦ୍ରକ, ବଲାଙ୍ଗୀର, ଢେଙ୍କାନାଳ, ଗଜପତି, ଯାଜପୁର, ଝାରସୁଗୁଡା, କନ୍ଧମାଳ, କେନ୍ଦୁଝର, କଳାହାଣ୍ଡି, ମୟୁରଭଂଜ, ନୂଆପଡା, ସୁବର୍ଣ୍ଣପୁର ଓ ସମ୍ବଲପୁର ଜିଲ୍ଲପାଳଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି ଏସଆରସି । ସରକାରୀ ଚିକିତ୍ସାଳୟରେ ଯଥେଷ୍ଟ ପରିମାଣର ସାପ କାମୁଡା ଇଂଜେକ୍ସନ୍ ମହଜୁଦ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଦରକାର ପଡିଲେ ଜିଲ୍ଲାପାଳ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇ ପାରନ୍ତି । ରାସ୍ତା ଉପରେ ପାଣି ଚାଲୁଥିଲେ, କମ୍ବା ଗଛ ଉପୁଡି ପଡିଥିଲେ ଏହାକୁ କିପରି ଗମନାଗମନ ଯୋଗ୍ୟ କରି ହେବ ତାହାର ବ୍ୟବସ୍ଥା କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

    ବୌଦ୍ଧ,ମୟୁରଭଂଜ, ସୁବର୍ଣ୍ଣପୁର ଅନୁଗୋଳ, ବଲାଙ୍ଗୀର, କନ୍ଧମାଳ, ସମ୍ବଲପୁର,ଯାଜପୁର,ଭଦ୍ରକ ଜିଲ୍ଲାରେ ଉଦ୍ଧାରକାରୀ ଦଳ ମୁତୟନ ସହ ପୀଡିତଙ୍କୁ ସାହାଯ୍ୟ କରିବା ଲାଗି ଅଗ୍ନିଶମ ବିଭାଗ ଡିଜିଙ୍କୁ ଅନୁରୋଧ କରାଯାଇଛି । ସେହିପରି କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାର ରେଢାଖୋଲରେ ଆଗାମୀ 2 ଦିନ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ପାଇଁ ଆକଳନ ଥିବାରୁ ସେଠାରେ ଓଡ୍ରାଫ୍ ଟିମ୍ ମୁତୟନ ପାଇଁ କୁହାଯାଇଛି । ସେହିପରି ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଏନଡିଆରଏଫ୍ ଟିମ୍ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଏସିଆରିସି ବିଭିନ୍ନ ନଦୀ ଜଳର ମଧ୍ୟ ସମୀକ୍ଷା କରିଛନ୍ତି । ଲଗାଣ ବର୍ଷା ସ୍ଥିତିକୁ ଦେଖି ଦେବଗଡ ଜିଲ୍ଲାରେ ଆଜି ଓ ଆସନ୍ତାକାଲି 2 ଦିନ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

  • ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଘୋଷଣା କଲା ବିଜେଡି

    ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଘୋଷଣା କଲା ବିଜେଡି

    ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ଶାସକ ବିଜେଡି। ଆସନ୍ତାକାଲି ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରମିଳା ମଲ୍ଲିକ। ୨୨ ତାରିଖ ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ପ୍ରମିଳା ମଲ୍ଲିକ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ହୋଇଥିବା ବେଳେ ବିଧାନସଭାରେ ବାଚସ୍ପତି ପଦ ପାଇଁ ଜଣେ ମହିଳାଙ୍କ ନାଁ ଘୋଷଣା କରି ଉଦାହରଣ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ମହିଳା ବିଧାନସଭା ବାଚସ୍ପତି ହେବେ।

    ଏନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରମିଳା ମଲ୍ଲିକ । ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଞ୍ଝାରପୁର ଆସନରୁ ସେ ବିଧାୟିକା । ୧୯୯୦ରେ ପ୍ରଥମେ ଜନତା ଦଳରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ପ୍ରମିଳା । ସେପ୍ଟେମ୍ବର ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହିଦିନ ସକାଳ ୯ଟା ୩୦ରେ ବାଚସ୍ପତି ନିର୍ବାଚନ ହେବ।ଏହାପରେ ବିଧାନସଭା ଅଧିବେଶନ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ମେ ୧୨ ତାରିଖରେ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠାରୁ ଖାଲି ରହିଛି ବିଧାନସଭାର ବାଚସ୍ପତି ପଦବୀ।

