Category: ମୁଖ୍ୟ ଖବର

  • ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପର ଅନୁମୋଦନ: ମୁଖ୍ୟମନ୍ତ୍ରୀ

    ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପର ଅନୁମୋଦନ: ମୁଖ୍ୟମନ୍ତ୍ରୀ

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ଗୁଡିକ ପାଇଁ ୩୯ କୋଟି ୨୫ ଲକ୍ଷ ଟଙ୍କାର ୪୨୯ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଗତ ଅଗଷ୍ଟ ମାସ ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ସମ୍ପୃକ୍ତ ଅଞ୍ଚଳବାସୀ ତାଙ୍କୁ ଭେଟି ଆବାସିକ କଲୋନୀଗୁଡିକର ରାସ୍ତା ଓ ବିଦ୍ୟୁତ ବ୍ୟବସ୍ଥା ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହିତ ଏସବୁ ସମସ୍ୟାର ସମାଧାନ ପାଇଁ ସେମାନଙ୍କର ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଏ ସମ୍ପର୍କରେ୫ଟି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

    ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ବୈଷୟିକ ଟିମ୍ ଗଠନ କରାଯାଇ ସେ ସବୁ ଅଞ୍ଚଳକୁ ଅନୁଧ୍ୟାନ ପାଇଁ ପଠାଯାଇଥିଲା। ବୈଷୟିକ ଟିମ୍ ସେସବୁ ଅଞ୍ଚଳରେ ୪୨୯ଟି ରାସ୍ତା ଯାହା ୮୨ କି.ମି.ରୁ ଉର୍ଦ୍ଧ୍ୱ ଅଞ୍ଚଳ ପରିମିତ ତାକୁ ଚିହ୍ନଟ କରି ଉନ୍ନତିକରଣ ଓ ବିଦ୍ୟୁତୀକରଣ ପାଇଁ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟ ପାଇବାପରେ ୫ଟି ସଚିବ ସମ୍ପୃକ୍ତ ଆବାସିକ କଲୋନୀଗୁଡିକର ବାସିନ୍ଦାଙ୍କ ସହ ଗତ ସେପ୍ଟମ୍ବର ୨୭ ତାରିଖରେ ସେସବୁ ଅଞ୍ଚଳର ଉନ୍ନତିକରଣ ପାଇଁ ଆଲୋଚନା କରିଥିଲେ। ତଦନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ୪୨୯ଟି ରାସ୍ତା ପ୍ରକଳ୍ପ ନିର୍ମାଣ ପାଇଁ ମଞ୍ଜୁରୀ ଦେଇଛନ୍ତି।

    ସ୍ମାର୍ଟ ସିଟି ଭୁବନେଶ୍ୱର ନିକଟ ଅତୀତରେ ଦ୍ରୁତ ପରିବର୍ଦ୍ଧିତ ହୋଇ ଜଟଣୀ ଓ ବାଲିଅନ୍ତା ଅଞ୍ଚଳକୁ ପରିବ୍ୟାପ୍ତ ହୋଇଛି। ସେସବୁ ଅଞ୍ଚଳରେ ବହୁ ଆବାସିକ କଲୋନୀ ଗଢି ଉଠିଛି। ଆବାସିକ କଲୋନୀଗୁଡିକରେ ଆଭ୍ୟନ୍ତରୀଣ ରାସ୍ତା ଓ ବିଦ୍ୟୁତୀକରଣ ସମସ୍ୟା ଦୀର୍ଘ ଦିନର ଦାବୀ ଥିଲା।

    ସୂଚନାଯୋଗ୍ୟ ଯେ, ୪୨୯ଟି ରାସ୍ତା ପ୍ରକଳ୍ପ ମଧ୍ୟରେ ଭୁବନେଶ୍ୱର ବ୍ଲକରେ ୧୪୦ଟି, ଜଟଣୀ ବ୍ଲକରେ ୨୪୬ଟି ଓ ବାଲିଅନ୍ତା ବ୍ଲକର ୪୩ଟି ପ୍ରକଳ୍ପ ରହିଛି। ଏସବୁ ଅଞ୍ଚଳରେ ରାସ୍ତା ନିର୍ମାଣ, ଉନ୍ନତିକରଣ ଓ ବିଦ୍ୟୁତୀକରଣ କାର୍ଯ୍ୟ କରାଯିବ। ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୩ ଲକ୍ଷରୁ ଅଧିକ ଜନସାଧାରଣ ଉପକୃତ ହେବେ। ପ୍ରକଳ୍ପ କାର୍ଯ୍ୟ ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

