Category: ମୁଖ୍ୟ ଖବର

  • ଭୁବନେଶ୍ବର ସାଂସଦଙ୍କ ପାଇଁ ପ୍ରତିବନ୍ଧକ ହେବ ନି ତ କେନ୍ଦ୍ର?

    ଭୁବନେଶ୍ବର ସାଂସଦଙ୍କ ପାଇଁ ପ୍ରତିବନ୍ଧକ ହେବ ନି ତ କେନ୍ଦ୍ର?

    ପ୍ରଶାସନିକ ଚାକିରି ଛାଡି ରାଜନୀତିରେ ପାଦ ଥାପିଥିଲେ। ପ୍ରଥମ ନିର୍ବାଚନରେ ମଧ୍ୟ ବିଜୟୀ ହେଲେ। ଲୋକଙ୍କ ଭରସା ସହ ବିରୋଧୀଙ୍କ ସମ୍ମାନ ତ ପାଇଲେ ହେଲେ ଦଳୀୟ କର୍ମୀଙ୍କ ଦ୍ବାରା ହୋଇପାରିଲେ ନାହିଁ ଗ୍ରହଣୀୟ। ଦଳରେ କଣଠେଁସ ହୋଇ ରହିଯାଇଛନ୍ତି। ତଥାପି ହରାଇ ନାହାନ୍ତି ଧୈର୍ଯ୍ୟ କି ସାହସ। ଏକଲା ଚଲୋ ନୀତିରେ ଲୋକଙ୍କ ସହ ମିଶୁଛନ୍ତି। ସେମାନଙ୍କ ସୁବିଧା ଅସୁବିଧାରେ ଠିଆ ହେଉଛନ୍ତି ଓ ଯଥା ସମ୍ଭବ ଲୋକଙ୍କ ସମସ୍ୟାର ସମାଧାନ କରୁଛନ୍ତି। ସେ ଯେଉଁଠିକୁ ଯାଉଛନ୍ତି, ଲୋକେ ସ୍ବତପ୍ରବୃତ୍ତ ଭାବେ ତାଙ୍କୁ ଭେଟିବାକୁ ଧାଉଁଛନ୍ତି। ବିଭିନ୍ନ ଜିଲ୍ଲାରେ ତାଙ୍କ ପାଇଁ ହେଉଥିବା ଜନସମାଗମ ଦେଖି ସେ ହିଁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଯୋଗ୍ୟ ବୋଲି ଲୋକେ ଚର୍ଚ୍ଚା କରୁଥିଲେ।

    ଆଉ ସବୁ ଚର୍ଚ୍ଚା ଏବେ ଚର୍ଚ୍ଚାରେ ରହିଯିବ ବୋଲି ନୂଆ ଚର୍ଚ୍ଚା ହେଲାଣି। ଏତେ ସବୁ କହିବା ପରେ ଆପଣମାନେ ନିଶ୍ଚିତ ଜାଣିସାରିଥିବେ ଆମେ କାହା ବିଷୟରେ କହୁଛୁ। ହଁ ଭୁବନେଶ୍ବର ସାଂସଦ ତଥା ଡେୟାରିଂ ଲେଡି ଅପରାଜିତା ଷଡଙ୍ଗୀ। ରାଜ୍ୟ ଦଳୀୟ କର୍ମୀଙ୍କ ସହ ତାଙ୍କର ଯତିପାତ ପଡେନି। ରାଜ୍ୟ ବିଜେପିର ସବୁ ବଡ ନେତା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥକ ବୋଲି ରାଜନୀତିରେ ରୁଚି ରଖୁଥିବା ଲୋକେ କୁହନ୍ତି। ତେଣୁ ରାଜ୍ୟ ବିଜେପି ତାଙ୍କୁ କୌଣସି କାର୍ଯ୍ୟକ୍ରମକୁ ଡାକେନି କି ସେ କୌଣସି କାର୍ଯ୍ୟକ୍ରମର ଆୟୋଜନ କଲେ ସେଠିକୁ ଦଳୀୟ କର୍ମୀ ଯାଆନ୍ତିନି। ୪ ବର୍ଷ ଧରି ସେ ଏକାକୀ ଜନସମର୍ଥନ ଜୁଟାଇଚାଲିଛନ୍ତି ନିଜ ପାଇଁ ତଥା ରାଜ୍ୟ ବିଜେପି ପାଇଁ।

