Category: ମୁଖ୍ୟ ଖବର

  • ଓଡ଼ିଶା ଓ ତ୍ରିପୁରା ପାଇଁ ନୂଆ ରାଜ୍ୟପାଳ

    ଓଡ଼ିଶା ଓ ତ୍ରିପୁରା ପାଇଁ ନୂଆ ରାଜ୍ୟପାଳ

    ଓଡ଼ିଶାର ରାଜ୍ୟପାଳ ହେବେ ରଘୁବର ଦାସ ।ଝାଡଖଣ୍ଡର ପୁର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଇନ୍ଦ୍ରସେନା ରେଡ୍ଡୀ ନଲ୍ଲୁଙ୍କୁ ତ୍ରିପୁରାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଓ ତ୍ରିପୁରା ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ରଘୁବର ଦାସ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ। ପ୍ରଫେସର ଗଣେଶୀ ଲାଲଙ୍କ ଉତ୍ତରାଧିକାରୀ ଭାବରେ ଶ୍ରୀ ଦାସଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ଦେଇଛନ୍ତି। ରାଷ୍ଟ୍ରପତି ଭବନରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରଘୁବର ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବରେ ଅବସ୍ଥାପିତ ହେବେ।୨୦୧୪ରୁ ୨୦୧୯ ମଧ୍ୟରେ ରଘୁବର ଦାସ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

    ୧୯୯୫ରେ ବିହାର ଓ ଝାଡ଼ଖଣ୍ଡ ଗୋଟିଏ ରାଜ୍ୟ ହୋଇଥିବା ବେଳେ ରଘୁବର ଦାସ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଆଜି ଯାଏଁ ରଘୁବର ଦାସ ଏକମାତ୍ର ନେତା ଭାବେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି।ଅପରପକ୍ଷରେ ନାଲୁ ଇନ୍ଦ୍ରସେନା ରେଡ୍ଡୀ ତେଲେଙ୍ଗାନାର ଜଣେ ବିଜେପି ନେତା ଏବଂ ତିନିଥର ବିଧାୟକ ଅଛନ୍ତି। ସେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ପଦବୀରେ ମଧ୍ୟ ରହିଥିଲେ। ଉଲ୍ଲେଖଯୋଗ୍ଯ, ପ୍ରଫେସର ଗଣେଷୀ ଲାଲ ଏବେ ଓଡ଼ିଶାର ରାଜ୍ୟପାଳ ଭାବେ କାର୍ଯ୍ୟ ତୁଲାଉଥିଲେ ମଧ୍ୟ ନିକଟରେ ତାଙ୍କର କାର୍ଯ୍ୟକାଳ ଅବଧି ଶେଷ ହୋଇଥିଲା। ତେବେ ରଘୁବିର ଦାସ କେବେଠାରୁ ରାଜ୍ୟପାଳ ଦାୟିତ୍ବ ନେବେ ସେ ନେଇ କୌଣସି ସ୍ପଷ୍ଟିକରଣ ମିଳିନାହିଁ ।