  • ମିକ୍ସଡ ଟିମ୍ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ

    ମିକ୍ସଡ ଟିମ୍ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ

    ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ଏସିଆନ୍ ଗେମ୍ସର ଏକାଦଶ ଦିନରେ ତୀରନ୍ଦାଜରେ ଓଜାସ୍ ଦେଓତାଲେ ଏବଂ ଜ୍ୟୋତି ଭେନ୍ନମ୍ କମ୍ପାଉଣ୍ଡ ମିଶ୍ରିତ ଦଳ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମିକ୍ସଡ ଟିମ୍ ଇଭେଣ୍ଟରେ ଭାରତୀୟ ଯୋଡି ଦକ୍ଷିଣ କୋରିଆ ଦଳକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେମାନେ ଦକ୍ଷିଣ କୋରିଆକୁ ୧୫୯-୧୫୮ ରେ ପରାସ୍ତ କରିଛନ୍ତି ।

    ତୀରନ୍ଦାଜୀରେ ସ୍ୱର୍ଣ୍ଣ ପଦକ ସହ ଚଳିତ ଏସିଆନ୍ ଗେମ୍ସର ଭାରତ ବର୍ତ୍ତମାନ ସୁଦ୍ଧା ୧୬ ସ୍ୱର୍ଣ୍ଣ, ୨୬ ରୌପ୍ୟ, ୨୯ ବ୍ରୋଞ୍ଜ ସହ ୭୧ ପଦକ ହାସଲ କରିସାରିଛି। ଏଥି ସହିତ ଭାରତ ଏସିଆଡ୍‌ରେ ରେକର୍ଡ ପଦକ ହାସଲ କରିଛି। ୨୦୧୮ ଜାକର୍ତ୍ତା ଏସିଆଡ୍‌ରେ ୭୦ ପଦକ ଜିତିଥିଲା ଭାରତ କିନ୍ତୁ ଚଳିତ ହାଙ୍ଗଝୋଉ ଏସୀୟ କ୍ରୀଡ଼ାରେ ବର୍ତ୍ତମାନ ସୁଦ୍ଧା ୭୧ ପଦକ ହାସଲ କରିସାରିଛି।

  • ଲୋକସେବା ଭବନରେ ଅଗ୍ନିକାଣ୍ଡ

    ଲୋକସେବା ଭବନରେ ଅଗ୍ନିକାଣ୍ଡ

    ଲୋକସେବା ଭବନରେ ଅଗ୍ନିକାଣ୍ଡ । ଲୋକସେବା ଭବନର ରାଜସ୍ୱ ବିଭାଗରେ ନିଆଁ ଲାଗିଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର ସଠିକ୍‌ କାରଣ ଜଣାପଡି ନାହିଁ । ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ହଠାତ୍‌ ଲୋକସେବା ଭବନର ରାଜସ୍ୱ ବିଭାଗରେ ନିଆଁ ଲାଗି ଯାଇଥିଲା। ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ତେବେ ରାଜସ୍ୱ ବିଭାଗରେ କେମିତି ଲାଗିଲା ନିଆଁ ? ସେନେଇ କିଛି କାରଣ ଜଣାପଡି ନାହିଁ । ତଦନ୍ତ ପରେ ସଠିକ୍‌ କାରଣ ଜଣାପଡିବ ବୋଲି ଆଶା କରାଯାଇଛି ।

  • ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା ୨୦୨୩: ସ୍ୱତନ୍ତ୍ର ରଥର ଶୁଭ ଉଦଘାଟନ

    ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା ୨୦୨୩: ସ୍ୱତନ୍ତ୍ର ରଥର ଶୁଭ ଉଦଘାଟନ

