Category: ମୁଖ୍ୟ ଖବର

  • ଏଣିକି ନିଜ ପଞ୍ଚାୟତରେ ମିଳିବ ମଧୁବାବୁ ଭତ୍ତା ଘୋଷଣା କଲେ ୫-ଟି ସଚିବ

    ଏଣିକି ନିଜ ପଞ୍ଚାୟତରେ ମିଳିବ ମଧୁବାବୁ ଭତ୍ତା ଘୋଷଣା କଲେ ୫-ଟି ସଚିବ

    ଫାଇଭ ଟି ସଚିବ ଭି. କେ ପାଣ୍ଡିଆନ୍ କଟକ ଜିଲ୍ଲା ଗସ୍ତରେ । ଆଜି ପ୍ରଥମେ ସେ ଆଠଗଡ଼ ମିନି ଷ୍ଟାଡିୟମରେ ପହଞ୍ଚି ସାଧାରଣ ଜନତାଙ୍କୁ ଭେଟି ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ନିଜ ସମ୍ବୋଧନରେ ଫାଇଭ ଟି ସଚିବ କହିଛନ୍ତି, ଚାଷୀଙ୍କ ସମସ୍ୟା ସମାଧାନକୁ ଗୁରୁତ୍ବ ଦିଆଯିବ । ୮ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଖୁସି ଖବର ପାଇବେ । ମନ୍ଦିର, ମସଜିଦ ଓ ଚର୍ଚ୍ଚ କାମ ୭ ଦିନ ମଧ୍ୟରେ ଶେଷ ହେବ । ୧୬ ତାରିଖ ସୁଦ୍ଧା ଏଥିପାଇଁ ପ୍ରଥମ କିସ୍ତି ପାଇବେ । ଫାଇଭ୍ ଟି ସଚିବ କହିଛନ୍ତି, ସରକାରୀ କାର୍ଯ୍ୟକ୍ରମକୁ ନିଜ କାମ ଭଳି ଭାବ । ସେମିତି ଭାବିଲେ ଓଡ଼ିଶାର ଉନ୍ନତି ଦୌଡିବ ।

    ଏଥିସହ ସେ କହିଛନ୍ତି, ବୟସ୍କ ଓ ଭିନ୍ନକ୍ଷମ ମଧୁବାବୁ ଭତ୍ତା ନିଜ ପଞ୍ଚାୟତରୁ ପାଇବେ । ବ୍ୟାଙ୍କ ଯିବାକୁ ପଡିବନି । ଅଗଷ୍ଟ ୧୫ ତାରିଖରୁ ଏହା ଲାଗୁ ହେବ । ଆଠଗଡ଼ ପରେ ନରସିଂହପୁର ହସ୍ପିଟାଲରେ ଡାଇଲିସିସ ସେଣ୍ଟର ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି । ପରେ ସାଧାରଣ ଜନତାଙ୍କୁ ଭେଟି ଅଭିଯୋଗପତ୍ର ଗ୍ରହଣ କରିବେ । ଏହାପରେ ଚୌଦ୍ୱାରରେ ପହଞ୍ଚି ଗୋପବନ୍ଧୁ ନୋଡାଲ ହାଇସ୍କୁଲ ଖେଳ ପଡ଼ିଆରେ ଅଞ୍ଚଳବାସୀ ତାଙ୍କୁ ଭେଟିବେ । ନିଶ୍ଚିନ୍ତକୋଇଲି କୁଳିଆରେ ସାଧାରଣ ସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ବି ରହିଛି । ସେଠାରୁ କଟକ ସହର ଉପର ବାଲିଯାତ୍ରା ପଡ଼ିଆରେ ପହଞ୍ଚି କଟକ ଜିଲ୍ଲାର କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ଫାଇଭ୍ ଟି ସଚିବ ଭି କେ ପାଣ୍ଡିଆନ ।

  • ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ ଶୁଭାଶିଷ ତାଳପତ୍ର

    ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ ଶୁଭାଶିଷ ତାଳପତ୍ର

    ଜଷ୍ଟିସ ଶୁଭାଶିଷ ତାଳପତ୍ର ଆଜି ଓଡ଼ିଶା ଉଚ୍ଚନ୍ୟାୟାଳୟର ୩୩ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଶପଥପାଠ କରାଇଛନ୍ତି।

    ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ ଶୁଭାଶିଷ ତାଳପତ୍ର। ହାଇକୋର୍ଟ ପରିସରରେ ଆୟୋଜିତ ଶପଥ ପାଠ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇଛନ୍ତି। ସୁପ୍ରିମକୋର୍ଟ କଲେଜିୟମ ମୁଖ୍ୟବିଚାରପତି ଭାବେ ତାଙ୍କ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଥିଲେ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଜଷ୍ଟିସ ତଲାପତ୍ରଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବର୍ତ୍ତମାନ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟଗ୍ରହଣ କରିଛନ୍ତି । ଜଷ୍ଟିସ ଶୁଭାଶିଷ ତାଳପତ୍ର ୩୩ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି।

    ୨୦୨୨ ଜୁନ୍ ୧୦ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ଜଷ୍ଟିସ ଶୁଭାଶିଷ ତାଳପତ୍ର ୧୯୬୧ ଅକ୍ଟୋବର ୪ରେ ତ୍ରିପୁରାର ଉଦୟପୁର ଠାରେ ଜନ୍ମ ଗ୍ରହଣ କରିଥିଲେ। ୨୦୧୧ ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୧୩ ସେପ୍ଟେମ୍ବର ୧୩ରେ ତ୍ରିପୁରାରେ ନୂତନ ହାଇକୋର୍ଟ ପ୍ରତିଷ୍ଠା ହେବା ପରେ ତ୍ରିପୁରା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ।

    ସୂଚନାନୁଯାୟୀ , ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ ସୁପ୍ରିମକୋର୍ଟ କଲେଜିୟମ। ଜଷ୍ଟିସ ତାଳପତ୍ର ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବିଚାରପତି ରୂପେ ଅବସ୍ଥାପିତ ଅଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼, ବିଚାରପତି ସଂଜୟ କିଷନ କୌଲ ଓ ବିଚାରପତି ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ ଅଗଷ୍ଟ ୨୦୨୩ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌.ମୁରଲୀଧରଙ୍କ ଅବସର ଯୋଗୁଁ ମୁଖ୍ୟ ବିଚାରପତି ପଦ ଖାଲି ହେଉଥିବାରୁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିଯୁକ୍ତିର ଆବଶ୍ୟକତାକୁ ନେଇ ପ୍ରସ୍ତାବରେ ଉଲ୍ଲେଖ କରିଥିଲେ।

  • ଖୁବଶୀଘ୍ର କଳାହାଣ୍ଡିକୁ ଉଡ଼ିବ ବିମାନ

    ଖୁବଶୀଘ୍ର କଳାହାଣ୍ଡିକୁ ଉଡ଼ିବ ବିମାନ

    ଓଡ଼ିଶା ପାଇଁ ଆଉ ଏକ ଖୁସି ଖବର। ରାଜ୍ୟର ଆଉ ଏକ ବିମାନ ବନ୍ଦରରୁ ବିମାନ ଉଡାଣ ନେଇ ଡିଜିସିଏ ପକ୍ଷରୁ ଅନୁମତି ମିଳିଛି ।

    କଳାହାଣ୍ଡିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି । ଏହା ସହିତ କଳାହାଣ୍ଡିର ପରିଚୟ ମଧ୍ୟ ବଦଳିଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ କଳାହାଣ୍ଡି ନୂଆ ପରିଚୟ ପାଇଛି । କଳାହାଣ୍ଡିବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ବହୁ ପ୍ରତିକ୍ଷିତ ଉତ୍କେଲା ଏୟାରପୋର୍ଟରୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ‘ଉଡ଼ାନ୍’ ଯୋଜନାରେ ଏହାର ଭିଭିଭୂମି ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବାବେଳେ DGCA ବିମାନ ଉଡ଼ାଣ ନିମନ୍ତେ ଗ୍ରୀନ ସିଗ୍ନାଲ ଦେଇଛନ୍ତି। ଏହା’ସହ ବିମାନ ଚଳାଚଳ ପାଇଁ DGCA ଲାଇସେନ୍ସ ପ୍ରଦାନ କରିଛନ୍ତି।

