Category: ମୁଖ୍ୟ ଖବର

  • ୨୨ କୋଟି ୫୦ ହଜାର ଟଙ୍କାର ପ୍ରକଳ୍ପକୁ ଶୁଭଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

    ୨୨ କୋଟି ୫୦ ହଜାର ଟଙ୍କାର ପ୍ରକଳ୍ପକୁ ଶୁଭଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

    ଦିନକୁ ଦିନ ବଦଳୁଛି ଚନ୍ଦବାଲି ନିର୍ବାଚନ ମଣ୍ଡଳୀର ଚିତ୍ର। ରାଜ୍ୟ ସରକାରଙ୍କ ଅନୁଦାନରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ।୫ଟି ସଚିବ ଭି କେ ପଣ୍ଡିଆନଙ୍କ ଚନ୍ଦବାଲି ଗ୍ରସ୍ତ ସମୟରେ ଚନ୍ଦବାଲି ନିର୍ବାଚନ ମଣ୍ଡଳୀବାସୀ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଆହୁରି କିଛି ଦାବି ରଖିଥିଲେ ।ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଓଡ଼ିଶା ,ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଶୁଭ ଦେଇଛନ୍ତି । ଚନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪୫ଟି ପଞ୍ଚାୟତର ୬୯୮ଟି ପ୍ରକଳ୍ପ ପାଇଁ ୨୨କୋଟି ୫୦ ହଜାର ଟଙ୍କା ବ୍ୟୟବରାଦ ହୋଇଛି । ଚନ୍ଦବାଲିର ମା କାଳୀ ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ବ୍ୟାମକେଶ ରାୟ ,ଉପଜିଲ୍ଲାପାଳ ମନୋଜ ପାତ୍ର, ବିଡ଼ିଓ ଅସିତ ମହାନ୍ତି, ତହସିଲଦାର ସୁଶାନ୍ତ ସୁତାରଙ୍କ ସମେତ ବ୍ଲକର ସମସ୍ତ ସରକାରୀ କର୍ମଚାରୀ ,ସମାଜସେବୀ, ବିଭିନ୍ନ ପଞ୍ଚାୟତର ମହିଳା ମହାସଙ୍ଗର ସମ୍ପାଦିକା, ସଭାନେତ୍ରୀ, ଏମ ବି କେ , ସି ଆର ପି ପ୍ରମୁଖ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ଚନ୍ଦବାଲି ପ୍ରତି ରାଜ୍ୟ ସରକାରଙ୍କ ଏତେ ପରିମାଣର ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଚାନ୍ଦବାଲି ବାସୀ ।

  • ପୁଣି ଥରେ ଆଫଗାନିସ୍ତାନରେ ୬.୩ ତୀବ୍ର ଭୂମିକମ୍ପ

    ପୁଣି ଥରେ ଆଫଗାନିସ୍ତାନରେ ୬.୩ ତୀବ୍ର ଭୂମିକମ୍ପ

    ଆଫଗାନିସ୍ତାର ପଶ୍ଚିମ ପ୍ରାନ୍ତରେ ପୁଣି ଥରେ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ଜର୍ମାନ୍‌ ରିସର୍ଚ ସେଣ୍ଟର୍‌ ଫର୍‌ ଜିଓସାଇନ୍‌ସେସ୍‌’ (ଜିଏଫ୍‌ଜେଡ୍‌) କହିଛି। ‘ଜିଏଫ୍‌ଜେଡ୍‌’ ରିପ‌ୋର୍ଟ କରିଛି, ରିକ୍ଟର୍‌ ସ୍କେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୬.୩। ଏହାର ଉତ୍ପତ୍ତିସ୍ଥଳ ଥିଲା ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ। ଏହି ସଦ୍ୟ ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇଥିବା ସମ୍ବାଦ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ଉଲ୍ଲେଖଯୋଗ୍ୟ, ଗତ ଶନିବାର ଦିନ ଆଫଗାନିସ୍ତାନରେ ସଂଘଠିତ ଭୂମିକମ୍ପ ଯୋଗୁଁ କେତୋଟି ଗାଁ ନିଶ୍ଚିହ୍ନ ହୋଇଯିବା ସହିତ ଅନେକ ଘରଦ୍ବାରା ଭାଙ୍ଗିରୁଜି ପ୍ରାୟ ୨୦୦୦ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଥିଲେ। ମଙ୍ଗଳବାର ଦିନ ଆଫଗାନିସ୍ତାନ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ମୁଖପାତ୍ର ମୁଲ୍ଲା ସାଇକ୍‌ ସୁନିଶ୍ଚିତ କରି କହିଥିଲେ ଯେ, ଶନିବାର ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୪୦୦୦ ଅତିକ୍ରମ କରିଯାଇଛି। ଏଥିସହିତ ୨୦ଟି ଗ୍ରାମର ପ୍ରାୟ ୨୦୦୦ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ସୂଚନାଯୋଗ୍ୟ, ଭୂମିକମ୍ପଜନିତ ଉଦ୍ଧାର ଓ ପୁନର୍ନିମାଣ କାର୍ଯ୍ୟଲାଗି ଜାତିସଂଘର ମାନବୀୟ କାର୍ଯ୍ୟାଳୟ ୫ ନିୟୁତ ଡଲାର୍‌ ମୂଲ୍ୟର ସହାୟତା ଘୋଷଣା କରିଛି। ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନର ‘ଇମର୍ଜେନ୍‌ସି ରେସ୍‌ପନ୍‌ସ୍‌’ର ମୁଖ୍ୟ ମଧ୍ୟ କହିଛନ୍ତି, ତାପମାତ୍ରା ହ୍ରାସ ପାଉଥିବାରୁ ଡାକ୍ତରୀ ଓ ଖାଦ୍ୟ ସହାୟତା ସହିତ ଭୂକମ୍ପପୀଡ଼ିତମାନଙ୍କ ପାଇଁ ଆଶ୍ରୟ ଅତ୍ୟାବଶ୍ୟକ ହୋଇପଡ଼ିଛି।

