Category: ମୁଖ୍ୟ ଖବର

  • ଏୟାର ରାଇଫଲରେ ଟିମ୍ ଇଣ୍ଡିଆର ବିଶ୍ୱ ରେକର୍ଡ

    ଏୟାର ରାଇଫଲରେ ଟିମ୍ ଇଣ୍ଡିଆର ବିଶ୍ୱ ରେକର୍ଡ

    ଚୀନର ହାଙ୍ଗଝୌରେ ଖେଳା ଯାଉଥିବା ଏସିଆନ୍ ଗେମ୍ସରେ ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣ । ୧୦ମିଟର ଏୟାର ରାଇଫଲରେ ଟିମ୍ ଇଣ୍ଡିଆ ବିଶ୍ୱ ରେକର୍ଡ ମଧ୍ୟ କରିଛି । ସେହିଭଳି ରୋଇଂରେ ଭାରତକୁ କାଂସ୍ୟ ପଦକ ମିଳିଛି । ରୋଇଂ କକ୍ସଲେସ ଫୋରରେ ବ୍ରୋଞ୍ଜ ପାଇଛନ୍ତି ଯସ୍ୱୀନ୍ଦର ସିଂ, ଭୀମ ସିଂ, ପୁନୀତ କୁମାର, ଆଶିଷ । ଫାଇନାଲରେ ୦୬:୧୦:୮୧ ସମୟରେ ଖେଳ ଶେଷ କରି ଭାରତ ଏହି ମେଡାଲ୍ ପାଇଛି । ଭାରତ ରୋଇଂରେ ଚତୁର୍ଥ ମେଡାଲ୍ ପାଇଛି । ଏସିଆନ୍ ଗେମ୍ସରେ ଭାରତର ମୋଟ ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଏଥିସହ ପଦକ ରାଙ୍କିଂ ଟେବୁଲରେ ଭାରତ ଷଷ୍ଠ ସ୍ଥାନରେ ରହିଛି । ଏବେ ସୁଦ୍ଧା ଭାରତକୁ ଗୋଟିଏ ସ୍ୱର୍ଣ୍ଣ ସହ ୩ଟି ରୌପ୍ୟ ଓ ୩ଟି କାଂସ୍ୟ ମିଳିଛି । ସର୍ବାଧିକ ୩୮ଟି ପଦ ପାଇ ଶୀର୍ଷରେ ରହିଛି ଆୟୋଜକ ଚୀନ । ଚୀନକୁ ୨୩ଟି ସ୍ୱର୍ଣ୍ଣ, ୧୦ଟି ରୌପ୍ୟ ଓ ୫ଟି କାଂସ୍ୟ ପଦକ ମିଳିଛି ।

  • ଦ୍ଵନ୍ଦରେ ନେତା ଓ କର୍ମୀ

    ଦ୍ଵନ୍ଦରେ ନେତା ଓ କର୍ମୀ

    ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳର କର୍ମୀ ମାନଙ୍କ ମନରେ ସେତିକି ଉତ୍ସାହ ପରିଲକ୍ଷିତ ହେଉଛି । ଆସନ୍ତା ନିର୍ବାଚନରେ ଖୋର୍ଦ୍ଧା ବିଧାନ ସଭା ଆସନ ପାଇଁ କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ତାହାକୁ ନେଇ ନେତା ଓ କର୍ମୀ ମାନେ ଦ୍ଵନ୍ଦରେ ରହିଛନ୍ତି । ତିନି ପ୍ରମୁଖ ରାଜନୈତିକ ଦଳର ବିଜେପି, ବିଜେଡି ଓ କଂଗ୍ରେସ ନେତା ଓ କର୍ମୀ ମାନେ ଲୋକଙ୍କୁ ନିଜ ଦଳ ପ୍ରତି ଆକୃଷ୍ଟ କରିବାକୁ ଲାଗିପଡିଛନ୍ତି । ଏଠାରେ ବିଜେଡି ର ବିଧାୟକ ଅଛନ୍ତି ଜୋତୀନ୍ଦ୍ର ନାଥ ମିତ୍ର । ସେ ନିର୍ବାଚନ ମଣ୍ଡଳୀ ସାରା ବୁଲି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଲୋକସମ୍ପର୍କ ରଖୁଛନ୍ତି । ସେ ପୁଣି ଥରେ ନିର୍ବାଚନ ଲଢିପାରନ୍ତି କିମ୍ବା ଅଶୁସ୍ଥତା ଯୋଗୁଁ ନିଜ ପୁଅକୁ ପ୍ରାର୍ଥୀ କରିବା ଆଶା ରଖିଛନ୍ତି ।