    ରାଜ୍ୟ ସରକାରଙ୍କ ବହୁଚର୍ଚ୍ଚିତ ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା ୨୦୨୩ ଲାଗି ଏକ ସ୍ବତନ୍ତ୍ର ରଥର ଶୁଭ ଉଦଘାଟନ ହୋଇ ଯାଇଛି। କେନ୍ଦୁଝର ଜିଲ୍ଲା ପୋଲିସ ମୁଖ୍ୟ ଦପ୍ତର ପରିସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନୀତିନ କୁଶଳକର ଦାଗୁଡୁ, ଜିଲ୍ଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ,କେନ୍ଦୁଝର ବନଖଣ୍ଡ ଅଧିକାରୀ ଶ୍ରୀ ଏଚ.ଡି. ଧନରାଜ,କେନ୍ଦୁଝର ସଦର ଉପଜିଲ୍ଲାପାଳ ଶ୍ରୀ ରାମଚନ୍ଦ୍ର କିସ୍କୁ ତଥା ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପଦାଧିକାରୀ ମିଳିତ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

    ଏହି ରଥ ଜିଲ୍ଲା ସାରା ବୁଲି ସାଇବର ସୁରକ୍ଷା ଅଭିଯାନ ଉପରେ ଲୋକଙ୍କୁ ସଚେତନ କରିବା ସହ ବିଭିନ୍ନ ସ୍କୁଲ କଲେଜରେ ଏଥି ଲାଗି ସଚେତନତା ପାଇଁ ପଥପ୍ରାନ୍ତ ନାଟକ ବକ୍ତୃତା, ତର୍କ, ପ୍ରବନ୍ଧ, କୁଇଜ୍ ପ୍ରତିଯୋଗିତା ଆୟୋଜନ ହେଉଛି। ସଭାମଞ୍ଚରେ ସଭାର ସଭାପତିତ୍ବ କରି ଜିଲ୍ଲା ଏସପି ଏସବୁ ସୂଚନା ଦେବା ସହ ସମସ୍ତେ ନ ଡରି ସାଇବର ଅପରାଧୀଙ୍କ ମୁକାବିଲା କରିବାକୁ ଆହ୍ବାନ ଦେଇଥିଲେ। ଏଥିଲାଗି ସ୍ବତନ୍ତ୍ର ଟୋଲ୍ ଫ୍ରି ନଂ ୧୯୩୦ କୁ କଲ୍ କରିବାକୁ ଅନୁରୋଧ କରିଥିଲେ।

    ସେହିପରି ଡ଼ିଏଫଓ ଶ୍ରୀ ଧନରାଜ ବିଭିନ୍ନ ସାଇବର ଠକଙ୍କ ସମ୍ପର୍କରେ କହି କହିଥିଲେ। ନଗ୍ନ ଫଟୋ ଭିଡିଓ ପଠେଇ ବିଭିନ୍ନ ସାଇବର ଠକେଇ ହେଉଛି କହି ଥିଲେ। ସଦର ଉପଜିଲ୍ଲାପାଳ ଶ୍ରୀ କିସ୍କୁ ନିଜେ ଏହି ଠକଙ୍କୁ ଭେଟି ଥିବା କହିଥିଲେ ତାଙ୍କୁ ସେମାନେ ଟଙ୍କା ପଠେଇବାକୁ ମେସେଜ ଦେଇଥିଲେ। ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଏବେ ସାଇବର ଠକ ମାନେ ଖୁବ୍ ଶିକ୍ଷିତ ବିଭିନ୍ନ ଆଧୁନିକ ପ୍ରଯୁକ୍ତି ବିଦ୍ୟା ବଳରେ ଲୁଟୁଛନ୍ତି ହୁସିଆର ହେବାକୁ ନିବେଦନ କରିଥିଲେ। କାହାକୁ ବ୍ୟାଙ୍କ ଆକାଉଣ୍ଟ ପାଶୱାର୍ଡ ନଦେବା ସହ ସ୍ମାର୍ଟ ଫୋନର ବ୍ୟବହାର ଉପଯୁକ୍ତ ଭାବେ କରିବାକୁ ସମସ୍ତେ ମିଳିତ ଭାବେ ଆହ୍ବାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମସ୍ତ ପୋଲିସ କର୍ମଚାରୀ ଯୋଗ ଦେଇ ସହଯୋଗ କରିଥିଲେ ।