  • କେବେ ଗଡିବ ଟ୍ରେନ, ସେପଟେ ଯାତ୍ରୀ ହନ୍ତସନ୍ତ

    କେବେ ଗଡିବ ଟ୍ରେନ, ସେପଟେ ଯାତ୍ରୀ ହନ୍ତସନ୍ତ

    ଦକ୍ଷିଣ-ପୂର୍ବ ରେଳବାଇର ବାଲେଶ୍ବରସ୍ଥିତ ନିଧିପଣ୍ଡାଠାରେ ବୁଧବାର ପ୍ରବଳ ବର୍ଷା ଯୋଗୁଁ ରେଳଧାରଣା ଧସି ଯାଇଥିଲା। ଦୀର୍ଘ ୩୦ ଘଣ୍ଟା ପରେ ରେଳ ବିଭାଗ ପକ୍ଷରୁ ଏହାର ମରାମତି କାର୍ଯ୍ୟ ଶେଷ କରାଯାଇ ରେଳ ଚଳାଚଳ ସ୍ବାଭାବିକ କରାଯାଇଥିଲେ ହେଁ ଗତ ୩ ଦିନ ହେଲା ଏହି ରୁଟ୍‌ରେ ଗୋଟିଏ ବି ଲୋକାଲ ପାସେଞ୍ଜର ଗଡ଼ୁନଥିବା ଜଣାପଡ଼ିଛି। ଫଳରେ ସାଧାରଣ ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।

    ସୂଚନା ଥାଉକି ପ୍ରତିଦିନ ବାଲେଶ୍ବର ​ଷ୍ଟେସନ ଦେଇ ବାଘାଯତୀନ ଏକ୍ସପ୍ରେସ୍‌ (ଅପ୍‌/ଡାଉନ) ଓ ଯାଜପୁର ଲୋକାଲ ଟ୍ରେନ୍‌(ଅପ୍‌/ଡାଉନ) ଡାଉନ୍‌ ଚଳାଚଳ କରିଥାଏ ଏବଂ ଜଳେଶ୍ବର-ପୁରୀ ପାସେଞ୍ଜର, ଖଡ଼ଗପୁର-ଖୋର୍ଦ୍ଧା ପାସେଞ୍ଜର, ଏବଂ ଖଡ଼ଗପୁର-ଭଦ୍ରକ ମେମୁ ଉଭୟ ଅପ୍‌ ଓ ଡାଉନ ରୁଟ୍‌ରେ ଚଳାଚଳ କରିଥାଏ। ହେଲେ ୩ ଦିନ ହେଲା ଏହି ଟ୍ରେନ୍‌ଗୁଡ଼ିକ କୌଣସି କାରଣରୁ ବାତିଲ କରାଯାଇଥିବା ବେଳେ ଯାତ୍ରୀମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ସାଧାରଣ ଯାତ୍ରୀ କମ୍‌ ଭଡ଼ାରେ ଏହି ଟ୍ରେନ୍‌ଗୁଡ଼ିକ ଉପରେ ନିର୍ଭର କରୁଥିବା ବେଳେ ରେଳ ବିଭାଗ ଅକା​ରଣେ ଲୋକାଲ ପାସେଞ୍ଜରଗୁଡ଼ିକୁ ବାତିଲ କରି କେବଳ ଏକ୍ସପ୍ରେସ୍‌ ଓ ମାଲବାହୀ ଟ୍ରେନ୍‌ ଗଡ଼ାଇବାକୁ ନେଇ ଅସନ୍ତୋଷ ଦେଖାଦେଇଛି।

