Category: ମୁଖ୍ୟ ଖବର

  • କୋକେଇ ସହିତ ଶ୍ମଶାନକୁ ଗଲା, ଓ ନିଜେ କାନ୍ଦି ଭୁଇଁରେ ଗଡିଗଲା

    କୋକେଇ ସହିତ ଶ୍ମଶାନକୁ ଗଲା, ଓ ନିଜେ କାନ୍ଦି ଭୁଇଁରେ ଗଡିଗଲା

    ଉତ୍ତର ପ୍ରଦେଶ ର ଅମରୋହା ରେ ଜଣେ ବୟସ୍କଙ୍କ ଅସୁସ୍ଥତା ହେତୁ ମୃତ୍ୟୁ ହୋଇଗଲା I ତା ପରେ ଯେତେବେଳେ ପରିବାର ଲୋକେ ଶବକୁ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତ ହେଉଥିଲେ,ଠିକ ସେତିକିବେଳେ ଗୋଟେ ମାଙ୍କଡ଼ ଆସି ସିଧା ଶବ ପାଖରେ ଯାଇ ବସି ପଡିଲା I ଏହି ସମୟରେ ମାଙ୍କଡ଼ର ଆଖିରୁ ଲୁହ ଗଡୁଥିଲା I ଲୋକଙ୍କ କାନ୍ଦୁଥିବା ଦେଖି ସେ ଭୁଇଁରେ ଗଡି ଯାଇଥିଲା I ଏହାପରେ ଶ୍ମସାନ ଯାଇ ଅନ୍ତିମ ସଂସ୍କାର ପରେ ଲୋକଙ୍କ ସହ ଫେରିଥିଲା I ଏହି ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି I

    ସୂଚନା ଅନୁଯାୟୀ,ଘଟଣାଟି ଅମରୋହା ର ଜୋୟା ନଗର ପଞ୍ଚାୟତର ଜାଟବ କଲୋନୀ ଖବର I ଏଠି ରହୁଥିବା ରାମ କୁଅଁର ସିଂହ ଗୋଟେ ମାଙ୍କଡ଼କୁ ରୁଟି ଖାଇବାକୁ ଦେଉଥିଲେ, ପ୍ରାୟତଃ ମାଙ୍କଡଟି ତାଙ୍କ ପାଖରେ ଆସି ବସିଯାଏ ଏବଂ ଖେଳିଥାଏ I ଏମିତି କିଛିଦିନ ଚାଲୁଥିବାବେଳେ ହଠାତ ରାମ କୁଅଁର ସିଂହଙ୍କ ନିଧନ ହୋଇଗଲା I

  • ମହିଳାଙ୍କୁ କୁମ୍ଭୀର ମୁହଁରୁ ଟାଣି ଆଣିଲେ ଦୁଇ ଯୁବକ

    ମହିଳାଙ୍କୁ କୁମ୍ଭୀର ମୁହଁରୁ ଟାଣି ଆଣିଲେ ଦୁଇ ଯୁବକ

    ବିରାଟକାୟ କୁମ୍ଭୀର ମୁଁହରୁ ଅଳ୍ପକେ ବର୍ତିଲେ ମହିଳା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବାଙ୍ଗରା ପଞ୍ଚାୟତ ଅନ୍ତର୍ଗତ କୃପାସିନ୍ଧୁ ହାଇସ୍କୁଲ ନିକଟ ଖରସ୍ରୋତା ନଦୀରେ । ସୂଚନା ମୁତାବକ, ଗତକାଲି କିଛି ମହିଳା ନଦୀକୁ ଗାଧୋଇବାକୁ ଆସିଥିବା ବେଳେ ହଠାତ ପଛପଟୁ ଏକ ବିରାଟକାୟ କୁମ୍ଭୀର ଆକ୍ରମଣ କରିଥିଲା । ଆଉ ମହିଳା ଜଣଙ୍କ ଚିତ୍କାର କରିବା ପରେ ଦୁଇ ଯୁବକ ତାଙ୍କୁ ଉପରକୁ ଘୋସାଡି ଆଣିଥିଲେ । ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ମହିଳା ଜଣକ ।