    ଖୋର୍ଦ୍ଧା ରାଜନୀତିରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ଜୋତୀନ୍ଦ୍ର ନାଥଙ୍କ ରାଜନୈତିକ ପ୍ରତିଦ୍ବନ୍ଦି ଭାବେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ବେଶ ଜଣାଶୁଣା ।ଗତ ସାଧାରଣ ନିର୍ବାଚନରେ ଶେଷ ମୂହୁର୍ତ୍ତ ରେ ତାଙ୍କୁ ବେଗୁନିଆ ରୁ ପ୍ରାର୍ଥୀ କରିଥିଲା ବିଜେଡି ।ଏଥର ସେ ଖୋର୍ଦ୍ଧା ଆସନକୁ ଫେରିବା ଆଶା ରଖିଛନ୍ତି। ଖୋର୍ଦ୍ଧା ଓ ଟାଂଗୀ ଉଭୟ ପଂଚାୟତ ସମିତି ଅଧ୍ୟକ୍ଷା ତାଙ୍କ ସମର୍ଥକ ବୋଲି ବିଜେଡ଼ି କର୍ମୀ ମହଲରେ ଚର୍ଚ୍ଚା ହେଉଛି। ସେହିପରି ଦଳ ଯଦି ମହିଳାଙ୍କ ପାଇଁ ଆସନ ସଂରକ୍ଷଣ କରେ ତେବେ ତାଙ୍କ ପନ୍ତୀ ପୂର୍ବତନ ପୈ।ରାଧ୍ୟଖ ‌ସଜୁକ୍ତା ସାହୁ ପ୍ରାର୍ଥୀ ହେବେ ବୋଲି ରାଜେନ୍ଦ୍ର ସାହୁ ଙ୍କ ସମର୍ଥକ ମାନେ କହୁଛନ୍ତି।

    ଜିଲ୍ଲା ପରିଷଦ ଅଧ୍ୟକ୍ଷ ରୂପଶ୍ରୀରାଣୀ ଗୁମାନସି଼, ରାଜ୍ୟ ମହିଳା ବିଜେଡି ଉପ ସଭାନେତ୍ରୀ ବାସନ୍ତୀ ମହାପାତ୍ର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନକୁ ଯାଇ ଜନସମ୍ପର୍କ ରଖିଛନ୍ତି। ସେହିପରି ପୂର୍ବତନ ପ୍ରସାଶକ ଦେବରାଜ ସେନାପତି,ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ଦିଲ୍ଲୀପ କୁମାର ଶ୍ରୀଚନ୍ଦନ ବିଜେଡି ଟିକେଟ ପାଇବା ପାଇଁ ଆଶା ରଖିଥିବା ଚର୍ଚା ହେଉଛି।


    ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡାୟତ ରାୟ ଗତ ସାଧାରଣ ନିର୍ବାଚନରେ ମାତ୍ର ୮ ହଜାରେ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ତାଙ୍କୁ ବିଜେପି ପୁଣି ଥରେ ପ୍ରାର୍ଥୀ କରିବ ବୋଲି ତାଙ୍କ ସମର୍ଥକ ମାନେ କହୁଛନ୍ତି। ଶ୍ରୀ ଖଣ୍ଡାୟତ ରାୟ ବିଭିନ୍ନ ପଂଚାୟତ ର ବୁଥ୍ କୁ ଯାଇ ଦଳୀୟ ସଂଗଠନ ପାଇଁ କାମ କରୁଛନ୍ତି। ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ଦଳୀୟ ଟିକେଟ ପାଇବେ ବୋଲି କହୁଛନ୍ତି। ସେହିପରି କୃଷକ ନେତା ଶ୍ରୀ ରଂଜନ ମଂଗରାଜ, ଅଧ୍ୟାପକ ଲକ୍ଷ୍ମୀ କାନ୍ତ ମିଶ୍ର ବିଜେପି ଟିକେଟ ପାଇବା ଆଶା ରଖିଛନ୍ତି।