  • ମହାନଦୀ ବ୍ରିଜରେ ଲଟକିଛି ବସ୍

    ମହାନଦୀ ବ୍ରିଜରେ ଲଟକିଛି ବସ୍

    ଭୁବନେଶ୍ବର ‘ନିଗମ’ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ଦ୍ରୁତ ଗତିରେ ଆସୁଥିଲା ‘ନିଗମ’ ଘରୋଇ ଯାତ୍ରୀବାହୀ ବସ୍, ପୋଲରେ ଗୋଟିଏ ପାର୍ଶ୍ବରେ ପିଟିହୋଇଥାନ୍ତା ବାହନ ରକ୍ଷା କରିବାକୁ ଯାଇ ଗାଡିରେ ବ୍ରେକ କସିଲେ ଡ୍ରାଇଭର ଭାରସାମ୍ୟ ହରାଇ ପୋଲର ବିପରିତ ପାର୍ଶ୍ବରେ ପିଟିହେଲା ଗାଡ଼ି
    ବ୍ୟାରିକେଡ ଭାଙ୍ଗି ବସର ସାମ୍ନା ଅଂଶ ଶୂନରେ ଲଟକିଛି

    https://www.youtube.com/shorts/XSX-H9Wz6aQ

    କଟକ ଜିଲ୍ଲା ବାଙ୍କୀର ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ୍‌ ବ୍ରିଜ୍‌ର ସାଇଡ୍‌ ୱାଲ୍‌କୁ ଧକ୍କା ଦେଇ ଆଗକୁ ମାଡ଼ି ଯାଇଥିଲା। ତେବେ ବସ୍‌ଟି ମହାନଦୀରେ ପଡ଼ି ନଥିଲା। ବସ୍‌ଟି ବ୍ରିଜ୍‌ ଉପରେ ଝୁଲି ରହିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ।ନିଗମ ମାନକ ଏକ ଘରୋଇ ଯାତ୍ରୀବହୀ ବସ୍‌ଟି ଅନୁଗୋଳରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। କେମିତି ଏଭଳି ଏକ ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ। କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ତେବେ ଘଟଣାସ୍ଥଳରେ ବାଙ୍କି ପୋଲିସ ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

  • ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ସରକାରୀ ସ୍କୁଲ

    ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ସରକାରୀ ସ୍କୁଲ

    ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ । ଏଭଳି ନାରା ଦେଇ ଚାଲିଛି ଶିକ୍ଷା ବ୍ୟବସ୍ଥା । ହେଲେ ଏ କଣ ଏଠି ତ ତାର ଓଲଟା ଚିତ୍ର ଦେଖିବାକୁ ମିଳୁଛି । ସ୍କୁଲ ଘର ଭାଙ୍ଗି ସେଥିରୁ ପାଣି ଗଳୁଛି । ସେଥିପାଇଁ ପିଲା ମାନେ ସ୍କୁଲ ବାରଣ୍ଡାରେ ପାଠ ପଢୁଛନ୍ତି । ଉକ୍ତ ସରକାରୀ ସ୍କୁଲରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ ପିଲା ଅଛନ୍ତି । ହେଲେ ପଢୁଛନ୍ତୁ ଗୋଟିଏ କୋଠରୀରେ । ଏତିକିରେ ସରିଜାଇନି ଏହି ସ୍କୁଲର ଅବସ୍ଥା ଏଠି ୨୬ ଜଣ ପିଲାଙ୍କୁ ପାଠ ପଢାଉଛନ୍ତି ୨ଜଣ ଶିକ୍ଷକ । ଏ ହେଉଛି ସରକାରୀ ସ୍କୁଲର ଅବସ୍ଥା । କିନ୍ତୁ ଏହାରି ଭିତରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବ ନିଶ୍ଚିତ । କାରଣ ସରକାର ସଭିଏଁ ପଢନ୍ତୁ ଓ ସଭିଏଁ ବଢନ୍ତୁ ନାରା ଦେଇ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ତାହା ହେଉଛି କଣ ?

    କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକର ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତ ର ମେଣ୍ଡିପାଙ୍ଗା ପ୍ରାଥମିକ ବିଦ୍ୟାଳୟ ର ଅବସ୍ଥା ଦେଖିବା ପରେ ଏ ପ୍ରଶ୍ନ ଆସିବା ସ୍ବଭାବିକ । ୧୯୮୦ ମସିହା ରେ ସ୍ଥାପିତ ହେଇଥିବା ବିଦ୍ୟାଳୟ ରେ ସର୍ବମୋଟ ୨୬ ଜଣ ଛାତ୍ର ଛାତ୍ରୀ ପାଠ ପଢନ୍ତି । ଶ୍ରେଣୀ ଗୃହର ଏଭଳି ଅବସ୍ଥା ପରେ ଏବେ ଖରା ବର୍ଷା ଶୀତ ସବୁଦିନ ଏବି ବାରଣ୍ଡାରେ ପିଲାମାନଙ୍କୁ ପାଛ ପଢେଇବାକୁ ପଡୁଥିବା କହିଛନ୍ତି ମେଣ୍ଡିପାଙ୍ଗା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବେହେରା ।

    କିଛିଦିନ ତଳେ ସେହି ଗ୍ରାମ ପଞ୍ଚାୟତର କିଲୁପଡ଼ା ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ୍ ଛାତ ଭୁଶୁଡ଼ି ଯିବାରୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ ପଚାଶ ଛାତ୍ର ଛାତ୍ରୀ ତଥାପି ବ୍ଲକ୍ ପ୍ରଶାସନ ବିଭାଗୀୟ ଅଧିକାରୀ ଙ୍କ ଚେତା ପଶୁନି । କିଲୁପଡ଼ା ସ୍କୁଲ ଛାତ ଭୁଶୁଡ଼ିବା ଘଟଣା ପରେ ଭୟରେ ଅଭିଭାବକ ଫଳରେ ପିଲାଙ୍କୁ ସ୍କୁଲକୁ ଛାଡ଼ିବାକୁ ଡରୁଛନ୍ତି । ମରାମତି ଅଭାବରୁ ସ୍କୁଲ୍ ଛାତ କେତେବେଳେ ଯେ ଭୁସୁଡି ପଡ଼ିବ ତାହା କହିହେବ ନାହିଁ । ଏନେଇ ବିଦ୍ୟାଳୟ କତୃପକ୍ଷ ବିଭାଗୀୟ ଅଧିକାରୀ ବ୍ଲକ୍ ପ୍ରଶାସନ କୁ ବହୁବାର ଲିଖିତ ଅଭିଯୋଗ କରିଥିଲେ ବି କିଛି ସୁଫଳ ମିଳୁନାହିଁ । ସେହିଭଳି ପିଲାଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ ମଧ୍ୟ ଭଙ୍ଗା ଘରେ ଚାଲିଛି । ନଳ କୁପ ଅଚଳ ଅବସ୍ଥାରେ ରହିଛି ଫଳରେ ଚୁଆ ପାଣିରେ ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ ପିଲାମାନେ ବାଧ୍ୟ ହୋଇ ଚୁଆ ପାଣିକୁ ପାନୀୟ ଜଳ ଭବେ ମଧ୍ୟ ବ୍ୟବହାର କରୁଛନ୍ତି ।ତେବେ ଏହାକୁ ନେଇ ପ୍ରଶାସନ କଣ ଆଉ ଏକ ଦୁର୍ଘଟଣା କୁ ଅପେକ୍ଷା କରିଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି କରିଛି । ତେବେ ଏହି ପରିତ୍ୟକ୍ତ ସ୍କୁଲ୍ ଘରର କେବେ ମରାମତି ହେଉଛି ତାକୁ ହିଁ ଅପେକ୍ଷା ।