    ଏଭଳି ଘଟଣା ହେବା ଫଳରେ ନଦୀ କୂଳିଆ ଲୋକେ ଭୟବିତ ହୋଇପଡିଛନ୍ତି । ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ବନବିଭାଗକୁ ବାରମ୍ବାର ଅଭିଯୋଗ କଲେ ସୁଧା ଏଯାଏଁ କୌଣସି ସୁଫଳ ମିଳିପାରି ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କୁମ୍ଭୀର କବଳରୁ ରକ୍ଷା ପାଇବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ନଦୀ କୁଳିଆ ଲୋକେ ।

  • ଆବାସ ଘର ପାଇବାରୁ ବଂଚିତ ୭ ଜଣ ଭିନ୍ନକ୍ଷମଙ୍କୁ ନେଇ ଶ୍ରୀମତିଙ୍କ ପରିବାର

    ଆବାସ ଘର ପାଇବାରୁ ବଂଚିତ ୭ ଜଣ ଭିନ୍ନକ୍ଷମଙ୍କୁ ନେଇ ଶ୍ରୀମତିଙ୍କ ପରିବାର

    ସରକାରଙ୍କ ମାଲମାଲ ଯୋଜନାକୁ ନେଇ ଲୋକଙ୍କ ଭିତରେ ଦ୍ବନ୍ଦ୍ବ। ବାସ୍ତବରେ ସରକାରୀ ଯୋଜନା କାହା ପାଇଁ? ସତରେ କଣ ଅସହାୟ ଗରିବଙ୍କ ପାଇଁ? ଯଦି ହଁ ତେବେ ଥରେ ଏହି ଭିଜୁଆଲ ଆଡେ ନଜର ପକାନ୍ତୁ। ମାଟି ଛପର ଘର। ହେଲେ ଛପର ହୋଇ ନ ପାରି ଘର ପଡିରହିଛି। ଏପଟେ କାନ୍ଥ ଫାଟି ଆଁ କରିଛି। ଆଉ ଏହି ଭଙ୍ଗା ଘରେ ରହୁଛନ୍ତି ୧୦ ପ୍ରାଣୀ କୁଟୁମ୍ବ। ଭାବୁଥିବେ ଏତେ ସଦସ୍ୟଙ୍କ ଏହି ପରିବାର, ଅଥଚ ଘର ମରାମତି କି ଛପର କରି ପାରୁନାହାନ୍ତି? ସବୁ ବସି ଖାଉଛନ୍ତି ବୋଧେ। କିନ୍ତୁ ନାହିଁ ଆଜ୍ଞା, ପରିବାରରେ ୧୦ ଜଣ ସଦସ୍ୟ ଥିଲେ ମଧ୍ୟ ସେମାନଙ୍କ ଭିତରୁ ପୁଅ, ବୋହୂ ଓ ସେମାନଙ୍କ କୁନି ପିଲାଟିକୁ ଛାଡିଦେଲେ ବୁଢୀ ମା ଶ୍ରୀମତି ଓ ତାଙ୍କ ୬ ଝିଅ ଆଜନ୍ମ ଅନ୍ଧୁଣୀ। ନିଜ କାମ କରିବା ସେମାନଙ୍କ ପାଇଁ କାଠିଗର ପାଠ। ଏମିତିରେ ଘର ଲିପା ପୋଛା କରିବା ବା ଫଟା କାନ୍ଥରେ ମାଟି ଲେସିବା କଣ ସେମାନଙ୍କ ପାଇଁ ସହଜ? ବୋହୂ ଛୋଟ ଛୁଆ ଓ ଘର ପାଇଟିରେ ବ୍ୟସ୍ତ, ପୁଅ ମୁଲ ମଜୁରୀ ଲାଗି ଯାହା ରୋଜଗାର କରେ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। କିନ୍ତୁ ଏହି ପରିବାରକୁ ମିଳୁନି ଆବାସ ଯୋଜନାରେ ଘରଟିଏ। ଆମେ କହୁଛୁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଜମ୍ଭିରା ଗ୍ରାମର ୧୦ ନଂ ୱାର୍ଡର ଶ୍ରୀମତି ସେଠିଙ୍କ କଥା। ନାନା ଅଭାବ ଅସୁବିଧା ଭିତରେ କଟୁଛି ଶ୍ରୀମତିଙ୍କ ଦିନ। ସରକାରଙ୍କ ପକ୍ଷରୁ ତାଙ୍କୁ ମିଳୁଛି ଭିନ୍ନକ୍ଷମ ଭତ୍ତା ସାଙ୍ଗକୁ ଟଙ୍କିକିଆ ଚାଉଳ। ହେଲେ ତିଅଣ ପାଇଁ ପନିପରିବା, ତେଲ, ଲୁଣ ପରି ସାମଗ୍ରୀ ବି ତ ଆବଶ୍ୟକ ପଡୁଛି। ପୁଅର ମଜୁରୀ ଏସବୁ ପୂରଣ କରିବାରେ ନିଅଣ୍ଟ। ତା ପରେ କୋଉଠୁ ଆସିବ ଅର୍ଥ ଘର ଛପର ପାଇଁ? ଘର ମରାମତି ବି ସମ୍ଭବ ହେଉନି ସମୟ ଅଭାବରୁ। ତେଣୁ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଚାହିଁ ବସିଛନ୍ତି ଶ୍ରୀମତି।