    ଅନ୍ୟ ପକ୍ଷରେ ସଂଘ ପରିବାର ପକ୍ଷରୁ ଏଥର ଜଣେ ପ୍ରାର୍ଥୀ ହେବା ସମ୍ଭାବନା ଥିବା କୁହାଯାଉଛି। ସେହିପରି ବିଜେପି ରାଜ୍ୟ ନେଚୃତ୍ବ ଙ୍କ ସହ ଯୋଗାଯୋଗ ରେ ଅଛନ୍ତି। ବିଜେଡି ରୁ ନିଲମ୍ବିତ ହୋଇଥିବା ଜଣେ ବିଧାୟକ ସେ ବିଜେପି ରେ ଯୋଗ ଦେଇ ଟିକେଟ ପାଇବା ଆଶା ରଖିଛନ୍ତି। ବିଜେପି ରେ ଦୀର୍ଘ ବର୍ଷ ଧରି କାମ କରୁଥିବା କର୍ମୀ ମାନେ ଦଳଣ୍ଡିଆଙ୍କୁ ଆଉ ଗ୍ରହଣ କରିବେନି ବୋଲି ଖୋଲା ଖୋଲି କହୁଛନ୍ତି। ପୂର୍ବରୁ ଡ଼, ଦିଲ୍ଲିପ ଶ୍ରୀଚନ୍ଦନ ଓ ଜୋତୀଦ୍ର ନାଥ ବିଜେପି ରୁ ଲଢିଥିଲେ। ପରେ ଦଳ ଛାଡିଥିଲେ।ନିଜ ଦଳ ଲୋକଙ୍କ ଉପରେ ଭରସା ନରଖି ଅନ୍ୟ ଦଳରୁ ଆଣି କାହାକୁ ପ୍ରାର୍ଥୀ କରିବାକୁ ଚ୍ରୁଣ ମୂଳ ସ୍ଥରର କର୍ମୀ ଚାହୁଁନାହାଁନ୍ତି।


    ଜାତୀୟ ସ୍ତରରେ କଂଗ୍ରେସ ଶିବିର ଚଳଚଂଚଳ ହେବା ପରେ ଏବେ କିଛି ଦିନ ହେଲା ଖୋର୍ଦ୍ଧା ରେ ଦଳୀୟ କର୍ମୀ ଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ପୁଣି ଦଳକୁ ସକ୍ରୀୟ କରିବାକୁ ଉଦ୍ୟମ ଚାଲିଛି। ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ,ସ୍ଵାଗତୀକା ପଟ୍ଟନାୟକ, ବିଶ୍ବଭୂଷଣ ଛୋଟରାୟ, ପଦ୍ମଚରଣ ରାୟ ପ୍ରମୁଖ ଙ୍କ ମଧରୁ କାହାକୁ କଂଗ୍ରେସ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।ଚେବେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ତାହା ଠିକ ଭାବେ ଜଣା ପଡୁନଥିବାରୁ ଉଭୟ ନେତା ଓ କର୍ମୀ ଦ୍ଵନ୍ଦ ରେ ରହିଥିବା ଜଣାପଡିଛି।

  • ମା କହିଲେ ମୋବାଇଲ ନ ଦେଖିବାକୁ, ତା’ପରେ ପୁଅ…

    ମା କହିଲେ ମୋବାଇଲ ନ ଦେଖିବାକୁ, ତା’ପରେ ପୁଅ…

    ଆଜିକାଲି ପିଲା ଅଧିକାଂଶ ସମୟ ମୋବାଇଲରେ ବିତାଉଛନ୍ତି, ମୋଟାମୋଟି ଦେଖିବାକୁଗଲେ ସୋସିଆଲ ମିଡିଆରେ ପୁରା ଜଡିତ ରହୁଛନ୍ତି I ଏମିତିକି ଖାଇବା ପିଇବା ମଧ୍ୟ ଏହି ମୋବାଇଲ ପାଇଁ ଭୁଲିଯାଉଛନ୍ତି I ସେ ଘର ହେଉ କି ବାହାର ହେଉ ୨୪ଘଣ୍ଟା ମୋବାଇଲରେ ବ୍ୟସ୍ତ ରହୁଛନ୍ତି I ଏଭଳି ଏକ ଘଟଣା କେନ୍ଦୁଝରରୁ ଆସିଛି ମୋବାଇଲ ପାଇଁ ବିଷ ପିଇଲା ଅଷ୍ଟମ ଶ୍ରେଣୀର ଛାତ୍ର ।