  • ଜିଲ୍ଲା ସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ

    ଜିଲ୍ଲା ସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ

    ଆଜି ବଲାଙ୍ଗିର ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୁତ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଛି । ଏହି ଜୟନ୍ତୀ ସମାରୋହ ପାଳନ ଉପଲକ୍ଷେ ପ୍ରତୁଷ ରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମଧୁନ ପ୍ରଚାର କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପ୍ରଭାତ ଫେରି କରି ସହର ପରିକ୍ରମା କରିଥିଲେ । ସକାଳ ୭.୩୦ରେ ଗାନ୍ଧୀ ଭବନ ସମ୍ମୁଖସ୍ଥ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଖିଲାରି ଋଷିକେଶ ଦ୍ୟାନଦେଓ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲମ୍ବୋଦର ଧରୁଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ମହେନ୍ଦ୍ର ମହାପାତ୍ର ,ପ୍ରକଳ୍ପ ନିର୍ଦେଶକଙ୍କ ସମେତ ପ୍ରଶାସନିକ ଅଧିକାରୀ , ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଗାନ୍ଧୀନଗର ପଡା ସ୍ଥିତ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଫଟୋଚିତ୍ର ରେ ବଲାଙ୍ଗିର ପୌରାଧକ୍ଷା ଶ୍ରୀମତୀ ଲିକା ସାହୁ ,ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ , ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର କୁମାର ମହାପାତ୍ର ସମେତ ବଲାଙ୍ଗିର ସହରର ବହୁ ବିଶିଷ୍ଠ ବ୍ୟକ୍ତି ତଥା ଜନସାଧାରଣ ପ୍ରତିମୂର୍ତ୍ତି ରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।ପ୍ରତିମୂର୍ତ୍ତି ସ୍ଥଳ ରେ ଏକ ସର୍ବ ଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା ।

    ଏହି ପ୍ରାର୍ଥନା ସଭା ରେ ପଣ୍ଡିତ ବ୍ରଜ ବିହାରୀ ତ୍ରିପାଠୀ ଗୀତା ପାଠ ,ମୌଲବୀ ମହମ୍ମଦ ମୋସାହିଦ ରାଜା କୋରାନ ପାଠ ଓ ଗ୍ରନ୍ଥି ଜସବିର ସିଂ ଗ୍ରନ୍ଥ ସାହେବ ପାଠ ଏବଂ ଫାଦର ଆଚାର୍ଯ ଇମାନୁଏଲ ଦାନୀ ବାଇବେଲ ପାଠ କରିଥିଲେ । ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ଅନୁଷ୍ଠିତ ଓଡିଆ ବତକୃତା ପ୍ରତିଯୋଗଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ବିନ୍ଦିଆ ବେହେରା ପ୍ରଥମ , ସ୍ଵାତି ଅମ୍ରିତା ମହାନ୍ତି ଦ୍ଵିତୀୟ , ନୈତିକ ଦାଶ ଏବଂ ସାଇ ଶ୍ଵରୂପ ପଟେଲ ତୃତୀୟ ହେଇଥିଲା ବେଳେ ଉଚ୍ଚ ବିଦ୍ୟାଳୟ ସ୍ତରରେ କ୍ରୀଷ୍ଣାରାଜ ରଥ ପ୍ରଥମ , ପ୍ରିୟଙ୍କା ମହାପାତ୍ର ଦ୍ଵିତୀୟ, ଏବଂ ପ୍ରତୀକ୍ଷା ସାହୁ ତୃତୀୟ ହେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ । ସନ୍ଧ୍ୟାରେ ପତିତପାବନ ଏକାଡେମୀ ହଲ ରେ”ସାଂପ୍ରତିକ ଯୁଗରେ ଗାନ୍ଧୀବାଦର ପ୍ରାସଙ୍ଗିକତା” ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରବଳ ବର୍ଷା ସତ୍ଵେ ବିଭିନ୍ନ ବିଦ୍ୟାଳୟରୁ ସଭାରେ ଛାତ୍ରଛାତ୍ରୀ , ଶିକ୍ଷକ,ଶିକ୍ଷୟତ୍ରୀ ତଥା ଜନସାଧାରଣ ଉପସ୍ଥିତ ରହିବା ସହ ଗାନ୍ଧୀ ଭଜନ ପରିବେଷଣ କରିଥିଲେ ।