    ଅନ୍ୟପଟେ କାନ୍ଥ ବାଡ ଫାଟି ଆଁ କରିଥିବାରୁ ସାପ, ବେଙ୍ଗ ଘରେ ପଶୁଛନ୍ତି। ଏମିତି ବିପଦପୂର୍ଣ୍ଣ ଘରେ ଜୀବନ କାଟୁଛନ୍ତି ୭ ଜଣ ଦୃଷ୍ଟି ବାଧିତ। ଏହି ଭିନ୍ନକ୍ଷମ ଗରିବ ପରିବାର ପ୍ରତି ଧ୍ୟାନ ଦେଇ ସରକାର ତୁରନ୍ତ ଆବାସ ଯୋଜନାରେ ଘର ଟିଏ ଯୋଗାଇ ଦେବାକୁ ଦାବି କରୁଛନ୍ତି ଗ୍ରାମବାସୀ।

    ଦୀର୍ଘ ଦିନରୁ ଆବାସ ପାଇଁ ପଂଚାୟତ ଠୁ ଆରମ୍ଭ କରି ବିଡ଼ିଓ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନୟାନ୍ତ ହେଲେଣି, ହେଲେ କେହି ଶୁଣୁ ନାହାନ୍ତି ଶ୍ରୀମତିଙ୍କ ଗୁହାରି ବୋଲି ଅଭିଯୋଗ ହେଉଛି। ଏ ସମ୍ପର୍କରେ ଆମ ପ୍ରତିନିଧି ହାଟଡିହି ବିଡ଼ିଓଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଆଶା କରୁଛି ଖବର ପ୍ରସାରଣ ପରେ ପ୍ରଶାସନ ଏହି ପରିବାର ସମ୍ପର୍କରେ ଜାଣିବାକୁ ପାଇବ ଓ ସେମାନଙ୍କୁ ଏକ କୋଠା ଘର ଯୋଗାଇ ଦିଆଯିବ।

  • ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଜେଡ (Z) ବର୍ଗର ସୁରକ୍ଷା

    ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଜେଡ (Z) ବର୍ଗର ସୁରକ୍ଷା

    ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଏଣିକି ତାଙ୍କୁ ‘ଜେଡ୍‌’ ବର୍ଗର ସୁରକ୍ଷା ଯୋଗାଇ ଦିଆଯିବ। ଏହାପୂର୍ବରୁ ୬୮ ବର୍ଷିୟ ଜୟଶଙ୍କରଙ୍କୁ ୱାଇ ବର୍ଗର ସୁରକ୍ଷା କର୍ଡନରେ ଦିଲ୍ଲୀ ପୁଲିସର ଏକ ସଶସ୍ତ୍ର ଦଳ ସୁରକ୍ଷା ଦେଉଥିଲେ। ଖବର ଅନୁଯାୟୀ, କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ(ସିଆରପିଏଫ)କୁ ବୈଦେଶିକ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବ ବହନ କରିବାକୁ କହିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀ ପୁଲିସ ଏହି ଦାୟିତ୍ୱ ତୁଲାଉଥିଲେ।

  • ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ

    ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ

    ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ । ପ୍ରଥମ ବ୍ୟାଚରେ ଆଜି ସକାଳୁ ୨୧୨ ଭାରତୀୟ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ଉପସ୍ଥିତ ରହି କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଇସ୍ରାଏଲ୍‌ରୁ ଆସିଥିବା ଭାରତୀୟମାନଙ୍କୁ ସ୍ବାଗତ ଜଣାଇଥିଲେ। ଗୁରୁବାର ସନ୍ଧ୍ୟା ବେଳେ ତେଲ୍‌ ଆଭିଭ୍‌ସ୍ଥିତ ବେନ୍‌ ଗୁରିଅନ୍‌ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିବା ଏହି ବିମାନରେ ୨୧୧ଜଣ ପ୍ରାପ୍ତ ବୟସ୍କ ଭାରତୀୟ ଓ ଗୋଟିଏ କଅଁଳାପିଲା ଥିଲେ। ଇସ୍ରାଏଲ୍‌ରୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ନାଗରିକମାନଙ୍କ ମଧ୍ୟରୁ ଜଣେ ଏଥିପାଇଁ ଭାରତ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରି କହିଛନ୍ତି, ପ୍ରଥମ ଥର ପାଇଁ ଆମେ ସେଠାରେ ଏଭଳି ଅବସ୍ଥାରେ ପଡ଼ିଲୁ। ଆମକୁ ଫେରାଇ ଆଣିଥିବାରୁ ଆମେ ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଥିେ। ଯଥାଶୀଘ୍ର ସେଠାକାର ପରିସ୍ଥିତି ଶାନ୍ତ ହେଲେ ଆମେ ପୁଣି ଯାଇ କାମରେ ଯୋଗ ଦେବୁ ବୋଲି ଆଶା କରୁଛୁ।

  • ହସ୍ପିଟାଲ ଭିତରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଡାକ୍ତର ଓ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ

    ହସ୍ପିଟାଲ ଭିତରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଡାକ୍ତର ଓ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ

    ହସ୍ପିଟାଲରେ ପଶିଲେ ଆଉ ନିର୍ଦ୍ଧୁମ ଛେଚିଲେ। କେହି କିଛି ବୁଝିବା ଆଗରୁ ଡାକ୍ତରଙ୍କଠୁ ଆରମ୍ଭ କରି କର୍ମଚାରୀ କାହାରିକୁ ଛାଡିଲେ ନାହିଁ। ଗୋଡାଇ ଗୋଡାଇ ସମସ୍ତଙ୍କୁ ପିଟିଲେ । ଏହାକୁ ନେଇ ମେଡିକାଲରେ ଏକ ପ୍ରକାରର ଆତଙ୍କରାଜ୍ ଖେଳିଯାଇଥିଲା, ଯାହା ସିସିଟିଭିରେ କଏଦ ହୋଇଛି । ଆଉ ଏଭଳି ଘଟଣା ଖୋଦ ରାଜଧାନୀ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଘଟିଛି । ଅନେକ ସମୟରେ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ସାମ୍ନାକୁ ଆସିଥାଏ । କେଉଁଠି ଡାକ୍ତରଙ୍କ ଅବହେଳା ପାଇଁ ରୋଗୀର ମୃତ୍ୟୁ ଘଟେ ତ ଆଉ କେତେବେଳେ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଅନେକ ରୋଗୀଙ୍କ ଜୀବନକୁ ଦୁର୍ବିସହ କରିଦେଉଥିବା ଅଭିଯୋଗ ହୋଇଆସୁଛି । ସମାନ କିଛି ଅଭିଯୋଗ ଆଣି ରୋଗୀଙ୍କ ସମ୍ପର୍କୀୟ ଏଭଳି ଆତଙ୍କ ରାଜ୍ ଖେଳାଇଥିବା ଜଣାପଡିଛି । ଥରେ ଭଲ କରି ଦେଖନ୍ତୁ ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟକୁ । କିଛି ଦୁର୍ବୃତ୍ତ ବିନା କାରଣରେ ରାଜଧାନୀରେ ଥିବା ଏକ ଘରୋଇ ହସ୍ପିଟାଲ ଭିତରକୁ ପଶି ଆସୁଛନ୍ତି । ଆଉ ରୋଗୀଙ୍କୁ ଟ୍ରିଟମେଣ୍ଟ କରୁଥିବା ଡ଼ାକ୍ତର , ନର୍ସ ଆଉ ଅନ୍ୟ ଷ୍ଟାଫଙ୍କୁ ନିର୍ଦ୍ଧୁମ ମାଡ଼ ମାରୁଛନ୍ତି । ଏନେଇ ବଡଗଡ ଥାନାରେ ହସ୍ପିଟାଲ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି । ସୂଚନାମୁତାବକ, ଆକ୍ରମଣ କରିଥିବା ଯୁବକମାନଙ୍କର ଜଣେ ସମ୍ପର୍କୀୟ ସେହି ହସ୍ପିଟାଲରେ ଚିକିତ୍ସା ପାଇଁ ଆସିଥିଲେ । ହେଲେ ରୋଗୀର ସ୍ୱାସ୍ଥ୍ୟବସ୍ଥାରେ ଅନେକ ସମସ୍ୟା ରହିଥିଲା । ତେଣୁ ଉତ୍ତମ ଚିକିତ୍ସା ପାଇଁ ଅନ୍ୟ ହସ୍ପିଟାଲକୁ ନେବାପାଇଁ କହିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ହେଲେ କିଛି ନ , ନ ବୁଝି ଏଠାରେ ଚିକିତ୍ସା କରାଯାଉ ବୋଲି ଜିଦ୍ ଧରିଥିଲେ ପରିବାର ଲୋକେ । ପରେ ବହୁ ବୁଝେଇବା ଫଳରେ, ରୋଗୀଙ୍କ ସଂପର୍କୀୟ ମାନେ ଭୁବନେଶ୍ଵରର ଏକ ବଡ଼ ହସ୍ପିଟାଲକୁ ରୋଗୀକୁ ନେଇଥିଲେ । ହେଲେ ସେଠାରେ ରୋଗୀର ମୃତୁ ହୋଇଥିଲା। ଏହା ପରେ ରୋଗୀଙ୍କ ସମ୍ପର୍କୀୟ ମାନେ ଶ୍ରୀ ହସ୍ପିଟାଲକୁ ଆସି ଏମିତି ଉନ୍ମତକାଣ୍ଡ ଘଟାଇଥିଲେ । ସେମାନଙ୍କ ଆକ୍ରମଣରେ ଡ୍ୟୁଟିରେ ଥିବା ଜଣେ ଡ଼ାକ୍ତର ଗୁରୁତର ହୋଇଛନ୍ତି । ବଡ଼ଗଡ଼ ଥାନା ପକ୍ଷରୁ ତଦନ୍ତ କରାଯାଇ ୨ ଜଣଙ୍କୁ ଗିରଫ କରାଯାଇଛି ।