  • ବୈତରଣୀରେ ବିପଦ ସଂକେତ

    ବୈତରଣୀରେ ବିପଦ ସଂକେତ

    ଲଘୁଚାପ ପ୍ରଭାବରୁ କେନ୍ଦୁଝର ଜିଲ୍ଲାରେ ଗତକାଲି ଠାରୁ ବର୍ଷା ଜାରି ରହିଛି। ଆଜି ସକାଳ ଯାଏଁ ଚମ୍ପୁଆରେ ୧୧୧.୪ ମି.ମି ବର୍ଷା ହୋଇଥିବା ବେଳେ ଆନନ୍ଦପୁର ରେ ୯୬.୨ ମିଲିମିଟର ବର୍ଷା ହୋଇଛି। ଉପର ମୁଣ୍ଡରେ ବର୍ଷା ଯୋଗୁ ବଢିବାକୁ ଲାଗିଛି ବୈତରଣୀ ନଦୀ। ନଦୀର ବିପଦ ସଂକେତ ୩୮.୩୬ ମିଟର ଥିବା ବେଳେ ଏବେ ୩୮.୯୦ ମିଟରରେ ଜଳସ୍ତର ରହିଛି। ଆଜି ବର୍ଷା ପାଇଁ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡିକୁ ଛୁଟି ଘୋଷଣା କରାଯାଇଛି। ବର୍ଷା ଚାଲିଥିବାରୁ ବୈତରଣୀରେ ବନ୍ୟା ସ୍ଥିତି ଉପୁଜିବା ସହିତ ତଳିଆ ଅଞ୍ଚଳ କ୍ଷତିଗ୍ରସ୍ତ ହେବାର ଅନୁମାନ କରାଯାଉଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ସତର୍କ ରହିବାକୁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

  • ପ୍ରବଳ ବର୍ଷାରେ କେନ୍ଦୁଝର ବେହାଲ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନ ବାଡିକୁ ଛୁଟି ଘୋଷଣା କଲେ ଜିଲ୍ଲା ପ୍ରଶାସନ

    ପ୍ରବଳ ବର୍ଷାରେ କେନ୍ଦୁଝର ବେହାଲ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନ ବାଡିକୁ ଛୁଟି ଘୋଷଣା କଲେ ଜିଲ୍ଲା ପ୍ରଶାସନ

    କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଲାଗିଛି । ତେଲକୋଇ ବ୍ଲକ ରେ ଥିବା ସମାକୋଇ ନଦୀ ଉପରେ ୧୦ଫୁଟର ପାଣି ଯାଉଛି, ଯାହାଫଳରେ ତେଲକୋଇରୁ ଭୁବନେଶ୍ୱର, ଯାଜପୁର, ତାଳଚେର, ଅନଗୁଳ, ସମ୍ବଲପୁର ଏହିପରି ପ୍ରାୟ ଜାଗାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ।ଏଥିସହିତ ଜିଲ୍ଲାର ପାଟଣା ବ୍ଲକ, ଚମ୍ପୁଆ ବ୍ଲକ, ହରିଚନ୍ଦନପୁର ଭଳି ବ୍ଲକ ଗୁଡିକରେ ଛୋଟ ଛୋଟ ନଦୀ ନାଳ ଥିବା ପୋଲ ଉପରେ ପାଣି ଚାଲୁ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରବଳ ବର୍ଷାକୁ ନଜରରେ ରଖି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ ।

  • ଲଗାଣ ବର୍ଷା ପାଇଁ ୫ ଜିଲ୍ଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି

    ଲଗାଣ ବର୍ଷା ପାଇଁ ୫ ଜିଲ୍ଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି

    ରାଜ୍ୟରେ ବର୍ଷା ବିତ୍ପାତ ଜାରି ରହିଛି। ଲଗାଣ ବର୍ଷା ପାଇଁ ଆଜି ୫ ଜିଲ୍ଲା କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁରରେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରଖାଯାଇଛି । ଆଜି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସ୍କୁଲ ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଏଣେ ବର୍ଷାରେ ତେଲକୋଇ ବେହାଲ। ସମାକୋଇ ପୋଲ ଉପରେ ୪ ଫୁଟ ବନ୍ୟାଜଳ ପ୍ରବାହିତ। ତେଲକୋଇ ବାହ୍ୟ ଜଗତରୁ ବିଛିନ୍ନ। ତେଲକୋଇ-ଭୁବନେଶ୍ବର ଯୋଗାଯୋଗ ବିଚ୍ଛିନ୍ନ।

    ସେପଟେ ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଗଭୀର ଅବପାତଟି ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ବାଂଲାଦେଶ ଖେପୁପଡ଼ା ପାଖାପାଖି ଉପକୂଳ ଛୁଇଁବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହୋଇ ଗାଙ୍ଗେୟ ଉପତ୍ୟକା ଆଡ଼କୁ ଯିବ । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଜାରି ରହିଛି ।