    ସୂଚନା ଅନୁସାରେ, ଗତମାସରେ ଡିଜିସିଏ ଟିମ୍ କଳାହାଣ୍ଡିର ଉତକେଲା ବିମାନ ବନ୍ଦର ଆସି ବିମାନ ଉଡାଣ ପାଇଁ ସ୍ଥିତି ଅନୁଧ୍ୟାନ କରି ଯାଇଥିଲେ । ପରବର୍ତ୍ତୀ ସମୟରେ ସେଠାରେ ଉଡାଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଖୁସି ପ୍ରକାଶ କରିବା ସହ ଖୁବ୍‌ଶୀଘ୍ର ଭବାନୀପାଟଣାରୁ ଭୁବନେଶ୍ୱରକୁ ବିମାନ ଉଡ଼ିବ ବୋଲି ଟ୍ବିଟରେ ଉଲ୍ଲେଖ କରିଛନ୍ତି। ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ ହେବ ପରେ ରାଜ୍ୟରେ ଯୋଗାଯୋଗ, ବାଣିଜ୍ୟ ଓ ପର୍ଯ୍ୟଟନ ମଧ୍ୟ ସୁଦୃଢ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

  • ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା:୪୩.୬୨ ପ୍ରତିଶତ ପାସ୍ 

    ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା:୪୩.୬୨ ପ୍ରତିଶତ ପାସ୍ 

    ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ । ୧୩୧୦ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୪୩୩ ପିଲା କୃତକାର୍ଯ୍ୟ ହୋଇଛନ୍ତି। ଜୁଲାଇ ୩ ତାରିଖରେ ମାଟ୍ରିକ ସପ୍ଲିମେଣ୍ଟାରୀ ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ୮୦ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୧ଟାରେ ସରିଥିଲା। ଦ୍ୱିତୀୟ ସିଟିଂରେ ଷ୍ଟେଟ୍ ଓପନ ସ୍କୁଲ ପରୀକ୍ଷା କରାଯାଇଥିଲା। ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଛାତ୍ରଛାତ୍ରୀଙ୍କୁ ସିଧା ଯୁକ୍ତ ଦୁଇରେ ନାମ ଲେଖାଇବାକୁ ସୁଯୋଗ ମିଳିବ ବୋଲି ସୂଚନା ଦିଆଯାଇଥିଲା। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୬୭୭୮ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ୮୧୯୫ ଛାତ୍ରଛାତ୍ରୀ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦେଇଥିଲେ। ବୋର୍ଡ ୱେବସାଇଟରେ ଉଭୟ ରେଜଲ୍ଟ ଉପଲବ୍ଧ ଥିବା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ କରି ନଥିବା ଏବଂ ପରୀକ୍ଷା ଅବେଦନ ନ କରିଥିବା ପିଲା ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲେ । ଏଥିରେ ସମୁଦାୟ ୧ ହଜାର ୩୧୦ ଜଣ ପିଲା ଫର୍ମ ଫିଲପ କରିଥିଲେ । ସେଥିରୁ ୪୩୩ ଜଣ ପିଲା ପାସ୍ କରିଛନ୍ତି । ସମୁଦାୟ ପରୀକ୍ଷା ଦେଇଥିଲେ ୯୫୦ ପରୀକ୍ଷାର୍ଥୀ ।

