Category: ମୁଖ୍ୟ ଖବର

  • ଦୀପାବଳି ପରେ ହୋଇପାରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ, ଫଳାଫଳ ଡିସେମ୍ବର ୧୫ ପୂର୍ବରୁ ଆସିପାରେ, ଇସିର ଯୋଜନା ପ୍ରସ୍ତୁତ

    ଦୀପାବଳି ପରେ ହୋଇପାରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ, ଫଳାଫଳ ଡିସେମ୍ବର ୧୫ ପୂର୍ବରୁ ଆସିପାରେ, ଇସିର ଯୋଜନା ପ୍ରସ୍ତୁତ

    ୫ଟି ରାଜ୍ୟ ବିଧାନସଭା ନିର୍ବାଚନ: ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଯୋଜନା ପ୍ରସ୍ତୁତ କରିସାରିଛନ୍ତି ।

    ସେପଟେ ଛତିଶଗଡ ବିଧାନସଭା ନିର୍ବାଚନ ୨୦୨୩ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ ଏବଂ ବିଜେପିର ପ୍ରଥମ ତାଲିକା ଆସିଯାଇଛି । ପ୍ରଥମ ତାଲିକା ପ୍ରକାଶ କରି ବିଜେପି ଫ୍ରଣ୍ଟଫୁଟରେ ଖେଳିବାକୁ ଦାବି କଲାବେଳେ ଏକ ନୂଆ ସମସ୍ୟା ଏହାର ସାମ୍ନାରେ ଠିଆ ହୋଇଯାଇଛି । ବାସ୍ତବରେ ଦଳର ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଆସିବାକୁ ଯାଉଛି, କିନ୍ତୁ ଏହାପୂର୍ବରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ଏହି ଭାଇରାଲ୍ ତାଲିକାକୁ ନେଇ ରାଜ୍ୟର ଅନେକ ଆସନର କର୍ମକର୍ତ୍ତାମାନେ ରାଜରାସ୍ତାକୁ ଓଲ୍ହାଇ ସାରିଲେଣି । ମୋଟାମୋଟି ଭାବେ ଏହାକୁ ନେଇ ବ୍ୟକ୍ତିଗତ ରାଜନୀତି ଆରମ୍ଭ ହୋଇଗଲାଣି । ବର୍ତ୍ତମାନ ରାଜ୍ୟ ସଭାପତି ଅରୁଣ ସାଙ୍କୁ ସାମ୍ନାକୁ ଆସିବାକୁ ପଡିଲା ଏବଂ ସେ ସ୍ପଷ୍ଟ କରିଛନ୍ତି କି ଏହା ଦଳର ସରକାରୀ ତାଲିକା ନୁହେଁ। ଏହା ସତ୍ୱେ ମଧ୍ୟ ଉତ୍ତେଜନା କମିବାର ନାଧରୁନାହିଁ ।

  • ସୋସିଆଲ ମିଡିଆ X ରେ ବର୍ଷାଙ୍କୁ ଅନୁଭବ କହିଲେ ଏହି କଥା…

    ସୋସିଆଲ ମିଡିଆ X ରେ ବର୍ଷାଙ୍କୁ ଅନୁଭବ କହିଲେ ଏହି କଥା…

    ସିନେ ଦମ୍ପତ୍ତି ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ମାମଲା ଭିତରେ ଆଜି ସୋସିଆଲ ମିଡିଆ ‘ଏକ୍ସ’ରେ ଓଲିଉଡ୍ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ପୋଷ୍ଟକୁ ନେଇ ପୁଣି ଚର୍ଚ୍ଚା । ଦୀର୍ଘ ଦିନ ଧରି, ସୋସିଆଲ ମିଡିଆରେ ଅନୁଭବ ତାଙ୍କର ବୈବାହିକ ଜୀବନର ବିଫଳତା ପାଇଁ ବର୍ଷାଙ୍କୁ ଦାୟୀ କରିବାସହ ତାଙ୍କର କୌଣସି ଭୁଲ ନାହିଁ ବୋଲି କହି ଆସୁଛନ୍ତି । ତେବେ, ଏଥର ସୋସିଆଲ ମିଡିଆ ଏକ୍ସରେ ସେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ବନ୍ଧୁତାର ସନ୍ଦେଶ ଦେଇଛନ୍ତି।

    ସୋସିଆଲ ମିଡିଆ X ରେ ବର୍ଷାଙ୍କୁ ଅନୁଭବ କ’ଣ କହିଲେ?