  • ସ୍କ୍ରବ ଟାଇଫସ: ବରଗଡ଼ରେ କେନ୍ଦ୍ରୀୟ ଟିମ

    ସ୍କ୍ରବ ଟାଇଫସ: ବରଗଡ଼ରେ କେନ୍ଦ୍ରୀୟ ଟିମ

    ବରଗଡ ଜିଲ୍ଲାରେ ସ୍କ୍ରବ ଟାଇଫସ ସଂକ୍ରମଣ ଥମିବାର ନାଁ ନେଉନି। ପ୍ରତ୍ୟହ କିଛି ନା କିଛି ସଂକ୍ରମିତ ଚିହ୍ନଟ ହେବା ସହ ଏଯାବତ୍ ୭ ଜଣଙ୍କ ମୃତ୍ୟୁ ହେଲାଣି। ତେଣୁ ଆଜି ମଧ୍ୟ ବରଗଡରେ କେନ୍ଦ୍ରୀୟ ମେଡିକାଲ ଟିମ୍ ରୋଗର ସ୍ଥିତି ଯାଞ୍ଚ ପାଇଁ ପହଞ୍ଚିଛନ୍ତି। ଏହି ଟିମରେ ରାଜ୍ୟ ମେଡିକାଲ ଅଫିସର ୩ ଜଣଙ୍କ ସହ କେନ୍ଦ୍ରର ଦୁଇଜଣ ରହିଛନ୍ତି। ଟିମ୍ ପ୍ରଥମେ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ଜନ ସ୍ୱାସ୍ଥ୍ୟ ଅଧିକାରୀ ସାଧୁ ଚରଣ ଦାସଙ୍କ ସହ ସ୍କ୍ରବ୍ ଟାଇଫସ ଉପରେ ସମୀକ୍ଷା କରିଥିଲେ। ଗଣମାଧ୍ୟମ ସେମାନଙ୍କ ସହ ବୈଠକରେ ସାମିଲ ହେବାକୁ ଚାହିଁବାରୁ କେନ୍ଦ୍ରୀୟ ଅଧିକାରୀ ରୋଗର ଭୟାବହତା ପାଇଁ ସେମାନଙ୍କୁ ଭିତରକୁ ଯିବାକୁ ଦେଇନଥିଲେ। ଜିଲ୍ଲାରେ ସ୍କ୍ରବ ଟାଇଫସର ବ୍ୟାପକତା ଓ ଚିକିତ୍ସାର ସଠିକତା ଉପରେ ଅନୁଧ୍ୟାନ କରିବେ ବୋଲି ବରଗଡ ଡିପିଏଚଓ କହିଛନ୍ତି। ଏଥିସହ ଡିପିଏଚଓ ଜିଲ୍ଲାରେ ସ୍କ୍ରବ ଟାଇଫସରେ ବର୍ଷ ଆରମ୍ଭରୁ ଏଯାବତ୍ ୧୭୭୫ ଟେଷ୍ଟିଂ ହୋଇଥିବା ବେଳେ ୮୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ତଥା ୭ ଜଣଙ୍କ ଏଥିରେ ମୃତ୍ୟୁ ହୋଇଥିବା କହିଛନ୍ତି।

    ତେବେ କେବଳ ବରଗଡ ନୁହେଁ ସୁନ୍ଦରଗଡ ଏବେ ସ୍କ୍ରବ ଟାଇଫସର କେନ୍ଦ୍ର ପାଲଟିଛି। ପଡୋଶୀ ଜିଲ୍ଲାକୁ ମଧ୍ୟ ବ୍ୟାପିବାରେ ଲାଗିଛି ଏହି ରୋଗ।ତେବେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବାକୁ ଆଶା, ଏଏନଏମ, ଫାର୍ମାସିଷ୍ଟଙ୍କୁ ତାଲିମ ଦିଆଯାଇ ଲୋକଙ୍କୁ ସଚେତନ କରାଯାଉଛି। ଏଥିସହ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଔଷଧ ମହଜୁଦ ଥିବା କହିଛନ୍ତି।