  • ନର୍ଥ ଇଷ୍ଟ୍‌ ଏକ୍ସପ୍ରେସ୍‌ ଲାଇନଚ୍ୟୁତ: ୪ ମୃତ, ଶତାଧିକ ଆହତ

    ନର୍ଥ ଇଷ୍ଟ୍‌ ଏକ୍ସପ୍ରେସ୍‌ ଲାଇନଚ୍ୟୁତ: ୪ ମୃତ, ଶତାଧିକ ଆହତ

    ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି ନର୍ଥ ଇଷ୍ଟ ଟ୍ରେନ। ବିହାରର ବକ୍ସର ରଘୁନାଥପୁର ଷ୍ଟେସନ ନିକଟରେ ନର୍ଥ ଇଷ୍ଟ ଟ୍ରେନର ସମସ୍ତ ବଗି ଲାଇନଚ୍ୟୁତ ହୋଇଯାଇଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଶତାଧିକ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ବଗି ଗୁଡିକ ସମ୍ପୂର୍ଣ୍ଣ ଭାବେ ଓଲଟି ରାସ୍ତା ଉପରେ ପଡିଛି। ୨୩ଟି କୋଚ ଥିବା ୧୨,୫୦୬ ନର୍ଥ ଇଷ୍ଟ ଏକ୍ସପ୍ରେସ ଗୁଆହାଟୀରୁ ପାଖାପାଖି ୬ କିମି ଦୂର କାମକ୍ଷା ଅଭିମୁଖେ ଯାଉଥିବା ବେଳେ ହଠାତ୍ ଲାଇନ୍ଚୁ୍ୟତ ହୋଇ ଏଭଳି ମର୍ମନ୍ତୁତ ଦୁର୍ଘଟଣା ଘଟିଥିଲା ।