    ତାଙ୍କ ବ୍ୟକ୍ତିତ୍ବ, ଦକ୍ଷତା, କାର୍ଯ୍ୟ ପାଇଁ ଲୋକେ ମଧ୍ୟ ତାଙ୍କୁ ଆଦର କରୁଛନ୍ତି। ଅନେକ କହୁଛନ୍ତି ଅପରାଜିତା ହିଁ ହେବେ ୫ ପାଳିର ମୁଖ୍ୟମନ୍ତ୍ରୀ ନବୀନଙ୍କ ବିକଳ୍ପ। ହେଲେ ଧର୍ମେନ୍ଦ୍ର ଓଡିଶାରୁ ନିର୍ବାଚନ ଲଢିବା ଘୋଷଣା କରିବା ପରେ ଏହି ଚର୍ଚ୍ଚାରେ ଭଟ୍ଟା ପଡିଗଲାଣି ଯେମିତି। ଏବେ ଜନରବ ଶୁଣିବାକୁ ମିଳୁଛି କି, ମାଡମ ଅପରାଜିତାଙ୍କ ପଥରେ କଣ୍ଟା ହୋଇ ଉଭା ହୋଇଛନ୍ତି ଧର୍ମେନ୍ଦ୍ର ସାର। ଅପରାଜିତାଙ୍କ ଜନପ୍ରିୟତାକୁ ଦେଖି କାଳେ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଦେବ ସେଥିପାଇଁ ୧୫ ବର୍ଷର ପରାଜୟକୁ ପାସୋରି ଓଡିଶାରୁ ଲଢିବାକୁ ଚାହୁଁଛନ୍ତି। ହାରିଲେ ବି ପରବାୟ ନାହିଁ। ଅନ୍ୟ କୌଣସି ରାଜ୍ୟରୁ କେନ୍ଦ୍ରୀୟ ନେତୃତ୍ବ ତାଙ୍କୁ ସଂସଦକୁ ନେବା ବ୍ୟବସ୍ଥା କରିବେ। କେନ୍ଦ୍ରୀୟ ନେତୃତ୍ବଙ୍କ ସୁନା ପୁଅ ତ ସେ।

    ତାଙ୍କ ମୁଣ୍ଡରେ ରହିଛି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଭୟ ହାତ। ହେଲେ ବର୍ତ୍ତମାନ ମାଡମଙ୍କ ପ୍ରତି ଥିବା ଜନସମର୍ଥନକୁ ଦେଖି, ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ହୁଏତ ଜିତି ଯାଇ ପାରନ୍ତି। ଏପରି ହେଲେ ତ କଥା ସରିଲା। ଧର୍ମେନ୍ଦ୍ରଙ୍କର ଦୀର୍ଘ ବର୍ଷରୁ ନବୀନଙ୍କ ସ୍ଥାନ ନେବାକୁ ଯେଉଁ ସ୍ବପ୍ନ ଅଛି ସେ ସବୁ ସ୍ବପ୍ନରେ ହିଁ ରହିଯିବ କାଳେ ବୋଲି କିଛି ଲୋକଙ୍କ ଭିତରେ ଚର୍ଚ୍ଚା। ଖାଲି ଅପରାଜିତାଙ୍କ ପତ୍ତା କାଟିବାକୁ ଏମନ୍ତ କାର୍ଯ୍ୟ। ଆହୁରି ଶୁଣିବାକୁ ମିଳୁଛି, ମୁକୁ ଭାଇଙ୍କର ଶଙ୍ଖ ମୁଖିଆଙ୍କ ସହ ରହିଛି ଭିତିରି ସମ୍ପର୍କ। ଉପରେ ସରକାରକୁ ଆକ୍ରମଣ କରୁଥିଲେ ମଧ୍ୟ ଭିତରେ ନବୀନଙ୍କ ବଡ ଫ୍ୟାନ। ଅପରାଜିତା ମୁଖ୍ୟମନ୍ତ୍ରୀ ଭାବେ ନ ଜିତିଲେ ବି ଶଙ୍ଖଦଳ ପାଇଁ ଚ୍ୟାଲେଞ୍ଜ ହୋଇପାରନ୍ତି।