  • ରାହୁଲ ଫେରି ପାଇଲେ ନିଜ ପଦ

    ରାହୁଲ ଫେରି ପାଇଲେ ନିଜ ପଦ

    ମୋଦି ସାଙ୍ଗିଆ ମାମଲାରେ ରାହୁଲଙ୍କୁ ସୁରତର ଏକ କୋର୍ଟ ୨ ବର୍ଷ ପାଇଁ ଦଣ୍ଡାଦେଶ ଶୁଣାଇଥିଲେ । ଯାହା ଉପରେ ଗତ ଶୁକ୍ରବାର ଦିନ ସୁପ୍ରିମ କୋର୍ଟ ରୋକ ଲଗାଇଥିଲେ । ଆଉ ଏଥିପାଇଁ ନିଜର ସାଂସଦ ସଦସ୍ୟତା ପଦ ଫେରିପାଇଛନ୍ତି । ୨୦୧୯ ‘ମୋଦି ସରନେମ୍’ ମାନହାନୀ ମାମଲାରେ ସୁରଟର ଏକ କୋର୍ଟ ରାହୁଲ ଙ୍କୁ ଦେଇଥିବା ୨ ବର୍ଷର ଜେଲ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ଗତ ଶୁକ୍ରବାର ରୋକ ଲଗାଇବା ପରେ ଆଜି ଲୋକସଭା ସଚିବାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଖବର ଆସିବା ପରେ ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟ ଉତ୍ସବମୁଖର ହୋଇପଡ଼ିଛି। ସୋନିଆ ଗାନ୍ଧିଙ୍କ ବାସଭବନ ସମ୍ମୁଖରେ ମଧ୍ୟ ଦଳୀୟ ନେତା ଓ କର୍ମୀଙ୍କ ଭିଡ଼ ଜମିଛି।

    ମୋଦି ସରନେମ ମାମଲାରେ ତଳ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଗୁଜରାଟ ହାଇକୋର୍ଟ ଯାଇଥିଲେ ରାହୁଲ ଗାନ୍ଧି। କିନ୍ତୁ ସେଠାରେ ସେ ନିରାଶ ହୋଇଥିଲେ। ଏହା ପରେ ରାହୁଲ ଗାନ୍ଧି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ରାହୁଲଙ୍କୁ ମିଳିଥିବା ୨ ବର୍ଷ ଜେଲ ଦଣ୍ଡାଦେଶ ଉପରେ ଗତ ଶୁକ୍ରବାର ସୁପ୍ରିମକୋର୍ଟ ରୋକ ଲଗାଇଥିଲେ। ଶୁଣାଣି ବେଳେ କୋର୍ଟ କହିଥିଲେ ଯେ ଏହି ମାମଲାରେ ରାହୁଲ ଗାନ୍ଧିଙ୍କୁ କାହିଁକି ୨ ବର୍ଷ ଜେଲ ଦଣ୍ଡାଦେଶ ଦିଆଗଲା, ସେ ନେଇ ସୁରଟର ତଳ କୋର୍ଟ ଯଥେଷ୍ଟ କାରଣ ଦର୍ଶାଇ ନାହାନ୍ତି।

    ରାହୁଲଙ୍କ ବୟାନ ପୂରା ମୋଦି ସମାଜ ପ୍ରତି ଅପମାନ ବୋଲି ଦର୍ଶାଇ ବିଜେପି ବିଧାୟକ ପୁର୍ଣ୍ଣେଶ ମୋଦି ଏକ ମାନହାନି ମାମଲା ରୁଜୁ କରିଥିଲେ । ମାର୍ଚ୍ଚ ୨୩ରେ ଦୁଇ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ଯାହାକୁ ଚ୍ୟାଲେଞ୍ଜ କରି ରାହୁଲ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧି ଲୋକସଭା ସଦସ୍ୟତା ପଦ ହରାଇଥିଲେ ।

    ଲୋକସଭା ସଚିବାଳୟ ଦ୍ୱାରା ନୋଟିସ ଜାରି କରାଯାଇଛି । ଏଥିରେ କୁହାଯାଇଛି, ୨୪ ମାର୍ଚ୍ଚରେ ରାହୁଲଙ୍କ ସାଂସଦ ସଦସ୍ୟତା ପଦ ରଦ୍ଦ କରାଯାଇଥିଲା । ଏହାପରେ ସୁପ୍ରିମକୋର୍ଟ ନୂଆ ଆଦେଶ ଦେଇଛନ୍ତି । ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଯିବା ସହିତ ୪ ଅଗଷ୍ଟରେ ଆସିଥିବା ଆଦେଶରେ ରାହୁଲଙ୍କ ସାଂସଦ ପଦ ଫେରିପାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ରାହୁଲ ଗାନ୍ଧିଙ୍କ ଆବେଦନର ଶୁଣାଣି ଶେଷ ନହେବା ଯାଏ ଦଣ୍ଡାଦେଶ ଉପରେ ରୋକ ଜାରି ରହିବ । ସୁପ୍ରିମକୋର୍ଟ ଦଣ୍ଡାଦେଶ ଉପରେ ରୋକ ଲଗାଇ ନଥିଲେ ୨୦୨୪ ନିର୍ବାଚନ ସେ ଲଢ଼ି ପାରି ନଥାଆନ୍ତେ ।