    • ମୁଁ ହୃଦୟର ଗଭୀରତମ ପ୍ରଦେଶରୁ ତୁମକୁ ଭଲ ପାଉଥିଲି
    • କୌଣସି କାରଣ ପାଇଁ ଆମର ବିବାହ ବିଫଳ ହେଲା
    • ଛାଡପତ୍ର ପରେ ମଧ୍ୟ ଆମେ କ’ଣ ସବୁଦିନ ପାଇଁ ବନ୍ଧୁ ହୋଇ ରହିପାରିବା ନାହିଁ ?
    • ମୁଁ କେବେ ବି ଏହି ବିବାହ ବିଚ୍ଛେଦ ଏତେ ଅସୁନ୍ଦର ହେଉ ବୋଲି ଚାହୁଁ ନ ଥିଲି…
    • ଯଦି ବିଚ୍ଛେଦ ନିଶ୍ଚିତ ତେବେ ଏହା ସମ୍ମାନଜନକ କାହିଁକି ହେବନାହିଁ ?

    ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଏବେ ଉଭୟଙ୍କର ବିବାହ ବିଚ୍ଛେଦ ମାମଲା କଟକ ଫାମିଲି କୋର୍ଟରେ ବିଚାରାଧୀନ ଅଛି । ନିକଟରେ, ଅଭିନେତା ତଥା ସାଂସଦ ଅନୁଭବ ଦାଖଲ କରିଥିବା ଛାଡପତ୍ର ପିଟିସନକୁ. କଟକ ଫାମିଲି କୋର୍ଟ ଖାରଜ କରିଦେଇଛନ୍ତି । କଟକ ଫାମିଲି କୋର୍ଟ ବର୍ଷା-ଅନୁଭବ ମାମଲାରେ ବିବାହ ବିଚ୍ଛେଦ ହୋଇପାରିବ ନାହିଁ ବୋଲି କହିଛନ୍ତି । ବର୍ଷାଙ୍କୁ ଛାଡ଼ପତ୍ର ଦେବାଲାଗି ଅନୁଭବ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ। ଯାହାକୁ ହାଇକୋର୍ଟରେ ବର୍ଷା ଚ୍ୟାଲେଞ୍ଜ କରିବା ପରେ କଟକ ଫାମିଲି କୋର୍ଟକୁ ମାମଲା ହସ୍ତାନ୍ତର କରିଥିଲେ ପଟିଆଲା ହାଉସ କୋର୍ଟ ।

  • ଆଜି ଦେଶର ସର୍ବକନିଷ୍ଠ ସ୍ୱାଧିନତା ସଂଗ୍ରାମୀ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ

    ଆଜି ଦେଶର ସର୍ବକନିଷ୍ଠ ସ୍ୱାଧିନତା ସଂଗ୍ରାମୀ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ

    ସେ କେଉଁ ରାଜାଙ୍କ ସେନାପତି ନଥିଲେ କି କେଉଁ ପରାକ୍ରମୀ ଯୋଦ୍ଧା ମଧ୍ୟ ନଥିଲେ । ସେ ଜଣେ ମାଟି ମାକୁ ଭଲ ପାଉଥିବା ସାଧାରଣ ପିଲାଟିଏ । ବୟସ ମାତ୍ର ୧୨ ବର୍ଷ । ଅନ୍ଧାରୀ ମୂଲକର ଅମୁହାଁ ଦେଉଳ ଭିତରେ ସେ ଥିଲେ ଲକ୍ଷ ଲକ୍ଷ ଦୀପ ଶିଖାର ଉତ୍ସ । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବ, ସର୍ବ କନିଷ୍ଠ ସ୍ୱାଧିନତା ସଂଗ୍ରାମୀ ବାଜି ରାଉତ। ବୀରତ୍ୱ ଓ ସାହସିକତା ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ ମନରେ ଘର କରିପାରିଛନ୍ତି ସେ । ୧୯୨୬ ମସିହା ଅକ୍ଟୋବର ୫ ତାରିଖ ଦିନ ଢେଙ୍କାନାଳ ଜିଲ୍ଲା ନିଳକଣ୍ଠପୁରରେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନୁ ବାପାଙ୍କୁ ହରାଇଥିଲେ। ମା ’ପର ଘରେ କାମ କରି ତାଙ୍କୁ ପାଳୁଥିଲେ। ସେତେବେଳ ଢେଙ୍କାନାଳ ଥିଲା ଏକ ଗଡଜାତ ରାଜ୍ୟ। ୧୯୩୮ ଅକ୍ଟୋବର ୧୯ରେ, ମାତ୍ର ବାର ବର୍ଷ ବୟସରେ, ବାଜି ରାଉତ ତାଙ୍କ ଗାଁରେ ଭାରତ ଛାଡ ଆନ୍ଦୋଳନରେ ବାନର ସେନା ଭାବେ ଭାଗ ନେଇଥିଲେ।

    govt,

    ୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ୱେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ। ଗୋରା ସରକାରଙ୍କ ଠାରୁ ପ୍ରଜାମଣ୍ଡଳକୁ ଦୁରେଇ ରଖିବା ପାଇଁ ସେଦିନ ନଦୀ ଘାଟରେ ଜଗି ବସିଥିଲା ସେହି କୋମଳ ବାଳକଟି । ଗୋରା ସରକାରଙ୍କ ଆଦେଶ ସତ୍ତ୍ୱେ ମଧ୍ୟ ବାଜି ରାଉତ କୁଳରୁ ଡଙ୍ଗା ଫିଟାଇ ନଥିଲା । ଫଳରେ ଗୋରା ସାହେବଙ୍କ ଆଖିବୁଜା ଗୁଳି ଚାଳନାରେ ପ୍ରାଣ ହରାଇଥିଲେ ବାଜି ରାଉତ । ରକ୍ତରଞ୍ଜିତ ହୋଇଉଠିଥିଲା ବ୍ରହ୍ମଣୀ ତଟ । ସେବେଠୁ ଦେଶର ସେବା ପାଇଁ ଜୀବନ ଦେଇ ସ୍ବର୍ଣ୍ଣିମ ଅକ୍ଷରରେ ସବୁ ଦିନ ପାଇଁ ଚୀର ଅମର ହୋଇ ରହିଛନ୍ତି ବାଳୁତ ବୀର ସହିଦ ବାଜି ରାଉତ। ଆଉ ଆଜି ତାଙ୍କର ଜନ୍ମଜୟନ୍ତୀରେ ସେହି କୋମଳମତୀ ବାଳକଙ୍କୁ ଝୁରୁଛି ଖାଲି ରାଜ୍ୟ ନୁହେଁ ପୁରା ଦେଶ ।

  • ବାଲେଶ୍ବରରେ ପୁଣି ଓଲଟିଲା ଟ୍ରେନ ବଗି

    ବାଲେଶ୍ବରରେ ପୁଣି ଓଲଟିଲା ଟ୍ରେନ ବଗି

    ବାଲେଶ୍ବରରେ ପୁଣି ଓଲଟିଲା ଟ୍ରେନ ବଗି । ଲଗାଣ ବର୍ଷା ଫଳରେ ରେଳ ଧାରଣାରୁ ମାଟି ଅତଡା ଖସିବା ଫଳରେ ଡାଉନ ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ତେବେ ଲାଇନର ମରାମତି କର୍ଯ୍ୟ କରାଯାଇଥିବା ବେଳେ ସନ୍ଧ୍ୟାରେ ସେହି ଲାଇନରେ ଏକ ମାଲବାହୀ ଟ୍ରେନ ଧସି ଯାଇଥିବା ସହ ଟ୍ରେନର କିଛି ବଗି ଓଲଟି ପଡିଥିବା ଦେଖିବାକୁ ମିଳିଥିଲା । ତେବେ ସକାଳେ ରେଳ ଲାଇନ ଧସିଥିବା ବେଳେ ତାର ଅବସ୍ଥା ସୁଧାରିବା ପରେ ପୁଣି ସନ୍ଧ୍ୟାରେ ଦୁର୍ଘଟଣା ଘଟିବା କେଉଁଠି ନା କେଉଁଠି କାର୍ଯ୍ୟରେ ଅବହେଳା ହୋଇଥିବା ଦର୍ଶାଉଛି । ସେପଟେ ଏନେଇ ସରକାରୀ ସ୍ଥରରୁ କୌଣସି ସୂଚନା ମିଳିପାରିନାହିଁ । ତେବେ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ନିଧିପଣ୍ଡା ନିକଟରେ ରେଳ ଧାରଣାରୁ ମାଟି ଅତଡା ଖସି ଯାଇଥିବା ଦେଖିବାକୁ ମିଳିଥିଲା