    କେନ୍ଦୁଝର ସଦର ଥାନା ବରଦାପାଳ ଗ୍ରାମର ଯୋଶଦା ମୁଣ୍ଡାଙ୍କ ପୁଅ ସିପୁନ ମୁଣ୍ଡା ବାପାଙ୍କ ମୋବାଇଲରେ ବାରମ୍ବାର ଗେମ ଖେଳୁଥିଲା । ମା’ ପ୍ରତିବାଦ କରିବାରୁ ଦାନାଦାର ପିଇଦେଲା ଛାତ୍ର । ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଚିକିତ୍ସା ପରେ ପିଲାଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

    ସୂଚନାଅନୁଯାୟୀ , ଗତକାଲି ସ୍କଲରୁ ଫେରି ପୁଅ ମୋବାଇଲ ଦେଖୁଥିଲା। ପାଠ ନ ପଢି ସବୁବେଳେ ମୋବାଇଲ କାହିଁକି ଦେଖୁଛୁ କହିବା ସହ ଆକଟ କରିଥିଲା ମା’ । ଏହି ସାମାନ୍ୟ କଥାକୁ ନେଇ ପୁଅ ରାଗିଯାଇ ବିଷ ପିଇ ଦେଇଥିଲା। ପରିବାର ଲୋକେ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

  • ଆଇସିସି ଦିନିକିଆ ରାଙ୍କିଙ୍ଗରେ ଟିମ୍‌ ଇଣ୍ଡିଆ ଏକ ନମ୍ବର

    ଆଇସିସି ଦିନିକିଆ ରାଙ୍କିଙ୍ଗରେ ଟିମ୍‌ ଇଣ୍ଡିଆ ଏକ ନମ୍ବର

    ଇତିହାସ ରଚିଲା ଟିମ୍ ଇଣ୍ଡିଆ । ପୂର୍ବରୁ ଭାରତ ଟେଷ୍ଟ ଓ ଟି୨୦ରେ ଏକ ନମ୍ବର ଥିଲେ ମଧ୍ୟ ଦିନିକିଆରେ ପାକିସ୍ତାନ ଏକ ନମ୍ବର ଥିଲା। ଏସିଆ କପ୍‌ରେ ଦମଦାର ବିଜୟ ପରେ ଭାରତ ଆଜି ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍‌ ବିଷିଷ୍ଟ ଦିନିକିଆ ସିରିଜ୍‌‌ର ପ୍ରଥମ ମୁକାବିଲାକୁ ୫ ୱିକେଟରେ ବିଜୟ ହାସଲ କରି ଆଇସିସି ଦିନିକିଆ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନକୁ ଫେରିଛି। କ୍ରିକେଟର ତିନୋଟି ଯାକ ଫର୍ମାଟରେ ନମ୍ବର-୧ ସ୍ଥାନରେ ପହଞ୍ଚିଛି ଟିମ୍‌ ଇଣ୍ଡିଆ। ଆଜି ମୋହାଲିରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ଦିନିକିଆରେ ବିଜୟ ପରେ ଭାରତ ପାକିସ୍ତାନକୁ ପଛରେ ପକାଇ ଦେଇଛି। ଏହା ସହ ଭାରତ ବର୍ତ୍ତମାନ କ୍ରିକେଟର ସବୁ ଫର୍ମାଟରେ ବିଶ୍ବର ଏକ ନମ୍ବର ଟିମ୍‌ ହୋଇଯାଇଛି।

    ଆଜି ଭାରତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ମ୍ୟାଚ୍‌ ପୂର୍ବରୁ ୧୧୫ ପଏଣ୍ଟ ସହ ଆଇସିସି ଦିନିକିଆ ରାଙ୍କିଙ୍ଗରେ ଦୁଇ ନମ୍ବରରେ ଥିଲା। ଏଥି ସହିତ ପାକିସ୍ତାନ ସମାନ ପଏଣ୍ଟ ସହ ଏକ ନମ୍ବର ଥିଲା। ଆଉ ପ୍ରଥମ ଦିନିକିଆରେ ଭାରତ ଅଷ୍ଟ୍ରେଲିଆ ଦଳ ପକ୍ଷରୁ ଦିଆଯାଇଥିବା ୨୭୭ ରନ୍‌ର ବିଜୟ ଲକ୍ଷ୍ୟକୁ ୪୬.୨ ଓଭରରେ ୫ ୱିକେଟ ହରାଇ ହାସଲ କରିବା ସହ ଏକ ନମ୍ବର ସ୍ଥାନକୁ ଯାଇଛି। ପାକିସ୍ତାନ ୧୧୫ ପଏଣ୍ଟ ସହ ୨ନଂ ସ୍ଥାନକୁ ଖସି ଯାଇଛି। ଭାରତ ୧୧୬ ପଏଣ୍ଟ ସହ ୧ନମ୍ବର ସ୍ଥାନ ଦଖଲ କରିଛି। ଏଥି ସହିତ ଅଷ୍ଟ୍ରେଲିଆ ବର୍ତ୍ତମାନ ୧୧୧ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ଚତୁର୍ଥରେ ସାଉଥ ଆଫ୍ରିକା, ପଞ୍ଚମରେ ଇଂଲଣ୍ଡ, ଷଷ୍ଠରେ ନ୍ୟୁଜିଲ୍ୟାଣ୍ଡ, ସପ୍ତମରେ ବାଂଲାଦେଶ, ଅଷ୍ଟମରେ ଶ୍ରୀଲଙ୍କା, ନବମରେ ଆଫଗାନିସ୍ତାନ ଓ ଦଶମମରେ ୱେଷ୍ଟଇଣ୍ଡିଜ ରହିଛି।