  • ‘ଲକ୍ଷ୍ମୀ’ ବସ୍‌ରେ ଚଢିବା ପାଇଁ ମହିଳାଙ୍କ ପ୍ରତିଯୋଗିତା

    ‘ଲକ୍ଷ୍ମୀ’ ବସ୍‌ରେ ଚଢିବା ପାଇଁ ମହିଳାଙ୍କ ପ୍ରତିଯୋଗିତା

    ଝରକା ଦେଇ ‘ଲକ୍ଷ୍ମୀ’ ବସ୍‌ରେ ଚଢ଼ିଲେ ବଣ୍ଡା ମହିଳା। ଖାଲି ଚଢିଲେନି, ବସ୍‌ରେ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ଖଇରପୁଟ୍‌ ବସ୍‌ ଷ୍ଟାଣ୍ଡରେ ଦେଖିବାକୁ ମିଳିଛି ଏପରି ଚିତ୍ର। ଆଜି ଥିଲା ଖଇରପୁଟ୍‌ ସାପ୍ତାହିକ ହାଟ। ତେଣୁ ହାଟବାଟ ସାରି ବଣ୍ଡା ଲୋକମାନେ ଖଇରପୁଟ୍‌ ଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟରେ ଷ୍ଟାଣ୍ଡରେ ପହଞ୍ଚିଥିଲା ‘ଲକ୍ଷ୍ମୀ’ ବସ୍‌। ଏହା ପରେ ଆରମ୍ଭ ହୋଇଥିଲା ବସ୍‌ରେ ଚଢିବା ପାଇଁ ପ୍ରତିଯୋଗିତା। ବସିବାକୁ ସିଟ୍‌ ପାଇଁ ଲୋକଙ୍କ ଭିତରେ ହୋଇଥିଲା ଧାଁ ଦୌଡ଼। କିଏ ବସ୍‌ର ପ୍ରବେଶ ପଥରେ ଚଢ଼ୁଥିଲା ତ ଆଉ କିଏ ଝରକା କାଚ୍‌କୁ ସାଇଡ୍‌ କରି ଚଢ଼ି ଯାଉଥିଲା। ସବୁଠାରୁ ଦୁଃଖର କଥା ମହିଳାମାନେ ଅତି ବିପଦପୂର୍ଣ୍ଣ ଭାବେ ଝର ଦେଇ ବସ୍‌ ଭିତରେ ପଶୁଥିଲେ। ଆଉ କିଛି ପୁରୁଷ ବସ୍‌ ଭିତରକୁ ଯାଇ ଝରକା ଦେଇ ବାହାରେ ଛିଡ଼ା ହୋଇଥିବା ମହିଳାଙ୍କ ହାତକୁ ଧରି ଭିତରକୁ ଟାଣି ନେଉଥିଲେ। ଏପରିକି ବସ୍‌କୁ ଭଙ୍ଗାରୁଜା କରିଥିଲେ। ବସ୍‌ର କାଚ ପାର୍ଶ୍ୱରେ ଲାଗିଥିବା ଲୁହା ରଡ୍‌ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ବସ୍‌ କର୍ମଚାରୀଙ୍କ ତାଗିଦ୍‌କୁ ଖାତିର କରିନଥିଲେ। ସୂଚନାଅନୁଯାୟୀ , ବ୍ଲକ ସଦରମହକୁମା ଖଇରପୁଟ୍‌ରୁ ବଣ୍ଡାଘାଟିକୁ ପ୍ରତିଦିନ ୩ ଥର ଯାଉଛି ଓ ଆସୁଛି ଲକ୍ଷ୍ମୀ ବସ୍‌। ଆଉ ବଣ୍ଡା ଘାଟିରେ ବସବାସ କରୁଥିବା ଲୋକମାନଙ୍କ ଯିବାଆସିବାର ମାଧ୍ୟମ ସାଜୁଛି ଲକ୍ଷ୍ମୀ।

  • ସମଲିଙ୍ଗୀ ଯୋଡିକୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଝଟ୍‌କା

    ସମଲିଙ୍ଗୀ ଯୋଡିକୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଝଟ୍‌କା

    ସମଲିଙ୍ଗୀ ବିବାହର ବୈଧୀକରଣକୁ ନେଇ ସୁପ୍ରିମ୍‌କୋର୍ଟ ସଂରକ୍ଷିତ ରଖିଥିବା ରାୟ ଆଜି ପ୍ରକାଶ ପାଇଛି। ସର୍ବୋଚ୍ଚ ଅଦାଲତ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେଇ ପାରିବେ ନାହିଁ ବୋଲି କହିଛନ୍ତି। ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି। ସମଲିଙ୍ଗୀ ବିବାହ ଏକ ମୌଳିକ ଅଧିକାର ନୁହେଁ। ଆଇନରେ ପରିବର୍ତ୍ତନ ଆଣିବା ସଂସଦଙ୍କ ଅଧିକାର ପରିସରରେ ଆସୁଛି। ବିବାହକୁ ନେଇ ଆଇନ ପରିବର୍ତ୍ତନ କରିବା କୋର୍ଟଙ୍କ ଅଧିକାରଭୁକ୍ତ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

    କୋର୍ଟ ଆଇନ୍‌ ତିଆରି କରିପାରିବନି, କେବଳ ଆଇନ୍‌କୁ ବ୍ୟାଖ୍ୟା କରିପାରିବେ। ତେଣୁ ଏ ସଂକ୍ରାନ୍ତୀୟ ଆଇନ ପ୍ରଣୟନ ସଂସଦର ଅଧିକାର କ୍ଷେତ୍ର ବୋଲି ପ୍ରଧାନବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରମାନେ ସମଲିଙ୍ଗୀଙ୍କ ଲାଗି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

    ଉଳ୍ଲେଖଯୋଗ୍ୟ, ଅନେକ ଦେଶରେ ସମଲିଙ୍ଗୀ ବିବାହ ସ୍ୱୀକୃତିପ୍ରାପ୍ତ ହୋଇଥିବା ବେଳେ ଅନେକ ଦେଶରେ ଏହାକୁ ଅପରାଧ ବର୍ଗରେ ରଖାଯାଉଛି। ସମଲିଙ୍ଗୀ ସମ୍ପର୍କ ଭାରତରେ ଅପରାଧ ନୁହେଁ। ୨୦୧୮ ମସିହାରେ ସୁପ୍ରିମକୋର୍ଟ ସମଲିଙ୍ଗୀ ସଂପର୍କ ଅପରାଧ ନୁହେଁ ବୋଲି ରାୟ ଦେଇଥିଲେ।

  • ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ୍ ଖେଳାଯିବ: ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ୫ଟି ନୂତନ ଖେଳକୁ ଅନୁମୋଦନ

    ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ୍ ଖେଳାଯିବ: ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ୫ଟି ନୂତନ ଖେଳକୁ ଅନୁମୋଦନ

    ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ବି କ୍ରିକେଟ୍ ଖେଳାଯିବ | ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ସଭାପତି ଥୋମାସ୍ ବାକଙ୍କ ନେତୃତ୍ୱରେ ସୋମବାର ମୁମ୍ବାଇରେ ଅନୁଷ୍ଠିତ ଏକ ବୈଠକରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। କ୍ରିକେଟ ଏହା ପୂର୍ବରୁ ୧୯୦୦ ରେ ପ୍ୟାରିସ୍ ଅଲିମ୍ପିକ୍ସରେ ଖେଳାଯାଇଥିଲା |ମୋଟା ମୋଟି କହିବାକୁ ଗଲେ କ୍ରିକେଟ୍ ୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ ଫେରିବ |

    ଆଇଓସି କାର୍ଯ୍ୟନିର୍ବାହୀ ବୋର୍ଡ ଅଧିକାରୀଙ୍କ ବୈଠକରେ କ୍ରିକେଟ୍ ସମେତ ପାଞ୍ଚଟି କ୍ରୀଡାକୁ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ଅନୁମୋଦନ କରାଯାଇଛି। କ୍ରିକେଟ୍ ବ୍ୟତୀତ ଏଥିରେ ବେସବଲ୍ / ସଫ୍ଟବଲ୍, ଫ୍ଲାଗ୍ ଫୁଟବଲ୍, ସ୍କ୍ୱାସ୍ ଏବଂ ଲାକ୍ରୋସ୍ ଅନ୍ତର୍ଭୁକ୍ତ |

    ଏହି ମାସରେ ଅକ୍ଟୋବର ୧୩ ରେ, ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ୨୦୨୮ ରେ କ୍ରିକେଟ୍ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ଗ୍ରହଣ କରିଥିଲା ​​|

    ଏହାପୂର୍ବରୁ ପ୍ୟାରିସ ଅଲିମ୍ପିକ୍ସ ( ୧୯୦୦ ମସିହା )ରେ ବି କ୍ରିକେଟ୍ ଖେଳାଯାଇଥିଲା |ସେହି ସମୟରେ ଗ୍ରେଟ ବ୍ରିଟେନ ଏବଂ ଫ୍ରାନ୍ସ ସ୍ୱର୍ଣ୍ଣ ପଦକ ପାଇଁ କେବଳ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ଗ୍ରେଟ ବ୍ରିଟେନ ଦଳ ୧୫୮ ରନରେ ଜିତିଥିଲା।

    ୧୯୯୮ ଏବଂ ୨୦୨୨ ରେ ଦୁଇଥର କମନୱେଲଥ ଗେମ୍ସରେ କ୍ରିକେଟ୍ କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି | ୨୦୧୦-୨୦୧୪ ଏବଂ ୨୦୨୩ ରେ କ୍ରିକେଟ୍ ଏସିଆନ୍ ଗେମ୍ସରେ ତିନିଥର ସ୍ଥାନ ପାଇଲା |

  • ଟିକେଟ୍ କଟିବା ନେଇ କଳ୍ପନାଜଳ୍ପନା ମଧ୍ୟରେ ହେମା ତାଙ୍କ ଜନ୍ମଦିନରେ କହିଛନ୍ତି ଯେ ‘ମୁଁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ’

    ଟିକେଟ୍ କଟିବା ନେଇ କଳ୍ପନାଜଳ୍ପନା ମଧ୍ୟରେ ହେମା ତାଙ୍କ ଜନ୍ମଦିନରେ କହିଛନ୍ତି ଯେ ‘ମୁଁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ’