    ସେମିତି ବି ରାଜ୍ୟରେ ବିଜେଡି ଓ ବିଜେଡି ମୁଖିଆଙ୍କ ପ୍ରତି ଜନସମର୍ଥନ ହ୍ରାସ ପାଇଲାଣି। ବିଭିନ୍ନ ସ୍ଥାନରେ ଦଳରେ ଦେଖାଦେଲାଣି ଅନ୍ତର୍କନ୍ଦଳ। ଗୋଟିଏ ସ୍ଥାନରୁ ଶଙ୍ଖ ଦଳରେ ବହୁ ଆଶାୟୀ। ଯିଏ ଟିକେଟରୁ ବାଦ ପଡିବ ସେ ଗୃହଭେଦୀ ବିଭୀଷଣ ନ ହେଲେ ବି ଭୋଟ ଡାଇଭର୍ଟରେ ନ ଲାଗିବ ଏକଥାକୁ କିଏ ଏଡାଇବ । ଆଗାମୀ ନିର୍ବାଚନରେ କଣ ହେବ ତାକୁ ନେଇ ନିଜେ ଦଳ ମୁଖିଆ ମଧ୍ୟ ସନ୍ଦିହାନ। ଏପରି ସ୍ଥିତିରେ ଅପରାଜିତା ପ୍ରାର୍ଥୀ ହେଲେ ବିଜେଡି ହୋଇଯିବ ଘାଇଲା।

    ସେଥିପାଇଁ ମୁକୁ ଭାଇଙ୍କ ଏଣ୍ଟ୍ରୀ ଏକ ସିକ୍ରେଟ ଷ୍ଟ୍ରାଟେଜି ବୋଲି ଲୋକେ କୁହାକୁହି ହେଉଛନ୍ତି। ତେବେ ଏହି ଚର୍ଚ୍ଚାରେ କେତେ ସତ୍ୟତା ଅଛି କିଏ ଜାଣେ? ହେଲେ ଯଦି ଏହି ଚର୍ଚ୍ଚା ସତ ହୋଇଥାଏ ଅପରାଜିତା କରିବେ କଣ?

  • ଥରିଉଠିଲା ଆଫଗାନିସ୍ତାନ, ଚାଲିଗଲା ୨୦୦୦ରୁ ଅଧିକ ଜୀବନ

    ଥରିଉଠିଲା ଆଫଗାନିସ୍ତାନ, ଚାଲିଗଲା ୨୦୦୦ରୁ ଅଧିକ ଜୀବନ

    ଭୂମିକମ୍ପରେ ଥରିଉଠିଲା ଆଫଗାନିସ୍ତାନ । ତାଲିବାନ ପ୍ରବକ୍ତା ସୂଚନା ଦେଇଛନ୍ତି ଯେ, ଆଫଗାନିସ୍ତାନର ପଶ୍ଚିମରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ପାଖାପାଖି ୨୦୦୦ ଲୋକଙ୍କ ମୃତ୍ୟୁ ହଇଛି । ଇରାନ ସୀମା ନିକଟରେ ହୋଇଥିବା ବଡ ଝଟକାରେ ଅନେକ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୩ ଥିବା କୁହାଯାଇଛି ।

    ଭୂମିକମ୍ପରେ ହେରାତ ସହରର ପାଖାପାଖି ୪୦ କି.ମି ଦୂର ପର୍ଯ୍ଯନ୍ତ ଅନେକ ଗାଁ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଛି । ଲୋକମାନେ ତିନୋଟି ଶକ୍ତିଶାଳୀ ଝଟକା ଅନୁଭବ କରିଛନ୍ତି । ଏଥିରେ ବର୍ତ୍ତିଯାଇଥିବା ଲୋକମାନେ ଏହାର ଭୟାବହତାକୁ ବ୍ୟାଖ୍ୟା କରିଥିଲେ । ଲୋକଙ୍କ କହିବା ଅନୁଯାୟୀ, ପ୍ରଥମେ ପାଖରେ ଥିବା କୋଠା ବାଡି ସବୁ ଦୋହଲିବା ଆରମ୍ଭ କରିଥିଲା ଆଉ ତାପରେ ସବୁ ଭାଙ୍ଗିରୁଜି ଚୁରମାର ହୋଇଯାଇଥିଲା ।

    ତାଲିବାନ ସରକାରଙ୍କ ପକ୍ଷରୁ କୁହାଯାଇଛି, ଏଥିରେ ମୃତ୍ୟୁ ସଂଖ୍ୟା ବଢିବ । ତେଣୁ ତୁରନ୍ତ ତାଲିବାନ ସରକାର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପାଖାପାଖି ୬ଟି ଗାଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ବୋଲି ସୂଚନା ମିଳିଛି । ରାସ୍ତା ଉପରେ ପଡିଥିବା ଭଗ୍ନାବଶେଷ ଭିତରେ ଅନେକ ଲୋକ ପୋତି ହୋଇ ରହିଥିବା ସୂଚନା ମିଳିଛି । ବିଶେଷ ତଥ୍ୟରୁ ଜଣାପଡିଛି ଯେ, ୪୬୫ଟି ଘର ନଷ୍ଟ ହୋଇଥିବା ବେଳେ ୧୩୫ଟି ଘର କ୍ଷତିଗ୍ରସ୍ତ ହୋଇଛି ।