  • ଇସ୍ରୋର ବିକ୍ରମ ଓ ପ୍ରଜ୍ଞାନକୁ ସକ୍ରିୟ କରିବା ପ୍ରକ୍ରିୟା ଜାରି

    ଇସ୍ରୋର ବିକ୍ରମ ଓ ପ୍ରଜ୍ଞାନକୁ ସକ୍ରିୟ କରିବା ପ୍ରକ୍ରିୟା ଜାରି

    ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପ୍ରାୟ ଦୁଇ ସପ୍ତାହ ବ୍ୟବଧାନରେ ରାତି ପାହି ସକାଳ ହୋଇଛି; କିନ୍ତୁ ଅତ୍ୟନ୍ତ ଶୀତଳ ମରୁ ଅଞ୍ଚଳରେ ପାଖାପାଖି ରହିଥିବା ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର କିମ୍ବା ରୋଭର ପ୍ରଜ୍ଞାନ କେହି ଉଠିନାହାନ୍ତି। ଏହାକୁ ଉଠାଇବା ପାଇଁ ଇସ୍ରୋ ବୈଜ୍ଞାନିକମାନେ ପ୍ରୟାସ ଚଳାଇଛନ୍ତି। ସେମାନଙ୍କ କହିବାନୁସାରେ ଦକ୍ଷିଣ ମେରୁରେ ଏବେ ତାପମାତ୍ରା ବିଯୁକ୍ତ ୨୦୦ ଡିଗ୍ରୀ ଥିବାବେଳେ ଏବଂ ପବନ ଆଦୌ ନାହିଁ। ଏଭଳି ପ୍ରତିକୂଳ ସ୍ଥିତିରେ ସେପ୍ଟେମ୍ବର ୪ରୁ ସୁପ୍ତ ଅବସ୍ଥାରେ ରହିଥିବା ବିକ୍ରମ ଓ ପ୍ରଜ୍ଞାନର ଯନ୍ତ୍ରପାତି ସକ୍ରିୟ ହୋଇପାରିବ କି ନାହିଁ ସନ୍ଦେହ ରହିଛି। ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ସକ୍ରିୟ କରିବା ପାଇଁ ଉଦ୍ୟମ ଚାଲିଛି। ଉଭୟକୁ ୩୦ରୁ ୪୦ ସେଣ୍ଟିମିଟର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବା ସହ ଯୋଗାଯୋଗ ସ୍ଥାପନ ଉଦ୍ୟମ ଚାଲିଛି। ସୂର୍ଯ୍ୟ କିରଣ ପଡ଼ୁଥିବାରୁ ଏହାର ବ୍ୟାଟେରୀକୁ ସତେଜ କରିବା ଉଦ୍ୟମ ହେଉଛି। ଏହା ସମ୍ଭବ ହେଲେ ଦିନେ ଦୁଇ ଦିନ ପରେ ବିକ୍ରମ ଓ ପ୍ରଜ୍ଞାନ ଜାଗତ ହୋଇପାରିବେ। ଏଥିରେ ସଫଳ ହେଲେ ଇସ୍ରୋ ଆଉ ଏକ ଇତିହାସ ସୃଷ୍ଟି କରିବ।