    ଲୋକସଭା ନିର୍ବାଚନ ୨୦୨୪ ଅଭିନେତ୍ରୀ ହେମା ମାଲିନି, ଯିଏ ଦୁଇଥର ମଥୁରା ଲୋକସଭା ଆସନ ଜିତିଛନ୍ତି, ସେ ପୁଣିଥରେ ବ୍ରଜ ରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି। ଯଦି ଦଳ ତାଙ୍କୁ ଏଥର ଟିକେଟ ଦିଏ, ତେବେ ସେ ପୂର୍ଣ୍ଣ ଶକ୍ତି ସହିତ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ଆଜି ତାଙ୍କର ୭୫ ତମ ଜନ୍ମଦିନ ପାଳନ କରୁଥିବା ହେମା ମଲିନୀ ଫୋନ୍ ବାର୍ତ୍ତାଳାପରେ ନିଜର କାର୍ଯ୍ୟଗୁଡିକ ସମ୍ବନ୍ଧରେ ଗଣମାଧ୍ୟମକୁ
    ଅଂଶୀଦାର କରିଥିଲେ ।

    ସାଂସଦ ହେମା ମଲିନୀ ସୋମବାର କହିଛନ୍ତି ଯେ ମୁଁ ଲୋକସଭା ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ଫିଟ୍ ଏବଂ ପ୍ରସ୍ତୁତ। ଗୋପ ନଗର ସହିତ ମୋର ଘନିଷ୍ଠ ସମ୍ପର୍କ ଅଛି କାରଣ ମୁଁ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତ। ସେ କହିଛନ୍ତି ଯେ ମୁଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଦଳର ନେତୃତ୍ୱ ନିଷ୍ପତ୍ତି କରିବ ।

    ୭୫ ବର୍ଷ ବୟସରେ ପଦାର୍ପଣ କଲେ ସ୍ଵପ୍ଣସୁନ୍ଦରୀ ତଥା ସାଂସଦ ହେମା ମାଳିନୀ |
    ସାଂସଦ ହେମା ମାଳିନୀଙ୍କୁ ସୋମବାର ୭୫ ବର୍ଷରେ ପଦାର୍ପଣ କରିଛନ୍ତି । ୧୬ ଅକ୍ଟୋବର ୧୯୪୮ ରେ ଜନ୍ମ ହୋଇଥିବା ଚଳଚ୍ଚିତ୍ର ଅଭିନେତ୍ରୀ ହେମା ମାଲିନୀ ତାଙ୍କ ମୁମ୍ବାଇ ବାସଭବନରେ ଜନ୍ମଦିନ ପାଳନ କରୁଛନ୍ତି। ଫୋନ୍‌ରେ ମିଡ଼ିଆ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ ଆଜି ସେ ତାଙ୍କ ଲୋକଙ୍କ ମଧ୍ୟରେ ମୁମ୍ବାଇରେ ଜନ୍ମଦିନ ପାଳନ କରୁଛନ୍ତି। ୭୫ ବର୍ଷ ବୟସରେ ଦଳର ନେତୃତ୍ୱ ଏଥର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସନ୍ଦେହ କରୁଛନ୍ତି। ଏହି ପ୍ରଶ୍ନ ଉପରେ ସେ କହିଥିଲେ ଯେ ମୁଁ ସମ୍ପୂର୍ଣ୍ଣ ଫିଟ୍।

    କହିଲେ, ମୁଁ ବ୍ରଜବାସୀଙ୍କ ଭଲପାଇବା ଯୋଗୁ ଦୁଇଥର ସାଂସଦ।
    ମଥୁରାରୁ ନିର୍ବାଚନ ଲଢ଼ିବାକୁ ମୁଁ ସମ୍ପୂର୍ଣ୍ଣ ପ୍ରସ୍ତୁତ | ମୁଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବି କି ନାହିଁ ଦଳର ନେତୃତ୍ୱ ଏହି ନିଷ୍ପତ୍ତି ନେବ। ସାଂସଦ କହିଛନ୍ତି ଯେ ମୁଁ ଭାଗ୍ୟବାନ ଯେ ମୁଁ ଦୁଇଥର ମଥୁରାରୁ ସାଂସଦ ହୋଇସାରିଛି। ମୋର ଭଗବାନ ଶ୍ରୀକୃଷ୍ଣଙ୍କ ସହ ମୋର ଘନିଷ୍ଠ ସମ୍ପର୍କ ଅଛି | ମୁଁ ସାଂସଦ ରୁହେ କି ନରୁହେ, ମୁଁ ସବୁବେଳେ ବ୍ରଜବାସୀଙ୍କ ସେବା କରିବି |

  • ‘ଇସ୍ରାଏଲ୍ ସହିତ ହମାସ୍ ୩୬ ​​ଟି ଦେଶର ନାଗରିକଙ୍କୁ ବନ୍ଧକ ରଖିଛି’, ସାହାଯ୍ୟ ପାଇଁ ଗୁହାରି ଜଣାଇଲେ ଇସ୍ରାଏଲ୍ ଅଭିନେତ୍ରୀ