    ଏନେଇ ବାଲେଶ୍ବର ଷ୍ଟେସନ ମ୍ୟାନେଜର ଏସ୍‌ ପ୍ରଧାନଙ୍କୁ ପଚାରିବାରୁ ଲୋକାଲ ପାସେଞ୍ଜର ଟ୍ରେନ୍‌ଗୁଡ଼ିକ ବାତିଲ କରାଯାଇଥିବା ଅଭିଯୋଗକୁ ସେ ସ୍ବୀକାର କରିଛନ୍ତି। ଏଥିସହ ସେ କହିଛନ୍ତି ଯାତ୍ରୀମାନଙ୍କ ଅସୁବିଧାକୁ ଦୂର କରିବା ପାଇଁ ମଧ୍ୟାହ୍ନ ୧୨ଟା ୪୫ରେ ଅପ୍‌ ରୁଟ୍‌ରେ ବାଲେଶ୍ବର ଆସୁଥିବା ଧଉଳି ଏକ୍ସପ୍ରେସ୍‌ ଏବଂ ପୂର୍ବାହ୍ନରେ ୧୧ଟାରେ ଡାଉନ୍‌ ରୁଟ୍‌ରେ ବାଲେଶ୍ବର ଦେଇ ଯାଉଥିବା ଇଷ୍ଟକୋଷ୍ଟ ଏକ୍ସପ୍ରେସ୍‌କୁ ପ୍ରତି ଷ୍ଟେସନ୍‌ରେ ରହିବାର ବ୍ୟବସ୍ଥା କରାଯାଇଛି। ତେବେ ଏନେଇ ମଧ୍ୟ ରେଳ ବିଭାଗ ପୂର୍ବରୁ କିଛି ସୂଚନା ଦେଇନାହିଁ କି ସକାଳେ ଯାତାୟତ କରୁଥିବା ଯାତ୍ରୀମାନେ ଏହି ସମୟରେ ଯାତାୟତ କଲେ କିଛି ସୁଫଳ ପାଇପାରୁନଥିବା ଅଭିଯୋଗ କରିଛନ୍ତି। ତେଣୁ ମନମୁଖି ଭାବେ ଚାଲିଥିବା ଟ୍ରେନ୍‌ ଚଳାଚଳ ସମସ୍ୟାକୁ ତୁରନ୍ତ ସମାଧାନ କରା ନଗଲେ ଜିଲ୍ଲାର ଜନସାଧାରଣ ତଥା ବିଭିନ୍ନ ସଂଗଠନ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

  • ‘ଆମ ଓଡିଶା ନଵୀନ ଓଡିଶା’ କାର୍ଯ୍ୟକ୍ରମ

    ‘ଆମ ଓଡିଶା ନଵୀନ ଓଡିଶା’ କାର୍ଯ୍ୟକ୍ରମ

    ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ଆମ ଓଡିଶା ନଵୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଓଡିଶାର ଦ୍ବିତୀୟ ଜିଲ୍ଲା ଭାବରେ ଭଦ୍ରକରେଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସହରର ଗାନ୍ଧୀ ପଡିଆରେ ଏନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲାରେ ଉନ୍ନତି ମୂଳକ କାର୍ଯ୍ୟକୁ ନେଇ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ। ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଭଦ୍ରକ ସଦର ବିଧାୟକ ସଞ୍ଜୀବ ମଲ୍ଲିକ, ଭଣ୍ଡାରିପୋଖରୀର ବିଧାୟକ ପ୍ରଫୁଲ୍ଲ ସାମଲ, ବାସୁଦେବପୁରରୁ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ଦିନରେ ଜିଲ୍ଲାର ସମସ୍ତ ପଞ୍ଚାୟତରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନର ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ଏପରିକି ବାବା ଆଖଣ୍ଡଳମଣୀ ମନ୍ଦିରର ଉନ୍ନତି ମୂଳକ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ୫ଟି ସଚିବ ନିଜ ବିବୃତିରେ କହିଥିଲେ। ତୁରନ୍ତ ପଞ୍ଚାୟତର ସମସ୍ତ ସମସ୍ୟା ଦୂର ହେବ ବୋଲି ମତ ଦେଇଥିଲେ।