  • ଭବାନୀପାଟଣା ରେଳଷ୍ଟେସନ ସାମିଲ ହେଲା ଅମୃତ ଭାରତ ଯୋଜନାରେ

    ଭବାନୀପାଟଣା ରେଳଷ୍ଟେସନ ସାମିଲ ହେଲା ଅମୃତ ଭାରତ ଯୋଜନାରେ

    ଅମୃତ ଭାରତ ଷ୍ଟେସନ ଅନ୍ତର୍ଗତ ସାରା ଦେଶରେ ୫୦୮ ରେଳ ଷ୍ଟେସନର ରୂପାନ୍ତରଣ ମଧ୍ୟରେ ଓଡ଼ିଶାର ଭବାନୀପାଟଣା ରେଳଷ୍ଟେସନ ସ୍ଥାନ ପାଇଛି l ୨୬ କୋଟି ୩ଲକ୍ଷ ବ୍ୟୟ ରେ ଅତ୍ୟଧୁନିକ ରେଳ ଷ୍ଟେସନରେ ପରିଣତ ହେବ ଏହି ରେଳ ଷ୍ଟେସନl ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କଂନଫ୍ରେନ୍ସ ମାଧ୍ୟମରେ ପୁନଃ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି l

    ଏହି ପରିପ୍ରେକ୍ଷୀରେ ଭବାନୀପାଟଣା ରେଳ ଷ୍ଟେସନ ଠାରେ ଆୟୋଜିତ ସଭାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ, ପଦ୍ମଶ୍ରୀ ପଟ୍ଟlୟତ ସାହୁ, ସମ୍ବଲପୁର ରେଳ ଡିଭିଜନ ଚି଼ଫ ମେକାନିକାଲ ଇଂଜିନିୟର କେପି ସିଂ, କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତି ପ୍ରମୁଖ ମଂଚାସୀନ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରେଳମନ୍ତ୍ରୀ ଅଷ୍ପିନ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇବା ସହ ଭବାନୀପାଟଣା ରେଳ ଷ୍ଟେସନର ବିକାଶ ହେଲେ ଯାତ୍ରୀ ମାନଙ୍କ ସୁବିଧା ସହ ସ୍ଥାନୀୟ ଅଞ୍ଚଳରେ ସାମାଜିକ, ଆର୍ଥିକ ବିକାଶ ସହ ବ୍ୟାପାର ଓ ବାଣିଜ୍ୟ ବୃଦ୍ଧି ପାଇବ ବୋଲି ମତ ପ୍ରକାଶ କରିଥିଲେ l

    ଏହି ଷ୍ଟେସନ ର ପୁନଃ ବିକାଶ ଓ ଆଧୁନିକରଣ ରେ ଷ୍ଟେସନ ମଧ୍ୟରେ ସ୍ମାର୍ଟ ପାର୍କ, ମଲ୍ଟି ଲେବଲ ପାର୍କିଙ୍ଗ ସୁବିଧା,ଯାତ୍ରୀ ମାନଙ୍କ ପାଇଁ ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ତାନ ଦ୍ୱାର, ଲିଫ୍ଟ, ଆସ୍କାଲେଟର, ଟ୍ରlଭେଲେଟର, ୱେଟିଂଗ ହଲ, ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା, ସପିଙ୍ଗ ଜୋନ, ଫୁଡ ପ୍ଲାଜ଼ା, କିଡ୍ସ ପ୍ଲେ ଏରିଆ, ଟିଫିନ ଓ ଚା ଷ୍ଟଲ, ଖବରକାଗଜ ଓ ମ୍ୟାଗାଜିନ ଷ୍ଟଲ, ଆଧୁନିକ ଶୌଚାଳୟ, ଯାତ୍ରୀ ସୂଚନା କେନ୍ଦ୍ର ଆଦିର ବ୍ୟବସ୍ଥା କରାଯିବl ଏହା ସହ ବର୍ତ୍ତମାନ ଥିବା ପ୍ରବେଶ ଦ୍ୱାରକୁ ସୁନ୍ଦର ଓ ଅତ୍ୟଧୁନିକ ଭାବେ ନିର୍ମାଣ କରାଯିବl ଆଗାମୀ ଦିନରେ ବିଶାଖାପାଟଣା ରୁ ରାୟଗଡା ଟ୍ରେନ ଓ ହାୱାଡା ରୁ ଟିଟିଲାଗଡ଼ ଆସୁଥିବା ଇସ୍ପାତ ଟ୍ରେନ ଭବାନୀପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ଯୋଜନା ଥିବା କହିଛନ୍ତି ସାଂସଦ ବସନ୍ତ ପଣ୍ଡା ଲ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ରେଳ ଅଧିକାରୀ ଏସ ବୁଢ଼ା, ବିଜେନ୍ଦ୍ର ମିନା, ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷl ସଂଯୁକ୍ତା ବେହେରା ଓ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l