    ‘ଇସ୍ରାଏଲ୍ ସହିତ ହମାସ୍ ୩୬ ​​ଟି ଦେଶର ନାଗରିକଙ୍କୁ ବନ୍ଧକ ରଖିଛି’, ସାହାଯ୍ୟ ପାଇଁ ଗୁହାରି ଜଣାଇଲେ ଇସ୍ରାଏଲ୍ ଅଭିନେତ୍ରୀ

    ଇସ୍ରାଏଲ୍ ଅଭିନେତ୍ରୀ ରୋନା-ଲି ଶିମନ୍ ଗଣମାଧ୍ୟମକୁ ସେଠାରେ ଥିବା ଅବସ୍ଥା ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ ଇସ୍ରାଏଲର ପ୍ରତ୍ୟେକ ବନ୍ଦୀ ଥିବା ନାଗରିକଙ୍କ ପ୍ରତ୍ୟାବର୍ତ୍ତନକୁ ସମର୍ଥନ କରୁଛନ୍ତି। ସେମାନଙ୍କୁ ଫେରାଇ ଆଣିବାକୁ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ |୮ ଦିନ ପୂର୍ବରୁ ଯାହା ଘଟିଥିଲା ​​ତାହା ମୋ ଜୀବନର ସବୁଠାରୁ ଭୟଙ୍କର ମୁହୂର୍ତ୍ତ | ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଗାଲାଣ୍ଟ କହିଛନ୍ତି ଯେ ଗାଜା ଷ୍ଟ୍ରିପରେ ୧୫୦-୨୦୦ ଲୋକଙ୍କୁ ବନ୍ଧକ ରଖାଯାଇଛି।

    ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ଦିନକୁ ଦିନ ଅଧିକ ସାଙ୍ଘାତିକ ହେବାରେ ଲାଗିଛି। ଅକ୍ଟୋବର ୭ ରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ୧୩୦୦ ରୁ ଅଧିକ ଇସ୍ରାଏଲ୍ ଏବଂ ୨୩୦୦ ରୁ ଅଧିକ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଛି। ଏଥି ସହିତ, ମୃତ୍ୟୁ ପ୍ରକ୍ରିୟା ଏବେ ବି ଜାରି ରହିଛି | ଗାଜା ଷ୍ଟ୍ରିପ୍‌ରେ ରହୁଥିବା ଲୋକମାନେ ଏହି କାରଣରୁ ସର୍ବାଧିକ କ୍ଷତି ସହିଛନ୍ତି।

    ଏହି ସମୟରେ ଇସ୍ରାଏଲ୍ ଅଭିନେତ୍ରୀ ରୋନା-ଲି ଶିମନ୍ ଗଣମାଧ୍ୟମକୁ ସେଠାରେ ଥିବା ଅବସ୍ଥା ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ ଇସ୍ରାଏଲର ପ୍ରତ୍ୟେକ ବନ୍ଦୀ ଥିବା ନାଗରିକଙ୍କ ପ୍ରତ୍ୟାବର୍ତ୍ତନକୁ ସମର୍ଥନ କରୁଛନ୍ତି। ସେମାନଙ୍କୁ ଫେରାଇ ଆଣିବାକୁ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ |୮ ଦିନ ପୂର୍ବରୁ ଯାହା ଘଟିଥିଲା ​​ତାହା ମୋ ଜୀବନର ସବୁଠାରୁ ଭୟଙ୍କର ମୁହୂର୍ତ୍ତ |

    ନ୍ୟୁଜ୍ ଏଜେନ୍ସି ANI କୁ ସୂଚନା ଦେଇ ରୋନା-ଲି ଶିମନ୍ କହିଛନ୍ତି, “ମୁଁ ଏବଂ ଇସ୍ରାଏଲର ପ୍ରତ୍ୟେକ ନାଗରିକ ବର୍ତ୍ତମାନ ଆମ ଦେଶର ବନ୍ଧକଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଛୁ। ଏଥିପାଇଁ ଆମେ ସମସ୍ତେ ନିଜ ଶକ୍ତି ସହିତ ଚେଷ୍ଟା କରୁଛୁ।” ଗତ ଆଠ ଦିନ ହେଉଛି ଇସ୍ରାଏଲ୍ ନାଗରିକ ଏବଂ ମୋର ନିଜ ଲୋକଙ୍କ ଜୀବନର ସବୁଠାରୁ ଖରାପ ମୁହୂର୍ତ୍ତ। “