    ଏହି କାର୍ଯ୍ୟକ୍ରମରେ ସମସ୍ତ ସମିତି ସଭ୍ୟ, ଜନ ପ୍ରତିନିଧି, ଵ୍ଲକର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଏତଦ ଵ୍ୟତୀତ ୩୦ଗୋଟିଏ ଓ୍ବାର୍ଡ ଓ ୩୬ ଗୋଟିଏ ପଞ୍ଚାୟତ ଵାସିନ୍ଦା ମାନେ ମଧ୍ୟ ଉପସ୍ଥିତ ଥିଲେ।

  • ୪୨୦ ସେବିକା ମାଲିକଙ୍କ ଆକାଣ୍ଟରୁ ଲୁଟିନେଲା ୧୩ ଲକ୍ଷ

    ୪୨୦ ସେବିକା ମାଲିକଙ୍କ ଆକାଣ୍ଟରୁ ଲୁଟିନେଲା ୧୩ ଲକ୍ଷ

    ଚାର୍-ଶୋ-ବିସ୍ ଗୃହ ସେବିକା। ଘରେ କାମ କରିବାକୁ ଆସି ମାଲିକଙ୍କ ଆକାଉଣ୍ଟରୁ ଉଭାନ କରିଦେଲା ୧୩ ଲକ୍ଷ ଟଙ୍କା । ଏଭଳି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରୁ ସାମ୍ନାକୁ ଆସିଛି। ଅଭିଯୋଗ ପାଇବା ପରେ ବାଣପୁର ପୋଲିସ ଉକ୍ତ ଚାର୍-ଶୋ-ବିସ୍ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଗ୍ରାମରେ ୭୦ ବର୍ଷିଆ ବୃଦ୍ଧ ଲକ୍ଷ୍ମୀ କାନ୍ତ ମହାପାତ୍ରଙ୍କ ଘରେ। ଖୋର୍ଦ୍ଧା ନାଚୁଣି ଅଞ୍ଚଳର ରେଖା ବେହେରା ନିଜକୁ ଜଣେ ଅସହାୟ ଗରିବ କହି ମହାପାତ୍ରଙ୍କ ଘରେ ରୋଷେୟା କାମ କରୁଥିଲେ। ୨ ମାସ କାର୍ଯ୍ୟ କରିବା ମଧ୍ୟରେ ଗୃହ ମାଲିକ ମହାପାତ୍ରଙ୍କ ଅଗୋଚରରେ ମୋବାଇଲ ଫୋନ ନେଇ ଅତି ଚତୁରତାର ସହିତ ତାଙ୍କର ବିଭିନ୍ନ ବ୍ୟାଙ୍କରେ ଗଛିତ ଥିବା ୧୩ ଲକ୍ଷ ଟଙ୍କା ଉଠାଇ ନେଇଥିଲା। ହଠାତ୍ ଦିନେ ମହାପାତ୍ର ଜାଣିବାକୁ ପାଇଥିଲେ କି ତାଙ୍କ ଆକାଣ୍ଟରେ କିଛି ବି ଟଙ୍କା ନାହିଁ। ଏହା ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ଅନ୍ୟପଟେ ଏହି ରୋଷେୟା ଓ ତାଙ୍କର କିଛି ସହଯୋଗୀ ତାଙ୍କୁ ଥାନାରେ ଅଭିଯୋଗ ନ କରିବା ପାଇଁ ଧମକ୍-ଚମକ୍ ଦେଇଥିଲେ ।

    ଏନେଇ ସେ ବାଣପୁର ଥାନାରେ ଅଭିଯୋଗ କରିବାରୁ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଓ ରେଖା ସ୍କାନରକୁ ଆସିଥିଲା। ତାକୁ ଜେରା କରିବା ସମୟରେ ସେ ନିଜ ଭୁଲ ମାନି ନେବା ସହ ଦୁଇ ମାସ ଭିତରେ ସବୁ ଟଙ୍କା ଫେରାଇବାକୁ ପ୍ରତିଶ୍ରୁତି ଦେଇଛି। ତେବେ ପୋଲିସ ଅଭିଯୁକ୍ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ଘଟଣାରେ ଆଉ କିଏ -କିଏ ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ଯୋରଦାର କରିଛି।