  • ଫୁଲ ଗଛ ପାଇଁ ନାବାଳିକାକୁ ହତ୍ୟା

    ଫୁଲ ଗଛ ପାଇଁ ନାବାଳିକାକୁ ହତ୍ୟା

    ଫୁଲ ଗଛ ପାଇଁ ନାବାଳିକାକୁ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଉଦଳା ଥାନା ଭାଲୁହୁରୁଡ଼ା ଗାଁରେ । ଗାଁର ସୀତା ହାଁସଦା ନିଜର ୧୨ ବର୍ଷର ଝିଅ ସରସ୍ବତୀ ହାଁସଦାକୁ ପଡୋଶୀଙ୍କ ଘରେ ଛାଡି ଭୁବନେଶ୍ୱର ଯାଇଥିଲେ । ଭୁବନେଶ୍ୱରରେ ନାବାଳିକା ଜଣକ ପାଠ ପଢ଼ୁଥିବା ବେଳେ ତାହାର ସାର୍ଟିଫିକେଟ ଆଣି ଉଦଳାରେ ପଢ଼ାଇବେ ବୋଲି ଝିଅକୁ ପଡୋଶୀଙ୍କ ଘରେ ଛାଡି ଯାଇଥିଲେ । ହେଲେ ଗତକାଲି ମଧ୍ୟାହ୍ନରେ ତାଙ୍କ ଝିଅ ବାଡିରୁ ଗେଣ୍ଡୁ ଗଛ ଚୋରି କରିଥିବା କଥା ସୀତାଙ୍କୁ ଫୋନ କରି କହିଥିଲେ ତାଙ୍କ ପଡୋଶୀ । କିନ୍ତୁ ରାତିରେ ଆସି ସୀତା ଏବଂ ତାଙ୍କ ସ୍ୱାମୀ ଘରେ ପହଂଚିବାରୁ ଘର ଦ୍ୱାର ମୁହଁ ନିକଟରେ ୧୨ ବର୍ଷର ଝିଅ ସରସ୍ବତୀର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ସରସ୍ବତୀ ବେକରେ ଏକ ଓଢଣୀ ଲଗାଇ ଝୁଲିଥିବା ବେଳେ ତାର ଶରୀରରେ ମାଡ଼ ଚିହ୍ନ ରହିଛି । ଗେଣ୍ଡୁ ଗଛ ଚୋରି କରିବାରୁ ପଡୋଶୀ ତାଙ୍କ ଝିଅ ସରସ୍ବତୀକୁ ନିର୍ଘାତ ମାଡ଼ ମାରି ହତ୍ୟା କରିବା ପରେ ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ମା । ଏ ନେଇ ଉଦଳା ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

  • ଆଜିଠୁ ଗଡ଼ିବ ‘ଲକ୍ଷ୍ମୀ’ ବସ୍‌

    ଆଜିଠୁ ଗଡ଼ିବ ‘ଲକ୍ଷ୍ମୀ’ ବସ୍‌

    ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଅଧିକ ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଏକ ଐତିହାସିକ ପଦକ୍ଷେପ, ଗୁରୁବାର ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ବଣ୍ଡାଘାଟିରୁ (ଲୋକେସନ୍‌‌ ଏକ୍ସସିବୁଲ ମଲ୍ଟିମୋଡାଲ ଇନିସେଟିଭ୍‌‌) LAccMI ‘ଲକ୍ଷ୍ମୀ’ ଯୋଜନାରେ ବସ୍‌‌ ଚଳାଚଳ ସେବାର ଶୁଭାରମ୍ଭ କରିବେ। ଏହି ବସ୍‌‌ଗୁଡ଼ିକ ପଞ୍ଚାୟତରୁ ବ୍ଲକ ଓ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଗମନାଗମନ କରିବାର ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ସକାଳ ପ୍ରାୟ ୧୧ଟାରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର୍‌ ଯୋଗେ ଜିଲ୍ଲା ସଦର ଷ୍ଟାଡିୟମ୍‌ ନିକଟ ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚିବେ। ପରେ ସେଠାରେ ଆୟୋଜିତ ହେବାକୁ ଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପତାକା ଦେଖାଇ ବସ୍‌ ସେବାକୁ ଶୁଭାରମ୍ଭ କରିବେ। ଏହାସହ ବସ୍‌ଯୋଗେ ଏମ୍‌ଭି ୩କୁ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