  • ଜନ୍ମଦିନ ପାଳିଲେ ନାହିଁ ମୁଖ୍ୟମନ୍ତ୍ରୀ

    ଜନ୍ମଦିନ ପାଳିଲେ ନାହିଁ ମୁଖ୍ୟମନ୍ତ୍ରୀ

    ଆଜି ହେଉଛି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ତେବେ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳିବେ ନାହିଁ କହିଛନ୍ତି। ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଛି। ଯେଉଁ କାରଣରୁ ଚଳିତ ବର୍ଷ ସେ ଜନ୍ମଦିନ ପାଳନ କରିବେ ନାହିଁ। ଜନ୍ମଦିନ ଅବସରରେ ନବୀନ ନିବାସକୁ ଯାଇ ଶୁଭେଚ୍ଛା ନ ଜଣାଇବାକୁ ଶୁଭେଚ୍ଛୁଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳନ ନ କରିବା ଆଗରୁ ମଧ୍ୟ ଦେଖିବାକୁ ମିଳିଛି। ବାତ୍ୟା ଏବଂ ଦୁର୍ବିପାକ ଭଳି ସ୍ଥିତି ଉପୁଜି ଥିବାବେଳେ ମଧ୍ୟ ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳନ କରିନଥିଲେ।

    ଅପରାଜେୟ, ଅଦ୍ବିତୀୟ ଏବଂ ଅନନ୍ୟ ରାଜନେତା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଲୋକପ୍ରିୟତାର ଶୀର୍ଷରେ ରହିଥିବା ନବୀନ ସଫଳତାର ଗୋଟିକ ପରେ ଗୋଟିଏ ପାହାଚ ଚଢ଼ି ଚାଲିଛନ୍ତି। ଓଡ଼ିଶାରେ କ୍ରମାଗତ ୫ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରି ସେ ରେକର୍ଡ ସୃଷ୍ଟି କରିଛନ୍ତି। ଏପରିକି ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିବାରେ ସେ ଏବେ ଦେଶରେ ଦ୍ବିତୀୟ।

    ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ପଟ୍ଟନାୟକ ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ବିଗତ ୨୩ବର୍ଷ ଧରି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ରାଜନୀତିରେ ଏକଦା ଅପରିଚିତ ଥିବା ଚେହେରା ସମଗ୍ର ଦେଶରେ ସ୍ବତନ୍ତ୍ର ପରିଚିତି ହାସଲ କରିଛି।

  • ସଠିକ ହିତାଧିକାରୀ ପାଉନାହାଁନ୍ତି ଆବାସ ଟଙ୍କା, ଆବାସ ନୁହେଁ ପ୍ରହସନ ଯୋଜନା

    ସଠିକ ହିତାଧିକାରୀ ପାଉନାହାଁନ୍ତି ଆବାସ ଟଙ୍କା, ଆବାସ ନୁହେଁ ପ୍ରହସନ ଯୋଜନା

    କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକରେ ଆବାସ ଯୋଜନାରେ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ନିରିହ ହିତାଧିକାରୀ ମାନେ ବଳି ପଡୁଛନ୍ତି । ହିତାଧିକାରୀ ମାନେ ଘର କରିବା ପରେ ଦିନେ କି ଦୁଇ ଦିନ ନୁଁହେ, ମାସ ମାସ ଧରି ବ୍ଲକକୁ ଦୌଡ଼ି ନୟାନ୍ତ ହେଉଛନ୍ତି । ବ୍ଲକରେ ଏହି ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ନିଜକୁ ସର୍ବେସବା ବୋଲାଇ ହିତାଧିକାରୀଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି ।


    ବ୍ଳକରେ ୪ ମାସ ତଳୁ ୮ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦିଆଯାଇ ପ୍ରଥମ କିସ୍ତି ଟଙ୍କା ଦିଆଯାଇଛି । କିନ୍ତୁ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଭିନ୍ନଭିନ୍ନ କାରଣ ଦର୍ଶାଇ କାର୍ଯ୍ୟାଦେଶ ଦିଆନଯାଇ ହଇରାଣ କରଯାଉଛି । ଅଧିକାଂଶ ଲୋକ ଘର କାମ କରି ଛାତ ପକାଇଥିବା ବେଳେ ସେମାନଙ୍କୁ ୨ୟ କିସ୍ତି ଦିଆଯାଉନି । ଆଉ କିଛି ହିତାଧିକାରୀଙ୍କ ଟଙ୍କା ଭିନ୍ନ ଏକାଉଣ୍ଟକୁ ଯାଇଥିବା ବେଳେ ସେମାନଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ହଇରାଣ କରାଯାଉଛି । ଯାହାକୁ ନେଇ ହିତାଧିକାରୀଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ ପ୍ରତ୍ୟକ ଦିନ ସରପଞ୍ଚ ମାନେ ଏନେଇ ବ୍ଳକରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଦାବି ହେଉଛି ।