  • ଏୟାର ଇଣ୍ଡିଆ A350 ବିମାନର ପ୍ରଥମ ଲୁକ୍ କଲା ଜାରି, ନୂଆ ଲୋଗୋ ଏବଂ ଡିଜାଇନ୍ ସହିତ ନୂଆ ଝଲକ

    ଏୟାର ଇଣ୍ଡିଆ A350 ବିମାନର ପ୍ରଥମ ଲୁକ୍ କଲା ଜାରି, ନୂଆ ଲୋଗୋ ଏବଂ ଡିଜାଇନ୍ ସହିତ ନୂଆ ଝଲକ

    ଆମେ ଆପଣଙ୍କୁ କହି ରଖୁଛୁ ଯେବେଠାରୁ ଟାଟା ଗ୍ରୁପ୍ ଏୟାର ଇଣ୍ଡିଆ ଅଧିଗ୍ରହଣ କରିଛି, ସେବେଠାରୁ ବିମାନ କମ୍ପାନୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ କ୍ରମାଗତ ଭାବେ ପରିବର୍ତ୍ତନ ପର୍ଯ୍ୟାୟ ଦେଇ ଗତି କରୁଛି |

    ଟାଟା ଗ୍ରୁପ୍ ମାଲିକାନା ଏୟାରଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆ ନିଜ କର୍ମଚାରୀଙ୍କ ନୂଆ ୟୁନିଫର୍ମ ଭଳି ମ୍ୟାଚିଙ୍ଗ ପାଇଁ ପେଣ୍ଟଜୋବ୍ଏ ପରେ ନିଜର ନୂତନ A350 ବିମାନର ପ୍ରଥମ ଝଲକ ସେୟାର କରିଛି । A350 ର ଏହି ଲାଟେଷ୍ଟ ଇମେଜ ଫ୍ରାନ୍ସର ଟୁଲୁଜର ଏକ ୱର୍କଶପରେ କ୍ଲିକ୍ କରାଯାଇଛି | ଏୟାରଲାଇନ୍ସ ଚଳିତ ବର୍ଷ ପ୍ରାରମ୍ଭରେ ନିଜକୁ ନୂତନ ଲାଲ -ଅର୍ବଗ୍ରୀନ -ଗୋଲଡ ଲୁକ୍ ଏବଂ ନୂତନ ଲୋଗୋ ‘ଦି ଭିସ୍ତା’ ସହିତ ରିବ୍ରାଣ୍ଡ କରିଥିଲା ​​|

    ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର ଭାବରେ ଜଣାଶୁଣା) ରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ଏୟାର ଇଣ୍ଡିଆ ଏହି ଶୀତଋତୁରେ ଭାରତରେ ପହଞ୍ଚିବ ବୋଲି କହିଛି।

  • ଗାଁକୁ କାମ ମାଁ କୁ ସମ୍ମାନ କେବଳ ପ୍ରହସନ

    ଗାଁକୁ କାମ ମାଁ କୁ ସମ୍ମାନ କେବଳ ପ୍ରହସନ

    ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ । ଗାଁକୁ ରାସ୍ତା ନଥିବାରୁ ଆସିପାରିଲା ନାହିଁ ଆମ୍ବୁଲାନସ୍ । ଦୀର୍ଘ ୧ କିଲୋମିଟର ପର୍ଯ୍ୟନ୍ତ ପରିବାର ଲୋକଙ୍କ ସହ ଆଶାକର୍ମୀ ଗର୍ଭବତୀଙ୍କୁ ବୋହିଥିଲେ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଶାମୁକାନାଣ୍ଡି ପଞ୍ଚାୟତ ପଠାନଡିହି ଗାଁରେ । ଗାଁର ବିଗୁରୁ ବିରୁଆଙ୍କ ସ୍ତ୍ରୀ ସବିତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ସେମାନେ ଆଶାକର୍ମୀଙ୍କୁ ଖବର ଦେଇଥିଲେ । ଆଶାକର୍ମୀ ଆମ୍ବୁଲାନସକୁ ଜଣାଇବା ପରେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନସ୍ କୁମପଦା ଗାଁରେ ଅଟକି ରହିଥିଲା । କୌଣସି ଉପାୟ ନପାଇଁ ପରିବାର ସଦସ୍ୟଙ୍କ ସହ ଆଶାକର୍ମୀ ବନ୍ଦିତା, ଖଟିଆର ଗୋଟିଏ ପାର୍ଶ୍ଵ ଧରି ଗର୍ଭବତୀଙ୍କୁ ଭରାନାଳ ପାର୍ କରି ୧ କିଲୋମିଟର ଦୂରରେ ଥିବା ଆମ୍ବୁଲାନସ୍ ପାଖକୁ ନେଇଥିଲେ ।