  • ପାକିସ୍ତାନରେ ରେଳ ଦୁର୍ଘାଟଣା,୧୫ ମୃତ

    ପାକିସ୍ତାନରେ ରେଳ ଦୁର୍ଘାଟଣା,୧୫ ମୃତ

    ପାକିସ୍ତାନରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ରାୱଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସ ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୫୦ରୁ ଅଧିକ ଆହତ ହୋଇଛନ୍ତି। ଟ୍ରେନର ୭ ରୁ ୮ଟି ବଗି ରେଳଧାରଣାରୁ ଖସିଯାଇଛି। ବଗି ଭିତରେ ବହୁ ଲୋକ ଫସି ରହିଥିବା ସୂଚନା ରହିଛି। ଟ୍ରେନଟି କରାଚିରୁ ରାୱଲପିଣ୍ଡି ଯାଉଥିବା ବେଳେ ନବାବଶା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶାହାଜାଦପୁର ଏବଂ ନବାବଶା ମଧ୍ୟରେ ସାହାରା ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ପ୍ରାଦେଶିକ ରେଳ ଅଧିକାରୀ ଇଜାଜ ଶାହା କହିଛନ୍ତି ଯେ ଏହି ଦୁର୍ଘଟଣାରେ ଅନେକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ।

    ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅନେକ ଲୋକ ଟ୍ରେନରେ ଫସି ରହିଛନ୍ତି। ଦୁର୍ଘଟଣା ପରେ ଯାତ୍ରୀମାନଙ୍କୁ ଟ୍ରେନରୁ ବାହାର କରିବା ପାଇଁ ଉଦ୍ୟମ ଜାରି ରହିଛି। ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବା ଆଶଙ୍କା କରାଯାଉଛି।

  • ପୁଣି ଥରେ ମଣିପୁରରେ ହିଂସାକାଣ୍ଡ

    ପୁଣି ଥରେ ମଣିପୁରରେ ହିଂସାକାଣ୍ଡ

    ମଣିପୁରରେ ପୁଣି ଥରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ବିଷ୍ଣୁପୁରରେ ଉପଦ୍ରବକାରୀମାନେ ମୈତେଈ ସମ୍ପ୍ରଦାୟର ତିନିଜଣଙ୍କୁ ହତ୍ୟା କରିଛନ୍ତି । କିଛି ଲୋକ ବଫର ଜୋନ ଅତିକ୍ରମ କରି ମୈତେଈ ଅଞ୍ଚଳରେ ପ୍ରବେଶ କରି ଫାୟାରିଂ କରିଥିଲେ । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଉପଦ୍ରବକାରୀମାନେ ଜିଲ୍ଲାର ଦ୍ୱିତୀୟ ଆରଇଆରବି ୟୁନିଟ ଉପରେ ଆକ୍ରମଣ କରିବା ସହିତ ଗୁଳି, ବାରୁଦ ସମେତ ଅନେକ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ । ଏଥିସହିତ ସେମାନେ ମଣିପୁର ରାଇଫଲ୍ସର ଦ୍ୱିତୀୟ ଓ ୭ଟିୟୁ ବାଟାଲିୟନରୁ ହତିଆର ଓ ଗୁଳି ଲୁଟିବାକୁ ପ୍ରୟାସ କରୁଥିଲେ, ମାତ୍ର ସୁରକ୍ଷାବଳ ସେମାନଙ୍କୁ ଅଟକାଇଥିଲେ ।