    ଏହି ଯୋଜନାର ଶୁଭାରମ୍ଭ ହେଲେ ଅନେକ ଗାଁ ଓ ପଞ୍ଚାୟତକୁ ଜିଲ୍ଲା ସଦର ମହକୁମାରୁ ସିଧାସଳଖ ଉନ୍ନତମାନର ବସ୍‌ ସେବା ମିଳି ପାରିବ। ଯେଉଁ ଗ୍ରାମଗୁଡ଼ିକୁ ବ୍ଲକ୍‌ ସଦରରୁ ବସ୍‌ ସେବା ନଥିଲା, ସେହି ଗ୍ରାମଗୁଡ଼ିକୁ ଲୋକେ ଅତି ଆରାମରେ ଯାତାୟତ କରି ପାରିବେ। ଅନେକ ଗ୍ରାମରେ ବସ ସେବା ନଥିବା ବେଳେ ଲୋକେ ଅନେକ ଦୂର ଚାଲି ଚାଲି କିମ୍ବା ଅନ୍ୟ ଗାଡିରେ ଅଧିକ ଭଡ଼ା ଦେଇ ଆସିବାକୁ ପଡ଼ୁଥିଲା। ସେହି ଗ୍ରାମବାସୀଙ୍କ ପାଇଁ ବର୍ତ୍ତମାନ ବ୍ଲକ ସଦରର ଦୂରତା କମିବା ସହ ସ୍ୱଳ୍ପ ଭଡ଼ାରେ ଉତ୍ତମ ସରକାରୀ ବସ୍‌ ସେବାର ସୁଯୋଗ ମିଳିବ।

    ଏହି ଯୋଜନା ପାଇଁ ବଜେଟ୍‌‌ରେ ସରକାର ୩ ହଜାର ୧୭୮ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ସେହିଭଳି ଗତ ମାସ ୧୫ ତାରିଖରେ ରାଜ୍ୟ କ୍ୟାବିନେଟ୍‌‌ ବୈଠକରେ ଲକ୍ଷ୍ମୀ ଯୋଜନା ପାଇଁ ୩ ହଜାର ୧୭୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳର ୬ଟି ଜିଲ୍ଲା ମାଲକାନଗିରି, ନବରଙ୍ଗପୁର,କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳରେ ବସ୍‌‌ ଚଳାଚଳ କରିବ। ଏହି ବସ୍‌ ଯୋଜନାରେ ଛୋଟ ପିଲାଠାରୁ ଆରମ୍ଭ କରି ଚାଷୀ, ବ୍ୟବସାୟୀ, ମିଶନ୍ ଶକ୍ତି ମା’ମାନେ ଉପକୃତ ହେବେ। ସ୍କୁଲ କଲେଜର ପିଲାମାନେ ସେମାନଙ୍କ ଶିକ୍ଷାନୁଷ୍ଠାନକୁ ଯାଇପାରିବେ। ଚାଷୀ ତାର ଉତ୍ପାଦିତ ଦ୍ରଦ୍ୟକୁ ନେଇ ବଜାରରେ ବିକ୍ରିବଟା କରିପାରିବ। ବ୍ୟବସାୟୀମାନେ ସୁରୁଖୁରୁରେ ବ୍ୟବସାୟ କରିପାରିବେ। ରୋଗୀମାନେ ଡାକ୍ତରଖାନାରେ ସୁବିଧାରେ ପହଞ୍ଚିପାରିବେ।

  • ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ

    ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ

    ରକ୍ତମୁଖା ପାଲଟିଛି ଇସ୍ରାଏଲ। ଗାଜାକୁ ଚାରିପଟୁ ଘେରି ନିଆଁ, ପାଣି,ଖାଦ୍ୟ ସାମଗ୍ରୀ ଓ ଯୋଗା​ଯୋଗ ବ୍ୟବସ୍ଥାକୁ ବନ୍ଦ କରି ଦେଇଛି। ଆକାଶ ମାର୍ଗରୁ ଗାଜା ଉପରକୁ ଘନଘନ ବୋମା ବର୍ଷଣ କରିବାରେ ଲାଗିଛି। ୨୪ ଘଣ୍ଟା ବୋମା ବର୍ଷା ଫଳରେ ଗାଜାର ସୁ ଉଚ୍ଚ ଅଟ୍ଟାଳିକା ମାଟିରେ ମିଶୁଥିବା ବେଳେ ଅନେକ ଲୋକ ମୃତାହତ ହୋଇଛନ୍ତି। ଇସ୍ରା‌ଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଙ୍ଗଳବାର କହିଛନ୍ତି, ‘ଇସ୍ରାଏଲ ଯୁଦ୍ଧ ଆରମ୍ଭ କରିନଥିଲା, କିନ୍ତୁ ଇସ୍ରାଏଲ ଯୁଦ୍ଧ ଶେଷ କରିବ’। ନେତାନ୍ୟାହୁ କହିଛନ୍ତି, ଇସ୍ରାଏଲ ଉପରେ ଆକ୍ରମଣ କରି ହମାସ ଏକ ମସ୍ତବଡ଼ ଭୁଲ୍‌ କରିଛି ବୋଲି ବୁଝିପାରିବ। ହମାସକୁ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିବ।

    ଇସଲାମିକ ଆତଙ୍କବାଦୀ ସଂଗଠନ ‘ହମାସ’ ଅଧୀନରେ ଥିବା ଗାଜାର ଏକ ଅଞ୍ଚଳକୁ ଇସ୍ରାଏଲ ପୁନର୍ବାର ନିଜ ଦଖଲକୁ ନେଇଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗାଲାଣ୍ଟ କହିଛନ୍ତି ଯେ ହମାସର ଅତର୍କିତ ଆକ୍ରମଣ ପରେ ଏହା ବିରୋଧରେ ଯୁଦ୍ଧ ଆରମ୍ଭ ହୋଇଛି। ଯୁଦ୍ଧରେ ହମାସ ଅଧୀନରେ ଥିବା ଗାଜାକୁ ସମ୍ପୂର୍ଣ୍ଣ ରୂପେ ନିଜ ଦଖଲକୁ ନେବା ଲାଗି ଇସ୍ରାଏଲ ଯୋଜନା କରିଛି। ଗାଲାଣ୍ଟ କହିଛନ୍ତି ଯେ ଗାଜାକୁ ସମ୍ପୂର୍ଣ୍ଣ ଦଖଲ ନିମନ୍ତେ ନିର୍ଦେଶ ଦିଆଯାଇଛି। ଶନିବାରଠାରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ହମାସର ପ୍ରାୟ ୫୬୦ ଆତଙ୍କବାଦୀ ପ୍ରାଣ ହରାଇଲେଣି। ସେହିପରି ହମାସ ଆତଙ୍କବାଦୀଙ୍କ ଆକ୍ରମଣରେ ଇସ୍ରାଏଲର ୯୦୦ ସାଧାରଣ ନାଗରିକ ପ୍ରାଣ ହରାଇଲେଣି।

    ନେତାନ୍ୟାହୁ କହିଛନ୍ତି, ହମାସ ଅତି ବର୍ବର ଆକ୍ରମଣ କରିଛି। ସେମାନେ ପରିବାର ସଦସ୍ୟଙ୍କୁ ସେମାନଙ୍କ ଘରେ ପଶି ହତ୍ୟା କରିଛନ୍ତି। ଶତାଧିକ ଯୁବକଯୁବତୀଙ୍କୁ ଉତ୍ସବରେ ହତ୍ୟା କରିଛନ୍ତି। ଶତାଧିକ ମହିଳା , ଶିଶୁ ଏବଂ ବୟସ୍କଙ୍କୁ ଅପହରଣ କରିନେଇଛନ୍ତି। ହମାସ ଆତଙ୍କବାଦୀମାନେ ଶିଶୁମାନଙ୍କୁ ହତ୍ୟା କରିଛନ୍ତି ଏବଂ ଜାଳି ଦେଇଛନ୍ତି। ହମାସକୁ ହରାଇବାପାଇଁ ନେତାନ୍ୟାହୁ ସମର୍ଥନ ଲୋଡ଼ିଛନ୍ତି। ଏଭଳି ବିପଦ ସମୟରେ ଇସ୍ରାଏଲକୁ ସହଯୋଗ ଏବଂ ସମର୍ଥନର ହାତ ବଢ଼ାଇଥିବା ରାଷ୍ଟ୍ରମାନଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।