    ଗର୍ଭବତୀଙ୍କୁ କେଶଦୁରାପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସବିତା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ପ୍ରସବ ପରେ ଉଭୟ ମା ଓ ଛୁଆ ସୁସ୍ଥ ଥିବା କହିଛନ୍ତି ଆଶାକର୍ମୀ ।

  • କାନାଡାର ଭାନକୋଭରରେ ବିମାନ ଦୁର୍ଘଟଣାରେ ଦୁଇଜଣ ଭାରତୀୟ ଟ୍ରେନିଂ ପାଇଲଟଙ୍କ ସମେତ ତିନିଜଣଙ୍କର ମୃତ୍ୟୁ

    କାନାଡାର ଭାନକୋଭରରେ ବିମାନ ଦୁର୍ଘଟଣାରେ ଦୁଇଜଣ ଭାରତୀୟ ଟ୍ରେନିଂ ପାଇଲଟଙ୍କ ସମେତ ତିନିଜଣଙ୍କର ମୃତ୍ୟୁ

    ବିମାନରେ ଦୁଇ ଜଣ ଭାରତୀୟ ଟ୍ରେନିଂ ପାଇଲଟଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଉକ୍ତ ଅଞ୍ଚଳର ଏକ ଗଛକୁ ଧକ୍କା ଦେବା ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଭାରତୀୟ ପାଇଲଟଙ୍କ ନାମ ଅଭୟ ଗଡ୍ରୁ ଏବଂ ଯଶ ବିଜୟ ରାମୁଗାଡେ ଏବଂ ସେମାନେ ମୁମ୍ବାଇର ବାସିନ୍ଦା ଥିଲେ। ସ୍ଥାନୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

    କାନାଡା ପୋଲିସ ଏକ ବିବୃତ୍ତିରେ କହିଛି, ‘ଘଟଣାସ୍ଥଳକୁ ଯାଞ୍ଚ କରାଯାଇଛି ଏବଂ ସେଠାରେ କୌଣସି ଲୋକଙ୍କର ମୃତ୍ୟୁ କିମ୍ବା କୌଣସି କ୍ଷତି ହୋଇ ନାହିଁ। ଦୁଇଟି ଇଂଜିନ ଥିବା ଛୋଟ ବିମାନ ଯାହାର ନା ପାଇପର୍ ପିଏ -୩୪ ସେନେକା ଦୁର୍ଘଟଣାଗ୍ରସ୍ତ ହୋଇଛି |