    ଏଥିସହିତ ଉପଦ୍ରବକାରୀମାନେ କିଛି ଲୋକଙ୍କର ଘର ଜାଳିଦେଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଖବର ମୁତାବକ, ରାଜ୍ୟର ବିଷ୍ଣୁପୁର ଜିଲ୍ଲାରେ ଗତକାଲି ରାତିରେ ମୈତେଈ ସମ୍ପ୍ରଦାୟର ତିନିଜଣଙ୍କୁ ହତ୍ୟା କରାଯାଇଛି । ଏଥିସହିତ ଉପଦ୍ରବକାରୀମାନେ ଅନେକ ଘରେ ନିଆଁ ଲଗାଇ ଦେଇଥିଲେ । କିଛି ଲୋକ ବଫର ଜୋନ ଅତିକ୍ରମ କରି ମୈତେଈ ଅଞ୍ଚଳକୁ ଆସିଥିଲେ ଓ ଗୁଳିମାଡ଼ କରିଥିଲେ । ଜିଲ୍ଲାର କ୍ୱାକଟା ଅଞ୍ଚଳଠାରୁ ଦୁଇ କିମି ଦୂରରେ କେନ୍ଦ୍ରୀୟ ବଳ ପକ୍ଷରୁ ବଫର ଜୋନ ନିର୍ମାଣ କରାଯାଇଥିଲା ।

    ଏହା ପୂର୍ବରୁ ଗତ ୩ ତାରିଖ ସନ୍ଧ୍ୟାରେ ବିଷ୍ଣୁପୁରର କିଛି ଅଞ୍ଚଳରେ ଫାୟାରିଂ କରାଯାଇଥିଲା । ଫଳରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଥିଲା । ଉପଦ୍ରବକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ସୁରକ୍ଷା ବଳଙ୍କ ପକ୍ଷରୁ ୭ଟି ଅବୈଧ ବଙ୍କରକୁ ନଷ୍ଟ କରି ଦିଆଯାଇଥିବା ରାଜ୍ୟ ପୋଲିସ ପକ୍ଷରୁ କୁହାଯାଇଛି ।

  • ଯୁଦ୍ଧକାଳୀନ ଭିତ୍ତିରେ ଭୁବନେଶ୍ବର ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ

    ଯୁଦ୍ଧକାଳୀନ ଭିତ୍ତିରେ ଭୁବନେଶ୍ବର ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ

    ଚାଲିଛି ଭୁବନେଶ୍ବର ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ। ଯାହାପାଇଁ ରେଳଯାତ୍ରୀ ଏବେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷାରେ ଠିଆ ହେବାକୁ ଜାଗା ଅଛି ନା ବସିବାକୁ ଯାହାଫଳରେ ଯାତ୍ରୀମାନଙ୍କୁ ଭିଜିବାକୁ ପଡ଼ୁଛି। ଏଭଳି ସମସ୍ୟା ନଜରକୁ ଆସିବା ପରେ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି।

    ଯୁଦ୍ଧକାଳୀନ ଭିତ୍ତିରେ ପ୍ରବେଶପଥର ପ୍ରଥମ ବିଲଡିଂ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୪ ମାର୍ଚ୍ଚ ସୁଦ୍ଧା ୪ ମହଲା ବିଶିଷ୍ଟ ଏହି ବିଲଡିଂ କାମ ଶେଷକରି ଯାତ୍ରୀଙ୍କୁ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା କହିଛନ୍ତି। ୩୮୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟେସନ କାମ ୨୦୨୫ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ରେଳ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି। ବିଶ୍ବସ୍ତରୀୟ ହେବାକୁ ଥିବା ଏହି ଷ୍ଟେସନରେ ବିମାନବନ୍ଦର ପରି ସୁବିଧା ଉପଲବ୍ଧ ହେବ।