  • ହସ୍ପିଟାଲରେ ଲୋକପ୍ରିୟ କଣ୍ଠଶିଳ୍ପୀ

    ହସ୍ପିଟାଲରେ ଲୋକପ୍ରିୟ କଣ୍ଠଶିଳ୍ପୀ

    କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ବୋଲି ଜଣାପଡିଛି । ଗୁରୁତର ଅସୁସ୍ଥ ଶାନ୍ତିଲତା ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଅସୁସ୍ଥ ଥିବା ଘଟଣା ଶାନ୍ତିଲତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ। ନିଜ କଣ୍ଠର ମିଠାପଣ ସହିତ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ବିଭୁ ଚେତନା ସୃଷ୍ଟି କରେ। ଏକ ସାକ୍ଷାତକାରରେ ସେ କହିଥିଲେ ଯେ ‘ପିଲାବେଳୁ ମୁଁ ଗୀତ ଗାଉଥିଲି। ସେଥିପାଇଁ ସ୍କୁଲରେ ବିଭିନ୍ନ କାର୍ଯ୍ୟକ୍ରମରେ ମତେ ଗାଇବାର ସୁଯୋଗ ମିଳୁଥିଲା। ଭଲ ଗାଉଥିଲି ବୋଲି ସ୍କୁଲରେ ସାଙ୍ଗସାଥୀ, ଶିକ୍ଷକ, ଶିକ୍ଷୟିତ୍ରୀମାନେ କୋଇଲି ବୋଲି ଡାକୁଥିଲେ’’। ତେବେ ତାଙ୍କର ଅନେକ ସଂଖ୍ୟାରେ ପ୍ରଶଂସକ ରହିଛନ୍ତି । ଶାନ୍ତିପ୍ରିୟାଙ୍କ ଏପରି ଅସୁସ୍ଥ ଖବର ପାଇ ସାରା ଇଣ୍ଡଷ୍ଟ୍ରିକୁ ଆଶ୍ଚର୍ଯ୍ୟ କରିଦେଇଛି ।

  • ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ, ରହିଛି ମୋଟ୍ ୮ଟି କାର୍ଯ୍ୟ ଦିବସ

    ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ, ରହିଛି ମୋଟ୍ ୮ଟି କାର୍ଯ୍ୟ ଦିବସ

    ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ। ଅକ୍ଟୋବର ୪ ତାରିଖ ଯାଏ ଚାଲିବାକୁ ଥିବା ଅଧିବେଶନରେ ମୋଟ୍ ୮ଟି କାର୍ଯ୍ୟ ଦିବସ ରହିଛି । ସକାଳ ୧୧ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ସାଢେ ୧୦ଟାରେ ବିଜେଡିର ବିଧାୟକ ଦଳ ବୈଠକ ବସିଥିଲା । ବୈଠକରେ ଦଳ ଗୃହ କାର୍ଯ୍ୟ ପାଇଁ ରଣନୀତି କରିବ। ଅନ୍ୟ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ମଧ୍ୟ ବିଧାୟକ ଦଳ ବୈଠକରେ ନିଜ ରଣନୀତି ପ୍ରସ୍ତୁତ କରିବେ। ବିରୋଧୀଙ୍କ ଦ୍ବାରା ଆଗତ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି। ସେପଟେ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ କଂଗ୍ରେସ ପ୍ରସଙ୍ଗ କରିଥିଲା । ଅନ୍ୟପଟେ ବିଧାନସଭା ଆରମ୍ଭ ହେଉ ହେଉ ଆରମ୍ଭ ହୋଇଯାଇଛି ବିକ୍ଷୋଭ, ଧାରଣା । ବିଧାନସଭା ସମ୍ମୁଖରେ ଆଜି ଗର୍ଜୁଛନ୍ତି ଜନତା । ମୋ ଦଳର କର୍ମୀ । ୫ଟି ସଚିବଙ୍କୁ ବିରୋଧ କରି ଚାଲିଛି ନାରାବାଜି । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ସଚିବ କିଏ ? ଯଦି ସଚିବ ସବୁ କରିବେ ନେତା ନିର୍ବାଚନ କାହିଁକି ? ଆସନ୍ତା ୨୮ ତାରିଖରେ ୨୦୨୩-୨୪ ଆର୍ଥିକବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ। ଅକ୍ଟୋବର ୩ ତାରିଖରେ ଗୃହୀତ ହେବ ବ୍ୟୟ ମଞ୍ଜୁରୀ ବିଲ୍।