  • ଆଜିଠାରୁ କ୍ରିକେଟ ବିଶ୍ବକପ

    ଆଜିଠାରୁ କ୍ରିକେଟ ବିଶ୍ବକପ

    କ୍ରିକେଟ ବିଶ୍ବକପର ତ୍ରୟୋଦଶତମ ସଂସ୍କରଣ ଲାଗି କ୍ଷେତ୍ର ପ୍ରସ୍ତୁତ । ବିସିସିଆଇ ଆନୁକୂଲ୍ୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଏହି କ୍ରିକେଟ ମହାକୁମ୍ଭ। ଦୀର୍ଘ ଦେଢ ମାସ ଧରି ଏବେ ଦେଖିବାକୁ ମିଳିବ ବ୍ୟାଟ ଓ ବଲର ରୋମାଞ୍ଚ। ଆସିବ କ୍ରିକେଟ ଫିବର। ପ୍ରଥମଥର ପାଇଁ ବିଶ୍ୱକପ୍‌‌ କେବଳ ଭାରତରେ ଆୟୋଜନ ହେବ। ତେଣୁ ବିଶ୍ୱକପ୍‌‌ର ସଫଳ ଆୟୋଜନ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସବୁ ପ୍ରକାର ପ୍ରସ୍ତୁତିପର୍ବ ଶେଷ କରିଛି। ଭାରତର ୧୦ଟି ଗ୍ରାଉଣ୍ଡରେ ଏହି ମେଗା ପ୍ରତିଯୋଗିତା ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ଭାଗ ନେବେ ବିଶ୍ବର ଶ୍ରେଷ୍ଠ ୧୦ ଦଳ। ୫ରୁ ଆରମ୍ଭ ହୋଇ ବିଶ୍ୱକପ୍‌‌ ଏଥର ନଭେମ୍ବର ୧୯ ତାରିଖରେ ଶେଷ ହେବ। ଏହି ସର୍ବବୃହତ ମହାକୂମ୍ଭରେ ସବୁ ୧୦ଟି ଦଳ ଭାରତରେ ପୂର୍ବରୁ ପହଞ୍ଚି କେତୋଟି ଅଭ୍ୟାସ ମ୍ୟାଚ ଖେଳି ପ୍ରସ୍ତୁତି ଜୋରଦାର କରିଛନ୍ତି। ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ କୁହାଯାଉଥିବା ବିସିସିଆଇ ଏହି ବିଶ୍ୱକପ୍‌‌କୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛି। ବିଶ୍ୱକପ୍‌‌ର ସଫଳ ଆୟୋଜନ କରି ବିସିସିଆଇ ଉଦାହରଣ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି।

    ପ୍ରତି ୪ ବର୍ଷରେ ଆୟୋଜିତ ହେଉଥିବା ଏହି କ୍ରିକେଟ୍‌‌ ମହାକୁମ୍ଭର ଚଳିତ ସଂସ୍କରଣରେ ମୋଟ୍‌‌ ୧୦ ଗୋଟି ଦଳ ମଧ୍ୟରେ ଟ୍ରଫି ପାଇଁ ଲଢ଼େଇ ହେବ। ଆୟୋଜକ ଭାରତ ସମେତ ସର୍ବାଧିକ ୫ଥରର ବିଜେତା ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଆଇସିସି ମାନ୍ୟତା ଆଧାରରେ ସିଧାସଳଖ ବିଶ୍ୱକପ୍‌‌କୁ ଯୋଗ୍ୟତାଅର୍ଜନ କରିଥିଲେ।