  • ଆଜି ପବିତ୍ର ମହାଳୟା, ପିତୃପୁରୁଷଙ୍କୁ ପିଣ୍ଡଦାନ ଲାଗି ପୀଠମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ

    ଆଜି ପବିତ୍ର ମହାଳୟା, ପିତୃପୁରୁଷଙ୍କୁ ପିଣ୍ଡଦାନ ଲାଗି ପୀଠମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ

    ଅଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ଅପରପକ୍ଷ ବା ପିତୃପକ୍ଷଙ୍କ ଆବାହନର ଅନ୍ତିମ ଦିବସ ହେଉଛି ପବିତ୍ର ମହାଳୟା। ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନଭଳି ପରମ୍ପରା ଉତ୍କଳୀୟ ସସ୍କୃତିରେ ଦେଖିବାକୁ ମିଳିଥାଏ। ମହାଳୟା ଅମାବାସ୍ୟାରେ ପିତୃକୁଳ ଓ ମାତୃକୁଳକୁ ଆଜି ପୁତ୍ରମାନେ ପିଣ୍ଡ ଦାନ କରିଛନ୍ତି। ସେପଟେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ବାଇଶି ପାହାଚରେ ପିଣ୍ଡଦାନ କରିବା ପାଇଁ ବାରଣ ଥିବାରୁ ଫଳରେ ବାଇଶିପାହାଚରେ ପିଣ୍ଡଦାନ କରିନପାରି ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରିଣୀ, ମହୋଦଧି ସମେତ ଶ୍ରୀମନ୍ଦିରର ଉତ୍ତରଦ୍ୱାର ପଟେ ପିଣ୍ଡଦାନ ପାଇଁ ବେଶ ଭିଡ଼ ଦେଖିବାକୁ ମିଳିଛି। ଅନ୍ୟପଟେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କର ଆଜିଠାରୁ ଆରମ୍ଭ ହୋଇଛି ନବଦିନବ୍ୟାପି ଶାକ୍ତ ଗୁଣ୍ଡିଚା ବା ଗୁପ୍ତଗୁଣ୍ଡିଚା ଯାତ୍ରା। ଶାରଦୀୟ ଦୁର୍ଗାପୂଜା ଅବସରରେ ପ୍ରଭୁ ମାଧବ ଦେବୀ ଦୁର୍ଗାଙ୍କୁ ସଙ୍ଗରେ ନେଇ ଗୁପ୍ତରେ ଗୁଣ୍ଡିଚା ଯାତ୍ରା କରିଥାନ୍ତି। ବିଶେଷକରି ଆଜିର ଦିନରେ ପିଣ୍ଡଦାନ କାଲେ ପିତୃପୁରୁଷଙ୍କ ମୋକ୍ଷ ଲାଭ ହୋଇଥାଏ ବୋଲି ବିଶ୍ଵାସ ରହିଛି। ତେବେ ଆଜି ପିତୃପକ୍ଷର ଶେଷ ଦିନ ତଥା ମହାଳୟା ଅବସରରେ ଶହ ଶହ ଶ୍ରଦ୍ଧାଳୁ ପିଣ୍ଡଦାନ ପାଇଁ ଦେବୀପୀଠ ମାନଙ୍କୁ ଆସିବାର ଲକ୍ଷ୍ୟ ରଖାଯାଇଛି।

  • ଆଜି ଭାରତ-ପାକିସ୍ତାନ ମୁହାଁମୁହିଁ

    ଆଜି ଭାରତ-ପାକିସ୍ତାନ ମୁହାଁମୁହିଁ

    କ୍ରିକେଟ ବିଶ୍ୱକପରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହେବ ହାଇଭୋଲଟେଜ ଟକ୍କର। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ। ୱାନ୍ ଡେ ବିଶ୍ୱକପର ସବୁ ମ୍ୟାଚରେ ପାକିସ୍ତାନକୁ ହରାଇଛି ଭାରତ। ରେକର୍ଡ ଏବେ ରହିଛି ୭-୦ । ସେହି ରେକର୍ଡକୁ ଅକ୍ଷୁଣ୍ଣ ରଖିବାକୁ ଟାର୍ଗେଟ କରିଛି ଭାରତ। ସେପଟେ ପାକିସ୍ତାନର ବାବର ଆଜମ ଆଣ୍ଡ କୋ ଏହି କଳଙ୍କକୁ ଲିଭାଇବାକୁ ଚେଷ୍ଟା କରିବେ। ତେଣୁ ଆଜିର ମ୍ୟାଚ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