  • ଦେହ ବ୍ୟବସାୟର ଗରାଖ ସାଜିଛି ଖାକି ପୋଷାକ ଧାରୀ

    ଦେହ ବ୍ୟବସାୟର ଗରାଖ ସାଜିଛି ଖାକି ପୋଷାକ ଧାରୀ

    ଖାକି ପୋଷାକ ଧାରୀ ସାଜିଛି ଦେହବ୍ୟବସାୟୀର ଗରାଖ । କଥା ଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପଦ୍ମପୁର ଉପ କାରାଗାରରେ କାର୍ଯ୍ୟରତ ଜେଲ ୱାଡର ଦେହ ବ୍ୟବସାୟରେ ଲିପ୍ତ ଥିବା ପଦ୍ମପୁର ପୋଲିସ ସୂଚନା ଦେଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତିଭୂଷଣ ଭୋଇଙ୍କ ନେତୃତ୍ୱରେ ଏକ ଟିମ ପଦ୍ମପୁର କଲେଜ ରୋଡ ସ୍ଥିତ ରିଜେନସି ଲଜରେ ଚଢାଉ କରିଥିଲେ ।

    ଏହି ଚଢାଉରେ ଜଣେ ଦେହଜିବୀ ଓ ଜଣେ ଗରାଖ କୁ ଠାବ କରିଥିଲା ପୋଲିସ । ତଦନ୍ତରୁ ଜଣା ପଡିଛୀ କି ଗରାଖ ଜଣକ ପଦ୍ମପୁର ଉପକାରାଗାରାର ଜଣେ କର୍ମଚାରୀ । ପଦ୍ମପର ପୋଲିସ ଉକ୍ତ ମାମଲାରେ ଦେହଜିବୀ, ଗରାଖ ଓ ଲଜ ମ୍ୟାନେଜର କୁ ଗିରଫ କରିଥିବା ଉପଖଣ୍ଡ ପୋଲିସ ଅଧିକାରି ସୂଚନା ଦେଇଛନ୍ତି ।ଏବଂ ଉକ୍ତ ଅଞ୍ଚଳରେ ଯେତିକି ବଡ ବଡ ରେଷ୍ଟୁରେଣ୍ଟ,ହୋଟେଲ ଲଜ୍ ରହିଛି ସେ ଗୁଡିକ ମଧ୍ୟ ଯାଞ୍ଚ କରାଯିବା ନେଇ ସୂଚନା ଦେଇଛନ୍ତି।

  • ହେକ୍ଟର ହେକ୍ଟର ଚାଷ ଜମିରେ ଚକଡା ପୋକ, ଚିନ୍ତାରେ ଚାଷୀ

    ହେକ୍ଟର ହେକ୍ଟର ଚାଷ ଜମିରେ ଚକଡା ପୋକ, ଚିନ୍ତାରେ ଚାଷୀ

    କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକରେ ଦେଖା ଦେଇଛି ମାଟିଆଗୁଣ୍ଡି ବା ଚକଡା଼ ପୋକ। ଚଳିତ ଖରିଫ ଋତୁରେ ସ୍ଵାଭାବିକ ବର୍ଷା ଯୋଗୁଁ ଭଲ ଫସଲ ହୋଇଥିଲା । ହେଲେ ଧାନ ଅମଳ ବେଳକୁ ପୋକ ସବୁ ପରିଶ୍ରମ ନଷ୍ଟ କରିଦେଇଛି। ଏବେ ଚାଷୀ ମୁଣ୍ଡରେ ପଡିଛି ଚଡକ। କେନ୍ଦୁଝର ଜିଲ୍ଲା ଚମ୍ପୁଆ, ପାଟଣା, ସାହାରାପଡ଼ା, ଘଟଗାଁ ବ୍ଲକର ବିଭିନ୍ନ ପଂଚାୟତରେ ହେକ୍ଟର ହେକ୍ଟର ଜମିର ଧାନ ଫସଲରେ ମାଡିଯାଇଛି ଚକଡା ପୋକ। ଚାଷୀଙ୍କ ଧାନ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି । ସ୍ଵାଭାବିକ ବର୍ଷା ପାଇଁ ହସୁଥିଲା ଧାନ ବିଲ। ଚଳିତ ବର୍ଷ ଭଲ ଅମଳ କରି ପୂର୍ବ କ୍ଷତି ଭରଣା ହେବ ବୋଲି ଆଶାବନ୍ଧି ବସିଥିଲେ ଚାଷୀ। ହେଲେ ଚକଡା ପୋକ ସବୁ ଆଶାକୁ ମଉଳାଇ ଦେଇଛି। ପାଚିଲା ଧାନର ଭ୍ରମ ସୃଷ୍ଟି କରୁଥିବା ଧାନ କ୍ଷେତରେ ଖାଲି ଭରି ଯାଇଛି ଅଗାଡି। ଯାହାକୁ ନେଇ ଅବସାଦରେ ଗରିବ ଚାଷୀ ।