    ରେଳ ଷ୍ଟେସନ୍‌ର ଦୁଇପାର୍ଶ୍ବ, ଯଥା ମାଷ୍ଟରକ୍ୟାଣ୍ଟିନ ଓ କଟକ ରୋଡ ପାର୍ଶ୍ବରେ ଥିବା ପ୍ରବେଶପଥର ବିକାଶ କରାଯିବ। ଉଭୟ ପାର୍ଶ୍ବରେ ଷ୍ଟେସନ ଭିତରକୁ ପ୍ରବେଶ ଲାଗି ଦୁଇଟି ବାଟ ରହିବ ଏବଂ ବାହାରକୁ ଆସିବା ଲାଗି ଯାତ୍ରୀଙ୍କ ଲାଗି ଗୋଟିଏ ବାଟ ରହିବ। ଷ୍ଟେସନ୍‌ରେ ଦୈନିକ ଯେପରି ୧ ଲକ୍ଷ ୪୩ ହଜାର ୪୫ଜଣ ରେଳଯାତ୍ରୀ ଚଳପ୍ରଚଳ ହୋଇପାରିବେ, ସେନେଇ ସୁବିଧା ଉପଲବ୍ଧ ରହିବ।

    ଏଥିସହ ପ୍ରତିଦିନ ଷ୍ଟେସନ୍‌ରୁ ୭୭ ହଜାର ୫୮୧ ଯାତ୍ରୀଙ୍କ ଯିବା ଲାଗି ବ୍ୟବସ୍ଥା ହେବ। ଷ୍ଟେସନକୁ ସଂଯୋଗ କରୁଥିବା ଫୁଟ୍‌ ଓଭରବ୍ରିଜ୍‌ଗୁଡ଼ିକର ଓସାର ଅଧିକ ରହିବ। ଫଳରେ ଯାତ୍ରୀମାନେ ସୁରୁଖୁରରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବେ। ମୁଖ୍ୟ ପ୍ରବେଶପଥ ବିଲଡିଂ ୧୧ ମହଲା ବିଶିଷ୍ଟ କରାଯିବ।

    ପ୍ରଥମ ପର୍ଯ୍ୟାୟରେ ଗ୍ରାଉଣ୍ଡ ଫ୍ଲୋର୍‌ ସହ ୪ ମହଲା କାମ ମାର୍ଚ୍ଚ ସୁଦ୍ଧା ଶେଷ କରି ଯାତ୍ରୀଙ୍କ ଅସୁବିଧା ଦୂର କରିବା ଦିଗରେ ପଦକ୍ଷେପ ନିଆଯାଉଥିବା ଶ୍ରୀ ଶର୍ମା ସୂଚନା ଦେଇଛନ୍ତି।

  • ଟ୍ରକ ପଛ ରେ ପିଟିଲା ଟ୍ରକ

    ଟ୍ରକ ପଛ ରେ ପିଟିଲା ଟ୍ରକ

    କେନ୍ଦୁଝର ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର ମହୁଲଡିହା ଗାଁ ନିକଟରେ ଗୋଟିଏ ଟ୍ରକ କୁ ପଛରୁ ପିଟିଲା ଟ୍ରକ୍ । ଡ୍ରାଇଭର ଜୀବନ୍ତ ଦଗ୍ୱ । ପୋଲିସ ଓ ଅଗ୍ନୀଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ଜୀବନ୍ତ ଦଗ୍ଧ ଡ୍ରାଇଭର କୁ କଲେ ଉଦ୍ଧାର । ଘଟଣାଟି ଆଜି ଭୋର ୪ଟା ରେ ହୋଇଥିବା ଜଣା ପଡିଛି । ଦୁଇଟି ଟ୍ରକ କଲିକତା ଅଭିମୁଖେ ଯାଉଥିବା ବେଳେ ହୋଇଥିଲା ଦୁର୍ଘଟଣା । ଲୁହା ଚାଦର ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେବା ଫଳରେ ଅନ୍ୟ ଟ୍ରକର ଡ୍ରାଇଭର ପଟ ଟି ପୁରା ନଷ୍ଟ ହୋଇଯାଇଥିଲା । କୌଣସି କାରଣରୁ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ଡ୍ରାଇଭର ଜଣଙ୍କ ନ ବାହାରି ପାରି ଜୀବନ୍ତ ପୋଡ଼ି ଯାଇଥିଲେ ।