  • ବିପୁଳ ପରିମାଣରେ ଗଞ୍ଜେଇ ଜବତ, ୩ ଗିରଫ

    ବିପୁଳ ପରିମାଣରେ ଗଞ୍ଜେଇ ଜବତ, ୩ ଗିରଫ

    ବରଗଡ଼ ଟାଉନ ଥାନା ପକ୍ଷରୁ ବୀର ଛକରେ ଦୁଇଟି ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ପୋଲିସର ପେଟ୍ରୋଲିଂ ଚାଲିଥିବା ବେଳେ ସନ୍ଦେହରେ ଦୁଇଟି ଗାଡି କୁ ଯାଞ୍ଚ କରିଥିଲା । ସେଥିରୁ ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ ଗିରଫ କରିଛି ଟାଉନ ପୋଲିସ । ଗିରଫ ଯୁବକମାନେ ଜବଲପୁର ମସନିଆ ଗ୍ରାମର ଜୟ ସାହୁ, ଅଭିଷେକ ସିଦାର, ବିଜୟ ଖୁସବା ବୋଲି ଜଣାପଡିଛି । ଜବତ ଗଞ୍ଜେଇ ବୌଦ୍ଧ ଅଞ୍ଚଳରୁ ଛତିଶଗଡ଼ ଚାଲାଣ ହେଉଥିବା ବେଳେ ଏନେଇ ପୋଲିସ ତଦନ୍ତ ଜାରିରଖିଛି । ତେବେ ଏହାର ଚେର କେତେ ଦୂର ଲମ୍ବିଛି ସେନେଇ ଅଧିକ ତଦନ୍ତ କରୁଛି ଟାଉନ ପୋଲିସ |

  • ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡା ବିଜେଡିରୁ ବହିଷ୍କୃତ

    ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡା ବିଜେଡିରୁ ବହିଷ୍କୃତ

    ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କୁ ଗୁରୁବାର ବିଜେଡିରୁ ବହିଷ୍କୃତ କରାଯାଇଛି। ୨ ବିଧାୟକଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି। ଜନ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କୃତ କରାଯାଇଛି ବୋଲି ଜଣାପଡିଛି। ଏହାସହ ସୌମ୍ୟ ରଞ୍ଜନଙ୍କ ବିରୋଧରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)ରେ ମାମଲା ରୁଜୁ ହୋଇଛି। ଏହାସହ ବ୍ୟାଙ୍କ ସ୍କାମ ଅଭିଯୋଗ ମଧ୍ୟ ରହିଛି। ୨ ବିଧାୟକଙ୍କୁ ବହିଷ୍କାର କରିଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ନିଜେ ବିଜେଡି ସୁପ୍ରିମୋ ସାମ୍ବାଦିକ ସମ୍ମିଳନୀ ଯୋଗେ ଜଣାଇଛନ୍ତି।

    ସୂଚନା ଯୋଗ୍ୟ, ସେପ୍ଟେମ୍ବର ୧୨ରେ ବିଜେଡି ଉପସଭାପତି ପଦରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବହିଷ୍କୃତ ହେବାର ଘୋଷଣା ନାମାରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତକୁ ନେଇ ସୌମ୍ୟ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ବିଜେଡି ସୁପ୍ରିମୋ ନିଜେ ୨ ବିଧାୟକଙ୍କ ବହିଷ୍କୃତ ବିଷୟରେ ସାମ୍ବଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି।

  • ବଢୁଛି କୂଟନୈତିକ ବିବାଦ, କାନାଡିୟମାନଙ୍କ ପାଇଁ ଭିସା ସେବାକୁ ସ୍ଥଗିତ ରଖିଲା ଭାରତ

    ବଢୁଛି କୂଟନୈତିକ ବିବାଦ, କାନାଡିୟମାନଙ୍କ ପାଇଁ ଭିସା ସେବାକୁ ସ୍ଥଗିତ ରଖିଲା ଭାରତ

    ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ଆହୁରି ବଢ଼ିବାରେ ଲାଗିଛି | କୂଟନୈତିକ ବିବାଦ ମଧ୍ୟରେ କାନାଡାରେ ଭାରତୀୟ ଭିସା ସେବା ସ୍ଥଗିତ କରାଯାଇଛି । ବାସ୍ତବରେ, ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ସେତେବେଳେ ଉପୁଜିଲା ଯେତେବେଳେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଖାଲିସ୍ତାନ ସମର୍ଥକ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟା ମାମଲାରେ ଭାରତକୁ ଅଭିଯୋଗ କରିଥିଲେ। ଯାହାକୁ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଥିଲା।