    ଧାନ ଗଛ ମୂଳରେ ଚକଡା଼ପୋକ ଲାଗି ଧାନ ଫସଲ ସବୁ ନଷ୍ଟ କରିଦେଉଛନ୍ତି । ଏନେଇ ଅଭିଯୋଗ ପାଇବା ପରେ କୃଷି ବିଭାଗର ଅଧିକାରୀମାନେ ବିଭିନ୍ନ ପଂଚାୟତକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ୧୬୧ ହେକ୍ଟର ଜମିରେ ଧାନ ଚାଷରେ ରୋଗ ପୋକ ଲାଗିଥିବା କୃଷି ବିଭାଗ ଜାଣିବାକୁ ପାଇଛି । ଚମ୍ପୁଆ କୃଷି ବିଭାଗ ଅଧିକାରୀ ପୋକ ଲାଗିଥିବା ଧାନ କ୍ଷେତକୁ ନିରୀକ୍ଷଣ କରିବା ପରେ ଧାନ ଫସଲରେ ମାଟିଆଗୁଣ୍ଡି ପୋକ ଲାଗିଥିବା ସୂଚନା ଦେଇଛନ୍ତି । ଏଥିସହ ଫସଲରେ ଔଷଧ ପ୍ରୟୋଗ କରିବାକୁ ଦେଉଛନ୍ତି ପରାମର୍ଶ।

    ଅଧିକାରୀ କହୁଛନ୍ତି ଔଷଧ ପକେଇଲେ ପୋକ ହେବନି। ହେଲେ ଚାଷୀ ସାର, ଔଷଧ ସବୁ ପ୍ରୟୋଗ କରିବା ପରେ ମଧ୍ୟ ପୋକ ଦାଉରୁ ଫସଲ ବର୍ତ୍ତି ପାରିନି। ରକ୍ଷା କରିପାରି ନାହାନ୍ତି ଚାଷକୁ। ମୁଣ୍ଡ ଝାଳ ତୁଣ୍ଡରେ ମାରି କଠିନ ପରିଶ୍ରମ ସାଙ୍ଗକୁ ମୁଲ ମଜୁରୀ ଦେଇ, ବିହନ, ସାର, ଔଷଧ ପାଇଁ ଯେଉଁ ଖର୍ଚ୍ଚ କରିଛି ତାକୁ କେମିତି ଭରଣା କରିବ ସେହି ଚିନ୍ତାରେ ଚାଷୀ ଆଖିରୁ ହଜିଗଲାଣି ନିଦ। ତେଣୁ ସରକାର କ୍ଷତିଗ୍ରସ୍ତ ଧାନ ଚାଷୀଙ୍କୁ ଉଚ୍ଚିତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି ।

  • ପୂର୍ବତନ ପୁଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ

    ପୂର୍ବତନ ପୁଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ

    ପୂର୍ବତନ ପୁଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ଏନେଇ ତାଙ୍କ ଭାଇ ତଥା ପୂର୍ବତନ ପୋଲିସ ଡିଜି ବିପିନ ବିହାରୀ ମିଶ୍ର ସୂଚନା ଦେଇଛନ୍ତି । ଶରତ ମିଶ୍ର ଡେଙ୍ଗୁରେ ଆକ୍ରାନ୍ତ ଥିଲେ। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶରତ ମିଶ୍ରଙ୍କ ମୃତ୍ୟୁ ହୋଇଛି ।

    ୧୯୫୯ ବ୍ୟାଚ୍‌ର ଅବସରପ୍ରାପ୍ତ IPS ଅଫିସର ଥିଲେ ଶରତ ମିଶ୍ର।ନିଜର ସାହିତ୍ୟକୃତି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଶରତ ମିଶ୍ର । ସେ ଜଣେ ମେଳାପି ଏବଂ ଅମାୟିକ ବ୍ୟକ୍ତି ଥିଲେ । ଦୀର୍ଘ ଦିନ ଧରି Raw ପାଇଁ କାମ କରିଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ପୋଲିସ କମିଶନରଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଶେଷ ଦର୍ଶନ କରିଛନ୍ତି

  • ‘ଡ୍ରିଙ୍କ ଫ୍ରମ ଟ୍ୟାପ’ର ଜଳ ଯେଉଁମାନଙ୍କର ଆକ୍ବାଗାର୍ଡ ରହିଛି ସେହିମାନେ ହିଁ ପିଇ ପାରୁଛନ୍ତି