    ଭୋର ୪ଟାରୁ ସମାକୋଇ ନଦୀର ଦୁଇ ମୁଣ୍ତରେ ଯାତ୍ରୀବାହୀ ଓ ଅନ୍ୟାନ୍ୟ ଗାଡ଼ିମଟର ଅଟକି ରହିଛି। ଲଘୁଚାପ ଜନିତ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରାଯାଇଛି। ତେଲକୋଇର ସମାକୋଇ ନଦୀ, ଘୁରୁଡିଆ ନାଳ ପ୍ରଭୃତି ସ୍ଥାନରେ ବନ୍ୟାଜଳ ପ୍ରବାହିତ ହେଉଛି। ତେଣେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଆଜି ଦିନକ ପାଇଁ ନୂଆପଡ଼ା ଜିଲ୍ଲାର ସମସ୍ତ ଅଙ୍ଗନବାଡି,ସ୍କୁଲ ଓ +୨କଲେଜକୁ ଛୁଟି ଘୋଷଣା କରିଛନ୍ତି ନୂଆପଡ଼ା ଜିଲ୍ଲାପାଳ।

    ଲଗାଣ ବର୍ଷା ପାଇଁ ଜିଲ୍ଲାପାଳ ସ୍କୁଲ ଛୁଟି ନେଇ ନୋଟିସ୍ ଜାରି କରିଛନ୍ତି । ଜିଲ୍ଲାର ସମସ୍ତ ବିଡିଓଙ୍କୁ ସଜାଗ ରହିବାକୁ କୁହାଯାଇଛି । ତଳିଆ ଅଂଚଳରେ ବର୍ଷା ସ୍ଥିତି ଦେଖି ଲୋକଙ୍କୁ ସ୍ଥାନାନ୍ତର କରାଯିବ । ମାଟି ଘରେ ରହୁଥିବା ଅଂଚଳରେ ଅଧିକ ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

    ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଏବଂ ସୁନ୍ଦରଗଡ଼ ଏହି ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ତା’ସହ ଉତ୍ତର ଓ ପଶ୍ଚିମ ଓଡ଼ିଶାର ୧୬ଜିଲ୍ଲାକୁ ବର୍ଷା ପାଇଁ ସତର୍କ ସୂଚନା ଜାରି ହୋଇଛି ।

  • ପଶ୍ଚିମ ଓଡ଼ିଶାରେ ଧୂମଧାମରେ ପାଳନ ହେଉଛି ସମ୍ବଲପୁରି ଦିନ୍

    ପଶ୍ଚିମ ଓଡ଼ିଶାରେ ଧୂମଧାମରେ ପାଳନ ହେଉଛି ସମ୍ବଲପୁରି ଦିନ୍

    ଆଜି ହେଉଛି ଅଗଷ୍ଟ ୧ ତାରିଖ । ସାରା ପଶ୍ଚିମ ଓଡ଼ିଶାରେ ଧୂମଧାମରେ ପାଳନ ହେଉଛି ସମ୍ବଲପୁରି ଦିନ । ଏହି କ୍ରମରେ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜନ୍ମସ୍ଥାନ ସୁବର୍ଣ୍ଣପୁରରେ ମଧ୍ୟ ଜୋରସୋରରେ ପାଳନ ହେଉଛି ସମ୍ବଲପୁରୀ ଦିନ । ଦିନ ତମାମ ସମ୍ବଲପୁରୀ ତାଳେ ତାଳେ ନାଚି ଗାଈ ମସଗୁଲ ଅଂଚଳବାସୀ । ଦିନ ସାରା ବିଭିନ୍ନ ସ୍ଥାନରେ ସମ୍ବଲପୁରୀ ନାଚ, ଗୀତ ସହ ସମ୍ବଲପୁରି ବସ୍ତ୍ର ପରିଧାନ କରି ମସଗୁଲ ଅଛନ୍ତି ଅଂଚଳବାସୀ ।

    ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କୁ ମନେ ପକାଇବା ପାଇଁ 2013 ମସିହା ଅଗଷ୍ଟ ୧ ତାରିଖରୁ ପାଳନ ହେଉଛି ସମ୍ବଲପୁରି ଦିନ । ସ୍ଥାନୀୟ ବ୍ଲକ ଛକ ଠାରେ ଆଜି ପାଳିତ ହୋଇଥିବା ସମ୍ବଲପୁରୀ ଦିନରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ଦିନରେ ସମ୍ବଲପୁରୀ ଦିନକୁ ଅଧିକ ପ୍ରଚାର ପ୍ରସାର କରିବା ସହିତ ବିଶ୍ୱ ଦରବାରରେ ପହଂଚାଇବାକୁ ଅନୁରୋଧ କରିଥିଲେ । ପରେ ସମ୍ବଲପୁରୀ ଗୀତର ତାଳେ ତାଳେ ନାଚିଥିଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ।

    ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ କଳାକାର ଯୋଗ ଦେଇ ନୃତ୍ୟ ଗୀତ ପରିବେଷଣ କରିବା ସହିତ ସମ୍ବଲପୁରୀ ଦିନ ପାଳନ କରିଥିଲେ । ଆଜି ସକାଳୁ ଜିଲ୍ଲାରେ ବର୍ଷା ଲାଗି ରହିଥିଲେ ମଧ୍ୟ ସମ୍ବଲପୁରି ଦିନ ଉତ୍ସବ ପାଳନରେ କୌଣସି ପ୍ରକାର ବାଧା ସୃଷ୍ଟି କରିପାରି ନାହିଁ ।