    ଭାରତର ବ୍ୟାଟିଂ ଓ ପାକିସ୍ତାନର ବୋଲିଂ ମଧ୍ୟରେ ହେବ କଡ଼ା ମୁକାବିଲା। ଉଭୟ ଟିମରେ ରହିଛନ୍ତି ଗେମ୍ ଚେଞ୍ଜର୍ ଓ ଅଭିଜ୍ଞ ଖେଳାଳି। ଏକ ରୋମାଞ୍ଚକର ମୁକାବିଲା ଅପେକ୍ଷାରେ ସାରା ବିଶ୍ୱର କ୍ରିକେଟ ଫ୍ୟାନ। ପାକିସ୍ତାନ ଟିମ୍‌ରେ ସାହିନ ଶାହ ଆଫ୍ରିଦ, ହାରିଶ ରୌଫ ଏବଂ ହାସନ ଅଲ୍ଲୀଙ୍କ ଭଳି ବୋଲର ଥିବା ବେଳେ ଭାରତ ପାଖରେ ରୋହିତ, ବିରାଟ କୋହଲି, ରାହୁଲଙ୍କ ଭଳି ଧୁଆଁଦାର ବ୍ୟାଟ୍ସମ୍ୟାନ ବି ଅଛନ୍ତି।

    ଏହି ମ୍ୟାଚ୍‌ର ବିଜ୍ଞାପନ ଦର ଆକାଶଛୁଆଁ ସ୍ତରରେ ପହଞ୍ଚିଛି। ୧୦ ସେକେଣ୍ଡ ବିଜ୍ଞାପନର ଦାମ୍ ୬୦ ଲକ୍ଷ ଟଙ୍କା ଭଳି ଉଚ୍ଚ ସ୍ତରରେ ପହଞ୍ଚିଛି। ୨୦୧୯ କ୍ରିକେଟ୍‌ ବିଶ୍ବକପ ମ୍ୟାଚ୍‌ ତୁଳନାରେ ଆସନ୍ତାକାଲିର ଭାରତ-ପାକ୍ ମ୍ୟାଚ୍‌ରେ ବିଜ୍ଞାପନ ଦାମ୍ ୪୦ ପ୍ରତିଶତ ବୃଦ୍ଧି ପାଇଥିବା ଡେଲଏଟ୍‌ର ପାର୍ଟନର ଜେହିଲ୍‌ ଠକର୍‌ କହିଛନ୍ତି। ଯେଉଁ ବିଜ୍ଞାପନଦାତାମାନେ ବିଶ୍ବକପ୍‌ର ସବୁ ମ୍ୟାଚ୍‌ ପାଇଁ ବିଜ୍ଞାପନ ବୁକିଂ କରିଛନ୍ତି ସେମାନେ ୧୦ ସେକେଣ୍ଡର ବିଜ୍ଞାପନ ଲାଗି ୩୫-୪୫ ଲକ୍ଷ ଟଙ୍କା ଦେବେ। ଚଳିତ ବର୍ଷ କ୍ରିକେଟ୍ ବିଶ୍ବକପ୍‌ରେ ୨୫୦୦-୩୦୦୦ କୋଟି ଟଙ୍କାର ବିଜ୍ଞାପନ ଆୟ ହେବ ବୋଲି ଆକଳନ କରାଯାଇଛି। ୨୦୧୯ ବିଶ୍ବକପ୍‌ରେ ବିଜ୍ଞାପନରୁ ୧୩୫୦ କୋଟି ଟଙ୍କା ଆୟ ହୋଇଥିଲା।

    ଏସିଆ କପରେ ପାକିସ୍ତାନକୁ ଭାରତୀୟ ଟିମ ପରାଜିତ କରିଥିବାରୁ ଖେଳାଳିଙ୍କ ମନୋବଳ ସୁଦୃଢ ରହିଛି। ଚଳିତ ବିଶ୍ୱକପରେ ଭାରତୀୟ ଟିମ୍‌ ନମ୍ବର ୱାନ୍‌ ଟିମ୍‌ ହୋଇଥିବା ବେଳେ ପ୍ରଦର୍ଶନ ମଧ୍ୟ ଦମଦାର ରହିଛି । କପ୍ତାନ ହିଟମ୍ୟାନ ବି ଫର୍ମରେ ଅଛନ୍ତି । ଭାରତର ବୋଲିଂ ସାଇଡ ବି ଖୁବ୍‌ ଷ୍ଟ୍ରଙ୍ଗ ଅଛି। ବୁମ ବୁମ ବୁମରା ମାପିଚୁପି ବୋଲିଂ କରୁଛନ୍ତି, ସିରାଜ, ଚାଇନମ୍ୟାନ କୁଲଦୀପ ଯାଦବ ବି ଜବରଦସ୍ତ ଫର୍ମରେ ଅଛନ୍ତି ।