    ‘ଡ୍ରିଙ୍କ ଫ୍ରମ ଟ୍ୟାପ’ର ଜଳ ଯେଉଁମାନଙ୍କର ଆକ୍ବାଗାର୍ଡ ରହିଛି ସେହିମାନେ ହିଁ ପିଇ ପାରୁଛନ୍ତି

    ଜଳ ହିଁ ଜୀବନ । ଏହାକୁ ହୃଦୟଜ୍ଞମ କରି ରାଜ୍ୟ ସରକାର ‘ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପର ଆରମ୍ଭ କରିଛନ୍ତି। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ, କୌଣସି ବ୍ୟକ୍ତି ପାନୀୟ ଜଳ ପାଇଁ ହନ୍ତସନ୍ତ ନ ହୁଅନ୍ତି। ସିଧାସଳଖ ଟ୍ୟାପ୍ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଇବାର ବ୍ୟବସ୍ଥା କରାଯାଇଛି। ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜର ଜିଲ୍ଲାର ରାଇରଙ୍ଗପୁର,ଚମ୍ପୁଆ, ବୀରମିତ୍ରପୁର, ରାଜଗାଙ୍ଗପୁର,ନିମାପଡ଼ା ୫ ଟି ପୌରାଞ୍ଚଳ ପାଇଁ ୨୪ ଘଣ୍ଟିଆ ‘ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାର ଲୋକାର୍ପିତ କରିଛନ୍ତି।

    ଏହି କାର୍ଯ୍ୟକ୍ରମ ପାଇଁ ମଧ୍ୟ ବହୁ ଅର୍ଥ ବ୍ୟୟ କରାଯାଇଛି। ତଥାପି ଲୋକେ ଶୁଦ୍ଧ ପାଣି ପାଇପାରୁନାହାନ୍ତି। ଟ୍ୟାପରୁ ବାହାରୁ ଥିବା ପାଣି ପାଉଡର ମିଶା ପରି ଦେଖିବାକୁ ମିଳୁଛି। ଏହାକୁ ପାଟିକୁ ନେବା ଲୋକଙ୍କ ପକ୍ଷରେ ଅସମ୍ଭବ ହୋଇପଡିଛି। କେବଳ ଯେଉଁମାନଙ୍କର ଆକ୍ବାଗାର୍ଡ ରହିଛି ସେହି ମାନେ ହିଁ ଏହି ଟ୍ୟାପ ପାଣି ପିଇ ପାରୁଛନ୍ତି ବୋଲି ଅଭିଯୋଗ କରାଯାଉଛି।

    ଅନ୍ୟପଟେ ଡ୍ରିଙ୍କ ଫ୍ରମ ଟ୍ୟାପ ଜଳଯୋଗାଣ କାର୍ଯ୍ୟକ୍ରମରେ ଅଧିକାରୀ ମାନେ ଦାବି କରିଥିଲେ କି ଲୋକଙ୍କୁ ବିଶୁଦ୍ଧ ଜଣ ଯୋଗାଣ କରାଯାଉଛି। ଏଥିସହ ଏହି ଯୋଜନାରେ କାର୍ଯ୍ୟ କରୁଥିବା ଜଳସାଥୀ କହିଥିଲେ କି ସେମାନେ ଘର ଘର ବୁଲି ଲୋକଙ୍କୁ ଜଳର ମହତ୍ବ ବୁଝାଇବା ସହ କିପରି ଅଜଥା ଜଳ ନଷ୍ଟ କରା ନ ଯାଏ ସେଥି ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଉଛୁ ବୋଲି କହିଛନ୍ତି।

    ତେବେ ଅନ୍ୟ ସବୁ ଯୋଜନା ପରି ଏହି ଯୋଜନା କେବଳ ଅର୍ଥ ହଡପ ପାଇଁ ମାଧ୍ୟମ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କାରଣ ଜଳସାଥି ବାଇଟ ଦେବା ବେଳେ ବଡ ବଡ କଥା କହୁଥିବା ବେଳେ କିନ୍ତୁ ସେମାନଙ୍କୁ କୌଣସି ଗ୍ରାମରେ ଦେଖିବାକୁ ପାଉ ନାହାନ୍ତି ଲୋକେ ବୋଲି ଅଭିଯୋଗ ହେଉଛି।