  • ଅଚଳ ସୋଲାର ଜଳ ଯୋଗାଣ ପ୍ରକଳ୍ପ, ସେପଟେ ନଦୀକୁ ପାଣି ପାଇଁ ଗଲେ ଗଲା ଜୀବନ

    ଅଚଳ ସୋଲାର ଜଳ ଯୋଗାଣ ପ୍ରକଳ୍ପ, ସେପଟେ ନଦୀକୁ ପାଣି ପାଇଁ ଗଲେ ଗଲା ଜୀବନ

    ଲୋକମାନଙ୍କ ନିକଟରେ କିପରି ସ୍ବଛ ପାନୀୟ ଜଳ ପହଁଚି ପାରିବ ସେଥିପାଇଁ ସରକାର ଜଳନିଧି ଯୋଜନା ମାଧ୍ୟମରେ ପ୍ରତେକ ଘରକୁ ପାନୀୟ ଜଳ ଯୋଗାଣ କଲେ । ମାତ୍ର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ଦାୟିତ୍ୱ ହୀନତା ପାଇଁ ସୋଲାର ଯୋଗେ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଛି। ଯାହା ଫଳରେ ଲୋକମାନେ ବାଧ୍ୟ ହୋଇ ନଦୀର ଅପମିଶ୍ରିତ ଜଳକୁ ପାନୀୟ ଜଳ ଭାବେ ପିଉଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ନଦୀ ନାଳଘେରା ବତୀଘର ପଂଚାୟତ ର ବରକୋଳି ଖୋଳା ଗାଁ ରେ । ଗୋଟିଏ ପଟେ ନଦୀକୁ ପାଣି ଆଣିବାକୁ ଯିବା ବେଳେ କୂମ୍ଭୀର ଭୟ,। ଏଣେ ପାଣି ନନେଲେ ଖାଇବେ କଣ ? ସୋଲାର ଯୋଗେ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

    ଅନ୍ୟପଟେ ଅନ୍ୟ ବିକଳ୍ପ ନଥିବାରୁ ନଦୀ ପାଣିକୁ ପିଇବା ପାଣି ଭାବେ ବ୍ୟବହାର କରୁଛନ୍ତି । କିନ୍ତୁ ନଦୀରେ କୁମ୍ଭୀର ଆତ ଯାତ କରୁଥିବା ବେଳେ ନଦୀ ତୁଠରେ ଶୋଇ ରହୁଛି,। ଫଳରେ ନଦୀକୁ ପାଣି ଆଣିବାକୁ ଯିବାକୁ ଭୟ କରୁଛନ୍ତି ଗ୍ରାମବାସୀ । ସୋଲାର ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇଥିବା ନେଇ ଅଂଚଳ ବାସୀ ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ କୁମ୍ଭକଣ୍ଣ ନିଦରେ । ଏଥିପ୍ରତି ତୁରନ୍ତ ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଛନ୍ତି ଅଂଚଳ ବାସୀ ।