    ବିଏଲ୍ଏସ୍ ଇଣ୍ଟରନ୍ୟାସନାଲ୍ – ଏକ ଅନଲାଇନ୍ ଭିସା ଆବେଦନ କେନ୍ଦ୍ର ଯାହା ଭାରତ ଏବଂ ଅନ୍ୟାନ୍ୟ ଦେଶରୁ ଆବେଦନଗୁଡିକ ପରିଚାଳନା କରେ, ଏହି ୱେବସାଇଟରେ ଏକ ବିଜ୍ଞପ୍ତିରେ ଏହି ବାର୍ତ୍ତା ପୋଷ୍ଟ କରିଛି: “କାର୍ଯ୍ୟକ୍ଷମ କାରଣ ପାଇଁ, ୨୧ ସେପ୍ଟେମ୍ବର ୨୦୨୩ ଠାରୁ, ଭାରତୀୟ ଭିସା ସେବା ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

    କାନାଡାରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତାଙ୍କ ହତ୍ୟାକୁ ନେଇ ଦୁଇ ଦେଶ ମଧ୍ୟରେ ବଢୁଥିବା କୂଟନୈତିକ ବିବାଦ ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଭିସା ସ୍ଥଗିତ ରଖିବା ଏହି ବିବାଦ ସହ ଜଡିତ କି ନୁହେଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଜୁନ୍ ମାସରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟାରେ ଭାରତୀୟ ଏଜେଣ୍ଟମାନଙ୍କର ‘ସମ୍ଭାବ୍ୟ’ ସମ୍ପୃକ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଷ୍ଟିନ୍ ଟ୍ରୁଡୋ ଅଭିଯୋଗ କରିଛନ୍ତି।

    ଭାରତ ଏହି ଅଭିଯୋଗକୁ ‘ଅବୈଧ’ ଏବଂ ‘ପ୍ରେରଣାଦାୟକ’ ବୋଲି ପ୍ରତ୍ୟାଖ୍ୟାନ କରିଛି ଏହି ମାମଲାରେ କାନାଡାଦ୍ୱାରା ଜଣେ ଭାରତୀୟ ଅଧିକାରୀଙ୍କୁ ବହିଷ୍କାର କରିବା ଦ୍ୱାରା ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯାଇଛି । ଚଳିତ ମାସ ଦିଲ୍ଲୀରେ ହେଉଥିବା ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କାନାଡିୟ ପ୍ରତିପକ୍ଷ ଜଷ୍ଟିନ ଟ୍ରୁଡୋଙ୍କ ସହ ଆଲୋଚନା ପରେ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ପୂର୍ବରୁ ତିକ୍ତ ହୋଇସାରିଥିଲା ।

    ଟ୍ରୁଡୋ କହିଛନ୍ତି ଯେ ତାଙ୍କ ଦେଶର ସୁରକ୍ଷା ଏଜେନ୍ସି ପାଖରେ ସୂଚନା ରହିଛି ଯେ “ଭାରତ ସରକାରଙ୍କ ଏଜେଣ୍ଟ” କାନାଡାର ନାଗରିକ ନିଜରଙ୍କୁ ହତ୍ୟା କରିଛନ୍ତି। ଯିଏ ଜଣେ କାନାଡାର ନାଗରିକ ଥିଲେ | ଜୁନ୍ ମାସରେ କାନାଡାର ବ୍ରିଟିଶ କଲମ୍ବିଆର ଏକ ଗୁରୁଦ୍ୱାର ବାହାରେ ୪୫ ବର୍ଷିୟ ନିଜାରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

    ପଞ୍ଜାବର ଜଲନ୍ଧର ବାସିନ୍ଦା ନିଜର, ଖାଲିସ୍ତାନ ଟାଇଗର ଫୋର୍ସର ମୁଖ୍ୟ ଏବଂ ଭାରତର ୱାଣ୍ଟେଡ ଆତଙ୍କବାଦୀ ମଧ୍ୟରୁ ଜଣେ ଥିଲା । ତାଙ୍କୁ ଧରିବା କିମ୍ବା ତାକୁ ଗିରଫ କରିବା ପାଇଁ ସୂଚନା ଦେବା ପାଇଁ ୧୦ ଲକ୍ଷ ନଗଦ ପୁରସ୍କାର ରଖାଯାଇଥିଲା |