  • ପାର୍ବଣର ବାର୍ତ୍ତା ନେଇ ଧରା ପୃଷ୍ଠରେ କାଶତଣ୍ଡିର ପସରା

    ପାର୍ବଣର ବାର୍ତ୍ତା ନେଇ ଧରା ପୃଷ୍ଠରେ କାଶତଣ୍ଡିର ପସରା

    ଋତୁଚକ୍ର ପରିବର୍ତ୍ତନର ତାଳେ ତାଳେ ବଦଳିଯାଏ ପ୍ରକୃତିର ଚିତ୍ର । ଶରତର ଆଗମନରେ ପାର୍ବଣର ବାର୍ତ୍ତା ନେଇ ଧରା ପୃଷ୍ଠରେ ତାର ପସରା ମେଲିଥାଏ କାଶତଣ୍ଡି । ପ୍ରକୃତିର ଏଇ ଅମୁଲ୍ୟ ଉପହାର ଦେଖାଦିଏ ବିଲମାଳ , ରାସ୍ତାକଡ, ନଇପଠା ଓ ଖାଲୁଆ ଜମିରେ । ନୀଳ ଆକାଶର ତଳେ ହସୁଥାଏ ଶୁଭ୍ର ରେଶମା କାଶତଣ୍ଡି । ସତେ ଯେପରି ଧରଣୀ ରାଣୀ ଶୁଭ୍ର ବତ୍ସ ପରିଧାନ କରିଛନ୍ତି । ମାଆଙ୍କ ଆଗମନର ବାର୍ତ୍ତା ନେଇ କାଶତଣ୍ଡୀ ଧରାକୁ ସଜ୍ଜିତ କଲାଣି । ରାସ୍ତାକଡରୁ ଆରମ୍ଭ କରି ନଦୀ ପଠା ଯାଏଁ ସବୁଆଡେ ସୌନ୍ଦର୍ଯ୍ୟ ଭରିଯାଇଛି ।

    ଏହି କାଶତଣ୍ଡୀ ଫୁଲର ସୌନ୍ଦର୍ଯ୍ୟରେ ପଥିକ ଟିଏ ବିମୋହିତ ହୋଇ ଘଡିଏ ଅଟକି ଯାଏ । ସୃଷ୍ଟିକର୍ତ୍ତାଙ୍କ ଏହି ସୃଷ୍ଟି ରମଣୀୟ।କିମ୍ବଦନ୍ତୀ ଯାହା ବି ହଉନା ନା କାହିଁକି ନିଜର ସୁନ୍ଦର ରୂପ ରେ ସମସ୍ତ ଙ୍କୁ ବିମୋହିତ କରୁଥିବା ଏଇ ଘାସ ଫୁଲ ଟି ଯେବେ ଶୀତଳ ପବନର ଛୁଆଁ ରେ ଦୋଳାୟମାନ ହେଉଥାଏ ଏବଂ କବି ଏହି ଫୁଲକୁ ଦେଖି ବିଭୋର ହୋଇଯାଏ ସେତେବେଳେ ତା କଲମ ମୁନରୁ ଝରିପଡେ ସୁନ୍ଦର କବିତାରାଜି।

    ଦୋଳାୟିତ କାଶତଣ୍ଡି ଚାମର ସଦୃଶ ଦେଖାଯାଏ । ଏଇ ଚାମର ହଲାଇ ଆଦିଶକ୍ତିକୁ ସ୍ବାଗତ କରିଥାଏ । କାରଣ ମାଆକୁ ସ୍ବାଗତ ଜଣାଇବା ପାଇଁ ସେ ବରଦାନ ପାଇଛି । କାଶତଣ୍ଡି ଫୁଲର ସମ୍ଭାର ପ୍ରକୃତି ପ୍ରେମିକୁ ଆକୃଷ୍ଟ କରେ । ପକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳିର ସ୍ପର୍ଶ । ତାର ବାସନା ନାହିଁ ସତ ହେଲେ ତାର ଶୁଭ୍ରରୂପ ବଦଳାଇ ଦିଏ ତନୁମନ ସତରେ ବାଟୋଇଟିଏ ହଜିଯାଏ ଏହାର କମନୀୟ ସୁଷମା ଭିତରେ । ଏହା ସହିତ ସେଲଫି ନେବାକୁ ସେ ବ୍ୟାକୁଳ ହୋଇଉଠେ । କାଶତଣ୍ଡି ଖୁସି ବାଣ୍ଟି ବାଣ୍ଟି ପ୍ରକୃତି କୋଳରେ ଝାଉଁଳି ପଡେ ଏବଂ ଅପେକ୍ଷା କରିଥାଏ ଆଗାମୀ ଶରତକୁ ।