  • ବଢି ଚାଲିଛି ମାଫିଆଙ୍କ ଚୋରାକାରବାର,ମଦ, ଗଞ୍ଜେଇ,ଗୋରୁ ପରେ ଏବେ ଷଣ୍ଢ

    ବଢି ଚାଲିଛି ମାଫିଆଙ୍କ ଚୋରାକାରବାର,ମଦ, ଗଞ୍ଜେଇ,ଗୋରୁ ପରେ ଏବେ ଷଣ୍ଢ

    ଦିନକୁଦିନ ବିଭିନ୍ନ ଅଞ୍ଚଳରେ ଗୋ ମାଫିଆଙ୍କ ଦୈରାତ୍ମ ବୃଦ୍ଧି ପାଉଥିବାର ନଜିର ରହିଛି। ଏହି ମାଫିଆ ଗୋଷ୍ଠୀ ଷଣ୍ଢ ମାନଙ୍କୁ ମଧ୍ୟ ଛାଡ଼ୁ ନାହାନ୍ତି ।ଷଣ୍ଢ ମାନଙ୍କୁ ମଧ୍ୟ ବହୁବାର ଚାଲାଣ କରୁଥିବା ଦେଖିବାକୁ ମିଳିଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବିଶୋଇ କାଦପାଣି ଗ୍ରାମ ନିକଟରେ। ଘଟଣାରୁ ପ୍ରକାଶ ଯେ ଆଜି ସମୟରେ ବିଶୋଇରୁ ସାରସକଣା ଯାଉଥିବା ବାଙ୍ଗିରିପୋଷି ଘାଟି ରାସ୍ତାର ବିକଳ୍ପ ରାସ୍ତା କାଦପାଣି ନିକଟରେ (OD11A2450)ଏକ ବୋଲେରୋ ଓଲଟି ପଡିଥିଲା।ଘଟଣା ସ୍ଥଲରେ ସ୍ଥାନୀୟ ଲୋକେ ଉକ୍ତ ଗାଡିରେ ତିନୋଟି ଷଣ୍ଢ ଥିବା ଦେଖିବାକୁ ପାଇଥିଲେ ।

    ବିଶୋଇ ପୋଲିସ ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଂଚି ତିନି ଷଣ୍ଢକୁ ଉଦ୍ଧାର କରିଥିଲେ।ତେବେ ଉଦ୍ଧାର ଷଣ୍ଢ ମାନଙ୍କ ମଧ୍ୟରେ ଗୋଟିଏର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଟି ଆହତ ହୋଇଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ସମସ୍ତ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣା ପଡିଛି ।ବାଙ୍ଗିରିପୋଷି ଘାଟି ରାସ୍ତାର ବିକଳ୍ପ ରାସ୍ତା ଭାବରେ ଏହି ରାସ୍ତା କାର୍ଯ୍ୟ ଆରମ୍ଭ ହେବା ପରେ ଏବେ ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ବହୁ ଚୋରା ମଦ, ଗଞେଇ,ଗୋରୁ ବୋଝେଇ ଗାଡ଼ି ଆଦି ଯାଉଥିବା ଜଣାପଡିଛି।ତେଣୁ ଏହି ରାସ୍ତାରେ ବିଶୋଇ ଓ ଝାରପୋଖରିଆ ପୋଲିସ କଡ଼ା ନଜର ରଖିବାକୁ ଦାବି ଜୋର ଧରିଛି।

  • ସ୍କୁଲ ଛାତରୁ ଗଳୁଛି ଟିପ ଟିପ ବର୍ଷାପାଣି

    ସ୍କୁଲ ଛାତରୁ ଗଳୁଛି ଟିପ ଟିପ ବର୍ଷାପାଣି

    ବିଦ୍ୟାଳୟ ଭିତରେ ଲହଡି ମାରୁଛି ବର୍ଷା ଜଳ, ଅନାବନା ଗଛରେ ପୋତିଯିବାକୁ ବସିଲାଣି ଖେଳ ପଡିଆ ତା ସାଙ୍ଗକୁ କାନ୍ଥର ଅବସ୍ଥା ବି କହିଲେ ନ ସରେ I

    ଏଠି ବିଦ୍ୟାଳୟ ଅଛି, ପାଠ ବି ପଢା ଚାଲିଛି । ହେଲେ ସବୁକିଛି ଯେମିତି ଅବ୍ୟବସ୍ଥା ଭିତରେ । ସ୍କୁଲର ପରିବେଶକୁ ଦେଖିଲେ ଲାଗୁଛି, ଏହା କେଉଁ ଏକ ଗୋଚର ଜାଗାରେ ଠିଆ ହୋଇଥିବା ସରକାରୀ ଘରଟିଏ । କିନ୍ତୁ ଏହି ଘର ଭିତରେ ଗଢାଚାଲିଛି ଆଗାମୀ ଭବିଷ୍ୟତର ରୂପରେଖ । ପିଲାମାନେ ସ୍କୁଲ ଆସୁଛନ୍ତି ହେଲେ ପାଣିରେ ପହଁରି ପହଁରି ବିଦ୍ୟାଳୟ ଭିତରେ ପ୍ରବେଶ କରୁଛନ୍ତି । ଅସରାଏ ବର୍ଷାରେ ସ୍କୁଲ ବାରାଣ୍ଡା ଉପରକୁ ଉଠିଯାଉଛି ଜଳ । ଛାତ୍ରଛାତ୍ରୀ ମାନେ ଭୟଭୀତ ଅବସ୍ଥାରେ ବିଦ୍ୟାଳୟରେ ପାଠ ପଢୁଛନ୍ତି ।

    ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା କୋରେଇ ସାଦକପୁର ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣଦା ଗ୍ରାମରେ ସ୍ଥାପିତ ରାଧାରମଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର। ଏହି ବିଦ୍ୟାଳୟଟି ୧୯୯୩ରେ ସ୍ଥାପିତ ହୋଇଥିବା ବେଳେ ଏବେ ତାହା ରୁଗଣ ଅବସ୍ଥାରେ । ରୋଷେଇ ଘରର ଅବସ୍ଥା ମଧ୍ୟ ଶୋଚନୀୟ । ସ୍କୁଲର ଏପରି ଅବସ୍ଥା ଉପରେ କାହାର ନଜର ପଡୁନଥିବା ବେଳେ ଛାତ୍ରଛାତ୍ରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ସ୍କୁଲ ଶିକ୍ଷକ ।

    ଶିକ୍ଷାର ବିକାଶରେ ସମାଜର ବିକାଶ । ହେଲେ ଶିକ୍ଷା ପାଇଁ ଯଦି ଭିତ୍ତିପ୍ରସ୍ତର ଏମିତି ତାହେଲେ ଶିକ୍ଷା ସେଠାରୁ କେତେ ଆଶା କରାଯାଇପାରିବ ।

  • ବାଦଲ ଫଟା ବର୍ଷା ଯୋଗୁଁ ସିକିମରେ ପ୍ରବଳ ବନ୍ୟା, ପ୍ରଶାସନ ଜାରି କଲା ଫ୍ଲାସ ଫ୍ଲଡ ଆଲର୍ଟ

    ବାଦଲ ଫଟା ବର୍ଷା ଯୋଗୁଁ ସିକିମରେ ପ୍ରବଳ ବନ୍ୟା, ପ୍ରଶାସନ ଜାରି କଲା ଫ୍ଲାସ ଫ୍ଲଡ ଆଲର୍ଟ

    ବାଦଲ ଫଟା ବର୍ଷା ଯୋଗୁଁ ସିକିମରେ ବନ୍ୟା ପରିସ୍ଥିତି ଉପୁଜିଛି। ପ୍ରବଳ ବର୍ଷା ଯୋଗୁ ତିସ୍ତା ନଦୀର ଜଳସ୍ତର ବଢ଼ିବା ସହ ଅଚାନକ ବନ୍ୟା ଆସିଥିଲା । ଫଳରେ ବନ୍ୟାର ପ୍ରଖର ସ୍ରୋତରେ ୨୩ ଜଣ ଯବାନ ଭାସି ଯାଇଥିବା ଜଣାପଡିଛି । ନିଖୋଜ ଯବାନଙ୍କ ଖୋଜିବାକୁ ସର୍ଚ୍ଚ ଅପରେଶନ ଜାରି ରହିଛି ।

    ସୁଚନା ଅନୁଯାୟୀ ଉତ୍ତର ସିକିମର ଲାଚେନ ହ୍ରଦ ଉପରେ ଅଚାନକ ବାଦଲ ଫଟା ବର୍ଷା ହେବାରୁ ତୀସ୍ତା ନଦୀର ଜଳସ୍ତର ଅଚାନକ ବୃଦ୍ଧି ପାଇଲା। ଫଳରେ ମଙ୍ଗଳବାର ରାତି ପ୍ରାୟ ୧ଟା ବେଳେ ଫ୍ଲାସ୍‌ ଫ୍ଲଡ ହେବାରୁ ସେନାର ୨୩ ଯବାନ ନିଖୋଜ ହୋଇ ଯାଇଛନ୍ତି। ଏଥିଯୋଗୁ ବହୁ ସେନା କ୍ୟାମ୍ପ ଭୁଶୁଡ଼ି ଯାଇଥିବା ବେଳେ ବେଳେ ଯାନବାହନ ଭାସି ଯାଇଛି।