  • ସିକିମରେ ଓଡ଼ିଆ ଛାତ୍ରଙ୍କ ମିଳୁନି ପତ୍ତା

    ସିକିମରେ ଓଡ଼ିଆ ଛାତ୍ରଙ୍କ ମିଳୁନି ପତ୍ତା

    ସିକିମ୍‌ ବନ୍ୟାରେ ଓଡ଼ିଶାର ୭ଜଣ ଇଂଜିନିୟରିଂ ଛାତ୍ର ନିଖୋଜ ହୋଇଯାଇଥିବା ଖବର ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟ‌‌ରେ ଢେଙ୍କାନାଳର ୩ଜଣ ଥିବା ବେଳେ ଚୌଦ୍ବାର ଓ ଭୁବନେଶ୍ବରରୁ ୨ଜଣ ଲେଖାଏଁ ଛାତ୍ର ଥିବା ଜଣାଯାଇଛି। ସୂଚନାନୁସାରେ, ଏହି ୭ଜଣ ଯାକ ଗତ ସୋମବାର ଦିନ ସିକିମ୍‌ ଓ ଗ୍ୟାଙ୍ଗଟକ୍‌ ବୁଲିବାକୁ ଯାଇଥିଲେ। କିନ୍ତୁ ସେଠାରେ ଅଚାନକ ପ୍ରଳୟଙ୍କରୀ ବନ୍ୟାରେ ସେମାନେ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ସଂପର୍କରେ ପରିବାରଲୋକଙ୍କୁ କୌଣସି ଖୋଜ୍‌ ଖବର ମିଳିପାରୁନାହିଁ। ଢେଙ୍କାନାଳ ଜିଲ୍ଲାର ନିଖୋଜ ଛାତ୍ରମାନେ ହେଲେ, ସଦର ଥାନା ଅନ୍ତର୍ଗତ ଅଙ୍କରାନ୍ତିପୁର ଗ୍ରାମର ପ୍ରମୋଦିନୀ ଜେନା ଓ ନିର୍ମଳ ଜେନା ଏବଂ ସିମିନଇ ଗ୍ରାମର ଅକ୍ଷୟ କୁମାର ସିଂହଙ୍କ ପୁଅ ଚନ୍ଦ୍ରଶେଖର ସିଂହ। ଚନ୍ଦ୍ରଶେଖର ଗତ ସୋମବାର ରାତିରେ ଶେଷଥର ଲାଗି ପରିବାର ସହ ଫୋନ୍‌ରେ କଥା ହୋଇଥିଲେ। କିନ୍ତୁ ତା’ ପରଠାରୁ ଆଉ ତାଙ୍କର ଫୋନ୍‌ ଲାଗୁନାହିଁ।

  • ନଭେମ୍ବରରେ କମିବ ପେଟ୍ରୋଲ ଦର

    ନଭେମ୍ବରରେ କମିବ ପେଟ୍ରୋଲ ଦର

    ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହଠାତ୍‌ ହ୍ରାସ ଘଟିଛି। ଏମିତିକି ଅକ୍ଟୋବର ମାସରେ, ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟରେ ୧୧ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ଅନ୍ୟପକ୍ଷରେ ଆମେରିକୀୟ ଡବ୍ଲ୍ୟୁଟିଆଇର କ୍ରୁଡ୍‌ ମୂଲ୍ୟରେ ମଧ୍ୟ ପ୍ରାୟ ୯ ପ୍ରତିଶତ ହ୍ରାସ ହୋଇଛି। ଅଶୋଧିତ ତୈଳ ମୂଲ୍ୟରେ ଏହି ହ୍ରାସ ଧାରା ଆଗକୁ ଜାରି ରହିବାର ବେଶ ସମ୍ଭାବନା ରହିଛି। ଅକ୍ଟୋବର ମାସରେ ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୭୫ ଡଲାରରେ ପହଞ୍ଚିପାରେ। ଏହାର ପ୍ରଭାବରେ ନଭେମ୍ବର ମାସରେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିପାରେ। ବିଶେଷଜ୍ଞଙ୍କ ଅନୁଯାୟୀ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ହେତୁ ପେଟ୍ରୋଲ ମୂଲ୍ୟ ୭ ଟଙ୍କା କମିପାରେ। ଯାହାଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୦ ଟଙ୍କା ସ୍ତରକୁ ଆସିଯିବ। ଅକ୍ଟୋବର ମାସରେ ଉପସାଗରୀୟ ରାଷ୍ଟ୍ରଗୁଡିକରେ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ୧୧ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ସେପ୍ଟେମ୍ବର ୨୯ରେ, ବ୍ରେଣ୍ଟ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ୯୫.୩୧ ଡଲାର ଥିଲା। ଯାହା ବର୍ତ୍ତମାନ ବ୍ୟାରେଲ ପିଛା ୮୪.୪୮ ଡଲାର ରହିଛି। ଗତ ଦୁଇ ଦିନ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟରେ ୬ ପ୍ରତିଶତ ହ୍ରାସ ଘଟିଛି। ଅନ୍ୟପକ୍ଷରେ ଆମେରିକାର ତୈଳ ମୂଲ୍ୟରେ ମଧ୍ୟ ୮ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୨୯ରେ ଡବ୍ଲ୍ୟୁଟିଆଇ ମୂଲ୍ୟ ବ୍ୟାରେଲ ପିଛା ୯୦.୭୯ ଡଲାର ଥିଲା, ଯାହା ବର୍ତ୍ତମାନ ବ୍ୟାରେଲ ପିଛା ୮୨.୭୯ ଡଲାରରେ କାରବାର କରୁଛି।