  • ରାଜଧାନୀରେ ‘ହିଟ୍‌ ଆଣ୍ଡ ରନ’, ଶ୍ରମିକ ମୃତ

    ରାଜଧାନୀରେ ‘ହିଟ୍‌ ଆଣ୍ଡ ରନ’, ଶ୍ରମିକ ମୃତ

    ରାଜଧାନୀ ଭୁବନେଶ୍ୱରରେ ହିଟ୍‌ ଆଣ୍ଡ ରନ୍‌ । ରାସ୍ତା କଡ଼ରେ ଶୋଇଥିବା ସମୟରେ ଚାଲିଗଲା ଶ୍ରମିକଙ୍କ ଜୀବନ । ରାଜମହଲ ଛକ ଫୁଟ୍‌ପାଥ୍‌ରେ ଶୋଇଥିବା ବେଳେ ଜଣକ ଉପରେ ଚଢ଼ି ପଳାଇଛି ଏକ କାର୍‌ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି ଏବେ ବି ଫୁଟପାଥରେ ଗାଡି ଚଢାଇ ଦେବାର ଚକା ଦାଗ ରହିଛି । ଫୁଟପାଥରେ ଜଣେ ଶ୍ରମିକ ଶୋଇଥିବା ବେଳେ ତାଙ୍କ ଉପରେ ଗାଡି ଚଢାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଡ୍ରାଇଭର । ତେବେ ମୃତ ଶ୍ରମିକଙ୍କ ପରିଚୟ ମିଳିପାରିନି । ପରିଚୟ ପାଇଁ ମୃତକଙ୍କ ଫଟୋକୁ ସାର୍ବଜନୀନ କରିଛି ପୋଲିସ । ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇଛି ପୋଲିସ। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗତକାଲି ରାତିରେ ମୃତକ ଫୁଟପାଥରେ ଶୋଇଥିଲେ । ହେଲେ ରାତି ପାଖାପାଖି ୧.୪୦ରେ ଏକ ନାଲି ରଙ୍ଗର ଗାଡ଼ି ଆସି ଶୋଇଥିବା ଶ୍ରମିକଙ୍କୁ ଘୋଷାଡ଼ି ନେଇଥିଲା । ମୃତ ଶ୍ରମିକଙ୍କ ସହ ଆଖପାଖରେ ମଧ୍ୟ ଶୋଇଥିଲେ ଶ୍ରମିକ। ହେଲେ ସେମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

  • ଜଷ୍ଟିସ୍‌ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବ

    ଜଷ୍ଟିସ୍‌ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବ

    ଡ. ଜଷ୍ଟିସ୍‌ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବ ଦିଆଯାଇଛି। ଅକ୍ଟୋବର ୪ ତାରିଖରେ ସେ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ବୋଲ ସୂଚନା ମିଳିଛି। ନୂତନ ଦାୟିତ୍ବ ନେଇ କେନ୍ଦ୍ର ଆଇନ୍‌ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
    ସୂଚନାଯୋଗ୍ୟ, ଡ ଜଷ୍ଟିସ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅଧୀନ ପାନ୍ତିଖରିଶାସନରେ ଜନ୍ମଗ୍ରହଣ କରିଥିଲେ। ସେ ଭୁବନେଶ୍ୱର ବିଜେବିରୁ ବାଣିଜ୍ୟରେ ଅନର୍ସ ରଖି ସ୍ନାତକ କରିଥିଲେ। ଏହା ପରେ ସେ କଟକସ୍ଥିତ ତତ୍‌କାଳୀନ ମଧୁସୂଦନ ଆଇନ୍‌ ମହାବିଦ୍ୟାଳୟରୁ ଏଲଏଲ୍‌ବି ଓ ଏଲଏଲଏମ୍‌ ପାଠ ପଢ଼ିଥିଲେ। ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି ହାସଲ କରିଥିଲେ। ୧୯୮୫ରେ ସେ ବାର୍‌ ଆସୋସିଏସନରେ ଯୋଗଦେଇ ନିୟମିତ ଭାବେ ଓଡ଼ିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଆଇନ ଅଭ୍ୟାସ କରିଥିଲେ।