    ବାଦଲ ଫଟା ବର୍ଷା ଯୋଗୁ ବଡ଼ ଧରଣର ବିପର୍ଯ୍ୟୟ ଆଶଙ୍କା କରାଯାଉଛି । ଆହୁରି ୩ରୁ ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ତେଣୁ ପ୍ରଶାସନ ଜାରି କଲା ଫ୍ଲାସ ଫ୍ଲଡ ଆଲର୍ଟ । ଦୁଇ ଜିଲ୍ଲାର ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଯାତାୟତ ନକରିବା ସହ ଘରୁ ନବାହାରିବାକୁ କୁହାଯାଇଛି । ଅନ୍ୟପଟେ ନଦୀକୂଳରେ ବସବାସ କରୁଥିବା ଅଞ୍ଚଳବାସୀଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

  • ଫେରୁଛି ଲଘୁଚାପ, ୯ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

    ଫେରୁଛି ଲଘୁଚାପ, ୯ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

    ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପଟି ମଙ୍ଗଳବାର ଦକ୍ଷିଣ-ପୂର୍ବ ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ରହିଛି। ଏହାସହ ଜଡ଼ିତ ମେଘଖଣ୍ଡ ଓଡ଼ିଶାର କିଛି ଅଞ୍ଚଳ ଉପରେ ରହୁଛି। ଏହା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା କରାଉଛି।ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ପଶ୍ଚିମବଙ୍ଗରେ ସ୍ଥଳଭାଗ ଅତିକ୍ରମ କରି ଝାଡ଼ଖଣ୍ଡ ମଧ୍ୟ ଦେଇ ଉତ୍ତର ଛତିଶଗଡ଼ ପର୍ଯ୍ୟନ୍ତ ପହଞ୍ଚିଥିଲା। ମାତ୍ର ଉତ୍ତର ପଶ୍ଚିମ ଭାରତରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ହେତୁ ସହେଠାରେ ଶୁଷ୍କ ଉତ୍ତରା ବାୟୁର ପ୍ରଭାବ ଅଧିକ ରହିଛି। ଏହି ବାୟୁକୁ ଭେଦ କରି ଲଘୁଚାପ ଆଗକୁ ବଢ଼ିନପାରି ପୂର୍ବ ଦିଗକୁ ଗତି କରୁଛି। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ଏହି ଲଘୁଚାପ ପଶ୍ଚିମବଙ୍ଗ ଅତିକ୍ରମ କରିବା ପରେ ରାଜ୍ୟରେ ବର୍ଷା କମିବା ସହ ଏହାପରେ ରାଜ୍ୟରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ହେବ ବୋଲି ଜଣାପଡ଼ିଛି। ବୁଧବାର ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷା ଆଶଙ୍କା ରହିଛି। ବିଶେଷକରି କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ମୌସୁମୀ ଅତ୍ୟଧିକ ସକ୍ରିୟ ହେତୁ ଗତ ୨୪ଘଣ୍ଟାରେ ରାଜ୍ୟରେ ୨୬.୮ ମିମି ବର୍ଷା ହୋଇଯାଇଛି। ଏହା ସ୍ୱାଭାବିକ ବର୍ଷା ୪.୬ମିମି ତୁଳନାରେ ୪୭୭ ପ୍ରତିଶତ ଅଧିକ। ଅକ୍ଟୋବର ମାସରେ ପ୍ରଥମ ୩ଦିନରେ ୫୩.୭ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ତୁଳନାରେ ୨୩୮ ପ୍ରତିଶତ ଅଧିକ ରହିଛି। ଅନ୍ୟପକ୍ଷରେ ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସକାଳୁ ଆକାଶ ଆଂଶିକ ମେଘୁଆ ରହିଛି। ତେବେ, ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱର ଅଞ୍ଚଳରେ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ବଜ୍ରପାତ ସହ ଅସରାଏ, ଦୁଇଅସରା ମଧ୍ୟମରୁ ପ୍ରବଳ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।