  • ଏସୀୟ କ୍ରୀଡ଼ାରେ ୧୦୦-ପଦକ ଲକ୍ଷ୍ୟ ହାସଲ କଲା ଭାରତ

    ଏସୀୟ କ୍ରୀଡ଼ାରେ ୧୦୦-ପଦକ ଲକ୍ଷ୍ୟ ହାସଲ କଲା ଭାରତ

    ଚୀନ୍‌ର ହାଙ୍ଗ୍‌ଜୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ୧୦୦ତମ ପଦକ ଜିଣି ଭାରତୀୟ ଦଳ ତା’ର ଲକ୍ଷ୍ୟ ହାସଲ କରିଛି। ଭାରତର ଏହି କୃତ୍ବିତ୍ବକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ୍‌’ କରି ଲେଖିଛନ୍ତି: ଏସୀୟ କ୍ରୀଡ଼ାରେ ଭାରତ ନିମନ୍ତେ ଉଲ୍ଲେଖନୀୟ କୃତ୍ବିତ୍ବ। ନିର୍ଦ୍ଧାରିତ ଲକ୍ଷ୍ୟ ୧୦୦ଟି ପଦକ ହାସଲ କରିଥିବାରୁ ଭାରତବାସୀ ଉଲ୍ଲସିତ। ଆମର ଅସାଧାରଣ କ୍ରୀଡ଼ାବିତ୍‌, ଯେଉଁମାନଙ୍କ ଉଦ୍ୟମ ଭାରତକୁ ଏହି ସ୍ମରଣୀୟ କୃତ୍ବିତ୍ବ ଦିଗରେ ଅଗ୍ରସର କରାଇଲା, ସେମାନଙ୍କୁ ମୋର ଆନ୍ତରିକ ଅଭିନନ୍ଦନ। ଅକ୍ଟୋବର ୧୦ ତାରିଖ ଦିନ ଭାରତୀୟ ଦଳକୁ ଆପ୍ୟାୟିତ କରିବି। ଶୁକ୍ରବାର ସୁଦ୍ଧା ୯୫ଟି ପଦକ ହାସଲ କରିଥିବା ଭାରତୀୟ ଦଳ ୧୦୦ଟି ପଦକ ପାଇବ ବୋଲି ଏକପ୍ରକାର ସୁନିଶ୍ଚିତ ଥିଲା। ତେଣୁ, ଆଜି ହାଙ୍ଗ୍‌ଜୌରେ ଭାରତୀୟ ଖେଳାଳିମାନଙ୍କ ପାଇଁ ଶେଷ ଦିନ ଥିବାବେଳେ ତୀରଚାଳନାରେ ଭାରତ ୪ଟି ପଦକ ହାସଲ କଲା। ଏହା ପରେ ପରେ ଭାରତର ମହିଳା କବାଡ଼ି ଟିମ୍‌ ଚାଇନିଜ୍‌ ତାଇପେଇ ଉପରେ ବିଜୟ ହାସଲ କରି ଦେଶ ପାଇଁ ଔପଚାରିକ ଭାବେ ୧୦୦ତମ ପଦକ ଜିଣିଲା।

  • ରେକର୍ଡ ଭାଙ୍ଗିବା ଉଦେଶ୍ୟରେ ୧୦୪ ବର୍ଷ ବୟସ୍କା ମହିଳା ଡେଇଁଲେ ବିମାନରୁ, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଭିଡ଼ିଓ

    ରେକର୍ଡ ଭାଙ୍ଗିବା ଉଦେଶ୍ୟରେ ୧୦୪ ବର୍ଷ ବୟସ୍କା ମହିଳା ଡେଇଁଲେ ବିମାନରୁ, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଭିଡ଼ିଓ

    ଡୋରୋଥୀ ହୋଫନର୍ ୧୦୪ ବର୍ଷ ବୟସରେ ବିମାନରୁ ଡେଇଁ ସ୍କାଏଡାଇଭିଂ କରିଥିଲେ। ତାଙ୍କ ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ନାମିତ କରାଯାଇପାରେ । ଏହା ପୂର୍ବରୁ ସେ ତାଙ୍କ ୧୦୦ ତମ ଜନ୍ମଦିନରେ ମଧ୍ୟ ଏହି କାର୍ନାମା କରିଥିଲେ |

    ଚିକାଗୋର ୧୦୪ ବର୍ଷିୟ ଡୋରୋଥୀ ହୋଫନର୍ ପ୍ରମାଣ କରିଛନ୍ତି ଯେ ବୟସ କେବଳ ଏକ ସଂଖ୍ୟା | ରବିବାର ଦିନ ହୋଫନରଙ୍କ ବିମାନରୁ ଡେଇଁବା ପରେ ସେ ସ୍କାଏଡାଇଭିଂ କରିବାରେ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହୋଇପାରିଛନ୍ତି ।

    ତେବେ ତାଙ୍କ ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ଲିପିବଦ୍ଧ ହୋଇନାହିଁ। ସ୍କାଏଡାଇଭିଂ ପରେ ହୋଫନର୍ ସିଏନବିସି ମେକ୍ ଇଟ୍ କୁ କହିଛନ୍ତି, “ଏହାର ମଜା, ଉପରୁ ପାରାଚ୍ୟୁଟ୍ ସହିତ ଓହ୍ଲାଇବା ଅତ୍ୟନ୍ତ ଆନନ୍ଦ ଏବଂ ଶାନ୍ତି ଲାଗୁଥିଲା। ଆପଣ ସେଠାରୁ ସମଗ୍ର ଗ୍ରାମାଞ୍ଚଳକୁ ଦେଖିପାରିବେ, ଏହା ଏକ ସୁନ୍ଦର ଅନୁଭୂତି ଥିଲା।”

  • ରାସ୍ତାରେ ଶୁଖୁଥିଲା ବାଣ, ଚଢିଗଲା କାର, ତାପରେ…

    ରାସ୍ତାରେ ଶୁଖୁଥିଲା ବାଣ, ଚଢିଗଲା କାର, ତାପରେ…

    ରାସ୍ତା ମଝିରେ ଶୁଖୁଥିବା ବାଣ ଉପରେ କାର ଚଢିଯିବାରୁ ହେଲା ଭୟଙ୍କର ବିସ୍ଫୋରଣ। କାର କ୍ଷତିଗ୍ରସ୍ତ ହେବା ସହ ଘରସବୁରେ ସୃଷ୍ଟି ହୋଇଛି ବିରାଟ ଫାଟ। ଏପରି ଘଟଣା ଘଟିଛି,କେନ୍ଦ୍ରାପଡା ସଦର ଥାନା ଅଧୀନ ଖଣ୍ଡିଆବନ୍ଧ ଗାଁରେ। ଗାଁ ରାସ୍ତା ଉପରେ ବାଣ ଶୁଖୁ ଥିବା ବେଳେ ଏକ କାର୍ ଚଢିଯାଇଥିଲା ବାଣ ଉପରେ। ଏହା ପରେ ଭୟଙ୍କର ଶବ୍ଦ କରି ବାଣସବୁ ଢୋ ଢା ହୋଇ ଫୁଟିବା ସହ ଖଣ୍ଡମଣ୍ଡଳକୁ ଥରାଇ ଦେଇଥିଲା। କେହି କିଛି ବୁଝିବା ଆଗରୁ ଗାଁର ଘର ସବୁ ଥରିବା ସହ କାହା କାନ୍ଥରୁ ଟିଭି ଖସିପଡିଥିଲା ତ କାହାର ଆଉ କଣ। ହଠାତ୍ କଣ ହେଲା କେହି ବୁଝି ପାରିନଥିଲେ। ଭୟରେ ଲୋକେ ପଦାକୁ ଧାଇଁଥିଲେ। କବାଟ ଖୋଲିବା କ୍ଷଣି ଚାରିଆଡେ ଥିଲା ଧୂଆଁ ଆଉ ଧୂଆଁ। ତେବେ ଏହିପରି ବାଣ ଶୁଖାଇବାକୁ ନେଇ ଆଗରୁ ବାଣପ୍ରସ୍ତୁତକାରୀ ରମାକାନ୍ତ ମଲିକ ଓରଫ ବିଟୁକୁ ଲୋକେ ବିରୋଧ କରୁଥିଲେ ମଧ୍ୟ ସେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିବା ଅଭିଯୋଗ ହେଉଛି।

    ସେପଟେ ଏହି ବିସ୍ପୋରଣରେ କାରର ଆଗ ଅଂଶ ଭାଙ୍ଗିରୁଜି ଯାଇଥିବା ବେଳେ କାର୍ ଚାଳକ ଡାକ୍ତର୍ ସୁଜିତ୍ ସାମଲ ଗୁରୁତର ଆହତ ହୋଇ ରକ୍ତାକ୍ତ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ କଟକ ମେଡିକାଲରେ ନିଆଯାଇଥିଲା। ସେଠାରେ ସେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ଘଟଣା ଘଟିବା ପରେ ରାସ୍ତାରେ ବାଣ ଶୁଖାଯିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ରମାକାନ୍ତ ମଲିକ ଫେରାର୍ ହୋଇଯାଇଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି କିଛି ଜୀବନ୍ତ ବାଣ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି…